ଲକ୍ଡାଉନ୍ ମଧ୍ୟରେ କେବଳ ଜରୁରୀ ସେବାଗୁଡିକୁ ଛାଡି ବାକି ସମସ୍ତ ସେବା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଛଡା ଜଗଦଲପୁର ରମେୟାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।
କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଲକଡାଉନ ହଟାଯିବ, କିନ୍ତୁ ଯଦି ସଂକ୍ରମଣ ବଢ଼େ ତେବେ ଲକଡାଉନ ଅବଧିକୁ ବୃଦ୍ଧି କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଥିସହ ତାଲାବନ୍ଦ ସମୟରେ ଲୋକଙ୍କୁ ସହଯୋଗ କରିବା ପାଇଁ ତଥା ଘରୁ ନ ବାହାରିବା ପାଇଁ ଜିଲ୍ଲାପାଳ ଅପିଲ କରିଛନ୍ତି।
ଜିଲ୍ଲାରେ ବଢ଼ୁଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ବେଶ୍ ଜରୁରୀ । ତେଣୁ ଲକଡାଉନ୍ ହିଁ ଏକ ମାତ୍ର ମାଧ୍ୟମ । ତାଲାବନ୍ଦ ମାଧ୍ୟମରେ ବଢ଼ୁଥିବା ସଂକ୍ରମଣକୁ ରୋକାଯାଇପାରିବ ବୋଲି ସେଠାକାର ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଦୁର୍ଗ୍ରେ ଗୁରୁବାର ଦିନ ୯୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଛତିଶଗଡ ରାଜଧାନୀ ରାୟପୁରରେ ମଧ୍ୟ ୧୩୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦୁର୍ଗ୍ରେ ମୋଟ ୪୦,୦୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୧୪ ଜଣଙ୍କ ମୃତ୍ୟ ହୋଇସାରିଲାଣି ।
https://twitter.com/ANI/status/1377889210602950657?s=20
ତାମିଲନାଡୁ ସରକାର ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ମୁତାବକ, ଡିସେମ୍ବର ୭ ତାରିଖରୁ ୟୁଜି ଅନ୍ତିମ ବର୍ଷର ପରୀକ୍ଷା ପୁଣି ଆରମ୍ଭ ହେବ। ଏହାସହ ଡିସେମ୍ବର ୧୫ ତାରିଖରୁ ମାରିନା ବିଚ୍ ଖୋଲିବା ନେଇ ସରକାର ଘୋଷଣା କରିଛନ୍ତି। ସେହିପରି ରାଜ୍ୟରେ କ୍ରୀଡ଼ାବିତଙ୍କ ତାଲିମ ପାଇଁ ସୁଇମିଂ ପୁଲ୍ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି।
ଏହା ପୂର୍ବରୁ ତାମିଲନାଡୁ ସରକାର ନଭେମ୍ବର ୧୬ ତାରିଖରୁ ଅତିବେଶୀରେ ୧୦୦ ଲୋକଙ୍କୁ ସାମାଜିକ, ରାଜନୀତିକ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନୁମତି ଦେବାର ନିଦ୍ଦେଶକୁ ବାତିଲ୍ କରିଥିଲେ। ସାର୍ବଜନୀନ ସ୍ଥାନରେ ଲୋକେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଆଦି ନିୟମକୁ ଅବମାନନା କରୁଥିବା ସରକାର ଏହି ନିଷ୍ପତ୍ତି ନେଇଥିଲେ।
ନିକଟରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ସ୍ଥାନୀୟ ଅଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ କଟକଣା ଜାରି ରଖିବା ପାଇଁ କହିଥିଲେ। ଏହାସହ ଅନ୍ୟାନ୍ୟ କଟକଣା ବଳବତ୍ତର ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ, ତାମିଲନାଡୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷରୁ ଅଧିକ ରହିଛି। ରାଜ୍ୟର ରାଜଧାନୀ ଚେନ୍ନାଇରେ ୨ଲକ୍ଷରୁ ଅଧିକ କରୋନା ମାମଲା ରହିଛି। ସେହିପରି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧ହଜାର ଟପିଛି।
ଅଧିକ ପଢ଼ନ୍ତୁ : ଘନୀଭୂତ ହେଉଛି ଆଉ ଏକ ବାତ୍ୟା, ତାମିଲନାଡୁରେ ରେଡ୍ ଓ୍ୱାର୍ଣ୍ଣିଂ ଜାରି
ସେ କହିଛନ୍ତି ଲକଡାଉନ୍ ହେବନି। ହେଲେ ଜନଗହଳି ସ୍ଥାନର କିଛି କିଛି ଅଞ୍ଚଳରେ ପ୍ରତିବନ୍ଧକ ଲଗାଯାଇପାରେ। ଜନ ଗହଳି ସ୍ଥାନରେ ଏହି ଭାଇରସ ମାରାତ୍ମକ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।
https://twitter.com/ANI/status/1328935630844399618
ସୂଚନାଯୋଗ୍ୟ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ମଙ୍ଗଳବାର ଜନ ଗହଳି ସ୍ଥାନ, ବଜାର ଆଦି ସ୍ଥାନ କରୋନାର ହଟସ୍ପଟ ହେବାର ସମ୍ଭାବନା ରହିଛି। ତେଣୁ ଏହି ସବୁ ସ୍ଥାନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେଜ୍ରିଓ୍ୱାଲ୍ ନିବେଦନ କରିଥିଲେ।
ଆହୁରି ପଢ଼ନ୍ତୁ: ଜେଏନୟୁ ହିଂସାକାଣ୍ଡରେ ନିଜକୁ ନିଜେ କ୍ଲିନ୍ ଚିଟ୍ ଦେଲା ଦିଲ୍ଲୀ ପୁଲିସ
ସୁହ୍ୱାନ ନାମରେ ସୋଶାଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ପିଲାଟିର କାହାଣୀ ଆପଣମାନେ ନିଶ୍ଚୟ ପଢ଼ିଥିବେ। ୧୪ ବର୍ଷୀୟ ସୁହ୍ୱାନଙ୍କର ମା’ ସ୍କୁଲରେ ଜଣେ ବସ୍ ଆଟେଣ୍ଡାଣ୍ଟ ଭାବରେ କାର୍ଯ୍ୟ କରନ୍ତି। ହେଲେ କରୋନା ଲକଡାଉନ ପାଇଁ ମା’ଙ୍କୁ କାମ ମିଳିବା ବନ୍ଦ ହୋଇଗଲା। ଏହାପରଠୁ ସୁହ୍ୱାନ ପରିବାର ଚଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ମିଡିଆ ରିପୋର୍ଟ ଅନୁସାରେ ପରିବାରର ଆର୍ଥିକ ସ୍ଥିତି ଠିକ୍ କରିବା ପାଇଁ ସେ ଚା ବିକ୍ରି କରୁଛନ୍ତି। ୧୨ ବର୍ଷ ପୂର୍ବରୁ ତାଙ୍କ ବାପାଙ୍କର ଦେହାନ୍ତ ହୋଇସାରିଛି। ଘରେ ସାନ ଭଉଣୀ ଅନଲାଇନ୍ କ୍ଲାସ ମାଧ୍ୟମରେ ପାଠ ପଢୁଛି। ସ୍କୁଲ ଖୋଲିଲେ ସେ ତାଙ୍କର ପାଠପଢ଼ା ଆରମ୍ଭ କରିବେ।
Mumbai: A 14-year-old boy, Subhan sells tea to support his family after his mother's earnings stopped, amid #COVID19 pandemic. She worked as a school bus attendant. He says, "My father died 12 years ago. My sisters study via online classes, I'll resume mine after schools reopen." pic.twitter.com/bwgVMCTkYI
— ANI (@ANI) October 29, 2020
