ପୁଅ ଜନ୍ମ କଥା ସାମ୍ନାକୁ ଆସିବା ପରେ ଉଭୟ ଟିନା ଓ ପ୍ରଦୀପଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। କିଛି ମାସ ପୂର୍ବେ ଟିନା ଗର୍ଭବତୀ ଥିବା ନେଇ ସୋଶାଲ ମିଡିଆରେ ଘୋଷଣା କରିଥିଲେ। ଏହାପରେ ଗତ ଜୁଲାଇ ୫ ତାରିଖରୁ ଟିନା ମାତୃତ୍ୱ ଛୁଟିରେ ଯିବା ସହ ନିଜ ଗର୍ଭାବସ୍ଥାକୁ ଭରପୁର ଏନଜୟ କରିଥିଲେ। ନିଜ ପରିବାର ସହ ଟିନାଙ୍କ ଫଟୋ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେଉଥିଲା।
କୋଭିଡ ଦ୍ୱିତୀୟ ଲହର ସମୟରେ ଆଇଏଏସ୍ ଟିନା ଡାବିଙ୍କର ପ୍ରଦୀପ ଗାୱାଣ୍ଡେଙ୍କ ସହ ସାକ୍ଷାତ ହୋଇଥିଲା । ୨୦୨୧ ମସିହାରେ ସେ ଏବଂ ପ୍ରଦୀପ ସ୍ୱାସ୍ଥ୍ୟ ବିଭାଗରେ ଏକାଠି ଥିଲେ। ଉଭୟ ରାଜସ୍ଥାନ ସ୍ୱାସ୍ଥ୍ୟ ବିଭାଗରେ କାମ କରୁଥିଲେ। ଏକାଠି କାମ କରିବାବେଳେ ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢି ଯାଇଥିଲା।
ପୂର୍ବରୁ ଟିନା ପ୍ରଥମେ କଶ୍ମୀରର ଆଇଏଏସ୍ ଅଧିକାରୀ ଅଥହରଙ୍କୁ ବିବାହ କରିଥିଲେ। ତେବେ ଦୁହିଁଙ୍କ ବିବାହ ବେଶି ଦିନ ତିଷ୍ଠି ପାରି ନଥିଲା। ଉଭୟ ପାରସ୍ପରିକ ସମ୍ମତି ଦ୍ୱାରା ଅଲଗା ହୋଇ ଯାଇଥିଲେ। ଛାଡପତ୍ର ପରେ ଟିନା ପୁନର୍ବାର ବିବାହ କରିଥିଲେ।
ଗତବର୍ଷ ଏପ୍ରିଲ୍ ମାସରେ ଟିନା ଡାବି ଆଇଏଏସ୍ ପ୍ରଦୀପ ଗୱାଣ୍ଡେଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ତା’ପରେ ସେ ଚର୍ଚ୍ଚାର ପରିସର ଭିତରକୁ ଆସିଥିଲେ।
ପଡ଼ୋଶୀଙ୍କ ସୂତ୍ରରୁ ଜଣାଯାଇଛି, ମହିଳାଙ୍କ ୩ ପିଲା ଥିବା ବେଳେ ସେମାନଙ୍କ ସହ ସେ ନିଜ ଶାଶୁ ଘରେ ରୁହନ୍ତି। ମାତ୍ର ଘରେ ସବୁବେଳେ ଝଗଡ଼ା ଲାଗି ରହୁଥିବାରୁ ମହିଳାଜଣକ ମାନସିକ ଅବସାଦରେ ରହୁଥିଲେ। ଏହାପରେ ଗତ ରାତିରେ ସେ ଚରମ ପଦକ୍ଷେପ ନେଇଥିଲେ। ସମସ୍ତେ ଶୋଇଯିବା ପରେ ବିଳମ୍ବିତ ରାତିରେ ସେ ନିଜ ୩ ପିଲାଙ୍କୁ ଉଠାଇ କୂଅ ପାଖକୁ ନେଇଥିଲେ। ଏହାପରେ ଜଣ ଜଣ କରି ସମସ୍ତଙ୍କୁ ଠେଲି ଦେଇ ନିଜେ ବି କୂଅକୁ ଡେଇଁ ପଡ଼ିଥିଲେ।
