ଏହି ଫୋନ୍ରେ ସମସ୍ତ ବେସିକ୍ ଫିଚର ରହିଛି। ଇଣ୍ଟର ନେଟ୍ ଜରିଆରେ ସମସ୍ତ ଫିଚରକୁ ଚଲାଇ ହେବ। ଏହି ଫୋନ୍ର ସହ ସ୍ୱତନ୍ତ୍ର ରିଚାର୍ଜ କରିବାକୁ ପଡ଼ିବ। ଯାହାର ସର୍ବନିମ୍ନ ମାସିକ ରିଚାର୍ଜ ୧୨୩ ଟଙ୍କାରୁ ଆରମ୍ଭ। ୧୨୩ ଟଙ୍କା ରିଚାର୍ଜରେ ଅସୀମିତ କଥାବାର୍ତ୍ତା ସହ ୧୪ ଜିବି ଡାଟା ମିଳିବ। ପ୍ରତିଦିନ ଗ୍ରାହକଙ୍କୁ ଏହି ରିଚାର୍ଜ ଉପରେ .୫ ଜିବି ଡାଟା ମିଳିବ। ସେହିପରି ବର୍ଷିକିଆ ପ୍ଲାନ୍ ନେଲେ ଗ୍ରାହକଙ୍କୁ ୧୨୩୪ ଟଙ୍କା ଦେବାକୁ ହେବ ଓ ଏହା ବଦଳରେ ୧୬୪ ଜିବି ଡାଟା ମିଳିବ।
ସେହିପରି ଏହି ଫୋନ୍ରେ .୩ ମେଗାପିକ୍ସେଲ କ୍ୟାମେରା, ଫ୍ଲାସ ଓ ଟର୍ଚ, ଜିଓ ସିନେମା, ଜିଓ ସାଭନ, ଏଫ୍ଏମ୍ ରେଡିଓ ସୁବିଧା ରହିଛି। ଏହି ଫୋନ୍ରେ ୪.୫ ସିଏମ୍ ଡିଏଏଫ୍ଟି ଡିସ୍ପ୍ଲେ, ୧ ହଜାର ଏମ୍ଏଏଚ୍ ବ୍ୟାଟେରୀ, ୩.୫ ଏମ୍ଏମ୍ ହେଡ୍ଫାନ୍ ସୁବିଧା ରହିଛି। ଏହି ମୋବାଇଲ୍ରେ ୧୨୮ ଜିବି ପର୍ଯ୍ୟନ୍ତ ଏସ୍ଡି କାର୍ଡ ମଧ୍ୟ ବ୍ୟବହାର ହୋଇପାରିବ ଓ ଫୋନ୍ର ଓଜର ୭୧ ଗ୍ରାମ ରହିଛି। ଏହି ଫୋନ୍ରେ ୨୨ଟି ଭାଷାର ବ୍ୟବହାର ହୋଇପାରିବ।
ରିଲାଏନ୍ସ ମୁତାବିକ ଏବେ ଦେଶରେ ୨୫୦ ମିଲିୟନ ୨ଜି ଫୋନ୍ ବ୍ୟବହାରକାରୀ ଅଛନ୍ତି। ତାଙ୍କ ପାଖରେ ଇଣ୍ଟର ସୁବିଧା ଥିବା ମୋବାଇଲ ନାହିଁ। ଏହି ଗ୍ରାହକଙ୍କ ପାଖରେ ୪ଜି ଇଣ୍ଟରନେଟ୍ ସୁବିଧା ଥିବା ଫୋନ୍ ପହଞ୍ଚାଇବା ଲକ୍ଷ୍ୟ ରହିଛି। ଏହି ଫୋନ୍ରେ ୟୁପିଆଇ ପେମେଣ୍ଟ ସୁବିଧା ରହିବ। ମାତ୍ର ଏହା କେବଳ ଜିଓ ପେ’ରେ କାମ କରିବ।
ଏହି ଫୋନ୍କୁ ମାର୍କେଟକୁ ଆଣିବା ପାଇଁ ଭାରତୀୟ କମ୍ପାନୀ କାରବୋନ୍ ସହ ରିଲାନ୍ସ ଜିଓ ସହଭାଗିତା କରିଛି। ୭ ଜୁଲାଇରୁ ଏହାର ବିଟା ଟ୍ରାଏଲ ଆରମ୍ଭ ହେବ। ୬୫୦୦ ତହସିଲରୁ ଏହାର ଶୁଭାରମ୍ଭ କରାଯିବ।
Get Ready for #JioBharat 🇮🇳🙏 #WithLoveFromJio ❤️ #DigitalIndia #JioSaavn #JioCinema #Music #India #Bharat pic.twitter.com/C60WK7Nzvg
— Reliance Jio (@reliancejio) July 3, 2023
