ମୁରୈନାଙ୍କ ଶ୍ୱଶୁର ଭାନୁଙ୍କ କହିବାନୁଯାୟୀ, ପ୍ରାୟ୧୦ ଦିନ ପୂର୍ବେ ସେ ନିଜର ଏକ ଜମିକୁ ୭୭ ଲକ୍ଷ ୭୮ ହଜାର ଟଙ୍କାରେ ବିକିଥିଲେ। ଉକ୍ତ ଟଙ୍କାକୁ ସେ ଏକ ବ୍ୟାଗରେ ଭର୍ତ୍ତି କରି ନିଜ ଆଲମିରା ପଛ ପଟେ ରଖିଥିଲେ।
ଏହାପରେ ଘଟଣା ଦିନ ରାତିରେ ଦୁଇ ମୁଖା ପିନ୍ଧା ଚୋର ତାଙ୍କ ଘରେ ପଶିଥିଲେ। ସେମାନେ ଘରର ସମସ୍ତଙ୍କୁ ଭୟଭୀତ କରି ଆଲମିରା ପଛପଟେ ଥିବା ଟଙ୍କା ବ୍ୟାଗ ନେଇ ଯାଇଥିଲେ। ଏନେଇ ଭାନୁଙ୍କ ଅଭିଯୋଗ ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ପୁଲିସ୍ ପରିବାରର ସମସ୍ତ ସଦସ୍ୟଙ୍କୁ ଭିନ୍ନ ଭିନ୍ନ ଭାବେ ପଚାରିଥିବା ବେଳେ ତାଙ୍କ ବୋହୂଙ୍କ କଥାରେ ତାଳମେଳ ରହିଲା ନାହିଁ। ଏହାପରେ ତାଙ୍କୁ ଗୁଡ଼ାଇତୁଡ଼ାଇ ପଚାରିବାରୁ ସେ ସବୁ ସତ କଥା ମାନି ଯାଇଥିଲେ।
ଶ୍ୱଶୁର ଘରେ ଏତେ ପରିମାଣର ଟଙ୍କା ଥିବା ନେଇ ସେ ନିଜର ଜଣେ ସମ୍ପର୍କୀୟଙ୍କୁ ଜଣାଇଥିଲେ। ଏନେଇ ସେ ନିଜ ସାଙ୍ଗଙ୍କୁ ଜଣାଇଥିଲେ। ଏହାପରେ ସେମାନେ ଘରେ ପଶି ଟଙ୍କା ବ୍ୟାଗ ଲୁଟ୍ କରି ନେଇଥିଲେ। ଏହି ସମ୍ପୂର୍ଣ୍ଣ ଘଟଣାରେ ସେ ପୂରା ସହଯୋଗ କରିଥିବା କହିଛନ୍ତି ମହିଳାଜଣକ ।
ବୋହୂଙ୍କଠାରୁ ସୂଚନା ପାଇବା ପରେ ପୁଲିସ୍ ବିଭିନ୍ନ ସ୍ଥାନରେ ଖାନ ତଲାସୀ ଆରମ୍ଭ କରି ଦେଇଥିଲା। ଏହାପରେ ପୁଲିସ୍ ଟଙ୍କା ସମେତ ସମସ୍ତ ଅଭିଯୁକ୍ତଙ୍କୁ ବାନ୍ଧିଛି।
ଆଜି କନିଶି ଅଞ୍ଚଳର କୃଷ୍ଣ ମହାରଣା ଆକ୍ସିସ ବ୍ୟାଙ୍କରୁ ଟଙ୍କା ଉଠାଇ ତାଙ୍କ ବାଇକ୍ ଡିକିରେ ରଖିଥିଲେ। ଏହା ପରେ ବାଇକ୍କୁ ରାସ୍ତା ଉପରେ ରଖି ନିକଟରେ ଥିବା ଏକ ଦୋକାନରେ ଚା’ ପିଉଥିବା ବେଳେ ତାଙ୍କ ଡିକିରୁ ଟଙ୍କା ଲୁଟ୍ ହୋଇଥିଲା।
ଏହି ଲୁଟ୍ର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସେଥିରେ ଦେଖିବାକୁ ମିଳିଛି, ଜଣେ ଯୁବକ ଏପଟ ସେପଟ ଦେଖି ରାସ୍ତା ଉପରେ ଥିବା କୃଷ୍ଣ ମହାରଣାଙ୍କ ବାଇକ୍ ପାଖକୁ ଆସି ଡିକିକୁ କୌଣସି ଏକ ଚାବି ବା ସେଭଳି କିଛି ଜିନିଷ ଦ୍ଵାରା ଖୋଲି ସେଥିରେ ଏକ ଜରି ବ୍ୟାଗ୍ରେ ଥିବା ଟଙ୍କା ନେଇ ପଳାଇ ଯାଉଛି। ସେ ଡିକିରୁ ଟଙ୍କା ବାହାର କରିବା ପୂର୍ବରୁ କୃଷ୍ଣ ମହାରଣାଙ୍କ ବାଇକ ପାଖରେ ଆଉ ଜଣେ ବ୍ୟକ୍ତି ବାଇକ୍ରେ ଆସି ଅପେକ୍ଷା କରି ରହିଥିଲେ। ଡିକିରୁ ଟଙ୍କା ନେଇ ଉକ୍ତ ଲୁଟେରା ସେହି ବାଇକ୍ରେ ବସି ଫେରାର ହୋଇଯାଇଥିଲେ।
ସିସିଟିଭି ଦୃଶ୍ୟକୁ ଦେଖିଲେ ଲାଗୁଛି ଲୁଟେରାମାନେ କୃଷ୍ଣ ମହାରଣାଙ୍କୁ ଅନୁକରଣ କରୁଥିଲେ। ତାଙ୍କ ଡିକିରେ ଟଙ୍କା ଥିବା କଥା ସେମାନେ ଜାଣିଥିଲେ। ଏମିତିକି କୃଷ୍ଣ ମହାରଣା ଚା’ ପିଉଥିବା ବେଳେ ତାଙ୍କ ଉପରେ ଲୁଟେରାମାନେ ନଜର ରଖିଥିଲେ ଓ ମଉକା ପାଇ ଟଙ୍କା ଲୁଟି ନେଇଥିଲେ।
ଆଜିର ଏହି ଘଟଣାଟି ଆଦୌ ବିରଳ ନୁହେଁ। ବିଭିନ୍ନ ସମୟରେ ଏଭଳି ଖବର ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି। ତଥାପି ଲୋକେ ସଚେତନ ହେଉ ନାହାନ୍ତି। ଲକ୍ଷ ଲକ୍ଷ ଟଙ୍କା ଉଠାଇ ଅଚିନ୍ତାରେ ବାଇକ୍ ବା ସ୍କୁଟି ଡିକିରେ ରଖି କିଏ ଜଳଖିଆ ଖାଇବା ପାଇଁ ଚାଲି ଯାଉଛନ୍ତି ତ କିଏ ଅଲଗା କିଛି କିଣାକିଣି କରିବା ପାଇଁ ଚାଲି ଯାଉଛନ୍ତି ଏବଂ ଏଭଳି ଘଟଣାମାନ ଘଟୁଛି।
ପିଇଓ ସତ୍ୟ କୁମାର ଘିଭେଲା ଓ ତାଙ୍କର ଜଣେ ସହଯୋଗୀ ଆଜି ବଙ୍ଗୋମୁଣ୍ଡା ସ୍ଥିତ ଏସ୍ବିଆଇକୁ ଯାଇଥିଲେ। ସେଠାରୁ ସତ୍ୟ କୁମାର ଘିଭେଲା ୪ ଲକ୍ଷ ୬୪ ଟଙ୍କା ଉଠାଇଥିଲେ। ଆସନ୍ତାକାଲି ଭତ୍ତା ଦେବାକୁ ସେ ଏହି ଟଙ୍କା ଉଠାଇଥିଲେ। ଟଙ୍କା ଉଠାଇବା ପରେ ସେ ବାଇକ୍ ଯୋଗେ କଣ୍ଟାବାଞ୍ଜି ସ୍ଥିତ ନିଜ ଘରକୁ ଯାଉଥିଲେ।
ପିଇଓ ସତ୍ୟ କୁମାର ଘିଭେଲା ଓ ତାଙ୍କର ସହଯୋଗୀ ବାଇକରେ କଣ୍ଟାବାଞ୍ଜି ଅଭିମୁଖେ ଯାଉଥିବା ବେଳେ ଏକ ଆପାଚିରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ପିଛା କରିଥିଲେ। ଦୁର୍ବୃତ୍ତମାନେ ସତ୍ୟ କୁମାର ଘିଭେଲାଙ୍କ ଚଳନ୍ତା ବାଇକ୍କୁ ଧକ୍କା ଦେଇଥିଲେ। ଫଳରେ ସତ୍ୟ କୁମାର ଘିଭେଲା ଓ ତାଙ୍କ ସହଯୋଗୀ ପଡ଼ି ଯାଇଥିଲେ। ଏହା ପରେ ଦୁର୍ବୃତ୍ତମାନେ ବାଇକ୍ ଡିକିରୁ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଫେରାର ହୋଇଯାଇଥିଲେ ବୋଲି ଅଭିଯୋଗ ହୋଇଛି।
ପିଇଓ ଓ ତାଙ୍କ ସହଯୋଗୀ ଆହତ ହୋଇଛନ୍ତି। ବଙ୍ଗୋମୁଣ୍ଡା ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଯାଇଛି। ଅନ୍ୟପକ୍ଷରେ ବଙ୍ଗୋମୁଣ୍ଡା ପୁଲିସ ଘଟଣାର ତଦନ୍ତ କରୁଛି।
କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀଙ୍କ ରିପୋର୍ଟ
ଲୁଟ୍ର ଶିକାର ହୋଇଥିବା ମହିଳାଙ୍କ ନାଁ ମଞ୍ଜୁଲତା ପାଳ। ତାଙ୍କ ଘର ଜଳେଶ୍ୱର ବ୍ଲକ୍ ଦକ୍ଷିଣ ପ୍ରହରାଜପୁର ପଞ୍ଚାୟତର ପ୍ରହରାଜପୁର ଗାଁରେ। ଆଜି ଦିନ ପ୍ରାୟ ୧୧ଟା ବେଳେ ସେ ତାଙ୍କ ପଡ଼ୋଶୀ ବିଜୟ ମହାନ୍ତିଙ୍କ ସହିତ ଜଳେଶ୍ୱର ସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାକୁ ଆସିଥିଲେ। କୌଣସି କାର୍ଯ୍ୟ ପାଇଁ ସେ ବ୍ୟାଙ୍କରୁ ୧ ଲକ୍ଷ ୫ ହଜାର ଟଙ୍କା ଉଠାଇ ଥିଲେ। ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ସେ ଗାଁ ଅଭିମୁଖେ ଫେରୁଥିବା ବେଳେ ଜଳେଶ୍ୱର ବଡ଼ବଜାର-ଅଗ୍ରୱାଲା ରାସ୍ତାର ଚନ୍ଦନା ପାଖରେ ଥିବା ପାର୍ବତୀ ଇଟାଭାଟି ନିକଟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କଠାରୁ ସମସ୍ତ ଟଙ୍କା ଲୁଟ୍ କରି ନେଇଥିଲେ।
ଉକ୍ତ କଳା ପଲସରରେ ୨ ଜଣ ଦୁର୍ବୃତ୍ତ ଆସିଥିଲେ। ସେମାନେ ହେଲ୍ମେଟ୍ ପିନ୍ଧିଥିଲେ। ସେମାନେ ପଛ ପଟୁ ଆସି ହଠାତ୍ ମଞ୍ଜୁଲତାଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ନେଇଥିଲେ। ଏହି ଘଟଣା ନେଇ ଅଭିଯୋଗ ପାଇବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି।
ଜଳେଶ୍ୱରରୁ ଅଜିତ କୁମାର ଦାସଙ୍କ ରିପୋର୍ଟ
ଲୁଟେରା ଦ୍ୱୟ ଏକ ବାଇକ୍ରେ ଆସିଥିଲେ। ସୁନା ଚେନ୍ କିଣିବେ ବୋଲି କହିଥିଲେ। ଗୋଟିଏ ଚେନ୍ ପସନ୍ଦ ହେବା ପରେ ଅଗ୍ରୀମ ୨୦୦୦ ଟଙ୍କା ଦେଇଥିଲେ। ପରେ ଆସି ବାକି ଟଙ୍କା ଦେଇ ଉକ୍ତ ସୁନା ଚେନ୍କୁ ନେବେ ବୋଲି କହିଥିଲେ।
ଏହା ପରେ ଆଉ କିଛି ସୁନା ଅଳଙ୍କାର ଦେଖାଇବାକୁ ସେମାନେ ଦୋକାନୀଙ୍କୁ କହିଥିଲେ। ଦୋକାନୀ ସେମାନଙ୍କୁ ଆଉ କିଛି ସୁନା ଅଳଙ୍କାର ଦେଖାଇବାରେ ବ୍ୟସ୍ତ ଥିବା ବେଳେ ଲୁଟେରା ଦ୍ୱୟ କୌଶଳ କରି ୧୦ଟି ଚେନ୍ ହାତେଇ ନେଇଥିଲେ ଓ ସେଠାରୁ ଭଦ୍ର ଲୋକ ଭଳି ଚାଲି ଯାଇଥିଲେ।
ସେମାନେ ଯିବା ପରେ ଦୋକାନୀ ଜାଣିବାକୁ ପାଇଲେ ଯେ ତାଙ୍କ ଦୋକାନରୁ ୧୦ଟି ସୁନା ଚେନ୍ ଗାଏବ ହୋଇଯାଇଛି। ତା’ପରେ ସେ ଜାଣିଲେ ଯେ ସେ ଲୁଟ୍ର ଶିକାର ହୋଇଛନ୍ତି। ଏନେଇ ବାସୁଦେବପୁର ଥାନାରେ ସୁନା ଦୋକାନୀ ଅଭିଯୋଗ କରିଛନ୍ତି। ସିସିଟିଭି ଆଧାରରେ ପୁଲିସ ତଦନ୍ତ ଚଳାଇଛି।
ବାସୁଦେବପୁରରୁ ସୂର୍ଯ୍ୟୋଦୟ ବିଶ୍ୱାଳଙ୍କ ରିପୋର୍ଟ
ଏହାପରେ କମ୍ପ୍ଲେକ୍ସରେ ଥିବା ଗୋଟିଏ ସୁନା ଅଳଙ୍କାର ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇ ଚମ୍ପଟ ମାରିଥିଲେ। ବେଶ କିଛି ସମୟ ଧରି କମ୍ପ୍ଲେକ୍ସ ଭିତରେ ଲୁଟେରାଙ୍କ ଆତଙ୍କରାଜ ଚାଲିଥିଲେ ହେଁ ପୁଲିସ୍ ସେଠାରେ ପହଞ୍ଚି ପାରି ନଥିଲା।
ଏପରି ଏକ ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନରେ ଥିବା ଚୁଡ଼ାକୁଟି ବଜାରରେ ଦେଖିବାକୁ ମିଳିଛି। ଏଠାରେ ଥିବା ଜଗା କାଳିଆ ଜୁଏଲାରୀରୁ ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଛି।
ଏନେଇ ଜୁଏଲାରୀ ମାଲିକ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ମିଠା ଦୋକାନୀଙ୍କୁ ଆକ୍ରମଣ ଘଟଣାରେ ମଧ୍ୟ ଗୋଟିଏ ମାମଲା ହୋଇଛି। ଅଭିଯୋଗ ପାଇବା ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ, ଚୁଡ଼ାକୁଟି ବଜାରରେ ଥିବା ପୋଇ ମାର୍କେଟ କମ୍ପ୍ଲେକ୍ସରେ ରବୀନ୍ଦ୍ର କୁଣ୍ଡୁ ଦୀର୍ଘ ଦିନ ହେବ ସୁନା ଦୋକାନ କରିଥିଲେ। ଗତକାଲି ରାତିରେ ୪ଜଣ ଦୁର୍ବୁତ୍ତ ପ୍ରଥମେ ସେହି କମ୍ପ୍ଲେକ୍ସରେ ଥିବା ମିଠା ଦୋକାନୀଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ।
ଏହାପରେ ସେମାନେ ତାଙ୍କର ହାତ ଗୋଡ଼ ବାନ୍ଧି ପକାଇ ଦେବା ସହିତ ୨୨ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିଲେ। ପରେ ସେହି କମ୍ପ୍ଲେକ୍ସରେ ଥିବା ଏକ ଜୁଏଲାରୀ ଦୋକାନର ଶଟର କାଟି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଥିଲେ।
ବେଶ କିଛି ସମୟ ଧରି କମ୍ପ୍ଲେକ୍ସ ଭିତରେ ଲୁଟେରାଙ୍କ ଆତଙ୍କ ଚାଲିଥିଲେ ହେଁ ପୁଲିସ ସେମାନଙ୍କୁ ଧରି ପାରି ନଥିଲା। ତେବେ ଲୁଟ ଘଟଣାର ଖବର ପାଇ ଉକ୍ତ କମ୍ପ୍ଲେକ୍ସର ମାଲିକ ନରୋତ୍ତମ ପୋଇ ଓ ତାଙ୍କ ଭାଇ ସେଠାରେ ପହଞ୍ଚି ମିଠା ଦୋକାନୀଙ୍କୁ ପ୍ରଥମେ ଉଦ୍ଧାର କରିଥିଲେ। ଏହାପରେ ଧାମନଗର ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମ ଦ୍ଵାରା ଯାଞ୍ଚ କରାଯିବ ବୋଲି ସୂଚନା ଦେଇଛି।
ଅନ୍ୟପକ୍ଷେ ଧାମନଗର ଅଞ୍ଚଳରେ ଦିନକୁ ଦିନ ଲୁଟେରା ମାନଙ୍କର ଆତଙ୍କ ବଢ଼ିବାରେ ଲାଗିଛି। ପୂର୍ବରୁ ପୁଲିସ ପକ୍ଷରୁ ଯେଉଁଭଳି ରାତିରେ ପ୍ରହରା ଦିଆଯାଉଥିଲା,ଏବେ ସେହିଭଳି ପ୍ରଯ୍ୟାପ୍ତ ପରିମାଣରେ ପ୍ରହରା ଦିଆଯାଉନାହିଁ ବୋଲି ଅଭିଯୋଗ ହୋଇଛି।
ଗାଁର ପୀତାମ୍ବର ପ୍ରଧାନଙ୍କ ଘରୁ ଏହି ଚୋରି ହୋଇଛି। ଦୁର୍ବୃତ୍ତ ଝରକା ଭାଙ୍ଗି ଭିତରେ ପଶିଥିଲେ। ଯେଉଁ ବକ୍ସରେ ସୁନା ଅଳଙ୍କାର ଥିଲା, ତାକୁ ଦୁର୍ବୃତ୍ତ ନେଇ ଯାଇଥିଲେ। ସେଥିରେ ପୀତାମ୍ବର ୨୦ ହଜାର ଟଙ୍କା ମଧ୍ୟ ରଖିଥିଲେ। ଉକ୍ତ ବକ୍ସକୁ ଗାଁଠାରୁ କିଛି ଦୂରରେ ଏକ ବିଲରୁ ମିଳିଛି।
ପୀତାମ୍ବର ଘଟଣା ନେଇ ଧାମନଗର ପୁଲିସ୍କୁ ଜଣାଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ଏହି ଘଟଣାରେ ଗାଁର କୌଣସି ଲୋକଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ପୁଲିସ୍ ସବୁ ଦିଗକୁ ନେଇ ଘଟଣାର ତଦନ୍ତ କରୁଛି।
ଗତକାଲି ବେଲପଡା ଥାନା ଡ଼ୁମେରମୁଣ୍ଡା ଗାଁର ପରକ୍ଷିତ ବନଛୋର ଓ ତାଙ୍କ ପତ୍ନୀ ପିଏମ ଆବାସ ଟଙ୍କା ଉଠାଇବା ପାଇଁ ଷ୍ଟେଟ ବ୍ୟାଙ୍କକୁ ଆସିଥିଲେ। ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇ ବାଇକ୍ରେ ଘରକୁ ଯିବା ସମୟରେ ବାଟରେ ଅଟକି ଫଳ କିଣିଥିଲେ। ଗାଡ଼ିକୁ ଫଳ ଦୋକାନ ଆଗରେ ରଖିଥିଲେ। ଫଳ କିଣି ଆସିବା ପରେ ପରକ୍ଷିତ ବାଇକ ଡିକି ଭଙ୍ଗା ହୋଇଥିବା ଦେଖିଥିଲେ।
ପରେ ଡିକିରେ ଟଙ୍କା ନଥିବା ଦେଖିବାକୁ ପାଇଥିଲେ। କେହି ଦୁର୍ବୃତ୍ତ ଆସି ବାଇକ୍ ଡିକି ଭାଙ୍ଗି ୫୦ ହଜାର ଟଙ୍କା ନେଇଯାଇଥିବା ପରକ୍ଷିତ ଅଭିଯୋଗ କରିଛନ୍ତି। ଏନେଇ ସେ ବେଲପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଦୋକାନରେ ଲାଗିଥିବା ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି।
ଅଭିଯୋଗ ଅନୁସାରେ, ଦାସ୍ ଆଣ୍ଡ୍ ଦାସ୍ ନାମକ ବସଟି ଯାଜପୁରରୁ ଭୁବନ ଯାଉଥିଲା। ଏହା ପ୍ରଥମେ ଯାତ୍ରୀମାନଙ୍କୁ ଭୁବନରେ ଓହ୍ଲାଇବା ପରେ, ସେଥିରେ ୪ ରୁ ୫ ଜଣ ଦୁର୍ବୃତ୍ତ ଚଢ଼ିଥିଲେ । ତାଙ୍କର ୩୦ ଜଣ ଲେବର୍ ଯାଜପୁର ଯିବେ କହି ୧୫ଶହ ଟଙ୍କା ଆଡଭାନ୍ସ ଦେଇଥିଲେ । ପରେ ସିଗାରେଟ୍ ପିଆଇ ନିଶା ଦ୍ରବ୍ୟ ମିଶା କୋଲଡ୍ରିଙ୍କସ ପିଆଇ ଥିଲେ। ଫଳରେ କିଛି ସମୟ ମଧ୍ୟରେ ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ଅଚେତ ହୋଇ ପଡ଼ିଥିଲେ।
ଭୁବନର ଜଣେ ବ୍ୟବସାୟୀ ମୋବିଲ କିଣା ବାବଦକୁ ବସ୍ କର୍ମଚାରୀଙ୍କ ହାତରେ ୯୦ ହଜାର ଟଙ୍କା ଯାଜପୁରର ଜଣେ ଡିଲରଙ୍କ ପାଖକୁ ପଠାଇଥିଲେ। ବସ୍ର ସମସ୍ତ କର୍ମଚାରୀ ଅଚେତ ହୋଇଯିବା ଦେଖି ଦୁର୍ବୃତ୍ତମାନେ ସେହି ଟଙ୍କାକୁ ନେଇ ଚମ୍ପଟ ମାରିଛନ୍ତି।
ସ୍ଥାନୀୟ ଲୋକେ ଡ୍ରାଇଭର, ହେଲପର ଓ କଣ୍ଡକ୍ଟରଙ୍କୁ ଗୁରୁତର ଅବସ୍ଥାରେ ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ । ଏବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି। ସେପଟେ ଏହି ଘଟଣାକୁ ନେଇ ବସ୍ ମାଲିକ ଭୁବନ ଥାନାରେ ଅଭିଯୋଗ କରିବା ପରେ, ତଦନ୍ତ କରୁଛି ପୁଲିସ୍। ଏନେଇ ପୁଲିସ୍ର ପ୍ରତିକ୍ରିୟା ମିଳିପାରିନାହିଁ ।
ଏନେଇ ୯୦ ହଜାର ଟଙ୍କା ଦେଇଥିବା ବିଶ୍ୱମ୍ବର ଦାସ କହିଛନ୍ତି, ଉକ୍ତ ବସ୍ରେ ମୋର ମୋବିଲ ଆସିଥିବା ବେଳେ ବସ୍ କର୍ମଚାରୀଙ୍କ ହାତରେ ୯୦ ହଜାର ଦେଇଥିଲି। ଏହାପରେ ଖବର ପାଇ ବସ୍ ପାଖକୁ ଯିବା ବେଳକୁ ବସ୍ ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ସମସ୍ତେ ନିଶାସକ୍ତ ଅବସ୍ଥାରେ ବସିଥିଲେ। ଟଙ୍କା ମାଗିବାରୁ ସେମାନେ ଆଉ ଟଙ୍କା ଦେଇ ପାରି ନ ଥିଲେ।
ମାତ୍ର ୯୦ ହଜାର ଟଙ୍କା ଗାଡ଼ିରେ ଥିବା ଘଟଣା ସମ୍ପର୍କରେ କିଛି ଜାଣି ନ ଥିବା ବସ୍ ମାଲିକ କହିଛନ୍ତି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁସାରେ, ଗତ ଫେବ୍ରୁଆରୀ ୧୬ ତାରିଖରେ ବଣିଆ ପଞ୍ଜାୟତର ନାରାୟଣ ସେଠୀଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା। ଯଦି ୫୦୦ ଟାଙ୍କିଆ ନୋଟ୍ ୫ ଲକ୍ଷ ଟଙ୍କା ଦେବ, ତାହାହେଲେ ୪ ଥରରେ ୨୦ ଲକ୍ଷ ଟଙ୍କା ତୁମେ ପାଇବେ ବୋଲି ଜଣେ ଯୁବକ ଲୋଭନୀୟ ଅଫର ଦେଇଥିଲେ। ପରେ ଅଚିହ୍ନା ଯୁବକ ଜଣଙ୍କ ବହୁଥର ନାରାୟଣଙ୍କ ପାଖକୁ ଫୋନ କରି ଲୋଭନୀୟ ଅଫର ବିଷୟରେ କହିଥିଲେ। ଚଣ୍ଡିଖୋଲ ପାରାଦୀପ ରୋଡ଼ ଟୋଲ ଗେଟ୍ ନିକଟରେ ଟଙ୍କା ଦିଆନିଆ ହେବ ବୋଲି ଯୁବକ ଜଣଙ୍କ କହିଥିଲେ। ଟଙ୍କା ଲୋଭରେ ପଡ଼ିଯାଇଥିଲେ ନାରାୟଣ।
କିଛିଦିନ ପରେ ନାରାୟଣ ୫ ଲକ୍ଷ ଟଙ୍କା ନେଇ ଯୁବକ ଜଣଙ୍କ କହିଥିବା ସ୍ଥାନକୁ ଯାଇଥିଲେ। ଉକ୍ତ ଯୁବକଙ୍କୁ ଫୋନ୍ କରିଥିଲେ। ପରେ ଦୁଇ ଜଣ ଯୁବକ ନାରାୟଣଙ୍କୁ ଭେଟି ତାଙ୍କ ପାଖରୁ ୫ ଲକ୍ଷ ଟଙ୍କା ନେଇ ଗୋଟେ ବାକ୍ସ ଦେଇ ଏଥିରେ ୨୦ ଲକ୍ଷ ଟଙ୍କା ଅଛି ବୋଲି କହି ପଳାଇ ଯାଇଥିଲେ।
ପରେ ନାରାୟଣ ଏହି ବାକ୍ସଟି ଚାବି ଲାଗିଥିବା ଦେଖି ଯୁବକଙ୍କୁ ଫୋନ କରିଥିଲେ। ହେଲେ ଯୁବକ ଜଣଙ୍କର ଫୋନ୍ ବନ୍ଦ ଆସିଥିଲା। ଏନେଇ ନାରୟଣଙ୍କର ସନ୍ଦେହ ହୋଇଥିଲା। ତାଲା ଭାଙ୍ଗି ବାକ୍ସ ଖୋଲିବାରୁ କିଛି ୧୦୦ ଟଙ୍କିଆ ରହିଥିଲା ଆଉ ବାକ୍ସଟି ସମ୍ପୂର୍ଣ ବାଲି ଗୋଡ଼ିରେ ଭର୍ତ୍ତି ଥିଲା। ଏସବୁ ଦେଖି ନାରାୟଣଙ୍କ ମୁଣ୍ଡ କାମ କରିନଥିଲା। ଘଟଣାସଂପର୍କରେ ପରିବାର ଲୋକଙ୍କୁ ଜଣାଇବା ସହ ଗତ ୨୨ ତାରିଖ ଦିନ ଭଦ୍ରକ ସାବରଙ୍ଗ ଥାନରେ ଏକ ଲିଖିତ ଅଭିଯୋଗ କରିଥିଲେ।
ପୁଲିସ ଘଟଣାର ତଦନ୍ତ କରି ଏହି ସ୍କାମରେ ସମ୍ପୃକ୍ତ ଥିବା ଦୋଳସାହି ଜିତାନଗା ଅଞ୍ଚଳର ବୁଲୁ ପତି ଓ କଟକ ମାହାଙ୍ଗା ଥାନା କାଉଡାଖୋଳ ଅଂଚଳର ପ୍ରିୟରଞ୍ଜନ ନାୟକ ନାମକ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି। ପୁଲିସ ସେମାନଙ୍କ ପାଖରୁ ନଗଦ ୨ ଲକ୍ଷ ୨୦ ହଜାର ଟଙ୍କା , ୪ ଟି ମୋବାଇଲ ଓ ଗୋଟିଏ ସ୍କୁଟି ଜବତ କରିବା ସହ କୋର୍ଟ ଚାଲାଣ କରିଛି।
ଏପରି ଏକ ଅଭାବନୀୟ ଘଟଣା ପୁରୀ ବଳିଆପଣ୍ଡା ଅଞ୍ଚଳର ଏକ ହୋଟେଲରେ ଘଟିଛି। ସିସିଟିଭି ଫୁଟେଜ ଆଧାରରେ ପୁଲିସ୍ ମାମଲାର ତଦନ୍ତ ଆରମ୍ଭ କରିଛି।
ବିବାହ ଉତ୍ସବରେ ଅତିଥି ରୂପେ ପଶିଥିବା ଦୁଇ ଚୋରଙ୍କ ନଜର ଉକ୍ତ ବ୍ୟାଗ ଉପରେ ଥିଲା। ବ୍ୟାଗ୍ଟି ନିକଟରେ କେହି ନ ଥିବା ଦେଖି ସେମାନେ ବ୍ୟାଗ ଧରି ଫେରାର ମାରିଥିଲେ। ଜଣେ ଲୁଟେରା ବାହାରେ ଅପେକ୍ଷା କରିଥିବାବେଳେ ଆଉ ଜଣେ ସନ୍ଦିଗ୍ଧର ଫଟୋ ସିସିଟିଭିରେ କଏଦ ହୋଇଛି।
ଭିଡ଼ କମିବା ପରେ ପରିବାର ଲୋକେ ଉକ୍ତ ବ୍ୟାଗକୁ ବହୁ ଖୋଜାଖୋଜି କରି ପାଇ ନ ଥିଲେ। ଏହାପରେ ସିସିଟିଭିରେ ସେମାନେ ଜଣେ ଯୁବକ ଉକ୍ତ ବ୍ୟାଗ୍ ନେଇ ଯାଉଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ପୁଲିସ୍କୁ ଜଣାଇଥିଲେ।
ପୁଲିସ୍ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ ବି ଲୁଟେରାଙ୍କ ସନ୍ଧାନ ମିଳି ପାରିନି।
ନିହାର ରଞ୍ଜନ ବିଶ୍ୱାଳ କହିଛନ୍ତି, ଆମେ କାଲି ଘରେ ନଥିଲୁ। ଘରୁ ଚୋରି ହୋଇଥିବା ନେଇ ଆଜି ସକାଳେ ଘର ମାଲିକ ଫୋନ୍ କରି କହିଥିଲେ। ଝରକାର ଗ୍ରୀଲ ତଡ଼ା ହୋଇଥିଲା। ଲୁଟେରାମାନେ ଏକ ଲକର ତାଡ଼ି ଦେଇଥିଲେ। ଲକରରେ ୧୫ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଥିଲା। ତା’ସହିତ ନଗଦ ଦେଢ଼ ଲକ୍ଷ ଟଙ୍କା ଥିଲା। ଚୋରମାନେ ସବୁ ନେଇ ଯାଇଛନ୍ତି। ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହିତ ଆସି ଛାନଭିନ କରିଛି। ଚୋରଙ୍କୁ ଧରାଯିବ ବୋଲି ପୁଲିସ୍ ପ୍ରତିଶ୍ରୁତି ଦେଇଛନ୍ତି।
ଗତକାଲି କମିଶନରେଟ୍ ପୁଲିସ୍ ଏକ ସାମ୍ବାଦିକ ସମ୍ମିଳନୀ କରି ଆପାର୍ଟମେଣ୍ଟଗୁଡ଼ିକୁ ଟାର୍ଗେଟ୍ କରି ଲୁଟ୍ କରୁଥିବା ଏକ ଗ୍ୟାଙ୍ଗକୁ ଧରିଥିବା କହିଥିଲା। ଏହି ଗ୍ୟାଙ୍ଗର ପ୍ରମୁଖ୍ୟ ସଦସ୍ୟଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍। ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ପୁଲିସ୍ ଧରିବା ପରେ ରାଜଧାନୀ ବସି ଟିକେ ଆଶ୍ୱସ୍ତ ହୋଇଥିଲେ। ହେଲେ ଗତକାଲି ରାତିରେ ପୁଣି ରାଜଧାନୀରେ ହୋଇଛି ଲୁଟ୍। ଏହା ନିଶ୍ଚିତ ଭାବେ କମିଶନରେଟ ପୁଲିସକୁ ଚିନ୍ତାରେ ପକାଇଥିବ।
ସୂଚନାଯୋଗ୍ୟ, ପୁଲିସ୍ ହାତରେ ଧରାପଡ଼ିଥିବା ଏହି ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ସ୍ପେଶ ଟାଉନ୍ ଆପାର୍ଟମେଣ୍ଟର ୪ଟି ଫ୍ଲାଟ୍ ସହିତ ଆହୁରି ୫ରୁ ଅଧିକ ଫ୍ଲାଟ୍ରେ କଳାକନା ବୁଲାଇଥିଲେ। ସେମାନେ ସାଧାରଣତଃ ରାତି ଗୋଟାଏରୁ ତିନିଟା ମଧ୍ୟରେ ଲୁଟ୍ କରୁଥିଲେ।
ଗୁଳିମାଡ଼ରେ ଆହତ ହୋଇଥିବା ସୁନା ଦୋକାନୀଙ୍କ ନାଁ ପ୍ରକାଶ ଚନ୍ଦ୍ର ସାହୁ। ତାଙ୍କ ଘର ଅନୁଗୋଳର ଖଲାରୀ ଅଞ୍ଚଳରେ। କଟକରୁ ମାର୍କେଟିଂ ସାରି ବାଇକରେ ଅନୁଗୋଳ ଅଭିମୁଖେ ଫେରୁଥିଲେ ପ୍ରକାଶ। ଦୁଇ ଜଣ ଯୁବକ ତାଙ୍କୁ ବାଇକ୍ରେ ପିଛା କରି କଦଳୀପାଳ ନିକଟସ୍ଥ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଗୁଳି କରିଥିଲେ। ଏହା ପରେ ପ୍ରକାଶଙ୍କ ଠାରୁ ସୁନା ଗହଣା ଓ ଟଙ୍କା ନେଇ ଲୁଟେରା ଦ୍ୱୟ ଫେରାର ହୋଇଯାଇଥିଲେ।
ପ୍ରକାଶଙ୍କ ଅଣ୍ଟାରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଗତ ରାତିରେ ୪ରୁ ଅଧିକ ଦୁର୍ବୁତ୍ତ ପଶି ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ସେମାନେ ବନ୍ଧୁକ ଏବଂ ବିଭିନ୍ନ ମରଣାସ୍ତ୍ର ଧରି ଦୋକାନରେ ପଶିଥିଲେ। ଏହାଦେଖି ଦୋକାନ ମାଲିକ ଏବଂ ତାଙ୍କ ପୁଅ ସେମାନଙ୍କୁ ବିରୋଧ କରିଥିଲେ। ଏହାପରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ। କେବଳ ସେତିକି ନୁହେଁ, ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଦୁର୍ବୁତ୍ତଙ୍କ ଆକ୍ରମଣରେ ଜୁଏଲାରୀ ମାଲିକ ଏବଂ ତାଙ୍କ ପୁଅ ଆହତ ହୋଇଛନ୍ତି।
ଗତ ରାତିରେ ୪ରୁ ଅଧିକ ଦୁର୍ବୁତ୍ତ ପଶି ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। କୁମ୍ଭାରପଡା ପୁଲିସ ସହ ସିଟି ଡ଼ିଏସପି ଏବଂ ବିଭିନ୍ନ ଥାନାର ଅଧିକାରୀ ପହଞ୍ଚି ଖୋଳତାଡ଼ କରୁଛନ୍ତି। ଖୁବଶୀଘ୍ର ଦୁର୍ବୃତ୍ତଙ୍କୁ ଧରାଯିବ ବୋଲି କହିଛି କୁମ୍ଭାରପଡ଼ା ପୁଲିସ ।
ଅଭିଯୋଗ ଅନୁସାରେ ପଦାଜାମପାଲିରେ ଥିବା ଏକ ପେଟ୍ରୋଲ ପମ୍ପର କର୍ମଚାରୀ ଅନୀଲ ତିୱାରୀ ଆଜି ଦିନ ପ୍ରାୟ ୧୦ ଟା ବେଳେ ୨ ଲକ୍ଷ ଟଙ୍କା ନେଇ ରାଜଗାଙ୍ଗପୁରର ଏକ ବ୍ୟାଙ୍କୁ ଯାଉଥିଲେ। ଲୋମଲୋଇ ନିକଟରେ ୪ ଜଣ ଯୁବକ ତାଙ୍କୁ ଅଟକାଇ ଛୁରୀ ଦ୍ୱାରା ଆକ୍ରମଣ କରି ଟଙ୍କା ଲୁଟି ନେଇ ଥିଲେ।
ଆହତ ଅନୀଲ ତିୱାରୀଙ୍କୁ ପ୍ରଥମେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
ଲୁଟ୍ ସମ୍ପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ଗତକାଲି ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ମନ୍ଦିରର ତାଲା ଭାଙ୍ଗି ମନ୍ଦିରରୁ ସୁନାର ମୁକୁଟ, ରୁପାର ମୁକୁଟ, ଦାନ ଜିନିଷ ଓ ୪ଟି ଛତର ଚୋରି କରି ନେଇଥିଲେ। ଆଜି ସକାଳେ ପୂଜକ ପ୍ରସନ୍ନ ତ୍ରିପାଠୀ ମନ୍ଦିର ଖୋଲିବାକୁ ଆସିବା ବେଳେ ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ଏହାସହ ମନ୍ଦିରର ଜିନିଷପତ୍ର ଏଣେତେଣେ ପଡ଼ିଥିବା ଦେଖିଥିଲେ। ଏନେଇ ସ୍ଥାନୀୟ ଲୋକଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ। ପରେ ଏନେଇ ମନ୍ଦିର ପୂଜକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣା ତଦନ୍ତ କରୁଛି।
ଅନ୍ୟପକ୍ଷରେ ଚୋରକୁ ଧରି ତାକୁ କୋଠର ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ସୂଚନା ଅନୂସାରେ ଚାନ୍ଦିମାଳ ଠାରେ ବିକାଳାଙ୍ଗ ମଞ୍ଚ ପକ୍ଷରୁ ଏକ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ରହିଛି। ସେଇ ଶିକ୍ଷା କେନ୍ଦ୍ରରେ ଶନିବାର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଥିଲା। ଉତ୍ସବରେ ଯୋଗ ଦେବାକୁ କିଛି ଦିବ୍ୟାଙ୍ଗ ଯାଇଥିଲେ। ଦୁଇ ଜଣ ଦିବ୍ୟାଙ୍ଗ ଓ ତାଙ୍କ ଭାଇ ରାତି ପ୍ରାୟ ୧୦ ଘଟିକା ସମୟରେ ଚାନ୍ଦିମାଳ ଛକରୁ ଜଳଖିଆ ଖାଇ ଫେରିବା ବେଳେ ତାଙ୍କୁ କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥି ସହିତ ଦୀପକ ମଳିକ (ଦୄଷ୍ଟିହୀନ)ଙ୍କୁ ଅଟକାଇ ବାର୍ଷିକ ଉତ୍ସବ ପାଇଁ ଆଣିଥିବା ୩୦ ହଜାର ଟଙ୍କା ମାଗିବା ସହ ଡିକି ଭାଙ୍ଗି ଟଙ୍କା ଲୁଟ୍ କରି ନେଇଥିଲେ।
ଦୀପକଙ୍କ ସାଙ୍ଗରେ ଥିବା ଭାଇ ସୂର୍ଯ୍ୟକାନ୍ତ ମଳିକ ପ୍ରତିବାଦ କରିବାରୁ ତାଙ୍କୁ ଲୁହା ରଡ଼ରେ ଆକ୍ରମଣ କରିଥିଲେ ଦୁର୍ବୁତ୍ତ ମାନେ। ଏଥି ସହିତ ଗୁଆଗଡ଼ିଆ ଅଞ୍ଚଳରେ ଆଉ ଜଣେ ଦିବ୍ୟାଙ୍ଗ କୄପାସିନ୍ଧୁ ବେହେରାଙ୍କୁ ମଧ୍ୟ ମାଡ଼ମାରି ଟଙ୍କା ଏବଂ ସ୍ମାର୍ଟ ୱାଚ ନେଇ ଚମ୍ପଟ୍ ମାରିଥିଲେ ଦୁର୍ବୁତ୍ତ। ମୋଟ ୫ଜଣ ଦୁର୍ବୁତ୍ତ ଥିବା ବେଳେ ୩ଜଣ ଦୁର୍ବୃତ୍ତଙ୍କୁ କୄପାସିନ୍ଧୁ ବେହେରା ଚିହ୍ନିଥିବା କହିଛନ୍ତି।
ଏନେଇ କୃପାସିନ୍ଧୁ କଶିଆ ସାମୁଦ୍ରିକ ଥାନକୁ ଯୋଗାକରିଥିଲେ। ଘଟଣାସ୍ଥଳରେ କଶିଆ ସାମୁଦ୍ରିକ ଥାନା ପୁଲିସ ପହଞ୍ଚି ପ୍ରାଥମିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବାସୁଦେବପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ଏକ ମାମଲା ରୁଜ୍ଜୁ କରି ତନ୍ଦନ୍ତ ଚଳାଇଥିବା କହିଛନ୍ତି କଶିଆ ସାମୂଦ୍ରିକ ଥାନା ଅଧିକାରିଣୀ ସାବିତ୍ରୀ ପଣ୍ତା।
ରିପୋର୍ଟ – ବାସୁଦେବପୁରରୁ ସୂର୍ଯ୍ୟଦେବ ବିଶ୍ୱାଳ
ରେଡ୍ ବେଳେ ପୁଲିସ ହାତରେ ଡକାୟତି ପାଇଁ ଉଦ୍ୟମ କରୁଥିବା ୧୦ ଜଣଙ୍କୁ ପୁଲିସ୍ କାବୁ କରିଛି। ଏମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ରହିଛନ୍ତି। ପୁଲିସ୍ ସମସ୍ତଙ୍କୁ ଧରିବା ପରେ ଜେରା ଆରମ୍ଭ କରିଥିଲା।
ଏମାନେ ଚମ୍ପୁଆ ଅଞ୍ଚଳରେ ବ୍ୟାଙ୍କ ଓ ଏଟିଏମ ଲୁଟ ପାଇଁ ଯୋଜନା କରୁଥିଲେ ବୋଲି ସ୍ୱୀକାର କରିଛନ୍ତି। ସେହପରି ଆଗରୁ ମଧ୍ୟ ଗିରଫ ଅଭିଯୁକ୍ତମାନେ ବିଭିନ୍ନ ଡକାୟତି ମାମଲାରେ ସଂପୃକ୍ତ ଥିବା ପୁଲିସ୍ ଜାଣିବାକୁ ପାଇଛି।
ଚଢ଼ଉ ବେଳେ ଲୁଟ ପାଇଁ ଉଦ୍ୟମ କରୁଥିବା ଗ୍ୟାଙ୍ଗ ପାଖରୁ ପୁଲିସ୍ ଦୁଇଟି ଦେଶୀ ବନ୍ଦୁକ , ଦୁଇଟି ଜୀବନ୍ତ ଗୁଳି , ଦୁଇଟି ଖଣ୍ଡା , ଗୋଟିଏ ବୋଲେର ସହ ଅନେକ ମଦ ବୋତଲ ଜବତ କରିଛି। ଏହି ଗ୍ୟାଙ୍ଗର ମୁଖ୍ୟ ସିପୁନ ବାରିକ ନାଁରେ ଏକାଧିକ ମାମଲା ରହିଥିବା ଚମ୍ପୁଆ SDPO ବିଜୟ କୁମାର ମଲିକ କହିଛନ୍ତି।
ସେ କହିଛନ୍ତି, “ଏସପି ସାର୍ଙ୍କ ନିର୍ଦ୍ଦେଶକ୍ରମେ ଆମର ଆଣ୍ଟି ଡକାୟତି ପ୍ୟାଟ୍ରୋଲିଂ କରୁଥିଲେ। ଏହି ସମୟରେ ଖବର ମିଳିଥିଲା ଯେ ସ୍ଥାନୀୟ ଜଙ୍ଗଲରେ କିଛି ଲୋକ ଡକାୟତି ପାଇଁ ଯୋଜନା କରୁଛନ୍ତି। ଖବର ମିଳିବା ମାତ୍ରେ ପୁଲିସ୍ ଓ ପ୍ୟାଟ୍ରୋଲିଂ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲା।
ପୁଲିସ୍କୁ ଦେଖି ସେଠାରେ ଏକାଠି ହୋଇଥିବା ୧୦ ଜଣ ଲୋକ ନିଜର ବୋଲେର ଛାଡ଼ି ଦୌଡ଼ିବାକୁ ଲାଗିଥିଲେ। ପୁଲିସ୍ ସେମାନଙ୍କର ପିଛା କରି ୧୦ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ, ୨ଟି ଜୀବନ୍ତ ଗୁଳି, ୨ଟି କଟୁରୀ, ୩ଟି କ୍ରିକେଟ ଷ୍ଟମ୍ପ, ୫ ପ୍ୟାକେଟ ଲଙ୍କା ଗୁଣ୍ଡ, ୪ଟି ଫେସ ମାସ୍କ, ଗୋଟିଏ ବୋଲେର, ୧୦ଟି ବିୟର ବୋତଲ ଓ ନଗଦ ୪ ହଜାର ୯୦୦ ଟଙ୍କା ଜବତ ହୋଇଛି।
ଏ ସଂକ୍ରାନ୍ତରେ ଗୋଟିଏ ମାମଲା ଚମ୍ପୁଆ ଥାନାରେ ରୁଜୁ କରାଯାଇଛି। ଗ୍ୟାଙ୍ଗର ସଦସ୍ୟ ସିପୁନ ବାରିକ ସମେତ ଏକାଧିକ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ଏକାଧିକ ମାମଲା ରହିଛି। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।”
ସିମିଳି ସାହି ଗାଁର ପ୍ରମୋଦ ପ୍ରଧାନଙ୍କ ଘରର ପଛପଟ କବାଟ ଭାଙ୍ଗି ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପଶିଥିଲେ । ରାତିରେ ଠକଠକ୍ ଶଦ୍ଦ ଶୁଣି ଘର ମାଲିକ ପ୍ରମୋଦ ଏବଂ ତାଙ୍କ ପତ୍ନୀ ନିଦରୁ ଉଠି ପଡିଥିଲେ । ହଠାତ୍ ଆଖି ଆଗରେ କିଛି ଦୁର୍ବୃତ୍ତଙ୍କୁ ଦେଖି ସେମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଫଳରେ ଦୁର୍ବୃତ୍ତମାନେ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏଥିସହ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଅନେକ ମୂଲ୍ୟବାନ ଜିନିଷ ଚୋରି ଫେରାର ହୋଇଗଲେ।
ଦମ୍ପତିଙ୍କ ଚିତ୍କାର ଶୁଣି ପଡୋଶୀ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରିଥିଲେ। ଏହାପରେ ସେମାନଙ୍କୁ ଚିକିତ୍ସା ପାଇଁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।
ଖବର ପାଇ ଦଶପଲ୍ଲା ପୁଲିସ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଦୁର୍ବୃତ୍ତଙ୍କ ଟେର ମିଳି ପାରିନି।
ମନ୍ଦିରରୁ ଠାକୁରଙ୍କର ସମସ୍ତ ସୁନା ଅଳଙ୍କାର, ଆସବାବପତ୍ର, ୨୦ କେଜିର ତମ୍ବା ନାଗ ସାପ ଓ ଡାକବାଜି ଯନ୍ତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ପୂଜକ ମନ୍ଦିର ଖୋଲିବାକୁ ଆସିବା ବେଳେ ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ।
ଏନେଇ ସ୍ଥାନୀୟ ଲୋକଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ। ମନ୍ଦିରରୁ ଆନୁମାନିକ ଦୁଇ ଲକ୍ଷ ଟଙ୍କା ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣା ରତଦନ୍ତ କରୁଛି।
ବ୍ୟବସାୟୀଙ୍କର ଏକ ତେଜରାତି ଦୋକାନ ଥିବା ବେଳେ ପୁଅ,ବୋହୂ ଓ ସ୍ତ୍ରୀ ଉମରକୋଟରେ ରହୁଛନ୍ତି। ଫଳରେ ବ୍ୟବସାୟୀଜଣକ ଭାଲୁକାନାଡି ଗାଁରେ ଏକୁଟିଆ ରହୁଛନ୍ତି।
ଏହାର ସୁରାଗ ପାଇ ଗତକାଲି ରାତି ଅଧରେ ପ୍ରାୟ ୧୦ ରୁ ଊର୍ଦ୍ଧ୍ୱ ଦୁର୍ବତ୍ତ ଘରର ଗେଟ୍ ତାଲା ଭାଙ୍ଗି ପଶିଥିଲେ। ପରେ ସେମାନେ ବ୍ୟବସାୟୀଙ୍କ ହାତକୁ ବାନ୍ଧି, ମୁଣ୍ଡରେ ଓ ବେକରେ ଖଣ୍ଡା ଭୟଭୀତ କରିଥିଲେ। ଏହାପରେ ସେମାନେ ତାଙ୍କ ଘରୁ ୧୪ ଲକ୍ଷରୁ ଉର୍ଦ୍ଧ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇ ଫେରାର ହୋଇଗଲେ।
ଦୁର୍ବୁତ୍ତମାନେ ହିନ୍ଦୀରେ କଥା ହେଉଥିବା ବେଳେ ମୁହଁରେ ମୁଖା ପିନ୍ଧିଥିଲେ ବୋଲି ବ୍ୟବସାୟୀ ଜଣକ କହିଛନ୍ତି। ଖବର ପାଇ ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ ରଖିଛି। ତେବେ ଲୁଟେରାଙ୍କ ଟେର ମିଳି ନ ଥିବା ବେଳେ ସେମାନେ ସୀମା ପାର୍ ହୋଇ ଫେରାର ହୋଇ ଯାଇଥିବା ଅନୁମାନ କରାଯାଉଛି।
ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ ଦୋକାନ ଆଗରେ ପ୍ରଥମେ କଳାପାଲ ଟାଣି ଥିଲେ। ପରେ ସଟର ତାଡ଼ି ଦୋକାନ ଭିତରେ ପଶି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟିନେଇ ଚମ୍ପଟ ମାରିଥିଲେ।
ଆଜି ସକାଳେ ଦୋକାନରେ ଚୋରି ହୋଇଥିବା ସ୍ଥାନୀୟ ଲୋକେ ମାଲିକଙ୍କୁ ଖବର ଦେଇଥିଲେ। ଦୋକାନୀମାଲିକ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ମଞ୍ଜୁରୀ ରୋଡ୍ ଫାଣ୍ଡି ପୁଲିସ ଘଟଣାର ତଦନ୍ତ କରୁଛି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୫ଜଣ ଲୁଟେରା ରାଇକେଲାର ଗୀତାରାଣୀ ମହାନ୍ତି ମାଇନ୍ସ ଅଫିସରେ ପଶିଥିଲେ। ପରେ ଅଫିସରେ ଥିବା ଦୁଇ ଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ପରେ ଅଫିସରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ।
ଲୁଟେରାମାନେ ଟାଙ୍ଗିଆରେ ହାଣି ଅଫିସର ଆସବାବପତ୍ର ନଷ୍ଟ କରୁଥିବା ଭିଜୁଆଲ ସିସିଟିଭିରେ କଏଦ ହୋଇଛି। କୋଇଡା ପୁଲିସ ଘଟଣାର ତଦନ୍ତ କରୁଛି।
#ସୁନ୍ଦରଗଡ଼_ରାଇକେଲାରେ_ବଡ_ଧରଣର_ଲୁଟ୍
— Odisha Reporter (@OdishaReporter) February 8, 2024
ବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କା ଲୁଟ୍ । ଲୁଟେରାମାନେ ମାରଣାସ୍ତ୍ର ଦେଖାଇ ଏକ ପରିବହନ ସଂସ୍ଥାରୁ ଲୁଟିନେଇଛନ୍ତି ୧୦ ଲକ୍ଷରୁ ଅଧିକ ଟଙ୍କା । ଏପରି ଘଟଣା ସୁନ୍ଦରଗଡ଼ରେ ଘଟିଥିବାବେଳେ ପୂରା ଘଟଣା ସିସିଟିଭିରେ କଏଦ୍ ହୋଇଛି । #Odisha #Sundergarh #Loot pic.twitter.com/J7bY3LilTt
ମଞ୍ଚେଶ୍ୱର ଥାନା ଅଧୀନ ଭୋଟପଡାରେ ଭର ଭଡ଼ା ନେଇ ରହୁଥିଲେ ରେଳ କର୍ମଚାରୀ ପୂର୍ଣ୍ଣାନନ୍ଦ ଭୋଇ। ମଙ୍ଗଳବାର ସକାଳେ ସେ ଶ୍ୱଶୁର ଘରକୁ ଯାଇଥିଲେ। ଆଉ ଗଲା ବେଳେ ଗେଟ୍ରେ ତାଲା ପକାଇ ଯାଇଥିଲେ। ତା’ପୂର୍ବରୁ ପତ୍ନୀ ଓ ପିଲାମାନେ ଘରକୁ ପଳାଇ ଯାଇଥିଲେ। ତେଣୁ ଘରଟି ପୂରା ଖାଲି ପଡ଼ିଥିଲା। ଏହାର ସୁଯୋଗ ନେଇ ଲୁଟେରାମାନେ ମଙ୍ଗଳବାର ବିଳମ୍ୱିତ ରାତିରେ ପୂର୍ଣ୍ଣାଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି।
ଲୁଟେରାମାନେ ଗେଟ୍ ତାଲା ଭାଙ୍ଗି ପୂର୍ଣ୍ଣାଙ୍କ ଘରେ ପଶିଥିଲେ। ଆଉ ତା’ପରେ ଗୋଦରେଜ ଭାଙ୍ଗି ସମସ୍ତ ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିଲେ। ଯାହାର ଆନୁମାନିକ ମୂଲ୍ୟ ସାଢ଼େ ୩ରୁ ୪ ଲକ୍ଷ ଟଙ୍କା ହେବ। ଏଥିସହ ନଗଦ ୧୦ ହଜାର ଟଙ୍କା ନେଇ ଯାଇଥିଲେ। ଆଜି ସକାଳେ ପୂର୍ଣ୍ଣା ରହୁଥିବା ଭଡ଼ା ଘରେ ତାଲା ଭାଙ୍ଗା ଯାଇଥିବା ପଡ଼ୋଶୀମାନେ ଦେଖି ଫୋନ୍ କରି କହିଥିଲେ। ଏହା ପରେ ପୂର୍ଣ୍ଣା ଘରକୁ ଲୁଟ୍ ହୋଇଥିବା ଦେଖି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କମିଶନରେଟ୍ ପୁଲିସ୍ ତଦନ୍ତ ଚଳାଇଛି। ହେଲେ ଏ ପର୍ଯ୍ୟନ୍ତ ଲୁଟେରାଙ୍କ ପତ୍ତା ପାଉନି ପୁଲିସ୍।
