ପଶ୍ଚିମବଙ୍ଗର ପୂର୍ବତନ ବିଜେପି ମୁଖ୍ୟ ଦିଲୀପ ଘୋଷଙ୍କୁ ଦଳ ତାଙ୍କ ନିର୍ବାଚନ ମଣ୍ଡଳୀରୁ ବାହାର କରି ଦେବାରୁ ସେ ହତାଶ ହୋଇ ଏପରି କଥା ସବୁ କହୁଛନ୍ତି ବୋଲି ଟିଏମସି କହିଛି।
ଆଗକୁ ଲୋକସଭା ନିର୍ବାଚନ ଥିବା ବେଳେ ଦିଲୀପ ଘୋଷ କହିଛନ୍ତି ଯେ “ଦିଦି ଗୋଆ ଯିବା ସହ ସେଠାରେ ନିଜକୁ ଗୋଆର ଝିଅ ବୋଲି କହୁଛନ୍ତି। ଏହାପରେ ସେ ତ୍ରିପୁରା ଯାଇ, ସେଠାରେ ବି ନିଜକୁ ତ୍ରିପୁରାର ଝିଅ କହୁଛନ୍ତି। ଦିଦି ପ୍ରଥମେ ନିଷ୍ପତ୍ତି ନିଅନ୍ତୁ ଯେ ତାଙ୍କ ବାପା କିଏ? ଏମିତି କାହାର ବି ଝିଅ ହୋଇଯିବା ଆଦୌ ଭଲ କଥା ନୁହେଁ।” ବେଶ କଟାକ୍ଷ କରି ଦିଲୀପ ଘୋଷ ଏପରି ବୟାନ ଦେଇଥିଲେ।
ଏହାର ଭିଡିଓ ଶେୟାର କରି ଟିଏମସି କହିଛି ଯେ ରାଜନୀତିକ ନେତୃତ୍ୱ ନାଁରେ ଦିଲୀପ ଘୋଷ ଜଣେ ଅପମାନ। ମା’ ଦୁର୍ଗାଙ୍କ ବଂଶ ଉପରେ ପ୍ରଶ୍ନ ଉଠାଇଥିବା ବ୍ୟକ୍ତି ଏବେ ମମତା ବାନାର୍ଜୀଙ୍କ ପୂର୍ବ ପୁରୁଷଙ୍କ ଉପରେ ମଧ୍ୟ କଟାକ୍ଷ କରିଛନ୍ତି।
ଏଥିରୁ ସ୍ପଷ୍ଟ ହୋଇଛି ଯେ ବେଙ୍ଗଲର ମହିଳାଙ୍କ ପ୍ରତି ଘୋଷଙ୍କର କୌଣସି ସମ୍ମାନ ନାହିଁ। ହିନ୍ଦୁତ୍ୱର ଦେବୀ ହୁଅନ୍ତି କି ଦେଶର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ହୁଅନ୍ତୁ, କାହା ପ୍ରତି ତାଙ୍କର ସମ୍ମାନ ନାହିଁ।”
୨୦୨୧ରେ ମା’ ଦୁର୍ଗାଙ୍କ ସମ୍ପର୍କରେ ଶ୍ରୀ ଘୋଷ ଦେଇଥିବା ବୟାନ ବେଶ ବିବାଦୀୟ ହୋଇଥିଲା। ସେ କହିଥିଲେ, “ଭଗବାନ ରାମ ଜଣେ ସମ୍ରାଟ ଥିଲେ। କିଛି ଲୋକ ତାଙ୍କୁ ଅବତାର ରୂପେ ଚିତ୍ରଣ କରନ୍ତି।
ଆମେ ତାଙ୍କ ପୂର୍ବପୁରୁଷଙ୍କ ନାଁ ଜାଣିଛେ। କିନ୍ତୁ ଦୁର୍ଗାଙ୍କ ସମ୍ପର୍କରେ ଆପଣମାନେ ସେମିତି କିଛି ଶୁଣିଛନ୍ତି?” ଏହା ସେତେବେଳେ ବେଶ ବିବାଦୀୟ ସ୍ଥିତି ସୃଷ୍ଟି କରିଥିଲା। ଆଜି ଟିଏମସି ତାଙ୍କୁ ସମାଲୋଚନା କରିବା ବେଳେ ଉକ୍ତ ବୟାନକୁ ଇଙ୍ଗିତ କରିଛି।
.@DilipGhoshBJP is a disgrace in the name of political leadership!
— All India Trinamool Congress (@AITCofficial) March 26, 2024
From challenging the lineage of Maa Durga to now questioning the ancestry of Smt. @MamataOfficial, he has wallowed in the filthiest depths of moral bankruptcy.
One thing is crystal clear: Ghosh has ZERO RESPECT… pic.twitter.com/25uvaDPXsi
ଟିଏମସି ନେତା କୁନାଲ ଘୋଷ ଗୋଟିଏ ଭିଡିଓ ବାର୍ତ୍ତାରେ କହିଛନ୍ତି, “ଆପଣଙ୍କ ଦଳ ଆପଣଙ୍କୁ ମେଦିନିପୁରରୁ ବାହାର କରି ଦେଇଛି। ଆପର ସେଠାରେ କିଛି କହିପାରିବେ ନାହିଁ। ତେଣୁ ଆପଣ ନିଜର ହତାଶା ଭାବକୁ ବାହାର କରିବା ପାଇଁ ମମତା ବାନାର୍ଜୀଙ୍କ ସମ୍ପର୍କରେ ଅପଶବ୍ଦ ପ୍ରୟୋଗ କରୁଛନ୍ତି।
ସେ ୭ ଥରର ସାଂସଦ, ୪ଥରର କେନ୍ଦ୍ରମନ୍ତ୍ରୀ ଓ ୩ଥରର ମୁଖ୍ୟମନ୍ତ୍ରୀ। ପୂରା ଦେଶରେ ତାଙ୍କର ଲୋକପ୍ରିୟତା ରହିଛି। ସେ ଭାରତର ଝିଅ। ତଥାପି ଆପଣ ତାଙ୍କ ସମ୍ପର୍କରେ ଅପଶବ୍ଦ ପ୍ରୟୋଗ କରିଛନ୍ତି। ଆପଣଙ୍କୁ ଆପଣଙ୍କ ଦଳ କେବଳ ଜା ଦିଲୀପ ଜା କହି ଚାଲିଛି।”
୨୦୧୯ରେ ଦିଲୀପ ଘୋଷ ମେଦିନିପୁର ଆସନରୁ ଜିତିଥିଲେ। କିନ୍ତୁ ବିଜେପି ଏଥର ତାଙ୍କୁ ବର୍ଦ୍ଧମାନ ଦୁର୍ଗାପୁର ଆସନରୁ ଟିକେଟ ଦେଇଛି। ଏହାକୁ ଟିଏମସି ପକ୍ଷରୁ କଟାକ୍ଷ କରାଯାଇଛି।
ମମତା ଆହତ ହୋଇଥିବା ନେଇ ପ୍ରଥମେ ତୃଣମୂଳ କଂଗ୍ରେସ ତା’ X (ପୂର୍ବର ଟ୍ୱିଟ୍ର) ଯୋଗେ ସୂଚନା ଦେଇଥିଲା। Xରେ ମମତାଙ୍କ କିଛି ଫଟୋ ଶେଆର କରିଥିଲା ଦଳ। ସେଥିରେ ମମତା ଡାକ୍ତରଖାନାରେ ବେଡ୍ରେ ଶୋଇଥିବା ବେଳେ ତାଙ୍କ କପାଳରୁ ବହି ଆସିଥିଲା ରକ୍ତ। ତାଙ୍କ କପାଳରେ ସୃଷ୍ଟି ହୋଇଥିଲା ଗଭୀର କ୍ଷତ। ମମତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଦଳ ସମସ୍ତଙ୍କୁ ଅନୁରୋଧ କରିଥିଲା।
ଘରେ ପଡ଼ିଯିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ କୋଲକାତାର ଏସ୍ଏସ୍କେଏମ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆବଶ୍ୟକ ଚିକିତ୍ସା କରାଯିବା ପରେ ଓ ସମସ୍ତ ପ୍ରକାର ପରୀକ୍ଷା କରାଯିବା ପରେ ତାଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଛି।
Our chairperson @MamataOfficial sustained a major injury.
— All India Trinamool Congress (@AITCofficial) March 14, 2024
Please keep her in your prayers 🙏🏻 pic.twitter.com/gqLqWm1HwE
ସେ କହିଛନ୍ତି, “ମୋ ପରିବାର ଓ ମୁଁ ବାବୁନଙ୍କ ସହ ସମସ୍ତ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଛୁ। ପ୍ରତିଟି ନିର୍ବାଚନ ପୂର୍ବରୁ ସେ ସମସ୍ୟା ସୃଷ୍ଟି କରନ୍ତି। ମୁଁ ଲୋଭୀ ଲୋକଙ୍କୁ ପସନ୍ଦ କରେନାହିଁ। ବଂଶବାଦ ରାଜନୀତିରେ ମଧ୍ୟ ମୋର ବିଶ୍ୱାସ ନାହିଁ। ତାଙ୍କୁ ଅସ୍ୱୀକାର କରିବାକୁ ମୁଁ ନିଷ୍ପତ୍ତି ନେଇଛି। ତାଙ୍କ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରୁଛି।”
ମମତାଙ୍କ ଏପରି ନିଷ୍ପତ୍ତି ପୂର୍ବରୁ ବାବୁନ ବାନାର୍ଜୀ ଟିଏମସିକୁ କଡ଼ା ସମାଲୋଚନା କରିଥିଲେ। ପ୍ରସୂନ ବାନାର୍ଜୀ ବର୍ତ୍ତମାନ ହାୱଡାର ସାଂସଦ ଥିବା ବେଳେ ତାଙ୍କୁ ଟିଏମସି ପୁଣି ୨୦୨୪ ନିର୍ବାଚନ ପାଇଁ ଟିକେଟ ଦେଇଛି। ଏହାକୁ ନେଇ ବାବୁନ ଟିଏମସି ଉପରେ ଖପ୍ପା ହୋଇଛନ୍ତି।
ସେ କହିଥିଲେ, “ପ୍ରାର୍ଥୀ ଚୟନକୁ ନେଇ ମୁଁ ଖୁସି ନୁହେଁ। ସେ(ପ୍ରସୂନ ବାନାର୍ଜୀ) ଉପଯୁକ୍ତ ପ୍ରାର୍ଥୀ ନୁହନ୍ତି। ଅନେକ ଯୋଗ୍ୟ ପ୍ରାର୍ଥୀଙ୍କୁ ଅଣଦେଖା କରାଯାଇଛି। ମୋତେ ପ୍ରସୂନ କରିଥିବା ଅପମାନକୁ ମୁଁ କେବେ ହେଲେ ଭୁଲି ପାରିବି ନାହିଁ।” ବାବୁନ ଦରକାର ପଡ଼ିଲେ ସ୍ୱାଧୀନ ଭାବେ ହାୱଡା ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ସଙ୍କେତ ଦେଇଛନ୍ତି।
ବାବୁନ କହିଛନ୍ତି, “ମୁଁ ଜାଣିଛି ଦିଦି(ମମତା ବାନାର୍ଜୀ) ମୋ ସହ ଏକମତ ହୋଇ ନପାରନ୍ତି। କିନ୍ତୁ ଯଦି ଦରକାର ପଡ଼ିବ, ତା’ହେଲେ ମୁଁ ସ୍ୱାଧୀନ ଭାବେ ହାୱଡା ଲୋକସଭା ନିର୍ବାଚନ ଲଢ଼ିବି।”
ହାୱଡା ଆସନରୁ ପ୍ରସୂନ ୩ ଥର ବିଜୟୀ ହୋଇ ଲୋକସଭାକୁ ଯାଇଛନ୍ତି। ବାମପନ୍ଥୀ ଦଳର ଅମ୍ବିକା ବାନାର୍ଜୀଙ୍କ ପରେ ୨୦୦୯ରୁ ଟିଏମସି ଏଠାରେ ଜିତି ଆସୁଛି।
ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସିଏଏ ଲାଗୁ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମମତା ବାନାର୍ଜୀ ତରବରିଆ ଭାବେ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ।
ରାଜ୍ୟ ସଚିବାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦିଦି କହିଛନ୍ତି, “ଯଦି ନିୟମରେ ପକ୍ଷପାତିତା ରହିଥିବ, ତା’ହେଲେ ଆମେ ଏହାକୁ ଗ୍ରହଣ କରିବୁ ନାହିଁ। ଜାତି, ଧର୍ମ ଓ ଲିଙ୍ଗଗତ ଦୃଷ୍ଟିରୁ ଯଦି ପାତରଅନ୍ତର କରାଯାଇଥିବ, ତା’ହେଲେ ଆମେ ଏହାକୁ ବିରୋଧ କରିବୁ। ସେମାନେ ୨ ଦିନ ଭିତରେ କାହାକୁ ବି ନାଗରିକତା ପ୍ରଦାନ କରିପାରିବେ ନାହିଁ। ଏହା କେବଳ ଲଲିପପ ଓ ଲୋକ ଦେଖାଣିଆ କାମ।”
୪ ବର୍ଷ ଓ ୩ ମାସ ତଳେ ନାଗରିକତା ଦେବା ପାଇଁ କେନ୍ଦ୍ର ସରକାର ଆଇନ ପ୍ରଣୟନ କରିଥିଲେ। ହେଲେ ଏହାର ନିୟମ ଏଯାଏ ପ୍ରଣୟନ କରିପାରି ନଥିଲେ। ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ହଠାତ୍ କେନ୍ଦ୍ର ସରକାର ସିଏଏ ନିୟମ ପ୍ରଣୟନ କରିଛନ୍ତି।
ବିରୋଧୀଙ୍କ କହିବା କଥା ଯେ ବିଜେପି ସରକାର ତୁଷ୍ଟୀକରଣ ରାଜନୀତିକ ପାଇଁ ତରବରିଆ ଭାବେ ସିଏଏ ଲାଗୁ କରିଛି। ସେହିପରି ନିର୍ବାଚନୀ ବଣ୍ଡ ମାମଲାରେ ବ୍ୟାକଫୁଟରେ ଥିବା କେନ୍ଦ୍ର ସରକାର ଏଥିରୁ ଲୋକଙ୍କ ଧ୍ୟାନଚ୍ୟୁତ ପାଇଁ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।
ଆଜି ଏକ ମେଗା ରାଲି କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗର ସମସ୍ତ ୪୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହି ପ୍ରାର୍ଥୀ ଘୋଷଣା ସମୟରେ ବଶିରହାଟ ଲୋକସଭା ଆସନ ଉପରେ ସମସ୍ତଙ୍କ ନଜର ଥିଲା। କାରଣ ଯେଉଁ ସନ୍ଦେଶଖାଲି ଅଞ୍ଚଳରେ ହିଂସା ଲାଗି ରହିଛି, ତାହା ଏହି ଲୋକସଭା ଆସନରେ ଆସେ। ଏହି ଆସନରୁ ୨୦୧୯ରେ ନିର୍ବାଚନ ଲଢ଼ିଥିଲେ ଅଭିନେତ୍ରୀ ନୁସରତ ଜାହାଁ। ଏଠାରୁ ସେ ସାଂସଦ ଥିଲେ। ହେଲେ ଏଥର କିନ୍ତୁ ଟିଏମ୍ସି ତାଙ୍କ ଟିକେଟ୍ କାଟି ଦେଇଛି। ତାଙ୍କ ବଦଳରେ ଦଳ ହକଜି ନରୁଲ ଇସ୍ଲାମଙ୍କୁ ପ୍ରାର୍ଥୀ କରିଛି।
ସେହି ମିମି ଚକ୍ରବର୍ତ୍ତୀଙ୍କ ମଧ୍ୟ ଟିଏମ୍ସି ପ୍ରାର୍ଥୀ ତାଲିକାରୁ ବାଦ୍ ପଡିଛନ୍ତି। ପୂର୍ବରୁ ମିମି ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିବା ଯୋଗୁ ଦଳ ଏଥର ତାଙ୍କୁ ଟିକେଟ୍ ଦେଇନି। ସେ ଗତଥର ଯାଦବପୁର ଆସନରୁ ନିର୍ବାଚନ ଲଢ଼ି ବିପୁଳ ବିଜୟ ହାସଲ କରିଥିଲେ।
୨୦୨୪ ଲୋକସଭା ନିର୍ବାଚନ ପାଇଁ ଟିଏମ୍ସି ଯେଉଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଏଥିରେ ବର୍ତ୍ତମାନ ସାଂସଦ ଥିବା ୧୬ ଜଣଙ୍କ ନାଁ ସାମିଲ ଅଛି। ସେହିପରି ୧୨ ଜଣ ମହିଳାଙ୍କ ନାଁ ମଧ୍ୟ ଦିଦିଙ୍କ ଏହି ଲିଷ୍ଟରେ ସ୍ଥାନ ପାଇଛି।
ଏଥିସହ କେନ୍ଦ୍ରର ଟଙ୍କା ଲୁଟ କରିବା ପାଇଁ ଟିଏମସି ନକଲି ମନରେଗା କାର୍ଡ ତିଆରି କରିଥିବା ମଧ୍ୟ ମୋଦି ଅଭିଯୋଗ କରିଛନ୍ତି। ବିରୋଧୀ ମେଣ୍ଟ ଇଣ୍ଡିଆରେ ଥିବା ଟିଏମସି ଓ କଂଗ୍ରେସ ଭଳି ଦଳ କେବଳ ସେମାନଙ୍କ ପରିବାର ଲୋକଙ୍କ ବିକାଶ କଥା ଚିନ୍ତା କରନ୍ତି ବୋଲି ମୋଦି କହିଛନ୍ତି।
ବେଙ୍ଗଲର ସିଲିଗୁଡ଼ିରେ ଆୟୋଜିତ ବିଶାଳ ରାଲିରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରି ସେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳକୁ ହରାଇବା ପାଇଁ ଆହ୍ୱାନ ଦେଇଛନ୍ତି।
ସେ କହିଛନ୍ତି, “ଦୁର୍ନୀତି ଗ୍ରସ୍ତ ଟିଏମସି ସରକାରକୁ ପଶ୍ଚିମବଙ୍ଗରୁ ହଟାଇବା ପାଇଁ ରାସ୍ତା ଲୋକସଭା ନିର୍ବାଚନରେ ଖୋଲିବ। ଦେଶର ମା’ମାନେ ଆବଶ୍ୟକ ଜିନିଷ ଓ ସୁବିଧା ପାଇବା ପାଇଁ ଅନେକ ସଂଘର୍ଷ କରୁଥିବା ମୁଁ ଦେଖିବାକୁ ପାଇଛି। ଏହି କାରଣ ପାଇଁ ମୁଁ ସାନିଟେସନ, ମାଗଣା ବିଜୁଳି, ବ୍ୟାଙ୍କ ଆକାଉଣ୍ଟ ଓ ଟ୍ୟାପ ପାଣି ଉପରେ ଗୁରୁତ୍ୱ ଦେଉଛି।
ଏହାଦ୍ୱାରା ଆମ ମା’ ଓ ଭଉଣୀମାନଙ୍କର ଜୀବନ ଅଧିକ ସହଜ ହୋଇପାରିବ। କିନ୍ତୁ ଏଠାରେ ପ୍ରଥମେ ବାମପନ୍ଥୀ ଓ ପରେ ଟିଏମସି ସରକାର ରାଜ୍ୟବାସୀଙ୍କ ମୌଳିକ ଆବଶ୍ୟକତାକୁ ଅଣଦେଖା କରି ଚାଲିଛନ୍ତି। ଟିଏମସି ରାଜ୍ୟକୁ ଲୁଟ କରି ଚାଲିଛି। ମନରେଗା ଅଧୀନରେ ଥିବା କେନ୍ଦ୍ରୀୟ ପାଣ୍ଠିକୁ ଲୁଟ କରିବା ପାଇଁ ଟିଏମସି ନକଲି ନିଯୁକ୍ତି କାର୍ଡ ତିଆରି କରିଛି।”
ବଂଶବାଦ ରାଜନୀତିକୁ ପ୍ରସଙ୍ଗ କରି ମୋଦି ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଟିଏମସି କେବଳ ନିଜ ପୁତୁରା କଥା ଚିନ୍ତା କରୁଛି। ସେହିପରି କଂଗ୍ରେସ କେବଳ ନିଜ ରାଜ ପରିବାର କଥା ଭାବୁଛି ବୋଲି ମୋଦି ଅଭିଯୋଗ କରିଛନ୍ତି।
ଅନ୍ତର୍ଜାତୀୟ ମହିଳା ଦିବସର ଗୋଟିଏ ଦିନ ପୂର୍ବରୁ ମମତା ଆଜି ମହିଳାଙ୍କୁ ନେଇ ଶୋଭାଯାତ୍ରା କରିଛନ୍ତି। ଏହି ସମୟରେ ଆୟୋଜିତ ସଭାରେ ସେ ଜଷ୍ଟିସ ଅଭିଜିତଙ୍କୁ ବିଜେପି ବାବୁ ଭାବେ ସମ୍ବୋଧନ କରିଛନ୍ତି। ଯଦି ସେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ, ତା’ହେଲେ ତାଙ୍କ ପରାଜୟକୁ ସୁନିଶ୍ଚିତ କରିବା ପାଇଁ ମମତା ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବେ ବୋଲି ଆଜି ଘୋଷଣା କରିଛନ୍ତି।
ସେ କହିଛନ୍ତି, “ଜଣେ ବିଜେପି ବାବୁ ବେଞ୍ଚରେ ବସିଥିଲେ। ସେ ଏବେ ବିଜେପିରେ ସାମିଲ ହୋଇଛନ୍ତି। ସେମାନଙ୍କ ଠାରୁ ଆପଣ କେମିତି ନ୍ୟାୟ ଅପେକ୍ଷା କରିବେ? ତାଙ୍କର ମୁଖା ଖୋଲି ଯାଇଛି।”
ଏକାଧିକ ବିବାଦୀୟ ରାୟ ଯୋଗୁ ଚର୍ଚ୍ଚାରେ ରହିଥିବା ଜଷ୍ଟିସ ଅଭିଜିତ ନିକଟରେ ବିଚାରପତି ପଦରୁ ଇସ୍ତଫା ଦେଇଥିଲେ। ଆଜି ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିରେ ସାମିଲ ହେବା ପରେ ସେ କହିଛନ୍ତି, “ଆଜି ମୁଁ ଗୋଟିଏ ନୂଆ କ୍ଷେତ୍ରରେ ସାମିଲ ହୋଇଛି। ମୁଁ ବିଜେପିରେ ସାମିଲ ହୋଇଥିବାରୁ ଖୁସି। ମୁଁ ଦଳରେ ଜଣେ ସୈନ୍ୟ ହିସାବରେ କାମ କରିବି। ଆମର ଗୋଟିଏ ଲକ୍ଷ୍ୟ ହେଲା ଦୁର୍ନୀତିଗ୍ରସ୍ତ ଟିଏମସି ଶାସନକୁ ରାଜ୍ୟରୁ ବିଲୁପ୍ତ କରିବା।” କୁହାଯାଉଛି ଯେ ବିଜେପି ତାଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିବ।
ସେ ବିଜେପିରେ ମିଶିବା ପରେ ମମତା ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ହଜାର ହଜାର ଶିକ୍ଷାର୍ଥୀଙ୍କୁ ଚାକିରି ସୁଯୋଗରୁ ବଞ୍ଚିତ କରିଥିବା ବ୍ୟକ୍ତି ଏବେ ନେତା ହୋଇଛନ୍ତି।
ପ୍ରସ୍ତୁତ ରୁହନ୍ତୁ। ଆପଣ ଯେଉଁଠୁ ବି ନିର୍ବାଚନ ଲଢ଼ିବେ, ମୁଁ ଶିକ୍ଷାର୍ଥୀମାନଙ୍କୁ ଆପଣଙ୍କ ସହ ଲଢ଼େଇ କରିବାକୁ ପଠାଇବି। ମନେରଖନ୍ତୁ, ଏବେ ଲୋକମାନେ ଆପଣଙ୍କୁ ଜଜ କରିବେ। ମୋ ପାଖରେ ୫ ଲକ୍ଷ ଚାକିରି ରହିଛି। କିନ୍ତୁ ଏହି ସବୁ ବିପଦଜନକ ସାପ ବେଙ୍ଗଲବାସୀଙ୍କୁ ଚାକିରି ମିଳୁ ବୋଲି ଚାହୁଁ ନାହାନ୍ତି।”
ଏହି ଶୋଭାଯାତ୍ରାରେ ସନ୍ଦେଶଖାଲିରେ ଅନେକ ମହିଳା ମଧ୍ୟ ସାମିଲ ହୋଇଥିଲେ। ସନ୍ଦେଶଖାଲିରେ ଟିଏମସିର ସ୍ଥାନୀୟ ନେତାମାନେ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ ସେମାନଙ୍କ ଜମି ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ନିଲମ୍ବିତ ଟିଏମସି ନେତା ଶେଖ ଶାହଜାହାଁ।
ପ୍ରଧାନମନ୍ତ୍ରୀ ମୋଦି ସନ୍ଦେଶଖାଲିକୁ ମୁଖ୍ୟ ପ୍ରସଙ୍ଗ କରି ବେଙ୍ଗଲର କ୍ଷମତାସୀନ ମମତା ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏହାକୁ କାଉଣ୍ଟର କରିବା ପାଇଁ ଆଜି ମମତା କୋଲକାତାରେ ମହିଳାଙ୍କୁ ନେଇ ପଦଯାତ୍ରା କରିଛନ୍ତି। ଏହି ଶୋଭାଯାତ୍ରାର ନାଁ ମହିଲାଦେର ଅଧିକାର, ଆମାଦେର ଅଙ୍ଗିକାର ବା ମହିଳାଙ୍କ ଅଧିକାର, ଆମର ପ୍ରତିଜ୍ଞା ବୋଲି ରଖାଯାଇଛି।
ମହିଳାମାନେ ପଛରେ ଥିବା ବେଳେ ମମତା ନିଜେ ଆଗରେ ଚାଲିଚାଲି ଶୋଭାଯାତ୍ରା କରିଛନ୍ତି। ତାଙ୍କ ସହ ଏହି ଯାତ୍ରାରେ ସୁସ୍ମିତା ଦେବ, ଶଶି ପନଜା ଓ ଟିଏମସିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସାଗରିକା ଘୋଷ ପ୍ରମୁଖ ସାମିଲ ହୋଇଥିଲେ। ମମତାଙ୍କ ପୁତୁରା ତଥା ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ମଧ୍ୟ ଶୋଭାଯାତ୍ରାରେ ଭାଗ ନେଇଥିଲେ।
ମମତା ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରି କହିଛନ୍ତି, “ଗତକାଲି ବିଜେପି ନେତେମାନେ କହିଥିଲେ ଯେ ବେଙ୍ଗଲରେ ମହିଳାମାନେ ନିର୍ଯାତନାର ଶିକାର ହେଉଛନ୍ତି। ମୁଁ ସେମାନଙ୍କୁ ଦମ୍ଭର ସହ ଚ୍ୟାଲେଞ୍ଜ କରି କହୁଛି ଯେ ମହିଳାମାନେ ବେଙ୍ଗଲରେ ସବୁଠାରୁ ଅଧିକ ସୁରକ୍ଷିତ। ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ବୁଲାଇଲା ବେଳେ ଆପଣମାନେ କେଉଁଠି ଥିଲେ?
