୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ମର୍ଡର କରାଯାଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ଏହି ହତ୍ୟା ପଛରେ ବଡ଼ ଧରଣର ଷଡଯନ୍ତ୍ର ଥିବା ନବଙ୍କ ପତ୍ନୀ ଓ ପୁଅ ସତ୍ୟପାଠରେ ବୟାନ ରଖିଥିଲେ। ଏହାକୁ ନେଇ ରାଜନୈତିକ ବୟାନ୍ବାଜି ହୋଇଥିଲା। ଶାସକ ବିଜେଡିକୁ ଟାର୍ଗେଟ କରିଥିଲା ବିରୋଧୀ। ସ୍ଥିତି ଭୟଙ୍କର ରୂପ ନେଉଥିବା ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହତ୍ୟାକାଣ୍ଡର ତଦନ୍ତ ଏଫବିଆଇ କରିବ ବୋଲି ବିଧାନସଭାରେ ଘୋଷଣା କରିଥିଲେ। ହେଲେ ସେ ତଦନ୍ତ କୁଆଡେ ଗଲା? ସିବିଆଇ ଥାଉ ଥାଉ ଏଭଳି ଉଦ୍ଭଟ ପରିକଳ୍ପନା ମୁଖ୍ୟମନ୍ତ୍ରୀ କାହିଁକି କଲେ ବୋଲି ପ୍ରଶ୍ନ କରିଛି ବିଜେପି। ତା’ସହ ଗଣତନ୍ତ୍ରର ମନ୍ଦିରକୁ ମିଛ କହି ଅପବିତ୍ର କରିଥିବାରୁ ମୁଖ୍ୟମନ୍ତ୍ରୀ ସେଇ ବିଧାନସଭାରେ ରାଜ୍ୟବାସୀଙ୍କୁ କ୍ଷମା ମାଗିବା ସହ ଘଟଣାର ସିବିଆଇ ତଦନ୍ତ ଦାବି ଦୋହରାଇଛି ବିଜେପି।
ସେପଟେ ସମ୍ବଲପୁର ସାଂସଦ ସୁରେଶ ପୂଜାରୀ କହିଛନ୍ତି, ଏଠି ସତ୍ୟ ଉନ୍ମୋଚନ ବଦଳରେ ଲୁଚାଇବାକୁ ତଦନ୍ତ ଅଧିକ ଚାଲିଛି। ତେଣେ ଆଜି କଂଗ୍ରେସ ସମାବେଶରେ ପିସିସି ପ୍ରଭାରୀ ଅଜୟ କୁମାର ମଧ୍ୟ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କରିଛନ୍ତି ନିଶାନା। ଏହି ଘଟଣାକୁ ନେଇ ନବଙ୍କ ଝିଅ ତଥା ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ କହିଛନ୍ତି ଆଇନ ତା ବାଟରେ ଯିବ।
ଅନ୍ୟପକ୍ଷରେ ଆଜି ଝାରସୁଗୁଡ଼ାରେ ପାଳିତ ହୋଇଛି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଏସ୍ପି ଅଫିସ ସାମ୍ନାରେ ଥିବା ତିନି କୋଣିଆ ଛକକୁ ନବ ଦାସ ଛକ ନାଁରେ ନାମିତ କରାଯିବା ସହ ସେଠି ତାଙ୍କର ଏକ ପ୍ରତିମୂର୍ତ୍ତିର ଅନାବରଣ କରାଯାଇଛି।
ମୟୂରଗଡ ‘ଜଙ୍ଘା ବଡଦେଓ’ ମନ୍ଦିର ପରିସରରେ ଚାଳିଛି ‘ଜଙ୍ଘା ବଡଦେଓ’ଙ୍କ ପୂଜା ଓ ଯାତ୍ରା ମହୋତ୍ସବ। ପୂର୍ବରୁ ଏହି ପୂଜାରେ ସାମିଲ ହେଉଥିଲେ ନବ କିଶୋର ଦାସ। ପୂଜା କରିବା ସହିତ ଜଙ୍ଘା ବଡଦେଓ ଦେବତାଙ୍କୁ କାନ୍ଧରେ ଧାରଣକରି ନୃତ୍ୟ ପରିବେଷଣ କରୁଥିଲେ। ତାଙ୍କ ମୃତ୍ୟୁ ପରେ ଆଜି ତାଙ୍କ ପରିବାରର ସମସ୍ତେ ପୂଜାରେ ସାମିଲ ହୋଇଥିଲେ।
ପୂଜାରେ ସ୍ୱର୍ଗତ ଦାସ ପତ୍ନୀ ସ୍ତ୍ରୀ ମିନତୀ ଦାସ, ଝିଅ ତଥା ଝାରସୁଗୁଡା ବିଧାୟିକା ଦୀପାଳି ଦାସ, ପୁଅ ବିଶାଳ ଦାସ ଓ ବୋହୂ ଚାରବି ଦାସ ସାମିଲ ହୋଇଥିଲେ। ‘ଜଙ୍ଘା ବଡ଼ଦେଓ’ଙ୍କୁ ପୂଜାର୍ଚ୍ଚନା କରିଥିଲେ। ତା’ପରେ ସମସ୍ତେ ‘ଜଙ୍ଘା ବଡଦେଓ’ଙ୍କୁ ତୈଳ ଲଗାଇ ଥିଲେ। କମିଟି ପକ୍ଷରୁ ସମସ୍ତଙ୍କୁ ସମ୍ୱର୍ଦ୍ଧନା କରାଯାଇଥିଲା। ପଞ୍ଚବାଦ୍ୟ ଦୁଲଦୁଲିର ତାଳେ ତାଳେ ପ୍ରଥମେ ବିଶାଳ ଦାସ ଜଙ୍ଘା ବଡଦେଓଙ୍କୁ ଧାରଣ କରି ନୃତ୍ୟ ପରିବେଷଣ କରିଥିଲେ। ତା’ ପରେ ଦୀପାଳି ଦାସ ‘ଜଙ୍ଘା ବଡଦେଓ’ଙ୍କ ଅଗ୍ରଭାଗକୁ ଧାରଣ କରି ନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଥିଲା। ଏଥିସହ ଜଙ୍ଘା ଦେବତାଙ୍କ ଆଶୀର୍ବାଦ ନେଇଥିଲେ।
‘ଜଙ୍ଘା ବଡ଼ଦେଓ’ଙ୍କ ଏହି ଯାତ୍ରାରେ ଲଇକେରା, କିର୍ମିରା ଓ କୋଲାବିରା ତଥା ଜିଲ୍ଲା ବାହାରୁ ସମାଜର ହଜାର ହଜାର ସଂଖ୍ୟାରେ ଗୋଁଣ୍ଡ ସମାଜର ଶ୍ରଦ୍ଧାଳୁମାନେ ସାମିଲ ହୋଇ ଆରାଧ୍ୟ ଦେବତାଙ୍କ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ମନ୍ଦିର ଉନ୍ନତି କରଣ ପାଇଁ ଶିଳାନ୍ୟାସ କରିଥିଲେ ବିଧାୟିକା ଦୀପାଳି ଦାସ।
ରିପୋର୍ଟ-କୋଚିଣ୍ଡାରୁ ଦେବେନ୍ଦ୍ର ବେହେରା
ବାପା ସ୍ୱର୍ଗତ ନବ କିଶୋର ଦାସଙ୍କ ମୃତ୍ୟୁ ପରେ ‘ଜଙ୍ଘା ବଡ଼ଦେଓ’ଙ୍କୁ ପୂଜା କରିଛନ୍ତି ବିଜେଡି ବିଧାୟିକା ଦୀପାଳି ଦାସ। ସେ ଖାଲି ପୂଜା କରିନାହାନ୍ତି, ‘ଜଙ୍ଘା ବଡ଼ଦେଓ’ଙ୍କୁ କାନ୍ଧେଇ ନୃତ୍ୟ ପରିବେଷଣ କରିଛନ୍ତି। ବାପାଙ୍କ କଥା ମନେ ପକାଇ ଭାବବିହ୍ବଳ ମଧ୍ୟ ହୋଇଛନ୍ତି ଦୀପାଳି। #Odisha #Jharsuguda #DeepaliDas pic.twitter.com/vTBUZ4uWW8
— Odisha Reporter (@OdishaReporter) January 20, 2024
ଝାରସୁଗୁଡାରେ ଗତବର୍ଷ ସ୍ପଷ୍ଟ ଦିବାଲୋକରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା, ନାବାଳକ ସମର୍ଥ ଅଗ୍ରୱାଲଙ୍କୁ ବୀଭତ୍ସ ହତ୍ୟା ଏବଂ ଚଳିତ ବର୍ଷ ଆରମ୍ଭ ହେଉ ହେଉ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ଉପରେ ଅଣ୍ଡା ମାଡ଼ ଏବଂ ଏବେ ତାଙ୍କ ଗାଡିକୁ ଆକ୍ରମଣ ହୋଇଛି l
ଝାରସୁଗୁଡାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ଯାଇଥିବାବେଳେ ଝାରସୁଗୁଡାବାସୀ ଭୟରେ ଥିବା ବିଜେପି ଅଭିଯୋଗ କରିଛି।
ଏହି ଆକ୍ରମଣ ପଛରେ ବିଜେଡିର ହାତ ଥିବା ଅଭିଯୋଗ କରିଛନ୍ତି ଟଙ୍କଧର ତ୍ରିପାଠୀ । ଏପରିକି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିସିଟିଭି ଫୁଟେଜରେ କିଏ ପଥର ମାଡ଼ କରିଛି ତାହା ସ୍ପଷ୍ଟ ହୋଇଥିବା କହିଛନ୍ତି। ଏପରିକି ଝାରସୁଗୁଡ଼ାରେ ବିଜେଡି ନେତୃତ୍ୱ ନେଉଥିବା ପରିବାର ସହ ଆକ୍ରମଣକାରୀଙ୍କ ଗଭୀର ସମ୍ପର୍କ ରହିଥିବା ସେ ଟାର୍ଗେଟ କରିଛନ୍ତି। ତେବେ ପୁଲିସ୍ ତଦନ୍ତରୁ ସବୁ ସତ ପଦାକୁ ଆସିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଆଜି ସକାଳେ ଆମ୍ବୁଲାନ୍ସଟି ଲଖନପୁରରୁ ରୋଗୀ ନେଇ ଜିଲ୍ଲା ଡାକ୍ତରଖାନାକୁ ଆସୁଥିଲା। ଏହି ସମୟରେ ବ୍ରଜରାଜନଗର ଜାତୀୟ ରାଜପଥର ସଦର ଥାନା ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପରେ ଆମ୍ବୁଲାନ୍ସଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଆମ୍ବୁଲାନ୍ସରେ ଥିବା ରୋଗୀ ଗୁରୁତର ଆହତ ହୋଇଥିଲେ।
ଏହାସହ ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ଆହତଙ୍କୁ ଉଦ୍ଧାର କରାଯାଇ ଅନ୍ୟ ଏକ ଆମ୍ବୁଲାନ୍ସରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୁଲିସ ଆମ୍ବୁଲାନ୍ସ ଓ ଟ୍ରାକ୍ଟରକୁ ଜବତ କରି ଘଟଣାର ତଦନ୍ତ କରୁଛି।
ତିନିଜଣ ଯୁବକ ଏକ ବାଇକ୍ରେ ଯିବାବେଳେ ସେମାନଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହାସହ ରାସ୍ତାରେ ରାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି।
ଆଜି ରାଜ୍ୟପାଳ ରଘୁବର ଦାସ ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଯାଇଥିଲେ। ସଦର ବ୍ଲକ ତାଲପଟିଆ ଗାଁକୁ ଯାଇ ସେ ଲୋକଙ୍କ ସହ କଥା ହୋଇଥିଲେ। ଲୋକଙ୍କ ଭଲମନ୍ଦ ଶୁଣିବାଥିଲେ। ଏହି ସମୟରେ ଜଣେ ଚାଷୀ ତାଙ୍କୁ କହିଥିଲେ ଯେ ସେ ଜଣେ ଛୋଟ ଚାଷୀ। ତେଣୁ ବୀହନର କିଣା ମୂଲ୍ୟ କମ ହେଲେ ତାଙ୍କ ଭଳି ଛୋଟ ଚାଷୀମାନ ଉପକୃତ ହୋଇ ପାଇବେ ବୋଲି ସେ ରାଜ୍ୟପାଳଙ୍କୁ କହିଥିଲେ।
ଏହା ଶୁଣିବା ପରେ ପରେ ରାଜ୍ୟପାଳ ଦାସ ସ୍ଥାନୀୟ ସରପଞ୍ଚଙ୍କୁ ଡକାଇଥିଲେ। କିନ୍ତୁ ମହିଳା ସରପଞ୍ଚ ଗାଁରେ ନଥିଲେ। ତାଙ୍କ ସ୍ୱାମୀ ରାଜ୍ୟପାଳଙ୍କ ସମ୍ମୁଖକୁ ଆସିଥିଲେ। ଏହାକୁ ନେଇ ରାଜ୍ୟପାଳ ଅସନ୍ତୋଷ ପ୍ରକାଶ କରିବା ସହ ସରପଞ୍ଚଙ୍କ କାମରେ ହସ୍ତକ୍ଷେପ ନକରିବାକୁ ସରପଞ୍ଚଙ୍କ ସ୍ୱାମୀଙ୍କୁ ତାଗିତ କରିଛନ୍ତି। ଏଥିସହ ତାଙ୍କୁ ମହିଳା ସଶକ୍ତିକରଣ ସମ୍ପର୍କରେ ମଧ୍ୟ ବୁଝାଇଛନ୍ତି। ସେ କହିଥିଲେ, ଆପଣ ସରପଞ୍ଚଙ୍କ ସ୍ୱାମୀ। ତାଙ୍କୁ କାମ କରିବାକୁ ଦେଉଛନ୍ତି ନା ନିଜ କାମ କରୁଛନ୍ତି? ମହିଳାଙ୍କୁ କାମ କରିବାକୁ ଦିଅନ୍ତି। ମହିଳା ସଶକ୍ତିକରଣ କରାନ୍ତୁ ବୋଲି ସେ କହିଥିଲେ। ସରପଞ୍ଚଙ୍କ ସ୍ୱାମୀ ମଧ୍ୟ ଏଥିରେ ହଁ ଭରିଛନ୍ତି।
ଆଜି ସକାଳ ୧୦.୪୫ରେ ରାଜ୍ୟପାଳ ଝାରସୁଗୁଡା OMP ସ୍ଥିତ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଜିଲ୍ଲା ପୁଲିସ ତାଙ୍କୁ ଗାର୍ଡ ଅଫ ଅନର ଦେଇଥିଲା। ଏହାପରେ ରାଜ୍ୟପାଳ ଦ୍ୱିତୀୟ ବାଟାଲିୟନ OMP ଅଙ୍ଗନବାଡି କେନ୍ଦ୍ରରେ ଛୋଟ ଛୋଟ ଛୁଆ ଓ ଅଭିଭାବକ ମାନଙ୍କ ସହ ଆଲୋଚନା କରିଥିଲେ।
ପୋଷଣ ଯୋଜନା ଓ ଅଙ୍ଗନବାଡି ପକ୍ଷରୁ ଯୋଗାଇ ଦିଆଯାଉଥିବା ଖାଦ୍ୟ ବିଷୟରେ ରାଜ୍ୟପାଳ ପଚାରି ବୁଝିଥିଲେ। ଏହି ସମୟରେ ଅଙ୍ଗନବାଡି କାର୍ମୀଙ୍କ ଦରମା ବୃଦ୍ଧି କରିବାକୁ ଅଭିଭାବକମାନେ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି।
ଆଜିର ଏହି ଦିନିକିଆ ଗସ୍ତରେ ରାଜ୍ୟପାଳ ଦାସ ଦୁର୍ଲଗା ଗସ୍ତ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ହିତାଧିକାରୀଙ୍କସହ ଆଲୋଚନା କରିଛନ୍ତି। ତାଳପଟିଆ, ଦୁଲର୍ଗା , କଟାପାଲି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଓ ଡାକ୍ତର ମାନଙ୍କସହ ବି ସେ ଆଲୋଚନା କରିଛନ୍ତି।