ମୁମ୍ୱାଇର ଭିଣ୍ଡି ବଜାରର ଏକ ଦୋକାନରେ ଚା ତିଆରି କରି ସୁହ୍ୱାନ ବିଭିନ୍ନ ସ୍ଥାନରେ ବିକ୍ରି କରିଥା’ନ୍ତି। ଦିନକୁ ପାଖାପାଖି ୩୦୦ରୁ ୪୦୦ ଟଙ୍କା ରୋଜଗାର କରନ୍ତି। ମା’ଙ୍କୁ ଦେବା ପରେ ଅବଶିଷ୍ଟ ଅର୍ଥକୁ ସେ ଭବିଷ୍ୟତ ପାଇଁ ସଞ୍ଚୟ କରିଥା’ନ୍ତି।
ସୂଚନାଯୋଗ୍ୟ, କିଛିଦିନ ତଳେ ସୁହ୍ୱାନଙ୍କର ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ତାଙ୍କର ଏହି ଉଦ୍ୟମକୁ ଚାରିଆଡେ ପ୍ରଶଂସା ମଧ୍ୟ କରାଯାଉଛି।
ଗୋଆରେ ରେଷ୍ଟୁରାଣ୍ଟ, ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପକୁ ଖୋଲିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କୁ ଅନୁମତି ମାଗିବ ଗୋଆ ସରକାର। ଏ ନେଇ ବାବଦରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଲକଡାଉନ୍ ଅବଧି ଆଉ ୧୫ ଦିନ ବଢ଼ିପାରେ ବୋଲି ଗୋଆ ମୁଖ୍ୟମନ୍ତ୍ରୀ କହିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଗୁରୁବାର ରାତିରେ ଏ ନେଇ ଟେଲିଫୋନରେ କଥା ହୋଇଥିବା କଥା କହିଛନ୍ତି ପ୍ରମୋଦ। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଲକଡାଉନ୍ ଅବଧି ବଢ଼ିପାରେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗୋଆରେ ଏବେ ୩୧ ଜଣ କରୋନାରେ ଚିକିତ୍ସାଧୀନ ରହିଛନ୍ତି।
ଆଜି ମଧ୍ୟାହ୍ନରେ ଶାହ ମୋଦିଙ୍କ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ପହଞ୍ଚିଥିଲେ। ଏହାପରେ ଉଭୟ ନେତା ଦୀର୍ଘ ସମୟ ଧରି ଅଲୋଚନା କରିଛନ୍ତି। ଲକଡାଉନର ୪ଟି ପର୍ଯ୍ୟାୟରେ କ’ଣ ସବୁ ଲାଭ ହୋଇଛି, ସେ ବିଷୟରେ ବି ଶାହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ କରାଇଛନ୍ତି।
ଏହି ବୈଠକ ପୂର୍ବରୁ ଗତକାଲି ସନ୍ଧ୍ୟାରେ ଶାହ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ। ଲକଡାଉନ ୫.୦ର ରୂପରେଖ କ’ଣ ରହିବା ଦରକାର, ସେ ବିଷୟରେ ସେ ସମସ୍ତଙ୍କ ମତାମତ ଲୋଡ଼ିଥିଲେ।
ସୂତ୍ର ଅନୁସାରେ, ଦେଶର ୧୩ଟି ସହରରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ସେସବୁ ସ୍ଥାନ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ନିୟମ ପ୍ରଣୟନ କରିବାର ସମ୍ଭାବନା ଥିବା କୁହାଯାଉଛି। ବାକି ଅନ୍ୟ ସ୍ଥାନଗୁଡ଼ିକରେ ମନ୍ଦିର, ମଲ ଓ ଜମିକୁ ଲକଡାଉନ ୫.୦ରେ ଖୋଲିବାକୁ ଅନୁମତି ମିଳିପାରେ।
ଆଜି ଦେଶବାସୀଙ୍କୁ ଉଦବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି ସଙ୍କେତ ଦେଇଛନ୍ତି। ତେବେ ପୂର୍ବରୁ ଲାଗୁ ହୋଇଥିବା ୩ଟି ଯାକ ଲକଡାଉନ ତୁଳନାରେ ଲକଡାଉନ ୪.୦ ସଂପୂର୍ଣ୍ଣ ଭାବେ ନୂଆ ରୂପରେ ଆସିବ। ମୋଦି କହିଛନ୍ତି, “ଦେଶରେ ଲକଡାଉନ ୪.୦ ଲାଗୁ ହେବ। ହେଲେ ଏହା ସଂପୂର୍ଣ୍ଣ ଭାବେ ନୂଆ ରୂପରେ ଲାଗୁ କରାଯିବ। କରୋନା ଲଢ଼େଇ ସହ ଆମକୁ ଅର୍ଥନୀତିକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ।
