କେଉଁ ପଦରେ ହେବ କେତେ ନିଯୁକ୍ତି
୧୧୦ଟି ଅଧ୍ୟକ୍ଷ ପଦ ସହିତ ପିଜିଟି ପଦାର୍ଥ ବିଜ୍ଞାନ ପାଇଁ ୨୫ଟି ପଦ ରହିଥିବା ବେଳେ ପିଜିଟି ରସାୟନ ବିଜ୍ଞାନରେ ୨୫, ପିଜିଟି ବାୟୋଲୋଜିରେ ୨୨, ପିଜିଟି ଗଣିତରେ ୩୫, ପିଜିଟି କମର୍ସରେ ୧୭, ପିଜିଟି କମ୍ପ୍ୟୁଟର ସାଇନ୍ସରେ ୧୫୬, ଟିଜିଟି ଇଂରାଜୀରେ ୨୫୫, ଟିଜିଟି ଗଣିତରେ ୧୬୯, ଟିଜିଟି ବିଜ୍ଞାନରେ ୯୨ ଓ ଟିଜିଟି ସୋସିଆଲ ଷ୍ଟଡିଜ୍ରେ ୧୦୪ ଟି ପଦ ପୂରଣ ହେବ। ସେହିପରି ୧୬୦ ଜଣ ଆର୍ଟ ଟିଚର, ୮୯ ଜଣ ପିଇଟି ଓ ୮୩ ଜଣ କମ୍ପ୍ୟୁଟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।
ସଂରକ୍ଷଣ ବ୍ୟବସ୍ଥା
ଏହି ସବୁ ପଦଗୁଡ଼ିକ ନିୟମିତ। ସେହିପରି ଏଗୁଡ଼ିକରେ ବିଭିନ୍ନ ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି। ୧୩୪୨ଟି ପଦରୁ ୪୬୮ଟି ଅସଂରକ୍ଷିତ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ। ତା’ ମଧ୍ୟରୁ ୧୫୭ଟି ଅସଂରକ୍ଷିତ ବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଏସ୍ଇବିସିଙ୍କ ପାଇଁ ମୋଟ ୧୩୦ଟି ପଦ ସଂରକ୍ଷିତ ରହିଥିବା ବେଳେ ସେଥିରୁ ଏହି ବର୍ଗର ମହିଳାଙ୍କ ପାଇଁ ୪୪ଟି ପଦ ଉଦ୍ଦିଷ୍ଟ ରହିଛି। ଏସ୍ସି ବର୍ଗ ପାଇଁ ୨୩୨ଟି ପଦ ସଂରକ୍ଷିତ ରହିଥିବା ବେଳେ ତା’ ମଧ୍ୟରୁ ଏହି ବର୍ଗର ମହିଳାଙ୍କ ପାଇଁ ୭୮ଟି ଉଦ୍ଦିଷ୍ଟ। ଏସ୍ଟି ପ୍ରାର୍ଥୀଙ୍କ ପାଇଁ ୫୧୨ଟି ପଦ ସଂରକ୍ଷିତ ରହିଥିବା ବେଳେ ସେଥିରୁ ଏହି ବର୍ଗର ମହିଳାଙ୍କ ପାଇଁ ୧୭୧ଟି ଉଦ୍ଦିଷ୍ଟ। ସେହିପରି ଏହି ମୋଟ ୧୩୪୨ ପଦ ମଧ୍ୟରେ ଦିବ୍ୟାଙ୍ଗଙ୍କ ପାଇଁ ୫୩ଟି ସଂରକ୍ଷିତ ହୋଇଥିବା ବେଳେ ଏକ୍ସ-ସର୍ଭିସମେନ୍ଙ୍କ ପାଇଁ ୩୬ଟି ଓ ସ୍ପୋର୍ଟସ ମେନ୍ଙ୍କ ପାଇଁ ୧୪ଟି ପଦ ସଂରକ୍ଷିତ ରହିଛି।
ଦରମା
ଅଧ୍ୟକ୍ଷମାନେ ୧୩ ନମ୍ବର ପେ’ ଲେବେଲ୍ରେ ଆସୁଥିବା ବେଳେ ସେମାନେ ମାସିକ ୬୭,୭୦୦ ଟଙ୍କା ଦରମା ପାଇବେ। ପିଜିଟି ପଦାର୍ଥ ବିଜ୍ଞାନ, ପିଜିଟି ରସାୟନ ବିଜ୍ଞାନ, ପିଜିଟି ବାୟୋଲୋଜି, ପିଜିଟି ଗଣିତ, ପିଜିଟି କମର୍ସ ଓ ପିଜିଟି କମ୍ପ୍ୟୁଟର ସାଇନ୍ସ ପଦଗୁଡ଼ିକ ପେ’ ଲେବେଲ ୧୧ରେ ଆସୁଥିବା ବେଳେ ଏହି ଶିକ୍ଷକମାନେ ମାସକୁ ୪୭,୬୦୦ ଟଙ୍କା ଦରମା ପାଇବେ। ଟିଜିଟି ଇଂରାଜୀ, ଟିଜିଟି ଗଣିତ, ଟିଜିଟି ବିଜ୍ଞାନ, ଟିଜିଟି ସୋସିଆଲ ଷ୍ଟଡିଜ୍ ଓ ଆର୍ଟ ଟିଚର ପଦ ପେ’ ଲେଭଲ ୧୦ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏହି ଶିକ୍ଷକମାନେ ମାସିକ ୪୪,୯୦୦ ଟଙ୍କା ଦରମା ପାଇବେ। ସେହିପରି ପିଇଟି ଓ କମ୍ପ୍ୟୁଟର ଶିକ୍ଷକମାନେ ମାସିକ ୩୫, ୪୦୦ ଟଙ୍କା ଦରମା ପାଇବେ।
ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା, ଚୟନ ପ୍ରକ୍ରିୟା ଓ ଅନ୍ୟାନ୍ୟ ବିଷୟରେ ଜାଣିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୱେବ୍ସାଇଟ୍ oav.edu.in କୁ ଯାଇ Announcements ସେକ୍ସନରେ ଦେଖନ୍ତୁ।
କେଉଁ ବିଷୟରେ କେତେ ପଦବୀରେ ନିଯୁକ୍ତି
୧୦୬୧ଟି PGT ପଦ ମଧ୍ୟରୁ ଉଦ୍ଭିଦ ବିଜ୍ଞାନରେ ୨୯ଟି ଖାଲି ପଡ଼ିଥିବା ରସାୟନ ବିଜ୍ଞାନରେ ୩୫, କମର୍ସରେ ୨୧, ଇକୋନୋମିକ୍ସରେ ୧୪୧, ଏଜୁକେସନରେ ୫୦, ଇଂରାଜୀରେ ୧୪୮, ଭୁଗୋଳରେ ୫, ଜିଓଲୋଜିରେ ୨, ହିନ୍ଦୀରେ ୧, ଇତିହାସରେ ୧୪୬, ହୋମ୍ ସାଇନ୍ସରେ ୭, ଆଇଆରପିଏମ୍ରେ ୨, ଲଜିକ୍ରେ ୩୮, ଗଣିତରେ ୩୯, ଓଡ଼ିଆରେ ୧୩୦, ପଦାର୍ଥ ବିଜ୍ଞାନରେ ୩୫, ରାଜନୀତି ବିଜ୍ଞାନରେ ୧୪୪, ସାଇକୋଲୋଜିରେ ୭, ସଂସ୍କୃତରେ ୩୮, ସୋସିଓଲୋଜିରେ ୧୫, ତେଲୁଗୁରେ ୨, ଉର୍ଦ୍ଦୁରେ ୧ ଓ ପ୍ରାଣୀ ବିଜ୍ଞାନରେ ୨୫ଟି ପଦ ଖାଲି ପଡ଼ିଛି।
ଶିକ୍ଷାଗତ ଯୋଗ୍ୟତା
ପ୍ରାର୍ଥୀମାନେ ଅତିକମ୍ରେ ୫୦ ପ୍ରତିଶତ ନମ୍ବର ରଖି ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ସେହିପରି ପ୍ରାର୍ଥୀମାନେ B.Ed. କରିଥିବା ଆବଶ୍ୟକ। ତେବେ କମର୍ସ, ଏଜୁକେସନ, ଜିଓଲୋଜି, ହୋମ୍ ସାଇନ୍ସ, ଲଜିକ୍, ସାଇକୋଲୋଜି, ସୋସିଓଲୋଜି, ଆଇଆରପିଏମ୍, ତେଲୁଗୁ ଓ ଉର୍ଦ୍ଦୁ ବିଷୟ ପାଇଁ ଯେଉଁ PGT ମାନଙ୍କୁ ନିଯୁକ୍ତି ଦିଆଯିବ, ସେମାନଙ୍କ ପାଇଁ B.Ed. ବାଧ୍ୟତାମୂଳକ ନୁହେଁ। ଉଦ୍ଭିବ ବିଜ୍ଞାନ, ରସାୟନ ବିଜ୍ଞାନ, ଇକୋନୋମିକ୍ସ, ଇଂରାଜୀ, ଭୂଗୋଳ, ହିନ୍ଦୀ, ଇତିହାସ, ଗଣିତ, ଓଡ଼ିଆ, ପଦାର୍ଥ ବିଜ୍ଞାନ, ରାଜନୀତି ବିଜ୍ଞାନ, ସଂସ୍କୃତ ଓ ପ୍ରାଣୀ ବିଜ୍ଞାନ ବିଷୟ ପାଇଁ ଯେଉଁ ପିଜିଟିମାନେ ନିଯୁକ୍ତ ପାଇବେ ସେମାନଙ୍କ ପାଇଁ B.Ed. ବାଧ୍ୟତାମୂଳକ।
ବୟସ ସୀମା
ସବୁ ବର୍ଗର ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ବୟସ ସୀମା ୨୧ ବର୍ଷ ରହିଛି। ୨୦୨୪ ଜାନୁଆରୀ ୧ ତାରିଖ ସୁଦ୍ଧା ସମସ୍ତ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା ୨୧ ବର୍ଷ ହୋଇଥିବା ଆବଶ୍ୟକ। ସେହିପରି ଏହି ତାରିଖ ସୁଦ୍ଧା ସମସ୍ତ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୩୮ ବର୍ଷ ହୋଇଥିବା ଆବଶ୍ୟକ। ଏସ୍ସି, ଏସ୍ଟି, ଏସ୍ଇବିସି, ମହିଳା ଓ ଏକ୍ସ-ସର୍ଭିସମେନଙ୍କ ପାଇଁ ସର୍ବାଧିକ ବୟସ ସୀମା କୋହଳ କରାଯାଇଛି।
ଏହି ବିଜ୍ଞପ୍ତି ସଂପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ଆଗ୍ରହୀ ପ୍ରାର୍ଥୀମାନେ State Selection Board (SSB) ର ୱେବ୍ସାଇଟ୍କୁ ଯାଇ What’s Newରେ ଦେଖିପାରିବେ।
ଅନ୍ଲାଇନ୍ ଆବେଦନ
ଏଥିପାଇଁ ମାର୍ଚ୍ଚ ୨୮ ତାରିଖରୁ ଅନ୍ଲାଇନ୍ ଆବେଦନ ଆରମ୍ଭ ହେବ। ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ www.ossc.gov.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଅନ୍ଲାଇନ୍ ବ୍ୟତୀତ ଅନ୍ୟ କୌଣସି ପ୍ରକାରେ ଆବେଦନ ଗ୍ରହଣ କରାଯିବ ନାହିଁ।
କାହା ପାଇଁ କେତେ ସଂରକ୍ଷିତ
୨୬ଟି ପଦବୀ ମଧ୍ୟରୁ ୨୦ ଅସଂରକ୍ଷିତ ବର୍ଗଙ୍କ ପାଇଁ ରହିଛି। ଏହି ୨୦ଟି ପଦ ଭିତରୁ ୭ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ଏସ୍ଇବିସି ବର୍ଗଙ୍କ ପାଇଁ ଗୋଟିଏ ପଦ ସଂରକ୍ଷିତ ଥିବା ବେଳେ ଏସ୍ସି ବର୍ଗ ପାଇଁ ଗୋଟିଏ ଓ ଏସ୍ଟି ବର୍ଗ ପାଇଁ ୪ଟି ପଦ ସଂରକ୍ଷିତ ରହିଛି। ମୋଟି ୨୬ ପଦବୀ ମଧ୍ୟରେ ଗୋଟିଏ ଏକ୍ସ-ସର୍ଭିସ ମ୍ୟାନ୍ ଓ ଗୋଟିଏ ସ୍ପୋର୍ଟସ ପର୍ସନଙ୍କ ପାଇଁ ସଂରକ୍ଷିତ କରାଯାଇଛି। ଟ୍ରାନ୍ସଜେଣ୍ଡରମାନେ ଆବେଦନ କରିପାରିବେ। କିନ୍ତୁ ଦିବ୍ୟାଙ୍ଗ ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିବାକୁ ଯୋଗ୍ୟ ହେବେ ନାହିଁ।
ବୟସ ସୀମା
୧.୧ ୨୦୨୪ ସୁଦ୍ଧା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ହୋଇଥିବା ଆବଶ୍ୟକ। ସେହିପରି ୧.୧.୨୦୨୪ ସୁଦ୍ଧା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୮ ବର୍ଷରୁ ଅଧିକ ହୋଇ ନଥିବା ଆବଶ୍ୟକ। ତେବେ ଏସ୍ଇବିସି, ଏସ୍ସି, ଏସ୍ଟି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମାରେ ୫ ବର୍ଷ କୋହଳ କରାଯାଇଛି।
ଚୟନ ପ୍ରକ୍ରିୟା
ଏହି ନିଯୁକ୍ତି ପାଇଁ ପ୍ରଥମେ ପ୍ରିଲିମିନାରୀ ପରୀକ୍ଷା କରାଯିବ। ଏହା ଏମ୍ସିକ୍ୟୁ ଆଧାରିତ ହେବ। ତା’ପରେ ଲିଖିତ ପରୀକ୍ଷା କରାଯିବ। ଏହା ପରେ ଶାରିରୀକ ପରୀକ୍ଷା ରହିଛି। ଶାରିରୀକ ପରୀକ୍ଷାରେ ସବୁ ବର୍ଗର ପୁରୁଷ ପ୍ରାର୍ଥୀଙ୍କୁ ୮ ମିନିଟ୍ରେ ୧.୬ କିମି ଦୌଡ଼ିବାକୁ ହେବ। ତା’ହେଲେ ସେମାନେ ଯୋଗ୍ୟତା ଅର୍ଜନ କରିବେ। ମହିଳାମାନେ ୧.୬କିମିକୁ ୧୦ ମିନିଟ୍ରେ ଅତିକ୍ରମ କରିବାର ଆବଶ୍ୟକତା ରହିଛି। ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ପ୍ରିଲିମିନାରୀ ପରୀକ୍ଷା ହୋଇପାରେ।
ଶିକ୍ଷାଗତ ଯୋଗ୍ୟତା
ପ୍ରାର୍ଥୀ ଅତିକମ୍ରେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ/ବିଶ୍ୱବିଦ୍ୟାଳୟ/ଅନୁଷ୍ଠାନରୁ ଯୁକ୍ତ ଦୁଇ ପାସ୍ କରିଥିବା ଆବଶ୍ୟକ। ସେହିପରି ପ୍ରାର୍ଥୀ ଓଡ଼ିଆରେ ଭଲ ଭାବେ ପଢ଼ିପାରୁଥିବା ସହିତ କହି ଓ ଲେଖି ପାରୁଥିବା ଆବଶ୍ୟକ।
ଏହି ନିଯୁକ୍ତି ସଂପର୍କିତ ଅଧିକ ତଥ୍ୟ ଜାଣିବା ପାଇଁ www.ossc.gov.in କୁ ଯାଇ What's Newରେ ୧୪ ତାରିଖରେ ସର୍ଚ୍ଚ କରନ୍ତୁ।
ଏହି ୨୬୨୯ଟି ପଦରେ ଟିଜିଟି (ଆର୍ଟସ), ଟିଜିଟି (ସାଇନ୍ସ-ପିସିଏମ୍),ଟିଜିଟି (ସାଇନ୍ସ-ସିବିଜେଡ୍),ସଂସ୍କୃତ, ହିନ୍ଦୀ, ପିଇଟି ଓ ଆଦିବାସୀ ଭାଷା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।
ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ ଏଥିପାଇଁ OSSSCର ୱେବସାଇଟ୍କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଏପ୍ରିଲ ୧ ତାରିଖରୁ ଅନ୍ଲାଇନ୍ ଆବେଦନ ଆରମ୍ଭ ହେବ। ଏହା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। କେବଳ ଅନ୍ଲାଇନ୍ରେ ହିଁ ଦରଖାସ୍ତ ଗ୍ରହଣ କରାଯିବ ବୋଲି OSSSC ପକ୍ଷରୁ କୁହାଯାଇଛି।
ଖାଲି ପଡ଼ିଥିବା ପଦବୀ, ପେ’ ସ୍କେଲ୍, ବୟସ ସୀମା, ଯୋଗ୍ୟତା ଓ ଅନ୍ୟାନ୍ୟ ସର୍ତ୍ତ ସଂପର୍କରେ ଜାଣିବା ପାଇଁ ପ୍ରାର୍ଥୀମାନେ OSSSCର ୱେବ୍ ପୋର୍ଟାଲ www.osssc.gov.in କୁ ଯିବାକୁ ବିଜ୍ଞପ୍ତିରେ କୁହାଯାଇଛି।
ଅନ୍ଲାଇନ୍ ଆବେଦନ
ଏଥିପାଇଁ ମାର୍ଚ୍ଚ ୧୬ ତାରିଖ ଅପରାହ୍ନ ୧ଟାରୁ ଅନ୍ଲାଇନ୍ରେ ଆବେଦନ କରି ହେବ। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ ଏପ୍ରିଲ ୧୫ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଅନ୍ଲାଇନ୍ରେ ଆବେଦନ କରିପାରିବେ। ଅନ୍ୟ କୌଣସି ମାଧ୍ୟମରେ ଆବେଦନ ଗ୍ରହଣଯୋଗ୍ୟ ହେବ ନାହିଁ।
ସଂରକ୍ଷଣ
୧୦୮ଟି ପଦରୁ ୨୪ଟି ଏସ୍ସିଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୧୮ଟି ଏସ୍ସି, ୧୨ଟି ଏସ୍ଇବିସିଙ୍କ ପାଇଁ ସଂରକ୍ଷିତ ରହିଛି। ୩୦ଟି ପଦ ଅସଂରକ୍ଷିତ ରହିଛି। ସେହିପରି ଏହି ୧୦୮ଟି ପଦରୁ ୩୬ଟି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି।
ଏସ୍ସିଙ୍କ ପାଇଁ ୨୪ଟି ସଂରକ୍ଷିତ ଥିବା ବେଳେ ସେଥିରେ ସେହି ବର୍ଗର ମହିଳାଙ୍କ ପାଇଁ ୮ଟି ପଦ ସଂରକ୍ଷିତ ହୋଇଛି। ସେହିପରି ଏସ୍ସିଙ୍କ ପାଇଁ ଉଦ୍ଦିଷ୍ଟ ୧୮ଟି ପଦବୀ ମଧ୍ୟରୁ ୬ଟି ମହିଳାଙ୍କ ପାଇଁ, ଏସ୍ଇବିସିଙ୍କ ପାଇଁ ସଂରକ୍ଷିତ ୧୨ଟି ପଦ ମଧ୍ୟରୁ ୪ଟି ସେହିବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଅସଂରକ୍ଷିତ ବର୍ଗରେ ୫୪ଟି ପଦ ଥିବା ବେଳେ ସେଥିରୁ ୧୮ଟି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ। ଯଦି ଯୋଗ୍ୟ ମହିଳା ପ୍ରାର୍ଥୀ ନ ମିଳନ୍ତି,ସେ ସ୍ଥାନରେ ପୁରୁଷମାନଙ୍କୁ ନିଯୁକ୍ତି ଦିଆଯିବ।
ବୟସ ସୀମା
