ଚଳିତବର୍ଷ ୩୬ ହଜାର ୨୦୪ଜଣ ଛାତ୍ର ଓ ୭୫୦୯ଜଣ ଛାତ୍ରୀ ଜେଇଇ ଆଡଭାନସଡ୍ ପରୀକ୍ଷାରେ ସଫଳ ହୋଇଛନ୍ତି। ପରୀକ୍ଷାର୍ଥୀମାନେ www.
jeeadv.ac.inରୁ ରେଜଲ୍ଟ ଦେଖିପାରିବେ।
ଓଡ଼ିଆ ସମେତ ୧୩ଟି ଭାଷାରେ ଏହି ପରୀକ୍ଷା କରାଯାଇଥିଲା। ଏପ୍ରିଲ ୧୯ରେ ପ୍ରୋଭିଜିନାଲ ଆନ୍ସର କି’ ଏବଂ ଏପ୍ରିଲ ୨୪ରେ ଫାଇନାଲ
ପ୍ରୋଭିଜନାଲ ଆନ୍ସର କି’ ପ୍ରକାଶ ପାଇଥିଲା। ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶ ପରେ ଏବେ ଆସନ୍ତା ୩୦ରୁ ଜୁନ୍ ୭ ତାରିଖ ଯାଏଁ ଜେଇଇ ଆଡଭାନ୍ସ ପାଇଁ ପଞ୍ଜିକରଣ ଆରମ୍ଭ ହେବ।
ଟପ୍ ରାଙ୍କର ୨.୫ ଲକ୍ଷ ପରୀକ୍ଷାର୍ଥୀ ଜେଇଇ (ଆଡ୍ଭାନ୍ସଡ୍)କୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଶୁକ୍ରବାର ୨୦୨୧ ଜେଇଇ ମେନ୍ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଥିଲା। ଏହି ପରୀକ୍ଷାରେ ୧୭ ଜଣ ଶତ ପ୍ରତିଶତ ମାର୍କ ରଖିଛନ୍ତି। ହରିୟାଣାରେ ରହୁଥିବା ଅନମୋଲ ମଧ୍ୟ ଶତ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି। କିନ୍ତୁ ସେ ଆଇଆଇଟିରେ ଇଞ୍ଜିନିୟରିଂ ବଦଳରେ ଗବେଷଣାରେ ଅଧିକ ମନୋ ନିବେଶ କରିବାକୁ ଇଚ୍ଛା ରଖିଥିବା କହିଛନ୍ତି।
ସେ କହିଛନ୍ତି ଯେ, ତାଙ୍କ ଲକ୍ଷ୍ୟ ରହିଛି ବେଙ୍ଗାଲୁରୁ ଆଇଆଇଏସସିରେ କ୍ୱାଲିଫାଇ କରିବା। ଏଥିରେ ସେ ଗଣିତରେ ବିଏସସି କରିବେ। ପୂର୍ବରୁ କରୋନା ପାଇଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଯାହା ତାଙ୍କୁ ନିରାଶ କରିଥିଲା। କେବେ ପରୀକ୍ଷା ତାରିଖ ଘୋଷଣା ହେବ ସେ ଅନିଶ୍ଚିତତାରେ ରହିଥିଲେ।
ଅନମୋଲଙ୍କ ବାପା ଜଣେ ଓକିଲ। ମାଆ ସଂସ୍କୃତ ଅଧ୍ୟାପିକା। ତାଙ୍କର ଜଣେ ସାନ ଭଉଣୀ ମଧ୍ୟ ଅଛନ୍ତି। ଅନମୋଲ କହିଛନ୍ତି ଯେ, ସେ ବହୁତ ଭାଗ୍ୟବାନ ଅଟନ୍ତି। ତାଙ୍କ ପରିବାରର କେହି କରୋନା ଆକ୍ରାନ୍ତ ହୋଇନାହାଁନ୍ତି। କରୋନା କାଳରେ ସେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଲାଗି ଅଳଗା କୋଠରୀରେ ରହୁଥିଲେ। ଅନଲାଇନ୍ କ୍ଲାସ୍ କରୁଥିଲେ। ଜେଇଇ ପରୀକ୍ଷାରେ ସେ ତାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏଥିସହ କଠନ ପରିଶ୍ରମ ମଧ୍ୟ କରିଥିଲେ। ପାଠପଢା ବ୍ୟତୀତ ସେ ବ୍ୟାଡମିଣ୍ଟନ ଖେଳିବା ଓ ସାଇକେଲ ଚଲାଇବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ୨୪ ଜଣ ପରୀକ୍ଷାର୍ଥୀ ଶତପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି। ଟପ୍ପର ତାଲିକାରେ ତେଲେଙ୍ଗାନାର ସର୍ବାଧିକ ୮ ପରୀକ୍ଷାର୍ଥୀ ଅଛନ୍ତି । ସେମାନଙ୍କ ବ୍ୟତୀତ ଦିଲ୍ଲୀର ୫ଜଣ, ରାଜସ୍ଥାନର ୪ଜଣ, ଆନ୍ଧ୍ରପ୍ରଦେଶର ୩ ଜଣ, ହରିୟାଣାର ୨ଜଣ ଏବଂ ଗୁଜରାଟ୍ ଓ ମହାରାଷ୍ଟ୍ରରୁ ଜଣେ ଲେଖାଏ ପରୀକ୍ଷାର୍ଥୀ ମଧ୍ୟ ଶତପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି । ଏହି ପରୀକ୍ଷାର୍ଥୀମାନେ ପେପର୍-୧ରେ ଶତ ପ୍ରତିଶତ ସ୍କୋର୍ କରିଛନ୍ତି।
।ସବୁଠାରୁ ବଡ଼କଥା ହେଲା ପରୀକ୍ଷା ସରିବାର ମାତ୍ର ୪ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇଛି । ଏନେଇ ଖୁସି ବ୍ୟକ୍ତ କରିବା ସହ ସମସ୍ତ ଟପ୍ପର ଓ ଉତ୍ତିର୍ଣ୍ଣ ପରୀକ୍ଷାର୍ଥୀଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ । ସେପ୍ଚେମ୍ବର ୧ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ୍ ପରୀକ୍ଷା ହୋଇଥିଲା ।
ସୂଚନାଯୋଗ୍ୟ, ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ଲାଗି ଉଦ୍ଦିଷ୍ଟ ଜେଇଇ-ମେନ୍ସ ଚଳିତବର୍ଷ କୋଭିଡ୍ ସଙ୍କଟ ଓ କଟକଣା ମଧ୍ୟରେ ଜାନୁୟାରୀ ଏବଂ ସେପ୍ଟେମ୍ୱର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇଥିଲା । ତେବେ ଜେଇଇ-ମେନ୍ସ ପେପର୍-୧ ଏବଂ ପେପର୍-୨ ଫଳାଫଳ ଅନୁଯାୟୀ ୨.୪୫ ଲକ୍ଷ ପରୀକ୍ଷାର୍ଥୀ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେପ୍ଟେମ୍ୱର ୨୭ରେ ଜେଇଇ ଆଡଭାନ୍ସଡ୍ ଅନୁଷ୍ଠିତ ହେବ ବୋଲି ଏନଟିଏ ପୂର୍ବରୁ ଘୋଷଣା କରିସାରିଛି ।
ପ୍ରକାଶଯୋଗ୍ୟ, ଦେଶରେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଦୁଇ ଦୁଇଥର ପରୀକ୍ଷା ସ୍ଥଗିତ କରାଯାଇଥିଲା । ପରେ ଅନେକ ବିରୋଧ ଭିତରେ ଏନଟିଏ ସେପ୍ଟେମ୍ୱରରେ ଜେଇଇ-ମେନ୍ସ ଆୟୋଜିତ କରିଥିଲା । ଏହା ଏକ କମ୍ପ୍ୟୁଟର ବେସଡ୍ ପରୀକ୍ଷା ହୋଇଥିବାବେଳେ ଏଥର ୮ ଲକ୍ଷରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।
ଜେଇଇ ମେନ୍ ରେଜଲ୍ଟ ବାହାରିବାର ଗୋଟିଏ ଦିନ ପରେ ଜେଇଇ ଆଡଭାନ୍ସ ପରୀକ୍ଷାଫଳ ପ୍ରକାଶ ପାଇପାରେ। ଏହାପରେ ଛାତ୍ରଛାତ୍ରୀ NIT, IIIT ସମେତ ଅନ୍ୟ ଶିକ୍ଷାନୁଷ୍ଠାନରେ ଆଡମିଶନ୍ ପ୍ରକ୍ରିୟାରେ ଭାଗ ନେଇପାରିବେ ।
ସୂଚନାଯୋଗ୍ୟ, ଲକ୍ଡାଉନ୍ ଯୋଗୁ ପରୀକ୍ଷା ବାତିଲ ହୋଇଯାଇଥିଲା । ବିଳମ୍ବରେ ଗତ ପହିଲାରୁ ଏହି ପରୀକ୍ଷା ଆରମ୍ଭ ହୋଇ ୬ ତାରିଖରେ ଶେଷ ହୋଇଥିଲା। ଚଳିତ ବର୍ଷ ସାରା ଦେଶରେ ୬ ଲକ୍ଷ ୩୫ ହଜାର ଛାତ୍ରଛାତ୍ରୀ JEE MAIN ପରୀକ୍ଷା ଦେଇଛନ୍ତି ।