ଏପରି ଏକ ଘଟଣା ଝାଡଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ଚକ୍ରଧରପୁର ଅଞ୍ଚଳର ମୁରଙ୍ଗଟାଣ୍ଡ ଗାଁରେ ଘଟିଛି। ମୃତକ ହେଲେ ଉକ୍ତ ଗାଁର ସୁରେଶ ଲୋହାରଙ୍କ ପୁଅ ବିଷ୍ଣୁ ଲୋହାର ।
ଗତକାଲି ଗାଁରେ ହୋଲି ନିମନ୍ତେ ପାର୍ଟି ଆୟୋଜିତ ହୋଇଥିଲା। ଉକ୍ତ ସମୟରେ ଡିଜେର ତାଳେ ତାଳେ ସମସ୍ତେ ନାଚଗୀତରେ ମସଗୁଲ ଥିଲେ। ବିଷ୍ଣୁ ଲୋହାର ବି ଉକ୍ତ ପାର୍ଟିରେ ସାମିଲ ହୋଇଥିବା ବେଳେ ମନଖୁସିରେ ନାଚୁଥିଲେ। ମାତ୍ର ହଠାତ୍ ଡିଜେଟି ପଡ଼ି ଯାଇଥିବା ବେଳେ ତା’ ତଳେ ଚାପି ହୋଇ ଯାଇଥିଲେ ବିଷ୍ଣୁ । ସେଠାରେ ଉପସ୍ଥିତ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ବିଷ୍ଣୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ପୁଅର ମୃତ୍ୟୁ ପରିବାର ଲୋକଙ୍କୁ ଶକ୍ତ ଧକ୍କା ଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ଝାଡଖଣ୍ଡ ବିଜେପିର ପ୍ରଦେଶ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ଲକ୍ଷ୍ମୀକାନ୍ତ ବାଜପେୟୀ ଓ ରାଷ୍ଟ୍ରୀୟ ମହାସଚିବ ବିନୋଦ ତାବଡେଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସୀତା ସୋରେନ୍ ବିଜେପିରେ ସାମିଲ ହୋଇଛନ୍ତି। ଆଗକୁ ସେ ବିଜେପି ଟିକେଟ୍ରେ ଲୋକସଭା ନିର୍ବାଚନ ଲଢ଼ି ପାରନ୍ତି ବୋଲି କୁହାଯାଉଛି।
ବିଜେପିରେ ସାମିଲ ହେବା ପରେ ସୀତା ସୋରେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, 'ଆଜି ମୁଁ ବିଶାଳ ପରିବାରରେ ସାମିଲ ହୋଇଛି। ନରେନ୍ଦ୍ର ମୋଦିଙ୍କ ଚିନ୍ତାଧାରା ପୂରା ଭାରତ ଓ ବିଶ୍ୱକୁ ପ୍ରଭାବିତ କରୁଛି। ଚାରିଆଡେ ବିକାଶର କାର୍ଯ୍ୟ ଚାଲିଛି। ସମସ୍ତେ ମିଳିତ ଭାବେ ଦେଶର ବିକାଶରେ ସହଯୋଗ କରୁଛନ୍ତି। ଆଜି ସମସ୍ତେ ଏହି ପରିବାରରେ ଯୋଗ ଦେଉଛନ୍ତି। ଝାଡଖଣ୍ଡ ଆଜି ବି ବିକାଶ ଠାରୁ ବହୁ ଦୂରରେ। ଆମକୁ ଝାଡଖଣ୍ଡକୁ ବଞ୍ଚାଇବାକୁ ପଡିବ ଏବଂ ନ୍ୟାୟ ଦେବାକୁ ହେବ। ସେଥିପାଇଁ ମୁଁ ମୋଦି ଜି'ଙ୍କ ପରିବାରରେ ଯୋଗ ଦେଇଛି।'
ଦୁର୍ଗା ସୋରେନଙ୍କ ପତ୍ନୀ ସୀତା ସୋରେନ ଜେଏମଏମର ବିଧାୟକ ଥିଲେ। ସେ ତାଙ୍କର ଇସ୍ତଫାପତ୍ର ପାର୍ଟି ମୁଖ୍ୟ ଶିବୁ ସୋରେନଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେ ପରିବାର ଓ ପାର୍ଟି ଉପରେ ଅଣଦେଖା ଓ ଷଡଯନ୍ତ୍ର ଅଭିଯୋଗ ଆଣି ଇସ୍ତଫା ଦେଇଛନ୍ତି।
ଏପରି ଏକ ଜଘନ୍ୟ କାଣ୍ଡ ଝାଡ଼ଖଣ୍ଡର ପଲାମୁ ଜିଲ୍ଲାର ସାଲଟୁଆ ଗାଁରେ ଘଟିଛି। ନାବାଳିକାଜଣକ ନିଖୋଜ ହେବାର ୩ ଦିନ ପରେ ପୁଲିସ୍ ମାଟି ଖୋଳି ମୃତଦେହ ବାହାର କରିଛି। ନାବାଳିକାଙ୍କ ବାପା ଫେରାର ଥିବା ବେଳେ ପୁଲିସ୍ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରି ସାରିଛ। ଆଉ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ମୃତ ନାବାଳିକାଙ୍କ ବୟସ ୧୬ ବର୍ଷ ବୋଲି ଜଣାଯାଇଛି।
ସାଲଟୁଆ ଗାଁର ଜଣେ ନାବାଳିକା ନିଖୋଜ ଥିବା ନେଇ ଖବର ପାଇବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ବହୁ ଖୋଜାଖୋଜି ପରେ ମାଟି ତଳୁ ନାବାଳିକାଙ୍କ ମୃତଦେହକୁ ଗତକାଲି ଉଦ୍ଧାର କରିଥିଲା ପୁଲିସ୍। କିଛି ଦିନ ପୂର୍ବେ ଏହି ଘଟଣା ଘଟିଥିବା ପୁଲିସ୍ ଅନୁମାନ କରୁଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ବ୍ୟକ୍ତିଜଣକ କ୍ରୋଧିତ ହୋଇ ନିଶାସକ୍ତ ଅବସ୍ଥାରେ ନିଜ ଝିଅକୁ ପିଟି ପିଟି ମାରି ଦେଇଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏହାପରେ କିଛି ଗ୍ରାମବାସୀଙ୍କ ସହାୟତରେ ସେ ମୃତଦେହକୁ ମାଟି ତଳେ ପୋତି ଦେଇଥିବା ତଦନ୍ତରୁ ଜଣାପଡ଼ିଛି। ପୁଲିସ୍ ୪ ଜଣଙ୍କୁ ଗିରଫ କରି ସାରିଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି।
ଜମି ଦୁର୍ନୀତି ମାମଲାରେ ଝାରଖଣ୍ଡର ବିଦାୟୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ବାନ୍ଧିବା ଘଟଣାକୁ ପ୍ରାୟ ମାସେ ହୋଇ ଯାଇଥିବା ବେଳେ ଗତ ରାତିରେ ଏପରି ଘୋଷଣା କରିଛନ୍ତି ତାଙ୍କ ପତ୍ନୀ କଳ୍ପନା ସୋରେନ ।
ଗତକାଲି ସକାଳେ କଳ୍ପନା ଜେଲ୍ରେ ଥିବା ସ୍ୱାମୀଙ୍କୁ ସାକ୍ଷାତ କରିଥିବା ବେଳେ ଏହାପରେ ନିଜ ଶ୍ୱଶୁର ତଥା ଜେଏମଏମ୍ ସୁପ୍ରିମୋ ଶିବୁ ସୋରେନ ଓ ଶାଶୁଙ୍କ ଆର୍ଶୀବାଦ ନେଇଛନ୍ତି।
ଏହାପରେ କଳ୍ପନା ହେମନ୍ତଙ୍କ X ହ୍ୟାଣ୍ଡେଲରେ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି, ଝାଡଖଣ୍ଡବାସୀ ତଥା ଜେଏମଏମ୍ ପରିବାର ଓ ଅସଂଖ୍ୟ କାର୍ଯ୍ୟକର୍ତ୍ତାଙ୍କ ଦୀର୍ଘ ଦିନର ଦାବି ପରେ ମୁଁ ରାଜନୈତିକ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ଯେଉଁ ପର୍ଯ୍ୟନ୍ତ ହେମନ୍ତ ସୋରେନ ପୁଣି ଥରେ ଫେରି ନ ଆସିଛନ୍ତି ସେପର୍ଯ୍ୟନ୍ତ ତାଙ୍କ ସ୍ୱର ହୋଇ ଲୋକଙ୍କ ନିକଟକୁ ଯିବି। ସେଠାରେ ଲୋକଙ୍କ ମଧ୍ୟରେ ତାଙ୍କ ବିଚାରଧାରାକୁ ରଖିବି। ସାଧାରଣ ଲୋକଙ୍କ ସେବା ଜାରି ରଖିବି ବୋଲି କହିଛନ୍ତି କଳ୍ପନା ।
ଏଥିସହ ସେ କହିଛନ୍ତି, ଆପଙ୍କ ନିଜ ଭାଇ ତଥା ପୁଅ ହିସାବରେ ହେମନ୍ତଙ୍କୁ ଯେପରି ଭଲ ପାଇବା ଦେଇଛନ୍ତି, ତାଙ୍କ ଧର୍ମପତ୍ନୀ ହିସାବରେ ମୋତେ ବି ସେପରି ଭଲ ପାଇବେ ଦେବେ ବୋଲି ଆଶା କରୁଛି।
ହେମନ୍ତ ସୋରେନ ଗିରଫ ହେବା ପରେ ପରେ କଳ୍ପନା ହିଁ ତାଙ୍କ ଉତ୍ତରାଧିକାରୀ ଭାବେ ପଦ ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ଏଥିରେ ପୂର୍ଣ୍ଣଚ୍ଛେଦ ପକାଇ ଚମ୍ପାଇ ସୋରେନଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ କରା ଯାଇଥିଲା।
ମିଳିଥିବା ସୂଚନା ଅନୁସାରେ, ଗୋଟିଏ ପ୍ୟାସେଞ୍ଜର ଟ୍ରେନ କାଲାଝରିଆ ଷ୍ଟେସନ ଅତିକ୍ରମ କରୁଥିଲା। ଏହି ସମୟରେ ଲୋକୋ ପାଇଲଟ ରେଳ ଧାରଣରୁ ଧୂଆଁ ବାହାରୁ ଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ସେ ଭାବିଥିଲେ ଯେ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି।
ତେଣୁ ସେ ଟ୍ରେନକୁ ଅଟକାଇ ଦେଇଥିଲେ। ଟ୍ରେନ ଅଟକିବାରୁ ଲୋକମାନେ ଏଥିରୁ ଓହ୍ଲାଇ ପଡ଼ିଥିଲେ। ଏତିକି ବେଳେ ବିପରୀତ ଦିଗରୁ ଆଉ ଗୋଟିଏ ଟ୍ରେନ ଆସୁଥିଲା। ଏହା ପ୍ରଥମ ଟ୍ରେନରୁ ଓହ୍ଲାଇଥିବା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ୧୨ ଜଣ ଲୋକଙ୍କ ଜୀବନ ଯାଇଥିବା ଜଣାପଡ଼ିଛି।
କିଛି ରିପୋର୍ଟରେ କୁହାଯାଇଛି ଯେ ଟ୍ରେନ ମାଡ଼ି ଯିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ କିଛି ରିପୋର୍ଟରେ ୨ ଜଣଙ୍କ ଜୀବନ ଯାଇଥିବା କୁହାଯାଇଛି। କିନ୍ତୁ ରେଳବାଇ ପକ୍ଷରୁ ମୃତ୍ୟୁସଂଖ୍ୟାକୁ ନିଶ୍ଚିତ କରାଯାଇ ନାହିଁ। ଘଟଣାସ୍ଥଳରେ ମେଡିକାଲ ଟିମ ଓ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି। ତେବେ ଘଟଣାସ୍ଥଳରେ ଆଲୋକର ବ୍ୟବସ୍ଥା ନଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି।
ଗୀତା କୋଡା ହେଉଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ପତ୍ନୀ। ସେ ପଶ୍ଚିମ ସିଂହଭୂମି ଜିଲ୍ଲାର ଚାଇବାସାର ସାଂସଦ ଅଟନ୍ତି। ସେ ଆଜି ରାଞ୍ଚି ସ୍ଥିତ ବିଜେପି କାର୍ଯ୍ୟାଳୟରେ ବାବୁଲାଲ ମାରାଣ୍ଡିଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି।
ଗୀତା କୋଡା ରାଜ୍ୟରେ କଂଗ୍ରେସ ଦ୍ୱାରା କରାଯାଇଥିବା ମେଣ୍ଟକୁ ନେଇ ଅସନ୍ତୁଷ୍ଟ ଥିଲେ। ବିଜେପିରେ ସାମିଲ ହେବା ପୂର୍ବରୁ ସେ ହାଇକମାଣ୍ଡଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇଥିଲେ। ତେବେ ଲୋକସଭା ନିର୍ବାଚନ ପୂର୍ବରୁ ଗୀତା କୋଡା ବିଜେପିରେ ସାମିଲ ହେବା କଂଗ୍ରେସ ପାଇଁ ବଡ କ୍ଷତି ହେବ ବୋଲି ବିଶ୍ୱାସ କରାଯାଉଛି।
ଉଲ୍ଲେଖଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ ଝାଡଖଣ୍ଡର ୧୪ଟି ଆସନରୁ ବିଜେପି ୧୨ଟିରେ ଜିତିଥିଲା। ତେବେ କଂଗ୍ରେସ ଟିକେଟରୁ ସଂହଭୂମି ଆସନରୁ ସେତେବେଳେ ଗୀତା କୋଡା ବିଜୟୀ ହୋଇଥିଲେ।
ଜମି ଜାଲିଆତି ଘଟଣାରେ ଗିରଫ ହୋଇଥିବା ହେମନ୍ତ ସୋରେନଙ୍କ ରିମାଣ୍ଡ ଅବଧି ଅବଧି ଆଜି ଶେଷ ହେଉଥିବାରୁ ତାଙ୍କୁ ଇଡି କୋର୍ଟରେ ହାଜର କରାଇଥିଲା। ତଦନ୍ତକାରୀ ସଂସ୍ଥା ଆଉ ରିମାଣ୍ଡ ପାଇଁ ଆବେଦନ କରି ନଥିବାରୁ କୋର୍ଟ ହେମନ୍ତ ସୋରେନଙ୍କୁ ୨୨ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ କଡ଼ା ସୁରକ୍ଷାବଳୟ ମଧ୍ୟରେ ତାଙ୍କୁ ରାଞ୍ଚି ସ୍ଥିତ ଜେଲକୁ ନିଆଯାଇଛି।
ଜଣେ ଓକିଲ କହିଛନ୍ତି, ଇଡି ହେମନ୍ତ ସୋରେନଙ୍କୁ ହାଜର କରିବା ପରେ ମାତ୍ର ୨୦ ମିନିଟ ମଧ୍ୟରେ ଶୁଣାଣି ଶେଷ ହୋଇଥିଲା। କୋର୍ଟ ଶୁଣାଣି କରି ତାଙ୍କୁ ୨୨ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ବରିଷ୍ଠ ଆଇନଜୀବୀ ତଥା ଝାରଖଣ୍ଡର ଏଜି ରଜୀବନ ରଞ୍ଜନ କହିଛନ୍ତି ଯେ ସେ ସୋରେନଙ୍କ ଜାମିନ ପାଇଁ ଖୁବଶୀଘ୍ର ଆବେଦନ କରିବେ। ରାଜୀବ କହିଛନ୍ତି, “ଇଡି ପକ୍ଷରୁ ଆଉ କୌଣସି ପ୍ରକାରର ଆବେଦନ କରାଯାଇ ନାହିଁ। ତେଣୁ ଆମେ ଖୁବଶୀଘ୍ର ହେମନ୍ତ ସୋରେନଙ୍କ ଜାମିନ ପାଇଁ ପିଟିସନ ଦାଖଲ କରିବୁ।”
ଜାନୁଆରୀ ୩୧ରେ ଇଡି ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା। ଏହାପରେ ସେ ଦିନକ ପାଇଁ ବିଚାର ବିଭାଗୀୟ ହାଜତକୁ ଯାଇଥିଲେ। ଜେଲରେ ଗୋଟିଏ ଦିନ ରହିବା ପରେ ଇଡି ତାଙ୍କୁ ଦୁଇଟି ଦଫାରେ ରିମାଣ୍ଡରେ ନେଇ ଜେରା କରିଥିଲା। ଆଜି ରିମାଣ୍ତ ଅବଧି ଶେଷ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଜମି ଦୁର୍ନୀତି ମାମଲାରେ ଇଡି ମନିଲଣ୍ଡରିଂ ମାମଲା ରୁଜୁ କରିଥିବା ବେଳେ ହେମନ୍ତ ସୋରେନଙ୍କୁ ୩୧ ତାରିଖ ରାତିରେ ଗିରଫ କରିଥିଲା। ଗୋଟିଏ ଦିନ ପାଇଁ ସେ ଜେଲରେ ରହିବା ପରେ ଇଡି ତାଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେଇ ଜେରା କରିଥିଲା। ଆଜି ରିମାଣ୍ଡ ଅବଧି ଶେଷ ହେଉଥିବାରୁ ହେମନ୍ତ ସୋରେନଙ୍କୁ କଡ଼ା ସୁରକ୍ଷାବଳୟ ମଧ୍ୟରେ କୋର୍ଟରେ ହାଜର କରାଯାଇଥିଲା।
ସେ କୋର୍ଟରେ ହାଜର ହେଉଥିବାରୁ ବାହାରେ ତାଙ୍କ ସମର୍ଥକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ହେମନ୍ତ ସୋରେନ ମଧ୍ୟ ହାତ ହଲାଇ ସମସ୍ତଙ୍କ ଅଭିବାଦନ ଗ୍ରହଣ କରିଥିଲେ। ସମର୍ଥକମାନେ ବେଶ ଉତ୍ସାହିତ ହୋଇ ନାରାବାଜୀ କରିଥିଲେ। ହେମନ୍ତ ସୋରେନ ଜିନ୍ଦାବାଦ ଓ ଜେଲର ଦ୍ୱାର ଭାଙ୍ଗିବ, ହେମନ୍ତ ଭାଇ ବାହାରିବେ ବୋଲି ନାରାରେ ପୂରା ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ପ୍ରବଳ ଭିଡ଼ ମଧ୍ୟରେ ଇଡିର ଅଧିକାରୀମାନେ ହେମନ୍ତ ସୋରେନଙ୍କୁ କୋର୍ଟ ଭିତରକୁ ନେଇଥିଲେ।
କୋର୍ଟରେ ଇଡି ତାଙ୍କୁ ହାଜର କରି ପୁଣି ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। କୋର୍ଟର ଇଡିର ଆବେଦନକୁ ଗ୍ରହଣ କରି ହେମନ୍ତ ସୋରେନଙ୍କୁ ଆଉ ୫ ଦିନ ପାଇଁ ରିମାଣ୍ଡରେ ପଠାଇ ଦେଇଛନ୍ତି।
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ୱ ମେଣ୍ଟ ସରକାରର ପ୍ରାୟ ୪୦ ବିଧାୟକଙ୍କୁ ଶକ୍ତି ପରୀକ୍ଷଣ ପୂର୍ବରୁ ସରକାର ଭାଙ୍ଗିଯିବା ଭୟରେ ହାଇଦ୍ରାବାର ଏକ ରିଜସର୍ଟରେ ସୁରକ୍ଷିତ ଭାବେ ରଖାଯାଇଛି। ଝାଡ଼ଖଣ୍ଡ ବିଧାନସଭାରେ ମୋଟ ୮୧ଟି ଆସନ ରହିଛି। ଏହି ହିସାବରେ ସଂଖ୍ୟାଗରିଷ୍ଠତା ହେଉଛି ୪୧। ତେଣୁ ଫ୍ଲୋର ଟେଷ୍ଟ ହେବା ପର୍ଯ୍ୟନ୍ତ ବିଧାୟକମାନଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖାଯିବ। ଏନେଇ ଝାଡ଼ଖଣ୍ଡର କଂଗ୍ରେସ ପ୍ରଭାରୀ ଗୁଲାମ ଅହମ୍ମଦ ମୀର ସୂଚନା ଦେଇଛନ୍ତି।
ସେ କହିଛନ୍ତି, 'ଜଣେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପଦ ଛାଡିବା ଓ ଦଳର ସହଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ଆସନ ହସ୍ତାନ୍ତର କରିବା ଅକଳ୍ପନୀୟ ଓ ଅଦ୍ଭୁତପୂର୍ବ। ସମଗ୍ର ମେଣ୍ଟର ସର୍ବସମ୍ମତି କ୍ରମେ ହେମନ୍ତ ସୋରେନଙ୍କ ଉତ୍ତରାଧିକାରୀଙ୍କୁ ବାଝାଯାଇଛି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟପାଳଙ୍କୁ ତାଙ୍କ ନାମରେ ଆନୁଷ୍ଠାନିକ ପ୍ରସ୍ତାବ ଦିଆଯାଇଛି। ଫେବ୍ରୁଆରୀ ୫ ରେ ବିଧାନସଭାରେ ମେଣ୍ଟ ସରକାରଙ୍କୁ ଶକ୍ତି ପରୀକ୍ଷା ପାଇଁ ଆମନ୍ତ୍ରଣ କରାଯିବ। ସେପର୍ଯ୍ୟନ୍ତ ଆମର ସମସ୍ତ ବିଧାୟକ ଏକ ସୁରକ୍ଷିତ ସ୍ଥାନରେ ରହିବେ ବୋଲି କଂଗ୍ରେସ ନେତା କହିଛନ୍ତି।
VIDEO | Inside visuals of Leonia Resort, Hyderabad, where 37 Jharkhand MLAs of JMM-led alliance are staying.