ସେପଟେ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଦୁର୍ଘଟଣା ଘଟାଇଥିବା ରେଞ୍ଜ ରୋଭର ଗାଡ଼ିର ନମ୍ବରକୁ ନେଇ ପୁଲିସ୍ କେମିତି ଦେଇଥିଲା ଦୁଇ ଦୁଇଟି ନମ୍ବର। ମଙ୍ଗଳବାର ଅପରାହ୍ନରେ ପାୱାର ହାଉସ୍ ଛକରେ ଘଟିଥିବା ଏ ଦୁର୍ଘଟଣା ବାବଦରେ କମିଶନରେଟ୍ ପୁଲିସର ପ୍ରେସ୍ ରିଲିଜରେ ଗାଡ଼ି ନମ୍ବର OD-33-AF-6726 ଲେଖାଥିଲା। ହେଲେ ତା’ର ଅଢ଼େଇ ଘଣ୍ଟା ପରେ ଗାଡ଼ି ନମ୍ବରରେ ସଂଶୋଧନ କରି OD-23-K-0006 ନମ୍ବର ଜାରି କରିଥିଲା। ତେଣୁ ଏଠି ପ୍ରଶ୍ନ ଉଠୁଛି, ଭୁଲ ବଶତଃ ପୁଲିସ ପ୍ରଥମେ ଭୁଲ ନମ୍ବର ଦେଇଥିଲା ନା ଏହା ପଛରେ ଚାପ କାମ କରିଥିଲା।
କେବଳ ସେତିକି ନୁହେଁ, ଗିରଫ ହୋଇଥିବା ସୌଭାଗ୍ୟ କୁମାର ବାଗ ପ୍ରକୃତରେ ଦୁର୍ଘଟଣା ଦିନ ଗାଡି ଚଳାଉଥିଲେ ନା ଆଉ କେହି ଦ୍ୱିତୀୟ ବ୍ୟକ୍ତି ଗାଡ଼ି ଚଳାଉଥିଲେ। କାରଣ ଦୁର୍ଘଟଣା ଘଟାଇଥିବା ରେଞ୍ଜ ରୋଭରର ଆଗ ପଟରେ ଥିବା ଦୁଇଟି ଯାକ ବେଲୁନ ଫାଟିଥିବାରୁ କାରରେ ଦୁଇଜଣ ବ୍ୟକ୍ତି ଥିବା ସ୍ପଷ୍ଟ ହେଉଛି। ତେବେ ସେ ଦ୍ୱିତୀୟ ବ୍ୟକ୍ତି କିଏ? ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ କିଛି ଉଦ୍ୟମ କାମ କରୁନଥିଲା ତ ? ସବୁଠୁ ବଡ଼ କଥା ହେଉଛି କମିଶନରେଟ୍ ପୁଲିସର କାର୍ଯ୍ୟାଳୟଠୁ ମାତ୍ର ୫୦ ମିଟର ଦୂରରେ ଏଇ ଦୁର୍ଘଟଣା ଘଟିଥିବାରୁ ସିସିଟିଭିରେ ନିଶ୍ଚୟ ଦୁର୍ଘଟଣା ସମୟର ଫୁଟେଜ୍ କଏଦ ହୋଇଥିବ। ହେଲେ ଡ୍ରାଇଭର ନିଜ ଦୋଷ ସ୍ୱୀକାର କରିଥିବା ପୁଲିସ୍ କହୁଥିବା ବେଳେ ସତ କ’ଣ କ୍ୟାମେରା ଆଗରେ କିନ୍ତୁ ମୁହଁ ଖୋଲିବାକୁ ନାରାଜ।
ସେପଟେ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଜୀବନ ସହ ଜୁଝୁଛନ୍ତି ଅବସରପ୍ରାପ୍ତ ସିଆଇଏସଏଫ୍ ଯବାନ କାହ୍ନୁଚରଣ ନାୟକ। ଘଟଣା ଦିନ ତାଙ୍କ ସହ ବାଇକରେ ଥିବା ସଂପର୍କୀୟା ଲୋପାମୁଦ୍ରା ସାହୁଙ୍କର ତିନି ଦିନ ହେବ ଚେତା ଫେରୁନି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାହ୍ନୁଚରଣଙ୍କ ଚିକିତ୍ସା ଚାଲିଥିଲା ବେଳେ କଟକର ଏକ ଘରୋଇ ହସ୍ପିଟାଲରେ ଲୋପାମୁଦ୍ରାଙ୍କର ଚିକିତ୍ସା ଚାଲିଛି। ଉଭୟଙ୍କ ଜୀବନ ବଞ୍ଚାଇବାକୁ ପ୍ରଚୁର ଅର୍ଥର ଆବଶ୍ୟକତା ଥିବାରୁ ରେଞ୍ଜ ରୋଭର ଭଳି ଗାଡ଼ି ଚଢ଼ୁଥିବା ଦାମୀ ମଣିଷ ଅନ୍ତତଃ ମାନବିକତା ଦେଖାଇ ସାହାଯ୍ୟ କରିବାକୁ ଅପିଲ କରିଛନ୍ତି କାହ୍ନୁଚରଣଙ୍କ ଭାଇ।
ଫେବ୍ରୁଆରୀ ୨୨ତାରିଖ ଦିନ ରାଜେଶ ବିଳମ୍ବରେ କ୍ଲାସ ଆସିଥିଲେ। ସେହି ସମୟରେ ଅମିତ ପିଲାମାନଙ୍କ କ୍ଲାସ ନେଉଥିଲେ। କାହିଁକି କ୍ଲାସକୁ ବିଳମ୍ବ ଆସିଲ ବୋଲି ଅମିତ ରାଜେଶଙ୍କୁ ପଚାରିଥିଲେ। ଏହି କଥାକୁ ଅମିତ ଓ ରାଜେଶଙ୍କ ମଧ୍ୟରେ ବଚସା ହୋଇଥିଲା।
ପରେ ରାଜେଶ ଉତ୍ତେଜିତ ହୋଇ ଅମିତଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ପ୍ରଥମେ ଝାରସୁଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା। ୯ମାସ ଧରି ଚିକିତ୍ସାଧୀନ ରହିବା ପରେ ଗତକାଲି ଅମିତଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଛାତ୍ରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
କୋଲକାତାରୁ ସନ୍ଧ୍ୟା ୫ଟା ୫୦ରେ ବିମାନ ବାହାରି ଝାରସୁଗୁଡ଼ାରେ ସନ୍ଧ୍ୟା ୭ଟା ୨୫ ମିନିଟ୍ ରେ ପହଞ୍ଚିବ। ପୁଣି ଝାରସୁଗୁଡ଼ାରୁ ସନ୍ଧ୍ୟା ୭ଟା ୫୫ ମିନିଟ୍ ରେ ବାହାରି ରାତି ୯ଟା ୨୦ରେ କୋଲକାତାରେ ପହଞ୍ଚିବ।
ସେହିପରି ନଭେମ୍ବର ୧୫ ତାରିଖରେ ବେଙ୍ଗାଲୁରୁରୁ ସକାଳ ୧୦ଟା ୧୫ରେ ବିମାନ ବାହାରି ଦିନ ୧୨ଟା ୨୦ରେ ଝାରସୁଗୁଡ଼ାରେ ପହଞ୍ଚିବ ଓ ଏଠାରୁ ପୁଣି ଦିନ ୧୨ଟା ୫୦ରେ ବାହାରି ଦିନ ୨ଟା ୫୫ରେ ବେଙ୍ଗାଲୁରୁରେ ପହଞ୍ଚିବ।
ରେଙ୍ଗାଲି ଥାନା ବାଦିମାଲ ସ୍ଥିତ ସଙ୍ଖଲିଆ ରାଇସ୍ ମିଲରେ ଉତ୍ତରପ୍ରଦେଶ ବରେଲି ଅଞ୍ଚଳର ନତିନ ଅହମ୍ମଦ ଗତ କିଛି ମାସ ହେବ କାମ କରୁଥିଲେ। ରବିବାର ସେ କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଯେଉଁଥିପାଇଁ ସେ ସଂଜ୍ଞାହୀନ ହୋଇ ପଡି ଯାଇଥିଲେ। ତାଙ୍କ ସାଙ୍ଗରେ କାମ କରୁଥିବା ଅନ୍ୟ ଶ୍ରମିକମାନେ ଏହା ଦେଖି ଡ଼ରି ଯାଇଥିଲେ। ନତିନ ଅହମ୍ମଦ ମରି ଯାଇଛନ୍ତି ଭାବି ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ହେଲେ ନତିନ ଅହମ୍ମଦ ବଞ୍ଚିଥିଲେ। ତାଙ୍କ ସଂଜ୍ଞା ଫେରିଲା ବେଳକୁ ସେ ଜଙ୍ଗଲରେ ପଡ଼ିଥିବା ନିଜକୁ ପାଇଥିଲେ। ଜଙ୍ଗଲକୁ ଆସିଥିବା ଲୋକମାନେ ତାଙ୍କୁ ଉଦ୍ଧାର କରି ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବର୍ଣ୍ଣ ୱାର୍ଡରେ ଏବେ ତାଙ୍କର ଚିକିତ୍ସା ଚାଲିଛି।
ସ୍ଥାନୀୟ ଲୋକେ ଏନେଇ ଅଭିଯୋଗ କରିବା ପରେ ବ୍ରଜରାଜନଗର SDPO ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଆସି ତଦନ୍ତ ଆରମ୍ଭ କରିଛନ୍ତି। ଯେହେତୁ ନତିନ ଅହମ୍ମଦ ଏବେ ସୁସ୍ଥ ନାହାନ୍ତି, ତେଣୁ ଲିଖିତ ଅଭିଯୋଗ କରି ପାରିନାହାନ୍ତି। କେବଳ ଘଟଣା ସମ୍ପର୍କରେ ପଚାରି ତଦନ୍ତ ଚଳାଇଛି ପୁଲିସ୍। ଲିଖିତ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ଚନ୍ଦ୍ର ବାରିକ।
ରାଇସ୍ ମିଲ୍ରେ ଏତେ ବଡ଼ ଘଟଣାଟିଏ ଘଟିଗଲା, ହେଲେ ମିଲ ମାଲିକଙ୍କର ଦେଖାନାହିଁ। ଘଟଣା ଗଣମାଧ୍ୟମକୁ ଆସିଲା ପରେ ମଧ୍ୟ ସେ ମୁହଁ ଖୋଲୁନାହାନ୍ତି। ପୁଲିସ୍ ତାଙ୍କ ପାଖରେ ପହଞ୍ଚି ପାରିନାହିଁ।
ରିପୋର୍ଟ- ଝାରସୁଗୁଡ଼ାରୁ ଭାଗିରଥୀ ସାହୁ
ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ପ୍ରଧାନମନ୍ତ୍ରୀଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଏବେ ମଧ୍ୟପ୍ରଦେଶରେ ପହଞ୍ଚି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୋଦି। ଏହାପରେ ଛତିଶଗଡ଼ ଆସିବେ। ମାତ୍ର ଆଜି ଓଡ଼ିଶା ଓ ଛତିଶଗଡରେ ଲଗାଣ ବର୍ଷା ଜାରି ରହିଛି।
ତେବେ ଛତିଶଗଡ଼ ଆସିବା ସମୟରେ ଯଦି କୌଣସି ପ୍ରତିକୂଳ ପାଗ ଥାଏ, ତେବେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ବିମାନର ଜରୁରୀ ଅବତରଣ ହୋଇପାରେ ବୋଲି କୁହାଯାଉଛି।
ଏହି ସମ୍ଭାବନାକୁ ଦେଖି ଝାରସୁଗୁଡା ବିମାନ ବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଝାରସୁଗୁଡା ବିମାନ ବନ୍ଦରକୁ ପୁଲିସ୍ ଓ ସେନା କର୍ମଚାରୀ ଘେରି ରହିଥିବା ବେଳେ ସନ୍ଧାନୀ କୁକୁର ଦ୍ୱାରା ତନ ତନ କରି ଯାଞ୍ଚ କରାଯାଉଛି । ଝାରସୁଗୁଡ଼ା ଜିଲ୍ଲାପାଳ, ଏସ୍ପି ଓ ଅନ୍ୟ ବରିଷ୍ଠ ଅଧିକାରୀ ବିମାନ ବନ୍ଦରରେ ଉପସ୍ଥିତ ଥିବା ବେଳେ ସେନାର ୩ଟି ହେଲିକପ୍ଟର ବି ପହଞ୍ଚି ସାରିଛି।
ମଧ୍ୟପ୍ରଦେଶ ବୀଣା କାର୍ଯ୍ୟକ୍ରମ ପରେ ଆଜି ଅପରାହ୍ନ ୩ଟା ୧୫ରେ ଛତିଶଗଡ଼ ରାୟଗଡଠାରେ ରେଳ ପ୍ରକଳ୍ପକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ମୋଦି। ଉକ୍ତ ସମୟରେ ପାଗ ପ୍ରତିକୂଳ ଥିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ଅପରାହ୍ନ ପ୍ରାୟ ୨ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିପାରେ।
ସେଠାରୁ ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ମୋଦି ଛତିଶଗଡ଼ ଯାଇ ପାରନ୍ତି। ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ପରିସ୍ଥିତିକୁ ନଜରରେ ରଖି ସେଠାରେ ୨୫ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି। ଅନ୍ୟପଟେ ଯଦି ବେଦାନ୍ତକୁ ଅନୁମତି ମିଳେ ତେବେ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ନଚେତ ଖଣି ଖନନ ଲାଗି ଦିଆଯିବ ନାହିଁ ବୋଲି କହିଛନ୍ତି ୩ ପଞ୍ଚାୟତର ବାସିନ୍ଦା।
ଏହି କୋଇଲା ଖଣି ଖଖନ ପାଇଁ ଲଖନପୁରର ପିପିଲିମାଲ ପଞ୍ଚାୟତ, ବନଜାରି ପଂଚାୟତ, କୁଡାଲଇ, ବରତାପ ଗ୍ରାମ, ଧରାମୁଣ୍ଡା, ବେଳପାହାଡ଼ ପୌରାଞ୍ଚଳ ୧୭ ନଂ ୱାର୍ଡର ଲୁହୁରାପଡ଼ା ପରିସୀମା ଭିତରେ ଆସୁଥିବା ୨୪ ଏକରର ଜମି ଅଧୀଗ୍ରହଣ ପାଇଁ ପ୍ରଥମ ପର୍ଯ୍ୟାୟରେ ଜନ ଶୁଣାଣି ହେବ। ଅଧିଗ୍ରହଣ ହେବାକୁ ଥିବା ଜମି ଭିତରୁ କେତେକ ସରକାରୀ ଜମି ରହିଥିବା ସହ ବହୁ ପରିବାରର ରୟତି ଜମି ରହିଛି। ପ୍ରକଳ୍ପ ଯୋଗୁ ୬ ହଜାର ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି।
ଏ ନେଇ ଜିଲ୍ଲା ପ୍ରଶାସନ କିମ୍ବା ବେଦାନ୍ତ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିନି।
