ପ୍ରାୟ ୪୦ ଯାତ୍ରୀଙ୍କୁ ଧରି ଏକ ଯାତ୍ରୀବାହୀ ବସ୍ ଆଜି ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା । ଅପରାହ୍ନ ପ୍ରାୟ ୧ଟା ପରେ ବସ୍ଟି ବାଲୁଗାଁ ବ୍ଲକ୍ ଅଧୀନ ୧୬ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକରେ ପହଞ୍ଚିଥିଲା। ଉକ୍ତ ସମୟରେ ବସ୍ର ବେଗ କମ୍ ଥିଲା। ସେତେବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ମାଛ ବୋଝେଇ ଟ୍ରକ୍ ବସ୍କୁ ପିଟିଥିଲା।
ଏହି ଦୁର୍ଘଟଣାରେ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତୁରନ୍ତ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଛି ।
ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଛାଡ଼ି ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ବସ୍ର ଅନ୍ୟ ଯାତ୍ରୀମାନଙ୍କ ପାଇଁ ଆଉ ଏକ ଗାଡ଼ି ବ୍ୟବସ୍ଥା କରାଯାଇ ସେମାନଙ୍କୁ ଭୁବନେଶ୍ୱର ଅଭିମୁଖେ ପଠାଯାଇଛି।
ସରପଞ୍ଚଙ୍କ ସ୍ୱାମୀ ମାଡ଼ରେ ଆହତ ଯୁବକଙ୍କ ନାଁ ସନ୍ତୋଷ କୁମାର ବେହେରା। ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣା ତାଙ୍କ ପକ୍ଷରୁ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।
ସୂଚନା ଅନୁସାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଫଳକ ମାରି ବ୍ୟାପକ ହରିଲୁଟ ହେଉଥିବା ଅଭିଯୋଗ କରି ଶଗଡ଼ଭଙ୍ଗା ପଞ୍ଚାୟତର ଯୁବକ ସନ୍ତୋଷ ବେହେରା ବେଗୁନିଆ ବିଡିଓଙ୍କୁ ଆରଟିଆଇରେ ତଥ୍ୟ ମାଗିଥିଲେ। ଆଉ ତଥ୍ୟ ମିଳିବା ପୂର୍ବରୁ ଶଗଡ଼ଭଙ୍ଗା ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଦୁର୍ଗା ଚରଣ ସ୍ୱାଇଁ ତାଙ୍କୁ ସର୍ବସାଧାରଣରେ ନିସ୍ତୁକ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ଦୁର୍ଗାଙ୍କ ଆକ୍ରମଣରେ ସନ୍ତୋଷଙ୍କ ପେଟ ଓ ଛାତିରେ ଆଘାତ ଲାଗିଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆରଟିଆଇରେ ତଥ୍ୟ ନ ମାଗିବାକୁ ସରପଞ୍ଚଙ୍କ ସ୍ୱାମୀ ତାଙ୍କୁ କହିଥିବା ସନ୍ତୋଷ କୁମାର ବେହେରା କହିଛନ୍ତି।
ପଞ୍ଚାୟତରେ ଏଭଳି ଘଟଣା ପରେ ଏକ ଭୟର ବାତାବରଣ ସୃଷ୍ଟି କରାଯାଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଅନ୍ୟପଟେ ସରପଞ୍ଚଙ୍କ ସ୍ୱାମୀ ଦୁର୍ଗାଚରଣ ତାଙ୍କ ନାମରେ ଆସିଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି।
ଏପରି ଏକ ଲୋମଟାଙ୍କୁରା ଘଟଣା ଖୋର୍ଦ୍ଧା ଷ୍ଟେସନରେ ଘଟିଥିବା ବେଳେ ଏହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଦେବଦୂତ ସାଜି ମହିଳାଙ୍କ ଜୀବନ ବଞ୍ଚାଇଥିବା ହେଡ କନଷ୍ଟେବଳଜଣକ ହେମାବତୀ ବେହେରା ବୋଲି ଜଣାଯାଇଛି।
ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି, ଋଷିକେଶ - ପୁରୀ ଉତ୍କଳ ଏକ୍ସପ୍ରେସର ଟ୍ରେନ୍ଟି ଟ୍ରାକ୍ରେ ଗଡ଼ିବାକୁ ଆରମ୍ଭ କରିବା ପରେ ନାଗପୁରର ମନୋରମା ଶ୍ରୀବାସ୍ତବ ନାମ୍ନୀ ଯାତ୍ରୀ ସେଥିରେ ଚଢ଼ିବାକୁ ଉଦ୍ୟମ କରିଥିଲେ। ମାତ୍ର ସେ ଟ୍ରେନ୍ରେ ଚଢ଼ି ପାରି ନ ଥିବା ବେଳେ ଖସି ପଡ଼ିଥିଲେ।
ମହିଳାଜଣକ ଟ୍ରାକ୍କୁ ଖସିବା ପୂର୍ବରୁ ସେଠାରେ କାର୍ଯ୍ୟରତ ହେଡ କନଷ୍ଟେବଳଜଣକ ହେମାବତୀ ବେହେରା ଦୌଡ଼ି ଯାଇ ତାଙ୍କୁ ଟାଣି ଆଣିଥିଲେ। ଫଳରେ ମହିଳାଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ। ଟ୍ରେନ ଅତିକ୍ରମ କରିବା ପରେ ତାଙ୍କୁ ସୁରକ୍ଷିତ ସହ ଉଦ୍ଧାର କରାଯାଇଛି । ଏପରି କାମ କରି ଦେବଦୂତ ପାଲଟିଥିବା ମହିଳା ହେଡ କନଷ୍ଟେବଳଙ୍କୁ ସମସ୍ତେ ପ୍ରଶଂସାରେ ପୋତି ପକାଇଛନ୍ତି।
ଯାଜପୁର ଅଞ୍ଚଳର ରାନୀ(ଛଦ୍ମନାମ) ରାଜଧାନୀ ଭୁବନେଶ୍ୱର ଯାଆଁଳାରେ ଥିବା ଏକ ଗାଡ଼ି ଶୋ ରୁମ୍ରେ ଚାକିରି କରନ୍ତି। ସେଠାରେ ଚାକିରି କରୁଥିବା ବେଳେ ଜଟଣୀ ବାଛେରା ଅଞ୍ଚଳର ଏସ.କେ. କୁତୁବୁଦ୍ଦିନଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ପରସ୍ପରକୁ ଭଲ ପାଉଥିଲେ। କୌଣସି କାରଣରୁ ଦୀର୍ଘ ଦିନର ପ୍ରେମ ସମ୍ପର୍କରେ ପଡ଼ିଥିଲା ଭଟା। ଆଉ ତା’ପରେ କୁତୁବୁଦ୍ଦିନଙ୍କଠାରୁ ଦୂରେଇ ଯାଇଥିଲେ ରାନୀ। ଯେଉଁଥିପାଇଁ ପ୍ରେମିକ ପ୍ରବର କୁତୁବୁଦ୍ଦିନଙ୍କ ଅକଲ ଗୁଡୁମ୍ ହୋଇଯାଇଥିଲା। ପ୍ରତିଶୋଧ ପରାୟଣ ହୋଇଯାଇଥିଲେ।
ସବୁଦିନ ପରି ମଙ୍ଗଳବାର ରାନୀ ଅଫିସ ଆସିଥିଲେ। ଅଫିସ୍ କାମ କରୁଥିବା ବେଳେ ତାଙ୍କ ମୋବାଇଲ୍କୁ ଆସିଥିଲା କୁତୁବୁଦ୍ଦିନଙ୍କ ଫୋନ୍ କଲ। ଫୋନ୍ ରିସିଭ୍ କରିବା ପରେ ଖାଇବା ବାହାନାରେ ବାହାରକୁ ଆସିବା ପାଇଁ ରାନୀଙ୍କୁ ଡାକିଥିଲେ କୁତୁବୁଦ୍ଦିନ। ତାଙ୍କ କଥା ରକ୍ଷା କରି ଆସିଥିଲେ ରାନୀ। ବରୁଣେଇ ଶିଳ୍ପାଞ୍ଚଳରେ ରାନୀଙ୍କୁ ଛୁରୀରେ ଆକ୍ରମଣ କରିଥିଲେ କୁତୁବୁଦ୍ଦିନ। ତାଙ୍କ ଶରୀରରେ ୧୦ରୁ ଅଧିକ ଥର ଛୁରା ଭୁଷିଥିଲେ। ପରେ ତାଙ୍କ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ଠିକ୍ସେହି ସମୟରେ ରାନୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଦୌଡ଼ି ଆସିଥିଲେ। ଲୋକଙ୍କୁ ଦେଖି କୁତୁବୁଦ୍ଦିନ ସେଠାରୁ ଫେରାର ହୋଇଯାଇଥିଲେ।
ସ୍ଥାନୀୟ ଲୋକେ ରାନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଏବେ ତାଙ୍କର ଚିକିତ୍ସା ଚାଲିଛି। ପୀଡ଼ିତାଙ୍କ ଭାଇ ଆଜି ଏନେଇ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ପୀଡ଼ିତାଙ୍କ ବୟାନ୍ ରେକର୍ଡ କରିଛି। ପରେ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରି କୋର୍ଟ ଚଲାଣ କରିଦେଇଛି।
ରିପୋର୍ଟ- ଖୋର୍ଦ୍ଧାରୁ ବଳରାମ ଲେଙ୍କା
ଜଙ୍କିଆ ଥାନା ଶଗଡଭଙ୍ଗା ଗାଁର ରଶ୍ମିରଞ୍ଜନ ବଳିୟାରସିଂହ ପେଶାରେ ଜଣେ କଳାକାର। ଠିକ୍ ସେମିତି ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳର ସୋମନାଥ ଲାଠ ମଧ୍ୟ ଜଣେ କଳାକାର। ହେଲେ ସେ ଜଣେ କିନ୍ନର। ଉଭୟ ଏକାଠି ବିଭିନ୍ନ ଯାତ୍ରା ପାର୍ଟିରେ ଅଭିନୟ କରୁଥିଲେ। ସାଙ୍ଗରେ ଅଭିନୟ କରୁଥିବା ବେଳେ ରଶ୍ମିରଞ୍ଜ ଓ ସୋମନାଥଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା। ସୋମନଥ ଜଣେ କିନ୍ନର ହୋଇଥିବା ସତ୍ତ୍ୱେ ରଶ୍ମିରଞ୍ଜନ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା। ଯେଉଁଥିପାଇଁ ଦୀର୍ଘ ବର୍ଷ ଧରି ରଶ୍ମିଙ୍କ ଘରେ ରହୁଥିଲେ ସୋମନାଥ।
ଯାତ୍ରା ଅଭିନୟ କରୁଥିବା ବେଳେ ରଶ୍ମିରଞ୍ଜନ ତାଙ୍କର ଜଣେ ସାଥୀ କଳାକାର(ଅଭିନେତ୍ରୀ)ଙ୍କ ପ୍ରେମରେ ପଡ଼ିଥିଲେ। ହେଲେ ଅଭିନେତ୍ରୀଙ୍କ ସହିତ ଗଢ଼ି ଉଠିଥିବା ରଶ୍ମିଙ୍କ ପ୍ରେମ ସମ୍ପର୍କକୁ ଗ୍ରହଣ କରିପାରୁନଥିଲେ ସୋମନାଥ। ସେ ବିରୋଧ କରିଥିଲେ। ମାତ୍ର ରଶ୍ମି ସେଥିପ୍ରତି ଧ୍ୟାନ ଦେଉନଥିଲେ। ଶେଷରେ ନିଜ ପ୍ରେମ ସମ୍ପର୍କରେ ରଶ୍ମିଙ୍କ ପ୍ରେମିକାଙ୍କୁ କହିଥିଲେ ସୋମନାଥ। ଏହା ପରେ ମଧ୍ୟ ସୋମନାଥ ନିରାଶ ହୋଇଥିଲେ। ଯାହାକୁ ନେଇ ଅନେକ ସମୟ ରଶ୍ମି ଓ ସୋମନାଥଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା।
ତେବେ ଗତ ୨ ତାରିଖରେ ଉଭୟଙ୍କ ଭିତରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ଉଗ୍ର ରୂପ ଧାରଣ କରିଥିଲା। ପ୍ରବଳ ପାଟିତୁଣ୍ଡ ହୋଇଥିଲା। ‘ତୁ ମୋର ନୁହଁ ତ, ଆଉ କାହାର ନୁହେଁ’ ବୋଲି କହିଥିଲେ ସୋମନାଥ। ପରେ ପାଖରେ ଥିବା ଏକ ଲୁହା ରଡ୍ରେ ରଶ୍ମିଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତା’ପରେ ସେଠାରୁ ଚମ୍ପଟ ମାରିଥିଲେ ସୋମନାଥ।