— Press Trust of India (@PTI_News) February 3, 2024
Deepa Dasmunshi, AICC Telangana in-charge, is looking after all arrangements at the resort. Over 50 policemen have been deployed for security. pic.twitter.com/wtID9wg62Z
ଉଲ୍ଲେଖଯୋଗ୍ୟ, ଚମ୍ପାଇ ସୋରେନ୍ଙ୍କ ଶପଥ ଗ୍ରହଣ ସମାରୋହ ପରେ ବିଧାୟକମାନେ ତେଲଙ୍ଗାନାର ରାଜଧାନୀକୁ ଗସ୍ତ କରିଛନ୍ତି। ସେଠାରେ ଏକ ବ୍ୟକ୍ତିଗତ ରଜର୍ଟରେ ସେମାନଙ୍କୁ ରଖାଯାଇଛି। ସରକାର ଭାଙ୍ଗିଯିବା ଭୟରେ ଜେଏମ୍ଏମ୍ ନିଜର ସମସ୍ତ ବିଧାୟକଙ୍କୁ ଏଠାରେ ରଖିଥିବା କୁହାଯାଉଛି। ବିରୋଧୀମାନେ ଯେପରି ତାଙ୍କ ସହ ଯୋଗାଯୋଗ କରିପାରିବେ ନାହିଁ ସେଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।
କହିରଖୁ ଯେ, ସେପ୍ଟେମ୍ବର ୨୦୨୨ରେ ହେମନ୍ତ ସୋରେନ୍ ନିଜ ସପକ୍ଷରେ ୪୮ଟି ଭୋଟ ପାଇବା ସହ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ।
ଆସନ୍ତା ୧୦ ଦିନ ଭିତରେ ଚମ୍ପାଇ ସୋରେନ ସୋରେନଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ହେବ। ଝାଡ଼ଖଣ୍ଡ ବିଧାନସଭାରେ ୮୧ଟି ଆସନ ଥିବା ବେଳେ ମ୍ୟାଜକ ନମ୍ବର ହେଉଛି ୪୧। ତେବେ ନିଜ ପାଖରେ ୪୩ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ।
ଆଜି ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନଙ୍କୁ ମିଶାଇ ମୋଟ ୩ ଜଣ ଶପଥ ନେଇଥିବା ବେଳେ ଅନ୍ୟ ୩୮ ବିଧାୟକ ସଂଖ୍ୟା ଗରିଷ୍ଠତା ପ୍ରମାଣ ହେବା ଯାଏ ହାଇଦ୍ରାବାଦରେ ରହିବେ। ଏଥିପାଇଁ ଦଳ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବହୁମତ ସାବ୍ୟସ୍ତ କରି ସାରିବା ପରେ ଚମ୍ପାଇ ସୋରେନ୍ ନିଜ କ୍ୟାବିନେଟର ସମ୍ପ୍ରସାରଣ କରିବେ ବୋଲି ଜଣାପଡ଼ିଛି।
ଅପରପକ୍ଷେ, ଜମି ଦୁର୍ନୀତି ମାମଲାରେ ବୁଧବାର ରାତିରେ ଗିରଫ ହୋଇଥିବା ହେମନ୍ତ ସୋରନଙ୍କୁ ୫ ଦିନିଆ ରିମାଣ୍ଡରେ ନେବ ଇଡି। ଏଥିନିମନ୍ତେ କୋର୍ଟ ଅନୁମତି ଦେଇ ସାରିଛନ୍ତି।
ଗତକାଲି ସନ୍ଧ୍ୟାରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ଚମ୍ପାଇ। ତାଙ୍କ ପାଖରେ ୪୩ ବିଧାୟକଙ୍କ ସମର୍ଥନ ଥିବା ଜଣାଇବା ସହ ସରକାର ଗଠନ ଲାଗି ସେ ରାଜ୍ୟପାଳଙ୍କୁ ଜଣାଇଥିଲେ। ଏପଟେ ବିଜେପି ମଧ୍ୟ ଆଜି ନିଜର ବିଧାୟକ ଦଳ ବୈଠକ ଡାକିଛି।
ଚମ୍ପାଇ ସୋରେନ୍ ଝାଡ଼ଖଣ୍ଡ ଟାଇଗର୍ ଭାବେ ପରିଚିତ । ୭ ଥରର ବିଧାୟକ ଅଟନ୍ତି ଚମ୍ପାଇ ସୋରେନ୍ । ଷଢ଼େଇକଳା-ଖରସୁଆଁ ଜିଲ୍ଲା ଜିଲିଙ୍ଗଗୋଡ଼ା ଗାଁରେ ଚମ୍ପାଇଙ୍କ ଘର । ଦଶମ ଯାଏଁ ପଢ଼ିଛନ୍ତି ଚମ୍ପାଇ ସୋରେନ୍ ।
ଶିବୁ ସୋରେନଙ୍କ ସହ ଝାଡ଼ଖଣ୍ଡ ମୁକ୍ତି ଆନ୍ଦୋଳନରେ ସେ ସାମିଲ ଥିଲେ । ସେତିକି ବେଳେ ଝାଡ଼ଖଣ୍ଡ ଟାଇଗର ଭାବେ ଲୋକେ ତାଙ୍କୁ ଜାଣିଥିଲେ । ପ୍ରଥମେ ଷଢ଼େଇକଳାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM)ରେ ଯୋଗ ଦେଇଥିଲେ ଚମ୍ପାଇ ।
ଅପରପକ୍ଷେ, ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆଜି ରିମାଣ୍ଡ ଶୁଣାଣି ରହିଛି। ହେମନ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆବେଦନ କରିଛି। ତେବେ କେତେଦିନ ପାଇଁ ରିମାଣ୍ଡ ମିଳୁଛି ଆଜି ତାହା ଜଣାପଡିବ। ହେମନ୍ତଙ୍କୁ ରିମାଣ୍ଡରେ ନେଇ ଅଧିକ ଛାନଭିନ ଚଳାଇବ ଇଡି।
ଗିରଫ ପରେ ହେମନ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେହିପରି ଗିରଫଦାରିକୁ ଚ୍ୟାଲେଂଜ କରି ହେମନ୍ତ ଆବେଦନ କରିଥିବା ବେଳେ ଆଜି ସୁପ୍ରିମକୋର୍ଟରେ ଏହାର ଶୁଣାଣି ରହିଛି।
ଏହାପରେ ଜେଏମମର ବରିଷ୍ଠ ନେତା ଚମ୍ପାଇ ସୋରେନ ସରକାର ଗଠନ ପାଇଁ ଦାବି ଜଣାଇଥିଲେ। ଏପରି କି ସେ ବୁଧବାର ରାଜ୍ୟପାଳଙ୍କୁ ଭେଟି ତାଙ୍କ ପାଖରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ଥିବା କହିଥିଲେ। ତଥାପି ରାଜ୍ୟପାଳ ତାଙ୍କୁ ଅପେକ୍ଷା କରାଇଥିଲେ। ସରକାର ଗଠନରେ ବିଳମ୍ବ ହେଉଥିବାରୁ ଆଜି ସେ ପୁଣିଥରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନଙ୍କୁ ଭେଟି ତାଙ୍କ ପାଖରେ ୪୩ ବିଧାୟକଙ୍କ ସମର୍ଥନ ଥିବା ଜଣାଇଛନ୍ତି।
ଏଥିସହ ସେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ପ୍ରସ୍ତୁତ ଥିବା ରାଜ୍ୟପାଳଙ୍କୁ କହିଛନ୍ତି। ସରକାର ଗଠନ ପାଇଁ ରାଜ୍ୟପାଳ ତାଙ୍କୁ ଆମନ୍ତ୍ରଣ କରନ୍ତୁ ବୋଲି ମଧ୍ୟ ସେ ଅନୁରୋଧ କରିଛନ୍ତି।
ରାଜ୍ୟପାଳ ତାଙ୍କ ସହ ସରକାର ଗଠନ ବିଷୟରେ ମଧ୍ୟ କଥାବାର୍ତ୍ତା ହୋଇଛନ୍ତି। ତଥାପି ଶପଥ ପାଠ ପାଇଁ ସମୟ କିମ୍ବା ଦିନ ଧାର୍ଯ୍ୟ କରି ନାହାନ୍ତି ରାଜ୍ୟପାଳ ରାଧାକ୍ରିଷ୍ଣନ। ଖୁବଶୀଘ୍ର ସେ ସମୟ ଓ ଦିନ ସମ୍ପର୍କରେ ଘୋଷଣା କରିବେ ବୋଲି ଚମ୍ପାଇ ସୋରେନଙ୍କୁ କହିଛନ୍ତି।
ରାଜ୍ୟପାଳଙ୍କୁ ଭେଟିବା ପୂର୍ବରୁ ଚମ୍ପାଇ ସୋରେନ ଓ ଜେଏମମ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଚମ୍ପାଇ ସୋରେନଙ୍କ ସହ ୪୩ ଜଣ ବିଧାୟକ ରହିଥିବା ଗୋଟିଏ ଭିଡିଓ ମଧ୍ୟ ଜେଏମଏମ ଜାରି କରିଛି। ଚମ୍ପାଇ ସୋରେନଙ୍କ ସମର୍ଥନରେ ବିଧାୟକମାନେ ରାଜ୍ୟ ସର୍କିଟ ହାଉସରେ ରହିଥିବା ଜେଏମମ କହିଛି।
ବିଧାୟକଙ୍କ ସମର୍ଥନ ଥିବାରୁ ଚମ୍ପାଇ ସୋରେନ ରାଜ୍ୟପାଳଙ୍କୁ ଭେଟିଥିଲେ। ହେଲେ ରାଜ୍ୟପାଳ ତାଙ୍କୁ ଏଯାଏ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ନିମନ୍ତ୍ରଣ କରି ନାହାନ୍ତି। ଅବଶ୍ୟ ରାଜ୍ୟପାଳ ଝାରଖଣ୍ଡରେ ଚମ୍ପାଇ ସୋରେନ ସରକାର ଗଠନ କରିବେ ବୋଲି ରାଜି ହୋଇଛନ୍ତି।
ରାଜ୍ୟପାଳଙ୍କୁ ଭେଟିବା ପରେ ଚମ୍ପାଇ ସୋରେନ କହିଛନ୍ତି, “୨୨ ଘଣ୍ଟା ହେଲାଣି ଆମେ ସରକାର ଗଠନ ପାଇଁ ଦାବି କରୁଛୁ। ଆମ ପାଖରେ ସଂଖ୍ୟା ଗରିଷ୍ଠତା ଥିବା ମଧ୍ୟ ଆମେ କହି ସାରିଛୁ। ରାଜ୍ୟପାଳ ସରକାର ଗଠନ ଉପରେ ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଛନ୍ତି।”
ଆଜି ଅପରାହ୍ନରେ ଚମ୍ପାଇ ସୋରେନଙ୍କ ସହ କଂଗ୍ରେସ ବିଧାୟକ ଦଳ ନେତା ଆଲମଗିର ଆଲାମ, ଆରଜେଡି ବିଧାୟକ ସତ୍ୟାନନ୍ଦ ଭୋକଟା, ସିପିଆଇ(ଏମଏଲ)ର ବିଧାୟକ ବିନୋଦ ସିଂହ ଓ ପ୍ରଦୀପ ଯାଦବ ମଧ୍ୟ ରାଜ୍ୟପାଳଙ୍କୁ ଭେଟିଛନ୍ତି।
ହେମନ୍ତ ସୋରେନଙ୍କ ସହ ମିଶି ଯେଉଁମାନେ ସରକାର ଗଠନ କରିଥିଲେ ସେମାନେ ସମସ୍ତେ ଚମ୍ପାଇ ସୋରେନଙ୍କ ସହ ମଧ୍ୟ ରହିଛନ୍ତି ବୋଲି ସବୁ ଦଳ ପକ୍ଷରୁ ଗୋଟିଏ ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଛି।
ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେମନ୍ତ ସୋରେନଙ୍କୁ ଜମି ଦୁର୍ନୀତି ମାମଲାରେ ଗିରଫ କରିଥିଲା। ଆଜି କଡ଼ା ସୁରକ୍ଷାବଳୟ ମଧ୍ୟରେ ତାଙ୍କୁ ରାଞ୍ଚି ସ୍ଥିତ ସ୍ୱତନ୍ତ୍ର ପିଏମଏଲଏ କୋର୍ଟରେ ହାଜର କରାଯାଇଥିଲା। ଇଡି ପକ୍ଷରୁ ହେମନ୍ତ ସୋରେନଙ୍କୁ ୧୦ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା। ତେବେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଏଥିସହ ତାଙ୍କୁ ଦିନକ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ଗିରଫଦାରୀ ବିରୋଧରେ ହେମନ୍ତ ସୋରେନ ଆଜି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆସନ୍ତାକାଲି ଏହାର ଶୁଣାଣି ହେବାର ଅଛି। ଏହାକୁ ଦୃଷ୍ଟିରେ ରଖି ପିଏମଏଲଏ କୋର୍ଟ ଇଡିର ରିମାଣ୍ଡ ଆବେଦନ ଉପରେ ଶୁଣାଣି କରି ନାହାନ୍ତି। ଶୁକ୍ରବାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପିଏମଏଲଏ କୋର୍ଟ ରିମାଣ୍ଡ ଆବେଦନ ଉପରେ ଶୁଣାଣି କରିବେ। ମାମଲାର ଶୁଣାଣି ଶେଷ ନ ହେବା ଯାଏ ହେମନ୍ତ ସୋରେନ ଜେଲରେ ରହିବେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜି କୋର୍ଟ ପରିସରରୁ ହେମନ୍ତ ସୋରେନଙ୍କୁ ଜେଲ ନିଆଯାଉଥିବା ବେଳେ ଜେଏମଏମର ନେତା ଓ କାର୍ଯ୍ୟକର୍ତ୍ତା ଧୈର୍ଯ୍ୟ ହରା ହୋଇପଡ଼ିଥିଲେ।
ସେମାନେ ହେମନ୍ତ ସୋରେନଙ୍କୁ ନେଇ ଯାଉଥିବା ଗାଡ଼ିର ପିଛା କରିଥିଲେ। କିନ୍ତୁ ପୁଲିସ୍ ସେମାନଙ୍କୁ ଅଟକାଇ ଦେଇଥିଲା। ଏହାକୁ ନେଇ ବେଶ କିଛି ସମୟ ପାଇଁ ସମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା।
ଗୋଟିଏ ପଟେ ହେମନ୍ତ ସୋରେନ ଗିରଫ ହୋଇଥିବା ବେଳେ ଅନ୍ୟପଟେ ଜେଏମଏମର ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଆଜି ଅପରାହ୍ନ ୫.୩୦ରେ ସମ୍ଭବତଃ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। କାରଣ ଝାଣ୍ଡଖଣ୍ଡ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନ ତାଙ୍କୁ ୫.୩୦ରେ ରାଜଭନକୁ ଡାକିଛନ୍ତି। ବୁଧବାର ଚମ୍ପାଇ ସୋରେନ ସରକାର ଗଠନ ପାଇଁ ଆବଶ୍ୟକ ବିଧାୟକ ତାଙ୍କ ସହ ଥିବା ରାଜ୍ୟପାଳଙ୍କୁ ଜଣାଇଥିଲେ।
ତଥାପି ସରକାର ଗଠନକୁ ନେଇ ସସପେନ୍ସ ଲାଗି ରହିଥିବାରୁ ଜେଏମମ କୌଣସି ପ୍ରକାରର ରିକ୍ସ ନେବାକୁ ଚାହୁଁନାହିଁ। ତେଣୁ ମେଣ୍ଟ ସରକାରରେ ଥିବା ସମସ୍ତ ବିଧାୟକଙ୍କୁ ହାଇଦ୍ରାବାଦ ପଠାଇବାକୁ ଯୋଜନା ଆରମ୍ଭ ହୋଇଛି। ଯଦି ଆଜି ରାଜ୍ୟପାଳ ଅପରାହ୍ନରେ ସରକାର ଗଠନ ପାଇଁ ଅନୁମତି ଦିଅନ୍ତି, ତା’ହେଲେ ସମସ୍ତ ବିଧାୟକ ଝାରଖଣ୍ଡରେ ରହିବେ। ନଚେତ ଘୋଡ଼ା ବେପାରକୁ ବନ୍ଦ କରିବା ପାଇଁ ସମସ୍ତଙ୍କୁ ହାଇଦ୍ରାବାଦ ପଠାଇ ଦିଆଯିବ ବୋଲି ଜଣାପଡ଼ିଛି।
କୁହାଯାଉଛି ଯେ ଚମ୍ପାଇ ସୋରେନଙ୍କ ସହ ମୋଟ ୪୩ ଜଣ ବିଧାୟକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତ ବିଧାୟକଙ୍କୁ ହାଇଦ୍ରାବାଦ ପଠାଇ ଦିଆଯିବ। ୫ ଜଣ ବିଧାୟକ ରାଞ୍ଚିରେ ରହି ସରକାର ଗଠନ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ।
ଗତ ମଙ୍ଗଳବାର ରାଞ୍ଚିରେ ବସିଥିବା ଶାସକ ଦଳ ବୈଠକରେ ରାଜନୀତିଠୁ ଦୂରେଇ ରହୁଥିବା କଳ୍ପନାଙ୍କ ବଦଳରେ ପୁରୁଖା ରାଜନେତା ଚମ୍ପାଇ ସୋରେନ୍ଙ୍କୁ ବିଧାୟକ ଦଳ ନେତା ଭାବେ ବଛା ଯାଇଥିଲା। ତେଣୁ ସେ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାର ସ୍ଥିର ହୋଇଛି। ମାତ୍ର ଯେଉଁ କଳ୍ପନା ସୋରେନ୍ଙ୍କୁ ମୁଖ୍ୟମନ୍ତ୍ରୀ ପଦର ପ୍ରମୁଖ ଦାବିଦାର ବୋଲି କୁହାଯାଉଥିଲା ସେ କିପରି ରେସ୍ରୁ ଓହରିଗଲେ ତାହା ସମସ୍ତଙ୍କୁ ଚକିତ କରିଛି।
ସୋରେନ ପରିବାର ଝାଡ଼ଖଣ୍ଡର ଆଗ ଧାଡ଼ିର ରାଜନୈତିକ ପରିବାର ଭାବେ ବେଶ୍ ଜଣାଶୁଣା। ହେମନ୍ତ ସୋରେନ୍ଙ୍କ ପୂର୍ବରୁ ତାଙ୍କ ପିତା ଶିବୁ ସୋରେନ ୩ ଥର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଗାଦିରେ ବସି ସାରିଲେଣି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ପରିବାରର ବୟସ୍କ ସଦସ୍ୟ ଥିବା ବେଳେ କଳ୍ପନାଙ୍କ ନାମ ହେମନ୍ତଙ୍କ ଦାବିଦାର ରୂପେ ଉଭା ହେବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଘଟଣାକୁ ନେଇ ପାର୍ଟି ତଥା ପରିବାରରେ ଫାଟ ସୃଷ୍ଟି ହେବା ଆଶଙ୍କା ସୃଷ୍ଟି ଦେଖାଦେଇଥିଲା।
ବିଜେପି ନେତା ନିଶିକାନ୍ତ ଦୁବେ ଗଣମାଧ୍ୟମ ସହ ଆଲୋଚନା କରି କହିଛନ୍ତି, ଜେଏମଏମର ସମୁଦାୟ ୨୯ ବିଧାୟକଙ୍କ ମଧ୍ୟରୁ ୧୮ ବିଧାୟକ ମୁଖ୍ୟମନ୍ତ୍ରୀ ପଦ ପାଇଁ କଳ୍ପନା ସୋରେନଙ୍କ ନାମରେ ରାଜି ନ ଥିଲେ। ଏହି ୧୮ ବିଧାୟକ କଳ୍ପନା ସୋରେନଙ୍କ ବଦଳରେ ହେମନ୍ତ ସୋରେନ୍ଙ୍କ ବଡ଼ ଭାଇ ବସନ୍ତ ସୋରେନ୍ଙ୍କୁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି ଜଣାଇଥିଲେ। କେବଳ ସେତିକି ନୁହେଁ, ଏହି ରେସ୍ରେ ହେମନ୍ତ ସୋରେନ୍ଙ୍କ ସବୁଠୁ ବଡ଼ ଭାଇ ଦୁର୍ଗା ସୋରେନଙ୍କ ପତ୍ନୀ ସୀତା ସୋରେନ୍ଙ୍କ ନାମ ବି ସାମିଲ ଥିଲା। ଦୁର୍ଗା ସୋରେନ୍ଙ୍କର ୨୦୦୯ ମସିହାରେ ଦେହାନ୍ତ ହୋଇ ସାରିଛି।