ନବଙ୍କୁ ପ୍ରଥମେ ଜିଲ୍ଲା ହସ୍ପିଟାଲକୁ ନେବାପରେ ସେଠାରେ କ’ଣ ସବୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା? କ’ଣ ସବୁ ପରୀକ୍ଷା କରାଯାଇଥିଲା? ତାଙ୍କର ହାର୍ଟବିଟ୍ କେତେ ଥିଲା, ଅକ୍ସିଜେନ୍ ଲେବୁଲ କ’ଣ ଥିଲା ଏସବୁ କିଛି ବି ଓପିଡି ଟିକେଟ୍ରେ ଉଲ୍ଲେଖ କରାଯାଇନାହିଁ। କେବଳ ଗୁଳିମାଡ଼ରେ ଆହତ ହୋଇ ଭର୍ତ୍ତି ହୋଇଥିବା କଥା ଉଲ୍ଲେଖ ହୋଇଛି। ଏହାପରେ ତାଙ୍କୁ ଅଧିକ ଚିକିତ୍ସା ଲାଗି ଉନ୍ନତ ବ୍ୟବସ୍ଥା ଥିବା ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ରେଫର କରାଯାଇଛି। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଜିଲ୍ଲା ହସପିଟାଲରେ ନବଙ୍କର ଚିକିତ୍ସା କରାଯାଇଥିଲା ନା ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା ଓପିଡି ଟିକେଟ ସାମ୍ନାକୁ ଆସିବା ପରେ ସାଧାରଣ ଜନତାଙ୍କ ମଧ୍ୟର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ନବ ଦାସଙ୍କୁ ଝାରସୁଗୁଡ଼ାରୁ ଯେଉଁ ଅବସ୍ଥାରେ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିଲା। ଏସବୁର ପାରିପାର୍ଶ୍ୱିକ ସ୍ଥିତିକୁ ନେଇ ବିରୋଧୀ ଅଭିଯୋଗ କରି ଆସୁଛନ୍ତି ଯେ, ତାଙ୍କର ଝାରସୁଗୁଡ଼ାରେ ହିଁ ମୃତ୍ୟୁ ହୋଇଥିଲା। କେବଳ ନବଙ୍କ ମୃତଦେହକୁ ଏଠାକୁ ଅଣାଯାଇଥିଲା। ଏବେ ଓପିଡି ଟିକେଟ୍ ଆସିବା ପରେ ବିରୋଧୀଙ୍କ ସନ୍ଦେହ ଆହୁରି ଦୃଢୀଭୂତ ହୋଇଛି।
ଏନେଇ ଝାରସୁଗୁଡ଼ା CDMO ଡାକ୍ତର ଦୋଳମଣି ପଟେଲ କହିଛନ୍ତି, ନିୟମ ଦୃଷ୍ଟିରୁ ଓପିଡି ଟିକେଟରେ ଚିକିତ୍ସା ବାବଦରେ ଲେଖାଯିବା କଥା। ଯେହେତୁ ସାର୍ଙ୍କ ଅବସ୍ଥା ସଂକଟାପନ୍ନ ଥିଲା ସଙ୍ଗେ ସଙ୍ଗେ ଫାଷ୍ଟ ଏଡ୍ ଚିକିତ୍ସା କରି ରେଫର କରାଯାଇଥିଲା। ସେଥିପାଇଁ ଲେଖିଯାଇ ପାରିଲା ନାହିଁ।ରେଫରାଲ୍ କାର୍ଡରେ ଡିଟେଲ୍ ଲେଖାଯାଇ ପଠାଯାଇଥିଲା।
ସୂଚନାଯୋଗ୍ୟ, ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ନବଙ୍କ ବାମ ଛାତିରେ ଗୁଳି ବାଜିଥିଲା। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ନବଙ୍କର ମୃତ୍ୟୁ ଘଟିଥିଲା।
ଯେଉଁ ମା’ ୧୦ ମାସ ଗର୍ଭରେ ରଖି ଜନ୍ମ ଦେଇଥିଲା, ସେହି ମା’ ଏବେ ୨ ନାବାଳିକା ଭଉଣୀଙ୍କ ପାଇଁ ପାଲଟି ଯାଇଛି ବଇରୀ। ଯାହା ହାତ ଧରି ଚାଲି ଶିଖିଥିଲେ, ଏବେ ତାହା ଉପରେ ଆଉ ସେମାନଙ୍କ ଭରସା ନାହିଁ। କାରଣ ନିଜ ଛୁଆଙ୍କୁ ସବୁ ବିପଦରୁ ରକ୍ଷା କରିବା ପାଇଁ ନିଜକୁ ବିପଦକୁ ଠେଲି ଦେଉଥିବା ମା’ ଏଠାରେ ପାଲଟିଛି ସ୍ୱାର୍ଥପର। ନିଜ ପ୍ରେମିକ ସହ ମିଶି ୨ ଛୁଆଙ୍କୁ ବିକି ଦେବାକୁ ଟ୍ରେନ୍ରେ ଚେନ୍ନାଇ ନେଇ ଯାଉଥିବା ୨ ଭଉଣୀ ଅଭିଯୋଗ କରିଛନ୍ତି। ଏପରିକି ମା’ଙ୍କ ପୁରୁଷ ବନ୍ଧୁ ସେମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ୨ ଭଉଣୀ।
ଗତକାଲି ରାତିରେ ୨ ନାବାଳିକା ଝିଅଙ୍କୁ ତାଙ୍କ ମା’ ଏବଂ ମା’ଙ୍କ ପୁରୁଷ ବନ୍ଧୁ ଚେନ୍ନାଇ ନେଇ ଯାଉଥିଲେ । ସମ୍ବଲପୁର ରେଳ ଷ୍ଟେସନ ନିକଟରେ ଜଣେ ନାବାଳିକା ସାହାଯ୍ୟ କରିବାକୁ ଜଣେ ବ୍ୟକ୍ତିଙ୍କୁ ଇସାରାରେ କହିଥିଲେ l ଉକ୍ତ ବ୍ୟକ୍ତିଙ୍କଠାରୁ ସୂଚନା ପାଇବା ପରେ ଆରପିଏଫ ଦୁଇ ଭଉଣୀ, ସେମାନଙ୍କ ମା’ ଓ ମା’ଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚରାଉଚରା କରିଥିଲା l
ନାବାଳିକାଦ୍ୱୟଙ୍କୁ ଚାଇଲ୍ଡ ଲାଇନ୍କୁ ହସ୍ତାନ୍ତର କରିବା ପରେ ଉଭୟଙ୍କୁ ସିଡବ୍ଲ୍ୟୁସିରେ ହାଜର କରାଯାଇଥିଲା l ପଚରାଉଚରା ବେଳେ ନାବାଳିକାଙ୍କୁ ସେମାନନଙ୍କ ମା'ଙ୍କ ପୁରୁଷ ବନ୍ଧୁ ଯୌନ ନିର୍ଯାତନା ଦେଉଥିବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ । ଘଟଣା ପରେ ଆର୍ପିଏଫ୍ ଉକ୍ତ ନାବାଳିକାଙ୍କ ମା’, ତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ବେଲପାହାଡ ପୁଲିସକୁ ହସ୍ତାନ୍ତର କରିଛି l
ଏନେଇ ବ୍ରଜରାଜନଗର SDPO ଚିନ୍ତାମଣି ପ୍ରଧାନ କହିଛନ୍ତି, ଜଣେ ଲେଡି ଅଫିସରଙ୍କ ସାମନାରେ ଦୁଇ ଭଉଣୀଙ୍କ ବୟାନ ରେକର୍ଡ କରାଯିବ । ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବି ବୟାନ ରେକର୍ଡ କରାଯିବ । ତଦନ୍ତରୁ ମା’ଙ୍କ ଭୁଲ ଜଣାପଡ଼ିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଗତକାଲି ସନ୍ଧ୍ୟାରେ ଗଣେଶ କୌଣସି କାମରେ କତରବଗା ସ୍ଥିତ ପେଟ୍ରୋଲ ପମ୍ପ ନିକଟକୁ ଯାଇଥିଲେ। ସେଠାରେ କୌଣସି କଥାକୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସହ ବଚସା ହୋଇଥିଲା। ଏହାପରେ କର୍ମଚାରୀ ମାନେ ତାଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ। ଗଣେଶଙ୍କୁ ସେମାନେ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି। ଗଣେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଗଣେଶଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।
ଗଣେଶ କନେଷ୍ଟବଲ ଭାବେ କାର୍ଯ୍ୟ କରୁଥିଲେ। କିଛି ବର୍ଷ ହେଲା ସେ ଚାକିରି ଛାଡ଼ି ଘରେ ଥିଲେ। ଗଣେଶ ମାନିସିକ ବିକୃତି ଥିବା ଜଣାପଡ଼ିଛି।
କେବଳ କଲମା ବ୍ୟାରେଜରୁ ନୁହେଁ ବରଂ କେଲୋ ନଦୀର ଲାଖାଠାରେ ଥିବା କେଲୋ ଡ୍ୟାମ୍ରୁ ମଧ୍ୟ ଜଳ ନିଷ୍କାସନ ଆରମ୍ଭ ହୋଇଛି। ଛତିଶଗଡ଼ରେ ବର୍ତ୍ତମାନ ସୁଦ୍ଧା ମୌସୁମୀ ବର୍ଷା ହୋଇନଥିବା ବେଳେ କଲମା ବ୍ୟାରେଜ ଦେଇ ଜଳ ଛାଡ଼ିବା ନେଇ ସଂଶୟ ସୃଷ୍ଟି ହୋଇଛି।
ଗତବର୍ଷ ତୁଳନାରେ ଚଳିତ ଜୁନ ମାସରେ ଛତିଶଗଡ଼ରେ ୯୬ ପ୍ରତିଶତ କମ୍ ବୃଷ୍ଟିପାତ ରେକର୍ଡ ହୋଇଛି। ଆସନ୍ତା ଜୁନ ୨୫ ଯାଏ ଛତିଶଗଡ଼କୁ ମୌସୁମୀ ପହଞ୍ଚିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଗତକାଲିଠାରୁ ମହାନଦୀ ଉପରମୁଣ୍ଡରେ ବର୍ଷା ଆରମ୍ଭ ହୋଇଛି। ମହାନଦୀର ଉପରମୁଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ୩.୭୫ ମିମି ବର୍ଷା ରେକର୍ଡ କରାଯାଇଛି।
ଗତ ୧୬ ତାରିଖରୁ କଲମା ବ୍ୟାରେଜ ଦେଇ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବା ନେଇ ସେଠାକାର ସରକାର ସୂଚନା ଦେଇଥିଲେ। ତେବେ ଠିକ୍ ସମୟରେ ମୌସୁମୀ ନପହଞ୍ଚିବାରୁ ୧୬ ତାରିଖରେ ଗେଟ୍ ଖୋଲାଯାଇନଥିଲା। ଏହାପରେ ଛତିଶଗଡ଼ ସରକାର ଏକାସାଙ୍ଗରେ କଲମା ବ୍ୟାରେଜର ୧୦ଟି ଗେଟ୍ ଖୋଲି ଦେଇଥିବା ବେଳେ ପୁଣି କିଛି ସମୟ ଭିତରେ ୫ଟି ଗେଟ୍ ବନ୍ଦ କରି ଦେଇଥିଲେ। ଛତିଶଗଡ଼ ସରକାରଙ୍କ ଏଭଳି ପଦକ୍ଷେପ ଲୋକଙ୍କ ଭିତରେ ସଂଶୟ ସୃଷ୍ଟି କରିଛି। ତେବେ ଏନେଇ ଛତିଶଗଡ଼ ଜଳସମ୍ପଦ ବିଭାଗ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
ଆଜି ସକାଳ ବାର୍ହାଟି ଜଙ୍ଗଲରୁ ପଳାଇ ଆସି କାପୁମାଲ ଗାଁରେ ବୁଲୁଥିଲା। ଏହି ସମୟରେ କୁକୁର ପଲ ବାର୍ହାଟିକୁ ଦେଖି ଭୋକିବା ସହ ଗୋଡ଼ାଇ ଥିଲେ। ବାର୍ହାଟି ଦୌଡ଼ି ଆସି ଜଣଙ୍କ ଘରେ ପଶି ଯାଇଥିଲା। ପରେ ଘରେ ଥିବା ମା’ ପୁଅ ଓ ଝିଅକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିଲା। ଗ୍ରାମବାସୀ ପାଟି ଶୁଣି ଦୌଡ଼ି ଆସିଥିଲେ। ବାର୍ହାଟିକୁ ପିଟି ମାରି ଦେଇଥିବା ଜଣାପଡ଼ିଛି।
ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ଅଧୀନରେ ଥିବା ଡାକସା ଗାଁର ବାର୍ହାରେ ଆକ୍ରମଣରେ ଜଣେ ଆହତ ହୋଇଛନ୍ତି। ତାଙ୍କ ନାଁ ଘୁଟୁ ମହାକୁର (୪୫)ବର୍ଷ।
ଆଜି ସକାଳେ ଘୁଟୁ ଗାଈ ଖୋଜିବା ପାଇଁ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଜଙ୍ଗଲ ଭିତରୁ ଏକ ଜଙ୍ଗଲୀ ବାର୍ହା ଆସି ତାଙ୍କୁ ହଠାତ ଆକ୍ରମଣ କରିଥିଲା। ଘୁଟୁଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ। ଘରଟୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଲୋକ ପାଟି କରିବାରୁ ବାର୍ହାଟି ଜଙ୍ଗଲକୁ ଦୌଡ଼ି ପଳାଇଯାଇଥିଲା।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ସୋନପୁରରେ ୪୪.୮ ଡିଗ୍ରୀ, ହୀରାକୁଦରେ ୪୪.୭ ଡିଗ୍ରୀ, ବୌଦ୍ଧରେ ୪୪.୬ ଡିଗ୍ରୀ, ବଲାଙ୍ଗିରରେ ୪୪.୦ ଡିଗ୍ରୀ, ସୁନ୍ଦରଗଡ଼ରେ ୪୩.୮ ଡିଗ୍ରୀ, ରାଉରକେଲାରେ ୪୩.୬ ଡିଗ୍ରୀ, ଭବାନୀପାଟଣାରେ ୪୩.୬ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ, ତାଳଚେରରେ ୪୩.୨ ଡିଗ୍ରୀ, ଅନୁଗୋଳରେ ୪୨.୭ ଡିଗ୍ରୀ, ବାରିପଦାରେ ୪୨.୪ ଡିଗ୍ରୀ, ଦେବଗଡ଼ରେ ୪୨.୪ ଡିଗ୍ରୀ, ନୂଆପଡ଼ାରେ ୪୨.୦ ଡିଗ୍ରୀ, କେନ୍ଦୁଝରରେ ୪୧.୨ ଡିଗ୍ରୀ, ଜଗତସିଂହପୁରରେ ୪୧.୦ ଡିଗ୍ରୀ, ଢେଙ୍କାନାଳରେ ୪୧.୦ ଡିଗ୍ରୀ, କଟକରେ ୪୦.୪ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୦.୨ ଡିଗ୍ରୀ ଓ ଫୁଲବାଣୀର ତାପମାତ୍ରା ୪୦.୦ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ଭଦ୍ରକରେ ୩୯.୪ ଡିଗ୍ରୀ, ଯାଜପୁରରେ ୩୯.୦ ଡିଗ୍ରୀ, ନବରଙ୍ଗପୁରରେ ୩୯.୦ ଡିଗ୍ରୀ, ମାଲକାନଗିରିରେ ୩୯.୦ ଡିଗ୍ରୀ, ନୟାଗଡ଼ରେ ୩୮.୮ ଡିଗ୍ରୀ, କୋରାପୁଟରେ ୩୮.୬ ଡିଗ୍ରୀ, ଖୋର୍ଦ୍ଧାରେ ୩୮.୫ ଡିଗ୍ରୀ, ଚାନ୍ଦବାଲିରେ ୩୮.୨ ଡିଗ୍ରୀ, ଭୁବନେଶ୍ୱରରେ ୩୮.୨ ଡିଗ୍ରୀ, ଛତ୍ରପୁରରେ ୩୮.୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୭.୦ ଡିଗ୍ରୀ, ବାଲେଶ୍ୱରରେ ୩୬.୬ ଡିଗ୍ରୀ, ରାୟଗଡ଼ାରେ ୩୬.୬ ଡିଗ୍ରୀ, ଗୋପାଳପୁରରେ ୩୫.୮ ଡିଗ୍ରୀ, ପୁରୀରେ ୩୫.୬ ଡିଗ୍ରୀ ଓ ପାରାଦୀପରେ ୩୩.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