ତାଲା ଭାଙ୍ଗି ଲୁଟ୍ କରିବା ରାଜଧାନୀରେ ପ୍ରଥମ ଘଟଣା ନୁହେଁ। ବାରମ୍ୱାର ଏମିତି ଘଟଣା କଟୁଛି। ହେଲେ କମିଶନରେଟ୍ ପୁଲିସ୍ ଲୁଟେରାଙ୍କ ପାଖରେ ପହଞ୍ଚି ପାରୁନାହିଁ। ପାଟ୍ରୋଲିଂ ଢ଼ିଲା ଯୋଗୁ ଦିନକୁ ଦିନ ରାଜଧାନୀରେ ଲୁଟ୍ ସଂଖ୍ୟା ବଢ଼ୁଥିବା ଅଭିଯୋଗ ହୋଇଛି।
ଗତକାଲି ବିଳମ୍ବିତ ରାତିରେ ବାଉଁଶପାଳ ପଞ୍ଚାୟତ ଅଫିସରେ ପଶି ଟିଭି, ଇନଭର୍ଟର, ବ୍ୟାଟେରୀ,ସାଉଣ୍ଡ ମେସିନ, ଅଫିସ ସାମଗ୍ରୀ, ହରିଶ୍ଚନ୍ଦ୍ର ଯୋଜନା ପାଇଁ ଥିବା ପ୍ରାୟ ୩୦ହଜାର ଟଙ୍କା ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି।
ଆଜି ସକାଳେ ରାତ୍ର ଜଗୁଆଳୀ ଦୁଷ୍ମନ୍ତ ପାତ୍ର ପଞ୍ଚାୟତ ଅଫିସରେ ସମସ୍ତ ଘରର କବାଟ ତାଲା ସହିତ ଗଡ଼ରେଜ ଭଙ୍ଗା ହୋଇ ପଡ଼ିଥିବା ଦେଖିଥିଲେ। ଏନେଇ ସରପଞ୍ଚଙ୍କୁ ଜଣାଇଥିଲେ। ସରପଞ୍ଚ ଏନେଇ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଫିସ ଆଲମାରୀରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସହିତ ବହୁମୂଲ୍ୟ ସାମଗ୍ରୀ ଚୋରି ହୋଇଥିବା ଅନୁମାନ କରାଯାଉଛି। ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଛି କାମାକ୍ଷାନଗର ପୁଲିସ।
୨୮ ତାରିଖ ରାତିରେ ମନ୍ଦିରରୁ ମାଆଙ୍କ ଚାନ୍ଦି ମୁକୁଟ, ସୁନା ଅଳଙ୍କାର, ମଙ୍ଗଳସୂତ୍ର, ସୁନା ଚକ୍ଷୁ ଓ ସୁନା ମୁକୁଟ ସହ ହୁଣ୍ଡିରେ ପଡ଼ିଥିବା ଦାନ ଟଙ୍କା ଚୋରି ହୋଇଥିଲା। ଲୁଟ ପରେ ସାମଗ୍ରୀ ଗୁଡ଼ିକୁ ଜଣେ ସୁନା ବ୍ୟବସାୟୀଙ୍କୁ ବିକ୍ରି କରିଥିଲେ। ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ ପୁଲିସ ଉକ୍ତ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି।
ଅଭିଯୁକ୍ତ ମାନଙ୍କ ଠାରୁ ସୁନା ଓ ଚାନ୍ଦି ଅଳଙ୍କାର, ଗୋଟିଏ ସ୍କୁଟି, ଦୁଇଟି ମୋବାଇଲ ସହ ଲୁଟରେ ବ୍ୟବହାର କରୁଥିବା ସାମଗ୍ରୀ ଜବତ କରିଛି ପୁଲିସ। ପୂର୍ବରୁ ଶେଖ ପିରୁ ନାଁରେ ୧୪ ଟି ମାମଲା ରହିଥିବା ପୁଲିସ କହିଛି।
ସୂଚନା ଅନୁସାରେ, ଜଳତାର ଗ୍ରାମର ସୁରେନ୍ଦ୍ର ଦଳପତି SHG ଗ୍ରୁପ୍ର ଟଙ୍କା ଉଠାଇବା ପାଇଁ ଗୁଣୁପୁର ଷ୍ଟେଟ ବ୍ୟାଙ୍କକୁ ଆସିଥିଲେ। ବ୍ୟାଙ୍କରୁ ଟଙ୍କା ଉଠାଇ ସୁରେନ୍ଦ୍ର ଗାଡ଼ିର ଡିକିରେ ରଖିଥିଲେ। ଆଉ ଗାଡ଼ି ବୁଲାଇ ବାହାରିବା ବେଳେ କିଛି ଯୁବକ ସେହି ପାଖରେ ଟଙ୍କା ପକାଇ କହିଥିଲେ ଏ ଟଙ୍କା କାହାର। ସୁରେନ୍ଦ୍ର ଗାଡ଼ି ଛାଡ଼ି ଟଙ୍କା ପାଖକୁ ଗଲା ବେଳେ ଯୁବକମାନେ ତାଙ୍କ ଗାଡ଼ିର ଡିକି ଭାଙ୍ଗି ଦୁଇ ଲକ୍ଷ ଟଙ୍କା ନେଇ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି।
ଲୁଟେରାମାନେ ଡିକି ଭାଙ୍ଗି କିଭଳି ଭାବରେ ଟଙ୍କା ଲୁଟ୍ କରିଥିଲେ, ତା’ର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏହି ଘଟଣାକୁ ନେଇ ସୁରେନ୍ଦ୍ର ଗୁଣୁପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ରିପୋର୍ଟ - ଗୁଣୁପୁରରୁ ରାକେଶ କୁମାର ପାଢ଼ୀ
ଲୁଟ୍ ହୋଇଥିବା ଫ୍ଲାଟ ନମ୍ବର ହେଲା ୧୦୪ ଓ ୨୦୧। ବୁଧୁବାର (ଗତକାଲି) ରାତିରେ ଦୁଇଟି ଫ୍ଲାଟରେ କେହି ନଥିବା ବେଳେ ଏଭଳି ଘଟଣା ଘଟିଛି। ଦୁଇଟି ଫ୍ଲାଟରୁ ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା, ଦାମୀ ଘଣ୍ଟା ଓ ଅନ୍ୟ ଆସବାବପତ୍ର ଲୁଟ ହୋଇଛି।
ଗୋଟିଏ ଫ୍ଲାଟର ମାଲିକ ରାଉରକେଲା ଯାଇଥିବା ବେଳେ ଅନ୍ୟ ଫ୍ଲାଟ ମାଲିକ ନିଜ ଝିଅ ପାଖକୁ ବାଙ୍ଗାଲୋର ଯାଇଥିଲେ। ଗୋଟିଏ ଫ୍ଲାଟର ଚାବି ସିକ୍ୟୁରିଟି ଗାର୍ଡ ପାଖରେ ଥିଲା। ତେବେ ତାଲା କାଟି ଫ୍ଲାଟରେ ପସି ଲୁଟ କରିଛନ୍ତି। ଲୁଟେରା ଲୁଟ୍ ବେଳେ ମୁଖା ପିନ୍ଧି ଥିଲେ। ଏନେଇ ବୁଧବାର ରାତିରେ ଲୁଟେରା ମାନେ ହାତରେ ଧାରୁଆ ଅସ୍ତ୍ର ଧରି କିଭଳି ଆପାର୍ଟମେଣ୍ଟ ଭିତରେ ପ୍ରବେସ କରିଥିଲେ ତାହା ସିସିଟିଭିରେ କଏଦ ହୋଇଛି।
ଏହି ଲୁଟ୍ ପରେ ପୁଲିସ ପେଟ୍ରୋଲିଂକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ। ସୋସାଇଟି ରେ ସିକ୍ୟୁରିଟି ଓ ସିସିଟିଭି କାମ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି। ସେପଟେ ପୁଲିସ ପାଇଁ ମଧ୍ୟ ଏହି ଲୁଟ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କାରଣ ଗତକାଲି ପାହାଳ ଓ ପଟିଆ ଅଞ୍ଚଳରୁ ସିରିଜ ଲୁଟ ପରେ ପୁଣି ଏହି ଘଟଣାରେ କମିଶନରେଟ ପୁଲିସର ନିଦ ହଜାଇ ଦେଇଛି।
ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ବ୍ଲକ ଅଫିସକୁ ଲାଗିଥିବା ଏସବିଆଇ ଏଟିଏମ କାଟି ଟଙ୍କାପଇସା ଲୁଟି ନେଇଥିଲେ ଲୁଟେରା। ପରେ ଏଟିଏମରେ ନିଆଁ ଲଗାଇ ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଛାନଭିନ୍ କରିଥିଲା। ପରେ ଡାବୁଗାଁ ପାଖ ଜଙ୍ଗଲ ଭିତରେ ଏକ କାର୍ ଠାବ କରିଥିଲା। ଜଙ୍ଗଲରେ ଲୁଟେରାମାନେ ଲୁଚି ରହିଥିବା ପୁଲିସର ସନ୍ଦେହ ବଢ଼ିଥିଲା। ଲୁଟେରାଙ୍କୁ ଧରିବାକୁ ଜାଲ ବିଛାଇଥିଲା ପୁଲିସ। ରାତି ତମାମ ଛାନଭିନ୍ ପରେ ୫ଜଣ ଲୁଟେରାଙ୍କୁ ଗିରଫ କରିଥିଲା ପୁଲିସ।
ଲୁଟେରାଙ୍କ ପାଖରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ବହୁ ଟଙ୍କା ଲୁଟେରା ଜଙ୍ଗଲ ମଧ୍ୟରେ ଲୁଚାଇ ରଖି ଥିବା ପୁଲିସ ସନ୍ଦେହ କରୁଛି। ଡାବୁଗାଁ ଥାନାରେ ନବରଙ୍ଗପୁର ଏସପି ରୋହିତ ବର୍ମା ମଧ୍ୟ ଉପସ୍ଥିତ ରହି ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛନ୍ତି ।
ଅଭିଯୋଗ ଅନୁଯାୟୀ, ପ୍ରଶାନ୍ତଙ୍କର ନେହରୁବଙ୍ଗଳା ମାର୍କେଟ କଂପ୍ଲେକ୍ସରେ ଚିକେନ କାଉଣ୍ଟର ରହିଛି। ଗତକାଲି ଏକ ଅଜଣା ନମ୍ବରରୁ ଜଣେ ବ୍ୟକ୍ତି ନିଜକୁ ଆର୍ମି ଅଫିସର ପରିଚୟ ଦେଇ ପ୍ରଶାନ୍ତଙ୍କୁ ଫୋନ କରିଥିଲେ। ଆଉ କହିଥିଲେ, ଆର୍ମିର ଏକ ଟିମ୍ ୧୫ ଦିନ ପାରାଦୀପରେ ରହିବେ, ପ୍ରତିଦିନ ୧୫ କେଜି ଲେଖାଁଏ ଚିକେନ୍ ଦରକାର। ଆଉ ୧୫ କେଜି ଚିକେନ୍ ଅର୍ଡର ଦେବା ସହ ଆର୍ମୀ ଗାଡି ପହଞ୍ଚି ଚିକେନ ଆଣିବ ବୋଲି କହିଥିଲା ଲୁଟେରା। ଚିକେନ୍ କାଟିବା ପରେ କେହି ଆସିନଥିଲେ। ବରଂ ସାଇବର ଲୁଟେରା ଜଣକ ପ୍ରଶାନ୍ତଙ୍କୁ ପଇସା ପଠାଇବାକୁ ଫୋନ ପେ’ ସ୍କାନର ଓ ବାରକୋର୍ଡ ନମ୍ବର ମାଗିଥିଲା। ପ୍ରଶାନ୍ତ ମଧ୍ୟ ଲୁଟେରାକୁ ଫୋନ ପେ’ ସ୍କାନର ଓ ବାରକୋର୍ଡ ନମ୍ବର ଦେଇଥିଲେ। ପରେ ଲୁଟେରା ଜଣଙ୍କ ପ୍ରଶାନ୍ତଙ୍କୁ ପ୍ରଥମେ ୧ ଟଙ୍କା ଏବଂ ପରେ ୫ଟଙ୍କା ଦୋକାନୀଙ୍କୁ ପଠାଇବାକୁ କହିଥିଲା। ପ୍ରଶାନ୍ତ ପ୍ରଥମେ ରାଜି ହୋଇନଥିଲେ।
ପରେ ଦୋକାନୀଙ୍କୁ କଥାରେ ମନାଇଦେଇଥିଲେ ସାଇବର ଲୁଟେରା। ପ୍ରଶାନ୍ତ ଲୁଟେରାକୁ ପ୍ରଥମେ ୧ ଟଙ୍କା ପରେ ୫ ଟଙ୍କା ପଠାଇଥିଲେ। ତା’ପରେ କିଛି ସମୟ ପରେ ତାଙ୍କୁ ଆକାଉଣ୍ଟରରେ ଥିବା ୨୦ ହଜାର ୨୦୦ ଟଙ୍କା କଟିଯାଇଥିଲା। ଟଙ୍କା କଟିବା ପରେ ପ୍ରଶାନ୍ତଙ୍କ ମୋବାଇଲକୁ ମେସେଜ ଆସିଥିଲା। ପ୍ରଶାନ୍ତ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏନେଇ ବ୍ୟାଙ୍କରେ ବୁଝାବୁଝି କରିଥିଲେ। ତାଙ୍କ ଆକାଉଣ୍ଟରୁ ସାଇବର ଲୁଟେରା କଳାକନା ବୁଲାଇଦେଇଥିବା ଜାଣିବାକୁ ପାଇଥିଲେ। ଏନେଇ ପ୍ରଶାନ୍ତ ପାରାଦୀପ ସାମୁଦ୍ରିକ ଥାନାରେ ଅଭିଯୋଗ କରଛନ୍ତି। ସାଇବର ଲୁଟେରା କଥାରରେ ପଡ଼ି ଚିକେନ ୧୫ କେଜି ନଷ୍ଟ ହେବା ସହ ୨୦ ହଜାର ଟଙ୍କା ଚାଲିଯିବା ପରେ ଚିନ୍ତାରେ ଅଛନ୍ତି ପ୍ରଶାନ୍ତ। ପୁଲିସ ଘଟଣାର ତଦନ୍ତ କରୁଛି।
ମାଆଙ୍କ ଚାନ୍ଦି ମୁକୁଟ, ସୁନା ଅଳଙ୍କାର, ମଙ୍ଗଳସୂତ୍ର, ସୁନା ଚକ୍ଷୁ ଓ ସୁନା ମୁକୁଟ ସହ ହୁଣ୍ଡିରେ ପଡ଼ିଥିବା ଦାନ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି।
ଆଜି ସକାଳେ ପୂଜକ ମନ୍ଦିର ଖୋଲିବାକୁ ଆସିବା ବେଳେ ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ମଧୁପାଟଣା ଥାନା ପୁଲିସ ଘଟଣାର ତଦନ୍ତ କରୁଛି।
ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରେ ଦୁଇ ଜଣ ସନ୍ଦିଗ୍ଧ ରାତିଅଧରେ ମନ୍ଦିର ଆଡ଼କୁ ଯାଉଥିବା ଦେଖିବାକୁ ମିଳିଛି। ସେହିମାନେ ଚୋରି କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।
ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ବିଷ୍ଣୁ ଚରଣ ମଲ୍ଲିକଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ କିଛି ଲୁଟେରା ଗ୍ରୀଲ ତାଡ଼ି ଘରେ ପଶିଥିଲେ। ପରେ ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଘରୁ ନଗଦ ଲକ୍ଷେ ଟଙ୍କା ଓ ସୁନାଅଳଙ୍କାର ନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଏନେଇ ବିଷ୍ଣୁ ଚରଣ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରିବା ସହ ଲୁଟେରାଙ୍କୁ ଧରିବାକୁ ଛାନଭିନ୍ ଆରମ୍ଭ କରିଛି।
ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ବିଷ୍ଣୁ ଚରଣ ମଲ୍ଲିକ କହିଛନ୍ତି, ଲୁଟେରାଙ୍କ ଚେହେରା ଆମର ମନେ ରହିଛି। ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଲୁଟେରାମାନେ ଧରାପଡ଼ିବେ।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ସୁରେଶ ନାୟକ ଓରଫ ରଙ୍ଗା ଓ ପି ରାମୁଲୁ ରାଓ। ଅନ୍ୟ ଜଣେ ଅଭିଯୁକ୍ତ ନାବାଳକ। ରଙ୍ଗା ନାଁ ରେ ୩ଟି ଓ ପି ରାମୁଲୁ ରାଓ ନାଁରେ ୧୦ରୁ ଅଧିକ ଲୁଟ୍ ମାମଲା ରହିଛି।
ଗତ ୨୦ ତାରିଖରେ ଖଣ୍ଡଗିରି ବାରି ଅଞ୍ଚଳର ଲକ୍ଷ୍ମୀଧର ବାରିକ ବାଇକରେ ପତ୍ନୀଙ୍କ ସହ ବରମୁଣ୍ଡା ଓଭରବ୍ରିଜ ଦେଇ ଯାଉଥିବା ସମୟରେ ଚେନ୍ ଲୁଟ୍ର ଶିକାର ହୋଇଥିଲେ।
ଅଭିଯୁକ୍ତମାନେ ସେମାନଙ୍କଠାରୁ ଚେନ୍ ଝାମ୍ପି ନେବା ପରେ ରାମମନ୍ଦିର ପାଖରୁ ଆଉ ଜଣଙ୍କଠାରୁ ଏକ ଚେନ ନେଇ ଯାଇଥିଲେ। ତା’ପରେ ବିଜେବି କଲେଜ ସମ୍ମୁଖରୁ ଜଣଙ୍କ ଠାରୁ ମୋବାଇଲ ନେଇ ଯାଇଥିଲେ।
ଏ ନେଇ ଅଭିଯୋଗ ପାଇବା ପରେ ପୁଲିସ ସିସିଟିଭି ଆଧାରରେ ଜାଣିବାକୁ ପାଇଥିଲା ଯେ ସେମାନେ ଭଡ଼ାରେ ବାଇକ ଆଣି ଲୁଟପାଟ କରୁଛନ୍ତି। ତଦନ୍ତ ପରେ ଜଣେ ନାବାଳକ ସମେତ ୩ ଜଣଙ୍କ ଗିରଫ କରିଛି ପୁଲିସ୍। ସେମାନଙ୍କ ଠାରୁ ୪ଟି ସୁନା ଚେନ, ଗୋଟିଏ ବାଇକ ଓ ୩ଟି ମୋବାଇଲ ଜବତ କରାଯାଇଛି। ଚୋରି ସୁନାକୁ ସେମାନେ ନେଇ ଅନ୍ୟ ଜାଗାରେ ବନ୍ଧକ ରଖି ଟଙ୍କା ଆଣୁଥିଲେ ବୋଲି ଜାଣିବାକୁ ପାଇଛି ପୁଲିସ୍।
ଆଜି ଦିନ ପ୍ରାୟ ୧୧ଟା ବେଳେ ଲୋକାପଡ଼ା ଗାଁର ରଶ୍ମିତା ରାୟ ଆଳି ଷ୍ଟେଟ ବ୍ୟାଙ୍କ ଶାଖାରୁ ୫୦ ହଜାର ଟଙ୍କା ଉଠାଇ ଘରକୁ ଚାଲି ଚାଲି ଫେରୁଥିଲେ। ଆଳି ଥାନା ଛକ ନିକଟ ବେହେରା ଗଳିରେ ତାଙ୍କ ଟଙ୍କା ବ୍ୟାଗକୁ ଦୁଇ ଜଣ ଲୁଟେରା ଝାମ୍ପି ନେଇଥିଲେ। ଲୁଟେରା ଦ୍ୱୟ ବାଇକରେ ଆସିଥିଲେ। ମହିଳା ଜଣଙ୍କ ପାଟି କରିବାରୁ ଆଖିପିଛୁଳାକେ ଲୁଟେରା ଦ୍ୱୟ ବାଇକ ଯୋଗେ ଫେରାର ହୋଇଯାଇଥିଲେ।
ବ୍ୟାଗରେ ୫୦ ହଜାର ଟଙ୍କା ସହ ରଶ୍ମିତା ରାୟଙ୍କ ମୋବାଇଲ, ବ୍ୟାଙ୍କ୍ ପାସ୍ବୁକ୍ ଓ ଅଧାର କାର୍ଡ ଥିଲା। ଏହି ଘଟଣା ନେଇ ରଶ୍ମିତା ରାୟ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।
ରିପୋର୍ଟ- ଆଳିରୁ ବନମାଳୀ ସାହୁ
ଏହି ସିକ୍ୟୁରିଟି ଗାର୍ଡ ଜଣଙ୍କ ହେଉଛନ୍ତି ବଲାଙ୍ଗିର ସଦର ଥାନା କୁଶମେଲ ଗାଁର ରଂଜିତ ଚନ୍ଦନ। ତାଙ୍କ କହିବା କଥା, ହସପିଟାଲ ପରିସରରେ ବାଇକ ଥୋଇ ଡ୍ୟୁଟି କରୁଥିଲେ। ହସ୍ପିଟାଲ ଭିତରେ ଓ ବାହାରେ ଘରୋଇ ସଂସ୍ଥା ଦ୍ୱାରା ନିଯୁକ୍ତ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ଡ୍ୟୁଟି କରୁଥିଲେ। କିନ୍ତୁ ସମସ୍ତଙ୍କୁ ଚକମା ଦେଇ ତାଙ୍କ ବାଇକ ନେଇ ଚମ୍ପଟ ମାରିଲା ଚୋର।
ଚୋର ଗାଡ଼ିଟିକୁ ଗଡ଼ାଇ ଗଡ଼ାଇ ନେଇ ଯାଉଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡ ଦେଖିଛନ୍ତି। କିନ୍ତୁ ସେ ବି କିଛି ପଚାରି ନାହାନ୍ତି। ଯାହାର ସମ୍ପୂର୍ଣ୍ଣ ଚିତ୍ର କଏଦ ହୋଇଛି ସିସିଟିଭିରେ।
ଗାଡ଼ି ଚୋରି ସଂପର୍କରେ ସିକ୍ୟୁରିଟି ଗାର୍ଡ ରଂଜିତ ଚନ୍ଦନ ସନ୍ଧ୍ୟାରେ ଜାଣିଥିଲେ। ଏହାପରେ ସାଥୀ ସୁରକ୍ଷାକର୍ମୀଙ୍କ ସହିତ ଟାଉନ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ।
ପୂର୍ବରୁ ହସପିଟାଲ ପରିସରରୁ ବାରମ୍ବାର ବାଇକ ଚୋରି ନେଇ ଅଭିଯୋଗ ହେଉଥିଲା। ଆଉ ଆଜି କ୍ୟାମ୍ପସରେ ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡଙ୍କ ବାଇକ୍ ଚୋରି ଘଟଣା, ବଲାଙ୍ଗିରରେ ଚର୍ଚ୍ଚାରେ ବିଷୟ ହୋଇଛି। ପୁଲିସ ସଂପୃକ୍ତ ବାଇକ ଚୋରକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।
ରାଜଧାନୀ ଆପାର୍ଟମେଣ୍ଟ ଗ୍ୟାଙ୍ଗରେ ୨୦ରୁ ଅଧିକ ବ୍ୟକ୍ତି ସାମିଲ୍ ଅଛନ୍ତି। ସେମାନଙ୍କ ଭିତରୁ ଗୁଜୁରାଟର ଦିନେଶ କୁମାର ଶାହା ଓ ହରିଆଣାର ପୱନ କୁମାରଙ୍କୁ ଗିରଫ କରିଛନ୍ତି ପୁଲିସ୍। କମିଶନରେଟ୍ ପୁଲିସ୍ର କହିବା ଅନୁସାରେ ଏମାନେ ୩ରୁ ୪ ଗ୍ରୁପ୍ରେ ରହିଥାଆନ୍ତି। ଆଉ ସହର ସାରା ଘୂରି ବୁଲି ଥାଆନ୍ତି। ତା’ପରେ ଆପାର୍ଟମେଣ୍ଟ୍କୁ ଟାର୍ଗେଟ କରନ୍ତି। ବିଶେଷ କରି ତାଲା ପଡ଼ୁନଥିବା ଓ ଦୁର୍ବଳ ସିକ୍ୟୁରିଟି ବ୍ୟବସ୍ଥା ଥିବା ଆପାର୍ଟମେଣ୍ଟକୁ ବେଶୀ ନଜର ରଖୁଥିଲେ। ତା’ପରେ ପୂରା ଗ୍ରୁପ୍ ବସି ଲୁଟ୍ ପାଇଁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ।
ଲୁଟ୍ ପୂର୍ବରୁ ଲୁଟେରାମାନେ ଗୋଟିଏ ନମ୍ୱର ବିହୀନ ନୂଆ ଗାଡ଼ି କିଣୁଥିଲେ। ସେହି ଗାଡ଼ିରେ ସେମାନେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ଆପାର୍ଟମେଣ୍ଟକୁ ଯାଇଥିଲେ। ଜଣେ ଗାଡ଼ି ଭିତରେ ରହୁଥିବା ବେଳେ ଅନ୍ୟ ଜଣେ ଆପାର୍ଟମେଣ୍ଟ ଗେଟ୍ ପାଖରେ ଛିଡ଼ା ହେଉଥିଲା। ଆଉ ଆଖ ପାଖ ଅଞ୍ଚଳକୁ ଲକ୍ଷ୍ୟ କରୁଥିଲା। ଅନ୍ୟମାନେ ସିକ୍ୟୁରିଟି ଗାର୍ଡ଼ର ଅନ୍ୟ ମନସ୍କତାର ସୁଯୋଗ ନେଇ ଆପାର୍ଟମେଣ୍ଟ ଭିତରେ ପଶୁଥିଲେ। ପ୍ରଥମେ ଯାହା ଘରକୁ ଯାଉଥିଲେ ୧୦ରୁ ୧୫ ମିନିଟ୍ ଭିତରେ ପୂରା ଘରକୁ ସଫା କରୁଥିଲେ। ଗହଣାପତ୍ର ଓ ନଗଦ ଟଙ୍କା ଲୁଟ୍ କରି ଚମ୍ପଟ ମାରୁଥିଲେ। ଲୁଟ୍ କରିବା ପରେ ଗାଡ଼ିରେ ଅନ୍ୟ ରାଜ୍ୟକୁ ଚମ୍ପଟ ମାରୁଥିଲେ।
ନୟାପଲ୍ଲୀ ନିରୂପମା ଆପାର୍ଟମେଣ୍ଟ ଲୁଟ୍ ମାମଲାରେ ପୁଲିସ୍ ଦୁଇ ଲୁଟେରାଙ୍କୁ ଧରିଥିବା ବେଳେ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଛି। ଏହାଛଡ଼ା ଗୋଟିଏ ନମ୍ବର ବିହୀନ କାର, ମୋବାଇଲ ଫୋନ ଜବତ କରିଛି ପୁଲିସ୍। ଆପାର୍ଟମେଣ୍ଟ ଲୁଟେରାମାନେ ଓଡ଼ିଶା ବ୍ୟତୀତ ଗୁଜରାଟ, ମହାରାଷ୍ଟ୍ର, ପୁନେ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ହରିୟାଣାରେ ସକ୍ରିୟ ଅଛନ୍ତି ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଗତ ୫ ମାସରେ ଚନ୍ଦକା ଥାନା ଅଞ୍ଚଳର ଏମ୍ଜେ ଉଡ୍ସ, ଇନ୍ଫୋସିଟି ଥାନା ଅଞ୍ଚଳର ରାଜବାଟିକା, ଭରତପୁର ଥାନାର ଶ୍ରୀକ୍ଷେତ୍ର, ମଞ୍ଚେଶ୍ୱର ଥାନା ଅଞ୍ଚଳର ସ୍ପେସଟାଉନ୍ ଆପାର୍ଟମେଣ୍ଟରୁ ଲୁଟ ହୋଇଥିଲା। ଏହାକୁ ନେଇ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଥିଲା। ପୁଲିସ୍ ମଧ୍ୟ ଅଭିଯୁକ୍ତଙ୍କୁ ଧରିପାରିନଥିଲା। ଶେଷରେ ଆପାର୍ଟମେଣ୍ଟବାସୀ ଚୋରଙ୍କ ଫଟୋକୁ ସହର ସାରା ମାରିଥିଲେ। ଏପରି ଧରାଇଦେଲେ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ଏହା ପରେ କମିଶନରେଟ୍ ପୁଲିସ୍ ତତ୍ପର ହୋଇଥିଲା। ତଦନ୍ତକୁ ଗତିଶୀଳ କରିଥିଲା। ଯେଉଁଥିପାଇଁ ଦୁଇ ଜଣଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ୍।
ଆଜି ସକାଳେ ଧାନ ବ୍ୟବସାୟୀ କେଚ ସାହୁ ପାଟଣାଗଡ଼ HDFC ବ୍ୟାଙ୍କକୁ ଆସିଥିଲେ। ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ ଡିକିରେ ରଖି ଘରକୁ ଫେରୁଥିଲେ। ସେ ବ୍ୟାଙ୍କଠାରୁ କିଛି ଦୂର ଯାଇଥିବା ବେଳେ ବାଇକ ହ୍ୟାଣ୍ଡେଲରେ କିଛି ଅଠା ଭଳି ଜିନିଷ ଲାଗିଥିବା ଦେଖିଥିଲେ। ହ୍ୟାଣ୍ଡେଲକୁ ସଫା କରିବାକୁ ଗୋଟିଏ ଦୋକାନ ଆଗରେ ବାଇକ ରଖି ଭିତରକୁ ପାଣି ଆଣିବାକୁ ଯାଇଥିଲେ। ସେହି ସମୟରେ ଗୋଟିଏ ବାଇକରେ ଦୁଇ ଜଣ ଯୁବକ ଆସି କେଚ ସାହୁଙ୍କ ବାଇକର ଡିକି ଭାଙ୍ଗି ୧ ଲକ୍ଷ ୨୫ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏ ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
କେଚ ସାହୁ ଏହି ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ମାନଙ୍କୁ ଧରିବାକୁ ପୁଲିସ ଛାନଭିନ୍ ଆରମ୍ଭ କରିଛି।
ଏଥର ଲୁଟେରାଙ୍କ ଟାର୍ଗେଟ ପାଲଟିଛନ୍ତି ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମା । ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ତାଙ୍କ ଘରେ ଲୁଟେରାମାନେ କଳାକନା ବୁଲାଇଛନ୍ତି। ସେମାନେ ତାଙ୍କ ଘରୁ ପ୍ରାୟ ଦେଢ଼ ଲକ୍ଷ ନଗଦ ଟଙ୍କା ଓ ୮ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ଏନେଇ ଛୋଟେଲାଲ ଶର୍ମା ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଲୁଟେରାଙ୍କ ଟେର ମିଳି ପାରୁଛି ନା ନାହିଁ ତାହା ଆଗାମୀ ଦିନରେ ଜଣାପଡ଼ିବ ।
ଗତ ଅକ୍ଟୋବର ମାସରୁ ଏପର୍ଯ୍ୟନ୍ତ ରାଜଧାନୀର ୧୬ଟି ଫ୍ଲାଟ ଓ ୩୨ ଘରେ କଳାକନା ବୁଲାଇ ସାରିଲେଣି ଲୁଟେରା। ମାତ୍ର ପୁଲିସ୍ ଲୁଟେରାଙ୍କୁ ଧରିବାକୁ ତତ୍ପରତା ଦେଖାଇବା ବଦଳରେ ନିଜ ଅସହାୟତା ପ୍ରକାଶ କରୁଛି। ସହର ବଢ଼ୁଛି। ଲୋକ ବଢ଼ୁଛନ୍ତି। ପୁଲିସ୍ର ମାନବ ବଳ କମ୍ ରହୁଛି। ତେଣୁ ଲୋକେ ସଚେତନ ହେବା ଆବଶ୍ୟକ ବୋଲି ପୁଲିସ୍ ପକ୍ଷରୁ ସଫେଇ ଦିଆଯାଉଛି।
ଅପରପକ୍ଷେ, ରାଜଧାନୀରେ ଗତ କିଛି ମାସ ହେବ ସିରିଜ ଲୁଟ୍ ହେଉଥିବା ବେଳେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଏପରି ସ୍ଥିତିରେ ପୁଲିସ୍ କେବଳ ଲୁଟେରାଙ୍କ ସ୍କେଚ ଜାରି କରି ସେମାନଙ୍କ ପ୍ରତି ସାବଧାନ ରହିବାକୁ ରାଜଧାନୀବାସୀଙ୍କୁ ପରାମର୍ଶ ଦେଉଛି ।
ସୂଚନା ଅନୁସାରେ ଗତ 1 ତାରିଖ ରାତି ପ୍ରାୟ ୩ଟା ବେଳେ ନିଜ ଦୋକାନକୁ ବାହାରିଥିଲେ ଶିବାନନ୍ଦ। ସେ ଘରର ଗେଟ୍ ଖୋଲି ବାହାରୁଥିବା ସମୟରେ ଦୁଇ ଜଣ ଯୁବକ ଆସି ତାଙ୍କ ହାତରେ ଥିବା ବ୍ୟାଗକୁ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ସେତେବେଳେ ଶିବାନନ୍ଦ ବ୍ୟାଗକୁ ଭିଡି ଧରିଥିଲେ।
ଏହା ପରେ ଦୁଇ ଲୁଟେରାଙ୍କ ମଧ୍ୟରୁ ଜଣେ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଶିବାନନ୍ଦଙ୍କ ବେକ କଟି ଯାଇଥିଲା। ଏହା ପରେ ଲୁଟେରାମାନେ ତାଙ୍କଠାରୁ ବ୍ୟାଗ୍ ନେଇ ଚମ୍ପଟ ମାରିଥିଲେ। ବ୍ୟାଗରେ 6 ହଜାର ଟଙ୍କା ଥିଲା।
ସୂଚନା ଅନୁସାରେ ୩ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସିଥିଲେ। ସମସ୍ତେ ହେଲମେଟ ପିନ୍ଧିଥିଲେ। ବନ୍ଧୁକ ଦେଖାଇ ସେମାନେ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନଙ୍କୁ ଧରିବାକୁ ପୁଲିସ ଚଳାଇଛି ତନାଘନା। ଗତମାସ କୁତ୍ରା ଅଞ୍ଚଳରେ ଥିବା ଏକ ଗ୍ରାହକ ସେବା କେନ୍ଦ୍ରରୁ ଏଭଳି ଲକ୍ଷେ ଟଙ୍କା ଲୁଟି ନେଇଥିଲେ ଡକାୟତମାନେ। କିଞ୍ଜିରିକେଲା ଥାନା ସିକା ଜୋର୍ ଅଞ୍ଚଳରେ ଥିବା ଏକ ଗ୍ରାହକ ସେବା କେନ୍ଦ୍ରରୁ ମଧ୍ୟ ୨ ଲକ୍ଷ ଟଙ୍କା ଲୁଟି ନେବା ସହିତ ମାଲିକଙ୍କୁ ଗୁଳି କରିଥିଲେ ଦୁର୍ବୃତ୍ତମାନେ।
ପୂର୍ବର ଦୁଇ ଘଟଣାରେ ଏପର୍ଯ୍ୟନ୍ତ ଲୁଟେରାମାନେ ଧରାପଡ଼ିଥିବା ବେଳେ ଧରୁଆଡିହିରୁ ମଧ୍ୟ ଲୁଟ୍ ହୋଇଛି। ଜଣାପଡୁଛି ଗ୍ରାହକ ସେବା କେନ୍ଦ୍ରକୁ ଟାର୍ଗେଟ କରୁଛନ୍ତି ଲୁଟେରା।
ଡିସେମ୍ବର ୩୦ ତାରିଖ ଦିନ ଖନ୍ତାପଡ଼ା ଥାନା ଅଞ୍ଚଳର ଦୁଇଜଣ ବ୍ୟକ୍ତି ନିଜକୁ ବିଡିଓର ପରିଚୟ ଦେଇ ଗହଣା ଏବଂ ଟଙ୍କା ଚୋରି କରି ଖସି ଯାଇଥିଲେ। ଏହି ଘଟଣାର ର ତଦନ୍ତ କରି ବାଲେଶ୍ଵର ସଦର ଏସଡିପିଓ ଏବଂ ଖନ୍ତାପଡା ପୁଲିସ୍ ଘଟଣାରେ ମୁଖ୍ୟ ସଂପୃକ୍ତ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।
ଗିରଫ ବ୍ୟକ୍ତିଙ୍କ ଠାରୁ ନଗଦ ୫୫ ହଜାର ଟଙ୍କା ଏବଂ ଗୋଟିଏ ନକଲି ବନ୍ଧୁକ ସହ ଚୋରି ହୋଇଥିବା ସମସ୍ତ ଗହଣା ଜବତ ହୋଇଛି। ଦୁଇଜଣ ଅଭିଯୁକ୍ତ ପୂର୍ବରୁ ଗୋଟିଏ ଚୋରି ମାମଲାରେ ୩ ବର୍ଷ ଜେଲରେ ଥିଲେ। ଜେଲରୁ ବାହାରିବା ପରେ ଏମାନେ ୭ଟି ଚୋରି ଘଟଣାରେ ସଂପୃକ୍ତ ଥିଲେ। ଏମାନଙ୍କ ନାମରେ ବିବିନ୍ନ ଥାନାରେ ୧୫୦ ଟି ମାମଲା ରହିଥିବା ବାଲେଶ୍ୱରର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ପାହଡ଼ି ଗ୍ୟାଙ୍ଗର ଡ଼କାୟତ ମାନେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ରହୁଥିଲେ। ସମୟ ସୁବିଧା ଦେଖି ଭିନ୍ନଭିନ୍ନ କୌଶଳରେ ଲୁଟ୍ କରୁଥିଲେ। ଏହି ଗ୍ୟାଙ୍ଗ ବିଷେଶକରି ମୋ ବସ ଏବଂ ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ସ୍ଥାନରେ ଦୀର୍ଘ ଦିନ ଧରି ଟଙ୍କା ଓ ମୋବାଇଲ ଲୁଟ କରୁଥିଲେ।
ଏହି ଗ୍ୟଙ୍ଗ ଠାରୁ ୨୨ଟି ଫୋନ୍ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି କମିଶନରେଟ ପୁଲିସ। ଲୋକଙ୍କୁ ଲୁଟିବା ପାଇଁ ଝାଡ଼ଖଣ୍ଡରୁ ପାହାଡ଼ି ଗ୍ୟାଙ୍ଗ ଭୁବନେଶ୍ୱର ଆସିଥିଲେ।
ଏମାନଙ୍କ ନାଁ ରେ ରାଜ୍ୟ ଓ ରାଜ୍ୟ ବାହାରେ ଏକାଧିକ ମାମଲା ରହିଛି। ମୋବାଇଲ ଲୁଟିବା ପରେ ଏମାନେ ଫୋନ୍ ପେ ଓ ଗୁଗଲ ପେକୁ ହ୍ୟାକ କରି ବ୍ୟାଙ୍କ୍ ଆକାଉଣ୍ଟ ଖାଲି କରିଦେଉଥିଲେ। ପାଖାପାଖି ୨୦ ଲକ୍ଷ ଟଙ୍କା ଲୁଟିଥିବା ନେଇ ତଥ୍ୟ ପାଇଛି ପୁଲିସ।
ସବୁ ଦିନ ଭଳି ଆଜି ଭୋର ରାତି ପ୍ରାୟ ୩ଟା ବେଳେ ନିଜ ଦୋକାନକୁ ବାହାରିଥିଲେ ଶିବାନନ୍ଦ। ସେ ଘରର ଗେଟ୍ ଖୋଲି ବାହାରୁଥିବା ସମୟରେ ଦୁଇ ଜଣ ଯୁବକ ଆସି ତାଙ୍କ ହାତରେ ଥିବା ବ୍ୟାଗ୍କୁ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ସେତେବେଳେ ଶିବାନନ୍ଦ ବ୍ୟାଗକୁ ଭିଡି ଧରିଥିଲେ। ଏହା ପରେ ଦୁଇ ଲୁଟେରାଙ୍କ ମଧ୍ୟରୁ ଜଣେ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଶିବାନନ୍ଦଙ୍କ ବେକ କଟି ଯାଇଥିଲା। ଏହା ପରେ ଲୁଟେରାମାନେ ତାଙ୍କଠାରୁ ବ୍ୟାଗ୍ ନେଇ ଚମ୍ପଟ ମାରିଥିଲେ।
ପରିବାର ଲୋକେ ଶିବାନନ୍ଦଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ସେ ଘରକୁ ଫେରିଛନ୍ତି। ଏହି ଘଟଣା ନେଇ ପୁଲିସ୍ର ପ୍ରତିକ୍ରିୟା ମିଳିପାରି ନାହିଁ।
ଦୁଇ ଲୁଟେରା ବାବା ତଥାକଥିତ ବିପଦକୁ ଦୂର କରିବା ପାଇଁ ୫୧ ପାଦର ଗେମ ଖେଳିଛନ୍ତି। ଏଥିରେ ବିଶ୍ୱାସ କରି ମହିଳା ଓ ତାଙ୍କ ଝିଅ ସର୍ବସ୍ୱ ହରାଇଛନ୍ତି।ଢେଙ୍କାନାଳ ସହରର ଜନଗହଳୀ ପୂର୍ଣ୍ଣ ମୀନାବଜାରରେ ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି।
ସହରରେ ରହୁଥିବା ସ୍ୱର୍ଣ୍ଣପ୍ରଭା ସାହୁ ଓ ତାଙ୍କ ଝିଅ ମୋବାଇଲ ମରାମତି ପାଇଁ ଗୋଟିଏ ଦୋକାନକୁ ଯାଇଥିଲେ। ହେଲେ ଦୋକାନୀ ନଥିବାରୁ ସେମାନେ ବଜାର ବୁଲିବାକୁ ଯାଇଥିଲେ। ଏତିକି ବେଳେ ଜଣେ ଭଣ୍ଡବାବାଙ୍କ ହାବୁଡ଼ରେ ପଡ଼ିଥିଲେ। ପ୍ରଥମ ଦେଖାରେ ହିଁ ଭଣ୍ଡବାବା ଜଣଙ୍କ ସ୍ୱର୍ଣ୍ଣପ୍ରଭାଙ୍କ ମନରେ ବିଶ୍ୱାସ ସୃଷ୍ଟି କରି ନେଇଥିଲେ।
ଅତି ସହଜରେ ସେ ସ୍ୱର୍ଣ୍ଣପ୍ରଭାଙ୍କୁ ଠାକୁରଙ୍କୁ ଦର୍ଶନ କରାଇଦେବେ ବୋଲି କହିଥିଲେ। ଏହାପରେ ସେ ସ୍ୱର୍ଣ୍ଣପ୍ରଭାଙ୍କୁ କହିଥିଲେ ଯେ ତାଙ୍କ ନାବାଳକ ପୁଅ, ଝିଅ ଓ ସ୍ୱାମୀଙ୍କ ଉପରେ ବିପଦ ରହିଛି। ଏକଥା ଶୁଣି ସ୍ୱର୍ଣ୍ଣପ୍ରଭା ଡରି ଯାଇଥିଲେ।
ଏହାର ଫାଇଦା ଉଠାଇଥିଲେ ଭଣ୍ଡ ବାବା। ବିପଦ ଟାଳିବା ପାଇଁ ସମସ୍ତ ଟଙ୍କା ଭର୍ତ୍ତି ବ୍ୟାଗ ଓ ସୁନା ବାହାର କରିଦେବାକୁ କହିଥିଲେ। ଭଣ୍ଡବାବାଙ୍କୁ ସାଥ ଦେବାକୁ ହଠାତ୍ ଆଉ ଜଣେ ବ୍ୟକ୍ତି ପହଞ୍ଚିଥିଲେ। ଉଭୟ ହାତ ମିଶାଇ ଥିଲେ ହେଁ ସେକଥା ସ୍ୱର୍ଣ୍ଣପ୍ରଭା କିମ୍ବା ତାଙ୍କ ଝିଅ ଜାଣି ପାରି ନଥିଲେ।
ଦ୍ୱିତୀୟ ବ୍ୟକ୍ତି ଜଣଙ୍କ ଏଆଡୁ ସିଆଡୁ କଥା କହି ଭଣ୍ଡବାବା କରିଥିବା ଦାବି ସତ ବୋଲି ସ୍ୱର୍ଣ୍ଣପ୍ରଭାଙ୍କ ମନରେ ବିଶ୍ୱାସ ସୃଷ୍ଟି କରିଥିଲେ। ଦ୍ୱିତୀୟ ବ୍ୟକ୍ତି ଜଣଙ୍କ ଠାକୁର ଦେଖିଥିବା କଥା ବି କହିଥିଲେ। ତେଣୁ ସ୍ୱର୍ଣ୍ଣପ୍ରଭା ଟଙ୍କା ବ୍ୟାଗ ଓ ସବୁ ସୁନା ଭଣ୍ଡବାବାଙ୍କୁ ଧରାଇ ଝିଅ ସହ ୫୧ ପାଦ ଆଗକୁ ଯାଇଥିଲେ।
ସେମାନେ କିଛି ଷ୍ଟେପ ଚାଲିବା ପରେ ପଛକୁ ବୁଲି ଚାହିଁଥିଲେ। ଏ ସମୟରେ ସବୁ ସୁନା ଗହଣା ଧରି ଦୁଇ ଭଣ୍ଡ ଚମ୍ପଟ ମାରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଟାଉନଥାନା ପୁଲିସ ବଜାରରୁ ସିସିଟିଭି ଫୁଟେଜ ସଂଗ୍ରହ କରିବା ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସ୍ୱର୍ଣ୍ଣପ୍ରଭାଙ୍କ ଝିଅ କହିଛନ୍ତି, “ଆମେ ମୋବାଇଲ ତିଆରି କରିବାକୁ ଯାଇଥିଲୁ। କିନ୍ତୁ ସେଠାରେ କେହି ନଥିବାରୁ ଆମକୁ ପରେ ଆସିବାକୁ କୁହାଯାଇଥିଲା। ତେଣୁ ଆମେ ବଜାର ବୁଲିବାକୁ ଯାଇଥିଲୁ। ଏହି ସମୟରେ ଜଣେ ବ୍ୟକ୍ତି ଆସି ଆମକୁ ଠାକୁରଙ୍କ କଥା କହିଥିଲେ ଓ ଆମ ଘରର ଭବିଷ୍ୟତ କେମିତି ରହିବ, ସେକଥା ଜଣାଇବାକୁ ଚାହିଁଥିଲେ।
କିନ୍ତୁ ଆମେ ମନା କରିଥିଲୁ। ତଥାପି ସେ ୫ ମିନିଟ ଶୁଣିବାକୁ ବାଧ୍ୟ କରିଥିଲେ। ଆମେ ବାଧ୍ୟ ହୋଇ ତାଙ୍କ କଥା ଶୁଣି ଥିଲୁ। ତେବେ ସେ ଆମକୁ ଦୁଇଟି ପାଣି ବୋତଲ ଆଣିବାକୁ କହିଥିଲେ। ଆମେ ପାଣି ଆଣିଲା ବେଳକୁ ସେ ରୋଡର ଆରପଟକୁ ଚାଲି ଯାଇଥିଲେ। ସେଠି ଆମେ ପହଞ୍ଚି ପାଣି ଦେଇଥିଲୁ।
କିନ୍ତୁ ସେ ପାଣି ଅଳ୍ପ ପିଇ ଥିଲେ। ଏହାପରେ ଆମକୁ ପୁଅ ଦେହ କେମିତି ରହିବା, ସେକଥା କହିଥିଲେ। ଏମିତି କେତେ କ’ଣ କହି ଚାଲିଥିଲେ। ଆମ ଆଗରୁ ଆଉ ଜଣଙ୍କୁ ମଧ୍ୟ ସେ ୫୧ ପାସ ଆଗକୁ ଯିବାକୁ କହିଥିଲେ। ସେ ସେଠାରୁ ଫେରିବା ପରେ ଠାକୁର ଦେଖା ଗଲେ ବୋଲି କହିଥିଲେ।
ମାମା ଏଥିରେ ବିଶ୍ୱାସ କରିଥିଲା। ଏହାପରେ ସେ ବ୍ୟକ୍ତି ଜଣଙ୍କ ମାମାଙ୍କୁ ସୁନା ସବୁ କାଢ଼ି ଦେବାକୁ କହିଥିଲେ। ମାମା ମଧ୍ୟ ସୁନା ସବୁ କାଢ଼ି ଦେଇଥିଲେ। କିନ୍ତୁ ବାସ୍ତବରେ ଦ୍ୱିତୀୟ ବ୍ୟକ୍ତି ଜଣଙ୍କ ଭଣ୍ଡବାବାଙ୍କ ଲୋକ ଥିଲେ।
ସେମାନେ ଆମକୁ ୫୧ ପାଦ ଆଗକୁ ଯିବାକୁ କହିଥିଲେ। ଆମେ କିଛି ବାଟ ଚାଲିଥିବା ବେଳେ ମାମା ପଛକୁ ବୁଲି ଦେଖିଥିଲେ। ସେତେବେଳକୁ ଆମର ସବୁ ଜିନିଷ ଧରି ଦୁଇ ଜଣ ଯାକ ଫେରାର ହୋଇ ଯାଇଥିଲେ।‘”
ସ୍ୱର୍ଣ୍ଣ ପ୍ରଭାଙ୍କ କହିବା କଥା ଯେ ଭଣ୍ଡବାବାଙ୍କ ମଧ୍ୟରୁ ଜଣେ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ। ସେମାନେ ଦୁଇ ଜଣ ଥିଲେ ମଧ୍ୟ ସେକଥା ସ୍ୱର୍ଣ୍ଣପ୍ରଭା ଜାଣି ପାରି ନଥିଲେ। କାରଣ ଦ୍ୱିତୀୟ ବ୍ୟକ୍ତି ଜଣଙ୍କ ୫୧ ପାଦ ଗଲା ପରେ ଠାକୁର ଦେଖିଥିବା କଥା କହିବା ପରେ ହିଁ ସ୍ୱର୍ଣ୍ଣପ୍ରଭା ଭଣ୍ଡବାବାଙ୍କ କଥାରେ ପଡ଼ି ସୁନା କାଢ଼ିଥିଲେ ଓ ୫୧ ପାଦ ଆଗକୁ ଚାଲିବାକୁ ରାଜି ହୋଇ ଥିଲେ। ବାସ୍ତବରେ ଠାକୁର ଦେଖିଥିବା କଥା କହିଥିଲେ ଲୋକଟି ମଧ୍ୟ ଭଣ୍ଡ ବାବା ସାଥୀରେ ମିଶିଥିଲା।
ବିହାର ସଚିନ କୁମାର ଗୁପ୍ତା ରାଜଧାନୀ ଭୁବନେଶ୍ୱରରେ ରହୁଥିଲେ। ସେ ରାଜଧାନୀର ବିଭିନ୍ନ ହଷ୍ଟେଲ୍କୁ ଯାଉଥିଲେ। ଆଉ ନିଜକୁ ସିନିୟର ବୋଲି ପରିଚୟ ଦେଉଥିଲେ। .... ରୁମ୍ରେ ରହୁଥିଲେ ବୋଲି କହୁଥିଲେ। ସଚିନ ମିଠା ମିଠା କଥା କହି ହଷ୍ଟେଲ୍କୁ ନୂଆକରି ଆସୁଥିବା ଛାତ୍ରଙ୍କ ମନ କିଣୁଥିଲେ। ବିଭିନ୍ନ ବାହାନା କରି ସେମାନଙ୍କୁ ଟଙ୍କା ମାଗୁଥିଲେ। ସିନିୟର ବୋଲି ଭାବି ଛାତ୍ରମାନେ ଟଙ୍କା ଦେଉଥିଲେ। ହେଲେ ସଚିନ ସେହି ଟଙ୍କା ଧରି ପଳାଉଥିଲେ। ଆଉ ଧରାଛୁଆଁ ଦେଉନଥିଲେ। ପରବର୍ତ୍ତୀ ସମୟରେ ସେ ଆଉ ଗୋଟିଏ ହଷ୍ଟେଲ୍କୁ ଟାର୍ଗେଟ କରୁଥିଲା। ସେଠାରେ ମଧ୍ୟ ଆଉ ଜଣେ ଛାତ୍ରଙ୍କୁ ନିଜ ଜାଲ୍ରେ ଫସାଉଥିଲା। ତାହାଠାରୁ ମଧ୍ୟ ଲୁଟ୍ କରୁଥିଲା।
ସଚିନ କୁମାର ଗୁପ୍ତା ଏମିତି ଭୁବନେଶ୍ୱରରୁ ଅଧିକାଂଶ ହଷ୍ଟେଲରୁ ଟଙ୍କା ଠକେଇ କରିଛି। ସେ ଏମିତି ୫ ଲକ୍ଷ ୨୫୦୦ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏନେଇ କିଛି ଛାତ୍ର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନ୍ରେଟ୍ ପୁଲିସ୍ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ବିଭିନ୍ନ ଦିଗରୁ ତଦନ୍ତ ବେଳେ ସଚିନ କୁମାର ଗୁପ୍ତାଙ୍କ ପାଖରେ ପହଞ୍ଚିଥିଲା କମିଶନରେଟ୍ ପୁଲିସ୍। ତାଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।
ମନ୍ଦିରର ତାଲା ଭାଙ୍ଗି ୨ଟି ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରିଥିଲେ ଏହି ଦୁଇ ଅଭିଯୁକ୍ତ। ଗୋଟିଏ ହୁଣ୍ଡିରୁ ସେମାନେ ଟଙ୍କା ଚୋରି କରିଥିବା ବେଳେ ଆଉ ଗୋଟିଏ ହୁଣ୍ଡି ଜରୁରୀ କାଗଜପତ୍ର, ସାକ୍ଷୀଗୋପୀନାଥଙ୍କ ଅଳଙ୍କାର ଓ ମା’ ରାଧାରାଣୀଙ୍କ ପାଉଁଜି ଚୋରି କରିଥିଲେ।
ଚୋର ଦ୍ୱୟ ମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିଥିବା ବେଳେ ରୋଷଶାଳା ପାଚେରୀ ଦେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସେମାନେ ଚପଲ ପିନ୍ଧି ମନ୍ଦିରରେ ପ୍ରବେଶ କରିଥିଲେ ବୋଲି ଜଣାପଡ଼ିଛି। ହୁଣ୍ଡି ଭାଙ୍ଗି ଟଙ୍କା ଓ ଅଳଙ୍କାର ଆଦି ନେବା ପରେ ହୁଣ୍ଡି ଗୁଡ଼ିକୁ ରୋଷ ଘର ପାଖରେ ଚୋର ଦ୍ୱୟ ଫୋପାଡ଼ି ଦେଇଥିଲେ।
ମନ୍ଦିରରୁ ଚୋରି ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ପୁରୀ ଏଏସ୍ପି ବିଷ୍ଣୁ ପ୍ରସାଦ ପତି ଓ ଏସ୍ଡିପିଓ ବିରଞ୍ଚି ନାରାୟଣ ପତିଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ଘଟଣାସ୍ଥଳକୁ ଯାଞ୍ଚ କରିଥିଲା। ପରେ ସିସିଟିଭି ଫୁଟେଜ ଆଧାରରେ ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି।
ସବୁଦିନ ପରି ଆଜି ପଳାଶୁଣି ଏସ୍ବିଆଇ ପାଖରେ ଥିବା ସୁନା ଦୋକାନ ଖୋଲିଥିଲା। ଆଉ ଦୋକାନ ଖୋଲି ବସିଥିଲେ ଦୋକାନୀ। ଅପରାହ୍ନରେ ଜଣେ ଯୁବକ ହାତ ସ୍ପ୍ରେ କରି ଦୋକାନରେ ପଶିଥିଲା। ସେ ପ୍ରଥମେ ଦୋକାନୀଙ୍କ ମୁହଁରେ ସ୍ପ୍ରେ କରିଥିଲା। ତା’ପରେ ଗହଣା ପତ୍ର ଧରି ଚମ୍ପଟ ମାରୁଥିଲା। ଦୋକାନୀ ଜଣକ ଚିତ୍କାର କରିବାରୁ ସେହି ରାସ୍ତା ଦେଇ ଯାଉଥିବା ସ୍କୁଲ ପିଲାମାନେ ଚୋରକୁ ମାଡ଼ି ବସିଥିଲେ।
ସ୍କୁଲ ପିଲାମାନେ ଚୋରକୁ ଧରି ସ୍ଥାନୀୟ ଲୋକଙ୍କୁ ଦେଇଥିଲେ। ସ୍ଥାନୀୟ ଲୋକେ ତା’ ହାତ ବାନ୍ଧି ବହେ ଛେତିଥିଲେ। ଯିଏ ଯେମିତି ପାରିଲା ଛେତି ଚାଲିଲା। ମଞ୍ଚେଶ୍ୱର ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ କବଳରୁ ଚୋରକୁ ଉଦ୍ଧାର କରିଥିଲେ। ପୁଲିସ ଯୁବକକୁ ଅଟକ ରଖି ଜେରା କରୁଛି।