ଏପରି ସ୍ଥିତିରେ ପରିବାର ସଦସ୍ୟଙ୍କ ଇଚ୍ଛାକୁ ଏଡ଼ାଇ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବାକୁ ହେମନ୍ତ ସୋରେନ୍ ନିଷ୍ପତ୍ତି ନେଇ ପାରିଲେ ନାହିଁ। କାରଣ କଳ୍ପନା ମୁଖ୍ୟମନ୍ତ୍ରୀ ହେଲେ ପରିବାରରେ ଫାଟ ସୃଷ୍ଟି ହେବା ଥୟ ବୋଲି ସେ ଜାଣିଥିଲେ।
ମଙ୍ଗଳବାର , ସୋରେନଙ୍କ ବାସଭବନରେ ଶାସକ ଦଳ ବୈଠକ ବସିଥିବା ବେଳେ ସେଥିରେ ମାତ୍ର ୩୫ ବିଧାୟକ ସାମିଲ ହୋଇଥିଲେ। ଯେଉଁ ବିଧାୟକମାନେ ଏଥିରେ ସାମିଲ ହୋଇ ନ ଥିଲେ ସେମାନେ କଳ୍ପନାଙ୍କ ମୁଖ୍ୟମନ୍ତ୍ରୀ ନାମରେ ସନ୍ତୁଷ୍ଟ ନ ଥିବା ଜଣାଯାଇଥିଲା।
କଳ୍ପନାଙ୍କ ନାମ ମୁଖ୍ୟମନ୍ତ୍ରୀ ପଦ ପାଇଁ ଉଠିବା ପରେ ଏହାକୁ ପ୍ରତିବାଦ କରିଥିଲେ ସୀତା ସୋରେନ । ସେ କହିଥିଲେ, ମୁଁ ସୋରେନ୍ ପରିବାରର ବଡ଼ ବୋହୂ। ମୋ’ ସ୍ୱାମୀ ଝାଡ଼ଖଣ୍ଡ ଆନ୍ଦୋଳନ ପାଇଁ ଦୀର୍ଘ ବର୍ଷ ଆନ୍ଦୋଳନ କରିଥିଲେ। ମୁଁ ହେମନ୍ତ ସୋରେନଙ୍କୁ ଉତ୍ତରାଧିକାରୀ ରୂପେ ଗ୍ରହଣ କରିଥିଲା, ଆଉ କାହାକୁ ନୁହେଁ ବୋଲି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ।
କଳ୍ପନା ଏହି ରେସ୍ରୁ ବାଦ ପଡ଼ିବାର ଆଉ ଏକ କାରଣ ସେ ବିଧାୟକ ନ ଥିବା ବୋଲି ବିବେଚନା କରାଯାଉଛି। କାରଣ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଯାଇଥିଲେ ବି ତାଙ୍କୁ ୬ ମାସ ମଧ୍ୟରେ ନିର୍ବାଚିତ ହେବାକୁ ପଡ଼ିଥାନ୍ତା। ମାତ୍ର ଚଳିତ ବର୍ଷ ନଭେମ୍ବର, ଡିସେମ୍ବରରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଥିବାରୁ ପୁଣି ଥରେ ଉପନିର୍ବାଚନ କରିବା କାଠିକର ପାଠ ହୋଇଥାନ୍ତା। ଏପରି ସ୍ଥିତିରେ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥାନ୍ତା।
ନିଜ ଶାସନ କାଳରେ ହେମନ୍ତ ସୋରେନ୍ ବନ୍ଧା ହୋଇଥିବା ବେଳେ ଏହା ଝାଡ଼ଖଣ୍ଡ ଇତିହାସ ପାଇଁ ନୂଆ କଥା ନୁହେଁ । ୨୦୦୦ ମସିହା ନଭେମ୍ବର ୧୫ରେ ଗଠିତ ହୋଇଥିଲା ଝାଡ଼ଖଣ୍ଡ ରାଜ୍ୟ । ଇତି ମଧ୍ୟରେ ୨୩ ବର୍ଷ ବିତି ସାରିଥିବା ବେଳେ ମୁଖ୍ୟମନ୍ତ୍ରୀ ଗାଦିରେ ୬ ଜଣ ବସି ସାରିଲେଣି। ମାତ୍ର ସେମାନଙ୍କ ମଧ୍ୟରୁ ୩ ଜଣ ନିଜ ଶାସନ କାଳରେ ହିଁ ବନ୍ଧା ହୋଇଛନ୍ତି। ନିଜ ମୁଖ୍ୟମନ୍ତ୍ରୀତ୍ୱ କାଳରେ ବନ୍ଧା ହୋଇଥିବା ଝାଡ଼ଖଣ୍ଡର ୩ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସୋରେନ ପିତାପୁତ୍ର ଯୋଡ଼ି ବି ଅଛନ୍ତି। ତେବେ ସମସ୍ତେ ଭିନ୍ନ ଭିନ୍ନ ମାମଲାରେ ବନ୍ଧା ହୋଇଛନ୍ତି।
ହେମନ୍ତ ସୋରେନଙ୍କ ପରି ତାଙ୍କ ପିତା ଶିବୁ ସୋରେନ ମଧ୍ୟ ଶାସନ ଗାଦିରେ ଥିବା ବେଳେ ବନ୍ଧା ହୋଇଥିଲେ। ସୋରେନ ପିତାପୁତ୍ରଙ୍କୁ ବାଦ ଦେଲେ ମଧୁ କୋଡ଼ା ବି ସମାନ ଢଙ୍ଗରେ ଗିରଫ ହୋଇ ଜେଲ୍ ଯାଇଥିଲେ।
ଶିବୁ ସୋରେନ
ହେମନ୍ତ ସୋରେନଙ୍କ ପିତା ଶିବୁ ସୋରେନ ୨୦୦୫ ମସିହାରେ ୧୦ ଦିନ ପାଇଁ ଶାସନ ଗାଦି ସମ୍ଭାଳିଥିଲେ। ଏହାପରେ ୨୦୦୮ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଓ ୨୦୦୯ରୁ ୨୦୧୦ ମସିହା ପର୍ଯ୍ୟନ୍ତ ସେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ। ଏହି ସମୟ ମଧ୍ୟରେ ନିଜ ବ୍ୟକ୍ତିଗତ ସଚିବଙ୍କୁ ହତ୍ୟା ମାମଲାରେ ଶିବୁ ସୋରେନ ଦୋଷୀ ସାବ୍ୟସ୍ତ ହୋଇଥିଲେ।
୧୯୯୪ ମସିହାରେ ଏହି ଅପରାଧ ସଂଘଟିତ ହୋଇଥିବା ବେଳେ ୨୦୦୬ ମସିହାରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ଦଣ୍ଡାଦେଶ ଶୁଣାଣି କରିଥିଲେ। ମାତ୍ର ଆବଶ୍ୟକ ପ୍ରମାଣ ଅଭାବରୁ ୨୦୦୭ ମସିହାରେ ତାଙ୍କ ଦଣ୍ଡାଦେଶକୁ ଉଠାଇ ଦିଆଯାଇଥିଲା। ୨୦୧୮ ମସିହାରେ ସୁପ୍ରିମକୋର୍ଟ ବି ଏହି ରାୟକୁ କାଏମ ରଖିଥିଲେ।
ଏହାବାଦ ୨୦୦୪ ମସିହାରେ ଜାମତାଡ଼ା ବିଭାଗୀୟ ନ୍ୟାୟିକ ମାଜିଷ୍ଟ୍ରେଟ ଅଦାଲତରେ ଶିବୁ ସୋରେନ୍ଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଥିଲା। ଏଥିନିମନ୍ତେ ଶିବୁ ସୋରେନଙ୍କୁ ୨୦୦୪ ମସିହା ଜୁଲାଇ ୨୪ ତାରିଖରେ ମନମୋହନ ସରକାରରୁ କେନ୍ଦ୍ର କୋଇଲା ମନ୍ତ୍ରୀପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ଫାଷ୍ଟ ଟ୍ରାକ୍ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ପ୍ରମାଣ ଅଭାବରୁ ଶିବୁ ସୋରେନ ମୁକ୍ତି ପାଇଥିଲେ।
ମଧୁ କୋଡା
ମଧୁ କୋଡା ୨୦୦୬ ମସିହାରୁ ୨୦୦୮ ମସିହା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଥିଲେ। ମନି ଲଣ୍ଡରିଂ ମାମଲା ସହ ସେ ପ୍ରାୟ ୪ ହଜାର କୋଟିରୁ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ କୋଡା ୨୦୦୯ ମସିହାରେ ଗିରଫ ହୋଇଥିବା ବେଳେ ୨୦୧୩ ମସିହାରେ ଜେଲ୍ରୁ ମୁକ୍ତ ହୋଇଥିଲେ। ଏହାପରେ ପୁଣି ଥରେ ୨୦୧୭ ମସିହାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୩ ବର୍ଷର ସଶ୍ରମ କାରାଦଣ୍ଡ ଓ ୨୫ ଲକ୍ଷ ଜରିମାନା ଲାଗୁ କରାଯାଇଥିଲା।
ଜାଣନ୍ତୁ, କେଉଁ ମୁଖ୍ୟମନ୍ତ୍ରୀ ଯାଇ ନାହାନ୍ତି ଜେଲ୍
ଝାଡ଼ଖଣ୍ଡ ରାଜ୍ୟ ଗଠନକୁ ଇତି ମଧ୍ୟରେ ୨୪ ବର୍ଷ ହୋଇଥିବା ବେଳେ ଶାସନ ଗାଦିରେ ବସି ସାରିଲେଣି ୬ ମୁଖ୍ୟମନ୍ତ୍ରୀ । ସେମାନଙ୍କ ମଧ୍ୟରୁ ବାବୁଲାଲ ମାରାଣ୍ଡି, ଅର୍ଜୁନ ମୁଣ୍ଡା ଓ ରଘୁବର ଦାସ ନିଜ ଶାସନ କାଳରେ ଜେଲ୍ ଯାଇ ନ ଥିବା ଜଣାଯାଇଛି। ବାବୁଲାଲ ମାରାଣ୍ଡି, ଅର୍ଜୁନ ମୁଣ୍ଡା ନିଜ ଶାସନ କାଳକୁ ସମ୍ପୂର୍ଣ୍ଣ କରି ପାରି ନ ଥିବା ବେଳେ କେବଳ ରଘୁବର ଦାସ ହିଁ ୫ ବର୍ଷ ଧରି ଶାସନ ଗାଦିରେ ବସିବାକୁ ସକ୍ଷମ ହୋଇଥିଲେ।
ଜମି ଦୁର୍ନୀତି ମାମଲାରେ ଗତକାଲି ଇଡି ଦ୍ୱାରା ବିଧିବଦ୍ଧ ଭାବେ ଗିରଫ ହେବା ପୂର୍ବରୁ ନିଜ ‘X’ ରେ ଏପରି ଭାବେ ମନର ଭାବନାକୁ ଉପସ୍ଥାପନ କରିଥିଲେ ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଲୋକପ୍ରିୟ କବି ଶିବମଙ୍ଗଳ ସିଙ୍ଗ ସୁମନଙ୍କ ଦ୍ୱାରା ରଚିତ କବିତାର କିଛି ଅଂଶ ମଧ୍ୟ ସେ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଉପସ୍ଥାପନ କରିବାକୁ ଭୁଲି ନ ଥିଲେ। କଠିନ ପରିସ୍ଥିତିରେ ବି ସେ ଚଟାଣ ପରି ଛିଡ଼ା ହୋଇ ସବୁ ଝଡ଼ଝଞ୍ଜାକୁ ସାମନା କରିବାର ସତସାହସ ତାଙ୍କ ନିକଟରେ ଥିବା ଉଲ୍ଲେଖ କରିଛନ୍ତି ହେମନ୍ତ ସୋରେନ୍ ।
ଜମି ଦୁର୍ନୀତି ମାମଲାରେ ଗତକାଲି ଇଡି ତାଙ୍କୁ ମୁଖ୍ୟମନ୍ତ୍ରୀ ନିବାସରେ ଦୀର୍ଘ ୫ ଘଣ୍ଟାରରୁ ଅଧିକ ସମୟ ଜେରା କରିଥିଲା । ବିଧିବଦ୍ଧ ଭାବେ ଗିରଫ ହେବା ପୂର୍ବରୁ ହେମନ୍ତ ସୋରେନ ରାଜଭବନରେ ପହଞ୍ଚିଥିଲେ। ଇଡି ଅଧିକାରୀଙ୍କ ଉପସ୍ଥିତିରେ ସେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନଙ୍କୁ ନିଜର ଇସ୍ତଫାପତ୍ର ଦେଇଥିଲେ। ଏହାପରେ ଇଡି ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଥିବା ଘୋଷଣା କରିଥିଲା ।
ତେବେ ଇଡି ଟିମ୍ ସହ ନିଜ ବାସଭବନରୁ ରାଜଭବନ ଅଭିମୁଖେ ଯିବା ପୂର୍ବରୁ ସୋରେନ୍ଙ୍କ ମୁହଁରେ ହସ ଥିବା ବେଳେ ବାହାରେ ଛିଡ଼ା ହୋଇଥିବା ଜନସାଧାରଣଙ୍କୁ ହାତ ହଲାଇଥିଲେ। ଆଜି ଇଡି ପକ୍ଷରୁ ତାଙ୍କୁ ରାଞ୍ଚିସ୍ଥିତ ସ୍ୱତନ୍ତ୍ର PMLA କୋର୍ଟରେ ହାଜର କରାଯିବା ସହ ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରାଯିବ ବୋଲି ଜଣାଯାଇଛି।
ସୋମବାର ଇଡି ପକ୍ଷରୁ ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ଭାସଭବନରେ ଇଡିର ଅଧିକାରୀମାନେ ରେଡ କରିଥିଲେ। ରେଡ ବେଳେ ଜମି ଦୁର୍ନୀତି ସହ ଜଡ଼ିତ ଏକାଧିକ ଦସ୍ତାବିଜ ଓ ନଗଦ ୩୬ ଲକ୍ଷ ଟଙ୍କା ମିଳିଥିଲା। ସେହିପରି ବାସଭବନରେ ଥିବା ଦାମୀ BMW କାରକୁ ମଧ୍ୟ ଇଡି ଜବତ କରିଥିଲା। ଇଡି ହେମନ୍ତ ସୋରେନଙ୍କୁ ଜେରା ପାଇଁ ଡାକିଥିଲେ ମଧ୍ୟ ସେ ୪୦ ଘଣ୍ଟା ଧରି ହଠାତ୍ କେଉଁ ଆଡ଼େ ଚାଲି ଯାଇଥିଲେ।
ସେ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଆସିଥିଲେ ହେଁ ସେଠାରୁ କାର ଯୋଗେ ଅତ୍ୟନ୍ତ ଗୋପନ ଭାବେ ଝାରଖଣ୍ଡରେ ପହଞ୍ଚି ଯାଇଥିଲେ। ୪୦ ଘଣ୍ଟା ପରେ ସେ କ୍ୟାମେରା ସାମ୍ନାକୁ ଆସିଥିଲେ। ହେମନ୍ତ ସୋରେନଙ୍କ ପତ୍ତା ମିଳିବା ପରେ ଗତକାଲି ଅପରାହ୍ନ ପ୍ରାୟ ୩ଟା ବେଳେ ଇଡିର ଅଧିକାରୀମାନେ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ।
ବିଧିବଦ୍ଧ ଭାବେ ଗିରଫ ହେବା ପୂର୍ବରୁ ହେମନ୍ତ ସୋରେନ ରାଜଭବନରେ ପହଞ୍ଚିଥିଲେ। ଇଡି ଅଧିକାରୀଙ୍କ ଉପସ୍ଥିତିରେ ସେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନଙ୍କୁ ନିଜର ଇସ୍ତଫାପତ୍ର ଦେଇଥିଲେ। ଏହାପରେ ଇଡି ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଥିବା ଘୋଷଣା କରିଛି।
ସୋମବାର ଇଡି ପକ୍ଷରୁ ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ଭାସଭବନରେ ଇଡିର ଅଧିକାରୀମାନେ ରେଡ କରିଥିଲେ। ରେଡ ବେଳେ ଜମି ଦୁର୍ନୀତି ସହ ଜଡ଼ିତ ଏକାଧିକ ଦସ୍ତାବିଜ ଓ ନଗଦ ୩୬ ଲକ୍ଷ ଟଙ୍କା ମିଳିଥିଲା। ସେହିପରି ବାସଭବନରେ ଥିବା ଦାମୀ BMW କାରକୁ ମଧ୍ୟ ଇଡି ଜବତ କରିଥିଲା। ଇଡି ହେମନ୍ତ ସୋରେନଙ୍କୁ ଜେରା ପାଇଁ ଡାକିଥିଲେ ମଧ୍ୟ ସେ ୪୦ ଘଣ୍ଟା ଧରି ହଠାତ୍ କେଉଁ ଆଡ଼େ ଚାଲି ଯାଇଥିଲେ।
ସେ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଆସିଥିଲେ ହେଁ ସେଠାରୁ କାର ଯୋଗେ ଅତ୍ୟନ୍ତ ଗୋପନ ଭାବେ ଝାରଖଣ୍ଡରେ ପହଞ୍ଚି ଯାଇଥିଲେ। ୪୦ ଘଣ୍ଟା ପରେ ସେ କ୍ୟାମେରା ସାମ୍ନାକୁ ଆସିଥିଲେ। ହେମନ୍ତ ସୋରେନଙ୍କ ପତ୍ତା ମିଳିବା ପରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଇଡିର ଅଧିକାରୀମାନେ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ।
ଏହାପରେ ତାଙ୍କୁ ସେଠାରେ ଜେରା ଆରମ୍ଭ ହୋଇଥିଲା। ଜେରା ବେଳେ ହେମନ୍ତ ସୋରେନ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଫଳରେ ଇଡି ତାଙ୍କୁ ନିଜ ହେପାଜତକୁ ନେଇଥିଲା। ଇଡି ହେପାଜତରେ ଥିବା ବେଳେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ତାଙ୍କୁ ଇଡି ଗିରଫ କରିଛି।
ଆଜି ସେ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି। କିନ୍ତୁ ତାଙ୍କ ନାଁ ବେଆଇନ ଖଣି ଖନନ ଓ କୋଇଲା ଘୋଟାଲା ଭଳି ମାମଲା ମଧ୍ୟ ରହିଛି। ଏହି ମାମଲାର ତଦନ୍ତ ମଧ୍ୟ ଉଭୟ ଇଡି ଓ ସିବିଆଇ କରୁଛନ୍ତି। ଦୁଇ ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କ ସକ୍ରିୟ ଭୂମିକା ଥିବା ପ୍ରମାଣ ଇଡି ହାତରେ ଲାଗିଛି। ତେଣୁ ଆଗକୁ ହେମନ୍ତ ସୋରେନଙ୍କ ଅଡ଼ୁଆ ବଢ଼ିବ ବୋଲି କୁହାଯାଉଛି।
ଇଡି ଆଜି ଅପରାହ୍ନ ୩ଟାରୁ ହେମନ୍ତଙ୍କୁ ଜେରା ଆରମ୍ଭ କରିଥିଲା। ୫ ଘଣ୍ଟାରୁ ଅଧିକ ସମୟ ଜେରା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଇଡିର ଅଧିକାରୀମାନେ ବାହାରି ଯାଇଛନ୍ତି। ଜେରା ଶେଷ ହେବା କ୍ଷଣି ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଇଡିର ଅଧିକାରୀମାନଙ୍କ ସହ ହେମନ୍ତ ରାଜଭବନ ଯାଇ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନଙ୍କୁ ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି।