ଯେତେବେଳେ ଉତ୍ତର ପ୍ରଦେଶରେ ହାଥରସରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଗଲା ଓ ତାଙ୍କ ମୃତଦେହକୁ ବଳପୂର୍ବକୁ ଜଳାଇ ଦିଆଗଲା ସେତେବେଳେ ଆପଣମାନେ କୁଆଡ଼େ ଯାଇଥିଲେ? କ’ଣ ବିଲ୍କିସ ବାନୋଙ୍କୁ ଭୁଲି ଯାଇଛନ୍ତି?”
ବିଜେପିରେ ଆଜି ସାମିଲ ହୋଇଥିବା ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ବୟାନର ଜବାବ ମଧ୍ୟ ଦିଦି ଦେଇଛନ୍ତି। ସେ କହିଛନ୍ତି, “ଜଣେ ବିଜେପି ବାବୁ ବେଞ୍ଚରେ ବସିଥିଲେ। ଏବେ ସେ ବିଜେପିରେ ସାମିଲ ହୋଇଛନ୍ତି। ସେମାନଙ୍କ ଠାରୁ ଆପଣ କେମିତି ନ୍ୟାୟ ପାଇବେ?”
ପ୍ରତିବର୍ଷ ମମତା ବାନାର୍ଜୀ ଅନ୍ତର୍ଜାତୀୟ ମହିଳା ଦିବସରେ ଶୋଭାଯାତ୍ରା କରିଛନ୍ତି। ଏହା ମାର୍ଚ୍ଚ ୮ରେ ଅନୁଷ୍ଠିତ ହୁଏ। କିନ୍ତୁ ଏଥର ମହିଳା ଶୋଭାଯାତ୍ରା ମାର୍ଚ୍ଚ ୭ରେ କରାଯାଇଛି। ଶିବରାତ୍ରୀ ଆସନ୍ତାକାଲି ଥିବାରୁ ଦିନକ ଆଗରୁ ଶୋଭାଯାତ୍ରା କରାଯାଇଥିବା ଜଣାପଡ଼ିଛି।
ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ଓ ବେଙ୍ଗଲ ବିଧାନସଭାର ବିରୋଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ପଦ୍ମ ଧରିବା ପରେ ଜଷ୍ଟିସ ଅଭିଜିନ କହିଛନ୍ତି, “ଆଜି ମୁଁ ଗୋଟିଏ ନୂଆ କ୍ଷେତ୍ରରେ ସାମିଲ ହୋଇଛି। ମୁଁ ବିଜେପିରେ ସାମିଲ ହୋଇଥିବାରୁ ଖୁସି। ମୁଁ ଦଳରେ ଜଣେ ସୈନ୍ୟ ହିସାବରେ କାମ କରିବି। ଆମର ଗୋଟିଏ ଲକ୍ଷ୍ୟ ହେଲା ଦୁର୍ନୀତିଗ୍ରସ୍ତ ଟିଏମସି ଶାସନକୁ ରାଜ୍ୟରେ ବିଲୁପ୍ତ କରିବା।”
ଜଷ୍ଟିସ ଅଭିଜିନ ରାଜନୀତିକୁ ଆସିଥିବାରୁ ସୁଭେନ୍ଦୁ ଅଧିକାରୀ ତାଙ୍କୁ ପ୍ରବଳ ପ୍ରଶଂସା କରିଛନ୍ତି। ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ଭଳି ଲୋକଙ୍କୁ ପଶ୍ଚିମବଙ୍ଗ ରାଜନୀତି ଆବଶ୍ୟକ କରୁଛି ବୋଲି ସେ କହିଛନ୍ତି।
ଜଷ୍ଟିସ ଗଙ୍ଗୋପାଧ୍ୟାୟ ମଙ୍ଗଳବାର ହାଇକୋର୍ଟରେ ପହଞ୍ଚିଥିଲେ। ଏହାର କିଛି ସମୟ ପରେ ସେ ନିଜ ଇସ୍ତଫାପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଟିଏସ୍ ଶିବଙ୍ଗନମ୍ଙ୍କ ନିକଟକୁ ପଠାଇ ଦେଇଥିଲେ। ଏହାର ଗୋଟିଏ ଦିନ ପରେ ଅର୍ଥାତ ଆଜି ସେ ବିଜେପିରେ ମିଶିଛନ୍ତି।
ଜଷ୍ଟିସ ଅଭିଜିତ ୨୦୧୮ ମସିହାରେ ହାଇକୋର୍ଟରେ ଯୋଗ ଦେଇଥିଲେ। ଆସନ୍ତା ୫ ମାସ ପରେ ଅର୍ଥାତ୍ ୨୦୨୪ ଅଗଷ୍ଟରେ ସେ ଅବସର ଗ୍ରହଣ କରିଥାନ୍ତେ। କିନ୍ତୁ ଏହାପୂର୍ବରୁ ସେ ବିଚାରପତି ପଦ ଛାଡ଼ି ଦେଇଛନ୍ତି।
ଚଳିତ ବର୍ଷ ଜାନୁଆରୀରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୌମେନ ସେନଙ୍କ ସହ ତାଙ୍କର ନ୍ୟାୟିକ ବିବାଦ ଦେଖାଦେଇଥିଲା। ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ଭୂମିକାକୁ ନେଇ ଜଷ୍ଟିସ ଗଙ୍ଗୋପାଧ୍ୟାୟ ଏକ ସ୍ଥାନୀୟ ବଙ୍ଗଳା ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ। ଏହାକୁ ସୁପ୍ରିମକୋର୍ଟ ନାପସନ୍ଦ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହାକୁ ନେଇ ବିବାଦ ବି ସୃଷ୍ଟି ହୋଇଥିଲା।
ମମତା ବାନାର୍ଜୀ ଏକ ଫେସବୁକ୍ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନିନ୍ଦା କରିଛନ୍ତି। ବଙ୍ଗଳାର ପରିଚୟ କଥା ଉଠାଇ ସେ ଲୋକଙ୍କୁ ମାର୍ଚ୍ଚ ୧୦ରେ ବ୍ରିଗେଡରେ ହେବାକୁ ଥିବା ସାଧାରଣ ସଭାରେ ଭାଗ ନେବାକୁ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ 'ବୋହିରାଗୋଟୋ ଜମିଦାରମାନେ ଅର୍ଥାତ୍ ବାହାର ଲୋକଙ୍କୁ ମାର୍ଚ୍ଚ ୧୦ ମନେ ପକାଇଦେବା ଉଚିତ ଯେ, ବଙ୍ଗଳାର ଧୈର୍ଯ୍ୟ ଏବଂ ସୌଜନ୍ୟତା ତା'ର ଦୁର୍ବଳତା ନୁହେଁ। ସେ କଠୋର ସ୍ୱରରେ କହିଛନ୍ତି, ଆମର ଧୈର୍ଯ୍ୟକୁ ଦୁର୍ବଳତା ବୋଲି ଭାବ ନାହିଁ। ସେମାନେ କେବଳ ନିର୍ବାଚନ ସମୟରେ ଆସନ୍ତି ଏବଂ ନିର୍ବାଚନ ପରେ ଦେଖାଦିଅନ୍ତି ନାହିଁ।'
ସେ ଆହୁରି କହିଛନ୍ତି, 'ପଶ୍ଚିମବଙ୍ଗ ମନରେଗା ଟଙ୍କାରୁ ବଞ୍ଚିତ ଅଛି। ସେ ବଙ୍ଗଳାର ଏକ ଭିନ୍ନ ଚିତ୍ର ତିଆରି କରୁଥିଲେ। ବଙ୍ଗଳାକୁ ସାଂସ୍କୃତିକ ରାଜଧାନୀ କୁହାଯାଏ। ବଙ୍ଗଳାରେ ଏଭଳି ଘଟଣା ଘଟେ ନାହିଁ। ବଙ୍ଗଳା ସମସ୍ତ ଧର୍ମକୁ ସମ୍ମାନ କରେ। ଧର୍ମ ଅଲଗା, କିନ୍ତୁ ପର୍ବ ସମସ୍ତଙ୍କ ପାଇଁ। ମୁଁ ଏହାକୁ ବରଦାସ୍ତ କରିବି ନାହିଁ।'
ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ମାର୍ଚ୍ଚ ୧୦ରେ କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଏକ ରାଲି କରିବାକୁ ଯାଉଛନ୍ତି। ବିଶ୍ୱାସ କରାଯାଏ ଯେ ଏହି ସମୟ ମଧ୍ୟରେ ସେ ଲୋକସଭା ନିର୍ବାଚନ ପାଇଁ ନିଜ ଦଳର ସମସ୍ତ ୪୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରନ୍ତି।
ରାଲିକୁ ସମ୍ବୋଧିତ କରି ଟିଏମ୍ସି ଅର୍ଥ ଲୋକଙ୍କୁ ବୁଝାଇଛନ୍ତି ମୋଦି। ସେ କହିଛନ୍ତି, 'ଟିଏମ୍ସିର ଅନ୍ୟ ନାଁ ହେଉଛି ଅତ୍ୟାଚାର। ଟିଏମ୍ସି ଅର୍ଥ 'ତୁ, ମେ ଓ କରପ୍ସନ୍'। ମମତା ବାନାର୍ଜୀ ସରକାର ପଶ୍ଚିମବଙ୍ଗର ନାଁକୁ ଖରାପ କରିଦେଇଛି। ଚାରିଆଡେ ଏଠି ଯୋଜନା ନାଁରେ ଦୁର୍ନୀତି ଦେଖିବାକୁ ମିଳୁଛୁ। ଆମ ଯୋଜନାରେ ତାଙ୍କ ଷ୍ଟିକର୍ ଲଗାଇ ଲୋକଙ୍କୁ ସେ ଭୂଆଁ ବୁଲାଉଛନ୍ତି। ସେ ଗରିବଙ୍କ ଅଧିକାର ଛଡାଇ ତାଙ୍କୁ ଲୁଟୁଛନ୍ତି। ମମତା ବାନାର୍ଜୀଙ୍କ ଟିଏମସି ଲୋକଙ୍କୁ ଗରିବ ରଖିବାକୁ ଚାହୁଁଛି। ମା', ମାଟି ଆଉ ମଣିଷ ସମସ୍ତେ ଟିଏମ୍ସିର କୁଶାସନ ଯୋଗୁ ଆଜି ଏଠି କାନ୍ଦୁଛନ୍ତି।'
କେବଳ ସେତିକି ନୁହେଁ ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାକୁ ନେଇ ମଧ୍ୟ ମୋଦି ମମତା ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଆଜି ପଶ୍ଚିମବଙ୍ଗରେ ଏଭଳି ସ୍ଥିତି ରହିଛି, ଯେଉଁଠି ପୁଲିସ ନୁହେଁ ଅପରାଧୀ ନିଜେ ସୁନିଶ୍ଚିତ କରୁଛି ଯେ, ସେ କେବେ ଆତ୍ମସମର୍ପଣ କରିବ। ରାଜ୍ୟ ସରକାର ଚାହୁଁନଥିଲେ ଯେ, ସନ୍ଦେଶଖାଲି ଅଭିଯୁକ୍ତ ଗିରଫ ହେଉ ବୋଲି। କିନ୍ତୁ ଏଠାକାର ମହିଳାମନେ ଦୁର୍ଗା ରୂପ ଧାରଣ କିରବା ଓ ବିଜେପି କର୍ମୀମାନେ ତାଙ୍କ ସହ ଛିଡା ହେବା ପରେ ରାଜ୍ୟ ସରକାରଙ୍କୁ ବାଧ୍ୟ ହୋଇ ନଇଁବାକୁ ପଡିଲା।
ପଶ୍ଚିମବଙ୍ଗରେ ଆଜି ହେଉଛି ମୋଦିଙ୍କ ଦ୍ୱିତୀୟ ଦିନ। ଆଜି ଦ୍ୱିତୀୟ ଦିନରେ କୃଷ୍ଣ ନଗରରେ ମୋଦି ୧୫ ହଜାର କୋଟି ଟଙ୍କାର ଏକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, 'ପଶ୍ଚିମବଙ୍ଗରେ ଏହା ମୋର ଦ୍ୱିତୀୟ ଦିନ। ଗତ ୨ ଦିନରେ ମୋତେ ବଙ୍ଗଳା ପାଇଁ ବିଭିନ୍ନ ପ୍ରକଳ୍ପର ମୂଳଦୁଆ ପକାଇବା ଏବଂ ସ୍ଥାପନ କରିବାର ସୁଯୋଗ ମିଳିଲା। ଏହା ପୁଞ୍ଜି ବିନିଯୋଗ ଆଣିବ, ରୋଜଗାରର ସୁଯୋଗ ସୃଷ୍ଟି କରିବ ଏବଂ ପଡୋଶୀ ଅଞ୍ଚଳରେ ଏହାର ପ୍ରଭାବ ପକାଇବ। ତେବେ ଆମକୁ ସ୍ୱୀକାର କରିବାକୁ ହେବ ଯେ ଟିଏମସି ସରକାର ପଶ୍ଚିମବଙ୍ଗବାସୀଙ୍କୁ ନିରାଶ କରିଛନ୍ତି। ସେମାନେ ଲୋକଙ୍କ ସହ ବିଶ୍ୱାସଘାତକତା କରନ୍ତି।'
ସନ୍ଦେଶଖାଲି ପ୍ରସଙ୍ଗରେ ସେ ଟିଏମସି ଉପରେ ହମଲା କରିଥିଲେ। ତେବେ ସନ୍ଧ୍ୟାରେ ମୋଦି ରାଜଭବନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି।
ରାଜଭବନରେ ହୋଇଥିବା ଏହି ଭେଟଘାଟ ବେଳର ଫଟୋ ସାମ୍ନାକୁ ଆସିଛି। ସେହିପରି ଭେଟଘାଟ ସୌଜନ୍ୟମୂଳକ ଓ ପ୍ରୋଟକଲ ଅନୁସାରେ ହୋଇଥିବା ମମତା ବାନାର୍ଜୀ କହିଛନ୍ତି।
ମମତା କହିଛନ୍ତି, “ବିଭିନ୍ନ ପ୍ରସଙ୍ଗରେ କଥା ହେବା ସହ ରାଜ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛି।” କେନ୍ଦ୍ର ଉପରେ ବାକି ପଡ଼ିଥିବା ରାଜ୍ୟର ଭାଗ ସମ୍ପର୍କରେ କଥାବାର୍ତ୍ତା ହୋଇଛି କି ପ୍ରଶ୍ନରେ ମମତା କହିଛନ୍ତି, “ମୁଁ ଉକ୍ତ ପ୍ରସଙ୍ଗ ମଧ୍ୟ ଉଠାଇଛି।”
ଦୁଇ ଦିନିଆ ବେଙ୍ଗଲ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ମଧ୍ୟାହ୍ନରେ ଏକାଧିକ ଜନସମାବେଶକୁ ସମ୍ବୋଧନ କରିଥିଲେ। ଏଥିସହ ଏକାଧିକ ସରକାରୀ ପ୍ରକଳ୍ପ ଉଦଘାଟନ କରିଥିଲେ। ଆଜି ରାତିରେ ସେ ରାଜଭବନରେ ରହିବେ।
ଆଜିର କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ମୋଦି ରାଜଭବନକୁ ଯାଇଥିଲେ। ସେ ପହଞ୍ଚିବାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ରାଜଭବନକୁ ଯାଇଥିଲା।
ରାଜ୍ୟପାଳ ସିଭି ଆନନ୍ଦା ବୋଷ କହିଛନ୍ତି ଯେ ସେ ରଜଭନରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ। ଅର୍ମବାଗରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ରାଜ୍ୟପାଳ ସାମିଲ ହୋଇଥିଲେ। ଏଠାରେ ୭,୨୦୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାଶ ମୋଦି କରିଥିଲେ।
ମମତା ବାନାର୍ଜୀ ଆଉ ଦିଦି ନୁହଁନ୍ତି। ସେ ବର୍ତ୍ତମାନ ଆଣ୍ଟି ହୋଇଗଲେଣି। ତେଣୁ ତାଙ୍କୁ ଦିଦି କହିବା ବନ୍ଦ କରାଯାଉ। ବିଧାନସଭା ନିର୍ବାଚନରେ ଯେତେବେଳେ ମୁଁ ତାଙ୍କୁ ନନ୍ଦିଗ୍ରାମରେ ପରାସ୍ତ କରିଥିଲି, ସେତେବେଳେ ସେ ମୋ ଉପରେ ରାଗି ଯାଇ ମୋ ବିରୋଧରେ ୪୨ ଟି ମାମଲା ଦାଏର କରିଥିଲେ। ସେ ଜଣେ ଅତି କ୍ରୁର ମହିଳା ବୋଲି କହି ସୁଭେନ୍ଦୁ ଅଧିକାରୀ ତାଙ୍କ ଉପରେ ବର୍ଷିଛନ୍ତି।
ସେ ଆହୁରି କହିଛନ୍ତି, 'ପଶ୍ଚିମବଙ୍ଗରେ ଯାହା ଘଟେ, ମମତାଙ୍କ ପୃଷ୍ଠ ପୋଷକତାରେ ହିଁ ଘଟିଥାଏ। ସିରିଆରେ ଯାହା ଘଟୁଛି, ପଶ୍ଚିମବଙ୍ଗରେ ମଧ୍ୟ ସେଭଳି ଘଟଣା ଘଟୁଛି। ତାଙ୍କ ଦଳ ପଶ୍ଚିମବଙ୍ଗରେ ଡବଲ ଇଂଜିନ ସରକାର ଗଠନ କରିବା ଏବଂ ରାଜ୍ୟରେ ମମତା ବାନାର୍ଜୀ ସରକାରଙ୍କ ଶାସନକୁ ସମାପ୍ତ କରିବା ଦିଗରେ କାମ କରୁଛି।' ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଉପରେ ଏକ ପ୍ୟାନେଲ ଆଲୋଚନା ବେଳେ ସୁଭେନ୍ଦୁ ଅଧିକାରୀ ଏହି ମନ୍ତବ୍ୟ ଦେଇଛନ୍ତି।
ସନ୍ଦେଶଖାଲି ମାମଲାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା। ଟିଏମସି ନେତା ଶାହଜାହାନ ଶେଖଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମହିଳାମାନଙ୍କୁ ଯୌନ ନିର୍ଯାତନା ତଥା ବଳାତ୍କାର କରିଥିବା ଶାହଜାହାନ ଶେଖଙ୍କୁ ଫାଶୀ ଦେବାକୁ ସେ ଦାବି କରିଛନ୍ତି। ଟିଏମସି ନେତା ଶାହାଜାହାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି।
ବିଜେପି ନେତୃତ୍ୱାଧୀନ ଏନଡିଏ ବିରୋଧରେ ଇଣ୍ଡିଆ ମେଣ୍ଟ ସଶକ୍ତ ହେବାର ଆବଶ୍ୟକତା ଥିବା ଜୟରମେଶ କହିଛନ୍ତି। ସେ କହିଛନ୍ତି, “ମମତା ବାନାର୍ଜୀ ଓ ଟିଏମସି କହିଛନ୍ତି ଯେ ସେମାନେ ଇଣ୍ଡିଆ ମେଣ୍ଟକୁ ସଶକ୍ତ କରିବାକୁ ଚାହୁଁଛନ୍ତି। ସବୁଠାରୁ ବଡ଼ ଆଭିମୁଖ୍ୟ ହେଲା ବିଜେପିକୁ ହରାଇବା।”
ପଶ୍ଚିମବଙ୍ଗରେ ଟିଏମସି ଏକା ନିର୍ବାଚନ ଲଢ଼ିବ ବୋଲି ନିଜେ ମମତା ବାନାର୍ଜୀ ଘୋଷଣା କରିଥିଲେ। ତାଙ୍କର ଏପରି ଘୋଷଣା ପରେ କଂଗ୍ରେସ ଓ ଟିଏମସି ମେଣ୍ଟ ହେବା ଉପରେ କଳାବାଦଲ ଘୋଟେଇ ଆସିଥିଲା।
ଟିଏମସି ରାଜ୍ୟର ୪୨ଟି ଲୋକସଭା ଆସନରୁ କଂଗ୍ରେସକୁ ୨ଟି ଦେବ ବୋଲି କହିଥିଲା। ଏହାକୁ କଂଗ୍ରେସ ଗ୍ରହଣ ନ କରିବାରୁ ମମତା ମେଣ୍ଟ ହେବ ନାହିଁ ବୋଲି କହିଥିଲେ। ତଥାପି ନିର୍ବାଚନ ପରେ ସର୍ବଭାରତୀୟ ସ୍ତରରେ ବିଜେପିକୁ ହରାଇବା ପାଇଁ ଟିଏମସି ମେଣ୍ଟ କରିବାକୁ ପଛାଇବ ନାହିଁ ବୋଲି ମଧ୍ୟ ମମତା କହିଥିଲେ।
ମେଣ୍ଟ ସମ୍ପର୍କରେ ଜୟରାମ ରମେଶ କହିଛନ୍ତି, “ଦୁଇ ଦଳ ମଧ୍ୟରେ ଜୋରଦାର ଆଲୋଚନା ଚାଲିଛି। କିନ୍ତୁ ଆମେ ମମତା ବାନାର୍ଜୀଙ୍କୁ ସମ୍ମାନ କରୁ। ଆଲୋଚନା ବେଳେ ଏପରି ଉତ୍ତେଜନାପୂର୍ଣ୍ଣ ବାକଯୁଦ୍ଧ ଓ କଥା କଟାକଟି ହୁଏ। ମେଣ୍ଟ ପାଇଁ ଏବେ ସବୁ ପ୍ରକାରର ଦ୍ୱାର ଖୋଲା ରହିଛି।”