Maximum temperature recorded at different locations of Odisha as of today, 9th June 2023
— Meteorological Centre, Bhubaneswar (@mcbbsr) June 9, 2023
#Jharsuguda with 45.6°C records the season's highest day temperature
#Sambalpur 45.2°C, #Sonepur 44.8°C, Boudh 44.6°C & #Bolangir 44°C pic.twitter.com/gKg7C7Lquz
ବ୍ୟକ୍ତିଗତ ଆକ୍ରୋଶ ରଖି ନବଙ୍କୁ ଗୋପାଳ ଦାସ ହତ୍ୟା କରିଥିବା ଚାର୍ଜସିଟ୍ରେ ଉଲ୍ଲେଖ ରହିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ସୂଚନା ଦିଆଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ରିଲିଜରେ କୁହାଯାଇଛି ଯେ ନବଙ୍କ ପ୍ରତି ଗୋପାଳଙ୍କ ମନରେ ବ୍ୟକ୍ତିଗତ ଆକ୍ରୋଶ ଓ ରାଗ ସୃଷ୍ଟି ହୋଇଥିଲା। ନବ ଦାସ ଓ ତାଙ୍କ ସମର୍ଥକଙ୍କ ପଟୁ ବିପଦ ଥିବା ଗୋପାଳ ଭାବୁଥିଲେ। ସେମାନେ ତାଙ୍କୁ ମାରି ଦେଇ ପାରନ୍ତି ବୋଲି ସେ ଭାବୁଥିଲେ। ତେଣୁ ସେ ନବ ଦାସଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ।
ତେବେ ନବ ଦାସ ଓ ତାଙ୍କ ସମର୍ଥକମାନେ କାହିଁକି ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରନ୍ତି ବୋଲି ଗୋପାଳ ଦାସ ମନେ କରୁଥିଲେ, ସେ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ରିଲିଜରେ କିଛି ଉଲ୍ଲେଖ କରାଯାଇ ନାହିଁ।
କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ ସଂପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଗୋପାଳ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା। ଏହି ହତ୍ୟା ଘଟଣା ପରେ ପରେ ଗୋପାଳ ପାଗଳ ବୋଲି ତାଙ୍କ ପରିବାର ଲୋକେ କହିଥିଲେ। ତାଙ୍କର ବାଇପୋଲାର ଡିଜ୍ଅର୍ଡର ଅଛି ଓ ସେ ଔଷଧ ଖାଉଥିବା କଥା କହିଥିଲେ। ତେଣୁ ଏନେଇ ପରୀକ୍ଷା ପାଇଁ DMETଙ୍କ ଦ୍ୱାରା ଏକ ମେଡିକାଲ ଟିମ୍ ଗଠନ ହୋଇଥିଲା। ମେଡିକାଲ ଟିମ୍ ପରୀକ୍ଷା କରି ଗୋପାଳର ମାନସିକ ବିଲକ୍ଷଣ ନଥିବା କହିଥିଲେ। ସେହିପରି ସ୍ଥାନୀୟ ଲୋକ ଓ ଗୋପାଳଙ୍କ ସହକର୍ମୀମାନେ କହିଥିଲେ ଯେ ସେ ସୁସ୍ଥ ଥିଲେ। ତାଙ୍କଠାରେ କିଛି ଅସ୍ୱାଭାବିକ ପରିଲକ୍ଷିତ ହେଉ ନଥିଲା। ପୁଣି ତଦନ୍ତ କାଳରେ ଗୋପାଳ ସହଯୋଗ କରୁଥିଲେ ଓ ପ୍ରଶ୍ନର ଉତ୍ତର ଦେଉଥିଲେ। ତଦନ୍ତ ବେଳେ ସ୍ପଷ୍ଟ ହୋଇଥିଲା ଯେ ଗୋପାଳ ସୁସ୍ଥ ମନରେ ଓ ଯୋଜନାବଦ୍ଧ ଭାବେ ଏହି ଅପରାଧ ଘଟାଇଥିଲେ। ତାଙ୍କର ମାନସିକ ସ୍ଥିତି ସ୍ୱାଭାବିକ ଓ ସ୍ଥିର ଥିଲା।
ଗତ ଜାନୁଆରୀ ୨୯ ତାରିଖରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତତ୍କାଳୀନ ପୁଲିସ ଏଏସଆଇ ଗୋପାଳ ଦାସ ନବଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗିରଫ କରାଯିବା ପରେ ପ୍ରଥମେ ଗୋପାଳଙ୍କୁ ଝାରସୁଗୁଡ଼ା ଜେଲରେ ରଖିଯାଇଥିଲା। ପରେ ତାଙ୍କୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା।
ନବ ଦାସ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର। କିନ୍ତୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ବିରୋଧୀ। ସିବିଆଇ ଏହି ଘଟଣାର ତଦନ୍ତ କରୁ ବୋଲି ବିରୋଧୀ ଦାବି କରିଥିଲେ।
ଅନ୍ୟପକ୍ଷରେ ନବ ଦାସଙ୍କୁ ହତ୍ୟା କରାଯିବା ପରେ ଚଳିତ ମାସରେ ଝାରସୁଗୁଡ଼ାରେ ଉପନିର୍ବାଚନ ହୋଇଥିଲା। ନବଙ୍କ ଝିଅ ଦୀପାଳି ଦାସ ଏଥିରେ ବିଜୟୀ ହୋଇଛନ୍ତି।
ଏହି ନୂଆ ଆଇଟିଡିଏ ଅଧୀନରେ ଲାଇକେରା ଓ କିରିମେରା ବ୍ଲକର ସମସ୍ତ ଗାଁ ରହିବ ତଥା ଜନଜାତି ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ନୂଆ ଆଇଟିଡିଏ ପାଇଁ ଜଣେ ପ୍ରକଳ୍ପ ପ୍ରଶାସକ, ଜଣେ ସ୍ପେଶାଲ ଅଫିସର, ଜଣେ ଆସିଷ୍ଟାଣ୍ଟ ଏକଜ୍ୟୁକୁଟିଭ ଇଞ୍ଜିନିୟର, ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଆକାଉଣ୍ଟାଣ୍ଟ, ଜଣେ ହେଡକ୍ଲର୍କ, କନିଷ୍ଠ ଷ୍ଟେନୋଗ୍ରାଫର,ଜଣେ ବରିଷ୍ଠ କ୍ଲର୍କ ଓ ଜଣେ କନିଷ୍ଠ କ୍ଲର୍କ ପଦବୀ ରହିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଲାଇକେରା ଓ କିରିମେରା ବ୍ଲକରେ ମୁଖ୍ୟତଃ ଗଣ୍ଡ, ଭୁଇଆଁ ଓ କିଷାନ ବର୍ଗର ଆଦିବାସୀମାୋନ ରହୁଥିବାବେଳେ ମୁଣ୍ଡା, କୋଲ୍ହ , ଓରାଓଁ, ଶବର, ଖରିଆ ଓ ସାରା ବର୍ଗର ଆଦିବାସୀମାନେ ମଧ୍ୟ ଅଛନ୍ତି । ଲାଇକେରା ବ୍ଲକରେ ୫୧.୭୮ ପ୍ରତିଶତ ଆଦିବାସୀ ଥିବାବେଳେ କିରିମେରା ବ୍ଲକରେ ୧୮.୪୭ ପ୍ରତିଶତ ଆଦିବାସୀ ବସବାସ କରୁଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ରାଜ୍ୟରେ ଏବେ ମୋଟ ୨୨ଟି ଆଇଟିଡିଏ ଥିବାବେଳେ ଏହାକୁ ମିଶାଇଲେ ୨୩ଟି ଆଇଟିଡିଏ କାର୍ଯ୍ୟକ୍ଷମ ହେବ । ଏହି ନୂଆ ଆଇଟିଡିଏ ଖୋଲିବା ନିମନ୍ତେ ରାଜ୍ୟ ସରକାରଙ୍କ ସୁପାରିଶରେ କେନ୍ଦ୍ର ସରକାର ଗତବର୍ଷ ନଭେମ୍ବର ମାସରେ ଅନୁମତି ଦେଇଥିଲେ ।
ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମିଶ୍ର କହିଛନ୍ତି, ଉପ-ନିର୍ବାଚନର ପୂର୍ବରୁ ଅର୍ଥାତ ୭ ତାରିଖରେ ଭୁବନେଶ୍ୱରରେ ଦଳୀୟ ନେତା ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ୱାଳ ଓ ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଦେଇଥିବା ମନ୍ତବ୍ୟ ଯୋଗୁ ଝାରସୁଗୁଡ଼ାରେ ଦଳ ଭୋଟ ହରାଇଥିଲା। ତେଣୁ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଚିରଞ୍ଜୀବ ବିଶ୍ୱାଳ ଓ ତାଙ୍କ ଭାଇଙ୍କୁ ଦଳ ସ୍ୱୀକୃତି ଦେଇ ବିଭିନ୍ନ ପଦ ପଦବୀରେ ବସାଇଥିଲା। ତାଙ୍କ ବାପା ନିଜେ କଂଗ୍ରେସ ଶାସନ ସମୟରେ ସୁପର ଚିଫମିନିଷ୍ଟର ଥିଲେ। ସବୁଆଡୁ ବିଫଳ ହେବା ପରେ ଚିରଞ୍ଜୀବ ବାବୁ ଦଳରେ ରହି ଦଳକୁ ଆକ୍ଷେପ କରିବା ନିନ୍ଦନୀୟ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମିଶ୍ରl
ସେ କହିଛନ୍ତି, ବିଧାୟକ ମହମ୍ମଦ ମୋକିମ ପିସିସି ସଭାପତି ପଦ ନପାଇବାରୁ ଦଳ ବିରୋଧୀ ମନ୍ତବ୍ୟ ଦେଉଛନ୍ତି। ବିଜେଡି ନେତା ସୌମ୍ୟ ପଟ୍ଟନାୟକ ତାଙ୍କ ବିବୃତିରେ ବସନ୍ତ ବିଶ୍ୱାଳଙ୍କୁ ଯଥେଷ୍ଟ ପ୍ରଶଂସା କରିବା ସହ କଂଗ୍ରେସ ଦଳକୁ ନିନ୍ଦିତ କରିବାକୁ ଚେଷ୍ଟା କରିଛନ୍ତିl କଂଗ୍ରେସରେ ଥିବା ବେଳେ ସୌମ୍ୟ ବାବୁଙ୍କୁ ଦଳ ରାଜନୈତିକ ସ୍ୱୀକୃତି ଦେଇଥିଲା। ଦଳରେ ଥିବା ବେଳେ ଚିଟ୍ଫଣ୍ଡ ବିରୋଧରେ ନେତାଙ୍କୁ ସଂଗଠିତ କରୁଥିଲେ। ମାତ୍ର ବିଜେଡି ଯାଇ ସେ ସେହି ପ୍ରସଙ୍ଗ ଭୁଲିଗଲେ। ଯେଉଁ ବସନ୍ତ ବିଶ୍ୱାଳଙ୍କୁ ସେ ପ୍ରଶଂସା କରୁଥିଲେ, ସେ ଦିନେ ପୂର୍ବ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କୁ ଗାଦିଚ୍ୟୁତ କରିବାକୁ ଷଡ଼ଯନ୍ତ୍ର କରିଥିଲେ। ବସନ୍ତ ବାବୁଙ୍କ ସେ ରୋଗର ଶୁକ୍ରାଣୁ ଆଜିବି ଦଳରେ ରହିଛିl ତେଣୁ କଂଗ୍ରେସର ଏଭଳି ସ୍ଥିତିରେ ଅନ୍ତତଃ ସୌମ୍ୟ ବାବୁ ଏଭଳି ମନ୍ତବ୍ୟ ଦେଇ କଂଗ୍ରେସର ଯୁବନେତାଙ୍କ ମନୋବଳକୁ ଭାଙ୍ଗନ୍ତୁ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତିl
ବିଧାୟିକା ଭାବେ ଶପଥ ନେବାପରେ ଦୀପାଳି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡ଼ାବାସୀଙ୍କ ସେବା କରିବି। ମୋ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ ପାଇଁ କାର୍ଯ୍ୟ କରିବି।
ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ ଦୀପାଳି। ଝାରସୁଗୁଡ଼ାର ବିକାଶକୁ ଆଗେଇ ନେବା ସହ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଦୀପାଳିଙ୍କୁ ନବୀନ ପରାମର୍ଶ ଦେଇଥିଲେ। ଦୀପାଳି ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେବା ସହ ବାପା ଛାଡ଼ିଯାଇଥିବା ଅଧୁରା କାମକୁ ପୂରଣ କରିବେ କହିଥିଲେ।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନରେ ଦିବଙ୍ଗତ ନେତା ନବ କିଶୋର ଦାସଙ୍କ ଝିଅ ଦୀପାଳି ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାର ୭୨୧ ଖଣ୍ଡ ଭୋଟରେ ହରାଇଥିଲେ।