ଜେଏମଏମ ସହ ଶାସକ ମେଣ୍ଟରେ ଥିବା କଂଗ୍ରେସ ଓ ବାମପନ୍ଥୀ ଦଳର ବିଧାୟକମାନେ ରାଜଭବନରେ ପହଞ୍ଚି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଚମ୍ପାଇ ସୋରେନ ବିଧାୟକ ଦଳର ନେତା ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି। ତେଣୁ ସେ ଝାରଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ ହୋଇଛନ୍ତି।
ହେମନ୍ତ ସୋରେନଙ୍କ ସରକାରରେ ଚମ୍ପାଇ ସୋରେନ ପରିବହନ ଠାରୁ ଆରମ୍ଭ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଗୋଟିଏ ପଟେ ଇଡି ହେମନ୍ତ ସୋରେନଙ୍କୁ ଜେରା କରୁଥିବା ବେଳେ ଅନ୍ୟପଟେ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।
ଝାରଖଣ୍ଡ କଂଗ୍ରେସ ମୁଖ୍ୟ ରାଜେଶ ଠାକୁର କହିଛନ୍ତି, “ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଚମ୍ପାଇ ସୋରେନ ବିଧାୟକ ଦଳର ନୂଆ ନେତା ଭାବେ ମନୋନୀତ ହୋଇଛନ୍ତି। ସବୁ ବିଧାୟକ ଆମ ସହ ରହିଛନ୍ତି।”
ରାଞ୍ଚିରେ ଥିବା ଏସ୍ସି/ଏସ୍ଟି ପୁଲିସ୍ ଷ୍ଟେସନରେ ସେ ଅଭିଯୋଗ ଦାଖଲ କରିଛନ୍ତି। ସୋମବାର ଦିଲ୍ଲୀ ସ୍ଥିତ ସୋରେନଙ୍କ ବାସଭବନରେ ଇଡି ରେଡ କରିଥିଲା। କେବଳ ଜଣେ ଆଦିବାସୀଙ୍କୁ ହଇରାଣ କରିବା ପାଇଁ ଇଡି ଏପରି ରେଡ କରିଥିବା ହେମନ୍ତ ସୋରେନ ତାଙ୍କ ଅଭିଯୋଗରେ କହିଛନ୍ତି। ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅନୁସୂଚିତ ଜନଜାତି ସଂପ୍ରଦାୟରୁ ଆସିଛନ୍ତି।
ରାଞ୍ଚିର ଏସ୍ପି ଚନ୍ଦନ କୁମାର ସିହ୍ନା କହିଛନ୍ତି, “ଇଡିର କିଛି ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏଫଆଇଆର ହୋଇଛି। ଆମେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆପ୍ଲିକେସନ ପାଇଛୁ।”
ଆଜି ଇଡିର ଅଧିକାରୀମାନେ ହେମନ୍ତ ସୋରେନଙ୍କୁ ତାଙ୍କ ରାଞ୍ଚି ସ୍ଥିତ ବାସଭବନରେ ଜେରା କରୁଛନ୍ତି। ଜମି ଦୁର୍ନୀତି ମାମଲାରେ ଇଡି ରୁଜୁ କରିଥିବା ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଜେରା କରାଯାଉଛି।
ସମ୍ଭବତଃ ତାଙ୍କୁ ଇଡି ଖୁବଶୀଘ୍ର ଗିରଫ କରିପାରେ। ନିକଟରେ ସୋରେନଙ୍କ ଦିଲ୍ଲୀ ବାସଭବନରେ ଇଡି ରେଡ କରି ୩୬ ଲକ୍ଷ ଟଙ୍କା ଓ ଦାମୀ କାର ମଧ୍ୟ ଜବତ କରିଥିଲା। ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଇଡି ଜେରା କରୁଥିବାରୁ ଏହାକୁ ନେଇ ରାଜନୀତିକ ହଟଚମଟ ମଧ୍ୟ ଦେଖିବାକୁ ମିଳିଛି।
ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନ୍ଙ୍କୁ ଲଗାତର ୯ ଥର ସମନ ଜାରି କରିବା ପରେ ବି ସେ ଇଡିକୁ ଧରାଛୁଆଁ ଦେଉ ନ ଥିଲେ। ଶେଷରେ ଆଜି ଇଡି ଟିମ୍ ସୋରେନ୍ଙ୍କୁ ପଚରାଉଚରା ପାଇଁ ଅପରାହ୍ନ ୧ଟାରେ ତାଙ୍କ ବାସଭବନରେ ପହଞ୍ଚିବ ବୋଲି ଜଣାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଇଡି ଟିମ୍ ସୋରେନ୍ଙ୍କ ବାସଭବନରେ ପ୍ରବେଶ କରିଛି।
ଏହି ସମୟରେ ସୋରେନ୍ଙ୍କ ହଜାର ହଜାର ସମର୍ଥକ ତାଙ୍କ ବାସଭବନ ବାହାରେ ଭିଡ଼ ଜମାଇଛନ୍ତି। ଆଜି ସୋରେନ୍ଙ୍କ ଗିରଫଦାରୀ ଆଶଙ୍କା ଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି।
ଆଜି ଇଡି କାର୍ଯ୍ୟାଳୟରୁ ୧୫ଟି କାର୍ ସୋରେନ୍ଙ୍କ ବାସଭବନ ଅଭିମୁଖେ ଯାଇଥିବା ଜଣାଯାଇଛି। ଯେକୌଣସି ସମୟରେ ଉତ୍ତେଜନା ସୃଷ୍ଟି ହେବା ଆଶଙ୍କାରେ ଇଡି ଟିମ୍ କାର୍ରେ ହେଲମେଟ୍ ନେଇ ଯାଇଥିବା ଦେଖିବାକୁ ମିଳିଛି। କଡ଼ା ସୁରକ୍ଷା ବଳୟରେ ଇଡି ଟିମ୍ ସିଏମ୍ ହାଉସ୍ରେ ପହଞ୍ଚି ସାରିଛନ୍ତି। ଅତ୍ୟଧିକ ସୁରକ୍ଷା ଯୋଗାଇବାକୁ ଇଡି ନିର୍ଦ୍ଦେଶକ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ୩ଟି ଟିମ୍ ଗଠନ କରାଯାଇଛି।
ଏହା ପୂର୍ବରୁ ସୋରେନ୍ ଦିଲ୍ଲୀରେ ଥିବା ସୂଚନା ପାଇ ଇଡି ଟିମ୍ ସୋମବାର ତାଙ୍କ ଦିଲ୍ଲୀସ୍ଥିତ ଶାନ୍ତି ନିକେତନରେ ପଶିଥିଲା। ମାତ୍ର ସେଠାରେ ସୋରେନ୍ଙ୍କ ପତ୍ତା ମିଳି ନ ଥିଲା। ଦୀର୍ଘ ୪୦ ଘଣ୍ଟା ଗାଏବ ରହିବା ପରେ ଗତକାଲି ସୋରେନ୍ ରାଞ୍ଚିରେ ପହଞ୍ଚିଥିଲେ। ଇତି ମଧ୍ୟରେ ସେ ଦିଲ୍ଲୀରୁ ରାଞ୍ଚି ପର୍ଯ୍ୟନ୍ତ ୧୨୫୦ କିମି ସଡ଼କ ପଥରେ ଯାତ୍ରା କରିଥିବା ଜଣାଯାଇଛି। ନିଜ ଯାତ୍ରା ସମୟରେ ସେ JMMର ବରିଷ୍ଠ ନେତାଙ୍କ ସହ ସାକ୍ଷାତ କରି ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରିଥିବା ଜଣାଯାଇଛି। ଏହି ସମୟରେ ପତ୍ନୀ କଳ୍ପନା ସୋରେନ ବି ମୁଖ୍ୟମନ୍ତ୍ରୀଙ୍କ ପାଖେପାଖେ ଥିବା ଜଣାଯାଇଛି।
ଆଜି ହେମନ୍ତ ସୋରେନ୍ ଗିରଫ ହେବାର ଆଶଙ୍କା ରହିଥିବା ବେଳେ ଏପରି ସ୍ଥିତିରେ ତାଙ୍କ ପତ୍ନୀ କଳ୍ପନା ସୋରେନ୍ଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଗତକାଲି ସୋରେନ୍ଙ୍କ ବାସଭବନରେ ଶାସକ ଦଳ ବୈଠକ ବସିଥିବା ବେଳେ ବିଧାୟକମାନଙ୍କଠାରୁ ସାଦା କାଗଜରେ ଦସ୍ତଖତ ନିଆଯାଇଥିବା ଜଣାଯାଇଛି।
ହେମନ୍ତ ସୋରେନ ଦିଲ୍ଲୀରୁ ଗାଏବ ହୋଇ ରାଞ୍ଚିରେ ପହଞ୍ଚିବା ପଛରେ କେଜ୍ରିୱାଲଙ୍କ ହାତ ରହିଛି । ତେଣୁ ଉଭୟ ନେତାଙ୍କୁ ଚୋର ବୋଲି କହିବାକୁ କରିବାକୁ ପଛାଇ ନାହାନ୍ତି ବିଜେପି ନେତା ନିଶିକାନ୍ତ ଦୁବେ ।
ଏନେଇ ନିଶିକାନ୍ତ ଦୁବେ ଟ୍ୱିଟ କରି କହିଛନ୍ତି, କେଜ୍ରିୱାଲ ବାରଣାସୀ ପର୍ଯ୍ୟନ୍ତ ସୋରେନ୍ଙ୍କୁ ଏସକର୍ଟ କରିଥିବା ବେଳେ ସେଠାରୁ ରାଞ୍ଚି ପର୍ଯ୍ୟନ୍ତ ପହଞ୍ଚାଇବା ନିମନ୍ତେ ଝାଡ଼ଖଣ୍ଡ ମନ୍ତ୍ରୀ ମିଥିଲେଶ ଠାକୁର ସୋରେନଙ୍କୁ ସାହାଯ୍ୟ କରିଥିଲେ।
ଗତ ସୋମବାର ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋରେନ୍ଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ଚିଥିଲା। ସେଠାରେ ଇଡି ୩୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ରହିଥିବା ବେଳେ ସୋରେନଙ୍କ ଦେଖାଦର୍ଶନ ମିଳି ନ ଥିଲା। ଏହି ସମୟରେ ଦିଲ୍ଲୀ ଘରେ ଚଢ଼ାଉ କରି ଇଡି କିଛି ନଗଦ ୩୬ ଲକ୍ଷ ଟଙ୍କା, ୨ଟି ବିଏମ୍ଡବ୍ଲୁ କାର୍ ଓ ଅନେକ ଡକ୍ୟୁମେଣ୍ଟ ମଧ୍ୟ ଜବତ କରିଥିଲଶ। ଉକ୍ତ ସମୟରେ ସୋରେନ୍ ନିଜ ଝାଡଖଣ୍ଡ ବାସଭବନରେ ବି ନ ଥିଲେ । ତାଙ୍କ ବାସଭବନ ସମେତ ଅନେକ ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ତାଙ୍କ ପତ୍ତା ମିଳି ନ ଥିଲା। ଏହାପରେ ଗତକାଲି ହଠାତ୍ ସୋରେନ୍ ରାଞ୍ଚିରେ ଆର୍ବିଭାବ ହୋଇଥିଲେ।
ରାଞ୍ଚିରେ ପହଞ୍ଚିବା ପରେ ସୋରେନ ଶାସକ ଦଳର ସମସ୍ତ ବିଧାୟକଙ୍କ ବୈଠକ କରିଥିଲେ। ଉକ୍ତ ବୈଠକରେ ଜେଏମଏମ, କଂଗ୍ରେସ ଏବଂ ସିପିଆଇ (ଏମଏଲ) ର ବିଧାୟକମାନେ ଅଂଶଗ୍ରହଣ କରିଥିଲେ।
ଜମି ଦୁର୍ନୀତିର ମନି ଲଣ୍ଡରିଂ ମାମଲାରେ ଆଜି ଇଡି ସୋରେନ୍ଙ୍କୁ ପଚରାଉଚରା କରିପାରେ ବୋଲି ଚର୍ଚ୍ଚା ହେଉଛି।
ପୂର୍ବରୁ ନଅ ନଅ ଥର ସମନ ଟାଳି ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ ହେମନ୍ତ ସୋରେନ। ଦଶମ ଥର ଲାଗି ଜାନୁଆରୀ ୨୯ କିମ୍ବା ୩୦ରେ ହାଜର ହେବାକୁ ଇଡି ହେମନ୍ତଙ୍କୁ ଶେଷ ସୁଯୋଗ ଦେଇଥିଲା । ହେଲେ ହେମନ୍ତ ଓଲଟା ଇଡିକୁ ଚିଠି ଲେଖିଛନ୍ତି ଯେ, ସେ ବଜେଟ ପାଇଁ ବ୍ୟସ୍ତ । ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ସମନ କରାଯାଇଛି। ଏହାପରେ ଆଜି ରାଞ୍ଚିସ୍ଥିତ ନିଜ ବାସଭବନରେ ଇଡିକୁ ଭେଟିବାକୁ ରାଜି ହୋଇଛନ୍ତି ହେମନ୍ତ ସୋରେନ। ଗତ ୨୦ରେ ମଧ୍ୟ ରାଞ୍ଚିସ୍ଥିତ ବାସଭବନରେ ହେମନ୍ତଙ୍କୁ ୭ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା ଇଡି।
ଦିଲ୍ଲୀରୁ ଗତ ୨୯ ତାରିଖରୁ ଗାଏବ ହୋଇଥିବା ଝଡଖଣ୍ଡ ମୁଖ୍ୟମନ୍ତ୍ରୀ ଶେଷରେ ଗତକାଲି ରାଞ୍ଚିରେ ପ୍ରକଟ ହୋଇଥିଲେ। ଇଡି ସହ ଦୀର୍ଘ ୪୦ ଘଣ୍ଟାର ଲୁଚକାଳି ଖେଳ ପରେ ହେମନ୍ତ ସୋରେନ୍ ରାଞ୍ଚିରେ ପହଞ୍ଚିଥିଲେ। ଏହାପରେ ସେ ଶାସକ ଦଳର ସମସ୍ତ ବିଧାୟକଙ୍କ ସହ ସେ ନିଜ ବାସଭବନରେ ବୈଠକ କରିଥିଲେ। । ଏଠାରେ ପହଞ୍ଚିବା ପରେ ଶାସକ ଦଳର ସମସ୍ତ ବିଧାୟକଙ୍କ ସହ ସେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ବୈଠକ କରିଛନ୍ତି। ଉକ୍ତ ବୈଠକରେ ଜେଏମଏମ, କଂଗ୍ରେସ ଏବଂ ସିପିଆଇ (ଏମଏଲ) ର ବିଧାୟକମାନେ ଅଂଶଗ୍ରହଣ କରିଥିଲେ।
ସେପଟେ ଆର୍ଥିକ ଅନିୟମିତତା ମାମଲାରେ ଯଦି ହେମନ୍ତ ସୋରେନ ଇଡି ଦ୍ୱାରା ଗିରଫ ହୁଅନ୍ତି, ତେବେ ସେ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବାର ସବୁ ବନ୍ଦୋବସ୍ତ କରାଇ ସାରିଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ଶେଷରେ ଏହି ତ୍ରିପାକ୍ଷିକ ପ୍ରେମ କାହାଣୀ ଭୟଙ୍କର ରୂପ ନେଇଛି। ସ୍କୁଲ ଭିତରେ ଫୁଟିଛି ଗୁଳି। ଜଣେ ଶିକ୍ଷକ ପ୍ରେମରେ ଧୋକା ଖାଇବା ପରେ ଶିକ୍ଷୟିତ୍ରୀ ଓ ତାଙ୍କର ସହଯୋଗୀ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଛନ୍ତି।
ଦୁଇ ଜଣଙ୍କୁ ହତ୍ୟା କରିବା ପରେ ଶିକ୍ଷକ ଜଣଙ୍କ ନିଜ ମୁଣ୍ଡକୁ ମଧ୍ୟ ଗୁଳି କରି ଦେଇଛନ୍ତି। ତେବେ ଏଯାଏ ତାଙ୍କର ମୃତ୍ୟୁ ହୋଇନାହିଁ। ଏବେ ସେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି।
ଝାରଖଣ୍ଡର ଗୋଡ୍ଡା ଜିଲ୍ଲାରେ ଥିବା ଗୋଟିଏ ସରକାରୀ ସ୍କୁଲରେ ଏପରି ଘଟଣା ଘଟିଛି। ପୁଲିସ୍ କହିଛି ଯେ ରାଜଧାନୀ ରାଞ୍ଚି ଠାରୁ ୩୦୦ କିମି ଦୂର ପୋରାଇୟାହାଟ ଅଞ୍ଚଳରେ ଥିବା ଛାତ୍ରା ଅପଗ୍ରେଡେଡ ସ୍କୁଲରେ ୩ ଜଣ ଯାକ ପିଲାଙ୍କୁ ପାଠ ପଢ଼ାଉଥିଲେ।
ଆଜି ସ୍କୁଲ ଚାଲିଥିବା ବେଳେ ଦିନ ୧୧ଟାରେ ପୂରା ଘଟଣା ଘଟିଛି। ସ୍କୁଲର ଗୋଟିଏ ରୁମରୁ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ସେହିପରି ଅଭିଯୁକ୍ତ ଶିକ୍ଷକ ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି।
ଗୁଳିମାଡ଼ର ଶବ୍ଦ ଶୁଣି ସ୍କୁଲର ପିଲା ଓ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନେ ରୁମ ଆଡ଼କୁ ଦୌଡ଼ିଥିଲେ। କିନ୍ତୁ ଉକ୍ତ ରୁମଟି ଭିତରୁ ବନ୍ଦ ରହିଥିଲା। ସେମାନଙ୍କ ଠାରୁ ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା।
ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିବା ସହ କବାଟ ଭାଙ୍ଗି ରୁମ ଭିତରକୁ ପଶିଥିଲା। କିନ୍ତୁ ସେତେବେଳକୁ ଦୁଇ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ସେହିପରି ଅଭିଯୁକ୍ତ ଶିକ୍ଷକ ଜଣଙ୍କୁ ନିଜକୁ ମୁଣ୍ଡର ଡାହାଣ ପଟକୁ ଗୁଳି କରି ସାରିଥିଲେ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ତ୍ରିପାକ୍ଷିକ ପ୍ରେମ ସମ୍ପର୍କରୁ ଏତେ ବଡ଼ ଘଟଣା ଘଟିଛି। ଗାଁ ଲୋକ ଓ ସ୍କୁଲ ପିଲାଙ୍କ କହିବା କଥା ଯେ ଦୁଇ ଶିକ୍ଷକଙ୍କ ସହ ଶିକ୍ଷୟିତ୍ରୀଙ୍କ ରୋମାଣ୍ଟିକ ସମ୍ପର୍କ ରହିଥିଲା।
ମୃତ ଦୁଇ ଜଣ ହେଲେ ସୁଜାତା ମିଶ୍ରା(୩୫) ଓ ଆଦର୍ଶ ସିଂହ(୪୦)। ସୁଜାତାଙ୍କ ଘର ପୋରାଇୟାହାଟରେ ହୋଇଥିବା ବେଳେ ଆଦର୍ଶଙ୍କ ଘର ଉତ୍ତର ପ୍ରଦେଶର ଚାଣ୍ଡୋଲିରେ। ଆହତ ଶିକ୍ଷକ ଜଣଙ୍କ ହେଲେ ୪୨ ବର୍ଷୀୟ ରବି ରଞ୍ଜନ। ତାଙ୍କ ଘର ପୋରାଇୟାହାଟ ମୁଖ୍ୟ ମାର୍କେଟ ଅଞ୍ଚଳରେ।
ରବି ରଞ୍ଜନ ୩ଟି ଗୁଳି ଆଦର୍ଶଙ୍କ ଉପରୁ ଚଳାଇଥିଲେ। ସେହିପରି ସୁଜାତା ଗୋଟିଏ ଗୁଳିରେ ପ୍ରାଣ ହରାଇଛନ୍ତି। ରବିଙ୍କ ଠାରୁ ଦୁଇଟି ଦେଶ ବନ୍ଧୁକ ଜବତ ହୋଇଛି। କିନ୍ତୁ ହତ୍ୟାକାଣ୍ଡ ପାଇଁ ସେ ଗୋଟିଏ ବନ୍ଧୁକର ବ୍ୟବହାର କରିଥିଲେ।
ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମଙ୍ଗଳବାର ବାପୁ ବାଟିକାରେ ତାଙ୍କ ବିଧାୟକମାନଙ୍କୁ ଭେଟିଥିଲେ ଏବଂ ପରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସମୟରେ ଦୀର୍ଘ ଘଣ୍ଟା ଧରି ଗାଏବ ରହିଥିବା ପ୍ରଶ୍ନର ସେ ଉତ୍ତର ଦେଇଛନ୍ତି। ସେ କହିଛନ୍ତି 'ମୁଁ ଆପଣଙ୍କ ହୃଦୟରେ ଥିଲି। ମୁଁ ଥିଲି, ଥିବି ଆଉ ରହିବି।' ଏହା ପୂର୍ବରୁ ହେମନ୍ତ ସୋରେନ ବିଧାୟକମାନଙ୍କୁ ଭେଟିଥିଲେ। ତେବେ ଆଜି ସଂଧ୍ୟାରେ ଜେଏମଏମ ବିଧାୟକ ଦଳର ବୈଠକ ବସି ଦଳର ପରବର୍ତ୍ତି କାର୍ଯ୍ୟପନ୍ଥା ସଂପର୍କରେ ବିଚାର କରାଯିବ। ଦୁଇ ଦିନ ଧରି ହେମନ୍ତ ସୋରେନ୍ ଗାଏବ ଥିଲେ। ତେବ ଆଜି ହଠାତ୍ ରାଞ୍ଚିରେ ପହଞ୍ଚିବା ପରେ ବିଧାୟକଙ୍କ ସହ ମିଶି ନିଜ ସରକାରର ସେ ଏକତା ପ୍ରଦର୍ଶନ କରିଛନ୍ତି।
ସେପଟେ ମୁଖ୍ୟମନ୍ତ୍ରୀ ସୋରେନ୍ଙ୍କୁ ଇଡି ସମନ୍ ଓ ତାଙ୍କ ନିଖୋଜ ହୋଇଥିବା ପୋଷ୍ଟର ଜାରି କରିବାକୁ ନେଇ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଛି। ଜେଏମ୍ଏମ୍ କର୍ମୀ ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଛନ୍ତି, 'ନିଜ ବ୍ୟକ୍ତଗତ କାମ ପାଇଁ ଶନିବାର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଥିଲେ। କାମ ସରିବା ପରେ ସେ ଦିଲ୍ଲୀରୁ ଫେରି ଆସିଛନ୍ତି। ମୁଖ୍ୟମନ୍ତ୍ରୀ ଜଣେ ବ୍ୟକ୍ତି ନୁହନ୍ତି, ଏକ ସଂସ୍ଥା। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଜେପି ଯେଉଁ ଶବ୍ଦ ପ୍ରୟୋଗ କରିଛି ତାହା ବିରୋଧରେ ସିଆର୍ପିସି ଧାରା ୪୯୯ ଲାଗୁ ହେଉଛି। ଖୁବଶୀଘ୍ର ମାନହାନୀ ମକଦ୍ଦମା କରିବୁ ବୋଲି ଜେଏମ୍ଏମ୍ କହିଛି।
କହିରଖୁ ଯେ, ଜମି ଦୁର୍ନୀତିର ମନିଲଣ୍ଡରିଂ ମାମଲାରେ ଆସନ୍ତାକାଲି ହେମନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିବ। ଏପରିକି ହେମନ୍ତ ସୋରେନ୍ଙ୍କୁ ଇଡି ଗିରଫ କରିପାରେ ବୋଲି କୁହାଯାଉଛି। ତେବେ ଗିରଫଦାରୀରୁ ବର୍ତ୍ତିବା ପାଇଁ ସେ ଆଇନଗତ ରାସ୍ତା ଖୋଜୁଥିବା ଜଣାପଡିଛି। ଏଥିପାଇଁ ବାରମ୍ବାର ସମନ ପରେ ବି ସେ ପଚରାଉଚରା ପାଇଁ ହାଜର ହେଉନାହାନ୍ତି। ବିବାର ଠାରୁ ଇଡିକୁ ଭୂଆଁ ବୁଲାଉଛନ୍ତି। ହେମନ୍ତ ଦିଲ୍ଲୀ ସ୍ଥିତ ବାସଭବନ ଶାନ୍ତି ନିକେତନରେ ପଶି ପ୍ରାୟ ନଗଦ ୩୬ ଲକ୍ଷ ଟଙ୍କା ଓ ୨ଟି ବିଏମ୍ଡବ୍ଲୁ କାର୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରିଛି ଇଡି।
ଦୀର୍ଘ ସମୟ ଧରି ହେମନ୍ତ ସୋରେନ୍ ଗାଏବ୍ ରହିବା ପରେ ବିଜେପି ତାଙ୍କୁ ନିଖୋଜ ବୋଲି ଘୋଷଣା କରି ପୋଷ୍ଟର ମାରିଥିଲା। ଏଥିସହ ହେମନ୍ତ ସୋରେନ୍ଙ୍କୁ ଯିଏ ସୂଚନା ଦେବ ତାଙ୍କୁ ୧୧ ହଜାର ଟଙ୍କା ପରଷ୍କାର ରାଶି ମିଳିବ ବୋଲି ବିଜେପି ଘୋଷଣା କରିଥିଲା।
ମନି ଲଣ୍ଡରିଂ ମାମଲାରେ ଇଡି ସୋରେନ୍ଙ୍କୁ ନୂଆ ସମନ ଜାରି କରି ୨୯ରୁ ୩୧ ଜାନୁଆରୀ ଭିତରେ ପଚରାଉଚରା କରିବା ପାଇଁ ସମୟ ମାଗିଥିଲା। ଏହାଥିଲା ଇଡି ପକ୍ଷରୁ ସୋରେନ୍ଙ୍କୁ ୧୦ମ ଥର ସମନ୍ କରାଯାଇଥିଲା। ତେବେ ନୂଆ ସମନ ଜାରି ହେବା ପରେ ପରେ ସୋରେନ୍ ଅଚାନକ ଦିଲ୍ଲୀ ପଳାଇ ଆସିଥିଲେ। ଶନିବାର ରାତିରେ ସେ ଝାଡଖଣ୍ଡରୁ ଦିଲ୍ଲୀ ଗସ୍ତରେ ବାହାରିଥିଲେ।
ବର୍ତ୍ତମାନ ଦିଲ୍ଲୀ ବିମାନ ବନ୍ଦରରେ ହେମନ୍ତ ସୋରେନ୍ଙ୍କ ଚାଟାର୍ଡ ପ୍ଲେନ୍ ଉପସ୍ଥିତ ଅଛି। ଜେନେରାଲ ଏଭିଏସନ୍ ଟର୍ମିନାଲରେ ସୋରେନ୍ଙ୍କ ଚାଟାର୍ଡ ବିମାନ ଠିଆ ହୋଇଛି। ଆଜି ହିଁ ସୋରେନ୍ ଝାଡଖଣ୍ଡ ଫେରିଥାନ୍ତେ। କିନ୍ତୁ ସେ ଏବେ ଯାଏଁ ବିମାନ ବନ୍ଦରରେ ପହଞ୍ଚି ନାହାନ୍ତି। କେବଳ ସେତିକି ନୁହେଁ ସେ ଶାନ୍ତି ନିକେତନ, ମୋତିଲାଲ ନେହରୁ ସ୍ଥିତ ଘର ଓ ଝାଡଖଣ୍ଡ ଭବନରେ ମଧ୍ୟ ଉପସ୍ଥିତ ନାହନ୍ତି। ସେପଟେ ଇଡିର ୭ ଜଣିଆ ଟିମ୍ ଶାନ୍ତି ନିକେତନ ସ୍ଥିତ ତାଙ୍କ ବାସଭବନରେ ଏବେ ବି ସର୍ଚ୍ଚ ଜାରି ରହିଛି। କୁଆଡେ ଖଲେ ହେମନ୍ତ ସୋରେନ୍, ସେ ନେଇ ଖୋଜାଖୋଜି ଚାଲିଛି।
ଏହାରି ଭିତରେ ଜେରା ପାଇଁ ହେମନ୍ତ ସୋରେନ୍ ଖୁବଶୀଘ୍ର ତଦନ୍ତ ଏଜେନ୍ସି ସାମ୍ନାରେ ହାଜର ହେବେ ବୋଲି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ଜମି ଦୁର୍ନୀତି ମାମଲାରେ ପଚରାଉଚରା ନିମନ୍ତେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କିଛି ଦିନ ପୂର୍ବରୁ ଦଶମ ସମନ ଜାରି ହୋଇଥିଲା। ତାଙ୍କୁ ୨୯ରୁ ୩୧ ଜାନୁୟାରୀ ମଧ୍ୟରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା। ହେମନ୍ତ ସୋରେନ ହାଜର ନ ହେଲେ ଇଡି ଟିମ୍ ତାଙ୍କୁ ପଚରାଉଚରା ପାଇଁ ପହଞ୍ଚିବ ବୋଲି କୁହାଯାଇଥିଲା।
ସାତ ଥର କାଳ ସମନ କରିବା ପରେ ମଧ୍ୟ ହେମନ୍ତ ସୋରେନ୍ ଇଡିରେ ହାଜର ହୋଇନଥିବାରୁ ଗତ ୨୦ ତାରିଖରେ ଖୋଦ୍ ଇଡିର ଅଧିକାରୀମାନେ ତାଙ୍କ ରାଞ୍ଚିସ୍ଥିତ ବାସଭବନରେ ପଶିଥିଲେ। ଉକ୍ତ ଦିନ ସୋରେନଙ୍କୁ ପ୍ରାୟ ୮ ଘଣ୍ଟା ପାଖାପାଖି ପଚରାଉଚରା କରାଯାଇଥିବା ବେଳେ ଜେରା କିନ୍ତୁ ସମ୍ପୂର୍ଣ୍ଣ ହୋଇ ପାରି ନ ଥିଲା। ଏହାପରେ ପୁଣି ଥରେ ସୋରେନଙ୍କୁ ସମନ ଜାରି କରାଯାଇଥିଲା।
ଏହାପରେ ହେମନ୍ତ ସୋରେନଙ୍କୁ ଜାନୁୟାରୀ ୨୭ରୁ ୩୧ ମଧ୍ୟରେ ହାଜର ହେବାକୁ ସମନ ଜାରି କରାଯାଇଥିଲା। ମାତ୍ର ଏନେଇ ସୋରେନଙ୍କ ପକ୍ଷରୁ କୌଣସି ଉତ୍ତର ନ ମିଳିବାରୁ ତାଙ୍କୁ ହାଜର ହେବା ନିମନ୍ତେ ୨୯ରୁ ୩୧ ମଧ୍ୟରେ ତାରିଖ ସ୍ଥିର କରିବାକୁ କୁହାଯାଇଥିଲା।
ସୋରେନ ଦକ୍ଷିଣ ଦିଲ୍ଲୀ ଅଞ୍ଚଳ ସ୍ଥିତ ନିଜ ଘର ଶାନ୍ତି ନିକେତନରେ ଥିବା ସୂଚନା ପାଇ ଆଜି ଇଡି ଟିମ୍ ସେଠାରେ ପଶିଛି। ଏହି ସମୟରେ ଦିଲ୍ଲୀ ପୁଲିସ୍ ପକ୍ଷରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ତେଣୁ ଆଜି ତାଙ୍କ ଗିରଫଦାରୀ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଜମି ଦୁର୍ନୀତି ମାମଲାରେ ପଚରାଉଚରା ନିମନ୍ତେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କିଛି ଦିନ ପୂର୍ବରୁ ଦଶମ ସମନ ଜାରି ହୋଇଥିଲା। ତାଙ୍କୁ ୨୯ରୁ ୩୧ ଜାନୁୟାରୀ ମଧ୍ୟରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା। ହେମନ୍ତ ସୋରେନ ହାଜର ନ ହେଲେ ଇଡି ଟିମ୍ ତାଙ୍କୁ ପଚରାଉଚରା ପାଇଁ ପହଞ୍ଚିବ ବୋଲି କୁହାଯାଇଥିଲା।
ଇଡି ଦ୍ୱାରା ସମନ ଜାରି ପରେ ହେମନ୍ତ ସୋରେନ ଦିଲ୍ଲୀ ପଳାଇଥିଲେ। ଏହାପରେ ଆଜି ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପଶିଛି ଇଡି ।
ସାତ ଥର କାଳ ସମନ କରିବା ପରେ ମଧ୍ୟ ହେମନ୍ତ ସୋରେନ୍ ଇଡିରେ ହାଜର ହୋଇନଥିବାରୁ ଗତ ୨୦ ତାରିଖରେ ଖୋଦ୍ ଇଡିର ଅଧିକାରୀମାନେ ତାଙ୍କ ରାଞ୍ଚିସ୍ଥିତ ବାସଭବନରେ ପଶିଥିଲେ। ଉକ୍ତ ଦିନ ସୋରେନଙ୍କୁ ପ୍ରାୟ ୮ ଘଣ୍ଟା ପାଖାପାଖି ପଚରାଉଚରା କରାଯାଇଥିବା ବେଳେ ଜେରା କିନ୍ତୁ ସମ୍ପୂର୍ଣ୍ଣ ହୋଇ ପାରି ନ ଥିଲା। ଏହାପରେ ପୁଣି ଥରେ ସୋରେନଙ୍କୁ ସମନ ଜାରି କରାଯାଇଥିଲା।
ଏହାପରେ ହେମନ୍ତ ସୋରେନଙ୍କୁ ଜାନୁୟାରୀ ୨୭ରୁ ୩୧ ମଧ୍ୟରେ ହାସଲ ହେବାକୁ ସମନ ଜାରି କରାଯାଇଥିଲା। ମାତ୍ରଏନେଇ ସୋରେନଙ୍କ ପକ୍ଷରୁ କୌଣସି ଉତ୍ତର ନ ମିଳିବାରୁ ତାଙ୍କୁ ହାଜର ହେବା ନିମନ୍ତେ ୨୯ରୁ ୩୧ ମଧ୍ୟରେ ତାରିଖ ସ୍ଥିର କରିବାକୁ କୁହାଯାଇଥିଲା। ଏହାପରେ ଆଜି ତାଙ୍କ ଦିଲ୍ଲୀ ବାସଭବନରେ ପଶିଛି ଇଡି ଟିମ୍ ।
ବାରମ୍ବାର ଇଡି ସମନ ଆସୁଥିବା ଘଟଣାକୁ ନେଇ ସୋରେନ ବିଜେପିକୁ ଟାର୍ଗେଟ କରିଛନ୍ତି। ତାଙ୍କ ଭାବମୂର୍ତ୍ତି ଖରାପ କରିବାକୁ ରାଜନୈତିକ ଉଦ୍ଦେଶ୍ୟରେ ତାଙ୍କୁ ବାରମ୍ବାର ଏହି ସମନ ପଠାଯାଉଥିବା ସେ ଅଭିଯୋଗ କରିଛନ୍ତି।
ଗତ ବର୍ଷଠୁ ଇଡି ରାଞ୍ଚିରେ ହୋଇଥିବା ଶହେ କୋଟିର ଜମି ଦୁର୍ନୀତି ମାମଲାର ତଦନ୍ତ କରୁଥିବା ବେଳେ ଏହି ମାମଲାରେ ୧୪ ଜଣଙ୍କ ଗିରଫଦାରୀ ହୋଇ ସାରିଛି।
ଆବଶ୍ୟକ ସାମଗ୍ରୀ: ଚାଉଳ , ବୁଟ ଡାଲି, ବିରି ଡାଲି, ରିଫାଇନ ତେଲ, ଅଦା, କଞ୍ଚାଲଙ୍କା, ଲୁଣ, ହଳଦି, ଧନିଆ ପାଉଡର, ଚାଟ ମସଲା, ଗୋଟା ଜିରା, ହେଙ୍ଗୁ ।
ପ୍ରସ୍ତୁତ ପ୍ରଣାଳୀ: ଏକ କପ୍ ଚାଉଳ ସାଙ୍ଗରେ ଅଧା କପ ବୁଟ ଡାଲି ଓ ତାହାର ଅଧା ବିରି ଡାଲିକୁ ଏକ ପାତ୍ରରେ ଭିଜାଇ ଦିଅନ୍ତୁ। ଏହାକୁ ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ। ପରେ ଏଥିରେ କିଛି ଅଦା, କଞ୍ଚାଲଙ୍କା ମିଶାଇ ବାଟି ଦିଅନ୍ତୁ ।
ଏହାକୁ ଏକ ପାତ୍ରରେ ବାହାର କରି ଫୁଲିବା ପାଇଁ ୨ ଘଣ୍ଟା ଛାଡ଼ି ଦିଅନ୍ତୁ। ଏବେ ସେଥିରେ ଲୁଣ, ହଳଦି, ଧନିଆ ପାଉଡର, ଚାଟ ମସଲା, ଗୋଟା ଜିରା, ହେଙ୍ଗୁ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।
ଏହାପରେ ଏକ ପ୍ୟାନ୍ରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଆଣ ମିଶ୍ରଣକୁ ଛୋଟ ଛୋଟ ଆକାରରେ ପକାଇ ମିଡିୟମ ଫ୍ଲେମ୍ରେ ଛାଣନ୍ତୁ। ଉଭୟ ପଟ ଗୋଲଡେନ ଫ୍ରାଏ ହେବା ପର୍ଯ୍ୟନ୍ତ ତାହାକୁ ଛାଣନ୍ତୁ।
ଏହାପରେ ଗରମାଗରମ ଦୁଷକାକୁ କଳା ଚଣା ତରକାରୀ କିମ୍ବା ଆଳୁ ଦମ୍ ସହ ପରଷନ୍ତୁ। ଏହା ସମସ୍ତଙ୍କୁ ନିଶ୍ଚିତ ଭାବେ ପସନ୍ଦ ଆସିବ ।
ହେମନ୍ତ ସୋରେନ୍ଙ୍କୁ ଇଡି ଜେରା କରୁଥିବା ବେଳେ ଝାଡଖଣ୍ଡରେ ହାଇ ଭୋଲଟେଜ ଡ୍ରାମା ଆରମ୍ଭ ହୋଇଯାଇଛି। ଲୋକେ ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ସେପଟେ ହେମନ୍ତ ସୋରେନ୍ଙ୍କ ଘର ଆଖପାଖରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୋରେନ୍ଙ୍କ ବାସଭବନ ସମତେ ରାଞ୍ଚିର ଇଡି କାର୍ଯ୍ୟାଳୟ ସମ୍ମୁଖରେ ୧୦୦୦ରୁ ଅଧିକ ପୁଲିସ କର୍ମୀ ମୁତୟନ ହୋଇଛନ୍ତି। ଏପରିକି ଲୋକଙ୍କ ଗହଳି ଆଶଙ୍କା କରି ବ୍ୟାରିକେଡ ମଧ୍ୟ ଲଗାଯାଇଛି। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଗାଡି ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ରାଞ୍ଚିର ବରିଷ୍ଠ ପୁଲିସ ଅଧିକ୍ଷକ ଚନ୍ଦନ କୁମାର ସିହ୍ନା କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଜେରାକୁ ବିରୋଧ କରି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମୀମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବଡ ସଂଖ୍ୟାରେ ଦଳର ଆଦିବାସୀ ସମର୍ଥକମାନେ ହାତରେ ଧନୁ ତୀର ଧରି ରାସ୍ତାକୁ ଓହ୍ଲାଇଛନ୍ତି। ଅନ୍ୟପଟେ ଜେଏମ୍ଏମ୍ର କର୍ମୀମାନେ ମୁହଁ ହେମନ୍ତ ସୋରେନ୍ଙ୍କ ମାସ୍କ ପିନ୍ଧି ପ୍ରତିବାଦ କରିଛନ୍ତି।
ଗୋଟିଏ ପଟେ ରାସ୍ତା ଉପରକୁ ଦଳର କର୍ମୀମାନେ ଓହ୍ଲାଇ ପ୍ରତିବାଦ କରୁଥିବାବେଳେ ଅନ୍ୟପଟେ ଜେଏମ୍ଏମ୍ର ନେତା ଭାବୁକ ହୋଇପଡିଛନ୍ତି। ଜେରା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚି ବିଧାୟକ ଇରଫାନ୍ ଅନ୍ସାରୀ ହେମନ୍ତ ସୋରେନ୍ଙ୍କୁ ଆଲିଙ୍ଗନ କରି କାନ୍ଦି ପକାଇଛନ୍ତି। ଅପରପକ୍ଷେ ସୋରେନ, ମୋର ଅପେକ୍ଷା କରିବ କହି, ପଚରାଉଚରା ସମୟରେ ସମସ୍ତ ବିଧାୟକ ଏବଂ କ୍ୟାବିନେଟ ମନ୍ତ୍ରୀଙ୍କୁ ରାଞ୍ଚିରେ ରହିବାକୁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଜମି ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରିବା ପାଇଁ ଇଡି ସାତ ଥର ହେମନ୍ତ ସୋରେନଙ୍କୁ ସମନ କରିସାରିଛି। କିନ୍ତୁ ସେ ଥରଟିଏ ବି ଇଡିରେ ହାଜର ହୋଇ ନାହାନ୍ତି। ସୋରେନ୍ ଜାନୁଆରୀ ୨ରେ ତାଙ୍କୁ ସମନ ପଠାଇବାର କାରଣ ପଚାରିବା ସହ ଇଡି ଉପରେ ପ୍ରଶ୍ନ ଉଠାଇଥିଲେ। ରାଜନୈତିକ ଉଦ୍ଦେଶ୍ୟରେ ତାଙ୍କୁ ଏହି ସମନ ପଠାଯାଉଛି। ସମନ ପାଇଁ ତାଙ୍କୁ ବାରମ୍ବାର ମିଡିଆ ଟ୍ରାଏଲର ସାମ୍ନା କରିବାକୁ ପଡୁଛି। ଏଭଳି କରି ତାଙ୍କ ଭାବମୂର୍ତ୍ତି ଖରାପ କରିବାକୁ ଚେଷ୍ଟା କରାଯାଉଛି ବୋଲି ସୋରେନ ଇଡିକୁ ଚିଠି ଲେଖି କହିଥିଲେ।
