ମୀରକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ଅଲକାଏ କଟକଣା କମିଟି ଅଧୀନରେ କଳା ତାଲିକା ଭୁକ୍ତ କରି ବିଶ୍ୱ ସ୍ତରୀୟ ଆତଙ୍କବାଦୀ ଭାବେ ଘୋଷଣା କରିବାକୁ ଆମେରିକା ପ୍ରସ୍ତାବ ଦେଇଥିଲା। ଏହାକୁ ଭାରତ ମଧ୍ୟ ସହଯୋଗୀ ରାଷ୍ଟ୍ର ଭାବେ ସମର୍ଥନ କରିଥିଲା। ଏହାଦ୍ୱାରା ମୀର ସମ୍ପତ୍ତି ଜବତ ହେବା ସହ ତା’ର ଯାତାୟାତରେ କଟକଣା ଲାଗି ଥାଆନ୍ତା। କିନ୍ତୁ ବେଜିଂ ସବୁଥର ଭଳି ଏଥର ମଧ୍ୟ ଏହି ପ୍ରସ୍ତାବ ରାସ୍ତାରେ କଣ୍ଟା ସାଜିଛି।
ଗତବର୍ଷ ସେପ୍ଟେମ୍ବର ମାସରେ ଚାଇନା ମୀର ବିରୋଧୀ ପ୍ରସ୍ତାବ ଉପରେ ସ୍ଥଗିତାଦେଶ ଜାରି କରିଥିଲା। ଏବେ ଏହା ଉପରେ ସଂପୂର୍ଣ୍ଣ ଭାବେ ରୋକ ଲଗାଇଛି। ମୀର ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ। ୨୬/୧୧ ହମଲାରେ ସେ ସାମିଲ ଥିବାରୁ ଆମେରିକା ମଧ୍ୟ ତା’ ମୁଣ୍ଡ ଉପରେ ୫ ମିଲିୟନ ଡଲାରର ପୁରସ୍କାର ଘୋଷଣା କରିଛି। ଜୁନ ମାସରେ ମୀରକୁ ପାକିସ୍ତାନର ଆତଙ୍କବାଦ ନିରୋଧ କୋର୍ଟ ଟେରର ଫଣ୍ଡିଂ ମାମଲାରେ ୧୫ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।
ତେବେ ଏହାପୂର୍ବରୁ ପାକିସ୍ତାନ ପ୍ରଶାସନ ଦାବି କରିଥିଲା ଯେ ମୀର ପ୍ରାଣ ହରାଇ ସାରିଛି। ହେଲେ ପଶ୍ଚିମ ଦେଶଗୁଡ଼ିକ ତା’ ମୃତ୍ୟୁର ପ୍ରମାଣ ମାଗିବାରୁ ପାକିସ୍ତାନର ଅକଲ ଗୁଡୁମ ହୋଇଯାଇଥିଲା। ପରେ ତାକୁ ଜେଲଦଣ୍ଡ ହୋଇଥିବା ଖବର ପ୍ରକାଶ ପାଇଥିଲା।
ସୂଚନା ଅନୁସାରେ, ବାରମୁଲ୍ଲା ଜିଲ୍ଲାର ସୋପର ଅନ୍ତର୍ଗତ ଗୁଣ୍ଡ ବ୍ରଥଠାରେ ଏହି ଏନକାଉଣ୍ଟର ହୋଇଥିଲା। ଏଠାରେ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ମାତ୍ରେ ସୁରକ୍ଷାକର୍ମୀମାନେ ରବିବାର ବିଳମ୍ବିତ ରାତିରେ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।
Top LeT #terrorist Mudasir Pandit who was involved in #killing of 03 policemen, 02 councillors & 02 civilians recently and other several #terror crimes got killed in Sopore #encounter: IGP Kashmir Shri Vijay Kumar@JmuKmrPolice
— Kashmir Zone Police (@KashmirPolice) June 20, 2021