ଉପନିର୍ବାଚନରେ ବିଜୟୀ ହେବା ପରେ ଭୁବନେଶ୍ଵରରେ ପହଞ୍ଚିଥିଲେ ଦୀପାଳି ଦାସ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେ କହିଥିଲେ, ଏ ବିଜୟ ଝାରସୁଗୁଡ଼ାବାସୀଙ୍କ ବିଜୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୟ। ଏ ବିଜୟ ବିକାଶର ବିଜୟ ଓ ନବ ଦାସଙ୍କ ବିଜୟ। ଏ ଉପନିର୍ବାଚନରେ ବିଜେଡିର ବହୁ ବରିଷ୍ଠ ନେତୃ ମଣ୍ଡଳୀ ବହୁତ ପରିଶ୍ରମ କରିଛନ୍ତି। ଏବେ ଭୁବନେଶ୍ଵର ପହଞ୍ଚିଛି ସମସ୍ତଙ୍କୁ ଭେଟିବା ପାଇଁ। ସମସ୍ତଙ୍କଠାରୁ ଆଶୀର୍ବାଦ ନେବା ପାଇଁ। ସେମାନଙ୍କୁ କୃତଜ୍ଞତା ଜଣାଇବି ବୋଲି ଦୀପାଳି କହିଛନ୍ତି।
ସେ ଆହୁରି କହିଛନ୍ତି, ମୋ ବାପାଙ୍କ ସ୍ୱପ୍ନ ଥିଲା ଝାରସୁଗୁଡାର ନୂତନ ନିର୍ମାଣ। ମୋ’ ବାପାଙ୍କ ସ୍ୱପ୍ନକୁ ପୂରା କରିବାକୁ ମୁଖ୍ୟମନ୍ତ୍ରୀ ହାତ ବଢାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡା ବିକାଶ ଲାଗି ବାପାଙ୍କ ସବୁ ସ୍ୱପ୍ନକୁ ପୂରା କରିବି। ବାପା ଉପରୁ ଆଶୀର୍ବାଦ ଦେଉଛନ୍ତି। ମୁଣ୍ଡ ଉପରେ ମୁଖ୍ୟମନ୍ତ୍ରୀଙ୍କ ହାତ ଅଛି। ଏବେ ଜନସାଧାରଣଙ୍କ ବିଶ୍ୱାସ ଓ ଆଶୀର୍ବାଦ ମୋ’ ଉପରେ ଅଛି। ତେଣୁ ମୋତେ ସାମ୍ନାରୁ ଯିଏ ଯାହା କିଛି କହିଲେ ବି ଫରକ ପଡ଼ିବନି ବୋଲି ଦୀପାଳି କହିଛନ୍ତି।
ଝାରସୁଗୁଡ଼ା ଉପନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିବା @bjd_odisha ର ପ୍ରାର୍ଥୀ ଦୀପାଳି ଦାସଙ୍କୁ ଭେଟିଲି। ଝାରସୁଗୁଡ଼ାର ବିକାଶକୁ ଆଗେଇ ନେବା ସହ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ତାଙ୍କୁ ପରାମର୍ଶ ଦେଲି। pic.twitter.com/EU2pjvvRio
— Naveen Patnaik (@Naveen_Odisha) May 14, 2023
ଦୀପାଳି ଆହୁରି କହିଛନ୍ତି, ବାପା ସବୁବେଳେ ଚାହୁଁଥିଲେ ମୁଁ ଲୋକ ସେବାରେ ଆସେ। ଆଜି ସେ ମୁହୂର୍ତ୍ତ ଆସିଛି। ମୋ ପରିବାର ପାଇଁ ବହୁତ ଗର୍ବର କଥା। ବାପା ବଞ୍ଚିଥିଲେ, ବହୁତ ଖୁସି ହୋଇଥାନ୍ତେ ବୋଲି ନବ ନିର୍ବାଚିତ ବିଜେଡି ବିଧାୟକ ଦୀପାଳି ଦାସ କହିଛନ୍ତି।
ସୂଚନା ଅନୁସାରେ, ଲୋକ ପ୍ରତିନିଧି ଆଇନ-୧୯୫୧ର ଧାରା ୧୫୮(୪)ର ପ୍ରାବଧାନରେ ଯଦି କୌଣସି ବିଧାୟକ ପ୍ରାର୍ଥୀ ମୋଟ ମତଦାନର ଏକ ଷଷ୍ଠାଂଶ ଭୋଟ୍ ନିଜ ସପକ୍ଷରେ ପାଇନଥିବେ ତା’ହେଲେ ସମ୍ପୃକ୍ତ ପ୍ରାର୍ଥୀଙ୍କ ଅମାନତ ରାଶି ବ୍ୟାଜ୍ୟାପ୍ତି ହେବ । କୌଣସି ପ୍ରାର୍ଥୀଙ୍କ ଅମାନତ ରାଶି ବ୍ୟାଜ୍ୟାପ୍ତି ହେବା ସମ୍ପୃକ୍ତ ଦଳ ଓ ପ୍ରାର୍ଥୀଙ୍କ ପାଇଁ ଲଜ୍ଜାଜନକ ହୋଇଥାଏ । ତେବେ ଚଳିତ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନିଜର ଅମାନତ ହରାଇଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନରେ ମୋଟ ୧,୭୫,୯୩୨(୭୯.୨୧% ) ଭୋଟର ମତାଧିକାର ସାବ୍ୟସ୍ତ କରିଥିବାବେଳେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମାତ୍ର ୪୪୯୬ଖଣ୍ଡ ଭୋଟ୍ ମିଳିଛି । ତାଙ୍କ ପିତା ବୀରେନ୍ଦ୍ର ପାଣ୍ଡେଙ୍କର ନିଜସ୍ୱ ଭୋଟ୍ ବ୍ୟାଙ୍କ ଥିବାବେଳେ ସେ ଅଗରିଆ ସମାଜରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏକଦା କଂଗ୍ରେସର ଗଡ଼ ଥିବା ଝାରସୁଗୁଡ଼ାରେ ବର୍ତ୍ତମାନର ନିର୍ବାଚନ ଫଳାଫଳକୁ ଦେଖିଲେ କଂଗ୍ରେସ ଅସ୍ତିତ୍ୱ ହରାଇବାକୁ ଯାଉଛି ।
ସେହିପରି ନିର୍ବାଚନ ପ୍ରଚାର ଜାରି ରହିଥିବାବେଳେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାଏକଙ୍କୁ ବିଜେଡି ନିଜ ଦଳରେ ମିଶାଇବାରେ ସକ୍ଷମ ହୋଇଥିଲା । ମହେନ୍ଦ୍ର କଂଗ୍ରେସ ଟିକେଟରୁ ଲଢ଼ି ୧୮୮୨୩ଟି ଖଣ୍ଡ ଭୋଟ୍ ପାଇଥିଲେ । ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଚଳିତ ଉପନିର୍ବାଚନରେ କଂଗ୍ରେସ ପ୍ରାୟ ୧୪ହଜାରରୁ ଅଧିକ ଭୋଟ୍ ହରାଇଛି । ଯଦିଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ପିତା ବୀରେନ୍ଦ୍ର ପାଣ୍ଡେଙ୍କ ନିଜସ୍ୱ ଭୋଟବ୍ୟାଙ୍କ ଦୀର୍ଘବର୍ଷ ଧରି ରହି ଆସିଛି ।
କେବଳ ସେତିକି ନୁହେଁ, ବିଜେପିର ସଭାପତି ମଙ୍ଗଳ ସାହୁ ନିର୍ବାଚନ ପ୍ରଚାରବେଳେ ଅଚାନକ ଦଳ ଛାଡ଼ି ବିଜେଡିରେ ମିଶିଲେ । କଂଗ୍ରେସରୁ ମହେନ୍ଦ୍ର ଓ ବିଜେପିରୁ ମଙ୍ଗଳ ଆସିବା ଏବଂ ଅଗରିଆ ସମାଜ ପାଇଁ ପ୍ୟାକେଜ୍ ଘୋଷଣା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ପରେ ବିଜୟୀ ଭୋଟ୍ ବ୍ୟବଧାନ ସର୍ବନିମ୍ନ ୫୦ହଜାର ଟପିବ ବୋଲି ଆକଳନ ହେଉଥିଲା । ଯଦିଓ ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ପଲ୍ଲା ପ୍ରଥମରୁ ଭାରି ରହିଥିଲା । ନବ ଦାସଙ୍କ ଗଡ଼ରେ ତାଙ୍କ ଝିଅ ଦଳୀୟ ପ୍ରାର୍ଥୀ ହୋଇଥିବାରୁ ତାଙ୍କର ଜିତିବାକୁ ନେଇ ପ୍ରଥମରୁ ହିଁ ସମସ୍ୟା ନଥିଲା । କେବଳ ବିଜୟୀ ଭୋଟ୍ ବ୍ୟବଧାନ ଅଧିକ ରଖିବା ଉପରେ ଦଳ ଗୁରୁତ୍ୱ ଦେଇଥିଲା ଓ ଶେଷ ମୁହୂର୍ତ୍ତରେ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ଜିତିବାର ବ୍ୟବଧାନକୁ ବୃହତ୍ କରିବା ନିମନ୍ତେ ବିଜେଡି ନିଜର ଟ୍ରମ୍ପ କାର୍ଡ ତଥା ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଥିଲା । ଏହାପୂର୍ବରୁ ନିର୍ବାଚନମଣ୍ଡଳୀର ପ୍ରାୟ ୧୮ ପ୍ରତିଶତ ଅଗରିଆ ସମାଜ ଭୋଟରଙ୍କୁ ସନ୍ତୁଷ୍ଟ କରାଇବା ପାଇଁ ଅଧ ଏକର ସରକାରୀ ଜମି ସହ ୩କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା ଏବଂ ମହେନ୍ଦ୍ର ଓ ମଙ୍ଗଳଙ୍କୁ ଦଳରେ ମିଶାଇ ବିଜେଡି ନିଜର ମାହୋଲକୁ ଏକପାଖିଆ ନିଜ ଆଡ଼କୁ କରିନେବାକୁ ପ୍ରୟାସ କରିଥିଲା । ଦୀପାଳିଙ୍କୁ ୧୦୭୧୯୮ ଖଣ୍ଡ ଭୋଟ(୬୦.୯୩%) ମିଳିଥିବା ବେଳେ ୨୦୧୯ରେ ତାଙ୍କ ବାପା ନବ ଦାସଙ୍କୁ ୯୮୬୨୦ ଖଣ୍ଡ ଭୋଟ(୫୫.୯୭%) ମିଳିଥିଲା।
ସେହିପରି କଂଗ୍ରେସ ୨୦୧୯ ସାଧାରଣ ନିର୍ବାଚନରେ ପାଇଥିବା ଭୋଟ ମଧ୍ୟରୁ ପ୍ରାୟ ୧୪୩୨୭ଖଣ୍ଡରୁ ଅଧିକ ଭୋଟ୍ ଚଳିତ ଉପନିର୍ବାଚନରେ ହରାଇଛି । ଆଉ ସେହି କଂଗ୍ରେସ ଭୋଟ୍ ଭାଗ ଭାଗ ହୋଇ ଉଭୟ ବିଜେଡି ଓ ବିଜେପି ଖାତାକୁ ଯାଇଥିବା ଆକଳନ କରାଯାଉଛି । କଂଗ୍ରେସ ନିଜର ଅମାନତ ରଖି ନପାରିବା ଦଳ ପାଇଁ ଚିନ୍ତାର ବିଷୟ ହୋଇଥିବାବେଳେ ଝାରସୁଗୁଡ଼ାରେ ନୂଆ ବିଜେଡି-ପୁରୁଣା ବିଜେଡି ମଧ୍ୟରେ ଚାଲିଥିବା ଛକାପଞ୍ଝା ଓ ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳରୁ ଫାଇଦା ନଉଠାଇ ପାରିବାରେ ବିଜେପି ସକ୍ଷମ ହୋଇନି ।
ରାଜନୈତିକ ବିଶ୍ଲେଷକଙ୍କ ମତରେ, ଶେଷ ମୁହୂର୍ତ୍ତରେ ବିଜେପିର ଜିଲ୍ଲା ସଭାପତି ମଙ୍ଗଳ ସାହୁ ଓ ପୂର୍ବତନ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାଏକ ଦଳ ଛାଡ଼ି ବିଜେଡିରେ ମିଶିବା ଏହି ଦୁଇ ଦଳକୁ ମହଙ୍ଗା ପଡ଼ିଛି । ଅବଶ୍ୟ ଏହି ଦୁଇ ନେତାଙ୍କୁ ଆଣି ବିଜେଡି ସେଭଳି ଆଖିଦୃଶିଆ ସଫଳତା ପାଇପାରିନି । ତଥାପି କଂଗ୍ରେସ ଓ ବିଜେପି କର୍ମୀଙ୍କ ଉପରେ ମାନସିକ ଚାପ ପକାଇବାରେ ବିଜେଡି ସଫଳ ହୋଇଛି । ନିଜ ଦଳର ବିଧାୟକ ଓ ମନ୍ତ୍ରୀମାନଙ୍କୁ ଝାରସୁଗୁଡ଼ା ନିର୍ବାଚନବେଳେ ପଂଚାୟତ ଦାୟିତ୍ୱ ସହ ସରକାରୀ କଳବଳକୌଶଳ ଲଗାଇ ଦେଇଥିବା ବିଜେଡି, ଦିବଂଗତ ନବଙ୍କ ଅବର୍ତ୍ତମାନରେ ମାତ୍ର ୫ପ୍ରତିଶତ ଅଧିକ ଭୋଟ(୮୫୭୮ଖଣ୍ଡ) ପାଇବା ଆପଣାଛାଏଁ ଝାରସୁଗୁଡ଼ାରେ ବିଜେଡିର ବାସ୍ତବ ସ୍ଥିତିକୁ ବୟାନ କରୁଛି । ସେହିପରି ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ବିଜେପିକୁ ମାତ୍ର ମଧ୍ୟ ଅଧିକ ୩ପ୍ରତିଶତ ଭୋଟ୍ ମିଳିଛି । ଦଳର କିଛି ବରିଷ୍ଠ ନେତା ଚଳିତ ଝାରସୁଗୁଡ଼ା ଉପନିର୍ବାଚନରେ ନିଜକୁ ଦୂରେଇ ରଖିବା ବି ବିଜେପି ପାଇଁ ଚିନ୍ତା ବଢ଼ାଇଥିଲା । ଆଉ କଂଗ୍ରେସ ଓ ବିଜେପିର ଆଭ୍ୟନ୍ତରୀଣ କନ୍ଦଳର ଫାଇଦା ବିଜେଡି ନେବାରେ ଲାଗିଛି । ସାଧାରଣ ନିର୍ବାଚନ ପୂର୍ବରୁ ଯଦି ଉଭୟ ବିଜେପି ଓ କଂଗ୍ରେସ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ସହ ଲୋକଙ୍କ ଆସ୍ଥାଭାଜନ ହେବା ଦିଗରେ ଆଖିଦୃଶିଆ ପଦକ୍ଷେପ ନନେବେ ତା’ହେଲେ ବିଜେଡିକୁ ଅଯାଚିତ ଭାବେ ଏହାର ଫାଇଦା ମିଳିବ ବୋଲି ସାଧାରଣରେ ଚର୍ଚ୍ଚା ।
ବିଜେଡି କର୍ମୀ ବାଣ ଫୁଟାଉଥିବା ବେଳେ ବିରୋଧ କରିବାରୁ ଏହି ଆକ୍ରମଣ ହୋଇଛି। ବିଜେଡି କର୍ମୀଙ୍କ ଛୁରାମାଡ଼ରେ ଗୁରୁତର ହୋଇଥିବା ବିଜେପି କର୍ମୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ସୁନାମାଲ ଗାଁର ସୁବ୍ରତ ପ୍ରଧାନ ବୋଲି ଜଣାପଡ଼ିଛି।
