ଗାଁରେ କାମ ମିଳିଲା ନାହିଁ। ତେଣୁ ଏଜେଣ୍ଟ ମାଧ୍ୟମରେ ବେଗୁନିଆପଡା ବ୍ଲକ୍ ମର୍ଦକୋଟ ଗାଁର ୫୦ ବର୍ଷୀୟ ଧ୍ରୁବ ଚରଣ ବରାଡ ଦୁବାଇ ଯାଇଥିଲେ। ସେ ସେଠାରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ଦୀର୍ଘ ୮ ବର୍ଷ ହେଲା ସେ ସେଠାରେ କାମ କରୁଥିଲେ। ତେବେ ଗତବର୍ଷ ଝିଅ ବାହାଘର ପାଇଁ ଗାଁକୁ ଆସିଥିଲେ। ଝିଅକୁ ବାହା କରାଇ ପୁଣି ସେ ଦୁବାଇ ପଳାଇ ଯାଇଥିଲେ। ଯେଉଁ ସଂସ୍ଥାରେ କାମ କରୁଥିଲେ, ସେଠାରେ ଯୋଗଦେଇଥିଲେ।
ମିଳିଥିବା ସୂଚନା ଅନୁସାରେ ବୁଧବାର ବିଳମ୍ୱିତରେ ଧ୍ରୁବଙ୍କ ଛାତି ଯନ୍ତ୍ରଣା ହେଉଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲ୍ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହାର୍ଟ ଆଟାକ୍ରେ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଧ୍ରୁବଙ୍କ ସହିତ ରହୁଥିବା ତାଙ୍କ ସାଥୀମାନେ ଫୋନ୍ କରି ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ଏହା ପରେ ପରିବାର ଲୋକଙ୍କ ଅକଲ ଗୁଡୁମ୍ ହୋଇଗଲା। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ପରିବାର।
ବର୍ଷେ ତଳେ ଝିଅର ବାହାଘର ହୋଇଥିଲା। ବାହାଘର ପାଇଁ ବହୁ ଧାର ଉଧାର କରିଥିଲେ ଧ୍ରୁବ। ଘରେ ଟଙ୍କାଟିଏ ନାହିଁ। ଏପରିସ୍ଥିତିରେ ଧ୍ରୁବଙ୍କ ମୃତଦେହ ଘରକୁ କେମିତି ଆସିବ? ସେହି ଚିନ୍ତାରେ ପରିବାର ଲୋକେ ପଡ଼ିଯାଇଛନ୍ତି। ଧ୍ରୁବଙ୍କ ମୃତଦେହ ଗାଁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ପରିବାର ଲୋକେ।
ରିପୋର୍ଟ-ଖଲ୍ଲିକୋଟରୁ ଶିଲୁ ବିଶ୍ୱାଳ
ଚନ୍ଦାହାଣ୍ଡି ବ୍ଲକ୍ କୋଇଲିମୁଣ୍ଡା ପଞ୍ଚାୟତ କେନ୍ଦୁଗୁଡ଼ା ଗାଁର ମୁକୁନ୍ଦ ବାଘ। ମହାମାରୀ କରୋନା ପରେ ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟକର ହୋଇ ପଡ଼ିଥିଲା। ତେଣୁ ପରିବାର ପାଇଁ ଦାନା ଯୋଗାଡ଼ କରିବାକୁ ସେ ୪ ମାସ ତଳେ ତେଲେଙ୍ଗାନା ଚାଲି ଯାଇଥିଲେ। ସେଠାରେ ଏକ ଇଟା ଭାଟିରେ କାମ କରୁଥିଲେ। କାମ କରୁଥିବା ବେଳେ ସୋମବାର ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ଏନେଇ ପରିବାର ଲୋକଙ୍କୁ କୌଣସି ସୂଚନା ଦିଆଯାଇନଥିଲା।