ଏହାପରେ ଇଡି ଜାନୁଆରୀ ୧୩ ତାରିଖରେ ହେମନ୍ତ ସୋରେନ୍ଙ୍କୁ ଏକ ଚିଠି ଲେଖିଥିଲା। ଜାନୁଆରୀ ୧୬ରୁ ୨୦ ଭିତରେ ତାଙ୍କୁ ଜେରା କରିବା ପାଇଁ ଇଡି ତାଙ୍କୁ ଅନୁରୋଧ କରିଥିଲା। ଏଥିପାଇଁ ସଠିକ୍ ସ୍ଥାନ ନିର୍ଦ୍ଧାରିତ କରିବାକୁ ଇଡି ହେମନ୍ତ ଚିଠି ଲେଖି ପଚାରିଥିଲା। ଏହାର ଜବାବରେ ସୋରେନ୍ ଇଡିଙ୍କୁ ତାଙ୍କ ବାସଭବନରେ ଜାନୁଆରୀ ୨୦ରେ ବୟାନ ରେକର୍ଡ କରିପାରିବ ବୋଲି କହିଥିଲେ।
ରାଞ୍ଚିର ବଡଗାଇ ଅଞ୍ଚଳରେ ହୋଇଥିବା ଜମି ଦୁର୍ନୀତି ମାମଲରେ ଇଡି ହେମନ୍ତ ସୋରେନ୍ଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଛି। ଏଥିପାଇଁ ତାଙ୍କୁ ଅଗଷ୍ଟ ୧୪ରେ ପ୍ରଥମ ସମନ ଜାରି କରିଥିଲା। ଏହାପରେ ଥରକୁ ଥର ଇଡି ତାଙ୍କୁ ୭ ଥର ସମନ ଜାରି କରି ସାରିଥିବା ବେଳେ ସୋରେନ ଏହାକୁ ଏଡ଼ାଇ ଚାଲିଥିଲେ।
ଗତ ଦୁଇ ଦିନ ପୂର୍ବେ ଇଡି ହେମନ୍ତ ସୋରେନ ଙ୍କୁ କଡ଼ା ସନ୍ଦେଶ ପଠାଇ ୧୬ରୁ ୨୦ ଜାନୁୟାରୀ ମଧ୍ୟରେ ନିଜ ବୟାନ ରେକର୍ଡ କରିବାକୁ ଇଡି ତାଗିଦ କରିଥିଲା। ଏପରିକି ସେ ଇଡ଼ି କାର୍ଯ୍ୟାଳୟକୁ ନ ଆସି ପାରିଲେ ଇଡି ତାଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ପାରିବ ବୋଲି ବି କୁହାଯାଇଥିଲା। ମାତ୍ର ଉକ୍ତ ସମୟରେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ, ଏଥିନିମନ୍ତେ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ଇଡି ଚେତାଇ ଦେଇଛି।
ଗତ ୨୯ ଡିସେମ୍ବରରେ ସପ୍ତମ ଥର ପାଇଁ ତଦନ୍ତକାରୀ ଏଜେନ୍ସି ସମନ ପଠାଇ ଡକାଇଥିଲା। ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ଡିସେମ୍ବର ୩୧ ଡେଡ୍ଲାଇନ୍ ଦିଆଯାଇଥିଲା। ତେବେ ସେ ଏହାକୁ ଖାତିର କରିନଥିଲେ। ହାଜର ହବାକୁ ମନା କରିଦେଇଥିଲେ।
ଏହାପରେ ସୋରେନ ବାରମ୍ବାର ସମନ ପଠାଇବା ନେଇ ଇଡି ଉପରେ ପ୍ରଶ୍ନ ଉଠାଇଥିଲେ। ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ସୃଷ୍ଟି ପାଇଁ ରାଜନୈତିକ ଉଦ୍ଦେଶ୍ୟରେ ତାଙ୍କୁ ଏହି ସମନ ପଠାଯାଉଥିବା ସେ ଅଭିଯୋଗ କରିଥିଲେ। ସମନ ପାଇଁ ତାଙ୍କୁ ବାରମ୍ବାର ମିଡିଆ ଟ୍ରାଏଲର ସାମ୍ନା କରିବାକୁ ପଡୁଛି। ଏଭଳି କରି ତାଙ୍କ ଭାବମୂର୍ତ୍ତି ଖରାପ କରିବାକୁ ଚେଷ୍ଟା କରାଯାଉଛି ବୋଲି ସୋରେନ୍ ଇଡି ଚିଠି ଲେଖି କହିଥିଲେ।
କେନ୍ଦ୍ରୀୟ ଏଜେନ୍ସିର କୌଣସି ବି ପ୍ରଶ୍ନର ଉତ୍ତର ନଦେବାକୁ ଝାଡ଼ଖଣ୍ଡ ସରକାର ସମସ୍ତ ବିଭାକୁ ନିର୍ଦ୍ଦେଶ ଜାରି କରିଛନ୍ତି। କେବଳ ସେତିକି ନୁହେଁ ସିଧାସଳଖ କେନ୍ଦ୍ରୀୟ ଏଜେନ୍ସିଗୁଡିକୁ କୌଣସି ଦସ୍ତାବିଜ ହସ୍ତାନ୍ତର ନ କରିବାକୁ ମଧ୍ୟ କୁହାଯାଇଛି। ଏନେଇ ପ୍ରଥମେ କ୍ୟାବିନେଟ ସଚିବାଳୟ ବା ଭିଜିଲାନ୍ସ ଡିପାର୍ଟମେଣ୍ଟକୁ ବିଭାଗର ସଚିବମାନଙ୍କୁ ରିପୋର୍ଟ କରିବାକୁ ସରକାର କହିଛନ୍ତି।
ଅଧା ଅଧୁରା ତଥ୍ୟ ଯୋଗୁ ଭ୍ରମ ସୃଷ୍ଟି ହୋଇପାରେ। ଅଧା ଅଧୁରା ତଥ୍ୟ କେନ୍ଦ୍ରୀୟ ଏଜେନ୍ସିଗୁଡିକୁ ଯେମିତି ନଦିଆଯିବ ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଝାଡଖଣ୍ଡ ସରକାର କହିଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ପ୍ରଧାନ ସଚିବ ବନ୍ଦନା ଡାଡେଲ ମଙ୍ଗଳବାର ଏନେଇ ସମସ୍ତ ବିଭାଗକୁ ଚିଠି ଲେଖି ଜଣାଇଛନ୍ତି।
ଇଡି, ସିବିଆଇ ବା ଆଇଟି ବିଭାଗ ଭଳି ଏଜେନ୍ସି ପକ୍ଷରୁ ଅଧିକାରୀମାନଙ୍କ ପାଖକୁ କୌଣସି ନୋଟିସ ଆସୁଛି ତେବେ ତୁରନ୍ତ ସେମାନେ ନିଜ ବିଭାଗର ମଖ୍ୟଙ୍କୁ ସୂଚନା ଦେବେ। ବିଭାଗ ମୁଖ୍ୟ ନୋଡାଲ ଏଜେନ୍ସିକୁ ଏନେଇ ଅବଗତ କରାଇବେ। ଏହାପରେ କ୍ୟାବିନେଟ୍ ସଚିବାଳୟ ଓ ଭିଜିଲାନ୍ସ ବିଭାଗ ଆଇନଗତ ପରାମର୍ଶ ଲୋଡିବ। ଏହାପରେ କେନ୍ଦ୍ରୀୟ ଏଜେନ୍ସିକୁ ତଥ୍ୟ ପ୍ରଦାନ କରାଯିବ ବୋଲି ଉକ୍ତ ଚିଠିରେ କୁହାଯାଇଛି।
ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଆଇ ଓ ଆୟକର ବିଭାଗ ଭଳି କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ ସହଯୋଗ ନ କରିବା ପାଇଁ ହେମନ୍ତ ସୋରେନ ଏହି ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି।
ଉଲ୍ଲେଖଯୋଗ୍ୟ, ରାଞ୍ଚି ଜମି ଦୁର୍ନୀତି ମାମଲାରେ ହଜାର ହେବାକୁ ହେମନ୍ତ ସୋରେନଙ୍କୁ ଇଡି ସାତ ଥର ସମନ ଜାରି କରିବା ସତ୍ତ୍ୱେ ସେ ହାଜର ହେଉ ନାହାନ୍ତି। ଏବେ ପୁଣି ଥରେ ସପ୍ତମ ଥର ପାଇଁ ତାଙ୍କୁ ସମନ ଜାରି କରା ଯାଇଛି। ଏହି ମାମଲାରେ ଇଡି ତାଙ୍କୁ ଗିରଫ କରିପାରେ ବୋଲି ହେମନ୍ତ ସୋରେନ୍ ଭୟ କରୁଛନ୍ତି।
ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜଳି ସୋରେନ କହିଛନ୍ତି, 'ଯଦି ଆବଶ୍ୟକ ପଡେ ତେବେ କଳ୍ପନା ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ମୁଖ୍ୟମନ୍ତ୍ରୀ ହେବା ପାଇଁ ଦଳର ଅନ୍ୟ ସଦସ୍ୟମାନେ ମଧ୍ୟ ଅଛନ୍ତି। କିନ୍ତୁ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ। ମୁଁ ସ୍ପଷ୍ଟ ଭାବେ କହିପାରୁନି, କିନ୍ତୁ ଯଦି ଆବଶ୍ୟକ ପଡେ ତେବେ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ।'
ଗତ କିଛି ଦିନ ତଳେ ଇଡି ତଦନ୍ତ ଜାରି ରହିଥିବାରୁ ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ମୁଖ୍ୟମନ୍ତ୍ରୀ ଚେହେରା ବଦଳାଇ ପାରେ ବୋଲି କୁହାଯାଉଥିଲା। ମୁଖ୍ୟମନ୍ତ୍ରୀ ପାଇଁ ହେମନ୍ତ ସୋରେନ୍ଙ୍କ ପତ୍ନୀ କଳ୍ପନା ସୋରେନ୍ଙ୍କ ନାଁ ଆଗକୁ ଆସିଥିଲା। ତେବେ ବୁଧବାର ହେମନ୍ତ ସୋରେନଙ୍କ ବାସଭବନରେ ହୋଇଥିବା ବୈଠକ ପରେ ସେ ଇସ୍ତଫା ଦେବା ଖବରକୁ ଖଣ୍ଡନ କରିଥିଲେ।
#WATCH | When asked about speculations that Jharkhand CM Hemant Soren's wife Kalpana Soren could be the next CM of the state in case of ED action against him, his sister Anjali Soren says, "If needed, she can become (the CM). Our party has other members too, it will be decided in… pic.twitter.com/XKfGjK1Wzk
— ANI (@ANI) January 7, 2024
ଉଲ୍ଲେଖଯୋଗ୍ୟ, ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେମନ୍ତ ସୋରେନଙ୍କୁ ଜେରା ପାଇଁ ବାରମ୍ବାର ନୋଟିସ କରିଛି। ହେଲେ ହେମନ୍ତ ସୋରେନ ଇଡି ନୋଟିସକୁ ଆଗ୍ରାହ୍ୟ କରିଦେଇଛନ୍ତି। ଏହି କ୍ରମରେ ଇଡି ସପ୍ତମ ନୋଟିସ ଜାରି କରି ଆପଣ ନିଜେ କୁହନ୍ତୁ କେବେ ଓ କେଉଁଠି ଦେଖାହେବ ବୋଲି ହେମନ୍ତ ସୋରେନଙ୍କୁ ପଚାରିଛି। ଏହି କାରଣରୁ ଅନୁମାନ କରାଯାଉଛି କି, ଇଡି ଏହି ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରପାରେ। ଏଥିପାଇଁ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି।
ପୁଲିସ କହିବା ମୁତାବକ, ଏମ୍ବିଏ ପଢ଼ିବାକୁ ଇଟାଲି ଯାଇଥିବା ରାମ ରାଉତ ଗୋଟାଏ ଭଡ଼ାଘରେ ରହୁଥିଲେ। ନବବର୍ଷ ଶୁଭେଚ୍ଛା ଜଣାଇବା ଲାଗି ତାଙ୍କୁ ତାଙ୍କ ବାପା ମା' ଫୋନ୍ କରିଥିଲେ। କିନ୍ତୁ ସେ ଫୋନ୍ ଉଠାଇ ନଥିଲେ। ଏହାପରେ ସେମାନେ ଘରମାଲିକଙ୍କୁ ଫୋନ୍ କରିଥିଲେ। ରାମଙ୍କୁ ବାଥରୁମ୍ରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା ଘର ମାଲିକ ସୂଚନା ଦେଇଥିଲେ।
ପୁଅର ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡିଛନ୍ତି ବାପା-ମା'। ସେମାନେ ଝାଡ଼ଖଣ୍ଡର ବରିଷ୍ଠ ଅଧିକାରୀ ଓ ଜନ ପ୍ରତିନିଧିମାନଙ୍କୁ ଭେଟି ପୁଅର ମୃତଦେହକୁ ଭାରତକୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି। ଘର ଲୋକଙ୍କ କହିବା କଥା ହେଲେ ଘଟଣା ପରେ ବିଦେଶ ମନ୍ତ୍ରଣାଳୟ ଓ ଝାଡଖଣ୍ଡ ସରକାରଙ୍କ ଠାରୁ କୌଣସି ବିଶେଷ ସହାୟତା ଏପର୍ଯ୍ୟନ୍ତ ମିଳିନାହିଁ। ସେପଟେ ପୁଅ ମୃତ୍ୟୁ ଖବର ଶୁଣି ତାଙ୍କ ମା'ଙ୍କର ମାନସିକ ଅବସ୍ଥା ବିଗିଡି ଯାଇଛି।
ସେପଟେ ପଶ୍ଚିମ ସିଂହଭୂମର ଡେପୁଟି କମିସନର୍ ଅନନ୍ୟା ମିତ୍ତଲ କହିଛନ୍ତି ଯେ, ରାମ ରାଉତଙ୍କ ମୃତ୍ୟୁ ବିଷୟରେ ସେ ସୂଚନା ପାଇଛନ୍ତି। ଆବଶ୍ୟକ ପଦକ୍ଷେପ ନେବାକୁ ସେ ଝାଡ଼ଖଣ୍ଡର ଗୃହ ବିଭାଗ ଓ ‘ମାଇଗ୍ରେସନ୍ ସେଲ୍’କୁ ଅବଗତ କରାଇଛନ୍ତି। ମାମଲାର ପରବର୍ତ୍ତୀ ବ୍ୟବସ୍ଥାର ତଦାରଖ କରିବା ସହିତ ସେ ରାମ ରାଉତଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗରେ ଅଛନ୍ତି।
ତେବେ ଇଟାଲୀରେ ଏହି ଭାରତୀୟ ଏମ୍ବିଏ ଛାତ୍ରଙ୍କ ମୃତ୍ୟୁ କିପରି ହେଲା? ତାଙ୍କୁ ହତ୍ୟା କରାଯାଇଛି ନା କୌଣସି ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି। ସେ ନେଇ ଏଯାଏଁ କୌଣସି ସୂଚନା ମିଳିନାହିଁ।
ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ଅଭିଷେକ ପ୍ରସାଦ, ସାହିବ ଗଂଜ ଜିଲ୍ଲାପାଳ ରାମ ନିବାସ, ହଜାରିବାଗ ଡିଏସପି ରାଜେନ୍ଦ୍ର ଦୁବେଙ୍କ ଘରେ ମଧ୍ୟ ଆଜି ପଶିଛି ଇଡି। ଏଥିସହ ଜିଲ୍ଲାପାଳ ରାମ ନିବାସଙ୍କ ରାଜସ୍ଥାନ ବାସଭବନରେ ମଧ୍ୟ ଚଢଉ ହେଉଥିବା ସୂଚନା ମିଳିଛି ।
ଝାଡଖଣ୍ଡରେ ବେଆଇନ୍ ଖଣି ଖନନ ନେଇ ଏହି ଚଢଉ ହେଉଛି। ସେପଟେ ଜମି ଦୁର୍ନୀତି ମାମଲାରେ ଇଡି ପକ୍ଷରୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସାତ ସାତ ଥର ସମନ ଜାରି ପରେ ସେ ହାଜର ନ ହେବାକୁ ନେଇ ନାଲି ଆଖି ଦେଖାଇଛି ଇଡି। ଇଡି ପକ୍ଷରୁ ସୋରେନଙ୍କୁ ହାଜର ହେବାକୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ନିଜର ପକ୍ଷ ରଖିବା ପାଇଁ ହେମନ୍ତ ସୋରେନଙ୍କ ପାଇଁ ଏହା ଶେଷ ସୁଯୋଗ ବୋଲି ଇଡି ପକ୍ଷରୁ ଚେତାଇ ଦିଆଯାଇଛି। ।
ଅପରପକ୍ଷେ ଝାଡଖଣ୍ଡ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଇଡି ଉଦ୍ୟମ କରୁଥିବା ହେମନ୍ତ ସୋରେନ୍ ଅଭିଯୋଗ କରିଛନ୍ତି । ସେ ତାଙ୍କ ସମସ୍ତ ସମ୍ପତ୍ତିର ତାଲିକା ଦେଇସାରିଛନ୍ତି । ଏହା ପରେ ବି ଇଡିର ସମନ ସମ୍ପୂର୍ଣ୍ଣ ବେଆଇନ ବୋଲି ହେମନ୍ତ ସୋରେନଙ୍କ ପକ୍ଷରୁ କୁହାଯାଇଛି ।
ରାଞ୍ଚି ଜମି ଦୁର୍ନୀତି ମାମଲାରେ ହଜାର ହେବାକୁ ହେମନ୍ତ ସୋରେନଙ୍କୁ ଇଡି ସାତ ଥର ସମନ ଜାରି କରିବା ସତ୍ତ୍ୱେ ସେ ହାଜର ହେଉ ନାହାନ୍ତି। ଏବେ ପୁଣି ଥରେ ସପ୍ତମ ଥର ପାଇଁ ତାଙ୍କୁ ସମନ ଜାରି କରା ଯାଇଛି। ଏହି ମାମଲାରେ ଇଡି ତାଙ୍କୁ ଗିରଫ କରିପାରେ ବୋଲି ହେମନ୍ତ ସୋରେନ୍ ଭୟ କରୁଛନ୍ତି। ତେଣୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପତ୍ନୀଙ୍କୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତି ଚଳାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ଏଥିନିମନ୍ତେ ପଥ ପରିଷ୍କାର କରିବାକୁ ଯାଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ସର୍ଫରାଜ କୌଣସି କାରଣ ନ ଦର୍ଶାଇ ଗାନ୍ଦେୟ ଆସନରୁ ଇସ୍ତଫା ଦେଇ ସାରିଛନ୍ତି । ତାଙ୍କ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ସ୍ୱୀକାର କରି ସାରିଥିବା ବେଳେ ଉକ୍ତ ଆସନରୁ ଭବିଷ୍ୟତରେ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ନିମନ୍ତେ ହେମନ୍ତ ସୋରେନ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।