ଅଭିଯୋଗ ପାଇ ଜଙ୍କିଆ ଥାନା ପୁଲିସ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ମାମଲାର ତଦନ୍ତ ପାଇଁ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ତଦନ୍ତ ବେଳେ ରଶ୍ମି ଓ ସୋମନାଥଙ୍କ ପ୍ରେମ ସମ୍ପର୍କରେ ପୁଲିସ୍ ଜାଣିବାକୁ ପାଇଥିଲା। ତା’ପରେ ସୋମନାଥଙ୍କୁ ଖୋଜିଥିଲା। ସୋମନାଥ ଖୋଜି ଖୋଜି ଯାଜପୁରରୁ ଗିରଫ କରିଥିଲା ପୁଲିସ୍। ଗିରଫ ପରେ ସବୁ ଦୋଷ ସେ କରିଥିଲେ। ଲୁହା ରଡ୍ରେ ପିଟି ରଶ୍ମିଙ୍କୁ ହତ୍ୟା କରିଥିବା ପୁଲିସ୍ ପାଖରେ ସ୍ୱୀକାର କରିଥିଲେ ସୋମନାତ। ଖୋର୍ଦ୍ଧା ଅତିରିକ୍ତ ଏସ୍ପି ସୁରେନ୍ଦ୍ର ମୁର୍ମୁ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ରିପୋର୍ଟ- ଖୋର୍ଦ୍ଧାରୁ ବଳରାମ ଲେଙ୍କା
ରିଫାଇନ୍ ତେଲ ଫ୍ୟାକ୍ଟ୍ରିଟି ବାଘମାରୀ ଥାନା ସାରୁଅ ଶିଳ୍ପାଞ୍ଚଳରେ ଥିବା ଜଣାଯାଇଛି। ଆଜି ଦିନ ବେଳା ଉକ୍ତ ଫ୍ୟାକ୍ଟ୍ରିରେ କର୍ମଚାରୀ କାମରେ ନିୟୋଜିତ ଥିଲେ। ଉକ୍ତ ସମୟରେ ଫ୍ୟାକ୍ଟ୍ରିର ଗୋଦାମ ଓ ଅଫିସ ରୁମ୍ରେ ସର୍ଟ ସର୍କିଟ ହୋଇ ପ୍ରବଳ ଧୂଆଁ ବାହାରିଥିଲା।
ଏହାଦେଖି ଛାନିଆ ହୋଇ ସବୁ କର୍ମଚାରୀ ବାହାରକୁ ଚାଲି ଆସିଥିଲେ। ଖବର ପାଇ ତୁରନ୍ତ ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାରେ ନିୟୋଜିତ ଅଛନ୍ତି।
ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ନିଆଁ ସମ୍ପୂର୍ଣ୍ଣ ଲିଭି ନ ଥିବା ଜଣାଯାଇଛି। ଏଥିରେ କୌଣସି ଜୀବନ ହାନୀ ହୋଇ ନ ଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଥିବା ଜଣାଯାଇଛି।
ହାତୀ ପଲ ପଶି ପାଚିଲା ଧାନ ନଷ୍ଟ କରି ଦେଉଛନ୍ତି। ଏଥିପାଇଁ ଗତକାଲି ବିଳମ୍ବିତ ରାତିରେ କୃଷ୍ଣ ଚନ୍ଦ୍ର ଓ ଲକ୍ଷ୍ମୀଧର ଧାନ ବିଲକୁ ଜଗିବାକୁ ଯାଇଥିଲେ। ଏହି ସମୟରେ ସେମାନେ ହାତୀପଲ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା।
ଆଜି ସକାଳେ କୃଷ୍ଣ ଚନ୍ଦ୍ର ଓ ଲକ୍ଷ୍ମୀଧରଙ୍କ ମୃତଦେହ ବିଲରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ପରିବାର ଲୋକ ଓ ବନ ବିଭାଗକୁ ଜଣାଇଥିଲେ। ଟାଙ୍ଗୀ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରୁଛି। ହାତୀ ଆକ୍ରମଣରେ ଦୁଇ ଚାଷୀଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀ ମୃତ ଚାଷୀଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି। ଏହାସହ ହାତୀ ପଲ କିପରି ଧାନ ଫସଲ ନଷ୍ଟ ନ କରିବେ ଏନେଇ ଗ୍ରାମବାସୀ କରିଛନ୍ତି।
ଗତକାଲି ମଧ୍ୟାହ୍ନରେ ସ୍କୁଲର ଚତୁର୍ଥ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ବିରୁଡି କାମୁଡି ଦେଇଥିଲା। ଫଳରେ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଏହା ଦେଖି ସେହି ସ୍କୁଲର ସସ୍ମିତା ମହାପାତ୍ର ନାମ୍ନୀ ଶିକ୍ଷୟତ୍ରୀ ଗ୍ୟାସ୍ ଚୁଲାରେ ଛୁରୀକୁ ଗରମ କରି ବିରୁଡି କାମୁଡ଼ିଥିବା ଜାଗାରେ ଚେଙ୍କ ଦେଇ ଦେଇଥିଲେ।
ଫଳରେ ଛାତ୍ରୀଜଣଙ୍କର ଫୋଟକା ହୋଇଯିବା ସହିତ ଅଧିକ ଯନ୍ତ୍ରଣା ହେବାରୁ ସେ ଘରକୁ ପଳାଇ ଯାଇଥିଲେ । ଘରେ ସବୁ କଥା କହିବା ପରେ ପରିବାର ଲୋକେ ତୁରନ୍ତ ଝିଅକୁ ଡ଼ାକ୍ତରଖାନା ନେବା ସହିତ ଚିକିତ୍ସା କରାଇଛନ୍ତି।
ତେବେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଛୁରୀ ନୁହେଁ ବରଂ ଏକ ଲୁହା ରଡ଼କୁ ଘଷି ବିରୁଡି କାମୁଡି ଥିବା ଜାଗାରେ ଲଗାଇଥିବା କହିଛନ୍ତି। ଛାତ୍ରୀଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ କୌଣସି ଆକ୍ରୋଶମୂଳକ ମନୋଭାବରେ ଏପରି କରି ନ ଥିବା ସେ କହିଛନ୍ତି। ମାତ୍ର ଏଭଳି କରିବା କଥା ନୁହେଁ ବୋଲି ସେ କହିଛନ୍ତି।
ଅନ୍ୟପଟେ ପ୍ରଧାନଶିକ୍ଷକ ଘଟଣାକୁ ସ୍ୱୀକାର କରିବା ସହିତ ଏସମ୍ପର୍କରେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି।
ତରାବଇ ଗାଁର ୨ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା। ଗତ ରାତିରେ କୌଣସି କାରଣରୁ ଉଭୟ ପକ୍ଷ ମଧ୍ୟରେ ପ୍ରଥମେ ବଚସା ଓ ହାତାହାତି ହୋଇଥିଲା।
ଏହାପରେ ବିବାଦ କ୍ରମଶଃ ଉଗ୍ର ରୂପ ନେବାକୁ ଲାଗିଲା। ଫଳରେ ଉଭୟ ପକ୍ଷଙ୍କ ବୋମାମାଡ଼ରେ ୩ଟି ବାଇକ୍ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ଏଥିସହ ଉଭୟ ପକ୍ଷ ମାରଣାସ୍ତ୍ରରେ ପରସ୍ପରଙ୍କୁ ଆକ୍ରମଣ କଲେ। ଫଳରେ ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି।
ସେମାନଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ପ୍ରଥମେ ସ୍ଥାନୀୟ ମେଡିକାଲ ଓ ପରେ ଭୁବନେଶ୍ୱର ପଠାଯାଇଛି। ସେମାନଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ କାହାକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି
ଛାତ୍ରଜଣକ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଚଣ୍ଡିଚୁଆ ଛକ ନିକଟରେ ଥିବା ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଛନ୍ତି । ସେ ଗତ ଷଷ୍ଠ ଶ୍ରେଣୀରୁ ଉକ୍ତ ସ୍କୁଲର ହଷ୍ଟେଲରେ ରହି ପଢ଼ି ଆସୁଛନ୍ତି।
ସ୍କୁଲ ହଷ୍ଟେଲ ଭିତରେ ମୋବାଇଲ ବ୍ୟବହାର ପାଇଁ ଅନୁମତି ନାହିଁ। ମାତ୍ର ଗତ ରାତିରେ ଛାତ୍ରଜଣକ ଏକ ମୋବାଇଲରେ କାହା ସହ କଥା ହେଉଥିଲେ। ହଷ୍ଟେଲ କର୍ତ୍ତୃପକ୍ଷ ଏହାଦେଖି ତୁରନ୍ତ ଉକ୍ତ ଛାତ୍ରଙ୍କଠାରୁ ମୋବାଇଲ ଛଡ଼ାଇ ନେଇଥିଲେ।
ଏହାପରେ ଆଜି ସକାଳେ ଉକ୍ତ ଛାତ୍ରଙ୍କ ମୃତଦେହ ହଷ୍ଟେଲ ପରିସରର ଥିବା ଗଛରେ ଝୁଲନ୍ତା ଅବସ୍ଥାରେ ସହପାଠୀ ଦେଖିବାକୁ ପାଇଥିଲେ। ପୁଲିସ, ମାଜିଷ୍ଟ୍ରେଟ ଏବଂ ସାଇଣ୍ଟଫିକ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ମୃତକଙ୍କ ପରିବାରକୁ ଖବର ଦିଆଯାଇଥିବା ବେଳେ ସେମାନେ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି।
ପିଲାଟି ନିକଟରୁ ମୋବାଇଲ ଜବତ ହୋଇଥିବା ବେଳେ ତାହା କିପରି ହଷ୍ଟେଲକୁ ଗଲା ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ସେତିକି ନୁହେଁ, ମୋବାଇଲ ଜବତ ବେଳେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଟି ପ୍ରତି କିପରି ବ୍ୟବହାର କରିଥିଲେ, କୌଣସି କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିଲେ କି ତାହା ଉପରୁ ପରଦା ହଟିନି। ନଚେତ ଦୀର୍ଘ ୫ ବର୍ଷ ଏକ ହଷ୍ଟେଲରେ ରହୁଥିବା ଛାତ୍ରଜଣକ କ’ଣ ପାଇଁ ଏପରି ଚରମ ପଦକ୍ଷେପ ନେଲେ ତାହା ଉପରୁ ପରଦା ହଟି ପାରୁନି।
ଘଟଣାର ସବୁ ଦିଗକୁ ତଦନ୍ତ କରାଯାଉଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି।
ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବେଣାପଞ୍ଜରୀ ଗାଁରେ ନବମ ଶ୍ରେଣୀ ଛାତ୍ର ଶୁଭମ୍ ସ୍ୱରୂପ ପାଲଟାସିଂଙ୍କୁ ଛୁରି ଭୁଶି ହତ୍ୟା କରାଯାଇଥିଲା। ପୁଲିସ୍ ଏଥିରେ ସମ୍ପୃକ୍ତି ଅଭିଯୋଗରେ ଜଣେ ଯୁକ୍ତ ୨ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରିଛି। ପଚରାଉଚରା ବେଳେ ସେ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଥିବା ପୁଲିସ୍ କହିଛି। ଅଭିଯୁକ୍ତଙ୍କ ନିକଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଆଜି ଏହି ହତ୍ୟାକାଣ୍ଡ ପଛର କାରଣ ବଖାଣିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ।
ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଭୁବନେଶ୍ୱର ଡିସିପି କହିଛନ୍ତି, ମୃତ ନାବାଳକର ବାପା, ମା’ ଟ୍ୟୁସନ୍ କରନ୍ତି। ହତ୍ୟା କରିଥିବା +୨ ଛାତ୍ର ଜଣକ ସେଠାରେ ପ୍ରାୟ ୨ ବର୍ଷ ପୂର୍ବେ ଟ୍ୟୁସନ୍ ହେଉଥିଲେ। ତାଙ୍କର ପ୍ରାୟ ୩ରୁ ୫ ହଜାର ଟଙ୍କା ଟିଉସନ୍ ଫି’ ବାକି ରହିଥିଲା। ବାକି ଟଙ୍କା ଦେବାକୁ ତାକୁ ଟିଉସନ୍ ସାର୍ ବାରମ୍ବାର ତାଗିଦ କରିବାରୁ ସେ ଲଜ୍ଜିତ ହେବା ସହ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲେ।
ଏହାପରେ ଅଭିଯୁକ୍ତ ଜଣକ ଗତକାଲି ସନ୍ଧ୍ୟାରେ ନାବାଳକଙ୍କ ଘରେ ପଶିଥିଲା। ଉକ୍ତ ସମୟରେ ନାବାଳକଙ୍କ ପରିବାର ସଦସ୍ୟ ଉପର ମହଲାରେ ଥିବା ବେଳେ ସେ ତଲ ମହଲାରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଏହାପରେ ସେ ଛୁରୀରେ ନାବାଳକଙ୍କୁ ବାରମ୍ବାର ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଶୁଭମଙ୍କ ଚିତ୍କାର ଶୁଣି ପରିବାର ସଦସ୍ୟ ତଳକୁ ଆସି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେମାନେ ତାକୁ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ତୁରନ୍ତ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଯାଞ୍ଚ କରିବାରୁ ଏକ ବ୍ୟାଗରେ ୟୁନିଫର୍ମ ପଡ଼ିଥିବା ଦେଖିବାକୁ ପାଇଥିଲ। ଏହାପରେ ତଦନ୍ତ କରି ଅଭିଯୁକ୍ତ ନାବାଳକଙ୍କୁ ଅଟକ ରଖିଥିବା କହିଛନ୍ତି। ପଚରାଉଚରା ପରେ ତାଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରାଯିବ।
ଶୁଭମ ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଗତକାଲି ପରୀକ୍ଷା ପାଇଁ ସେ ଘରେ ପ୍ରସ୍ତୁତ ହେଉଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଶୁଭମଙ୍କ ଏପରି ଅଚାନକ ମୃତ୍ୟୁ ତାଙ୍କ ପରିବାର ସମେତ ଗ୍ରାମବାସୀ ଓ ଆଦର୍ଶ ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଶକ୍ତ ଧକ୍କା ଦେଇଛି।
ତେବେ କିଏ ଓ କାହିଁକି ଶୁଭମ୍ଙ୍କୁ ଛୁରାମାଡ଼ କଲା ଏ ଯାଏ ଜଣାପଡିନି। ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ଦିଗରୁ ତଦନ୍ତ କରାଯାଉଥିବା ପୁଲିସ
ପକ୍ଷରୁ ସୂଚନା ଦିଆଯାଇଛି।
ଗତକାଲି ଘରେ ଏକ୍ ରୁମ୍ରେ ଶୁଭମ ଏକା ବସି ପାଠ ପଢ଼ୁଥିଲେ। ଉପର ମହଲାରେ ଶୁଭମଙ୍କ ବାପା ଓ ଭଉଣୀ ଟ୍ୟୁସନ୍ କରୁଥିଲେ। ଆଉ ଶୁଭମ୍ଙ୍କ ମାଆ ରୋଷେଇ କରୁଥିଲେ। ଠିକ୍ ସେହି ସମୟରେ ଶୁଭମ୍ଙ୍କ ଚିତ୍କାର ଶବ୍ଦ ଶୁଭିଲା। ସେହି ଶବ୍ଦ ଶୁଣି ମାଆ ଓ ଭଉଣୀ ତଳ ମହଲକୁ ଧାଇଁ ଆସିଥିଲେ। ସେତେବେଳେ ଜଣେ ଯୁବକ ଧାଇଁ ପଳାଇ ଯାଉଥିବା ଉଭୟ ଦେଖିବାକୁ ପାଇଥିଲେ। ଆଉ ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶୁଭମ୍ ପଡ଼ିଥିଲା। ତାଙ୍କ ପେଟରେ ଛୁରା ମାଡ଼ ହୋଇଥିବା ବେଳେ ବେକକୁ କଟା ଯାଇଥିଲା। ପାଖରେ ଗୋଟିଏ ଛୁରୀ ପଡ଼ିଥିଲା।
ପରିବାର ଲୋକେ ଶୁଭମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ମେଡ଼ିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗାଁର କାହା ସହିତ ପୂର୍ବ ଶତ୍ରୁତା ନଥିବା ଶୁଭମଙ୍କ ପରିବାର ଲୋକେ କହିଛନ୍ତି। ତେବେଆଦର୍ଶ ବିଦ୍ୟାଳୟରେ ପଢୁଥିବା ଶୁଭମଙ୍କୁ ଛୁରାମାରି ହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି।
ଜଟଣୀ ଥାନା ବେଣାପଞ୍ଜରୀ ଗାଁ ମନୋଜ କୁମାର ପାଲ୍ଟାସିଂ ହେଉଛନ୍ତି ଜଣେ ଶିକ୍ଷକ। ତାଙ୍କ ପୁଅ ହେଉଛି ଶୁଭମ୍ ସ୍ୱରୂପ ପାଲଟାସିଂ। ସେ ଜଣେ ମେଧାବୀ ଛାତ୍ର ଥିଲେ। ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ୁଥିଲେ। ଆସନ୍ତାକାଲି ଶୁଭମର ପରୀକ୍ଷା ଥିଲା। ତେଣୁ ସେ ଆଜି ସନ୍ଧ୍ୟା ବେଳେ ତଳ ମହଲାରେ ଥିବା ଏକ ଘରେ ଏକାକୀ ବସି ପାଠ ପଢ଼ୁଥିଲେ। ଉପର ମହଲାରେ ଶୁଭମଙ୍କ ବାପା ଓ ଭଉଣୀ ଟ୍ୟୁସନ୍ କରୁଥିଲେ।
ଆଉ ଶୁଭମ୍ଙ୍କ ମାଆ ରୋଷେଇ ଘରେ ରୋଷେଇ କରୁଥିଲେ। ଠିକ୍ ସେହି ସମୟରେ ଶୁଭିଲା ଶୁଭମ୍ଙ୍କ ଚିତ୍କାର ଶବ୍ଦ। ସେହି ଶବ୍ଦ ଶୁଣି ମାଆ ଓ ଭଉଣୀ ତଳ ମହଲକୁ ଧାଇଁ ଆସିଥିଲେ। ସେତେବେଳେ ଜଣେ ଯୁବକ ଧାଇଁ ପଳାଇ ଯାଉଥିବା ଉଭୟ ଦେଖିବାକୁ ପାଇଥିଲେ। ଆଉ ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲା ଶୁଭମ୍। ତାଙ୍କ ପେଟରେ ବାରମ୍ୱାର ଛୁରା ମାଡ଼ ହୋଇଥିବା ବେଳେ ବେକକୁ କଟା ଯାଇଥିଲା। ପାଖରେ ଗୋଟିଏ ଛୁରୀ ପଡ଼ିଥିଲା।
ପରିବାର ଲୋକେ ଶୁଭମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ମେଡ଼ିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖୋର୍ଦ୍ଧା ଓ ଜଟଣୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଶୁଭମ୍ଙ୍କୁ କିଏ ଓ କାହିଁକି ଅତି ବୀଭତ୍ସ ଭାବେ ହତ୍ୟା କଲେ, ତାହା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
ରିପୋର୍ଟ-ଖୋର୍ଦ୍ଧାରୁ ବଳରାମ ଲେଙ୍କା
ଯାତ୍ରୀଙ୍କୁ ଧରି ଡଙ୍ଗା ନେଇ ଆଗକୁ ବଢ଼ୁଥିବା ବେଳେ ହଠାତ୍ ମଝି ନଦୀରେ ଗଳି ପଡ଼ିଥିଲେ ନାଉରିଆ ବିକ୍ରମ କେଶରୀ ଜାଲି। ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଚିଲିକା ଗଣ୍ଡରେ।
ବିକ୍ରମ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍ ସାତପଡ଼ା ଘାଟରୁ ୫ ଜଣ ଟୁରିଷ୍ଟଙ୍କୁ ଧରି ଏକ ଡଙ୍ଗା ଚିଲିକାରେ ଡଲଫିନ୍ ଦେଖାଇବା ପାଇଁ ମଗରମୁହଁ ନିକଟକୁ ଯାଇଥିଲେ। ମଝି ଚିଲିକାରେ ଅର୍ଥାତ ଚିଲିକା ଗଣ୍ଡରେ ହଠାତ ସେ ଡଙ୍ଗାରୁ ଗଳି ପଡ଼ିଥିଲେ। ଜୀବନ ବଞ୍ଚାଇବା ପାଇଁ ଡଙ୍ଗାରେ ଥିବା ପର୍ଯ୍ୟଟକମାନେ ଆର୍ତ୍ତ ଚିତ୍କାର କରିଥିଲେ। ଖବର ପାଇ ସ୍ଥାନୀୟ ଡଙ୍ଗା ଚାଳକମାନେ ଟୁରିଷ୍ଟମାନଙ୍କୁ ଉଦ୍ଧାର କରିଥିଲେ। ହେଲେ ବିକ୍ରମଙ୍କର କୌଣସି ପତ୍ତା ମିଳି ନଥିଲା। ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ବିକ୍ରମଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
ଚନ୍ଦ୍ରଶେଖର ମହାପାତ୍ରଙ୍କ ପରିବାର ଭୁବନେଶ୍ବର ଟଙ୍କପାଣି ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ଲାବ୍ରାଡର୍ ପ୍ରଜାତିର କୁକୁର ଛୁଆ ଆଣିଥିଲେ। ସ୍ନେହ ସରାଗ ଦେଇ ବଢ଼ାଇଲେ। ଆପଣାର କଲେ। ଶ୍ରଦ୍ଧାରେ ତା ନାଁ ରଖିଥିଲେ ଗୁଲୁପାପା। ମଣିଷ ସିନା ନଥିଲା ସେ, ହେଲେ ମଣିଷଠୁ କିଛି କମ୍ ଦାୟିତ୍ୱ ନିଭାଉନଥିଲା। ସେଥିପାଇଁ ଗୁଲୁପାପା ହାତରେ ଏବଂ ଭରସାରେ ଘର ଜଗିବାର ଦାୟିତ୍ୱ ଦେଇ ବାହାରକୁ ଯାଉଥିଲେ ପରିବାର ସଦସ୍ୟ। ସେ ମଧ୍ୟ ବଫାଦାର ସାଜି ଜୀବଦଶା ମଧ୍ୟରେ ମାଲିକଙ୍କ ବିଶ୍ବାସକୁ ଜିତିଥିଲା । ଗୁଲୁପାପା ପଶୁ ହେଲେ ବି ମଣିଷର ଭଲପାଇବା ବୁଝିପାରୁଥିଲା। ଆଉ ୧୨ବର୍ଷ ଧରି ପରିବାରରେ ସଦସ୍ୟଭଳି ରହିଆସୁଥିଲା । ହେଲେ ସେ ଅକାଳରେ ଅଫେରା ପଥରେ ଚାଲିଗଲା । ଆଉ ପରିବାର ଲୋକଙ୍କ ଆଖିର ଲୁହ ଦେଇ ଗଲା ।
