ରବିବାର (ଗତକାଲି) କଟକ ଜିଲ୍ଲା ମାହାଙ୍ଗା ଲଳିତଗିରିରେ ଶରତ ପ୍ରେମୀ ପରିବାରର ଏକ ବନ୍ଧୁ ମିଳନ ହୋଇଥିଲା। ଏଥିରେ ମାହାଙ୍ଗାର ବିଭିନ୍ନ ପଞ୍ଚାୟତର ବହୁ ବରିଷ୍ଠ ନେତା ଓ କର୍ମୀମାନଙ୍କୁ ଦେଖିବାକୁ ମିଳିଥିଲା। ଏହି ଅବସରରେ ଶୋଭନ କହିଥିଲେ ଯେ ସେ ନିର୍ବାଚନ ଲଢ଼ନ୍ତୁ ବୋଲି ମାହାଙ୍ଗାର ଜନସାଧାରଣ ଚାହୁଁଛନ୍ତ।
ମାହାଙ୍ଗା ମାଟିର ଉନ୍ନତି ଲାଗି ସେ ସର୍ବଦା ଚେଷ୍ଟିତ। ଆଉ ସୁଯୋଗ ମିଳିଲେ ସେ ନିଶ୍ଚୟ ପ୍ରାର୍ଥୀ ଭାବେ ଲଢ଼ିବେ ଓ ଅଞ୍ଚଳବାସୀଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ତେବେ ସେ କେଉଁ ଦଳରୁ ଲଢିବାକୁ ଆଗ୍ରହୀ ତାହା ସେ ସ୍ପଷ୍ଟ କରି ନାହାନ୍ତି। ସେହିପରି ସେ ରାଜନୀତି କରନ୍ତୁ ଅବା ନ କରନ୍ତୁ ସବୁବେଳେ ମାହାଙ୍ଗା ଲୋକଙ୍କ ସେବା କରିବେ ବୋଲି କହିଛନ୍ତି।
ମାହାଙ୍ଗାର ବର୍ତ୍ତମାନର ବିଧାୟକ ପ୍ରତାପ ଜେନା ବିଭିନ୍ନ କାରଣକୁ ନେଇ ବିବାଦୀୟ ହୋଇପଡିଛନ୍ତି। ଆଉ ଏହି ସମୟରେ ଶୋଭନ ମାହାଙ୍ଗାରେ ବିଭିନ୍ନ କାର୍ଯ୍ୟକ୍ରମ ଓ ସଭାସମିତି କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ତାଙ୍କ ନାଁରେ ମାମଲା ଚାଲୁ ରଖିବାକୁ ଗତମାସରେ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମ୍ଏଫସି କୋର୍ଟ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରତାପଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଦଫାରେ ମାମଲା ଚାଲୁ ରହିବ। ସେତେବେଳେ ସାଲେପୁର ଜେଏମ୍ଏଫସି କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ସେଥିରେ ସ୍ପଷ୍ଟ ଭାବେ କହିଥିଲେ ଯେ ଅଭିଯୋଗକାରୀ ଓ ସାକ୍ଷୀମାନଙ୍କର ବୟାନ ଏବଂ ବିଭିନ୍ନ ରେକର୍ଡପତ୍ର ଗୁଡ଼ିକୁ ଦେଖିଲେ ଆପାତତଃ ପ୍ରତାପ ଜେନାଙ୍କ ବିରୋଧରେ ପ୍ରମାଣଯୋଗ୍ୟ ତଥ୍ୟ ରହିଛି।
ଏହି ମାମଲାର ତଦନ୍ତ ମାହାଙ୍ଗା ପୁଲିସ କରୁଥିଲା। ମୃତକଙ୍କ ପରିବାର ଲୋକେ ସେମାନଙ୍କ ଏତଲାରେ ସିଧାସଳଖ ବିଧାୟକ ତଥା ତତ୍କାଳୀନ ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଉଲ୍ଲେଖ କରିଥିଲେ। ସେ ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ସେମାନେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ୍ ଯେତେବେଳେ ମାମଲାର ତଦନ୍ତ କରି ଚାର୍ଜଶିଟ୍ ଦାଖଲ କଲା, ସେତେବେଳେ ସେଥିରେ ପ୍ରତାପ ଜେନାଙ୍କ ନାଁ ନଥିଲା। ପ୍ରତାପ ଜେନାଙ୍କୁ ପୁଲିସ୍ କ୍ଲିନ୍ଚିଟ୍ ଦେଇଥିଲା। ପ୍ରତାପ ଜେନାଙ୍କର ଏହି ମାମଲାରେ କିଛି ସଂପୃକ୍ତି ନାହିଁ ବୋଲି ଚାର୍ଜଶିଟ୍ରେ ଦର୍ଶାଯାଇଥିଲା।