ସିଂହଦ୍ୱାର ସମ୍ମୁଖରେ ଅନନ୍ତ ଅମ୍ବାନୀ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ବସ୍ତ୍ର, ଶ୍ରୀମନ୍ଦିର କ୍ୟାଲେଣ୍ଡର ଆଦି ପ୍ରଦାନ କରାଯାଇଥିଲା। ଏହା ପରେ ସେ ବାଇଶି ପାହାଚ ବାଟେ ଘଣ୍ଟି ଦ୍ୱାର ଦେଇ ଜଗମୋହନରେ ପ୍ରବେଶ କରିଥିଲେ। ସେ ଭିତର କାଠ ନିକଟରେ ୧୦ ମିନିଟ୍ ଛିଡ଼ା ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ମୁକ୍ତି ମଣ୍ଡପରେ ବ୍ରାହ୍ମଣଙ୍କ ଆଶୀର୍ବାଦ ନେଇ ମାଆ ବିମଳା ମନ୍ଦିର, ପଶ୍ଚିମ ଦ୍ୱାର ସ୍ଥିତ କାନପତା ହନୁମାନ ଓ ମାଆ ମହାଲକ୍ଷ୍ମୀଙ୍କ ଦର୍ଶନ ସାରି ବାଇଶି ପାହାଚ ଦେଇ ପ୍ରତ୍ୟାବର୍ତ୍ତନ କରିଥିଲେ।
ଗତ ୧୯ ତାରିଖରେ ମୁମ୍ବାଇରେ ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆରେ ଅନନ୍ତ ଅମ୍ବାନୀଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ନିର୍ବନ୍ଧ ହୋଇଥିଲା। ଅନନ୍ତ ଆସନ୍ତା କିଛି ମାସ ମଧ୍ୟରେ ବିବାହ କରିବେ। ତା’ପୂର୍ବରୁ ସେ ଦେଶର ବିଭିନ୍ନ ପ୍ରସିଦ୍ଧ ମନ୍ଦିରକୁ ଯାଇ ଆଶୀର୍ବାଦ ନେଉଛନ୍ତି।
ଅମ୍ୱାନୀ ପରିବାରର କୌଳିକ ପଣ୍ଡା କହିଛନ୍ତି, ଅନନ୍ତ ଅମ୍ୱାନୀ ବାଇଶି ପାହାଚ କିର୍ତ୍ତନ ଚକଡ଼ା ଦେଇ ଶ୍ରୀମନ୍ଦିର ଗର୍ଭ ଗୃହକୁ ପ୍ରବେଶ କରିଥିଲେ। ଭିତର କାଠ ପାଖରେ ଠିଆ ହୋଇ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ। ସେ ମାଆ ବିମଳା ଓ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ନେଇ ଫେରିଗଲେ ବୋଲି କହିଛନ୍ତି।
ସେପ୍ଟେମ୍ବର ୧୦ରୁ ଏହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ। ଏହି ସ୍ମାର୍ଟଫୋନକୁ ଜିଓ ଓ ଗୁଗଲ ମିଳିତ ଭାବେ ତିଆରି କରିଛନ୍ତି। ଏହାର ଦାମ ଖୁବ କମ ରହିବ। ସେହିପରି ସ୍ମାର୍ଟଫୋନରେ ଗୁଗଲ ଓ ଜିଓର ସମସ୍ତ ଫିଚର ଏଥିରେ ରହିବ ବୋଲି ସେ କହିଛନ୍ତି।
ସେ କହିଛନ୍ତି, ସମସ୍ତେ ସ୍ମାର୍ଟ ଧରିବା ଭଳି ବ୍ୟବସ୍ଥା ଜିଓ ସବୁବେଳେ କରି ଆସିଛି। ଆଣ୍ଡରଏଡ ଭର୍ସନର ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ ହୋଇଥିବା ଜିଓଫୋନ ନେକ୍ସଟ ଗଣେଷ ପୂଜା ଅର୍ଥାତ ସେପ୍ଟେମ୍ବର ୧୦ରେ ବଜାରକୁ ଆସିବ। ଏହାର ଦାମ ସମସ୍ତଙ୍କୁ ସୁହାଇବ।