୨୦୨୪ ଜାନୁଆରୀ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ହୋଇଥିବା ଆବଶ୍ୟକ। ସେହିପରି ସେହି ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ୩୮ ବର୍ଷରୁ ଅଧିକ ବୟସ ନହୋଇଥିବା ଦରକାର। ଏସ୍ସି,ଏସ୍ଟି, ଏସ୍ଇବିସି, ମହିଳା ଓ ଏକ୍ସ-ସର୍ଭିସମ୍ୟାନଙ୍କ ପାଇଁ ସର୍ବାଧିକ ବୟସ ସୀମା ୫ ବର୍ଷ କୋହଳ କରାଯାଇଛି।
ଶିକ୍ଷାଗତ ଯୋଗ୍ୟତା
ପ୍ରାର୍ଥୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ଷ୍ଟ୍ରୀମ୍ରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ତା’ସହିତ କମ୍ପ୍ୟୁଟର ବ୍ୟବହାର ନିମିତ୍ତ ଆବଶ୍ୟକ ଜ୍ଞାନ ଥିବା ଆବଶ୍ୟକ।
ଚୟନ ପ୍ରକ୍ରିୟା
୨୦୦ ମାର୍କର ଲିଖିତ ପରୀକ୍ଷା ହେବ। ତା’ ସହିତ ୫୦ ମାର୍କର କମ୍ପ୍ୟୁଟର ସ୍କିଲ୍ ପରୀକ୍ଷା ହେବ। ମୋଟ ୨୫୦ ମାର୍କରୁ ଚୟନ ହେବ।
ଅଧିକ ଜାଣିବା ପାଇଁ ଏହି ଲିଙ୍କ ଉପରେ କ୍ଲିକ୍ କରନ୍ତୁ।
ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ମାର୍ଚ୍ଚ ୨୦ ତାରିଖ ଅପରାହ୍ନ ଗୋଟାଏରୁ ଅନ୍ଲାଇନ୍ରେ ଆବେଦନ କରିପାରିପାରିବେ। ଅନ୍ଲାଇନ ଆବେଦନର ଶେଷ ତାରିଖ ଏପ୍ରିଲ ୧୯ ତାରିଖ ରହିଛି। ପ୍ରାର୍ଥୀମାନେ ଏସ୍ଏସ୍ବିର ୱେସାଇଟ www.ssbodisha.ac.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରି ପାରିବେ। ଅନ୍ଲାଇନ୍ ବ୍ୟତୀତ ଆଉ କୌଣସି ଉପାୟରେ ଆବେଦନ ଗ୍ରହଣ କରାଯିବ ନାହିଁ ବୋଲି ଏସ୍ଏସ୍ବି ପକ୍ଷରୁ ସ୍ପଷ୍ଟ ଭାବେ ବିଜ୍ଞପ୍ତିରେ କୁହାଯାଇଛି।
ବୟସ ସୀମା
୨୦୨୪ ଜାନୁଆରୀ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ୨୧ ବର୍ଷ ହୋଇଥିବା ଆବଶ୍ୟକ। ସେହିପରି ଏହି ତାରିଖ ସୁଦ୍ଧା ପ୍ରାର୍ଥୀମାନଙ୍କ ବୟସ ୪୨ ବର୍ଷରୁ ଅଧିକ ନହୋଇଥିବା ଆବଶ୍ୟକ। ଅର୍ଥାତ୍ ପ୍ରାର୍ଥୀମାନେ ୧୯୮୨ ଜାନୁଆରୀ ୨ ତାରିଖ ପୂର୍ବରୁ ଓ ୨୦୦୩ ଜାନୁଆରୀ ୧ ତାରିଖ ପରେ ଜନ୍ମ ହୋଇନଥିବା ଆବଶ୍ୟକ। ତେବେ ଏସ୍ସି, ଏସ୍ଟି, ଏସ୍ଇବିସି, ମହିଳା ଓ ଏକ୍ସ-ସର୍ଭିସମ୍ୟାନଙ୍କ ପାଇଁ ସର୍ବାଧିକ ବୟସ ସୀମାରେ ୫ ବର୍ଷ କୋହଳ କରାଯାଇଛି। ସେହିଭଳି ଦିବ୍ୟାଙ୍ଗଙ୍କ ପାଇଁ ସର୍ବାଧିକ ବୟସ ସୀମାରେ ୧୦ ବର୍ଷ କୋହଳ କରାଯାଇଛି।
ଶିକ୍ଷାଗତ ଯୋଗ୍ୟତା ଓ ଦରମା
ଯେଉଁ ବିଷୟ ଗୁଡ଼ିକରେ ଏହି ନିଯୁକ୍ତି ହେବ ସେହି ବିଷୟରେ ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଅତିକମ୍ରେ ୫୫% ମାର୍କ ରଖି ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ତେବେ ଏସ୍ସି, ଏସ୍ଟି, ଏସ୍ଇବିସି, ମହିଳା, ଏକ୍ସ-ସର୍ଭିସମ୍ୟାନ ଓ ଦିବ୍ୟାଙ୍ଗ ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ୫୦% ମାର୍କ ରଖି ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଏହି ୭୮୬ଟି ଅଧ୍ୟାପକ ପଦରେ ଯେଉଁମାନେ ନିଯୁକ୍ତି ପାଇବେ ସେମାନଙ୍କ ପେ’ ସ୍କେଲ୍ ୪୪,୯୦୦ରୁ ୧,୪୨,୪୦୦ ଟଙ୍କା ରହିଛି।
ଚୟନ ପ୍ରକ୍ରିୟା
ଏହି ନିଯୁକ୍ତି ପାଇଁ ୧୫୦ ମାର୍କର ଲିଖିତ ପରୀକ୍ଷା ହେବ। ସେହିପରି ୨୫ ମାର୍କର ମୌଖିକ ପରୀକ୍ଷା ହେବ। ଆଉ ୨୫ ମାର୍କ କ୍ୟାରିୟର ଆସେସମେଣ୍ଟ ପାଇଁ ରହିଛି। ଏହିଭଳି ମୋଟ ୨୦୦ ମାର୍କରୁ ପ୍ରାର୍ଥୀଙ୍କୁ ଚୟନ କରାଯିବ।
ବିଷୟ ଓ ନିଯୁକ୍ତି ହେବାକୁ ଥିବା ପଦ ସଂଖ୍ୟା
ଏହି ବିଜ୍ଞପ୍ତି ସଂପର୍କରେ ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲକ୍ କରନ୍ତୁ।
କେଉଁ ବର୍ଗ ପାଇଁ କେତୋଟି ପଦ ସଂରକ୍ଷିତ ରହିଛି
୩୨୩ଟି ପର୍ସନାଲ ଆସିଷ୍ଟାଣ୍ଟ ପଦ ମଧ୍ୟରୁ ୧୩୨ଟି ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ। ଇଡବ୍ଲ୍ୟୁଏସ୍ଙ୍କ ପାଇଁ ୩୨ଟି ପଦ ସଂରକ୍ଷିତ ହୋଇଥିବା ବେଳେ ଓବିସିଙ୍କ ପାଇଁ ୮୭ଟି, ଅନୁସୂଚିତ ଜାତି (ଏସ୍ସି)ଙ୍କ ପାଇଁ ୪୮ ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୨୪ଟି ପଦ ସଂରକ୍ଷିତ ରହିଛି। ଏହା ମଧ୍ୟରେ ୧୨ଟି ପଦ ପିଡବ୍ଲ୍ୟୁବିଡିଙ୍କ ପାଇଁ ରହିଛି।
ବୟସ ସୀମା
ସାଧାରଣ ଓ ଇଡବ୍ଲ୍ୟୁଏସ୍ ବର୍ଗର ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ। ଅନ୍ୟାନ୍ୟ ବର୍ଗ ପାଇଁ ସର୍ବାଧିକ ବୟସ ସୀମା କୋହଳ କରାଯାଇଛି। ଓବିସି ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୩୩ ବର୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ଏସ୍ଟି ଓ ଏସ୍ସି ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୫ ଏବଂ ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୪୦ ବର୍ଷ ଧାର୍ଯ୍ୟ କରାଯାଇଛି। ସବୁ ବର୍ଗର ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ଆବଶ୍ୟକ।
ଶିକ୍ଷାଗତ ଯୋଗ୍ୟତା ଓ ଦରମା
ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିବା ଆବଶ୍ୟକ। ସେହିପରି ଷ୍ଟେନୋଗ୍ରାଫି ଓ ଟାଇପିଂରେ ସେମାନେ ପ୍ରବୀଣ ହୋଇଥିବା ଆବଶ୍ୟକ। ଏହା ଏକ ସ୍ଥାୟୀ ନିଯୁକ୍ତି। ଯେଉଁମାନେ ଏହି ପଦବୀରେ ନିଯୁକ୍ତ ହେବେ ସେମାନଙ୍କୁ ମାସିକ ୪୪,୯୦୦ ଟଙ୍କା ଦରମା ମିଳିବ।
କେମିତି କରାଯିବ ଚୟନ
EPFOର ୩୨୦ଟି ପର୍ସନାଲ ଆସିଷ୍ଟାଣ୍ଟ (PA) ପଦରେ ନିଯୁକ୍ତି ପାଇଁ ୟୁପିଏସ୍ସି ପକ୍ଷରୁ ପ୍ରଥମେ ଲଖିତ ପରୀକ୍ଷା କରାଯିବ। ଜୁଲାଇ ୭ ତାରିଖରେ ଏହି ପରୀକ୍ଷା ହେବ। ୟୁପିଏସ୍ସି ଚାହିଁଲେ ପରୀକ୍ଷା ତାରିଖରେ ପରିବର୍ତ୍ତନ କରିପାରିବେ। ତା’ପରେ ଏକ ସ୍କିଲ୍ ଟେଷ୍ଟ କରାଯିବ। ଯେଉଁମାନେ ଲିଖିତ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିବେ ସେମାନଙ୍କୁ ସ୍କିଲ୍ ଟେଷ୍ଟ ପାଇଁ ଡକାଯିବ। ଏହା ପରେ ଡକ୍ୟୁମେଣ୍ଟ ଯାଞ୍ଚ ଓ ଡାକ୍ତରୀ ପରୀକ୍ଷା କରାଯିବ।
ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ https://upsc.gov.in/recruitment/recruitment-advertisement କୁ ଯାଇ ଅବା https://upsc.gov.in/ ଖୋଲି Recruitment ସେକ୍ସନର Advertisementsକୁ ଯାଇ ଏହି ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞପ୍ତି ପଢ଼ି ସବିଶେଷ ତଥ୍ୟ ପାଇପାରିବେ।
ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୧୦ହଜାର କନିଷ୍ଠ ଶିକ୍ଷକ(ସ୍କିମାଟିକ) ନିୟୋଜିତ କରିବାକୁ ସ୍ଥିର ହୋଇଛି । ଏହି ନିୟୋଜନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏବେ ଚାଲୁ ରହିଥିବା ୨୦ହଜାର କନିଷ୍ଠ ଶିକ୍ଷକ(ସ୍କିମାଟିକ) ପଦବୀ ପୂରଣର ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହି ୧୦ହଜାର ନୂଆ ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବ ।
ରାଜ୍ୟ ସରକାର ୨୦୨୩ ସେପ୍ଟେମ୍ବର ମାସରେ ରାଜ୍ୟରେ ୨୦ହଜାର କନିଷ୍ଠ ଶିକ୍ଷକ (ସ୍କିମାଟିକ) ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଥିଲେ, ଯାହା ଅଦ୍ୟାବଧି ଜାରି ରହିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବେକାର ସମସ୍ୟାକୁ ନେଇ ଯୁବବର୍ଗଙ୍କ ମଧ୍ୟରେ ରହିଥିବା ଆକ୍ରୋଶକୁ ଦୃଷ୍ଟିରେ ରଖି ସରକାର ମାତ୍ର ୬ ମାସ ବ୍ୟବଧାନରେ ପ୍ରାୟ ୩୦ହଜାର କନିଷ୍ଠ ଶିକ୍ଷକ ପଦବୀ ପୂରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ସରକାରଙ୍କ ଏହି ଘୋଷଣା ଯୁବବର୍ଗଙ୍କ ତୁଷ୍ଟୀକରଣ ନିମନ୍ତେ ଉଦ୍ଦିଷ୍ଟ ବୋଲି ଚର୍ଚ୍ଚା ହେଉଛି ।
କେଉଁ ବର୍ଗ ପାଇଁ କେତେ ପଦବୀ?
୨୩ଟି ଅନୁବାଦକ ପଦବୀ ମଧ୍ୟରୁ ୮ଟି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ। ୧୨ଟି ପଦବୀ ଅସଂରକ୍ଷିତ ବର୍ଗଙ୍କ ପାଇଁ ରହିଥିବା ବେଳେ ସେଥିରୁ ୪ଟି ମହିଳାଙ୍କ ପାଇଁ ରହିଛି। ଏସ୍ଇବିସିଙ୍କ ପାଇଁ ୩ଟି ସଂରକ୍ଷିତ ହୋଇଥିବା ବେଳେ ସେଥିରୁ ଗୋଟିଏ ସେହି ବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ। ଏସ୍ଟି ବର୍ଗ ପାଇଁ ୫ଟି ପଦ ସଂରକ୍ଷିତ ଥିବା ବେଳେ ସେଥିରୁ ୨ଟି ସେହି ବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ। ଏସ୍ସି ବର୍ଗ ପାଇଁ ୩ଟି ପଦ ସଂରକ୍ଷିତ ହୋଇଥିବା ବେଳେ ସେଥିରୁ ଗୋଟିଏ ସେହି ବର୍ଗର ମହାଳାଙ୍କ ପାଇଁ ରହିଛି। ଯେଉଁ ବର୍ଗରେ ଯୋଗ୍ୟ/ଉପଯୁକ୍ତ ମହିଳା ପ୍ରାର୍ଥୀ ମିଳିବେ ନାହିଁ, ସେଥିରେ ସେହି ବର୍ଗର ଯୋଗ୍ୟ/ଉପଯୁକ୍ତ ପୁରୁଷ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ। ସେହିପରି ଏହି ୨୩ଟି ପଦବୀରୁ ଗୋଟିଏ ଲେଖାଏଁ ଦିବ୍ୟାଙ୍ଗ ଓ ଏକ୍ସ-ସର୍ଭିସମ୍ୟାନଙ୍କ ପାଇଁ ସଂରକ୍ଷିତ ରହିଛି।
ବୟସ ସୀମା, ଶିକ୍ଷାଗତ ଯୋଗ୍ୟତା ଓ ଦରମା
୨୩ଟି ଅନୁବାଦକ ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କ ବୟସ ୨୦୨୪ ଫେବ୍ରୁଆରୀ ୨୯ ତାରିଖ ସୁଦ୍ଧା ୨୧ରୁ ଅଧିକ ହୋଇଥିବା ଆବଶ୍ୟକ ତଥା ୩୨ରୁ କମ୍ ହୋଇଥିବା ଉଚିତ୍। ଏସ୍ସି, ଏସ୍ଟି, ଏସ୍ଇବିସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା ୫ ବର୍ଷ କୋହଳ କରାଯାଇଛି।
ପ୍ରାର୍ଥୀମାନେ ଇଂରାଜୀ ବା ଓଡ଼ିଆ ଅନର୍ସ ରଖି ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବେ ବା ସେହିଭଳି ଅନ୍ୟ ଶିକ୍ଷାଗତ ଯୋଗ୍ୟତା ଅର୍ଜନ କରିଥିବେ। ତା’ ସହିତ ସେମାନଙ୍କର କମ୍ପ୍ୟୁଟର ଆପ୍ଲିକେସନ୍ରେ ଆବଶ୍ୟକ ଜ୍ଞାନ ଥିବ।
ଏହି ପଦରେ ଯେଉଁମାନେ ନିଯୁକ୍ତି ପାଇବେ ସେମାନଙ୍କ ପେ’ ସ୍କେଲ ୩୫,୪୦୦ ଟଙ୍କାରୁ ୧,୧୨,୪୦୦ ଟଙ୍କା ରହିଛି।
କେମିତି ହେବ ଚୟନ?
ଏହି ୨୩ଟି ପଦବୀରେ ନିଯୁକ୍ତି ନିମନ୍ତେ ଆବେଦନ କରିଥିବା ପ୍ରାର୍ଥୀମାନଙ୍କର ପ୍ରଥମେ ପ୍ରିଲିମନାରୀ ପରୀକ୍ଷା ବା ଟେଷ୍ଟ ହେବ। ତା’ପରେ ମୁଖ୍ୟ ଲିଖିତ ପରୀକ୍ଷା ହେବ। ତା’ ପରେ କମ୍ପ୍ୟୁଟର ଟେଷ୍ଟ ଓ ମୌଖିକ ପରୀକ୍ଷା ହେବ।
ଅଧିକ ସୂଚନା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ୱେବସାଇଟ୍ www.orissahighcourt.nic.in. କୁ ଯାଆନ୍ତୁ।
ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତା’ର ବିଭିନ୍ନ ଶାଖା/କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ଏହି Apprentice ପଦବୀ ପୂରଣ ପାଇଁ ଅନ୍ଲାଇନ୍ରେ ଲିଖିତ ପରୀକ୍ଷା କରିବ। ଏହି ଲିଖିତ ପରୀକ୍ଷାରେ Quantitative Aptitude, General English, Reasoning Ability, Computer Knowledge, Basic Retail Liability Products, Basic Retail Asset Products, Basic Investment Products, Basic Insurance Productsରୁ ପ୍ରଶ୍ନ ପଡ଼ିବ।
କେଉଁମାନେ ଯୋଗ୍ୟ ନୁହନ୍ତି?