ଆହତ କର୍ମୀଙ୍କ ମୁଣ୍ଡ ଓ ଅଖିରେ ଆଘାତ ଲାଗିଛି। ତେବେ ଶେଷ ଖବର ସୁଦ୍ଧା ଏନେଇ ପୁଲିସରେ କୌଣସି ମାମଲା ହୋଇ ନ ଥିଲା। ନିର୍ବାଚନ ପରବର୍ତ୍ତି ହିଂସା ରୋକିବା ଦିଗରେ ପୁଲିସ ପ୍ରଶାସନ ଦୃଷ୍ଟି ନ ଦେବା ଏହାର କାରଣ ବୋଲି ଅଭିଯୋଗ ହୋଇଛି।
ଏହି ଘଟଣା ପରେ ସୁନାମାଳ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।
ସେ କହିଛନ୍ତି, ମୋ ବାପାଙ୍କ ଆର୍ଶୀବାଦ ମୋ ଉପରେ ରହିଛି। ଝାରସୁଗୁଡ଼ାବାସୀ ମୋ ସହିତ ପରିବାର ଭାବେ ଠିଆ ହୋଇଛନ୍ତି। ଆଜି ଆମ ପରିବାର ପାଇଁ ଓ ଝାରସୁଗୁଡ଼ାବାସୀଙ୍କ ପାଇଁ ବଡ଼ଦିନ। ଆଜି ଆମେ ସମସ୍ତେ ବହୁତ ଖୁସି। ଲୋକେ ଆମ ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି। ଏହି ବିଶ୍ୱାସକୁ ଆଗାମୀ ଦିନରେ କାମରେ କରି ଦେଖାଇବି।
ଦୀପାଳି କହିଛନ୍ତି, ବାପା ଥିଲା ବେଳେ ଦାୟିତ୍ୱ ନେଇ କାମ କରୁଥିଲି। ଏଥର ଦାୟତ୍ୱ ବେଶି ବଢ଼ିଛି। ବାପାଙ୍କ ଭଳିଆ କାମ କରି ଦେଖାଇବାର ଅଛି। ଲୋକଙ୍କ ଆର୍ଶୀବାଦ ଓ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ମୁଁ ଆଗକୁ ଯିବି।
ମୋ ବାପା ଏ ଅଞ୍ଚଳରେ ୩ ଥର ବିଧାୟକ ହୋଇଥିଲେ। ଆଜି ଲୋକେ ତାଙ୍କ ଝିଅକୁ ବିଧାୟକ ଭାବେ ନିର୍ବାଚିତ କରିଛନ୍ତି। ଆଜି ବହୁତ ଖୁସିର ଦିନ। ମୋ ବାପାଥିଲେ ବହୁତ ଖୁସି ହୋଇଥାନ୍ତେ। ମୋ ବାପା ବାଘ ଥିଲେ, ତାଙ୍କ ଛୁଆମାନେ ସବୁବେଳେ ବାଘ ହୋଇ ରହିବେ ବୋଲି ଦୀପାଳି କହିଛନ୍ତି।
ଝାରସୁଗୁଡ଼ା ଉପନିର୍ବାଚନରେ ଦିବଙ୍ଗତ ନବ ଦାସଙ୍କ ଝିଅ ଦୀପାଳି ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପ୍ରାର୍ଥୀ ଟଙ୍କଧରଙ୍କୁ ୪୮ ହଜାର ୭୨୧ ଖଣ୍ଡ ଭୋଟରେ ହରାଇଛନ୍ତିା
ଦୀପାଳିଙ୍କୁ ୧ ଲକ୍ଷ ୭ହଜାର ୧୯୮ ଖଣ୍ଡ ଭୋଟ ମିଳିଥିବା ବେଳେ ଟଙ୍କଧରଙ୍କୁ ୫୮ ହଜାର ୪୭୭ ଖଣ୍ଡ ଭୋଟ ମିଳିଛି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମାତ୍ର ୪୪୯୬ଖଣ୍ଡ ଭୋଟ ମିଳିଛି।
ଆଜି ମୋଟ ୧୯ ରାଉଣ୍ଡ ଗଣତି ହୋଇଥିବା ବେଳେ ପ୍ରଥମ ରାଉଣ୍ଡରୁ ହିଁ ଦୀପାଳି ଆଗରେ ରହିଥିଲେ। ରାଉଣ୍ଡ ପରେ ରାଉଣ୍ଡ ଗଣତି ହେବା ସହିତ ପ୍ରତିଦ୍ୱନ୍ଦ୍ୱିଙ୍କ ଠାରୁ ଦୀପାଳିଙ୍କ ଭୋଟ ବ୍ୟବଧାନ ସଂଖ୍ୟା ବଢ଼ି ଚାଲିଥିଲା। ଆଉ ଶେଷରେ ସେ ୪୮ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ।
ସେହିପରି ଏହି ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଓଡ଼ିଶା ପ୍ରଗତି ଦଳର ପ୍ରାର୍ଥୀ ଜନ୍ମ ରୋହିଦାସ ୭୧୭ ଖଣ୍ଡ ଭୋଟ ପାଇଥିବା ବେଳେ ଓଡ଼ିଶା ଜନତା ପାର୍ଟିର ମନୀଷ ଶର୍ମା ୨୮୬, କଳିଙ୍ଗ ସେନାର ମହେନ୍ଦ୍ର ପଟ୍ଟନାୟକ ୪୨୮, ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଜଲାନ ୪୫୪, ମହେନ୍ଦ୍ର ଲୁହା ୮୩୦ ଓ ଜ୍ଞାନେନ୍ଦ୍ର ବେହେରା ୯୭୨ ଖଣ୍ଡ ଭୋଟ୍ ପାଇଛନ୍ତି। ନୋଟାରେ ୨୦୭୪ ଖଣ୍ଡ ଭୋଟ ପଡ଼ିଛି।
ଦୀପାଳିଙ୍କ ବାପା ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗରରେ ଗୁଳି କରି ହତ୍ୟା କରାଯିବା ପରଠୁ ଝାରସୁଗୁଡ଼ା ବିଧାନସଭା ଆସନ ଖାଲି ପଡ଼ିଥିଲା।
୨୦୧୯ ନିବାଚନରେ ଦୀପାଳିଙ୍କ ବାପା ନବ କିଶୋର ଦାସ ଏହି ଆସନରେ ୪୫ ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ଦୀନେଶ କୁମାର ଜୈନଙ୍କୁ ପରାସ୍ତ କରିଥିଲେ। ସ୍ୱର୍ଗତ ନବ କିଶୋର ଦାସ ୯୮,୬୨୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ଦୀନେଶ ଜୈନ ୫୨,୯୨୧ ଖଣ୍ଡ ଭୋଟ ପାଇଥିଲେ। ସେତେବେଳେ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାଏକ ୧୮,୮୨୩ ଖଣ୍ଡ ଭୋଟ ପାଇଥିଲେ। କିନ୍ତୁ ଏଥର କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ୫ ହଜାର ଭୋଟ୍ ମଧ୍ୟ ପାଇଲେ ନାହିଁ। ଗତ ଥର ଠାରୁ କଂଗ୍ରେସ ଖାତାରେ ଏଥର ୧୪,୩୨୭ ଖଣ୍ଡ ଭୋଟ ପଡ଼ିବ।
ପ୍ରଥମ ରାଉଣ୍ଡରୁ ଦୀପାଳି ଆଗରେ ରହିଥିଲେ। ଆହୁରି ୫ ରାଉଣ୍ଡ ଗଣତି ବାକି ରହିଛି।
ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାଶ ଆଗୁଆ ଥିବା ସୂଚନା ମିଳିଛି। ସେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୧୫, ୭୫୧ ଖଣ୍ଡ ଭୋଟ୍ରେ ଆଗୁଆ ଥିବା ସୂଚନା ରହିଛି। ବିଜେଡିକୁ ୩୫୬୦୯ ଭୋଟ ମିଳିଥିବା ବେଳେ ବିଜେପିକୁ ୧୯୮୫୮ ଓ କଂଗ୍ରେସକୁ ୧୯୩୯ ଭୋଟ ମିଳିଛି।
ସୂଚନାଯୋଗ୍ୟ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ଆସନ ଖାଲି ପଡ଼ିଥିଲା। ତେଣୁ ଗତ ୧୦ ତାରିଖରେ ହୋଇଥିଲା ଝାରସୁଗୁଡ଼ା ଉପନିର୍ବାଚନ।
ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାଶ ଆଗୁଆ ଥିବା ସୂଚନା ମିଳିଛି। ସେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୧୦, ୧୭୮ ଖଣ୍ଡ ଭୋଟ୍ରେ ଆଗୁଆ ଥିବା ସୂଚନା ରହିଛି। ବିଜେଡିକୁ ୨୩୬୧୫ ଭୋଟ ମିଳିଥିବା ବେଳେ ବିଜେପିକୁ ୧୩୪୩୭ ଓ କଂଗ୍ରେସକୁ ୮୨୧ ଭୋଟ ମିଳିଛି।
୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ। ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ କାଉଣ୍ଟିଂ ଅବଜରଭର ଅଛନ୍ତି। ଜେନେରାଲ ଅବଜରଭରଙ୍କ ପ୍ରତିନିଧି ଭାବେ ଜଣେ ମାଇକ୍ରୋ ଅବଜରଭର ଅଛନ୍ତି।
ଭୋଟ ଗଣତି ପାଇଁ ୨୦ ଜଣ କାଉଣ୍ଟିଂ ସୁପରଭାଇଜର, ୨୦ ଜଣ କାଉଣ୍ଟିଂ ଅସିଷ୍ଟାଣ୍ଟ ଏବଂ ୨୦ ଜଣ କାଉଣ୍ଟିଂ ଅବଜରଭ ଅଛନ୍ତି। ପ୍ରତି ଟେବୁଲରେ କାଉଣ୍ଟିଂ ଅନୁସାରେ ଅଧିକାରୀ ନିୟୋଜିତ ହୋଇଛନ୍ତି।
ସୂଚନାଯୋଗ୍ୟ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ଆସନ ଖାଲି ପଡ଼ିଥିଲା। ତେଣୁ ଗତ ୧୦ ତାରିଖରେ ହୋଇଥିଲା ଝାରସୁଗୁଡ଼ା ଉପନିର୍ବାଚନ।
ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାଶ ଆଗୁଆ ଥିବା ସୂଚନା ମିଳିଛି। ସେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୨୭୦୬ ଖଣ୍ଡ ଭୋଟ୍ରେ ଆଗୁଆ ଥିବା ସୂଚନା ରହିଛି। ବିଜେଡିକୁ ୫୯୪୪ ଭୋଟ ମିଳିଥିବା ବେଳେ ବିଜେପିକୁ ୩୨୩୮ ଓ କଂଗ୍ରେସକୁ ୧୨୩ ଭୋଟ ମିଳିଛି।
୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ। ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ କାଉଣ୍ଟିଂ ଅବଜରଭର ଅଛନ୍ତି। ଜେନେରାଲ ଅବଜରଭରଙ୍କ ପ୍ରତିନିଧି ଭାବେ ଜଣେ ମାଇକ୍ରୋ ଅବଜରଭର ଅଛନ୍ତି।
ଭୋଟ ଗଣତି ପାଇଁ ୨୦ ଜଣ କାଉଣ୍ଟିଂ ସୁପରଭାଇଜର, ୨୦ ଜଣ କାଉଣ୍ଟିଂ ଅସିଷ୍ଟାଣ୍ଟ ଏବଂ ୨୦ ଜଣ କାଉଣ୍ଟିଂ ଅବଜରଭ ଅଛନ୍ତି। ପ୍ରତି ଟେବୁଲରେ କାଉଣ୍ଟିଂ ଅନୁସାରେ ଅଧିକାରୀ ନିୟୋଜିତ ହୋଇଛନ୍ତି।
ସୂଚନାଯୋଗ୍ୟ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ଆସନ ଖାଲି ପଡ଼ିଥିଲା। ତେଣୁ ଗତ ୧୦ ତାରିଖରେ ହୋଇଥିଲା ଝାରସୁଗୁଡ଼ା ଉପନିର୍ବାଚନ।
ଭୋଟ ଗଣତି ପାଇଁ ୨୦ ଜଣ କାଉଣ୍ଟିଂ ସୁପରଭାଇଜର, ୨୦ ଜଣ କାଉଣ୍ଟିଂ ଅସିଷ୍ଟାଣ୍ଟ ଏବଂ ୨୦ ଜଣ କାଉଣ୍ଟିଂ ଅବଜରଭ ଅଛନ୍ତି। ପ୍ରତି ଟେବୁଲରେ କାଉଣ୍ଟିଂ ଅନୁସାରେ ଅଧିକାରୀ ନିୟୋଜିତ ହୋଇଛନ୍ତି।
ଗଣତି କେନ୍ଦ୍ର ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନିର୍ବାଚନ କମିଶନଙ୍କ ୱେବସାଇଟ ଜରିଆରେ ସାଙ୍ଗେ ସାଙ୍ଗେ ଗଣତିର ଅପଡେଟ୍ ମିଳିପାରିବ। ନିର୍ବାଚନ ମଇଦାନରେ ମୋଟ ୯ଜଣ ପ୍ରାର୍ଥୀ ରହିଥିବାବେଳେ ୩ ପ୍ରମୁଖ ଦଳ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ଆସନ ଖାଲି ପଡ଼ିଥିଲା। ତେଣୁ ଗତ ୧୦ ତାରିଖରେ ହୋଇଥିଲା ଝାରସୁଗୁଡ଼ା ଉପନିର୍ବାଚନ।
ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ। ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି। ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର,ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ କାଉଣ୍ଟିଂ ଅବଜରଭର ରହିବେ। ଜେନେରାଲ ଅବଜରଭରଙ୍କ ପ୍ରତିନିଧି ଭାବେ ମାଇକ୍ରୋ ଅବଜରଭର ରହିବେ। ଭୋଟ ଗଣତି ପାଇଁ ୨୦ ଜଣ କାଉଣ୍ଟିଂ ସୁପରଭାଇଜର, ୨୦ ଜଣ କାଉଣ୍ଟିଂ ଅସିଷ୍ଟାଣ୍ଟ ଓ ୨୦ ଜଣ କାଉଣ୍ଟିଂ ଅବଜରଭ ରହିବେ। ପ୍ରତି ଟେବୁଲରେ କାଉଣ୍ଟିଂ ଅନୁସାରେ ଅଧିକାରୀ ନିୟୋଜିତ ହେବେ।