ଗତ ଅକ୍ଟୋବର ୫ରେ ଗୁଲୁପାପାର ମୃତ୍ୟୁ ପରେ ଖାଁ ଖାଁ ଘରଦ୍ୱାର । ଶୂନ୍ୟ ଲାଗୁଛି ପ୍ରତ୍ୟେକ ସଦସ୍ୟଙ୍କ ପ୍ରାଣପିଣ୍ଡ। ଆଜି ସବୁକିଛି ଅଛି, କିନ୍ତୁ ଗୁଲୁପାପା ନାହିଁ। ଏମିତି ଛଳଛଳ ଆଖିରେ ବଖାଣିଛନ୍ତି ପରିବାର ଲୋକ। ଗୁଲୁପାପାର ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳି ଯାଇଛି। ଆଉ ଆଜିକୁ ଗୁଲୁ ପାପା ର ମୃତ୍ୟୁକୁ ସାତ ଦିନ ପୁରିଛି । ଏଥିପାଇଁ ମହାପାତ୍ର ପରିବାରରେ ଆୟୋଜିତ ହୋଇଥିଲା ସ୍ମୃତି ସଭା । ଏଥି ସହ ବ୍ରାହ୍ମଣ ଭୋଜି ହୋଇଥିଲା।
ରବିବାର ଅପରାହ୍ନରେ ଏକ ମାମଲା ସମ୍ପର୍କରେ ବୁଝିବା ପାଇଁ ଜଙ୍କିଆ ପଞ୍ଚାୟତର ୱାର୍ଡ ମେମ୍ବର ନବ କିଶୋର ହରିଚନ୍ଦନ ଜଙ୍କିଆ ଥାନାକୁ ଯାଇଥିଲେ। ଥାନାର ଭାରପ୍ରାପ୍ତ ଅଧିକାରୀ ନ ଥିବାରୁ ନବ କିଶୋର ଥାନା ଫାଟକ ପାଖରେ ଠିଆ ହୋଇ ମୋବାଇଲରେ କଥା ହେଉଥିଲେ ।
ଏହି ସମୟରେ ଏଏସ୍ଆଇ ନିରଞ୍ଜନ ମହାନ୍ତି ୱାର୍ଡ ମେମ୍ବରଙ୍କୁ ଡାକିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ଏହାପରେ ଉତ୍ତ୍ୟକ୍ତ ହୋଇ ତାଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିବା ଅଭିଯୋଗ ହୋଇଛି। ଏଏସ୍ଆଇଙ୍କ ଆକ୍ରମଣରେ ୱାର୍ଡ ମେମ୍ବରଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବାରୁ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଥାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା।
ପରେ ଜଙ୍କିଆ ଥାନାର ଭାରପ୍ରାପ୍ତ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ସହିତ ଏଏସ୍ଆଇ ନିରଞ୍ଜନ ମହାନ୍ତିଙ୍କ ବିରୁଦ୍ଧରେ ଏତଲା ଗ୍ରହଣ କରିଥିଲେ। ଏସମ୍ପର୍କରେ ରିପୋର୍ଟ ପାଇବା ପରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟେରିଆ ଏଏସ୍ଆଇ ନିରଞ୍ଜନ ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି ।
ଏଏସଆଇ ଥାନାରେ ନିଶାସକ୍ତ ଥିବା ବେଳେ ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ତେବେ ଅଫିସ ଡ୍ୟୁଟି ସମୟରେ କିପରି ଅଧିକାରୀଜଣକ ନିଶାସକ୍ତ ହୋଇ କାମ କରୁଛନ୍ତି ତାହାକୁ ନେଇ ନାନା ଆଲୋଚନା ହେଉଛି।
ଖୋର୍ଦ୍ଧା ଜଙ୍କିଆ ଥାନା ଅଞ୍ଚଳର ରଞ୍ଜୀତ(ଛଦ୍ମନାମ) ଦୀର୍ଘ ଦିନ ଧରି ରେଖା(ଛଦ୍ମନାମ)ଙ୍କୁ ପ୍ରେମ କରୁଥିଲେ। ରଖା ମଧ୍ୟ ରଞ୍ଜୀତଙ୍କୁ ମନ ଦେଇବସିଥିଲେ। ୨୦୧୭ ମସିହାରେ ଦୁଇ ମନର ମିଳନ ହୋଇଥିଲା। ଉଭୟ ପ୍ରେମ ବିବାହ କରିଥିଲେ। ବାହାଘର ପରେ ରେଖା ଶାଶୁ ଘରକୁ ଚାଲି ଯାଇଥିଲେ। ଆଉ ରୋଜଗାର ଆଶାରେ ରଞ୍ଜୀତ ଭୁବନେଶ୍ୱର ଚାଲି ଆସିଥିଲେ। ଏଠାରେ ଓଲା କମ୍ପାନୀରେ ଗାଡ଼ି ଚଲାଉଥିଲେ। ମଝିରେ ମଝିରେ ଗାଁକୁ ଯାଉଥିଲେ ଓ ଘର ଚଳାଇବା ପାଇଁ ନିୟମିତ ରେଖାଙ୍କୁ ଟଙ୍କା ଦେଉଥିଲେ।
୨୦୧୯ ମସିହାରେ ରେଖା ମାଆ ହୋଇଥିଲେ ଓ ରଞ୍ଜୀତ ବାପା ହୋଇଥିଲେ। ଉଭୟଙ୍କ କୋଳକୁ ଆସିଥିଲା କୋଳ ନନ୍ଦନ। ହସ ଖୁସିରେ ବିତୁଥିଲା ପରିବାର। ହେଲେ ରେଖାଙ୍କ ମନ କିନ୍ତୁ ରଞ୍ଜୀତଙ୍କ ପାଖରେ ଲାଗୁନଥିଲେ। ଏହାରି ଭିତରେ ସେ ଆଉ ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଆଉ ସ୍ୱାମୀଙ୍କ ଅନୁପସ୍ଥିତିରେ ଘରେ ଥିବା ଗହଣାପତ୍ର, ଟଙ୍କା ଓ ପୁଅକୁ ଧରି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ। ଏ ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ପ୍ରେମିକାରୁ ପତ୍ନୀ ହୋଇଥିବା ରେଖା ଘରୁ ପଳାଇ ଯାଇଥିବା ଶୁଣି ବିଚଳିତ ହୋଇପଡ଼ିଥିଲେ ରଞ୍ଜୀତ। ଆଉ ରେଖା ଓ ପୁଅକୁ ଚାରିଆଡ଼େ ଖୋଜିଥିଲେ। ହେଲେ ପାଇନଥିଲେ। ଦିନେ ରଞ୍ଜୀତ ଶୁଣିବାକୁ ପାଇଲେ ଯେ, ରେଖା ଭୁବନେଶ୍ୱର କ୍ୟାପିଟାଲ୍ ଥାନା ଅଞ୍ଚଳରେ ଥିବା ଏକ ଲଜରେ ରହିଛନ୍ତି। ଏନେଇ ସେ ପରିବାର ଲୋକଙ୍କୁ ଜଣାଇଥିଲେ। ଏହା ପରେ କ୍ୟାପିଟାଲ୍ ପୁଲିସ୍ ସହୟତାରେ ରଞ୍ଜୀତ ଉକ୍ତ ଲଜ୍ରେ ପହଞ୍ଚିଥିଲେ। ଆଉ ରେଖା ଓ ତାଙ୍କ ପ୍ରେମିକଙ୍କୁ ଉଲଗ୍ନ ଅବସ୍ଥାରେ ଧରିଥିଲେ। ଶୋଇଥିବା ଅବସ୍ଥାରେ ପୁଅକୁ ଉଦ୍ଧାର କରିଥିଲେ। ଏଥିସହ ରେଖା ଘରୁ ନେଇଥିବା ଗହଣା ଓ ଟଙ୍କା ଉକ୍ତ ଲଜରୁ ଉଦ୍ଧାର କରିଥିଲେ। ଉଭୟଙ୍କୁ କ୍ୟାପିଟାଲ୍ ଥାନାକୁ ନେଇଥିଲା ପୁଲିସ୍। ରେଖାଙ୍କ ପ୍ରେମିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ରଞ୍ଜୀତ।
ରବିବାର ସନ୍ଧ୍ୟା ବେଳେ ବାଲୁଗାଁ ସନ୍ନ୍ୟାସୀ ନଗର ବିଧାନ ବିଶ୍ୱାସ ଓ ତାଙ୍କ ପୁଅ ଉତ୍ତମ ବିଶ୍ୱାସ ଚିଲିକାକୁ ଯାଇଥିଲେ। ସେମାନେ କଳିଯୁଗେଶ୍ଵର ଓ ରାହାଣବେଲି ମଝିରେ ଡଙ୍ଗାରେ ମାଛ ଧରୁଥିଲେ। ଠିକ୍ ସେହି ସମୟରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପରେ ବର୍ଷା ଓ ବଜ୍ରାପାତ ହୋଇଥିଲା। ଆଉ ସେହି ବଜ୍ରପାତରେ ବାପ-ପୁଅଙ୍କ ମୃତ୍ୟୁ ଘଟିଥିଲା। ମୃତଦେହ ଡଙ୍ଗାରେ ପଡ଼ି ରହିଥିଲା।
ସେପଟେ ଆଜି ସକାଳେ ଉତ୍ତମଙ୍କ ପତ୍ନୀ ଶ୍ୟାମଳୀ କନ୍ୟା ସନ୍ତାନ ପ୍ରସବ କରିଥିଲେ। ପିଲା ଜନ୍ମ ପରେ ଖୁସି ଖବର ଜଣାଇବା ପାଇଁ ଶ୍ୟାମଳୀ ସ୍ୱାମୀଙ୍କ ପାଖକୁ ଫୋନ୍ କରିଥିଲେ। ହେଲେ ସେ ଫୋନ୍ ଉଠାଇ ନଥିଲେ। ବାରମ୍ୱାର ଫୋନ୍ କରି ନିରାଶ ହୋଇଥିଲେ ଶ୍ୟାମଳୀ। ଶେଷରେ କିଛି ଉପାୟ ନପାଇ ଚୁପ୍ ବସିଥିଲେ ଶ୍ୟାମଳୀ। ଠିକ୍ ସେହି ସମୟରେ କିଏ ଜଣେ ଆସି ପରିବାର ଲୋକଙ୍କୁ ଡାକି ନେଇଥିଲେ। ତା’ପରେ ଘରକୁ ଆସିଥିଲା ଛାତି ଫାଟି ଗଲା ପରି ଖବର।
ଚିଲିକାରେ ଭାସୁଥିବା ଡଙ୍ଗାରେ ବିଧାନ ଓ ଉତ୍ତମଙ୍କ ମୃତଦେହ ପଡ଼ିଥିବା ଶୁଣିବାକୁ ପାଇଥିଲେ ଶ୍ୟାମଳୀ। କ୍ଷଣକ ଖୁସି ଭିତରେ ଆଖି ଆଗରେ ଘୋଟି ଆସିଥିଲା କଳା ବାଦଲ। ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ଶ୍ୟାମଳୀଙ୍କ ଛାତି ଫାଟି ଯାଇଥିଲା! ଆଖି ଆଗରେ ସ୍ୱାମୀ ଓ ଶ୍ୱଶୁରଙ୍କ ମୃତଦେହ ପଡ଼ିଥିବା ଦେଖି ବୁକୁ ଫଟାଇ କାନ୍ଦିଥିଲେ।
ସେପଟେ ଆଜି ରାଜ୍ୟରେ ଘଟିଥିବା ବଜ୍ରପାତରେ ଯାଇଛି ୭ ଜୀବନ। ପିପିଲି ଦାଣ୍ଡମୁକୁନ୍ଦପୁର ବାହାବଜାରେ ଜଣେ ମହିଳାଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ଠିକ୍ ସେହି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଘୋଷରା ଗାଁରେ ବଜ୍ରପାତରେ ଜଣେ ନାବାଳିକା ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ହାଟଡିହିରେ ବିଲରେ କାମ ବେଳେ ଚାଷୀଙ୍କ ଜୀବନ ଯାଇଛି। କଟକ ବାଙ୍କି ଡମପଡ଼ା ବ୍ଲକ ପଦନପୁର ଗାଁରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ଚମ୍ପୁଆର ଇଚିଣ୍ଡା ଗାଁରେ ବିଲରେ କାମ କଲା ବେଳେ ଆଉ ଜଣେ ଚାଷୀଙ୍କ ଜୀବନ ଯାଇଛି।
ସେହିପରି ବାଲେଶ୍ୱର ଜିଲ୍ଲା ନୀଳଗିରି ଧୁବିଶିଲା ଗାଁରେ ଜଣେ ମହିଳା ବିଲରେ କାମ କଲା ବେଳେ ବଜ୍ରପାତ ହୋଇଥିଲା। ଆଉ ସେହି ବଜ୍ରପାତରେ ମହିଳା ଚାଷୀଙ୍କ ମୃତ୍ୟୁ ଘଟିଥିଲା। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ତଳ କାଁପଡ଼ାରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।
ବାଣପୁର ବଜାରରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ମାଗି ଜାଚି ଖାଆନ୍ତି। ବୁଧବାର ରାତି ପ୍ରାୟ ୧ଟା ବେଳେ ମହିଳା ଜଣକ ଗାଲୁଆ ଛକ ନିକଟସ୍ଥ ଅଳିଆ ଗଦାରେ ବସି ଖାଉଥିଲେ। ଠିକ୍ ସେହି ସମୟରେ ଜଣେ ଯୁବକ ହାତରେ ଖଣ୍ଡା ଧରି ସେଠାରେ ପହଞ୍ଚି ଥିଲା। କିଛି କହିବା ପୂର୍ବରୁ ତାଙ୍କୁ ଖଣ୍ଡାରେ ଚୋଟ ପରେ ଚୋଟ ପକାଇଥିଲା। ତା’ପରେ ସେଠାରୁ ଖଣ୍ଡା ଧରି ଚମ୍ପଟ ମାରିଥିଲା ଦୁର୍ବୃତ୍ତ। ଯାହାର ପୂରା ଘଟଣା ସିସିଟିଭିରେ କଏଦ ହୋଇଥିଲା। ତେବେ ହତ୍ୟା କରିଥିବା ଯୁବକ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା? ତାହା ଜଣାପଡ଼ି ନାହିଁ।