୩ ବର୍ଷ ମଧ୍ୟରେ ଗ୍ରୀନ ଏନର୍ଜି ଅଭିଯାନରେ କମ୍ପାନୀ ୭୫,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛି। ୨୦୧୬ରେ ଆମେ ଜିଓ ଲଞ୍ଚ କରିଥିଲୁ। ୨୦୨୧ରେ ଏହାକୁ ଅଧିକ ସଶକ୍ତ କରିବାକୁ ପଦକ୍ଷେପ ନିଆଯିଆଇଛି। ନୂଆ ବ୍ୟବସାୟ ପାଇଁ ବିଶ୍ୱସ୍ତରୀୟ ଦକ୍ଷତା ଆବଶ୍ୟକ।
ଏଥିପାଇଁ ଆମେ ବିଶ୍ୱସ୍ତରୀୟ ବ୍ୟବସ୍ଥାକୁ ଭାରତକୁ ଆଣିବା ପାଇଁ ଉଦ୍ୟମ କରୁଛୁ। ବିଶ୍ୱର କିଛି ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଆମେ ରିଲାଏନ୍ସ ନ୍ୟୁ ଏନରର୍ଜି କାଉନସିଲ ପ୍ରତିଷ୍ଠା କରିଛୁ ବୋଲି ସେ କହିଛନ୍ତି।
ଟ୍ରାଇର ରିପୋର୍ଟ ଅନୁଯାୟୀ ଜୁଲାଇରେ ଗାଁରେ ଗ୍ରାହକଙ୍କ ସଂଖ୍ୟା ବଢ଼ିଥିଲା ହେଲେ ଅଗଷ୍ଟରେ ଏହି ସଂଖ୍ୟା କମିଥିଲା ବୋଲି ଜଣାପଡ଼ିଛି। କାଉଣ୍ଟର ପଏଣ୍ଟର ଗବେଷକ ତଥା ଉପସଭାପତି ନେଲ୍ ଶାହ କହିଛନ୍ତି, ଲକଡାଉନ୍ ବେଳେ ଅଧିକାଂଶ ଲୋକେ ଗାଁ ପଳାଇଆସିଥିଲେ। ଅନ୍ୟପଟେ ରୋଜଗାର ମଧ୍ୟ କମିଥିଲା। ତେଣୁ ଅନେକ ନିଜ ନିଜ ମୋବାଇଲ୍ ରିଚାର୍ଜ କରୁନଥିଲେ। କାରଣ ସମସ୍ତେ ଘରେ ଏକାଠି ଥିଲେ। ମୁଖ୍ୟତଃ ଗରିବ ଶ୍ରେଣୀର ଲୋକମାନେ ହିଁ ରିଚାର୍ଜ କରିବା ବନ୍ଦ କରି ଦେଇଥିଲେ ବୋଲି ସେ କହିଛନ୍ତି। ତେବେ ସେପ୍ଟେମ୍ୱର ପରଠୁ ଗ୍ରାହକ ସଂଖ୍ୟା ବଢ଼ିବ ବୋଲି ସେ ଆଶା ରଖିଛନ୍ତି।
ଟ୍ରାଇର ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ମାସ ଶେଷ ବେଳକୁ ଲକଡାଉନ୍ ହୋଇଥିଲା। ଏହି ସମୟରେ ୧୧୫.୭ କୋଟି ମୋଟ୍ ମୋବାଇଲ୍ ଗ୍ରାହକ ଥିଲେ। ଏହାପରେ କିନ୍ତୁ ଜୁନ୍ ମାସ ବେଳକୁ ୧.୭ କୋଟି ଗ୍ରାହକ କମି ଏହି ସଂଖ୍ୟା ୧୧୪ କୋଟି ହୋଇଥିଲା। ଜୁନରେ ଏହି ସଂଖ୍ୟା ୧୧୪.୪ କୋଟି ଥିବା ବେଳେ ଜୁଲାଇରେ ଏହି ସଂଖ୍ୟା ୧୧୪.୭ କୋଟି ଥିଲା। ଏହାପର ମାସ ଅଗଷ୍ଟର ରିପୋର୍ଟ ଟ୍ରାଇ ଜାରି କରିନାହିଁ।