ପ୍ରାର୍ଥୀମାନେ ପୂର୍ବରୁ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଅନ୍ୟ କୌଣସି ସଂସ୍ଥାରେ ଆପ୍ରେଣ୍ଟିଶିପ୍ କରି ନଥିବେ। ତା’ସହିତ ସେମାନେ ଏବେ କୌଣସି ସଂସ୍ଥାରେ ଅପ୍ରେଣ୍ଟିଶିପ୍ କରୁ ନଥିବା ଉଚିତ୍। ସେହିପରି ଯେଉଁ ପ୍ରାର୍ଥୀମାନେ ଶିକ୍ଷା ସମାପ୍ତ ପରେ ଗୋଟିଏ ବର୍ଷ ବା ତା’ଠାରୁ ଅଧିକ ବର୍ଷ ପ୍ରଶିକ୍ଷଣ ନେଇଥିବେ ବା ସେମାନଙ୍କର ଚାକିରି ଅନୁଭୂତି ରହିଥିବ, ତା’ହେଲେ ସେମାନେ ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ।
ବୟସ ସୀମା
Apprentice ପଦବୀ ପାଇଁ ଆବେଦନ କରିବାକୁ ଆଗ୍ରହୀ ଥିବା ପ୍ରାର୍ଥୀମାନେ ୧୯୯୬ ଏପ୍ରିଲ ୧ ତାରିଖରୁ ୨୦୦୪ ମାର୍ଚ୍ଚ ୩୧ ମଧ୍ୟରେ ଜନ୍ମଗ୍ରହଣ କରିଥିବେ। ତେବେ ଭାରତ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଏସ୍ସି/ଏସ୍ଟି/ଓବିସି/ପିଡବ୍ଲ୍ୟୁବିଡି ବର୍ଗର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମାକୁ କୋହଳ କରାଯାଇଛି।
ଷ୍ଟାଇପେଣ୍ଡ
ଗ୍ରାମାଞ୍ଚଳ/ଛୋଟ ସହରରେ ଥିବା ଶାଖାରେ ନିଯୁକ୍ତି ପାଇଲେ ୧୫ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ। ସେହିପରି ସହରାଞ୍ଚଳ ଓ ମେଟ୍ରୋ ଶାଖାଗୁଡ଼ିକରେ ନିଯୁକ୍ତି ପାଇଲେ ମଧ୍ୟ ୧୫ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ।
ଶିକ୍ଷାଗତ ଯୋଗ୍ୟତା
ପ୍ରାର୍ଥୀମାନେ ଗ୍ରାଜୁଏଟ୍ ହୋଇଥିବା ଆବଶ୍ୟକ। ସେମାନଙ୍କ ପାଖରେ ସ୍ନାତକ ପାସ୍ କରିଥିବା ନେଇ ପ୍ରମାଣପତ୍ର ରହିଥିବା ଆବଶ୍ୟକ।
ସମୁଦାୟ ପଦବୀ ସଂଖ୍ୟା- ୬୦
ସାଧାରଣ ବର୍ଗ - ୩୧ପଦବୀ
ଅନୁସୁଚିତ ଜାତି- ୯ପଦବୀ
ଅନୁସୂଚିତ ଜନଜାତି - ୫ ପଦବୀ
OBC-NCL -୧୧ ପଦବୀ
EWS -୪ଟି ପଦବୀ
ଶିକ୍ଷାଗତ ଯୋଗ୍ୟତା
ଇଚ୍ଛୁକ ପ୍ରାର୍ଥୀ ଏକ ସ୍ୱିକୃତୀପ୍ରାପ୍ତ ଅନୁଷ୍ଠାନରୁ ସିଭିଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।
ବୟସ ସୀମା
ଆଶାୟୀ ପ୍ରାର୍ଥୀଙ୍କ ବୟସ ୩୦ ବର୍ଷରୁ ଉର୍ଦ୍ଧ୍ୱ ହୋଇ ନ ଥିବା ଆବଶ୍ୟକ ।
ଆବେଦନ ତାରିଖ
ଏହି ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଆଶାୟୀ ପ୍ରାର୍ଥୀ ଆସନ୍ତା ମାସ ୧୫ ତାରିଖ ପର୍ଯ୍ୟନ୍ତ ଆବେଦନ କରି ପାରିବେ।
ନିଯୁକ୍ତି ପ୍ରକ୍ରିୟା
ଲିଖିତ ପରୀକ୍ଷା ଓ ମେରିଟ୍ ଆଧାରରେ ଉପଯୁକ୍ତ ପ୍ରାର୍ଥୀ ଚୟନ କରାଯିବ ।
ମୋଟ ପଦବୀ- ୪୭୩
ଓଡ଼ିଶା ପାଇଁ ୩୮ ପଦ
ମେକାନିକାଲ ପୋଷ୍ଟ-୧୦
ଇଲେକ୍ଟ୍ରିକାଲ ପୋଷ୍ଟ -୧୦
T&I ପୋଷ୍ଟ -୧୦
ମାନବ ସମ୍ବଳ ପୋଷ୍ଟ-୩
Accounts/Finance ପଦ-୨ଟି
Data Entry Operator -୨ଟି
Domestic Data Entry Operator ପଦ-୧ଟି
ଶିକ୍ଷାଗତ ଯୋଗ୍ୟତା
ଏହି ପଦ ନିମନ୍ତେ ଆବେଦନ କରିବାକୁ ଇଚ୍ଛୁକ ଥିବା ଆଶାୟୀ ଦ୍ୱାଦଶ କିମ୍ବା ଆଇଆଇଟି, ଡିପ୍ଲୋମା ନଚେତ ଗ୍ରାଜୁଏଶନ ଡିଗ୍ରୀ ହାସଲ କରିଥିବା ଜରୁରୀ ।
ବୟସ ସୀମା
ଏହି ପଦ ନିମନ୍ତେ ଆବେଦନକାରୀଙ୍କ ସର୍ବୋଚ୍ଚ ବୟସ ସୀମା ୨୪ ବର୍ଷ ହୋଇଥିବା ଆବଶ୍ୟକ ।
ଆବେଦନ ପ୍ରକିୟା
ଏହି ପଦ ନିମନ୍ତେ ଫର୍ମ ଫିଲଅପ୍ କରିଥିବା ଇଚ୍ଛୁକ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଦେବାକୁ ପଡ଼ିବ । ଏଥିନିମନ୍ତେ ସେମାନଙ୍କୁ ଶହେ ମାର୍କର ପରୀକ୍ଷା ଦେବାକୁ ପଡ଼ିବ । ଏଥିରେ କିଛି ନେଗେଟିଭ ମାର୍କିଂ ନ ଥିବା ଜଣାଯାଇଛି।
କିପରି କରିବେ ଆବେଦନ
ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ IOCL ଅଫିସିଆଲ ଓୱେବସାଇଟ୍ , iocl.com ଭିଜିଟ୍ କରିବେ । ଏହାପରେ ହୋମପେଜକୁ ଯାଇ Careers sectionରେ କ୍ଲିକ୍ କରିବେ। ସେଥିରେ ଥିବା apprentice link ଲିଙ୍କ ଉପରେ କ୍ଲିକ୍ କରନ୍ତୁ। ଏହାପରେ ରେଜିଷ୍ଟ୍ରେଶନ ଲିଙ୍କ୍ ଉପରେ କ୍ଲିକ୍ କରି ଆବଶ୍ୟକୀୟ ବିବରଣୀ ଏଣ୍ଟ୍ରି କରନ୍ତୁ। ଏହାପରେ ଫର୍ମକୁ ସବମିଟ୍ କରି ତାହାର ଏକ ହାର୍ଡ କପି ଡାଉନଲୋଡ କରି ନିଜ ପାଖରେ ରଖନ୍ତୁ।
ରାଜ୍ୟ ସରକାରଙ୍କ ଜୁନିଅର ଏନଫୋର୍ସମେଣ୍ଟ ଅଫିସର (JEO) ଓ ଜୁନିଅର ଆକାଉଣ୍ଟାଣ୍ଟ(JA) ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ ossc.gov.in. ୱେବସାଇଟରେ ଆବେଦନ କରି ପାରି ପାରିବେ ।
ମୋଟ ପଦବୀ - ୩୧
ଜୁନିଅର ଏନଫୋର୍ସମେଣ୍ଟ ଅଫିସର-୩୦ଟି ପଦବୀ
ଜୁନିଅର ଆକାଉଣ୍ଟାଣ୍ଟ- ଗୋଟିଏ ପଦବୀ
ଶିକ୍ଷାଗତ ଯୋଗ୍ୟତା
ଜୁନିଅର ଏନଫୋର୍ସମେଣ୍ଟ ଅଫିସର
ଏହି ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀ ଯେକୌଣସି ଷ୍ଟ୍ରିମ୍ରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବା ଜରୁରୀ। ଏହାବାଦ ବ୍ୟାଚଲର ଡିଗ୍ରୀଧାରୀ ଅବସରପ୍ରାପ୍ତ ମିଲିଟାରୀ ଅଫିସର ବି ଏହି ପଦ ନିମନ୍ତେ ଆବେଦନ କରି ପାରିବେ। ଏଥିନିମନ୍ତେ ତାଙ୍କର କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ ।
ଜୁନିଅର ଆକାଉଣ୍ଟାଣ୍ଟ
ଏହି ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀ କଳା କିମ୍ବା ବିଜ୍ଞାନ କିମ୍ବା ବାଣିଜ୍ୟରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବା ଜରୁରୀ।
ବୟସ ସୀମା
ଆବେଦନକାରୀଙ୍କ ସର୍ବାଧିକ ବୟସ ୩୮ ବର୍ଷରୁ ଊର୍ଦ୍ଧ୍ୱ ହୋଇ ନ ଥିବା ଆବଶ୍ୟକ ।
ଆବେଦନ ତାରିଖ
ଏହି ପଦ ନିମନ୍ତେ ଏବେ ଆବେଦନ ପ୍ରକ୍ରିୟା ଚାଲୁ ରହିଛି। ରେଜିଷ୍ଟ୍ରେଶନର ଶେଷ ତାରିଖ ଫେବ୍ରୁୟାରୀ ୧୫କୁ ଧାର୍ଯ୍ୟ କରାଯାଇଛି। ଏହାପରେ ଆବେଦନକାରୀ ଫେବ୍ରୁୟାରୀ ୧୮ ପର୍ଯ୍ୟନ୍ତ ଆବେଦନ କରି ପାରିବେ ବୋଲି ଜଣାଯାଇଛି।
କିପରି କରିବେ ଆବେଦନ
ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ www.ossc.gov.in ସାଇଟ୍କୁ ଭିଜିଟ କରନ୍ତୁ ।
"Apply" ବଟମ୍ ଉପରେ କ୍ଲିକ କରନ୍ତୁ ।
ନିଜ ନାମ ରେଜିଷ୍ଟ୍ରି କରିବା ସହ ଆବେଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରନ୍ତୁ।
ଏବେ ସେଥିରେ ନିଜର ସମସ୍ତ ସାର୍ଟିଫିକେଟ ଅପଲୋଡ କରନ୍ତୁ।
ସମସ୍ତ ଡାଟା ସବମିଟ୍ କରି ସାରିବା ପରେ , ଆବେଦନ ଫର୍ମକୁ ସବ୍ମିଟ୍ କରନ୍ତୁ ।
ସବ୍ମିଟ୍ ହେବା ପରେ ଆପଣ ତାହାର ଏକ ହାର୍ଡ କପି ବାହାର କରି ନିଜ ପାଖରେ ରଖନ୍ତୁ।
ସମୁଦାୟ ପଦବୀ ସଂଖ୍ୟା - ୧୬୯
ଯୁବକଙ୍କ ପାଇଁ ୮୩ ପଦବୀ
ଯୁବତୀଙ୍କ ପାଇଁ ୮୬ ପଦବୀ ।
ଶିକ୍ଷାଗତ ଯୋଗ୍ୟତା
ଆଶାୟୀ ପ୍ରାର୍ଥୀ ମାଟ୍ରିକ୍ ପାସ୍ କରିଥିବା ଆବଶ୍ୟକ ।
ବୟସ ସୀମା
ଆବେଦନକାରୀଙ୍କ ବୟସ ୧୮ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ । ଏଥିସହ ଫେବ୍ରୁଆରୀ ୧୫, ୨୦୨୪ସୁଦ୍ଧା ବୟସ ୨୩ ବର୍ଷରୁ ଅଧିକ ହୋଇ ନ ଥିବା ଆବଶ୍ୟକ ।
ଆବେଦନର ଶେଷ ତାରିଖ
ଏହି ପଦ ନିମନ୍ତେ ଜାନୁଆରୀ ୧ରୁ ଆବେଦନ ଆରମ୍ଭ ହୋଇସାରିଛି। ଆବେଦନର ଶେଷ ତାରିଖ ଫେବୃଆରୀ ୧୫ ତାରିଖ ରହିଛି।
କିପରି କରିବେ ଆବେଦନ
ଆବେଦନକାରୀ ସିଆରପିଏଫର ଅଫିସିଆଲ ୱେବସାଇଟ rect.crpf.gov.in. ରେ ଆବେଦନ କରି ପାରିବେ। ଆବଶ୍ୟକ ଡକ୍ୟୁମେଣ୍ଟ ଦେଇ ସେମାନେ ଅନଲାଇନ୍ରେ ନିଜ ଫର୍ମ ଫିଲଅପ୍ କରି ପାରିବେ ।
ଆବେଦନ ଫି
ଏହି ପଦ ନିମନ୍ତେ ଆବେଦନକାରୀଙ୍କୁ ଶହେ ଟଙ୍କା ଫି’ ଦେବାକୁ ପଡ଼ିବ । ମାତ୍ର ମହିଳା ଆଶାୟୀ ପ୍ରାର୍ଥୀ ତଥା ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କ ପାଇଁ ଏହାକୁ ଦେୟମୁକ୍ତ କରାଯାଇଛି।
ପେ’ ସ୍କେଲ୍
ପ୍ରାର୍ଥୀଙ୍କୁ ସପ୍ତମ ବେତନ କମିଶନ ଅନୁଯାୟୀ ଦରମା ମିଳିବ। ବେସିକ୍ ପେ’ ୨୧, ୭୦୦ରୁ ୬୯,୧୦୦ ଯାଏଁ ରହିବ । ବେସିକ୍ ପେ’କୁ ବାଦ ଦେଲେ ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ତରଫରୁ ଅନ୍ୟାନ୍ୟ ସୁବିଧା ସୁଯୋଗ ବି ପାଇ ପାରିବେ। ଏଥିସହ ସେମାନେ ପେନସନ୍ ସୁବିଧା ବି ପାଇ ପାରିବେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବର୍ତ୍ତମାନ ଶିଳ୍ପାୟନ ଓ ନିଯୁକ୍ତି କ୍ଷେତ୍ରରେ ଓଡ଼ିଶାରେ ପ୍ରଗତି ରଥ ଆଗେଇ ଚାଲିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଯୁବପିଢିଙ୍କ ପାଇଁ ଷ୍ଟାର୍ଟଅଫ କମ୍ପାନୀ ନିର୍ମାଣ ଓ ଶିଳ୍ପାୟନ ଦିଗରେ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି।
ଏହାର ସଦୁପଯୋଗ କରି ଯୁବକମାନେ ନିଜେ ପ୍ରତିଷ୍ଠା ଲାଭ କରିବା ସହିତ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରି ପାରିବେ। ଆଇଡାକ୍ସ କମ୍ପାନୀ ଯୁବ ବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବା ସହିତ ପ୍ରେରଣାର ଉତ୍ସ ପାଲଟିବ ବୋଲି ସେ କହିଛନ୍ତି।
ସମ୍ମାନୀତ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।
ସମସ୍ତଙ୍କ କହିବା କଥା ଯେ ଏଭଳି କମ୍ପାନୀ ନିର୍ମାଣ ଦ୍ବାରା ଓଡ଼ିଶାର ଯୁବ ବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ହଜାର ହଜାର ଯୁବକ ନିଯୁକ୍ତି ପାଇ ପରିବାର ଭରଣପୋଷଣ କରିପାରିବେ। କମ୍ପାନୀର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୀପକ କୁମାର ମଲ୍ଲିକ କହିଥିଲେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ୧୦୦ ଜଣ ଯୁବକଙ୍କୁ ଆମେ ସିଧାସଳଖ ନିଯୁକ୍ତି ଦେବା ସହିତ ଭେଣ୍ଡର ମାନଙ୍କ ଜରିଆରେ ୫୦୦ରୁ ଅଧିକ ଯୁବକଯୁବତୀ ନିଯୁକ୍ତି ପାଇଛନ୍ତି।
ଆଗାମୀ ଦିନରେ ଆମେମାନେ ୧ ହଜାର ଯୁବ ବର୍ଗଙ୍କୁ ସିଧାସଳଖ ନିଯୁକ୍ତି ଦେବା ପାଇଁ ଲକ୍ଷ୍ୟ ରଖିଛୁ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ଇଶ୍ୱର୍ମା ପଣ୍ଡା, ପ୍ରକଳ୍ପ ନିର୍ଦ୍ଦେଶକ ଚନ୍ଦନ ପଣ୍ଡା ଓ ବିଶିଷ୍ଟ ଅଧିକାରୀ ଅକ୍ଷୟ କୁମାର ରାଜ, ସରିତା ମିଶ୍ର, କମଳାକାନ୍ତ ମଲ୍ଲିକ, ଜଗନ୍ନାଥ ରଣା, ସୁଶାନ୍ତ ବାରିକ ଓ ଆଶା କୁମାରୀ ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ।
ସମୁଦାୟ ଆପ୍ରେଣ୍ଟିସ୍ ପଦବୀ ସଂଖ୍ୟା-୧୬୪୬
ଆଜମେର ଡିଆରଏମ୍ ଅଫିସ-୪୦୨ ପଦବୀ
ବିକାନିର ଡିଆରଏମ୍ ଅଫିସ- ୪୨୪
ଜୟପୁର ଡିଆରଏମ୍ ଅଫିସ -୪୮୮
ଯୋଧପୁର ଡିଆରଏମ୍ ଅଫିସ - ୬୭ ପଦବୀ
ଆଜମେର ବି.ଟି.ସି. କ୍ୟାରେଜ-୧୧୩
ଆଜମେର ବି.ଟି.ସି. ଲୋକୋ- ୫୬
ବିକାନିର କ୍ୟାରେଜ ୱାର୍କସପ୍- ୨୯ ପଦ
ଯୋଧପୁର କ୍ୟାରେଜ ୱାର୍କସପ୍-୬୭
ଶିକ୍ଷାଗତ ଯୋଗ୍ୟତା
ଇଚ୍ଛୁକ ପ୍ରାର୍ଥୀ ସର୍ମନିମ୍ନ ୫୦% ମାର୍କ ସହ ମାଟ୍ରିକ ପାସ୍ କରିଥିବା ଉଚିତ। ଏଥିସହ ସେମାନେ ଯେକୌଣସି ଟ୍ରେଡରେ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଆଇଟିଆଇ ସାର୍ଟିଫିକେଟ ହାସଲ କରିଥିବା ଜରୁରୀ ।
କିପରି କରିବେ ଆବେଦନ
ଇଚ୍ଛୁକ ପ୍ରାର୍ଥୀ ନର୍ଥ- ୱେଷ୍ଟର୍ଣ୍ଣ ରେଲୱେର ଅଫିସିଆଲ ୱେବସାଇଟ୍ rrcjaipur.in. ରେ ଆବେଦନ କରି ପାରିବେ ।
ବୟସ ସୀମା
ଏହି ପଦ ନିମନ୍ତେ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୫ ବର୍ଷ ହୋଇଥିବା ଆବଶ୍ୟକ । ଏଥିସହ ଏହା ଚଳିତ ବର୍ଷ ଫେବୃୟାରୀ ୧୦ ତାରିଖ ସୁଦ୍ଧା ୨୪ ବର୍ଷ ଅତିକ୍ରମ ନ କରିଥିବା ଉଚିତ ।
ଆବେଦନ ଫି
ଏହି ପଦ ନିମନ୍ତେ ଆବେଦନ କରିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀ ଶହେ ଟଙ୍କା ଦେଇ ଅନଲାଇନ୍ରେ ନିଜ ନାମ ପଞ୍ଜୀକରଣ କରି ପାରିବେ। ଏହାବାଦ ଅନୁସୂଚିତ ଜାତି, ଜନଜାତି ଓ ଭିନ୍ନକ୍ଷମମାନଙ୍କ ନିମନ୍ତେ ଆବେଦନ ଫି ଛାଡ଼ କରାଯାଇଛି।
ପ୍ରାର୍ଥୀ ଚୟନ ତାଲିକା
ପ୍ରାର୍ଥୀମାନଙ୍କ ମେରିଟ୍ ଲିଷ୍ଟ ଆଧାରରେ ସେମାନଙ୍କୁ ନିଯୁକ୍ତି ମିଳିବ । ସେମାନେ ମାଟ୍ରିକ ଓ ଆଇଟିଆଇରେ ରଖିଥିବା ମାର୍କ ହିସାବରେ ସେମାନଙ୍କୁ ଚୟନ କରାଯିବ ।
ସମଗ୍ର ଓଡ଼ିଶାରେ ସମୁଦାୟ ୨୦୬୪ଟି ହାଇସ୍କୁଲ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଏଥିରେ TGT (Arts), TGT (PCM), TGT (CBZ), ହିନ୍ଦୀ ସଂସ୍କୃତ, ଊର୍ଦ୍ଧ୍ୱୁ ଓ ପିଇଟି ଶିକ୍ଷକ ପଦବୀ ବି ସାମିଲ ଅଛି ।
ସମୁଦାୟ ପଦବୀ ସଂଖ୍ୟା -୨୦୬୪
TGT.ARTS -୯୧୨
TGT.PCM- ୨୦୨
TGT.CBZ- ୧୮୭
ହିନ୍ଦୀ ଶିକ୍ଷକ- ୧୯୪
ସଂସ୍କୃତ ଶିକ୍ଷକ- ୩୧୭
ଊର୍ଦ୍ଧ୍ୱୁ ଶିକ୍ଷକ -3
ପିଇଟି ଶିକ୍ଷକ- 249
ବୟସ ସୀମା
ଏହି ପଦ ନିମନ୍ତେ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ହୋଇଥିବା ଆବଶ୍ୟକ । ଏଥିସହ ଚଳିତ ବର୍ଷ ଜାନୁୟାରୀ ୧ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୩୮ ବର୍ଷରୁ ଊର୍ଦ୍ଧ୍ୱ ହୋଇ ନ ଥିବା ଆବଶ୍ୟକ । ପ୍ରାର୍ଥୀଙ୍କ ଜନ୍ମ ତାରିଖ ୧୯୮୬ ମସିହା ଜାନୁୟାରୀ ୨ ତାରିଖରୁ ୨୦୦୩ ମସିହା ଜାନୁୟାରୀ ୧ ତାରିଖ ମଧ୍ୟରେ ହୋଇଥିବା ଆବଶ୍ୟକ ।
ଶିକ୍ଷାଗତ ଯୋଗ୍ୟତା
ଇଚ୍ଛୁକ ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କଳା, ବାଣିଜ୍ୟ କିମ୍ବା ସଂସ୍କୃତରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।