ଏହି ଚାର୍ଜଶିଟ୍କୁ ନେଇ ପରବର୍ତ୍ତୀ ସମୟରେ ମୃତ କୁଳମଣି ବାରିକଙ୍କ ପରିବାର ପକ୍ଷରୁ ଏକ ପ୍ରୋଟେଷ୍ଟ ପିଟିସନ ଦାଖଲ କରାଯାଇଥିଲା। ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ଗଲା। ପୁନର୍ବିଚାର କରିବାକୁ ସାଲେପୁର ଜେଏମ୍ଏଫ୍ସି କୋର୍ଟଙ୍କୁ କହିଥିଲେ ହାଇକୋର୍ଟ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାଲେପୁର ଜେଏମ୍ଏଫସି କୋର୍ଟ ଅଭିଯୋଗକାରୀ ଓ ସାକ୍ଷୀମାନଙ୍କ ବୟାନ ରେକର୍ଡ କରିଥିଲେ। ସେମାନଙ୍କ ବୟାନରୁ ସ୍ପଷ୍ଟ ହୋଇଥିଲା ଯେ ଏହି ମାମଲାରେ ପ୍ରତାପଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଦେବା ଭଳି ଯେଉଁ ଅଭିଯୋଗ ରହିଛି, ତା’ପଛରେ ପ୍ରମାଣଯୋଗ୍ୟ ତଥ୍ୟ ରହିଛି।
ଏଥିରୁ ସ୍ପଷ୍ଟ ହେଉଛି ପୁଲିସ ତଦନ୍ତ ବେଳେ ଓ ଚାର୍ଜଶିଟ୍ ଦାଖଲ ବେଳେ ଯେଉଁ ସବୁ ଦିଗଗୁଡ଼ିକୁ ଅଣଦେଖା କରିଥିଲା, ସେଗୁଡ଼ିକୁ ଅଭିଯୋଗକାରୀ ଓ ସାକ୍ଷୀମାନେ ସାମ୍ନାକୁ ଆଣିଥିଲେ। ଆଉ ସେନେଇ ସେମାନେ ବଳିଷ୍ଠ ତଥ୍ୟ ଓ ପ୍ରମାଣ ମଧ୍ୟ ଉପସ୍ଥାପନ କରିଥିଲେ। ଫଳରେ ସାଲେପୁର ଜେଏମ୍ଏଫ୍ସି କୋର୍ଟ ମଧ୍ୟ ସେମାନଙ୍କ ଯୁକ୍ତିକୁ ଗ୍ରହଣ କରିଥିଲେ।
୨୦୨୧ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୫) ଓ ତାଙ୍କ ସଂପର୍କୀୟ ଦିବ୍ୟ ସିଂହ ବରାଳ (୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ମଧ୍ୟ ହୋଇଥିଲା ମାମଲା । ତେବେ ପୁଲିସ ଚାର୍ଜସିଟ୍ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁକୁ କାଟି ଦେଇଥିଲେ।
ଗତକାଲି ନିହାରଙ୍କୁ ଭିଜିଲାନ୍ସ ଅଫିସରେ ପଚରାଉଚରା ହୋଇଥିଲା। ତଦନ୍ତରେ ସହଯୋଗ କରୁ ନଥିବାରୁ ନୋଟିସ୍ କରିଥିଲା ତଦନ୍ତକାରୀ ସଂସ୍ଥା। ପୂର୍ବରୁ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ବିବାଦୀୟ ହୋଇଥିଲେ ଆଇଆଇସି ନିହାର ରଞ୍ଜନ। ଏହି ମାମଲାରେ କୋର୍ଟ ମଧ୍ୟ ତାଙ୍କୁ ତାଗିଦ୍ କରିଥିଲେ।
ସୂଚନାଯୋଗ୍ୟ, ନିହାର ରଞ୍ଜନଙ୍କ ପତ୍ନୀ ନିନା ବେଉରା ରାୟଗଡ଼ା ଅବକାରୀ ଅଧୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ରାତିରେ ଭିଜିଲାନ୍ସ ତାଙ୍କ ଗାଡ଼ିରୁ ୬ ଲକ୍ଷ ଟଙ୍କା ଜବତ କରିଥିଲା। ଏତେ ଟଙ୍କା ଅବକାରୀ ଅଧୀକ୍ଷକ କେଉଁଠି ଆଣିଲେ ବୋଲି ଭିଜିଲାନ୍ସ ଅଧିକାରୀ ତାଙ୍କୁ ପଚରାଉଚରା କରିଥିଲେ। ହେଲେ ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଏଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା। ପତ୍ନୀ ଗିରଫ ହେବାରୁ ଆଇଆଇସି ଚଢ଼ଉ ଭୟରେ ଘରେ ତାଲା ପକାଇ ଫେରାର ହୋଇଯାଇଥିବା ଭିଜିଲାନ୍ସ କହିଥିଲା। ଏହାର ଦିନକ ପରେ ଡକରା ପାଇ ନିହାର ରଞ୍ଜନ ଭୁବନେଶ୍ୱରସ୍ଥିତ ଭିଜିଲାନ୍ସ ଅଫିସରେ ହାଜର ହୋଇଥିଲେ।
https://youtu.be/LF9AqC7zcnA