ଆଜି ସକାଳେ ଏକ ଆମ୍ୱୁଲାନ୍ସ କେନ୍ଦୁଗୁଡ଼ା ଗାଁକୁ ଆସିଥିଲା। ଆଉ ଆମ୍ୱୁଲାନ୍ସରେ ମୁକୁନ୍ଦଙ୍କ ମୃତଦେହ ଆସିଥିବା ପ୍ରଚାରିତ ହୋଇଯାଇଥିଲା। ଏହି ଦୁଃଖଦ ଖବର ଶୁଣିବା ପରେ ପରିବାର ଲୋକ ବିଚଳିତ ହୋଇପଡ଼ି ଥିଲେ। ଆଉ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ମୁକୁନ୍ଦଙ୍କ ମୃତ୍ୟୁ କେମିତି ହେଲା, ସେ ବିଷୟରେ ଗାଁ ଲୋକ ଜାଣିବାକୁ ଚାହିଁଥିଲେ। ମାତ୍ର ଆମ୍ୱୁଲାନ୍ସରେ ଆସିଥିବା କର୍ମଚାରୀମାନେ କିଛି ଉତ୍ତର ଦେଇପାରିନଥିଲେ। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲେ। ଗାଁ ଲୋକେ ଆମ୍ୱୁଲାନ୍ସ ଛାଡ଼ି ନଥିଲେ। ଦୀର୍ଘ ସମୟ ଧରି ଗାଁ ଲୋକ ଆମ୍ୱୁଲାନ୍ସକୁ ଅଟକାଇ ରଖିଥିଲେ।
ଖବର ପାଇ ଚନ୍ଦାହାଣ୍ଡି ତହସିଲଦାର ଗାଁରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ନମିଳିଲେ ଆମ୍ୱୁଲାନ୍ସ ଛାଡ଼ିବେ ନାହିଁ ବୋଲି ରୋକ୍ଠୋକ୍ ଶୁଣାଇ ଦେଇଥିଲେ। କ୍ଷତିପୂରଣ ପାଇଁ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ବୋଲି ତହସିଲଦାର ପ୍ରତିଶ୍ରୁତି ଦେବା ପରେ ଗାଁ ଲୋକେ ଆମ୍ବୁଲାନ୍ସ ଛାଡିଥିଲେ।
ସୂଚନାରୁ ପ୍ରକାଶ, ଗାଁରେ କାମ ମିଳୁନି। ତେଣୁ ଭୋକିଲା ପେଟ ପାଇଁ ଦାନା ଯୋଗାଡ କରିବାକୁ ଜିଲ୍ଲାର ବିଭିନ୍ନ ବ୍ଲକରୁ ହଜାର ହଜାର ସଂଖ୍ୟାରେ ଯୁବକ ଓ ଯୁବତୀ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। କିଏ ରୋଜଗାର କରି ଘରକୁ ଫେରୁଛି ତ ଆଉ କାହାର ମୃତଦେହ ଗାଁକୁ ଫେରୁଛି।
ରିପୋର୍ଟ- ଉମରକୋଟରୁ କାର୍ତ୍ତିକ ମଲ୍ଲିକ
ଦେଖନ୍ତୁ, ହିଞ୍ଜଳିକାଟୁର ବୁରୁପଡା ଅଂଚଳ। ଫସଲ ଅମଳ ପାଇଁ ଏ ଅଂଚଳର ନାଁ ଅଛି। ମାତ୍ର ବିକ୍ରି ପାଇଁ ବଜାର ବ୍ୟବସ୍ଥା ନାହିଁ। ଶୀତଳ ଭଣ୍ଡାର ନାହିଁ। ସେଠି ଓ ସାରୁ ଗ୍ରାମରେ ଘରେ ଘରେ ତାଲା, ସବୁ ବିଦେଶରେ। ସମସ୍ତେ କେବଳ ଖାଇ ପିଇ ବଂଚିବା ପାଇଁ ବାହାର ରାଜ୍ୟକୁ ଯାଇଛନ୍ତି ଦାଦନ।
ଗଞ୍ଜାମ ଜିଲ୍ଲା ଖଲିକୋଟର ଲୋକେ ପାନୀୟ ଜଳ, ରାସ୍ତା ସମସ୍ୟା ଭିତରେ ଜୁଝି ହେଉଥିବା ବେଳେ ଚଳିବା ମୁତାବିକ ଅଳ୍ପ କିଛି ରୋଜଗାର ପାଇଁ ସୁରତ ଯାଉଛନ୍ତି। କମଳାପଦର ଗାଁର କିଛି ଯୁବକ ଗାଁକୁ ଆସିଥିଲେ ଚାରି ଦିନ ପରେ ପୁଣି ସୁରତ ଫେରିଯିବେ। ଅନ୍ୟ ରାଜ୍ୟକୁ ଦାଦନ ଯାଇ ଅନେକ ଯୁବକଙ୍କ ମର ଶରୀର ତାଙ୍କ ଗାଁକୁ ଫେରୁଥିବାରୁ ସେମାନେ ଚିନ୍ତିତ। ତାଙ୍କ ଜିଲ୍ଲା ଓ ବ୍ଲକ୍ କେମିତି ପଞ୍ଚାୟତିରାଜ ପରିଚାଳନାରେ ଶ୍ରେଷ୍ଠ ହୋଇଛି ସେମାନେ ବୁଝିପାରୁନାହାନ୍ତି।
ସ୍ୱାଧୀନତା ର 75ବର୍ଷ ପରେ ବି ଖଲ୍ଲିକୋଟ ବ୍ଲକ ବାଧିନୁଆପଲ୍ଲୀ ପଂଚାୟତ ର କେ. ଝୋଳମାଳ ଗାଁକୁ ପକ୍କା ରାସ୍ତା ନାହିଁ। ବର୍ଷ ବର୍ଷ ଧରି ପାଣି କାଦୁଆ ପଚ ପଚ ରାସ୍ତାରେ ଯାତାୟାତ କରୁଛନ୍ତି। ଆମ୍ବୁଲାନ୍ସ ଆସି ପାରୁନି। ଅଟୋ ଭଡା କଲେ ସବୁ ଡ୍ରାଇଭର ମୁହଁ ଫେରାଉଛନ୍ତି। ଭୋଟ ସମୟରେ ପ୍ରତିଶ୍ରୁତି ମିଳୁଛି କିନ୍ତୁ ପରେ ଭୁଲି ଯାଉଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ।
ରିପୋର୍ଟ- ଲକ୍ଷ୍ମୀନାରାୟଣ କାନୁନଗୋ
ସୂଚନାମୁତାବକ, ଏବେ ଚାରିଆଡେ କରୋନାକୁ ନେଇ ହାହାକାର। ଏହାର ମୁକାବିଲା ପାଇଁ କେତେକ ରାଜ୍ୟ ଲକଡାଉନ୍ ଘୋଷଣା କରିଛନ୍ତି। ଲକଡାଉନ୍ ପରେ ପ୍ରବାସୀ ଶ୍ରମିକମାନେ ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଘର ବାହୁଡା ପାଇଁ ଟ୍ରେନ୍ ବସ୍ ଓ ପାଦରେ ଚାଲି ଚାଲି ଯିବାକୁ ବାହାରି ପଡିଛନ୍ତି। ଏଭଳି ସ୍ଥିତିରେ ଇନ୍ଦୋରରେ କିଛି ପ୍ରବାସୀ ଶ୍ରମିକ ନିଜ ଘରକୁ ଯିବା ପାଇଁ ରାସ୍ତାରେ ଚାଲି ଚାଲି ଯାଉଥିଲେ। ଏତିକି ବେଳେ ଜଣେ ପୁଲିସ କର୍ମଚାରୀ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ। ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରିବା ସହ ଟଙ୍କା ମଧ୍ୟ ବାଣ୍ଟିଥିଲେ। ଏପରିକି ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଏକ ଅଟୋର ବ୍ୟବସ୍ଥା ମଧ୍ୟ କରି ଦେଇଥିଲେ।
ଏହି ପୁଲିସ କର୍ମଚାରୀଙ୍କ ନାଁ ହେଉଛି ସଞ୍ଜୟ ସାନ୍ଭେ। ସେହିଦିନ ଇନ୍ଦୋର୍ର ଅନ୍ନପୂର୍ଣ୍ଣା ଅଞ୍ଚଳରେ ତାଙ୍କର ପୋଷ୍ଟିଂ ଥିଲା। ତେବେ ଡ୍ୟୁଟି ସାରି ଘରକୁ ଫେରିବା ସମୟରେ ସେ ରାସ୍ତାରେ କିଛି ପ୍ରବାସୀ ଶ୍ରମିକଙ୍କୁ ଭେଟିଥିଲେ। ପ୍ରାୟ ୩୫ ଜଣ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ କିଛି ମହିଳା ଓ ଛୋଟ ପିଲା ମଧ୍ୟ ଥିଲେ। ପୁଲିସ କର୍ମଚାରୀ ଜଣଙ୍କ ତାଙ୍କୁ କେଉଁଠାକୁ ଯାଉଛ ପଚାରିବା ପରେ ସେମାନେ ନିଜ ଗାଁ ସାଗରକୁ ଯାଉଛୁ ବୋଲି କହିଥିଲେ। ଏଥିସହ ସେଠାକୁ ଯିବା ପାଇଁ ଭୋର ୪ଟାରୁ ଚାଲିବା ଆରମ୍ଭ କରିଥିବା କହିଥିଲେ ପ୍ରବାସୀ। ଖାଇବା ପିଇବା ପାଇଁ ସେମାନଙ୍କ ପାଖରେ ମାତ୍ର ୩୫୦ ଟଙ୍କା ଥିବା ମଧ୍ୟ ଜଣାଇଥିଲେ ପ୍ରବାସୀ।
୩୫ ଜଣଙ୍କ ପାଇଁ ୩୫୦ ଟଙ୍କା କିଭଳି ପାଇବ ବୋଲି ସଞ୍ଜୟ ପ୍ରଶ୍ନ କରିଥିଲେ। ସେତେବେଳେ ସଞ୍ଚୟଙ୍କ ପାଖରେ ମାତ୍ର ୮୦୦ ଟଙ୍କା ଥିଲା। ଏହାପରେ ସେ ଆଉ କିଛି ଟଙ୍କା ଏଟିଏମ୍ରୁ ଉଠାଇଥିଲେ। ଏଥିସହ ନିଜ ଘରୁ ସେମାନଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା ମଧ୍ୟ କରିଥିଲେ। ଏହାପରେ ସେମାନଙ୍କୁ ଛାଡିବା ପାଇଁ ଏକ ଅଟୋର ବ୍ୟବସ୍ଥା କରିଥିଲେ ବୋଲି ସଞ୍ଜୟ କହିଛନ୍ତି।
ପୁଲିସ କର୍ମଚାରୀ ସଞ୍ଜୟଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଜୋରସୋର୍ରେ ଭାଇରାଲ ହେବାରେ ଲାଗିଛି। ତାଙ୍କୁ ଚାରିଆଡୁ ପ୍ରଶଂସା ମଧ୍ୟ କରାଯାଉଛି।
https://youtu.be/m_lHXwRxgY0
[caption id="attachment_637041" align="aligncenter" width="650"] ଆନନ୍ଦ ବିବାହ ବସ୍ ଟର୍ମିନାଲରେ ଶ୍ରମିକମାନେ ଭିଡ଼ ଜମାଇଛନ୍ତି।[/caption]
ବଢ଼ିଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଗତକାଲି ରାତି ୧୦ଟାରୁ ୬ ଦିନିଆ ଲକଡାଉନ୍ ଘୋଷଣା ହୋଇଛି। ଏହାପରେ ଏବେ ପ୍ରାବାସୀ ଶ୍ରମିକମାନେ ଘର ମୁହାଁ ହେଉଛନ୍ତି। ଗତକାଲି ରାତି ତମାମ ଦିଲ୍ଲୀର ଆନନ୍ଦ ବିହାର ବସ୍ ଟର୍ମିନାଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଶହ ଶହ ସଂଖ୍ୟାରେ ପ୍ରବାସୀ ନିଜ ନିଜ ରାଜ୍ୟକୁ ଫେରିବାକୁ ଅପେକ୍ଷା କରି ରହିଥିଲେ। ଏତେ ସଂଖ୍ୟାରେ ଲୋକ ଥିଲେ ଯେ, ବସ୍ ବି କମ୍ ପଡ଼ିଥିଲା। କେହି କେହି ବସ ଉପରେ ବସି ଯିବା ଘଟଣା ବି ସାମ୍ନାକୁ ଆସିଛି । ଖାଲି ଏତିକି ନୁହେଁ ଲକଡାଉନ୍ ପୂର୍ବରୁ ହିଁ ଲୋକେ ଚାଲି ଚାଲି ଘରକୁ ଫେରୁଥିବା ଘଟଣା ବି ଦେଖିବାକୁ ମିଳିଛି ।
