ହୃଦୟରେ ରାଜଙ୍କ ସ୍ମୃତିଙ୍କୁ ଚାପି ରଖିଥିବା ମନ୍ଦିରା ଲେଖିଛନ୍ତି, ୨୫ ବର୍ଷ ହେଲା ଉଭୟ ପରସ୍ପରକୁ ଜାଣିଥିବା ବେଳେ ୨୩ ବର୍ଷ ହେବ ବିବାହ ବନ୍ଧନରେ ବାନ୍ଧି ହୋଇଥିଲୁ। ବହୁ ଘାତ, ପ୍ରତିଘାତର ମିଶିକି ସାମନା କରିଥିଲୁ। ହେଲେ ଅଧା ବାଟରେ ଛାଡ଼ି ଚାଲିଗଲେ ରାଜ। ଏହି ପୋଷ୍ଟ ପୂର୍ବରୁ ବୁଧବାର ମଧ୍ୟ ରାତ୍ରୀରେ ମନ୍ଦିରା ‘ମିସ୍ ୟୁ ରାଜୀ’ ବୋଲି ପୋଷ୍ଟ କରିଥିଲେ।
[caption id="attachment_658971" align="aligncenter" width="650"] ପରିବାର ସହ ମନ୍ଦିରା ।[/caption]
ସ୍ୱାମୀଙ୍କୁ ହରାଇବା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ମନ୍ଦିରା ନିଜ ୨ ପିଲାଙ୍କ ପାଇଁ ପୁଣି ଥରେ ଷ୍ଟ୍ରଙ୍ଗ ହେବାକୁ ଚେଷ୍ଟା ଚଳାଇଛନ୍ତି। ସ୍ୱାଭାବିକ ଅବସ୍ଥାକୁ ଫେରିବାକୁ ମନ୍ଦିରା ପ୍ରାଣପଣେ ଚେଷ୍ଟା କରୁଛନ୍ତି। ଏବେ ପୁଣିଥରେ ନିଜ ୱାର୍କ ଆଉଟ ସେସନ ଆରମ୍ଭ କରିଦେଇଥିବା ମନ୍ଦିରା ଘର ବାହାରେ ମର୍ଣ୍ଣିଂ ୱାକ ବି କରୁଥିବା ନଜର ଆସୁଛି। ହେଲେ ତାଙ୍କ ସହ ଘଟିଥିବା ଦୁଃଖ କାହାଣୀ ତାଙ୍କ ମୁହଁ ହିଁ ବୟାନ କରି ଦେଉଛି। ପୂର୍ବରୁ ମିଡିଆ ସମ୍ମୁଖରେ ହସି ହସି ପୋଜ ଦେଉଥିବା ମନ୍ଦିରା ଏବେ ବହୁତ ଚୁପଚାପ ରହୁଥିବା ବେଳେ ତାଙ୍କ ମୁହଁରେ ସଫା ଜଣାପଡ଼ୁଛି ଦୁଃଖର ଛାପ।
[caption id="attachment_658974" align="aligncenter" width="650"] ମନ୍ଦିରାଙ୍କ ବିବାହ ବେଳର ଫଟୋ[/caption]
ମନ୍ଦିରା ବେଦୀ ଓ ରାଜ କୌଶଲ ୧୯୯୯ ମସିହାରେ ବାହା ହୋଇଥିବା ବେଳେ ସେମାନଙ୍କର ୯ ବର୍ଷ ପୁଅ ଭୀର ଓ ୪ ବର୍ଷର ଝିଅ ତାରା ଅଛି। ତାରାକୁ ମନ୍ଦିରା ଓ ରାଜ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ।
ଗତ ଜୁନ୍ ୩୦ ତାରିଖରେ ହଠାତ୍ ମନ୍ଦିରାଙ୍କ ପରିବାର ଉପରେ ଘୋଟିଗଲା କଳା ବାଦଲ। ସକାଳେ ରାଜ କୌଶଲଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତେବେ ତାଙ୍କୁ ପରିବାର ଲୋକେ ହସ୍ପିଟାଲ ନେବା ପୂର୍ବରୁ ହିଁ ତାଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ବେଳକୁ ଫିଲ୍ମ ମେକର ରାଜ କୌଶଲଙ୍କୁ ୪୯ ବର୍ଷ ବୟସ ହୋଇଥିଲା। ରାଜ ଜଣେ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ତାଙ୍କ କ୍ୟାରିୟରରେ ‘ପ୍ୟାର ମେଁ କଭି କଭି’, ‘ଶାଦୀ କା ଲଡୁ’ ଏବଂ ‘ଆନ୍ଥୋନୀ କୌନ ହୈ, ଭଳି ତିନୋଟି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ।
ସୂଚନା ମୁତାବକ ଆଜି ସକାଳେ ରାଜ କୌଶଲଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତେବେ ତାଙ୍କୁ ପରିବାର ଲୋକେ ହସ୍ପିଟାଲ ନେବା ପୂର୍ବରୁ ହିଁ ତାଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ମୃତ୍ୟୁ ଖବର ଶୁଣି ବଲିଉଡର ଅନେକ ସେଲେବ୍ରିଟି ଶୋକ ପ୍ରକାଶ କରିଛନ୍ତି।
[caption id="attachment_654918" align="aligncenter" width="650"] ରାଜ ଏବଂ ମନ୍ଦିରାଙ୍କ ଦୁଇ ଛୁଆ ଅଛନ୍ତି।[/caption]
ରାଜ ଜଣେ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ତାଙ୍କ କ୍ୟାରିୟରରେ ‘ପ୍ୟାର ମେଁ କଭି କଭି’, ‘ଶାଦୀ କା ଲଡୁ’ ଏବଂ ‘ଆନ୍ଥୋନୀ କୌନ ହୈ, ଭଳି ତିନୋଟି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।
ମୁକୁଲ ଆନନ୍ଦଙ୍କ ଘରେ ରାଜ କୌଶଲ ସହ ମନ୍ଦିରାଙ୍କ ପ୍ରଥମ ସାକ୍ଷାତ ହୋଇଥିଲା। ମନ୍ଦିରା ସେଠାକୁ ଅଡିସନରେ ଦେବାକୁ ଯାଇଥିଲେ। ଯେତେବେଳେ ରାଜ ମୁକୁଲ ଆନନ୍ଦଙ୍କ ସହକାରୀ ଭାବରେ କାର୍ୟ୍ୟ କରୁଥିଲେ। ସେବେଠୁ ଆରମ୍ଭ ହୋଇଥିଲା ଦୁହିଁଙ୍କ ଲଭଷ୍ଟୋରୀ। ୧୪ ଫେବୃଆରୀ ୧୯୯୯ ରେ ମନ୍ଦିରା ରାଜ କୌଶଲଙ୍କୁ ବିବାହ କରିଥିଲେ। ରାଜ ଏବଂ ମନ୍ଦିରାଙ୍କ ଦୁଇ ଛୁଆ ଅଛନ୍ତି।
https://twitter.com/IamOnir/status/1410084586638372868?s=20