ମାତ୍ର ନିଜ ପତ୍ନୀଙ୍କୁ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ଖବରକୁ ଖଣ୍ଡନ କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ବିଜେପି ଏପରି ମିଥ୍ୟା ପ୍ରଚାର କରୁଥିବା ସେ ଅଭିଯୋଗ କରିଛନ୍ତି। ମାତ୍ର ଏଥିରେ କୌଣସି ସତ୍ୟତା ନ ଥିବା ସେ ଦୃଢତାର ସହ କହିଛନ୍ତି ।
ଝାଡଖଣ୍ଡର ବିଜେପି ସାଂସଦ ନିଶିକାନ୍ତ ଦୁବେ ସୋଶିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି କହିଛନ୍ତି, 'ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧଶୟକ ସର୍ଫରାଜ ଅହମ୍ମଦ ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାକୁ ସ୍ୱୀକାର କରାଯାଇଛି। ଏବେ ଆଗକୁ ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ତାଙ୍କ ସ୍ତ୍ରୀ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ। ନୂଆ ବର୍ଷ ସୋରେନ ପରିବାର ପାଇଁ କଷ୍ଟଦାୟକ ହେବ।'
ମିଳିଥିବା ସୂଚନା ଅନୁଯାୟୀ, ଦୁର୍ନୀତି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିପାରେ ବୋଲି ହେମନ୍ତ ସୋରେନ୍ ଭୟ କରୁଛନ୍ତି। ତେଣୁ ସେ ନିଜ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ଆସନ ହସ୍ତାନ୍ତର କରିବାକୁ ଯୋଜନା କରୁଥିବା ଦାବି କରାଯାଉଛି।
झारखंड के गांडेय विधायक सरफराज अहमद ने विधानसभा से इस्तीफ़ा दिया,इस्तीफ़ा स्वीकार हुआ । हेमंत सोरेन जी मुख्यमंत्री पद से इस्तीफ़ा देंगे,झारखंड की अगली मुख्यमंत्री उनकी पत्नी कल्पना सोरेन जी होंगी । नया साल सोरेन परिवार के लिए कष्टदायक @itssuniltiwari pic.twitter.com/jl06AtXurh
— Dr Nishikant Dubey (@nishikant_dubey) January 1, 2024
ସେପଟେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ସର୍ଫରାଜ ଇସ୍ତଫା ଦେଇ କୌଣସି କାରଣ ଦର୍ଶାଇ ନାହାଁନ୍ତି। ରାଞ୍ଚି ଜମି ଦୁର୍ନୁୀତି ମାମଲାରେ ହଜାର ହେବାକୁ ହେମନ୍ତ ସୋରେନଙ୍କୁ ଇଡି ସାତ ଥର ସମନ ଜାରି କରିସାରିଲାଣି। କିନ୍ତୁ ହେମନ୍ତ ସୋରେନ ହାଜର ହେଉନଥିବାରୁ ଦଳର ବିଧାୟକ ସର୍ଫରାଜ ଅହମଦ ଇସ୍ତଫା ଦେଇଥିବା କୁହାଯାଉଛି।
ଗାନ୍ଦେୟ ଏକ ଅସଂରକ୍ଷିତ ଆସନ। ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଜଣେ ଆଦିବାସୀ। ତେବେ ଗାନ୍ଦେୟ ବିଧାୟକ କାହିଁକି ତାଙ୍କ ପାଇଁ ଆସନ ଛାଡ଼ିଲେ। ଏହାର ଏକ ରାଜନୀତିକ କାରଣ ରହିଛି। ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ବାପଘର ଓଡ଼ିଶାରେ। ହେମନ୍ତଙ୍କ ଭାଇବୋହୂଙ୍କର ବାପଘର ମଧ୍ୟ ଓଡ଼ିଶାରେ। ସେ ଏକ ଆଦିବାସୀଙ୍କ ପାଇଁ ସଂରକ୍ଷିତ ଆସନରୁ ଲଢ଼ୁଥିଲେ ବୋଲି ଏକ ମକଦ୍ଦମା ହୋଇଥିଲା। ଆଇନ ଅନୁସାରେ ଅନ୍ୟ ରାଜ୍ୟର ଆଦିବାସୀ ଝାଡ଼ଖଣ୍ଡରେ ଯାଇଁ ବସବାସ କଲେ ବି ସେଠାକାର ମୂଳବାସିନ୍ଦା ହୋଇପାରିବେନି। କଳ୍ପନାଙ୍କ ପ୍ରତି ମଧ୍ୟ ସେହି ନିୟମ ପ୍ରଯୁଜ୍ୟ। ସେ ଝାଡ଼ଖଣ୍ଡର ମୂଳନିବାସୀ ହୋଇ ନଥିବାରୁ ସେଠାକାର ଆଦିବାସୀ ଆସନରୁ ସଂରକ୍ଷିତ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିପାରିବେ ନାହିଁ। ତେଣୁ ସେ ଜଣେ ସାଧାରଣ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବ। ସେଥିପାଇଁ ଏକ ସାଧାରଣ ଆସନର ପ୍ରାର୍ଥୀ ସରଫରଜା ଅହମ୍ମଦ ଇସ୍ତଫା ଦେଇଥାଇପାରନ୍ତି।
ସୋରେନ୍ ଇଡିର ସମନକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟ ଓ ଝାଡଖଣ୍ଡ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ତାଙ୍କ ଆବେଦନ ଖାରଜ କରିଦେଇଛନ୍ତି କୋର୍ଟ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଙ୍କୁ ଟାର୍ଗେଟ କରିବା ପାଇଁ ତଦନ୍ତକାରୀ ସଂସ୍ଥାର କେନ୍ଦ୍ର ସରକାର ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି।
ଝାଡଖଣ୍ଡ ଗିରିଡି ଜିଲ୍ଲାର ଅଫସାନା ଖାତୁନ। ଗୁରୁବାର ଦିନ ସ୍ୱାମୀ ନିଜାମୁଦ୍ଦିନଙ୍କ ସହ କୌଣସି କଥାକୁ ନେଇ ତାଙ୍କର ଝଗଡ଼ା ହୋଇଥିଲା। ଏହାପରେ ସେ ନିଜର ୨ ବର୍ଷର ସାନ ପୁଅକୁ ସାଙ୍ଗରେ ନେଇ ଏକ ରୁମ୍ ଭିତରେ ପଶି ଭିତରୁ କବାଟ ଦେଇ ଦେଇଥିଲେ। ଘର ଭିତରେ ଥାଇ କାହା ସହିତ ଫୋନ୍ରେ କଥାବର୍ତ୍ତା କରୁଥିବା ବେଳେ ପୁଅ କାନ୍ଦିଥିଲା। ତା' କାନ୍ଦ ବନ୍ଦ କରିବାକୁ ଯାଇ ସେ ତା’ର ତଣ୍ଟି ଚିପି ତାକୁ ହତ୍ୟା କରିଥିବା ଅଫସାନାଙ୍କ ଶ୍ୱଶୁର ରୋଜନ ଅନସାରୀ ଥାନାରେ ଅଭିଯୋଗ କରିଛନ୍ତି।
ଦୀର୍ଘ ସମୟ ଧରି ଅଫ୍ସାନା କବାଟ ଖୋଲିଲେ ନାହିଁ। ଏହାପରେ ଶୋଇବା ପାଇଁ ସ୍ୱାମୀଙ୍କୁ ରୁମ୍କୁ ଡାକିବା ପରେ ପ୍ରକୃତ କଥା ଜଣାପଡ଼ିଲା। ସ୍ୱାମୀ ଉକ୍ତ ରୁମ୍ ଭିତରେ ପଶିବା ପରେ ପୁଅ ଅଚେତ ହୋଇ ପଡ଼ିଥିବା ଦେଖିଥିଲେ। ଏହାପରେ ତୁରନ୍ତ ତାକୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ, ସେଠାରେ ଡାକ୍ତିର ପୁଅକୁ ମୃତ ବୋଲି ଘୋଷଣା କରିଥିଲେ।
ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ଅଫସାନା ଖାତୁନକୁ ଗିରଫ କରିଛି। ପୁଅକୁ ମାରିବା ତାଙ୍କର ଉଦ୍ଦେଶ୍ୟ ନ ଥିଲା। ବିରକ୍ତ କରିବାରୁ ସେ ପୁଅକୁ ଧକ୍କା ମାରିଥିଲେ। ଏହାପରେ ସେ ଖଟରୁ ତଳକୁ ଖସି ପଡ଼ିଥିଲା ବୋଲି ଅଫସାନା ସଫେଇ ଦେଇଛନ୍ତି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୂରା ମାମଲାର ତଦନ୍ତ ଜାରି ରଖିଛି।
ପୂରା ଘଟଣା ରାଜଧାନୀ ରାଞ୍ଚି ଠାରୁ ୩୦ କିମି ଦୂର ତାତକୁଣ୍ଡୋ ଗାଁରେ ଘଟିଛି। ଗୁରୁବାର ସନ୍ଧ୍ୟାରେ ଏପରି କାଣ୍ଡ ଘଟିଥିବା ବେଳେ ଆଜି ଏହା ସାମ୍ନାକୁ ଆସିଛି।ଲୋକଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ସିଙ୍ଗର ଜଣଙ୍କ ହେଲେ ୩୫ ବର୍ଷୀୟ ସିଙ୍ଗର ଡାଭିଡ ମିଞ୍ଜ। ସ୍ଥାନୀୟ ଲୋକଙ୍କ କହିବା କଥା ଯେ ମିଞ୍ଜ ନାଗପୁରୀ ଭାଷାରେ ଗୀତ ଗାଆନ୍ତି।
ସେ ଗାଇଥିବା ଏକାଧିକ ନାଗପୁରୀ ଗୀତ ହିଟ୍ ମଧ୍ୟ ହୋଇଥିଲା। ତେବେ ଗାଁର ଜଣେ ଦିବ୍ୟାଙ୍ଗ ଝିଅଙ୍କୁ ମିଞ୍ଜ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଗୁରୁବାର ସନ୍ଧ୍ୟାରେ ଝିଅ ଘରର କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ। କାଠ ଫାଳିଆରେ ସେମାନେ ତାଙ୍କୁ ପ୍ରବଳ ପିଟିଥିଲେ।
ଗୁରୁତର ଅବସ୍ଥାରେ ତାଙ୍କୁ ମନ୍ଦାର ରେଫରାଲ ହସ୍ପିଟାଲକୁ ଅଣା ଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ମିଞ୍ଜଙ୍କୁ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ରିମ୍ସ)କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲେ ହେଁ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରି ନଥିଲେ।
ପୁଲିସ୍ କହିଛି ଯେ ଘଟଣାରେ ଦିବ୍ୟାଙ୍ଗ ଝିଅର ପରିବାର ଲୋକ ସାମିଲ ରହିଛନ୍ତି। ମିଞ୍ଜଙ୍କ ପତ୍ନର କରିଥିବା ଅଭିଯୋଗ ଆଧାରରେ ୩ ଜଣଙ୍କୁ ଗିରଫ କରାଯାଇଛି। ଏବେ ଘଟଣାରେ ଆଉ କେଉଁମାନେ ସାମିଲ ଅଛନ୍ତି, ତା’ର ଯାଞ୍ଚ କରାଯାଉଛି।
ଧୀରଜ ସାହୁଙ୍କ ରାଞ୍ଚି ଲୋହରଦଗାସ୍ଥିତ ଘରେ ଆଜି ୧୨ ଜଣିଆ ଆୟକର ବିଭାଗ ଟିମ୍ ୩ଟି ଗାଡ଼ିରେ ପହଞ୍ଚିଛନ୍ତି। ଏଥିସହ ଏକ ଜିଓ ସର୍ଭିଲାନ୍ସ ସିଷ୍ଟମ ମେଶିନ ବି କ୍ୟାମ୍ପସ୍ରେ ପ୍ରବେଶ କରିଛି। ମେଶିନ ଦ୍ୱାରା ମାଟି ଖୋଳାଯାଇ ତା’ ତଳେ ଥିବା ସୁନା, ରୂପା ସମେତ ମୂଲ୍ୟବାନ ଅଳଙ୍କାରକୁ ବାହାର କରିବାକୁ ଯୋଜନା କରାଯାଇଛି। ସେମାନଙ୍କ ସହ ଧୀରଜ ସାହୁଙ୍କ ପରିବାରର ୩ ସଦସ୍ୟ ବି ଉପସ୍ଥିତ ଥିବା ଜଣାଯାଇଛି। ଘର ବାହାରେ ସିଆଇଏସଏଫ୍ ଯବାନ ମୁତୟନ ହୋଇଛନ୍ତି ।
ଧୀରଜ ସାହୁଙ୍କ ମାଲିକାନାରେ ଓଡ଼ିଶାରେ ଥିବା ବୌଦ୍ଧ ଡିଷ୍ଟ୍ରିଲେରୀ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ସହ ଜଡ଼ିତ ୭ଟି ସ୍ଥାନରେ ଚଢ଼ଉ ହୋଇଥିଲା। ଡିସେମ୍ବର ୬ରୁ ଆରମ୍ଭ ହୋଇଥିବା ଏହି ଚଢ଼ଉ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ପ୍ରାୟ ୩୦-୩୪ଟି ସ୍ଥାନରେ ଅନେକ ସ୍ଥାନରେ ହୋଇଥିବା ବେଳେ ଆଖି ଖୋସିଦେବା ପରି ଆଲମିରା ଭର୍ତ୍ତି ବଣ୍ଡଲ୍ ବଣ୍ଡଲ୍ ନୋଟ୍ ଜବତ ହୋଇଥିଲା।
ଆୟକର ବିଭାଗ ବଲାଙ୍ଗିର ସୁଦପଡ଼ାର ଏକ ମଦ ଭାଟି ଉପରେ ଚଢ଼ାଉ କରି ୧୭୬ ବ୍ୟାଗ ଭର୍ତ୍ତି ନୋଟ୍ ଜବତ କରି ବଲାଙ୍ଗିର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାକୁ ଗଣତି ନିମନ୍ତେ ନେଇଥିଲେ। ଏହି ଗଣତି ବେଳେ ବହୁ ମେଶିନ ଖରାପ ହୋଇଯାଇଥିବା ବେଳେ କର୍ମଚାରୀ ବି ହାଲିଆ ହୋଇ ଯାଇଥିଲେ। ଏହି ଚଢ଼ାଉ ସମୟରେ ମୋଟ ୩୫୧କୋଟି ଟଙ୍କା ସହ ୩କିଲୋ ଓଜନର ସୁନା ଅଳଙ୍କାର ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି।
ଧୀରଜ ସାହୁଙ୍କ ନିକଟରୁ ଏତେ ପରିମାଣର ସମ୍ପତ୍ତି ଜବତ ପରେ କଂଗ୍ରେସ ତାଙ୍କଠୁ ଦୂରତା ଅବଲମ୍ବନ କରୁଛି। ଏପରିକି ଧୀରଜ ସାହୁଙ୍କ ବ୍ୟବସାୟ ସମ୍ପର୍କରେ କଂଗ୍ରେସର କୌଣସି ଧାରଣା ନ ଥିବା ପାର୍ଟି ପକ୍ଷରୁ କୁହାଯାଇଛି । ଏଥିସହ ଏତେ ପରିମାଣର ଟଙ୍କା କିପରି ଓ କେଉଁଠୁ ସେ ଠୁଳ କଲେ ସେ ନେଇ ଦେଶବାସୀଙ୍କ ସମ୍ମୁଖରେ ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି।
ତାଙ୍କୁ ଜଣେ ପଞ୍ଚାୟତ ସଦସ୍ୟଙ୍କ ଜୋତାରେ ପଡ଼ିଥିବା ଛେପ ଚାଟିବାକୁ ବାଧ୍ୟ କରାଯାଇଛି। ସେହିପରି ୧୦୦ ଥର ବସ୍ଉଠ ସହ ଚପଲରେ ମାଡ଼ ମରାଯାଇଛି। ଖାଲି ସେତିକି ନୁହେଁ, ପରକିୟାପ୍ରୀତି ସନ୍ଦେହରେ ମହିଳାଙ୍କୁ ୫୬ ହଜାର ଟଙ୍କା ଫାଇନ ମଧ୍ୟ ଲାଗୁ କରାଯାଇଛି।
ଝାରଖଣ୍ଡର ମେରାଲ ଷ୍ଟେସନ ଅଧୀନ ତିସାରତେତୁକା ଗାଁରେ ଏପରି ଘଟଣା ଘଟିଛି। ମହିଳାଙ୍କୁ ସର୍ବସମ୍ମୁଖରେ ପରକିୟାପ୍ରୀତି ସନ୍ଦେହରେ ଦଣ୍ଡ ଦିଆଯାଇଥିଲେ ହେଁ ସେ ସମସ୍ତ ପ୍ରକାରର ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ସଂଖ୍ୟାଲଘୁ ସଂପ୍ରଦାୟର ଏହି ମହିଳା ଜଣଙ୍କ ତାଲିବାନୀ ଦଣ୍ଡ ବିରୋଧରେ ପୁଲିସ୍କୁ ଜଣାଇଥିଲେ ମଧ୍ୟ ପୁଲିସ୍ ପ୍ରାଥମିକ ଅବସ୍ଥାରେ ମାମଲା ରୁଜୁ କରିବାକୁ ମନା କରିଦେଇ ଥିବା ମଧ୍ୟ ଅଭିଯୋଗ ହୋଇଛି। ସ୍ଥାନୀୟ ପୁଲିସ ନିରାଶ କରିବା ପରେ ମହିଳା ଜଣଙ୍କ ବୁଧବାର ରାତିରେ ଅନଲାଇନ ଦ୍ୱାରା ଏଫଆଇଆର ରୁଜୁ କରିଛନ୍ତି। ଏହାକୁ ଦେଖି ଜିଲ୍ଲାର ଏସ୍ପି ତୁରନ୍ତ ଗରହୱା ଏସ୍ଡିପିଓକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସ୍ଥାନୀୟ ପୁଲିସ୍ ମଧ୍ୟ ତୁରନ୍ତ ୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି।
ପୂରା ଘଟଣା ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖ ଦିନ ରାତିରେ ଘଟିଥିଲା। କିନ୍ତୁ ବୁଧବାର ମହିଳା ଜଣଙ୍କ ଅନଲାଇନରେ ଏଫଆଇଆର ରୁଜୁ କରିବା ପରେ ଏହା ସାମ୍ନାକୁ ଆସିଛି। ମହିଳା ଜଣଙ୍କ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଅଭିଯୁକ୍ତମାନେ ତାଙ୍କୁ ଅମାନବୀୟ ଢଙ୍ଗରେ ମାଡ଼ ମାରିବା ସହ ଛେପ ଚଟାଇଛନ୍ତି। ଏଥିସହ ୧୦୦ ଥର ବସ୍ଉଠ କରାଇଛନ୍ତି। ପରକିୟାପ୍ରୀତି ସନ୍ଦେହରେ ତାଙ୍କୁ ଡାହାଣୀ ଭାବେ ଦର୍ଶାଯାଇଛି ବୋଲି ସେ କହିଛନ୍ତି।
ପୀଡ଼ିତା ଜଣଙ୍କ ତାଙ୍କ ଅଭିଯୋଗରେ ଆହୁରି କହିଛନ୍ତି ଯେ ଘଟଣା ପରେ ସେ ମେରାଲ ପୁଲିସ ଷ୍ଟେସନକୁ ଅଗଷ୍ଟ ୧୬ରେ ଯାଇଥିଲେ। କିନ୍ତୁ ଡ୍ୟୁଟିରେ ଥିବା ଅଫିସର ତାଙ୍କୁ ଅଣଦେଖା କରିଥିଲେ ଓ ଏଫଆଇଆର ରୁଜୁ କରି ନଥିଲେ।