ଉତ୍ତରପ୍ରଦେଶର ବହୁ ଶ୍ରମିକ ଗତକାଲି ଦିଲ୍ଲୀ ହାଇେୱରେ ଚାଲି ଚାଲି ଘରକୁ ବାହାରିଛନ୍ତି । ଦିଲ୍ଲୀରେ ଭଡ଼ା ଘରେ ରହୁଥିଲେ, ଦି'ପଇସା କମାଇ ଗାଁକୁ ନେବେ ବୋଲି ଆଶା ରଖିଥିଲେ। ତେବେ ଗତ ଥର ଲକଡାଉନ୍ ପରେ ପୁଣି ଥରେ ସାହାସ ଜୁଟାଇ ଦିଲ୍ଲୀ ଆସିଥିଲେ। ତେବେ ଏବେ ପରିସ୍ଥିତି ପୁଣି ଥରେ ସବୁ କିଛି ବିଗାଡ଼ି ଦେଇଥିବା ସେମାନେ କହିଛନ୍ତି ।
ସେପଟେ ଭିଡକୁ ଦେଖି ନୂଆଦିଲ୍ଲୀ ଓ ଚାନ୍ଦନୀଚୌକ ଷ୍ଟେସନରେ ପ୍ରେବଶ ଉପରେ କଟକଣା ଜାରି କରାଯାଇଛି। ପ୍ରବେଶ ପଥକୁ ଅସ୍ଥାୟୀ ଭାବେ ବନ୍ଦ କରାଯିବା ସହ ପ୍ରସ୍ଥାନକୁ ଅନୁମତି ଦେଇଛି ପ୍ରଶାସନ। ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ଛାଡି ନଯିବାକୁ ପ୍ରବାସୀଙ୍କୁ ଅପିଲ କରିଛନ୍ତି।
ଭଦ୍ରକ ବ୍ୟତୀତ ଅନୁଗୁଳ, ବାଲେଶ୍ୱର, କଟକ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରୀ, ନବରଙ୍ଗପୁର, ନୂଆପଡା, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ତେବେ କଣ ପାଇଁ ଉଭୟ ଦୈନିକ ଓ ଚୂଡାନ୍ତ ରିପୋର୍ଟରେ ଏହି ତାରତମ୍ୟ ରହିଛି ସେନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାପାଳ ଓ ପିଡି ଡିଆରଡିଏମାନଙ୍କୁ ସ୍ପଷ୍ଟିକରଣ ମଗାଯାଇଛି।
ପୂର୍ବରୁ ଏ ବାବଦ ଟଙ୍କା ମଞ୍ଜୁର କରାଯାଇ ସରିଛି। ତଥ୍ୟ ଅନୁସାରେ ଚଳିତ ବର୍ଷ ମେ ୨୦ରୁ ଅଗଷ୍ଟ ୩ ତାରିଖ ମଧ୍ୟରେ ଏହି ୧୭ଟି ଜିଲ୍ଲାରେ ଥିବା ସଙ୍ଗରୋଧ କେନ୍ଦ୍ରଗୁଡିକୁ ସମୁଦାୟ ୬,୧୭,୮୦୨ ଜଣ ପ୍ରବାସୀ ଆସିଥିଲେ ବୋଲି ଦୈନିକ ରିପୋର୍ଟରେ କୁହାଯାଇଥିବା ବେଳେ ଚୂଡାନ୍ତ ରିପୋର୍ଟରେ ଏହି ସଂଖ୍ୟା ୧,୦୪,୫୩୫ ବୃଦ୍ଧି କରି ୭,୨୨,୩୩୭ କରାଯାଇଛି। ଏହି କାରଣରୁ ଏହି ସଂଖ୍ୟାବୃଦ୍ଧି ନେଇ ଭିନ୍ନ କିଛି କାରଣ ଥାଇପାରେ ବୋଲି ଏବେ ଆଲୋଚନା ହେଉଛି।
କୋଭିଡ୍ ସଙ୍କ୍ରମଣକୁ ରୋକିବା ପାଇଁ ପଞ୍ଚାୟତ ସ୍ତରରେ ରାଜ୍ୟ ସରକାର ସଂଗରୋଧ କେନ୍ଦ୍ରମାନ ଖୋଲିଥିଲେ। ଏଥିପାଇଁ ଏଯାଏଁ ୨୩୬ କୋଟି ଟଙ୍କା ବ୍ୟୟ କରାଯାଇସରିଲାଣି। ବାହାରୁ ଆସୁଥିବା ପ୍ରବାସୀମାନଙ୍କୁ ଏହି କେନ୍ଦ୍ରଗୁଡିକରେ ୧୪ ଦିନ ରହିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଏମାନଙ୍କ ଖାଇବା ଲାଗି ଜଣ ପିଛା ଦୈନୀକ ୧୨୦ ଟଙ୍କା ଏବଂ ସାନ ପିଲାଙ୍କ ଲାଗି ପ୍ରତିଦିନ ୧୦୦ ଟଙ୍କାର ବ୍ୟବସ୍ଥା କରାଯାଇଥିଲା। ସେହିପରି ବାଲଟି ଓ ବେଡସିଟ୍ ବାବଦକୁ ୩୦୦ ଟଙ୍କା ଏବଂ କେନ୍ଦ୍ରର ରକ୍ଷଣାବେକ୍ଷଣ ବାବଦକୁ ୨ ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଇଥିଲା। ତେବେ ଏଭଳି ଅନିୟମିତତା ଏବେ ସାମ୍ନାକୁ ଆସିବା ପରେ କୋଭିଡ୍ ପରିଚାଳନା କ୍ଷେତ୍ରରେ ଏକ ବଡ଼ ଧରଣର କିକବ୍ୟାକ୍ ହୋଇଥିବା ଏକପ୍ରକାରର ସ୍ପଷ୍ଟ ହୋଇଯାଇଛି।
ଏଣୁ ଭିଟା ମାଟି ଛାଡ଼ି ପୁଣି ଥରେ କର୍ମକ୍ଷେତ୍ର ସୁରଟ୍ ମୁହାଁ ପ୍ରବାସୀ । କରୋନା ସଙ୍କଟ ଭିତରେ ଜୀବନ ଓ ଜୀବିକା ଆଶାରେ ଗଞ୍ଜାମ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଫେରି ଆସିଥିଲେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ । ହେଲେ ମାସ ମାସ ଧରି ହାତ ବାନ୍ଧି ବସିବା ପରେ ପେଟର କଷ୍ଟ କରୋନାକୁ ଯେପରି ମାତ୍ ଦେଇଛି । ଏବେ କରୋନାକୁ ସଙ୍କଟକୁ ଆଦରି ନେଇ କାମ ସନ୍ଧାନ ଓ ରୋଜଗାର ଆଶାରେ ସୁରଟ୍ ଯିବାକୁ ସଜବାଜ ହେଲେଣି ଶ୍ରମିକ ।
ଏଥିପାଇଁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଟ୍ରେନ୍ ସେବା । ଆଜି ସକାଳ ୧୦ଟା ୪୦ମିନିଟରେ ପୁରୀ-ଓଖା ଏକ୍ସପ୍ରେସ୍ ଖୋର୍ଦ୍ଧା ଛାଡ଼ିବ । ବ୍ରହ୍ମପୁରରେ ଏହା ୧୨ଟା ୪୦ ମିନିଟରେ ପହଞ୍ଚିବାକୁ ଥିବା ବେଳେ ଶ୍ରୀକାକୁଲମ୍, ବିଜୟନଗରମ୍ ହୋଇ ଓଖାରେ ପହଞ୍ଚିବ । ଖୋର୍ଦ୍ଧା ରୋଡ୍ ଏବଂ ବ୍ରହ୍ମପୁର ରେଳଷ୍ଟେସନ ଶ୍ରମିକ ଏହି ଟ୍ରେନରେ ଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।
ସୂଚନାଯୋଗ୍ୟ, ଗତକାଲି ଏକ ସ୍ୱତନ୍ତ୍ର ଟ୍ରେନ୍ ଖୋର୍ଦ୍ଧା ରୋଡରୁ ଗୁଜରାଟ୍ ଅଭିମୁଖେ ବାହାରିଛି । ଏହା ବ୍ୟତୀତ ଖୋର୍ଦ୍ଧା ରୋଡ୍-ଗାନ୍ଧୀ ଧାମ୍ ଟ୍ରେନ୍ ଖୋର୍ଦ୍ଧା ରୋଡରୁ ଆସନ୍ତା ୧୬ ତାରିଖ ପୂର୍ବାହ୍ନ ୧୧ଟା ୪୦ମିନିଟରେ ଛାଡ଼ିବ । ବ୍ରହ୍ମପୁର, ରାୟଗଡ଼ା, ଟିଟିଲାଗଡ଼ ଦେଇ ଏହି ଟ୍ରେନ୍ ଗୁଜରାଟରେ ପହଞ୍ଚିବ ।
ଏମାନଙ୍କ ମଧ୍ୟରୁ ଜଣେ କରୋନା ଆକ୍ରାନ୍ତ ଥିବା ବେଳେ ୧୧ ଜଣ ବିଭିନ୍ନ ରୋଗ କାରଣରୁ ପ୍ରାଣ ହରାଇଛନ୍ତି। ମେ’ ୨୩ରେ ୧୦ ଜଣ, ୨୪ ଓ ୨୫ ତାରିଖରେ ୯ ଜଣ ଲେଖାଏ, ମେ’ ୨୭ରେ ୮ ଜଣ ଏବଂ ମେ’ ୨୬ରେ ୧୩ ଜଣ ଲୋକ ଟ୍ରେନ ମଧ୍ୟରେ ମୃତ୍ୟୁବରଣ କରିଛନ୍ତି।
କରୋନା ଲକଡାଉନ ଯୋଗୁ କୋଟି କୋଟି ଶ୍ରମିକ କାମଧନ୍ଦା ହରାଇଛନ୍ତି। ଏହି କାରଣରୁ ସେମାନେ ଏବେ ନିଜ ଗାଁକୁ ଫେରିବାକୁ ବ୍ୟାକୁଳ। ଏଥିପାଇଁ କିଏ ଚାଲି ଚାଲି ଶହଶହ କିମି ପଥ ଅତିକ୍ରମ କରୁଥିବା ବେଳେ ଆଉ କିଏ ସାଇକେଲ କିମ୍ବା ଟ୍ରକରେ ଫେରୁଛନ୍ତି। ଏହି ସମୟରେ ବି ଶତାଧିକ ପ୍ରବାସୀ ପ୍ରାଣ ହରାଉଥିବା ଦେଖିବାକୁ ମିଳିଛି।
ଦେଶର ବଭିନ୍ନ ପ୍ରାନ୍ତରୁ ପ୍ରବାସୀଙ୍କୁ ନେଇ ଯନ୍ତ୍ରଣା ଦାୟକ ଭିଡିଓ ଓ ଫଟୋ ଆସିବାରୁ ରେଳ ବିଭାଗ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ ଆରମ୍ଭ କରିଥିଲା। ତେବେ ଏଥିରେ ଯାତ୍ରା କରିବା ବେଳେ ବି ପ୍ରବାସୀମାନେ ପ୍ରାଣ ହରାଇବାରେ ଲାଗିଲେଣି।
ଯେତେଦିନ ଯାଏ ସମସ୍ତ ପ୍ରବାସୀ ସେମାନଙ୍କ ରାଜ୍ୟରେ ପହଞ୍ଚି ନାହାନ୍ତି, ସେତେଦିନ ଯାଏ କେନ୍ଦ୍ର ସରକାର ଏମିତି ଟ୍ରେନ ଚଳାଚଳ କରୁଥିବେ। ସେହିପରି ପ୍ରବାସୀଙ୍କୁ ସହଯୋଗ କରିବାକୁ କେବେ ହେଲେ ପଛଘୁଞ୍ଚା ଦେବେ ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଆଗରେ କହିଛନ୍ତି।
ମଙ୍ଗଳବାର ସୁପ୍ରିମକୋର୍ଟ ପ୍ରବାସୀ ଶ୍ରମିକମାନେ ଭୋଗୁଥିବା ସମସ୍ୟାକୁ ଗୁରୁତର ସହ ନେଇଥିଲେ। ଏଥିସହ ନିଜ ଆଡ଼ୁ ମାମଲା ଶୁଣାଣି କରିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପ୍ରବାସୀ ଶ୍ରମିକଙ୍କ ପାଇଁ କ’ଣ କରିଛନ୍ତି, ସେକଥା ସତ୍ୟପାଠ ଜରିଆରେ ଜଣାଇବାକୁ କହିଥିଲେ। ଏବେ କେନ୍ଦ୍ର ସରକାର ତାଙ୍କ ପକ୍ଷ ରଖିଛନ୍ତି।