ମମତା ଲେଖିଛନ୍ତି ଯେ “ମୁଁ ଆପଣଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି ଯେ ହଠାତ୍ ଗୁରୁତର ପାତରଅନ୍ତର ଘଟଣା ବେଙ୍ଗଲରେ ଘଟୁଛି। ଲୋକଙ୍କ ଆଧାର କାର୍ଡ ଅଚଳ ହୋଇଯାଉଛି। ବିଶେଷ କରି ପଶ୍ଚିମବଙ୍ଗରେ ରହୁଥିବା ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟ ପଛୁଆ ବର୍ଗର ଲୋକଙ୍କ ଆଧାର କାର୍ଡ ଡି-ଆକ୍ଟିଭେଟ ହୋଇଯାଇଛି। ପୂର୍ବରୁ କୌଣସି ସୂଚନା ନ ଦେଇ ଆଧାର କାର୍ଡଗୁଡ଼ିକ ଅଚଳ କରି ଦିଆଯାଇଛି।
ଆମେ ଜାଣିବାକୁ ପାଇଛୁ ଯେ ନୂଆଦିଲ୍ଲୀରେ ଥିବା UIDAIର ମୁଖ୍ୟାଳୟ କୌଣସି ଯାଞ୍ଚ କିମ୍ବା ଶୁଣାଣି ନ କରି କିମ୍ବା ରାଜ୍ୟ ସରକାରଙ୍କ ସହ ଆଲୋଚନା ନ କରି ସିଧାସଳଖ ଲୋକଙ୍କ ପାଖକୁ ଆଧାର କାର୍ଡ ଅଚଳ ହୋଇଯାଇଥିବା ନୋଟିସ ପଠାଇ ଦେଉଛି।
ଏହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ କାରଣ ଜାଣିବା ପାଇଁ ରାଜ୍ୟ ପ୍ରଶାସନ ପାଖରେ ଭିଡ଼ ଲଗାଉଛନ୍ତି। ଲୋକମାନେ ଏପରି ଅଚଳ ଘଟଣାରେ ଭୟଭୀତ ହୋଇପଡ଼ିଛନ୍ତି। କୌଣସି କାରଣ ନଥାଇ ହଠାତ୍ ଆଧାର କାର୍ଡ ଅଚଳ କରିବା ପଛର କାରଣ ମୁଁ ଆପଣଙ୍କ ଠାରୁ ଜାଣିବାକୁ ଚାହୁଁଛି।”
ଦିଦି ଆହୁରି ଅଭିଯୋଗ କରିଛନ୍ତି ଯେ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସାମାଜିକ କଲ୍ୟାଣକାରୀ ଯୋଜନାରୁ ବାଦ ଦେବା ପାଇଁ ଏହା ଏକ ଯୋଜନାବନ୍ଧ ଷଡ଼ଯନ୍ତ୍ର। ଚିଠି ଲେଖିବା ପୂର୍ବରୁ ମମତା ବାନାର୍ଜୀ ଏ ପ୍ରସଙ୍ଗରେ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ବର୍ଷିଥିଲେ।
ସେ କହିଥିଲେ. “ଏକଦା କେନ୍ଦ୍ର ସରକାର ବିମୁଦ୍ରାକରଣକୁ ବ୍ୟବହାର କରି ଲୋକଙ୍କୁ ନିର୍ଯାତନା ଦେଇଥିଲେ। ଏହାପରେ ଲୋକଙ୍କ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରିଥିଲେ। କାର୍ଡ ତିଆରି କରିବା ପାଇଁ ଆପଣ ୧ ହଜାର ଟଙ୍କାର ଫି’ ବ୍ୟବସ୍ଥା କରିଥିଲେ। ଏହା ରାଜ୍ୟ ସରକାରଙ୍କ ହାତରେ ନଥିଲା। ଏହି ସବୁ କାର୍ଡ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ରହିଛି। ଏବେ ଲୋକମାନେ କ’ଣ ସମସ୍ତ ପ୍ରକାରର ସରକାରୀ ଯୋଜନାରୁ ବଞ୍ଚିତ ହେବେ?”
ଫେବୃଆରୀ ୨୧ ସୁଦ୍ଧା ଶ୍ରମିକମାନେ ସେମାନଙ୍କ ବକେୟା ଟଙ୍କା ପାଇବେ। ଏହି ଟଙ୍କା ସିଧାସଳଖ ଶ୍ରମିକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ବୋଲି ଆଜି ଦିଦି ଘୋଷଣା କରିଛନ୍ତି।
ମମତା କହିଛନ୍ତି, “ରାଜ୍ୟ ସରକାର ୨୧ ଲକ୍ଷ ମନରେଗା ଶ୍ରମିକଙ୍କ ପାରିଶ୍ରମିକ ଦେବେ। ୨ ବର୍ଷ ହେଲା କେନ୍ଦ୍ର ସରକାରଙ୍କ ପାଖରେ ବାକି ରହିଥିବା ଶ୍ରମିକଙ୍କ ପାଉଣା ରାଜ୍ୟ ସରକାର ନିଜ ପାଣ୍ଠିରୁ ଦେବେ। ଫେବୃଆରୀ ୨୧ ସୁଦ୍ଧା ସବୁ ଟଙ୍କା ଶ୍ରମିକଙ୍କ ଆକାଉଣ୍ଟରେ ପହଞ୍ଚି ଯିବ।”
ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ବାବଦରେ କେନ୍ଦ୍ର ଠାରୁ ପାଇବାକୁ ଥିବା ପାଣ୍ଠି ପଶ୍ଚିମବଙ୍ଗକୁ ମିଳୁ ନାହିଁ ବୋଲି ଅଭିଯୋଗ କରି ମମତା ଶୁକ୍ରବାର ଠାରୁ ଦୁଇ ଦିନିଆ ଆନ୍ଦୋଳନ ଆରମ୍ଭ କରିଥିଲେ। ଆଜି ଆନ୍ଦୋଳନର ଦ୍ୱିତୀୟ ଦିନରେ ମମତା ଏପରି ଘୋଷଣା କରିଛନ୍ତି।
ବିନିଯୋଗ ପ୍ରମାଣପତ୍ର ଦେବାରେ ପଶ୍ଚିମବଙ୍ଗ ସରକାର ବିଳମ୍ବ କରିଥିବା ନେଇ ସିଏଜି ଦେଇଥିବା ରିପୋର୍ଟ ସମ୍ପର୍କରେ ମଧ୍ୟ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।
ସେ ତାଙ୍କ ଚିଠିରେ କହିଛନ୍ତି ଯେ ତ୍ରୁଟିପୂର୍ଣ୍ଣ ରିପୋର୍ଟ ଭୁଲ ଚିତ୍ର ବା ଧାରଣା ସୃଷ୍ଟି କରିପାରେ। ଭୁଲ ରିପୋର୍ଟକୁ ବ୍ୟବହାର କରି କିଛି ଲୋକ ରାଜ୍ୟ ପ୍ରଶାସନିକ ବ୍ୟବସ୍ଥା ବିରୋଧରେ ମିଥ୍ୟା ପ୍ରଚାର କରୁଛନ୍ତି।
୨୦୨୦-୨୧ ସିଏଜିର ରାଜ୍ୟ ଆର୍ଥିକ ଅଡିଟ ରିପୋର୍ଟରେ କୁହାଯାଇଛି ଯେ ୨୦୦୨-୦୩ରୁ ୨୦୨୦-୨୧ ମଧ୍ୟରେ ଖର୍ଚ୍ଚ ହୋଇଥିବା ୨,୨୯,୦୯୯ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦେବାରେ ବିଳମ୍ବ ହୋଇଛି। କିନ୍ତୁ ପଶ୍ଚିମବଙ୍ଗ ସରକାର ବିନିଯୋଗ ପ୍ରମାଣପତ୍ର ଠିକ ସମୟରେ ଉପଯୁକ୍ତ ମନ୍ତ୍ରଣାଳୟଗୁଡ଼ିକ ନିକଟରେ ଦାଖଲ କରି ସାରିଥିବା ମମତା କହିଛନ୍ତି।
ବେଙ୍ଗଲର ମୁର୍ଶିଦାବାଦରେ ଆୟୋଜିତ ସମାବେଶରେ ମମତା କହିଛନ୍ତି, “କଂଗ୍ରେସ ଆସନ୍ତା ଲୋକସଭା ନିର୍ବାଚନରେ ୩୦୦ ଆସନରୁ ୪୦ଟି ବି ଜିତି ପାରିବ କି ନାହିଁ ମୋର ସନ୍ଦେହ ହେଉଛି। ତଥାପି ଏତେ ଅହଂକାର କାହିଁକି?
ତୁମେମାନେ ବେଙ୍ଗଲ ଆସିଲ, ଆମେ ଇଣ୍ଡିଆ ମେଣ୍ଟରେ ଅଛୁ। ଥରେ ମୋତେ କହି ଥାଆନ୍ତ। ମୁଁ ବେଙ୍ଗଲ ଆସିବା କଥା ପ୍ରଶାସନ ଠାରୁ ଶୁଣିଲି। ଯଦି ଆପଣମାନଙ୍କର ସାହସ ଅଛି, ତା’ହେଲେ ବିଜେପିକୁ ବାରାଣସୀରେ ହରାଇ ଦେଖାଅ। ଆପଣମାନେ ପୂର୍ବରୁ ଯେଉଁଠି ସବୁ ଜିତିଥିଲେ, ସେଠାରେ ହାରିଛନ୍ତି।
ଉତ୍ତର ପ୍ରଦେଶରେ ଆପଣଙ୍କର ଗୋଟିଏ ହେଲେ ବି ଆସନ ନାହିଁ। ଆପଣ ରାଜସ୍ଥାନରେ ଜିତି ପାରି ନାହାନ୍ତି। ସେଠାକୁ ଯାଅ ଓ ନିଜ ଆସନ ଗୁଡ଼ିକ ଜିତ। ମୁଁ ଦେଖିବି ଆପଣଙ୍କ ସାହସ କେତେ। ଆହ୍ଲାବାଦ ଓ ବାରାଣସୀରେ ଜିତିକି ଦେଖାଅ। ଆପଣଙ୍କ ପାର୍ଟି କେତେ ସାହସୀ ଜଣାପଡ଼ିବ।”
ରାହୁଲ ଗାନ୍ଧି ନିଜର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ନେଇ ବେଙ୍ଗଲ ଆସିଥିଲେ। ଏହି ସମୟରେ ସେ ବିଡ଼ି ଶ୍ରମିକମାନଙ୍କ ସହ କଥା ହୋଇଥିଲେ। ଏ ସମ୍ପର୍କରେ ମମତା କହିଛନ୍ତି, “ବର୍ତ୍ତମାନ ଗୋଟିଏ ଷ୍ଟାଇଲ ସାମ୍ନାକୁ ଆସିଛି। ସେହି ଷ୍ଟାଇଲ ହେଲା ଫଟୋ ଶୁଟ। ଯେଉଁମାନେ ଦିନେ ଚା’ ଦୋକାନ ଯାଇ ନଥିବେ, ଏବେ ସେମାନେ ବିଡ଼ି ଶ୍ରମିକଙ୍କ ସହ ବସୁଛନ୍ତି। ସେମାନେ ସମସ୍ତେ ପ୍ରବାସୀ ପକ୍ଷୀ।”
ଟିଏମସି ସହ ମେଣ୍ଟ କରିବାକୁ ହେଲେ କଂଗ୍ରେସକୁ ପ୍ରଥମେ ସିପିଏମ ସହ ସବୁ ପ୍ରକାରର ସମ୍ପର୍କ ଚ୍ଛିନ୍ନ କରିବାକୁ ପଡ଼ିବ ବୋଲି ମମତା କହିଛନ୍ତି। ସିଟ ଶେୟାରିଂ ବେଳେ ଟିଏମସି ବେଙ୍ଗଲରେ କଂଗ୍ରେସକୁ ୨ଟି ସିଟ ଦେବାକୁ ପ୍ରସ୍ତାବ ଦେଇଥିଲା। ହେଲେ ଏହାକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଥିଲା। ଏବେ ମମତା ଗୋଟିଏ ବି ସିଟ୍ ଦିଆଯିବ ନାହିଁ ବୋଲି କହିଛନ୍ତି।
ମାଲଦାରେ ମମତା କହିଛନ୍ତି, “ସିପିଏମ ଅନେକ ଥର ମୋତେ ଶାରୀରିକ ଭାବେ ଆକ୍ରମଣ କରିଛି। ମୋତେ ଭୟଙ୍କର ଢଙ୍ଗରେ ମାଡ଼ ମରାଯାଇଥିଲା। । ମୁଁ କେବଳ ମୋର ଶୁଭେଚ୍ଛୁଙ୍କ ଆଶୀର୍ବାଦ ଯୋଗୁ ଆଜି ବଞ୍ଚିଛି। ମୁଁ ବାମପନ୍ଥୀଙ୍କୁ କେବେ ହେଲେ କ୍ଷମା କରିବି ନାହିଁ।
ମୁଁ କେବେ ହେଲେ ସିପିଏମକୁ କ୍ଷମା ଦେବି ନାହିଁ। ତେଣୁ ଯେଉଁମାନେ ଆଜି ସିପିଏମ ସହ ଅଛନ୍ତି, ସେମାନେ ମଧ୍ୟ ବିଜେପି ସହ ରହିବେ। ମୁଁ ସେମାନଙ୍କୁ କେବେ ହେଲେ କ୍ଷମା କରିବି ନାହିଁ।”
ଆଜି ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ବେଙ୍ଗଲରେ ପ୍ରବେଶ କରିଥିବା ବେଳେ ମମତା ଏପରି ବୟାନ ଦେଇଛନ୍ତି। ସେ ଆହୁରି କହିଛନ୍ତି, “ମୁଁ କଂଗ୍ରେସକୁ କହିଥିଲି ଯେ ତୁମର ଜଣେ ହେଲେ ବି ବିଧାୟକ ବିଧାନସଭାରେ ନାହାନ୍ତି। ଆମେ ତୁମକୁ ଦୁଇଟି ଲୋକସଭା ସିଟ ଦେବୁ। ଏଥିସହ ତୁମ ପ୍ରାର୍ଥୀ ଜିତିବା ପାଇଁ ସବୁ ପ୍ରକାରର ଚେଷ୍ଟା କରିବୁ। କିନ୍ତୁ ସେମାନେ ଅଧିକ ଆସନ ଚାହୁଁଛନ୍ତି। ଏଥିପାଇଁ ବାମପନ୍ଥୀ କମ୍ପାନୀ ନ ଛାଡ଼ିବା ଯାଏ ସେମାନଙ୍କୁ ଗୋଟିଏ ହେଲେ ବି ସିଟ ମିଳିବ ନାହିଁ ବୋଲି ମୁଁ କହିଛି।”
ପୂର୍ବରୁ ଟିଏମସି ସହ କୌଣସି ପ୍ରକାରର ମେଣ୍ଟ ହେବନାହିଁ ବୋଲି ସିପିଏମ ସ୍ପଷ୍ଟ କରି ସାରିଛି। ଜୁନ ମାସରେ ସିପିଏମର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଥିଲେ ଯେ “ମମତା ବାନାର୍ଜୀ ଓ ସିପିଏମ କେବେ ହେଲେ ଏକାଠି ହୋଇପାରିବେ ନାହିଁ। ଲେଫ୍ଟ ସହ ଧର୍ମନିରପେକ୍ଷ ଦଳ ରହିଛନ୍ତି। ବେଙ୍ଗଲରେ କଂଗ୍ରେସ ଉଭୟ ବିଜେପି ଓ ଟିଏମସି ସହ ଲଢ଼େଇ କରିବ।”
ଏହା ମଧ୍ୟରେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଆଜି ଦ୍ୱିତୀୟ ଥର ପାଇଁ ପଶ୍ଚିମବଙ୍ଗରେ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ରାହୁଲଙ୍କ ଏହି ଯାତ୍ରାକୁ ମମତା ଦିଦି ଗ୍ରୀନ୍ ସିଗନାଲ୍ ଦେଉ ନ ଥିବା ଜଣାଯାଇଛି।
ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ମମତା ବାନାର୍ଜୀ ମାଲଦା ଓ ମୁର୍ଶିଦାବାଦରେ ରାହୁଲଙ୍କ କାର୍ଯ୍ୟକ୍ରମକୁ ଅନୁମତି ଦେଉ ନାହାନ୍ତି । ଏପରିକି ସେ ନିଜ ରାଜ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁକ ଖଡଗେଙ୍କ ସାଧାରଣ ବୈଠକକୁ ବି ଅନୁମତି ଦେଉ ନାହାନ୍ତି। କାରଣ ସେ ଇଣ୍ଟିଆ ମେଣ୍ଟର ଚେହେରା ହେବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅଧ୍ୟକ୍ଷ ରଞ୍ଜନ ଚୌଧୁରୀ ।
ଆଜି ରାହୁଲଙ୍କ ଯାତ୍ରା ପଶ୍ଚିମବଙ୍ଗରେ ପ୍ରବେଶ କରିବ । ଏହି ଯାତ୍ରା ମାଲଦା ଓ ମୁର୍ଶିଦାବାଦ ଦେଇ ଅତିକ୍ରମ କରିବ । ଏହି ଦୁଇଟି ଲୋକସଭା ଆସନରେ କଂଗ୍ରେସ ୨୦୧୯ ନିର୍ବାଚନରେ ଜିତିଥିଲା। ମାତ୍ର କଂଗ୍ରେସର ଏହି ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ମମତା ସରକାର ସାହାଯ୍ୟ କରୁ ନ ଥିବା ଅଭିଯୋଗ ହୋଇଛି।
ରାହୁଲଙ୍କ ଯାତ୍ରା ଗତ ୧୪ ତାରିଖରୁ ମଣିପୁରରୁ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ଏହି ଯାତ୍ରା ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ ଓ ଆସାମ ହୋଇ ପଶ୍ଚିମବଙ୍ଗରେ ପ୍ରବେଶ କରିଥିଲା। ପଶ୍ଚିମବଙ୍ଗରେ ପହଞ୍ଚିବା ପରେ ଏହି ଯାତ୍ରାରେ ଦୁଇ ଦିନ ପାଇଁ ବିରାମ ଥିଲା। ଏହାପରେ ଜଲପାଇଗୁଡ଼ି ହୋଇ ଯାତ୍ରା ବିହାରର ପୂର୍ଣ୍ଣିୟାରେ ପ୍ରବେଶ କରିଥିଲା। ଆଜି ପୁଣି ଥରେ ଏହି ଯାତ୍ରା ପଶ୍ଚିମବଙ୍ଗର ମାଲଦା- ମୁର୍ଶିଦାବାଦରେ ପ୍ରବେଶ କରିବ ।
ଏହି ଯାତ୍ରାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଥିଲେ ବି ଲୋକେ ଏହାକୁ ଖୁବ୍ ଭଲ ପାଇବା ଦେଉଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ଏନେଇ ସେ କହିଛନ୍ତି, ବିହାର ମୁଖ୍ୟମନ୍ତ୍ରୀ ଇଣ୍ଡିଆ ବ୍ଲକ୍ରୁ ବାହାରିଯିବା ପରେ ବିହାରରେ ଏଡି ଯାତ୍ରା ପ୍ରତି ଲୋକଙ୍କ ମଧ୍ୟରେ ଉତ୍ସାହ କମିଯିବ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ, ଏହାର ଠିକ୍ ବିପରୀତ ହେଲା। ରାହୁଲଙ୍କ ଯାତ୍ରା ସୀମାଞ୍ଚଳ କ୍ଷେତ୍ରରେ ପ୍ରବେଶ କରିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି।
ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାତୀୟ ରାଜପଥ ଦେଇ ବର୍ଦମାନରୁ କୋଲକାତା ଫେରୁଥିଲେ। ଏହି ସମୟରେ ତାଙ୍କ କାର୍କେଡ୍ ଭିତରକୁ ହଠାତ୍ ଅନ୍ୟ ଏକ କାର୍ ଆସି ଯାଇଥିଲା। ଘନ କୁହୁଡି ଓ ବର୍ଷା ଯୋଗୁ ଦୃଶ୍ୟମାନ ମଧ୍ୟ କମ୍ ଥିଲା। ଫଳରେ ଡ୍ରାଇଭର ହଠାତ୍ ବ୍ରେକ୍ ମାରିଥିଲେ। ଏଥିଯୋଗୁ ମମତା ବାନାର୍ଜୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତେବେ ଏହା ସାମାନ୍ୟ ଆଘାତ ଥିବା ସୂଚନା ମିଳିଛି।
ତେବେ ମମତା ବାନାର୍ଜୀଙ୍କୁ ଲାଗିଥିବା ଆଘାତ କେତେ ଗଭୀର ସେ ନେଇ କିଛି ସୂଚନା ମିଳିନାହିଁ। କିନ୍ତୁ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି। ସେ ବର୍ଦ୍ଧମାନ ଗସ୍ତରେ ଯାଇ ପ୍ରଶାସନିକ ଅଧିକାରୀଙ୍କ ବୈଠକରେ ଯୋଗ ଦେଇଥିଲେ। ଏହାପରେ ଏକ ସାର୍ବଜନୀନ ସେବା ବିତରଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏଠାରୁ ସେ ପ୍ରଥମେ ହେଲିକପ୍ଟରେ କୋଲକାତା ଫେରିବା କାର୍ଯ୍ୟକ୍ରମ ଥିଲା। କିନ୍ତୁ ପାଗ ଖରାପ ଯୋଗୁ ହେଲିକପ୍ଟର ବଦଳରେ ସେ କାର୍ ଯୋଗେ ଫେରୁଥିଲେ। ଏହି ସମୟରେ ତାଙ୍କ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।
West Bengal Chief Minister Mamata Banerjee got an injury on her forehead while returning from Burdwan to Kolkata by road after her car immediately applied brakes as another car suddenly came in front of the CM's convoy. Due to bad weather, she didn't return by helicopter: Sources… pic.twitter.com/e4JCdueWbs
— ANI (@ANI) January 24, 2024
ମମତା ବାନାର୍ଜୀ କହିଛନ୍ତି ଯେ, 'ମୁଁ ଯାହା ପରାମର୍ଶ ଦେଲି, ତାକୁ ସମସ୍ତେ ପ୍ରତ୍ୟାଖାନ କଲେ। ତେଣୁ ଆମେ ଏକା ଲଢ଼ିବାକୁ ସ୍ଥିର କରିଛୁ। ପଶ୍ଚିମବଙ୍ଗରେ ତ୍ରୁଣମୂଳ କଂଗ୍ରେସ ସହ କାହାର ମେଣ୍ଟ ନାହିଁ।' କଂଗ୍ରେସ ଦଳ ସହ ମୋର କୌଣସି ଆଲୋଚନା ହୋଇନାହିଁ। ମୁଁ ସବୁବେଳେ କହିଛି ଯେ ପଶ୍ଚିମବଙ୍ଗରେ ଆମେ ଏକା ଲଢ଼ିବୁ। ଦେଶରେ କ'ଣ ଚାଲିଛି, ତାକୁ ନେଇ ମୁଁ ଚିନ୍ତିତ ନୁହେଁ। କିନ୍ତୁ ଆମେ ଏକ ଧର୍ମନିରପେକ୍ଷ ଦଳ। ପଶ୍ଚିମବଙ୍ଗରେ ଆମେ ଏକା ହିଁ ବିଜେପିକୁ ପରାସ୍ତ କରିଦେବୁ।
ସେ ଆହୁରି କହିଛନ୍ତି, ମୁଁ ଇଣ୍ଡିଆ ମିଳିତ ମଞ୍ଚର ଅଂଶ ଅଟେ। ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରା ଆମ ରାଜ୍ୟ ଦେଇ ଯାଉଛି, କିନ୍ତୁ ଆମକୁ ଏ ବିଷୟରେ ସୂଚନା ଦିଆଯାଇ ନାହିଁ।
ଉଲ୍ଲେଖଯୋଗ୍ୟ, ଲୋକସଭା ନିର୍ବାଚନ ପାଇଁ ୨୮ଟି ବିରୋଧୀ ଦଳ 'ଇଣ୍ଡିଆ' ମେଣ୍ଟର ବ୍ୟାନର ତଳେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ। ବିରୋଧୀ ଏକଜୁଟ୍ ହୋଇ ବିଜେପି ନେତୃତ୍ୱ ଏନ୍ଡିଏକୁ ପରାସ୍ତ କରିବାକୁ ଓ ନିର୍ବାଚନରେ ଚ୍ୟାଲେଞ୍ଜ ଦେବାକୁ ଯୋଜନା କରୁଥିଲେ। କିନ୍ତୁ ଏବେ ମମତାଙ୍କ ଏହି ଏକା ଲଢ଼ିବା ଘୋଷଣା ପଶ୍ଚିମବଙ୍ଗରେ ବିରୋଧୀ ଇଣ୍ଡିଆ ମେଣ୍ଟକୁ ଏକ ବଡ଼ ଝଟ୍କା ଦେଇଛି।
ତ୍ରୁଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ୍ କରି ବର୍ଷିଛନ୍ତି। ଦେଶରେ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ଛୁଟି ଦିଆଯାଏ କିନ୍ତୁ ଦେଶ ପାଇଁ ଯେଉଁମାନେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସେମାନଙ୍କ ଜନ୍ମଦିନରେ କୌଣସି ଛୁଟି ଘୋଷଣା ହୁଏ ନାହିଁ। ମୁଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନରେ ୨୦ବର୍ଷ ଧରି ଜାତୀୟ ଛୁଟି ଦାବି କରି ଆସୁଛି। କିନ୍ତୁ ଏହାକୁ କେହି ଖାତିର କରୁନଥିବା ଦିଦି ଅଭିଯୋଗ କରିଛନ୍ତି।
ଲୋକସଭା ନିର୍ବାଚନ ପୂର୍ବରୁ ଧର୍ମକୁ ରାଜନୈତିକରଣ କରିବାକୁ ଚେଷ୍ଟା କରାଯାଇଥିରୁ ବିଜେପିକୁ କଡ଼ା ଟାର୍ଗେଟ୍ କରିଛନ୍ତି ମମତା। କେବଳ ପଲିଟିକାଲ ପବ୍ଲିସିଟି ଷ୍ଟଣ୍ଟ ପାଇଁ ଦେଶରେ ଛୁଟି ଘୋଷଣା କରାଯାଉଛି। ନେତାଜୀଙ୍କ ଜନ୍ମଦିବସରେ ଛୁଟି ଘୋଷଣା କରିବାକୁ ଭାରତ ସରକାରଙ୍କୁ ୨୦ ବର୍ଷ ହେଲା ଦାବି କରୁଛି। ଏଥିପାଇଁ ମୁଁ ମୋ ଜୀବନ ସାରା ସଂଗ୍ରାମ କରୁଛି। କିନ୍ତୁ ମୁଁ ଦୁଃଖିତ, ମୁଁ ଏଥିରେ ବିଫଳ ହୋଇଛି ବୋଲି ମମତା କୋଲକାତାରେ ଏକ ରାଲିକୁ ସମ୍ବୋଧିତ କରି କହିଛନ୍ତି। କେବଳ ସେତିକି ନୁହେଁ ଭଗବାନ ରାମଙ୍କ ବିଷୟରେ ଆଲୋଚନାରୁ ମାତା ସୀତାଙ୍କୁ ହଟାଇବା ପାଇଁ ସେ ବିଜେପିକୁ 'ମହିଳା ବିରୋଧୀ' ବୋଲି କହିଛନ୍ତି।
ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଦିନ କୋଲକାତାରେ ତ୍ରୁଣମୂଳ କଂଗ୍ରେସ (ଟିଏମସି) ଦ୍ୱାରା ଏକ ପଦଯାତ୍ରା ଆୟୋଜିତ କରାଯାଇଥିଲା। ଏହାର ନେତୃତ୍ୱ ନେଇ ମମତା ବାନାର୍ଜୀ ଦେଶରେ ଧର୍ମନିରପେକ୍ଷତା ରକ୍ଷା କରିବାରେ ବଙ୍ଗଳାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ।
ଉଲ୍ଲେଖଯୋଗ୍ୟ, ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଉତ୍ତରପ୍ରଦେଶରେ ସମ୍ପୂର୍ଣ୍ଣ ଛୁଟି ଘୋଷଣା କରାଯାଇଥିଲା। ସେହିପରି ଦେଶର ବିଭିନ୍ନ ରାଜ୍ୟରେ ସରକାରୀ ସ୍କୁଲ ଓ ଅଫିସଗୁଡିକରେ ଅଧା ଛୁଟି ଘୋଷଣା ହୋଇଥିଲା। ଏପରିକି ବାର୍ ଆସୋସିଏସନ୍ ମଧ୍ୟ ଛୁଟି ଥିଲା।
ମୁର୍ଶିଦାବାଦ ଜିଲ୍ଲାରେ ୩ଟି ଲୋକସଭା ଆସନ ଅଛି। ସେଗୁଡ଼ିକ ହେଉଛି- ଜାଙ୍ଗିପୁର, ବରହମପୁର ଓ ମୁର୍ଶିଦାବାଦ। ୨୦୧୯ ନିର୍ବାଚନରେ କଂଗ୍ରେସ ମୁର୍ଶିଦାବାଦ ଆସନ ଜିତିଥିଲା। ବାକି ଦୁଇଟି ତୃଣମୂଳ କଂଗ୍ରେସ ଜିତିଥିଲା। ଅଧୀର ରଞ୍ଜନ ଚୌଧୁରୀ ୧୯୯୯ରୁ ଲଗାତାର ମୁର୍ଶିଦାବାଦ ଲୋକସଭା ଆସନରୁ ଜିତି ଆସୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୯ ଲୋକସଭା ଓ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରଦର୍ଶନ ଆଧାରରେ ଆସନ ଭାଗବଣ୍ଟା ସୂତ୍ର ପ୍ରସ୍ତୁତ କରିବାକୁ ଚାହୁଁଥିଲା ତୃଣମୂଳ କଂଗ୍ରେସ। କଂଗ୍ରେସ ୫%ରୁ କମ୍ ଭୋଟ୍ ପାଇଥିଲା ବୋଲି ଦେଖାଇଥିଲା ଦଳ। ତୃଣମୂଳ କଂଗ୍ରେସ ପ୍ରଥମେ କଂଗ୍ରେସକୁ ୨ଟି ଆସନ ଛାଡ଼ିବ ବୋଲି ବିଚାର କରିଥିଲା। କିନ୍ତୁ ପରେ ସମସ୍ତ ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଛି।
ଗତ ମାସରେ ଏକ ରାଲିରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ ସଙ୍କେତ ଦେଇଥିଲେ ଯେ ପଶ୍ଚିମବଙ୍ଗରେ କଂଗ୍ରେସ କିମ୍ବା ବାମ ଦଳଗୁଡ଼ିକ ସହିତ କୌଣସି ପ୍ରକାର ଆସନ ବୁଝାମଣା ହେବ ନାହିଁ।
ସେ କହିଥିଲେ, ୨୦୨୪ ଲୋକସଭା ନିର୍ବାଚନରେ ରାଜ୍ୟରେ ତୃଣମୂଳ କଂଗ୍ରେସ ଏକାକୀ ଲଢ଼େଇ କରିବ। ଇଣ୍ଡି ବ୍ଲକ୍ ସାରା ଦେଶରେ ରହିବ। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଲଢ଼ିବ ଓ ବିଜେପିକୁ ହରାଇବ। ମନେ ରଖନ୍ତୁ, ପଶ୍ଚିମବଙ୍ଗରେ କେବଳ ତୃଣମୂଳ କଂଗ୍ରେସ ହିଁ ବିଜେପିକୁ ଶିକ୍ଷା ଦେଇ ପାରିବ। ଆଉ କୌଣସି ଦଳ ଏହା କରିପାରିବେ ନାହିଁ।
ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପଶ୍ଚିମବଙ୍ଗରେ ୪୨ଟି ଆସନରୁ ୧୮ଟିରେ ବିଜୟୀ ହୋଇଥିଲା। କଂଗ୍ରେସ ଦୁଇଟି ଓ ତୃଣମୂଳ କଂଗ୍ରେସ ୨୨ଟି ଆସନରେ ଜିତିଥିଲେ।
ମମତାଙ୍କୁ ଟାର୍ଗେଟ୍ କରି ଅଧୀର ରଞ୍ଜନ କହିଛନ୍ତି, 'ଏହି ମହିଳା (ମମତା ବାନାର୍ଜୀ) ରାଜୀବ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଜଣେ ନେତା ହୋଇଥିଲେ। ଏହି ମହିଳା (ମମତା) ଏତେ ବେଇମାନ ଓ ଅହଂକାରୀ ଯେ ଯିଏ ତାଙ୍କୁ ରାଜନୀତିକୁ ଆଣିଥିଲା ଏବେ ସେହି ଲୋକଙ୍କ ପ୍ରତି ସେ ଅହଂକାର ଦେଖାଉଛନ୍ତି।'
ଅଧୀର ରଞ୍ଜନ ଗଣମାଧ୍ୟମ ଆଗରେ ଆହୁରି କହିଛନ୍ତି, 'ସୋନିଆ ଗାନ୍ଧି ଆପଣଙ୍କୁ ଭିକ ମାଗିବେ ନାହିଁ। ଆପଣଙ୍କ ଅହଂକାର ଦିନେ ନା ଦିନେ ଭାଙ୍ଗିବ। ଆମଣ ମୋଦିଙ୍କୁ ଧୋକା ଦେବାକୁ ଚାହୁଁନାହାନ୍ତି, ଏଥିପାଇଁ ସିଟ୍ ବଣ୍ଟନକୁ ନେଇ ଆପୋଷ ବୁଝାମଣା ଚାହୁଁନାହାନ୍ତି। ବିଜେପି ହିନ୍ଦୁତ୍ୱ ରାଜନୀତି କରିବ ଏବଂ ତୁମେ ହିନ୍ଦୁତ୍ୱକୁ ରୋକିବା ପାଇଁ ରାଜନୀତି କରିବ। ତୁମର ମିଳନ ହୋଇସାରିଛି। ମୋଦି ଅଯୋଧ୍ୟାର କୀର୍ତ୍ତନ କରୁଛନ୍ତି ଏବଂ ମମତା ଗଙ୍ଗାସାଗରର କୀର୍ତ୍ତନ କରୁଛନ୍ତି। ଅଯୋଧ୍ୟା ଏବଂ ଗଙ୍ଗାସାଗର ପୂର୍ବରୁ ନଥିଲା କି ବୋଲି କଂଗ୍ରେସ ସାଂସଦ ପ୍ରଶ୍ନ କରିଛନ୍ତି।
ତ୍ରୁଣମୂଳ କଂଗ୍ରେସ ଓ ବିଜେପି ମିଶିଥିବା ନେଇ ଅଭିଯୋଗ ଆଣିବା ସହ ପ୍ରଧାନମନ୍ତ୍ରୀ ମୋଦି ହିନ୍ଦୁ ଭୋଟ୍ର ଠେକା ନେଇ ଯାଇଥିବା କଂଗ୍ରେସ ସାଂସଦ ଟାର୍ଗେଟ୍ କରି କହିଛନ୍ତି।
ଉତ୍ତରପ୍ରଦେଶ ଠାରୁ ମହାରାଷ୍ଟ୍ର ଏବଂ ବିହାରରୁ ପଶ୍ଚିମବଙ୍ଗ ଯାଏଁ ଇଣ୍ଡିଆ ବ୍ଲକରେ ଝଗଡ଼ା ଓ ମତଭେଦ ଭିତରେ ଆଜି ମୋଦି ବିରୋଧୀ ମିଳିତ ମଞ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏହାପରେ ପୂରା ଦେଶର ନଜର ରହିଛି। ଏଥିରେ ମେଣ୍ଟକୁ ମଜବୁତ କରିବା, ସିଟ୍ ବଣ୍ଟନ ଉପରେ ରଣନୀତି ପ୍ରସ୍ତୁତ କରିବା ଏବଂ ଇଣ୍ଡିଆ ମେଣ୍ଟର ସଂଯୋଜକ ନିଯୁକ୍ତ କରିବା ଉପରେ ଆଲୋଚନା ହେବ। କିନ୍ତୁ ଟିଏମସି ଏହି ବୈଠକରେ ଯୋଗ ଦେଇନାହିଁ। ସେହିପରି ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ଦଳ ମଧ୍ୟ ଏହି ବୈଠକୁ ଯାଇନି। ଉଦ୍ଧବଙ୍କ ଦଳର କୌଣସି ନେତା ଭର୍ଚୁଆଲ ମିଟିଂରେ ଯୋଗ ଦେଉନାହାନ୍ତି। ମହାରାଷ୍ଟ୍ରରେ କଂଗ୍ରେସ ଏବଂ ଉଦ୍ଧବ ମେଣ୍ଟକୁ ନେଇ ସହମତି ନୁହଁନ୍ତି। ସିଟ୍ ବଣ୍ଟନକୁ ନେଇ ଏଠି କଳହ ବଢ଼ିବାରେ ଲାଗିଛି। ଉଦ୍ଧବ ଠାକରେ ୨୩ଟି ଆସନକୁ ନେଇ ଜିଦ୍ ଧରିବସିଛନ୍ତି କିନ୍ତୁ କଂଗ୍ରେସ ୧୮ରୁ ଅଧିକ ସିଟ୍ ଦେବାକୁ ପ୍ରସ୍ତୁତ ନୁହେଁ। ତେଣୁ ଅସନ୍ତୋଷ ବଢ଼ିବାରେ ଲାଗିଛି।
ରିପୋର୍ଟ ମୁତାବକ, ବୁଧବାର ଦିନ ତ୍ରୁଣମୂଳ କଂଗ୍ରେସ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ କଂଗ୍ରେସକୁ ଆଗାମୀ ଲୋକସଭା ନିର୍ବାଚନ ଲାଗି ପଶ୍ଚିମବଙ୍ଗରେ କେବଳ ଦୁଇଟି ସିଟ୍ ଦେବ ବୋଲି ଏକ ସୂତ୍ରରୁ ଜଣାପଡିଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ସିଟ୍ ଭାଗ ବଣ୍ଟାକୁ ନେଇ ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ଟାର୍ଗେଟ୍ କରିଛନ୍ତି।
ସେ କହିଛନ୍ତି, 'ଆମେ ମମତାଙ୍କୁ ଭିକ ମାଗୁନୁ। ଆମକୁ ତାଙ୍କ ଦୟାର ଆବଶ୍ୟକତା ନାହିଁ। ମମତା ନିଜେ ମେଣ୍ଟ ଚାହୁଁଥିବା କଥା କହିଛନ୍ତି। ଆମେ ନିଜ ଦମ୍ରେ ନିର୍ବାଚନ ଲଢ଼ିପାରିବୁ। ମମତା ପ୍ରକୃତରେ ମେଣ୍ଟ ଚାହୁଁନାହାନ୍ତି। ସେ ମୋଦିଙ୍କ ସେବାରେ ବ୍ୟସ୍ତ ଅଛନ୍ତି।'
୨୦୧୯ ଲୋକସଭା ନିର୍ବାଚନ ବେଳେ ଟିଏମ୍ସି ରାଜ୍ୟରେ ୪୩ ପ୍ରତିଶତ ଭୋଟ ପାଇଥିଲା ଓ ୨୨ଟି ଆସନରେ ଜିତିଥିଲା। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗର ପ୍ରମୁଖ ଦଳକୁ ସିଟ୍ ବଣ୍ଟନ ଉପରେ ଚୂଡାନ୍ତ ନିଷ୍ପତ୍ତି ନେବାକୁ ଅଧିକାର ଦିଆଯାଉ ବୋଲି ଟିଏମ୍ସି ଚାହୁଁଛି।
ସୂତ୍ର ଅନୁଯାୟୀ ସିଟ୍ ବଣ୍ଟନ ସଂଖ୍ୟା ଏକ ସ୍ପଷ୍ଟ ଫର୍ମୁଲା ଉପରେ ଆଧାରିତ। ଯେଉଁଥରେ ସଂସଦୀୟ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନ ଆକଳନ ସାମିଲ ରହିଛି। ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ସମସ୍ତ ୪୨ଟି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଏଥିରୁ କେବଳ ମାଲଦା ଦକ୍ଷିଣ ଏବଂ ବରହମପୁର ଦୁଇଟି ସିଟ୍ ଜିତି ପାରିଥିଲା କଂଗ୍ରେସ। ସବୁଠୁ ପୁରୁଣା ଦଳକୁ ମାତ୍ର ୫.୬୭ ପ୍ରତିଶତ ଭୋଟ ମିଳିଥିଲା, ଯାହା ସିପିଆଇଏମ୍ ଠାରୁ ମଧ୍ୟ କମ୍ ଥିଲା।
ଆସନ୍ତା ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ଉଦ୍ଘାଟନ ହେବ। ଏଥିପାଇଁ ଅଯୋଧ୍ୟାରେ ଜୋରସୋର୍ରେ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋତି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେବ। ସେ ହିଁ ପ୍ରତିମା ସ୍ଥାପନ କରିବେ। ଶାସକଦଳର ନେତାଙ୍କ ଠାରୁ ଆରମ୍ଭ କରି ବଡ ବଡ ନେତା ଦେଶର ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଏଥିପାଇଁ ଆମନ୍ତ୍ରିତ କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଡକାଯାଇଛି। କିନ୍ତୁ ସେ ଏଥିରେ ଏବେ ଯୋଗ ଦେବେ ନାହିଁ ବୋଲି ସୂଚନା ମିଳିଛି। ତେବେ ଟିଏମ୍ସି ପକ୍ଷରୁ ଏନେଇ ଅଫିସିଆଲି ଭାବେ କୌଣସି ଘୋଷଣା କରାଯାଇ ନାହିଁ।
ମମତା ବାନାର୍ଜୀଙ୍କ ଏକ ନିକଟ ସୂତ୍ରରୁ ପ୍ରକାଶ ଯେ, ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜ ରାଜନୈତିକ ଏଜେଣ୍ଡାକୁ ଆକର୍ଷିତ କରିବାକୁ ଏଭଳି ନାଟକ କରୁଛି। ୨୦୨୪ ଲୋକସାଭ ନିର୍ବାଚନ ପ୍ରଚାରରେ ଦଳ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଚେଷ୍ଟା କରିପାରେ। ତେଣୁ ଟିଏମ୍ସି ଏଥିରୁ ଦୂରେଇ ରହିବାକୁ ଉଚିତ ମଣିଥିବା ମମତାଙ୍କ ବିଶ୍ୱସ୍ତସୂତ୍ରରୁ ଜଣାପଡିଛି।
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ରାମ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟମାନେ ଏଥିରେ ଯୋଗ ଦେବା ଲାଗି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରିତ କରିଛନ୍ତି। ସେହିପରି ପ୍ରମୁଖ ବିରୋଧୀ ଦଳଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଡକାଯାଇଛି।
ଅନ୍ୟପକ୍ଷରେ ବୈଠକ ପରେ ମମତା ବାନାର୍ଜୀ ଗଣମାଧ୍ୟମ ସମ୍ମୁଖରେ ଏ ବିଷୟରେ କିଛି କହି ନଥିଲେ। ସେ କହିଥିଲେ, ବୈଠକରେ ଆଲୋଚନା ହୋଇଥିବା ସମସ୍ତ ପ୍ରସଙ୍ଗକୁ ଆମେ ବାହାରେ ପ୍ରକାଶ କରିପାରିବୁ ନାହିଁ।
ସେହିପରି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଚଳିତ ଡିସେମ୍ବର ୩୧ ତାରିଖ ସୁଦ୍ଧା ଆସନ ଭାଗବଣ୍ଟା ସୂତ୍ର ଚୂଡ଼ାନ୍ତ କରିବାକୁ ବୈଠକରେ ମମତା ପ୍ରସ୍ତାବ ଦେଇଥିଲେ ବୋଲି ଜଣାପଡ଼ିଛି। ଆସନ ଭାଗବଣ୍ଟା ନେଇ ରାଜ୍ୟ ସ୍ତରରେ ଡିସେମ୍ବର ସୁଦ୍ଧା କାମ ଶେଷ କରିବାକୁ ବୈଠକରେ ସହମତି ପ୍ରକାଶ ପାଇଥିବା ଜଣାପଡ଼ିଛି। ସେହିପରି ଆସନ୍ତା ଜାନୁଆରୀ ଦ୍ୱିତୀୟ ସପ୍ତାହରେ ଦଳୀୟ ନେତୃତ୍ୱ ସ୍ତରରେ ଏହି କାମ ଶେଷ କରିବାକୁ ସହମତି ପ୍ରକାଶ ପାଇଥିବା ସୂଚନା ମିଳିଛି।
୨୦୧୯ ନିର୍ବାଚନ ବେଳେ ମଧ୍ୟ ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରାର୍ଥୀ ହେବେ ବୋଲି ଶୁଣିବାକୁ ମିଳିଥିଲା। କିନ୍ତୁ ଶେଷରେ କଂଗ୍ରେସ ସେଠାରୁ ଅଜୟ ରାଏଙ୍କୁ ପ୍ରାର୍ଥୀ କରିଥିଲା। ବାରାଣସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଓ ୨୦୧୯ରେ ବିଜୟୀ ହୋଇଥିଲେ।
ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସବୁ କଥା ଶୁଣିବା ପରେ କେନ୍ଦ୍ର ଓ ରାଜ୍ୟର ଅଧିକାରୀମାନେ ଏକାଠି ବସି ବକେୟା ପାଣ୍ଠି ରିଲିଜ୍ କରିବା ଉପରେ ନିଷ୍ପତ୍ତି ନେବେ ବୋଲି ମମତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ବୈଠକରେ ପରେ ପାର୍ଲାମେଣ୍ଟ କମ୍ପ୍ଲେକ୍ସ ବାହାରେ ମମତା କହିଛନ୍ତି ଯେ ୧୫୫ କେନ୍ଦ୍ରୀୟ ଟିମ ପଶ୍ଚିମବଙ୍ଗ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରି ସାରିଛନ୍ତି। ତଥାପି ପାଣ୍ଠି ରିଲିଜ କରାଯାଉ ନାହିଁ। ସେହିପରି ଏମଜିନରେଗା ଟଙ୍କା ମଧ୍ୟ କେନ୍ଦ୍ର ସରକାର ଦେଉ ନାହାନ୍ତି। ସମ୍ବିଧାନରେ ଶ୍ରମିକମାନେ ସେମାନଙ୍କ କାମ ପାଇଁ ଟଙ୍କା ପାଇବାର ହକଦାର ବୋଲି କହିଛନ୍ତି।
ମମତା କହିଛନ୍ତି, “ଆମେ ଏମଜିନରେଗା ଅଧୀନରେ ୧୦୦ ଦିନର କାମ ପାଇଁ ଟଙ୍କା ପାଇ ନାହୁଁ। ୨୦୨୨-୨୩ ବଜେଟ ବାବାଦ ଟଙ୍କା ଆମକୁ ମିଳି ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାବଦ ପାଣ୍ଠି ବନ୍ଦ କରି ଦିଆଯାଇଛି। ଗ୍ରାମୀଣ ବିକାଶ ଯୋଜନାକୁ ରାଜ୍ୟରେ ଲାଗୁ କରାଯାଉନି। ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଅର୍ଥ କମିଶନଙ୍କ ସୁପାରିସ ଆଧାରରେ ଆମକୁ ପାଣ୍ଠି ମଧ୍ୟ ମିଳୁ ନାହିଁ।
ଆମ ଅଧିକାରୀମାନେ କେନ୍ଦ୍ର ମାଗିଥିବା ସବୁ ତଥ୍ୟ ଦେଇଛନ୍ତି। ତଥାପି ପାଣ୍ଠି ମିଳୁନି। ଆଜି ଏହି ସବୁ ପ୍ରସଙ୍ଗ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ପ୍ରଧାନମନ୍ତ୍ରୀ ଆମକୁ କହିଛନ୍ତି ଯେ ଖୁବଶୀଘ୍ର କେନ୍ଦ୍ର ଓ ରାଜ୍ୟ ଅଧିକାରୀଙ୍କୁ ନେଇ ମିଳିତ ବୈଠକ ହେବ। ମୁଁ ତାଙ୍କୁ କହିଛି ଯେ ଆମେ ୧୫୫ ଥର ତଥ୍ୟ ଉପସ୍ଥାପନ କରି ସାରିଛୁ।
ଆମେ ଆଉ ଥରେ ଏସବୁ କରିପାରିବୁ ନାହିଁ। ସେମାନେ ଏହାର ଫର୍ମୁଲା ନିଜେ ବାହାର କରନ୍ତୁ। ଗୋଟିଏ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ରର ଗୋଟିଏ ଭାଗ ଓ ରାଜ୍ୟର ଗୋଟିଏ ଭାଗ ରହିଛି। ଗରିବ ଲୋକଙ୍କ ଟଙ୍କା ଅଟକାଇବା ଠିକ ନୁହେଁ। କେନ୍ଦ୍ରଠାରୁ ବେଙ୍ଗଲ ୧.୧୫ ଲକ୍ଷ କୋଟି ଟଙ୍କା ପାଇବାର ଅଛି।”
ଏନେଇ ଗଣମାଧ୍ୟମଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ମମତା ବାନାର୍ଜୀ ଆସନ୍ତା ୨୦୩୬ ମସିହା ପର୍ଯ୍ୟନ୍ତ ଦଳର ମୁଖିଆ ଭାବେ କାମ କରିବେ। ଆମେ ତାଙ୍କ ନେତୃତ୍ୱରେ କାମ କରିବୁ। ଏହାପରେ ତାଙ୍କ ଉତ୍ତରାଧିକାରୀ ଭାବେ ଅଭିଷେକ ବାନାର୍ଜୀଙ୍କୁ ଦଳର ମୁଖିଆ ଭାବେ ଅଭିଷିକ୍ତ କରାଯିବ ।
ଏହି ଅବସରରେ ସେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ପଶ୍ଚିମବଙ୍ଗକୁ ଅକ୍ତିଆର କରିବାକୁ ବିରୋଧୀମାନେ ଦିବାସ୍ୱପ୍ନ ଦେଖୁଥିବା ବେଳେ ତାହା କେବେ କି ସଫଳ ହୋଇ ପାରିବ ନାହିଁ। ଏଥିସହ ସେ କହିଛନ୍ତି, ଟିଏମ୍ସି ଏକ ଅବିଭକ୍ତ ଦଳ। ଏହା ସମସ୍ତ ବିରୋଧୀ ଶକ୍ତିଙ୍କ ସହ ଏକାକୀ ଲଢ଼ି ପାରିବ। ଆମର ନେତା ଜଣେ ଥିବା ବେଳେ ବିଜେପି କାହା ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ତାହା ପ୍ରଥମେ ସ୍ଥିର କରୁ ।
ଗତ ମାସ ପ୍ରାରମ୍ଭରେ ଟିଏମ୍ସିର ଅଭିଷେକ ବାନାର୍ଜୀଙ୍କ ମତାମତକୁ ନେଇ ବିବାଦ ଦେଖାଦେଇଥିଲା। ସେ କହିଥିଲେ, ରାଜନୀତି କିମ୍ବା ଅନ୍ୟ ଯେକୌଣସି କ୍ଷେତ୍ରରେ ସର୍ବାଧିକ ବୟସ ସୀମା ରହିବା ଉଚିତ । କାରଣ ଜଣେ ୩୦,୩୫ ବର୍ଷୀୟ ଯୁବକ ଯେଉଁ କାମ କରି ପାରିବେ ୮୦ ବର୍ଷୀୟ ସେହି ଦକ୍ଷତାର ସହ କରି ପାରିବେନି ।
ଏହାକୁ ନେଇ ବିବାଦ ଦେଖାଦେବା ପରେ ଅଭିଷେକ ବାନାର୍ଜୀ ନିଜ ତରଫରୁ ସ୍ପଷ୍ଟୀକରଣ ଦେଇ କାହାକୁ ଟାର୍ଗେଟ କରି ଏପରି କହି ନ ଥିବା କହିଲେ। ଏଥିସହ ଦୀର୍ଘ ବର୍ଷର ଅନୁଭବ ହେତୁ ବୟସ୍କଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ଥିବା କହିଛନ୍ତି।
ନିଜ ପୁତୁରାଙ୍କ ମତ ଉପରେ ପ୍ରତିକ୍ରିୟା ରଖି ମମତା ବାନାର୍ଜୀ କହିଥିଲେ, ଦଳ ମଧ୍ୟରେ ବୟସକୁ ନେଇ କୌଣସି ପ୍ରକାର ବାଧକ ନାହିଁ। ଏଥିସହ ଦଳର ଯୁବ ସଦସ୍ୟମାନେ ବରିଷ୍ଠଙ୍କୁ ସମ୍ମାନ ଦେବା ସହ ବରିଷ୍ଠମାନେ ମଧ୍ୟ କନିଷ୍ଠଙ୍କ ପ୍ରତି ସକରାତ୍ମକ ମନୋଭାବ ରଖିବାକୁ ସେ ପରାମର୍ଶ ଦେଇଥିଲେ।
ଆସନ୍ତାକାଲି ଇଣ୍ଡିଆ ମେଣ୍ଟର ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏଥିପାଇଁ ରବିବାର ଠାରୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଦିଦି ଆସିଛନ୍ତି। ସେ ଆସନ୍ତାକାଲି ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗଦେବେ।
ବିଜେପିକୁ ଆସନ୍ତା ବର୍ଷ ସାଧାରଣ ନିର୍ବାଚନରେ ଚେକ ଦେବାକୁ ଏକାଧିକ ବିରୋଧୀ ଦଳର ନେତା ଏକାଠି ହୋଇ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। ୪ର୍ଥ ଥର ପାଇଁ ଏମାନେ ଆସନ୍ତାକାଲି ଏକାଠି ବସିବାକୁ ଯାଉଛନ୍ତି। ସିଟ ଶେୟାରିଂ ଓ ଆଗାମୀ ରଣନୀତି ଉକ୍ତ ବୈଠକରେ ମୂଳ ଏଜେଣ୍ଡା ବୋଲି ଜଣାପଡ଼ିଛି।
ନିକଟରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି। ତେଲଙ୍ଗାନାକୁ ଛାଡ଼ି ବାକି ସବୁ ରାଜ୍ୟରେ କଂଗ୍ରେସକୁ ହାରିବାକୁ ପଡ଼ିଛି। ବିଜେପି ହିନ୍ଦୀ ହାର୍ଟଲ୍ୟାଣ୍ଡ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଜୟ ବାନା ଉଡ଼ାଇଛି। ନିର୍ବାଚନ ରେଜଲ୍ଟ ବାହାରିବା ପରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରଥମ ବୈଠକ ବସିବାକୁ ଯାଉଛି।
ଉତ୍ତର ବେଙ୍ଗଲର ସିଲିଗୁଡ଼ିର ବାଗଡୋଗ୍ରା ଏୟାରପୋର୍ଟରେ ସାମ୍ବାଦିକମାନଙ୍କୁ ମମତା କହିଛନ୍ତି ଯେ ସେ ୧୮ରୁ ୨୦ ତାରିଖ ଯାଏ ଦିଲ୍ଲୀ ଗସ୍ତରେ ଯିବେ। ଏହି ୩ ଦିନ ମଧ୍ୟରୁ ଯେକୌଣସି ଗୋଟିଏ ଦିନ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେଠାରେ ସାକ୍ଷାତ କରିବାକୁ ଚାହୁଁଛନ୍ତି।
ମମତା କହିଛନ୍ତି, “ମୁଁ କିଛି ସାଂସଦଙ୍କୁ ସହ ଦିଲ୍ଲୀ ଯିବି। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମାଗିଛି। କେନ୍ଦ୍ରର ବକେୟା ସମ୍ପର୍କରେ ମୁଁ ତାଙ୍କ ସହ ଆଲୋଚନା କରିବାକୁ ଚାହେଁ। ୧୮,୧୯ କିମ୍ବା ୨୦ ତାରିଖ ମଧ୍ୟରୁ ଗୋଟିଏ ଦିନ ପ୍ରଧାନମନ୍ତ୍ରୀ ଭେଟିବାକୁ ସମୟ ଦିଅନ୍ତୁ ବୋଲି ମୁଁ ପିଏମଓକୁ ଜଣାଇଛି।”
ମମତା ବାନାର୍ଜୀ କହିଛନ୍ତି, କେନ୍ଦ୍ର ସରକାର ରାଜ୍ୟରୁ ଜିଏସ୍ଟି ସଂଗ୍ରହ କରୁଛନ୍ତି। କିନ୍ତୁ ଏହାକୁ ରାଜ୍ୟକୁ ଦେଉ ନାହାନ୍ତି। ଏହାବାଦ ଏମଜିନରେଗା ବାବଦ ଟଙ୍କା ମଧ୍ୟ ଦେଇ ନାହାନ୍ତି।
ରାଜ୍ୟକୁ କୌଣସି ପ୍ରକାରର କେନ୍ଦ୍ରୀୟ ସହାୟତା ମିଳୁନାହିଁ। କେନ୍ଦ୍ର ସରକାର ଟଙ୍କା ଦେବା ବନ୍ଦ କରି ଦେଇଥିଲେ ମଧ୍ୟ ରାଜ୍ୟ ନିଜ ସମ୍ବଳରୁ ସବୁ ପ୍ରକାରର ଖର୍ଚ୍ଚ କରୁଥିବା ମମତା କହିଛନ୍ତି।
ଏସବୁ ଭିତରେ ନିଜ ଦଳର ସାଂସଦ ମହୁଆଙ୍କୁ ପୂର୍ଣ୍ଣ ସମର୍ଥନ କରିଛନ୍ତି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ମହୁଆଙ୍କ ବହିଷ୍କାର ନିଷ୍ପତ୍ତିରେ ସ୍ତବ୍ଧ ଓ ଏହା ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି। ଏଥିସହ ମହୁଆଙ୍କ ସମର୍ଥନରେ ଇଣ୍ଡିଆ ମେଣ୍ଟର ସବୁ ସଦସ୍ୟ ବାହାରିଥିବାରୁ ମମତା ବାନାର୍ଜୀ ଖୁସି ମଧ୍ୟ ପ୍ରକାଶ କରିଛନ୍ତି।
କୁରସେଓଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ “ମୁଁ ସ୍ତବ୍ଧ ଓ ଦୁଃଖିତ। ଏଥିକ୍ସ କମିଟି ୪ ଶହ ୯୫ ପୃଷ୍ଠାର ରିପୋର୍ଟ ଦେଇଥିଲା। ଏହା ଉପରେ ମାତ୍ର ୩୦ ମିନିଟର ଆଲୋଚନା କରି ମହୁଆଙ୍କୁ ବହିଷ୍କୃତ କରାଯାଇଛି। କେମିତି ଜଣେ ୩୦ ମିନିଟରେ ୪୯୫ ପୃଷ୍ଠା ପଢ଼ିବ? ମହୁଆଙ୍କୁ ଲୋକସଭାରେ ନିଜ ପକ୍ଷ ରଖିବାକୁ ମଧ୍ୟ ଦିଆଯାଇ ନାହିଁ। ତାଙ୍କୁ କହିବାକୁ ଅନୁମତି ଦିଆ ଗଲା ନାହିଁ। ଏହା ଗଣତନ୍ତ୍ରର ହତ୍ୟା। ଏହା ଅନ୍ୟାୟ।
ଏପରି ଏକ ସମୟରେ ଇଣ୍ଡିଆ ମେଣ୍ଟକୁ ମୁଁ ଶୁଭେଚ୍ଛା ଜଣାଉଛି। ଆମେ ଏକାଠି ଲଢ଼େଇ କରିଛେ। ସେମାନେ ମହୁଆ ଓ ଟିଏମସି ସପକ୍ଷରେ ଛିଡ଼ା ହୋଇଛନ୍ତି। ଆମେ ସମସ୍ତେ ଏକାଠି ବିଜେପି ବିରୋଧରେ ଲଢ଼ିବା।”
ମହୁଆଙ୍କୁ ଆସନ୍ତା ନିର୍ବାଚନରେ ଟିକେଟ ମିଳିବ କି ନାହିଁ ପ୍ରଶ୍ନରେ ମମତା କହିଛନ୍ତି, “ ମୁଁ ଜାଣିପାରୁନି ସେ କାହିଁକି ପ୍ରାର୍ଥୀ ହୋଇପାରିବେ ନାହିଁ। ଦଳ ତାଙ୍କ ପଛରେ ରହିଛି। ଆମେ ତାଙ୍କୁ ଜିଲ୍ଲା ସଭାପତି କରିଛୁ। କେବଳ ଭୟସ ଭୋଟରେ ସେମାନେ ତାଙ୍କୁ ବହିଷ୍କାର କରିଛନ୍ତି। ଏହା ବିଜେପିର ଆକ୍ରୋଶମୂଳକ ରାଜନୀତିର ପରିଚୟ। ତଥାପି ଏହା ମହୁଆଙ୍କ ଛବିକୁ ଆହୁରି ବୃଦ୍ଧି କରିବ। ତାଙ୍କ ମନୋବଳକୁ ଦୃଢ଼ କରିବାରେ ସହାୟତା ହେବ। ଦଳ ତାଙ୍କ ସହ ରହିଛି ଓ ସେ ଏହି ଲଢ଼େଇରେ ଜିତିବେ।”
ଏହିକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଏହା କଂଗ୍ରେସର ପରାଜୟ। ଲୋକମାନଙ୍କ ନୁହେଁ। କଂଗ୍ରେସ ତେଲଙ୍ଗାନାରେ ଜିତିଛି। ସେମାନେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ମଧ୍ୟ ଜିତି ପାରି ଥାଆନ୍ତେ। କିଛି ଭୋଟ ଇଣ୍ଡିଆ ପାର୍ଟିଗୁଡ଼ିକ ଦ୍ୱାରା କଟିଛି।
ଏହା ପୂରା ସତ୍ୟ। ଆମେ ସିଟ୍ ଶେୟାରିଂ ପ୍ରସ୍ତାବ ଦେଇଥିଲୁ। ସେମାନେ ଭୋଟ ବିଭାଜନ ଯୋଗୁ ହାରିଲେ। ବିଚାରଧାରା ସହ ଆପଣମାନଙ୍କୁ ରଣନୀତି ମଧ୍ୟ କରିବାକୁ ପଡ଼ିବ। ଯଦି ଠିକ ଭାବେ ସିଟ ଶେୟାରିଂ ବ୍ୟବସ୍ଥା ହେବ, ତା’ହେଲେ ୨୦୨୪ରେ ବିଜେପି କ୍ଷମତାକୁ ଆସି ପାରିବ ନାହିଁ। ଇଣ୍ଡିଆ ମେଣ୍ଟରେ ଥିବା ଦଳଗୁଡ଼ିକ ଏକାଠି ହୁଅନ୍ତୁ ଓ ଦୋଷ ଦୁର୍ବଳତାକୁ ସାଧାରଣ ନିର୍ବାଚନ ପୂର୍ବରୁ ଚିହ୍ନଟ କରନ୍ତୁ। ଆମେ ଭୁଲରୁ ଶିଖି ଆଗକୁ ଯିବା।”
ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ହାରିଥିବା ବେଳେ ମିଜୋରାମରେ କେବଳ ଗୋଟିଏ ଆସନ ଜିତିବାକୁ ସକ୍ଷମ ହୋଇଛି। ବିଭିନ୍ନ ରାଜ୍ୟରେ ଇଣ୍ଡିଆ ମେଣ୍ଟରେ ଥିବା ଦଳ ଗୁଡ଼ିକ କଂଗ୍ରେସ ବିରୋଧରେ ମଧ୍ୟ ପ୍ରାର୍ଥୀ ଦେଇଥିଲେ। ତେଣୁ ଭୋଟ ବିଭାଜନ ହୋଇ ବିଜେପି ସପକ୍ଷରେ ଜନାଦେଶ ଯାଇଥିବା ରାଜନୀତିକ ପଣ୍ଡିତମାନେ ମତ ରଖିଛନ୍ତି।
ଆଇସିସି ବିଶ୍ୱକପ୍ରେ ଭାରତ ହାରିବା ପରେ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ ପରୋକ୍ଷରେ ଭାରତ ହାରିବା ପଛରେ ବିଜେପୀ ଦାୟୀ ବୋଲି କହିଛନ୍ତି। କୋଲକାତାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ସେ ବିଜେପି ଉପରେ ବର୍ଷିଛନ୍ତି।
ଅହମ୍ମଦାବାଦ ବଦଳରେ କୋଲକାତା କିମ୍ବା ମୁମ୍ବାଇରେ ଫାଇନାଲ ମ୍ୟାଚ୍ ଖେଳା ଯାଇଥିଲେ ଟିମ୍ ଇଣ୍ଡିଆ ନିଶ୍ଚିତ ଜିତି ଥାନ୍ତା। ପ୍ରଥମେ ଭାରତୀୟ ଟିମ୍କୁ ଗେରୁଆ ଜର୍ସି ପିନ୍ଧାଇ ମୈଦାନକୁ ଓହ୍ଲାଇବାକୁ ଯୋଜନା ହୋଇଥିଲା। କିନ୍ତୁ ୨ ଜଣ ଖେଳାଳି ଏହାକୁ ବିରୋଧ କରିଥିଲେ ବୋଲି କହିଛନ୍ତି ପଶ୍ଚିମ ମୁଖ୍ୟମନ୍ତ୍ରୀ। ଗେରୁଆ ରଙ୍ଗ ହେଉଛି ତ୍ୟାଗୀଙ୍କର କିନ୍ତୁ ଆପଣମାନେ(ବିଜେପି) ଭୋଗୀ ବୋଲି କହିଛନ୍ତି ମମତା।
ପୂର୍ବରୁ ମଧ୍ୟ ଟିମ୍ ଇଣ୍ଡିଆର ପ୍ରାକ୍ଟିସ ଜର୍ସିକୁ ନେଇ ପ୍ରଶ୍ନ ଉଠାଇଥିଲେ ମମତା। ସବୁ କିଛି ଗେରୁଆ ରଙ୍ଗରେ ରଙ୍ଗେଇ ଦିଆଯିବାକୁ ଚେଷ୍ଟା ଚାଲିଥିବା ସେ ଅଭିଯୋଗ ଆଣିଥିଲେ। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶର ସବୁଠାରୁ ଲୋକପ୍ରିୟ ଖେଳକୁ ଗେରୁଆ ରଙ୍ଗରେ ରଙ୍ଗେଇବାକୁ ଚେଷ୍ଟା କରୁଥିବା ମମତା ଅଭିଯୋଗ କରିଥିଲେ।
ଉଲ୍ଲେଖଯୋଗ୍ୟ, ଏହାପୂର୍ବରୁ ମଧ୍ୟ ବିଶ୍ୱ କପ୍ରେ ଭାରତ ହାରିବା ପଛରେ ପରୋକ୍ଷରେ ବିଜେପିକୁ ଦାୟୀ କରିଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ସେ ମୋଦିଙ୍କ ନାଁ ନ ନେଇ ତାଙ୍କୁ 'ପନୌତି' ବୋଲି କହିଥିଲେ।
କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଥମ ଥର ପାଇଁ ମହୁଆଙ୍କୁ ନେଇ ମୁହଁ ଖୋଲିଛନ୍ତି ମମତା। ତାଙ୍କ ବିରୋଧରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗ ଆସିବା ପରଠାରୁ ସେ ଚୁପ୍ ଥିଲେ। ହେଲେ ଆଜି ମହୁଆଙ୍କ ସପକ୍ଷରେ ବାହାରିଛନ୍ତି ମମତା। ମହୁଆଙ୍କୁ ଲୋକସଭାରୁ ବିଦା କରିବାକୁ ନେଇ ଚକ୍ରାନ୍ତ ଚାଲିଥିବା ସେ ଅଭିଯୋଗ ଆଣିଛନ୍ତି। ତେବେ ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲା ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କିଛି କହିନାହାନ୍ତି।
କିଛି ଦିନ ପୂର୍ବେ ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗରେ ଘେରି ରହିଥିବା ମହୁଆଙ୍କୁ ତୃଣମୂଳ କଂଗ୍ରେସ ଏକ ନୂଆ ଦାୟିତ୍ୱ ଦେଇଥିଲା। ତାଙ୍କୁ କୃଷ୍ଣନଗରରେ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ମିଳିଥିଲା।
ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ମହୁଆଙ୍କ ବିରୋଧରେ ଏଥିକ୍ସ କମିଟି ତଦନ୍ତ କରିଥିଲା। ତନନ୍ତ ପରେ ୧୦ ତାରିଖରେ ଲୋଭସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏଥିକ୍ସ କମିଟି ରିପୋର୍ଟ ପଠାଇ ଦେଇଥିଲା। ମହୁଆଙ୍କ ବିରୋଧରେ କ'ଣ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ଅଗକୁ ବାଚସ୍ପତି ନିଷ୍ପତ୍ତି ନେବେ।
ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶର ସବୁଠାରୁ ଲୋକପ୍ରିୟ ଖେଳକୁ ଗେରୁଆ ରଙ୍ଗରେ ରଙ୍ଗେଇବାକୁ ଚେଷ୍ଟା କରୁଥିବା ମମତା ଅଭିଯୋଗ କରିଛନ୍ତି। ଏହାସହ କହିଛନ୍ତି, 'ସେମାନେ(ବିଜେପି)ସେମାନେ ସମଗ୍ର ଦେଶକୁ ଗୈରିକ ବର୍ଣ୍ଣ କରି ପକାଇବାକୁ ପ୍ରୟାସ କରୁଛନ୍ତି। ଆମ ଭାରତୀୟ ଖେଳାଳିଙ୍କ ପାଇଁ ମୁଁ ଗର୍ବିତ ଏବଂ ମୁଁ ନିଶ୍ଚିତ ଯେ ସେମାନେ ବିଶ୍ୱକପ୍ରେ ବିଜୟୀ ହେବେ। କିନ୍ତୁ ବିଜେପି ସେଠାରେ ମଧ୍ୟ ମୁଣ୍ଡ ପୂରାଇଛି। ଏବେ ଖେଳାଳିମାନେ ମ୍ୟାଚ୍ ପ୍ରାକ୍ଟିସ୍ ବେଳେ ନୀଳ ରଙ୍ଗ ବଦଳରେ ଗେରୁଆ ରଙ୍ଗର ଜର୍ସି ପିନ୍ଧୁଛନ୍ତି। କେବଳ ସେତିକି ନୁହେଁ ମେଟ୍ରୋ ଷ୍ଟେସନକୁ ମଧ୍ୟ ଗେରୁଆ ରଙ୍ଗରେ ରଙ୍ଗୀନ୍ କରାଯାଇଛି। ଏହା ଆଦୌ ଗ୍ରହଣୀୟ ନୁହେଁ।'
କୋଲକାତାର ପୋସ୍ତା ବଜାରରେ ଜଗଧାତ୍ରୀ ପୂଜାର ଉଦ୍ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇ ବିଜେପିକୁ ଏଭଳି ଟାର୍ଗେଟ୍ କରିଛନ୍ତି। ‘ବିଜେପି’କୁ ବିଦ୍ରୂପ କରି ସେ କହିଛନ୍ତି, ଏ ଦେଶ, ଦେଶର ଜନସାଧାଣଙ୍କର, ଗୋଟାଏ ଦଳର ଜନତାଙ୍କର ନୁହେଁ। କେନ୍ଦ୍ର ସରକାର ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ବିଜ୍ଞାପନ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ରାଜ୍ୟର ବାକି ପଡ଼ିଥିବା ପ୍ରାପ୍ୟ ଦେଉ ନାହାନ୍ତି।
ସେପଟେ ମମତାଙ୍କ ଏଭଳି ଟାର୍ଗେଟ୍ର ଜବାବ ଦେଇଛି ବିଜେପି। ବିଜେପି ନେତା ଦୀଲିପ ଘୋଷ କହିଛନ୍ତି, ନେଦରଲ୍ୟାଣ୍ଡ କ୍ରିକେଟରମାନେ ମଧ୍ୟ ଗେରୁଆ ରଙ୍ଗର ଜର୍ସି ପିନ୍ଧନ୍ତି, ତା' ହେଲେ କ'ଣ ଏହା ଏକ ହିନ୍ଦୁ ରାଷ୍ଟ୍ରରେ ପରିଣତ ହୋଇଛି କି? ଯଦି ଭାରତୀୟ ଟିମ୍ର ଜର୍ସି ଗେରୁଆ ରଙ୍ଗ ହୋଇଯାଏ ତେବେ ଟିଏମସିର ଲୋକମାନେ କ’ଣ କରିବେ - ସେମାନେ ଗ୍ୟାଲେରୀରୁ ଡେଇଁ ପଡ଼ିବେ ନା ଗଙ୍ଗାକୁ ଡେଇଁବେ, ସେମାନଙ୍କର କିଛି କରିବାର ନାହିଁ। ଲୋକମାନେ ଭାରତକୁ ଗେରୁଆ ରୂପେ ମଧ୍ୟ ଜାଣନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଆଇସିସି ଓ୍ୱାର୍ଲ୍ଡ କପ୍ର ପ୍ରାକ୍ଟିସ୍ ମ୍ୟାଚ୍ ବେଳେ ଭାରାତୀୟ ଟିମ୍ର ଖେଳାଳିମାନେ ଗେରୁଆ ରଙ୍ଗର ଜର୍ସି ପିନ୍ଧିଥିଲେ। ଏହାକୁ ନେଇ ଏବେ ରାଜନୀତି ଜୋର୍ ଧରିଛି।
ଗତକାଲି ଇଡି ଜ୍ୟୋତିପ୍ରିୟା ମଲ୍ଲିକଙ୍କ କୋଲକତାସ୍ଥିତ ଫ୍ଲାଟ୍ରେ ଚଢ଼ାଉ କରିଥିଲା। ଫ୍ଲାଟ୍ ଭିତରେ ୮ ଜଣ ଅଧିକାରୀ ତାଙ୍କୁ ପଚରାଉଚରା କରିଥିଲେ। ଏହାପରେ ଆଜି ତାଙ୍କୁ ସେଠାରୁ ବାନ୍ଧି ଇଡି ନିଜ କାର୍ଯ୍ୟାଳୟକୁ ନେଇଛି। ଉକ୍ତ ସମୟରେ ଷଡଯନ୍ତ୍ରର ଶିକାର ହୋଇଥିବା ଜ୍ୟୋତିପ୍ରିୟା ଗଣମାଧ୍ୟମକୁ କହିଥିଲେ।
ଗତକାଲି ଇଡି ଜ୍ୟୋତିପ୍ରିୟା ମଲ୍ଲିକଙ୍କ ଫ୍ଲାଟ ଉପରେ ଚଢ଼ାଉ କରିଥିବା ବେଳେ ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ଏହାକୁ ନେଇ ଖପ୍ପା ହୋଇଥିଲେ। ଏପରିକି ଜ୍ୟୋତିପ୍ରିୟା ଅସୁସ୍ଥ ଥିବାରୁ ଚଢ଼ାଉ ବେଳେ ସହ କିଛି ବି ଘଟିଲେ ବିଜେପି ଓ ଇଡି ନାଁରେ ମାମଲା କରିବାକୁ ଧମକ ଦେଇଥିଲେ।
ଜ୍ୟୋତିପ୍ରିୟାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନ ଥିବା ସତ୍ତ୍ୱେ ଏହି ଚଢ଼ାଉ କରାଯାଇଥିବା ମମତା କହିଥିଲେ। ଏପରିକି ସବୁ ନେତାଙ୍କ ଘରେ ଏପରି ଚଢ଼ାଉ କରାଗଲେ ସରକାରରେ ଆଉ କିଏ ରହିବେ ବୋଲି ବି ସେ ପଚାରିଥିଲେ।
ଶିକ୍ଷକ ନିଯୁକ୍ତି ସ୍କାମରେ ଛନ୍ଦି ହୋଇ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ପୂର୍ବରୁ ବନ୍ଧା ହୋଇ ଜେଲ୍ରେ ଅଛନ୍ତି। ଏହାବାଦ ଗତବର୍ଷ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅନୁବ୍ରାତା ମଣ୍ଡଳ ବି ଗୋଚାଲାଣ ଦୁର୍ନୀତିରେ ଫସି ବନ୍ଧା ହୋଇଛନ୍ତି।
ଏହାବାଦ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ବହୁ ଦୁର୍ନୀତି ମାମଲାରେ ଇଡି ପକ୍ଷରୁ ବାରମ୍ବାର ସମନ କରାଯାଇ ପଚରାଉଚରା କରାଯାଉଛି। ଏଥିରେ ଅତିଷ୍ଠ ହୋଇ ପଡ଼ିଛନ୍ତି ପାଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ରାଜ୍ୟବାସୀଙ୍କ ଆକ୍ରୋଶର ସାମାନ କରିବାକୁ ସାହସ ନ ଥିବାରୁ ଭାଜପା ସେଠାକୁ ନିଜ ସାଂସଦଙ୍କୁ ପଠାଉ ନ ଥିବା ସେ କହିଛନ୍ତି। ଏଥିସହ ସେ କହିଛନ୍ତି, ମଣିପୁରରେ ଭାଜପା କେବଳ ୬ ମାସ ପାଇଁ ଅଛି। ଏହି ସମୟ ମଧ୍ୟରେ ଦଳ ରାଜ୍ୟ କଥା କ’ଣ ବୁଝିବ, କେବଳ ଟଙ୍କା ରୋଜଗାର କରିବାର ବାଟ ଖୋଜୁଛି।
ଭାଜପାକୁ ଟାର୍ଗେଟ କରି ମମତା କହିଛନ୍ତି, ଆପଣ ମଣିପୁରକୁ କାହିଁକି ଏତେ ଡରୁଛନ୍ତି। ମଣିପୁର ଘଟଣା ପାଇଁ କିଏ ଦାୟୀ ତାହାର ଉତ୍ତର କିଏ ଦେବ । ଏଥିସହ ସ୍ଥିତି ପରଖିବାକୁ ନିଜ ସାଂସଦଙ୍କୁ କାହିଁକି ପଠାଉ ନାହାନ୍ତି। କିନ୍ତୁ ‘INDIA’ ର ପ୍ରତିନିଧି ଦଳ ମଣିପୁର ଗସ୍ତ କରି ସେଠାକାର ସ୍ଥିତି ପରଖିବେ ବୋଲି କହିଛନ୍ତି ମମତା। ମୁଁ ମଣିପୁର ଯିବାକୁ ଅନୁମତି ମାଗିଥିବା ବେଳେ ମୋତେ ଜାଣିଶୁଣି ଅନୁମତି ଦିଆଗଲା ନାହିଁ । ମଣିପୁର, ନାଗାଲାଣ୍ଡ ଜଳୁଥିବା ବେଳେ କଶ୍ଜୀର ମାଟିରେ ମିଶିଗଲାଣି। ହେଲେ ଆପଣ ଏଠାରେ କେବଳ ଟଙ୍କା ଗଣିବାରେ ବ୍ୟସ୍ତ ବୋଲି ସେ କହିଛନ୍ତି।
ବିପକ୍ଷ ଦଳର ସାଂସଦଙ୍କ ଏକ ପ୍ରତିନିଧୀ ମଣ୍ଡଳୀ ଆସନ୍ତା ୨୯ ଓ ୩୦ ତାରିଖରେ ମଣିପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି।
ମଣିପୁର ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ସହ ପ୍ରଧାନମନ୍ତ୍ରୀଙ୍କ ବିବୃତି ନିମନ୍ତେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ଗୃହରେ ଆବେଦନ କରିଛନ୍ତି ବିରୋଧୀ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ସବୁ ଦଳ ସହ ଆଲୋଚନା କରିବା ପରେ ପ୍ରସ୍ତାବ ଉପରେ କେବେ ଆଲୋଚନା ହେବ ତାରିଖ ଘୋଷଣା କରିବେ ବୋଲି କହିଛନ୍ତି।
ତେବେ ବୈଠକ ବେଳେ ଇ.ଣ୍ଡି.ଆ ନାଁକୁ କିଏ ପ୍ରଥମେ ଉପସ୍ଥାପନ କରିଥିଲେ? କିଛି ନେତା ରାହୁଲ ଗାନ୍ଧି ଇ.ଣ୍ଡି.ଆ ନାଁ ପଛରେ ଥିବା କହୁଥିବା ବେଳେ ଆଉ କିଛି ନେତା ମମତା ବାନାର୍ଜୀଙ୍କ ନାଁ ନେଇଛନ୍ତି।
ତାମିଲନାଡୁରେ ଦଳିତଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ବିଦୁତଲାଇ ଚିରୁଥାଇଗଲ କଚ୍ଚିର ମୁଖ୍ୟ ଥୋଲ ତିରୁମାବଲବନ୍ ବିରୋଧୀଙ୍କ ମହାବୈଠକରେ ଯୋଗ ଦେଇଥିଲେ। ତାଙ୍କ କହିବା କଥା ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇ.ଣ୍ଡି.ଆ ନାଁର ପ୍ରସ୍ତାବ ଦେଇଥିଲେ। ସେ କହିଛନ୍ତିଳ “ବିରୋଧୀ ମେଣ୍ଟର ନାଁ INDIA ରହିବା ଦରକାର ବୋଲି ମମତା ବାନାର୍ଜୀ ପ୍ରଥମେ ପ୍ରସ୍ତାବ ଦେଇଥିଲେ।
ଏହାକୁ ନେଇ ଦୀର୍ଘ ଘଣ୍ଟାର ଆଲୋଚନା ହୋଇଥିଲା। ଶେଷରେ ବିରୋଧୀ ମେଣ୍ଟ INDIA ବା Indian National Developmental Inclusive Alliance ନାଁରେ ପରିଚୟ ହାସଲ କରିବା ଉପରେ ସମସ୍ତେ ରାଜି ହୋଇଥିଲେ।”