ଗଣତି କେନ୍ଦ୍ର ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନିର୍ବାଚନ କମିଶନଙ୍କ ୱେବସାଇଟ ଜରିଆରେ ସାଙ୍ଗେ ସାଙ୍ଗେ ଗଣତିର ଅପଡେଟ୍ ମିଳିପାରିବ। ନିର୍ବାଚନ ମଇଦାନରେ ମୋଟ ୯ଜଣ ପ୍ରାର୍ଥୀ ରହିଥିବାବେଳେ ୩ ପ୍ରମୁଖ ଦଳ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ଆସନ ଖାଲି ପଡ଼ିଥିଲା। ତେଣୁ ଗତ ୧୦ ତାରିଖରେ ହୋଇଥିଲା ନିର୍ବାଚନ।
ଆସନ୍ତାକାଲି ସକାଳ ୮ଟାରେ ପୋଷ୍ଟାଲ ବାଲାଟ୍ ଗଣତି କାର୍ଯ୍ୟ ହେବ। ପରେ ସାଢ଼େ ୮ଟାରୁ ଇଭିଏମ୍ ମେସିନ୍ ଭୋଟ୍ ଗଣତି କାର୍ଯ୍ୟ ଆରମ୍ଭ ହେବ। ଭୋଟଗଣତି ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଯାଇଛି । ଭୋଟଗଣତି କେନ୍ଦ୍ରର ଚାରିପାଶ୍ୱର୍ରେ ଭୋଟଗଣତି ଦିନ ସମ୍ଭାବ୍ୟ ଜନଗହଳି ହେବାର ସମ୍ଭାବନା ଥିବାରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୁଲିସ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ହୋଇଥିଲା। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଥିଲା।। ପୁରୁଷ ଭୋଟରଙ୍କ ତୁଳନାରେ ମହିଳାମାନେ ଅଧିକ ସଂଖ୍ୟାରେ ଭୋଟ୍ ଦେଇଥିଲେ।
ନିର୍ବାଚନ ମଇଦାନରେ ମୋଟ ୯ଜଣ ପ୍ରାର୍ଥୀ ରହିଥିବାବେଳେ ୩ ପ୍ରମୁଖ ଦଳ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଆସନ୍ତା ୧୩ତାରିଖରେ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲାଟ୍ ଓ ପରେ ସାଢ଼ ୮ଟାରେ ଇଭିଏମ୍ ଗଣତି ଆରମ୍ଭ ହେବ । ଭୋଟଗଣତି ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଯାଇଛି । ଭୋଟଗଣତି କେନ୍ଦ୍ରର ଚାରିପାଶ୍ୱର୍ରେ ଭୋଟଗଣତି ଦିନ ସମ୍ଭାବ୍ୟ ଜନଗହଳି ହେବାର ସମ୍ଭାବନା ଥିବାରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୁଲିସ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟଗଣତି ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଥିଲେ ।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ବିଧାନସଭା ପାଇଁ ଉପନିର୍ବାଚନରେ ମୋଟ ୭୯.୨୧ ପ୍ରତିଶତ ଭୋଟ୍ ପଡ଼ିଥିବାବେଳେ ୨୦୧୯ ସାଧାରଣ ନିର୍ବାଚନରେ ଏହି ହାର ୭୮.୯୨ ପ୍ରତିଶତ ଥିଲା । ସମସ୍ତ ଇଭିଏମ୍ ମେସିନକୁ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମରେ ରଖାଯାଇଛି ।
ଶିଶୁଟିର ପରିବାର ଭୂଷଣ କାରଖାନା କ୍ୱାର୍ଟର୍ସର ୬ମହଲାରେ ରହୁଥିଲେ। ଆଜି ସକାଳେ ଶିଶୁଟି ବାଲକୁନିରେ ଖେଳୁଥିଲା। ଅସାବଧାନ କାରଣରୁ ଶିଶୁଟିକୁ ୬ମହଲାରୁ ତଳକୁ ପଡ଼ି ଯାଇଥିଲା। ପରିବାର ଲୋକେ ଶିଶୁଟିକୁ ଉଦ୍ଧାର କରି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।
ଶିଶୁଟିର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ବାପାମା’ ପୁଅକୁ ହରାଇ ଭାଙ୍ଗିପଡ଼ିଛନ୍ତି।
ଗତକାଲି ରାତିରେ ଜମିବାଡ଼ି ବାବଦକୁ କେନ୍ଦ୍ର କରି ସଂପୃକ୍ତ ଯୁବକ ଓ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଈଶ୍ୱର ଯୁବକଙ୍କୁ ବାଟୁଳିରେ ଆକ୍ରମଣ କରିଥିଲେ। ଏହି ସମୟରେ ସଂପୃକ୍ତ ଯୁବକ ଓ ଇଶ୍ୱର ଉଭୟେ ନିଶାସକ୍ତ ଅବସ୍ଥାରେ ଥିଲେ। ଘଟଣାପରେ ଇଶ୍ୱର ଫେରାର ହୋଇଯାଇଥିଲେ। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇ ନାହିଁ। ପୁଲିସ ବାଟୁଳିକୁ ଜବତ କରି ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଗତବର୍ଷ ଈଶ୍ୱର ମହାନନ୍ଦଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ବିଶୃଙ୍ଖଳା କାର୍ଯ୍ୟ ଯୋଗୁ ଇଶ୍ୱରଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ଆଜି ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । ତେବେ କେତେକ ସ୍ଥାନରେ ଇଭିଏମ୍ ତ୍ରୁଟି ଯୋଗୁ ମତଦାନ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା । ସନ୍ଧ୍ୟା ୭ଟା ସୁଦ୍ଧା ମତଦାନ ହାର ୭୫.୬୦% ଥିବାବେଳେ ଆଉ ୫ଟି ବୁଥରେ ମତଦାନ ଜାରି ରହିଥିବା ଜଣାପଡ଼ିଛି । ସନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ୬୮.୧୨%, ୩ଟା ସୁଦ୍ଧା ୫୫.୨୦% ରହିଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ହୋଇଛି । ମୋଟ ୨୫୩ଟି ବୁଥରେ ୧୮୧୪ଜଣ ପୁଲିସ କର୍ମୀ ଓ ୭ କମ୍ପାନୀ କେନ୍ଦ୍ରୀୟ ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ୨୬ଟି ପିଙ୍କ୍ ବୁଥ୍ ପ୍ରସ୍ତୁତ କରାଯାଇଥିଲା । ୧୧୬ଟି ବୁଥକୁ ସମ୍ବେଦନଶୀଳ ଘୋଷଣା କରାଯାଇ ସେଠାରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଥିଲା । ସମସ୍ତ ବୁଥରେ ପ୍ରଥମଥର ପାଇଁ ୱେବକାଷ୍ଟିଂ ହୋଇଥିଲା ।
ନିର୍ବାଚନ ମଇଦାନରେ ମୋଟ ୯ଜଣ ପ୍ରାର୍ଥୀ ରହିଥିବାବେଳେ ୩ ପ୍ରମୁଖ ଦଳ ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି । ଆସନ୍ତା ୧୩ତାରିଖରେ ଏହି ଭୋଟ ଗଣତି ହେବ ।
ମୋଟ୍ ୨୫୩ ବୁଥରେ କଡ଼ା ସୁରକ୍ଷା ମଧ୍ୟରେ ସଂଧ୍ୟା ୬ଟା ଯାଏ ମତଦାନ ଚାଲିବ। ମୋଟ ୨୫୩ଟି ବୁଥରୁ ଅଧିକାଂଶ ୨୨୭ଟି ଗ୍ରାମାଂଚଳ ଓ ଦୁର୍ଗମ ଅଂଚଳରେ । ଆଉ ୨୬ଟି ବୁଥକୁ ପିଙ୍କ୍ ବୁ୍ଥ କରାଯାଇଛି । ପ୍ରତ୍ୟେକ ବୁଥରେ ୪ଜଣ ପୁଲିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ୨୪ଟି ଟିମ(୯୬ଜଣ ପୁଲିଂ ଅଫିସର)କୁ ରିଜର୍ଭ ରଖାଯାଇଛି। ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ସବୁ ବୁଥରେ ସିସିଟିଭି ଲଗାଯାଇଛିା
ଏହାସହ ସମ୍ବେଦନଶୀଳ ବୁଥରେ ଅଧିକ ଫୋର୍ସ ମୁତୟନ ହୋଇଛନ୍ତିା ଝାରସୁଗୁଡ଼ା ଉପନିର୍ବାଚନର ମୁଖ୍ୟତଃ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱୀତା ହେଉଥିବା ବେଳେ ମୈଦାନକୁ ଓହ୍ଲାଇଛନ୍ତି ମୋଟ ୯ଜଣ ପ୍ରାର୍ଥୀ। ୨ଲକ୍ଷ ୨୧ହଜାର ୭୧୯ଜଣ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ବିଜେଡିରୁ ଦୀପାଳି ଦାସ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀ ହୋଇଛନ୍ତି। ସେହିପରି କଂଗ୍ରେସ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି।
ମତଦାନକୁ ସୁରୁଖୁରୁରେ ଓ ଶାନ୍ତି ଶୃଙ୍ଖଳାର ସହ କରିବା ଲାଗି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଛି। ଆଇନଶୃଙ୍ଖଳା ଦାୟିତ୍ୱରେ ମୋଟ ୧୫୫ଜଣ ପୁଲିସ ଅଫିସର, ୧୭ ପ୍ଲାଟୁନ ଆର୍ମଡ ପୁଲିସ, ୩୨୩ଜଣ ହାବିଲଦାର,କନେଷ୍ଟବଳ ଓ ୨୦୫ଜଣ ହୋମଗାର୍ଡଙ୍କୁ ମିଶାଇ ମୋଟ ୧୮୧୪ଜଣ ପୁଲିସ କର୍ମୀଙ୍କ ସମେତ ୭ କମ୍ପାନୀ କେନ୍ଦ୍ରୀୟ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହି କେନ୍ଦ୍ରୀୟ ଫୋର୍ସ ୧୪୪ଟି ବୁଥ ଦାୟିତ୍ୱରେ ରହିଛନ୍ତି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନର ଭୋଟଗ୍ରହଣ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଇନଶୃଙ୍ଖଳା ପରିସ୍ଥିତି ଠିକ୍ ଅଛି । ପୁଲିଂ ପାର୍ଟି,ଇଭିଏମ୍ ମେସିନ୍, ନିର୍ବାଚନ ସାମଗ୍ରୀ ଓ ସୁରକ୍ଷା ବ୍ୟବସ୍ଥା ଠିକ୍ ରହିଛି । ଆଜି ସକାଳୁ ପୁଲି ପାର୍ଟି ସଦସ୍ୟମାନେ ନିଜ ନିଜ ବୁଥକୁ ଯାଇଛନ୍ତି । ମୋଟ ୨୫୩ଟି ବୁଥରୁ ଅଧିକାଂଶ ୨୨୭ଟି ଗ୍ରାମାଂଚଳ ଓ ଦୁର୍ଗମ ଅଂଚଳରେ । ଆଉ ୨୬ଟି ବୁଥକୁ ପିଙ୍କ୍ ବୁ୍ଥ କରାଯାଇଛି । ପ୍ରତ୍ୟେକ ବୁଥରେ ୪ଜଣ ପୁଲିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ୨୪ଟି ଟିମ(୯୬ଜଣ ପୁଲିଂ ଅଫିସର)କୁ ରିଜର୍ଭ ରଖାଯାଇଛି । ଆଜି ସନ୍ଧ୍ୟା ୬ଟା ପରଠୁ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ବାହାରର କୌଣସି ରାଜନୀତିକ ଦଳର ସଦସ୍ୟ, ଷ୍ଟାର ପ୍ରଚାରକ, ପ୍ରାର୍ଥୀ ଯିଏ ସ୍ଥାନୀୟ ଭୋଟର ହୋଇନଥିବେ ତାଙ୍କୁ ସମ୍ପୃକ୍ତ ଅଂଚଳ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ତଥା ଜିଲ୍ଲାପାଳ, ଏସପି ଓ ରିଟର୍ଣ୍ଣିଂ ଅଫିସରଙ୍କୁ ଏହା ସୁନିଶ୍ଚିତ କରିବାକୁ କୁହାଯାଇଛି । ଆଜି ସନ୍ଧ୍ୟା ୬ଟାରୁ ୪୮ଘଣ୍ଟା ପର୍ଯ୍ୟନ୍ତ ସମଗ୍ର ନିର୍ବାଚନମଣ୍ଡଳୀରେ ମଦ ବିକ୍ରି ଉପରେ କଟକଣା ରହିଛି । ଏହି ଅବଧିକୁ ‘ଡ୍ରାଏ ଡେ’ ଘୋଷଣା ସହ ହୋଟେଲ,ରେଷ୍ଟୁରାଣ୍ଟ, ଦୋକାନୀ ଓ ଅନ୍ୟାନ୍ୟ ସ୍ଥାନରେ ମଦ ବିକ୍ରି ଉପରେ କଟକଣା ରହିଛି । ଭୋଟଗ୍ରହଣ ଦିନ ସକାଳ ୭ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ କେହି ଏକଜିଟ୍ ପୋଲ ପ୍ରକାଶନ କରିପାରିବେ ନାହିଁ ଓ ଏହା କଲେ ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୨୬କ ଅନୁସାରେ ଉଭୟ ଜେଲ୍ ଓ ଜୋରିମାନାର ପ୍ରାବଧାନ ରହିଛି । ସେହିପରି ଆଜି ସନ୍ଧ୍ୟାରୁ ଭୋଟଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ ୪୮ଘଣ୍ଟା ମଧ୍ୟରେ କୌଣସି ପ୍ରକାରର ଓପିନିଅନ ପୋଲ୍ ଓ ସର୍ଭେ ଉପରେ ମଧ୍ୟ କମିଶନ କଟକଣା ଜାରି କରିଛନ୍ତି । ନିର୍ବାଚନମଣ୍ଡଳୀର ୧୯୭ଟି ସ୍ଥାନରେ ମୋଟ ୨୫୩ଟି ବୁୂଥ୍ ରହିଛି, ଯେଉଁଥିରୁ ୧୧୬ଟି ବୁଥକୁ କ୍ରିଟିକାଲ ଚିହ୍ନଟ କରାଯାଇଛି । ସମସ୍ତ ୨୫୩ ବୁଥରେ ୱେବକାଷ୍ଟିଂର ବ୍ୟବସ୍ଥା ହୋଇଛି । ୬୯ଟି ମାଇକ୍ରୋ ଅବଜରଭର ମୁତୟନ ହୋଇଛନ୍ତି ।
