ଦୁର୍ଗାପୁର ଗାଁର ବର୍ଷା ଚାମ୍ପିୟାଙ୍କୁ ଗୋପୀ ପିଙ୍ଗୁଆ ପ୍ରେମ କରୁଥିଲେ। ଗୋପୀଙ୍କ ଘର ମଧ୍ୟ ସେହି ଗାଁରେ। ଯେଉଁଥିପାଇଁ ଉଭୟ ଦୀର୍ଘ ଦିନ ଧରି ଲିଭ୍ ଇନ୍ରେ ରହୁଥିଲେ। ବାହା ହୋଇ ଘର ସଂସାର ଗଢ଼ିବା ପାଇଁ ସପନ ଦେଖୁଥିଲେ। କାମଦାମ କରି ବେଶ୍ ହସ ଖୁସିରେ ଚଳୁଥିଲେ। ହେଲେ ଆଜି ସକାଳେ ସେମାନଙ୍କ ଘରର କବାଟ ଖୋଲିନଥିଲା। ସକାଳ ଯାଇ ମଧ୍ୟାହ୍ନ ହେଲା। ଘରର କବାଟ ଖୋଲିଲା ନାହିଁ। ଡାକିଲେ ମଧ୍ୟ ଘର ଭିତରୁ କୌଣସି ଉତ୍ତର ଆସିଲା ନାହିଁ।
ତେଣୁ ଗାଁ ଲୋକଙ୍କ ମନରେ ସନ୍ଦେହ ହେଲା। ତେଣୁ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ସେହି ସମୟରେ ବର୍ଷା ଓ ଗୋପୀ ଗୋଟିଏ ଶାଢ଼ୀରେ ଝୁଲି ପଡ଼ିଥିବା ଦେଖିବାକୁ ପାଇଥିଲେ ଗାଁ ଲୋକେ। ପରେ ଏନେଇ ଥାନାକୁ ଖବର ଦେଇଥିଲେ। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଏହା ଆତ୍ମହତ୍ୟା ନା ହତ୍ୟା, ଜଣାପଡ଼ି ନାହିଁ। ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ
ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ମରଣାନ୍ତକ ଆକ୍ରମଣରେ ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତ ଯୁବକଜଣକ ହେଲେ ଅଞ୍ଜନ କୁମାର ବେହେରା । ନିଜ ସାଙ୍ଗ ଗୌତମଙ୍କୁ ବଞ୍ଚାଇବାକୁ ଯାଇ ଅଞ୍ଜନ ବଳି ପଡ଼ିଥିବା ଜଣାଯାଇଛି।
ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ନିଜ ପ୍ରେମିକାଙ୍କୁ ଭେଟିବାକୁ ଗୌତମ ଯାଇଥିଲେ । ତାଙ୍କ ସହ ବନ୍ଧୁ ଅଞ୍ଜନ କୁମାର ବେହେରା ମଧ୍ୟ ଥିଲେ। ହେଲେ ସେଠି ହଠାତ୍ ଆସି ପହଞ୍ଚି ଯାଇଥିଲେ ଗୌତମଙ୍କ ପ୍ରେମିକାଙ୍କ ପୂର୍ବତନ ପ୍ରେମିକ କାହ୍ନା ପ୍ରଧାନ।
ଗୌତମ ଓ କାହ୍ନା ଉଭୟେ ପରସ୍ପରର ବନ୍ଧୁ। ତେବେ ତ୍ରିକୋଣୀୟ ପ୍ରେମ ଯୋଗୁଁ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଗତକାଲି ରାତିରେ ପୂର୍ବ ଯୋଜନା ଅନୁଯାୟୀ, କାହ୍ନା ନିଜର କିଛି ସାଙ୍ଗଙ୍କ ସହ ସେଠାରେ ପହଞ୍ଚିଥିଲେ। ସେଠାରେ ସେମାନଙ୍କ ମଧ୍ୟରେ ବିବାଦ ଉପୁଜିଥିବା ବେଳେ ତାହା ଚରମ ପରିସ୍ଥିତିରେ ପହଞ୍ଚିଥିଲା।
କାହ୍ନା ଉତ୍ତ୍ୟକ୍ତ ହୋଇ ଖଣ୍ଡାରେ ଗୌତମଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିବା ବେଳେ ସେ ସେଠାରୁ ଚମ୍ପଟ ମାରିଥିଲେ । ଆଉ ବଳି ପଡ଼ି ଯାଇଥିଲେ ଅଞ୍ଜନ। ଅଞ୍ଜନଙ୍କ ଶରୀରର ବିଭିନ୍ନ ସ୍ଥାନରେ ଖଣ୍ଡା ଚୋଟ ବାଜିବାରୁ ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଚିତ୍କାର କରୁଥିଲେ।
ଖବର ପାଇ ପୁଲିସ୍ ପହଞ୍ଚି ଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେତେବେଳକୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା।
ଘଟଣା ପରେ ଅଭିଯୁକ୍ତ କାହ୍ନା ଏବେ ଫେରାର ହୋଇ ଯାଇଛି । ଅଞ୍ଜନ ନିଜ ଘରର ଏକମାତ୍ର ପୁଅ ହୋଇଥିବାରୁ ତାଙ୍କ ମୃତ୍ୟୁ ଖବରକୁ ବାପାମା’ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଲାଗି ମୃତ ଅଞ୍ଜନଙ୍କ ପରିବାର ଦାବି କରୁଛନ୍ତି।
ଯୁବକଙ୍କୁ ରାସ୍ତାରୁ ହଟାଇବା ପାଇଁ ତାଙ୍କ ପ୍ରେମିକାଙ୍କ ସମେତ ତାଙ୍କ ମା’, ବାପା ଏପରି ଷଡଯନ୍ତ୍ର ରଚିଥିବା ପୁଲିସ୍ ତଦନ୍ତରୁ ଜଣାପଡ଼ିଛି। ପୁଲିସ୍ ଅଭିଯୁକ୍ତା ପ୍ରେମିକାଙ୍କ ସମେତ ତାଙ୍କ ମା’ଙ୍କୁ ଗିରଫ କରିଥିବା ବେଳେ ତାଙ୍କ ବାପା ଫେରାର ହୋଇ ଯାଇଛନ୍ତି।
ମୃତକ ଯୁବକଙ୍କ ନାମ ପୁଷ୍ପେନ୍ଦ୍ର ଯାଦବ ବୋଲି ଜଣାପଡ଼ିଛି। ସେ ଆଗ୍ରାରେ ଟ୍ରାନ୍ସପୋର୍ଟ ବେପାର କରୁଥିଲେ। ପୁଷ୍ପେନ୍ଦ୍ରଙ୍କୁ ହତ୍ୟା ମାମଲାରେ ପୁଲିସ୍ ତାଙ୍କ ପ୍ରେମିକା ୨୦ ବର୍ଷୀୟା ଡଲି ଓ ତାଙ୍କ ମା’ ଭୁରୀ ଦେବୀଙ୍କୁ ବାନ୍ଧିଛି। ଡଲିଙ୍କ ପିତା ଅବଧେଶ ଯାଦବ ଫେରାର ହୋଇ ଯାଇଛନ୍ତି।
ପୁଷ୍ପେନ୍ଦ୍ର ଓ ଡଲିଙ୍କ ସମ୍ପର୍କକୁ ନେଇ ଅବଧେଶ ଯାଦବଙ୍କ ପରିବାର ଖୁସି ନ ଥିଲେ। ସେମାନେ ପୁଷ୍ପେନ୍ଦ୍ରଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କଲେ। ଏହାପରେ ସେମାନେ ଡଲି ଜରିଆରେ ପୁଷ୍ପେନ୍ଦ୍ରଙ୍କୁ ଘରକୁ ଡାକିଲେ ଓ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲା। ଏହାପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଏକ କାର୍ରେ ମୃତଦେହକୁ ରଖି ତାହାକୁ ଦୂରକୁ ନେଇ ଜାଳିଦେଇଥିଲେ ।
ପୁଲିସ୍ ସୂଚନା ଅନୁଯାୟୀ, ଡଲିଙ୍କ ପିତା ଅବଧେଶ ମଥୁରାସ୍ଥିତ ଏକ କୁଖ୍ୟାତ ଗ୍ୟାଙ୍ଗର ସଦସ୍ୟ। ସେ ଅପହରଣ, ବଟି ଅସୁଲି, ହତ୍ୟା ପରି ବହୁ ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛନ୍ତି। ଅବଧେଶ, ତାଙ୍କ ବଡ଼ ଭାଇ ତଥା ଅନ୍ୟ କିଛି ସମ୍ପର୍କୀୟ ବି ଏହି ହତ୍ୟା ମାମଲାରେ ସାମିଲ ଥିବା ପୁଲିସ୍ ତଦନ୍ତରୁ ଜଣାପଡ଼ିଛି। ସମସ୍ତଙ୍କ ନାଁରେ ମାମଲା ରୁଜୁ କରାଯାଇ ପୁଲିସ୍ ଖାନତଲାସୀ ଆରମ୍ଭ କରିଥିବା କହିଛି।
ମୃତ ମହିଳାଙ୍କ ନାଁ ଗୀତାଞ୍ଜଳି ରଞ୍ଜିତ ଓରଫ ଦୀପିକା। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ। ତାଙ୍କ ସ୍ୱାମୀଙ୍କ ନାଁ କୁଞ୍ଜବିହାରି ଦତ୍ତ। ଭୁବନେଶ୍ୱରର ବାପୁଜୀ ନଗରରେ କୁଞ୍ଜବିହାରିଙ୍କର ଏକ ମୋବାଇଲ ମରାମତି ଦୋକାନ ଅଛି। ସେ ସେହି ଦୋକାନର ନବୀକରଣ କାର୍ଯ୍ୟ କରୁଥିଲେ। ଦୋକାନରେ ଚାଲିଥିବା କାଠ କାମରେ ସେ କାଳୁ ନାମକ ଜଣେ ଯୁବକଙ୍କୁ ନିୟୋଜିତ କରିଥିଲେ। କାଳୁ ତାଙ୍କ ଘରେ ମଧ୍ୟ ରହୁଥିଲେ। ପ୍ରାୟ ୨୦ ଦିନ ହେଲା କାଳୁ କୁଞ୍ଜବିହାରିଙ୍କ ଦୋକାନରେ କାମ କରିବା ସହିତ ତାଙ୍କ ଘରେ ରହୁଥିଲେ।
ଏହା ଭିତରେ ସେ କୁଞ୍ଜବିହାରିଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ପ୍ରେମରେ ପଡ଼ିଯାଇଥିଲେ। କୁହାଯାଉଛି, ଗୀତାଞ୍ଜଳି ବି ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ଏହା ପରେ କାଳୁ ତାଙ୍କୁ ନେଇ ଫେରାର ହୋଇଯିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ହେଲେ ତାଙ୍କର ଏହି ଯୋଜନାରେ ରାଜି ହୋଇ ନଥିଲେ ଗୀତାଞ୍ଜଳି। ସେ ତାଙ୍କ ସ୍ୱାମୀ ଓ ଘର ଛାଡ଼ି ଯିବାକୁ ଅମଙ୍ଗ ହୋଇଥିଲେ। ଫଳରେ କାଳୁ ରାଗି ଯାଇଥିଲେ। ଗତ ମଙ୍ଗଳବାର ସନ୍ଧ୍ୟାରେ ଗୀତାଞ୍ଜଳିଙ୍କ ସ୍ୱାମୀ ଦୋକାନରେ ଥିବା ବେଳେ ତାଙ୍କ ଘରକୁ ଯାଇଥିଲେ କାଳୁ। ସେତେବେଳେ ଗୀତାଞ୍ଜଳି ତାଙ୍କ ଘର ଆଗରେ ଥିଲେ। କାଳୁ ତାଙ୍କୁ ସେଠାରେ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ସନ୍ଧ୍ୟା ୭ଟା ପାଖାପାଖି ଏହି ଘଟଣା ଘଟିଥିଲା।
ଗୀତାଞ୍ଜଳିଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସଂପର୍କରେ କ୍ୟାପିଟାଲ ଥାନାରେ ଗୀତାଞ୍ଜଳିଙ୍କ ସ୍ୱାମୀ ଏତଲା ଦେବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ୍। ଘଟଣାସ୍ଥଳରେ ଯାଞ୍ଚ କରିଛି ସାଇଣ୍ଟିଫିକ୍ ଟିମ୍। ପୁଲିସ୍ ଫେରାର ଅଭିଯୁକ୍ତ କାଳୁଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଛି।
କ୍ୟାପିଟାଲ୍ ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା କହିଛନ୍ତି, ଘଟଣା ପଛରେ ପ୍ରେମ ବ୍ୟାପାର ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି। ମୃତ ମହିଳାଙ୍କ ସ୍ୱାମୀଙ୍କୁ ପଚରାଉଚରା କରିବା ପରେ ଏ ବିଷୟରେ ଜଣାପଡ଼ିବ। ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ହତ୍ୟା ପଛର ପ୍ରକୃତ କାରଣ ଜଣାପଡ଼ିବ। ସେମାନେ ପୂର୍ବରୁ ପରସ୍ପରକୁ ଭଲ ପାଉଥିଲେ ନା ଏହି ୨୦ ଦିନ ହେବ ପ୍ରେମରେ ପଡ଼ିଥିଲେ, ତାହା ମଧ୍ୟ ତଦନ୍ତ ପରେ ଜଣାପଡ଼ିବ ବୋଲି କ୍ୟାପିଟାଲା ଥାନା ଅଧିକାରୀ କହିଛନ୍ତି।
ଝରିଗାଁ ଥାନା ଚକଲାପଦର ପଞ୍ଚାୟତର କୁନା(ଛଦ୍ମନାମ)ଙ୍କୁ ହୋଇଛି ୧୭ ବର୍ଷ। ସେ ଗାଁରେ କାମଦାମ କରନ୍ତି। ହେଲେ ସେ ତାଙ୍କ ଭାଉଜଙ୍କ ସାନ ଭଉଣୀଙ୍କ ପ୍ରେମରେ ପଡ଼ିଥିଲେ। ତାଙ୍କ ପ୍ରେମିକାଙ୍କ ବୟସ ୧୬ ବର୍ଷ। ପ୍ରେମରେ ପଡ଼ିବା ପରେ ଉଭୟ ନୂଆ ଦୁନିଆରେ ଘୂରି ବୁଲୁଥିଲେ। ସୟନେ ସପନେ ଦେଖୁଥିଲେ କେତେ ସପନ। ଦୀର୍ଘ ବର୍ଷେ ଧରି ଉଭୟ ପରସ୍ପରକୁ ଲୁଚାଛପା ପ୍ରେମ କରୁଥିଲେ। ସବୁକିଛି ଠିକ୍ଠାକ୍ ଚାଲିଥିଲା। ଏ ସମ୍ପର୍କରେ କେହି ଜାଣିପାରୁନଥିଲେ। ଦୁଇ ଦିନ ତଳେ ଉଭୟଙ୍କ ପ୍ରେମ କାହାଣୀ ପ୍ରଘଟ ହୋଇଥିଲା।
ପ୍ରେମ ଚର୍ଚ୍ଚା ଘରେ ପହଞ୍ଚିବା ପରେ ଚିନ୍ତାରେ ପଡ଼ି ଯାଇଥିଲେ ପ୍ରେମୀ ଯୁଗଳ। ପରିବାର ଲୋକଙ୍କ ଜେରାର ସମ୍ମୁଖୀନ ହେବା ପୂର୍ବରୁ ଚରମ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ। ସାଥ୍ ସାଥ୍ ଜୀଇଁବାର ଶପଥ ନେଇଥିବା ପ୍ରେମୀ ଯୁଗଳ ଆଜି ସକାଳେ ଗାଁ ମୁଣ୍ଡ ତେନ୍ତୁଳି ଗଛରେ ଝୁଲି ପଡ଼ିଥିଲେ। ଉଭୟଙ୍କ ମୃତଦେହ ଝୁଲୁଥିବା ଦେଖିବା ପରେ ଗାଁ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏଥିସହ ଥାନାକୁ ମଧ୍ୟ ସୂଚନା ଦେଇଥିଲେ।
ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି। ତେବେ ଏ କଅଁଳ ବୟସରେ ଉଭୟ କାହିଁକି ନେଲେ ଚରମ ନିଷ୍ପତ୍ତି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ, ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି।
ରିପୋର୍ଟ- ଝରିଗାଁରୁ ତ୍ରିନାଥ ଧରୁଆ
କାମାକ୍ଷାନଗର ଥାନା ରାଜକୁଳାକାଟେଣୀ ଗାଁର ଦୀପ୍ତିମୟ ମହାରଣା ଡେଲିଭରୀ ବୟ ଭାବେ କାମ କରୁଥିଲେ। ଆଜକୁ ବର୍ଷେ ତଳେ ଏକ ଜିନିଷ ଡେଲିଭରୀ ଦେବାକୁ ଯାଇ କିନ୍ନର ସଞ୍ଜନା ବେହେରାଙ୍କ ପ୍ରେମରେ ପଡିଥିଲେ। ଦୀପ୍ତିମୟଙ୍କ ମିଠା ମିଠା କଥାରେ ଫସି ଯାଇଥିଲେ ସଞ୍ଜନା। ଆଉ ତାଙ୍କୁ ଦେଇ ବସିଥିଲେ ଦିଲ୍। ପରେ ଉଭୟେ ରାଜଧାନୀ ଭୁବନେଶ୍ୱର ପଳାଇ ଆସିଥିଲେ। ଏଠାରେ ଉଭୟ ଲିଭ୍ ଇନରେ ରହୁଥିଲେ। ପରବର୍ତ୍ତୀ ସମୟରେ ଉଭୟ ଠାକୁରାଣୀଙ୍କୁ ସାକ୍ଷୀ ରଖି ବିବାହ କରିଥିବା ଚର୍ଚ୍ଚା ହେଉଛି।
ଦୀପ୍ତିମୟ ଓ ସଞ୍ଜୟ ଏକାଠି ଗୋଟିଏ ରୁମ୍ରେ ରହୁଥିଲେ। ବେଶ୍ ହସଖୁସିରେ ଚାଲିଥିଲା ଉଭୟଙ୍କ ପ୍ରେମ ସମ୍ପର୍କର ଗାଡ଼ି। ଉଭୟ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲେ। ଏହାରି ଭିତରେ ସଞ୍ଜନା ଜଣେ କିନ୍ନର ବୋଲି ଜାଣିବାକୁ ପାଇଥିଲେ ଦୀପ୍ତିମୟଙ୍କ ପରିବାର ଲୋକେ। ସେମାନେ ବିବାହକୁ ବିରୋଧ କରୁଥିଲେ। ଯାହାଫଳରେ ଦୀପ୍ତିମୟ ଅଡୁଆରେ ପଡ଼ି ଯାଇଥିଲେ। ତେବେ କିଛି ଦିନ ହେବ ଦୀପ୍ତିମୟ କେଉଁଆଡ଼େ ପଳାଇ ଯାଇଛନ୍ତି। ଆଉ ଗଲା ବେଳେ ସଞ୍ଜନାଙ୍କ ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି।
ଦୀପ୍ତିମୟଙ୍କୁ ନପାଇ ସଞ୍ଜନା କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନ୍ୟାୟ ପାଇଁ ଦାବି କରିଛନ୍ତି। ଏପରି ଅଜବ ପ୍ରେମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କିନ୍ନର ମହାସଂଘ ସଭାପତି ମୀରା ପରିଡା। ସେ କହିଛନ୍ତି, କିନ୍ନରମାନଙ୍କୁ ପ୍ରେମ ଜାଲରେ ଫସାଇ ସ୍ୱାର୍ଥ ହାସଲ କରି ଛାଡି ପଳାଇ ଯାଉଛନ୍ତି। ଏପରିକି କିନ୍ନରଙ୍କୁ ସମାଜରେ ବାରମ୍ବାର ଧୋକା ଦିଆଯାଉଛି। ତେଣୁ ଏହି ଘଟଣାକୁ ଗୁରୁତରର ସହିତ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ
ମୃତ ପ୍ରେମିକଙ୍କ ନାଁ ରାଜୁ ଭଟ୍ଟ। ସେ ଜଣେ ଶ୍ରମିକ ଥିଲେ। ତାଙ୍କୁ ୩୪ ବର୍ଷ ହୋଇଥିଲା। ସେ ବିବାହିତ ଥିଲେ। ତାଙ୍କର ଦୁଇଟି ପୁଅ ଅଛନ୍ତି। ଜଣଙ୍କୁ ଆଠ ବର୍ଷ ଓ ଅନ୍ୟ ଜଣଙ୍କୁ ୫ ବର୍ଷ ହୋଇଛି। ତଥାପି ବର୍ଷେ ତଳେ ସେ ତାଙ୍କ ଗାଁ ଖେଡର ଜଣେ ଯୁବତୀଙ୍କ ପ୍ରେମରେ ପଡ଼ି ଯାଇଥିଲେ। ତାଙ୍କ ପ୍ରେମିକାଙ୍କ ନାଁ ରବୀନା। ତାଙ୍କୁ ୨୦ ବର୍ଷ ହୋଇଛି।
ରବୀନାଙ୍କ ପ୍ରେମରେ ପଡ଼ିଥିଲେ ବି ବିଭିନ୍ନ କାରଣରୁ ପତ୍ନୀ ଓ ପିଲାଛୁଆଙ୍କୁ ଛାଡ଼ି ତାଙ୍କୁ ବାହା ହୋଇପାରୁ ନଥିଲେ ରାଜୁ ଭଟ୍ଟ। ସେଥିପାଇଁ ପ୍ରେମିକା ରବୀନା ତାଙ୍କ ସହିତ ବିଭନ୍ନ ସମୟରେ ଝଗଡ଼ା କରୁଥିଲେ। ଗତ ଗୁରୁବାର ସେମାନଙ୍କ ମଧ୍ୟରେ ହୋଇଥିଲା ଭୀଷଣ ଝଗଡ଼ା। ଏହା ପରେ ଦୁହେଁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।
ସେମାନେ ଗୁରୁବାର ରାତିରେ ଖେଡ ଗାଁ ଦେଇ ଯାଇଥିବା ରେଳ ଧାରଣାକୁ ଯାଇଥିଲେ। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲେ ରାଜୁ ଭଟ୍ଟ। କିନ୍ତୁ ରବୀନା ଡେଇଁ ନଥିଲେ। ରବୀନାଙ୍କ କହିବା ଅନୁଯାୟୀ, ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍କୁ ଦେଖି ସେ ଡରି ଯାଇଥିଲେ। ଅନ୍ୟପକ୍ଷରେ ରବୀନା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ରାଜୁ ଭଟ୍ଟଙ୍କ ପରିବାର ଲୋକେ।
ରାଜୁଙ୍କୁ ପୂର୍ବରୁ ହତ୍ୟା କରିବାକୁ ଧମକ ଦିଆଯାଇଥିଲା ବୋଲି ତାଙ୍କ ଭାଇ କହିଛନ୍ତି। ସେ ଅଭିଯୋଗ କରିଛନ୍ତି, ରବୀନାଙ୍କ ପରିବାର ଲୋକେ ରାଜୁଙ୍କୁ ମାରି ଦେଇଛନ୍ତି। ସେମାନେ ରାଜୁଙ୍କୁ ଅଲଗା ଜାଗାରେ ମାରି ଆତ୍ମହତ୍ୟାର ରୂପ ଦେବା ପାଇଁ ମୃତଦେହକୁ ରେଳ ଧାରଣାରେ ରଖି ଦେଇଥିଲେ।
ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ରାଜୁଙ୍କ ପରିବାର ଲୋକେ ଦାବି କରୁଥିବା ବେଳେ ପୁଲିସ୍ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।ତାହା ସହିତ ଘଟଣାର ତଦନ୍ତ ଜାରି ରଖିଛି।
ଦକ୍ଷିଣ ୨୪ ପ୍ରଗଣାର ମୂଳବାସିନ୍ଦା ୨୮ ବର୍ଷୀୟ ଜୟଶ୍ରୀ ରାହୁଲ ଓ ୨୩ ବର୍ଷୀୟ ରାକ୍ଷୀ ଦାସ ଦେଓରିଆରେ ଥିବା ଗୋଟିଏ ଅକେଷ୍ଟ୍ରାରେ କାମ କରନ୍ତି। ଏଠାରେ କାମ କରିବା ସମୟରେ ସେମାନଙ୍କ ମଧ୍ୟରେ ପ୍ରେମ ସୃଷ୍ଟି ହୋଇଥିଲେ।
କିନ୍ତୁ ସେମାନେ ସମଲିଙ୍ଗୀ ହୋଇଥିବାରୁ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ। କିନ୍ତୁ ଉଭୟ ହାର ମାନି ନଥିଲେ। ସବୁ ପ୍ରକାରର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେମାନେ ପରସ୍ପରର ହାତ ଛାଡ଼ି ନଥିଲେ। ଶେଷରେ ସେମାନେ ବାହା ମଧ୍ୟ ହୋଇଛନ୍ତି।
ପ୍ରଥମେ ଜୟଶ୍ରୀ ଓ ରାକ୍ଷୀ କୋର୍ଟରେ ସତ୍ୟପାଠ ଦ୍ୱାରା ବାହାଘର ପାଇଁ ପଞ୍ଜୀକରଣ କରିଥିଲେ। ଏହାପରେ ଭାତପର ରାନୀ ସ୍ଥିତ ଭଗାଡା ଭବାନୀ ମନ୍ଦିରରେ ଉଭୟ ବାହା ହୋଇଛନ୍ତି। ଦୁଇ ଯୁବତୀ କାମ କରୁଥିବା ଅକେଷ୍ଟ୍ରାର ମାଲିକ ମୁନା ପାଲ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ମୁନା କହିଛନ୍ତି, ଜୟଶ୍ରୀ ଓ ରାକ୍ଷୀ କିଛି ଦିନ ତଳେ ଦିର୍ଗେଶ୍ୱରନାଥ ମନ୍ଦିରରେ ବାହା ହେବାକୁ ଯାଇଥିଲେ। କିନ୍ତୁ ସେଠାକାର ମହନ୍ତ ଜଗନ୍ନାଥ ମହାରାଜ ସମଲିଙ୍ଗୀ ବିବାହକୁ ଅନୁମତି ନାହିଁ କହି ସେମାନଙ୍କୁ ଫେରାଇ ଦେଇଥିଲେ।
ନିରାଶ ହେବା ପରେ ପ୍ରେମପକ୍ଷୀ ନିଜର ଶୁଭେଚ୍ଛୁଙ୍କ ସହ ବାହାଘର ପାଇଁ ବିକଳ୍ପ ମାଧ୍ୟମ ଖୋଜିଥିଲେ। ସେମାନେ ପ୍ରଥମେ କୋର୍ଟରେ ବାହା ହୋଇଥିଲେ। ଏହାପରେ ଭଗାଡା ଭବାନୀ ମନ୍ଦିର ଯାଇ ପଣ୍ଡିତଙ୍କ ଉପସ୍ଥିତିରେ ସେମାନେ ଫୁଲ ମାଳ ଅଦଳବଦଳ କରିଥିଲେ।
କିନ୍ତୁ ହଠାତ ଏମିତି କ’ଣ ହେଲା ଯେ ରବିବାର ନିଜର ଲିଭ ଇନ ପାର୍ଟନର ସହ ସେ ନିଜକୁ ନିଜେ ଜାଳି ଜୀବନ ହାରି ଦେଇଛନ୍ତି। ବେଙ୍ଗାଲୁରୁର କୋଥାନପୁର ପୁଲିସ୍ ଷ୍ଟେସନ ଅଧୀନରେ ଏପରି ଘଟଣା ଘଟିଛି। ଲିଭ ଇନ ପାର୍ଟନରଙ୍କ ସହ ଯେଉଁ ଘରେ ମହିଳା ଜଣଙ୍କ ରହୁଥିଲେ, ସେଠାରେ ଉଭୟ ଆତ୍ମହତ୍ୟା କରିଛନ୍ତି।
ପଶ୍ଚିମବଙ୍ଗର ୨୦ ବର୍ଷୀୟ ସୌମିନି ଦାସ ବେଙ୍ଗେଲୁରୁରେ ନର୍ସିଂ ଶିକ୍ଷା କରୁଥିଲେ। ଦ୍ୱିତୀୟ ବର୍ଷରେ ପଢ଼ୁଥିବା ସୌମିନି ବିବାହ ବି କରିଥିଲେ। ତାଙ୍କ ସ୍ୱାମୀ ପଶ୍ଚିମବଙ୍ଗରେ ରୁହନ୍ତି। ତେବେ ବେଙ୍ଗାଲୁରୁରେ ରହିବା ବେଳେ ସୌମିନିଙ୍କ ପରିଚୟ ୨୯ ବର୍ଷୀୟ ଅଭିଲ ଅବ୍ରାହମଙ୍କ ସହ ହୋଇଥିଲା।
ଅବ୍ରାହମ ଗୋଟିଏ ନର୍ସିଂ ହୋମରେ କାମ କରନ୍ତି। କିଛି ଦିନର ଦେଖା ସାକ୍ଷାତ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ସେମାନେ ଡୋଡାଗୁବି ଠାରେ ଫ୍ଲାଟ ନେବା ସହ ଏକାଠି ରହିବା ଆରମ୍ଭ କରିଥିଲେ।
କିଛି ମାସ ଏକାଠି ରହିବା ପରେ ସୌମିନି ନିଜ ଘରକୁ ଯାଇଥିଲେ। ସେଠାରେ ସେ ନିଜ ପ୍ରେମ ସମ୍ପର୍କ ପରିବାର ଲୋକଙ୍କୁ କହିଥିଲେ। ଏଥିସହ ସେ ଆଉ ସ୍ୱାମୀଙ୍କ ସହ ରହିବାକୁ ଚାହୁଁ ନଥିବା ଜଣାଇ ଦେଇଥିଲେ। ସେଠାରୁ ଫେରିବା ପରେ ସେ ଅବ୍ରାହମଙ୍କ ସହ ରହିବା ଆରମ୍ଭ କରିଥିଲେ। ସ୍ୱାମୀଙ୍କ ଠାରୁ ସେ ଛାଡ଼ପତ୍ର ନେବାକୁ ମଧ୍ୟ କହିଥିଲେ।
ରବିବାର ଅପରାହ୍ନରେ ସୌମିନିଙ୍କୁ ତାଙ୍କ ସ୍ୱାମୀ ଫୋନ କରିଥିଲେ। ଏହାପରେ ହଠାତ୍ ସେ ଓ ଅବ୍ରାହମ ପେଟ୍ରୋଲ ଆଣି ଢାଳି ହେବା ସହ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ସେମାନଙ୍କ ବିକଳ ଚିତ୍କାର ଶୁଣି ପଡ଼ୋଶୀମାନେ ସେମାନଙ୍କୁ ସହଯୋଗ କରିବାକୁ ଆଗେଇ ଆସିଥିଲେ।
ଉଭୟଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆ ଯାଇଥିଲା। କିନ୍ତୁ ସେଠାରେ ପ୍ରଥମେ ସୌମିନିଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବ୍ରାହମଙ୍କୁ ଭିକ୍ଟୋରିଆ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ପୁଲିସ ଏବେ କେଉଁ କାରଣ ପାଇଁ ଉଭୟ ଏପରି ପଦକ୍ଷେପ ନେଲେ, ତା’ର ତଦନ୍ତ ଆରମ୍ଭ କରିଛି।
ଏପରି ଏକ ସାଂଘାତିକ ଘଟଣା ତାମିଲନାଡ଼ୁରେ ଘଟିଛି। ମୃତକ ପତିପତ୍ନୀ ହେଲେ ୨୪ ବର୍ଷୀୟ ମରି ସେଲଭମ ଓ ୨୦ ବର୍ଷୀୟା କାର୍ତ୍ତିକା ।
ଦୁଇ ବର୍ଷ ପୂର୍ବେ ମରି ସେଲଭମ ଓ କାର୍ତ୍ତିକାଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଉଭୟ ପରସ୍ପରକୁ ଖୁବ୍ ଭଲ ପାଉଥିବା ବେଳେ ପରିବାର ଲୋକେ କିନ୍ତୁ ଏହାକୁ ସହଜେ ଗ୍ରହଣ କରି ପାରୁ ନଥିଲେ। ଶେଷରେ ଗତ ୩୧ ତାରିଖ ରାତିରେ ଏହି ପ୍ରେମୀ ଯୁଗଳ ଘର ଛାଡ଼ି ଚାଲିଯାଇ ବିବାହ କରିଥିଲେ। ଏହାପରେ ସେମାନେ ଅନ୍ୟତ୍ର ଘର ଭଡ଼େ ନେଇ ରହୁଥିଲେ।
ଗତକାଲି ସନ୍ଧ୍ୟା ସମୟରେ ଏହି ନବ ଦମ୍ପତିଙ୍କ ଘରେ ହଠାତ୍ ୬ରୁ ଊର୍ଦ୍ଧ୍ୱ ଲୋକ ପଶିଥିଲେ। ସେମାନେ ଉଭୟ ମରି ସେଲଭମ ଓ କାର୍ତ୍ତିକାଙ୍କୁ ହତ୍ୟା କରି ଝୁଲାଇ ଦେଇ ଫେରାର ହୋଇ ଯାଇଥିଲେ।
ଖବର ପାଇ ପୁଲିସ୍ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏଥିରେ କିଏ କିଏ ସମ୍ପୃକ୍ତ ଓ ତାଙ୍କ ଉଦ୍ଦେଶ୍ୟ କ’ଣ ତାହା ସ୍ପଷ୍ଟ ହୋଇନି। ଏପରି ଏକ ଲୋମହର୍ଷଣକାରୀ ଘଟଣା ଉପରୁ ପରଦା ହଟାଇବାରୁ ପୁଲିସ୍ ୩ଟି ଟିମ୍ ଗଠନ କରିଛି।
ଦୀର୍ଘ ଦିନ ଶଯ୍ୟାଶାୟୀ ହୋଇ ପାଟି ଫିଟାଇ ପାରୁ ନ ଥିବା ଶାଶୁ ପାଟି ଫିଟାଇବା ପରେ ବୋହୂ ମୁଣ୍ଡରେ ପଡ଼ିଲା ଚଡ଼କ । ଫଳରେ ଗଳା କାଟି ଶାଶୁର ଜୀବନ ନେଲା ନିର୍ଦ୍ଦୟ ବୋହୂ । ପୁଲିସ୍ ଆଖିରୁ ଖସିବାକୁ ନିଜକୁ ବି ରକ୍ତାକ୍ତ କରିବାକୁ ପଛାଇଲା ନାହିଁ । ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରି ପୁଲିସ୍ ଏପରି ଜଘନ୍ୟ କାଣ୍ଡ ଘଟାଇଥିବା ବୋହୂକୁ ଆଜି ବାନ୍ଧିଛି ।
ଭୁବନେଶ୍ୱରର ଖଣ୍ଡଗିରି ବାରିରେ ବୃଦ୍ଧା ମଦା ପଲେଇଙ୍କ ହତ୍ୟାକାଣ୍ଡ ଘଟଣାର ୮ ଦିନ ପରେ ଏହାର ପର୍ଦ୍ଦାଫାସ କରି ଆଜି ତାଙ୍କ ବୋହୂ ବୈଶାଖୀ ପଲେଇଙ୍କୁ ବାନ୍ଧିଛି ପୁଲିସ୍। ବୋହୂର ଅନୈତିକ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି।
ଗତ ୧୫ ତାରିଖରେ ଘର ଭିତରେ ବୃଦ୍ଧା ମଦା ପଲେଇଙ୍କୁ ନିର୍ମମ ଭାବେ ଗଳାକାଟି ହତ୍ୟା କରାଯାଇଥିଲା। ଅନ୍ୟପକ୍ଷରେ ତାଙ୍କ ବୋହୂଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କରାଯାଇଥିଲା । ପ୍ରାୟ ୮ ଦିନ ଏମ୍ସରେ ଚିକିତ୍ସାଧୀନ ହୋଇ ଘରକୁ ଫେରିବା ପରେ ତାଙ୍କୁ ବାନ୍ଧିଛି ପୁଲିସ୍।
ପୁଲିସ୍ ଅନୁସନ୍ଧାନରୁ ଜଣାଯାଇଛି, ଜୁଲାଇ ୧ରେ ମଦା ପଲେଇଙ୍କୁ ନିଜ ପୈତୃକ ଗ୍ରାମ ବେଲଗୁଣ୍ଠା ଗ୍ରାମରେ ଆକ୍ରମଣ ହୋଇଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କର ବ୍ରେନ ହାମରେଜ ହୋଇଥିଲା। ଏହାପରେ ତାଙ୍କୁ ଏମ୍ସକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରୁ ସାମାନ୍ୟ ସୁସ୍ଥ ହେବା ପରେ ତାଙ୍କୁ ଘରକୁ ନିଆଯାଇଥିଲା। ଡାକ୍ତର କହିଥିଲେ ଧୀରେ ଧୀରେ ସୁସ୍ଥ ହେବେ।
ହେଲେ ଶାଶୁ ଯେଉଁ ଦିନ ସୁସ୍ଥ ହୋଇ ପାଟି ଫିଟାଇଲେ, ସେହି ଦିନ କାଳେ ଗୁମର ଫିଟିଯିବ ବୋଲି ଆଶଙ୍କା କରିଥିଲେ ବୋହୂ ବୈଶାଖୀ। ଏହାପରେ ସେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।
ଏହାପରେ ଏହାକୁ ଏକ ଲୁଟ୍ ମାମଲା ଭାବେ ପୁଲିସ୍ ସମ୍ମୁଖରେ ଉପସ୍ଥାପିତ କରିବା ନିମନ୍ତେ ସେ ସମ୍ପୂର୍ଣ୍ଣ ଭାବେ ସ୍କ୍ରିପ୍ଟ ପ୍ରସ୍ତୁତ କରିଥିଲେ। ଏପରିକି ଘରେ ଲାଗିଥିବା ରକ୍ତ ଛିଟାକୁ ନିଜେ ପରିଷ୍କାର କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ପାଇଖାନା ଟାଙ୍କିରେ ପକାଇ ଦେଇଥିଲେ।
ଏହାପରେ ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ନିଜେ କାନ୍ଥରେ ମୁଣ୍ଡ ପିଟି, ତଣ୍ଟିରେ ଓଢ଼ଣୀ ଗୁଡ଼ାଇ ଶ୍ୱାସରୁଦ୍ଧ ହୋଇ ଗୁରୁତର ହେବା ନାଟକ କରିଥିଲେ। ଏହାପରେ ଏମ୍ସରେ ଚିକିତ୍ସା ପାଇଁ ସେ ଆଡମିଟ ହୋଇଥିଲେ।
ମାତ୍ର ବୈଶାଖୀଙ୍କ ନାଟକକୁ ପୁଲିସ୍ ସହଜେ ଗ୍ରହଣ କରି ପାରୁ ନ ଥିଲା। କାରଣ ଉକ୍ତ ଦିନ ତାଙ୍କ ଘରକୁ କେହି ପଶି ନ ଥିଲେ କି ବାହାରି ନ ଥିଲେ। ତେବେ ଘରେ କିଏ ଏପରି କାଣ୍ଡ ଘଟାଇଲା ତାହାକୁ ନେଇ ପୁଲିସ୍ ସନ୍ଦେହ କରି ବୈଶାଖୀଙ୍କୁ ପଚରାଉଚରା କରିଥିଲା। ଥରକୁ ଥର ତାଙ୍କ ବୟାନ ବଦଳିବାରୁ ପୁଲିସ୍ର ତାଙ୍କ ଉପରେ ସନ୍ଦେହ ଦୃଢୀଭୂତ ହୋଇଥିଲା। ଏହାପରେ ପୁଲିସ୍ ଗୁଡ଼ାଇତୁଡ଼ାଇ ପଚାରିବାରୁ ସେ ସବୁ ସତ ମାନି ଯାଇଥିଲେ।
ପୁଲିସ୍ ତଦନ୍ତରୁ ଜଣାପଡ଼ିଛି, ଗାଁରେ ମଦା ପଲେଇଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ବି ବୈଶାଖୀଙ୍କ ହାତ ରହିଛି।
ଉତ୍ତରପ୍ରଦେଶର ସୀତାପୁରରେ ଘଟିଛି ଏହି ହୃଦୟ ବିଦାରକ ଘଟଣା। ପୁଲିସ ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଝିଅର ବାପା ମଧ୍ୟ ଅଛନ୍ତି। ହିନ୍ଦୁ ଝିଅକୁ ମୁସଲମାନ ପୁଅ ବିବାହ କରିବାରୁ ଏପରି କାଣ୍ଡ ଭିଆଇଛନ୍ତି ପଡୋଶୀ। ସୀତାପୁର ପୁଲିସ ଅଧୀକ୍ଷକ ଚକ୍ରଶ ମିଶ୍ରଙ୍କ କହିବା ଅନୁସାରେ, ମୃତ ଅବ୍ବାସ ଓ ତାଙ୍କ ପତ୍ନୀ କମ୍ରୁଲ ନିଶାଙ୍କ ପୁଅ ଶୌକତ ପଡୋଶୀ ରାମପାଲଙ୍କ ଝିଅ ରୁବିକୁ ପ୍ରେମ କରୁଥିଲେ।
2020ରେ ଉଭୟ ଘରୁ ଫେରାର୍ ହୋଇ ଯାଇଥିଲେ। ଏ ବାବଦରେ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ରୁବି ନାବାଳିକା ଥିବାରୁ ସେତେବେଳେ ଶୌକତକୁ ଜେଲ୍ ପଠାଇ ଦିଆଯାଇଥିଲା। କିଛି ଦିନ ପୂର୍ବରୁ ଶୌକତ ଜେଲରୁ ଆସିବା ପରେ ପୁନର୍ବାର ରୁବିକୁ ନେଇ ଫେରାର୍ ହୋଇଯିବା ସହ ବିବାହ ମଧ୍ୟ କରିଥିଲେ। ଏହାକୁ ନେଇ ଝିଅର ବାପା ଏବଂ ପଡୋଶୀ ମିଶି ପୁଅର ବାପା-ମାଆଙ୍କୁ ଲୁହା ରଡ୍ ଏବଂ ବାଡିରେ ପିଟିପିଟି ହତ୍ୟା କରିଛନ୍ତି।
ଟୁରିଷ୍ଟ ଭିସାରେ ଶ୍ରୀଲଙ୍କାର ୨୫ ବର୍ଷୀୟ ବିକନେଶ୍ୱରୀ ଶିବକୁମାର ଭାରତ ଆସିଥିଲେ। ସେ ଟୁରିଷ୍ଟ ଭିସା ନେଇ ଭାରତ ଆସିଥିଲେ ହେଁ ଏଠାରେ ରହୁଥିବା ୨୮ ବର୍ଷୀୟ ଲକ୍ଷ୍ମଣଙ୍କୁ ବିବାହ କରିଛନ୍ତି। ଲକ୍ଷ୍ମଣଙ୍କ ଘର ଆନ୍ଧ୍ର ପ୍ରଦେଶର ଭେଙ୍କଟଗିରିକୋଟାରେ। ଉଭୟଙ୍କ ସାକ୍ଷାତ ଫେସବୁକରେ ହୋଇଥିଲା। ପ୍ରଥମେ ବନ୍ଧୁତା ପରେ ପ୍ରେମ ଓ ଏବେ ଏହା ବିବାହରେ ଶେଷ ହୋଇଛି।
ବିବାହ ସରିଥିବା ବେଳେ ବିକନେଶ୍ୱରୀଙ୍କ ଭିସା ଅବଧି ଅଗଷ୍ଟ ୬ରେ ଶେଷ ହେବ। ତେଣୁ ଇମିଗ୍ରେସନ ନିୟମ ଅନୁସାରେ ଚିତ୍ତୋର ଜିଲ୍ଲା ପୁଲିସ୍ ତାଙ୍କୁ ଗୋଟିଏ କାରଣ ଦର୍ଶାଅ ନୋଟିସ ପଠାଇଛି। ଲକ୍ଷ୍ମଣ ଓ ବିକନେଶ୍ୱରୀଙ୍କ ବାହାଘର କଥା ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ଏପରି ନୋଟିସ କରିଛି।
ମିଳିଥିବା ସୂଚନା ଅନୁସାରେ, ବିକନେଶ୍ୱରୀ ଜୁଲାଇ ୮ରେ ଆନ୍ଧ୍ର ପ୍ରଦେଶ ଆସିଥିଲେ। ଏହାପରେ ସେ ତାଙ୍କ ଫେସବୁକ ପ୍ରେମିକ ଲକ୍ଷ୍ମଣଙ୍କୁ ଜୁଲାଇ ୨୦ରେ ବିବାହ କରିଥିଲେ। ଗୋଟିଏ ମନ୍ଦିରରେ ଉଭୟଙ୍କ ବିବାହ ହୋଇଥିଲା।
ବିକନେଶ୍ୱରୀ ଓ ଲକ୍ଷ୍ମଣଙ୍କ ସମ୍ପର୍କ ୨୦୧୭ରୁ ଫେସବୁକରୁ ଆରମ୍ଭ ହୋଇଥିଲା। କିଛି ଦିନର ବନ୍ଧୁତା ପରେ ଉଭୟ ପରସ୍ପରର ପ୍ରେମରେ ପଡ଼ିଥିଲେ। ଏହାପରେ ଉଭୟ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଲକ୍ଷ୍ମଣଙ୍କ ପରିବାର ଲୋକଙ୍କ ଆଶୀର୍ବାଦରେ ଉଭୟ ସାତ ଜନ୍ମ ପାଇଁ ପରସ୍ପରର ହାତ ଧରିଛନ୍ତି।
ବିକନେଶ୍ୱରୀ ଭାରତର ନାଗରିକତା ନେବାକୁ ଚାହୁଁଛନ୍ତି। କିନ୍ତୁ ଏବେ ତାଙ୍କୁ ସ୍ଥାୟୀ ନାଗରିକତା ମିଳିବ ନାହିଁ। ତାଙ୍କ ଭିସାର ଅବଧିକୁ ବୃଦ୍ଧି କରାଯିବ। ସେହିପରି ସମସ୍ତ ପ୍ରକାରର ଆଇନଗତ ସମସ୍ୟାକୁ ମାତ ଦେବା ପାଇଁ ପୁଲିସ୍ ଏହି ଦମ୍ପତିଙ୍କୁ ବିଧିବଦ୍ଧ ଭାବେ ବିବାହକୁ ପଞ୍ଜୀକରଣ କରିବାକୁ ପରାମର୍ଶ ଦେଇଛି।
ଜିଲ୍ଲା ଏସ୍ପି ୱାଇ ରିଶାନ୍ତ ରେଡ୍ଡୀ ନିଜେ ବିକନେଶ୍ୱରୀଙ୍କୁ ଭାରତୀୟ ନାଗରିକତା ଗ୍ରହଣ କରିବା ପାଇଁ ଆବଶ୍ୟକ ନିୟମଗୁଡ଼ିକୁ ମଧ୍ୟ ବୁଝାଇ ଦେଇଥିବା ଜଣାପଡ଼ିଛି।
ଏହି ସୀମା ପାର ବାହାଘର ପରେ ଅଜୟ ଭାରତ ଛାଡ଼ି ବାଂଲାଦେଶ ଚାଲି ଯାଇଥିବା କୁହାଯାଉଥିଲା। ହେଲେ ଏବେ ନିଜେ ଅଜୟ କହିଛନ୍ତି ଯେ ସେ କେବେ ହେଲେ ଜୁଲିଙ୍କ ସହ ବାଂଲାଦେଶ ଯାଇ ନାହାନ୍ତି। ଅଜୟଙ୍କ ଏପରି ଦାବିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଅଜୟଙ୍କ ମା’ ଉତ୍ତର ପ୍ରଦେଶ ପୁଲିସ୍ର ଦ୍ୱାରସ୍ଥ ହୋଇ ତାଙ୍କ ପୁଅକୁ ବାଂଲାଦେଶରୁ ଫେରାଇ ଆଣିବାକୁ ଅନୁରୋଧ କରିବା ପରେ ଭାରତ- ବାଂଲାଦେଶର ଏହି ଲଭଷ୍ଟୋରୀ ସାମ୍ନାକୁ ଆସିଥିଲା। ବାଂଲାଦେଶୀ ନମ୍ବରରୁ ଅଜୟଙ୍କ ମା’ଙ୍କ ପାଖକୁ ଗୋଟିଏ ଫଟୋ ଆସିଥିଲା। ଏଥିରେ ଅଜୟ ଆହତ ହୋଇଥିବା ଦୃଶ୍ୟ ରହିଥିଲା। ପୁଅର ଜୀବନ ବିପଦରେ ଥିବା ଅନୁଭବ କରି ତାଙ୍କ ମା’ ପୁଲିସ୍ର ଦ୍ୱାରସ୍ଥ ହୋଇଥିଲେ।
ପୁଲିସ୍ ଏହାର ତଦନ୍ତ କରୁଥିବା ବେଳେ ଅଜୟ ନିକଟରେ ମୋରଦାବାଦରେ ପହଞ୍ଚିଛନ୍ତି। ସେ ଏଠାରେ ପହଞ୍ଚିବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ ସେ କେବେ ହେଲେ ବାଂଲାଦେଶ ଯାଇ ନାହାନ୍ତି। ଘର ଛାଡ଼ିବା ପରେ ସେ ଜୁଲିଙ୍କ ସହ ପଶ୍ଚିମବଙ୍ଗ ସୀମାନ୍ତରେ ଘର ଭଡ଼ା ନେଇ ରହୁଥିଲେ।
ତେବେ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ପୂର୍ବରୁ ହୋଇଥିବା ପଚରାଉଚରା ବେଳେ ଅଜୟ ବାଂଲାଦେଶ ଯାଇଥିବା କଥା କହିଥିଲେ। ଏବେ ସେ କଥା ବଦଳାଇଛନ୍ତି। ତେଣୁ ପୁଲିସ୍ର ନଜର ତାଙ୍କ ଉପରେ ରହିଛି।
୨୦୧୭ରେ ଅଜୟ ଓ ଜୁଲିଙ୍କ ପରିଚୟ ଫେସବୁକରେ ହୋଇଥିଲା। କିଛି ଦିନର ବନ୍ଧୁତା ପରେ ଜୁଲି ବାଂଲାଦେଶୀ ବୋଲି ଅଜୟ ଜାଣିବାକୁ ପାଇଥିଲେ। ୨୦୨୨ରେ ହଠାତ୍ ଜୁଲିଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିଲା। ସେହିବର୍ଷ ହିଁ ହିନ୍ଦୁ ରୀତିନୀତିରେ ଜୁଲି ଓ ଅଜୟଙ୍କ ବାହାଘର ମୋରଦାବାଦରେ ହୋଇଥିଲା।
ଅଜୟ ମୋରଦାବାଦରେ ଜୁଲିଙ୍କୁ ଛାଡ଼ି କର୍ଣ୍ଣାଟକାରେ କାମ କରିବାକୁ ଯାଇଥିଲେ। ହେଲେ କିଛି ଦିନ ପରେ ହଠାତ୍ ତାଙ୍କ ପାଖରେ ଜୁଲି ଓ ତାଙ୍କ ମା’ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଖବର ପହଞ୍ଚିଥିଲା। ଜୁଲି ରାଗରେ ଘର ଛାଡ଼ି ଦେଇଥିବା କଥା ଶୁଣିବା ପରେ ଅଜୟ ଫେରିଥିଲେ।
ଏଠାରେ ମା’ଙ୍କ ସହ ଝଗଡ଼ା କରିଥିଲେ। ମା’ ମଧ୍ୟ ରାଗରେ ଘର ଛାଡ଼ି ଦେବାକୁ ତାଙ୍କୁ କହିଥିଲେ। ମା’ଙ୍କୁ ଧମକ ଦେଇ ସେ ବାଂଲାଦେଶ ଛାଲି ଯିବେ ବୋଲି କହି ଘରୁ ବାହାରି ଯାଇଥିଲେ।
ସେବେଠାରୁ ସେ ଆଉ ଘରକୁ ଫେରି ନଥିଲେ। ପ୍ରଥମେ ତାଙ୍କର ଆହତ ଫଟୋ ଆସିଥିଲା। ଏହାପରେ ଅଜୟ ଘରକୁ ଫେରିଥିଲେ। ଆହତ ଫଟୋ ସମ୍ପର୍କରେ ଅଜୟ କହିଛନ୍ତି ଯେ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଯୋଗୁ ତାଙ୍କ ଗୋଡ଼ ଖସି ଯାଇଥିଲା। ଏଥିପାଇଁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।
ଚଳିତ ସପ୍ତାହରେ ମୋରଦାବାଦ ଆସିଥିବା ଅଜୟ ଭିନ୍ନଭିନ୍ନ କଥା ମିଡିଆ ଆଗରେ କହୁଛନ୍ତି। ସେ ପୁଲିସ୍କୁ ବାଂଲାଦେଶ ଯାଇଥିବା କଥା କହିଥିଲେ। ହେଲେ ମିଡିଆ ଆଗରେ ସେ ପଶ୍ଚିମବଙ୍ଗରେ ରହୁଥିବା କହିଛନ୍ତି। ଏହାକୁ ନେଇ ପୁଲିସ୍ ମଧ୍ୟ ତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେବ ସେକଥା ଜାଣିପାରୁନି।
୨୫ ବର୍ଷୀୟ ନଜିବୁର ରହମାନ ବୋରା ଓ ୨୪ ବର୍ଷୀୟ ସଂଘମିତ୍ରା ଘୋଷ ପରସ୍ପରକୁ ବିବାହ କରିଥିଲେ। ହେଲେ ସେମାନଙ୍କ ଲଭଷ୍ଟୋରୀ ସୋମବାର ହତ୍ୟାରେ ଶେଷ ହୋଇଛି। ନଜିବୁର ନିଜ ହାତରେ ସଂଘମିତ୍ରା ଓ ତାଙ୍କ ବାପା ମା’ଙ୍କୁ ହତ୍ୟା କରିଛନ୍ତି। ପତ୍ନୀଙ୍କ ପରିବାର ଲୋକଙ୍କୁ ଶେଷ କରିବା ପରେ ସେ ନିଜର ୯ ମାସର ପୁଅକୁ ଧରି ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି।
ପୁଲିସ କହିଛି ଯେ ନଜିବୁର ଜଣେ ମେକାନିକାଲ ଇଞ୍ଜିନିୟର ଓ ସଂଘମିତ୍ରାଙ୍କ ସହ ତାଙ୍କର ବନ୍ଧୁତା ୨୦୨୦ ଜୁନରେ ହୋଇଥିଲା। ଫେସବୁକରୁ ଆରମ୍ଭ ହୋଇଥିବା ଏହି ବନ୍ଧୁତା ପରେ ପ୍ରେମର ରୂପ ନେଇଥିଲା।
ମହାମାରୀ କରୋନା ଯୋଗୁ ପୂରା ଦେଶରେ ଲକଡାଉନ ଲାଗୁ ହୋଇଥିବା ବେଳେ ନଜିବୁର ଓ ସଂଘମିତ୍ରା ପରସ୍ପର ପ୍ରେମରେ ପଡ଼ିଥିଲେ। ସେହିବର୍ଷ ଅକ୍ଟୋବରରେ ଉଭୟ ଆସାମରୁ କୋଲକାତା ଫେରାର ହୋଇଯାଇଥିଲେ।
କିଛି ମାସ ପରେ ସଂଘମିତ୍ରାଙ୍କ ବାପା ମା’ ତାଙ୍କୁ ଘରକୁ ଆଣିଥିଲେ। କିନ୍ତୁ ସେତେବେଳକୁ ସେ ନଜିବୁରଙ୍କୁ କୋଲକାତାର ଗୋଟିଏ କୋର୍ଟରେ ବିବାହ କରି ସାରିଥିଲେ। ୨୦୨୧ରେ ସଂଘମିତ୍ରାଙ୍କ ବାପା ସଞ୍ଜୀବ ଘୋଷ ଓ ମା’ ଝୁନୁ ଘୋଷ ନିଜ ଝିଅ ବିରୋଧରେ ଚୋରି ଅଭିଯୋଗ ଆଣି ପୁଲିସ୍ର ଦ୍ୱାରସ୍ଥ ହୋଇଥିଲେ।
ପୁଲିସ୍ ତାଙ୍କୁ ଗିରଫ କରିଥିଲା ଓ ସେ ଗୋଟିଏ ମାସରୁ ଅଧିକ ଦିନ ବିଚାରବିଭାଗୀୟ ହାଜତରେ ରହିଥିଲେ। ଜାମିନ ପାଇବା ପରେ ସଂଘମିତ୍ରା ତାଙ୍କ ବାପା ମା’ଙ୍କ ଘରକୁ ଯାଇଥିଲେ।
୨୦୨୨ ଜାନୁଆରୀ ସଂଘମିତ୍ରା ଓ ନଜିବୁର ପୁଣି ଫେରାର ହୋଇଯାଇଥିଲେ। ଏଥର ସେମାନେ ଚେନ୍ନାଇ ପଳାଇଥିଲେ। ସେଠାରେ ଉଭୟ ୫ ମାସ ରହିଥିଲେ। ଅଗଷ୍ଟରେ ଯେତେବେଳେ ଦମ୍ପତି ଗୋଲାଘାଟକୁ ଆସିଲେ ସେତେବେଳେ ସଂଘମିତ୍ରା ଗର୍ଭବତୀ ହୋଇ ସାରି ଥିଲେ। ସେମାନେ ଏଥର ନଜିବୁରଙ୍କ ଘରେ ରହିବା ଆରମ୍ଭ କରିଥିଲେ। ନଭେମ୍ବରରେ ସଂଘମିତ୍ର ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।
ସବୁ କିଛି ଠିକଠାକ ଚାଲିଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚରେ ହଠାତ୍ ସଂଘମିତ୍ରା ନିଜ ନବଜାତ ପୁଅକୁ ଧରି ନଜିବୁରଙ୍କ ଘର ଛାଡ଼ି ଦେଇଥିଲେ। ସେ ତାଙ୍କ ବାପା ମା’ଙ୍କ ପାଖକୁ ଚାଲିଯାଇଥିଲେ। ନଜିବୁର ତାଙ୍କୁ ନିର୍ଯାତନା ଦେଉଥିବା ମଧ୍ୟ ସେ ପୁଲିସରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ପୁଲିସ୍ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ନଜିବୁରଙ୍କୁ ଗିରଫ କରିଥିଲା। ଗିରଫର ୨୮ ଦିନ ପରେ ସେ ଜାମିନରେ ମୁକୁଳିଥିଲେ।
ଜେଲରୁ ବାହାରିବା ପରେ ନଜିବୁର ନିଜ ପୁଅକୁ ଭେଟିବାକୁ ଚାହିଁଥିଲେ। କିନ୍ତୁ ସଂଘମିତ୍ରାଙ୍କ ପରିବାର ଲୋକ ଏହା କରାଇ ଦେଇ ନଥିଲେ। ଏପ୍ରିଲ ୨୯ରେ ନଜିବୁରଙ୍କ ଭାଇ ପୁଲିସ୍ ପାଖରେ ପହଞ୍ଚିଥିଲେ। ସଂଘମିତ୍ରା ଓ ତାଙ୍କ ପରିବାର ଲୋକ ନଜିବୁରଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଥିଲେ।
ଏହି ବିବାଦ ସୋମବାର ଭୟଙ୍କର ରୂପ ନେଇଥିଲା। ନଜିବୁର ପ୍ରତିଶୋଧ ପରାୟଣ ହୋଇ ସଂଘମିତ୍ରା, ତାଙ୍କ ବାପା ସଞ୍ଜୀବ ଓ ମା’ ଝୁନୁଙ୍କୁ ହତ୍ୟା କରିଥିଲେ। ଏହାପରେ ନିଜର ୯ ମାସର ପୁଅକୁ ଧରି ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିଲେ।
ପୁଲିସ୍ ନଜିବୁରଙ୍କ ଠାରୁ ଟ୍ରିପଲ ମର୍ଡର କଥା ଶୁଣିବା ପରେ ସଞ୍ଜୀବଙ୍କ ଘରେ ପହଞ୍ଚିଥିଲା। ସେଠାରେ ସଂଘମିତ୍ରା, ସଞ୍ଜୀବ ଓ ଝୁନୁ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ। ପୁଲିସ୍ ଓ ଫରେନ୍ସି ଟିମ ଏବେ ଘଟଣାର ଅଧିକ ତଦନ୍ତ କରୁଛନ୍ତି। ପୁଲିସ୍ ନଜିବୁରଙ୍କୁ ଗିରଫ ମଧ୍ୟ କରିଛି।
ଅଞ୍ଜୁ ଉତ୍ତରପ୍ରଦେଶର ବଲିୟା ଜିଲ୍ଲାର ଖରପୁରା ଗାଁ ବାସିନ୍ଦା ବୋଲି ଜଣାଯାଇଛି। ଅଞ୍ଜୁ ବିବାହିତା ହୋଇଥିବା ବେଳେ ତାଙ୍କର ଏକ ୧୫ ବର୍ଷୀୟା ଝିଅ ଓ ୫ ବର୍ଷୀୟ ପୁଅ ଥିବା ଜଣାଯାଇଛି। ଫେସବୁକ୍ରୁ ନସରୁଲ୍ଲା ନାମକ ପାକିସ୍ତାନ ଯୁବକଙ୍କ ପ୍ରେମରେ ପାଗଳ ହୋଇ ଯାଇଥିବା ଅଞ୍ଜୁ ନିଜ ସ୍ୱାମୀ ଓ ପିଲାଙ୍କୁ ଛାଡ଼ି ପାକିସ୍ତାନ ପଳାଇବା ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଛି।
୨୦୦୫ ମସିହାରୁ ଏକ କମ୍ପାନୀରରେ ଚାକିରି କରୁଥିବା ଅଞ୍ଜୁ ୨୦୦୭ ମସିହାରେ ଅରବିନ୍ଦ ନାମକ ଯୁବକଙ୍କୁ ବିବାହ କରିଥିଲ। ଉଭୟଙ୍କ ବିବାହକୁ ଇତି ମଧ୍ୟରେ ୧୬ ବର୍ଷ ଅତିକ୍ରମ କରି ସାରିଲାଣି। ଉଭୟଙ୍କ ହସଖୁସିର ସଂସାରରେ ଏବେ କଳା ବାଦଲ ଘୋଟି ଯାଇଛି। ନିଜ ଜୀବନରେ କେବେ ବି ଏକୁଟିଆ କୁଆଡ଼େ ଯାଇ ନ ଥିବା ଅଞ୍ଜୁଙ୍କ ପାକିସ୍ତାନ ଯିବା ଘଟଣାକୁ ତାଙ୍କ ପରିବାର ଲୋକେ ସହଜେ ବିଶ୍ୱାସ କରି ପାରୁ ନାହାନ୍ତି।
ଅଞ୍ଜୁଙ୍କ ସ୍ୱାମୀଙ୍କ କହିବାନୁଯାୟୀ, କିଛି ଦିନ ପାଇଁ ଜୟପୁର ଯିବ ବୋଲି ଅଞ୍ଜୁ କହିଥିଲା। ଏହାପରେ ଗତ ରବିବାର ନିଜ ଭଉଣୀକୁ ଫୋନ କରି ପାକିସ୍ତାନର ଲାହୋର ଯାଇଥିବା ଓ ୩ ଦିନରେ ଫେରି ଆସିବ ବୋଲି ବି କହିଥିଲା। କିନ୍ତୁ ସେ ନିଜ ପ୍ରେମିକ ନିକଟକୁ ଯାଇଥିବା ଏବେ ମିଡିଆରୁ ଜାଣିବାକୁ ପାଉଛୁ।
ତେବେ କେବେଠୁ ଅଞ୍ଜୁଙ୍କର ଉକ୍ତ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ସେ ନେଇ ପରିବାର ଲୋକେ କେହି ଜାଣି ପାରିଲେନି। ଏପରିକି ତାଙ୍କ ଭିସା ସମ୍ପର୍କରେ ବି କାହାକୁ କିଛି ଖବର ନାହିଁ। ଏଥିନିମନ୍ତେ ଅଞ୍ଜୁ ନିଜ ପୁରୁଣା ଘର ଠିକଣା ଦେଇ ଭିସା କରାଇଥିବା ଜଣାଯାଇଛି।
ତେବେ ପାକିସ୍ତାନ ପଳାଇଥିବା ନିଜ ମା’କୁ ପାଖରେ ନ ପାଇ ଅଝଟ ହେଉଥିବା ପିଲାଙ୍କୁ ବୁଝାଇବା କାଠିକର ପାଠ ହୋଇ ପଡ଼ୁଛି। ତେଣୁ ତୁରନ୍ତ ଘରକୁ ଫେରି ଆସିବାକୁ ଅଞ୍ଜୁଙ୍କ ସ୍ୱାମୀ ତାଙ୍କୁ ନିବେଦନ କରିଛନ୍ତି। ୩,୪ ଦିନରେ ଘରୁ ପଳାଇ ଆସିବେ ବୋଲି ନିଜ ପିଲାଙ୍କୁ କହିଥିବା ଅଞ୍ଜୁ ବାସ୍ତବରେ ପୁଣି ଥରେ ନିଜ ଦେଶକୁ ଫେରୁଛନ୍ତି ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର।
ଉଭୟ ସୀମା ଓ ଅଞ୍ଜୁଙ୍କ କାହାଣୀରେ ବହୁ ସମାନତା ରହିଛି। ଉଭୟ ସୋଶାଲ ମିଡିଆ ମାଧ୍ୟମରେ ପ୍ରେମରେ ପଡ଼ିଥିଲେ। ସୀମା ପବଜୀ ଖେଳି ସଚିନଙ୍କୁ ଭେଟିଥିବା ବେଳେ ଅଞ୍ଜୁ କିନ୍ତୁ ଫେସବୁକ୍ରେ ନିଜ ପ୍ରେମିକଙ୍କୁ ଭେଟିଥିଲେ। ନିଜ ପ୍ରେମ ପାଇଁ ଉଭୟ ଦେଶର ସୀମା ଡେଇଁବାକୁ ପଛାଇ ନାହାନ୍ତି। ଉଭୟ ବିବାହିତା ହୋଇଥିବା ବେଳେ ଛୁଆ ପିଲା ବି ଅଛନ୍ତି। ସୀମାଙ୍କର ୪ଟି ପିଲା ଥିବା ବେଳେ ସେ ନିଜର ସମସ୍ତ ପିଲାଙ୍କୁ ଧରି ଭାରତ ଆସିଛନ୍ତି। ହେଲେ ଅଞ୍ଜୁ ୨ ପିଲାଙ୍କ ମା’ ହୋଇଥିବା ବେଳେ ସେମାନଙ୍କୁ ଛାଡ଼ି ନିଜ ପ୍ରେମିକ ପାଖକୁ ପଳାଇ ଛନ୍ତି।
ଏଥିସହ ଉଭୟ ସୀମା ଓ ଅଞ୍ଜୁ ନିଜ ପ୍ରେମିକଙ୍କଠାରୁ ବୟସରେ ବଡ଼ ବୋଲି ଜଣାଯାଇଛି। ସୀମାଙ୍କ ବୟସ ୩୦ ହୋଇଥିବା ବେଳେ ତାଙ୍କ ପ୍ରେମିକ ସଚିନଙ୍କ ବୟସ ୨୨ । ସେହିପରି ଅଞ୍ଜୁଙ୍କ ବୟସ ୩୫ ହୋଇଥିବା ବେଳେ ତାଙ୍କ ପ୍ରେମିକଙ୍କ ବୟସ ୨୯। ସୀମାଙ୍କୁ ଭାରତ ପୁଲିସ୍ ପଚରାଉଚରା କରି ସାରିଥିବା ବେଳେ ପାକିସ୍ତାନରେ ନିଜ ପ୍ରେମିକ ଘରେ ଥିବା ଅଞ୍ଜୁଙ୍କୁ ମଧ୍ୟ ପଚରାଉଚରା ସରିଥିବା ଜଣାଯାଇଛି। ଏଥିସହ ତାଙ୍କ ପ୍ରେମିକଙ୍କ ଘର ବାହାରେ ପାକିସ୍ତାନ ପୁଲିସ୍ ପଇଁତରା ମାରୁଥିବା ଜଣାଯାଇଛି।
ଭୋଳାନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ(କ )ରେ ପଢ଼ୁଥିବା ଜଣେ ଛାତ୍ରୀ ପ୍ରେମ କରୁଥିଲେ। ଆଉ ସେହି ପ୍ରେମରେ ତାଙ୍କ ସହପାଠିନୀ ପଦ୍ମା (ଛଦ୍ମନାମ) ସାଜୁଥିଲେ ମଧ୍ୟସ୍ଥି। ଧୀରେଧୀରେ ଏହି ଘଟଣା ପ୍ରଘଟ ହୋଇଥିଲା। କଥା ଯାଇ ପ୍ରଧାନଶିକ୍ଷକ ଅଞ୍ଜନ କୁମାର ଜେନା ଓ ଅନ୍ୟ ଶିକ୍ଷକଙ୍କ କାନରେ ପଡ଼ିଥିଲା। ଏହା ପରେ ପ୍ରଧାନଶିକ୍ଷକ ପଦ୍ମାକୁ ଡାକି ବୁଝାଇଥିଲେ।
ଗତ ସୋମବାର ଉଭୟ ଛାତ୍ରୀଙ୍କ ଅଭିଭାବକଙ୍କୁ ଡାକି ପ୍ରଧାନଶିକ୍ଷକ ଶ୍ରୀଜେନା ଅନ୍ୟ ଶିକ୍ଷକଙ୍କ ଉପସ୍ଥିତିରେ ବୁଝାସୁଝା କରିଥିଲେ। ପାଠ ପଢ଼ିବା ବୟସରେ ଏପରି କାମ ନକରିବା ପାଇଁ ଦୁଇ ଛାତ୍ରୀଙ୍କୁ ତାଗିଦ କରିଥିଲେ। ଏହି ଘଟଣାକୁ ଗୁରୁତର ସହ ନେଇ ପ୍ରଧାନଶିକ୍ଷକ ମଙ୍ଗଳବାର ପରିଚାଳନା କମିଟିର ଏକ ବୈଠକ ଡାକିଥିଲେ।
ମଙ୍ଗଳବାର ସକାଳ ପ୍ରାୟ ୯.୫୦ମିନିଟ୍ରେ ବୈଠକ ବସିଥିଲା। ଠିକ୍ ସେହି ସମୟ ପ୍ରେମରେ ମଧ୍ୟସ୍ଥି ସାଜିଥିବା ଛାତ୍ରୀ ପଦ୍ମାଙ୍କ ବାପା ଓ ମାଆ କିଛି ଲୋକଙ୍କୁ ଧରି ବିଦ୍ୟାଳୟରେ ପହଞ୍ଚିଥିଲେ। ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ କରିଥିଲେ। ସ୍କୁଲ ପରିଚାଳନା କମିଟି କର୍ମକର୍ତ୍ତାମାନେ ଅଟକାଇବାକୁ ଚେଷ୍ଟା କରିନଥିଲେ। ମାତ୍ର ସେମାନେ ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ କରି ମୁଣ୍ଡ ଫାଟାଇ ଦେଇଥିଲେ। ଏନେଇ ତାଳସାରୀ ମେରାଇନ୍ ଥାନାରେ ପ୍ରଧାନଶିକ୍ଷକ ଓ ଆକ୍ରମଣ କରିବା(ଛାତ୍ରୀଙ୍କ ପରିବାର) ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା।
ସେପଟେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଷ୍ଟା ଶିକ୍ଷକ ସଂଘର ଜିଲ୍ଲା କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ବିକାଶ ପାତ୍ର, ଦକ୍ଷିଣ ଭୋଗରାଇ ସଭାପତି ଶ୍ରୀନିବାସ ଚନ୍ଦ୍ର ପ୍ରଧାନ, ସମ୍ପାଦକ ନଟରଞ୍ଜନ ଘଡ଼ାଇ ପ୍ରମୁଖ ଦାବି କରିଥିଲେ। ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆନ୍ଦୋଳାତ୍ମକ ରାସ୍ତାକୁ ସଂଘ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲା। ଏନେଇ ବ୍ଲକ୍ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇଯାଇଥିଲା।
୫ ଦିନ ପରେ ମଧ୍ୟ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଏହାର ପ୍ରତିବାଦରେ ସ୍କୁଲର ଛାତ୍ରଛାତ୍ରୀ, ଅଭାଭବକ, ପରିଚାଳନା କମିଟି କର୍ମକର୍ତ୍ତା ଓ ଶିକ୍ଷକମାନେ ୫୭ ନମ୍ୱାର ରାଜ୍ୟ ରାଜପଥରେ ଧାରଣା ଦେଇଥିଲେ। ଖବର ପାଇ ଜଳେଶ୍ୱର ଏସ୍ଡିପିଓ ଶିକ୍ଷକ ଓ ପରିଚାଳନା କମିଟି କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ। ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶିକ୍ଷକମାନେ ଦାବି କରିଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତାରୁ ଉଠିବେନାହିଁ ବୋଲି ରୋକ୍ଠୋକ୍ ଶୁଣାଇ ଦେଇଥିଲେ।
ଶେଷରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପଶ୍ଚିମବଙ୍ଗରେ ଆତ୍ମଗୋପନ କରିଥିବା ଛାତ୍ରୀଙ୍କ ବାପା ଓ ମାଆଙ୍କୁ ଆଣିଥିଲା। ସେମାନେ ଶିକ୍ଷକଙ୍କୁ ଭୁଲ୍ କ୍ଷମା ମାଗିଥିଲେ। ଏଥିସହ ଆକ୍ରମଣ କରିଥିବା ୩ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଥିଲା। ଏହା ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ରିପୋର୍ଟ-ଜଳେଶ୍ୱରରୁ ଅଜିତ ଦାସ
ଏହି ପ୍ରେମ ପକ୍ଷୀଦ୍ୱୟ ହେଲେ ରାଜକୁମାର ଓ ପ୍ରୀତି। ଦୀର୍ଘ ଦିନ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ବେଳେ ଲୁଚାଛପାରେ ଚାଲିଥିଲା ପୀରତି। ରାତିର ଅନ୍ଧକାରରେ ନିଜ ପ୍ରେମିକାକୁ ଦେଖା କରିବାକୁ ଆସୁଥିବା ରାଜକୁମାରଙ୍କ ମନରେ ସବୁବେଳେ ଧରା ପଡ଼ିଯିବାର ଭୟ ରହିଥିଲ। ତେଣୁ ସେ ଏକ ଅଜବ ତରିକା ଆପଣାଇଥିଲେ।
ପ୍ରେମିକାଙ୍କୁ ଭେଟିବାକୁ ଆସିବା ପରେ ତାଙ୍କ ଗାଁକୁ ସଂଯୋଗ କରିଥିବା ବିଦ୍ୟୁତ୍ ସଂଯୋଗକୁ ଟ୍ରାନ୍ସଫର୍ମରରୁ କାଟି ଦେଉଥିଲ। ଏହାପରେ ପ୍ରେମିକା ସହ ଭାବ ଦିଆନିଆ ହେବା ପରେ ପୁଣି ଥରେ ବିଦ୍ୟୁତ୍ ସଂଯୋଗ କରି ଚାଲି ଯାଉଥିଲେ।
ପ୍ରତିଦିନ ସନ୍ଧ୍ୟା ପରେ ଏପରି ବିଦ୍ୟୁତ୍ କାଟକୁ ନେଇ ଅତିଷ୍ଠ ହୋଇ ପଡ଼ିଥିବା ଗ୍ରାମବାସୀ ଏନେଇ ନିକଟସ୍ଥ ଇଲେକ୍ଟ୍ରି ଅଫିସରେ ଅଭିଯୋଗ କଲେ। ମାତ୍ର ସନ୍ଧ୍ୟା ବେଳେ କୌଣସି ବିଦ୍ୟୁତ୍ କାଟ କରାଯାଉ ନ ଥିବା ସେଠାକାର ଅଧିକାରୀ ସଫେଇ ଦେଇଥିଲେ। ଏହାପରେ ଦ୍ୱନ୍ଦ୍ୱରେ ପଡ଼ିଥିବା ଗ୍ରାମବାସୀ ଏହା ପଛର ଅସଲ କାରଣକୁ ଠାବ କରିବାକୁ ଟ୍ରାନ୍ସଫର୍ମର ନିକଟରେ ଛକି ରହିଲେ ।
ମାତ୍ର ଏହା ଜାଣି ନ ଥିବା ରାଜକୁମାର ସବୁ ଦିନ ପରି ଟ୍ରାନ୍ସଫର୍ମର ନିକଟକୁ ଯାଇ ବିଦ୍ୟୁତ୍ ସଂଯୋଗ କାଟି ନିଜ ପ୍ରେମିକାଙ୍କ ନିକଟକୁ ଯାଇଥିଲେ। ଗ୍ରାମବାସୀ ତାଙ୍କ ପିଛା କରି ଉଭୟଙ୍କୁ କାବୁ କରିଥିଲେ। ଏହାପରେ ଗ୍ରାମବାସୀଙ୍କ ଚାପରେ ପଡ଼ି ନିକଟସ୍ଥ ମନ୍ଦିରରେ ଉଭୟ ବିବାହ କରିଥିବା ଜଣାଯାଇଛି। ଏବେ ହସଖୁସିରେ ଉଭୟ ନିଜ ନୂଆ ଜୀବନ ଆରମ୍ଭ କରିଥିବା ରାଜକୁମାରଙ୍କ ପରିବାର ଲୋକେ କହିଛନ୍ତି।
ବଳଙ୍ଗା ଥାନା ତୋଟା ସାହିର ରମେଶ ମଲ୍ଲିକ ପୁରୀ ସି’ ବୁଚ୍ ଥାନା ଅଞ୍ଚଳର ପଦ୍ମା(ଛଦ୍ମନାମ)ଙ୍କୁ ଭଲ ପାଉଥିଲେ। ପଦ୍ମା ମଧ୍ୟ ରମେଶଙ୍କୁ ପ୍ରେମ କରୁଥିଲେ। ଧୀରେ ଧୀରେ ପ୍ରେମ ସମ୍ପର୍କ ନୀବିଡ଼ ହୋଇଥିଲା। ଆଉ ଏହାର ସୁଯୋଗ ନେଇ ରମେଶ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ହେଲେ ହଠାତ୍ ପ୍ରେମ ସମ୍ପର୍କରେ ଉଠିଥିଲା ଝଡ଼। ଯେଉଁଥିପାଇଁ ପଦ୍ମାଙ୍କୁ ପ୍ରତାରଣା କରିଥିଲେ ରମେଶ। ଉଭୟଙ୍କ ପାଟିତୁଣ୍ଡ ଏତେ ଭୟଙ୍କର ହୋଇଥିଲା ଯେ, କଥା ଯାଇ ପହଞ୍ଚିଥିଲା ଥାନାରେ।
୨୦୨୧ ମସିହାରେ ପୀଡ଼ିତା ଏନେଇ ପୁରୀ ସି’ ବିଚ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ମାମଲା ରୁଜୁ କରି ରମେଶକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ଆପୋଷ ମିଳାମିଶାରେ ମାମଲା ସମାଧାନ କରିବା ପାଇଁ ଉଦ୍ୟମ କରାଯାଇଥିଲା। ବିବାହ ପାଇଁ ପ୍ରତିଶ୍ରୁତି ଦେବା ପରେ ରମେଶ ବେଲ୍ରେ ଆସିଥିଲେ। ବେଲ୍ରେ ଆସିବା ପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା। ହେଲେ ରମେଶର ଚାଲ ବୁଝି ପାରିନଥିଲେ ପଦ୍ମା।
ଅଭିଯୋଗ ଅନୁସାରେ ଗତ କିଛି ଦିନ ହେବ ରମେଶ ଧରାଛୁଆଁ ଦେଉନଥିଲେ। ଲୋଚାଛପାରେ ବାହା ହେବା ପାଇଁ ସ୍ଥିର କରିଥିଲେ। ଗୁରୁବାର ଥିଲା ମଙ୍ଗନ। ଏ ସମ୍ପର୍କରେ ଖବର ପାଇଁ ରମେଶଙ୍କ ଘରେ ପହଞ୍ଚିଥିଲେ ପଦ୍ମା। ଆଉ ବାହାଘର ପାଇଁ ବନ୍ଧା ହୋଇଥିବା ବେଦୀରେ ଧାରଣା ଦେଇଥିଲେ ପଦ୍ମା। ଆଜି ପର୍ଯ୍ୟନ୍ତ ସେ ଧାରଣାରେ ବସିଛନ୍ତି। ହେଲେ ରମେଶଙ୍କ ପତ୍ତା ମିଳୁନି। ସେ କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପୀଡ଼ିତା ଆଜି ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି।
ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି
ପବଜୀ ଖେଳୁ ଖେଳୁ ଦିଲ୍ଲୀର ଗ୍ରେଟର ନୋଏଡାର ଯୁବକ ସଚିନଙ୍କର ପାକିସ୍ତାନୀ ମହିଳା ସୀମାଙ୍କ ସହ ଅନଲାଇନ୍ରେ ଭେଟ ହୋଇଥିଲା। ଏହାପରେ ଧୀରେ ଧୀରେ ଉଭୟ ପରସ୍ପର ପ୍ରେମରେ ପଡ଼ିଗଲେ। ପାକିସ୍ତାନର କରାଚୀ ସହରର ସୀମା ବିବାହିତା ହୋଇଥିବା ବେଳେ ୪ ଛୁଆଙ୍କ ମା’ । ଏହାସତ୍ତ୍ୱେ ସେ ସଚିନଙ୍କ ପ୍ରେମରେ ପାଗଳ ହୋଇ ଦେଶ ଛାଡ଼ିବାକୁ ନିଷ୍ପତ୍ତି ନେଲେ।
ଏକ ଧାନମଣ୍ଡିରେ କାମ କରୁଥିବା ସଚିନଙ୍କୁ ନିଜ ଜୀବନସାଥୀ କରିବାକୁ ମହିଳାଜଣକ ଗତ ମେ’ ୧୩ ତାରିଖରେ ନିଜ ୪ ପିଲାଙ୍କ ସହ ଘର ଛାଡ଼ିଥିଲେ।
ଏହାପରେ ନେପାଳ ରାସ୍ତା ଦେଇ ସେ ଭାରତରେ ପ୍ରବେଶ କରିଥିବା ଜଣାଯାଇଛି। ଇତି ମଧ୍ୟରେ ସଚିନ ଏକ ଭଡ଼ା ଘର ଠିକ୍ କରି ନିଜ ପତ୍ନୀ ଓ ପିଲାଙ୍କ ସହ ଖୁବ୍ ଶୀଘ୍ର ରହିବାକୁ ଆସିବେ ବୋଲି କହିଥିଲେ।
ଭୟ ସଚିନ, ସୀମା ଓ ପିଲାମାନେ ପ୍ରାୟ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ଉକ୍ତ ଭଡ଼ା ଘରେ ରହିଥିଲେ। ସେଠାକୁ ସଚିନଙ୍କ ପରିବାର ଲୋକେ ବି ଆସୁଥିଲେ । ତେଣୁ କେହି ପଡ଼ୋଶୀ ସେମାନଙ୍କୁ ସନ୍ଦେହ କରି ନ ଥିଲେ।
ତେବେ ଜଣେ ପାକିସ୍ତାନୀ ମହିଳା ଭାରତରେ ପ୍ରବେଶ କରିଥିବା ନେଇ ଖବର ପ୍ରଚାରିତ ହେବା ପରେ ପୁଲିସ୍ ଘଟଣାର ଯାଞ୍ଚ ଆରମ୍ଭ କରିଛି। ଏହି ଖବର ପ୍ରଚାରିତ ହେବା ପରେ ସୀମା ଓ ସଚିନ ପିଲାମାନଙ୍କ ସହ ଶନିବାର ସକାଳୁ ଉକ୍ତ ଭଡ଼ା ଘର ଛାଡ଼ି କେଉଁଆଡେ ପଳାଇଛନ୍ତି। ପୁଲିସ୍ ଉଭୟଙ୍କ ସନ୍ଧାନ ଚଳାଇଥିବା ବେଳେ ସେମାନେ ମଥୁରାରେ ଥିବା ଜଣାଯାଇଛି। ପୁଲିସ୍ ମଥୁରାର ବିଭିନ୍ନ ହୋଟେଲ ଯାଞ୍ଚ କରୁଥିବା ଜଣାଯାଇଛି।
ସୀମା ପାକିସ୍ତାନରୁ ଆସିଥିବା ଶୁଣି ପଡ଼ୋଶୀ ଚକିତ ହୋଇ ଯାଇଥିବା ବେଳେ ପୁଅ ସହ କିଛି ସମ୍ପର୍କ ନାହିଁ ବୋଲି ସଚିନଙ୍କ ପରିବାର ଲୋକେ କହିଛନ୍ତି।
ଏହି ଘଟଣାକଚୁ ନେଇ ଗ୍ରେଟର ନୋଏଡା ଏସପି କହିଛନ୍ତି, ପାକିସ୍ତାନକୁ ଭାରତରେ ପ୍ରବେଶ କରିଥିବା ମହିଳାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ଖୁବ୍ ଶୀଘ୍ର ଉଭୟ ପ୍ରେମୀ ଯୁଗଳଙ୍କୁ ଗିରଫ କରାଯିବ ।
ହେଲେ ଅପେକ୍ଷାର ଫଳ ମିଠା ଭଳି ଆଜି ହାତକୁ ଦି’ ହାତ ହୋଇଛନ୍ତି ପ୍ରେମ ପକ୍ଷୀ। ମଙ୍ଗଳବାର ବେଶ ଆନନ୍ଦ ଉଲ୍ଲାସରେ ମୁସଲିମ ଯୁବତୀଙ୍କୁ ବିବାହ କରିଛନ୍ତି ଜଣେ ହିନ୍ଦୁ ଯୁବକ।
କିଛି ଦିନ ତଳେ କେରଳ ପୁଲିସ ବାହାଘର ବେଦୀରୁ ହିଁ କନିଆଙ୍କୁ ଭିଡ଼ିଭିଡ଼ି ନେଇ ଯାଇଥିଲା। ଏହାକୁ ନେଇ ବେଶ ତମ୍ଭିତୋଫାନ ମଧ୍ୟ ଦେଖାଯାଇଥିଲା। ହେଲେ ଆଜି ପୁଲିସର ନାଲି ଆଖି କିମ୍ବା ପରିବାର ଲୋକଙ୍କ ତାଗିଦ ଅଖିଲ ଓ ଅଲଫିୟାଙ୍କୁ ଅଲଗା କରିପାରିନି। ସେମାନେ ବିବାହ ବନ୍ଧନରେ ସବୁ ଦିନ ପାଇଁ ବାନ୍ଧି ହୋଇଛନ୍ତି।
୨୧ ବର୍ଷୀୟ ଅଖିଲ ଓ ୧୮ ବର୍ଷୀୟ ଅଲଫିୟା ପରସ୍ପରକୁ ବହୁତ ଭଲ ପାଆନ୍ତି। ସେମାନେ ଏହାକୁ ବିବାହର ରୂପ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଜୁନ ୧୭ରେ ଥିରୁଅନନ୍ତପୁରମରେ ଗୋଟିଏ ମନ୍ଦିରରେ ଉଭୟ ବାହା ହେବାକୁ ଯାଇଥିଲେ। ହେଲେ ବାହାଘରର ଠିକ୍ ପୂର୍ବରୁ ପୁଲିସ୍ ସେଠାରେ ପହଞ୍ଚି ଯାଇଥିଲା। ପୁଲିସ୍ କର୍ମଚାରୀମାନେ ବଳପୂର୍ବକ ମନ୍ଦିର ଭିତରୁ ହିଁ ଅଲଫିୟାଙ୍କୁ ଭିଡ଼ିଭିଡ଼ି ତଳକୁ ଆଣିଥିଲେ। ଏହାପରେ ଗାଡ଼ିରେ ବସାଇ ନେଇଯାଇଥିଲେ।
ଅଖିଲ ଓ ଅଲଫିୟା ଭିନ୍ନ ଧର୍ମର ହୋଇଥିବାରୁ ଏହି ବାହାଘରକୁ ଉଭୟ ପକ୍ଷର ପରିବାର ବିରୋଧ କରୁଥିଲେ। ପୁଲିସ୍ ପରିବାର ଲୋକଙ୍କ କଥାରେ ପଡ଼ି ଏହି ବାହାଘରକୁ ଜୁନ ୧୭ରେ ଭାଙ୍ଗି ଦେଇଥିଲା।
ଅଖିଲଙ୍କୁ ବିବାହ କରିବା ପାଇଁ ଅଲଫିୟା ଜୁନ ୧୬ରେ ଘର ଛାଡ଼ିଥିଲେ। ହେଲେ ପରିବାର ଲୋକ ପୁଲିସ୍ର ଦ୍ୱାରସ୍ଥ ହୋଇ ଝିଅ ନିଖୋଜ ହୋଇଯାଇଥିବା ରିପୋର୍ଟ ଲେଖିଥିଲେ। କିନ୍ତୁ ଅଲଫିୟା ପୁଲିସ୍କୁ ଯୋଗାଯୋଗ କରି ସେ ନିଜ ଇଚ୍ଛାରେ ଘର ଛାଡ଼ିଥିବା କହିଥିଲେ। ତଥାପି ପୁଲିସ୍ ଜୁନ ୧୭ରେ ତାଙ୍କୁ ବାହାଘର ବେଦୀରୁ ଉଠାଇ ଆଣିଥିଲା।
ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍ ସଫେଇ ମଧ୍ୟ ଦେଇଥିଲା। ପୁଲିସ୍ କହିଥିଲା ଯେ ଅଲଫିୟା ନିଖୋଜ ଥିବା ତାଙ୍କ ପରିବାର ଲୋକ କହିଥିଲେ। ଏନେଇ ମାମଲା ମଧ୍ୟ ହୋଇଥିଲା। ମାମଲାକୁ ବନ୍ଦ କରିବା ପାଇଁ ଅଲଫିୟାଙ୍କୁ ଜଣେ ବିଚାରପତିଙ୍କ ଆଗରେ ହାଜର କରିବାର ଥିଲା। ଏକଥା ପୁଲିସ୍ ଅଲଫିୟାଙ୍କୁ ବୁଝାଇ ଥିଲେ ହେଁ ସେ ସହଯୋଗ କରି ନଥିଲେ। ତେଣୁ ବଳ ଲଗାଇବାକୁ ବାଧ୍ୟ ହୋଇଥିବା ନିଜ ସଫେଇରେ କହିଛି।
ତେବେ ଜୁନ ୧୭ରେ ଅଖିଲ ଓ ଅଲଫିୟା ଯାହା କରି ପାରି ନଥିଲେ। ଆଜି ସେକଥା କରି ଦେଖାଇଛନ୍ତି। ଏବେ ଅଖିଲ ଓ ଅଲଫିୟା ସ୍ୱାମୀ-ସ୍ତ୍ରୀ ହୋଇ ସାରିଛନ୍ତି।
ଚାଲ ଆମେ ତାରାର ସହରକୁ ଚାଲି ଯିବା। ପୃଥିବୀରେ ଏ ଦୁନିଆ ଆମକୁ ପ୍ରେମ କରିବାକୁ ଦେବନାହିଁ। ଏମିତି କିଛି କଥା ପ୍ରେମୀ ଯୁଗଳ ପରସ୍ପରକୁ କହିବା ସହ ଏକାଠି ହାତ ଧରାଧରି ହୋଇ ପର ପାରିକୁ ଚାଲି ଯାଇଛନ୍ତି। ଜୀବନ ହାରିବା ପୂର୍ବରୁ ଉଭୟ ଏକାଠି ସେଲିଫ ମଧ୍ୟ ନେଇଥିଲେ।
ରାଜସ୍ଥାନର ବାରମେର ଅନ୍ତର୍ଗତ ମାଙ୍ଗଟା ଗାଁରେ ରହୁଥିଲେ ୧୯ ବର୍ଷୀୟ ଖୁସି ଓ ୨୧ ବର୍ଷୀୟ ଓମ ପ୍ରକାଶ। ଏହି ଦୁଇ ପ୍ରେମପକ୍ଷୀ ପରସ୍ପରକୁ ବହୁତ ଭଲ ପାଉଥିଲେ। ବାକି ଜୀବନ ସେମାନେ ଏକାଠି ବିତାଇବାକୁ ପରସ୍ପରକୁ କଥା ମଧ୍ୟ ଦେଇଥିଲେ। ହେଲେ ନିୟତି ସେମାନଙ୍କ ଭାଗ୍ୟରେ ଆଉ କିଛି ଲେଖିଥିଲା। ଖୁସି ଓ ଓମ ପ୍ରକାଶଙ୍କ ପ୍ରେମରେ ବୋଧେ କାହା ନଜର ଲାଗି ଯାଇଥିଲା।
ସେମାନଙ୍କ ପ୍ରେମକୁ ଖୁସିଙ୍କ ପରିବାର ଲୋକ ସ୍ୱୀକୃତି ଦେଇ ନଥିଲେ। ଉଭୟ ସମାନ ସଂପ୍ରଦାୟର ହୋଇଥିଲେ ମଧ୍ୟ ଖୁସିଙ୍କ ପରିବାର ଲୋକ ଓମପ୍ରକାଶଙ୍କ ସହ ବାହାଘର କରିବାକୁ ରାଜି ହୋଇ ନଥିଲେ। ଖାଲି ସେତିକି ନୁହେଁ, ଖୁସିଙ୍କ ଖୁସି ଓମପ୍ରକାଶଙ୍କ ପାଖରେ ଥିଲେ ମଧ୍ୟ ତାଙ୍କର ନିର୍ବନ୍ଧ ଆଉ ଗୋଟିଏ ପୁଅ ସହ ପରିବାର ଲୋକ କରାଇ ଦେଇଥିଲେ।
ହେଲେ ଏଥିରେ ଖୁସି କିମ୍ବା ଓମପ୍ରକାଶ କେହି ବି ଖୁସି ନଥିଲେ। ସେମାନେ ବୁଧବାର ବିଳମ୍ବିତ ରାତିରେ ଘର ଛାଡ଼ି ଚାଲି ଯାଇଥିଲେ। ଏହାପରେ ବେଶ କିଛି ସମୟ ପରସ୍ପର ସହ ବିତାଇ ଥିଲେ। ହେଲେ ଏ ଦୁନିଆ କିମ୍ବା ଖୁସିଙ୍କ ପରିବାର ଲୋକ ସେମାନଙ୍କୁ ଭଲରେ ବଞ୍ଚିବାକୁ ଦେବେ ନାହିଁ ବୋଲି ସେମାନେ ଆଶଙ୍କା କରିଥିଲେ।
ସେମାନେ ଏକାଠି ବଞ୍ଚିବାର ଆଶା ନ ଥିବାରୁ ଶେଷରେ ସେମାନେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେମାନେ ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ପହଞ୍ଚିଥିଲେ। ସେଠାରେ ଥିବା ଗୋଟିଏ ଗଛରେ ଉଭୟ ହାତ ଧରାଧରି ହୋଇ ଝୁଲି ପଡ଼ିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ଉଭୟ ସେଲଫି ନେବା ସହ ଉକ୍ତ ଫଟୋକୁ ନିଜ ନିଜର ହ୍ୱାଟସଆପ୍ ଷ୍ଟାଟସରେ ମଧ୍ୟ ରଖିଥିଲେ।
ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇବା ପରେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏହାପରେ ଓମପ୍ରକାଶ ଓ ଖୁସିଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏବେ ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।
ଭାରତରେ ପରସ୍ପରକୁ ସାତ ଜନ୍ମର ସାଥୀ କରିବା ପରେ ନିଜ ଦେଶକୁ ଫେରି ଯାଇଥିଲେ ବିଦେଶିନୀ। ହେଲେ ନିଜ ପ୍ରାଣପ୍ରିୟାଙ୍କଠାରୁ ଦୂରରେ ରହି ବିରହ ଯନ୍ତ୍ରଣାରେ ଛଟପଟ ହେଉଥିବା ପ୍ରେମିକଜଣକ ଏକ ସାଇକେଲରେ ୮ଟି ଦେଶ ଅତିକ୍ରମ କରି ନିଜ ରାଜକୁମାରୀର ମୁଲକରେ ପହଞ୍ଚିଗଲେ। ଆଉ ସେଠାରେ ଗଢ଼ି ତୋଳିଲେ ସୁଖର ସଂସାର। ପ୍ରାୟ ୪୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି ଯୋଡ଼ି ନିଜ ପ୍ରେମ ରାଇଜରେ ବିଚରଣ କରୁଥିବା ବେଳେ ନିଷ୍କପଟ ଭଲ ପାଇବାର ପାଲଟିଛନ୍ତି ଉଦାହରଣ। ଏପରି ଏକ ଯୋଡ଼ି ହେଉଛନ୍ତି ଭାରତର ପି.କେ ମହାନନ୍ଦିଆ ଓ ସ୍ୱିଡେନର ଚାରଲୋଟ ଭୋନ୍ ସଚେଡଭିନ।
ଅନୁଗୁଳ ଜିଲ୍ଲା କନ୍ଧପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମହାନନ୍ଦିଆ ସ୍କୁଲରେ ପାଠ ପଢ଼ିବାବେଳେ ଭେଦଭାବର ଶିକାର ହୋଇଥିଲେ। ତଥାପି ଶିକ୍ଷାଠାରୁ ଦୂରେଇ ଯାଇନଥିଲେ। ପାଠପଢ଼ା ସହିତ ତାଙ୍କର ଚିତ୍ରକଳା ପ୍ରତି ଦୁର୍ବଳତା ଥିଲା। ଏହି ଆଗ୍ରହରୁ ସେ ୧୯୭୧ ମସିହାରେ ଦିଲ୍ଲୀରେ ଏକ ଆର୍ଟ କଲେଜରେ ନାମ ଲେଖାଇଥିଲେ।
ପି.କେ ମହାନନ୍ଦିଆଙ୍କ ଚିତ୍ର କଳା ସମ୍ପର୍କରେ ସମ୍ୟକ ସୂଚନା ପାଇଥିଲେ ଚାରଲୋଟ ଭୋନ୍ ସଚେଡଭିନ । ତେଣୁ ମହାନନ୍ଦିଆଙ୍କ ହାତରେ ନିଜର ଏକ ପେଣ୍ଟିଂ ପାଇଁ ସେ ସୁଦୂର ସ୍ୱିଡେନରୁ ଭାରତ ଛୁଟି ଆସିଥିଲେ।
ମହାନନ୍ଦିଆଙ୍କ ହାତରେ ନିଜ ଚିତ୍ର ଆଙ୍କିବା ମଧ୍ୟରେ ତାଙ୍କ ପ୍ରେମରେ ପଡ଼ିଗଲେ ଚାରଲୋଟ । ଏହା ମଧ୍ୟରେ ମହାନନ୍ଦିଆଙ୍କ ସରଳତା ତାଙ୍କ ହୃଦୟକୁ ଛୁଇଁ ଯାଇଥିବା ବେଳେ ମହାନନ୍ଦିଆ ବି ତାଙ୍କ ସୁନ୍ଦରତାର ଦିୱାନା ପାଲଟି ଯାଇଥିଲେ। ଏହାପରେ ଉଭୟ ପରସ୍ପରର ପ୍ରେମରେ ପଡ଼ି ଯାଇଥିଲେ।
ଚାରଲୋଟ ନିଜ ଦେଶକୁ ଫେରିବା ପୂର୍ବରୁ ଉଭୟ ସାତ ଜନ୍ମର ସାଥୀ ହେବାକୁ ନିଷ୍ପତ୍ତି ନେଇଥିଲେ। ଏପରିକି ବିଦେଶିନୀ ଚାରଲୋଟ ଭାରତୀୟ ପରମ୍ପରା, ସଂସ୍କୃତିକୁ ଆପଣାଇ ଶାଢୀ ପିନ୍ଧି ମହାନନ୍ଦିଆଙ୍କ ପରିବାରକୁ ଭେଟିଥିଲେ । ଏହାପରେ ଆଦିବାସୀ ରୀତିନୀତି ଅନୁଯାୟୀ ଉଭୟ ବିବାହ କରିଥିଲେ। ଏହାପରେ ଚାରଲୋଟ ନିଜ ଦେଶକୁ ଫେରି ଯାଇଥିଲେ। ଆଉ ପାଠପଢ଼ା ସାରି ପତ୍ନୀଙ୍କ ପାଖକୁ ଯିବେ ବୋଲି ନିଜ ବିଦେଶୀ ପତ୍ନୀଙ୍କୁ କଥା ଦେଇଥିଲେ ମହାନନ୍ଦିଆ।
ଏହାପରେ ଚିଠି ମାଧ୍ୟରେ ଉଭୟ ପରସ୍ପର ସହ ଭାବ ଦିଆନିଆ କରୁଥିଲେ। ହେଲେ ପତ୍ନୀଙ୍କଠୁ ଦୂରରେ ରହି ବିରହ ଯନ୍ତ୍ରଣାରେ ଛଟପଟ ହେଉଥିବା ମହାନନ୍ଦିଆ ଶେଷରେ ସ୍ୱିଡେନ ଯିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଫ୍ଲାଇଟ ଟିକେଟ କିଣିବା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବାରେ ସେ ଅସମର୍ଥ ହେଲେ ।
ହେଲେ ପତ୍ନୀଙ୍କ ପ୍ରତି ଥିବା ଭଲ ପାଇବା ପାଇଁ ସେ ସବୁ ପ୍ରକାର ଚ୍ୟାଲେଞ୍ଜକୁ ସାମନା କରିବାକୁ ପ୍ରସ୍ତୁତ ଥିଲେ । ଶେଷରେ ୧୯୭୭ ମସିହାରେ ନିଜ ସବୁ ଜିନିଷ ବିକ୍ରି କରି ଏକ ପୁରୁଣା ସାଇକେଲ କିଣିଥିଲେ। ଦୀର୍ଘ ୫ ମାସ କାଳ ସାଇକେଲ ଚଲାଇ ପାକିସ୍ତାନ, ଆଫଗାନିସ୍ତାନ, ଇରାକ, ତୁର୍କୀ ପରି ୮ଟି ଦେଶ ଅତିକ୍ରମ କରିଥିଲେ। ବାଟରେ ବହୁ ଥର ସାଇକେଲ ଭାଙ୍ଗି ଯାଇଥିଲେ ବି ତାଙ୍କ ଅଦମ୍ୟ ଇଚ୍ଛାଶକ୍ତି କିନ୍ତୁ ଟଳମଳ ହୋଇ ନ ଥିଲା। ତେଣୁ ଦୀର୍ଘ ଦିନର କଠିନ ପରିସ୍ଥିତିର ସମ୍ମୁଖୀନ ହୋଇ ସେ ସ୍ୱିଡେନରେ ପହଞ୍ଚିଥିଲେ। ଆଉ ସେବେଠୁ ସେଠାରେ ସେ ସ୍ୱିଡେନର ନାଗରିକତ୍ୱ ଗ୍ରହଣ କରି ବସବାସ କରୁଛନ୍ତି।
ଏନେଇ ମହାନନ୍ଦିଆ କହିଛନ୍ତି, ୟୁରୋପ ସମ୍ପର୍କରେ ମୋର କିଛି ଜ୍ଞାନ ନ ଥିବା ବେଳେ ଏହା ମୋ’ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା। କିନ୍ତୁ ପ୍ରତି କ୍ଷେତ୍ରରେ ସେ ମୋ’ ସହ ପାଦ ମିଳାଇ ଚାଲିଛନ୍ତି। ସେ ମୋ‘ ପାଇଁ ସବୁବେଳେ ଖାସ୍। ୪୩ ବର୍ଷ ପୂର୍ବେ ତାଙ୍କୁ ଯେମିତି ପାଗଳ ପରି ଭଲ ପାଉଥିଲି, ଆଜି ବି ଠିକ୍ ସେହିପରି ଭଲ ପାଉଛି।
ଏହି ଦମ୍ପତି ଏବେ ସ୍ୱିଡେନରେ ନିଜ ୨ ପିଲାଙ୍କ ସହ ବେଶ ହସଖୁସିରେ ସମୟ କାଟୁଛନ୍ତି। ସେଠାରେ ମଧ୍ୟ ମହାନନ୍ଦିଆ ଜଣେ ଚିତ୍ରକର ଭାବେ କାମ କରୁଛନ୍ତି। ଏଥିସହ ସେ ସ୍ୱିଡେନ୍ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ଭାବେ ମଧ୍ୟ କାମ କରୁଛନ୍ତି।
ନିର୍ବନ୍ଧ ପାଇଁ ରାଘବଙ୍କ ଘର ଓ ବାହାରେ ଆକର୍ଷଣୀୟ ସାଜସଜ୍ଜା ହୋଇଛି। ତାସହ ରାଘବ ଚଢାଙ୍କ ସରକାରୀ ବାସଭବନକୁ ଆଲୋକ ଏବଂ ଫୁଲରେ ସଜ୍ଜା ଯାଇଛି। ସନ୍ଧ୍ୟାରେ ଏହି ଉତ୍ସବ ହୋଇଥିଲା।
ନିର୍ବନ୍ଧରେ ପରିଣୀତି ପିନ୍ଧିଥିବା ଲେହେଙ୍ଗାକୁ ଡିଜାଇନ କରିଛନ୍ତି ଖ୍ୟାତନାମା ଡିଜାଇନର ମନୀଷ ମାଲହୋତ୍ରା। ସେହିପରି ରାଘବ ଚଢା ଅଚକନ ପରିଧାନ କରିଛନ୍ତି। କାର୍ଯ୍ୟକ୍ରମରେ ପ୍ରାୟ ୧୫୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଯେଉଁଥିରେ ପରିବାର, ବନ୍ଧୁବାନ୍ଧବଙ୍କ ସମେତ କିଛି ଖାସ୍ ଅତିଥି ଅଛନ୍ତି। ଏଥିରେ ଅତିଥି ଭାବେ ଯୋଗଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱତ ମନଙ୍କ ସହ ଅନେକ ସେଲିବ୍ରିଟି । ସେପଟେ ପରିଣୀତି-ରାଘବଙ୍କ ନିର୍ବନ୍ଧରେ ଯୋଗଦେଇଛନ୍ତି ପ୍ରିୟଙ୍କା ଚୋପ୍ରା।
Everything I prayed for .. She said yes! 💍
— Raghav Chadha (@raghav_chadha) May 13, 2023
ਵਾਹਿਗੁਰੂ ਜੀ ਮਿਹਰ ਕਰਨ। 🙏🏻 pic.twitter.com/OquwJwHTDL
୨୦୧୨ରେ ଆପରେ ଯୋଗଦେଇଥିଲେ ରାଘବ। ରାଜନୀତିରେ ପାଦ ଦେବା ପୂର୍ବରୁ ରାଘବ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଥିଲେ। ସେହିପରି ବଲିଉଡର ଜଣେ ଆଗଧାଡିର ଅଭିନେତ୍ରୀ ଭାବେ ପରିଣିତୀଙ୍କ ପରିଚିତି ରହିଛି। କଲେଜ ବେଳଠୁ ଅଭିନେତ୍ରୀ ପରିନୀତି ଚୋପ୍ରା ଏବଂ ଆପ୍ ନେତା ରାଘବ ଚଢା ପରସ୍ପରଙ୍କୁ ଜାଣିଛନ୍ତି। ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସର ଉଭୟ ହେଉଛନ୍ତି ଛାତ୍ର।
ସଇଁତଳା ଥାନା କେଛୋମୁହାଣ ଗାଁର ମନିଷା ଭୋଇ ତୁଷୁରା ଥାନା ମାଢେକେଲା ଗାଁରେ ନିଜ ମାମୁ ଘରେ ରହି ଯୁକ୍ତ ତିନିରେ ପାଠ ପଢୁଥିଲେ। କଲେଜରେ ପଢ଼ୁଥିବା ବେଳେ ସେ ଦୁଇ ବର୍ଷ ଧରି ମାଢ଼େକେଲା ଗାଁର ରାଜକୁମାର ବାଗଙ୍କୁ ପ୍ରେମ କରୁଥିଲେ। ରାଜକୁମାର ମଧ୍ୟ ମନିଷାଙ୍କୁ ଭଲ ପାଉଥିଲେ। ବାହା ହୋଇ ଘର ସଂସାର ଗଢ଼ିବାର ଅନେକ ସ୍ୱପ୍ନ ଦେଖିଥିଲେ। ହେଲେ ହଠାତ୍ ଏମିତି କ’ଣ ହେଲା ଯେ ନେଲେ ଚରମ ନିଷ୍ପତ୍ତି। ସୋମବାର କଲେଜରୁ ଫେରିବା ବାଟରେ ସ୍ଥାନୀୟ କାଜୁ ବଗିଚାରେ ମନିଷା ଓ ରାଜକୁମାର ବିଷ ପିଇ ଦେଇଥିଲେ।
ବିଷ ପିଇବା ପରେ ଉଭୟ ଗୁରୁତର ହୋଇ କାଜୁ ବଗିଚାରେ ପଡ଼ିଥିଲେ। ସନ୍ଧ୍ୟା ବେଳେ ସ୍ଥାନୀୟ ଲୋକେ ଦେଖି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ ଉଭୟଙ୍କୁ ଉଦ୍ଧାର କରି ତୁଷୁରା ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବିଳମ୍ବିତ ରାତିରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ରାଜକୁମାରଙ୍କୁ ମୃତ ଘୋଷଣା କରିଥିଲେ।
ସେପଟେ ପ୍ରେମିକା ମନିଷାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ ହେବାରୁ ବୁର୍ଲା ହସ୍ପିଟାଲକୁ ନିଆଯାଇଥିଲା। ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମନିଷାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତୁଷୁରା ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଉଭୟଙ୍କ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପ୍ରେମରେ ପରିବାର ଲୋକେ ବାଧକ ସାଜିବାରୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।
ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର
ଅଭିଯୋଗ ଅନୁସାରେ କ୍ରୀଡା ଶିକ୍ଷକ ସୌରଭ ପଧାନ ବଲାଙ୍ଗିର ଟାଉନ୍ର ଜଣେ ଯୁବତୀଙ୍କୁ ଦୀର୍ଘ ଦିନ ଧରି ପ୍ରେମ କରୁଥିଲେ। ପରେ ଉଭୟ ଲିଭି ଇନ୍ ରିଲେସନସିପ୍ରେ ରହୁଥିଲେ। ପ୍ରାୟ ବର୍ଷେ ଧରି ଉଭୟ ଏକାଠୀ ରହୁଥିଲେ। ସେହି ସମୟରେ ଯୁବତୀ ଜଣକ ବାହା ହେବା ପାଇଁ ଜିଦ୍ ଧରିଥିଲେ। ମାତ୍ର ସୌରଭ ମନା କରିଥିବା ଅଭିଯୋଗ ହୋଇଛି। ପ୍ରତାରଣାର ଶିକାର ହୋଇଥିବା ପୀଡ଼ିତର ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ କ୍ରୀଡା ଶିକ୍ଷକ ଫେରାର ହୋଇଯାଇଥିବା ଜଣାପଡିଛି।
ଅନ୍ୟପକ୍ଷରେ ଯୁବତୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି କ୍ରୀଡ଼ା ଶିକ୍ଷକଙ୍କ ପରିବାର ଲୋକେ। ଏନେଇ ପୁଇଁନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯୁବତୀ ଜଣକ ଦୀର୍ଘ ଦିନ ଧରି ବ୍ଲାକମେଲ୍ କରୁଥିବା କ୍ରୀଡ଼ା ଶିକ୍ଷକଙ୍କ ପରିବାର ଏତଲାରେ ଦର୍ଶାଇଛନ୍ତି।
ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର
ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ତାମସା ଗାଁ ନିକଟ ଜଙ୍ଗଲରେ ଘଟିଛି। ମୃତକଦ୍ୱୟ ହେଲେ ନବୀନ ମାଡକାମୀ ଓ ନନ୍ଦେ ମାଡକାମୀ ।
ଦୀର୍ଘ ଦିନ ହେବ ନବୀନ ଓ ନନ୍ଦେଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ବେଳେ ଉଭୟଙ୍କ ପରିବାର ଲୋକେ କିନ୍ତୁ ଏଥିରେ ରାଜି ନ ଥିଲେ। ନନ୍ଦେଙ୍କ ପରିବାର ଲୋକେ ଅନ୍ୟତ୍ର ତାଙ୍କ ବିବାହ ସ୍ଥିର କରି ଦେଇଥିଲେ। ବୁଧବାର ପଡ଼ିଥାନ୍ତା ହାତଗଣ୍ଠି। ମାତ୍ର ପରସ୍ପରଠୁ ଦୂରେଇ ଯିବା ଘଟଣାକୁ ବରଦାସ୍ତ କରିବା ମୁଡରେ ନ ଥିଲେ ନବୀନ ଓ ନନ୍ଦେ । ଏକସଙ୍ଗ ବଞ୍ଚି ନ ପାରିଲେ, ମରି ପାରିବା ଭାବି ଭୟ ଘର ଛାଡ଼ିଥିଲେ।
ପରିବାର ଲୋକେ ଉଭୟଙ୍କୁ ବହୁ ଖୋଜାଖୋଜି କରିବା ପରେ ଆଜି ଜଙ୍ଗଲର ଏକ ଗଛରେ ଉଭୟଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ପହଞ୍ଚି ଉଭୟଙ୍କ ମୃତଦେହକୁ ଚିହ୍ନଟ କରିଥିଲେ। ଖବର ପାଇ ପୁଲିସ୍ ପହଞ୍ଚି ମୃତଦେହଦ୍ୱୟକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରାଥମିକ ଅନୁସନ୍ଧାନରୁ ପ୍ରାୟ ୨,୩ ଦିନ ହେବ ଉଭୟଙ୍କ ମୃତ୍ୟୁ ହୋଇ ସାରିଥିବା ପୁଲିସ୍ ଅନୁମାନ କରୁଛି।
ରାତି ପାହିଲେ ଝିଅ ବାହା ହୋଇ ଶାଶୁ ଘରକୁ ଯାଇଥାନ୍ତି । ନୂଆ ସଂସାର ଗଢ଼ିଥାନ୍ତା। ଏଥିନିମନ୍ତେ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ବି ଲାଗି ସାରିଥିଲା। ମାତ୍ର ହଠାତ୍ ଝିଅ ନିଖୋଜ ହେବା ଓ ପରେ ତା’ ମୃତଦେହ ମିଳିବା ଘଟଣାକୁ ନନ୍ଦେଙ୍କ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନାହାନ୍ତି।
ତେଲକୋଇ ବ୍ଲକର ଏକ ଗ୍ରାମାଞ୍ଚଳ ପୋଷ୍ଟ ଅଫିସରେ ଗତ ୨ ତାରିଖରେ କେହି ଦୁର୍ବୃତ୍ତ ତାଲା ଭାଙ୍ଗି ଦେଇଥିଲା। ଏ ଘଟଣାକୁ ନେଇ ସେହି ପୋଷ୍ଟ ଅଫିସ ଦାୟିତ୍ୱରେ ଥିବା ମହିଳା ପୋଷ୍ଟ ମାଷ୍ଟର ତେଲକୋଇ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ସେଠି ତାଙ୍କ ଅଭିଯୋଗକୁ ଏଏସଆଇ ରସାନନ୍ଦ ନାୟକ ଗ୍ରହଣ କରିଥିଲେ । ତଦନ୍ତ ପାଇଁ ମହିଳା ପୋଷ୍ଟ ମାଷ୍ଟରଙ୍କ ଫୋନ ନମ୍ବର ନେଇଥିଲେ ଓ ନିଜ ନମ୍ବର ମଧ୍ୟ ଦେଇଥିଲେ।
ଇତି ମଧ୍ୟରେ ୧୫ ଦିନରୁ ଊର୍ଦ୍ଧ୍ୱ ଦିନ ବିତି ଯାଇଥିବା ବେଳେ ତଦନ୍ତ ଆଗେଇ ପାରିନି। ହେଲେ ତଦନ୍ତ ଆଳରେ ବିଭିନ୍ନ ସମୟରେ ମହିଳା ପୋଷ୍ଟ ମାଷ୍ଟରଙ୍କୁ ଫୋନ୍ କରୁଥିଲେ ଏଏସ୍ଆଇ। କଥାବାର୍ତ୍ତା ସମୟରେ ବିଭିନ୍ନ ଅଶ୍ଳୀଳ ଇଙ୍ଗିତ କରିବାକୁ ପଛାଉ ନ ଥିଲେ।
ଏଏସ୍ଆଇଙ୍କ ଏପରି ବ୍ୟବହାର ମହିଳା ପୋଷ୍ଟ ମାଷ୍ଟରଙ୍କୁ ଖୁବ୍ ମର୍ମାହତ କରିଥିଲା। ଏନେଇ ସେ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ନେଇ ତେଲକୋଇ ଥାନାରେ ଏକ ମାମଲା ରୁଜୁ ହୋଇଛି ।
ଜଣେ ମହିଳା ଯଦି ଥାନାକୁ ନ୍ୟାୟ ମାଗିବା ପାଇଁ ଯିବ ଓ ଦୁର୍ବ୍ୟବହାରର ଶିକାର ହେବ ତେବେ ସେ ନ୍ୟାୟ ପାଇଁ କେଉଁଠିକୁ ଯିବ? ଏପରି ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମହିଳା ପୋଷ୍ଟ ମାଷ୍ଟର ଜଣଙ୍କ ଦାବି କରିଛନ୍ତି।
ଅନ୍ୟପଟେ ତଦନ୍ତ ପାଇଁ ଫୋନ କରିଥିଲି, କୌଣସି ଦୁର୍ବ୍ୟବହାର କରିନାହିଁ ବୋଲି ଏଏସଆଇ ରସାନନ୍ଦ ନାୟକ କହିଛନ୍ତି। ତେବେ ଏହି ଘଟଣାକୁ ନେଇ ତେଲକୋଇ ଥାନା ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଏହାପରେ ପୁଲିସ୍ ଖୋଜି ଖୋଜି ପ୍ରେମିକ ପ୍ରବରଙ୍କୁ ଠାବ କରି ବୁଲେଟ ଜବତ ସହ ଜରିମାନା ବି ବସାଇଛି। ଫଳରେ କାନମୁଣ୍ଡ ଆଉଁସି ଆଉ ଏପରି ଭୁଲ କରିବେନି ବୋଲି କହିଛନ୍ତି ଯୁବକ ।
ହୋଲି ଦିନ ପ୍ରେମିକଜଣକ ବାଇକ୍ ଚଳାଉଥିବା ବେଳେ ପ୍ରେମିକା ଗାଡ଼ିର ଟାଙ୍କି ଉପରେ ପ୍ରେମିକ ଆଡ଼କୁ ମୁହଁ କରି ବସିଥିଲା। ଏଥିସହ ପ୍ରେମିକକୁ ଯୁବତୀଜଣକ ନିଜ ବହୁ ବନ୍ଧନରେ ଛନ୍ଦି ରଖିଥିବା ବେଳେ ଉଭୟ ଭରପୁର ରୋମାନ୍ସର ମଜା ଉଠାଉଥିଲେ। ଏହି ସମୟରେ ଗାଡ଼ିଟି କ୍ଷୀପ୍ର ବେଗରେ ଆଗକୁ ମାଡ଼ି ଚାଲିଥିବା ବେଳେ ସୌଭାଗ୍ୟବଶଃତ କୌଣସି ଅଘଟଣ ଘଟି ନାହିଁ । ଏହି ସମୟରେ ପ୍ରେମୀ ଯୁଗଳ ଟ୍ରାଫିକ ନିୟମର ଖୋଲାଖୋଲି ଉଲ୍ଲଘଂନ କରିଥିବା ବେଳେ ଏହାର ଭିଡିଓ ଖୁବ୍ ଶୀଘ୍ର ଭାଇରାଲ ହୋଇଗଲା।
ଭିଡିଓ ଭାଇରାଲ ହେବା ପରେ ଜୟପୁର ଟ୍ରାଫିକ ପୁଲିସ୍ ଏହାର ତଦନ୍ତ ଆରମ୍ଭ କରିଥିଲା। ଏହାପରେ ବାଇକ୍ ନମ୍ବର ଖୋଜି ଖୋଜି ଯୁବକଙ୍କ ଘରେ ପହଞ୍ଚିଥିଲା। ସେଠାରୁ ଟ୍ରାଫିକ୍ ପୁଲିସ୍ ବାଇକ୍ଟିକୁ ଜବତ କରି ଥାନାକୁ ଆଣିଥିବା ବେଳେ ୫ ହଜାର ଟଙ୍କା ଜରିମାନା ପକାଇଛି । ଏହି ଘଟଣାରେ ପୁଲିସ୍ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ହୋଲି ଦିନ ନିଶାସକ୍ତ ଥିବା ବେଳେ କିପରି କ’ଣ ହୋଇ ଯାଇଛି କିଛି ଜାଣି ନ ଥିବା ପୁଲିସ୍ ନିକଟରେ ଯୁବକଜଣକ ସଫେଇ ଦେଇଛନ୍ତି। ଉଭୟ ଯୁବକଯୁବତୀ ବିନା ହେଲମେଟରେ ଥିବା ନେଇ ବିପଦପୂର୍ଣ୍ଣ ଭାବେ ଗାଡ଼ି ଚାଳନା କରୁଥିବା ତଥା ନିଶାସକ୍ତ ଥିବା ନେଇ ଟ୍ରାଫିକ ପୁଲିସ୍ ମାମଲା ରୁଜୁ କରିଛି।
ସଦେଇପାଲି ଗାଁର ଦାସ ବାଗ। ପେଶାରେ ଜଣେ ଡ୍ରାଇଭ। ସେ ମଧୂଙ୍କୁ(ଛଦ୍ମନାମ) ପ୍ରେମ କରୁଥିଲେ। ମଧୂ ମଧ୍ୟ ଭଲ ପାଉଥିଲେ। ଦାସ ବାଗ ବିବାହିତ ଜାଣି ମଧ୍ୟ ସେ ପ୍ରେମ କରୁଥିଲେ। ଯେଉଁଥିପାଇଁ ଦୁହିଁଙ୍କ ଭିତରେ ଗଢି ଉଠିଥିଲା ଶାରୀରିକ ସମ୍ପର୍କ। ଲୁଚା ଛପାରେ ଦୁହେଁ ଲେଖୁଥିଲେ ନୂଆ ନୂଆ ପ୍ରେମ କାହାଣୀ।
ସୋମବାର ବିଳମ୍ୱିତ ରାତି ଅର୍ଥାତ ପ୍ରାୟ ଦୁଇଟା ବେଳେ କନ୍ଧପାଳି ପଡା ପୋଖରୀ ନିକଟରେ ମଧୂଙ୍କୁ ଭେଟିଥିଲେ ଦାସ। ଅନ୍ଧାରର ସୁଯୋଗ ନେଇ ମଧୂଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହିଥିଲା ଦାସ! ହେଲେ ଏଥିରେ ରାଜି ହୋଇନଥିଲା ମଧୂ! ଯେଉଁଥିପାଇଁ ଉଭୟଙ୍କ ଭିତରେ ପାଟିତୁଣ୍ଡ ଓ ତୁତୁ ମେମେ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଛୁରୀରେ ମଧୂଙ୍କୁ ଆକ୍ରମଣ କରିଥିଲା ପ୍ରେମିକ ଦାସ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରେମିକାକୁ ଛାଡି ଫେରାର ମାରିଥିଲା ପ୍ରେମିକ।
ଆଜି ସକାଳେ ଗାଁ ଲୋକଙ୍କଠାରୁ ଖବର ପାଇ ପ୍ରେମିକାଙ୍କୁ ପୁଲିସ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗ ଜନକ ରହିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଅଭିଯୁକ୍ତ ପ୍ରେମିକ ଦାସ ବାଗକୁ ଗିରଫ କରିଛି ଟାଉନ ଥାନା ପୁଲିସ।
ଛୁରୀ ମାଡ଼କୁ ନେଇ ଦାସ କହିଛି, ବାହାହେବାକୁ ବାଧ୍ୟ କରୁଥିଲା। ବ୍ଲାକମେଲ କରିବାରୁ ଛୁରା ମାଡ କରିଦେଲି।
ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର
କର୍ଣ୍ଣାଟକାର ପୂର୍ବ ବେଙ୍ଗାଲୁରୁ ଅନ୍ତର୍ଗତ ମୁରୁଗେଶପଲାୟା ଠାରେ ଏପରି ଘଟଣା ଘଟିଛି। ଜଣେ ୨୮ ବର୍ଷୀୟ ଯୁବକ ତାଙ୍କ ୨୫ ବର୍ଷୀୟ ପ୍ରେମିକାଙ୍କୁ ଛୁରୀ ଭୁଷି ହତ୍ୟା କରିଛନ୍ତି। ପ୍ରେମିକଙ୍କ ଅଫିସ ସାମ୍ନାରେ ସମସ୍ତଙ୍କ ଆଗରେ ଯୁବକ ଜଣଙ୍କ ଏପରି କାଣ୍ଡ ଘଟାଇଛନ୍ତି।
ପ୍ରାଣ ହରାଇଥିବା ଯୁବତୀ ଜଣଙ୍କ ହେଲେ ଲୀଲା ପବିତ୍ର ନାଲାମତି। ତାଙ୍କ ଘର ଆନ୍ଧ୍ର ପ୍ରଦେଶର କାକିନାଡାରେ। ସେ ଏଠାରେ ଥିବା ଓମେଗା ହେଲ୍ଥ କେୟାର ମ୍ୟାନେଜମେଣ୍ଟ ସର୍ଭିସ ପ୍ରାଇଭେଟ ଲିଃରେ କାମ କରୁଥିଲେ। ତାଙ୍କୁ ୨୮ ବର୍ଷୀୟ ଦିନାକର ବଂଶଲ ଛୁରୀ ଭୁଷି ହତ୍ୟା କରିଛନ୍ତି। ଦିନାକରଙ୍କ ଘର ମଧ୍ୟ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଅଞ୍ଚଳରେ ଓ ସେ ଡୋମଲୁର ଠାରେ ଥିବା ଆଉ ଗୋଟିଏ ହେଲ୍ଥକେୟାର କମ୍ପାନୀରେ କାମ କରୁଥିଲେ। ଲୀଲା ଜେବି ନଗରରେ ଥିବା ଗୋଟିଏ ପିଜିରେ ରହୁଥିବା ବେଳେ ଦିନକାର ଡୋମଲୁରରେ ରୁହନ୍ତି।
ଡିସିପି (ପୂର୍ବ) ଭୀମଶଙ୍କର ଏସ ଗୁଲେଡ କହିଛନ୍ତି, ହତ୍ୟାକାଣ୍ଡଟି ମଙ୍ଗଳବାର ସନ୍ଧ୍ୟା ୭.୩୦ରେ ଲୀଲାଙ୍କ ଅଫିସ ବାହାରେ ଘଟିଛି। ଲୀଲା ଓ ଦିନାକର ପରସ୍ପରକୁ ୫ ବର୍ଷ ହେଲା ଭଲ ପାଉଥିଲେ। ସେମାନେ ବାହା ହେବାକୁ ମଧ୍ୟ ଚାହୁଁଥିଲେ। ହେଲେ ଝିଅ ଘର ଲୋକ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ। ଦିନାକର ଅଲଗା ଜାତିର ହୋଇଥିବାରୁ ଲୀଲା ଘର ଲୋକ ତାଙ୍କ ସହ ସମ୍ପର୍କ ରଖିବାକୁ ଝିଅକୁ ବାରଣ କରିଥିଲେ।
ଲୀଲା ଏକଥା ଦିନାକରଙ୍କୁ ଜଣାଇବା ସହ ବାହାଘର ପାଇଁ ଘର ଲୋକ ରାଜି ନଥିବା କହିଥିଲେ। ଏଥିସହ ସେ କେବେ ହେଲେ ଘର ଲୋକଙ୍କ କଥାକୁ ଅମାନ୍ୟ କରିପାରିବେ ନାହିଁ ବୋଲି ଦିନାକରଙ୍କୁ ବୁଝାଇ ତାଙ୍କୁ ଭୁଲି ଯିବାକୁ କହିଥିଲେ। ଏକଥା ଶୁଣି ଦିନାକର ଭାଙ୍ଗି ପଡ଼ିଥିଲେ। ଏଥିସହ ଲୀଲାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ।
କିନ୍ତୁ ଲୀଲା ଘର ଲୋକଙ୍କ କଥା କହି ଦିନାକରଙ୍କୁ ଆଉ ସମ୍ପର୍କ ରଖିବା ସମ୍ଭବ ନୁହେଁ ବୋଲି କହିଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଦୂରତା ବଢ଼ିବା ଆରମ୍ଭ ହୋଇଥିଲା। ତେବେ ମଙ୍ଗଳବାର ସନ୍ଧ୍ୟାରେ ଦିନକାର ଗୋଟିଏ ଛୁରୀ ଧରି ଲୀଲାଙ୍କ ଅଫିସ ପାଖରେ ପହଞ୍ଚିଥିଲେ। ସେ ଅଫିସ ବାହାରକୁ ଆସିବା ପରେ ଦିନାକର ପୁଣି ବାହାଘର କଥା କହିଥିଲେ।
ହେଲେ ଲୀଲା ରାଜି ହୋଇ ନଥିଲେ। ଏହାକୁ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଶେଷରେ ଦିନକାର ଛୁରୀରେ ଲୀଲାଙ୍କୁ ଆକ୍ରମଣ କରିଥିଲେ। ସେଠାରେ ଅନେକ ଲୋକ ଥିଲେ ମଧ୍ୟ କେହି ବି ଏଥିରେ ହସ୍ତକ୍ଷେପ କରି ନଥିଲେ। ଲୀଲାଙ୍କ ଶରୀରରେ ୧୬ଥର ଛୁରୀ ଭୁଷିବାରୁ ତାଙ୍କର ମୃତ୍ୟୁ ହୋଇଛି। ପୁଲିସ୍ ଦିନାକରଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଥିବା ଡିସିପି ଭୀମଶଙ୍କର କହିଛନ୍ତି।
କେପି ସିଂ କହିଛନ୍ତି, ' ପତ୍ନୀଙ୍କ ମୃତ୍ୟୁ ପରେ ମୋ’ ଜୀବନରେ ଏକ ଶୂନ୍ୟସ୍ଥାନ ଥିଲା। ବର୍ଷ ବର୍ଷ ଧରି ଜଣଙ୍କ ସହ ରହିବା ପରେ ତାଙ୍କୁ ହରାଇବା ଦୁଃଖ ଭାଷାରେ ପରିପ୍ରକାଶ କରି ହେବ ନାହିଁ । କିନ୍ତୁ ବର୍ତ୍ତମାନ ମୋ ଜୀବନରେ ଜଣେ ନୂଆ ସାଥୀ ପ୍ରବେଶ କରିଛନ୍ତି । ମୁଁ ତାଙ୍କ ପ୍ରେମରେ ପଡିଯାଇଛି।
ମୋ’ ନୂଆ ସାଥୀଙ୍କ ନାମ ସିନା। ସେ ମୋ ଜୀବନର ଖାସ୍ ଲୋକମାନଙ୍କ ମଧ୍ୟରୁ ଜଣେ । ସେ ଶକ୍ତିଶାଳୀ ଏବଂ ତାଙ୍କ ବ୍ୟକ୍ତିତ୍ୱ ମୋତେ ଖୁବ୍ ପ୍ରରିତ କରିଥାଏ। ସିନା ପ୍ରତ୍ୟେକ ପଦକ୍ଷେପରେ ମୋତେ ସମର୍ଥନ କରନ୍ତି । ସେ ମୋତେ ଆଗକୁ ଯିବାକୁ ଉତ୍ସାହିତ କରନ୍ତି। ବର୍ତ୍ତମାନ ସେ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛନ୍ତି ବୋଲି କହିଛନ୍ତି ଏହି ବିଲେନିୟର ବିଜନେସମ୍ୟାନ । କେପି ସିଂଙ୍କ ପ୍ରଥମ ପତ୍ନୀ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିଲେ। ଏହା ପରଠୁ ନିସଙ୍ଗ ଜୀବନ ବିତାଉଥିବା କେ.ପି ସିଂଙ୍କ ଜୀବନ ଏବେ ରଙ୍ଗୀନ ହୋଇ ଉଠିଛି।
ରିଅଲ ଇଷ୍ଟେଟର ଶୀର୍ଷ ଧନୀ ବିଲେନିୟରଙ୍କ ମଧ୍ୟରେ କେପି ସିଂ ଅନ୍ୟତମ । ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସରେ କେପି ସିଂ ୨୯୯ ତମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ସମ୍ପତ୍ତିର ନେଟ୍ ମୂଲ୍ୟ ୭.୬୩ ବିଲିୟନ ଡ଼ଲାର୍ (ପ୍ରାୟ 63,200 କୋଟି ଟଙ୍କା) |
ରିପୋର୍ଟ ଅନୁଯାୟୀ, କେ. ପି ସିଂ ନିଜ ଶ୍ୱଶୁର ରାଘବେନ୍ଦ୍ର ସିଂଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଦିଲ୍ଲୀ ଲ୍ୟାଣ୍ଡ ଆଣ୍ଡ ଫାଇନାନ୍ସ (DLF) ନାମକ କମ୍ପାନୀରେ ଯୋଗଦେବା ପାଇଁ ୧୯୬୧ ମସିହାରେ ସେନା ପୋଷ୍ଟିଂ ଛାଡିଥିଲେ। ସେ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି କମ୍ପାନୀର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିବା ପରେ ୨୦୨୦ ଜୁନ୍ରେ ଅବସର ନେଇଥିଲେ। ଏବେ ତାଙ୍କ ପୁଅ ରାଜୀବ ସିଂହ କମ୍ପାନୀର ମୁଖ୍ୟ ଅଛନ୍ତି। କୁଶାଲ ପାଲ ସିଂହ ।
ଏକ ସାକ୍ଷାତକାରରେ କେ.ପି ସିଂ କହିଛନ୍ତି, ମୁଁ ଜୀବନରେ କେବେ ହାର ମାନିବି ନାହିଁ ବୋଲି ମୋ’ ପତ୍ନୀ ମୃତ୍ୟୁର ୬ ମାସ ପୂର୍ବରୁ ମୋ’ଠାରୁ ପ୍ରତିଶ୍ରୁତି ନେଇଥିଲେ । ପତ୍ନୀଙ୍କ ଏହି କଥା ସବୁବେଳେ ମୋ’ ସହ ରହିଛି। ମୋର ବିବାହିତ ଜୀବନ ଚମତ୍କାର ଥିଲା। ମୋ’ ପତ୍ନୀ ମୋର ସବୁଠୁ ଭଲ ବନ୍ଧୁ ଥିଲେ । ସେ ଚାଲିଯିବା ପରେ ମୁଁ ଖୁବ୍ ହତାଶ ହୋଇଥିଲି କିନ୍ତୁ ବର୍ତ୍ତମାନ ଜୀବନ ବଦଳି ଯାଇଛି। ଏବେ ଏକ ନୂତନ ଓ ସୁନ୍ଦର ଜୀବନ ମୋତେ ଅପେକ୍ଷା କରିଛି ।
ମଇଦଲପୁର ପଞ୍ଚାୟତର ନୀଳାଦ୍ରୀଗୁଡା ଗାଁର ତ୍ରିପତି ମାଝୀ ଅନେକ ସମୟରେ ଭାଲୁଝର ଗ୍ରାମକୁ ଯା’ଆସ କରୁଥିଲେ। ତାହାରି ଭିତରେ ସେ ଉକ୍ତ ଗାଁର ବେଲ ମୁଦୁଲିଙ୍କୁ ଭଲ ପାଇଥିଲେ। ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ହେଲେ ପ୍ରେମରେ ପ୍ରତିବନ୍ଧକ ସାଜିଥିଲା ପରିବାର। ଭିନ୍ନ ଜାତି ହୋଇ ତ୍ରିପତିଙ୍କ ପରିବାର ଲୋକେ ବେଲଙ୍କୁ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ। ଯେଉଁଥିପାଇଁ ଉଭୟ ଭାଙ୍ଗି ପଡ଼ିଥିଲେ।
ମଙ୍ଗଳବାର ଥିଲା ଭାଲେଣ୍ଟାଇନ୍ ଡେ’। ସେହି ଦିନରେ ପ୍ରେମୀ ଯୁଗର ଚରମ ନିଷ୍ପତ୍ତି ନେଇଥିଲେ। ପ୍ରେମରେ ପରିବାର ଲୋକ କଣ୍ଟା ସାଜୁଥିବାରୁ ଅଫେରା ରାଇଜକୁ ଯିବା ପାଇଁ କଠୋର ନିଷ୍ପତ୍ତି ନେଲେ। ସନ୍ଧ୍ୟାରେ ଉଭୟ ମିଛ କଥା କହି ଘରୁ ବାହାରି ଆସିଥିଲେ। ଉଭୟ ଭାଲୁଝର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ମହୁଲ ଗଛରେ ଝୁଲି ପଡ଼ିଥିଲେ।
ଆଜି ସକାଳେ ଗାଁ ଲୋକେ ଝୁଲନ୍ତା ମୃତଦେହ ଦେଖି ପୁଲିସ୍କୁ ଖବର ଦେଇଥିଲେ। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ରିପୋର୍ଟର- ନବରଙ୍ଗପୁରରୁ ନବଘନ ବିଷୋୟୀ
ସୁନୀତାଙ୍କ ମୋବାଇଲ୍ରୁ ଯାଇଥିବା ମିସ୍କଲ ଦେଖି ମଳୟ ଦିଗାଳ କଲ୍ କରିଥିଲେ। ମଳୟ ହେଉଛନ୍ତି ଟିକାପାଲି ବ୍ଲକ ବଡ଼ମୁଣ୍ଡା ଗାଁର। ସେ ପିଲା ବେଳୁ ବାପା-ମାଆଙ୍କୁ ହରାଇଥିଲେ। ଅନାଥ ଆଶ୍ରମରେ କଟିଥିଲା ଶୈଶବ। ସେ ନିଜ ମୋବାଇଲ୍ରେ ମିସ୍କଲ୍ ଦେଖି କଲ୍ କରିଥିଲେ। ଆଉ ସେହି ଫୋନ୍ ଉଠାଇଥିଲେ ସୁନୀତା।
ବାସ୍ ଏଇଠୁ ଲାଗିଥିଲା ଦୁଇ ପ୍ରେମପକ୍ଷୀଙ୍କ ଡେଣା। ତା’ପରେ ଉଡିବା ଆରମ୍ଭ କରିଥିଲେ। କେହି କାହାକୁ କିଛି କହିପାରୁନଥିଲେ ମଧ୍ୟ ମନର ବ୍ୟଥା ସାମ୍ନାକୁ ଆସିଥିଲା। ଗୋଟିଏ ଦିନ କଥା ନହେଲେ ରହିପାରୁ ନ ଥିଲେ। ଧୀରେ ଧୀରେ ଉଭୟଙ୍କ ଭିତରେ ଆତ୍ମୀୟତା ବଢ଼ିଲା। ସୁନୀତାଙ୍କୁ ଦେଖା କରିବାକୁ ଚାହିଁଥିଲେ ମଳୟ। ଆଉ ସୁନୀତା ନିଜୟ ଅକ୍ଷମତା ସମ୍ପର୍କରେ କହି ଦେଇଥିଲେ। ଏହା ସତ୍ତ୍ୱେ ସୁନୀତାଙ୍କ ପ୍ରେମରେ ମଳୟ ପାଗଳ ହୋଇଯାଇଥିଲେ।
ମଳୟଙ୍କ ଡକରାରେ ସୁନୀତା ଟ୍ରାଏ ସାଇକେଲ୍ରେ ଜି.ଉଦୟଗିରି ମାର୍କେଟକୁ ଆସିଥିଲେ। ସେଠାରେ ଉଭୟ ପରସ୍ପରକୁ ଭେଟିଥିଲେ। ପ୍ରଥମ ଦେଖାରେ ମଳୟ ନିଜ ମନର କଥା କହି ପକାଇଥିଲେ। ବିବାହ କରିବା ପାଇଁ ସୁନୀତାଙ୍କୁ ପ୍ରସ୍ତାବ ଦେଇଥିଲେ। ମୌନେ ସମ୍ମତି ଲକ୍ଷଣ ପରି ସୁନୀତା ଚୁପ୍ ରହିଥିଲେ। ପରେ ଘରକୁ ଫେରି ଯାଇଥିଲେ। ଆଉ ନିଜ ପ୍ରେମ ସମ୍ପର୍କରେ ବାପା-ମାଆଙ୍କୁ କହିଥିଲେ। ପରିବାର ଲୋକେ ପ୍ରଥମେ ବିଶ୍ୱାସ କରିନଥିଲେ। ବହୁ ବୁଝାବୁଝି କରିବା ପରେ ମଳୟଙ୍କୁ ଡାକି କଥା ହୋଇଥିଲେ ସୁନୀତାଙ୍କ ପରିବାର ଲୋକ। ଆଉ ତା’ପରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା।
ବିବାହ ପରେ ମଳୟ ଏବେ ତାଙ୍କ ଶ୍ୱଶୁର ଘରେ ରହୁଛନ୍ତି। କାମଦାମ କରି ଚଳୁଛନ୍ତି। ଆଉ ନିଜ ଜୀବନଠୁ ଅଧିକ ଭଲ ପାଉଥିବା ସୁନୀତାଙ୍କ ସବୁ କାମ କରି ଦେଉଛନ୍ତି।
ରିପୋର୍ଟ- ବାଲିଗୁଡ଼ାରୁ ଅଜିତ ନାୟକ
https://www.youtube.com/watch?v=FH7ITmi_vVs
https://www.youtube.com/watch?v=281rOF6rmPY
ପୂରା ଘଟଣା ଏମିତି। ଉଦ୍ଧାର ହୋଇଥିବା ଯୁବତୀଙ୍କ ଘର ବାଂଲାଦେଶରେ। ତାଙ୍କୁ ତାଙ୍କ ମାମୁ ବାଂଲାଦେଶରୁ ଆଣି କୋଲକତାରେ ରହୁଥିବା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳର ଅଜୟ ଦାସଙ୍କୁ ବିକ୍ରି କରି ଦେଇଥିଲେ। ତା’ପରଠାରୁ ଯୁବତୀ ଜଣକ ଅଜୟଙ୍କ ପାଖରେ ରହୁଥିଲେ। ଏହାରି ଭିତରେ ଯୁବତୀଙ୍କ ପ୍ରେମରେ ପଡ଼ିଲେ ଅଜୟଙ୍କ ପୁଅ ସୁରଜ। ପରେ ଉଭୟ କୋଲକାତା ଛାଡ଼ି ଦେଇଥିଲେ। ଉଭୟେ ବେଙ୍ଗାଲୁରୁ ପଳାଇ ଯାଇଥିଲେ। ସେଠାରେ ପାଖାପାଖି ବର୍ଷେ ରହିଥିଲେ। ତା’ପରେ ସେମାନେ ଓଡ଼ିଶା ଫେରି ଆସିଥିଲେ। ଏଠି ଜାରକାରେ ଘରେ ଭଡ଼ା ନେଇ ରହୁଥିଲେ।
ସପ୍ତାହେ ରହିବା ପରେ ଉଭୟ ସୁରଜ ଓ ତାଙ୍କ ପ୍ରେମିକା ଯୁବତୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତା’ପରେ ଯୁବତୀ ଜଣକ ଧର୍ମଶାଳା ଥାନା ଅଧିକାରୀଙ୍କ ଫୋନ୍ ନମ୍ୱର ସଂଗ୍ରହ କରି ଫୋନ କରିଥିଲେ। ପୁଲିସ ଫୋନ୍ ପାଇ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ଠିକଣା ସ୍ଥାନରୁ ବାଂଲାଦେଶୀ ଯୁବତୀଙ୍କୁ ପୁଲିସ ଉଦ୍ଧାର କରି ସଖୀ ଗୃହରେ ଛାଡ଼ିଛି। ଏଥିସହ ପ୍ରେମିକ ପ୍ରବର ସୁରଜକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ତେବେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲାଇଛି ବୋଲି ଏସ୍ପି ରାହୁଲ ପିଆର କହିଛନ୍ତି। ଅନ୍ୟପକ୍ଷରେ ଯୁବତୀ ଜଣକ ବାଂଲାଦେଶୀ ହୋଇଥିବା ନେଇ ସତ୍ୟାସତ୍ୟ ଅନୁସନ୍ଧାନ କରାଯାଉଛି। ସଠିକ ପ୍ରମାଣ ମିଳିଲେ ବାଂଲାଦେଶୀ ଆମ୍ୱାସି ସହିତ ଆଲୋଚନା କରାଯାଇ ତାଙ୍କୁ ସେଠାକୁ ପଠାଇବାର ବ୍ୟବସ୍ଥା କରାଯିବ ବୋଲି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି।
ଏହି ମହିଳାଙ୍କୁ ୩୩ ବର୍ଷ ହୋଇଛି। ୫ ବର୍ଷ ତଳେ ସେ ବାହା ହୋଇଥିଲେ। ତାଙ୍କର ଦୁଇ ଜଣ ଶିଶୁପୁତ୍ର ଅଛନ୍ତି। ଜଣଙ୍କୁ ଚାରି ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କୁ ଦେଢ଼ ବର୍ଷ ହୋଇଛି। ତଥାପି ସେ ପଡ଼ିଶା ଘରର ଜଣେ ଯୁବକଙ୍କ ପ୍ରେମରେ ପଡ଼ିଗଲେ। ଉକ୍ତ ଯୁବକଙ୍କୁ ୨୨ ବର୍ଷ ହୋଇଛି। ଲୁଚାଛପାରେ ସେମାନଙ୍କ ପ୍ରେମ ସଂପର୍କ ଆଗକୁ ବଢ଼ି ଚାଲିଥିଲା। ଶେଷରେ ମାସେ ତଳେ ମହିଳା ଜଣଙ୍କ ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡ଼ି ଉକ୍ତ ଯୁବକଙ୍କ ସହିତ ଘରୁ ପଳାଇଥିଲେ।
ମହିଳା ଜଣଙ୍କ ଘରୁ ଫେରାର ହୋଇଯାଇଥିବା ନେଇ ତାଙ୍କ ସ୍ୱାମୀ ଥାନାରେ ଏତଲା ଦେଇଥିଲେ। ପୁଲିସ୍ ମଧ୍ୟ ତାଙ୍କୁ ଖୋଜାଖୋଜି କରିଥିଲା। ଶେଷରେ ତାଙ୍କୁ ଓ ତାଙ୍କ ପ୍ରେମିକଙ୍କୁ ରାଜ୍ୟ ବାହାରୁ ଖୋଜି ପାଇଥିଲା ପୁଲିସ୍। କିନ୍ତୁ ମହିଳା ଜଣଙ୍କ ଫେରିବା ପରେ ତାଙ୍କ ସ୍ୱାମୀ ତାଙ୍କୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ। ଏପରିକି ମହିଳାଙ୍କ ବାପଘର ଲୋକେ ବି ତାଙ୍କୁ ଘରେ ପୂରାଇ ଦେଲେ ନାହିଁ। ଶେଷରେ ପୁଲିସ୍ ତାଙ୍କୁ ସୁଧାର ଗୃହକୁ ପଠାଇ ଦେଇଥିଲା। ତେବେ ସେଠାରେ ସେ ଅବସାଦରେ ରହୁଥିବା ପୁଲିସ୍ ଜାଣିବାକୁ ପାଇଥିଲା। ତେଣୁ ପୁଲିସ୍ ସମାଧାନର ବାଟ ଖୋଜିଥିଲା। ଆଉ ଶେଷରେ ପୁଲିସ୍ ତାଙ୍କୁ ତାଙ୍କ ପ୍ରେମିକଙ୍କ ସହ ବାହା କରାଇ ଦେବାକୁ ନିଷ୍ପତ୍ତି ନେଇଥିଲା। ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ଉପସ୍ଥିତିରେ ପ୍ରେମିକଙ୍କୁ ବାହା ହୋଇଥିଲେ। ତାଙ୍କ ଛୁଆ ଦୁଇଟି ଏବେ ସେମାନଙ୍କ ବାପାଙ୍କ ପାଖରେ ରହୁଛନ୍ତି।
https://www.youtube.com/watch?v=hb-6rSbj-dg