ତେବେ ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ଆତଙ୍କବାଦୀମାନେ ଗୁଳିମାଡ଼ କରିବା ଆରମ୍ଭ କରିଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀ ଦେଇଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏନକାଉଣ୍ଟରରେ ଲସ୍କରର ଟପ୍ କମାଣ୍ଡର ମୁଦାସିର ପଣ୍ଡିତ ଓ ତା’ର ଦୁଇ ସହଯୋଗୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ନିକଟରୁ ଏକେ ୪୭ ଓ ଅନ୍ୟାନ୍ୟ ବିସ୍ଫୋରକ ଠାବ ହୋଇଛି।
ନିକଟରେ ୩ ପୁଲିସ୍ କର୍ମୀ, ୨ ଜଣ କାଉନସିଲର ଓ ୨ ଜଣ ସାଧାରଣ ଲୋକଙ୍କୁ ହତ୍ୟା କରିବା ଘଟଣାରେ ପଣ୍ଡିତ ସାମିଲ ଥିଲା। ଏଥିସହ ଉପତ୍ୟକାରେ ଘଟିଥିବା ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପରେ ସେ ରହିଥିଲା। ତା’କୁ ଧରିବା ପାଇଁ ସୁରକ୍ଷାକର୍ମୀମାନେ ଦୀର୍ଘ ଦିନ ହେଲା ଚେଷ୍ଟା କରୁଥିଲେ ହେଁ ସେ ଫେରାର ରହିବାକୁ ସକ୍ଷମ ହୋଇଥିଲା। କିନ୍ତୁ ଏବେ ତା’ ଖେଳ ଖତମ ହୋଇଛି।
ନିକଟରେ ତ୍ରାଲ ଏବଂ ଶୋପିଆନରେ ୭ ଆତଙ୍କବାଦୀ ନିହତ ହୋଇଥିବା ବେଳେ ହରିପୋରାରେ ଆତଙ୍କବାଦୀ ସଂଗଠନ ଅଲ ବଦରର ତିନି ଆତଙ୍କବାଦୀ ଏବଂ ବିଜବେହରାରେ ଲଶ୍କର-ଏ-ତୌଇବାର ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ କଶ୍ମୀର ପୁଲିସ ଡିଜି ଦିଲବାଗ ସିଂ ଏହି ସୂଚନା ଦେଇଛନ୍ତି।
ଦିଲବାଗ କହିଛନ୍ତି ବିଜବେହରାରେ ଏନକାଉଣ୍ଟର ଶେଷ ହୋଇଛି। ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାର ବିଜବେହରା ଅଞ୍ଚଳର ହୋଇଥିବା ଏନକାଉଣ୍ଟରରେ ଲଶ୍କର-ଏ-ତୌଇବାକୁ ସହଯୋଗ କରୁଥିବା ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ମୋଟ ଉପରେ ୧୨ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ଏନକାଉଣ୍ଟର କରି ନିପାତ କରିଛନ୍ତି।
ସେହିପରି କଶ୍ମୀରର ଆଇଜିପି କହିଛନ୍ତି ଯେ ନିକଟରେ ଆତଙ୍କବାଦୀ ସଂଗଠନରେ ଅନେକ ଯୁବକ ଯୋଗ ଦେଇଛନ୍ତି। ସେମାନେ କିଭଳି ଆତ୍ମସମର୍ପଣ କରିବେ ତାଉପରେ ପୁଲିସ ଏବଂ ସୁରକ୍ଷା ବାହିନୀ ଗୁରୁତ୍ୱ ଦେଉଛନ୍ତି।
ଆଇଜି ବିଜୟ କୁମାର ଦୁଇ ଆତଙ୍କବାଦୀକୁ ଗିରଫ କରିବା ପରେ କହିଛନ୍ତି ସିଆରପିଏଫ ଗାଡ଼ି ଉପରେ ହୋଇଥିବା ଆକ୍ରମଣ ପଛରେ ଲଶ୍କର-ଏ-ତୋଇବା ରହିଛି। ଦୁଇ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଆକ୍ରମଣ ପାଇଁ ଆତଙ୍କବାଦୀ ବ୍ୟବହାର କରିଥିବା ଗାଡ଼ି ଜବତ ହୋଇଛି।
ମୁଜାଫର ଅହମଦ ଏବଂ ଜାଭେଦ ଅହମଦ ଶେଖ୍ ନାମକ ବ୍ୟକ୍ତି ଆତଙ୍କବାଦୀ ନଦିମ ଅବରାର ଓରଫ ଆବୁ ବ୍ରାରକୁ ସମସ୍ତ ପ୍ରକାର ସହଯୋଗ କରିଥିଲେ। ଆବୁ ବ୍ରାର ହେଉଛି ବୁଡଗାମର ନରବାଲ ବାସିନ୍ଦା। ଆବୁ ବ୍ରାର ହେଉଛି ମୁଜାଫର ଅହମଦର ସମ୍ପର୍କୀୟ। ଗୁରୁବାର ସିଆରପିଏଫ ଗାଡ଼ି ଉପରେ ଆକ୍ରମଣ କରିବା ପୂର୍ବରୁ ଏହି ତିନି ମିଶି ଲଓ୍ୱୟପୋରାରେ ଟାର୍ଗେଟ ସ୍ଥିର କରିଥିଲେ ବୋଲି ଆଇଜି କହିଛନ୍ତି।
ଆତଙ୍କବାଦୀ ଆକ୍ରମଣ ପରେ ଶ୍ରୀନଗର ଏବଂ ବାନ୍ଦିପୋରା ପୁଲିସ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲେ। ଏହି ସମୟରେ ମୁଜାଫର ଏବଂ ଜାଭେଦ ଗିରଫ ହୋଇଥିଲେ। ହେଲେ ଦୁଇ ଆତଙ୍କୀଙ୍କ ସାଙ୍ଗରେ ଥିବା ଜଣେ ବିଦେଶୀ ଆତଙ୍କବାଦୀ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଚାରି ଯବାନ ଗାଡ଼ିରେ ଯାଉଥିବା ବେଳେ ଆତଙ୍କବାଦୀ ମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଚାରି ଜଣ ସାଧାରଣ ଲୋକ ମଧ୍ୟ ଆହତ ହୋଇଥିଲେ। ଦୁଇ ଆତଙ୍କବାଦୀ ଶହୀଦ ହୋଇଥିବା ବେଳେ ଦୁଇ ଜଣ ସ୍ଥାନୀୟ ହସ୍ପିଟାଲରେ ରହିଥିବା ଜଣାପଡ଼ିଛି।
[caption id="attachment_619123" align="aligncenter" width="650"] ୩ ବିଜେପି କାର୍ଯ୍ୟକର୍ତ୍ତା ଫିଦା ହୁସେନ, ଉମେର ରଶିଦ ଓ ଉମର ରମଜାନଙ୍କୁ ହତ୍ୟା କରାଯାଇଥିଲା।[/caption]
କାଶ୍ମୀର ଜୋନ୍ର ପୁଲିସ ଆଇଜି ବିଜୟ କୁମାର କହିଛନ୍ତି ଯେ, ଖାଲିଦ ସାମ୍ବା ଅଞ୍ଚଳରେ ଥିବା ସୂଚନା ପାଇ ଚଢ଼ାଉ କରାଯାଇଥିଲା। ପରେ ୧୨ ତାରିଖ ବିଳମ୍ବିତ ରାତିରେ ସାମ୍ବାରୁ ଖାଲିଦକୁ ଗିରଫ କରିବାରେ ପୁଲିସ ସଫଳ ହୋଇଥିବା ନେଇ ଆଇଜି ସୂଚନା ଦେଇଛନ୍ତି ।
ବିଜୟ କୁମାର ଆହୁରି କହିଛନ୍ତି ଯେ, ଖାଲିଦ କୁଲଗାମରେ ୩ ବିଜେପି ନେତାଙ୍କ ସମେତ ଦକ୍ଷିଣ କାଶ୍ମୀରର ଫୁରାରେ ଜଣେ ପୁଲିସ କର୍ମୀଙ୍କୁ ହତ୍ୟା କରିଥିଲା । ଗତବର୍ଷ ଅକ୍ଟୋବର ୨୯ରେ କୁଲଗାମର ବାଇକ ପୋରା ଅଞ୍ଚଳରେ ୩ ବିଜେପି କାର୍ଯ୍ୟକର୍ତ୍ତା ଫିଦା ହୁସେନ, ଉମେର ରଶିଦ ଓ ଉମର ରମଜାନଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟା ଘଟଣାରେ ଟିଆର୍ଏଫର ହାତ ଥିଲା। ସୂଚନାଯୋଗ୍ୟ, ଟିଆରଏଫ ହେଉଛି ଲଶ୍କର-ଏ-ତୋଏବାର ଏକ ସଙ୍ଗଠନ ।