ପିଡିପି ମିଡିଆ ସେଲ୍ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ଅଗ୍ନିବିପନ୍ନଙ୍କୁ ସାକ୍ଷାତ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅନ୍ତତନାଗ ଯାଉଥିଲେ। ଉକ୍ତ ସମୟରେ ତାଙ୍କ ସହ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ବି ଥିଲେ। ଉକ୍ତ ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚେପା ହୋଇ ଯାଇଛି। ଏହି ଦୁର୍ଘଟଣାରୁ ମୁଫତି ବର୍ତ୍ତି ଯାଇଥିବା ବେଳେ ତାଙ୍କ ସୁରକ୍ଷା କର୍ମୀ ସାମାନ୍ୟ ଆହତ ହୋଇଛନ୍ତି।
ଏନେଇ ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା କହିଛନ୍ତି, ଏକ ବଡ଼ ଦୁର୍ଘଟଣାରୁ ମେହବୁବା ମୁଫତି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସରକାର ଏହି ଦୁର୍ଘଟଣାର କାରଣ ଯାଞ୍ଚ କରିବାକୁ ଦାବି କରୁଛି। ଏଥିସହ ତାଙ୍କ ସୁରକ୍ଷାରେ ଥିବା ତ୍ରୁଟିକୁ ବି ଖୁବ୍ ଶୀଘ୍ର ଦୂର କରାଯିବ ବୋଲି ଆଶା କରୁଛି।
ମୁଫତିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ପାଇ ତାଙ୍କ ସମର୍ଥକମାନେ ବ୍ୟଥିତ ହୋଇ ପଡ଼ିଥିବା ବେଳେ ସେ ସୁରକ୍ଷିତ ଥିବା ଶୁଣି ଆଶ୍ୱସ୍ତି ଲାଭ କରିଛନ୍ତି।
ଦୁର୍ଘଟଣା ବେଳେ ଗାଡ଼ିରେ ମେହବୁବା ମୁଫତି, ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମଚାରୀ ଓ ଡ୍ରାଇଭର ଥିଲେ। ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।
ମେହବୁବା ମୁଫ୍ତି ଖାନାବାଲ ଯାଇଥିଲେ। ସେଠାରେ ଅଗ୍ନିକାଣ୍ଡ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଭେଟିଥିଲେ। ସେଠାରେ ସେ ତାଙ୍କ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନନ୍ତନାଗ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ସଙ୍ଗମରେ ଏକ କାର ସହିତ ତାଙ୍କ ଗାଡ଼ିର ଧକ୍କା ହୋଇଥିଲା। ଏଥିରେ ତାଙ୍କ ଗାଡ଼ିର ସମ୍ମୁଖଭାଗ କ୍ଷତିଗ୍ରସ୍ତ ହୋଇଛି।
ଏହି ଦୁର୍ଘଟଣା ଖବର ପାଇବା ପରେ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମେହବୁବା ମୁଫତି ଆହତ ହୋଇ ନଥିବା ଶୁଣି ଖୁସି ଲାଗିଲା। ତା’ ସହିତ ସେ କହିଛନ୍ତି, କେଉଁ ପରିସ୍ଥିତିରେ ତାଙ୍କ (ମେହବୁବା ମୁଫ୍ତିଙ୍କ) ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲା, ତା’ର ତଦନ୍ତ ସରକାର କରିବେ ବୋଲି ମୁଁ ଆଶା କରୁଛି। ଯଦି ସୁରକ୍ଷା ଜନିତ ତ୍ରୁଟି କାରଣରୁ ଏହି ଦୁର୍ଘଟଣା ହୋଇଛି, ତା’ହେଲେ ତୁରନ୍ତ ତା’ର ପ୍ରତିକାର କରିବାକୁ ବ୍ୟବସ୍ଥା କରାଯାଉ।
ଆଜି ଧାରା ୩୭୦ ଉଚ୍ଛେଦକୁ ୪ ବର୍ଷ ପୂରିଥିବା ବେଳେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବଡ଼ ଦାବି କରିଛନ୍ତି। ଆଜି ସକାଳୁ ତାଙ୍କୁ ଓ ପିଡିପିର ଅନେକ ନେତାଙ୍କୁ ପୁଲିସ୍ ପ୍ରଶାସନ ଗୃହବନ୍ଦୀ କରି ରଖିଥିବା ସେ କହିଛନ୍ତି।
ମେହବୁବା ନିଜର ସୋଶାଲ ମିଡିଆ ଆକାଉଣ୍ଟରେ ଗୃହବନ୍ଦୀ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଅନେକ ବରିଷ୍ଠ ପିଡିପି ନେତାଙ୍କ ସମେତ ମୋତେ ଗୃହବନ୍ଦୀ କରି ରଖାଯାଇଛି।” ମେହବୁବା ତାଙ୍କ ଘରର ଗେଟ୍ରେ ତାଲା ପଡ଼ିଥିବାର ଫଟୋ ମଧ୍ୟ ଶେୟାର କରିଛନ୍ତି।
ଜମ୍ମୁ-କଶ୍ମୀର ଠାରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରାଯିବା ସହ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ଏହାର ପୂର୍ତ୍ତି ଅବସରରେ ଲୋକମାନେ ନିଜର ସ୍ୱର ଉଠାଇବାକୁ ଚାହୁଁଛନ୍ତି। କିନ୍ତୁ ସରକାର ବଳ ପ୍ରୟୋଗ କରି ସେମାନଙ୍କ ସ୍ୱର ବନ୍ଦ କରିବାକୁ ଚେଷ୍ଟା କରିଥିବା ମେହବୁବା ମୁଫତି କହିଛନ୍ତି।
I’ve been put under house arrest along with other senior PDP leaders today. This comes after a midnight crackdown where scores of my party men are illegally detained in police stations. GOIs false claims about normalcy to the SC stands exposed by theirs actions driven by… pic.twitter.com/gqp25Ku2CJ
— Mehbooba Mufti (@MehboobaMufti) August 5, 2023
ସେ କହିଛନ୍ତି, “ମଧ୍ୟରାତ୍ର ପରେ ପ୍ରଥମେ ଚଢ଼ଉ କରି ମୋ ଦଳର ଅନେକ ଲୋକଙ୍କୁ ବେଆଇନ ଭାବେ ଥାନାରେ ଅଟକ ରଖାଯିବା ପରେ ଗୃହବନ୍ଦୀ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜମ୍ମୁ-କଶ୍ମୀରରେ ସବୁ କିଛି ସ୍ୱାଭାବିକ ଥିବା ନେଇ ଭାରତ ସରକାର ସୁପ୍ରିମକୋର୍ଟରେ ଯେଉଁ ଦାବି କରୁଛନ୍ତି, ତା’ର ଅସଲ ଚେହେରା ପଦାରେ ପଡ଼ିଛି।
ଗୋଟିଏ ପଟେ ବେଆଇନ ଭାବେ ଉଚ୍ଛେଦ ହୋଇଥିବା ଧାରା ୩୭୦ ବର୍ଷ ପୂର୍ତ୍ତିକୁ ପାଳନ କରିବାକୁ ପାଇଁ ବଡ଼ବଡ଼ ହୋର୍ଡିଂ ଲଗାଇ କଶ୍ମୀରବାସୀଙ୍କୁ ଆହ୍ୱାନ ଦିଆଯାଉଛି। କିନ୍ତୁ ଅନ୍ୟପଟେ କଶ୍ମୀରବାସୀଙ୍କ ବାସ୍ତବ ଭାବାବେଗକୁ ଫୋର୍ସ ଲଗାଇ ଚାପି ଦିଆଯାଉଛି। ଆଶା ଅଛି ଯେ ସୁପ୍ରିମକୋର୍ଟ ନିଜ ଆଡ଼ୁ ଏହାକୁ ବିଚାର ପାଇଁ ଗ୍ରହଣ କରିବେ। ସୁପ୍ରିମକୋର୍ଟ ଏକ ମାତ୍ର ପ୍ରତିଷ୍ଠାନ ଯିଏ ସମ୍ବିଧାନର ସୁରକ୍ଷା କରିପାରିବେ।”
ମୁଫତିଙ୍କ ଦଳ ପିଡିପି ଦାବି କରିଛି ଯେ ସେମାନେ ଧାରା ୩୭୦ ଉଚ୍ଛେଦର ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ ଶାନ୍ତିପୂର୍ଣ୍ଣ କାର୍ଯ୍ୟକ୍ରମ ପାଇଁ ଅନୁମତି ମାଗିଥିଲେ। କିନ୍ତୁ ସେମାନଙ୍କୁ ଏଥିପାଇଁ ଅନୁମତି ମିଳି ନଥିଲା। ଏହାପରେ ରାତି ପ୍ରାୟ ୩.୦୩ରେ ପୁଲିସ୍ ପିଡିପି ନେତାଙ୍କ ଠିକଣାରେ ଚଢ଼ଉ କରିଥିଲା।
ପୂର୍ବତନ ମନ୍ତ୍ରୀ ଅବଦୁଲ ରେହମାନ ବୀରି, ନୟିମ ଅଖତର ଓ ଆସିୟା ନକାଶ, ପିଡିପିର ସାଧାରଣ ସମ୍ପାଦକ ଗୁଲାମ ନହି ଲୋନ ହନଜୁରା, ସାଧାରଣ ସମ୍ପାଦକ (ସଂଗଠନ) ମେହବୁବ ବେଗ ଓ ବଡ଼ଗାମର ଜିଲ୍ଲା ସଭାପତି ୟାସିନ ଭଟଙ୍କୁ ଗୃହବନ୍ଦୀ କରି ରଖାଯାଇଛି ବୋଲି ଦଳର ଜଣେ ମୁଖପାତ୍ର କହିଛନ୍ତି।
ଏହାପରେ ସେଠାରେ ଥିବା ମୁସଲିମମାନଙ୍କୁ ଧମକାଇ ଜୟ ଶ୍ରୀରାମ ନାରା ଦେବାକୁ ବାଧ୍ୟ କରିଥିଲେ। ଏହା ଉତ୍ତଜେନା ସୃଷ୍ଟି କରିବା ଭଳି ପଦକ୍ଷେପ ଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଏହା ଉପରେ ତଦନ୍ତ କରନ୍ତୁ ବୋଲି ମୁଫତି ଅନୁରୋଧ କରିଛନ୍ତି।
ଜୁନ ୧୪ରେ ଜେନେରାଲ ରାଜୀବ ଆର୍ମିର ଚିନରା କ୍ରପ୍ସର କମାଣ୍ଡ ଦାୟିତ୍ୱ ନେଇଛନ୍ତି। ପାକିସ୍ତାନ ସୀମା ଓ କଶ୍ମୀରରେ ଆତଙ୍କବାଦ ନିରୋଧୀ ଅପରେସନ ତାଙ୍କ ଉପରେ ରହିଛି। ତେଣୁ ମୁଫତି ଭାରତୀୟ ସେନା ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବାକୁ ତାଙ୍କୁ କହିଛନ୍ତି।
ମୁଫତି ଟ୍ୱିଟ କରି କହିଛନ୍ତି, “୫୦ଆରଆର ଟ୍ରୁପ୍ସ ପୁଲୱାମାର ଗୋଟିଏ ମସଜିଦରେ ଧସେଇ ପଶିଥିଲେ ଓ ମୁସଲିମମାନଙ୍କୁ ଜୟ ଶ୍ରୀରାମ ନାରା ଦେବାକୁ ବାଧ୍ୟ କରିଥିବା ଘଟଣା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି। ଅମିତ ଶାହ ଏଠାରେ ଥିବା ବେଳେ ଓ ଆଗକୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ଏପରି ଘଟଣା କେବଳ ଉତ୍ତେଜନା ସୃଷ୍ଟି କରିବ। ତେଣୁ ରାଜୀବ ଘାଇ ତୁରନ୍ତ ଗୋଟିଏ କମିଟି ଗଠନ କରି ତଦନ୍ତ କରନ୍ତୁ।”
Shocked to hear about army troops from 50 RR storming into a mosque at Pulwama & forcing muslims inside to chant ‘Jai Shree Ram’. Such a move when @AmitShah is here & that too ahead of yatra is simply an act of provocation. Request @RgGhai to immediately set up a probe.
— Mehbooba Mufti (@MehboobaMufti) June 24, 2023
ଏପ୍ରିଲ ମାସରେ ମୁଫତି ଅଭିଯୋଗ କରିଥିଲେ ଯେ ଜି-୨୦ ଇଭେଣ୍ଟ ପାଇଁ ସ୍ଥାନୀୟ ଲୋକଙ୍କୁ ଗିରଫ କରାଯାଉଛି ଓ ସେମାନଙ୍କୁ ନିର୍ଯାତନା ଦିଆଯାଉଛି।
ଦୁଇ ଦିନିଆ ପୁଞ୍ଚ ଗସ୍ତରରେ ଯାଇଥିବା ମୁଫତି ବୁଧବାର ନବଗ୍ରହ ମନ୍ଦିର ଯିବା ସହ ସେଠାରେ ପୂଜାର୍ଚ୍ଚନା କରିଥିଲେ। ଏହାର ଭିଡିଓ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ବିଜେପି ଏହାକୁ ଡ୍ରାମା କହି ତାଚ୍ଛଲ୍ୟ କରିଥିବା ବେଳେ ଉତ୍ତରପ୍ରଦେଶର ଦେଓବନ୍ଦର ଜଣେ ମୌଲାନା ମଧ୍ୟ ମୁଫତିଙ୍କୁ ଟାର୍ଗେଟ କରିଥିଲେ। ମୁଫତି ଯାହା କରିଛନ୍ତି, ତାହା ଇସଲାମରେ ଗ୍ରହଣୀୟ ନୁହେଁ ବୋଲି ସେ କହିଥିଲେ।
ଇତେହାଦ ଉଲେମା ଇ-ହିନ୍ଦର ଜାତୀୟ ଉପ ସଭାପତି ମୁଫତି ଅସଦ କ୍ୱାସମୀ କହିଥିଲେ ଯେ “ମେହବୁବା ମୁଫତି ହୁଅନ୍ତି କି ଜଣେ ସାଧାରଣ ମୁସଲିମ, ସମସ୍ତେ ଆମର ଧର୍ମ କ’ଣ କହୁଛି ସେକଥା ଭଲ ଭାବେ ଜାଣିଛନ୍ତି। ଆମ ଧର୍ମରେ କ’ଣ ଅନୁମତି ଅଛି ଓ କାହାକୁ ଅସିଦ୍ଧ ଘୋଷଣା କରାଯାଇଛି, ସେକଥା ବି ସମସ୍ତଙ୍କୁ ଜଣା।
ଏଇଟା ଭାରତ। ଏଠାରେ ଜଣେ ନିଜେ ଇଚ୍ଛାରେ ଯାହା ଚାହିଁବେ କରିପାରିବେ। କିନ୍ତୁ ମେହବୁବା ମୁଫତି ଯାହା କରିଛନ୍ତି, ତା’ହା ଆଦୌ ଗ୍ରହଣୀୟ ନୁହେଁ କିମ୍ବା ଇସଲାମ ଏଥିପାଇଁ ଅନୁମତି ଦେଇନି। ସେ ଇସଲାମର ନୀତି ବାହାରେ କାମ କରିଛନ୍ତି।”
ତେବେ ମୁଫତି ନିଜର ମନ୍ଦିର ଗସ୍ତକୁ ସଠିକ ଦର୍ଶାଇଛନ୍ତି। ସେ କହିଛନ୍ତି, “ଆମେ ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ର। ଆମେ ଗଙ୍ଗା ଯମୁନା ସଂସ୍କୃତିକୁ ଅନୁସରଣ କରୁ। ମୁଁ ସବୁ ଧର୍ମକୁ ସମ୍ମାନ ଦିଏ। ଆମ ନେତେ ସ୍ୱର୍ଗତଃ ୟଶପାଲ ଶର୍ମା ଜୀ ନିର୍ମାଣ କରିଥିବା ମନ୍ଦିରକୁ ମୁଁ ଯାଇଥିଲି।
ଏହା ଗୋଟିଏ ସୁନ୍ଦର ମନ୍ଦିର। ମନ୍ଦିର ଭିତରେ ଜଣେ ମୋତେ ଗୋଟିଏ ପାତ୍ରରେ ଶ୍ରଦ୍ଧାର ସହ ଜଳ ଦେଇଥିଲା। ମୁଁ ତାଙ୍କୁ ଭଲ ପାଇବା ଓ ଶ୍ରଦ୍ଧାକୁ ସମ୍ମାନ ଦେଇଛି। ମୁଁ ଶିବ ଲିଙ୍ଗ ଉପରେ ଜଳାଭିଷେକ କରିଛି। ଦେଓବନ୍ଦର ମୌଲାନାଙ୍କ ମନ୍ତବ୍ୟ ଉପରେ କୌଣସି ପ୍ରକାରର ପ୍ରତିକ୍ରିୟା ଦେବାକୁ ଚାହୁଁନି। ମୁଁ ମୋର ଧର୍ମ ବିଷୟରେ ଭଲ ଭାବେ ଜାଣିଛି। ମୁଁ କୁଆଡ଼େ ଯିବି, ସେଇଟା ମୋର ବ୍ୟକ୍ତିଗତ ଇଚ୍ଛା।”
ମେହବୁବା କହିଛନ୍ତି, "ବିଜେପି କେବଳ କଶ୍ମୀର ପଣ୍ଡିତଙ୍କୁ ଶୋଷଣ କରିବା ଜାଣିଛି। ଯଦି କାଶ୍ମୀର ପଣ୍ଡିତମାନଙ୍କ ପାଇଁ କିଛି କରାଯାଇଥାଏ, ତେବେ ସେମାନେ ତମ୍ବୁ ବଦଳରେ ଫ୍ଲାଟରେ ରହିଥାନ୍ତେ। କାଶ୍ମୀର ପଣ୍ଡିତଙ୍କ ଯାହାବି ଉନ୍ନତି ହୋଇଛି ତାହା ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରୀ ଥିବା ବେଳେ ଏବଂ ମୁଫତି ମହମ୍ମଦ ସଇଦ , ଉମର ଅବଦୁଲ୍ଲା ଓ ଗୁଲାମ ନବୀ ଆଜାଦଙ୍କ ସମୟରେ ହୋଇଛି। ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ କଶ୍ମୀର ପଣ୍ଡିତମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ପ୍ୟାକେଜ୍ ଦେଇଛନ୍ତି। ବିଜେପି ଗତ ୪ ବର୍ଷ ହେଲା ସିଧାସଳଖ କଶ୍ମୀରକୁ ନିଜ ନିୟନ୍ତ୍ରଣରେ ରଖି ଶାସନ କରୁଥିଲେ ବି ଏହାର ପଣ୍ଡିତଙ୍କ ଉନ୍ନତି ପାଇଁ କିଛି କରୁନି।
ପିଡିପି ମୁଖ୍ୟ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ କଶ୍ମୀରରେ ଅଶାନ୍ତି ଦେଖାଦେଇଥିଲା। ସେତେବେଳେ ତାଙ୍କ ସରକାର କଶ୍ମୀର ପଣ୍ଡିତ କର୍ମଚାରୀଙ୍କୁ ଘରେ ବସାଇ ଦରମା ପ୍ରଦାନ କରିଥିଲେ। ସେ କହିଛନ୍ତି ଯେ ୨୦୧୬ ରେ ଯେତେବେଳେ ଅବସ୍ଥା ଖରାପ ଥିଲା, ଆମେ ଘରେ ବସିଥିବା କଶ୍ମୀର ପଣ୍ଡିତମାନଙ୍କୁ ୧୭ ମାସର ଦରମା ଦେଇଥିଲୁ।
ମେହବୁବା ଜମ୍ମୁ କଶ୍ମୀର ପ୍ରଶାସନକୁ ସମାଲୋଚନା କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ୍ ଅଧୀନରେ ପ୍ରାୟ ୮୫୦ ପାଖାପାଖି କର୍ମଚାରୀଙ୍କୁ ଜମ୍ମୁକୁ ସ୍ଥାନାନ୍ତର କରାଯାଇଥିବା ପ୍ରଚାର ହେଉଛି। କିନ୍ତୁ, ସେମାନେ ସମସ୍ତେ ବିଜେପି ନେତାଙ୍କ ସମ୍ପର୍କୀୟ କିମ୍ବା ବନ୍ଧୁ ବୋଲି ଜଣାପଡ଼ିଛି। ବିଜେପି ସରକାର ଉଦ୍ଦେଶ୍ୟମୂଳକ ଭାବେ ଏପରି କାମ କଲେ କଶ୍ମୀରୀ ପଣ୍ଡିତମାନେ ରାଗିବା ସ୍ୱାଭାବିକ ଅଟେ।"