ତେଣୁ ଲକଡାଉନ ୪.୦ରେ ଏସବୁ ଦିଗପ୍ରତି ଗୁରୁତ୍ୱ ଦିଆଯିବ। ମେ’ ୧୮ ତାରିଖ ପୂର୍ବରୁ ଦେଶବାସୀଙ୍କୁ ଲକଡାଉନ ୪.୦ ସମ୍ପର୍କରେ ଅବଗତ କରାଯିବ। ବୈଜ୍ଞନିକମାନେ କରୋନା ବିରୋଧରେ ଲଢ଼େଇ କରିବାକୁ ହେଲେ ସାମାଜିକ ଦୂରତାକୁ ମାନିବାକୁ ପଡ଼ିବ ବୋଲି କହିଛନ୍ତି। ଏହା ଆମ ସହ ଦୀର୍ଘ ଦିନ ଧରି ରହିବ। ତେଣୁ ଆମକୁ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ ପଡ଼ିବ। ତେବେ ଆମ ଲକ୍ଷ୍ୟକୁ ଆମେ କେବେ ବି ଭୁଲିଯିବା ନାହିଁ।
ଆମେ ଚୁପ ବସିବା ନାହିଁ। ଆମକୁ ଲଢ଼େଇ କରିବାକୁ ପଡ଼ିବ। ରାଜ୍ୟମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରି ଲକଡାଉନ ଗାଇଡଲାଇନ ଜାରି କରାଯିବ।”
ସୂତ୍ର ଅନୁସାରେ ଆସନ୍ତା ମେ’ ୧୮ ତାରିଖରୁ ୩୧ ତାରିଖ ରାତି ୧୨ଟା ଯାଏ ସମଗ୍ର ଦେଶରେ ତାଲାବନ୍ଦ ନିୟମ ବଳବତ୍ତର ରହିବ। ଅର୍ଥାତ ଦେଶରେ ପୁଣିଥରେ ୧୪ ଦିନିଆ ଲକଡାଉନ ଲାଗୁ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବରୁ କରୋନା ପାଇଁ ପ୍ରଥମେ ମାର୍ଚ୍ଚ ୨୫ରୁ ୨୧ ଦିନ, ପରେ ଏପ୍ରିଲ ୧୪ରୁ ମେ’ ୩ ଓ ମେ’ ୪ରୁ ୧୭ ଯାଏ ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ୁଥିବାରୁ ଏପରି ନିଷ୍ପତ୍ତି ନିଆଯିବା ସଙ୍କେତ ମିଳିଛି।
ଗତକାଲି ମୋଦି ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଏକାଧିକ ରାଜ୍ୟ ଲକଡାଉନ ବୃଦ୍ଧି ସମ୍ପର୍କରେ ମତ ଦେଇଥିଲେ। ସେହିପରି ଅର୍ଥନୀତିକ କାର୍ଯ୍ୟକଳାପ ଆରମ୍ଭ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ମୋଦି ସମସ୍ତଙ୍କ ଠାରୁ ପରାମର୍ଶ ନେବା ପରେ ଆଜି ଦେଶରେ ଲକଡାଉନ ଅବଧିକୁ ବୃଦ୍ଧି କରିବା ସମ୍ପର୍କରେ ସଙ୍କେତ ଦେଇଛନ୍ତି।
ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆସନ୍ତା ୧୫ ତାରିଖ ସୁଦ୍ଧା ଲିଖିତ ଆକାରରେ ମୋଦି ବିଭିନ୍ନ ପ୍ରସ୍ତାବ ଦେବାକୁ ପରାମର୍ଶ ଦେଇଛନ୍ତି। ସେମାନଙ୍କ ପରାମର୍ଶକ୍ରମେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲକଡାଉନ ୪.୦ ସମ୍ପର୍କିତ ଗାଇଡଲାଇନ ଜାରି କରିବ।
ତେବେ ଏହି ଗାଇଡଲାଇନରେ ଦେଶର ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ଅନେକ ନିୟମରେ କୋହଳ ନୀତି ଅବଲମ୍ବନ କରାଯିବ ବୋଲି ସେ ସଙ୍କେତ ଦେଇଛନ୍ତି।
ସେହିପରି ପୂର୍ବଭଳି ରାତ୍ରୀକାଳୀନ କର୍ଫ୍ୟୁ ଓ ଆନ୍ତଃରାଜ ବସ୍ ଚଳାଚଳ ଉପରେ କଟକଣା ରହିବ। କେବଳ କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଆଉ ସମସ୍ତ ସ୍ଥାନରେ ଅର୍ଥନୀତି କାର୍ଯ୍ୟକଳାପ ଆରମ୍ଭ ହୋଇପାରିବ ବୋଲି ମୋଦିଙ୍କ ଘୋଷଣାରୁ ସ୍ପଷ୍ଟ ହୋଇଛି।