ପରିକ୍ଷା ପ୍ରଣାଳୀ
ଏହି ପଦ ନିମନ୍ତେ ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ କରାଯିବ ।
କିପରି କରିବେ ଆବେଦନ
ଏଥିନିମନ୍ତେ ଇଚ୍ଛୁକ ପ୍ରାର୍ଥୀ www.ssbodisha.ac.in. ୱେବସାଇଟ୍ରେ ଆବେଦନ କରି ପାରିବେ।
କେବେଠୁ କରିବେ ଆବେଦନ
ଗତ ୮ ତାରିଖରୁ ଏହି ପଦ ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ମାସ ୭ ତାରିଖରେ ଆବେଦନର ଶେଷ ତାରିଖ ଥିବା ଜଣାଯାଇଛି।
ସମୁଦାୟ ପଦବୀ ସଂଖ୍ୟା: ୮୩
Inspector of Legal Metrology: ୧୭ ପଦବୀ
ଜୁନିୟର କେମିଷ୍ଟ: ୧୪ ପଦବୀ
ସିନିୟର ଲାବରୋଟାରୀ ଆସିଷ୍ଟାଣ୍ଟ: ୩୨ ପଦବୀ
ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ: ୧୧ ପଦବୀ
Market Intelligence Inspector: ୭ ପଦବୀ
କମ୍ପ୍ୟୁଟର ପ୍ରୋଗ୍ରାମର: ୧ଟି ପଦବୀ
ଶିକ୍ଷାଗତ ଯୋଗ୍ୟତା
ଏହି ପଦ ନିମନ୍ତେ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ପାସ୍ ହେବା ଉଚିତ । ଏହାବାଦ ଦ୍ୱାଦଶ ଓ କୌଣସି ସ୍ୱିକୃତିପ୍ରାପ୍ତ ୟୁନିଭରସିଟିରୁ ଗ୍ରାଜୁଏସନ୍ ପାସ୍ କରିଥିବା ପ୍ରାର୍ଥୀ ମଧ୍ୟ ବିଭିନ୍ନ ପଦ ପଦବୀ ପାଇଁ ଆବେଦନ କରି ପାରିବେ।
ଆବେଦନ ତାରିଖ
ଏହି ପଦ ନିମନ୍ତେ ଆଜିଠୁ ଆବେଦନ ଆରମ୍ଭ ହେଉଛି। ରେଜିଷ୍ଟ୍ରେଶନ କରିବାର ଶେଷ ସମୟ ସୀମା ଆସନ୍ତା ମାସ ୨ ତାରିଖ ପର୍ଯ୍ୟନ୍ତ ରହିଛି। ଏହାପରେ ଫେବୃୟାରୀ ୫ ତାରିଖ ସୁଦ୍ଧା ନିଜ ଆବେଦନକୁ ଡିପୋଜିଟ କରି ପାରିବେ ପ୍ରାର୍ଥୀ। ଜାନୁୟାରୀ ୩ରୁ ୭ ତାରିଖ ମଧ୍ୟରେ ଆବେଦନକାରୀ ନିଜ ଫର୍ମରେ ଥିବା ତ୍ରୁଟିକୁ ସୁଧାରି ପାରିବେ। ଅଧିକ ସୂଚନା ପାଇଁ ଇଚ୍ଛୁକ ପ୍ରାର୍ଥୀ ରାଜ୍ୟ ସରକାରଙ୍କ ଅଫିସିଆଲ ୱେବସାଇଟ୍ www.ossc.govକୁ ଭିଜିଟ୍ କରି ପାରିବେ।
ବୟସ ସୀମା
ଏହି ପଦ ନିମନ୍ତେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା ୨୧ ବର୍ଷ ହେବା ଆବଶ୍ୟକ । ଏଥିସହ ସେମାନଙ୍କ ସର୍ବାଧୀକ ବୟସ ୩୮ ବର୍ଷରୁ ଅଧିକ ନ ହେବା ଉଚିତ ।
କିପରି ହେବ ପରୀକ୍ଷା
ଏହି ସମସ୍ତ ପଦ ନିମନ୍ତେ ପ୍ରଥମେ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ ।
ଏହା ପରେ ମେନ୍ ପରୀକ୍ଷା ହେବ ।
ଏଥିରେ କୃତକାର୍ଯ୍ୟ ହେବା ପରେ ପ୍ରାର୍ଥୀଙ୍କ ସାର୍ଟିଫିକେଟ ଯାଞ୍ଚ କରାଯିବ ।
କିପରି କରିବେ ଆବେଦନ
*ପ୍ରଥମେ ossc.gov.in ଅଫିସିଆଲ ସାଇଟ୍କୁ ଭିଜିଟ୍ କରନ୍ତୁ
*ହୋମପେଜ୍ରେ CGL 2023 recruitment link ଉପରେ କ୍ଲିକ୍ କରନ୍ତୁ
*ନିଜ ନାମ ରେଜିଷ୍ଟର କରନ୍ତୁ
*ଫର୍ମ ଫିଲଅପ୍ କରିବା ସହ, ଧାର୍ଯ୍ୟ ଫି ପଇଠ କରନ୍ତୁ । ଏହାପରେ ଫର୍ମକୁ ଅନଲାଇନ୍ରେ ସବମିଟ୍ କରନ୍ତୁ ।
*ଏହାର ଏକ ହାର୍ଡ କପି ବାହାର କରନ୍ତୁ ।
ଆବେଦନ ପ୍ରକିୟା
ଇଚ୍ଛୁକ ପ୍ରାର୍ଥୀ OPSCର ଅଫିସିଆଲ ୱେବସାଇଟ୍ www.opsc.gov.in.ରେ ଏହି ଆବେଦନ କରି ପାରିବେ।
ସମୁଦାୟ ପଦବୀ ସଂଖ୍ୟା-୧୩୭୫
ମହିଳା ସଂରକ୍ଷଣ ପଦ -୪୬୧
ଶିକ୍ଷାଗତ ଯୋଗ୍ୟତା
ଏହି ପଦ ନିମନ୍ତେ ପ୍ରାର୍ଥୀମାନେ ମାଷ୍ଟର ଡିଗ୍ରୀ, ବିଏଡ ଓ କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା ବା ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।
ବୟସ ସୀମା
ଇଚ୍ଛୁକ ପ୍ରାର୍ଥୀଙ୍କ ବୟସସୀମା ୨୧ରୁ ୩୮ ମଧ୍ୟରେ ହୋଇଥିବା ଆବଶ୍ୟକ ।
ଆବେଦନ ଫି
PGT ପଦ ନିମନ୍ତେ ଆବେଦନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଆବେଦନ ଫି ଲାଗୁ କରାଯାଇ ନାହିଁ। ଅର୍ଥାତ ପ୍ରାର୍ଥୀମାନେ ସମ୍ପୂର୍ଣ୍ଣ ମାଗଣାରେ ଏଥିନିମନ୍ତେ ଆବେଦନ କରି ପାରିବେ।
ସିଲେକ୍ସନ ପ୍ରକ୍ରିୟା
ମୁଖ୍ୟତଃ ଦୁଇ ପଦ୍ଧତିରେ ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ କରାଯିବ । ସେଥି ମଧ୍ୟରେ ଲିଖିତ ପରୀକ୍ଷା ଥିବା ବେଳେ ଅନ୍ୟଟି ପର୍ସନାଲିଟି ଟେଷ୍ଟ ରହିଛି।
କିପରି କରିବେ ଆବେଦନ
ଏହି ପଦ ନିମନ୍ତେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ପ୍ରଥମେ opsc.gov.in ସାଇଟ୍ରେ କ୍ଲିକ୍ କରନ୍ତୁ।
ହୋମପେଜ୍କୁ ଯାଇ "APPLY ONLINE" ଅପସନ୍ରେ କ୍ଲିକ କରନ୍ତୁ ।
ରେଜିଷ୍ଟ୍ରେଶନ ଫି ପଇଠ କରିବା ସହ ଫର୍ମ ଫିଲଅପ୍ କରନ୍ତୁ ।
ଉକ୍ତ ସାଇଟ୍ରେ ଆବଶ୍ୟକ ମୁତାବକ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ।
ସବମିଟ୍ କରିବା ପୂର୍ବରୁ ନିଜେ ଏକ ଫାଇନାଲ୍ କପିର ଏକ ପ୍ରିଣ୍ଟ ଆଉଟ୍ ବାହାର କରି ରଖନ୍ତୁ।
ସମୁଦାୟ ପଦ ସଂଖ୍ୟା- ୫୩୯
ଅଣସଂରକ୍ଷିତ-୫୬
SEBC-୯୪
ଅନୁସୂଚିତ ଜାତି-୧୬୧
ଅନୁସୂଚିତ ଜନଜାତି-୨୨୮
ଶିକ୍ଷାଗତ ଯୋଗ୍ୟତା
ଏହି ପଦ ନିମନ୍ତେ ଇଚ୍ଛୁକ ପ୍ରାର୍ଥୀ Veterinary Science ଓ Animal Husbandryରେ (B.V.Sc and A.H) ଡିଗ୍ରୀ ହାସଲ କରିଥିବା ଜରୁରୀ । ଏହାବାଦ ଦେଶର ପ୍ରମୁଖ ସ୍ୱୀକୃତପ୍ରାପ୍ତ ୟୁନିଭରସିଟି କିମ୍ବା କଲେଜ ନଚେତ ଦେଶ ବାହାରର ୟୁନିଭରସିଟିରୁ ସମାନ ଡିଗ୍ରୀ ହାସଲ କରିଥିଲେ ବି ସେମାନେ ଏହି ପଦ ପାଇଁ ଯୋଗ୍ୟ ବିବେଚିତ ହେବେ ।
ସିଲେକ୍ସନ ପ୍ରକିୟା
ଏହି ପଦ ନିମନ୍ତେ ସମସ୍ତ ପ୍ରାର୍ଥୀଙ୍କୁ ୮ଶହ ମାର୍କର ଲିଖିତ ପରିକ୍ଷା ଦେବାକୁ ପଡ଼ିବ । ଏହି ପରୀକ୍ଷା ୨ଟି ପେପର ବିଶିଷ୍ଟ ହୋଇଥିବା ବେଳେ ସେଥିରେ ପେପର -୧ ଓ ପେପର-୨ ରହିଛି। ପ୍ରତି ପେପରରେ ୨ଶହଟି ଲେଖାଏ ପ୍ରଶ୍ନ ଥିବା ବେଳେ ତାହା ମୂଲ୍ୟାୟନ ୪ଶହ ମାର୍କ ବୋଲି ଜଣାଯାଇଛି। ତେଣୁ ଦୁଇଟି ପେପରର ପ୍ରଶ୍ନର ମୂଲ୍ୟାୟନ ସମୁଦାୟ ୮ଶହ ମାର୍କ ରହିଛି।
ଆବେଦନ ସମୟସୀମା
ଏହି ପଦ ନିମନ୍ତେ ଆସନ୍ତା ୨୫ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଏଥିନିମନ୍ତେ ଶେଷ ସମୟସୀମା ଫେବୃୟାରୀ ୨୬କୁ ଧାର୍ଯ୍ୟ କରାଯାଇଛି।
ବୟସ ସୀମା
ଏହି ପଦ ନିମନ୍ତେ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ସୀମା ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଚଳିତ ବର୍ଷ ଜାନୁୟାରୀ ୧ ତାରିଖ ସୁଦ୍ଧା ସେମାନଙ୍କ ବୟସ ୩୮ ବର୍ଷରୁ ଅଧିକ ହୋଇ ନ ଥିବା ଆବଶ୍ୟକ ।
ଆବେଦନ ପ୍ରକ୍ରିୟା
ଏହି ପଦ ନିମନ୍ତେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ପ୍ରଥମେ opsc.gov.in ସାଇଟ୍ରେ କ୍ଲିକ୍ କରନ୍ତୁ।
ହୋମପେଜ୍କୁ ଯାଇ "APPLY ONLINE" ଅପସନ୍ରେ କ୍ଲିକ କରନ୍ତୁ ।
ରେଜିଷ୍ଟ୍ରେଶନ ଫି ପଇଠ କରିବା ସହ ଫର୍ମ ଫିଲଅପ୍ କରନ୍ତୁ ।
ଉକ୍ତ ସାଇଟ୍ରେ ଆବଶ୍ୟକ ମୁତାବକ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ।
ସବମିଟ୍ କରିବା ପୂର୍ବରୁ ନିଜେ ଏକ ଫାଇନାଲ୍ କପିର ଏକ ପ୍ରିଣ୍ଟ ଆଉଟ୍ ବାହାର କରି ରଖନ୍ତୁ।
ବିଜ୍ଞପ୍ତି ଅନୁସାରେ, ମୋଟ ୩୯୯ଟି ପଦବୀ ମଧ୍ୟରୁ ୧୩୧ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏହି ମୋଟ ପଦବୀରେ ୨୨୯ଟି ଅଣସଂରକ୍ଷିତ ବର୍ଗ, ୩୮ଟି ଏସଇବିସି, ୬୦ଟି ଅନୁସୂଚିତ ଜାତି, ୭୨ଟି ଅନୁସୂଚିତ ଜନଜାତି, ୩୨ଟି ଭିନ୍ନକ୍ଷମ ଓ ୪ଟି ପଦବୀ କ୍ରୀଡ଼ାବିତଙ୍କ ପାଇଁ ସଂରକ୍ଷିତ ରହିଛି।
ଏହି ପ୍ରଶାସନିକ ସେବା ପଦବୀଗୁଡ଼ିକ ମଧ୍ୟରେ ୩୦ଟି ପଦବୀ ଓଏଏସ୍ ଜୁନିୟର ଗ୍ରେଡ୍ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଓଏଫଏସ ପାଇଁ ୫୬ଟି, ଓପିଏସ ପାଇଁ ୬ଟି, ଓସିଏସ୍ ପାଇଁ ୧୨ଟି, ଓଆରଏସରେ ୯୦ଟି, ଓଏଲଏସରେ ୧୧୩ଟି, ଓଟିଆଣ୍ଡଏଏସ୍ ୬୮ଟି, ଓଡ଼ିଶା ନିୟୋଜନ ସେବା(ଓଇଏସ)ରେ ୧ଟି, ଓସିଏଏସରେ ୪ଟି ଓ ଓଡ଼ିଶା ପର୍ଯ୍ୟଟନ ସେବା(ଓଟିଏସ)ରେ ୧୪ଟି ପଦବୀ ରହିଛି।
ପଦବୀ ସଂଖ୍ୟା - ୧୧୯
ଜୁନିୟର ଆସିଷ୍ଟାଣ୍ଟ (Fire Service)- ୭୩
ଜୁନିୟର ଆସିଷ୍ଟାଣ୍ଟ (Office)- ୨
ସିନିୟର ଆସିଷ୍ଟାଣ୍ଟ (Electronics) -୨୫
ସିନିୟର ଆସିଷ୍ଟାଣ୍ଟ (Accounts): ୧୯
ଆବେଦନ ତାରିଖ
ଏହି ପଦ ନିମନ୍ତେ ଆସନ୍ତା କାଲିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆବେଦନର ଶେଷ ତାରିଖ ଜାନୁୟାରୀ ୨୬ ବୋଲି ଧାର୍ଯ୍ୟ କରାଯାଇଛି।
ଆବେଦନ ଫି
ଏହି ପଦ ନିମନ୍ତେ ଇଚ୍ଛୁକ ପ୍ରାର୍ଥୀଙ୍କୁ ଅନଲାଇନ୍ରେ ହଜାରେ ଟଙ୍କା ପଇଠ କରିବାକୁ ପଡ଼ିବ । ତେବେ ମହିଳା, ଅନୁସୂଚିତ ଜାତି, ଜନଜାତି, ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି ଛାଡ଼ କରାଯାଇଛି।
ବୟସ ସୀମା
ଏହି ପଦ ନିମନ୍ତେ ଆବେଦନ କରିବାକୁ ଆଶାୟୀ ପ୍ରାର୍ଥୀଙ୍କ ବୟସ ସୀମା ଘୋଷଣା କରାଯାଇଛି। ୧୮ରୁ ୩୦ ବର୍ଷ ବୟସ୍କ ଆଶାୟୀ ଏଥି ପାଇଁ ଆବେଦନ କରି ପାରିବେ। ତେବେ ଚଳିତ ବର୍ଷ ଡିସେମ୍ବର ୨୦ ସୁଦ୍ଧା ସେମାନଙ୍କ ବୟସ ୩୦ ବର୍ଷରୁ ଊର୍ଦ୍ଧ୍ୱ ନ ହେବା ଉଚିତ ।
ଶିକ୍ଷାଗତ ଯୋଗ୍ୟତା
ଏହି ପଦ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଦଶମ ପାସ୍ ପରେ ୩ ବର୍ଷୀୟା ଡିପ୍ଲୋମା କୋର୍ସ କରିଥିବା ଉଚିତ। ସେମାନେ ମେକାନିକାଲ/ ଅଟୋମୋବାଇଲ କିମ୍ବା ଫାୟାର ସର୍ଭିସରେ ଡିପ୍ଲୋମା ପାସ୍ କରିଥିବା ଉଚିତ। ନଚେତ ଦ୍ୱାଦଶ ପାସ୍ କରିଥିବା ଉଚିତ।
ଏହାବାଦ ସେମାନଙ୍କ ନିକଟରେ ଡ୍ରାଇଭିଂ ଲାଇସେନ୍ସ ରହିଥିବା ଜରୁରୀ। ଅନ୍ତତଃ ପକ୍ଷେ, ପ୍ରାର୍ଥୀମାନେ ଭାରୀ ଯାନ କିମ୍ବା ମଧ୍ୟମ ଭାରୀ ଯାନ ପାଇଁ ଆବଦନର ବର୍ଷେ ପୂର୍ବରୁ ଲାଇସେନ୍ସ ପ୍ରାପ୍ତ କରିବା ଜରୁରୀ । ନଚେତ ବିଜ୍ଞପ୍ତି ବାହାରିବାର ୨ ବର୍ଷ ପୂର୍ବରୁ ହାଲକା ଯାନ ପାଇଁ ଲାଇସେନ୍ସ ପ୍ରାପ୍ତ କରିଥିବା ଜରୁରୀ।
କିପରି କରିବେ ଆବେଦନ
ପ୍ରଥମେ ଇଚ୍ଛୁକ ପ୍ରାର୍ଥୀ AAIର ଅଫିସିଆଲ ୱେବସାଇଟ୍ www.aai.aeroକୁ ଯାଆନ୍ତୁ
ହୋମପେଜ୍ରେ "Career" ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ।
ଏହାପରେ "Direct Recruitment for Jr. Asst (Fire Service) under SRD, Jr. Asst (Office), Sr. Asst(Electronics), Sr. Asst(Accounts) in AAI Southern Region - Advt. No.SR/01/2023" ଲିଙ୍କକୁ କ୍ଲିକ୍ କରନ୍ତୁ।
ସେଥିରେ ପ୍ରାର୍ଥୀମାନେ ନିଜର ସମସ୍ତ ତଥ୍ୟ ଦେବା ସହ ଆବଶ୍ୟକ ଡକ୍ୟୁମେଣ୍ଟକୁ ଅପଲୋଡ୍ କରନ୍ତୁ।
ଏହାପରେ ଅନଲାଇନ୍ରେ ଆବଶ୍ୟକୀୟ ଫି ପଇଠ କରନ୍ତୁ
ଏହାପରେ ଆବେଦନ ପତ୍ର ସବ୍ମିଟ୍ କରିବାର ଏକ ହାର୍ଡ କପି ନିଜ ନିକଟରେ ରଖନ୍ତୁ।
ଶିକ୍ଷାଗତ ଯୋଗ୍ୟତା
ପ୍ରାର୍ଥୀମାନେ ସ୍ୱିକୃତୀପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ଜରୁରୀ ।
ମୋଟ ପଦବୀ ସଂଖ୍ୟା- ୯୨
OBC ପ୍ରାର୍ଥୀ- ୩୭ଟି ପଦବୀ
ଅନୁସୂଚିତ ଜାତି ପ୍ରାର୍ଥୀ -୨୫ଟି ପଦବୀ
ଅନୁସୂଚିତ ଜନଜାତି ପ୍ରାର୍ଥୀ - ୩୦ଟି ପଦବୀ
ବୟସ ସୀମା
ଏହି ପଦ ନିମନ୍ତେ ଆଶାୟୀ ଥିବା ପ୍ରାର୍ଥୀଙ୍କ ବୟସ ୨୦୨୩ ଡିସେମ୍ବର ୩୧ ତାରିଖ ସୁଦ୍ଧା ୩୧ ବର୍ଷରୁ ଊର୍ଦ୍ଧ୍ୱ ହୋଇ ନ ଥିବା ଉଚିତ । ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କ ପାଇଁ ବୟସସୀମା କୋହଳ କରାଯାଇଛି। ସେମାନେ ୩୩ ବର୍ଷ ପର୍ଯ୍ୟନ୍ତ ଆବେଦନ କରି ପାରିବେ ।
ଆବେଦନ ସମୟସୀମା
ଇଚ୍ଛୁକ ପ୍ରାର୍ଥୀ ଅନଲାଇନ୍ରେ ଆବେଦନ କରିପାରିବେ। ସେମାନେ ସେଲ୍ର ଅଫିସିଆଲ ୱେବସାଇଟ୍ www.sail.co.in or www.sailcareers.com. କୁ ଯାଇ ଆବେଦନ କରି ପାରିବେ। ଆସନ୍ତା ୩୧ ତାରିଖ ଆବେଦନର ଶେଷ ତାରିଖ ରହିଛି ।
ଆବେଦନ ଦେୟ
OBC ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଫି ୭ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କ ପାଇଁ ଆବେଦଡ଼ ଫି’ କୋହଳ କରାଯାଇ ୨ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ସମସ୍ତ ପ୍ରାର୍ଥୀ ଅନଲାଇନ୍ରେ ଆବେଦନ ଫି ପେମେଣ୍ଟ କରିବେ।
ଦରମା
ମ୍ୟାନେଜମେଣ୍ଟ ଟ୍ରେନିଙ୍କ ବେସିକ ଦରମା ମାସକୁ ୫୦ ହଜାରରୁ ୧,୬୦ ,୦୦୦ ରହିବ । ଗୋଟିଏ ବର୍ଷର ଟ୍ରେନିଂ ଶେଷ କରିବା ପରେ ସେମାନଙ୍କୁ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ପଦୋନ୍ନତି ମିଳିବ । ସେତେବେଳେ ସେମାନଙ୍କ ପେ’ ସ୍କେଲ୍ ୬୦ ହଜାରରୁ ୧ ଲକ୍ଷ ୮୦ ହଜାର ଟଙ୍କା ରହିବ ବୋଲି ଜଣାଯାଇଛି।
ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ SBIର ଅଫିସିଆଲ୍ ୱେବସାଇଟ୍ sbi.co.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ SBI Recruitment 2023 Apply for Manager/DM posts Notification ରେ କ୍ଲିକ୍ କରି ସବିଶେଷ ବିବରଣୀ ପାଇ ପାରିବେ।
ଆବେଦନ ତାରିଖ:
ଅନ୍ଲାଇନ୍ ଆବେଦନ ତାରିଖ – ୦୭ ନଭେମ୍ବର ୨୦୨୩
ଅନ୍ଲାଇନ୍ ଆବେଦନ ଶେଷ – ୨୭ ନଭେମ୍ବର ୨୦୨୩
ଖାଲି ପଦବୀ:
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଡେପୁଟି ମ୍ୟାନେଜର (ସିକ୍ୟୁରିଟି) / ମ୍ୟାନେଜର (ସିକ୍ୟୁରିଟି) ଚାକିରି ନିମନ୍ତେ ସମ୍ପୂର୍ଣ୍ଣ ୪୨ଟି ପୋଷ୍ଟ ବାହାରିଛି।
ଶିକ୍ଷାଗତ ଯୋଗ୍ୟତା:
ପ୍ରାର୍ଥୀ ଯେକୌଣସି ସରକାରୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଯେକୌଣସି ଷ୍ଟ୍ରିମ୍ରେ ସ୍ନାତକ ହେବା ଆବଶ୍ୟକ ।
ବୟସ ସୀମା:
ସର୍ବନିମ୍ନ ବୟସ – ୨୫ ବର୍ଷ
ସର୍ବାଧିକ ବୟସ – ୪୦ବର୍ଷ
ବୟସ ଗଣନା ୦୧ ଏପ୍ରିଲ୍ ୨୦୨୩ ଅନୁସାରେ ହେବ
ଆବେଦନ ଶୁଳ୍କ:
UR / EWS / OBC ପ୍ରାର୍ଥୀ – ୭୫୦ ଟଙ୍କା
SC / ST / PWBD ପ୍ରାର୍ଥୀ – ଦେୟମୁକ୍ତ
ମାସିକ ଦରମା:
ଡେପୁଟି ମ୍ୟାନେଜର (ସିକ୍ୟୁରିଟି) – ୪୮,୧୭୦ ଟଙ୍କାରୁ ୬୯,୮୧୦ ଟଙ୍କା
ମ୍ୟାନେଜର (ସିକ୍ୟୁରିଟି) – ୬୩,୮୪୦ ଟଙ୍କା ରୁ ୭୮,୨୩୦ ଟଙ୍କା
କିପରି କରିବେ ଆବେଦନ:
SBI ର କ୍ୟାରିୟର ପୃଷ୍ଠାକୁ ଯାଆନ୍ତୁ (Sbi.co.in/web/careers)
ହୋମ୍ପେଜ୍ରେ, ଡେପୁଟି ମ୍ୟାନେଜର୍ (ସିକ୍ୟୁରିଟି) କିମ୍ବା ମ୍ୟାନେଜର୍ (ସିକ୍ୟୁରିଟି) ପଦବୀ ପାଇଁ “Apply” ଲିଙ୍କ୍ ଚୟନ କରନ୍ତୁ
ପଞ୍ଜିକରଣ କରି ସାଇନ୍ ଇନ୍ କରନ୍ତୁ
ନିଜ ତଥ୍ୟ ଦେଇ ଆବେଦନ ଫର୍ମ ପୂରଣ କରନ୍ତୁ
ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ
ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
ଏକ ପ୍ରିଣ୍ଟଆଉଟ୍ ନେବାକୁ ଭୁଲନ୍ତୁ ନାହିଁ
ଇଚ୍ଛୁକ ପ୍ରାର୍ଥୀ CTETର ଅଫିସିଆଲ ୱେବସାଇଟରେ ପରୀକ୍ଷା ପାଇଁ ଆବେଦନ କରିପାରିବେ। ଆବେଦନର ଶେଷ ସମୟ ସୀମା ଆସନ୍ତା ୨୩ ତାରିଖ ଧାର୍ଯ୍ୟ କରାଯାଇଛି। ଏହି ସମୟ ମଧ୍ୟରେ ଆଗ୍ରହୀ ପ୍ରାର୍ଥୀ ଆବଶ୍ୟକ ଫି ଦେଇ ଆବେଦନ କରିପାରିବେ । ସମଗ୍ର ଦେଶର ୧୩୫ଟି ସହରରେ ୨୦ଟି ଭାଷାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।
ସିବିଏସ୍ଇ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି, CTET ପରୀକ୍ଷା ଦେବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଧିକ ସୂଚନା ପାଇଁ ଅଫିସିଆଲ ୱେବସାଇଟକୁ ସର୍ଚ୍ଚ କରିପାରିବେ। ୱେବସାଇଟ୍ରେ ପରୀକ୍ଷା ସମ୍ବନ୍ଧିତ ସମସ୍ତ ସୂଚନା, ସିଲାବସ, ଭାଷା, ପରୀକ୍ଷା ଦେୟ, ଯୋଗ୍ୟତା ଆଦି ସମ୍ପର୍କରେ ସବିଶେଷ ତଥ୍ୟ ଦିଆଯାଇଛି।
ଇଚ୍ଛୁକ ପ୍ରାର୍ଥିମାନେ CTET ପାଇଁ ଆବେଦନ କରିବା ପୂର୍ବରୁ ତାହାର ଅଫିସିଆଲ ୱେବସାଇଟରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଡାଉନଲୋଡ କରି ତାହାକୁ ଭଲ ଭାବେ ପଢ଼ିବାକୁ ଉପଦେଶ ଦିଆଯାଇଛି।
CTET ବିଜ୍ଞପ୍ତିରେ କୁହାଯାଇଛି, ଇଚ୍ଛୁକ ପ୍ରାର୍ଥୀ ସରକାରଙ୍କ NCTE (National Council for Teacher Education) ଅନୁଯାୟୀ Teacher Eligibility Test (TET) ପାସ୍ କରିଥିବା ଜରୁରୀ।
ସଂପୂର୍ଣ୍ଣ ଅନଲାଇନରେ ହେବ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା। କମ୍ପ୍ୟୁଟର ବେସଡ ଟେଷ୍ଟରେ ଲିଖିତ ପରୀକ୍ଷା ହୋଇ ଶିକ୍ଷକଙ୍କୁ ଚୟନ କରାଯିବ। ନିଯୁକ୍ତି ପାଇଁ ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ୱେବସାଇଟ୍ରେ ବିଜ୍ଞପ୍ତି ପ୍ରକାଶ ପାଇଛି । କମ୍ପ୍ୟୁଟର ବେସଡ୍ ଟେଷ୍ଟ ସିବିଟି ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ଆଶାୟୀ ପ୍ରାର୍ଥୀଙ୍କୁ ଚୟନ କରାଯିବ । ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ଅନୁସାରେ ଜିଲ୍ଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ।
ଓସେପାରେ ୱେବସାଇଟ୍ରେ ନିଯୁକ୍ତି ପାଇଁ ଜିଲ୍ଲାୱାରୀ ପଦବୀ, ଲିଖିତ ପରୀକ୍ଷାର ସିଲାବସ୍ , କେଉଁ କେଉଁ ତଥ୍ୟ ଅପଲୋଡ୍ କରାଯିବ ଆଦି ସବିଶେଷ ବିବରଣୀ ଉପଲବ୍ଧ ରହିଛି । ଓସେପାର ୱେବସାଇଟ୍ osepa.odisha.gov.inରେ ଆଶାୟୀମାନେ ଆବେଦନ କରିପାରିବେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ‘ନୂଆ ଓଡ଼ିଶା’ ଯୋଜନାକୁ ଅନୁମୋଦନ ମିଳିଛି । ଏହି ଯୋଜନାରେ ଆସନ୍ତା ୩ବର୍ଷ ମଧ୍ୟରେ ରାଜ୍ୟରେ ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ଉନ୍ନତମାନର ପ୍ରଶିକ୍ଷଣ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହିତ କରିବା ଓ ନିଯୁକ୍ତି ଦକ୍ଷତା ବୃଦ୍ଧି କରି ଦକ୍ଷ ମାନବ ସମ୍ବଳର ଅଭାବକୁ ଦୂର କରିବା ଦିଗରେ ଏହି ଯୋଜନା କାର୍ଯ୍ୟ କରିବ । ଏଥିରେ ଯୁବବର୍ଗଙ୍କ ପାଇଁ ନୂଆ ଦକ୍ଷତା, ଆଡ୍ ଅନ୍ ସ୍କିଲ୍ ପାଠ୍ୟକ୍ରମ, ଡିଜିଟାଲ ଓ ଇ-ପାଠ୍ୟକ୍ରମ, କ୍ଲାଉଡ୍ କମ୍ପ୍ୟୁଟିଂ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡାଟା ସାଇନ୍ସ, ଥ୍ରୀଡି ପେଣ୍ଟି ଆଦି କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଆଜି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।
ତେବେ ଗତ ଫେବୃୟାରୀ ମାସରେ ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ଏହି ନୂଆ ଯୋଜନା ଘୋଷଣା କରି ଏଥିପାଇଁ ୧୦୦କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରିଥିଲେ । ଏହି ଯୋଜନା ଘୋଷଣା କରି ଭୁଲିଯାଇଥିବା ରାଜ୍ୟ ସରକାର ଏବେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଯୁବବର୍ଗଙ୍କୁ ତୁଷ୍ଟୀକରଣ ନିମନ୍ତେ ପୁଣିଥରେ ସୁନେଲି ସ୍ୱପ୍ନ ଦେଖାଇଛନ୍ତି । ଯଦିଓ ଯୁବବର୍ଗଙ୍କୁ ଉନ୍ନତମାନର ପ୍ରଶିକ୍ଷଣ ଦେଇ ବିଶ୍ୱସ୍ତରୀୟ ମାନବସମ୍ବଳର ଅଭାବକୁ ଦୂର କରିବାରେ ‘ସ୍କିଲଡ୍ ଓଡ଼ିଶା’ କାର୍ଯ୍ୟ କରିବ ଓ ‘ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ’କୁ ଏ ଦିଗରେ କୋଟି କୋଟି ଟଙ୍କା ରାଜ୍ୟ ସରକାର ଯୋଗାଇ ଦେଇଥିଲେ । ମାତ୍ର ଏହା କେବଳ କାଗଜପତ୍ରରେ ସୀମିତ ରହିଯାଇଛି । ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍କିଲଡ୍ ଓଡ଼ିଶାରେ ୨୦୧୪-୧୫ରୁ ୨୦୧୮-୧୯ ମସିହା ମଧ୍ୟରେ ରାଜ୍ୟର ମୋଟ ୧୦.୩୮ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ସରକାର ଦାବି କରିଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଏହି ପ୍ରଶିକ୍ଷଣ ନେଇଥିବା ଯୁବକଯୁବତୀମାନଙ୍କ ସ୍ଥିତି ଏବେ କ’ଣ ରହିଛି ତାହା ଅସ୍ପଷ୍ଟ । ସେହିପରି ୨୦୧୯ରୁ ୨୦୨୪ ମସିହା ମଧ୍ୟରେ ମୋଟ ୧୫ଲକ୍ଷ ଅର୍ଥାତ୍ ବାର୍ଷିକ ୩ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦେବାକୁ ଟାର୍ଗେଟ୍ ରଖିଥିବା ରାଜ୍ୟ ସରକାର ୨୦୧୯-୨୦ରେ ୩ଲକ୍ଷ ଯୁବକଯୁବତୀଙ୍କୁ ମିଶାଇଲେ ମୋଟ ୫.୭୮ଲକ୍ଷଙ୍କୁ ଦକ୍ଷତା ପ୍ରଶିକ୍ଷଣ ଦେଇଥିବା ଜଣାପଡ଼ିଛି । ତେବେ ବିଭିନ୍ନ ପ୍ରୋଜେକ୍ଟ କାର୍ଯ୍ୟକାରିତା ଏଜେନ୍ସୀ(ପିଆଇଏ) ମାଧ୍ୟମରେ ୨୦୧୧-୧୨ରୁ ମୋଟ ୧.୧୨ଲକ୍ଷ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦେଇଥିବା ରାଜ୍ୟ ସରକାର ସେମାନଙ୍କ ମଧ୍ୟରୁ ମାତ୍ର ୩୦ହଜାରଙ୍କୁ ଏପର୍ଯ୍ୟନ୍ତ ପ୍ଲେସମେଂଟ ଦେଇପାରିଛନ୍ତି ।
ସେହିପରି ବିଶ୍ୱସ୍ତରୀୟ ମାନବସମ୍ବଳ ସୃଷ୍ଟି ପାଇଁ ରାଜ୍ୟ ସରକାର ୨୦୨୧ ମାର୍ଚ୍ଚରୁ କାର୍ଯ୍ୟକ୍ଷମ ‘ୱାଲର୍ଡ ସ୍କିଲ ସେଂଟର’ରେ ୧୫ରୁ ୩୪ବର୍ଷ ବୟସର ପ୍ରାୟ ୨ଲକ୍ଷ ଯୁବକଯୁବତୀଙ୍କୁ ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ଉପାର୍ଜନକ୍ଷମ କରାଇବାକୁ ଘୋଷଣା କରିଥିଲେ । ମାତ୍ର ଏପର୍ଯ୍ୟନ୍ତ ମାତ୍ର ୭୫୦୦ଜଣ ଯୁବକଯୁବତୀ ଏଠାରେ ଆଡମିଶନ କରିବାରେ ସକ୍ଷମ ହୋଇଛନ୍ତି । ସେହିପରି ରାଜ୍ୟ ସରକାର ୨୦୨୨-୨୩ ମସିହାରେ ମୋଟ ୪୫ଟି ନିଯୁକ୍ତି ମେଳାର ଆୟୋଜନ କରିଥିଲେ ଓ ଯେଉଁଥିରେ ମାତ୍ର ୧୮୮୫୨ଜଣ ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିଥିଲା । ଯଦିଓ ରାଜ୍ୟରେ ପ୍ରାୟ ୧୮ରୁ ୨୦ଲକ୍ଷ ବେକାର ଯୁବକଯୁବତୀ ଏବେବି କର୍ମନିଯୁକ୍ତି ଅନ୍ୱେଷଣରେ ରହିଛନ୍ତି ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦି ସରକାର ପ୍ରତି ଯୁବ ଭୋଟରଙ୍କ ମଧ୍ୟରେ ବଢ଼ୁଥିବା କ୍ରେଜ୍ ଉପରେ ଅଙ୍କୁଶ ଲଗାଇବାକୁ ରାଜ୍ୟର ବିଜେଡି ସରକାର ଏବେ ନୂଆ ବୋତଲରେ ପୁରୁଣା ରଖି ଯୁବବର୍ଗଙ୍କୁ ଭୂଆଁ ବୁଲାଇବାକୁ ପ୍ରୟାସ କରୁଛନ୍ତି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ, ସ୍କିଲଡ୍ ଓଡ଼ିଶା, ବିଶ୍ୱ ଦକ୍ଷତା କେନ୍ଦ୍ର ଆଦି ଫେଲ୍ ମାରିବା ପରେ ଏବେ ‘ନୂଆ ଓଡ଼ିଶା’ର ଭେଳିକି ଦେଖାଇଥିବା ଚର୍ଚ୍ଚା ହେଉଛି ।
ସୁଦେବ କୁମାର ପୃଷ୍ଟି ଟପ୍ପର ହୋଇଥିବା ବେଳେ ପ୍ରଥମ ୧୦ଟି ସ୍ଥାନରେ ୫ ପୁଅ ଓ ୫ ଝିଅ ଅଛନ୍ତି। ସୁଚିସ୍ମିତା ପାଣିଗ୍ରାହୀ ତାଲିକାର ଦ୍ୱିତୀୟ ସୋଥାନରେ ଥିବା ବେଳେ ପ୍ରଣବ ରଂଜନ ସାହୁ ତୃତୀୟ, ବୈଶାଖୀ ଲେଙ୍କା ୪ର୍ଥ, ଶ୍ୱେତଲିନା ମାହାନା ୫ମ, ଅଗ୍ନିଜା ଶିବଦତ୍ତା ୬ଷ୍ଠ, ସନ୍ତୋଷ କୁମାର ପାତ୍ର ୭ମ, ମୀମାଂସା ସାହୁ ୮ମ, ବିନ୍ଦୁ ବଳୟ ରାଉତରାୟ ୯ମ ଓ ସୌମ୍ୟରଂଜନ ମହାପାତ୍ର ୧୦ମ ସ୍ଥାନରେ ରହିଛନ୍ତି।
ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୧ ନିମନ୍ତେ ଚଳିତ ବର୍ଷ ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୧୮ ତାରିଖ ମଧ୍ୟରେ ମୁଖ୍ୟ (ଲିଖିତ) ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହା ପରେ ଚଳିତ ଜୁଲାଇ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ପର୍ସନାଲିଟି ଟେଷ୍ଟ ଅନୁଷ୍ଠିତ ହୋଇଥିଲା। ପରୀକ୍ଷାର୍ଥୀମାନେ htpp://opsc.gov.in କୁ ଯାଇ ସେମାନଙ୍କ ରେଜଲ୍ଟ ଜାଣିପାରିବେ।
ଚତୁର୍ଥ ସ୍ଥାନ ହାସଲ କରିଥିବା କଟକର ବୈଶାଖୀ ଲେଙ୍କା କହିଛନ୍ତି, ଏଇଟା ମୋର ଦ୍ୱିତୀୟ ପ୍ରୟାସ ଥିଲା। ପ୍ରଥମ ଥର ସାକ୍ଷାତକାର ପର୍ଯ୍ୟନ୍ତ ଯାଇଥିଲି। କିନ୍ତୁ ପାଇ ନଥିଲି। କିନ୍ତୁ ତା’ ପରେ ପୁଣି ପରିଶ୍ରମ କଲି। ଏଥର ପାଇବି ବୋଲି ବିଶ୍ୱାସ ଥିଲା। କିନ୍ତୁ ଚତୁର୍ଥ ସ୍ଥାନରେ ରହିବି ବୋଲି ଭାବି ନଥିଲି।
2021-22 ବର୍ଷ ପାଇଁ ଅନୁଷ୍ଠିତ ଓସିଏସ୍ ପ୍ରିଲିମ୍ ପାଇଁ ପ୍ରାୟ ୭୦ ହଜାର ପିଲା ପରୀକ୍ଷା ଦେଇଥିଲେ। ସେଭିତରୁ ମେନ୍ ପାଇଁ ୫ ହଜାର ସିଲେକ୍ଟ ହୋଇଥିଲା ବେଳେ, ଶେଷ ପର୍ଯ୍ୟାୟ ସାକ୍ଷାତକାର ପରୀକ୍ଷା ମନୋନୀତ ହୋଇଥିଲେ ପ୍ରାୟ 8 ଶହ ପ୍ରାର୍ଥୀ।
ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଯୁକ୍ତ ଦୁଇ ପାଠ୍ୟକ୍ରମ ଖୋଲିବାକୁ ଅନୁମତି ମିଳିଥିବା ସ୍କୁଲଗୁଡ଼ିକରେ ଶିକ୍ଷକ ଓ ଅଣଶିକ୍ଷକ ସମସ୍ୟା ଦୂର କରିବାକୁ ରାଜ୍ୟ ସରକାର ଏହି ୯୦୨ଟି ନୂଆ ପଦବୀ ସୃଷ୍ଟି କରିଛନ୍ତି । ଏଥିରେ ୬୪୨ ପୋଷ୍ଟ ଗ୍ରାଜୁଏଟ ଟିଚର(ପିଜିଟି) ପଦବୀ ସମେତ ୨୪ ଲାବୋରେଟୋରୀ ଆସିଷ୍ଟାଣ୍ଟ, ୨୪ ଲାବୋରେଟୋରୀ ଆଟେଣ୍ଡାଣ୍ଟ, ୧୦୬ ଆସିଷ୍ଟାଣ୍ଟଲାଇବ୍ରେରିଆନ, ୧୦୬ ଜୁନିୟର କ୍ଲର୍କ ପଦବୀ ରହିଛି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ୧୦୬ ହାଇସ୍କୁଲରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିଛି । ଦଶମ ପଢ଼ିସାରିବା ପରେ ଛାତ୍ରଛାତ୍ରୀ ସିଧାସଳଖ ନିଜ ବିଦ୍ୟାଳୟରେ ଯୁକ୍ତଦୁଇ ପଢ଼ିପାରିବେ । ସେମାନଙ୍କୁ ଶିକ୍ଷାଦାନ ପାଇଁ ଏହି ନୂତନ ଶିକ୍ଷକ ପଦବୀଗୁଡିକ ସୃଷ୍ଟି ହୋଇଛି । ସେହିପରି ପ୍ରତି ଉନ୍ନୀତ ହାଇସ୍କୁଲରେ ଅଫିସ କାର୍ଯ୍ୟ, ଲାବ୍ ସୁପରିଚାଳନା ଓ ପାଠାଗାର ପରିଚାଳନା ପାଇଁ ମଧ୍ୟ ସରକାର ବିଶେଷ ଧ୍ୟାନ ଦେଇ ଅଣଶିକ୍ଷକ ପଦବୀଗୁଡିକୁ ମଞ୍ଜୁରୀ ଦେଇଛନ୍ତି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଲୁଲୁ ଗ୍ରୁପ୍ ପୂର୍ବରୁ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ବିରାଟ ମଲ୍ ଛିଡ଼ା କରି ଚର୍ଚ୍ଚାକୁ ଆସିଥିଲା। ଏବେ ପୁଣି ଥରେ ଏହି ଗ୍ରୁପ୍ ଚର୍ଚ୍ଚାକୁ ଆସିଛି। ନିଜ କମ୍ପାନୀର ଭବିଷ୍ୟ ଯୋଜନା ସମ୍ପର୍କରେ ପ୍ରକାଶ କରି କମ୍ପାନୀର ଚେୟାରମ୍ୟାନ୍ କହିଛନ୍ତି, ଲୁଲୁ ଗ୍ରୁପ୍ ଭାରତରେ ୨୦ ହଜାର କୋଟି ନିବେଶ କରି ସାରିଛି। ଏଥିଯୋଗୁ ଦେଶରେ ୨୨ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।
ୟୁସୁଫ ଅଲ୍ଲୀଙ୍କ ସୂଚନା ଅନୁଯାୟୀ, ଦେଶର ବିଭିନ୍ନ ସ୍ଥାନରେ ତାଙ୍କ କମ୍ପାନୀ ଡେଷ୍ଟିନେଶନ ମଲ୍ ଖୋଲିବାକୁ ଯୋଜନା କରୁଛି। ତେଲେଙ୍ଗାନାର ଶିଳ୍ପ ମନ୍ତ୍ରୀଙ୍କ ଉପସ୍ଥିତିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଉକ୍ତ ରାଜ୍ୟରେ ୩.୫୦୦ କୋଟି ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାମଧ୍ୟରେ ରାଜ୍ୟରେ ୩ ହଜାର କୋଟି ବିନିଯୋଗରେ ଏକ ଡେଷ୍ଟିନେଶନ ମଲ୍ ପ୍ରୋଜେକ୍ଟ ବି ସାମିଲ ଅଛି।
ଡେଷ୍ଟିନେଶନ ମଲ୍ ଏପରି ମଲ୍ ଯେଉଁଠି ଆପଣ ଭଲ ଡିସକାଉଣ୍ଟରେ ବିଭିନ୍ନ ବ୍ରାଣ୍ଡର ଉତ୍ପାତ କିଣାବାର ସୁଯୋଗ ପାଇବେ। କେବଳ ସେତିକି ନୁହେଁ, ସେଠାରେ ଆପଣ ଛୁଟି ମଧ୍ୟ କାଟି ପାରିବେ। ଏଥିନିମନ୍ତେ ସେଠାରେ ପର୍ଯ୍ୟାପ୍ତ ସ୍ପେଶ୍ର ବ୍ୟବସ୍ଥା ହୋଇଛି।
ଲୁଲୁ ଗ୍ରୁପ୍ ପକ୍ଷରୁ କୁହାଯାଇଛି, କମ୍ପାନୀ ପୂର୍ବରୁ ଦେଶରେ ସପିଂ ମଲ୍, ହୋଟେଲ ଓ ଫୁଡ୍ ପ୍ରୋସେସିଂଙ୍ଗ ୟୁନିଟ୍ ବସାଇବାରେ ୨୦ ହଜାର କୋଟିରୁ ଅଧିକ ଟଙ୍କାର ବିନିଯୋଗ କରି ସାରିଛି। ଏବେ କମ୍ପାନୀ ଏହାକୁ ବିସ୍ତାର କରିବାକୁ ଚାହୁଁଛି। କମ୍ପାନୀ ଅହମଦାବାଦ ଓ ଚେନ୍ନାଇରେ ୨ଟି ପ୍ରୋଜେକ୍ଟ କାମ ଆରମ୍ଭ କରିବାକୁ ସଜବାଜ ହେଉଛି।
ଆଗାମୀ ୨ ବର୍ଷରେ ଲୁଲୁ ଗ୍ରୁପ୍ ଦେଶରେ ୧୦ ହଜାର କୋଟି ନିବେଶ କରିବ । ସେଥିରେ ନୋଏଡା, ତେଲେଙ୍ଗାନା ଫୁଡ୍ ପ୍ରୋସେସିଂଙ୍ଗ ୟୁନିଟ୍ ସ୍ଥାପନ କରାଯିବ । ଏହାବାଦ ତେଲେଙ୍ଗାନାରେ କମ୍ପାନୀ ଏକ ଅତ୍ୟାଧୁନିକ ମିଟ୍ ପ୍ରୋସେସିଂଙ୍ଗ ପ୍ଲାଣ୍ଟ ବସାଇବ । ହାଇଦ୍ରାବାଦରେ ଏୟାରପୋର୍ଟ ନିକଟରେ ଏକ ଏଗ୍ରିକଲଚର ସୋର୍ସିଂଙ୍ଗ ଓ ଲଜିଷ୍ଟିକ୍ ହବ୍ ବିକଶିତ କରିବ । ଏହାବାଦ କମ୍ପାନୀ ଅହମଦାବା, ଶ୍ରୀନଗର, ଗ୍ରେଟର ନୋଏଡଡା ଓ ବାରଣାସୀରେ ଫୁଡ୍ ପ୍ରୋସେସିଂଙ୍ଗ ୟୁନିଟ୍ ଓ ରିଟେଲ ସ୍ଥାପନ କରିବ । କମ୍ପାନୀର ଏହି ନିବେଶ ଯୋଗୁ ଦେଶରେ ୫୦ ହଜାର ଚାକିରି ସୃଷ୍ଟି ହେବ ବୋଲି କୁହାଯାଇଛି।
ରାଜ୍ୟରେ ୨୭୫୩ ମହିଳା ସ୍ୱାସ୍ଥ୍ୟ କର୍ମୀ ପଦବୀ ଖାଲି ଥିବା ବେଳେ ଏଥିନିମନ୍ତେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଆବେଦନ ଆହ୍ୱାନ କରିଛି। ୪୯୪୨ ଜୁନିୟର ଆସିଷ୍ଟାଣ୍ଟ ପଦବୀ ଖାଲିଥିବା ବେଳେ ୨୨୯୭ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ ଖାଲି ରହିଛି। ଏଥିପାଇଁ ବି ତୁରନ୍ତ ଆବେଦନ କରିବାକୁ ଆହ୍ୱାନ ଦିଆଯାଇଛି। ଏଥିନିମନ୍ତେ ଆସନ୍ତା ଜୁଲାଇରେ ଲିଖିତ ପରୀକ୍ଷା ହେବ ବୋଲି ସ୍ଥିର ହୋଇଥିବା ବେଳେ ନିର୍ଦ୍ଦିଷ୍ଟ ତାରିଖ ପ୍ରକାଶ ପାଇନି। ଏହାବାଦ ରାଜ୍ୟରେ ୧୧,୦୪୧ ଆରଆଇ ଓ ଆସିଷ୍ଟାଣ୍ଟ ଆରଆଇ ପୋଷ୍ଟ ଫାଙ୍କା ରହିଛି।
ରାଜ୍ୟରେ ବିଭିନ୍ନ ବିଭାଗରେ ବହୁ ସରକାର ପଦବୀ ଖାଲି ପଡ଼ିଛି। ଜାଣି ରଖନ୍ତୁ, କେଉଁ ବିଭାଗରେ କେତେ ସିଟ୍ ଖାଲି ପଡ଼ିଛି ଓ କେବେ ସୁଦ୍ଧା ଆବେଦନ କରିହେବ ।
- ରାଜ୍ୟରେ ୨୭୫୩ ମହିଳା ସ୍ୱାସ୍ଥ୍ୟ କର୍ମୀ ପୋଷ୍ଟ ଫାଙ୍କା ପଡ଼ିଛି। ଏଥିନିମନ୍ତେ ଆବେଦନ କରିବାର ଶେଷ ତାରିଖ ହେଉଛି ଆସନ୍ତା ୩୦ ତାରିଖ ।
-ରାଜ୍ୟରେ ସମୁଦାୟ ୧୦୦୨ ଫାର୍ମାସିଷ୍ଟ ପୋଷ୍ଟ ଫାଙ୍କା ଥିବା ବେଳେ ଏଥିନିମନ୍ତେ ଚଳିତ ମାସରେ ନୋଟିଫିକେସନ ବାହାରିବାର ଆଶା କରାଯାଉଛି।
- ୧୪୫୧ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ପୋଷ୍ଟ ଫାଙ୍କା ଥିବା ବେଳେ ଏଥିନିମନ୍ତେ ମଧ୍ୟ ଚଳିତ ମାସ ବିଜ୍ଞପ୍ତି ପ୍ରକାଶ ପାଇବ ।
- ରାଜ୍ୟରେ ସମୁଦାୟ ୯୨୧ ଲାବରୋଟୋରୀ ଟେକନିସିଆନ ପୋଷ୍ଟ ଫାଙ୍କା ଥିବା ବେଳେ ଏଥିନିମନ୍ତେ ଜୁନ୍ରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାଯାଇଛି।
-ଆସନ୍ତା ମାସରେ ରାଜ୍ୟରେ ୩୭୮ ରେଡିଓଗ୍ରାଫି ପୋଷ୍ଟ ପାଇଁ ବିଜ୍ଞପ୍ତି ବାହାରିବ ବୋଲି ଜଣାଯାଇଛି।
-ଆସନ୍ତା ଅଗଷ୍ଟରେ ରାଜ୍ୟରେ ୭୧୯ ପ୍ରାଣୀଧନ ନିରୀକ୍ଷକ ପଦ ପାଇଁ ବାହାରିବ ବିଜ୍ଞପ୍ତି।
-ଜୁଲାଇରେ ୨୫୮ ICDS ସୁପରଭାଇଜର ପଦ ପାଇଁ ବିଜ୍ଞପ୍ତି ବାହାରିବ ।
-ଆସନ୍ତା ମାସ ରାଜ୍ୟରେ ଖାଲି ପଡ଼ିଥିବା ୫୬୨ ରେଭିନ୍ୟୁ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର ପଦ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି। ରାଜ୍ୟରେ ଏବେ ୫୬୨ ରେଭିନ୍ୟୁ ଇନ୍ସପେକ୍ଟର ପୋଷ୍ଟ ଖାଲିଥିବା ବେଳେ ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର ପଦବୀ ସଂଖ୍ୟା ୮୩୯ ରହିଛି।
- ରାଜ୍ୟରେ ସମୁଦାୟ ୬୮୬ ଅମିନ ପଦ ଖାଲିଥିବା ବେଳେ ଏଥିପାଇଁ ମଧ୍ୟ ଆସନ୍ତା ମାସ ବାହାରିବ ବିଜ୍ଞପ୍ତି।
-ରାଜ୍ୟରେ ମୋଟ ୨୫୮ ପରିସଂଖ୍ୟାନ କ୍ଷେତ୍ର ପରିଦର୍ଶକ ପୋଷ୍ଟ ଫାଙ୍କା ଥିବା ବେଳେ ଏଥିନିମନ୍ତେ ଆସନ୍ତା ମାସ ବାହାରିପାରେ ନୋଟିଫିକେସନ ।
-ରାଜ୍ୟରେ ଖାଲି ପଡ଼ିଥିବା ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦ ପାଇଁ ଅଗଷ୍ଟରେ ବାହାରିବ ବିଜ୍ଞପ୍ତି। ରାଜ୍ୟରେ ଏବେ ୩୧୬ ଫରେଷ୍ଟର ପଦ ଖାଲିଥିବା ବେଳେ ୮୦୨ ଫରେଷ୍ଟ ଗାର୍ଡ ପଦ ଖାଲି ରହିଛି।
- ରାଜ୍ୟରେ ଏବେ ୯୪ଟି HEW ପଦ ଖାଲିଥିବା ବେଳେ ଏଥିନିମନ୍ତେ ଖୁବ୍ ଶୀଘ୍ୟ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଅନୁମାନ କରାଯାଉଛି।
ପରୀକ୍ଷା ପରିଚାଳନାର ଅଭିଜ୍ଞତା ନଥିବା ସତ୍ତ୍ୱେ ନିର୍ବାଚନୀ ବର୍ଷରେ ନିଗମ ପରିଚାଳନା କର୍ତ୍ତୃପକ୍ଷ ୫୨ଟି ଆସିଷ୍ଟାଣ୍ଟ ଏକଜ୍ୟୁକିଟିଭ ଇଞ୍ଜିନିୟର(ଏଇଇ), ୨୫ଟି ଜୁନିୟର ଇଞ୍ଜିନିୟର,୧୨ଟି ଜୁନିୟର କ୍ଲର୍କ ଓ ୨୦ଟି ଜୁନିୟର ଆସିଷ୍ଟାଣ୍ଟ ପଦବୀ ଭଳି ନିୟମିତ ନିଯୁକ୍ତି(ରେଗୁଲାର ପଦବୀ) ପ୍ରକ୍ରିୟା ଆରମ୍ଭ କରି ପରୋକ୍ଷରେ ଘୋଡ଼ାବେପାରକୁ ପ୍ରୋତ୍ସାହିତ କରୁଥିବା ଚର୍ଚ୍ଚା ହେଉଛି ।
ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଉଠାଜଳସେଚନ ନିଗମ ପକ୍ଷରୁ ଗତକାଲି ମୋଟ ୧୦୮ଟି ନିୟମିତ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି । ଏସବୁ ଆବେଦନର ଶେଷ ତାରିଖ ମେ’ ୧୦ତାରିଖ ଧାର୍ଯ୍ୟ ହୋଇଛି । ଗ୍ରୁପ୍ -ଏରେ ୫୨ଟି, ଗ୍ରୁପ-ବିରେ ୨୪ଟି ଓ ଗ୍ରୁପ-ସିରେ ୩୨ଟି ନିୟମିତ ପଦବୀ ପାଇଁ ଓଏଲଆଇସି ପକ୍ଷରୁ ଆବେଦନ ପତ୍ର ସଂଗ୍ରହ କରାଯାଉଛି । ଓଏଲଆଇସି ମ୍ୟାନେଜମେଂଟ ଏହି ସ୍ଥାୟୀ ପଦବୀଗୁଡ଼ିକ ପାଇଁ ପ୍ରାର୍ଥୀ ଚୟନ ନିଜେ କରିବ ଓ ନିଯୁକ୍ତି ନିମନ୍ତେ ସୁପାରିଶ କରିବ ବୋଲି ବିଜ୍ଞାପନରେ ଉଲ୍ଲେଖ ରହିଛି।
ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ଲକ୍ଷ ଲକ୍ଷ ବେକାର ଯୁବକଯୁବତୀ ଏବେ ସରକାରୀ ଚାକିରି ଆଶାରେ ରହିଥିବାବେଳେ ରାଜ୍ୟ ସରକାରଙ୍କ ଅଧୀନରେ ପ୍ରାୟ ୨.୨୬ଲକ୍ଷ ପଦବୀ ଖାଲି ପଡ଼ିଛି । ରାଜ୍ୟ ସରକାର ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ ଫାଇଭ-ଟି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରୁଛନ୍ତି । ସରକାରୀ ଏଜେନ୍ସୀଗୁଡ଼ିକ ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଉଥିବାବେଳେ ନିଯୁକ୍ତି ଆଇନରେ ମଧ୍ୟ ସଂଶୋଧନ କରିଛନ୍ତି । ଗ୍ରୁପ-ଏ ବର୍ଗର ଟେକନିକାଲ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଓପିଏସସିଙ୍କ ଦ୍ୱାରା କରାଯାଉଥିବାବେଳେ ଗ୍ରୁପ-ବି ବର୍ଗର ଟେକନିକାଲ ପଦବୀ ପାଇଁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ଦ୍ୱାରା କମ୍ବାଇନଡ୍ ଟେକନିକାଲ ସର୍ଭିସ ନାଁରେ ପରୀକ୍ଷା କରାଯାଉଛି ।
ସରକାରୀ ନିଯୁକ୍ତି ଏଜେନ୍ସୀଗୁଡ଼ିକ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା କରିବା ନିମନ୍ତେ ଅଭିଜ୍ଞତା ସହ ପାରଦର୍ଶିତା ମଧ୍ୟ ରହିଛି । ଏସବୁ ସରକାରୀ ନିଯୁକ୍ତି ସଂସ୍ଥା ପ୍ରତିଯୋଗିତା ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରି ସେମାନଙ୍କ ତାଲିକା ସରକାରଙ୍କୁ ସୁପାରିଶ କରିଥାନ୍ତି । ସରକାରୀସ୍ତରରେ ଏଭଳି ବ୍ୟବସ୍ଥା ଥିବା ସତ୍ତ୍ୱେ ଓଡ଼ିଶା ଉଠାଜଳସେଚନ ନିଗମ କିଭଳି ଓ କାହା ଇଙ୍ଗିତରେ ନିଜେ ଏତେ ସଂଖ୍ୟକ ନିୟମିତ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଲା ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଓଏଲଆଇସି ମ୍ୟାନେଜମେଂଟ ଚାହିଁଥିଲେ ରାଜ୍ୟ ସରକାରଙ୍କ ମାଧ୍ୟମରେ ହେଉ ଅବା ସରକାରୀ ନିଯୁକ୍ତି ଏଜେନ୍ସୀଗୁଡ଼ିକୁ ଏହି ୧୦୮ଟି ନିୟମିତ ପଦବୀ ପୂରଣ ନିମନ୍ତେ ଚିଠି ଲେଖି ଅନୁରୋଧ କରିପାରିଥାନ୍ତା । ମାତ୍ର ତାହା ନକରି ଓଏଲଆଇସି ମ୍ୟାନେଜମେଂଟ ବିନା ଅଭିଜ୍ଞତାରେ ସିଧାସଳଖ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ପାଇଁ ନିଷ୍ପତ୍ତି ନେଇଛି ।
ରାଜ୍ୟରେ ଲକ୍ଷ ଲକ୍ଷ ବେକାର ଯୁବକଯୁବତୀ ଚାକିରି ଅନ୍ୱେଷଣରେ ରହିଥିବାବେଳେ ଓଏଲଆଇସି କର୍ତ୍ତୃପକ୍ଷ କାହା ସ୍ୱାର୍ଥରେ ମୋଟା ଅଙ୍କର ଦରମାରେ ଏତେ ସଂଖ୍ୟକ ନିୟମିତ ପଦବୀ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ନିଜେ କରିବାକୁ ନିଷ୍ପତ୍ତି ନେଲେ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି ।
ସୂଚନାଯୋଗ୍ୟ, ଓଏଲଆଇସି ଅଧ୍ୟକ୍ଷ ଭାବେ ବିଜେଡି ଯୁବନେତା ତଥା ପୂର୍ବତନ ଯୁବ ବିଜେଡି ସଭାପତି ଅମ୍ରେଶ ପତ୍ରୀ କାର୍ଯ୍ୟ କରୁଥିବାବେଳେ ପରିଚାଳନା ନିର୍ଦ୍ଦେଶକ ପଦବୀରେ ଆଇଏଏସ ସୁଧାଂଶୁ ମୋହନ ସାମଲ ରହିଛନ୍ତି ।
ଆସନ୍ତା ଏପ୍ରିଲ ଠାରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେଉଥିବା ବେଳେ ନୂଆ ନିଯୁକ୍ତି ମିଳିବା ନେଇ ମନ୍ତ୍ରୀଙ୍କ ସୂଚନା ସ୍କୁଲରେ ଖାଲି ପଡ଼ିଥିବା ଶିକ୍ଷକ ପଦ ପୂରଣରେ ସହାୟକ ହେବ ବୋଲି ଆଶା କରାଯାଉଛି।
ସେହିପରି ଯୁକ୍ତ ୨ ପ୍ରଶ୍ନପତ୍ର ଭାଇରାଲ ହେବା ନେଇ ସାଇବର ଥାନାରେ ଏତଲା ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।
ଅନ୍ୟପଟେ ସେ ଯୁକ୍ତ ୨ ପରୀକ୍ଷା ପରିଚାଳନା ତଦାରଖ ପାଇଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଯାଇଥିଲେ। ସେଠାରେ ବିଶ୍ୱାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ପରୀକ୍ଷା ପରିଚାଳନା ବ୍ୟବସ୍ଥା ନେଇ ପଚାରି ବୁଝିଥିଲେ। ରମାଦେବୀ ହାଇୟର ସେକେଣ୍ଡାରୀ ସ୍କୁଲ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ।
ସେ କହିଛନ୍ତି, ସମସ୍ତ ଜିଲ୍ଲାରେ ପରୀକ୍ଷା ଠିକ୍ ଭାବେ ଚାଲୁଥିବା ପଚାରି ବୁଝିଛନ୍ତି। ସୋସିଆଲ ମିଡ଼ିଆରେ ଜାଲ୍ ପ୍ରଶ୍ନପତ୍ର ଭାଇରାଲ ହେଉଛି। ଯିଏ ଭାଇରଲ କରିଛି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଛାତ୍ରଛାତ୍ରୀମାନେ ଏନେଇ ଭୟଭୀତ ହେବାର କିଛି ନାହିଁ ।
ହାଇସ୍କୁଲଗୁଡିକରେ ଶିକ୍ଷକ ଅଭାବ ରହୁଥିବା ପରିଲିକ୍ଷିତ ହେଉଥିବାରୁ ପୂର୍ଣ୍ଣ ଅନୁଦାନ ଏବଂ ବ୍ଲକ ଗ୍ରାଣ୍ଟ ପ୍ରାପ୍ତ ହାଇସ୍କୁଲ ଗୁଡିକରେ ଶିକ୍ଷକ ନିଯୁକ୍ତି କରାଯିବା ପାଇଁ କ’ଣ ବ୍ୟବସ୍ଥା ନେଇଛନ୍ତି ବୋଲି ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପ୍ରଶ୍ନ ପଚାରିଥିଲେ।
ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହାର ଉତ୍ତର ରଖି କହିଥିଲେ, ଶିକ୍ଷକ ଅଭାବକୁ ଦୃଷ୍ଟିରେ ରଖି ୨୦୨୧-୨୨ରେ ୭୧୧୩ ଓ ୬୮୯୧ ଏପରି ମୋଟ ୧୪, ୦୦୪ ଶିକ୍ଷକ ପଦବୀ ପୂରଣ କରାଯାଇଛି। ଏଥିସହ ୭୫୪୦ ଗୋଟି ଖାଲିଥିବା ଶିକ୍ଷକ ପଦବୀ ପୂରଣ ପାଇଁ OSSCକୁ ଦାୟିତ୍ୱ ଦିଆଯାଇଛି।
ଏଥିସହ ସରକାର ପୁନଶ୍ଚ ୬୦୨୫ ଗୋଟି LTR ପଦବୀ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି। ପୁନଃ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଖାଲି ଥିବା ବିଭିନ୍ନ ବର୍ଗର ୨୦୬୪ ଗୋଟି ପଦବୀ ପୂରଣ ପାଇଁ ସରକାର ଆଦେଶ ଦେଇଛନ୍ତି। ଯାହାକି ଖୁବ ଶୀଘ୍ର ପୂରଣ କରାଯିବ।
ସେହିପରି ରାଜ୍ୟ କେଉଁ ହାଇସ୍କୁଲ ଗୁଡିକରେ ଯୁକ୍ତ ୨ ଖୋଲାଯିବାର ସରକାର ଯୋଜନା ରଖିଛନ୍ତି ଓ ଗଞ୍ଜାମର କେଉଁ ସ୍କୁଲ ଏହା ଭିତରେ ରହିଛି ବୋଲି ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ।
ମନ୍ତ୍ରୀ କହିଛନ୍ତି ୨୦୨୨-୨୩ରେ ୧୦୬ ଟି ଉଚ୍ଚ ବିଦ୍ୟାଳୟକୁ ଉନ୍ନତି କରାଯାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲାଯିବାର ନିଷ୍ପତି ଗ୍ରହଣ କରାଯାଇଛି। ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ୯ ଗୋଟି ସ୍କୁଲ ରହିଛି।
ମୋଟ ପଦବୀ- ୫୭୭
ଏନ୍ଫୋର୍ସମେଣ୍ଟ ଅଫିସର/ଆକାଉଣ୍ଟସ୍ ଅଫିସର୍- ୪୧୮
ଆସିଷ୍ଟାଣ୍ଟ ପ୍ରଭିଡେଣ୍ଟ ଫଣ୍ଡ କମିଶନର୍- ୧୫୯
ଶିକ୍ଷାଗତ ଯୋଗ୍ୟତା- ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେ କୌଣସି ବିଷୟ ଉପରେ ଆବେଦନକାରୀ ସ୍ନାତକ ଡିଗ୍ରୀ କରିଥିବା ଆବଶ୍ୟକ।
ବୟସ ସୀମା- ଆସିଷ୍ଟାଣ୍ଟ ପ୍ରଭିଡେଣ୍ଟ ଫଣ୍ଡ କମିଶନର୍ ପାଇଁ ସର୍ବାଧିକ ବୟସ ସୀମା ୩୫ ବର୍ଷ ଥିବା ବେଳେ ଏନ୍ଫୋର୍ସମେଣ୍ଟ ଅଫିସର ପାଇଁ ବୟସ ସୀମା ୩୦ ରଖାଯାଇଛି।
ଆବେଦନ ଫି’- ପ୍ରାର୍ଥୀମାନଙ୍କୁ ଏସବିଆଇର ଯେକୌଣସି ଶାଖାରେ ନଗଦ ଅର୍ଥ କିମ୍ବା କୌଣସି ବ୍ୟାଙ୍କର ନେଟ ବ୍ୟାଙ୍କିଙ୍ଗ ସୁବିଧା କିମ୍ବା ଭିସା / ମାଷ୍ଟର / ରୂପା / କ୍ରେଡିଟ୍ / ଡେବିଟ୍ କାର୍ଡ / ୟୁପିଇ ପେମେଣ୍ଟ ବ୍ୟବହାର କରି କେବଳ୨୫ ଟଙ୍କା ଶୁଳ୍କ ଦେବାକୁ ପଡିବ। ମହିଳା ପ୍ରାର୍ଥି, ଏସ୍ସି/ଏସ୍ଟି ଓ ଦିବ୍ୟାଙ୍ଗ ପାଇଁ ଆବେଦନ ଶୁକ୍ଳ ଛାଡ କରାଯାଇଛି।
କିଭଳି ରହିବ ପେ’ ସ୍କେଲ୍?
ଏନଫୋର୍ସମେଣ୍ଟ ଅଫିସର / ଆକାଉଣ୍ଟସ୍ ଅଫିସର ଲାଗି ସପ୍ତମ ସିପିସି ଅନୁଯାୟୀ ପେ ମ୍ୟାଟ୍ରିକ୍ସରେ ସ୍ତର- ୮ ରଖାଯାଇଛି।
ଆସିସାଷ୍ଟାଣ୍ଟ ପ୍ରୋଭିଡେଣ୍ଟ ଫଣ୍ଡ କମିଶନରଙ୍କ ପାଇଁ ସ୍ତର - ସପ୍ତମ ସିପିସି ଅନୁଯାୟୀ ପେ ମ୍ୟାଟ୍ରିକ୍ସରେ ସ୍ତର- ୧୦ ରଖାଯାଇଛି।
କିଭଳି କରିବେ ଆବେଦନ?
ପ୍ରଥମେ ଅଫିସିଆଲ୍ ୱେବସାଇଟ୍ upsconline.nic.in କୁ ଯାଆନ୍ତୁ। ଏହାପରେ ହୋମ୍ ପେଜର ୱାନ୍ ଟାଇମ ରେଜିଷ୍ଟ୍ରେସନ୍ ତଥା ଓଟିଆର୍କୁ ଯାଇ ରେଜିଷ୍ଟର କରି ୟୁପିଏସ୍ସିର ଅନ୍ଲାଇନ୍ ଆପ୍ଲିକେସନ୍ ଫର୍ମ ଫିଲ୍ଅପ କରନ୍ତୁ। ଏହାପରେ ଆପ୍ଲିକେସନ୍ ଫିସ୍ ଦେଇ ଫର୍ମ ସବ୍ମିଟ୍ କରନ୍ତୁ।
ଅଧିକ ତଥ୍ୟ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ।
check the official notification.
ସାମ୍ନାକୁ ଆସିଥିବା ଗୋଟିଏ ଭିଡିଓରେ ଜଣେ ଚାକିରି ଆଶାୟୀ ନିଜ ଅଣ୍ଡରୱେୟାର ଭିତରେ ଲୁଚାଇ ରଖିଥିବା ୫ କେଜି ଓଜନର ବଟକରା ବାହାର କରୁଥିବା ଦେଖିବାକୁ ମିଳୁଛି। ସେହିପରି ଆଉ ଗୋଟିଏ ଭିଡିଓରେ ଜଣେ ଚାକିରି ଆଶାୟୀ ତାଙ୍କ ଜଙ୍ଘରେ ଓଜନଦାର ଲୁହା ବାନ୍ଧିଥିବା ଦେଖାଯାଉଛି। ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଥିଲା ଯେ ଯୋଗ୍ୟତା ପାଇଁ ଧାର୍ଯ୍ୟ ଓଜନ ସୀମାକୁ ଅତିକ୍ରମ କରିବ। ହେଲେ ଏପରି ଠେକଇ କରିବା ପୂର୍ବରୁ ସେମାନେ ଧରାପଡ଼ି ଯାଇଛନ୍ତି।
ଚାକିରି ପାଇଁ ଧାର୍ଯ୍ୟ ବୟସସୀମା ୫୫ କେଜି ରହିଛି। ଯେଉଁମାନେ ଏହାକୁ ହାସଲ କରିବାକୁ ଅକ୍ଷମ ହୋଇଛନ୍ତି, ସେମାନେ ଏପରି ଅଭିନବ ଉପାୟରେ ନିଜର ଓଜନ ବଢ଼ାଇବାକୁ ଚେଷ୍ଟା କରିଥିଲେ।
ଜଣେ ଅଧିକାରୀ କହିଛନ୍ତି, କିଛି ଚାକିରି ଆଶାୟୀ ନିଯୁକ୍ତି ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ସେମାନେ ନିଜର ଓଜନ ୫ରୁ ୧୦ କେଜି ବୃଦ୍ଧି କରିବା ପାଇଁ ପଥର ଖଣ୍ଡ, ଲୁହା ପ୍ଲେଟ ଓ ପଥରକୁ ଲୁଚାଇ ଧରି ପରୀକ୍ଷା କେନ୍ଦ୍ରକୁ ଆସିଥିଲେ। ନିୟମ ଉଲ୍ଲଙ୍ଘନ କରିଥିବା ପ୍ରାୟ ୮ ଜଣଙ୍କୁ ଧରା ଯାଇଛି। ଡ୍ରାଇଭର ଓ କଣ୍ଡକ୍ଟର ପୋଷ୍ଟ ପାଇଁ ମୋଟ ୧୬୧୯ଟି ପଦ ଖାଲି ରହିଛି। ହେଲେ ଏହି ପଦ ପାଇଁ ମୋଟ ୩୮ ହଜାର ଆବେଦନ କରାଯାଇଛି।
ମୋଟ ପଦବୀ-୮୧
ଫୋର୍ମ୍ୟାନ୍-୧୦
ସର୍ଭେୟର୍-୧୫
ମାଇନିଂ ମେଟ୍ III – ୫୬
ଶିକ୍ଷାଗତ ଯୋଗ୍ୟତା- ଇଚ୍ଛୁକ ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ / ଅନୁଷ୍ଠାନରୁ ଦଶମ / ଡିପ୍ଲୋମା ପାସ୍ କରିଥିବା ଆବଶ୍ୟକ। କେବଳ ଓଡ଼ିଶାର ପ୍ରାର୍ଥୀଙ୍କୁ ହିଁ ଏହି ଇଣ୍ଟରଭ୍ୟୁର ସୁଯୋଗ ମିଳିବ।
ବୟସ ସୀମା- ୧୮ରୁ ୩୮ ବର୍ଷ
ମାସିକ ଦରମା
ଫୋର୍ମ୍ୟାନ୍ ଓ ସର୍ଭେୟର୍ଙ୍କ ମାସିକ ଦରମା- ୩୫,୪୦୦ରୁ ୧,୧୨,୪୦୦/- ଟଙ୍କା
ମାଇନିଂ ମେଟ୍ III – ୨୨,୪୦୦ରୁ ୬୯,୧୦୦/- ଟଙ୍କା
କେମିତି ହେବ ଚୟନ?
କ୍ୟାରିୟର୍ ମାର୍କିଂ ଓ ଇଣ୍ଟରଭ୍ୟୁ ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଉପଯୁକ୍ତ ପଦବୀ ପାଇଁ ଚୟନ କରାଯିବ।
କେଉଁଠି ହେବ ଇଣ୍ଟରଭ୍ୟୁ?
କମ୍ୟୁନିଟି ସେଣ୍ଟର୍, ଆଞ୍ଚଳିକ କାର୍ଯ୍ୟାଳୟର ଓଏମ୍ସି କଲୋନୀ, ବାଡବିଲ୍, କେନ୍ଦୁଝର। ଆସନ୍ତା ଫେବ୍ରୁଆରୀ ୭ ଓ ୮ରେ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ ହେବ।
ଅଧିକ ତଥ୍ୟ ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ
ମୋଟ ପଦବୀ-୪୦୦
ଜୁନିଅର ଏଗ୍ଜିକ୍ୟୁଟିଭ
ସାଧାରଣବର୍ଗଙ୍କ ପାଇଁ-୧୬୩ ପୋଷ୍ଟ,
ଆର୍ଥିକ ଦୁର୍ବଳ ବର୍ଗ ପାଇଁ- ୪୦ ପୋଷ୍ଟ,
ଓବିସି (NCL)- ୧୮୦ ପୋଷ୍ଟ
SC- ୫୯ ପୋଷ୍ଟ,
ST- ୩୦ ପୋଷ୍ଟ,
ଦିବ୍ୟାଙ୍ଗଙ୍କ ପାଇଁ- ୪ ପୋଷ୍ଟ
ଶିକ୍ଷାଗତ ଯୋଗ୍ୟତା- ଇଚ୍ଛୁକ ପ୍ରାର୍ଥୀମାନେ ପଦାର୍ଥ ବିଜ୍ଞାନ ଏବଂ ଗଣିତ କିମ୍ବା ଇଂରାଜୀରେ ଡିଗ୍ରୀ ହାସଲ କରିଥିବା ଦରକାର।
ବୟସ ସୀମା- ସର୍ବାଧିକ ୨୭( ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମା କୋହଳ କରାଯିବ)।
ଦରମା- ବର୍ଷକୁ ପାଖାପଖି ୧୨ ଲକ୍ଷ
କିଭଳି ହେବ ନିଯୁକ୍ତି?
ଅନଲାଇନ୍ ପରୀକ୍ଷାରେ ପ୍ରାର୍ଥୀଙ୍କ ପ୍ରଦର୍ଶନ ଆଧାରରେ ସେମାନଙ୍କୁ ସର୍ଟଲିଷ୍ଟ କରାଯିବ। ସେମାନଙ୍କୁ ଡକ୍ୟୁମେଣ୍ଟ ଯାଞ୍ଚ / ଭଏସ୍ ଟେଷ୍ଟ ପାଇଁ ଡକାଯିବ।
ଆବେଦନ ଫି'- ଆବେଦନ ଫି' ବାବଦକୁ ପ୍ରାର୍ଥୀଙ୍କୁ ୧୦୦୦ ଟଙ୍କା ଦେବାକୁ ପଡିବ। ଏସ୍ସି/ଏସ୍ଟି/ମହିଳା ପ୍ରାର୍ଥୀଙ୍କୁ ୮୧ ଟଙ୍କା ଦେବାକୁ ପଡିବ।
କିଭଳି କରିବେ ଆବେଦନ?
ଆସନ୍ତା ଜୁନ୍ ୧୫, ୨୦୨୨ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ www.aai.aero under tab “CAREERS”କୁ ଯାଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନର କରିବାର ଶେଷ ତାରିଖ ୧୪/୦୭/୨୦୨୨ ରହିଛି। ଅଧିକ ତଥ୍ୟ ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରି ଜାଣିପାରିବେ। official advertisement here
ବୋର୍ଡର ବିଜ୍ଞପ୍ତି ଅନୁଯାୟୀ, କିନ୍ନରମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ତେବେ ପିଡବ୍ଲ୍ୟୁଡି ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ ନାହିଁ।
ଆଶାୟୀ ପ୍ରାର୍ଥୀମାନେ ସେପ୍ଟେମ୍ବର ୧୩ ତାରିଖରୁ ଏଥିପାଇଁ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୪ ରହିଛି।
ବୟସ ସୀମା
ଆଶାୟୀ ପ୍ରାର୍ଥୀଙ୍କ ବୟସ ୧.୧.୨୦୨୧ ସୁଦ୍ଧା ୧୮ ବର୍ଷରୁ କମ୍ ହୋଇ ନଥିବ କି ୨୩ ବର୍ଷରୁ ଅଧିକ ହୋଇ ନଥିବ। ତେବେ ଏସ୍ସି, ଏସ୍ଟି, ଏସ୍ଇବିସି, ହୋମ୍ଗାର୍ଡ ଓ ମହିଳା ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୫ ବର୍ଷ କୋହଳ କରାଯାଇଛି।
ହୋମ୍ଗାର୍ଡଙ୍କ କ୍ଷେତ୍ରରେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ସୁଦ୍ଧା ଜଣେ ଅନବରତ ଭାବେ ୩ ବର୍ଷ ଚାକିରି କରିଥିବା ଆବଶ୍ୟକ। ସେହିପରି ୧.୧.୨୦୨୧ ସୁଦ୍ଧା ତାଙ୍କ ବୟସ ୨୮ ବର୍ଷରୁ କମ୍ ହୋଇଥିବା ଜରୁରୀ।
ଗ୍ରୁପ୍-ଡି ଚାକିରିଆଙ୍କ କ୍ଷେତ୍ରରେ ପ୍ରାର୍ଥୀ ଅତିକମ୍ରେ ୫ ବର୍ଷ ଚାକିରି କରିଥିବା ଆବଶ୍ୟକ। ତା’ସହିତ ତାଙ୍କ ବୟସ ୪୩ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ।
ଶିକ୍ଷାଗତ ଯୋଗ୍ୟତା
ଆଶାୟୀମାନେ ଅତିକମ୍ରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ବା ଇଲେକ୍ଟ୍ରୋନିକ୍ସ ବା ଷ୍ଟାଟିଷ୍ଟିକ୍ ବା କମ୍ପ୍ୟୁଟର ସାଇନ୍ସ ବା ଇନ୍ଫର୍ମମେସନ୍ ଟେକ୍ନୋଲୋଜି ବିଷୟ ଥାଇ ଯୁକ୍ତ ଦୁଇ ପାସ୍ କରିଥିବା ଆବଶ୍ୟକ। ସେହିପରି ଇଞ୍ଜିନିୟରିଂରେ ୩ ବର୍ଷର ଇଞ୍ଜିନିୟରିଂ କୋର୍ସ କରିଥିବା ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ।
ପରୀକ୍ଷା ଓ ଫି’
ଏହି ନିଯୁକ୍ତି ପାଇଁ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ହେବ। ତା’ସହିତ ଶାରୀରିକ ଦକ୍ଷତା ଟେଷ୍ଟ ମଧ୍ୟ ହେବ। ଏସ୍ସି ଓ ଏସ୍ଟି ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କୁ ଏହି ପରୀକ୍ଷା ପାଇଁ ଅନ୍ଲାଇନ୍ରେ ୨୨୦ ଟଙ୍କା ଡିପୋଜିଟ୍ କରିବାକୁ ହେବ।
ଅଧିକ ଜାଣିବା ପାଇଁ ନିମ୍ନରେ ଦିଆଯାଇଥିବା ବିଜ୍ଞପ୍ତିଟିକୁ ଦେଖନ୍ତୁ।
Odisha Police has announced the recruitment of 244 posts of Constable (Communication) in Signals Service. pic.twitter.com/zQXrduIFRV
— Odisha Police (@odisha_police) September 8, 2021
ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା ଓଡ଼ିଶା ସଚିବାଳୟ ସେବା କ୍ୟାଡ଼ରରେ ଖାଲି ପଡ଼ିଥିବା ୭୯୬ଟି ଏଏସଓ ପଦବୀରେ ନିଯୁକ୍ତି ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ବିଜ୍ଞାପନ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା କ୍ଷମତାପ୍ରାପ୍ତ କମିଟି ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।
ଗୃହ ବିଭାଗର ସୂଚନା ଅନୁସାରେ, ୫୩୩ଜଣ ଏଏସଓ ପଦୋନ୍ନତି ପାଇଁ ସେକ୍ସନ ଅଫିସର ଭାବେ କାର୍ଯ୍ୟ କରୁଥିବାରୁ ଏଏସଓରେ ୮୨୨ଟି ପଦବୀ ଖାଲି ପଡ଼ିଛି। ୨୧୦ଟି ଏଏସଓ ପଦବୀ ପୂରଣ ନିମନ୍ତେ ଅର୍ଥ ବିଭାଗ ଚଳିତବର୍ଷ ଫେବୃୟାରୀ ୨୨ତାରିଖରେ ଅନୁମୋଦନ କରିଥିଲା । କିନ୍ତୁ ଏହି ୨୧୦ଟି ଏଏସଓ ପଦବୀ ପାଇଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଏପର୍ଯ୍ୟନ୍ତ ବିଜ୍ଞପ୍ତି ଜାରି କରିନାହାନ୍ତି। ଏବେ ଆଉ ୫୮୬ଟି ଏଏସଓ ପଦବୀରେ ନିଯୁକ୍ତି ନିମନ୍ତେ ଅର୍ଥ ବିଭାଗର ସମ୍ମତି ମିଳିବା ପରେ ଏକକାଳୀନ ୭୯୬ଟି ଏଏସଓ ପଦବୀ ପାଇଁ ଓପିଏସସି କର୍ତ୍ତୃପକ୍ଷ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବେ। ଏହି ମୋଟ ୭୯୬ଟି ପଦବୀ ମଧ୍ୟରୁ ୫୦ ପ୍ରତିଶତ ପଦବୀ(୪୪୭ଟି) ଅଣସଂରକ୍ଷିତ ଥିବାବେଳେ ଅନୁସୂଚିତ ଜନଜାତି(୨୨.୫୦%) ପାଇଁ ୧୭୮ଟି, ଅନୁସୂଚି ଜାତି(୧୬.୨୫%) ବର୍ଗ ନିମନ୍ତେ ୧୦୯ଟି ଓ ଏସଇବିସି(୧୧.୨୫%)ରେ ୬୨ଟି ପଦବୀ ସଂରକ୍ଷିତ ରଖାଯାଇଛି । ଏହି ସମସ୍ତ ପଦବୀ ନିମନ୍ତେ ଚଳିତମାସ ଶେଷ ସୁଦ୍ଧା ଅବା ସେପ୍ଟେମ୍ବର ପ୍ରଥମାର୍ଦ୍ଧରେ ବିଜ୍ଞପ୍ତି ଜାରି ହେବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ସଚିବାଳୟର ୫୦୦ଟି ଏଏସଓ ପଦବୀରେ ନିଯୁକ୍ତି ପାଇଁ ଓପିଏସସି କର୍ତ୍ତୃପକ୍ଷ ୨୦୧୯ ଜାନୁୟାରୀ ୨୦ତାରିଖରେ ପରୀକ୍ଷା କରିଥିଲେ। ପ୍ରାୟ ୨ଲକ୍ଷ ପରୀକ୍ଷାର୍ଥୀ ଏଥିରେ ସାମିଲ ହୋଇଥିଲେ ଓ ରାଜ୍ୟର ୩୩ଟି ଜୋନର ୪୮୪ଟି କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିଲା । ଲିଖିତ ପରୀକ୍ଷା ୧ଲକ୍ଷ ୫୨ହଜାର ୮୧୩ଜଣ ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ସ୍କିଲ ଟେଷ୍ଟ ପାଇଁ ମାତ୍ର ୯୮୩ଜଣ ଯୋଗ୍ୟ ବିବେଚିତ ହୋଇଥିଲେ। ଆଉ ଏଥିରୁ ୯୨୨ଜଣ ସ୍କିଲ ଟେଷ୍ଟ ଦେଇଥିଲେ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଏଏସଓରେ ମୋଟ ୧୫୮୦ଟି ଅନୁମୋଦିତ ପଦବୀ ଥିବାବେଳେ ସେଥିରୁ ମାତ୍ର ୭୫୮ଟି ପଦବୀରେ ଏଏସଓ କାର୍ଯ୍ୟରତ ଅଛନ୍ତି। ବାକି ପଦବୀ ଖାଲି ପଡ଼ିଛି ।
ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି ଯେ, ଓଏଫଏସ କ୍ୟାଡର ପୁନର୍ଗଠନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ରାଜ୍ୟର ଆର୍ଥିକ ପ୍ରଶାସନ ଓ ଉତ୍ତରଦାୟିତ୍ୱ ଅଧିକ ସୁଦୃଢ଼ ହେବ । ଏହି ପୁନର୍ଗଠନ ପରେ ଓଏଫଏସ କ୍ୟାଡ଼ର ପଦବୀ ସଂଖ୍ୟା ୯୧୨ରୁ ୧୦୧୬କୁ ବୃଦ୍ଧି ପାଇବ । ଓଏଫଏସ ଜୁନିୟର ଗ୍ରେଡରେ ୫୮୧ଟି ପଦବୀ, ଓଏଫଏସ(ଏସଏଜି)ରେ ୭୦ଟି ଓ ଓଏଫଏସ (ଏସଏସ)ରେ ୩୧ଟି ପଦବୀ ରହିବ।
ସେହିପରି ଓଡ଼ିଶା ଅଗ୍ନିଶମ ସେବା ‘ସି) ବର୍ଗ ଅଧିକାରୀମାନଙ୍କ ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀ-୨୦୨୧ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। ଆଗ୍ନିକ ପଦବୀ ପାଇଁ ସିଧାସଳଖ ନିଯୁକ୍ତି ପ୍ରକ୍ରିୟାରେ ୧୦୦ ନମ୍ବର ଲିଖିତ ପରୀକ୍ଷା, ଶାରୀରିକ ମାପ ଓ ଦକ୍ଷତାର ପରୀକ୍ଷା କରାଯାଇଥାଏ। ସେହି ବର୍ଗରେ ନିଯୁକ୍ତି ନିମନ୍ତେ ଶିକ୍ଷାଗତ ଯୋଗ୍ୟ ଯୁକ୍ତ ଦୁଇ ଅବା ତଦୁର୍ଦ୍ଧ୍ୱ ହୋଇଥିବାବେଳେ ହୋମଗାର୍ଡମାନଙ୍କ ପାଇଁ
୧୦ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ। ସହାୟକ ଆଗ୍ନିକ ପଦବୀକୁ ଇଚ୍ଛୁକ ଆଗ୍ନିକ ଓ ଆଗ୍ନିକ(ଡ୍ରାଇଭର)ଙ୍କ ମଧ୍ୟରୁ ଚୟନ କରାଯିବ।
