‘ଏବେ ଆମର ପରମାନେଣ୍ଟ ବୁକିଂ ହୋଇଗଲା’ ବୋଲି ଉଭୟ କ୍ୟାପସନ୍ ଦେଇଥିବା ବେଳେ ଏହାକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରିଛନ୍ତି। ସେମାନଙ୍କ ଏହି ଯାତ୍ରାରେ ସମସ୍ତଙ୍କ ଆଶୀର୍ବାଦ ଓ ଭଲପାଇବା ଲୋଡିଛନ୍ତି କିଆରା। ଏହାପରେ ଉଭୟଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।
କିଆରା ଆଡଭାନୀ ନିଜ ଖାସ୍ ଦିନ ପାଇଁ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ପିଙ୍କ୍ କଲର ଲେହେଙ୍ଗାକୁ ବାଛିଥିଲେ। ପୂରା ଲେହେଙ୍ଗାରେ ହେଭି ଏମ୍ବ୍ରୋଡରୀ ଜରି କାମ ହୋଇଥିବା ବେଳେ ତା’ ସହ ସେ ମ୍ୟାଚିଂ ବ୍ଲାଉଜ ଓ ହେଭି ୱାର୍କ ଥିବା ଦୁପଟ୍ଟା କ୍ୟାରି କରିଥିଲେ।
ବ୍ରାଇଡ୍ରାଲ ଲୁକ୍ରେ ଷ୍ଟନିଂ ଲାଗୁଥିବା କିଆରା ନିଜ ଲେହେଙ୍ଗାକୁ ମ୍ୟାଚିଂ କରି ଗ୍ରୀନ୍ କଲରର ହୀରା ଚକ୍କର, ମ୍ୟାଚିଂ ଇୟର ରିଙ୍ଗ, ମାଙ୍ଗ ଟିକା ପିନ୍ଧିଥିଲେ। ଏଥିସହ ଲେହେଙ୍ଗାକୁ ମ୍ୟାଚ କରି ସେ ଲାଇଟ୍ ପିଙ୍କ କଲରର ବ୍ରାଇଡାଲ ଚୁଡ଼ି ବାଛିଥିଲେ।
ସେହିପରି ଏହି ସ୍ପେଶାଲ ଦିନରେ ବର ବେଶ୍ରେ ସଜ ହୋଇଥିବା ସିଦ୍ଧାର୍ଥ ବି କିଛି କମ୍ ଲାଗୁ ନ ଥିଲେ। ସେ ବି ନିଜ ଦୁଲହନିଆଙ୍କ ଲେହେଙ୍ଗାକୁ ମ୍ୟାଚ କରି ମନିଷ ମଲହୋତ୍ରାଙ୍କ ଡିଜାଇନ୍ ଲାଇଟ୍ କଲରର ଶେରୱାନୀ ପିନ୍ଧିଥିଲେ। ଏଥିରେ ଗୋଲଡେନ୍ କଲର ଜରିର ହେଭି ୱାର୍କ ହୋଇଥିଲା। ଏଥିସହ ସେ ମନିଷ ମଲହୋତ୍ରାଙ୍କ ଡିଜାଇନ ଏକ ହୀରା ହାର ବି କ୍ୟାରି କରିଥିଲେ।
ଏହି ହାଇପ୍ରୋଫାଇଲ ବିବାହ ଉତ୍ସବରେ ଇଶା ଅମ୍ବାନୀ ଏବଂ ତାଙ୍କ ସ୍ୱାମୀ ଆନନ୍ଦ ପିରାମଲ, ସାହିଦ କପୁର, ମିରା ରାଜପୁତ, ଜୁହି ଚାୱଲା, ମଲାଇକା ଅରୋରା, କରନ ଜୋହର, ମନିଷ ମଲହୋତ୍ରା ପ୍ରମୁଖ ସାମିଲ ହୋଇଥିଲେ ।
ଫିଲ୍ମ ‘ଶେରଶାହ’ ସେଟ୍ରେ ଉଭୟଙ୍କ ଭେଟ୍ ହୋଇଥିବା ବେଳେ ତା’ ପରେ ଉଭୟଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଉଭୟଙ୍କ ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରୁଥିବା ବେଳେ ବିଭିନ୍ନ ସମୟରେ ସେମାନଙ୍କ ବିବାହ କଥା ଉଠୁଥିଲା। ଶେଷରେ ଜନ୍ମ ଜନ୍ମ ପାଇଁ ପରସ୍ପରର ହୋଇ ଯାଇଛନ୍ତି ବଲିଉଡର ଏହି କ୍ୟୁଟ୍ କପଲ୍ ।
ଏହି ଯୋଡ଼ିଙ୍କ ବିବାହ ଫେବୃୟାରୀ ୬ ତାରିଖରେ ହେବ ବୋଲି ପୂର୍ବରୁ ସ୍ଥିର ହୋଇଥିଲା। କିନ୍ତୁ ସୂଚନା ମୁତାବକ ଉଭୟ ଆସନ୍ତା କାଲି ଅର୍ଥାତ ଫେବୃୟାରୀ ୭ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ। ଅର୍ଥାତ ଭାଲେଣ୍ଟାଇନ୍ ସପ୍ତାହ ଆରମ୍ଭରେ ହିଁ ବିବାହ କରିବା ନିମନ୍ତେ ଏହି ପ୍ରେମ ଯୋଡ଼ି ନିଷ୍ପତ୍ତି ନେଇଛନ୍ତି ।
ଏହାପୂର୍ବରୁ ଗତ ରାତିରେ ମେହେନ୍ଦୀ ଫଙ୍କସନ୍ ଶେଷ ହୋଇଥିବା ବେଳେ ଆଜି ସଙ୍ଗୀତ ସେରିମନିର ଆୟୋଜନ ହେବ । କିଆରାଙ୍କ ଭାଇ ମିଶାଲ ଜଣେ କୋରିଓଗ୍ରାଫର ଓ ସିଙ୍ଗର ହୋଇଥିବା ବେଳେ ସେ ନିଜ ଭଉଣୀ ଭିଣୋଇଙ୍କ ପାଇଁ ସ୍ପେଶାଲ ଟ୍ରାକ୍ର ଆୟୋଜନ କରିଥିବା ଜଣାଯାଇଛି।
କିଆରା ଓ ସିଦ୍ଧାର୍ଥଙ୍କ ବିବାହରେ ୧୦୦ରୁ ୧୫୦ ଅତିଥି ଯୋଗଦେବେ। ଏହି ଗେଷ୍ଟ ତାଲିକାରେ ଅନେକ ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ନାଁ ମଧ୍ୟ ସାମିଲ ଅଛି। ସିଦ୍ଧାର୍ଥ- କିଆରାଙ୍କ ବିବାହ ନିମନ୍ତେ ପତ୍ନୀ ମୀରାଙ୍କ ସହ ସାହିଦ କପୁର, କରନ ଜୋହର, ମନିଷ ମଲହୋତ୍ରା ପ୍ରମୁଖ ଜୈସଲମେର୍ରେ ପହଞ୍ଚି ସାରିଛନ୍ତି। ଏହାବାଦ ଇଶା ଅମ୍ବାନୀ କିଆରାଙ୍କ ପିଲା ଦିନର ବାନ୍ଧବୀ ହୋଇଥିବା ବେଳେ ସେ ମଧ୍ୟ ବିବାହ ଉତ୍ସବରେ ଯୋଗ ଦେବାକୁ ନିଜ ସ୍ୱାମୀ ଆନନ୍ଦ ପିରାମିଲଙ୍କ ସହ ଜୈସଲମେର୍ରେ ପହଞ୍ଚି ସାରିଛନ୍ତି। ଭିକି କୌଶଲ, ବରୁଣ ଧୱନଙ୍କ ପରି ସେଲିବ୍ରିଟି ବି ବିବାହରେ ଯୋଗ ଦେବେ ବୋଲି ଜଣାଯାଇଛି।
ପରିବାର ବର୍ଗ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ସାତଫେରା ନେବେ। ବିବାହ ପରେ ଉଭୟ ସେଠାରେ ଏକ ଭବ୍ୟ ପାର୍ଟିର ଆୟୋଜନ କରିବେ। ସେଠାରେ ଅତିଥିଙ୍କୁ ରୟାଲ ରାଜସ୍ଥାନୀ ଡିସ୍ ସହ ପଞ୍ଜାବୀ ଡିସ୍ ବି ପରସାଯିବ । ମୁମ୍ବାଇ ଫେରି ଏଠାରେ ମଧ୍ୟ ଏକ ଗ୍ରାଣ୍ଡ ରିସେପସନ୍ ପାର୍ଟି ଦେବେ ବୋଲି କୁହାଯାଉଛି।
ରିପୋର୍ଟ ମୁତାବକ, ଫେବ୍ରୁଆରୀ ୬ ତାରିଖରେ ହାତକୁ ଦି ହାତ ହେବେ ସିଦ୍ଧାର୍ଥ ଓ କିଆରା। ତେଣୁ ୪ ତାରିଖରୁ ହିଁ ହଳଦୀ, ମେହେନ୍ଦି, ସଙ୍ଗୀତ ସମେତ ବିବାହର ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇ ୬ ତାରିଖ ଯାଏଁ ଚାଲିବ। ରାଜସ୍ଥାନର ଜୈସଲମେର୍ରେ ଏହି ଦୁଇ ଷ୍ଟାର କପଲଙ୍କ ବିବାହ ହେବ। ଏଥିପାଇଁ ଦୁହେଁ କାଲି ଜୈସଲମେର ଯିବେ ବୋଲି କୁହାଯାଉଛି।
ସିଦ୍ଧାର୍ଥ-କିଆରାଙ୍କ ବିବାହର ଦାୟିତ୍ୱ ମୁମ୍ବାଇର ଏକ ବଡ ଓ୍ୱେଡିଂ ପ୍ଲାନର କମ୍ପାନୀକୁ ଦିଆଯାଇଛି। ହୋଟେଲ ବୁକିଂ ଠାରୁ ଆରମ୍ଭ କରି ଅତିଥିଙ୍କୁ ନେବା ଆଣିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରିବ ଏହି କମ୍ପାନୀ। ଫେବ୍ରୁଆରୀ ୪ ରୁ ଅତିଥିମାନେ ଜୈସଲମେରରେ ପହଞ୍ଚିବା ଆରମ୍ଭ କରିବେ। ବିବାହ ପାଇଁ ଜୈସଲମେର୍ର ପ୍ରସିଦ୍ଧ ପ୍ୟାଲେସ ସୂର୍ଯ୍ୟଗଡ ବୁକ୍ ହୋଇଛି।
କିଆରା ଓ ସିଦ୍ଧାର୍ଥଙ୍କ ବିବାହରେ ୧୦୦ରୁ ୧୫୦ ଅତିଥି ଯୋଗଦେବେ। ଏହି ଗେଷ୍ଟ ତାଲିକାରେ ଅନେକ ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ନାଁ ମଧ୍ୟ ସାମିଲ ଅଛି। ପରିବାର ବର୍ଗ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ସାତଫେରା ନେବେ। ଏଥିପାଇଁ ପ୍ୟାଲେସର ୮୪ଟି ଲଗ୍ଜୁରୀ ରୁମ୍ ବୁକିଂ କରାଯାଇଛି। ଏଥିସହ ୭୦ରୁ ଅଧିକ ଲଗ୍ଜୁରୀ କାର୍ର ମଧ୍ୟ ବୁକିଂ ସରିଛି। ଏ ସବୁ ଗାଡ଼ିକୁ ଜୟପୁରରୁ ଅଣାଯାଇଛି। ଜୈସଲମେର୍ରେ ବିବାହ ପରେ କିଆରା ଓ ସିଦ୍ଧାର୍ଥ ମୁମ୍ବାଇ ଫେରି ଏଠାରେ ମଧ୍ୟ ଏକ ରିସେପସନ୍ ପର୍ଟି ଦେବେ ବୋଲି କୁହାଯାଉଛି।
ନେହାଙ୍କ ଶୋ'ରେ କିଆରା କିଛି ଏମିତି କହିଛନ୍ତି, ଯାହାକୁ ନେଇ ଏବେ ସେ ଚର୍ଚ୍ଚାରେ.. ନେହା କିଆରାଙ୍କୁ ଏକ କାଳ୍ପନିକ ସ୍ଥିତିର ଉଦାହରଣ ଦେଇ ପଚାରିଥିଲେ ଯେ, ଯଦି ଗୋଟିଏ ଘରେ ବଲିଉଡ୍ ସେଲିବ୍ରିଟିମାନେ ଫସି ରହିଥିବେ। ତେବେ କିଏ ମନୋରଞ୍ଜନ କରିବେ? ଏହାର ଉତ୍ତରରେ ସେ କହିଛନ୍ତି, ଅକ୍ଷୟ କୁମାରଙ୍କ ନାଁ ନେଇଥିଲେ।
ଏହାପରେ ନେହା ପୁଣି ପଚାରିଥିଲେ. କେଉଁ ସେଲିବ୍ରିଟି ଗାଧୋଇବେ ନାହିଁ। ଏହାର ଉତ୍ତରରେ ନେହା କହିଥିଲେ, ହ୍ରିତିକ୍ ରୋଶନ ଏବଂ ଆଦିତ୍ୟ ରଏ କପୁର କେବେ ନ ଗାଧାନ୍ତୁ ବୋଲି ମୁଁ ଚାହୁଁଛି, ସେମାନେ ଏମିତି ହିଁ କୁଲ୍ ଲାଗୁଛନ୍ତି। ନେହା ଏହି ଭିଡିଓଟିକୁ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି, ଯାହାକୁ ଫ୍ୟାନମାନେ ଖୁବ୍ ପସନ୍ଦ କରୁଛନ୍ତି।
https://www.instagram.com/p/CGkY_wNnWGi/?utm_source=ig_web_copy_link
ସୂଚନା ଯେ, ଏହା ଛଡ଼ା ନିଜ ଫିଲ୍ମି କ୍ୟାରିୟରକୁ ନେଇ ମଧ୍ୟ କିଆରା ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ଖୁବ ଶୀଘ୍ର ଅକ୍ଷୟ କୁମାରଙ୍କ ସହ ତାଙ୍କ ଫିଲ୍ମ ଲକ୍ଷ୍ମୀ ବମ୍ବ ରିଲିଜ୍ ହେବାକୁ ଯାଉଛି। ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇସାରିଛି। ନଭେମ୍ବର 9ରେ ଫିଲ୍ମଟି ରିଲିଜ୍ ହେବାକୁ ଥିବା ବେଳେ ଫ୍ୟାନମାନେ ଅକ୍ଷୟଙ୍କୁ ଜଣେ କିନ୍ନର ଭୂମିକାରେ ଦେଖିବେ।