ମାର୍ଚ୍ଚ ୨୦୨୦ ସୁଦ୍ଧା ଦେଶରେ ଜିଓର ଗ୍ରାହକ ସଂଖ୍ୟା ୩୩.୪୭ ପ୍ରତିଶତ ଥିବା ବେଳେ ଜୁନ ବେଳକୁ ଏହା ୩୪.୮ ପ୍ରତିଶତ ଥିଲା। ସେହିପରି ଏୟାରଟେଲ୍ ପାଖରେ ୨୮.୩୧ ପ୍ରତିଶତ ଥିବା ବେଳେ ଜୁନ୍ ବେଳକୁ ୨୭.୭୬ ପ୍ରତିଶତ ଥିଲା। ଭୋଡାଫୋନ୍ ୨୭.୫୧ରୁ ୨୬.୭୫ ପ୍ରତିଶତ ହୋଇଥିଲା। ସେହିପରି ବିଏସଏନଏଲ ୧୦.୩୫ରୁ ୧୦.୩୭ ପ୍ରତିଶତ ହୋଇଥିଲା। ତେବେ ଅଗଷ୍ଟରେ ଜିଓ, ଏୟାରଟେଲ୍ ଏବଂ ବିଏସଏନଏଲ ମିଶି ୩୭ ଲକ୍ଷ ଗ୍ରାହକ ପାଇଥିଲେ। ହେଲେ ଭୋଡାଫୋନ୍ ୧୨ ଲକ୍ଷ ଗ୍ରାହକ ହରାଇଥିଲା।
ଫର୍ଚ୍ୟୁନ୍ ଏହି ଦୁଇ ଜଣଙ୍କ ବାବଦରେ ଲେଖିଛି, “କୁହାଯାଏ ଡାଟା ହେଉଛି ନୂଆ ତୈଳ, ଭାରତର ସର୍ବବୃହତ କମ୍ପାନୀ ରିଲାଏନ୍ସ କ୍ଷେତ୍ରରେ ଏହା ପ୍ରମାଣିତ। ୨୦୧୬ ମସିହାରେ ଜିଓ ଜରିଆରେ ମୋବାଇଲ କନେକ୍ଟିଭିଟି କ୍ଷେତ୍ରରେ ଦବ୍ଦବା ଜାହିର କରିବା ପୂର୍ବରୁ ପେଟ୍ରୋକେମିକାଲରେ ମଧ୍ୟ ଏହି କମ୍ପାନୀ ଭାଗ୍ୟ ପରୀକ୍ଷା କରିସାରିଛି। ଆକାଶ ଏବଂ ଇଶା ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଯାଁଳା ସନ୍ତାନ।”
ଏହି ପତ୍ରିକାର ତଥ୍ୟ ଅନୁଯାୟୀ ଇଶା ଏବଂ ଆକାଶ ରିଲାଏନ୍ସରେ ଯୋଗଦେବାପରେ କମ୍ପାନୀର ଭାଲ୍ୟୁଏସନ୍ ୬୫ ବିଲିଅନ୍ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଥିଲା। ରିଲାଏନ୍ସ ଏକ ପାରିବାରିକ ବ୍ୟବସାୟ। ଆକାଶ ବ୍ରାଉନ୍ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡିଗ୍ରୀ ହାସଲ କରିବାପରେ ୨୦୧୪ ମସିହାରେ କମ୍ପାନୀରେ ଯୋଗ ଦେଇଥିଲେ। ଜିଓ ବୋର୍ଡ ସଦସ୍ୟ ହିସାବରେ ନିକଟ ଅତୀତରେ ଫେସବୁକ ସହିତ ଡିଲ୍ରେ ଏହି ଦୁଇ ଜଣ ବଡ଼ ଭୂମିକା ତୁଲାଇଥିଲେ।
ସେହିଭଳି ଭାରତରେ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଅନଲାଇନ୍ ବ୍ୟବସାୟ କ୍ଷେତ୍ରରେ ଆମାଜନ୍ ଓ ଫ୍ଲିପକାର୍ଟକୁ ଚ୍ୟାଲେଞ୍ଜ ଦେବାପାଇଁ ଜିଓ ମାର୍ଟର ଲଞ୍ଚ କରାଯାଇଛି। ଏହା ଇଶା ଓ ଆକାଶଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଫର୍ଚ୍ୟୁନ୍ ପକ୍ଷରୁ କୁହାଯାଇଛି।