ପୁଲିସ୍ର କହିବା କଥା ଯେ ମହିଳାଙ୍କ ସ୍ୱାମୀ ଥାନାକୁ ଆସି ତାଙ୍କ ପତ୍ନୀ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ। ଏଥିପାଇଁ ଥାନା ବାବୁ ମହିଳାଙ୍କ ଅଭିଯୋଗ ଗ୍ରହଣ କରି ନଥିଲେ। ତେବେ କାହିଁକି ନିଖୋଜ ମାମଲା ରୁଜୁ ହୋଇ ନଥିଲା, ସେକଥା ପୁଲିସ୍ ନିର୍ଦ୍ଦିଷ୍ଟ ଭାବେ କହିନାହିଁ। ଏବେ ଅନଲାଇନ ଏଫଆଇଆର ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି।
ଝାଡ଼ଖଣ୍ଡର ବିରନୀ ଥୋରିଆରୁ ଗିରିଡିହର ଡିକୋଡିହ ଅଞ୍ଚଳକୁ ଏକ ସ୍କର୍ପିଓରେ ୫ ଜଣ ଆସୁଥିଲେ। ମାତ୍ର ଗାଡ଼ିଟି ବିଳମ୍ବିତ ରାତି ପ୍ରାୟ ୩ ଟା ବେଳେ ଲୁକୈୟା ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଡ୍ରାଇଭର ଗାଡ଼ିରୁ ନିୟନ୍ତ୍ରଣ ହରାଇ ବସିଲେ। ଫଳରେ ଗାଡ଼ିଟି ଏକ ଗଛରେ ଜୋରରେ ପିଟି ହୋଇ ଯାଇଥିଲା।
ସ୍ଥାନୀୟ ଲୋକେ ପହଞ୍ଚି ଗାଡ଼ିରେ ଥିବା ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିବା ବେଳେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ୍ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ଖବର ପାଇ ମୃତକଙ୍କ ପରିବାର ଲୋକେ ମେଡିକାଲରେ ପହଞ୍ଚିଥିବା ବେଳେ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ପରିବେଶ ।
ଏହି ଅଗ୍ନିକାଣ୍ଡ ଧାନବାଦର କେନ୍ଦୁଆଡିହ ଥାନା ଅଧୀନ କେନ୍ଦୁଆ ବଜାରରେ ଥିବା ଏକ କସମେଟିକ ଦୋକାନରେ ଏପରି ଭୀଷଣ ଅଗ୍ନିକାଣ୍ଡ ଘଟିଛି। ସୁବାସ ସିଂ ନାମକ ବ୍ୟକ୍ତିଙ୍କ ଦୋକାନରେ ହଠାତ୍ ନିଆଁ ଲାଗି ଯାଇଥିବା ବେଳେ ଉପର ମହଲାରେ ତାଙ୍କ ପରିବାରର ୬ ଜଣ ଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ସେମାନଙ୍କ ଜୀବନ ରକ୍ଷା ପାଇଁ ଆପ୍ରାଣ ଉଦ୍ୟମ ଆରମ୍ଭ କରିଥିଲେ। ଏଥିସହ ଦମକଳ ବାହିନୀକୁ ବି ଖବର ଦିଆଯାଇଥିଲା।
ସ୍ଥାନୀୟ ଲୋକେ ତୁରନ୍ତ ବାହାରୁ ସିଡି ଲଗାଇ ଭିତରୁ ୩ ଜଣଙ୍କୁ ବାହାରକୁ ଆଣିବାକୁ ସଫଳ ହୋଇଥିଲେ। ସେମାନଙ୍କ ମଧ୍ୟରେ ସୁବାସଙ୍କ ଭଉଣୀ ପ୍ରିୟଙ୍କା ଗୁପ୍ତା, ଭାଇ ସୁମିତ ଗୁପ୍ତା ଓ ଦେଢ ବର୍ଷର ପୁଅ ଥିଲା। ସେମାନଙ୍କ ମଧ୍ୟରୁ ପ୍ରିୟଙ୍କାଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଆଉ ୨ ଜଣଙ୍କର ଚିକିତ୍ସା ଚାଲିଛି।
ଦମକଳ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରି ସୁବାସ ସିଂଙ୍କ ବୃଦ୍ଧା ମା’, ପତ୍ନୀ ଓ ୪ ବର୍ଷୀୟା ଝିଅକୁ ବାହାର କରିଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ସୁବାସ ସିଂଙ୍କ ମା’ ଓ ୪ ବର୍ଷ ଝିଅର ମୃତ୍ୟୁ ହୋଇଛି। ଅପରପକ୍ଷେ, ତାଙ୍କ ପତ୍ନୀଙ୍କ ଚିକିତ୍ସା ଚାଲିଥିବା ବେଳେ ସେ ସୁସ୍ଥ ଥିବା ଜଣାଯାଇଛି।
ଘଟଣା ସମୟରେ ଦୋକାନ ମାଲିକ ସୁବାସ ଗୁପ୍ତା ଓ ତାଙ୍କ ପିତା ଅଶୋକ ଘର ବାହାରେ ଥିଲେ । ଫଳରେ ଦୁହେଁ ଏଥିରୁ ବର୍ତ୍ତି ଯାଇଛନ୍ତି।
ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବିନୋଦ ପ୍ରଜାପତି, ତାଙ୍କ ବୟସ ୪୦ ବର୍ଷ। ସୂଚନା ମୁତାବକ, ରାଞ୍ଚି ସ୍ଥିତ ଗରଓ୍ୱାର ଦଣ୍ଡେ ଗାଁରେ ରାମଲୀଲା ନାଟକ ମଞ୍ଚସ୍ଥ ହୋଇଥିଲା। ରାମଳୀଲା ନାଟକରେ ରାମାୟଣର ସୀତା ସ୍ୱୟଂବର ପ୍ରସଙ୍ଗ ଚାଲିଥିଲା। ଏହି କ୍ରମରେ ଧନୁ ଭାଙ୍ଗିବା ପରେ ଭଗବାନ ପର୍ଶୁରାମ ସେଠାରେ ପହଞ୍ଚିଥିଲେ। ଭଗବାନ ପର୍ଶୁରାମଙ୍କ ଭୂମିକାରେ ଅଭିନୟ କରୁଥିବା ବିନୋଦ ପ୍ରଜାପତି ଉଚ୍ଚ ସ୍ୱରରେ ପାଟି କରି, କିଏ ଧନୁ ଭାଙ୍ଗିଲା? କିଏ ଧନୁ ଭାଙ୍ଗିଲା, ମୋତେ ଶୀଘ୍ର କୁହ, ମୋତେ ଶୀଘ୍ର କୁହ! କହି ହଠାତ୍ ମଞ୍ଚ ଉପରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ।
ଏହାପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ କହିବାନୁସାରେ, ବିନୋଦ ପ୍ରଜାପତିଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ବିନୋଦ ପ୍ରଜାପତି ଗତ ଅନେକ ବର୍ଷ ଧରି ରାମଳୀଲାରେ ପ୍ରଭୁ ପର୍ଶୁରାମ ଭୂମିକାରେ ଅଭିନୟ କରୁଥିଲେ। ସେ ସମାଜ ସେବା ମଧ୍ୟ କରୁଥିଲେ। ଏହା ସହିତ ସେ ଝାଡଖଣ୍ଡର ମୁକ୍ତି ମୋର୍ଚ୍ଚାର ପଞ୍ଚାୟତ ସଭାପତି ତଥା ଝାଡଖଣ୍ଡ କୁମ୍ଭାର ସମନ୍ୱୟ କମିଟିର ସକ୍ରିୟ ସଦସ୍ୟ ଥିଲେ।
କିନ୍ତୁ ଏହାର ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ମନା କରି ଦେଇଛନ୍ତି। ଜଷ୍ଟିସ ଅନିରୁଦ୍ଧ ବୋଷ ଓ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଖଣ୍ଡପୀଠ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ହାଇକୋର୍ଟରେ ଆବେଦନ କରିବାକୁ କହିଛନ୍ତି।
ମୁଖ୍ୟମନ୍ତ୍ରୀ ସୋରେନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଦାବି କରିଛନ୍ତି ଯେ ତାଙ୍କ କ୍ଲାଇଣ୍ଟ ବିରୋଧରେ ଆକ୍ରୋଶମୂଳକ ଭାବେ କାମ କରାଯାଉଛି। କିନ୍ତୁ ସୁପ୍ରିମକୋର୍ଟ ତାଙ୍କୁ ତୁରନ୍ତ ଅଟକାଇ ଦେଇଥିଲେ।
ଖଣ୍ଡପୀଠ କହିଥିଲେ, “ମିଷ୍ଟର ରୋହତଗୀ, ଆପଣ କାହିଁକି ଝାରଖଣ୍ଡ ହାଇକୋଟଆ ଯାଛ ନାହାନ୍ତି? ନା, ନା, ପ୍ରଥମେ ହାଇକୋର୍ଟ ଯାଆନ୍ତୁ। ଆମେ ଆପଣଙ୍କୁ ଆବେଦନ ପ୍ରତ୍ୟାହାର ପାଇଁ ଅନୁମତି ଦେବୁ।” ଏହାପରେ ଖଣ୍ଡପୀଠ ଆବେଦନକୁ ଖାରଜ କରି ଦେଇଥିଲେ।
ଏବେ ଇଡି ସମନରୁ ବର୍ତ୍ତିବା ପାଇଁ ହେମନ୍ତ ସୋରେନଙ୍କୁ ଝାରଖଣ୍ଡ ହାଇକୋର୍ଟରେ ଆବେଦନ କରିବାକୁ ପଡ଼ିବ। ରାଞ୍ଚିରେ ଜମି କାରବାର ମାମଲାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଇଡି ମନିଲଣ୍ଡରିଂ ମାମଲା ରୁଜୁ କରିଛି। ଏହି ଘଟଣାରେ ହେମନ୍ତ ସୋରେନଙ୍କୁ ସେପ୍ଟେମ୍ବର ୨୩ରେ ହାଜନ ହେବାକୁ ସମନ କରାଯାଇଛି।
ତେବେ ଏହାକୁ ହେମନ୍ତ ସୋରେନ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସରକାର କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ବିରୋଧୀ ଦଳର ନେତାମାନଙ୍କୁ ଟାର୍ଗେଟ କରୁଛନ୍ତି।
ଚଳିତ ବର୍ଷ ଓ ଆସନ୍ତା ବର୍ଷ ନିର୍ବାଚନ ହେବାର ଅଛି। ଏହା ପୂର୍ବରୁ ବିରୋଧୀ ମିଳିତ ଭାବେ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। ହେମନ୍ତ ସୋରେନଙ୍କ ଜେଏମଏମ ମଧ୍ୟ ଏହାର ଅଂଶବିଶେଷ। ତେଣୁ ଇଡି ତାଙ୍କୁ ଟାର୍ଗେଟ କରୁଥିବା ହେମନ୍ତ ସୋରେନ ନିଜର ଆବେଦନର ଦର୍ଶାଇଛନ୍ତି।
ପୂର୍ବରୁ ଗତ ୧୪ ତାରିଖରେ ଜମି ଦୁର୍ନୀତି ମାମଲାରେ ସୋରେନଙ୍କୁ ପଚରାଉଚରା ପାଇଁ ଡାକିଥିଲା ଇଡି। କିନ୍ତୁ କିଛି ଜରୁରୀ କାମ ଥିବା କହି ଇଡି ସମ୍ମୁଖରେ ହାଜର ହୋଇ ନ ଥିଲେ ହେମନ୍ତ ସୋରେନ । ଏହାପରେ ଇଡି ପକ୍ଷରୁ ତାଙ୍କୁ ପୁଣି ଥରେ ସମନ ଜାରି କରାଯାଇଛି।
ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ଇଡି ହେମନ୍ତ ସୋରେନଙ୍କୁ ପଚରାଉଚରା ପାଇଁ ଡାକି ସାରିଛି। ଏହା ପୂର୍ବରୁ ୨୦୨୨ ମସିହା ନଭେମ୍ବରରେ ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଅବୈଧ ଖନନ ମାମଲାରେ ଗୁଡ଼ାଇ ତୁଡ଼ାଇ ପଚରାଉଚରା କରିଥିଲା। ୨ ଭିନ୍ନ ମାମଲାରେ ଇଡି ଏବେ ହେମନ୍ତ ସୋରେନଙ୍କୁ ଘେରିଛି।
ଜମି ଦୁର୍ନୀତି ମାମଲାରେ ଏ ଯାବତ ୧୪ ଜଣ ଗିରଫ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରେ ବହୁ ଜଣ ମୁଖ୍ୟମନ୍ତ୍ରୀଙ୍କ ଖାସ ଲୋକ ଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ରାଞ୍ଚିର ଚେଶାୟର ହୋମ ରୋଡରେ ଥିବା ସରକାରୀ ଓ ସେନାର ଜମିକୁ ମିଥ୍ୟା ଦଲିଲ ଦେଇ କିଣିବା ସହ ବିକିଥିବା ନେଇ ମାମଲା ରୁଜୁ ହୋଇଛି। ଏହାର ଯାଞ୍ଚ ହୋଇ ସେନା ଜମିକୁ ଅବୈଧ ରୂପେ କବଜା କରାଯାଇଥିବା ରିପୋର୍ଟ ଦିଆଯାଇଛି। ଏନେଇ ରାଞ୍ଚି ନଗର ନିଗମ ମାମଲା ରୁଜୁ କରିଥିବା ବେଳେ ପରେ ଏହା ଇଡି ହାତକୁ ଚାଲି ଯାଇଛି।
ବିରୋଧୀ ମେଣ୍ଟ ଗଠନ କରିଥିବା ଇଣ୍ଡିଆର ଜଣେ ସକ୍ରିୟ ଦଳ ହେଉଛି ଜେଏମଏମ। ଏହାର ମୁଖ୍ୟ ହେଉଛନ୍ତି ହେମନ୍ତ ସୋରେନ। ତେଣୁ ବିଜେପି ଏବେ ହେମନ୍ତଙ୍କୁ ଜାଣିଶୁଣି ହଇରାଣ କରିବାକୁ ଟାର୍ଗେଟ କରୁଥିବା ଅଭିଯୋଗ ହେଉଛି।
ଘଟଣାଟି ଗତକାଲି ରାତିର। ଝାଡ଼ଖଣ୍ଡ ଜାଗୁଆରର ଯବାନମାନେ ନକ୍ସଲ ବିରୋଧୀ ଅପରେସନ ସାରି କ୍ୟାମ୍ପକୁ ଫେରୁଥିବା ବେଳେ ନକ୍ସଲମାନେ ସଂଘବଦ୍ଧ ହୋଇ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀମାନେ ଏହାର ପାଲଟା ଜବାବ ଦେଇଥିଲେ। ଏହି ଗୁଳିବିନିମୟ ବେଳେ ୨ ଜଣ ସୁରକ୍ଷା କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା।
ଦୁଇ ସୁରକ୍ଷା କର୍ମଚାରୀ ସହିଦ ପରେ ଚାଇବସା କ୍ୟାମ୍ପରେ ସ୍ୱାଧୀନତା ଦିବସରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। କିଛି ଦିନ ତଳେ ଝାଡ଼ଖଣ୍ଡରେ ନକ୍ସଲଙ୍କ ଗୁଳିରେ ଜଣେ ଓଡ଼ିଆ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇଥିଲେ। ତାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ।
ଗୋଟିଏ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କୁ ଏପରି ସମନ କରାଯାଇଛି। ତାଙ୍କୁ ଆସନ୍ତା ୧୪ ତାରିଖରେ ରାଞ୍ଚିର ଇଡି ଅଫିସରେ ହାଜର ହୋଇ ବୟାନ ରେକର୍ଡ କରାଇବାକୁ କୁହାଯାଇଛି।
କେଉଁ ମାମଲାରେ ଇଡି ହେମନ୍ତ ସୋରେନଙ୍କୁ ସମନ କରିଛି, ସେକଥା ଜଣାପଡ଼ିନି। କିନ୍ତୁ ଜମି କାରବାର ମାମଲାରେ ଇଡି ରୁଜୁ କରିଥିବା ଗୋଟିଏ ମନି ଲଣ୍ତରିଂ ମାମଲାରେ ଇଡି ମୁଖ୍ୟମନ୍ତ୍ରୀଙ୍କ ଭୂମିକା ଜାଣିବା ପାଇଁ ସମନ କରିଥିବା କୁହାଯାଇଛି।
ପୂର୍ବରୁ ବେଆଇନ ଖଣି ଖନନ ମାମଲାରେ ହେମନ୍ତ ସୋରେନଙ୍କୁ ଗତବର୍ଷ ନଭେମ୍ବରରେ ଇଡି ଜେରା କରିଥିଲା। ରାଞ୍ଚି ଅଫିସରେ ଦୀର୍ଘ ୧୦ ଘଣ୍ଟା କାଳ ଇଡିର ଅଧିକାରୀମାନେ ତାଙ୍କୁ ପ୍ରଶ୍ନ କରିଥିଲେ। ଏବେ ଜମି କାରବାର ମାମଲାରେ ଇଡି ତାଙ୍କୁ ପୁଣି ସମନ କରିଛି।
ବିରୋଧୀ ମେଣ୍ଟ ଗଠନ କରିଥିବା ଇଣ୍ଡିଆର ଜଣେ ସକ୍ରିୟ ଦଳ ହେଉଛି ଜେଏମଏମ। ଏହାର ମୁଖ୍ୟ ହେଉଛନ୍ତି ହେମନ୍ତ ସୋରେନ। ଇଣ୍ଡିଆ ମେଣ୍ଟ ମୋଦି ସରକାର ବିରୋଧରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଣିଛି।
ଏହାକୁ ଜେଏମଏମ ମଧ୍ୟ ସମର୍ଥନ କରିଛି। ଆଜି ଲୋକସଭାରେ ଏହା ଉପରେ ଆଲୋଚନା ଚାଲିଥିବା ବେଳେ ହେମନ୍ତ ସୋରେନଙ୍କୁ ଇଡି ସମନ କରିଛି। ହେମନ୍ତ ସୋରେନ ବେଙ୍ଗାଲୁରୁରେ ଅନୁଷ୍ଠିତ ଇଣ୍ଡିଆ ମେଣ୍ଟର ବୈଠକରେ ମଧ୍ୟ ଯୋଗ ଦେଇଥିଲେ।
ଝାରଖଣ୍ଡର ପଲାମୁ ଜିଲ୍ଲାର ଜିଲ୍ଲାପାଳ ଏ ଦୌଡ଼େଙ୍କର ଗତ କିଛି ଦିନ ପୂର୍ବେ ବଦଳି ହୋଇଛି। ତାଙ୍କ ସମ୍ମାନାର୍ଥେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଉକ୍ତ ସଭାରେ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ବି ଉପସ୍ଥିତ ଥିଲେ।
ଏହି ସମୟରେ ନିଜ ବକ୍ତ୍ୟବ୍ୟ ଦେଇ ସାରି ଜିଲ୍ଲାପାଳ ସେଠାରେ ଉପସ୍ଥିତ ଥିବା ଚପରାସୀ ନନ୍ଦଲାଲ ପ୍ରସାଦଙ୍କ ପାଦ ଛୁଇଁ ନମସ୍କାର ଜଣାଇଲେ। ଏହା ଦେଖି ସମସ୍ତେ ଚକିତ ରହିଗଲେ।
ଏନେଇ ଜିଲ୍ଲାପାଳ କହିଛନ୍ତି, ପୂରା ଅଫିସରେ ଯଦି କେହି ଜଣେ ସମସ୍ତ ଅଧିକାରୀଙ୍କ ସେବା କରିଥାଏ, ତେବେ ସିଏ ସେହି ଅଫିସର ଚପରାସୀ ହୋଇଥାଏ। ଏଥିସହ ସେ କହିଥିଲେ ମୋ’ ପିତା ବି ଜଣେ ଚପରାସୀ ଥିଲେ। ଏପରି ଘଟଣା ଖୁବ୍ କ୍ୱଚିତ ଦେଖିବାକୁ ମିଳିଥାଏ। ଏହାପରେ ସେଠାରେ ଉପସ୍ଥିତ ଲୋକେ ଜିଲ୍ଲାପାଳଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ।