ମନୁ- ଆରେ, ନର୍ସ ବାରମ୍ବାର କହୁଥିଲା ଯେ ଡରନି, କିଛି ହବନି...। ଏଇଟା ମାତ୍ର ଗୋଟାଏ ଛୋଟ ଅପରେସନ୍!
ପପୁ- ତା’ହେଲେ ଏଥିରେ ଡରିବାର କଣ ଅଛି...? ଠିକ କଥା ତ କହୁଥିଲେ ନର୍ସ!
ମନୁ- ନା ରେ, ସେ ଏଇ କଥା ମୋତେ ନାହିଁ, ଡାକ୍ତରଙ୍କୁ କହୁଥିଲା... ! ! !
ଏହା ଶୁଣି ପପୁ ମୁଣ୍ଡରେ ହାତ ଦେଇ ବସିଲା...
ଟୟଲେଟ୍ ସିଟରେ ବସିଲା ମାତ୍ରକେ ସାମନା କାନ୍ଥରେ କିଛି ଲେଖା ହୋଇଥିବାର ଦେଖିଲା।
ସେଥିରେ ଲେଖା ହୋଇଥିଲା-
'ଏତିକି ପରିଶ୍ରମ ଯଦି ପାଠ ପଢ଼ାରେ କରିଥାନ୍ତ, ତା’ ହେଲେ ଆଜି ଗୋଟାଏ ଭଲ ସିଟରେ ବସିଥାନ୍ତ'।
ଭୁମିକମ୍ପ ନା କଣ....!
ମନୁ - ଆରେ ନା, ଚୁପଚାପ୍ ସୋଇପଡ଼େ।
ଘର ଭୁଶୁଡ଼ି ପଡ଼ିଲେ ଆମର କିଛି ଯିବନି, ଆମେ ତ ଭଡ଼ାଟିଆ...!!!
ମ୍ୟାଡମ- ପିଲା ମାନେ, ତୁମ ମାନଙ୍କ ଭିତରୁ ସାହାସୀ କିଏ?
ପ୍ରଶ୍ନ ଶୁଣି ସମସ୍ତେ ହାତ ଉଠେଇଲେ। ଏହା ଦେଖି ମ୍ୟାଡମ ଆଉ ଏକ ପ୍ରଶ୍ନ କଲେ-
ମ୍ୟାଡମ- କହିଲ ଦେଖି, ଯଦି ତୁମ ସ୍କୁଲ ଆଗରେ କେହି ଜଣେ ବୋମା ରଖି ଦିଏ, ତା’ ହେଲେ ତୁମେ କଣ କରିବ?
ଏଥରକ ପ୍ରଶ୍ନ ଶୁଣି ପପୁ ହାତ ଉଠାଇ କହିଲା- ମ୍ୟାଡମ, ଗୋଟାଏ, ଦୁଇ ମିନିଟ ଦେଖିବି। କେହି ଯଦି ବୋମା ଟେକି ନେଇଗଲେ ଭଲ ନ ହେଲେ ତାକୁ ଷ୍ଟାଫରୂମରେ ଥୋଇ ଆସିବି।
ଉତ୍ତର ଶୁଣି ମ୍ୟାଡମ ବେହୋସ୍।