ସୂଚନାରୁ ପ୍ରକାଶ, ଆଜି ସକାଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅଳିଆରେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ମୃତ ବ୍ୟକ୍ତି ଜଣେ ମାନସିକ ବିକାର ଗ୍ରସ୍ତ ଓ ଅପରିଚିତ ହୋଇଥିବାରୁ ପୁଲିସ କେବଳ ମାମଲା ରୁଜୁ କରି ଚୁପ୍ ବସିଥିଲା। ତେବେ ହତ୍ୟାର ଭିଡିଓ ସାମ୍ନାକୁ ଆସିବା ପରେ ହତ୍ୟାକାରୀ ପାଖରେ ପୁଲିସ୍ ପହଞ୍ଚି ପାରିବ ବୋଲି ଆଶା କରାଯାଉଛି।
ତେବେ ହତ୍ୟା ନେଇ ପୁଲିସ୍ର ପ୍ରତିକ୍ରିୟା ମିଳିପାରି ନାହିଁ
ବ୍ରିଜ୍ ଉଦ୍ଘାଟନ ପରେ ସ୍ଥାନୀୟ ବିଧାୟକ ସୁର ରାଉତରାୟ ଦମ୍ଭରେ ଘୋଷଣା କରିଛନ୍ତି, ୭ ବର୍ଷର ଅପେକ୍ଷା ସରିଲା। ଏଣିକି ବର୍ଷା ହେଲେ ରେଲୱେର ଅଣ୍ଡରପାସ୍ ନୁହେଁ ବରଂ ଏହି ବ୍ରିଜ ଦେଇ ଲୋକେ ଯାତାୟତ କରିବେ। କେବଳ ସେତିକି ନୁହେଁ, ବ୍ରିଜ ଉପରେ କିଛି ସମର୍ଥକଙ୍କ ସହ ଚାଲି ଚାଲି ସେ ଫଟୋ ପୋଜ୍ ଦେଇଥିଲେ।
ହେଲେ ଏବେ ବି ଏହି ବ୍ରିଜ୍ର କାମ ଜାରି ରହିଛି। ମଝିରେ ସମ୍ପୂର୍ଣ୍ଣ ଢଳେଇ ପଡିନି। ସାଇଡ୍ ଓ୍ୱାଲ ନିର୍ମାଣ ବି ସରିନି। ଗଦା ଗଦା ହୋଇ ପଡି ରହିଛି କଂକ୍ରିଟ ଓ ଲୁହା ଛଡ। ୨୦୧୬ରେ ଆରମ୍ଭ ହୋଇଥିଲା ଏହି ବ୍ରିଜ୍ ନିର୍ମାଣ। ପ୍ରଥମେ ୭୦୦ ମିଟର ଏବଂ ପରେ ୯୬୫ ମିଟରକୁ ସମ୍ପ୍ରସାରିତ ହୋଇଥିଲା ବ୍ରିଜ୍ କାମ। ୧୧ ମିଟର ଓସାରର ଏହି ବ୍ରିଜ୍ ପାଇଁ ଖର୍ଚ୍ଚ ହେଉଛି ୧୦୪ କୋଟି ଟଙ୍କା। ଏହି ଅଧପନ୍ତରିଆ ବ୍ରିଜ୍ ଉଦ୍ଘାଟକୁ ନେଇ ଜଟଣୀରେ ଦେଖାଦେଇଛି ରାଜନୀତି ବୋଲିବାଣୀ।
କାମ ସରିନଥିବା ବେଳେ ବିଧାୟକଙ୍କ ଏଭଳି ତରବରିଆ ଏବଂ ଦାୟିତ୍ୱହୀନ ଭାବେ ବ୍ରିଜ୍ ଉଦଘାଟନକୁ ନାପସନ୍ଦ କରିଛନ୍ତି ଜଟଣୀ ପୌରାଧ୍ୟକ୍ଷ ଅନନ୍ତ ବେହେରା। ସେ କହିଛନ୍ତି, ବର୍ତ୍ତମାନ ବ୍ରିଜ ଉପରେ ଯାତାୟତ ବିପଜ୍ଜନକ। ବିଧିବଦ୍ଧ ଘୋଷଣା ନହେବା ପର୍ଯ୍ୟନ୍ତ ବ୍ରିଜ ଉପରେ କେହି ଯାହାନ୍ତୁ ନାହିଁ। କେହି ଯଦି ମନଇଛା ଯାଇ ଅଘଟଣରେ ପଡ଼େ ଏଥିପାଇଁ ପୌରପରିଷଦ ଦାୟୀ ରହିବ ନାହିଁ। ଯିଏ ଯିବାକୁ କହିଛି ସେ ହିଁ ଦାୟୀ ରହିବ।
ଖୋର୍ଦ୍ଧା ସହ ପୁରୀକୁ ସଂଯୋଗ କରୁଛି ଜଟଣୀର ଏହି ବ୍ରିଜ୍। ଏଠାରେ ଥିବା ରେଳ ଲାଇନ୍ ଅଣ୍ଡରପାସ ଦେଇ ପ୍ରତିଦିନ ହଜାର ହଜାର ଲୋକ ଯାତାୟତ କରୁଛନ୍ତି। ତେବେ ବର୍ଷା ହେଲେ ଏଠାରେ ୧୫ ଫୁଟ ଉଚ୍ଚର ପାଣି ଚାଲୁଛି। ଫଳତଃ ଦି'ଭାଗ ହୋଇଯାଏ ଜଟଣୀ। ଯାତାୟତ ନିମନ୍ତେ ଲୋକେ ନାହିଁ ନ ଥିବା ହିନସ୍ତା ହୁଅନ୍ତି। ରେଲୱେ ପମ୍ପ ଲଗାଇ ପାଣି ଖାଲି କରେ। ପୂର୍ବରୁ ଅଣ୍ଡରପାସରେ ଜମା ହୋଇଥିବା ପାଣିରେ ମୋ ବସ୍ ଫସିଛି। ପାଣିରେ ବୁଡି ଅନେକ ଲୋକଙ୍କ ଜୀବନ ବି ଯାଇଛି। ତେଣୁ ଏଠାରେ ଏକ ବ୍ରିଜ୍ କରିବାକୁ ଦୀର୍ଘ ଦିନ ଧରି ଦାବି ହେଉଥିଲା। ଏବେ ବ୍ରିଜ ନିର୍ମାଣକୁ ୭ ବର୍ଷ ବିତିବାକୁ ବସିଲାଣି, ତଥାପି କାମ ଅସଂପୂର୍ଣ୍ଣ ରହିଛି। ଲୋକେ କହୁଛନ୍ତି ରାଜ୍ୟ ସାରା ବିକାଶର ଡିଣ୍ଡିମ ପିଟୁଥିବା ସରକାରଙ୍କୁ ଜଟଣୀବାସୀଙ୍କ ଏ ଦୁଃଖ ଦେଖାଯାଉଛି।
ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଅଣ୍ଡରପାସ୍ରେ ପାଣି ହେଲେ ଲୋକେ କିପରି ଯାତାୟତ କରିବେ? ତେଣୁ ଏହି ବ୍ରିଜ୍ ଦେଇ ଯିବେ। ଏଥିପାଇଁ ନଡ଼ିଆ ବାଡ଼େଇ ବ୍ରିଜ୍ ଉଦ୍ଘାଟନ କରାଯାଇଛି।
ଖୋର୍ଦ୍ଧା ବିଜେଡି ଉପସଭାପତି ସୁଦର୍ଶନ ସୁନ୍ଦରାୟ କହିଛନ୍ତି, ବ୍ରିଜ୍ର କାମ ଯେତିକି ବାକି ଅଛି ତାହା ସରିବାକୁ ପ୍ରାୟ ମାସେ ଲାଗିବ। ଏହା କାହାରି ପୈତୃତକ ସମ୍ପତ୍ତିରୁ କିମ୍ବା ବ୍ୟକ୍ତିଗତ ପାଣ୍ଠିରୁ ହୋଇନି। ଯଦି ବ୍ରିଜ୍କୁ କେହି ବ୍ୟକ୍ତିଗତ ଭାବେ ଉଦ୍ଘାଟନ କରିବେ, ତାଙ୍କୁ ଲୋକେ ପାଗଳ ବୋଲି କହିବେ।
ରିପୋର୍ଟ- ଖୋର୍ଦ୍ଧାରୁ ବଳରାମ ଲେଙ୍କା
ରବିବାର ଅପରାହ୍ନରେ ଜଟଣା ସୀତାରାମ ଛକ ନିକଟରେ ଥିବା ଏକ ଲଜରେ ଜଣେ ଯୁବକ ଓ ଜଣେ ଯୁବତୀ ରହିଥିଲେ। ଉଭୟ ସ୍ୱାମୀ ଓ ସ୍ତ୍ରୀର ପଳରିଚୟ ଦେଇଥିଲେ। ହୋଟେଲ୍ ରେଜିଷ୍ଟାରରେ ଉଭୟଙ୍କ ନାଁ ସ୍ମୃତିରଞ୍ଜନ ଜେନା ଓ ରଶ୍ମୀତା ଜେନା ବୋଲି ଦର୍ଶାଇଥିଲେ। ଏଥିସହ ସେମାନଙ୍କ ଘର ଜଗତସିଂହପୁର ଅସିଲୋ ଗାଁରେ ବୋଲି ଉଲ୍ଲେଖ କରିଥିଲେ। ଉଭୟ ଲଜର ରୁମ୍ ନମ୍ୱର ୧୧୩ରେ ରହିଥିଲେ।
ରବିବାର ରାତି ୧୧ଟାରେ ସ୍ମୃତିରଞ୍ଜନ ଖାଇବା ଆଣିବା ପାଇଁ ଲଜ ବାହାରକୁ ଯାଇଥିଲେ। ଆଉ ଫେରି ନଥିଲେ। ରୁମ୍ରେ ରଶ୍ମୀତା ଏକାକୀ ଥିଲେ। ଆଜି ମଧ୍ୟାହ୍ନରେ କୋଠରୀ ସଫା କରିବାକୁ ଲଜ୍ କର୍ମଚାରୀ କବାଟ ବାଡେଇଥିଲେ। ହେଲେ ଘର ଭିତାରୁ କୌଣସି ଶବ୍ଦ ଶୁଣିବାକୁ ମିଳିନଥିଲା। ପରେ ଏନେଇ ପୁଲିସ୍କୁ ଖବର ଦେଇଥିଲେ ଲଜ୍ କର୍ତ୍ତୃପକ୍ଷ। ଖବର ପାଇ ଜଟଣୀ କମିଶନରେଟ ପୁଲିସ ଲଜରେ ପହଞ୍ଚି ଝରକାବାଟେ ଯୁବତୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଯୁବତୀଙ୍କ ସହିତ ଆସିଥିବା ସ୍ମୃତିରଞ୍ଜନଙ୍କ ଫୋନ୍ ବନ୍ଦ ରହିଛି। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପୁଲିସ୍ କବାଟ ଭାଙ୍ଗି ମୃତଦେହ ଜବତ କରିଥିବା ଜଣାପଡ଼ିଛି।
ରିପୋର୍ଟ- ଖୋର୍ଦ୍ଧାରୁ ବଳରାମ ଲେଙ୍କା
ବାନାମ୍ବର ବେହେରା ଏବଂ ବନିତାଙ୍କ ୨ ପୁଅ ଥିବା ବେଳେ ସେମାନେ ଭୁବନେଶ୍ୱରରେ ରହି କାମଧନ୍ଦା କରନ୍ତି। ଘରେ ଏହି ଦମ୍ପତି ରହୁଥିବା ବେଳେ ଚାଷବାସ କରି ପରିବାର ପୋଷନ୍ତି। ଫଳରେ ସବୁବେଳେ ଅଭାବଅନଟନ ଲାଗି ରହୁଥିଲା। ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀ ବୃଦ୍ଧ ଦମ୍ପତିଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କୁ ନିଜ ଜାଲରେ ଫସାଇ ଥିଲେ। ଫଳରେ ଏହି ଦମ୍ପତି ଏକ ଘରୋଇ କମ୍ପାନୀରୁ କିଛି ଲୋନ୍ କରିଥିଲେ। ମାତ୍ର ତାହାକୁ ଠିକ୍ ସମୟରେ ସେ ଶୁଝି ପାରି ନ ଥିଲେ।
ଏଥିପାଇଁ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀ ବାରମ୍ବାର ସେମାନଙ୍କ ଘରକୁ ଆସି ଗାଳିଗୁଲଜ କରୁଥିଲେ। ଗତ କାଲି ସନ୍ଧ୍ୟାରେ କିଛି ଫାଇନାନ୍ସ କର୍ମଚାରୀ ବାନାମ୍ବର ବେହେରାଙ୍କ ଘରେ ପହଞ୍ଚି ଟଙ୍କା ମାଗିଥିଲେ। ସେମାନେ ସେଠାର ସନ୍ଧ୍ୟା ୬ଟାରୁ ବିଳମ୍ବିତ ରାତି ପ୍ରାୟ ୩ଟା ପର୍ଯ୍ୟନ୍ତ ରହିଥିଲେ। ସେମାନେ ଉଭୟ ଦମ୍ପତିଙ୍କୁ ପ୍ରବଳ ଗାଳିଗୁଲଜ କରିବା ସହ ଅପମାନିତ କରିଥିଲେ। କମ୍ପାନୀର କର୍ମଚାରୀ ଯିବା ପରେ ଭୋର ପ୍ରାୟ ୪ଟା ସମୟରେ ସେମାନେ ରଶି ଲଗାଇ ଝୁଲି ପଡ଼ିଥିଲେ।
ଗ୍ରାମବାସୀ ସକାଳୁ ଏହା ଜାଣିପାରି ଉଭୟ ଦମ୍ପତିଙ୍କୁ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଖବରପାଇ ବାନାମ୍ବରଙ୍କ ୨ ପୁଅ ହସ୍ପିଟାଲରେ ପହଞ୍ଚିଛନ୍ତି।
ଫାଇନାନ୍ସ କର୍ମଚାରୀଙ୍କ ଜୁଲମ ସହି ନ ପାରି ଅଁଳାଯୋଡ଼ି ଗାଁର ପ୍ରାୟ ୫ ଜଣ ପୂର୍ବରୁ ଜୀବନ ହାରି ସାରିଥିବା ବେଳେ ବହୁ ଜଣ ଗାଁ ଛାଡ଼ି ଚାଲି ଯାଇଥିବା କହିଛନ୍ତି ଗ୍ରାମବାସୀ। ଗ୍ରାମବାସୀଙ୍କ କହିବାନୁଯାୟୀ, ଫାଇନାନ୍ସ କର୍ମଚାରୀ ଗାଁରେ ପଶି ନିରୀହ ଲୋକଙ୍କୁ ପ୍ରଲୋଭିତ କରି ଲୋନ୍ ଦେଇଥାନ୍ତି। ଏଥିନିମନ୍ତେ ସେମାନେ ୨୬% ସୁଧ ହାର ଆଦାୟ କରୁଛନ୍ତି। ଆଉ ଗ୍ରାମବାସୀ ଲୋନ୍ ଶୁଝି ନ ପାରିଲେ ଫାଇନାନ୍ସ କର୍ମଚାରୀ ସେମାନଙ୍କୁ ମାନସିକ ନିର୍ଯାତନା ଦେବାକୁ ପଛାଇ ନ ଥାନ୍ତି। ଏହାର ଏକ କରୁଣ ପରିଣତି ଆଜି ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ରମେଶ ଓ ତାଙ୍କର ଦୁଇ ସାଙ୍ଗ ବାଇକ୍ ଯୋଗେ ଏକ ଢାବାକୁ ଖାଇବାକୁ ଯାଇଥିଲେ। ଖାଇ ସାରି ବାଇକରେ ଘରକୁ ଫେରିଲା ବେଳେ ଟାଙ୍ଗୀ ଥାନା ଚଣ୍ଡେଶ୍ୱର ଛକ ନିକଟ ମୁଣ୍ଡାଳ ରାସ୍ତାରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କୁ ବାଟରେ ଅଟକାଇଥିଲେ। ପରେ ଜଣେ ଦୁର୍ବୃତ୍ତ ବନ୍ଧୁକ ଗାଡ଼ି ରମେଶଙ୍କ ଉପରକୁ ୩ ରାଉଣ୍ଡ ଗୁଳିମାଡ କରିଥିଲା। ରମେଶଙ୍କ ଦେହରେ ଦୁଇ ରାଉଣ୍ଡ ଗୁଳି ବାଜି ଥିବାବେଳେ ଅନ୍ୟ ରାଉଣ୍ଡ ଗୁଳିଟି ବାଜି ନଥିଲା। ଗୁଳିମାଡ଼ ପରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ।
ପରେ ତାଙ୍କର ଦୁଇ ସହଯୋଗୀ ରମେଶଙ୍କୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ରମେଶଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣରୁ ରମେଶଙ୍କୁ ଗୁଳିମାଡ କଲେ ଦୁର୍ବୃତ୍ତ ତାହା ସ୍ପଷ୍ଟ ହୋଇନି। ଟାଙ୍ଗୀ ପୁଲିସ ମୁଣ୍ଡାଳ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ କରୁଛି। ରମେଶଙ୍କର କାହା ସହିତ ପୂର୍ବ ଶତ୍ରୁତା ନଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ଏନେଇ ପରିବାର ଲୋକେ ଥାନାରେ କାହା ନାଁରେ ଅଭିଯୋଗ କରି ନାହାନ୍ତି।
ଏହି ଔଷଧକୁ ବିଶେଷ ଭାବେ ସରକାର ଗର୍ଭବତୀ ମହିଳା ଏବଂ ବୟସ୍କମାନଙ୍କୁ ଯୋଗାଇ ଦେଇଥାନ୍ତି। ଏହାଛଡ଼ା କ୍ୟାଲସିୟମ ଏବଂ ଭିଟାମିନ ଅଭାବ ଥିବା ରୋଗୀଙ୍କୁ ମଧ୍ୟ ଏହା ଦିଆଯାଏ।
ସ୍ଥାନୀୟ ଲୋକେ କହିଛନ୍ତି, ଗାଁର କୁନିପିଲାମାନେ ଏହି ଔଷଧକୁ ଡଷ୍ଟବିନ୍ରୁ ଉଠାଇ ଖେଳୁଥିବା ବେଳେ ଘଟଣା ନଜରକୁ ଆସିଥିଲା। ଯାହା ପରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏଭଳି ଭାବେ ମେଡିସିନ୍ ବାହାରେ ଫୋପାଡ଼ିବା ବିପଦ। ଏହାଦ୍ୱାରା କାହାର ଜୀବନ ମଧ୍ୟ ଯାଇପାରେ। ଏହାଛଡ଼ା ସରକାରୀ ମେଡିସିନ୍କୁ ସଦୁପଯୋଗ ନକରି ଫୋପାଡ଼ିବା ଆଦୌ ଠିକ୍ କଥା ନୁହେଁ। ଲୋକଙ୍କୁ ମେଡିସିନ୍ ନଦେଇ ଫୋପାଡିବା ଅନୁଚିତ୍। ଏହାଦ୍ୱାରା ଅଯଥାରେ ରାଜସ୍ୱ ଓ ପରିଶ୍ରମ ନଷ୍ଟ ହେଉଛି।
ତଦନ୍ତରେ ଆସିଥିବା ମେଡିକାଲ ଟିମ୍ କହିଛି, ସଂଗୃହିତ ନମୁନାକୁ ଯାଞ୍ଚ ନିମନ୍ତେ ନିଆଯାଇଛି। ଏହି ଔଷଧକୁ କେଉଁ ସରକାରୀ ମେଡିକାଲକୁ ପଠାଯାଇଥିଲା ତାହା ଯାଞ୍ଚ କରାଯିବ। ସରକାରୀ ମେଡିକାଲରେ ଏଭଳି ଔଷଧର ଅଭାବ ସଦାବେଳେ ରହିଥାଏ। ତେଣୁ କିଏ ଓ କାହିଁକି ଏଠାରେ ଏତେ ପରିମାଣର ଔଷଧ ଫୋପାଡ଼ିଛି ତଦନ୍ତ ପରେ ଜଣାପଡ଼ିବ।
ରିପୋର୍ଟ- ଖୋର୍ଦ୍ଧାରୁ ବଳରାମ ଲେଙ୍କା
ଆଜି ଦିନ ପ୍ରାୟ ୧୨ଟା ବେଳେ ସାନକୁମାରୀ ବଜାର ଉପରେ ଦୁଇ ଭାଇ ଠିଆ ହୋଇଥିଲେ। ମୁଖା ପିନ୍ଧି ଦୁଇଜଣ ଦୁର୍ବୁତ୍ତ ବାଇକ୍ରେ ଆସି ସେମାନଙ୍କ ପାଖରେ ପହଞ୍ଚିବା ସହ କିଛି ବୁଝିବା ପୂର୍ବରୁ ଖଣ୍ଡାରେ ଆକ୍ରମଣ କରିଥିଲେ।
ଆକ୍ରମଣରେ ବଡଭାଇ ବିକ୍ରମ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ପଡିଯାଇଥିବା ବେଳେ ତାଙ୍କ ସାନ ଭାଇ ବିପିନ ଦୌଡି ପଳାଇ ଯିବାକୁ ବହୁ ଉଦ୍ୟମ କରିଥିଲେ। ତେବେ ଦୁର୍ବୁତ୍ତମାନେ ବାଇକରେ ବିପିନଙ୍କୁ ପିଛା କରି ଏକ ଦୋକାନ ସାମ୍ନାରେ ତାଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିଲେ। ଦୁହିଁଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରିଥିଲେ।
ଖବର ପାଇ ବୋଲଗଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ ଡାକ୍ତରଖାନା ନେଇଥିଲେ। ତେବେ ବିପିନ୍ଙ୍କୁ ମୃତ ଘୋଷଣା କରାଯିବା ପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ପୁଲିସ।
ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ଓ ଆକ୍ରମଣକାରୀଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଛି।
ମୃକଙ୍କ ବଡ଼ବୋଉ ସୁଭଦ୍ରା ରାଉତ କହିଛନ୍ତି, ବିକ୍ରମ ପୁନେର ଏକ କମ୍ପାନୀରେ କାମ କରନ୍ତି। ଭଉଣୀର ଦେହ ଖରାପ ଥିବା ଶୁଣିବା ପରେ ସେ ଓ ତାଙ୍କ ବାପା ପଞ୍ଚଗୁଣ ରାଉତ କାମରୁ ଛୁଟି ନେଇ ଗାଁକୁ ଆସିଥିଲେ। ଆଜି ଦୁର୍ବୃତ୍ତମାନେ ବିକ୍ରମଙ୍କୁ ଗାଁ ମଙ୍ଗଳାମନ୍ଦିର ନିକଟ ଅଶ୍ୱସ୍ତ ଗଛ ମୂଳେ ହାଣି ପକାଇଥିବା ବେଳେ ବିପିନକୁ ଗାଁର ଏକ ଦୋକାନ ପିଣ୍ଢାରେ ହାଣି ମାରି ଦେଇଛନ୍ତି। ତେବେ କିଏ ଓ କାହିଁକି ତାଙ୍କୁ ଆକ୍ରମଣ କରିଛନ୍ତି ଜାଣି ନ ଥିବା ସୁଭଦ୍ରା କହିଛନ୍ତି।
ରିପୋର୍ଟ- ଖୋର୍ଦ୍ଧାରୁ ବଳରାମ ଲେଙ୍କା
ଆଗି ଭୋର ସମୟରେ ସତ୍ୟବାଦୀ କୂଅ ଖୋଳିବା ପାଇଁ ୨ଜଣ ଶ୍ରମିକ ସହ ସାଇକେଲ ଯୋଗେ କମାଗୁରୁ ଗାଁକୁ ଆସୁଥିଲେ। ଏହି ସମୟରେ ସେମାନେ ହାତୀ ହାବୁଡ଼ରେ ପଡ଼ି ଯାଇଥଲେ। ହାତୀକୁ ସତ୍ୟବାଦୀ ସହ ଅନ୍ୟ ୨ଜଣ ଶ୍ରମିକ ଦେଖି ଦୌଡ଼ିବାକୁ ଲାଗିଥିଲେ। ହାତୀଟି ମଧ୍ୟ ତାଙ୍କ ପଛରେ ଦୌଡ଼ିବାକୁ ଲାଗିଥିଲା। ପରେ ସତ୍ୟବାଦୀଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେଇଥିଲା। ଘଟଣାସ୍ଥଳରେ ସତ୍ୟବାଦୀଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ୨ଜଣ ଶ୍ରମିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ସତ୍ୟବାଦୀଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।
ଗତକାଲି ରାତିରେ ବ୍ରାଉନସୁଗର କାରବାରକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଅନ୍ୟ ଗୋଷ୍ଠୀର ଜଣେ ଯୁବକ ବବୁଲୁଙ୍କ ଉପରେ ଗୁଳିମାଡ଼ କରି ଫେରାର ହୋଇଯାଇଥିଲା। ବବୁଲୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଟାଉନଥାନା ପୁଲିସ ପହଞ୍ଚି ଗୋଟିଏ ଅଫୁଟା ଗୁଳି, ଗୋଟିଏ ଖୋକା ଓ ଗୋଟିଏ ବାଇକ ଜବତ କରିଛି। ଏନେଇ ବବୁଲୁଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।
୨୦୦ ଶହ ବେଡ୍ ବିଶିଷ୍ଠ ଏହି ହସ୍ପିଟାଲ ମୋଟ ୬୫୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ। କେନ୍ଦ୍ର ଆଟୋମିକ୍ ଏନର୍ଜି ମୋଟ ବ୍ୟୟ ଅଟକଳର ୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଓ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ବ୍ୟୟ କରିବ। ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ହସ୍ପିଟାଲ କରିବା ନିମନ୍ତେ ୪୨ ଏକର ଜମି ଓ ଆବଶ୍ୟକ ଅନ୍ୟ ସହାୟତା କରାଯାଉଛି।
ପୂର୍ବରୁ ଏହି ହସ୍ପିଟାଲ୍ ପାଇଁ ରାଜ୍ୟ ସରକାର ସହ ଟାଟା ଚୁକ୍ତି ସ୍ୱାକ୍ଷର କରିଛିା ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯ଟି ରାଜ୍ୟରେ ନୂଆ କ୍ୟାନ୍ସର ହସ୍ପିଟାଲ୍ ନିର୍ମାଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛିା
ଖବର ପାଇ ଖୋର୍ଦ୍ଧାର ଅଗ୍ନିଶମ ବାହିନୀ ଏବଂ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଟ୍ରକ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହି ଯାଇଥିଲେ। ଅଗ୍ନିଶମ ବାହିନୀ ଟ୍ରକର କିଛି ଅଂଶକୁ କାଟି ତାଙ୍କୁ ବାହାର କରିଥିଲେ।
ସମସ୍ତ ଆହତଙ୍କର ଚିକିତ୍ସା ଚାଲିଥିବା ବେଳେ ଟାଉନ ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି।
ସେହିପରି କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଜଲାପୁଟ ବ୍ରିଜ ନିକଟରେ ଏକ ପିକଅପ ଗାଡ଼ି ଓଲଟି ପଡ଼ିବାରୁ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତ ଥୁବା ଗାଁର ବୋଲି ଜଣାପଡ଼ିଛି। ସେମାନେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ ପଣସ ଆଣିବା ନିମନ୍ତେ ଯାଉଥିବା ବେଳେ ଜଲାପୁଟବ୍ରିଜ ନିକଟରେ ଭରାସାମ୍ୟ ହରାଇ ପିକ୍ଅପ୍ ଗାଡ଼ିଟି ଓଲଟି ପଡ଼ିଥିଲା।
ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଦେଉଳି କ୍ଲଷ୍ଟର ସେଣ୍ଟରକୁ ୧୦ଟି ସ୍କୁଲକୁ ଦେବା ପାଇଁ ବହି ଆସିଥିଲା। ଖରା ଛୁଟି ପାଇଁ ସ୍କୁଲ ବନ୍ଦ ଥିବାରୁ ପିଲାମାନଙ୍କୁ ବହି ବଣ୍ଟନ କରାଯାଇ ନଥିଲା। ଦେଉଳି କ୍ଲଷ୍ଟର ସେଣ୍ଟରକୁ ଆସିଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩ କୁଇଣ୍ଟାଲ ବହିକୁ ଗତକାଲି କବାଡିଆ ବାଲାକୁ ବିକ୍ରି କରୁଥିଲେ ସିଆରସିସି ମନମୋହନ ମିଶ୍ର। କବାଡିବାଲା ମଧ୍ୟ କାର୍ଯ୍ୟାଳୟରେ ଭିତରେ ବସି ବହି ଓଜନ କରି ସାରିଥିଲା। ମୂଲଚାଲ ବି ହୋଇ ସାରିଥିଲା। ହେଲେ କବାଡ଼ିବାଲା ବହି ନେଇ ସେଠାରୁ ଯିବା ପୂର୍ବରୁ ପହଞ୍ଚି ଯାଇଥିଲେ ଗ୍ରାମବାସୀ। ପିଲାଙ୍କୁ ବହି ନ ଦେଇ କାହିଁକି ବିକୁଛ ବୋଲି ସେମାନେ ସିଆରସିସିଙ୍କୁ ପଚାରିଥିଲେ।
ଗ୍ରାମବାସୀ ପ୍ରଶ୍ନବାଣରେ ମନମୋହନ ଘାଇଲା ହୋଇଯାଇଥିଲେ। ନିଜ ଭୁଲ ମାନିଥିଲେ ଓ ଆଉ ଏପରି ଭୁଲ୍ କରିବେନି ବୋଲି କହି କାନଧରି ବସଉଠ ହୋଇଥିଲେ। ଖବର ପାଇ ବୋଲଗଡ଼ ବ୍ଲକ ଉପାଧ୍ୟକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ପରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ,କବାଡ଼ିଆ ଓ ମନମୋହନଙ୍କ ବୟାନ ରେକର୍ଡ କରିଥିଲେ। ଏହା ସହ ଦେଉଳି କ୍ଲଷ୍ଟର ସେଣ୍ଟର ସିଲ୍ କରି ଫେରି ଯାଇଥିଲେ। ଆଜି ବୋଲଗଡ଼ ଶିକ୍ଷା ଅଧିକାରୀ ମନମୋହନଙ୍କ ଚାକିରୁରୁ ନିଲମ୍ବିତ କରିଛନ୍ତି। ଏହା ସହିତ ଘଟଣାର ତଦନ୍ତ କରାଯାଉଛି ବୋଲି ବୋଲଗଡ ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି।
କିରଣବାଳା ଆଜି ସକାଳେ ମର୍ଣ୍ଣିୱାକ କରିବାକୁ ଅନ୍ୟ ଜଣେ ମହିଳାଙ୍କ ସାଥୀରେ ଯାଇଥିଲେ। ଉଭୟ ରାସ୍ତାରେ ଯାଉଥିବା ବେଳେ ହଠାତ୍ ପାନବରଜ ଖେଳ ପଡିଆ ନିକଟରେ ଏକ ହାତୀ ସେମାନଙ୍କ ସାମନାକୁ ଆସି ଯାଇଥିଲା। କିରଣବାଳା ହାତୀ ହାବୁଡ଼ରେ ପଡ଼ି ଯାଇଥିବା ବେଳେ ହାତୀଟି ତାଙ୍କୁ କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।
ଅନ୍ୟ ମହିଳାଜଣକ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଖୋର୍ଦ୍ଧାଜିଲା ମୁଖ୍ୟ ଚିକିସାଳୟରେ ଭର୍ତ୍ତି କରିଛନ୍ତି।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି।
ଏକ ଅଟୋରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ପୁଲିସ୍। ଏହା ପରେ ପୁଲିସ ହରି ଭାଇନା ଛକ ନିକଟସ୍ଥ ବସଷ୍ଟାଣ୍ଡରେ ଗାଡ଼ି ଯାଞ୍ଚ କରିଥିଲା। ସେହି ସମୟରେ ଗୋଟିଏ ଅଟୋରୁ ପୁଲିସ୍ ୨୨ କିଲୋରୁ ଅଧିକ ଗଞ୍ଜେଇ ଜବତ କରିଥିଲା। ଏଥିସହ ପୁଲିସ୍ ଅଟୋରୁ ନଗଦ ୫ ଲକ୍ଷ ୮୪ ହଜାର ଟଙ୍କା ଜବତ କରିଥିଲା। ଏହି ଅଭିଯୋଗରେ ପୁଲିସ୍ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ଅଭିଯୁକ୍ତମାନେ ହେଲେ ତ୍ରିନାଥ ସାସମଲ, ସୁନିଲ ବେହେରା ଓ କାର୍ତ୍ତିକ ପୃଷ୍ଟି। ସମସ୍ତ ଅଭିଯୁକ୍ତଙ୍କ ଘର ଜଟଣୀ ଅଞ୍ଚଳରେ। ଏମାନେ କନ୍ଧମାଳରୁ ଗଞ୍ଜେଇ ଆଣି ଭୁବନେଶ୍ୱରରେ ବିକ୍ରି କରିବାକୁ ନେଉଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ। ପୁଲିସ ଅଭିଯୁକ୍ତଙ୍କଠାରୁ ୩ଟି ମୋବାଇଲ ଫୋନ ସହିତ ଅଟୋକୁ ଜବତ କରିଛି।
ଭୂଷଣ୍ଡପୁର ଗାଁରେ ଗତକାଲି ଏକ ଘର ଭିତରେ ଦୋଳ ପୂର୍ଣ୍ଣିମା ପାଇଁ ବାଣ ତିଆରି ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ବେଳେ ୮ଜଣ ଘର ଭିତରେ ଥିଲେ। ଅଗ୍ନିଶମ ବାହିନୀ ୮ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ୪ଜଣ ଆହତ ହୋଇଥିଲେ। ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀ ୨୮ ତାରିଖରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ଇଚ୍ଛାପୁରରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିଦିନ ଘଟଣାସ୍ଥଳରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଗତକାଲି ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ବାଣ କାରଖାନାର ମାଲିକଙ୍କ ମୃତ୍ୟୁ ଘଟିଥିଲା।
ମନ୍ଦିର ପରିସରରେ ଗତକାଲି ୪ ଜଣ ପାଳିଆ ସେବାୟତ ରହିଥିବା ବେଳେ ଏହି ଲୁଟ ସମ୍ପର୍କରେ କେମିତି ଜାଣିପାରିଲେ ନାହିଁ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭୋରରେ ପାଳିଆ ସେବାୟତ କାଙ୍ଗାଳୀ ରଣା ଠାକୁରଙ୍କ ସେବା ପାଇଁ ପହଡ଼ ଖୋଲିବା ବେଳେ ଲୁଟ ସମ୍ପର୍କରେ ଜଣାପଡ଼ିଥିଲା ।
ମନ୍ଦିର ଟ୍ରଷ୍ଟି ପକ୍ଷରୁ ବାଘମାରି ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। କୌଣସି ମୂର୍ତ୍ତି ଚୋରି ରାକେଟର ଏହି ଘଟଣାରେ ଲିଙ୍କ୍ ଥାଇପାରେ ବୋଲି ସନ୍ଦେହ ହେଉଛି।
ଠାକୁରଙ୍କ ମୂର୍ତ୍ତି ଚୋରିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ରାତି ହେଲେ ସ୍ଥାନୀୟ ଅଞ୍ଚଳରେ ଅସାମାଜିକ ଲୋକଙ୍କ ଆଡ୍ଡା ଜମୁଥିବା ବେଳେ ପୁଲିସ ଚୁପ ରହୁଥିବାରୁ ଏପରି ଘଟଣା ବଢୁଥିବା ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ଏହି ମନ୍ଦିରରୁ ଦାନବାକ୍ସ ଚୋରି ହୋଇଥିବା କହିଛନ୍ତି ସେବାୟତ। ଏଥର ଚୋରି ହୋଇଥିବା ଦାନବାକ୍ସ ଦୁଇ ମାସ ହେଲା ଖୋଲା ଯାଇ ନଥିଲା ବୋଲି ଜଣାପଡ଼ିଛି।
ଖୋର୍ଦ୍ଧା ବାଣପୁର ଖମାରସାହିର ପ୍ରଶାନ୍ତ ମହାପାତ୍ରଙ୍କ ପୁଅ ହେଉଛନ୍ତି ଆଶୁତୋଷ। ସେ ଯୁକ୍ତ ଦୁଇରେ ପଢୁଥିଲେ। ତାଙ୍କର ସାଙ୍ଗ ହେଉଛନ୍ତି ଆଶୀର୍ବାଦ ପ୍ରଧାନ। ଉଭୟ ବୁଲାବୁଲିଠାରୁ ଆରମ୍ଭ କରି ଖିଆପିଆ ଯାଏଁ ଏକାଠି କରୁଥିଲେ। ସେହି ବନ୍ଧୁତା ଭିତରେ ଆଶୁତୋଷଙ୍କ ମୁଣ୍ଡକୁ ଜୁଟିଥିଲା ଦୁର୍ବୁଦ୍ଧି। ଆଶୀର୍ବାଦ ଏକାଧିକ ଝିଅଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ। ଆଉ ସେହି ସବୁ ସଂପର୍କର ଦୃଶ୍ୟ ଆଶୁତୋଷଙ୍କ ପାଖରେ ଥିଲା। ସେଥିପାଇଁ ସେ ଆଶୀର୍ବାଦକୁ ବ୍ଲାକମେଲିଂ କରିବା ଆରମ୍ଭ କରିଥିଲେ। ଆଶୀର୍ବାଦ କେତେବେଳେ ତାଙ୍କୁ ୨୦୦ ଟଙ୍କା ଦେଉଥିଲେ ତ ଆଉ କେତେବେଳେ ୫୦୦ ଟଙ୍କା।
ଟଙ୍କା ପାଇବା ପରେ ଆଶୁତୋଷଙ୍କ ଲୋଭ ବଢ଼ି ଯାଇଥିଲା। ପରବର୍ତ୍ତୀ ସମୟରେ ଅଧିକ ଟଙ୍କା ଦାବି କରିଥିଲେ। ମାତ୍ର ଏଥିରେ ଆଶୀର୍ବାଦ ରାଜି ନହେବାରୁ ସମ୍ପୃକ୍ତ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଦାବି କରିଥିଲେ। ଆଶୁତୋଷଙ୍କ ବ୍ଲାକ୍ମେଲିଂରେ ଆଶୀର୍ବାଦ ଅତିଷ୍ଠ ହୋଇଯାଇଥିଲେ। ସେପଟା ଲୋକ ଲଜ୍ଜା ରୂପକ ଭୟର ଖଣ୍ଡା ମଧ୍ୟ ତାଙ୍କ ମୁଣ୍ଡ ଉପରେ ଝୁଲୁଥିଲା। କ’ଣ କରିବେ? ସେହି ଚିନ୍ତାରେ ରହୁଥିଲେ ଆଶୀର୍ବାଦ।
୨୩ ତାରିଖ ପୂର୍ବାହ୍ନରେ ଆଶୁତୋଷ ଘରକୁ ଫେରୁଥିଲେ। ଆଶୀର୍ବାଦ ତାଙ୍କୁ ସାଙ୍ଗରେ ଡାକି ନେଇଥିଲେ। ପରେ ଏକ ଘର ଭିତରେ ଉଭୟ ମିଶି ପ୍ରବଳ ମଦ ପିଇଥିଲେ। ମଦ ନିଶାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମାଡ଼ ମରାମରି ହୋଇଥିଲା। ପରେ ଆଶୁତୋଷଙ୍କ ତଣ୍ଟି ଚିପି ଦେଇଥିଲେ ଆଶୀର୍ବଦ। ତା’ପରେ ଉକ୍ତ ଘରକୁ ବାହାର ପାର୍ଶ୍ୱରୁ ତାଲା ପକାଇ ବାହାରକୁ ଚାଲି ଆସିଥିଲେ। ମାମଲାକୁ ଦିଗହରା କରିବା ପାଇଁ ଆରମ୍ଭ କରିଥିଲେ ମୁଣ୍ଡ ଜାମିନ୍ର ମିଛ ନାଟକ।
ଆଶୁତୋଷଙ୍କ ବାପାଙ୍କ ପାଖକୁ ଫୋନ୍ କରି ୫ ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନଦେଲେ ଆଶୁତୋଷଙ୍କୁ ମାରିଦେବେ ବୋଲି ଧମକ ଦେଇଥିଲେ। ଏହାକୁ ନେଇ ପରିବାର ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଥିଲା। ସେହ ସଂଧ୍ୟାରେ ଆଶୁତୋଷଙ୍କ ମୃତଦେହ ରଖିଥିବା ଘରକୁ ଫେରିଲେ ଆଶୀର୍ବାଦ। ଅନ୍ଧାରର ସୁଯୋଗ ନେଇ ଆଶୁତୋଷଙ୍କ ମୃତଦେହକୁ କୂଅରେ ଫିଙ୍ଗି ଦେଇଥିଲେ।
ଅନ୍ୟପକ୍ଷରେ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ୍ ମାମଲାର ଖୋଳତାଢ଼ କରିଥିଲା। ଆଶୁତୋଷଙ୍କ ବାପାଙ୍କ ପାଖକୁ ଆସିଥିବା ଫୋନ୍ କଲ୍ ଓ ଅନ୍ୟାନ୍ୟ ଦିଗରୁ ତଦନ୍ତ ଚଳାଇଥିବା ପୁଲିସ୍ର ସନ୍ଦେହୀ ଆଖି ଯାଇଥିଲା ଆଶୀର୍ବାଦଙ୍କ ଉପରକୁ। ପୁଲିସ୍ ପ୍ରଥମେ ତାଙ୍କୁ ହେପାଜତକୁ ନେଇ ଜେରା କରିଥିଲା। ଘନ ଘନ ଜେରା ପରେ ପୁଲିସ୍ ଆଗରେ ସବୁ ସତ ମାନିଥିଲେ ଆଶୀର୍ବାଦ। ସେ ଆଶୁତୋଷଙ୍କୁ ହତ୍ୟା କରି କୂଅରେ ମୃତଦେହ ପକାଇ ଦେଇଥିବା ସ୍ୱୀକାର କରିଥିଲେ।
ବୁଧବାର ପୁଲିସ୍ କୂଅ ଭିତରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।
ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟ ହରିପୁର ରୋଡ୍ ତାରିଣୀ ମନ୍ଦିର ନିକଟରେ ଗତକାଲି ଏକ ଟ୍ରଲି ବ୍ୟାଗ୍ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହି ଘଟଣା ସମଗ୍ର ଅଞ୍ଚଳରେ ଚହଲ ପକାଇ ଦେଇଥିଲା।
ଖବର ପାଇ ଖୋର୍ଦ୍ଧା ଏସ୍ପି, ଏସ୍ଡିପିଓ, ନାଚୁଣୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଥିଲେ। ଡଗ୍ ସ୍କ୍ୱାର୍ଡ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଲେ। ବହୁ ଯାଞ୍ଚ ପରେ ମୃତଦେହଟି ନୟାଗଡ଼ ଜିଲ୍ଲା ରଣପୁର ଥାନା ଲାଖପଡ଼ାର ମନୋରଞ୍ଜନ ମହାପାତ୍ରଙ୍କର ବୋଲି ସ୍ପଷ୍ଟ ହୋଇଥିଲା। ମୃତକଙ୍କ ପତ୍ନୀ ମିଲି ଦାସ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ।
ଟ୍ରଲି ବ୍ୟାଗରୁ ମୃତଦେହ ବାହାରିବା ପରେ ମନୋରଞ୍ଜନଙ୍କ ମୁଣ୍ଡରେ ଏକ କ୍ଷତ ଚିହ୍ନ ଥିବା ବେଳେ ତାହାକୁ ବ୍ୟାଣ୍ଡେଜ୍ କରାଯାଇଥିବା ଦେଖିବାକୁ ମିଳିଥିଲା । ତାଙ୍କ ବେକରେ ମଧ୍ୟ ଦାଗ ଥିବା ପୁଲିସ ସୂଚନା ଦେଇଥିଲା । ତେବେ ଉକ୍ତ କ୍ଷତ ଚିହ୍ନ ପୁରୁଣା ବୋଲି ପରିବାର ଲୋକେ ଗତକାଲି କହିଥିଲେ।
ଗତକାଲି ମୃତକଙ୍କ ପତ୍ନୀ ଗଣମାଧ୍ୟମକୁ ଦେଇଥିବା ବୟାନରେ ମନୋରଞ୍ଜନ ଗାଡ଼ି ଚଲାଇବା ସହ କମ୍ପାନୀରେ କାମ କରୁଥିବା କହିଥିଲେ। ସେ ସୋଶାଲ ମିଡିଆରେ ଲେଖାଲେଖି କରୁଥିବା ବେଳେ ତାଙ୍କର ବହୁ ସମ୍ପର୍କ ଥିବା ମିଲି କହିଥିଲେ।
ଗତ ୧୫ ଦିନ ହେବ ସ୍ୱାମୀଙ୍କ ସହ ମିଲି ନିଜ ବଡ଼ ଭଉଣୀଙ୍କ ଘରେ ରହୁଥିଲେ। ଶନିବାର ସନ୍ଧ୍ୟାରେ ମନୋରଞ୍ଜନ ମିଲିଙ୍କୁ ଟଙ୍କା ଓ ଗାଡ଼ି ମାଗିଥିଲେ। ମାତ୍ର ସେ ଦେଇ ନ ଥିଲେ। ଏହାପରେ ସେ କେଉଁଆଡ଼େ ପଳାଇଥିବା ବେଳେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ହରିପୁର ରୋଡ୍ ତାରିଣୀ ମନ୍ଦିର ନିକଟରେ ଏକ ମୃତଦେହ ପଡ଼ିଥିବା ଖବର ପାଇଥିଲେ। ଏହାପରେ ପହଞ୍ଚି ମୃତଦେହ ସ୍ପଷ୍ଟ କରିଥିବା ପରିବାର ଲୋକେ କହିଛନ୍ତି।
ଏପରି ଏକ ଘଟଣାର ତଦନ୍ତ ପାଇଁ ପୁଲିସ୍ ୩ ଟି ଟିମ୍ ଗଠନ କରିଥିବା ବେଳେ ଖୋର୍ଦ୍ଧା ଏସ୍ପି ଏହା ଉପରେ ନଜର ରଖିଥିଲେ। ତେବେ ମନୋରଞ୍ଜନ ଘର ଛାଡ଼ିବା ପୂର୍ବରୁ ଉଭୟ ପତିପତ୍ନୀଙ୍କ ମଧ୍ୟରେ କଳହ ଲାଗିଥିବା ନେଇ ମିଲି ଗତକାଲି ଗଣମାଧ୍ୟମକୁ କହିଥିବା ବେଳେ ଏହାକୁ ନେଇ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଗତକାଲି ସନ୍ଧ୍ୟାରେ ପୁଲିସ୍ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିବା ବେଳେ ଆଜି ଗିରଫ କରିଥିବା ଜଣାଯାଇଛି। ତାଙ୍କ ସହ ଆଉ ୨ ଜଣଙ୍କୁ ବି ପୁଲିସ୍ ବାନ୍ଧିଥିବା ଜଣାଯାଇଛି। ସେମାନଙ୍କ ମଦ୍ୟରୁ ଜଣେ ପରିବାର ଲୋକ ହୋଇଥିବା ବେଳେ ଆଉ ଜଣେ ବାହାର ଲୋକ ବୋଲି ଜଣାଯାଇଛି ତେବେ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇପାରି ନାହିଁ।
ଖୋର୍ଦ୍ଧା ସମବାୟ ମହିଳା ବ୍ୟାଙ୍କର କର୍ମଚାରୀ ହେଉଛନ୍ତି ରାଜଶ୍ରୀ ଭାରତୀ। ତାଙ୍କୁ ମହିଳା ବ୍ୟାଙ୍କର ମ୍ୟାନେଜର ସଞ୍ଜୟ ପଟ୍ଟନାୟକ, ଡିଜିଏମ୍ ସନ୍ଦୀପ ପଟ୍ଟନାୟକ ଓ ବ୍ୟାଙ୍କିଂ ଆସିଷ୍ଟାଣ୍ଡ ନୀହାର ପ୍ରଧାନ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଜାଣିଶୁଣି ତାଙ୍କ ଦେହରେ ଘସି ହେଉଥିଲା। ଅଫିସିଆଲ୍ ସମସ୍ୟା ନେଇ ତାଙ୍କ ଛୋଟ ଝିଅଙ୍କ ମୋବାଇଲ୍ ହ୍ୱାଟ୍ସଆପ୍କୁ ମେସେଜ ପଠାଇ ବ୍ଲାକମେଲ୍ କରୁଛନ୍ତି। ଯେଉଁଥିପାଇଁ ସେ ଭୟଭୀତ ଅବସ୍ଥାରେ ରହିଥିବା ଭାରତୀ ଅଭିଯୋଗ କରିଛନ୍ତି।
ଭାରତୀଙ୍କ କହିବା ଅନୁସାରେ ନିର୍ଯାତନା ଅକଥନୀୟ ହେଉଥିବାରୁ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଏପରିକି ଭୁବନେଶ୍ୱରର କୌଣସି ବ୍ରାଞ୍ଚକୁ ବଦଳି ପାଇଁ ପ୍ରେସିଡେଣ୍ଟଙ୍କୁ ଅନୁରୋଧ କରିଥିଲେ। ତାଙ୍କର ସବୁ ଅଭିଯୋଗ ଶୁଣିବା ପରେ ବଦଳି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଶୁକ୍ରବାର ସନ୍ଧ୍ୟାରେ ଶୁଭଶ୍ରୀ ଭାରତୀଙ୍କ ହ୍ୱାଟ୍ସଆପ୍କୁ ବଦଳି ଅର୍ଡର ଆସିଥିଲା। ତାଙ୍କୁ ବାଳକାଟି ବ୍ରାଞ୍ଚକୁ ବଦଳି କରାଯାଇଥିଲା। ଶୁଭଶ୍ରୀ ଗଙ୍ଗନଗରରେ ରହୁଥିବାରୁ, ସେଠାରୁ ବାଳକାଟିକୁ ଯିବା ପାଇଁ କିଛି ବ୍ୟବସ୍ଥା ନଥିବାରୁ ଚିନ୍ତାରେ ପଡ଼ି ଯାଇଥିଲେ। ବାଳକାଟି ଛଡ଼ା ଅନ୍ୟ କୌଣସି ବ୍ରାଞ୍ଚକୁ ବଦଳି ପାଇଁ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ଆସି ମାଡ଼ାମଙ୍କୁ ଅନୁରୋଧ କରିଥିଲେ। ମାତ୍ର ମାଡ଼ାମ ରାଜି ହୋଇନଥିବା ଶୁଭଶ୍ରୀ କହିଛନ୍ତି।
ମାଡ଼ାମଙ୍କଠାରୁ ନିରାଶ ବାଣୀ ଶୁଣିବା ପରେ ମାନସିକ ଭାରସାମ୍ୟ ହରାଇ ଶୁଭଶ୍ରୀ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ନିଜ ହାତ କାଟି ଦେଇଥିଲେ। ଟାଉନ୍ ଥାନା ପୁଲିସ୍ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରିଛନ୍ତି। ପରେ ସେ ଏନେଇ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ରାଜଶ୍ରୀ କହିଛନ୍ତି, ବାଳକାଟି ବ୍ରାଞ୍ଚରେ ମୁଁ ଯୋଗଦେବି ନାହିଁ। ଥରେ ହାତ କାଟିଛି। ଆଗକୁ ଆହୁରି ଆଟେମ୍ପ୍ଟ ନେବି। ପ୍ଳିଜ୍ ସାଇବର ପୁଲିସ୍ ମାଧ୍ୟମରେ ମୋର ଝିଅର ହ୍ୱାଟ୍ସଆପ୍ ଚାର୍ଟକୁ ଯାଞ୍ଚ କରାଯାଉ। ତା’ ହ୍ୱାଟ୍ସଆପ୍ ସବୁ ଚାର୍ଟ ରହିଛି। ତା’ପରେ ସବୁ ଜଣାପଡ଼ିବ। ମୋତେ ଯାହା ନ୍ୟାୟ ମିଳୁ ବା ନମିଳୁ, କିନ୍ତୁ ମୋ ଛୁଅକୁ ବଞ୍ଚାଇ ଦିଅନ୍ତୁ। ସେ ଏବେ ଭୟଭୀତ ଅବସ୍ଥାରେ ରହିଛି ବୋଲି ରାଜଶ୍ରୀ ଭାରତୀ କହିଛନ୍ତି।
ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ସିଇଓ ବନଶ୍ରୀ ମଲ୍ଲିକ କହିଛନ୍ତି, ଦୁଇ ମାସ ହେଲା ନିଯୁକ୍ତି ପାଇଛି। ଅଭିଯୋଗ ନେଇ ମୋ ପାଖରେ କିଛି ତଥ୍ୟ ନାହିଁ। ଆଜି ସକାଳେ ସେ ମୋ ପାଖକୁ ଆସିଥିଲେ। ତାଙ୍କର ଯେଉଁ ସ୍ଥାନକୁ ବଦଳି ହୋଇଛି, ସେଠାକୁ ସେ ଯିବା ପାଇଁ ମନା କରୁଛନ୍ତି। ବଦଳିକୁ ରଦ୍ଦ କରିବାକୁ କହିଥିଲେ। ଏତେ ଶୀଘ୍ର ବଦଳି ରଦ୍ଦ ହେବନି ବୋଲି କହିଥିଲି। ତାଙ୍କୁ ଆମେ ବହୁତ ବଝାଇଥିଲି। ତାଙ୍କ ଅଭିଯୋଗ ନେଇ ପୁଲିସ୍କୁ ଜଣାଇ ଦେଇଛୁ। ପୁଲିସ ଯାହା କାର୍ଯ୍ୟାନୁଷ୍ଠାନ ନେବ ବୋଲି ସିଇଓ ବନଶ୍ରୀ ମଲ୍ଲିକ କକହିଛନ୍ତି।
ରିପୋର୍ଟ- ଖୋର୍ଦ୍ଧାରୁ ବଳରାମ ଲେଙ୍କା
https://www.youtube.com/watch?v=aQTxdMk6Vss