ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ନଦୀରେ ବୁଡ଼ି ପ୍ରାଣ ହରାଉଥିବା ଘଟଣାକୁ ନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଉଦବେଗ ବ୍ୟକ୍ତ କରିବା ସହ ଅଧିକ ବୁଡ଼ି ଘଟଣା ହେଉଥିବା ନଦୀ ଘାଟଗୁଡ଼ିକର ଚାରିପାଶ୍ୱର୍ରେ ଷ୍ଟ୍ରକ୍ଚର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏସବୁ ସମ୍ବେଦନଶୀଳ ନଦୀଘାଟଗୁଡ଼ିକୁ ଚିହ୍ନଟ କରିବା ପାଇଁ ଏବେ ଜଳସମ୍ପଦ ବିଭାଗ ପଦକ୍ଷେପ ନେଇଛି । ସ୍ଥାନୀୟସ୍ତରରେ ଲୋକଙ୍କ ମତାମତ ନେଇ ସମ୍ପୃକ୍ତ ନଦୀ ଘାଟର ଜିଓଟ୍ୟାଗିଂ କରି ଫଟୋଚିତ୍ର ପଠାଇବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ମହାନଦୀ-କାଠଯୋଡ଼ି ସିଷ୍ଟମ, ମହାନଦୀ, ବୈତରଣୀ ଓ ବ୍ରାହ୍ମଣୀ ବେସିନ୍ ମୁଖ୍ୟଯନ୍ତ୍ରୀ ତଥା ବେସିନ୍ ମ୍ୟାନେଜରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏକ ନିର୍ଦ୍ଧାରିତ ଫର୍ମାଟରେ ତଥ୍ୟ ଦେବା ସହ ସମ୍ପୃକ୍ତ ନଦୀ ଘାଟର ଜିଓଟ୍ୟାଗିଂ ଫଟୋଚିତ୍ର ଦେବାକୁ କୁହାଯାଇଛି । ଫର୍ମାଟରେ ଡିଭିଜନ, ନଦୀର ନାଁ, ସ୍ଥାନର ନାଁ, ବ୍ଲକ୍ ଓ ଜିଲ୍ଲାର ନାଁ ସମେତ ନିର୍ବାଚନମଣ୍ଡଳୀ, ଅକ୍ଷାଂଶ-ଦ୍ରାଘିମା ଆଦି ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ, ୨୦୧୮-୧୯ରୁ ୨୦୨୨-୨୩ ମସିହା ମଧ୍ୟରେ ରାଜ୍ୟରେ ମୋଟ ୭୮୭୪ଜଣ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି ।
ଆଜି ମଧ୍ୟାହ୍ନରେ ଯୋବ୍ରା ବ୍ୟାରେଜ ପାର୍କରେ କାମ କରୁଥିଲେ ଜଣେ କର୍ମଚାରୀ। କୋଳାହଳରେ ବ୍ୟସ୍ତ ଥିଲା ଯୋବ୍ରା ବ୍ୟାରେଜ ରାସ୍ତା। ଠିକ୍ ସେହି ସମୟରେ ଜଣେ ଯୁବତୀ ମହାନଦୀକୁ ଡେଇଁପଡ଼ିଲେ। ଏହା ଦେଖି ବ୍ୟାରେଜର ପାର୍କରେ କାମ କରୁଥିବା ଜଣେ କର୍ମଚାରୀ ତାଙ୍କୁ ଉଦ୍ଧାର କରିବା ପାଇଁ ସଙ୍ଗେ ସଙ୍ଗେ ନଦୀକୁ ଡେଇଁ ପଡ଼ିଥିଲେ। ଯୁବତୀ ଜଣକ ନଦୀର ପ୍ରଖର ସ୍ରୋତରେ ଭାସି ଯାଉଥିବା ବେଳେ ତାଙ୍କୁ ଧରି ପକାଇଥିଲେ। ପାଖାପାଖି ୩୦ ମିନିଟ୍ ତାଙ୍କୁ ଧରି ବ୍ୟାରେଜର ଲୁହା ଗେଟ୍ ପଛ ପାର୍ଶ୍ୱରେ ପାଣିରେ ଛିଡ଼ା ହୋଇଥିଲେ।
ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ବ୍ୟାରେଜ ନିକଟରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଏସ୍ସିବି ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ସେପଟେ ଘଟଣା ସମ୍ପର୍କରେ ଖବର ପାଇ ଯୁବତୀଙ୍କ ପରିବାର ଲୋକେ ମେଡ଼ିକାଲ୍ରେ ପହଞ୍ଚିଛନ୍ତି।
ତେବେ ଏଠି ପ୍ରଶ୍ନ ଉଠୁଛି, ଯୁବତୀ ଜଣକ ଦିନ ଦି’ପହରରେ କାହିଁକି ମହାନଦୀକୁ ଡେଇଁ ପଡ଼ିଲେ? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଏପରିକି ପରିବାର ଲୋକେ ଏନେଇ ମୁହଁ ଖୋଲୁନାହାନ୍ତି। ସେପଟେ କମିଶନରେଟ ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।
ମହାନଦୀ ଡେଇଁବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଜଣେ ଯୁବତୀ ବ୍ରିଜ୍ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଥିଲେ। ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଆଜି ସକାଳେ ମଧ୍ୟବୟସ୍କ ବ୍ୟକ୍ତିଜଣକ ଏକ ସ୍କୁଟି ଧରି ବ୍ରିଜ ଉପରକୁ ଯାଇଥିଲେ। ସେଠାରେ ସେ କାହା ସହ ଫୋନରେ କଥା ହୋଇଥିଲେ। ଏହାପରେ ଚପଲ ଓ ସ୍କୁଟି ରଖି ହଠାତ୍ ବ୍ରିଜ ଉପରୁ ଡେଇଁ ପଡ଼ିଥିଲେ।
ଘଟଣା ସମୟରେ ବହୁ ଲୋକ ମଣ୍ଣିଂ ୱାକ କରୁଥିଲେ। ସେମାନେ ଏହାଦେଖି ଉକ୍ତ ବ୍ୟକ୍ତିଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ଏବେ ହୀରାକୁଦର ସମସ୍ତ ଗେଟ୍ ବନ୍ଦ ଥିବାରୁ ନଦୀରେ ପାଣି ଅଳ୍ପ ଅଛି। ତେଣୁ ଖୁବ୍ ଶୀଘ୍ର ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଛି।
ଉକ୍ତ ବ୍ୟକ୍ତିଙ୍କ ପରିଚୟ ମିଳି ନ ଥିବା ବେଳେ ତାଙ୍କ ପରିବାର ଲୋକେ କେହି ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି । ତେବେ ଉଦ୍ଧାର କାର୍ଯ୍ୟ ଦେଖିବାକୁ ବ୍ରିଜ ଉପରେ ନାହିଁ ନ ଥିବା ଭିଡ଼ ଜମିଛି।
ଉକ୍ତ ଗାଡ଼ିଟି ସମ୍ବଲପୁର ଆରଟିଓରେ ସୁରେନ୍ଦ୍ର ମିଶ୍ର ନାମକ ବ୍ୟକ୍ତିଙ୍କ ନାମରେ ପଞ୍ଜୀକୃତ ହୋଇଥିବା ବେଳେ ଡେଇଁ ପଡ଼ିଥିବା ବ୍ୟକ୍ତିଜଣକ ନିଜେ ସୁରେନ୍ଦ୍ର ମିଶ୍ର ନା ଆଉ କିଏ ତାହା ସ୍ପଷ୍ଟ ହୋଇପାରିନି।
ବ୍ୟକ୍ତିଜଣକ ଏପରି ଚରମ ପଦକ୍ଷେପ ନେବାର କାରଣ କିଛି ଜଣାପଡ଼ି ନ ଥିବା ବେଳେ ପାରିବାରିକ କଳହରୁ ଏପରି କରିଥାଇ ପାରିଥାନ୍ତି ବୋଲି ଚର୍ଚ୍ଚା ହେଉଛି ।
ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୯୫ ଫୁଟ ରହିଥିଲା। ସେତେବେଳେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୩,୮୮,୯୩୧ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ସେହିଭଳି ପ୍ରତି ସେକେଣ୍ଡରେ ୩,୫୫,୭୯୩ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଥିଲା। ସକାଳ ୬ଟାରେ ମଧ୍ୟ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥଇଲା।
୨୦ଟି ଗେଟ୍ ଖୋଲାଯାଇଥିବା ସତ୍ତ୍ୱେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବା ଯୋଗୁ ଆଗକୁ ଆଉ କିଛି ଗେଟ୍ ଖୋଲାଯାଇପାରେ ବୋଲି ଜଣାପଡ଼ିଛି।
ଆଜି ଭୋର ସମୟରେ ମହାନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଥିଲା। ଘାଇ ସୃଷ୍ଟି ହେବା ଯୋଗୁ ତେରମାଣପୁର ଗାଁ ଓ କୋଟ ସାହି ସହ ଆଖପାଖ ଗାଁକୁ ବନ୍ୟା ପାଣି ପ୍ରବେଶ କରିଥିବା ଜଣାପଡ଼ିଛି। ଗତବର୍ଷ ମଧ୍ୟ ସମାନ ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲା। ବନ୍ୟାପରେ ଏହି ଘାଇର ମରାମତି କରାଯାଇଥିଲା। ଏଥର ପୁଣି ସେହି ସ୍ଥାନରେ ଘାଇ ସୃଷ୍ଟି ହେବା ଫଳରେ ନିମ୍ନମାନର କାମ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଉପରମୁଣ୍ଡରେ ବର୍ଷା ହେବା ଯୋଗୁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ଗାଁର ଜଳବନ୍ଦୀ ଅବସ୍ଥାରେ ରହି ଥିବାବେଳେ ରାସ୍ତା ଉପରେ ପାଣି ଚାଲୁଛି। ଯାହାଫଳରେ ଲୋକେମାନେ ଆବଶ୍ୟକ ସାମଗ୍ରୀ ପାଇଁ ବଜାର ହାଟକୁ ଯାଇପାରୁ ନାହାନ୍ତି। ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।
ତାଙ୍କ ସୂଚନା ଅନୁଯାୟୀ, ଏବେ ମହାନଦୀର ମୁଣ୍ଡଳିଠାରେ ସର୍ବାଧିକ ଜଳପ୍ରବାହ ଚାଲିଛି। ମୁଣ୍ଡଳିରେ ଏହି ପିକ୍ ୮ ଘଣ୍ଟା ପର୍ଯ୍ୟନ୍ତ ଚାଲିବ, ତା ପରେ ଖସିବ। ମୁଣ୍ଡଳିରେ ଏବେର ପିକ୍ ଫ୍ଲୋ କାଲି ଅପରାହ୍ନରେ ତଳମୁଣ୍ଡ ଛୁଇଁବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀରେ କାଲି ଅପରାହ୍ନରେ ହେବ ପିକ୍ ଫ୍ଲୋ। କାଲି ସକାଳେ ମୁଣ୍ଡଳିରେ ବନ୍ୟାଜଳ ପ୍ରବାହ ହ୍ରାସ ପାଇବ।
ସେ ଆହୁରି କହୁଛନ୍ତି, ବୈତରଣୀ ଏବଂ ବ୍ରାହ୍ମଣୀ ଜଳସ୍ତର ଖସୁଛି। ଆଖୁଆପଦାଠାରେ ବୈତରଣୀ ବିପଦ ସଂକେତ ଉପରେ ଥିଲେ ବି ଖସୁଛି। ଆଜି ରାତି ୮ଟା ସୁଦ୍ଧା ସେଠାରେ ବିପଦସଂକେତ ତଳକୁ ଖସିଯିବ। ଜେନାପୁରଠାରେ ବ୍ରାହ୍ମଣୀ ବିପଦସଂକେତ ଉପରେ ଥିଲେ ବି ଖସୁଛି। ଖରସ୍ରୋତା ନଦୀ ବନ୍ଧରେ ପଡ଼ିଥିବା ଘଳିଆ ମରାମତି ହୋଇଯାଇଛି। କେଉଁଠି କିଛି ଘଟିଲେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି।
ଗତ ରାତିରେ ବନ୍ୟା ଜଳ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢ଼ା ସମେତ ଗର୍ଭଗୃହରେ ମହାନଦୀ ପାଣିଥିଲା। କ୍ରମଶଃ ଏହା ବୃଦ୍ଧି ପାଇ ଏବେ ପ୍ରାୟ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ମନ୍ଦିରରେ ପାଣି ପଶିବାରୁ ମା’ଙ୍କ ବିଗ୍ରହକୁ ରତ୍ନଗିରି ପାହାଡ଼ସ୍ଥିତ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଯଥା ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ବନ୍ୟା ଆଶ୍ରୟସ୍ଥଳିରେ ମା’ଙ୍କର ପୂଜାନୀତିରେ ଯେପରି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଏହାପରେ ଆଜି ସକାଳେ ସ୍ଥାନୀୟ ତହସିଲଦାର ନୀଳକଣ୍ଠ ବେହେରା ମା’ଙ୍କ ମନ୍ଦିର ପରିସରରେ ପହଞ୍ଚି ୧୪୪ ଧାରା ଜାରି କରିଛନ୍ତି। ସିଂହନାଥ ପୀଠରେ ବି ୧୪୪ ଧାରା ଜାରି କରାଯାଇଛି। ମନ୍ଦିରରେ ତହସିଲ କର୍ମଚାରୀଙ୍କ ସହ ପୁଲିସ୍ ମୁତୟନ କରାଯାଇଛନ୍ତି।
କଟକ ମହାନଦୀ ମୁଣ୍ଡଳିଠାରେ ଆଜି ସକାଳେ ପ୍ରତି ସେକେଣ୍ଡରେ ୭ ଲକ୍ଷ ୨୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଉପର ସ୍ରୋତରେ ଜଳସ୍ତର ୯୨ ଫୁଟ ଥିବାବେଳେ ତଳସ୍ତରରେ ୮୮ ଫୁଟ ରହିଛି। ଆଜି ଦିନ ୧୨ଟା ସୁଦ୍ଧା ମୁଣ୍ଡୁଳିରେ ପ୍ରାୟ ୮ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେବ।
ବନ୍ୟା ଜଳ ପ୍ରବାହକୁ ଦୃଷ୍ଟିରେ ରଖି SRCଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହିସବୁ ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା। ନୟାଗଡ଼ ଓ କଟକରେ ବନ ଜଳ ଅଧିକ କ୍ଷତି ଘଟାଇବା ଆଶଙ୍କା ଥିବାରୁ ଏହି ୨ ଜିଲ୍ଲାକୁ ପ୍ରାଥମିକତା ଦିଆଯାଉଛି। ଏନଡିଆରଏଫ ଓ ଓଡ୍ରାଫ ଟିମ୍ ଏହି ସବୁ ଜିଲ୍ଲାକୁ ପଠାଇ ଦିଆଯାଇଛି। ଅଗ୍ନିଶମ ବିଭାଗର ୨ଟି ଲେଖାଏ ଟିମ୍ ପଠାଯାଇଛି।
ଏହାବାଦ ୧୫ ଜିଲ୍ଲାକୁ ୮ ଟି ଏନଡିଆରଏଫ୍ ଟିମ, ୧୩ଟି ଓଡ୍ରାଫ ଯଏବଂ ୨୩ଟି ଅତିରିକ୍ତ ଅଗ୍ନିଶମବାହିନୀର ଟିମ ପଠାଯାଇଛି । ପ୍ରଭାବିତ ୧୫ ଜିଲ୍ଲା ଗୁଡିକ ହେଲା ଭଦ୍ରକ, ଯାଜପୁର, ସମ୍ବଲପୁର, କେନ୍ଦୁଝର, ମୟୂରଭଂଜ, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ, ବାଲେଶ୍ବର, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ।
ବିଶେଷକରି ଦୁର୍ବଳ ନଦୀ ବନ୍ଧ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାନଦୀ ଫୁଲିବା ପରେ ଛୋଟ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ଦୁର୍ବଳ ନଦୀବନ୍ଧ ସ୍ଥାନକୁ ଜଗିବା ସହ ପାଟ୍ରୋଲିଂ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବାଦ ମହାନଦୀ ଫୁଲୁଥିବାରୁ ମତ୍ସ୍ୟଜୀବୀଙ୍କୁ ନଦୀ ଭିତରକୁ ଛଡ଼ା ଯାଉଛି।
ବନ୍ୟା ଜଳ ପରିଚାଳନା ନିମନ୍ତେ ହୀରାକୁଦର ଏବେ କୌଣସି ଗେଟ୍ ନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ବନ୍ୟା ସ୍ଥିତି ଉପୁଜିଥିବାରୁ ତାକୁ ମୁକାବିଲା କରିବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଆବଶ୍ୟକତା ପଡ଼ିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି କହିଛନ୍ତି ଏସଆରସି ।
ଗତକାଲି ପ୍ରାୟ ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆଜି ଆବଶ୍ୟକତା ପଡ଼ିଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆହୁରି ବହୁ ଲୋକଙ୍କୁ ସ୍ଥାନାନ୍ତର କରିବା ନିମନ୍ତେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ।
କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଆନ୍ତଃ ରାଜ୍ୟ ନଦୀ ଜଳବିବାଦ ଆଇନ-୧୯୫୬ର ଧାରା-୫(୨) ଅନୁସାରେ ଟ୍ରିବ୍ୟୁନାଲ ନିଜର ରିପୋର୍ଟ ଓ ନିଷ୍ପତ୍ତି ୩ବର୍ଷ ମଧ୍ୟରେ ଦାଖଲ କରିବା ଆବଶ୍ୟକ । କିନ୍ତୁ ୨୦୨୧ ମାର୍ଚ୍ଚ ୧୧ତାରିଖର ଧାର୍ଯ୍ୟ ସମୟସୀମା ମଧ୍ୟରେ ଟ୍ରିବ୍ୟୁନାଲ ନିଜର ରିପୋର୍ଟ ଦେବାରେ ବିଫଳ ହେବାପରେ କେନ୍ଦ୍ର ସରକାର ଏହି ଅବଧିକୁ ଆଉ ଦୁଇବର୍ଷ ଅର୍ଥାତ୍ ୨୦୨୩ ମାର୍ଚ୍ଚ ୧୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ତେବେ କୋଭିଡ ମହାମାରୀ ଯୋଗୁ ଟ୍ରିବ୍ୟୁନାଲ ନିଜ କାର୍ଯ୍ୟ କରିପାରିନଥିଲେ । କୋଭିଡ୍ ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚରୁ ୨୦୨୧ ଜୁନ୍ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିନଥିବା ଦର୍ଶାଇ ଟ୍ରିବ୍ୟୁନାଲ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପୁଣିଥରେ ଅବଧି ବୃଦ୍ଧି ପାଇଁ ଅନୁରୋଧ କରାଯାଇଥିଲା ।
ଉଲ୍ଲେଖ ଯୋଗ୍ୟ, ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ବିବାଦ ବଢ଼ିବା ପରେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ତାରିଖରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିଥିଲେ । ଟ୍ରିବ୍ୟୁନାଲ ସଦସ୍ୟ ଇତିମଧ୍ୟରେ ମହାନଦୀ ପ୍ରବାହିତ ହେଉଥିବା ଓଡ଼ିଶା ସମେତ ଛତିଶଗଡ଼କୁ ଯାଇ ମହାନଦୀର ବାସ୍ତବ ସ୍ଥିତି ଅନୁଧ୍ୟାନ କରି ଫେରି ଯାଇଛନ୍ତି ।
ଏପଟେ ଆଜି ରାଜ୍ୟ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ତଥା ଗୋୱାଟର ସବକିମିଟି ଆବାହକ ଦେବୀଦତ୍ତ ଆର ପଟ୍ଟନାୟକ ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଓ ଋଷିକୁଲ୍ୟା ନଦୀର ୫ଦିନର ଜଳସ୍ତରର କ’ଣ ରହିଛି ତା’ର ରିପୋର୍ଟ ଦେବାକୁ କ୍ଷେତ୍ରସ୍ତରର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମହାନଦୀ ପ୍ରବାହିତ ହେଉଥିବା ଶରଡିହି, ହୀରାକୁଦ, ବେଲଗାଁ, ପଥରଳା, ଖଇରିମାଳ, ବରମୂଳ ଓ ମୁଣ୍ଡୁଳିଠାରେ ନଦୀର ଜଳସ୍ତର ଗତ ୫ଦିନ ଧରି କ’ଣ ରହିଛି ତାହା ଜଣାଇବାକୁ କହିଛନ୍ତି । ସେହିପରି ବ୍ରାହ୍ମଣୀ ନଦୀରେ ପାନପୋଷ, ରେଙ୍ଗାଳୀ, ତାଳଚେର ଓ ଜେନାପୁରଠାରେ ଜଳସ୍ତର, ବୈତରଣୀର ଚମ୍ପୁଆ, ଆନନ୍ଦପୁର, ଆଖୁଆପଦା ଓ ସାଳନ୍ଦୀ ଏବଂ ଋଷିକୁଲ୍ୟା ନଦୀର ପୁରୁଷୋତ୍ତମପୁରଠାରେ ଜଳସ୍ତର ଗତ ୫ଦିନ ଧରି କ’ଣ ରହିଛି ତାହା ଜଣାଇବାକୁ କହିଛନ୍ତି ।
କେବଳ କଲମା ବ୍ୟାରେଜରୁ ନୁହେଁ ବରଂ କେଲୋ ନଦୀର ଲାଖାଠାରେ ଥିବା କେଲୋ ଡ୍ୟାମ୍ରୁ ମଧ୍ୟ ଜଳ ନିଷ୍କାସନ ଆରମ୍ଭ ହୋଇଛି। ଛତିଶଗଡ଼ରେ ବର୍ତ୍ତମାନ ସୁଦ୍ଧା ମୌସୁମୀ ବର୍ଷା ହୋଇନଥିବା ବେଳେ କଲମା ବ୍ୟାରେଜ ଦେଇ ଜଳ ଛାଡ଼ିବା ନେଇ ସଂଶୟ ସୃଷ୍ଟି ହୋଇଛି।
ଗତବର୍ଷ ତୁଳନାରେ ଚଳିତ ଜୁନ ମାସରେ ଛତିଶଗଡ଼ରେ ୯୬ ପ୍ରତିଶତ କମ୍ ବୃଷ୍ଟିପାତ ରେକର୍ଡ ହୋଇଛି। ଆସନ୍ତା ଜୁନ ୨୫ ଯାଏ ଛତିଶଗଡ଼କୁ ମୌସୁମୀ ପହଞ୍ଚିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଗତକାଲିଠାରୁ ମହାନଦୀ ଉପରମୁଣ୍ଡରେ ବର୍ଷା ଆରମ୍ଭ ହୋଇଛି। ମହାନଦୀର ଉପରମୁଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ୩.୭୫ ମିମି ବର୍ଷା ରେକର୍ଡ କରାଯାଇଛି।
ଗତ ୧୬ ତାରିଖରୁ କଲମା ବ୍ୟାରେଜ ଦେଇ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବା ନେଇ ସେଠାକାର ସରକାର ସୂଚନା ଦେଇଥିଲେ। ତେବେ ଠିକ୍ ସମୟରେ ମୌସୁମୀ ନପହଞ୍ଚିବାରୁ ୧୬ ତାରିଖରେ ଗେଟ୍ ଖୋଲାଯାଇନଥିଲା। ଏହାପରେ ଛତିଶଗଡ଼ ସରକାର ଏକାସାଙ୍ଗରେ କଲମା ବ୍ୟାରେଜର ୧୦ଟି ଗେଟ୍ ଖୋଲି ଦେଇଥିବା ବେଳେ ପୁଣି କିଛି ସମୟ ଭିତରେ ୫ଟି ଗେଟ୍ ବନ୍ଦ କରି ଦେଇଥିଲେ। ଛତିଶଗଡ଼ ସରକାରଙ୍କ ଏଭଳି ପଦକ୍ଷେପ ଲୋକଙ୍କ ଭିତରେ ସଂଶୟ ସୃଷ୍ଟି କରିଛି। ତେବେ ଏନେଇ ଛତିଶଗଡ଼ ଜଳସମ୍ପଦ ବିଭାଗ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
ସୂଚନା ଅନୁସାରେ, ଜଷ୍ଟିସ ଖାନୱାଲିକରଙ୍କ ନେତୃତ୍ୱରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଆଜି ଝାରସୁଗୁଡ଼ାରୁ ଅନୁଧ୍ୟାନ ଆରମ୍ଭ କରିଛନ୍ତି । ଟ୍ରିବ୍ୟୁନାଲ ସଦସ୍ୟମାନେ ପ୍ରାୟ ୧୦ ଦିନ ଅର୍ଥାତ ମେ’ ୨୮ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ମହାନଦୀର ପ୍ରାୟ ୩୦ଟି ସ୍ଥାନକୁ ସର୍ଭେ କରିବେ । ଟ୍ରିବ୍ୟୁନାଲ ସଦସ୍ୟମାନେ ଶନିବାର ହୀରାକୁଦରୁ ଗସ୍ତ ଆରମ୍ଭ କରି ମହାନଦୀ ଅବବାହିକାରେ ସର୍ଭେ ଜାରି ରଖିବେ ବୋଲି ଆନ୍ତଃ-ରାଜ୍ୟ ଜଳବିବାଦ ମୁଖ୍ୟ ଯନ୍ତ୍ରୀ ଆଦିକନ୍ଦ ପାତ୍ର ସୂଚନା ଦେଇଛନ୍ତି । ଟ୍ରିବ୍ୟୁନାଲ ସଦସ୍ୟମାନେ ପ୍ରଥମ ପର୍ଯ୍ୟାୟରେ ଛତିଶଗଡ଼ରେ ମହାନଦୀର ଅନୁଧ୍ୟାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ଆସିଛନ୍ତି । ଟ୍ରିବ୍ୟୁନାଲ ତାଙ୍କ ଗସ୍ତ ସମୟରେ ଚିପିଲିମା ବିଦ୍ୟୁତ କେନ୍ଦ୍ର, ଟିକରାପଡ଼ା ଡ୍ୟାମ, ଚିଲିକା ହ୍ରଦ, ବିରୂପା ଓ ମହାନଦୀରେ ନିର୍ମିତ ବ୍ୟାରେଜ୍ ଓ ନଦୀ ମୁହାଣ ଆଦି ବୁଲି ଦେଖିବା ସହ ମହାନଦୀର ଶାଖା ଦୟା, ଭାର୍ଗବୀ, କୁଶଭଦ୍ରା ନଦୀ ଏବଂ ନରାଜ ବ୍ୟାରେଜକୁ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।
ଏପଟେ ଆଜି କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନର ୫ବର୍ଷ ବିତିଯାଇଥିଲେ ମଧ୍ୟ କାହିଁକି କୌଣସି ସମାଧାନର ବାଟ ବାହାରି ପାରୁନି ବୋଲି ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୨ଟି ଲେଖାଏଁ କମିଟି ଗଠନ ହୋଇ ଥିଲେସୁଦ୍ଧା ଗୋଟିଏ ଥର କମିଟି ବୈଠକ ବସିଲା ନାହିଁ କିମ୍ବା ଟ୍ରିବ୍ୟୁନାଲରେ ଉପଯୁକ୍ତ ଦାବି ରଖିବାରେ ଓଡ଼ିଶା ସକ୍ଷମ ହେଉନଥିବାରୁ ମହାନଦୀ ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିପାରୁନି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ପିସିସି ସଭାପତି ଶରତ ପଟ୍ଟନାୟକ, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଓ ପିପିସି ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଆଜି କଂଗ୍ରେସ ଭବନରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ ଆଣିବା ସହ ରାଜ୍ୟ ସରକାରଙ୍କ ଉଦାସୀନତା ପାଇଁ ମହାନଦୀ ଜଳ ବିବାଦ ହୋଇଛି ବୋଲି କହିଛନ୍ତି । ଚାଷୀଙ୍କ ପାଇଁ ଜଳସେଚନ ଓ ପିଇବା ପାଣିର ସମସ୍ୟା ଉତ୍କଟ ହେବାରେ ଲାଗିଛି । ତଥାପି ରାଜ୍ୟର ବିଜେଡି ସରକାର କେବଳ ରାଜନୀତିକ ଫାଇଦା ପାଇଁ ବେବେଳେ ମହାନଦୀ ପ୍ରସଙ୍ଗ ଉଠାଇ ଚୁପ୍ ହୋଇ ବସିପଡ଼ୁଛି । ଉଭୟ ବିଜେଡି ଓ ବିଜେପି ଓଡ଼ିଶାର ସ୍ୱାର୍ଥ ପରିବର୍ତ୍ତେ ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଥିବାରୁ ଓଡ଼ିଶାର ଭାଗ୍ୟ ବିଡ଼ମ୍ବିତ ହୋଇଚାଲିଛି ।
ବିଜୟ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ଗତ ୧୦ବର୍ଷ ଧରି ରାଜ୍ୟ ସରକାର ଖରାଦିନେ ଡାଳୁଅ ଚାଷ ପାଇଁ କେନାଲକୁ ପାଣି ଛାଡ଼ିବା ବନ୍ଦ କରିଦେଇଛନ୍ତି । କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ଓ ପୁରୀ କେନାଲରେ ପାଣି ଛଡ଼ା ଯାଉନାହିଁ । ଫଳରେ ଉପକୂଳ ଅଂଚଳରେ ଚାଷଜମି ଲବଣାକ୍ତ ହେବା ସହ କୂଅ ପୋଖରୀ ଶୁଖିଗଲାଣି । ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଟ୍ରିବ୍ୟୁନାଲ ଏକ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ପ୍ରଦାନ କରିବାକୁ କଂଗ୍ରେସ ଦାବି କରିଛି । ୫ବର୍ଷ ବିତିଯାଇଥିଲେ ମଧ୍ୟ ମହାନଦୀ ସମସ୍ୟାକୁ ନେଇ ସାଧାରଣ ସୂଚନା ପୁସ୍ତିକା ପ୍ରକାଶ କରିବାରେ ସରକାର ବିଫଳ ହୋଇଛନ୍ତି । ଟ୍ରିବ୍ୟୁନାଲ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦେଉନାହାନ୍ତି କି ରାଜ୍ୟ ସରକାର ବି ଏଥିପାଇଁ ଦାବି କରୁନାହାନ୍ତି ।
ଛତିଶଗଡ଼ ଉପରମୁଣ୍ଡରେ ବହୁ ସଂଖ୍ୟାରେ ବ୍ୟାରେଜ୍ ନିର୍ମାଣ କରିଥିବାରୁ ଏପ୍ରିଲ ମାସରେ ମହାନଦୀ ଜଳ ଭଣ୍ଡାରରେ ୭୩ ପ୍ରତିଶତ ଜଳ ହ୍ରାସ ପାଇଛି ଓ ମେ’ ମାସରେ ୭୭.୭ ପ୍ରତିଶତ ଜଳ କମିଛି । ଯଦି ଛତିଶଗଡ଼ ସରକାର ଏତେଗୁଡ଼ିକ ବନ୍ଧ ନିର୍ମାଣ କରିପାରିଲେ,ତା’ହେଲେ ୨୩ବର୍ଷର ସରକାରରେ ମୁଖ୍ୟମନ୍ତ୍ରୀ ମହାନଦୀ ତଳମୁଣ୍ଡରେ ଏପର୍ଯ୍ୟନ୍ତ କ’ଣ କରିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିବା ସହ ଯଦି ଓଡ଼ିଶାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଟ୍ରିବ୍ୟୁନାଲଙ୍କ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ନଆସେ ଓ କେନାଲରେ ପାଣି ଛଡ଼ାନଯାଏ ତା’ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଏହି ବରିଷ୍ଠ ନେତାମାନେ ଚେତାବନୀ ଦେଇଛନ୍ତି ।
ସେହିପରି ମହାନଦୀ ପ୍ରସଙ୍ଗରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶା ସରକାର ମହାନଦୀ ଜଳବିବାଦର ସମାଧାନ ଚାହାଁନ୍ତି ନାହିଁ । ଛତିଶଗଡ଼ରେ ବିଜେପି ସରକାର ଥିଲାବେଳେ ସମାଧାନ ପାଇଁ ପରାମର୍ଶ ଦିଆଯାଇଥିଲା । ତତକାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମାଭାରତୀ ଉଭୟ ରାଜ୍ୟ ଆପୋଷ ଆଲୋଚନାରେ ସମାଧାନ କରନ୍ତୁ ବୋଲି କହିଥିଲେ । ସେତେବେଳେ ମୁଖ୍ୟମନ୍ତ୍ରୀ ବୈଠକରୁ ଉଠି ଆସିଲେ ଓ ଟ୍ରିବ୍ୟୁନାଲ ଯିବୁ ବୋଲି କହିଲେ । ଟ୍ରିବ୍ୟୁନାଲ ନିଷ୍ପତ୍ତି କେତେ ବିଳମ୍ବରେ ଆସେ ତାହା ସମସ୍ତେ ଜାଣନ୍ତି । ରାଜ୍ୟ ସରକାର କଦାପି ମହାନଦୀ ବିବାଦର ସମାଧାନ ଚାହାଁନ୍ତି ନାହିଁ । ରାଜନୀତି କରି ନିର୍ବାଚନ ଜିତିବା ହେଉଛି ସରକାରଙ୍କ ଲକ୍ଷ୍ୟ । ମହାନଦୀକୁ ନେଇ ନିର୍ବାଚନ ପୂର୍ବରୁ ଆନ୍ଦୋଳନ କରିଥିଲେ, ପରେ ଏହି ଆନ୍ଦୋଳନ ଗଲା କୁଆଡ଼େ ବୋଲି ବିଜେପି ପ୍ରଶ୍ନ କରିଛି ।
ଅନ୍ୟପକ୍ଷରେ, ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ, କଂଗ୍ରେସ ବିତଣ୍ଡା ଯୁକ୍ତି କରୁଛି । ମହାନଦୀ ପ୍ରସଙ୍ଗରେ ଯାହା କରିବା କଥା ରାଜ୍ୟ ସରକାର କରିଛନ୍ତି ।
ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା ଓ ଅଧାରୁ ଅଧିକ ଜିଲ୍ଲାର ପ୍ରାୟ ଅଢ଼େଇ କୋଟି ଲୋକ ଏହା ଉପରେ ନିର୍ଭରଶୀଳ । ମହାନଦୀ ଜଳବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନକୁ ୫ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ନିର୍ଯ୍ୟାସ ବାହାରି ପାରୁନି । ରାଜ୍ୟର ବିଜେଡି ସରକାର କ୍ରମାଗତ ଭାବେ ଏହି ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ପ୍ରୟାସ କରୁଥିଲେ ମଧ୍ୟ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଏହି ପ୍ରସଙ୍ଗରେ କେବଳ ଶସ୍ତା ରାଜନୀତି ଓ କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି।
ବିଜେଡି ନେତୃତ୍ୱାଧିନ ଓଡ଼ଶା ସରକାର ଛତିଶଗଡ଼ର ଏହି ବେଆଇନ କାର୍ଯ୍ୟକଳାପକୁ ବନ୍ଦ କରିବାକୁ ଦାବି କରୁଥିଲେ ମଧ୍ୟ ଛତିଶଗଡ଼ ଏପର୍ଯ୍ୟନ୍ତ ତାହା କରୁ ନାହିଁ । ବିଜେପି ଓ କଂଗ୍ରେସର ରାଜ୍ୟ ନେତୃତ୍ୱ ‘ଆଗ ପାର୍ଟି ଓ ପରେ ମାଟି’ ନୀତି ଅବଲମ୍ବନ କରୁଥିବାରୁ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କେନ୍ଦ୍ର ସରକାର କିମ୍ବା ଛତିଶଗଡ଼ ସରକାରଙ୍କ ଉପରେ ଅନୁରୂପ ଚାପ ସୃଷ୍ଟି ହୋଇପାରୁନି । ପୂର୍ବରୁ ଛତିଶଗଡ଼ରେ ବିଜେପି ସରକାର ଥିବାବେଳେ ରାଜ୍ୟ ବିଜେପିର ନେତାମାନେ ବିଶେଷକରି ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ନିରବ ରହି ପରୋକ୍ଷରେ ଛତିଶଗଡ଼କୁ ପ୍ରୋତ୍ସାହିତ କରୁଥିଲେ।
ଏବେ ଅନୁରୂପ ନୀତି କଂଗ୍ରେସ ଆପଣାଇଛି । ଛତିଶଗଡ଼ରେ କଂଗ୍ରେସର ସରକାର ଥିବାରୁ ରାଜ୍ୟ କଂଗ୍ରେସର ନେତାମାନେ ମଧ୍ୟ ଓଡ଼ିଶାରେ ଚୁପ୍ ବସିଛନ୍ତି । ତେଣୁ ମହାନଦୀ ଜଳବିବାଦ ପ୍ରସଙ୍ଗରେ ରାଜ୍ୟ ସ୍ୱାର୍ଥହାନି ହେଉଥିବାବେଳେ ଦୁଇ ଦଳ ବିଜେପି ଓ କଂଗ୍ରେସର ଅସଲ ମୁଖା ଓ ଦୋମୁହାଁ ଚରିତ୍ର ପଦାରେ ପଡ଼ିଛି। ଓଡ଼ିଶା ବିରୋଧୀ, ଓଡ଼ିଆ ବିରୋଧୀ ଓ ଓଡ଼ିଆ ସ୍ୱାଭିମାନ ବିରୋଧୀ ରାଜ୍ୟ ବିଜେପି ଓ ରାଜ୍ୟ କଂଗ୍ରେସର ମନୋଭାବକୁ ବିଜେଡି ଦୃଢ଼ ନିନ୍ଦା କରୁଛି ଓ ଏହି ଘଟଣାରେ ତୁରନ୍ତ ଉଭୟ ଦଳର ରାଜ୍ୟ ନେତୃତ୍ୱ ନିଜ ନିଜର ଜାତୀୟ ନେତୃତ୍ୱଙ୍କ ମାଧ୍ୟମରେ ସମାଧାନ ପାଇଁ ଚାପ ପକାନ୍ତୁ ବୋଲି ବିଜେଡି ଦାବି କରିଛି।
ଅନ୍ୟପକ୍ଷରେ ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର ଦାୟିତ୍ୱ ନିର୍ବାହ ନକରି ନିଜ ଦଳ ମାଧ୍ୟମରେ ମିଛ ବିବୃତ୍ତି ରଖୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ମହାନଦୀ ପ୍ରସଙ୍ଗରେ କ’ଣ ସବୁ ପଦକ୍ଷେପ ନେଇଛନ୍ତି ତାହା ରାଜ୍ୟବାସୀଙ୍କୁ ଜଣାଇବାକୁ ସେ ଦାବି କରିବା ସହ ମହାନଦୀ ସମସ୍ୟା ପାଇଁ କେବଳ ବିଜେଡି ସରକାର ଦାୟୀ ବୋଲି ସେ କହିଛନ୍ତି । ବିଜୁ ଜନତା ଦଳ ୨୩ବର୍ଷ ଧରି ସରକାରରେ ରହି ଶାସନ କରୁଛନ୍ତି ନା ମଇଦାନରେ ଫୁଟବଲ ଖେଳୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ସରକାର ଯେତେବେଳେ ଡ୍ୟାମ ନିର୍ମାଣ କରୁଥିଲେ ଆରମ୍ଭରୁ ଓଡ଼ିଶା ସରକାର ଶୋଇଥିଲେ କାହିଁକି?
ମହାନଦୀ ଟ୍ରିବ୍ୟୁନାଲରେ ଓଡ଼ିଶା ସପକ୍ଷରେ ତଥ୍ୟ ପ୍ରମାଣ ସହ ଯୁକ୍ତି ଉପସ୍ଥାପନ କରିବାରେ ରାଜ୍ୟ ସରକାରଙ୍କ ଅକ୍ଷମତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପ୍ରଥମରୁ ମୁଖ୍ୟମନ୍ତ୍ରୀଙ୍କ ହାତରେ ଜଳସେଚନ ବିଭାଗ ରହିଆସିଛି । ମହାନଦୀ ଶୁଖିଲା ପଡ଼ିବା ଏବଂ ରାଜ୍ୟରେ ଜଳସେଚନର ଅଗ୍ରଗତି ନହେବା ପାଇଁ ରାଜ୍ୟ ସରକାରଙ୍କ ଅପାରଗତା ହିଁ ଦାୟୀ । ଏବେ ମହାନଦୀ କଥା ଉଠିଲେ ବିଜେଡି ନିଜର ଦୋଷ ଘୋଡ଼ାଇବା ପାଇଁ କେବଳ ଅନ୍ୟ ଉପରେ ଦୋଷ ଲଦି ମିଛ ବିବୃତି ରଖୁଛି । ମହାନଦୀକୁ ନେଇ ରାଜନୀତି ବିଜେଡି ନାରାବାଜି କରୁଛି ଓ ବିଜେଡିର ଏପରି ମାନସିକତାକୁ ଓଡ଼ିଶାବାସୀ ଆଦୌ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।
ସେହିପରି କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ଝାରସୁଗୁଡ଼ା ଉପନିର୍ବାଚନ ଥିବାରୁ ମହାନଦୀ ପ୍ରସଙ୍ଗ ଉଠାଇ ବିଜେଡି ଚାଲାକି କରୁଛି। ପ୍ରଥମେ ମହାନଦୀ ଉପରେ ଛତିଶଗଡ଼ ବନ୍ଧ ବାନ୍ଧିବା ପ୍ରସଙ୍ଗରେ କଂଗ୍ରେସ ହିଁ ପ୍ରଶ୍ନ ଉଠାଇଥିଲା । ସର୍ବଦଳୀୟ ବୈଠକ ଡାକିଥିଲା । କିନ୍ତୁ ଶାସକ ଦଳର କେହି ଯୋଗ ଦେଲେନି।
ସେତେବେଳେ ଜଳସମ୍ପଦ ସଚିବ ମଧ୍ୟ ଗଣମାଧ୍ୟମରେ ବୟାନ ଦେଇଥିଲେ ଯେ, ଛତିଶଗଡ଼ ଶହେ ବନ୍ଧ ବାନ୍ଧିଲେ ବି ଓଡ଼ିଶାକୁ ପ୍ରଭାବ ପଡ଼ିବ ନାହିଁ । ଆଉ ଏବେ ସ୍ଥିତି କ’ଣ? ତେଣୁ ବିଜେଡି ନିଜ ଅବହେଳାରୁ ମହାନଦୀ ଶୁଖିଲା ପଡ଼ିଛି ଓ ନିଜ ଦାୟିତ୍ୱ ବିଜେଡି ସରକାର ନିଜେ ଭୁଲି ଯାଇ ଅନ୍ୟ ଉପରେ ଦୋଷ ଲଦୁଛନ୍ତି ବୋଲି ଶ୍ରୀ ବାହିନୀପତି କହିଛନ୍ତି।
କଲମା ବ୍ୟାରେଜ ର ମୋଟ ୬୬ଟି ଗେଟ୍ ଥିବାବେଳେ ୧୭ଟି ଗେଟ ଖୋଲାଯାଇଛି। ଏକଥାକୁ ସତ ବୋଲି କହିଛନ୍ତି ହୀରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀ । ତେବେ କଲମା ବ୍ୟାରେଜ କର୍ତ୍ତୃପକ୍ଷ ଏନେଇ କୌଣସି ସୂଚନା ଦେଇନାହାନ୍ତି। ତେବେ ୧୭ଟି ଗେଟ୍ଦେଇ କେତେ ପରିମାଣର ପାଣି ବାହାରୁଛି ସେ ନେଇ ମଧ୍ୟ କୌଣସି ତଥ୍ୟ ନାହିଁ ବୋଲି ମୁଖ୍ୟ ଯନ୍ତ୍ରୀ କହିଛନ୍ତି।
ଅଣମୌସୁମୀ ସମୟରେ କଲମା ବ୍ୟାରେଜର ଗେଟ୍ ଖୋଲାଯିବା ପଛରେ ଛତିଶଗଡର ଭିନ୍ନ ଉଦ୍ଦେଶ୍ୟ ରହିଛି ବୋଲି ଚର୍ଚ୍ଚା ହେଉଛି। ଆସନ୍ତା ୨୯ ତାରିଖରୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଦ୍ୱିତୀୟ ପର୍ଯ୍ୟାୟ ଗସ୍ତରେ ଆସୁଥିବାରୁ ତାହାକୁ ଦୃଷ୍ଟିରେରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ଆଲୋଚନା ହେଉଛି। ତେବେ ୧୭ଟି ଗେଟ୍ ଦେଇ, ଯେତିକି ପରିମାଣର ଜଳ ନିଷ୍କାସିତ ହେଉଛି, ତାହା ହୀରାକୁଦ ଡ୍ୟାମର ଜଳ ସ୍ତର ବୃଦ୍ଧି କରିବାରେ କିଛି ସହାୟକ ହେବନାହିଁ ବୋଲି ସୂଚନା ମିଳିଛି ।
ସେ କହିଛନ୍ତି, ‘ରାଜ୍ୟ ସରକାରଙ୍କ ଫଣ୍ଡାମେଣ୍ଟା କ୍ଲିଅର ନୁହେଁ। ଲୋକଙ୍କୁ କେବଳ ଭୂଆଁ ବୁଲାଉଛନ୍ତି। ୨ ହଜାର ହେକ୍ଟର ଜମିକୁ ଜଳ ସେଚନ ନିମନ୍ତେ କେନ୍ଦ୍ର ସରକାରଙ୍କ ସହଯୋଗର କିଛି ଆବଶ୍ୟକ ପଡ଼େନି। ଛତିଶଗଡ଼ ଯେମିତି ବ୍ୟାରେଜ କରି ଜଳସେଚନ ବ୍ୟବସ୍ଥା କରିଛି, ସେମିତି ଓଡ଼ିଶା ସରକାର କରିପାରିଥାନ୍ତେ। ଯଦି ରାଜ୍ୟ ସରକାର ଚାହିଁଥାନ୍ତେ ମହାନଦୀରେ ଛୋଟ ଛୋଟ ବ୍ୟାରେଜ କରିପାରିଥାଆନ୍ତେ। ଏବେ ଆଗକୁ ନିର୍ବାଚନ ଅଛି, ଆଉ ବର୍ଷେ ଭିତରେ ନିର୍ବାଚନ ହେବ, ତେଣୁ ଏହାକୁ ଦେଖି ରାଜ୍ୟ ସରକାର ହଜାର ପ୍ରକାର ନାଟକ କରୁଛନ୍ତି। ଟ୍ରିବ୍ୟୁନାଲ କାର୍ଯ୍ୟକାଳକୁ ୨୦୨୬ ପର୍ଯ୍ୟନ୍ତ କାହିଁକି ବଢ଼ାଇବାକୁ ଓଡ଼ିଶା ସରକାର କହିଲେ ? ତଥାପି କେନ୍ଦ୍ର ସରକାର ୨୦୨୪ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ତୁରନ୍ତ ବିବାଦର ସମାଧାନ ନିମନ୍ତେ ଏହି ମଞ୍ଜୁରୀ ଦିଆଯାଇଛି। ନିର୍ବାଚନ ଆସିବା ମାତ୍ରେ ରାଜ୍ୟ ସରକାର ହଜାର ପ୍ରକାର କଥା କହିବେ। ମୁଁ ମନ୍ତ୍ରୀ ହେବାକୁ ଦେଢ଼ ବର୍ଷ ହୋଇଯାଇଥିଲେ ହେଁ, ମୋ ସାଙ୍ଗରେ ମଧ୍ୟ ରାଜ୍ୟ ସରକାର ଏ ବାବଦରେ ସମାଧାନ ନିମନ୍ତେ କଥା ହୋଇନାହାନ୍ତି। ଯଦି ରାଜ୍ୟ ସରକାରଙ୍କ ଆନ୍ତରିକ ଇଛା ଥାଆନ୍ତା ସବୁ ହୋଇପାରନ୍ତା। ଜଗତସିଂହପୁର, କେନ୍ଦ୍ରପଡ଼ା ଓ ପୁରୀର କଣାସରେ ଏଭଳି ଜଳସେଚନ ସମସ୍ୟାର ସମାଧାନ କରାଯାଇଛି। ଯାହାକି ୭୦ ବର୍ଷ ପର୍ଯ୍ୟନ୍ତ ହୋଇପାରୁନଥିଲା।’
ସୂଚନା ଥାଉକି, ଆଜି ଟ୍ରିବ୍ୟୁନାଲ ଟିମ୍ ମହାନଦୀର ଉତ୍ପତ୍ତିସ୍ଥଳ ଫାରକିଆ ଗାଁ ଅଭିମୁଖେ ବାହାରିଛନ୍ତି। ଓଡ଼ିଶା ପକ୍ଷରୁ ଟିମ୍ରେ ଇଆଇସି, ଜଳସଂପଦ ସ୍ୱତନ୍ତ୍ର ସଚିବ, ହୀରାକୁଦ ଡ୍ୟାମ୍ ମୁଖ୍ୟଯନ୍ତ୍ରୀ, ୪ ଆଇନ ବିଶାରଦ ଓ ୫ ବିଶେଷଜ୍ଞ ଟିମ୍ରେ ଅଛନ୍ତି।
ଗୋଟାଏ ପଟେ ମହାନଦୀ ଜଳ ବିବାଦ ସମ୍ପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ନିଜର ସଫେଇ ଗଣମାଧ୍ୟମରେ ରଖି ଚର୍ଚ୍ଚାକୁ ବଢ଼ାଇ ଥିବା ବେଳେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମତ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ଅଲୋଚନା ଘେରକୁ ଆଣିଛି। ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
ଭୁପେଶ କହିଛନ୍ତି ଛତିଶଗଡ଼ରୁ ମହାନଦୀ ବାହାରିଛି। ଓଡ଼ିଶାକୁ ସବୁ ପାଣି ଯାଉଛି। ଆମେ ମହାନଦୀରେ କୌଣସି ବନ୍ଧ କରିନୁ। ୭ଟି ବ୍ୟାରେଜ୍ ତିଆରି ହୋଇଥିବାରୁ ବିବାଦ ସୃଷ୍ଟି ହୋଇଛି। ଛତିଶଗଡ଼ ସରକାର ଯେଉଁ ବନ୍ଧ ଓ ଉଚ୍ଚ ବ୍ୟାରେଜ୍ ତିଆରି କରିବାକୁ ଯୋଜନା କରିଛି ତାହାକୁ ରୋକି ରଖାଯାଇଛି। ଏହାକୁ ଅନୁମତି ମିଳିବା ଦରକାର। ଏହି ମାମଲା ଟ୍ରିବୁନାଲକୁ ଯିବାର ନଥିଲା। ମାମଲା ଟ୍ରିବୁନାଲକୁ ଯିବାରୁ ଛତିଶଗଡ଼ରେ ଅଧିକ ଉଚ୍ଚର ଡ୍ୟାମ ବନ୍ଧ ନିର୍ମାଣ ଓ ବ୍ୟାରେଜ୍ କରିବା ଯୋଜନା ଅଟକି ରହିଛି।
ସେପଟେ ଜଳ ବିବାଦର ସମାଧାନ ପାଇଁ ଟ୍ରିବୁନାଲ ଗଠନର ୫ ବର୍ଷ ପରେ ପ୍ରଥମଥର ପାଇଁ କ୍ଷେତ୍ର ପରିଦର୍ଶନରେ ବାହାରିଛନ୍ତି ଟ୍ରିବୁନାଲ ସଦସ୍ୟ। ପ୍ରଥମ ପର୍ଯ୍ୟାୟରେ ଆଜିଠୁ ଛତିଶଗଡ଼ରେ ମହାନଦୀର ଉତ୍ପତ୍ତିସ୍ଥଳ ଫାରସିୟା ଗ୍ରାମ ଠାରୁ ମହାନଦୀର ଶେଷସ୍ଥଳ ହୀରାକୁଦର ଉପରମୁଣ୍ଡରେ ଥିବା କଲମା ବ୍ୟାରେଜ୍ ପର୍ଯ୍ୟନ୍ତ ପରିଦର୍ଶନ କରିବେ ଟ୍ରିବୁନାଲ୍। ଏଥିନିମନ୍ତେ ଛତିଶଗଡ଼ ଓ ଓଡ଼ିଶା ପକ୍ଷରୁ ମଧ୍ୟ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ଦୁଇଟି ଟିମ୍ ପ୍ରସ୍ତୁତ ଅଛନ୍ତି। ଲିଗାଲ, ଏକ୍ସପଟ, ଅଫିସ୍ରଙ୍କୁ ନେଇ ଉଭୟ ପକ୍ଷରୁ ୨୦ ଜଣିଆ ଟିମ୍ କରିଛନ୍ତି। ମହାନଦୀର ଜଳ ପରିଚାଳନା କପରି ହେଉଛି ଓ ବ୍ୟାରେଜ୍ ତଥା ବନ୍ଧ କରାଯିବାରୁ ଏହା ଓଡ଼ିଶାର ମହାନଦୀ ଉପରେ କିପରି କୁପ୍ରଭାବ ପକାଇଛି ଟିମ୍ ତାହାକୁ ଅନୁଧ୍ୟାନ କରିବ।
ତେବେ ତାହା ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଏ ବୟାନ ଛତିଶଗଡ଼ର ଆଭିମୁଖ୍ୟକୁ ସ୍ପଷ୍ଟ କରିଛି। ତେଣୁ ଆଗକୁ ଏହି ବିବାଦ କିପରି ସମାଧାନ ହେଉଛି ତାହା ଦେଖିବାର କଥା।
ରାଜ୍ୟ ଜଳସମ୍ପଦ ବିଭାଗର ସବୋର୍ଚ୍ଚ ଯନ୍ତ୍ରୀଙ୍କ ପକ୍ଷରୁ ଆଜି ଜାରି ସର୍କୁଲାର ଅନୁସାରେ ଆସନ୍ତା ୨୪ରୁ ମେ’ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ହେବାକୁ ଥିବା ନଦୀଗୁଡ଼ିକର ସ୍ୱାସ୍ଥ୍ୟ ଯାଂଚ ସହ ନଦୀ ବନ୍ଧଗୁଡ଼ିକ ସ୍ଥିତି ଆକଳନ କରାଯିବ । ଜଳସମ୍ପଦ ବିଭାଗର ଜେଇ, ଅତିରିକ୍ତ ଇଞ୍ଜିନିୟର, ଆସିଷ୍ଟାଣ୍ଟ ଏକଜ୍ୟୁକିଟିଭ ଇଞ୍ଜିନିୟର ଆଦିଙ୍କୁ ସେମାନଙ୍କ ଅଂଚଳରେ ଥିବା ଶତପ୍ରତିଶତ ନଦୀ ବନ୍ଧ ପରିକ୍ରମା କରିବାକୁ ତାଗିଦ୍ ହୋଇଛି । ଏହି ଯନ୍ତ୍ରୀମାନେ ନିଜ ପାଦରେ ହେଉ ଅବା ଦୁଇଚକିଆ ଯାନରେ ଯାଇ ଏହି ନଦୀ ବନ୍ଧଗୁଡ଼ିକର ସରଜମିନ୍ ଯାଂଚ କରିବେ । ଆଉ ଜିଲ୍ଲାସ୍ତରରେ ଥିବା ଏକଜ୍ୟୁକିଟିଭ ଇଞ୍ଜିନିୟର, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର, ଅତିରିକ୍ତ ଚିଫ ଇଞ୍ଜିନିୟର ନିଶ୍ଚିତ ଭାବେ ସେମାନଙ୍କ ଅଧୀନରେ ଥିବା ନଦୀ ବନ୍ଧର ୫୦ ପ୍ରତିଶତ ବନ୍ଧ ଓ ଶତପ୍ରତିଶତ ସମ୍ବେଦନଶୀଳ ବନ୍ଧକୁ ବୁଲି ଦେଖିବେ । ବିଭାଗୀୟ ଚିଫ ଇଞ୍ଜିନିୟରଙ୍କୁ ସମ୍ବେଦନଶୀଳ ନଦୀ ବନ୍ଧର ୨୫ ପ୍ରତିଶତ ଭାଗ ଯାଂଚ କରିବାକୁ କୁହାଯାଇଛି ।
ଏହି ମିଳିତ ଯାଂଚ ରିପୋର୍ଟରେ ବନ୍ଧଗୁଡ଼ିକର ସ୍ଥିତି ସମ୍ପର୍କରେ ଉଲ୍ଲେଖ ରହିବା ସହ ସେହି ନିର୍ଦ୍ଧାରିତ ଫର୍ମାଟରେ ପୂରଣ ହୋଇଥିବା ତଥ୍ୟକୁ ସମ୍ପୃକ୍ତ ଜିଲ୍ଲାପାଳଙ୍କ ଅନୁମୋଦନରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ପାଖରେ ମେ’ ୧୫ତାରିଖ ସୁଦ୍ଧା ଦାଖଲ କରବାକୁ କୁହାଯାଇଛି ।
ତେବେ ନଦୀବନ୍ଧ ସ୍ଥିତି ଯାଂଚ ପ୍ରକ୍ରିୟାରେ ନଦୀ କୂଳ ଲୋକଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀମାନଙ୍କୁ ଆନୁଷ୍ଠାନିକ ଭାବେ ସାମିଲ କରିବାକୁ ରାଜ୍ୟ ସରକାର ପ୍ରଥମଥର ପାଇଁ ପଦକ୍ଷେପ ନେଇଛନ୍ତି ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ କହିଛନ୍ତି ଯେ, ବୋର୍ଡ ଦ୍ୱାରା ନିୟମିତ ଭାବେ କେନାଲ ଜଳଗୁଡ଼ିକର ଗୁଣାତ୍ମ୍କ ମାନର ପରୀକ୍ଷା ନିରୀକ୍ଷା କରାଯାଇଥାଏ । ୨୦୨୨ ମସିହାରେ କେନାଲଗୁଡ଼ିକରେ ଛଡ଼ାଯାଇଥିବା ଜଳର ଗୁଣାତ୍ମ୍କ ମାନ ଓ ବିଭିନ୍ନ ଉପଯୋଗ ନିମନ୍ତେ ଏହା ପ୍ରଯୁଜ୍ୟ କି ନୁହେଁ ତାହା ଆକଳନ କରାଯାଇଥିଲା । କଟକ ସହରର ବିଭିନ୍ନ ବର୍ଗର ଲୋକେ ତାଳଦଣ୍ଡା କେନାଲ ଉପରେ ନିର୍ଭର କରିଥାନ୍ତି । ଏହି କେନାଲ ପାରାଦୀପ ପର୍ଯ୍ୟନ୍ତ ଲମ୍ବିଛି । ତେବେ ତାଳଦଣ୍ଡା କେନାଲର ଜଳକୁ କଟକର ଯୋବ୍ରା, ରାଣୀହାଟ, ଛତ୍ରବଜାର, ନୂଆବଜାର, ବିରିବାଟୀ ଓ ଅଠରବାଙ୍କି ସମେତ ପୁରୀ କେନାଲର ହଂସପାଳ, ଜଗନ୍ନାଥପୁର ଓ ଚନ୍ଦନପୁରଠାରେ ଜଳର ନମୂନା ସଂଗ୍ରହ କରାଯାଇ ପରୀକ୍ଷାନିରୀକ୍ଷା କରାଯାଇଥିଲା ।
ଏହି ପରୀକ୍ଷା ପରେ ଜଣାପଡ଼ିଛି ଯେ, ଏହି କେନାଲଗୁଡ଼ିକର ଜଳରେ କୋଲିଫର୍ମ ଓ ଫିକଲ କୋଲିଫର୍ମ ପରିମାଣ ରହୁଛି ଯାହାକି ଗାଧେଇବା ଓ ପାନୀୟ ଜଳ(କୀଟାଣୁଶୋଧନ ପରେ ପାରମ୍ପରିକ ବିଶୋଧନ ପରେ ପିଇବା ଯୋଗ୍ୟ) ନିମନ୍ତେ ଶରୀରର ସହନଶୀଳତାର ପରିମାଣଠୁ ଢ଼େର ଅଧିକ । ସେହିପରି ଅଠରବାଙ୍କିଠାରେ ତାଳଦଣ୍ଡା କେନାଲ ଜଳରେ ବାୟୋକେମିକାଲ ପରିମାଣ ମଧ୍ୟ ମିଳିଛି । ତେବେ ସମସ୍ତ ସ୍ଥାନରେ ସଂଗୃହୀତ ଜଳକୁ ଚାଷ କାର୍ଯ୍ୟ ପାଇଁ ଜଳସେଚନ ନିମନ୍ତେ ଉପଯୋଗ କରିବାରେ କୌଣସି ସମସ୍ୟା ନାହିଁ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।
ସେହିପରି ଦୟା ୱେଷ୍ଟ କେନାଲର ୮ଟି ସ୍ଥାନ ଯଥା- କେନ୍ଦୁପାଟଣାସ୍ଥିତ କୁଞ୍ଜବିହାରୀ କଲେଜ ନିକଟ, କେନ୍ଦୁପାଟଣା ଗାଁ, କାଳିଖମା ବ୍ରିଜ, ଭେଟପଡ଼ା, ମୁଣ୍ଡାସାହି ନିକଟ ଗଙ୍ଗୁଆ ନାଳ, ବିମଖାଲ ନିକଟ ଜଗନ୍ନାଥ ଏଭିନ୍ୟୁ, ଗ୍ୟାରେଜ ଛକ-ସାମନ୍ତରାପୁର ଓ କୋଚିଲାପୁଟଠାରେ କେନାଲ ଜଳର ନମୂନାକୁ ୨୦୨୨ ମେ’ ମାସରୁ ସଂଗ୍ରହ କରାଯାଇ ନିୟମିତ ଭାବେ ପରୀକ୍ଷାନିରୀକ୍ଷା କରାଯାଉଛି । ଦୟା ୱେଷ୍ଟ କେନାଲର ଜଳର ଅଧିକାଂଶ ସ୍ଥାନରେ ଟୋଟାଲ କୋଲିଫର୍ମ, ଫିକଲ କୋଲିଫର୍ମ, ବାୟୋକେମିକାଲ ଅକ୍ସିଜେନ୍ ଡିମାଣ୍ଡ(ବିଓଡି) ଆଦି ପ୍ରଦୂଷିତ ମାତ୍ରା ରହୁଥିବାରୁ ଏହି କେନାଲଗୁଡ଼ିକ ସାଧାରଣ ଲୋକଙ୍କ ଉପଯୋଗ କରିବା ଉଚିତ୍ ନୁହେଁ ।
ସୂଚନାଯୋଗ୍ୟ, ବର୍ଜ୍ୟବସ୍ତୁ ଓ ଆବର୍ଜନା ଯୋଗୁ କେନାଲ ଜଳଗୁଡ଼ିକ ପ୍ରଦୂଷିତ ହେବାରେ ଲାଗିଛି । ଆଉ କଟକ ଓ ଭୁବନେଶ୍ୱର ଭଳି ସହରର କେନାଲ କୂଳରେ ରହୁଥିବା ଗରିବ ଲୋକମାନେ ଏହା ଉପରେ ନିର୍ଭରଶୀଳ ରହି କେବଳ ରୋଗକୁ ଆମନ୍ତ୍ରଣ କରୁଥିବା ଜଣାପଡ଼ିଛି ।
ତଥ୍ୟ ରଖି ଶ୍ରୀ ମହାପାତ୍ର କହିଛନ୍ତି, ୪ ଦିନ ତଳେ ହୀରାକୁଦର ଜଳସ୍ତର ୬୧୭.୧୫ ଫୁଟ୍ ଥିଲା। ଆଉ ଆଜି ଜଳସ୍ତର ୬୧୬. ୬୯ ଫୁଟ୍ ରହିଛି। କିନ୍ତୁ ଗତବର୍ଷ ଏହି ସମୟରେ ୬୨୧.୫ ଫୁଟ୍ ଥିଲା। ଆଉ ଯଦି ଏହି ହାରରେ ଜଳ ସ୍ତର କମେ ମେ’ ଶେଷ ଆଡକୁ ଜଳସ୍ତର ୬୦୦ ଫୁଟ୍କୁ ଖସି ଆସିବ। ସେମିତି ସ୍ଥିତି ହେଲେ ପାନୀୟ ଜଳ ସହ ଚାଷ ପାଇଁ ପାଣିର ଉତ୍କଟ ସମସ୍ୟା ଦେଖାଯିବ। ଜଳ ବିଦ୍ୟୁତ ଉତ୍ପାଦନ ସଂପୂର୍ଣ୍ଣ ଠପ ହୋଇଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବିଜୟ ମହାପାତ୍ର। ଏହା ସହ ସେ ପ୍ରଶ୍ନ ଉଠାଇଛନ୍ତି, ଡିସେମ୍ବରରୁ ଏମିତି ସ୍ଥିତିର ଖବର ଥାଇ ମଧ୍ୟ କାହିଁକି ସରକାର କୌଣସି ପଦକ୍ଷେପ ନେଲେ ନାହିଁ? ସେହିପରି ବିରୋଧୀ ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ଟ୍ରିବ୍ୟୁନାଲ୍କୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଆଜି ଦିଲ୍ଲୀରେ ମାମଲାର ଶୁଣାଣି ହୋଇଛି। ଦୁଇଟି ପର୍ଯ୍ୟାୟରେ କ୍ଷେତ୍ର ପରିଦର୍ଶନ କରିବେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୭ରୁ ୨୧ ଓ ଦ୍ୱିତୀୟ ର୍ଯ୍ୟାୟରେ ଏପ୍ରିଲ ୨୯ରୁ ମେ ୩ ତାରିଖ ପର୍ଯ୍ୟନ୍ତ ଉପର ମୁଣ୍ଡରୁ କଲମା ବ୍ୟାରେଜ ଯାଏଁ ପରିଦର୍ଶନ କରିବେ। ଛତିଶଗଡ ଗସ୍ତ ସରିଲେ ଓଡ଼ିଶା ଅଞ୍ଚଳ ପରିଦର୍ଶନ ପାଇଁ ନିଷ୍ପତ୍ତି ହୋଇଛି। ମେ’ ମାସ ସୁଦ୍ଧା ଏହି ଗସ୍ତ ସାରିବାକୁ ନିର୍ଦ୍ଦେଶ ରହିଛି।
ମହାନଦୀ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୋସନ ଆଣିବା ପରେ ରୁଲିଂ ଦେଇଥିଲେ ବାଚସ୍ପତି। ଏବେ ଦେଖିବାର କଥା ଏ ସଂପର୍କରେ ଗୃହରେ କଣ ଉତ୍ତର ଦେଉଛନ୍ତି ଜଳ ସଂପଦ ମନ୍ତ୍ରୀ।
ଶ୍ରୀ ମାଝି କହିଥିଲେ ଯେ, ସେ ଏହି ଖର୍ଚ୍ଚ ଦାବିକୁ ଗ୍ରହଣ କରିପାରୁ ନାହାନ୍ତି। ଏହାର ଅନେକ କାରଣ ରହିଛି। ଲମ୍ବା ସମୟ ଧରି ସରକାର ପ୍ରତିଷ୍ଠା ହୋଇଛି। ରାଜନୈତିକ ସ୍ଥିରତା ଅଛି। କେନ୍ଦ୍ରର ହସ୍ତକ୍ଷେପ ନାହିଁ। ସେ ରାଜ୍ୟ ବିକାଶ ଆଡ଼କୁ ଯାଏ। ୨୩ବର୍ଷର ବିଜେଡି ଶାସନ ଚାଲିଛି। ୨୩ବର୍ଷରେ ସରକାର ବିକାଶ ଦେଖେଇବା କଥା। ସୁବର୍ଣ୍ଣଯୁଗ କେମିତି ଚାଲିଛି ତାର ଚିତ୍ର ବଡ ବିଚିତ୍ର। ଓଡ଼ିଶାରେ ବିକାଶ ବିଫଳ ହୋଇଛି।
ବିଭିନ୍ନ ରିପୋର୍ଟରେ କେବଳ ବିବରଣୀ ଲେଖାଯାଉଛି। ହେଲେ କେତେ ଜଳ ସଂରକ୍ଷିତ ରଖିଲେ, କେତେ ଜଳସେଚନ କଲେ ତାର ସୂଚନା ସରକାରଙ୍କ ପାଖରେ ନାହିଁ। ମୟୂରଭଞ୍ଜର କୌଣସି ପ୍ରକଳ୍ପ କାମ ଶେଷ ହୋଇନାହିଁ। କେନାଲ ଖଣ୍ଡିଆ ହୋଇ ପଡ଼ିରହିଛି। ୧୩ରୁ ୪୩ବର୍ଷ ଭିତରେ ଅନେକ ଛୋଟ ବଡ଼ କ୍ଷୁଦ୍ର ବୃହତ ଜଳ ସେଚନ ପ୍ରକଳ୍ପ ଚାଲିଛି। କିନ୍ତୁ କାମ ସରୁନି। ୨୩ ବର୍ଷ ଭିତରେ ବାରମ୍ବାର ଅଟକଳ ହୋଇଛି। କିନ୍ତୁ କାମ ସରୁନି। ୨୩ ବର୍ଷ ଭିତରେ କେବଳ ଅଟକଳରେ ୧୭୦୦୦ କୋଟି ବୃଦ୍ଧି ପାଇଛି। ଏଥିପାଇଁ ଦାୟୀ କିଏ?
ମହାନଦୀରେ କେତେ ପାଣି ବୋହି ଯାଉଛି, ତାକୁ ଅଟକା ଯାଉନାହିଁ। ରାଜ୍ୟ ସରକାର ମହାନଦୀ ସୁରକ୍ଷାରେ ଫେଲ୍ ମାରିଛନ୍ତି। ଛତିଶଗ଼ଡ଼ର ନିଷ୍ପତ୍ତି ଓଡ଼ିଶା ପାଇଁ ବିପଦ ହୋଇଛି। ଟ୍ରିବୁନାଲ ରାୟକୁ ଅପେକ୍ଷା କରି ବସିବା କେବଳ ବାହାନା ହୋଇଛି। ରାୟ ଆସିବାକୁ ୩୦ ବର୍ଷ ଲାଗିଲେ ଆମେ କ’ଣ ସେମିତି ଅପେକ୍ଷା କରି ବସିବା। ଛତିଶଗଡ ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ କରି ପାଣିକୁ ଅଟକାଇଲା, ଆମ ସରକାର ୨୩ ବର୍ଷରେ ଗୋଟିଏ ବି ବ୍ୟାରେଜ କରିପାରିଲାନାହିଁ। ଛତିଶଗଡ ସରକାରଙ୍କ ଇଚ୍ଛା ଶକ୍ତି ଆଗରେ ନବୀନଙ୍କ ଇଚ୍ଛାଶକ୍ତି ଦୁର୍ବଳ।
ଓଡ଼ିଶାରେ ଚାଷୀ ସହିତ ଲୋକ ବି କ୍ଷତିଗ୍ରସ୍ତ ହେବେ। କୌଣସି ଜଳନୀତି ଘୋଷଣା ହୋଇପାରିଲା ନାହିଁ। ସରକାର ଯାହା କହୁଛନ୍ତି ତାହା କେବଳ ଧର୍ମକୁ ଆଖିଠାର ବୋଲି ଶ୍ରୀ ମାଝି କହିଥିଲେ।
ତେବେ ବିରୋଧୀଙ୍କ ବିରୋଧ ସତ୍ତ୍ୱେ ବିଧାନସଭାରେ ସଂଖ୍ୟା ଗରିଷ୍ଠ ଥିବା ବିଜେଡି ସଦସ୍ୟ ଜଳ ସମ୍ପଦ ବିଭାଗ ଖର୍ଚ୍ଚ ଦାବିକୁ ପାର କରାଇ ନେଇଛନ୍ତି।
ଟ୍ରିବ୍ୟୁନାଲ ସଦସ୍ୟଙ୍କ ପରିଦର୍ଶନ ବେଳେ ଟେକ୍ନିକାଲ ଟିମ୍ ଏବଂ ଆସେସର ସ୍ଥାନ ନିରୂପଣ କରିବେ। କ୍ଷେତ୍ର ପରିଦର୍ଶନ ପରେ ବିଚାର ପ୍ରକ୍ରିୟା ଓ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହେବ। ମାର୍ଚ୍ଚ ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ସ୍ଥିର ହୋଇଛି।
ସେପଟେ ଟ୍ରିବ୍ୟୁନାଲରର କାର୍ଯ୍ୟକାଳ ମାର୍ଚ୍ଚ ମାସରେ ସରୁଥିବାରୁ ରାଜ୍ୟଗୁଡିକ ଅବଧି ବଢାଇବା ସମ୍ବନ୍ଧରେ ସରକାରଙ୍କୁ ଟ୍ରିବ୍ୟୁନାଲ ପକ୍ଷରୁ କୁହାଯାଇଛି।
ଏନେଇ ଛତିଶଗଡ଼ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଜଗଜିତସିଂହ ଛାବ୍ରା କହିଛନ୍ତି, ଓଡ଼ିଶା ଓ ଛତିଶଗଡ଼ ଭିତରେ ଥିବା ଏହି ସମସ୍ୟା ସମାଧାନ କରିବାକୁ ଦୁଇପକ୍ଷଙ୍କ ଯୁକ୍ତିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନକୁ ଯାଞ୍ଚ କରାଯିବ। ମହାନଦୀର ଉତ୍ପତି ସ୍ଥଳରୁ ଶେଷ ସ୍ଥଳ ପର୍ଯ୍ୟନ୍ତ ସବୁ ସ୍ଥାନକୁ ଯାଞ୍ଚରେ ନିଆଯିବ। ଛତିଶଗଡ଼ ଓ ଓଡ଼ିଶା ଭିତରେ ନଦୀର ଗତିପଥ ଯାଞ୍ଚ କରିବାରୁ ୪ଦିନ ଲେଖାଏଁ ସମୟ ଲାଗିପାରେ। ଆବଶ୍ୟକ ପଡ଼ିଲେ ଏରିଏଲ୍ ସର୍ଭେ ମଧ୍ୟ ହୋଇପାରେ। ଏହା ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଓ ସଦସ୍ୟଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ।
ଶୀତ ଦିନରେ କାହିଁକି ଶୁଖିଲା ପଡିଲା ମହାନଦୀ? ହୀରାକୁଦ ଜଳଭଣ୍ଡାର ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଡ୍ୟାମ୍ ଇନଫ୍ଲୋ କ୍ରମାଗତ କମିବାରେ ଲାଗିଛି। ଗତବର୍ଷ ଆଜିର ଦିନରେ ଜଳଭଣ୍ଡାରକୁ ହାରାହାରି ୯ ହଜାର ୮୪୮ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ସମାନ ପରିମାଣର ଜଳ ଡ୍ୟାମରୁ ନିଷ୍କାସିତ ମଧ୍ୟ ହେଉଥିଲା। ଆଜିର ଦିନରେ ଜଳଭଣ୍ଡାରକୁ ପ୍ରବେଶ କରୁଛି ମାତ୍ର ୫୮୫ କ୍ୟୁସେକ୍ ଜଳ। ଆଉ ନିଷ୍କାସିତ ହେଉଛି ୮ ହଜାର ୧୮୦ କ୍ୟୁସେକ୍ ପାଣି। ହୀରାକୁଦର କମିଥିବା ଜଳର ପରିମାଣ ସହ ଜଳପତ୍ତନ ମଧ୍ୟ ଚିନ୍ତା ବଢାଇଛି। ଓଏଚ୍ପିସିର ତଥ୍ୟ କହୁଛି, ଗତବର୍ଷ ଆଜିର ଦିନରେ ଡ୍ୟାମର ଜଳପତ୍ତନ ୬୨୭.୨୯ ଫୁଟ୍ ରହିଥିଲା। ଏବେ ଏହା ପ୍ରାୟ ୩ ଫୁଟ୍ ହ୍ରାସ ପାଇ ୬୨୪.୬୭ ଫୁଟ୍ ପହଁଚିଛି।
ହୀରାକୁଦ ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି, ଅକ୍ଟୋବର ୧୯ ତାରିଖରେ ଉପମୁଣ୍ଡରେ ମାତ୍ର ୩ ମିଲିମିଟର ବର୍ଷା ହୋଇଥିଲା। ତା’ପରଠାରୁ ଆଜି ପର୍ଯ୍ୟନ୍ତ ବର୍ଷା ହୋଇନାହିଁ। କିନ୍ତୁ ଜଳଭଣ୍ଡାରେ ଯେତିକି ଜଳ ଗଚ୍ଛିତ ରହିଛି, ତାହା ଆମର ଆବଶ୍ୟକତାକୁ ପୂରଣ କରି ପାରିବ ବୋଲି ଶ୍ରୀ ସାହୁ କହିଛନ୍ତି।
ଏବେଠୁ ଡ୍ୟାମକୁ ଏତେ କମ୍ ପରିମାଣର ଜଳ ପ୍ରବେଶ କରୁଥିବାରୁ ଖରାଦିନେ ସ୍ଥିତି ସାଂଘାତିକ ହେବା ନେଇ ଆଶଙ୍କା କରାଯାଉଛି। ବିଶେଷ କରି ଜଳସେଚନ, ପିଇବା ପାଣି ଓ ଜଳ ବିଦ୍ୟୁତ ଉତ୍ପାଦନ ସମସ୍ୟା ଉପୁଜିପାରେ। ତେବେ ଏଠି ପ୍ରଶ୍ନ ଉଠୁଛି, ଉପର ମୁଣ୍ଡରେ ପାଣି ବନ୍ଦ କରିଦେଲାଣି କି ଛତିଶଗଡ? ଖରାଦିନେ ପାଣି ନପାଇ ଶୁଖିଲା ପଡ଼ିବ କି ଜମି?
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଆଜି ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ଯେ, ମହାନଦୀରେ ଜଳପ୍ରବାହକୁ ରୋକିବା ପାଇଁ ଛତିଶଗଡ଼ ସରକାର ପାଖାପାଖି ୫୧୬ଟି ଚେକ୍ ଡ୍ୟାମ ନିର୍ମାଣ କରିଛନ୍ତି । ଏହାଦ୍ୱାରା ବାସ୍ତବରେ ଅଣମୌସୁମୀ ସମୟରେ ହୀରାକୁଦଠାରେ ମହାନଦୀକୁ ଜଳ ପ୍ରବାହନ କମିଛି । ମନ୍ତ୍ରୀ ଶ୍ରୀ ଦାସ ଏହାର ତୁଳନାତ୍ମକ ତଥ୍ୟ ଦେଇ କହିଛନ୍ତି ଯେ, ହୀରାକୁଦ ଜଳଭଣ୍ଡାରକୁ ୨ମିଲିୟନ ଏକର ଫୁଟ ଅଣମୌସୁମୀ ଜଳ ପ୍ରବାହ ଆସିବାକୁ ଥିବାବେଳେ ୧୯୯୧-୨୨ରୁ ୨୦୦୪-୦୫ ମସିହା ମଧ୍ୟରେ ହାରାହାରି ୪% କମ୍ ଜଳ ଆସିଛି । ଅବଶ୍ୟ ୨୦୧୯-୨୦ ମସିହାରେ ଅଣମୌସୁମୀ ସମୟରେ ହୀରାକୁଦରୁ ଜଳପ୍ରବାହରେ ହାରାହାରି ୩% ଜଳପ୍ରବାହ କମିଛି ।
୨୦୦୫-୦୬ରୁ ୨୦୧୫-୧୬ ମଧ୍ୟରେ ହୀରାକୁଦକୁ ଅଣମୌସୁମୀ ସମୟରେ ୩୭% ଜଳପ୍ରବାହ କମିଥିବାବେଳେ ୨୦୧୬-୧୭ରେ ହାରାହାରି ୬୫%, ୨୦୧୭-୧୮ରେ ୬୧%, ୨୦୧୮-୧୯ରେ ୫୭% ଜଳପ୍ରବାହ କମିଛି । ମହାନଦୀରେ ଜଳପ୍ରବାହ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ୨୦୧୬ ମସିହାରେ ଆନ୍ତଃରାଜ୍ୟ ଜଳବିବାଦ ଆଇନ-୧୯୫୬ ଅନୁସାରେ ଏକ ବୈଧାନିକ ଅଭିଯୋଗ ଦାଖଲ କରିଛନ୍ତି ।
୨୦୧୮ ମାର୍ଚ୍ଚ ୧୨ରେ କେନ୍ଦ୍ର ସରକାର ମହାନଦୀ ଜଳବିବାଦର ସମାଧାନ ପାଇଁ ଏକ ଟ୍ରିବ୍ୟୁନାଲ ଗଠନ କରିଥିଲେ । ଏହି ମହାନଦୀ ଜଳବିବାଦରେ ଓଡ଼ିଶା ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ପକ୍ଷଭୁକ୍ତ ଅଛନ୍ତି। ମାତ୍ର କେନ୍ଦ୍ର ସରକାର ଏଥିରେ ପକ୍ଷଭୁକ୍ତ ହୋଇନାହାନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି ।
https://www.youtube.com/watch?v=Oycq0-Ug34c