ଅନ୍ୟପକ୍ଷରେ ଏନସିପି ନେତା ଜିତେନ୍ଦ୍ର ଅୱାଦ କରିଥିବା ଟ୍ୱିଟରେ ଇ.ଣ୍ଡି.ଆ ନାଁ ପଛରେ ରାହୁଲ ଗାନ୍ଧି ରହିଥିବା କହିଛନ୍ତି। ସେ କହିଛନ୍ତି, “ବେଙ୍ଗାଲୁରୁରେ ଚାଲିଥିବା ବିରୋଧୀଙ୍କ ମେଣ୍ଟରେ ରାହୁଲ ଗାନ୍ଧି ମେଣ୍ଟର ନାଁ ଇ.ଣ୍ଡି.ଆ ରଖିବାକୁ ପ୍ରସ୍ତାବ ଦେଇଥିଲେ। ତାଙ୍କ ଚିନ୍ତାଧାରା ଅତ୍ୟନ୍ତ ଗ୍ରହଣୀୟ। ସମସ୍ତ ରାଜନୀତିକ ଦଳ ଏହି ନାଁକୁ ଗ୍ରହଣ କରିଛନ୍ତି। ଏଥିସହ ୨୦୨୪ରେ ସମସ୍ତେ ଇ.ଣ୍ଡି.ଆ ନାଁରେ ଲଢ଼େଇ କରିବାକୁ ରାଜି ହୋଇଛନ୍ତି।”
ତେବେ ବିରୋଧୀଙ୍କ ବୈଠକରେ ଯୋଗଦେଇଥିବା ଜଣେ ନେତା କହିଛନ୍ତି, ରାହୁଲ ଗାନ୍ଧି ପ୍ରଥମେ ଇ.ଣ୍ଡି.ଆ ନାଁ କଥା କହିଥିଲେ। କିନ୍ତୁ ମମତା ବାନାର୍ଜୀ ବିଧିବଦ୍ଧ ଭାବେ ଏହାକୁ ସମସ୍ତଙ୍କ ଆଗରେ ଉପସ୍ଥାପନ କରିଥିଲେ। ତେଣୁ ଉଭୟ ମିଳିତ ଭାବେ ଇ.ଣ୍ଡି.ଆ ନାଁ ପଛରେ ରହିଛନ୍ତି।
ପୂର୍ବରୁ କଂଗ୍ରେସ ନେତୃତ୍ୱରେ ୟୁପିଏ ଗଠନ ହୋଇଥିଲା। କିନ୍ତୁ ଏବେ ୟୁପିଏ ନାଁକୁ ବିରୋଧୀ ଦଳଗୁଡ଼ିକ ଗ୍ରହଣ କରି ନାହାନ୍ତି। ତେଣୁ ସର୍ବସମ୍ମତିକ୍ରମେ ବିରୋଧୀ ମହାମେଣ୍ଟର ନାଁ INDIA ରଖାଯାଇଛି। ବିରୋଧୀଙ୍କ ମହାମେଣ୍ଟର ନାଁ INDIA ରହିବା ପରେ ରାହୁଲ ଗାନ୍ଧି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।
ରାହୁଲ ଗାନ୍ଧି କହିଛନ୍ତି, “ଏହି ବୈଠକରେ ଉପସ୍ଥିତ ରହିବା ମୋ ପାଇଁ ସମ୍ମାନ ଓ ଗର୍ବର ବିଷୟ। ଭାରତର ବିଚାରଧାରା ଉପରେ ଆକ୍ରମଣ ହେଉଛି। ଲକ୍ଷାଧିକ ଭାରତୀୟଙ୍କ ସ୍ୱରକୁ ଚାପି ଦିଆଯାଉଛି। ଭାରତର ଅଧିକାରକୁ ଛଡ଼ାଇ ନିଆଯାଇଛି। ଏହା ଭାରତର ସ୍ୱର ପାଇଁ ଲଢ଼େଇ। ଏଥିପାଇଁ ଆମେ ମହାମେଣ୍ଟର ନାଁ INDIA ରଖିଛୁ।
ଏବେ INDIA ସହ NDAର ଲଢ଼େଇ ହେବ। ନରେନ୍ଦ୍ର ମୋଦି ଓ ଭାରତ ଓ ସେମାନଙ୍କ ବିଚାରଧାରା ଓ ଭାରତ ମଧ୍ୟରେ ଲଢ଼େଇ ହେବ। ଆମେ ଭାରତର ସମ୍ବିଧାନ, ଆମ ଲୋକମାନଙ୍କ ସ୍ୱର, ମହାନ ଦେଶର ବିଚାରଧାରା ଓ ଭାରତର ବିଚାରଧାରା ପାଇଁ ଲଢ଼େଇ କରିବୁ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଯେତେବେଳେ ଭାରତ ସାମ୍ନାରେ ଯିଏ ଛିଡ଼ା ହୁଏ, ତା’ର ଅବସ୍ଥା କ’ଣ ହୁଏ।
ତା’ର ଉତ୍ତର କହିବାର ଆବଶ୍ୟକ ନାହିଁ। ଆମେ ସମସ୍ତେ ମିଳିତ ଭାବେ ନିର୍ଣ୍ଣୟ ନେଇଛୁ ଯେ ଆମେ ଗୋଟିଏ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବୁ। ଏହାପରେ ଏକାଠି ହୋଇ ଆମର ବିଚାରଧାରା ଓ ଆମେ ଯାହା କରିବାକୁ ଯାଉଛୁ, ସେ ବିଷୟରେ କହିବୁ। ଏହା ଦ୍ୱିତୀୟ ବୈଠକ ଥିଲା। ମହାରାଷ୍ଟ୍ରରେ ଆମର ପରବର୍ତ୍ତୀ ବୈଠକ ହେବ।”
ମମତା ବାନାର୍ଜୀ ମଧ୍ୟ ବିଜେପିକୁ ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ଯେ “ବିଜେପି, କ’ଣ ତୁମେମାନେ INDIAକୁ ଚ୍ୟାଲେଞ୍ଜ କରିପାରିବ? NDA ତୁମେମାନେ INDIAକୁ ଚ୍ୟାଲେଞ୍ଜ କରିପାରିବ? ଆମେ ଆମ ମାତୃଭୂମିକୁ ବହୁତ ଭଲ ପାଉ। ଆମେ ହିଁ ଦେଶର ଦେଶଭକ୍ତ। ଆମେ ଦେଶ ପାଇଁ, ବିଶ୍ୱ ପାଇଁ, ଚାଷୀଙ୍କ ପାଇଁ ଓ ସମସ୍ତଙ୍କ ପାଇଁ ଏକାଠି ହୋଇଛୁ।
ହିନ୍ଦୁ, ଦଳିତ, ସଂଖ୍ୟାଲଘୁ, ଚାଷୀମାନେ ବେଙ୍ଗଲ ଠାରୁ ଆରମ୍ଭ କରି ମଣିପୁର ଯାଏ ବିଜେପି ଚାପରେ ଭୟଭୀତ ହୋଇ ରହିଛନ୍ତି। ବିଜେପିର ଗୋଟିଏ କାମ ହେଲା ସରକାର କିଣିବା ଓ ବିକ୍ରି କରିବା। ଆଜିର ବୈଠକ ବେଶ ସକାରାତ୍ମକ ରହିଛି। ଆମେ ଆମର ମେଣ୍ଟର ନାଁ INDIA ରଖିଛୁ। ଇଂରାଜୀରେ ଏହା ଇଣ୍ଡିଆ ଓ ହିନ୍ଦୀରେ ଏହାର ଭାରତ।
ଆମେ ଗୋଟିଏ ବଡ଼ ଚ୍ୟାଲେଞ୍ଜ ନେଇଛୁ। NDA କ’ଣ ତୁମେମାନେ INDIAକୁ ଚ୍ୟାଲେଞ୍ଜ କରିପାରିବ? ଆମେ ସବୁ କିଛି INDIA ବ୍ୟାନର ତଳେ କରିବୁ। ଯଦି କେହି ଆମକୁ ଅଟକାଇବାକୁ ସାହାସ କରୁଛନ୍ତି, ତା’ହେଲେ ଚ୍ୟାଲେଞ୍ଜ କରି ଦେଖାନ୍ତୁ। ବିଜେପି ଦେଶକୁ ବିକ୍ରି କରିବାକୁ ଓ ଗଣତନ୍ତ୍ରକୁ କିଣିବାକୁ ଡିଲ କରିଛି।
ଖାସ ଏହି କାରଣ ପାଇଁ ବିଭିନ୍ନ ନିରପେକ୍ଷ ସଂସ୍ଥା କାମ କରିବାକୁ ସକ୍ଷମ ହେଉନାହାନ୍ତି। INDIA ଜିତବ, ବିଜେପି ହାରିବ। ଭାରତ ଜିତିବ, ବିଜେପି ହାରିବ। INDIA ଜିତିବ, ଏହି ଦେଶ ଜିତବ।”
ଗତ ମଙ୍ଗଳବାର ନିର୍ବାଚନୀ ପ୍ରଚାର ସାରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକତା ଫେରୁଥିଲେ। ମାତ୍ର ସିଲିଗୁଡ଼ି ନିକଟରେ ଖରାପ ପାଗ ଯୋଗୁ ତାଙ୍କ ହେଲିକପ୍ଟରକୁ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ସେତେବେଳେ ମମତା ବାନାର୍ଜୀଙ୍କ ଗୋଡ଼ରେ ଆଘାତ ଲାଗିଥିଲା ଓ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସିନିୟର ଡାକ୍ତରଙ୍କ ଟିମ୍ ତାଙ୍କ ଚିକିତ୍ସା କରିଥିଲେ। ଡାକ୍ତରମାନେ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେବା ସତ୍ତ୍ୱେ ସେ ଗତ ବୁଧବାର ହସ୍ପିଟାଲରୁ ପଳାଇ ଯାଇଥିବା ଜଣାଯାଇଛି।
ଲୋକଙ୍କୁ ବିଭ୍ରାନ୍ତ କରିବାକୁ ତଥା ସେମାନଙ୍କ ଭାବନା ସହ ଖେଳିବାକୁ ମୁଖ୍ୟମନ୍ତ୍ରୀ ଏପରି ଚାଲ ରଚିଥିବା କହିଛନ୍ତି ଅଧୀର ରଞ୍ଜନ । ସେ କହିଛନ୍ତି, ପୂର୍ବରୁ ମଧ୍ୟ ସମାନ ଘଟଣା ସରିଛି। ପୂର୍ବ ଥର ମଧ୍ୟ ନିର୍ବାଚନ ଆଗରୁ ଦିଦିଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ମାତ୍ର ନିର୍ବାଚନ ଫଳାଫଳ ବାହାରିବା ପରେ ସେ ନିଜ ଗୋଡ଼ରେ ଛିଡ଼ା ହେବାକୁ ସକ୍ଷମ ହୋଇ ପାରିଥିଲେ।
ଏହି ଘଟଣାକୁ ନେଇ ଟିଏମସିର କିଛି ପ୍ରତିକ୍ରିୟା ମିଳିପାରିନି।
ହେଲେ ସେଠାରେ ଡାକ୍ତରଙ୍କ ପରାମର୍ଶ ନ ମାନି ମମତା ହ୍ୱିଲଚେୟାର ବସି ହସ୍ପିଟାଲ ଛାଡ଼ିଛନ୍ତି। ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ଡାକ୍ତରୀ ଟିମ ତାଙ୍କୁ ଏସଏସକେଏମ ହସ୍ପିଟାଲରେ ଆଡମିଟ ହେବାକୁ କହିଥିଲେ। କିନ୍ତୁ ସେ ଏହାକୁ ବେଖାତିର କରି ହ୍ୱିଲଚେୟାରରେ ହସ୍ପିଟାଲ ଛାଡ଼ିଛନ୍ତି। ସେ ଘରେ ରହି ଆହତ ସମସ୍ୟାର ଚିକିତ୍ସା କରିବେ ବୋଲି କହିଛନ୍ତି।
ହସ୍ପିଟାଲର ଡାକ୍ତରମାନଙ୍କ କହିବା କଥା ଯେ ଏମଆରଆଇ ସ୍କାନରୁ ଜଣାପଡ଼ିଛି ଯେ ମମତାଙ୍କ ବାମ ଗୋଡ଼ ଆଣ୍ଠୁରେ ଲିଗାମେଣ୍ଟ ଜନିତ ଆହତ ସମସ୍ୟା ରହିଛି। ସେହିପରି ବାମ ପଟ ହିପ୍ର ଜଏଣ୍ଟରେ ମଧ୍ୟ ଆଘାତ ଲାଗିଛି। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଆଡମିଟ ହେବାକୁ କୁହାଯାଇଥିଲା। କିନ୍ତୁ ସେ ଆଡମିଟ ହେବାକୁ ମନା କରି ଦେଇଛନ୍ତି। ସେ ଘରେ ନିଜର ଚିକିତ୍ସା କରିବା ବୋଲି କହି ହସ୍ପିଟାଲ ଛାଡ଼ି ଚାଲି ଯାଇଛନ୍ତି।
ମୁଖ୍ୟମନ୍ତ୍ରୀ ମମତା ଏବେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି। ସେ ଦୁଇ ଦିନ ପାଇଁ ବେଙ୍ଗଲର ଉତ୍ତର ଭାଗରେ ପ୍ରଚାର କରୁଥିଲେ। ଆଜି ସେ ବାଗଡୋଗ୍ରା ଏୟାରପୋର୍ଟରୁ କୋଲକାତା ଆସିବାର ଥିଲା। ଏଥିପାଇଁ ସେ ହେଲିକପ୍ଟର ଯୋଗେ ଜଲପାଇଗୁଡ଼ିରୁ ବାଗଡୋଗ୍ରା ଯାଉଥିଲେ। ହେଲେ ହେଲିକପ୍ଟରଟି ବୈକୁଣ୍ଠପୁର ଜଙ୍ଗଲ ଉପରେ ରହିଥିବା ବେଳେ ଏହା ଖରାପ ପାଗର ସମ୍ମୁଖୀନ ହୋଇଥିଲା।
ହେଲିକପ୍ଟରଟି ଭୟଙ୍କର ଡଙ୍ଗରେ ଦୋହଲିବାରୁ ଜରୁରୀ ଅବତରଣ ପାଇଁ ପାଇଲଟ ନିଷ୍ପତ୍ତି ନେଇଥିଲେ। ହେଲିକପ୍ଟରକୁ ସିଲିଗୁଡ଼ିର ସେଭୋକେ ଏୟାର ବେସ୍ରୁ ଅବତରଣ କରାଯାଇଥିଲା।
ଏୟାରବେସ୍ରେ ସେ ଓହ୍ଲାବା ସମୟରେ ଆହତ ହୋଇଥିଲେ। ତଥାପି ସଡ଼କ ପଥରେ ସେ ଏୟାରପୋର୍ଟରେ ପହଞ୍ଚିଥିଲେ ଓ ସେଠାରୁ ବିମାନ ଯୋଗେ କୋଲକାତା ଆସିଥିଲେ। ଏଠାରେ ପହଞ୍ଚିବା ପରେ ସେ ନିଜର ଚେକଅପ ପାଇଁ ଏସଏସକେଏମ ହସ୍ପିଟାଲକୁ ଯାଇଥିଲେ। କିନ୍ତୁ ଡାକ୍ତରଙ୍କ ପରାମର୍ଶକୁ ସେ ଆଦୌ ଗ୍ରହଣ ନକରି ଘରକୁ ଚାଲି ଯାଇଛନ୍ତି।
ମମତା ଜଲପାଇଗୁଡ଼ିରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରିଥିଲେ। ଏହାପରେ ହେଲିକପ୍ଟର ଯୋଗେ ବାଗଡୋଗ୍ରା ଏୟାରପୋର୍ଟ ଅଭିମୁଖେ ଉଡ଼ାଣ ଭରିଥିଲେ। ହେଲେ ହେଲିକପ୍ଟରଟି ବୈକୁଣ୍ଠପୁର ଜଙ୍ଗଲ ଉପରେ ରହିଥିବା ବେଳେ ଏହା ଖରାପ ପାଗର ସମ୍ମୁଖୀନ ହୋଇଥିଲା। ତେଣୁ ହେଲିକପ୍ଟରର ଜରୁରୀ ଅବତରଣ ପାଇଁ ପାଇଲଟ ନିଷ୍ପତ୍ତି ନେଇଥିଲେ।
ଜଣେ ଅଧିକାରୀ କହିଛନ୍ତି, “ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବାରୁ ପାଇଲଟ ଜରୁରିକାଳୀନ ଅବତରଣ ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ହେଲିକପ୍ଟରକୁ ସିଲିଗୁଡ଼ିର ସେଭୋକେ ଏୟାର ବେସ୍ରୁ ଅବତରଣ କରାଯାଇଥିଲା।”
ହେଲିକପ୍ଟର ଏୟାର ବେସ୍ରେ ଲ୍ୟାଣ୍ଡ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ସଡ଼କ ମାର୍ଗରେ ବାଗଡୋଗ୍ରା ଏୟାରପୋର୍ଟ ଯାଇଥିଲେ। ସେଠାରୁ ବିମାନ ଯୋଗେ କୋଲକାତା ଯାଇଛନ୍ତି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।
ବର୍ତ୍ତମାନ ମମତା ପଶ୍ଚିମବଙ୍ଗର ଉତ୍ତର ଭାଗରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି। ଜୁଲାଇ ୮ରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ।
ଏହି ସମୟରେ ଲାଲୁଙ୍କ ପତ୍ନୀ ରାବ୍ରୀ ଦେବୀ ତାଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ। ଏହାପରେ ମମତା ଆରଜେଡି ସୁପ୍ରିମୋ ଲାଲୁଙ୍କ ପାଦ ଛୁଇଁ ଆଶୀର୍ବାଦ ଦେଇ ନେଇଥିଲେ। ୨୦୨୪ରେ ସବୁ ବିରୋଧୀ ଗୋଟିଏ ପରିବାର ହୋଇ ଲଢ଼େଇ କରିବେ ବୋଲି ମମତା ଭେଟଘାଟ ପରେ କହିଛନ୍ତି।
ମେଗା ବିରୋଧୀଙ୍କ ବୈଠକ ପୂର୍ବରୁ ମମତା ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ସାଥୀରେ ଧରି ପାଟନାରେ ପହଞ୍ଚିଛନ୍ତି। ସେ ଲାଲୁ ଓ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ମଧ୍ୟ କରିଛନ୍ତି। ଏହାପରେ ମମତା କହିଛନ୍ତି, “ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଗୋଟିଏ ପରିବାର ଭାବେ ଲଢ଼େଇ କରିବେ। ଲାଲୁଜୀ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ମୁଁ ତାଙ୍କୁ ଦେଖି ବହୁତ ଖୁସି। ମୁଁ ନିଶ୍ଚିତ ଯେ ସମସ୍ତେ ଏକାଠି ହୋଇ ଲଢ଼ିବେ ଓ ଜିତିବେ।”
୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ମାତ ଦେବା ପାଇଁ ଆସନ୍ତାକାଲି ବିରୋଧୀ ଦଳଗୁଡ଼ିକ ପାଟନାରେ ବୈଠକ କରୁଛନ୍ତି। ଏଥିରେ ପ୍ରାୟ ୨୦ଟି ଦଳର ନେତା ଯୋଗ ଦେବେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀଙ୍କୁ ଏକାଠି କରିବାକୁ ବୈଠକ ଡାକିଥିବା ବେଳେ ଏଥିରେ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରାଯିବ।
ପଶ୍ଚିମବଙ୍ଗର କାକଡୱିପ୍ ଠାରେ ଏକ ସାଧାରଣ ସଭାରେ ସେ କହିଛନ୍ତି, କଂଗ୍ରେସ ବିଭିନ୍ନ ରାଜ୍ୟରେ ସରକାର କରିଥିବା ବେଳେ ସିପିଏମ୍ ଏହାର ବଡ଼ ସହଯୋଗୀ ହୋଇଛି। ଏହି ଦଳ ମଧ୍ୟ ବିଜେପିର ସହଯୋଗୀ ହୋଇଛି ଏବଂ ଲୋକସଭା ନିର୍ବାଚନ ଲଢ଼ିବାକୁ ତୃଣମୂଳ କଂଗ୍ରେସର ସହାୟତା ଚାହୁଁଛି। ବିଜେପିକୁ ବିରୋଧ ଜାରି ରହିଥିବାରୁ ବେଙ୍ଗଲରେ ସିପିଏମ୍ ସହ ରହିଲେ ତୃଣମୂଳ କଂଗ୍ରସ ଠାରୁ ସାହାଯ୍ୟ ମାଗିବାକୁ କଂଗ୍ରେସ ନଆସୁ।
ବିଜେପି ବିରୋଧୀ ସଂଗଠନ ଗଢ଼ିବାକୁ ଆଗକୁ ମମତା, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍ଗେ, ରହୁଲ ଗାନ୍ଧିଙ୍କ ସମେତ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ଓ ନେତାଙ୍କ ଭିତରେ ଭେଟଘାଟ ଆସନ୍ତା ସପ୍ତାହରେ ହେବାକୁ ଥିବା ବେଳେ ଏଭଳି ମେଣ୍ଟ ବେଙ୍ଗଲରେ କାମ କରି ପାରିବନି ବୋଲି ଏହି ମତ ଜରିଆରେ ମମତା ଚେତାଇ ଦେଇଛନ୍ତି।
ସେପଟେ ବେଙ୍ଗଲରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଏଭଳି ବିଜେପି ବିରୋଧୀ ଦଳଙ୍କ ବୈଠକ ଅଲୋଚନାର ବିଷୟ ହୋଇଛି। ଏଠାରେ କଂଗ୍ରେସ ଓ ସିପିଏମ୍ ମେଣ୍ଟ ତୃଣମୂଳ କଂଗ୍ରେସ ଓ ବିଜେପି ବିରୋଧରେ ଲଢ଼ୁଛନ୍ତି। ସିପିଏମ୍ ୪୮ ହଜାର ୬୪୬ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୧୭ ହଜାର ୭୫୦ ଆସନରେ ପ୍ରାର୍ଥୀ ଦେଇଛି। ବିଜେପି ଏଠାରେ ୫୬ ହଜାର ୩୨୧ ପ୍ରାର୍ଥୀ ଦେଇଛି। ଯାହା କଂଗ୍ରେସ ଓ ସିପିଏମ୍ ପ୍ରାର୍ଥୀ ଠାରୁ ବହୁଗୁଣ ଅଧିକ।
ମମତା କହିଛନ୍ତି, ପଶ୍ଚିମବଙ୍ଗର ୧୦୩ ଜଣଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି। ୮୭ଟି ମୃତଦେହ ପଶ୍ଚିମବଙ୍ଗରେ ପହଞ୍ଚି ସାରିଛି। ଓଡ଼ିଶାର ବିଭିନ୍ନ ମେଡିକାଲରେ ଏବେ ୯୭ ଜଣ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ କଟକ ଏସ୍ସିବିରେ କେବଳ ୫୩ ଜଣ ଚିକିତ୍ସିତ ହେଉଛନ୍ତି।
ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିବା ବେଳେ ପୂର୍ବରୁ ଏହାକୁ ସମାଲୋଚନା କରିଥିବା ମମତା ବାନାର୍ଜୀ ଆଜି ଏହା ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଥିଲେ। ଗଣମାଧ୍ୟମ ଏହି ପ୍ରଶ୍ନ ପଚାରିବା ପରେ ସେ କହିଥିଲେ- ନୋ କମେଣ୍ଟ। ସତ ସାମ୍ନାକୁ ଆସୁ। ସତ ଦବି ନଯାଉ। ଏତେ ଲୋକଙ୍କ ଜୀବନ ଯାଇଛି। ତେଣୁ ସତ ସାମ୍ନାକୁ ଆସୁ।
ଏହି ଦୁର୍ଘଟଣାରେ ପଶ୍ଚିମବଙ୍ଗର ଯେଉଁ ଲୋକମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରର ଜଣେ ଲେଖାଏ ବ୍ୟକ୍ତିଙ୍କୁ ସ୍ପେଶାଲ ହୋମଗାର୍ଡ ଚାକିରି ଦିଆଯିବ ବୋଲି ମମତା ଗତକାଲି କହିଥିବା ବେଳେ ଆଜି ପୁଣି ଥରେ ସେହି କଥା କହିଥିଲେ। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ମଧ୍ୟ ଦିଆଯିବ। ଆହତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଓ ସାମାନ୍ୟ ଆହତଙ୍କୁ ୫୦ ଓ ୨୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ। ଆହତ ନହୋଇଥିଲେ ମଧ୍ୟ ମାନସିକ ଆଘାତ ପାଇଥିବା ଯାତ୍ରୀଙ୍କୁ ୧୦ ହଜାର ଟଙ୍କା ଲେଖାଏ ଦିଆଯିବ ବୋଲି ମମତା କହିଛନ୍ତି।
ପଶ୍ଚିମବଙ୍ଗର ଯେଉଁ ଯାତ୍ରୀଙ୍କ ମୃତ୍ୟୁ ହୋଇଛି, ଗତକାଲି ହାୱାଡ଼ାରେ ସେମାନଙ୍କର ମୃତଦେହ ପହଞ୍ଚିବା ପରେ ଶେଷ ଦର୍ଶନ କରିଥିଲେ ମମତା ବାନାର୍ଜୀ। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ମୃତକଙ୍କ ପରିବାରକୁ ୫ ଲକ୍ଷ, ଆହତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଓ ସାମାନ୍ୟ ଆହତଙ୍କୁ ୫୦ ଓ ୨୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ। ଆହତ ନହୋଇଥିଲେ ମଧ୍ୟ ମାନସିକ ଆଘାତ ପାଇଥିବା ଯାତ୍ରୀଙ୍କୁ ୧୦ ହଜାର ଟଙ୍କା ଲେଖାଏ ଦିଆଯିବ। ବୋଲି ମମତା କହିଥିଲେ। ଏହା ସହିତ ମୃତକଙ୍କ ପରିବାରର ଜଣକୁ ହୋମଗାର୍ଡ ଭାବେ ଚାକିରି ଦେବାକୁ ଘୋଷଣା କରିଛନ୍ତି ମମତା ବାନାର୍ଜୀ। ସେହିପରି ସମସ୍ତ ମୃତାହତଙ୍କ ପରିବାରକୁ ମାଗଣା ରାସନ ଦିଆଯିବ ବୋଲି ଦିଦି କହିଛନ୍ତି।
ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଟ୍ରେନ ଦୁର୍ଘଟଣା ଘଟିବା ପରେ ଶନିବାର ମମତା ବାନାର୍ଜୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। କାରଣ ମୃତାହତଙ୍କ ମଧ୍ୟରେ ଅଧିକାଂଶ ପଶ୍ଚିମବଙ୍ଗର ଲୋକ ବୋଲି ଜଣାପଡ଼ିଥିଲା।
ସିବିଆଇ ଘଟଣା ପଛର କାରଣ ଖୋଜିବାକୁ ଥିବା ବେଳେ ଏଥିରୁ କୌଣସି ପ୍ରକାରର ଫାଇଦା ବା ଫଳ ମିଳିବ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।
ଶୁକ୍ରବାର କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ଶାଲିମାରରୁ ଚେନ୍ନାଇ ଯାଉଥିଲା। ଦୁର୍ଘଟଣାରେ ପଶ୍ଚିମବଙ୍ଗର ଅଧିକାଂଶ ଲୋକ ପ୍ରାଣ ହରାଇବା ସହ ଆହତ ହୋଇଛନ୍ତି। କିଛି ଆହତ ଓଡ଼ିଶାର ବିଭିନ୍ନ ହସ୍ପିଟାଲରେ ରହିଥିବା ବେଳେ ଆଉ କିଛି କୋଲକାତାରେ ଥିବା ଏସଏସକେଏମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଆଜି ଏସଏସକେଏମ ହସ୍ପିଟାଲକୁ ଯାଇ ମମତା ଆହତଙ୍କୁ ଭେଟିଥିଲେ। ଏହାପରେ ସେ ସିବିଆଇ ତଦନ୍ତକୁ ନେଇ ନିଜର ମତ ରଖିଛନ୍ତି। ସେ କହିଛନ୍ତି, “ଜ୍ଞାନେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣା ବେଳେ ମୁଁ ମଧ୍ୟ ସିବିଆଇକୁ ତଦନ୍ତ ଦାୟିତ୍ୱ ଦେଇଥିଲି। ୧୨ ବର୍ଷ ତଳେ ସିବିଆଇ ଏହାର ତଦନ୍ତ କରିଥିଲା। କିନ୍ତୁ ଏହାର କୌଣସି ଫଳ ମିଳିଲା ନାହିଁ।
ମୁଁ ସୈନଥିଆ ଦୁର୍ଘଟଣାକୁ ମଧ୍ୟ ସିବିଆଇକୁ ଦେଇଥିଲି। ଏହାର ମଧ୍ୟ ରେଜଲ୍ଟ ମିଳି ନଥିଲା। ସିବିଆଇ ଅପରାଧିକ ମାମଲାର ତଦନ୍ତ କରେ। ଏହା ଏକ ଦୁର୍ଘଟଣାଜନିତ ମାମଲା। ରେଳବାଇ ସୁରକ୍ଷା କମିଶନ ଏଠାରେ ରହିଛି। ସେମାନେ ପ୍ରଥମେ ଏହାର ତଦନ୍ତ କରନ୍ତି।
ଆମେ ଚାହୁଁଛୁ ସତ କ’ଣ ଲୋକମାନେ ଜାଣନ୍ତୁ। ସତକୁ ଚାପି ଦେବାର ସମୟ ଏବେ ନୁହେଁ। ଯେଉଁମାନେ ନିଜ ପରିବାରର ସଦସ୍ୟଙ୍କୁ ହରାଇଛନ୍ତି, ସେମାନଙ୍କ କଥା ଥରେ ଭାବନ୍ତୁ।”
ଚିହ୍ନଟ ହୋଇପାରୁ ନଥିବା ମୃତକଙ୍କ ପରିବାର ଲୋକଙ୍କୁ ଖୋଜିବା ଏବେ ପ୍ରଥମ କାମ ବୋଲି ଦିଦି କହିଛନ୍ତି। ସେ କହିଛନ୍ତି, “ଏବେ ବି ଅନେକ ଲୋକଙ୍କ ମୃତଦେହ ଚିହ୍ନଟ ହୋଇପାରିନି। ମୋ ସୂଚନା ଅନୁସାରେ ଏବେ ବି ୧୨୦ଟି ମୃତଦେହ ଚିହ୍ନଟ ହୋଇନି। ସେମାନଙ୍କୁ ପ୍ରଥମେ ଏହି କାମ ଶେଷ କରିବାକୁ ଦିଆଯାଉ।”
ହସ୍ପିଟାଲରେ ମମତା ବାନାର୍ଜୀ ଆହତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ସେ ବାହାନଗାରେ ଘଟିଥିବା ଦୁର୍ଘଟଣାକୁ ଶତାବ୍ଦୀର ସବୁଠାରୁ ବଡ଼ ଦୁର୍ଘଟଣା ବୋଲି ମଧ୍ୟ କହିଛନ୍ତି।
ଦିଦି କହିଛନ୍ତି, “ମୁଁ ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସମସ୍ତ ଆହତଙ୍କୁ ଭେଟିଛି। ଜଣେ ହାତ ହରାଇଥିବା ବେଳେ ଆଉ ଜଣେ ଗୋଡ଼ ହରାଇଛନ୍ତି। ବାକି ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି।
ଆସନ୍ତାକାଲି ମୁଁ କଟକ ଯିବି। ସେଠାରେ ୫୩ ଜଣ ଆହତ ଆଡମିଟ ହୋଇଛନ୍ତି। ଆମ ରାଜ୍ୟକୁ ଏଯାଏ ୭୬ଟି ମୃତଦେହ ଆସିଛି। ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୨୦୬ ଜଣ ଚିକିତ୍ସିତ ହେଉଛନ୍ତି। କେବଳ ମେଦିନିପୁରରେ ୬୬ ଜଣ ଚିକିତ୍ସିତ ଅଛନ୍ତି।”
ମମତା କହିଛନ୍ତି, କଟକରେ ପଶ୍ଚିମବଙ୍ଗର ୫୩ ଜଣ ଆହତ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିବାକୁ କାଲି କଟକ ଯିବି। ସେଠାରୁ ଭୁବନେଶ୍ୱର ମଧ୍ୟ ଯିବି ଓ ଚିକିତ୍ସା ବ୍ୟବସ୍ଥା ନେଇ କଥା ହେବି।
ସେ କହିଛନ୍ତି, ଏହି ଦୁର୍ଘଟଣାରେ ପଶ୍ଚିମବଙ୍ଗର ଯେଉଁମାନେ ପ୍ରାଣ ହରାଇଛନ୍ତି, ସେମାନଙ୍କ ପରିବାରର ଜଣେ ଲେଖାଏ ବ୍ୟକ୍ତିଙ୍କୁ ଚାକିରି ଦିଆଯିବ। ସେମାନଙ୍କୁ ସ୍ପେଶାଲ ହୋମଗାର୍ଡ ଚାକିରି ଦିଆଯିବ। ଏହା ସହିତ ସେମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଦିଆଯିବ। ସେହିପରି ଯେଉଁମାନେ ଏହି ଦୁର୍ଘଟଣାରେ ସଂପୂର୍ଣ୍ଣ ଅକ୍ଷମ ହୋଇଯାଇଥିବେ ସେମାନଙ୍କ ପରିବାରର ଜଣେ ଲେଖାଏ ବ୍ୟକ୍ତିଙ୍କୁ ହୋମଗାର୍ଡ ଚାକିରି ଦିଆଯିବ। ଆହତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଓ ସାମାନ୍ୟ ଆହତଙ୍କୁ ୫୦ ଓ ୨୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ। ଆହତ ନହୋଇଥିଲେ ମଧ୍ୟ ମାନସିକ ଆଘାତ ପାଇଥିବା ଯାତ୍ରୀଙ୍କୁ ୧୦ ହଜାର ଟଙ୍କା ଲେଖାଏ ଦିଆଯିବ। ସେହିପରି ସମସ୍ତ ମୃତାହତଙ୍କ ପରିବାରକୁ ମାଗଣା ରାସନ ଦିଆଯିବ।
ବାହାନଗା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ମମତା ଏହାକୁ ନାପସନ୍ଦ କରିଛନ୍ତି। ସେ କହିଛନ୍ତି, ସିବିଆଇ କ’ଣ ତଦନ୍ତ କରିବ? ସିବିଆଇ କ୍ରିମିନାଲ କେସ୍ ତଦନ୍ତ କରେ, ଏହା ଏକ ଆକ୍ସିଡେଣ୍ଟ।୨୦୧୨ରେ ଜ୍ଞାନେଶ୍ୱରୀ ଏକ୍ସପ୍ରେସ ତଦନ୍ତ ନିର୍ଦ୍ଦେଶ ଦେଇଥିଲି।୧୨ ବର୍ଷ ବିତିଲାଣି, ଏଯାବତ ସିବିଆଇ ରିପୋର୍ଟ ଦେଇନି। ତେଣୁ ସିବିଆଇ କ’ଣ ତଦନ୍ତ କରିବ?
ଶୁକବ୍ରାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଟ୍ରେନ ଦୁର୍ଘଟଣା ଘଟିବା ପରେ ଶନିବାର ମମତା ବାନାର୍ଜୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। କାରଣ ମୃତାହତଙ୍କ ମଧ୍ୟରେ ଅଧିକାଂଶ ପଶ୍ଚିମବଙ୍ଗର ଲୋକ ବୋଲି ଜଣାପଡ଼ିଥିଲା।
ଆଜି ସେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଦୁର୍ଘଟଣାରେ ପଶ୍ଚିମବଙ୍ଗର ୬୨ ଜଣ ଲୋକ ପ୍ରାଣ ହରାଇଛନ୍ତି। ୨୦୬ ଜଣ ରାଜ୍ୟରେ ଚିକିତ୍ସିତ ହେଉଛନ୍ତି। ପଶ୍ଚିମବଙ୍ଗର ଆଉ ୭୩ ଜଣ ଓଡ଼ିଶାର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ଓଡ଼ିଶାର ବିଭିନ୍ନ ହସ୍ପିଟାଲରେ ଥିବା ବେଙ୍ଗଲର ୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ୧୮୨ ଜଣଙ୍କୁ ଏଯାଏ ଚିହ୍ନଟ କରାଯାଇ ପାରି ନଥିବା ସେ କହିଛନ୍ତି।
ଦୁର୍ଘଟଣା ପରେ ଓଡ଼ିଶା ସରକାରଙ୍କୁ ସମସ୍ତ ପ୍ରକାରର ସହାୟତା ପଶ୍ଚିମବଙ୍ଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ମଧ୍ୟ ମମତା କହିଛନ୍ତି। ସେ କହିଛନ୍ତି, “ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ଥିଲା। ଯେଉଁଦିନ ଦୁର୍ଘଟଣା ଘଟିଲା ଆମେ ୧୫୦ ଆମ୍ବୁଲାନ୍ସ, ୫୦ ଜଣ ଡାକ୍ତର, ନର୍ସ, ଏକାଧିକ ବସ୍ ଓ ବିପର୍ଯ୍ୟୟ ପ୍ରଶମନ ଟିମକୁ ଘଟଣାସ୍ଥଳକୁ ପଠାଇଥିଲୁ। ଆମେ ଓଡ଼ିଶା ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରି ଆସିଛୁ।”
ଦିଦି ଆହୁରି କହିଛନ୍ତି ଯେ ବାଲେଶ୍ୱର ଦୁର୍ଘଟଣାରୁ ବର୍ତ୍ତି ଯାଇ ଘରକୁ ଫେରିଥିବା ଲୋକମାନେ ମାନସିକସ୍ତରରେ ଦୁର୍ବଳ ହୋଇଯାଇଛନ୍ତି। ଯେଉଁମାନେ ଟ୍ରମାରେ ଅଛନ୍ତି, ସେମାନଙ୍କୁ ରାଜ୍ୟ ସରକାର ୧୦ ହଜାର ଟଙ୍କା ଲେଖାଏ ଦେବେ। ସେହିପରି ଆଗାମୀ ୩ ମାସ ଯାଏ ପ୍ରତି ପରିବାରକୁ ୨ ହଜାର ଟଙ୍କା ଓ ସମସ୍ତ ପ୍ରକାରର ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ମମତା ଘୋଷଣା କରିଛନ୍ତି।
ଦୁର୍ଘଟଣା ଗ୍ରସ୍ତ ଟ୍ରେନ ଓ ରାସ୍ତାରେ ଦୁର୍ଘଟଣା ରୋକିବାକୁ ରେଳବାଇ କବଚ ବ୍ୟବସ୍ଥା କରି ନଥିବାରୁ ଏହାକୁ ନେଇ ମଧ୍ୟ ଦିଦି ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତକାଲି ମମତା ବାହାନଗା ସ୍ଥିତ ଦୁର୍ଘଟଣା ସ୍ଥଳକୁ ଆସି କବଚ କଥା ଉଠାଇଥିଲେ। ଏଥିସହ ମୃତ୍ୟୁସଂଖ୍ୟାକୁ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା କଟାକଟିରେ ମାତି ଯାଇଥିଲେ। ଆଜି ସେ ପୁଣି କବଚ ପ୍ରସଙ୍ଗ ଉଠାଇଛନ୍ତି।
ସେ କହିଛନ୍ତି, “ମୋ ପାଖରେ ଥିବା ତାଲିକା ଅନୁସାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ କେନ୍ଦ୍ର ସରକାରଙ୍କ ତାଲିକାରେ ଏହି ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ମୃତ୍ୟୁସଂଖ୍ୟାକୁ ନେଇ ସରକାର ଭୁଲ ତଥ୍ୟ ଦେଉଛନ୍ତି।
କାଲି ମୋ ପାଖରେ ରେଳମନ୍ତ୍ରୀ ଓ ଧମେନ୍ଦ୍ର ପ୍ରଧାନ ଛିଡ଼ା ହୋଇଥିଲେ। ମୁଁ କିଛି ବି କହି ନଥିଲି। ମୁଁ ଚାହିଁଥିଲେ ବହୁତ କିଛି କହି ପାରିଥାଆନ୍ତି, କାରଣ ମୁଁ ନିଜେ ରେଳମନ୍ତ୍ରୀ ଭାବେ କାମ କରିଛି। କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ହାୱାଡା ଏକ୍ସପ୍ରେସରେ କାହିଁକି ସୁରକ୍ଷା କବଚ ନଥିଲା? ରେଳବାଇ କେବଳ ବିକ୍ରି ହେବା ପାଇଁ ସେମାନେ ଛାଡ଼ି ଦେଇଛନ୍ତି।”