ସେହିପରି କ୍ୟାବିନେଟ ବୈଠକରେ ଓଡ଼ିଶା ଲୋକସେବା ଆୟୋଗ ସଦସ୍ୟ ଭାବେ ଅଞ୍ଜନ କୁମାର ମାଣିକଙ୍କ ନିଯୁକ୍ତିକୁ ପିଛିଲା ଭାବେ ଅନୁମୋଦନ, ଓଡ଼ିଶା ପ୍ରାଇଭେଟ୍ ସିକ୍ୟୁରିଟି ଏଜେନ୍ସୀ ରୁଲ-୨୦୨୧, ଓଡ଼ିଶା ଫୁଡ୍ ସେଫ୍ଟି ଲ୍ୟାବ କ୍ୟାଡ଼ର(ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ରୁଲ-୨୦୨୧, ଓଡ଼ିଶା ଜେଲ ସର୍ଭିସ(ଏ ଓ ବି ଗ୍ରେଡ୍) ମେଥଡ୍ ରୁଲ, ଓଡ଼ିଶା ଫାୟାର ସର୍ଭିସ (ଏ ଓ ବି ଗ୍ରେଡ୍ ) ମେଥଡ୍ ରୁଲ-୨୦୨୧କୁ ପ୍ରଣୟନକୁ ଅନୁମୋଦନ ସମେତ ଓଡ଼ିଶା ଜିଏସଟି ଆଇନରେ ସଂଶୋଧନ ଓ ଓଡ଼ିଶା ଲେବର ସର୍ଭିସ ରୁଲ୍ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି।
୪୭୭ଟି ପୁଲିସ୍ ସବ୍ଇନ୍ସପେକ୍ଟର ପଦବୀ ପାଇଁ ମୋଟ ୧ ଲକ୍ଷ ୩୨ ହଜାର ୪୯୬ ଜଣ ଆଶାୟୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ୯୭, ୫୦୬ ଜଣ ପୁରୁଷ ଥିବା ବେଳେ ୩୪, ୯୬୪ ଜଣ ମହିଳା ରହିଛନ୍ତି।
ଏହି ପଦବୀରେ ନିଯୁକ୍ତି ପାଇଁ ଜୁନ୍ ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜୁନ୍ ୨୨ରୁ ଅନ୍ଲାଇନ୍ ଆବେଦନ ଆରମ୍ଭ ହୋଇଥିଲା ଓ ଜୁଲାଇ ୧୫ ତାରିଖରେ ଶେଷ ହୋଇଥିଲା।
ଏହି ପଦବୀ ପାଇଁ କିନ୍ନର ମାନେ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା। ଆଉ ୨୬ ଜଣ କିନ୍ନର ଏଥିପାଇଁ ଆବେଦନ କରିବା ବହୁତ ଗୁରୁତ୍ୱବହନ କରୁଛି ବୋଲି କୁହାଯାଉଛି।
ମୋଟ ପଦବୀ- ୩୩୭୮
କ୍ୟାରିଜ ୱର୍କସ୍, ପେରମ୍ବୁର- ୯୩୬
ଗୋଲ୍ଡନରକ୍ ୱର୍କସପ୍- ୭୫୬
ସିଗ୍ନାଲ ଏବଂ ଟେଲିକମ୍ ୱର୍କସପ୍, ପୋଦନୁର-୧୬୮୬
ଶିକ୍ଷାଗତ ଯୋଗ୍ୟତା: ଏଥିପାଇଁ ୧୦ମ ପାସ୍ କିମ୍ବା ଆଇଆଇଟି ପାସ୍ ହୋଇଥିବା ପ୍ରାର୍ଥିମାନେ ଆବେଦନ କରିପାରିବେ।
ବୟସ ସୀମା: ୧୫ରୁ ୨୪ ବର୍ଷ। ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମା କୋହଳ ରହିବ।
କିଭଳି କରିବେ ଆବେଦନ: ଆଗ୍ରହୀ ପ୍ରାର୍ଥୀମାନେ ଜୁନ୍ ୧ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଅନଲାଇନ୍ ମୋଡରେ ସେମାନଙ୍କର ଆବେଦନପତ୍ର ଦାଖଲ କରିପାରିବେ । ଜେନେରାଲ ଏବଂ ଓବିସି ବର୍ଗ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏସ୍ସି / ଏସ୍ଟି / ପିଡବ୍ଲୁବିଡି ବର୍ଗର ମହିଳା ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ । ଅନଲାଇନ୍ ମୋଡ୍ରେ ହିଁ ପ୍ରାର୍ଥୀମାନେ ଆବେଦନ ଫି’ ପ୍ରଦାନ କରିବେ। ଆବେଦନର ଶେଷ ତାରିଖ ଜୁନ୍ ୩୦ ରହିଛି ।
ଏହି ରିକ୍ରୁଟ ଜରିଆରେ ମୋଟ ୫ହଜାର ନିୟମିତ ଓ ୨୩୭ଟି ବ୍ୟାକଲଗ୍ ପଦବୀରେ ନିଯୁକ୍ତି ମିଳି ବ । ପ୍ରାର୍ଥୀଙ୍କୁ ଦୁଇଟି ପରୀକ୍ଷା ଯଥା ପ୍ରିଲିମିନାରୀ ଓ ମେନ୍ ଜରିଆରେ ଚୟନ କରାଯିବ। ପ୍ରିଲିମିନାରୀ ପରୀକ୍ଷା ଜୁନ୍ ମାସରେ ହେବ।
ଏହି ପଦବୀ ପାଇଁ ଆବେଦନ କରିବାର ବୟସ ସୀମା ଏପ୍ରିଲ୍ ୧ ତାରିଖ ସୁଦ୍ଧା ୨୦ରୁ ୨୮ ବର୍ଷ ହୋଇଥିବା ଜରୁରୀ। ପ୍ରିଲିମିନାରୀ ପରୀକ୍ଷା ଅନଲାଇନରେ ଆୟୋଜିତ କରାଯିବ। ପରୀକ୍ଷାରେ ମୋଟ ୧୦୦ ମାର୍କ ପାଇଁ ଅବଜେକ୍ଟିଭ୍ ଟାଇପ ପ୍ରଶ୍ନ ରହିବ। ପରୀକ୍ଷା ପୂରଣ କରିବା ପାଇଁ ମାତ୍ର ୧ ଘଣ୍ଟାର ସମୟ ଦିଆଯିବ, ଯେଉଁଥିରେ ତିନୋଟି ସେକ୍ସନ୍ (ଇଂରାଜୀ ଭାଷା, ନ୍ୟୁମେରିକାଲ୍ ଆବିଲିଟୀ ଓ ରିଜନିଙ୍ଗ୍ ଆବିଲିଟୀ) ରହିବ।
ଆବେଦନ ଆରମ୍ଭ: ଏପ୍ରିଲ୍ ୨୭, ୨୦୨୧
ଆବେଦନର ଶେଷ ତାରିଖ: ମେ’ ୧୭, ୨୦୨୧
ପୁନଃପରୀକ୍ଷା ଟ୍ରେନିଂ କଲ୍ ଲେଟର୍: ମେ’ ୨୬, ୨୦୨୧
ପ୍ରିଲିମିନାରୀ ପରୀକ୍ଷା: ଜୁନ୍, ୨୦୨୧
ମେନ୍ ପରୀକ୍ଷା: ଜୁଲାଇ ୩୧, ୨୦୨୧
ଆବେଦନ ଫି’: ଜେନେରାଲ୍ କିମ୍ବା ଓବିସି ଓ ଇଡବ୍ଲ୍ୟୁସି ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ଫି ୭୫୦ ଟଙ୍କା ରଖାଯାଇଛି । ଅନ୍ୟପକ୍ଷରେ ଏସସି/ଏସଟି/ପିଡବ୍ଲ୍ୟୁଡି/ଏକ୍ସଏସ୍/ଡିଏକ୍ସଏସ୍ ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ଆବେଦନ ସମ୍ପୂର୍ଣ୍ଣ ମାଗଣା।
ମୋଟ ପଦବୀ
ବିଜ୍ଞପ୍ତି ଅନୁଯାୟୀ ଚିଫ ଡାଟା ଅଫିସର-୧, ହେଡ୍ ପ୍ରୋଗ୍ରାମ ମ୍ୟାନେଜମେଣ୍ଟ ଆଣ୍ଡ ଆଇଟି କପ୍ଲାୟଂସ-୧, ଡିପେଟୁ ଚିଫ୍ ଟେକ୍ନୋଲଜୀ ଅଫିସର-୨, ଚିଫ୍ ଇନ୍ଫରମେଶନ ସିକ୍ୟୁରିଟି ଅଫିସର-୧ ଓ ହେଡ୍ ଡିଜିଟାଲ ବ୍ୟାଙ୍କିଙ୍ଗରେ ୧ ପଦବୀ ଖାଲି ରହିଛି। ଏହି ସବୁ ପଦବୀ ପାଇଁ ଚୟନ କରାଯାଇଥିବା ପ୍ରାର୍ଥୀଙ୍କୁ ମୁମ୍ବାଇ ଲୋକେସନ୍ରେ ନିଯୁକ୍ତ କରାଯିବ।
ଶିକ୍ଷାଗତ ଯୋଗ୍ୟତା: ଏହି ପଦବୀରେ ଆବେଦନ କରୁଥିବା ପ୍ରାର୍ଥୀମାନେ ସମ୍ପୃକ୍ତ କ୍ଷେତ୍ରରେ ପୂର୍ଣ୍ଣ ସମୟ ମାଷ୍ଟର କିମ୍ବା ସ୍ନାତକ ଡିଗ୍ରୀ ହାସଲ କରିଥିବା ଉଚିତ୍। ଏହା ବ୍ୟତୀତ, ସେମାନଙ୍କର ସମ୍ପୃକ୍ତ କ୍ଷେତ୍ରରେ ୧୮ ରୁ ୨୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୪୫ ବର୍ଷ ହେବା ଉଚିତ୍।
କିଭଳି କରିବେ ଆବେଦନ: ଏହି ସବୁ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ବିଜ୍ଞପ୍ତିରେ ଦିଆଯାଇଥିବା ସୂଚନା ଅନୁଯାୟୀ ଜରୁରୀ ଦସ୍ତାବିଜ ସହ recruitment@idbi.co.in ରେ ଆବେଦନ କରିପାରିବେ। ଏହାବ୍ୟତୀତ ଆଇଡିବିଆଇ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ www.idbibank.in କୁ ଯାଇ ମଧ୍ୟ ଆବେଦନ କରିପାରିବେ।
ଆବେଦନ କରିବାର ଶେଷ ତାରିଖ ମେ' ୩ ତାରିଖ ରହିଛି। ଇଣ୍ଟରଭ୍ୟୁ ଆଧାରରେ ସମସ୍ତ ପ୍ରାର୍ଥୀଙ୍କ ଚୟନ କରାଯିବ।
ମୋଟ ପଦବୀ-୫୦
ବିଜ୍ଞପ୍ତି ଅନୁଯାୟୀ, ୨୨ ଟି ଇଲେକ୍ଟ୍ରିକାଲ ଟ୍ରେଡ୍, ମେକାନିକଲ ପାଇଁ ୧୪ଟି ଏବଂ ଇଲେକ୍ଟ୍ରୋନିକ୍/ଇଂଷ୍ଟୁମେଣ୍ଟେସନ ପାଇଁ ୧୪ଟି ପଦବୀ ରହିଛି। ପ୍ରାରମ୍ଭରେ ସମସ୍ତଙ୍କୁ ଏକ ବର୍ଷର ତାଲିମ ଦିଆଯିବ, ଏହା ପରେ ଏକ ଚୁକ୍ତି ସ୍ୱାକ୍ଷର ହେବ । ଏହି ଆଧାରରେ ନିଯୁକ୍ତ ପ୍ରାର୍ଥୀଙ୍କୁ NTPCରେ ଅତି କମରେ ତିନି ବର୍ଷ କାମ କରିବାକୁ ପଡିବ।
ଶିକ୍ଷାଗତ ଯୋଗ୍ୟତା: ଏହି ସବୁ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ସମ୍ପୃକ୍ତ ଟ୍ରଡ୍ରେ ୪ ବର୍ଷର ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ଉଚିତ୍। ଏହା ବ୍ୟତୀତ ଆବେଦନକାରୀଙ୍କ ସର୍ବାଧିକ ବୟସ ୨୭ ବର୍ଷ ହେବା ଉଚିତ୍। ସଂରକ୍ଷିତ ବର୍ଗର ଆବେଦନକାରୀମାନେ ନିୟମ ଅନୁଯାୟୀ ବୟସ ସୀମାରେ ଛାଡ ପାଇପାରିବେ।
କିଭଳି କରିବେ ଆବେଦନ: ଏହି ସବୁ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ NTPC ଲିମିଟେଡ୍ର ଅଫିସିଆଲ୍ ୱେବସାଇଟ୍ https://www.ntpc.co.in ଲଗ୍ଇନ୍ କରନ୍ତୁ। ଏଠାରେ ଆପଣ ନିଯୁକ୍ତି ବିଜ୍ଞପ୍ତି ଏବଂ ଆବେଦନ ଫର୍ମ ପାଇଁ ଲିଙ୍କ୍ ପାଇବେ। ଏହି ଲିଙ୍କରେ କ୍ଲିକ୍ କରିବା ପରେ ଆପଣଙ୍କୁ ପଞ୍ଜିକରଣ କରିବାକୁ ପଡିବ ଏବଂ ଆପଣଙ୍କର ସମ୍ପୂର୍ଣ୍ଣ ବିବରଣୀ ପୂରଣ କରିବାକୁ ପଡିବ । ଆବେଦନ ଶେଷ ହେବା ପରେ, ପ୍ରାର୍ଥୀଙ୍କୁ NTPC ତରଫରୁ ପରବର୍ତ୍ତୀ ପ୍ରକ୍ରିୟା ବିଷୟରେ ଅବଗତ କରାଯିବ। ଆବେଦନ କରିବାର ଶେଷ ତାରିଖ ଆସନ୍ତା ମେ' ୬ ତାରିଖ ରଖାଯାଇଛି।
ମୋଟ ପଦବୀ-୩୮
ପ୍ରିନ୍ସିପାଲ୍ ମ୍ୟାନେଜର-୧ପଦ,
ଯୁଗ୍ମ ନିର୍ଦ୍ଦେଶକ-୧୨
ସିନିୟର ମ୍ୟାନେଜର-୨,
ଡେପୁଟି ଡାଇରେକ୍ଟର-୧୭,
ମ୍ୟାନେଜର-୬
ଶିକ୍ଷାଗତ ଯୋଗ୍ୟତା: ଏହି ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ରହିଛି। ପ୍ରିନ୍ସିପାଲ ମ୍ୟାନେଜର, ସିନିଅର ମ୍ୟାନେଜର ଏବଂ ମ୍ୟାନେଜର ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଜର୍ଣ୍ଣାଲିଜିମ, ମାସ କମ୍ୟୁନିକେଶନ, ପବ୍ଲିକ ରିଲେସନ ବା ମାର୍କେଟିଂରେ ଡିଗ୍ରୀ ହାସଲ କରିଥିବା ଉଚିତ। ଯୁଗ୍ମ ନିର୍ଦ୍ଦେଶକ, ଡେପୁଟି ଡାଇରେକ୍ଟର ଓ ସିନିୟର ମ୍ୟାନେଜର(IT) ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀ ଟେକ୍ନିକାଲରେ ଡିଗ୍ରୀ ହାସଲ କରିଥିବା ଉଚିତ।
କିଭଳି କରିବେ ଆବେଦନ: ଖାଦ୍ୟ ସୁରକ୍ଷା ବିଭାଗର ଅଫିସିଆଲ ୱେବସାଇଟ୍ https://www.fssai.gov.in ରେ ଲଗ୍ଇନ୍ କରି ସେଥିରେ ଦିଆଯାଇଥିବା ଆବେଦନ ଫର୍ମ ଲିଙ୍କକୁ କ୍ଲିକ କରିବା ପରେ ଫର୍ମ ପୂରଣ କରିବାର ପୂରା ପ୍ରକ୍ରିୟା ସେଠାରୁ ହିଁ ପାଇପାରିବେ। ଯଦି ଆବେଦନ ଫର୍ମରେ ତ୍ରୁଟି ଥାଏ ତେବେ ଏହା ରିଜେକ୍ଟ ହୋଇପାରେ ତେଣୁ ସାବଧାନର ସହ ଫର୍ମ ପୂରଣ କରନ୍ତୁ।
ଆବେଦନର ଶେଷ ତାରିଖ: ବିଜ୍ଞପ୍ତି ଅନୁଯାୟୀ, ଏହି ସବୁ ପଦବୀ ପାଇଁ ଏପ୍ରିଲ ୧୬ ତାରିଖରୁ ଆବେଦନ ଆରମ୍ଭ ହୋଇଛି। ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ ମେ' ୧୫ ସ୍ଥିର କରାଯାଇଛି।
ଡାକ ବିଭାଗ ପକ୍ଷରୁ ଜାରି ହୋଇଥିବା ଅଫିସିଆଲ୍ ନୋଟିଫିକେସନ୍ ପଢ଼ିବା ପରେ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ। ଆବେଦନ ପତ୍ରରେ କୌଣସି ଭୁଲ୍ କିମ୍ବା ଅଭାବ ଥିଲେ, ଏହାକୁ ଖାରଜ କରିଦିଆଯିବ।
ଶିକ୍ଷାଗତ ଯୋଗ୍ୟତା: ଆବେଦନ ପାଇଁ ପ୍ରାର୍ଥୀଙ୍କୁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଦଶମ ପାସ୍ କରିଥିବା ଦରକାର। ଏହାସହ ଆବେଦନକାରୀ ସ୍ଥାନୀୟ ଭାଷା ଓ ଇଂରାଜୀ ଭାଷା ଜାଣିଥିବା ଦରକାର।
ବୟସ ସୀମା: ଏହି ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ। ଅନ୍ୟପକ୍ଷରେ ଓବିସି ବର୍ଗର ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ତିନି ବର୍ଷ ଏବଂ ଏସସି ଓ ଏସଟି ବର୍ଗରେ ପ୍ରାର୍ଥୀଙ୍କୁ ୫ ବର୍ଷର ସଂରକ୍ଷଣ ମିଳିବ। ଆବେଦନ ପ୍ରକ୍ରିୟା ଏପ୍ରିଲ୍ ୧୫, ୨୦୨୧ରୁ ଆରମ୍ଭ ହୋଇଯାଇଛି। ଅନଲାଇନ୍ ଆବେଦନର ଶେଷ ତାରିଖ ୨୧ ଏପ୍ରିଲ୍ ପର୍ଯ୍ୟନ୍ତ ରହିଛି।
ଚୟନ ପ୍ରକ୍ରିୟା: ମେରିଟ୍ ଲିଷ୍ଟ ଆଧାରରେ ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ କରାଯିବ। ଏହା ଉପରେ ଅଧିକ ସୂଚନା ପାଇଁ ଅଫିସିଆଲ୍ ନୋଟିଫିସେନ ଦେଖିପାରିବେ। ମନୋନୀତ ପ୍ରାର୍ଥୀଙ୍କର ନିଯୁକ୍ତି ଛତିଶଗଡ଼ ଓ କେରଳର ସର୍କଲରେ କରାଯିବ।
ଟିସିଏସର ଏଚଆର୍ ମିଲିନ୍ଦ ଲକ୍କର କହିଛନ୍ତି, ଆମର ଅପରେଟିଂ ମଡେଲ୍ ବହୁତ ଭଲ। ଯାହା କ୍ୟାମ୍ପସରୁ ଆସୁଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ଏବେ ବର୍ଷକୁ ଚାରିଥର ଜାତୀୟ କ୍ୱାଲିଫାୟର୍ ଟେଷ୍ଟ ହେଉଛି, ଯାହା ଆମକୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ସହାୟକ ହେଉଛି।
ସେହିପରି ଭାରତର ଦ୍ୱିତୀୟ ସବୁଠାରୁ ବଡ଼ ସଫ୍ଟୱେର୍ ସର୍ଭିସେସ୍ ଏକ୍ସପୋର୍ଟ ଇନଫୋସିସ୍ ଚଳିତ ବର୍ଷ ଭାରତ ଓ ବିଦେଶୀ କଲେଜର ୨୬ହଜାର ଫ୍ରେସର୍ସକୁ ନିଯୁକ୍ତି ଦେବାକୁ ଘୋଷଣା କରିଛି। କମ୍ପାନୀର ଚତୁର୍ଥ ତୈମାସିକ (ଜାନୁଆରୀରୁ ମାର୍ଚ୍ଚ) ପାଇଁ ଆଟାଚମେଣ୍ଟ ରେଟ୍ ମଧ୍ୟ ପ୍ରାୟ ଦୁଇଗୁଣା ହୋଇ ୧୫% ହୋଇଛି। କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରବୀଣ କୁମାର ରାଓ କହିଛନ୍ତି, କମ୍ପାନୀ ତା'ର କର୍ମଚାରୀଙ୍କ ସହ ଲଗାତର ଏନେଇ ଆଲୋଚନା କରୁଛି।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୦୨୧ରେ ଶେଷ ହୋଇଥିବା ଚତୁର୍ଥ ତୈମାସିକରେ ଟିସିଏସର ଲାଭାଂଶ ୧୪.୯ ପ୍ରତିଶତରୁ ବଢ଼ି ୯୨୪୬ କୋଟି ଟଙ୍କା ହୋଇଛି। ଟିସିଏସ୍ ଶେଆର୍ ବଜାରକୁ ସୂଚନା ଦେଇ କହିଛି ଯେ ବର୍ଷକ ତଳେ ଅର୍ଥାତ୍ ୨୦୧୯-୨୦ର ଏହି ତୈମାସିକରେ କମ୍ପାନୀକୁ ୮୦୪୯ କୋଟି ଟଙ୍କାର ଲାଭ ହୋଇଥିଲା। ଅନ୍ୟପକ୍ଷରେ କମ୍ପାନୀର ଆୟ ୨୦୨୦-୨୧ର ଚତୁର୍ଥ ତୈମାସିକ (ଜାନୁଆରୀ-ମାର୍ଚ୍ଚ)ରେ ୯.୪ ପ୍ରତିଶତ ବଢ଼ି ୪୩,୭୦୫ କୋଟି ଟଙ୍କାରେ ପହଞ୍ଚିଛି। ବର୍ଷକ ତଳେ ଏହି ତୈମାସିକ ଆୟ ୩୯,୯୪୬ କୋଟି ଟଙ୍କା ଥିଲା।
ସେହିପରି ମାର୍ଚ୍ଚ, ୨୦୨୧ରେ ଇନଫୋସିସ ତୈମାସିକ ଲାଭ ୧୭.୫ ପ୍ରତିଶତ ବଢ଼ି ୫,୦୭୬ କୋଟି ଟଙ୍କାରେ ପହଞ୍ଚିଛି। କମ୍ପାନୀ ଏହାସହ ସର୍ବାଧିକ ୧୭୫୦ ଟଙ୍କା ପ୍ରତି ଶେଆର ଦରରେ ୯୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଶେଆରକୁ ପୁଣିଥରେ କିଣିବାକୁ ଘୋଷଣା କରିଛି।