ଆଇନଶୃଙ୍ଖଳା ଦାୟିତ୍ୱରେ ମୋଟ ୧୫୫ଜଣ ପୁଲିସ ଅଫିସର, ୧୭ ପ୍ଲାଟୁନ ଆର୍ମଡ ପୁଲିସ, ୩୨୩ଜଣ ହାବିଲଦାର,କନେଷ୍ଟବଳ ଓ ୨୦୫ଜଣ ହୋମଗାର୍ଡଙ୍କୁ ମିଶାଇ ମୋଟ ୧୮୧୪ଜଣ ପୁଲିସ କର୍ମୀଙ୍କ ସମେତ ୭ କମ୍ପାନୀ କେନ୍ଦ୍ରୀୟ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହି କେନ୍ଦ୍ରୀୟ ଫୋର୍ସ ୧୪୪ଟି ବୁଥ ଦାୟିତ୍ୱରେ ରହିବେ ।
ନିର୍ବାଚନକୁ ଦୃଷ୍ଟିରେ ରଖି ୧୭୧ଜଣଙ୍କ ବନ୍ଧୁକ ଲାଇସେନ୍ସଧାରୀ ନିଜର ଅସ୍ତ୍ରଅଶସ୍ତ୍ରକୁ ନିକଟସ୍ଥ ଥାନାରେ ଜମା କରିଛନ୍ତି । ୧୯୦୩ଜଣଙ୍କ ବିରୁଦ୍ଧରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିବାବେଳେ ୧୧୨ଜଣଙ୍କ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଛି । ମୋଟ ୭.୭୫ଲକ୍ଷ ଟଙ୍କାର ୭୪୬୮ଲିଟର ମଦ ଓ ୨ଲକ୍ଷ ଟଙ୍କା ଜମତ ହୋଇଛି । ବିଭିନ୍ନ ରାଜନୀତିକ ଦଳଗୁଡ଼ିକଠୁ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନର ୧୨ଟି ଅଭିଯୋଗ ମିଳିଛି । ତା’ର ତଦନ୍ତ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଟାଇଛି । ଏହି ଅବଧି ମଧ୍ୟରେ ୯ଟି ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ଓ ଆଇନଶୃଙ୍ଖଳା ଉଲ୍ଲଘଂନ ଘଟଣା ନିର୍ବାଚନ କମିଶନଙ୍କ ନଜରକୁ ଆସିଛି । ଏଥିପାଇଁ ବିଭିନ୍ନ ବ୍ୟକ୍ତିଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତଣାଧୀନ ରହିଛି । ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ କରିବା ପାଇଁ କମିଶନ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ଧଳ କହିଛନ୍ତି । ନିର୍ବାଚନ ଦିନ ସକାଳ ସାଢ଼େ ୫ଟାରୁ ୭ଟ ପର୍ଯ୍ୟନ୍ତ ମକ୍ ପୋଲ୍ କରାଯିବ ଏବଂ ପ୍ରତ୍ୟେକ ୨ଘଣ୍ଟାରେ ଭୋଟ ହାର ସମ୍ପର୍କରେ ତଥ୍ୟ ସାର୍ବଜନୀନ କରାଯିବ । ଭୋଟରମାନେ ନିଜର ମତାଧିକାର ସାବ୍ୟସ୍ତ କରିବା ନିମନ୍ତେ ୧୨ଟି ଫଟୋ ପରିଚୟ ପତ୍ର ଦସ୍ତାବିଜ ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ମତଦାନ କରିପାରିବେ ବୋଲି ଶ୍ରୀ ଧଳ କହିଛନ୍ତି ।
ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଯୋଗୁ ଝାରସୁଗୁଡ଼ା ଉପନିର୍ବାଚନ ଅନୁଷ୍ଠିତ ହେଉଛି । ମୋଟ ୧.୧୦ଲକ୍ଷ ପୁରୁଷ ଓ ୧.୧୧ଲକ୍ଷ ମହିଳା ଭୋଟରଙ୍କ ସମେତ ୬୩ଜଣ ତୃତୀୟ ଲିଙ୍ଗ, ୨୪୯ଜଣ ସର୍ଭିସ ଭୋଟର ଓ ୨୫୩୪ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ସମେତ ମୋଟ ୯ଜଣ ମଇଦାନରେ ରହିଥିବା ଜଣାପଡ଼ିଛି ।
ରବିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଧାରଣ ସଭାରେ ଲଇକେରା ଜୋନ-୧ର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଲୋକେନ୍ଦ୍ର ରାଉତ ବିଜେପିରେ ମିଶି ଥିଲେ। ହେଲେ ପୁଣି ରାତିରେ ବିଜେଡିରେ ମିଶିଗଲେ। ଲଇକେରା ଠାରେ ବିଜେଡିର ପର୍ଯ୍ୟବେକ୍ଷକ ମହେନ୍ଦ୍ର ବଢେଇ ଓ ରୋମାଂଚ ରଞ୍ଜନ ବିଶ୍ୱାଳଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଥିଲେ। ଏହାକୁ ନେଇ ଝାରସୁଗୁଡ଼ା ରାଜନୀତି ଆହୁରି ଉଷ୍ମ ହୋଇଛି। ଭୋଟ ଓ କ୍ଷମତା ଦଖଲ ପାଇଁ ଏଠାରେ ନେତା କପରି ଦଳ ବଦଳ କରୁଛନ୍ତି ତାହା ଜଳଜଳ ପ୍ରତୀୟମାନ ହୋଇଛି।
ଲୋକେନ୍ଦ୍ର କହିଛନ୍ତି, ଗତକାଲି ବ୍ୟକ୍ତିଗତ କାମରେ କୋଲାବିରା ଯିବା ବେଳେ ବିଜେପିର କିଛି ବନ୍ଧୁଙ୍କ ସହ ଭେଟ ହୋଇଥିଲା। ସେମାନେ ବିଜେପିର ସଭାକୁ ଡାକି ନେଇଥିଲେ ଓ ବିଜେପିରେ ତାଙ୍କୁ ଯୋଗ ଦେବାକୁ କହିଥିଲେ। ଅନିଚ୍ଛା ସତ୍ତ୍ୱେ ବିଜେପିରେ ଯୋଗଦେଇଥିଲି। ସେଠାରୁ ଫେରିବା ପରେ ପୁଣି ନିଜ ଦଳ ବିଜେଡିରେ ଯୋଗଦେଇଥିଲି। ଆଗକୁ କେବଳ ବିଜେଡି ପାଇଁ ହିଁ କାମ କରିବେ ବୋଲି ସେ କହିଛନ୍ତି।
ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ହୋଇଥିବା ମହେନ୍ଦ୍ର ବଢେଇ କହିଛନ୍ତି, ଲୋକେନ୍ଦ୍ର ରାଉତଙ୍କୁ ଜୋରକରି ନେଇ ବିଜେପିରେ ମିଶାଇ ଦିଆଯାଇଥିଲା। ସେ ଏନେଇ ଫୋନ୍ କରି ଜଣାଇବା ସହ ପୁଣି ଆସି ବିଜେଡିରେ ଯୋଗ ଦେଇଥିଲେ। ବିଜେପି ସଭାକୁ ଯିବା ପୂର୍ବଦିନ ସେ ବିଜେଡି ପାଇଁ ପ୍ରଚାର କରିଥିଲେ। ଆଗକୁ ମଧ୍ୟ ସେ ବିଜେଡି ପାଇଁ ପ୍ରଚାର କରିବେ। ସେ ବିଜେଡି ପାଇଁ କାମ କରି ଦୁଇଥର ସରପଞ୍ଚ ଓ ପରେ ଜିଲ୍ଲା ପରିଷଦ ସଭ୍ୟ ହୋଇଥିଲେ।
ଘରକୁ ଘରୁ ବୁଲି ଭୋଟରଙ୍କୁ ନିଜ ପକ୍ଷରେ କରିବାକୁ ଚଳାଇଛନ୍ତି ଉଦ୍ୟମ। ଆଜି ସଂଧ୍ୟାରେ ପ୍ରଚାର ସରୁଥିବାରୁ କେହି ବି ସୁଯୋଗକୁ ହାତ ଛଡ଼ା କରୁନାହାନ୍ତି । ଶେଷ ଦିନରେ ସବୁ ଦଳର ଷ୍ଟାର ପ୍ରଚାରକ ବି କ୍ୟାମ୍ପେନ୍ ପରେ ମଇଦାନ ଛାଡ଼ିବେ।
ଗତକାଲି ଝାରସୁଗୁଡ଼ା ଉନପନିର୍ବାଚନରେ ହେଭିୱେଟ୍ଙ୍କ ପ୍ରଚାର ଦେଖିବାକୁ ମିଳିଥିଲା। ଅମରପାଲିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ସଭା କରି ନବ ଦାସଙ୍କ ଝିଅ ଦୀପାଳିଙ୍କ ପାଇଁ ଭୋଟ ମାଗିଥିବା ବେଳେ ଅନ୍ୟ ପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ରୋଡ୍ କରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଁ ଭୋଟ୍ ମାଗିଥିବା ବେଳେ କୋଲାବିରା ନିର୍ବାଚନୀ ସଭାରେ ଶାସକ ଦଳକୁ ଜୋରଦାର ଟାର୍ଗେଟ୍ କରିଥିଲେ।
ଆସନ୍ତା ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛିା ଆଜିଠୁ ପୋଲିଂ ପାର୍ଟି ନିଜ ନିଜ ବୁଥକୁ ଯିବା ଆରମ୍ଭ କରିବେ। ମେ' ୧୩ ତାରିଖରେ ଭୋଟ୍ ଗଣତି ହେବ।
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ସହ ସମ୍ପୃକ୍ତ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଏକ ସମୀକ୍ଷା ବୈଠକ କରିଥିଲେ । ଉପନିର୍ବାଚନବେଳେ ସମଗ୍ର ଝାରସୁଗୁଡ଼ା ବିଧାନସଭା ମଣ୍ଡଳୀରେ ଆଇନଶୃଙ୍ଖଳା ରକ୍ଷା, ସବୁ ବୁଥକୁ ନିର୍ବାଚନ ପାଇଁ ଭୋଟଗ୍ରହଣ ସାମଗ୍ରୀ ପହଂଚାଇବା, କାଳବୈଶାଖି ଓ ଝଡ଼ବାତ୍ୟାର ଆଗୁଆ ଆକଳନ, ଏକଜିଟ୍ ପୋଲ୍ ଉପରେ କଟକଣା, ଉପନିର୍ବାଚନ ପୂର୍ବ ଓ ପରବର୍ତ୍ତୀ ପ୍ରସ୍ତୁତି, ଷ୍ଟ୍ରଙ୍ଗରୁମ୍ ପ୍ରସ୍ତୁତି ଓ ଏହାର ସୁରକ୍ଷା, ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଣ ନିମନ୍ତେ ପ୍ରସ୍ତୁତି ଇତ୍ୟାଦି ସମ୍ପର୍କରେ ଶ୍ରୀ ଧଳ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।
ଏହାପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଧଳ କହିଥିଲେ ଯେ, ଝାରସୁୁଗୁଡ଼ାରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍ ଅଛି । ଝାରସୁଗୁଡ଼ାରେ ୪୦ ପ୍ରତିଶତ ବୁଥ ସମ୍ବେଦନଶୀଳ ଅଛି । ପ୍ରଥମଥର ପାଇଁ ଓଡ଼ିଶାର ସବୁ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା ହେବ ଓ ଝାରସୁଗୁଡ଼ା ଉପନିର୍ବାଚନରେ ଏହାର ଆରମ୍ଭ ହେବ । ଯାହାଫଳରେ ନିର୍ବାଚନ ଅଧିକାରୀମାନେ ଭୋଟଦାନ ପ୍ରକ୍ରିୟାର ସ୍ୱଚ୍ଛତାକୁ ସିଧାସଳଖ ତଦାରଖ କରିପାରିବେ । ୨ଟି ରାଜନୀତିକ ଦଳ ପକ୍ଷରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ମିଳିଛି ଓ ତା’ପରେ କମିଶନ ତର୍ଜମା କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି ।
ଆଜିର ବୈଠକରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଆଇଏସ୍ ଦେବକ୍ରିଷ୍ଣା ତିୱାରୀ, ପୁଲିସ ପର୍ଯ୍ୟବେକ୍ଷକ ଆଇପିଏସ୍ ହମିତ୍ ଅଖତାର, ଖର୍ଚ୍ଚ ପର୍ଯ୍ୟବେକ୍ଷକ ଆଇଆରଏସ୍ ରବିରାଜ ସାହୁରାଜ ଖୋଗରେ, ରାଜ୍ୟ ଆଇନଶୃଙ୍ଖଳା ଆଇଜି ପ୍ରବୀଣ କୁମାର, ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ଏସ୍ ନରୱଣେ ଓ ଏସପି ସ୍ମିଥ ପି ପୁରୁଷୋତ୍ତମ ଦାସ ପ୍ରମୁଖ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମୋଟ ୨୫୩ଟି ଭୋଟଗ୍ରହଣ କେନ୍ଦ୍ରରେ ଆସନ୍ତା ୧୦ତାରିଖରେ ଭୋଟଗ୍ରହଣ ଅନୁଷ୍ଠିତ ହେବ ଓ ମୋଟ ୨.୨୧ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ।