ରାଞ୍ଚି ଟେଷ୍ଟ ପରେ ଖେଳାଳିମାନେ ନିଜ ନିଜ ଇଚ୍ଛାରେ ଅନ୍ୟତ୍ର ଚାଲି ଯାଇଛନ୍ତି। ସମସ୍ତଙ୍କୁ ମାର୍ଚ୍ଚ ୨ରେ ଚଣ୍ଡିଗଡ଼ରେ ଏକାଠି ହେବାକୁ କୁହାଯାଇଛି। ସ୍କ୍ୱାଡରେ ଥିବା ଖେଳାଳି ଓ ସର୍ପୋଟ ଷ୍ଟାଫ ଚଣ୍ଡିଗଡ଼ରେ ପହଞ୍ଚିବା ପରେ ୩ ତାରିଖରେ ସମସ୍ତେ ଏକାଠି ଧର୍ମଶାଲା ଗସ୍ତ କରିଥିଲେ।
ତେବେ ୯ ଦିନର ଗ୍ୟାପ୍ ମଧ୍ୟ କେଏଲ ରାହୁଲଙ୍କ ସେବା ପାଇବା ପାଇଁ ଯଥେଷ୍ଟ ନୁହେଁ। ସେ ୫ମ ଟେଷ୍ଟ ଖେଳିବେ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଛି। କ୍ରିକବଜରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ବିଶେଷଜ୍ଞଙ୍କ ପରାମର୍ଶ ପାଇଁ କେଏଲ ରାହୁଲଙ୍କୁ ଲଣ୍ଡନ ପଠାଯାଇଛି। କାରଣ ଏବେ ବି ସେ ଡାହାଣ ପଟ ଜଙ୍ଘରେ ସମସ୍ୟା ଅନୁଭବ କରୁଛନ୍ତି। ସମାନ ଆହତ ସମସ୍ୟା ଯୋଗୁ ରାହୁଲ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ, ତୃତୀୟ ଓ ୪ର୍ଥ ଟେଷ୍ଟରୁ ବାଦ ପଡ଼ିଥିଲେ।
ଇଂଲଣ୍ଡ ବିପକ୍ଷ ହାଇଦ୍ରାବାଦ ଟେଷ୍ଟରେ ସେ ୮୬ ରନର ଇନିଂସ ଖେଳିଥିଲେ। ଏହାପରେ ଆହତ ଯୋଗୁ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ଏନସିଏକୁ ପଠାଇ ଦିଆଯାଇଥିଲା। ଗତବର୍ଷ ସମାନ ସମସ୍ୟା ପାଇଁ ରାହୁଲଙ୍କ ସର୍ଜରୀ ମଧ୍ୟ ହୋଇଥିଲା।
ଏବେ ପୁଣି ସମାନ ସମସ୍ୟା ତାଙ୍କର ସାମ୍ନାକୁ ଆସିଛି। କୁହାଯାଉଛି ଯେ ରାହୁଲଙ୍କ ଆହତ ସମସ୍ୟା ଗୁରୁତର ନୁହେଁ, କିନ୍ତୁ ସେ ଦିନିକିଆ ଓ ଟେଷ୍ଟ ଟିମର ନିୟମିତ ସଦସ୍ୟ ହୋଇଥିବାରୁ ତାଙ୍କ ଉପରେ ଅଧିକ ଚାପ ଦେବାକୁ ବିସିସିଆଇ ଚାହୁଁନାହିଁ। ତେଣୁ ପୂରା ଫିଟ ହେବା ଯାଏ ବିସିସିଆଇ ତାଙ୍କୁ ମ୍ୟାଚ୍ ନ ଖେଳାଇବାକୁ ନିଷ୍ପତ୍ତି ନେଇଛି।
ଆଇପିଏଲ ପୂର୍ବରୁ ଭାରତ ଧର୍ମଶାଲାରେ ଶେଷ ଟେଷ୍ଟ ଖେଳିବ। ରାହୁଲ ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଥିବା ଆଇପିଏଲରେ ଲକ୍ଷ୍ନୌ ସୁପର ଜାଏଣ୍ଟସର କମାଣ ସମ୍ଭାଳିବେ। ଭାରତ ଟେଷ୍ଟ ସିରିଜ ଜିତି ସାରିଥିବାରୁ ରାହୁଲଙ୍କୁ ଠିକ ହେବା ପାଇଁ ବିସିସିଆଇ ଆହୁରି ସମୟ ଦେବାକୁ ନିଷ୍ପତ୍ତି ନେଇଛି।
ଯଦି ରାହୁଲ ୫ମ ଟେଷ୍ଟ ନ ଖେଳନ୍ତି, ତା’ହେଲେ ଦେବଦତ୍ତ ପାଡିକ୍କଲଙ୍କୁ ସୁଯୋଗ ମିଳିପାରେ। କାରଣ ମଧ୍ୟକ୍ରମରେ ବ୍ୟାଟିଂ କରୁଥିବା ରଜତ ପାଟିଦାର କ୍ରମାଗତ ଭାବେ ଫେଲ ମାରୁଛନ୍ତି। ଏପରି ସ୍ଥିତିରେ ଟିମ ମ୍ୟାନେଜମେଣ୍ଟ ମଧ୍ୟକ୍ରମରେ ବାମହାତୀ ବ୍ୟାଟର ପାଡିକ୍କଲଙ୍କୁ ସୁଯୋଗ ଦେଇ ପାରେ।
ଅନ୍ୟପକ୍ଷରେ ଯଶପ୍ରୀତ ବୁମ୍ରା ୫ମ ଟେଷ୍ଟକୁ ଫେରିବେ। ୱାର୍କଲୋଡ ମ୍ୟାନେଜମେଣ୍ଟ ପାଇଁ ବୁମ୍ରାଙ୍କୁ ୪ର୍ଥ ଟେଷ୍ଟରେ ବିଶ୍ରାମ ଦିଆଯାଇଥିଲା। ଏବେ ସେ ୫ମ ଟେଷ୍ଟରେ ଦଳକୁ ଫେରିବେ। ସମ୍ଭବତଃ ଟିମ ମ୍ୟାନେଜମେଣ୍ଟ ଆଉ କିଛି ବରିଷ୍ଠ ଖେଳାଳିଙ୍କୁ ୫ମ ଟେଷ୍ଟରେ ବିଶ୍ରାମ ଦେଇପାରେ।
ମିଳିଥିବା ସୂଚନା ଅନୁଯାୟୀ, ଜଙ୍ଘ ଜନିତ ସମସ୍ୟାରେ ପଡ଼ିଥିବା କେଏଲ ଗତ ସପ୍ତାହରେ ହିଁ ୯୦% ଫିଟ ହୋଇ ଯାଇଥିଲେ। ତଥାପି ତାଙ୍କୁ ତୃତୀୟ ଟେଷ୍ଟରେ ସାମିଲ କରାଯାଇ ନଥିଲା। ଏବେ ସେ ମ୍ୟାଚ୍ ଖେଳିବାକୁ ପୂରା ପ୍ରସ୍ତୁତ ଅଛନ୍ତି। ତେଣୁ ସେ ରାଞ୍ଚି ଟେଷ୍ଟ ବେଳକୁ ଉପଲବ୍ଧ ହେବେ।
ଗତବର୍ଷ ଆଇପିଏଲ ମଧ୍ୟ ରାହୁଲ ସମାନ ଆହତ ସମସ୍ୟାରେ ପଡ଼ିଥିଲେ। ଏଥିପାଇଁ ତାଙ୍କୁ ପ୍ରାୟ ୪ ମାସ ଟିମରୁ ବାହାରେ ରହିବାକୁ ପଡ଼ିଥିଲା। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ପୁଣି ସମାନ ଆହତର ସମ୍ମୁଖୀନ ହୋଇଥିଲେ।
ହେଲେ ଏଥର ସେ ଶୀଘ୍ର ଫିଟ ହୋଇଯାଇଛନ୍ତି। ହାଇଦ୍ରାବାଦରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ହାରି ଯାଇଥିଲା। କିନ୍ତୁ ରାହୁଲଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିଥିଲା। ରାହୁଲ ଫର୍ମରେ ଥିବାରୁ ୪ର୍ଥ ଟେଷ୍ଟରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ କଥା ବିଚାରକୁ ନେଲେ ଏବେ ଘରୋଇ ଟିମ ଭାରତ ୨-୧ରେ ଆଗୁଆ ରହିଛି। ପ୍ରଥମ ଟେଷ୍ଟ ଇଂଲଣ୍ଡ ଜିତିଥିବା ବେଳେ ଦ୍ୱିତୀୟ ଓ ତୃତୀୟ ଟେଷ୍ଟକୁ ଭାରତ ଜିତି ନେଇଛି। ତୃତୀୟ ଟେଷ୍ଟରେ ଭାରତ ୪୩୪ ରନର ବୃହତ୍ତ ବ୍ୟବଧାନରେ ଇଂଲଣ୍ଡକୁ ହରାଇ ନୂଆ ରେକର୍ଡ କରିଛି। ଏହା ଇଂଲଣ୍ଡର ଦ୍ୱିତୀୟ ବୃହତ୍ତମ ପରାଜୟ। ଏହାପୂର୍ବରୁ ଦଳ ୧୯୩୪ରେ ଅଷ୍ଟ୍ରେଲିଆ ଠାରୁ ୫୬୨ ରନରେ ହାରିଥିଲା।
ଲାଗୁଥିଲା ରବୀନ୍ଦ୍ର ଜାଡେଜା ଓ ରାହୁଲ ଉଭୟ ତୃତୀୟ ଟେଷ୍ଟକୁ ଫେରିବେ। ବିସିସିଆଇ ମଧ୍ୟ ଇଂଲଣ୍ଡ ବିପକ୍ଷ ବାକି ୩ ଟେଷ୍ଟ ପାଇଁ ଘୋଷଣା କରିଥିବା ୧୭ ଜଣିଆ ସ୍କ୍ୱାଡରେ ଉଭୟଙ୍କୁ ସାମିଲ କରିଥିଲା।
ଫେବୃଆରୀ ୧୫ରୁ ତୃତୀୟ ଟେଷ୍ଟ ଆରମ୍ଭ ହେଉଥିବା ବେଳେ ରାହୁଲ ଉକ୍ତ ଟେଷ୍ଟରେ ଖେଳିବେ ନାହିଁ ବୋଲି ଜଣାପଡ଼ିଛି। ରାହୁଲ ଆହତ ସମସ୍ୟାରୁ ମୁକୁଳି ପାରି ନାହାନ୍ତି। ତେଣୁ ତାଙ୍କୁ ତୃତୀୟ ଟେଷ୍ଟରୁ ବାଦ ଦିଆଯାଇଛି। ତେବେ ସେ ୪ର୍ଥ ଟେଷ୍ଟ ବେଳକୁ ଦଳକୁ ଫେରିବେ।
ଇଂଲଣ୍ଡ ବିପକ୍ଷ ବାକି ୩ ଟେଷ୍ଟ ପାଇଁ ସ୍କ୍ୱାଡ ଘୋଷଣା ବେଳେ ବିସିସିଆଇ କହିଥିଲା ଯେ ରାହୁଲ ଓ ଜାଡେଜା ଫିଟ ହେଲେ ହିଁ ମ୍ୟାଚ ଖେଳିବାକୁ ଉପଲବ୍ଧ ହେବେ। ଜାଡେଜା ଫିଟ ହୋଇଯାଇଥିଲେ ହେଁ ରାହୁଲ ଆହତ ସମସ୍ୟାରୁ ମୁକୁଳି ପାରିନାହାନ୍ତି। ଏବେ ବି ସେ ବେଙ୍ଗାଲୁରୁ ସ୍ଥିତ ଏନସସିଏ ରହିଛନ୍ତି। ସେ ୪ର୍ଥ ଟେଷ୍ଟ ବେଳକୁ ଫିଟ ହୋଇ ସାରିଥିବେ ବୋଲି ଟିମ ମ୍ୟାନେଜମେଣ୍ଟ ଆଶା ରଖିଛି।
ଅନ୍ୟପକ୍ଷରେ ରାହୁଲଙ୍କ ସ୍ଥାନରେ ବିସିସିଆଇ ଆଉ ଜଣେ କର୍ଣ୍ଣାଟକା ବ୍ୟାଟରଙ୍କୁ ସ୍କ୍ୱାଡରେ ସାମିଲ କରିବ। ବାମହାତୀ ବ୍ୟାଟର ଦେବଦତ୍ତ ପାଡିକ୍କଲ ଭାରତୀୟ ଟେଷ୍ଟ ସ୍କ୍ୱାଡରେ ସାମିଲ ହୋଇ ପାରନ୍ତି।
ଉଭୟ ରାହୁଲ ଓ ପାଡିକ୍କଲ ଆଇପିଏଲରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ପ୍ରତିନିଧିତ୍ୱ କରନ୍ତି। ଚଳିତ ରଣଜୀ ଟ୍ରଫି ଓ ଇଂଲଣ୍ଡ ଲାଏନ୍ସ ବିପକ୍ଷରେ ମଧ୍ୟ ପାଡିକ୍କଲ ଦମଦାର ପ୍ରଦର୍ଶନ କରିଥିଲେ। ତେଣୁ ତାଙ୍କୁ ଭାରତୀୟ ସ୍କ୍ୱାଡରେ ସାମିଲ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି।
ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ରାହୁଲ ୮୬ ଓ ଜାଡେଜା ୮୭ ରନର ଇନିଂସ ଖେଳିଥିଲେ। କିନ୍ତୁ ଆହତ ସମସ୍ୟା ଯୋଗୁ ଦୁଇ ଖେଳାଳିଙ୍କୁ ଦ୍ୱିତୀୟ ଟେଷ୍ଟରୁ ବାଦ ଦିଆଯାଇଛି।
ବିସିସିଆଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଜାଡେଜା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ୪ର୍ଥ ଦିନରେ ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଥିଲେ। ସେହିପରି ରାହୁଲ ଡାହାଣ ପଟ ଜଙ୍ଘରେ ସମସ୍ୟା ଅନୁଭବ କରୁଛନ୍ତି। ଉଭୟଙ୍କୁ ଏବେ ବିଶ୍ରାମର ଆବଶ୍ୟକ ରହିଛି। ତେଣୁ ସେମାନଙ୍କୁ ଫେବୃଆରୀ ୨ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ ଦିଆଯାଇଛି।
ଦୁଇ ଜଣ ଖେଳାଳିଙ୍କୁ ବାଦ ଦିଆଯାଇଥିବା ବେଳେ ୩ ଜଣ ଖେଳାଳିଙ୍କୁ ଭାରତୀୟ ଟେଷ୍ଟ ସ୍କ୍ୱାଡରେ ବିସିସିଆଇ ସାମିଲ କରିଛି। ଘରୋଇ ଟୁର୍ଣ୍ଣାମେଣ୍ଟରେ ଲଗାତର ଭଲ ପ୍ରଦର୍ଶନ କରୁଥିବା ସର୍ଫରାଜ ଖାନଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଟିମରେ ସାମିଲ କରାଯାଇଛି। ସେହିପରି ବର୍ତ୍ତମାନ ଇଣ୍ଡିଆ ଏ ଟିମରେ ଥିବା ୱାଶିଂଟନ ସୁନ୍ଦରଙ୍କୁ ମଧ୍ୟ ସୁଯୋଗ ମିଳିଛି। ନୂଆ ମୁହଁ ଭାବେ ଯୁବ ଦ୍ରୁତ ବୋଲର ସୌରଭ କୁମାରଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସ୍କ୍ୱାଡରେ ସାମିଲ କରାଯାଇଛି।
ଆବେଶ ଖାନ ସ୍କ୍ୱାଡରେ ଥିଲେ ମଧ୍ୟ ସେ ପୂର୍ବଭଳି ମଧ୍ୟପ୍ରଦେଶ ସହ ରଣଜୀ ଟ୍ରଫି ଖେଳିବେ। ଦରକାର ପଡ଼ିଲେ ତାଙ୍କୁ ଭାରତୀୟ ଟିମକୁ ଅଣାଯିବ ବୋଲି ବିସିସିଆଇ ପ୍ରେସ ବିବୃତିରେ କହିଛି।
ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୈସୱାଲ, ଶ୍ରେୟସ ଆୟର, କେଏସ ଭରତ(ୱିକେଟ କିପର), ଧ୍ରୁବ ଜୁରେଲ(ୱିକେଟ), ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଯଶପ୍ରୀତ ବୁମ୍ରା(ଉପ ଅଧିନାୟକ), ଆବେଶ ଖାନ, ରଜତ ପଟିଦାର, ସର୍ଫରାଜ ଖାନ, ୱାଶିଂଟନ ସୁନ୍ଦର ଓ ସୌରଭ କୁମାର।
ଇଂଲଣ୍ଡ ଗତକାଲି ତା’ର ପ୍ରଥମ ଇନିଂସରେ ୨୪୬ ରନ୍ କରି ଆଉଟ୍ ହେବା ପରେ ଭାରତ ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଗତକାଲି ଦଳ ଷ୍ଟମ୍ପ ଅପସାରଣ ବେଳକୁ ଗୋଟିଏ ୱିକେଟ୍ ହରାଇ ୧୧୯ ରନ୍ କରିଥିଲା। ଯଥାକ୍ରମେ ୭୬ ଓ ୧୪ ରନ୍ କରି ଅପରାଜିତ ରହିଥିବା ଯଶସ୍ୱୀ ଜୈସ୍ୱାଲ ଓ ଶୁବମନ ଗିଲ ଆଜି ପୁଣି ଇନିଂସକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇଥିଲେ। ହେଲେ ଶୀଘ୍ର ଆଉଟ ହୋଇଯାଇଥିଲେ ଯଶସ୍ୱୀ ଜୈସ୍ୱାଲ। ୮୦ ରନ୍ କରିଥିବା ବେଳେ ଜୋ ରୁଟ୍ଙ୍କ ଦ୍ୱାରା ସେ କଟ୍ ଆଣ୍ଡ୍ ବୋଲ୍ଡ ହୋଇଥିଲେ। ଗିଲ୍ ମଧ୍ୟ ବିଶେଷ କିଛି ରନ୍ ଯୋଡ଼ି ପାରିଲେ ନାହିଁ। ମାତ୍ର ୨୩ ରନ୍ରେ ସେ ଆଉଟ୍ ହୋଇଯାଇଥିଲେ।
ଚାରି ଓ ପାଞ୍ଚ ନମ୍ବରରେ ଆସିଥିବା କେ.ଏଲ୍ ରାହୁଲ ଓ ଶ୍ରେୟସ ଆୟରଙ୍କ ମଧ୍ୟରେ ୬୪ ରନ୍ର ପାର୍ଟନରଶିପ ହୋଇଥିଲା। ୬୩ଟି ବଲ୍ରେ ୩୫ ରନ୍ କରି ଆଉଟ୍ ହୋଇଯାଇଥିଲେ ଶ୍ରେୟସ ଆୟର। ଏହା ପରେ ଆସିଥିଲେ ରବୀନ୍ଦ୍ର ଜାଡେଜା। କେ.ଏଲ୍ ରାହୁଲ ଓ ଜାଡେଜାଙ୍କ ମଧ୍ୟରେ ୬୫ରନ୍ (୭୪ ବଲ୍)ର ଏକ ଭଲ ଭାଗୀଦାରି ହୋଇଥିଲା। ଦୁହିଁଙ୍କ ଯୋଡ଼ି ଫିଲ୍ଡରେ ଜମି ଯାଇଥିବା ବେଳେ ଆଉଟ୍ ହୋଇଯାଇଥିଲେ ରାହୁଲ। ସେ ୮୬ ରନ୍ (୧୨୩ ବଲ୍, ୮ ଚୌକା ଓ ୨ ଛକା) କରିଥିବା ବେଳେ ଟମ୍ ହାର୍ଟଲୀଙ୍କ ବଲ୍ରେ ରେହାନ ଅହମଦଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।
ୱିକେଟ୍ କିପର ଶ୍ରୀକର ଭରତ ୮୧ ବଲ୍ରୁ ୪୧ ରନ୍ କରିଥିଲେ। ଜାଡେଜା ଓ ଭରତଙ୍କ ମଧ୍ୟରେ ୬୮ (୧୪୧ ବଲ୍) ରନ୍ର ପାର୍ଟନରଶିପ ହୋଇଥିଲା। ରବିଚନ୍ଦ୍ରନ ଅଶ୍ୱିନ ୧ ରନ୍ କରି ରନ୍ ଆଉଟ୍ ହୋଇଥିଲେ। ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ଅକ୍ଷର ପଟେଲ ଭଲ ଖେଳିଥିଲେ। ସେ ଓ ଜାଡେଜା ଇନିଂସକୁ ଆଗେଇ ନେଇଥିଲେ ଓ ୪୦୦ ଅତିକ୍ରମ କରାଇଥିଲେ। ଉଭୟଙ୍କ ମଧ୍ୟରେ ଅପରାଜିତ ୬୩ (୧୧୭ ବଲ୍) ରନ୍ର ପାର୍ଟନରଶିପ ହୋଇଛି। ଜାଡେଜା ୮୧ ରନ୍ କରି ଅପରାଜିତ ଅଛନ୍ତି। ସେ ୧୫୫ଟି ବଲ୍ରୁ ୭ଟି ଚୌକା ଓ ୨ଟି ଛକା ସହାୟତାରେ ଏହି ରନ୍ କରିଥିଲେ। ସେହିପରି ଅକ୍ଷର ପଟେଲ ୩୫ ରନ୍ କରି ଅପରାଜିତ ରହିଛନ୍ତି। ସେ ୬୨ଟି ବଲ୍ରୁ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ଏହି ରନ୍ କରିଥିଲେ।
ଇଂଲଣ୍ଡ ପକ୍ଷରୁ ଟମ୍ ହାର୍ଟଲୀ ଓ ଜୋ ରୁଟ୍ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଜ୍ୟାକ୍ ଲିଚ୍ ଓ ରେହାନ ଅହମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।
ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୮ ୱିକେଟ ହରାଇ ୨୦୮ ରନ କରିଥିଲା। ଆଜି ଓଦା ଆଉଟଫିଲ୍ଡ ଯୋଗୁ ଦ୍ୱିତୀୟ ଦିନର ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା। ୭୦ ରନରେ ଅପରାଜିତ ଥିବା ରାହୁଲ ମହମ୍ମଦ ସିରାଜଙ୍କୁ ସାଥୀ କରି ଭାରତର ଇନିଂସକୁ ଆଗକୁ ନେଇଥିଲେ। ସିରାଜ ଗୋଟିଏ ପଟେ ଛିଡା ହୋଇଥିବା ବେଳେ ରାହୁଲ ବଡ଼ବଡ଼ ଶଟ ମାରି ଚାଲିଥିଲେ।
ଭାରତୀୟ ଇନିଂସରେ ୩୦ ରନ ଯୋଡ଼ିବା ପରେ ମହମ୍ମଦ ସିରାଜ(୫) ଦିବସର ପ୍ରଥମ ବ୍ୟାଟର ଭାବେ ଗେରାଲ୍ଡ କୋଏଜିଙ୍କ ବଲରେ ଆଉଟ ହୋଇ ଯାଇଥିଲେ। ଭାରତକୁ ୯ମ ଝଟକା ମଧ୍ୟ ଲାଗିଥିଲା।
କିନ୍ତୁ ରାହୁଲ ବଡ଼ ଶଟ ମାରି ନିଜର ଶତକ ହାସଲ କରିଥିଲେ। ଶତକ ପରେ ସେ କିଛି ରନ ଯୋଡ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ନାନ୍ଦ୍ରେ ଗୁରଗେର ବୋଲ୍ଡ କରି ଭାରତର ପ୍ରଥମ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ରାହୁଲ ଖେଳିଥିବା ୧୦୧ ରନର ଇନିଂସରେ ୧୪ଟି ଚୌକା ଓ ୪ଟି ବିଶାଳ ଛକା ରହିଛି।
ଭାରତ ୨୪୫ ରନରେ ଅଲଆଉଟ ହେବା ପରେ ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ଇନିଂସ ଆରମ୍ଭ କରିଛି।
ଦୁଇ ଦେଶ ମଧ୍ୟରେ ୩୧ ବର୍ଷ ଧରି ଦିନିକିଆ ସିରିଜ ଖେଳା ଯାଉଥିଲେ ହେଁ ଦକ୍ଷିଣ ଆଫ୍ରିକାକୁ ତା’ରି ମାଟିରେ ଭାରତ ଦ୍ୱିତୀୟ ଥର ପାଇଁ ମାତ ଦେଇଛି। ୨୦୧୮ରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଇତିହାସ ରଚିଥିଲା। ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକାକୁ ଘରୋଇ ମାଟିରେ ଭାରତ ୫-୧ରେ ହରାଇଥିଲା। ଏବେ ୫ ବର୍ଷ ପରେ କେଏଲ ରାହୁଲଙ୍କ ଟିମ ଇଣ୍ଡିଆ ୨-୧ରେ ଦକ୍ଷିଣ ଆଫ୍ରିକାକୁ ଦିନିକିଆ ସିରିଜରେ ହରାଇଛି।
୨୦୨୨ରେ ମଧ୍ୟ କେଏଲ ରାହୁଲଙ୍କ ନେତୃତ୍ୱରେ ଭାରତ ୩ଟିକିଆ ଦିନିକିଆ ସିରିଜ ଦକ୍ଷିଣ ଆଫ୍ରିକାରେ ଖେଳିଥିଲା। କିନ୍ତୁ ୩ଟି ଯାକ ମ୍ୟାଚ୍ରେ ଦଳକୁ ହାରିବାକୁ ପଡ଼ିଥିଲା। ହେଲେ ଯୁବ ବାହିନୀଙ୍କୁ ନେଇ କେଏଲ ରାହୁଲ ଚମତ୍କାର କରିଛନ୍ତି। ଦକ୍ଷିଣ ଆଫ୍ରିକାକୁ ତା’ରି ମାଟିରେ ଭାରତ ମାତ ଦେଇଛି।
୧୯୯୨ରେ ମହମ୍ମଦ ଆଝାରୁଦ୍ଦିନଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ଦକ୍ଷିଣ ଆଫ୍ରିକା ସହ ଦିନିକିଆ ସିରିଜ ଖେଳିଥିଲା। ଏହି ସିରିଜରେ ଭାରତ ୨-୫ରେ ହାରିଥିଲା। ଏହାପରେ ୨୦୦୬ରେ ରାହୁଲ ଡ୍ରାଭିଡ ଓ ବୀରେନ୍ଦ୍ର ସେହୱାଗଙ୍କ ନେତୃତ୍ୱରେ ଭାରତ ୦-୪ରେ ହାରିଥିଲା। ୨୦୧୧ରେ ଧୋନିଙ୍କ କ୍ୟାପ୍ଟେନ୍ସିରେ ଦଳକୁ ୨-୩ରେ ହାରିବାକୁ ପଡ଼ିଥିଲା। ୨୦୧୩ରେ ପୁଣିଥରେ ଧୋନିଙ୍କ ନେତୃତ୍ୱରେ ଭାରତ ୦-୨ରେ ହାରିଥିଲା।
କିନ୍ତୁ ୨୦୧୮ରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୫-୧ରେ ସିରିଜ ଜିତିଥିଲା। ୨୦୨୨ରେ କେଏଲ ରାହୁଲ କାମଚଳା ଅଧିନାୟକ ଥିଲେ। ଏହି ସମୟରେ ଭାରତ ୦-୩ରେ ହାରିଥିଲା। ଏବେ କେଏଲ ରାହୁଲଙ୍କ କ୍ୟାପ୍ଟେନ୍ସିରେ ଭାରତ ୨-୧ରେ ସିରିଜ ଜିତିଛି।
ତୃତୀୟ ଦିନିକିଆରେ ଭାରତ ୭୮ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏଥିସହ ୩ ଟିକିଆ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଛି। ସଞ୍ଜୁ ସାମସନଙ୍କ ପ୍ରଥମ ଶତକ ପରେ ଅର୍ଶଦୀପ ସିଂହଙ୍କ ନେତୃତ୍ୱାଧୀନ ବୋଲିଂ ବାହିନୀର ଦମରେ ଭାରତ ସିରିଜ ଜିତିବାକୁ ସକ୍ଷମ ହୋଇଛି। ପର୍ଲର ବୋଲାଣ୍ଡ ପାର୍କରେ ଖେଳା ଯାଉଥିବା ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୨୯୬ ରନ କରିଥିଲା।
୨୯୭ ରନ୍କୁ ପିଛା କରୁ ଥିବା ଘରୋଇ ଦଳ ୪୫.୫ ଓଭର୍ରେ ସମସ୍ତ ୱିକେଟ ହରାଇ କେବଳ ୨୧୮ ରନ୍ କରିବାକୁ ସକ୍ଷମ ହୋଇଛି। ଅର୍ଶଦୀପ ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ଆବେଶ ଖାନ ଓ ୱାଶିଂଟନ ସୁନ୍ଦରଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି। ସେହିପରି ଅକ୍ଷର ପଟେଲ ଓ ମୁକେଶ କୁମାର ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।
ଦ୍ୱିତୀୟ ଦିନିକିଆରେ ଶତକ ହାସଲ କରିଥିବା ଟୋନି ଡି ଜୋର୍ଜି ତୃତୀୟ ଦିନିକିଆରେ ମଧ୍ୟ ୮୧ ରନ କରିଥିଲେ। ହେଲେ ତାଙ୍କୁ ଆଉ କୌଣସି ଦକ୍ଷିଣ ଆଫ୍ରିକା ବ୍ୟାଟର ସାଥ ଦେଇ ନେଇଥିଲେ। ଶେଷରେ ପୂରା ଟିମ ୨୧୮ ରନ କରି ଅଲଆଉଟ ହୋଇଯାଇଥିଲା। ଦିନିକିଆରେ ପ୍ରଥମ ଶତକ ପାଇଁ ସଞ୍ଜୁ ସାମସନ ମ୍ୟାଚ୍ର ଶ୍ରେଷ୍ଠ ଓ ସିରିଜରେ ୧୦ ୱିକେଟ ନେଇଥିବା ଅର୍ଶଦୀପ ସିଂହ ମ୍ୟାନ ଅଫ ଦି ସିରିଜ ସମ୍ମାନ ପାଇଛନ୍ତି।
ରାହୁଲ ଆଉଟ ହୋଇଥିବାରୁ ଏବେ ସବୁ କିଛି ସୂର୍ଯ୍ୟ କୁମାରଙ୍କ ଉପରେ ନିର୍ଭର କରୁଛି। କାରଣ ସେ ଶେଷ ଯାଏ ରହିଲେ, ଭାରତ ଗୋଟିଏ ଚ୍ୟାଲେଞ୍ଜିଂ ସ୍କୋର କରିବାକୁ ସକ୍ଷମ ହେବ।
ରିପୋର୍ଟ ଲେଖା ହେବା ବେଳକୁ ଭାରତ ୪୨ ଓଭରରେ ୬ ୱିକେଟ ହରାଇ ୨୦୭ ରନ କରିଛି। ସୂର୍ଯ୍ୟ କୁମାର ୧୪ ରନ କରି ବ୍ୟାଟିଂ କରୁଛନ୍ତି। ଏବେ ବି ଭାରତର ଇନିଂସ ଶେଷ ହେବାକୁ ଆହୁରି ୮ ଓଭର ବାକି ରହିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ବିରାଟ କୋହଲି ୫୪ ରନ କରିଥିବା ବେଳେ ରୋହିତ ଶର୍ମା ୪୭ ରନ କରି ଆଉଟ ହୋଇଛନ୍ତି। ଶୁବମନ ଗିଲ ଓ ଶ୍ରେୟସ ଆୟର ଆଜି ସମସ୍ତଙ୍କୁ ନିରାଶ କରି କେବଳ ୪ ରନ ଲେଖାଏ କରିଛନ୍ତି।
ପ୍ରମୋସନ ପାଇ ସୂର୍ଯ୍ୟ କୁମାରଙ୍କ ଆଗରେ ବ୍ୟାଟିଂ କରିବାକୁ ଆସିଥିବା ଲୋକାଲ ବୟ ରବୀନ୍ଦ୍ର ଜାଡେଜା ମାତ୍ର ୯ ରନ କରିବାକୁ ସକ୍ଷମ ହୋଇଛନ୍ତି। ୧୭୮ ରନରେ ଭାରତ ୫ମ ୱିକେଟ ହରାଇଥିଲା। ଏହାପରେ ରାହୁଲ ଓ ସୂର୍ଯ୍ୟ କୁମାର ଦଳୀୟ ସ୍କୋରକୁ ୨୦୩ରେ ପହଞ୍ଚାଇଥିଲେ। ରାହୁଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ସେ ୬୬ ରନ କରି ଆଉଟ ହୋଇଛନ୍ତି।
ସେ ୬୪ ବଲରେ ୧୦୨ ରନ କରି ଇନିଂସର ଶେଷ ଓଭରରେ ଆଉଟ ହୋଇଛନ୍ତି। ଏପରି ବିସ୍ଫୋରକ ଶତକ ପରେ ରାହୁଲ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି।
ଚଳିତ ବିଶ୍ୱକପରେ ଏହା ରାହୁଲଙ୍କ ପ୍ରଥମ ଶତକ ହୋଇଥିବା ବେଳେ ବିଶ୍ୱକପ ଇତିହାସରେ ଦ୍ୱିତୀୟ। ଆଜିର ଶତକ ପରେ ସେ ରାହୁଲ ଡ୍ରାଭିଡଙ୍କ ବିରଳ କ୍ଲବରେ ସାମିଲ ହୋଇଛନ୍ତି।
ଭାରତର ପ୍ରଥମ ୱିକେଟ କିପର ବ୍ୟାଟର ଭାବେ ରାହୁଲ ଡ୍ରାଭିଡ ବିଶ୍ୱକପରେ ଶତକ ହାସଲ କରିଥିଲେ। ୧୯୯୯ ବିଶ୍ୱକପରେ ରାହୁଲ ଡ୍ରାଭିଡ୍ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ୧୪୫ ରନର ଚମତ୍କାର ଇନିଂସ ଖେଳିଥିଲେ। ଏହାପରେ ଆଉ କୌଣସି ୱିକେଟ କପିର ବ୍ୟାଟର ଭାରତ ପାଇଁ ବିଶ୍ୱକପରେ ଶତକ ହାସଲ କରି ନଥିଲେ।
ହେଲେ ଆଜି କେଏଲ ରାହୁଲ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ରାହୁଲ ଡ୍ରାଭିଡ ଏବେ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ରହିଛନ୍ତି। ତାଙ୍କ ଆଗରେ ହିଁ କେଏଲ ରାହୁଲ ଶତକୀୟ ଇନିଂସ ଖେଳିଛନ୍ତି।
ଅନ୍ୟପକ୍ଷରେ ରାହୁଲ ଭାରତର ଦ୍ରୁତତମ ବ୍ୟାଟର ଭାବେ ବିଶ୍ୱକପରେ ଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ସେ ଆଜି ୬୨ ବଲରେ ଶତକ ହାସଲ କରିଥିଲେ। ପୂର୍ବରୁ ଏହି ରେକର୍ଡ ରୋହିତ ଶର୍ମାଙ୍କ ନାଁରେ ଥିଲା। ସେ ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପ ମ୍ୟାଚ୍ରେ ୬୩ ବଲରେ ଶତକ ହାସଲ କରିଥିଲେ।
ବିଶେଷ କରି ଶ୍ରେୟସ ଆୟର ଓ କେଏଲ ରାହୁଲ ଖେଳିଛନ୍ତି ଶତକୀୟ ଇନିଂସ। ଆୟର ଶେଷ ଯାଏ ୧୨୮ ରନ କରି ନଟଆଉଟ ରହିଥିବା ବେଳେ ରାହୁଲ ୬୪ ବଲରେ ୧୦୨ ରନର ଇନିଂସ ଖେଳିଛନ୍ତି। ଶ୍ରେୟସ ଓ ରାହୁଲ ଚଳିତ ବିଶ୍ୱକପରେ ନିଜ ନିଜର ପ୍ରଥମ ଶତକ ହାସଲ କରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି।
ଭାରତର ଟପ ୫ ବ୍ୟାଟରଙ୍କ ୫୦ରୁ ଅଧିକ ରନ କରି ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ପୂର୍ବରୁ ଅଷ୍ଟ୍ରେଲିଆ ଏଭଳି ରେକର୍ଡ ଭାରତ ବିରୋଧରେ ଦୁଇ ଥର କରିଥିଲା। ଆଜି ଭାରତର ଟପ୍ ୫ ବ୍ୟାଟର ଡଚ୍ ଟିମ ବିପକ୍ଷରେ ୫୦ରୁ ଅଧିକ ରନ ସ୍କୋର କରିଛନ୍ତି। ବ୍ୟାଟରଙ୍କ ଦମରେ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭର୍ରେ ୪ ୱିକେଟ ହରାଇ ୪୧୦ ରନ କରିଛି। ଏବେ ନେଦରଲ୍ୟାଣ୍ଡ୍ସକୁ ବିଶ୍ୱକପର ଶେଷ ଲିଗ ମ୍ୟାଚ୍ ଜିତିବାକୁ ବିଶାଳ ୪୧୧ ରନର ଟାର୍ଗେଟ ମିଳିଛି। ଭାରତ ଦ୍ୱିତୀୟ ଥର ପାଇଁ କୌଣସି ବିଶ୍ୱକପରେ ୪୦୦ରୁ ଅଧିକ ରନ କରିବାର ରେକର୍ଡ କରିଛି। ୨୦୦୭ରେ ଦଳ ବରମୁଣ୍ଡା ବିପକ୍ଷରେ ୪୧୮ ରନ କରିଥିଲା।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ରୋହିତ ଶର୍ମା ଓ ଶୁବମନ ଗିଲ ଦମଦାର ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୧୦୦ ରନର ଭାଗିଦାରୀ ମଧ୍ୟ କରିଥିଲେ। ଏହି ସମୟରେ ୩୨ ବଲରେ ୫୧ ରନ କରିଥିବା ଗିଲ୍ ଆଉଟ ହୋଇଯାଇଥିଲେ। ଗିଲଙ୍କ ପରେ ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୮ ଚୌକା ଓ ୨ଟି ଛକା ବଳରେ ୬୧ ରନର ଇନିଂସ ଖେଳି ପ୍ୟାଭିଲିୟନ ଫେରିଥିଲେ।
ରୋହିତ ଆଉଟ ହେବା ବେଳକୁ ଦଳୀୟ ସ୍କୋର ୧୩୦ ଥିଲା। ଏହି ସମୟରେ ବିରାଟ କୋହଲି ଓ ଶ୍ରେୟସ ଆୟର ସ୍ଥିତି ସମ୍ଭାଳିଥିଲେ। ଉଭୟ ୩ୟ ୱିକେଟ ପାଇଁ ୭୦ ରନ ଯୋଡ଼ିଥିଲେ। ବିରାଟ ମଧ୍ୟ ୫୩ ବଲରେ ନିଜ ଦିନିକିଆ କ୍ୟାରିୟରର ୭୧ତମ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଦଳୀୟ ସ୍କୋର ୨୦୦ ଥିବା ବେଳେ ବିରାଟ(୫୧)ଙ୍କୁ ବୋଲ୍ଡ କରି ରୋଲଫ ଭାନ ଡେର ମେରୱେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ।
ହେଲେ ଲୟର ଥିବା ଶ୍ରେୟସ ଆୟର ଡଚ୍ ବୋଲରଙ୍କୁ କୌଣସି ପ୍ରକାରର ସୁଯୋଗ ଦେଇ ନଥିଲେ। ତାଙ୍କୁ କେଏଲ ରାହୁଲ ଭରପୂର ସାଥ ଦେଇଥିଲେ। ଶ୍ରେୟସ ବେଶ ସତର୍କତାର ସହ ନିଜର ୫୦ ରନ ପୂରଣ କରିଥିଲେ। ଏହାପରେ ସେ ଗିୟର ବଦଳାଇବା ସହ ୮୪ ବଲରେ ବିଶ୍ୱକପରେ ନିଜର ପ୍ରଥମ ଶତକ ହାସଲ କରିଥିଲେ।
ଶତକ ହାସଲ କରିବା ପରେ ସେ ଆହୁରି ବିସ୍ଫୋରକ ରୂପ ଧାରଣ କରିଥିଲେ। କେଏଲ ରାହୁଲ ମଧ୍ୟ ପଛରେ ପଡ଼ି ନଥିଲେ। ସେ ମଧ୍ୟ ବଡ଼ବଡ଼ ଶଟ ଖେଳିଥିଲେ। ସେ ମଧ୍ୟ ନିଜର ଶତକ ଆଡ଼କୁ ଅଗ୍ରସର ହୋଇଥିଲେ। ୪୯ ଓଭର ସୁଦ୍ଧା ଭାରତର ସ୍କୋର ୩ ୱିକେଟରେ ୩୯୩ ରନରେ ପହଞ୍ଚି ଯାଇଥିଲା।
ଏହି ସମୟରେ ଆୟର ୧୨୭ ଓ ରାହୁଲ ୮୯ ରନରେ ରହିଥିଲେ। ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ ବାସ ଡେ ଲିଡେ। ତାଙ୍କର ପ୍ରଥମ ବଲକୁ ରାହୁଲ ୬ ମାରିଥିଲେ। ଦ୍ୱିତୀୟ ବଲରେ ମଧ୍ୟ ସେ ଛକା ମାରି ନିଜର ଶତକ ପୂରଣ କରିଥିଲେ। ରାହୁଲ ୬୨ ବଲରେ ବିଶ୍ୱକପରେ ନିଜର ପ୍ରଥମ ଶତକ ହାସଲ କରିଛନ୍ତି।
ଏହାପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଅପରାଜିତ ୯୭ ରନର ଇନିଂସ ଖେଳିଥିଲେ। ଦ୍ୱିତୀୟ ଛକା ସହ ଭାରତର ସ୍କୋର ମଧ୍ୟ ୪୦୦ ପାର କରିଥିଲେ। ଲିଡେଙ୍କ ତୃତୀୟ ବଲ ୱାଇଡ ହୋଇଥିଲା। ପରବର୍ତ୍ତୀ ଲିଗାଲ ବଲରେ ଆୟାର ୧ ରନ ନେଇଥିଲେ। ୪ର୍ଥ ବଲରେ ରାହୁଲ ୬ ଛକା ମାରିବାକୁ ଯାଇ ଆଉଟ ହୋଇ ଯାଇଥିଲେ।
ରାହୁଲ ୬୪ ବଲରେ ୧୦୨ ରନ କରି ଆଉଟ ହୋଇଛନ୍ତି। ଏହି ଇନିଂସରେ ସେ ୪ଟି ଛକା ଓ ୧୧ଟି ଚୌକା ମାରିଛନ୍ତି। ଇନିଂସର ଶେଷ ବଲ ସାମ୍ନା କରିବାକୁ ଆସିଥିଲେ ସୂର୍ଯ୍ୟ କୁମାର ଯାଦବ। ସେ ୨ ରନ ନେବାକୁ ଭାରତ ନିର୍ଦ୍ଧାରିତ ୫୦ ଓଭର୍ରେ ୪ ୱିକେଟ ହରାଇ ୪୧୦ ରନ କରିଛି। ଆୟର ଶେଷ ଯାଏ ୯୪ ବଲରେ ୧୨୮ ରନ କରି ଅପରାଜିତ ରହିଥିଲେ। ତାଙ୍କ ବ୍ୟାଟରୁ ଆଜି ୫ଟି ଛକା ଓ ୧୦ଟି ଚୌକା ଦେଖିବାକୁ ମିଳିଛି।
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆକୁ ଟିମ ଇଣ୍ଡିଆ ୫ ୱିକେଟରେ ଜିତି ୩ଟିକିଆ ସିରିଜରେ ୧-୦ ଆଗୁଆ ହୋଇଯାଇଛି। ପ୍ରଥମେ ବୋଲିଂରେ ମହମ୍ମଦ ଶାମି ଦମଦାର ପ୍ରଦର୍ଶନ କରି ୫ ୱିକେଟ ନେଇଥିବା ବେଳେ ରନ ଚେଜରେ କମାଲ କରିଛନ୍ତି ବ୍ୟାଟର।
ଶୁବମନ ଗିଲ, ଋତୁରାଜ ଗାଏକ୍ୱାଡ ଭଲ ଷ୍ଟାର୍ଟ ଦେଇଥିବା ବେଳେ କେଏଲ ରାହୁଲ ଓ ସୂର୍ଯ୍ୟ କୁମାର ବାକି କାମ ଶେଷ କରିଛନ୍ତି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ ହରାଇ ୨୭୬ ରନ କରିଥିଲା। ଏହାର ଜବାବରେ ଭାରତ ୮ ବଲ ପୂର୍ବରୁ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ରାହୁଲ ୬କା ମାରି ମ୍ୟାଚ୍ ଶେଷ କରିଛନ୍ତି। ଦମଦାର ବୋଲିଂ ପାଇଁ ଶାମି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
ମୋହଲି ପଡ଼ିଆକୁ ୨୭୭ ରନର ଲକ୍ଷ୍ୟ ନେଇ ଓହ୍ଲାଇଥିବା ଭାରତୀୟ ଟିମର ଦୁଇ ଯୁବ ତାରକା ଗିଲ ଓ ଗାଏକ୍ୱାଡ ଆରମ୍ଭରୁ ଦମ୍ଭ ଦେଖାଇଥିଲେ। ଉଭୟ ବ୍ୟାଟର ପ୍ରତିଟି ଅଷ୍ଟ୍ରେଲିୟୀ ବୋଲରଙ୍କୁ କଡ଼ା ପ୍ରହାର କରି ଓଭର ପିଛା ୬ରୁ ଅଧିକ ହାରରେ ରନ ସଂଗ୍ରହ କରି ଚାଲିଥିଲେ। ଦୁଇ ଜଣ ଯାକ ଅର୍ଦ୍ଧଶତକ ହାସଲ କରିବା ସହ ପ୍ରଥମ ୱିକେଟ ପାଇଁ ୨୧.୪ ଓଭରରେ ୧୪୨ ରନର ଭାଗିଦାରୀ କରିଥିଲେ।
ଏତିକି ବେଳେ ଆଡାମ ଜାମ୍ପା ୭୧ ରନ କରିଥିବା ଗାଏକ୍ୱାଡଙ୍କୁ ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ। ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟସ ଆୟର କେବଳ ୩ ରନ କରି ରନ ଆଉଟ ହୋଇ ଯାଇଥିଲେ। ଗିଲ୍ ଭଲ ଲୟରେ ଥିଲେ ହେଁ ୭୪ ରନ କରି ଜାମ୍ପାଙ୍କ ଦ୍ୱିତୀୟ ଶିକାର ବନିଥିଲେ।
୧୪୨ ରନ ଯାଏ କୌଣସି ୱିକେଟ ହରାଇ ନଥିବା ଭାରତ ୧୫୧ ରନ ସୁଦ୍ଧା ୩ ୱିକେଟ ହରାଇ ସାମାନ୍ୟ ଚିନ୍ତାରେ ପଡ଼ିଥିଲା। ଏତିକି ବେଳେ ଅଧିନାୟକ କେଏଲ ରାହୁଲଙ୍କ ସହ ମିଶି ଈଶାନ କିଶନ ସ୍ଥିତି ସମ୍ଭାଳିଥିଲେ। ଏଥିସହ ୪ର୍ଥ ୱିକେଟ ପାଇଁ ୩୪ ରନର ଛୋଟିଆ ଭାଗିଦାରୀ କରିଥିଲେ। ଈଶାନ ୧୮ ରନ କରି ପ୍ୟାଟ କମିନ୍ସଙ୍କ ବଲରେ ଆଉଟ ହେବାରୁ କ୍ରିଜକୁ ଆସିଥିଲେ ସୂର୍ଯ୍ୟ କୁମାର ଯାଦବ।
ନିଜର ଆଟାକିଂ କ୍ରିକେଟ ପାଇଁ ସୂର୍ଯ୍ୟ କୁମାର ବେଶ ଜଣାଶୁଣା। ହେଲେ ଭାରତର ରନ ରେଟ୍ ଭଲ ଥିବାରୁ ସେ ଧୀରେ ସୁସ୍ଥେ ବ୍ୟାଟିଂ କରିଥିଲେ। ଦରକାର ସମୟରେ ଚୌକା ମଧ୍ୟ ମାରୁଥିଲେ। ରାହୁଲଙ୍କ ସହ ମିଶି ସେ ୪୭ ଓଭର ଯାଏ ବ୍ୟାଟିଂ କରିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।
ତେବେ ଭାରତକୁ ଜିତିବା ପାଇଁ ମାତ୍ର ୧୨ ରନ ଦରକାର ଥିବା ବେଳେ ବଡ଼ ଶଟ ଖେଳିବା ଲୋଭରେ ସେ ବାଉଣ୍ତରୀ ପାଖରେ ଧରା ପଡ଼ି ଯାଇଥିଲେ। ହେଲେ ସେତେବେଳକୁ ମ୍ୟାଚ୍ ଏକ ପ୍ରକାରର ଭାରତକୁ ହାତକୁ ଆସି ସାରିଥିଲା। ଆଉଟ ହେବା ପୂର୍ବରୁ ସୂର୍ଯ୍ୟ କୁମାର ୪୯ ବଲରେ ୫୦ ରନର ଇନିଂସ ଖେଳିଥିଲେ। ଏଥିରେ ୫ଟି ଚୌକା ଓ ଗୋଟିଏ ଛକା ରହିଛି। ୨୦ଟି ଇନିଂସ ପରେ ଏହା ସୂର୍ଯ୍ୟ କୁମାରଙ୍କ ପ୍ରଥମ ଅର୍ଦ୍ଧଶତକ।
ଭାରତକୁ ଶେଷ ୧୮ ବଲରେ ୧୨ ରନ ଦରକାର ଥିବା ବେଳେ ରାହୁଲଙ୍କ ସହ ରବୀନ୍ଦ୍ର ଜାଡେଜା ସ୍ଥିତି ସମ୍ଭାଳିଥିଲେ। ୪୮ତମ ଓଭର ବୋଲିଂ କରୁଥିବା ମାଥ୍ୟୁ ଶର୍ଟ ମାପିଚୁପି ବୋଲିଂ କରିବାକୁ ଚେଷ୍ଟା କରିଥିଲେ। ଏଥିସହ କେବଳ ୫ ରନ ହିଁ ଦେଇଥିଲେ।
୧୨ ବଲକୁ ୭ ରନ ଦରକାର ଥିବା ବେଳେ ରାହୁଲ ୪୮ ରନରେ ଅପରାଜିତ ରହିଥିଲେ। ୪୯ତମ ଓଭର ବୋଲିଂ କରିବାକୁ ଆସିଥିଲେ ସେନ ଆବୋଟ। ପ୍ରଥମ ବଲରେ ଜାଡେଜା ୧ ରନ ନେଇ ରାହୁଲଙ୍କୁ ଷ୍ଟ୍ରାଇକ ଦେଇଥିଲେ। ରାହୁଲ ଦ୍ୱିତୀୟ ବଲରେ କୌଣସି ରନ କରିବାକୁ ସକ୍ଷମ ହୋଇ ନଥିଲେ।
କିନ୍ତୁ ତୃତୀୟ ବଲରେ ସେ ଚୌକା ମାରି ବିଜୟ ବ୍ୟବଧାନକୁ ହ୍ରାସ କରିବା ସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଏହାର ପରବର୍ତ୍ତୀ ବଲରେ ରାହୁଲ ପୁଣି ୬କା ମାରି ମ୍ୟାଚ୍ ଶେଷ କରିଥିଲେ।
ରାହୁଲ ଶେଷ ଯାଏ ୬୩ ବଲରେ ୫୮ ରନ ଓ ଜାଡେଜା ୬ ବଲରେ ୩ ରନ କରି ଅପରାଜିତ ରହିଥିଲେ। ରାହୁଲ ତାଙ୍କ ଇନିଂସରେ ଗୋଟିଏ ଛକା ଓ ୪ଟି ଚୌକା ମାରିଛନ୍ତି।
ଭାରତ ପ୍ରଥମ ମ୍ୟାଚ୍କୁ ଜିତି ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ୨୪ ତାରିଖରେ ଖେଳାଯିବ।
ତାଙ୍କ ଚୟନକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲା। କିନ୍ତୁ ଆଜି ସେ ପାକିସ୍ତାନ ବିପକ୍ଷରେ ଅପରାଜିତ ୧୧୧ ରନର ଇନିଂସ ଖେଳି ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି।
ଏହା ରାହୁଲଙ୍କ ଦିନିକିଆରେ ୫ମ ଶତକ। ସେହିପରି ପାକିସ୍ତାନ ବିପକ୍ଷରେ ପ୍ରଥମ ୧୦୦। ଆହତରୁ ଫେରିବା ପରେ ରାହୁଲ ପ୍ରଥମ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଖେଳୁଛନ୍ତି। ଏହି ପ୍ରଥମ ମ୍ୟାଚ୍ରେ ହିଁ ସେ ଶତକ ମାରିଛନ୍ତି।
ରାହୁଲ ୫ମ ଭାରତୀୟ ବ୍ୟାଟର ଭାବେ ଏସିଆ କପର ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ଏହାପୂର୍ବରୁ ବୀରେନ୍ଦ୍ର ସେହୱାଗ, ବିରାଟ କୋହଲି, ଶିଖର ଧୱନ ଓ ରୋହିତ ଶର୍ମା ମଧ୍ୟ ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଥିଲେ।
ରାହୁଲଙ୍କ ପରେ ଆଜିର ମ୍ୟାଚ୍ରେ ବିରାଟ କୋହଲି ମଧ୍ୟ ଶତକ ହାସଲ କରିଥିଲେ। ସେ ମାତ୍ର ୮୪ ବଲରେ ଶତକ ହାସଲ କରି ଏକାଧିକ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ସେ ଦିନିକିଆରେ ୪୭ଟି ଶତକ ହାସଲ କରିବା ସହ ୧୩ ହଜାର ରନ ମଧ୍ୟ ପୂରଣ କରିଛନ୍ତି।
ଶତକ ହାସଲ କରିଥିବା ଭାରତୀୟ
ବୀରେନ୍ଦ୍ର ସେହୱାଗ-୨୦୦୮ରେ ୧୧୯ ରନ
ବିରାଟ କୋହଲି-୨୦୧୨ରେ ୧୮୩ ରନ
ଶିଖର ଧୱନ-୨୦୧୮ରେ ୧୧୪ ରନ
ରୋହିତ ଶର୍ମା-୨୦୧୮ରେ ୧୧୧ ରନ
କେଏଲ ରାହୁଲ-୨୦୨୩ରେ ଅପରାଜିତ ୧୧୧ ରନ୍
କିନ୍ତୁ ଆଜି ସଂରକ୍ଷିତ ଦିବସରେ ବର୍ଷା ଛାଡ଼ିବା କ୍ଷଣି ବିରାଟ କୋହଲି ଓ କେଏଲ ରାହୁଲ ଦମଦାର ବ୍ୟାଟିଂ କରିଛନ୍ତି। ଭାରତ ରବିବାର ଖେଳ ବନ୍ଦ ହେବା ବେଳକୁ ୨୪.୧ ଓଭରରେ ୨ ୱିକେଟ ହରାଇ ୧୪୭ ରନ କରିଥିଲା।
ଆଜି ସେହିଠାରୁ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ବିରାଟ ଓ ରାହୁଲ ନିଜର ଜଲୱା ଦେଖାଇଥିଲେ। ଏଥିସହ ନିଜ ନିଜର ଶତକ ମଧ୍ୟ ହାସଲ କରିଛନ୍ତି। ତୃତୀୟ ୱିକେଟ ପାଇଁ ଉଭୟ ରେକର୍ଡ ବ୍ରେକିଂ ପାର୍ଟନରଶିପ ମଧ୍ୟ କରିଛନ୍ତି। ଉଭୟ ଆଜି ପାକିସ୍ତାନ ପକାଇଥିବା ୨୫.୫ ଓଭର ଦୁଇ ଜଣ ଯାକ ଖେଳିଛନ୍ତି। ଏଥିସହ ଦଳୀୟ ସ୍କୋରକୁ ୩୫୫ ପାର କରାଇଛନ୍ତି।
ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨ ୱିକେଟ ହରାଇ ୩୫୬ ରନ କରିଛି। ଫଳରେ ପାକିସ୍ତାନକୁ ଏସିଆ କପର ଏହି ସୁପର ୪ ମୁକାବିଲା ଜିତିବା ପାଇଁ ୩୫୭ ରନର ଟାର୍ଗେଟ ମିଳିଛି। ବିରାଟ ଶେଷ ଯାଏ ୯୪ ବଲରେ ୧୨୨ ଓ ରାହୁଲ ୧୦୬ ବଲରେ ୧୧୧ ରନ କରି ଅପରାଜିତ ରହିଥିଲେ।
ତେବେ ଶ୍ରୀଲଙ୍କାର କଲମ୍ବୋରେ ବର୍ଷାର ଆଶଙ୍କା ଥିବାରୁ ପାକିସ୍ତାନ ୫୦ ଓଭର ବ୍ୟାଟିଂ କରିପାରୁଛି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।
ଆଜି ଦିନ ୩ଟାରେ ମ୍ୟାଚ୍ ଆରମ୍ଭ ହେବାର ଥିଲା। କିନ୍ତୁ ବର୍ଷା ଯୋଗୁ ମ୍ୟାଚ୍ ୪.୪୦ରେ ଆରମ୍ଭ ହୋଇଥିଲା। ପ୍ରଥମ କିଛି ଓଭର ରାହୁଲ ଓ ବିରାଟ ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ। ଏହାପରେ କିନ୍ତୁ ଉଭୟ ଗିୟର ବଦଳାଇ ପାକିସ୍ତାନ ବୋଲରମାନଙ୍କୁ ଆଟାକ କରିଥିଲେ। ଆଜି ହାରିସ ରୌଫ ଆହତ ଯୋଗୁ ଆଦୌ ବୋଲିଂ କରି ନାହାନ୍ତି।
ତାଙ୍କ ବଦଳରେ ଇଫତକାର ଅହମଦ କିଛି ଓଭର ବୋଲିଂ କରିଥିଲେ। ଏହାର ଫାଇଦା ବିରାଟ ଓ ରାହୁଲ ଉଠାଇଥିଲେ। ପ୍ରଥମେ ରାହୁଲ ୬୦ ବଲରେ ନିଜର କମବ୍ୟାକ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ। ବିରାଟ ମଧ୍ୟ ୫୫ ବଲରେ ୫୦ ରନ ପୂରଣ କରିଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ଉଭୟ ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରି ଦେଇଥିଲେ।
ଏଥିସହ ଦ୍ରୁତ ଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଇନିଂସର ୪୫ତମ ଓଭରରେ ଭାରତର ସ୍କୋର ୩୦୦ ଛୁଇଁଥିଲା। ଏହି ସମୟରେ ରାହୁଲ ୯୫ ଓ ବିରାଟ ୮୩ ରନରେ ବ୍ୟାଟିଂ କରୁଥିଲେ।
୪୬ତମ ଓଭର ବୋଲିଂ କରିବାକୁ ଆସିଥିଲେ ଶାହୀନ ଶାହ ଆଫ୍ରିଦି। ଏହି ଓଭରରେ ସେ ମାତ୍ର ୬ ରନ ଦେଇଥିଲେ। ୪୭ତମ ଓଭର ବୋଲିଂ କରିବାକୁ ଆସିଥିଲେ ନଶୀମ ଶାହ। ତାଙ୍କର ପ୍ରଥମ ବଲରେ ୧ ରନ ନେଇ ରାହୁଲ ବ୍ୟକ୍ତିଗତ ୯୮ ରନରେ ପହଞ୍ଚିଥିଲେ। ତେବେ କୋହଲି ତାଙ୍କୁ ଛକା ମାରି ବ୍ୟକ୍ତିଗତ ୯୬ ରନ ପୂରଣ କରିଥିଲେ।
ଏହାର ପରବର୍ତ୍ତୀ ବଲରେ ସେ ୧ ରନ ନେଇଥିଲେ। ଶମୀଙ୍କ ଶେଷ ବଲରେ ରାହୁଲ ୨ ରନ ନେଇ ନିଜର ଶତକ ହାସଲ କରିଥିଲେ। ଆହତ ସମସ୍ୟା ଯୋଗୁ ରାହୁଲ ଦୀର୍ଘ ଦିନ ହେଲା ଟିମରୁ ବାଦ ପଡ଼ିଥିଲେ। ସେ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ କମବ୍ୟାକ୍ କରିବା ସହ ନିଜର ଶତକ ମଧ୍ୟ ହାସଲ କରିଛନ୍ତି। ସେ ୧୦୦ ବଲରେ ୧୦୦ ରନ ପୂରଣ କରିଥିଲେ। ୪୭ ଓଭର ଶେଷ ସୁଦ୍ଧା ଭାରତ ୩୧୯ ରନ କରିନେଇଥିଲା।
୪୮ତମ ଓଭରରେ ଶାହୀନ ପୁଣି ବୋଲିଂ କରିବାକୁ ଆସିଥିଲେ। ସେ ତାଙ୍କ ଦ୍ୱିତୀୟ ବୋଲରେ ୨ ରନ ନେଇ ନିଜ ଦିନିକିଆ କ୍ୟାରିୟରରେ ୧୩ ହଜାର ରନ ପୂରଣ କରିଥିଲେ। ତୃତୀୟ ବଲରେ ୧ ରନ ନେଇ ସେ ନିଜର ୪୭ ତମ ଦିନିକିଆ ଶତକ ମଧ୍ୟ ହାସଲ କରିଥିଲେ। ଏହା ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରର ୭୭ତମ ଶତକ। ଶାହୀନ ଏହି ଓଭରରେ ମୋଟ ୧୧ ରନ ଦେଇଥିଲେ।
୪୯ମ ଓଭର ନଶୀମ ବୋଲିଂ କରିବାକୁ ଆସିଥିଲେ। କିନ୍ତୁ ସେ ଦୁଇଟି ବଲ ପକାଇବା ପରେ ଆହତ ଯୋଗୁ ପଡ଼ିଆ ଛାଡ଼ିଥିଲେ। ତାଙ୍କ ଓଭର ଶେଷ କରିବାକୁ ଇଫତକାର ଆସିଥିଲେ। ନଶୀମ ଓ ଇଫତକାର ମିଳିତ ଭାବେ ଏହି ଓଭରରେ ୮ ରନ ଦେଇଥିଲେ। ଶେଷ ଓଭରେ ଫୈମ ଅଶରଫ ଭଲ ଆରମ୍ଭ କରିଥିଲେ। ସେ ପ୍ରଥମ ଦୁଇ ବଲରେ କେବଳ ୨ ରନ ଦେଇଥିଲେ।
ଭାରତର ସ୍କୋର ମଧ୍ୟ ୩୪୦ ପହଞ୍ଚିଥିଲା। ତୃତୀୟ ବଲରେ ମଧ୍ୟ ୧ ରନ ହୋଇଥିଲା। ୪ର୍ଥ ବଲରେ ବିରାଟ କୌଣସି ରନ ହାସଲ କରି ପାରି ନଥିଲେ। ୫ମ ବଲରେ ବିରାଟ ଚୌକା ମାରିଥିବା ବେଳେ ଏହା ନୋବଲ ହୋଇଥିଲା। ଫଳରେ ଫ୍ରି ହିଟ୍ରେ ସେ ପୁଣି ଚୌକା ମାରିଥିଲା। ଭାରତର ସ୍କୋର ୩୫୦ରେ ପହଞ୍ଚି ଯାଇଥିଲା। ଶେଷ ବଲରେ ବିରାଟ ଛକା ମାରି ଇନିଂସ ଶେଷ କରିଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜି ପାକିସ୍ତାନୀ ବୋଲର ୨୫.୫ ଓଭର ବୋଲିଂ କରିଥିବା ବେଳେ କୌଣସି ବି ୱିକେଟ ଦଖଲ କରିବାକୁ ସକ୍ଷମ ହୋଇ ନାହାନ୍ତି।
ଆଜି ମ୍ୟାଚ୍ ଆରମ୍ଭ ହେବା ମାତ୍ରେ ରାହୁଲ ଓ ବିରାଟଙ୍କ ବ୍ୟାଟରୁ ରନ ବର୍ଷା ହୋଇଛି। ଉଭୟ ଆଜି ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗକୁ ନେଇ ଚାଲିଛନ୍ତି।
ଆଜି ପ୍ରଥମେ ରାହୁଲ ୬୦ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ ଦ୍ରୁତଗତିରେ ରନ ସଂଗ୍ରହ କରି ଚାଲିଛନ୍ତି। ରାହୁଲଙ୍କୁ ପୂରା ସାଥ ଦେଇଥିବା ବିରାଟ ୫୫ ବଲରେ ୫୦ ରନ ପୂରଣ କରିଛନ୍ତି। ସେ ତାଙ୍କ ଇନିଂସରେ ୫ଟି ଚୌକା ମାରିଛନ୍ତି।
ଅର୍ଦ୍ଧଶତକ ହାସଲ କରିବା ପରେ ସେ ମଧ୍ୟ ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରିଛନ୍ତି। ତେଣୁ ଭାରତ ବଡ଼ ସ୍କୋର ଲକ୍ଷ୍ୟରେ ଆଗକୁ ବଢ଼ିବାରେ ଲାଗିଛି। ରିପୋର୍ଟ ଲେଖା ହେବା ବେଳକୁ ବିରାଟ ୬୧ ବଲରେ ୫୯ ଓ ରାହୁଲ ୮୪ ବଲରେ ୭୪ ରନ କରିଛନ୍ତି। ଭାରତ ୪୧ ଓଭରରେ ୨ ୱିକେଟ ହରାଇ ୨୫୫ ରନ କରିଛି।
ବର୍ଷା ଯୋଗୁ କାଲି ମ୍ୟାଚ୍ ଅଧାରୁ ବନ୍ଦ ହେବା ବେଳେ ରାହୁଲ ୧୭ ରନ କରିଥିଲେ। ଆଜି ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲେ ହେଁ ରାହୁଲ ତାଙ୍କ ଲୟ ଭୁଲି ନଥିଲେ। ସେ ପାକିସ୍ତାନର ସବୁ ବୋଲରଙ୍କୁ କାଉଣ୍ଟର ଆଟାକ କରିଥିଲେ।
ଶେଷରେ ଫୈମ ଅଶରଫଙ୍କ ବଲରେ ଏକ ରନ ନେଇ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ରାହୁଲ ଏବେ ୬୬ ବଲରେ ୬୪ ରନ କରି ଅପରାଜିତ ରହିଛନ୍ତି। ସେ ୬ଟି ଚୌକା ଓ ୨ଟି ଛକା ମାରିଛନ୍ତି।
ତାଙ୍କୁ ବିରାଟ କୋହଲି ଭରପୂର ସାଥ ଦେଉଛନ୍ତି। ବିରାଟ ୪୯ ବଲରେ ୪୨ ରନ କରିଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଭାରତ ୩୬ ଓଭରରେ ୨ ୱିକେଟ ହରାଇ ୨୨୮ ରନ କରିଛି।
ଏହି ହାଇ ଭୋଲଟେଜ ମ୍ୟାଚ୍ରେ ପାକିସ୍ତାନ ଅଧିନାୟକ ବାବର ଆଜମ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଶ୍ରୀଲଙ୍କାର ଆର ପ୍ରେମଦାସ ଷ୍ଟାଡିୟମର ପିଚ୍ରେ ସାମାନ୍ୟ ମୟଶ୍ଚର ଥିବାରୁ ବାବର ପ୍ରଥମେ ବୋଲିଂ କରିବାକୁ ଶ୍ରେୟସ୍କର ମଣିଛନ୍ତି।
ପାକିସ୍ତାନ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପ୍ରକାରର ପରିବର୍ତ୍ତନ କରି ନାହିଁ। ଏହାର ଅର୍ଥ ବାଂଲାଦେଶ ବିପକ୍ଷ ମ୍ୟାଚ ଭଳି ଆଜି ମଧ୍ୟ ଚୂଡ଼ାନ୍ତ ଏକାଦଶରେ ମହମ୍ମଦ ନୱାଜ ନାହାନ୍ତି।
ତାଙ୍କ ବଦଳରେ ଫୈମ ଅର୍ଶରଫଙ୍କୁ ପୁଣି ସୁଯୋଗ ମିଳିଛି। ସୁପର ୪ର ପ୍ରଥମ ମୁକାବିଲାରେ ପାକିସ୍ତାନ ବେଶ ସହଜରେ ବାଂଲାଦେଶକୁ ହରାଇଥିଲେ। ଏବେ ଦ୍ୱିତୀୟ ମ୍ୟାଚ୍ରେ ଦଳ ଭାରତକୁ ଭେଟିବାକୁ ଯାଉଛି।
Asia Cup 2023. India XI: R Sharma (C), S Gill, V Kohli, KL Rahul, I Kishan (WK), R Jadeja, H Pandya, S Thakur, M Siraj, J Bumrah, K Yadav. https://t.co/kg7Sh2t5pM #INDvPAK
— BCCI (@BCCI) September 10, 2023
ଅନ୍ୟପକ୍ଷରେ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିଲେ ବୋଲି କହିଛନ୍ତି। ଭାରତୀୟ ଟିମ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। କେଏଲ ରାହୁଲ ଓ ଯଶପ୍ରୀତ ବୁମ୍ରା ଦଳକୁ କମବ୍ୟାକ କରିଛନ୍ତି। ଶ୍ରେୟସ ଆୟର ଓ ମହମ୍ମଦ ଶାମି ଦଳରୁ ବାଦ ପଡ଼ିଛନ୍ତି।
ତେବେ ପାକିସ୍ତାନ ବପକ୍ଷ ଲଢ଼େଇ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ମଧ୍ୟ ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଥିବା କେଏଲ ରାହୁଲ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବେ ନାହିଁ। ସେହିପରି ୪ ତାରିଖ ନେପାଳ ବିପକ୍ଷ ମ୍ୟାଚ୍ରେ ମଧ୍ୟ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ ନାହିଁ ବୋଲି ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ ସ୍ପଷ୍ଟ କରିଛନ୍ତି।
କେଏଲ ରାହୁଲ ଏବେ ସୁସ୍ଥ ହେବା ପ୍ରକ୍ରିୟାରେ ରହିଛନ୍ତି। କିନ୍ତୁ ସେ ଭାରତ ଏସିଆ କପରେ ଖେଳିବାକୁ ଥିବା ପ୍ରଥମ ଦୁଇ ମ୍ୟାଚ୍ରେ ଉପଲବ୍ଧ ହେବେ ନାହିଁ। ପାକିସ୍ତାନ ଓ ନେପାଳ ବିପକ୍ଷ ମ୍ୟାଚ୍ ରାହୁଲ ଖେଳିବେ ନାହିଁ ବୋଲି ଡ୍ରାଭିଡ କହିଛନ୍ତି। ବିସିସିଆଇ ମଧ୍ୟ ଗୋଟିଏ ଟ୍ୱିଟ କରି କେଏଲ ରାହୁଲ ଏସିଆ କପର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବେ ନାହିଁ ବୋଲି ସୂଚନା ଦେଇଛି।
ଡ୍ରାଭିଡ ଆଜି ଗୋଟିଏ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “କେଏଲ ଆମ ସହ ବେଶ ଭଲ ଭାବେ ଗୋଟିଏ ସପ୍ତାହ ଅଭ୍ୟାସ କରିଛନ୍ତି। ସେ ଭଲ ଲୟରେ ଥିବା ସହ ଦ୍ରୁତଗତିରେ ସୁସ୍ଥ ହେଉଛନ୍ତି। କିନ୍ତୁ ସେ ଏସିଆ କପର ପ୍ରଥମ କିଛି ମ୍ୟାଚ୍ରେ ଉପଲବ୍ଧ ହେବେ ନାହିଁ।
ନ୍ୟାଶନାଲ କ୍ରିକେଟ ଏକାଡେମୀ ତାଙ୍କ ଉପରେ ନଜର ରଖିବ। ସେପ୍ଟେମ୍ବର ୪ ପରେ ଆମକୁ ବ୍ରେକ ମିଳିବ। ଏହାପରେ ଆମେ ରାହୁଲଙ୍କ ଉପରେ ନିଷ୍ପତ୍ତି ନେବୁ। କିନ୍ତୁ ତାଙ୍କୁ ନେଇ ମିଳିଥିବା ସଙ୍କେତ ସକାରାତ୍ମକ ରହିଛି। ସେ ଏବେ କେବଳ ପ୍ରଥମ ଦୁଇଟି ମ୍ୟାଚ୍ରୁ ବାଦ ପଡ଼ିଛନ୍ତି।”
UPDATE
— BCCI (@BCCI) August 29, 2023
KL Rahul is progressing really well but will not be available for India’s first two matches – against Pakistan and Nepal – of the #AsiaCup2023: Head Coach Rahul Dravid#TeamIndia
ଆହତ ସମସ୍ୟାରେ ପଡ଼ିଥିବା ଶ୍ରେୟସ ଆୟର କିନ୍ତୁ ଏବେ ମ୍ୟାଚ୍ ଖେଳିବାକୁ ପୂରା ଫିଟ ଥିବା ରାହୁଲ ଡ୍ରାଭିଡ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି। ଏଥିସହ ଏସିଆ କପ୍ରେ ସେ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି।
ୱେଷ୍ଟଇଣ୍ଡିଜରେ ଟି-୨୦ ସିରିଜ ହାରିବା ପରେ ଦଳର ମୁଖ୍ୟ କୋଚ ରାହୁଲ ଡ୍ରାଭିଡ ତ୍ରୁଟି ହୋଇଥିବା ସ୍ୱୀକାର କରିଛନ୍ତି। ଏଥିସହ ଦଳରେ ଥିବା ଶୂନ୍ୟସ୍ଥାନକୁ ପୂରଣ କରିବାର ଆବଶ୍ୟକତା ଥିବା ମଧ୍ୟ କହିଛନ୍ତି। ସେହିପରି ଆହତ ସମସ୍ୟା ଦେଇ ଗତି କରୁଥିବା ଅନେକ ଷ୍ଟାର ଖେଳାଳି ମଧ୍ୟ ଏସିଆ କପ ବେଳକୁ ଫେରିବ ବୋଲି ଡ୍ରାଭିଡ ସଙ୍କେତ ଦେଇଛନ୍ତି।
ଆହତ ସମସ୍ୟା ଯୋଗୁ ଯଶପ୍ରୀତ ବୁମ୍ରା, କେଏଲ ରାହୁଲ ଓ ଶ୍ରେୟସ ଆୟରଙ୍କ ଭଳି ଖେଳାଳି ଦୀର୍ଘ ମାସ ହେଲା ଭାରତୀୟ ଟିମ ବାହାରେ ରହିଛନ୍ତି। ବୁମ୍ରା ଅବଶ୍ୟ ଏବେ ଫେରିବା ସହ ଆୟର୍ଲ୍ୟାଣ୍ଡ ବିପକ୍ଷ ସିରିଜ ଖେଳିବାକୁ ଯାଇଛନ୍ତି। ଅଗଷ୍ଟ ୧୮ରୁ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଦଳ ୨ଟି ଟି-୨୦ ମ୍ୟାଚ ଖେଳି। କିନ୍ତୁ ଆୟର ଓ ରାହୁଲଙ୍କ କମବ୍ୟାକ ହୋଇନି। ସେମାନେ ଏବେ ନେଟ୍ସରେ କମବ୍ୟାକ ପାଇଁ ଅଭ୍ୟାସ କରୁଛନ୍ତି।
ଏସବୁ ଭିତରେ ରାହୁଲ ଡ୍ରାଭିଡ କହିଛନ୍ତି ଯେ ଏସିଆ କପ ପୂର୍ବରୁ ବେଙ୍ଗାଲୁରୁରେ ଗୋଟିଏ କ୍ୟାମ୍ପ ଅନୁଷ୍ଠିତ ହେବ। ଏହି ସମୟରେ ଆହତ ଖେଳାଳିମାନେ ଟୁର୍ଣ୍ଣାମେଣ୍ଟ ପାଇଁ ନିଜକୁ ପ୍ରସ୍ତୁତ କରିବାର ସୁଯୋଗ ପାଇବେ। କିଛି ଖେଳାଳି ଆହତ ସମସ୍ୟାରୁ ନିଶ୍ଚିତ ଫେରୁଛନ୍ତି। ସେମାନଙ୍କୁ ଖେଳିବା ପାଇଁ ଆମକୁ ସୁଯୋଗ ଦେବାକୁ ପଡ଼ିବ। ଅଗଷ୍ଟ ୨୩ରୁ ଏସିଆ କପ ପାଇଁ ବେଙ୍ଗାଲୁରୁରେ କ୍ୟାମ୍ପ ହେବ। ଆମେ ଏହି ସମୟରେ ସବୁ କିଛିର ନିଷ୍ପତ୍ତି ନେବୁ।”
ତିଲକ ବର୍ମା, ଯଶସ୍ୱୀ ଜୈସୱାଲ, ମୁକେଶ କୁମାର ୱେଷ୍ଟଇଣ୍ଡି ବିପକ୍ଷ ଟି-୨୦ ସିରିଜରେ ଡେବ୍ୟୁ କରିଥିଲେ। ସେମାନଙ୍କ ପ୍ରଦର୍ଶନରେ ମଧ୍ୟ ଡ୍ରାଭିଡ ଖୁସି ଥିବା କହିଛନ୍ତି।
ଏଯାଏ ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରି ନଥିବା ଈଶାନ କିଶନ ଇଂଲଣ୍ଡର ଓଭାଲରେ ଖେଳା ଯିବାକୁ ଥିବା ମ୍ୟାଚ୍ ପାଇଁ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ଜୁନ ୭ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ଖେଳାଯିବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଥିଲା। ବିସିସିଆଇ ପକ୍ଷରୁ ୧୫ ଜଣିଆ ସ୍କ୍ୱାଡ ମଧ୍ୟ ଘୋଷଣା କରାଯାଇଥିଲା।
ସ୍କ୍ୱାଡରେ କେଏଲ ରାହୁଲଙ୍କ ସହ କେଏସ୍ ଭରତ ୱିକେଟ କିପର ଭାବେ ସ୍ଥାନ ପାଇଥିଲେ। କିନ୍ତୁ ରାହୁଲ ଆହତ ହେବାରୁ ଏବେ ଈଶାନଙ୍କୁ ୱିକେଟ କିପର ଭାବେ ସ୍କ୍ୱାଡରେ ବିସିସିଆଇ ସାମିଲ କରିଛି।
ରାହୁଲଙ୍କ ବ୍ୟତୀତ ଭାରତୀୟ ଟେଷ୍ଟ ସ୍କ୍ୱାଡରେ ଥିବା ଦୁଇ ଦ୍ରୁତ ବୋଲର ଜୟଦେବ ଉନାଦକତ ଓ ଉମେଶ ଯାଦବ ମଧ୍ୟ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ଆଇପିଏଲରେ ଲକ୍ଷ୍ନୌ ପାଇଁ ଖେଳୁଥିବା ଉନାଦକତ ନେଟ୍ସରେ ବୋଲିଂ କରିବା ବେଳେ ଆହତ ହୋଇଥିଲେ। ଏବେ ସେ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ରିହାବ ପ୍ରକ୍ରିୟା କରୁଛନ୍ତି। ତାଙ୍କ ଆହତ ସମସ୍ୟା ଉପରେ ଗୋଟିଏ ସ୍ୱତନ୍ତ୍ର ମେଡିକାଲ ଟିମ ନଜର ରଖିଛି। ସେ ଫିଟ ହେବାର ସମ୍ଭବନା ଥିବାରୁ ବିସିସିଆଇ ବର୍ତ୍ତମାନ ସମୟରେ ତାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରିନି।
ସେହିପରି ଆଇପିଏଲରେ କୋଲକାତା ପକ୍ଷରୁ ଖେଳୁଥିବା ଉମେଶ ଯାଦବ ମଧ୍ୟ ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଛନ୍ତି। ହେଲେ ସେ ଏବେ କେକେଆର ମେଡିକାଲ ଟିମ ତତ୍ତ୍ୱାବଧାନରେ ରହିଛନ୍ତି। ଧୀରେଧୀରେ ମଧ୍ୟ ସେ ବୋଲିଂ କରିବା ଆରମ୍ଭ କଲେଣି। ବିସିସିଆଇ ମେଡିକାଲ ଟିମ କେକେଆର ମ୍ୟାନେଜମେଣ୍ଟ ସହ ନିୟମିତ ଯୋଗାଯୋଗରେ ରହିଛି। ତେଣୁ ଉମେଶଙ୍କ ଆହତ ଉପରେ ମଧ୍ୟ ରଖାଯାଇଛି।
ଉମେଶ ଓ ଉନାଦକତ ଫିଟ ହେବାର ସମ୍ଭାବନା ଥିଲେ ମଧ୍ୟ ବିସିସିଆଇ ୩ ଜଣ ଖେଳାଳିଙ୍କୁ ଷ୍ଟାଣ୍ଡବାଇରେ ରଖିଛି। ଶେଷ ମୁହୂର୍ତ୍ତରେ ଏମାନଙ୍କ ମଧ୍ୟରୁ କାହାକୁ ବି ବିସିସିଆଇ ଓଭାଲ ପଠାଇପାରେ। ୩ ଖେଳାଳି ହେଲେ ଋତୁରାଜ ଗାଏକ୍ୱାଡ, ମୁକେଶ କୁମାର ଓ ସୂର୍ଯ୍ୟ କୁମାର ଯାଦବ।
ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏସ ଭରତ(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକର ଓ ଈଶାନ କିଶନ(ୱିକେଟ କିପର)।
ଷ୍ଟାଣ୍ଡବାଇ ଖେଳାଳି: ଋତୁରାଜ ଗାଏକ୍ୱାଡ, ମୁକେଶ କୁମାର ଓ ସୂର୍ଯ୍ୟ କୁମାର ଯାଦବ।
ରାହୁଲ ନିଜେ ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ କରି ସେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ଓ ଭାରତ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ମେ’ ୧ ତାରିଖରେ ରାହୁଲ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ରେ ଆହତ ହୋଇଥିଲେ। ତାଙ୍କ ଜଙ୍ଘରେ ସମସ୍ୟା ସୃଷ୍ଟି ହୋଇଥିଲେ। ଏବେ ଏହାର ସର୍ଜରୀ ହେବ। ତେଣୁ ସେ କିଛି ମାସ କ୍ରିକେଟରୁ ଦୂରେଇ ରହିବେ ବୋଲି ରାହୁଲ କହିଛନ୍ତି।
ରାହୁଲ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ “ମେଡିକାଲ ଟିମ ସହ ଅନେକ ବିଚାର ଓ ଆଲୋଚନା ପରେ ଶେଷରେ ଏହା ନିର୍ଯାସ ବାହାରିଛି ଯେ ଖୁବଶୀଘ୍ର ମୋ ଜଙ୍ଘର ସର୍ଜରୀ ହେବ। ମୋର ଫୋକସ ଏବେ ରିହାବ ଓ ସୁସ୍ଥ ହେବା ଉପରେ ରହିବ। ଏବେ ମୋ ପାଇଁ ନିଷ୍ପତ୍ତି ନେବା ବେଷ୍ଟ କଷ୍ଟକର। କିନ୍ତୁ ମୁଁ ପୂରା ଫିଟ ହେବାର ଅଧିକାର ମଧ୍ୟ ରଖିଛି।
ଦଳର ଅଧିନାୟକ ଭାବେ ମୁଁ ଗୁରୁତ୍ୱପୂର୍ଣ୍ଣ ସମୟରେ ଟିମ(ଲକ୍ଷ୍ନୌ) ପାଖରେ ନ ରହିବା ମୋତେ କଷ୍ଟ ଦେଉଛି। କିନ୍ତୁ ମୁଁ ନିଶ୍ଚିତ ଯେ ଟିମର ସଦସ୍ୟମାନେ ଠିକଣା ସମୟରେ ନିଜର ଜଲୱା ଦେଖାଇବେ ଓ ସବୁ ଥର ଭଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବେ। ମୁଁ ପଛରେ ରହି ସବୁବେଳେ ସେମାନଙ୍କୁ ଉତ୍ସାହିତ କରିବି। ଲକ୍ଷ୍ନୌ ସୁପର ଜାଏଣ୍ଟର ପ୍ରତି ମ୍ୟାଚ୍ ଦେଖିବି।
ଭାରତୀୟ ଟିମ ସହ ଆସନ୍ତା ମାସରେ ଓଭାଲରେ ନ ରହିବା ଅଧିକ ଯନ୍ତ୍ରଣା ଦାୟକ। ଦଳକୁ ଫେରିବା ପାଇଁ ଓ ମୋ ଦେଶକୁ ସହଯୋଗ କରିବା ପାଇଁ ମୁଁ ସବୁ ପ୍ରକାରର ଚେଷ୍ଟା କରିବି। ଏଇଟା ହିଁ ସବୁବେଳେ ମୋର ଫୋକସରେ ରହି ଆସିଛି। ମୋତେ ଶକ୍ତି ଯୋଗାଉଥିବା ମୋର ଫ୍ୟାନ୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମ୍ୟାନେଜମେଣ୍ଟ ଓ ବିସିସିଆଇକୁ କୃତଜ୍ଞତା ଜଣାଉଛି।
ଏହି ସମୟରେ ସେମାନେ ମୋତେ ସମର୍ଥନ କରିଥିବାରୁ ଧନ୍ୟବାଦ। ମୁଁ ମୋର ସ୍ୱାସ୍ଥ୍ୟ ସମ୍ପର୍କରେ ନିୟମିତ ସୂଚନା ଦେବି। ବହୁତ ଶୀଘ୍ର ପଡ଼ିଆକୁ ଫେରିବି।”
ରାହୁଲ ଏପରି ଆଇପିଏଲରୁ ବାଦ ପଡ଼ିବା ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ଶକ୍ତ ଝଟକା ଦେଇଛି। କାରଣ ଏବେ ଟିମ ୧୦ଟି ମ୍ୟାଚ୍ରୁ ୧୧ ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ତେଣୁ ଏବେ ପ୍ଲେଅଫ ପୂର୍ବରୁ ରାହୁଲଙ୍କୁ ହରାଇବା ଟିମ କମ୍ବିନେସନ ଉପରେ ପ୍ରଭାବ ପକାଇବାର ଆଶଙ୍କା ସୃଷ୍ଟି ହୋଇଛି।
ଆହତ ସମସ୍ୟା ଗୁରୁତର ଥିବାରୁ କେଏଲ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ମଧ୍ୟ ଖେଳୁ ନାହାନ୍ତି। ତାଙ୍କ ଅନୁପସ୍ଥିତିରେ କୃନାଲ ପାଣ୍ଡ୍ୟା ଦଳର ଅଧିନାୟକ ହୋଇଛନ୍ତି।
ଏବେ ମିଳିଥିବା ଖବର ଅନୁଯାୟୀ, ରାହୁଲ ଚଳିତ ଆଇପିଏଲର ଅବିଶିଷ୍ଟ ମ୍ୟାଚ୍ ଗୁଡ଼ିକରେ ମଧ୍ୟ ନଜର ଆସିବେ ନାହିଁ। ସେ ନିଜ ଆହତ ସମସ୍ୟାର ସ୍କାନ ପାଇଁ ମୁମ୍ବାଇ ଯିବେ। କିନ୍ତୁ ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ ରାହୁଲଙ୍କ ଜଙ୍ଘ ଜନିତ ସମସ୍ୟା ଅତ୍ୟନ୍ତ ଗୁରୁତର। ତେଣୁ ତାଙ୍କ ଫିଟ ହେବା ପାଇଁ କିଛି ସପ୍ତାହର ସମୟ ଲାଗିବ।
ସେହିପରି ବସିସିଆଇ ସ୍ପୋର୍ଟସ ସାଇନ୍ସ ଆଣ୍ଡ ମେଡିକାଲ ଟିମ ବରିଷ୍ଠ ବ୍ୟାଟର ରାହୁଲଙ୍କ ଆହତ ସମସ୍ୟା ଉପରେ ନଜର ରଖିଛି। କାରଣ ଜୁନ ୭ରୁ ୧୧ ଯାଏ ଇଂଲଣ୍ଡର ଓଭାଲରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ରାହୁଲ ଫିଟ ହେବା ଅତ୍ୟନ୍ତ ଜରୁରୀ ଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ବିସିସିଆଇର ମେଡିକାଲ ଟିମ ନଜର ରଖିଛି।
ବର୍ତ୍ତମାନ ରାହୁଲ ଲକ୍ଷ୍ନୌ ଟିମର କ୍ୟାମ୍ପରେ ରହିଛନ୍ତି। ସେ ଚେନ୍ନାଇ ବିପକ୍ଷ ମ୍ୟାଚ୍ ବୁଧବାର ଦେଖିବା ପରେ ଗୁରୁବାର କ୍ୟାମ୍ପ ଛାଡ଼ିବେ। ବିସିସିଆଇ ଦ୍ୱାରା ପଞ୍ଜୀକୃତ ମୁମ୍ବାଇ ସ୍ଥିତ ହସ୍ପିଟାଲରେ ତାଙ୍କର ସ୍କାନ ହେବ। ଏହାପରେ ବିସିସିଆଇ ଉଭୟ ଉନାଦକତ ଓ ରାହୁଲଙ୍କ ଦାୟିତ୍ୱ ନିଜ ହାତକୁ ନେବ ବୋଲି ଜଣାପଡ଼ିଛି।
ତେବେ ରାହୁଲ ଏଯାଏ କୌଣସି ପ୍ରକାରର ସ୍କାନ କରି ନାହାନ୍ତି। ବିସିସିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଯେତେବେଳେ ଜଣେ ଏପରି( ଜଙ୍ଘ ଜନିତ) ସମସ୍ୟାରେ ପଡ଼ନ୍ତି ସେତେବେଳେ ପ୍ରବଳ ଯନ୍ତ୍ରଣା ହେବା ସହ ଶିରା ଫୁଲି ଯାଇଥାଏ। କେବଳ ଉକ୍ତ ସ୍ଥାନ ନୁହେଁ, ଆଖପାଖ ଅଂଶରେ ମଧ୍ୟ ଯନ୍ତ୍ରଣା ହୁଏ। ଫୁଲା କମିବା ପାଇଁ ୨୪ରୁ ୪୮ ଘଣ୍ଟା ସମୟ ଲାଗେ।
ଏହାପରେ ଯାଇ ସ୍କାନ ସମ୍ଭବ ହୋଇଥାଏ। ରାହୁଲ ଟିମ ଇଣ୍ଡିଆର ଜଣେ ପ୍ରମୁଖ ସଦସ୍ୟ ହୋଇଥିବାରୁ ମ୍ୟାନେଜମେଣ୍ଟ ତାଙ୍କ ଆହତ ସମସ୍ୟାକୁ ଗୁରୁତର ସହ ନେଇଛି। କାଳେ ଏପରି ଅବସ୍ଥାରେ ଆଇପିଏଲ ଖେଳିଲେ ସମସ୍ୟା ଜଟିଳ ହେବ, ତା’କୁ ଦୃଷ୍ଟିରେ ରଖି ରାହୁଲଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ସ୍କାନ ସରିବା ପରେ ରାହୁଲଙ୍କ ସମସ୍ୟା କେତେ ଜଟିଳ, ସେକଥା ସ୍ପଷ୍ଟ ହେବ। ଏହାପରେ ବିସିସିଆଇ ମେଡିକାଲ ଟିମ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ଏହି ସୂତ୍ରରେ କୁହାଯାଇଛି।
ଅନ୍ୟପକ୍ଷରେ ଉନାଦକତ ରବିବାର ନେଟ୍ସରେ ବୋଲିଂ କରିବା ବେଳେ ତଳେ ପଡ଼ି ଯାଇଥିଲେ। ଏଥିପାଇଁ ତାଙ୍କ ବାମ ହାତରେ ଆଘାତ ଲାଗିଥିଲା। ସ୍କାନ ପରେ ଏହା ଗୁରୁତର ଥିବା ଜଣାପଡ଼ିଛି। ଏଥିପାଇଁ ସେ ଚଳିତ ଆଇପିଏଲ ସିଜିନରେ ଆଉ ନଜର ଆସିବେ ନାହିଁ। ତେବେ ଜୁନ ୭ରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ବେଳକୁ ସେ ଫିଟ୍ ହୋଇଯାଇଥିବାର ସମ୍ଭାବନା ଥିବା ଜଣାପଡ଼ିଛି।
ଗେଲ ଆଇପିଏଲରେ ୧୧୨ଟି ଇନିଂସ ଖେଳି ୪ ହଜାର ରନ ପୂରଣ କରିଥିଲେ। ରାହୁଲ ୧୦୫ଟି ଇନିଂସରେ ୪ ହଜାର ରନର ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି। କେବଳ ଗେଲ ନୁହନ୍ତି, ବିରାଟ କୋହଲିଙ୍କ ରେକର୍ଡ ମଧ୍ୟ ରାହୁଲ ଭାଙ୍ଗିଛନ୍ତି। ବିରାଟ ଦ୍ରୁତତମ ଭାରତୀୟ ଭାବେ ଆଇପିଏଲରେ ୪ ହଜାର ରନ ପୂରଣ କରିଥିଲେ। ସେ ୧୨୮ଟି ଇନିଂସ ଖେଳି ୪ ହଜାର ରନ ପୂରଣ କରିଥିଲେ।
ଏହାବାଦ ରାହୁଲ ଦ୍ୱିତୀୟ ଦ୍ରୁତତମ ବ୍ୟାଟର ଯିଏ ଅଧିନାୟକ ଭାବେ ଆଇପିଏଲରେ ୨ ହଜାର ରନ ପୂରଣ କରିଛନ୍ତି। ୪୭ଟି ଇନିଂସରେ ରାହୁଲ ଏହି କୀର୍ତ୍ତିମାନ ହାସଲ କରିଛନ୍ତି। ତାଲିକାର ୧ନଂ ସ୍ଥାନରେ ଡାଭିଡ ୱାର୍ଣ୍ଣର ରହିଛନ୍ତି। ସେ ଅଧିନାୟକ ଭାବେ ୨ ହଜାର ରନର ମାଇଲଷ୍ଟୋନ ହାସଲ କରିବାକୁ ୪୬ଟି ଇନିଂସର ସହାୟତା ନେଇଥିଲେ। ତେବେ ରାହୁଲ ଏକମାତ୍ର ଆଇପିଏଲ ଅଧିନାୟକ ଯିଏ ୫୦ରୁ ଅଧିକ ହାରରେ ୨ ହଜାର ରନ ପୂରଣ କରିଛନ୍ତି।
ଆଇପିଏଲରେ କେଏଲ ରାହୁଲ ୧୪ତମ ବ୍ୟାଟର ଭାବେ ୪ ହଜାର ରନ ପୂରଣ କରିଛନ୍ତି। ଅନ୍ୟ ୧୩ ବ୍ୟାଟର ହେଲେ ବିରାଟ କୋହଲି, ଶିଖର ଧୱନ, ଡାଭିଡ ୱାର୍ଣ୍ଣର, ରୋହିତ ଶର୍ମା, ସୁରେଶ ରାଇନା, ଏବି ଡିଭିଲିୟର୍ସ, ମହେନ୍ଦ୍ର ସିଂହ ଧୋନି, କ୍ରିସ ଗେଲ, ରବିନ ଉଥାପ୍ପା, ଦୀନେଶ କାର୍ତ୍ତିକ, ଅମ୍ବାତି ରାୟୁଡୁ, ଗୌତମ ଗମ୍ଭୀର ଓ ଅଜିଙ୍କ୍ୟ ରାହାଣେ।
ଆଜି ରାହୁଲ ୭୪ ରନର ଇନିଂସ ଖେଳିବାରୁ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ କରିଛି। ଏବେ ପଞ୍ଜାବ କିଙ୍ଗସ ଏହାକୁ ଚେଜ୍ କରୁଛି।
ରାହୁଲଙ୍କ ସହ ରବୀନ୍ଦ୍ର ଜାଡେଜା ମଧ୍ୟ ଦମଦାର ବ୍ୟାଟିଂ କରି ଅପରାଜିତ ୪୫ ରନର ଇନିଂସ ଖେଳିଛନ୍ତି। ଏହି ବିଜୟ ସହ ଟିମ ଇଣ୍ଡିଆ ୩ଟିକିଆ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇ ଯାଇଛି। ଏବେ ୨ୟ ଦିନିକିଆ ୧୯ ତାରିଖରେ ବିଶାଖାପଟନମରେ ଖେଳାଯିବ।
ମୁମ୍ବାଇର ୱାଙ୍ଖେଡେରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ପ୍ରଥମେ ଟିମ ଇଣ୍ଡିଆର ଦୁଇ ମହମ୍ମଦ କମାଲ କରିଥିଲେ। ମହମ୍ମଦ ସିରାଜ ଓ ମହମ୍ମଦ ଶାମି ମିଳିତ ଭାବେ ୬ ୱିକେଟ ଦଖଲ କରିବା ସହ ଅଷ୍ଟ୍ରେଲିଆର ରନ ହାରରେ ବ୍ରେକ ଲଗାଇ ଦେଇଥିଲେ। ଜାଡେଜା ମଧ୍ୟ ବୋଲିଂରେ ନିଜର କଳା ଦେଖାଇ ୨ଟି ୱିକେଟ ଦଖଲ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ ଗୋଟିଏ ଲେଖାଏ ସଫଳତା ପାଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ମାର୍ଶ ୮୧ ରନର ଇନିଂସ ଖେଳିଥିଲେ ମଧ୍ୟ ପୂରା ଟିମ ୩୫.୪ ଓଭରରେ ୧୮୮ ରନ କରି ଅଲଆଉଟ ହୋଇଯାଇଥିଲା।
୧୮୯ ରନର ଟାର୍ଗେଟ ମିଳିଥିବାରୁ ଭାରତ ବେଶ ସହଜରେ ମ୍ୟାଚ ଜିତି ନେବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ମିଚେଲ ଷ୍ଟାର୍କ ଓ ମାର୍କସ ଷ୍ଟୋଇନିସ ଭାରତର ସବୁ ଯୋଜନାରେ ପାଣି ପକାଇ ଦେଇଥିଲେ। ଷ୍ଟୋଇନିସ ଦ୍ୱିତୀୟ ଓଭରରେ ହିଁ ଈଶାନ କିଶନ(୩)ଙ୍କୁ ଆଉଟ କରିଥିଲେ। ଏହାପରେ ଷ୍ଟାର୍କ ୫ମ ଓଭର ୫ମ ବଲରେ ବିରାଟ କୋହଲି(୪) ଓ ୬ଷ୍ଠ ବଲରେ ସୂର୍ଯ୍ୟ କୁମାର ଯାଦବ(୦)ଙ୍କୁ ଆଉଟ କରି ଭାରତକୁ ଝଟକା ଦେଇଥିଲେ।
ଶୁବମନ ଗିଲ କିଛି ଭଲ ଶଟ ମାରିଥିଲେ ହେଁ ୨୦ ରନ କରି ଷ୍ଟାର୍କଙ୍କ ତୃତୀୟ ଶିକାର ବନିଥିଲେ। ୩୯ ରନରେ ଦଳ ୪ଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ରାହୁଲ ପାଳି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପାଣ୍ଡ୍ୟା ୨୫ ରନ କରିଥିବା ବେଳେ ତାଙ୍କୁ ଷ୍ଟୋଇନିସ ଜବରଦସ୍ତ ବାଉନ୍ସର ମାଧ୍ୟମରେ ଆଉଟ କରି ଦେଇଥିଲେ। ୮୩ ରନରେ ଦଳ ୫ ଜଣ ବ୍ୟାଟରଙ୍କୁ ହରାଇଥିଲା।
ରାହୁଲ କ୍ରିଜରେ ଥିଲେ ମଧ୍ୟ ଫର୍ମ ପାଇଁ କିଛି ସମୟ ସଂଘର୍ଷ କରିଥିଲେ। ତାଙ୍କୁ ଜାଡେଜାଙ୍କ ସାଥ ମିଳିଥିଲା। ଉଭୟ ବେଶ ସତର୍କତାର ସହ ବ୍ୟାଟିଂ କରି ପ୍ରଥମେ କିଛି ସମୟ ପିଚ୍ରେ ବିତାଇଥିଲେ। ଏହାପରେ ରାହୁଲ ତାଙ୍କର ଅସଲ ଜଲୱା ଦେଖାଇଥିଲେ। ସେ ଦମଦାର ଶଟ ମାରି ୭୩ଟି ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।
ଏହାପରେ ସେ କାମେରନ ଗ୍ରୀନଙ୍କୁ ୪ ଓ ଆଡାମ ଜାମ୍ପାଙ୍କୁ ୬କା ମାରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ଗୋଟିଏ ପଟେ ରାହୁଲ ଖୋଲା ଶଟ ଖେଳୁଥିବା ବେଳେ ଜାଡେଜା ତାଙ୍କୁ ଭରପୂର ସହଯୋଗ କରିଥିଲେ। ଶେଷରେ ଉଭୟ ଅପରାଜିତ ରହି ଭାରତକୁ ମ୍ୟାଚ୍ ଜିତାଇଥିଲେ। ୬ଷ୍ଠ ୱିକେଟ ପାଇଁ ରାହୁଲ ଓ ଜାଡେଜା ଅପରାଜିତ ୧୦୯ ରନ ଯୋଡ଼ିଛନ୍ତି।
ଦଳକୁ ଜିତିବା ପାଇଁ ୬ ରନ ଦରକାର ଥିବା ବେଳେ ଜାଡେଜା ଦ୍ରୁତ ବୋଲର ଷ୍ଟାର୍କଙ୍କୁ ୨ଟି ଚୌକା ମାରି ବିଜୟ ମୁଣ୍ଡି ମାରିଛନ୍ତି। ଟାର୍ଗେଟ ୧୮୯ ଥିବା ବେଳେ ଭାରତ ୩୯.୫ ଓଭରରେ ୫ ୱିକେଟ ହରାଇ ୧୯୧ ରନ ନେଇଥିଲା। ରାହୁଲ ତାଙ୍କ ୭୫ ରନ ଇନିଂସରେ ୭ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ସେହିପରି ଜାଡେଜା ୫ଟି ଚୌକା ସହ ଅପରାଜିତ ୪୫ ରନ କରିଛନ୍ତି।
ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ୩ଟି ୱିକେଟ ନେଇଥିବା ବେଳେ ଷ୍ଟୋଇନିସ ୨ଟି ସଫଳତା ପାଇଛନ୍ତି।
ତେବେ କେଏଲ ରାହୁଲଙ୍କ ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ଲାଇଫ ଲାଇନ ସଦୃଶ ହୋଇଛି। ଟେଷ୍ଟ କ୍ରିକେଟରେ କ୍ରମାଗତ ବିଫଳତା ପରେ ତାଙ୍କୁ ଟିମରୁ ଡ୍ରପ୍ କରାଯାଇଥିଲା। ହେଲେ ଏବେ ରାହୁଲଙ୍କୁ ଦିନିକିଆରେ ସୁଯୋଗ ଦେବା ସପକ୍ଷରେ ଟିମ ମ୍ୟାନେଜମେଣ୍ଟ ରହିଛି। ସେ ଦିନିକିଆ ଟିମରେ ୱିକେଟ କିପର ବ୍ୟାଟର ଭାବେ ବିଶ୍ୱକପ ମଧ୍ୟ ଖେଳିପାରନ୍ତି।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ବି ରାହୁଲଙ୍କୁ ୱିକେଟ କିପର ଭାବେ ଚୟନ କରାଯାଇପାରେ। କିନ୍ତୁ ତା’ ପୂର୍ବରୁ ଖରାପ ଫର୍ମ ଦେଇ ଗତି କରୁଥିବା କେଏଲ ରାହୁଲଙ୍କୁ ନିଜକୁ ପ୍ରମାଣିତ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ତାଙ୍କ ପାଇଁ ବଡ଼ ସୁଯୋଗ ସୃଷ୍ଟି କରିଛି।
ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଶ୍ରେୟସ ଆୟର ନାହାନ୍ତି। ଋଷଭ ପନ୍ତ ଆସନ୍ତା ୬ ମାସ ଯାଏ କ୍ରିକେଟ ଖେଳିପାରିବେ ନାହିଁ। କେଏସ ଭରତଙ୍କ ଟେଷ୍ଟ କ୍ୟାରିୟର ଆରମ୍ଭ ସେତେଟା ଆଖିଦୃଶିଆ ହୋଇନାହିଁ। ଏସବୁ କାରଣ ରାହୁଲଙ୍କୁ କମବ୍ୟାକ କରିବାକୁ ସୁବର୍ଣ୍ଣ ସୁଯୋଗ ଦେଇଛି। ରାହୁଲ ନିଜର ଜଲୱା ଦେଖାଇ ପାରିଲେ ତାଙ୍କୁ ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟର ଭାବେ ଡବ୍ଲ୍ୟୁସି ଫାଇନାଲରେ ବି ସୁଯୋଗ ମିଳିପାରେ।
ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଓ ଆଇପିଏଲ ୨୦୨୩ରେ ରାହୁଲ ନିଜର ଦବଦବା ଦେଖାଇ ପାରିଲେ ତାଙ୍କୁ ୫ନଂ ସ୍ଥାନରେ ଉଭୟ ଦିନିକିଆ ଓ ଟେଷ୍ଟ ଟିମରେ ସ୍ଥାନ ମିଳିବ। ଏଥିସହ ତାଙ୍କୁ ୱିକେଟ କିପିଂ ମଧ୍ୟ ସେହି ଅନୁସାରେ କରିବାକୁ ପଡ଼ିବ।
କେଏସ ଭରତଙ୍କ ସ୍ଥାନରେ ରାହୁଲଙ୍କ ଟେଷ୍ଟ କ୍ରିକେଟରେ ସାମିଲ କରିବାକୁ କ୍ରିକେଟ ପଣ୍ଡିତମାନେ ମତ ରଖିଛନ୍ତି। ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ଡେବ୍ୟୁ କରିଥିବା ଭରତ ୪ଟି ମ୍ୟାଚ୍ରେ ୨୦.୨ ହାରରରେ କେବଳ ୧୦୧ ରନ କରିବାକୁ ସକ୍ଷମ ହୋଇଛନ୍ତି। ଏଥିସହ ୱିକେଟ କିପିଂ ବେଳେ କିଛି କ୍ୟାଚ୍ ମଧ୍ୟ ସେ ହାତ ଛଡ଼ା କରିଥିଲେ। ତେଣୁ ପନ୍ତ ଫେରିବା ଯାଏ ରାହୁଲ ଟେଷ୍ଟରେ ୱିକେଟ କିପିଂ ସହ ବ୍ୟାଟିଂ କରିପାରିବେ।
କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ ଭରତଙ୍କ ସ୍ଥାନରେ ରାହୁଲଙ୍କୁ ଦେଖିବାକୁ ଚାହାନ୍ତି। ସେ ନିକଟରେ କହିଥିଲେ, “ଆପଣମାନେ କେଏଲ ରାହୁଲଙ୍କୁ ୱିକେଟ କିପର ଭାବେ ଦେଖିପାରନ୍ତି। ଯଦି ସେ ୫ କିମ୍ବା ୬ନଂରେ ବ୍ୟାଟିଂ କରିପାରିବେ, ତା’ହେଲେ ଆମ ବ୍ୟାଟିଂ ଲାଇନଅପ୍ ଆହୁରି ଶକ୍ତିଶାଳୀ ହୋଇଯିବ। କାରଣ ଗତବର୍ଷ ଇଂଲଣ୍ଡରେ ସେ ଭଲ ବ୍ୟାଟିଂ କରିଥିଲେ। ଫାଇନାଲ ମ୍ୟାଚ୍ରେ ଇଂଲଣ୍ଡରେ ଓଭାଲରେ ଖେଳାଯିବ। ଲର୍ଡସରେ ରାହୁଲ ଶତକ ମାରିଥିଲେ। ତେଣୁ WTC ଫାଇନାଲ ପାଇଁ ଚୂଡ଼ାନ୍ତ ଏକାଦଶ ଚୟନ ବେଳେ ରାହୁଲଙ୍କ କଥା ମଧ୍ୟ ବିଚାର କରାଯିବା ଉଚିତ।”
ରାହୁଲ ଟେଷ୍ଟରେ ୭ଟି ଶତକ ହାସଲ କରିଥିଲେ ହେଁ ଏବେ ଫର୍ମ ପାଇଁ ସଂଘର୍ଷ କରୁଛନ୍ତି। ଶେଷ ୧୦ ଟେଷ୍ଟ ଇନିଂସରେ ତାଙ୍କର ସର୍ବାଧିକ ସ୍କୋର ରହିଛି ୨୩। ବର୍ଡର-ଗାଭାସ୍କର ଟ୍ରଫିରେ ସେ ୨୦,୧୭ ଓ ୧ ରନ କରିବାକୁ ସକ୍ଷମ ହୋଇଥିଲେ। ଏଥିପାଇଁ ତାଙ୍କୁ ଉପ ଅଧିନାୟକ ପଦରୁ ହଟାଯାଇଥିଲା ଓ ତୃତୀୟ ଟେଷ୍ଟରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯାଇଥିଲା।
କିନ୍ତୁ ରାହୁଲଙ୍କ ପାଖରେ ଦକ୍ଷତାର କୌଣସି ଅଭାବ ନାହିଁ। ୨୦୨୧ରେ ଭାରତୀୟ ଟିମ ଇଂଲଣ୍ଡ ଯାଇଥିବା ବେଳେ ରାହୁଲ ଇନିଂସ ଆରମ୍ଭ କରି ପ୍ରଥମ ଟେଷ୍ଟରେ ୮୪ ରନ କରିଥିଲେ। ପରବର୍ତ୍ତୀ ଟେଷ୍ଟ ଲର୍ଡସରେ ଖେଳାଯାଇଥିବା ବେଳେ ରାହୁଲ ୧୨୯ ରନ କରିଥିଲେ। ୨୦୧୮ ଓଭାଲ ଟେଷ୍ଟରେ ମଧ୍ୟ ତାଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିଥିଲା।
ଏଯାଏ ଦେଶ ପାଇଁ ୪୭ଟି ଟେଷ୍ଟ ଖେଳିଥିବା ରାହୁଲ ୩୩.୪୪ ହାରରେ ରନ କରିଛନ୍ତି। ସେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ଭଳି ପିଚ୍ରେ ଶତକ ହାସ କରିଛନ୍ତି।
ସେ ନିଜର ୫୧ଟି ଦିନକିଆରୁ ୧୫ଟିରେ ୱିକେଟ କିପର ବ୍ୟାଟର ଭାବେ ଖେଳିଛନ୍ତି। ଏହି ସମୟରେ ସେ ୧୦୨.୭୯ ଷ୍ଟ୍ରାଇକ ରେଟ ଓ ୫୫.୨୫ ହାରରେ ଦଳ ପାଇଁ ରନ ସଂଗ୍ରହ କରିଛନ୍ତି। ୨୦୨୦ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସେ ୱିକେଟ କିପର ବ୍ୟାଟର ଭାବେ ମ୍ୟାଚ୍ ଖେଳିବା ସହ ୧୧୨ ରନର ଇନିଂସ ଖେଳିଥିଲେ।
ଏବେ ରାହୁଲଙ୍କୁ ଦଳ ୱିକେଟ କିପର ବ୍ୟାଟର ଭାବେ ବ୍ୟବହାର କରିବାକୁ ଚାହୁଁଛି। ଆସନ୍ତାକାଲି ରାହୁଲ ଦଳରେ ୱିକେଟର କିପର ଭାବେ ସ୍ଥାନ ପାଇବେ। ତେଣୁ ଏହି ସୁଯୋଗର ଫାଇଦା ସେ କେମିତି ଉଠାଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।
ଖେଳାଳିଙ୍କ ତାଲିକା ଘୋଷଣା କରାଯାଇଥିବା ପ୍ରେସ ବିବୃତିରେ ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ଦସ୍ତଖତ ରହିଛି। ହେଲେ ରାହୁଲଙ୍କ ନାଁ ଆଗରେ ଉପ ଅଧିନାୟକ ଲେଖାଯାଇନି। ତେଣୁ ରାହୁଲ ଖରାପ ଫର୍ମ ପାଇଁ ଟେଷ୍ଟ ମ୍ୟାଚ୍ରେ ଭାରତର ଉପ ଅଧିନାୟକ ପଦ ହରାଇଥିବା କୁହାଯାଉଛି।
ଡିସେମ୍ବର ମାସରେ ଖେଳା ଯାଇଥିବା ବାଂଲାଦେଶ ବିପକ୍ଷ ସିରିଜରେ ନିୟମିତ ଅଧିନାୟକ ରୋହିତ ଶର୍ମା ଆହତ ହୋଇଥିବାରୁ ରାହୁଲ ଦଳର ନେତୃତ୍ୱ ନେଇଥିଲେ। ହେଲେ ଏବେ ତାଙ୍କୁ ଉପ ଅଧିନାୟକ ପଦରୁ ହଟାଯିବା ସମସ୍ତଙ୍କୁ ଚକିତ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପରେ ୩ ଟିକିଆ ଦିନିକିଆ ସିରିଜ ଆରମ୍ଭ ହେବ।
ଏହି ସିରିଜ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ମଧ୍ୟ ରାହୁଲ ରହିଛନ୍ତି। ହେଲେ ଈଶାନ କିଶନଙ୍କୁ ଦଳର ୱିକେଟ କିପର ଭାବେ ଚୟନ କରାଯାଇଛି। ରାହୁଲଙ୍କ ନାଁ ପାଖରେ ୱିକେଟ କିପର ଟ୍ୟାଗ୍ ମଧ୍ୟ ନାହିଁ। ତେବେ ଟିମ ମ୍ୟାନେଜମେଣ୍ଟ ରାହୁଲଙ୍କୁ ୱିକେଟ କିପର ଦାୟିତ୍ୱ ଦେବା ସହ ସେ ୫ନଂରେ ବ୍ୟାଟିଂ କରିପାରନ୍ତି ବୋଲି ସଙ୍କେତ ଦେଇଛି।
ଅନ୍ୟପକ୍ଷରେ ବିସିସିଆଇ ସୂତ୍ରରେ କୁହାଯାଇଛି ଯେ ଜାତୀୟ ଚୟନକର୍ତ୍ତା ଜାଣିଶୁଣି ଅଷ୍ଟ୍ରେଲିଆ ବିପକ୍ଷ ବାକି ଦୁଇଟି ଟେଷ୍ଟ ପାଇଁ କାହାକୁ ବି ଉପ ଅଧିନାୟକ ଭାବେ ଚୟନ କରି ନାହାନ୍ତି। ଏହାର ଅର୍ଥ ରାହୁଲ ଏପରି ଖେଳ ଜାରି ରଖିଲେ, ତାଙ୍କୁ ଦଳରୁ ବିଦା ହେବାକୁ ମଧ୍ୟ ପଡ଼ିବ ବୋଲି ଗୋଟିଏ ବାର୍ତ୍ତା ଦେଇଛି। ତେଣୁ ରାହୁଲଙ୍କୁ ତୃତୀୟ ଟେଷ୍ଟରେ ଦେଖିବାକୁ ମିଳିବ କି ନାହିଁ, ତାହା ସବୁଠାରୁ ବଡ଼ ପ୍ରଶ୍ନ।
ଏହାବାଦ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସ୍କ୍ୱାଡକୁ ପୁଣିଥରେ ଜୟଦେବ ଉନାଦକତ କମବ୍ୟାକ କରିଛନ୍ତି। ସେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ମଧ୍ୟ ସ୍କ୍ୱାଡରେ ଥିଲେ। କିନ୍ତୁ ଏହି ସୌରାଷ୍ଟ୍ର ତାରକାଙ୍କୁ ରଣଜୀ ଟ୍ରଫି ଫାଇନାଲ ଖେଳିବାକୁ ସ୍କ୍ୱାଡରୁ ରିଲଜ କରାଯାଇଥିଲା। ଉନାଦକତ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସ୍କ୍ୱାଡରେ ରହିଛନ୍ତି। ସେ ଭାରତ ପାଇଁ ଶେଷ ଥର ୨୦୧୩ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳିଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିନିକିଆ ସ୍କ୍ୱାଡରେ ବାମହାତୀ ପେସର ଅର୍ଶଦୀପ ସିଂହ ନାହାନ୍ତି। ଆହତ ଯୋଗୁ ଦଳରୁ ବାଦ ପଡ଼ିଥିବା ରବୀନ୍ଦ୍ର ଜାଡେଜା ଧଳା ବଲ କ୍ରିକେଟକୁ କମବ୍ୟାକ କରିଛନ୍ତି। ସେ ଗତବର୍ଷ ସେପ୍ଟେମ୍ବର ମାସରୁ ଭାରତ ପାଇଁ ଦିନିକିଆ କିମ୍ବା ଟି-୨୦ ମ୍ୟାଚ୍ ଖେଳି ନଥିଲେ।
ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ରେ ହିଁ ତାଙ୍କର କମବ୍ୟାକ ହୋଇଥିଲା। ବିସିସିଆ କହିଛି ଯେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ରୋହିତ ଶର୍ମା ବ୍ୟକ୍ତିଗତ କାରଣ ପାଇଁ ଖେଳିବେ ନାହିଁ। ତେଣୁ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେବେ।
ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ, ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, କେଏସ ଭରତ, ଈଶାନ କିଶନ, ରବି ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, ଉମେଶ ଯାଦବ ଓ ଜୟଦେବ ଉନାଦକତ।
ଦିନିକିଆ ସ୍କ୍ୱାଡ: ରୋହିତ ଶର୍ମା, ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, କେଏଲ ରାହୁଲ,ଈଶାନ କିଶନ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ୟୁଜି ଚହଲ, ମହମ୍ମଦ ଶାମି, ମହମ୍ମ ସିରାଜ, ଉମ୍ରାନ ମଲିକ, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ ଓ ଜୟଦେବ ଉନାଦକତ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗଣମାଧ୍ୟମରୁ ଦୂରରେ ରହିବା ପାଇଁ ବାହାଘର ବେଳେ ଫୋନ ବ୍ୟାନ କରାଯାଇଥିଲା। ତେବେ ବାହାଘର ସରିବା ପରେ ଆଥିୟା ନିଜେ ହିଁ ରାହୁଲଙ୍କ ସହ ବାହାଘର ବେଳର କିଛି ରୋମାଣ୍ଟିନକ ମୁର୍ହୂତ୍ତର ଫଟୋ ପୋଷ୍ଟ କରିଛନ୍ତି। ସେହିପରି ସେମାନଙ୍କ ଫଟୋ ଉଠାଇବାକୁ ଅପେକ୍ଷା କରିଥିବା ସାମ୍ବାଦିକମାନଙ୍କୁ ମଧ୍ୟ ନବଦମ୍ପତି ପୋଜ ଦେଇଛନ୍ତି।
ଆଥିୟା ଫଟୋ ଶେୟାର କରି କହିଛନ୍ତି, ତୁମ ଚମକରେ ମୁଁ ପ୍ରେମ କରିବା ଶିଖିଛି। ଆଜି ଆମ ପ୍ରିୟଜନଙ୍କ ଉପସ୍ଥିତିରେ ଆମେ ବାହା ହୋଇଛେ। ଏହା ଆମକୁ ବହୁତ ଖୁସି ଦେଇଛି। ଆଗାମୀ ଯାତ୍ରା ପାଇଁ ସମସ୍ତଙ୍କ ଭଲ ପାଇବା ଓ ଆଶୀର୍ବାଦ ମଧ୍ୟ ସେ କାମନା କରିଛନ୍ତି।
ବାହାଘର ଫଟୋ ସାମ୍ନାକୁ ଆସିବା ପରେ ନବଦମ୍ପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।
ସେହିପରି କୋହଲିଙ୍କର ୬୯୭ ରେଟିଂ ପଏଣ୍ଟ ରହିଛି। ଅଷ୍ଟ୍ରେଲିଆର ସୀମିତ ଓଭର କ୍ରିକେଟ୍ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ୮୦୮ ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ କ୍ୟାପଟେନ୍ ବାବର ଆଜମ୍ (୮୦୧) ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି। ତେବେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଟପ୍-୧୦ରେ କେବଳ ରାହୁଲ୍ ଓ କୋହଲି ସ୍ଥାନ ପାଇଛନ୍ତି। ସେହିପରି ବୋଲିଂ ଓ ଅଲରାଉଣ୍ଡ ରାଙ୍କିଙ୍ଗରେ କୌଣସି ଭାରତୀୟ ଟପ୍-୧୦ରେ ନାହାନ୍ତି।
ବୋଲରଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ତାବରେଜ୍ ଶାମସୀ କ୍ୟାରିୟରର ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ପାକିସ୍ତାନ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୬ ୱିକେଟ୍ ନେଇଥିବା ଶାମସୀଙ୍କୁ ରାଙ୍କିଙ୍ଗରେ ତିନୋଟି ସ୍ଥାନର ଫାଇଦା ହୋଇଛି। ଆଫଗାନିସ୍ତାନର ରଶିଦ ଖାନ୍ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ମୁଜୀବ ଉର୍ ରେହମାନ୍ ଗୋଟିଏ ସ୍ଥାନ ସହ ତୃତୀୟକୁ ଖସି ଆସିଛନ୍ତି। ଇଂଲଣ୍ଡର ଆଦିଲ୍ ରଶିଦ୍ (ଚତୁର୍ଥ) ଓ ଅଷ୍ଟ୍ରେଲିଆର ଆଡାମ ଜାମ୍ପା (ପଞ୍ଚମ)ଙ୍କୁ ମଧ୍ୟ ଗୋଟିଏ ଲେଖାଏ ସ୍ଥାନର କ୍ଷତି ହୋଇଛି।
ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ସିରିଜ୍ ପରେ ଆଇସିସି ଟି-୨୦ ଟିମ୍ ରାଙ୍କିଙ୍ଗରେ କୌଣସି ପରିବର୍ତ୍ତନ ହୋଇନାହିଁ। ପାକିସ୍ତାନକୁ କେବଳ ଗୋଟିଏ ପଏଣ୍ଟ ଲାଭ ହୋଇଥିଲେ ହେଁ ଟିମ୍ ପୂର୍ବଭଳି ଚତୁର୍ଥ ସ୍ଥାନରେ ରହିଛି। ତେବେ ସିରିଜ୍ ହାରିଥିବା ଦକ୍ଷିଣ ଆଫ୍ରିକା ଗୋଟିଏ ପଏଣ୍ଟ ହରାଇବା ସତ୍ତ୍ୱେ ୨୫୧ ରେଟିଂ ପଏଣ୍ଟ ସହ ପଞ୍ଚମ ସ୍ଥାନ କାଏମ୍ ରଖିଛି।