ବାହାରୁ କିଛି ଶବ୍ଦ ଶୁଣି ପରିବାର ଲୋକେ କୂଅ ପାଖକୁ ଦୌଡ଼ି ଯାଇଥିଲେ। ଏହାପରେ ବୋହୂ ପିଲାଙ୍କ ସହ କୂଅକୁ ଡେଇଁ ପଡ଼ିଥିବା ଜାଣି ତୁରନ୍ତ ଉଦ୍ଧାର ପାଇଁ ସାହି ପଡ଼ିଶାଙ୍କୁ ନେହୁରା ହୋଇଥିଲେ। ଗ୍ରାମବାସୀ ତୁରନ୍ତ ମହିଳାଙ୍କ ସମେତ ବଡ଼ ଝିଅଙ୍କୁ କୂଅରୁ ଉଦ୍ଧାର କରିଥିବା ବେଳେ ସେମାନଙ୍କୁ ମେଡିକାଲ ପଠାଯାଇଥିଲା। ସେମାନେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି। ମାତ୍ର ସାନ ସାନ ପୁଅ, ଝିଅଙ୍କ ପତ୍ତା ନ ମିଳିବାରୁ ଅଗ୍ନିଶମ ବାହିନୀକୁ ଗ୍ରାମବାସୀ ଖବର ଦେଇଥିଲେ ଅଗ୍ନିଶମ କର୍ମଚାରୀ ତୁରନ୍ତ ଗାଁରେ ପହଞ୍ଚି ଉଭୟ ପୁଅ, ଝିଅଙ୍କ ମୃତଦେହ ଉଦ୍ଧାର କରିଛନ୍ତି।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳ କାନ୍ଦ ବୋବାଳିରେ ଫାଟି ପଡ଼ୁଛି। ଖବର ପାଇ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ପରିବାର ଲୋକଙ୍କ ସମେତ ମହିଳାଙ୍କୁ ପଚରାଉଚରା କରୁଛି।
ଅଭିଯୁକ୍ତାଙ୍କ ନିଜ ଘର କୋଲକତାରେ ହୋଇଥିବା ବେଳେ ବିବାହ ପରେ ସେ ନିଜ ସ୍ୱାମୀଙ୍କ ସହ ବେଙ୍ଗାଲୁରୁରେ ରହୁଥିଲେ। ତାଙ୍କ ନିକଟରେ ତାଙ୍କ ଶାଶୁ ଓ ମା’ ମଧ୍ୟ ରହୁଥିଲେ।
ହେଲେ ବିଭିନ୍ନ କାରଣରୁ ତାଙ୍କର ନିଜ ମା’ଙ୍କ ସହ ସମ୍ପର୍କ ଭଲ ନ ଥିଲା। ଏପରିକି ଉଭୟ ମା’ ଝିଅଙ୍କ ମଧ୍ୟରେ ଝଗଡ଼ା ଏକ ନିୟମିତ କଥାରେ ପରିଣତ ହୋଇଥିଲା। ଏଥିରେ ଅତିଷ୍ଠ ହୋଇ ମହିଳାଜଣକ ଘଟଣାଦିନ ନିଜ ବେଡରୁମ୍ରେ ଏକ ଧାରୁଆ ଅସ୍ତ୍ରରେ ମା’ଙ୍କୁ ହତ୍ୟା କରିଥିଲେ।
ଏହାପରେ ମା’ଙ୍କ ମୃତଦେହକୁ ଏକ ସୁଟକେଶ୍ରେ ଭର୍ତ୍ତି କରି ନିକଟସୋଥ ପୁଲିସ୍ ଷ୍ଟେଶନରେ ପହଞ୍ଚିଥିଲେ। ପୁଲିସ୍ ସୁଟକେଶରେ ଜଣେ ମହିଳାଙ୍କ ମୃତଦେହ ଦେଖି ତାଜୁବ ହୋଇ ଯାଇଥିଲା। ଏହାପରେ ଘଟଣା ସମ୍ପର୍କରେ ଅଭିଯୁକ୍ତାଜଣକ ପୁଲିସ୍କୁ ସବିଶେଷ ତଥ୍ୟ ଦେଇଥିଲେ।
ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଭିଯୁକ୍ତା ମହିଳାଙ୍କୁ ଗିରଫ କରିଛି। ଘଟଣା ବେଳେ ମହିଳାଙ୍କ ସ୍ୱାମୀ ବାହାରକୁ ଯାଇଥିବା ବେଳେ ତାଙ୍କ ଶାଶୂ ଅନ୍ୟ ରୁମ୍ରେ ଥିବାରୁ ଜାଣି ପାରି ନ ଥିବା ପୁଲିସ୍କୁ କହିଛନ୍ତି।
ମାଟ୍ରିକ୍ ପରୀକ୍ଷାରେ ସମୁଦାୟ ୬୦୦ ମାର୍କରୁ ୩୪୬ ନମ୍ବର ରଖି ବି୨ ଗ୍ରେଡ ପାଇଛନ୍ତି ସୁଜାତା। ଯେତେବେଳେ କି ପୁଅ ଆୟୁଷ ସମୁଦାୟ ୬୦୦ ମାର୍କରୁ ୨୫୮ ନମ୍ବର ସହ ଡି ଗ୍ରେଡ ପାଇଛନ୍ତି। ବିବାହ ପରେ ପାଠପଢ଼ା ଛାଡ଼ିବା ଦେଇଥିଲେ ସୁଜାତା। ଯାହାକୁ ପ୍ରାୟ ଦୀର୍ଘ ୩୦ ବର୍ଷରୁ ଅଧିକ ହେବ। ହେଲେ କଠିନ ପରିଶ୍ରମ ସୁଜାତାଙ୍କୁ ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ କରିବାରେ ସଫଳତା ଦେଇଛି।
ବିବାହ ପରେ ଘର ସଂସାର ଜଞ୍ଜାଳ ବଢିବା ଯୋଗୁ ସୁଜାତା ମାଟ୍ରିକ ପରୀକ୍ଷା ଦେବା ପାଇଁ ସୁଯୋଗ ପାଇନଥିଲେ। ଆଉ ଏବେ ସେ ସୁଯୋଗ ପାଇବା ପରେ ରାଜ୍ୟ ଓପେନ ସ୍କୁଲ ସାର୍ଟିଫିକେଟ ବିଦ୍ୟାର୍ଥୀ ଭାବେ ଲାଲ ବାହାଦୂର ବିଦ୍ୟାପୀଠ ଷ୍ଟଡ଼ି ସେଣ୍ଟରରେ ନାମ ଲେଖାଇ ଥିଲେ।
ସେହିପରି ତାଙ୍କ ସାନ ପୁଅ ଆୟୁଷ ଦାରିଙ୍ଗବାଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ୁଥିଲେ। ସେ ଚଳିତ ବର୍ଷ ତାଙ୍କ ମାଆଙ୍କ ସହ ମିଶି ମାଟ୍ରିକ ପରୀକ୍ଷା ଦେଇଥିଲେ।
ସୁଜାତା ମାଟ୍ରିକ ପାସ କରିବା ପରେ ସୁଯୋଗ ମିଳିଲେ ଉଚ୍ଚ ଶିକ୍ଷା ପାଇଁ ପଢାପଢି କରିବେ ବୋଲି ଆଶା ରଖିଛନ୍ତି। ପୁଅ ଠାରୁ ଅଧିକ ମାର୍କ ରଖି ସୁଜାତା ମାଟ୍ରିକ ପାସ କରିବା ପରେ ଏବେ ସେ ଚର୍ଚ୍ଚାରେ। ପରିବାର ଲୋକେ ମଧ୍ୟ ଏହି ଖବରକୁ ନେଇ ବେଶ ଖୁସ୍।
ସୁଜାତାଙ୍କ ସ୍ୱାମୀ ବିକ୍ରମ ନାୟକ ଜଣେ ରାଜମିସ୍ତ୍ରୀ। ରୋଜଗାର ଅଳ୍ପ ହୋଇଥିଲେ ହେଁ ଦୁଇ ପୁଅ, ଦୁଇ ଝିଅ ଓ ପତ୍ନୀଙ୍କୁ ନେଇ ବେଶ ହସଖୁସିରେ ତାଙ୍କ ପରିବାର ଚାଲେ।
ବିକ୍ରମ କହିଛନ୍ତି, ଅଭାବ ଅନାଟନ ଭିତରେ ପତ୍ନୀ ଦଶମ ପଢ଼ି ପାସ୍ କରିଥିବାରୁ ସେ ବେଶ ଖୁସି। ତେବେ ପୂରା ପରିବାର ଲୋକଙ୍କ ପାଠପଢ଼ା ଓ ଉଚ୍ଚ ଶିକ୍ଷା କରିବାକୁ ଅଧିକ ଟଙ୍କା ଆବଶ୍ୟକ। ଯାହା ଭରଣା କରିବା ସମ୍ଭବ ନୁହେଁ। ତେଣୁ ସରକାର କିଛି ସାହାଯ୍ୟ ସହଯୋଗ କଲେ ଆଗକୁ ପାଠପଢ଼ା ହୋଇପାରିବ।
ସୁଜାତା କହିଛନ୍ତି ସ୍ୱାମୀ ଓ ପିଲାମାନେ ଦଶମ ପରୀକ୍ଷା ଦେବାକୁ ଉତ୍ସାହିତ କରିବାରୁ ତାଙ୍କୁ ଏହି ସଫଳତା ମିଳିଛି। ପରିବାର ଚଳାଇବାକୁ ବହୁତ ଅର୍ଥ ଆବଶ୍ୟକ ହେଉଛି। ତେଣୁ ଅଭାବ ଭିତରେ ଆଗକୁ ପାଠପଢ଼ିବାକୁ ହେଲେ ସରକାରୀ ସହାୟତା ମିଳିବା ଜରୁରୀ। ତେବେ ଯାଇଁ ଆଗକୁ ପାଠପଢ଼ିବା ସମ୍ଭବ ହୋଇପାରିବ।
ରିପୋର୍ଟ- ବାଲିଗୁଡ଼ାରୁ ଅଜିତ୍ ନାୟକ
ରିଙ୍କି ଗତକାଲି ରାତିରେ ପ୍ରସବ ଯନ୍ତ୍ରଣା ପାଇବାରୁ ତାଙ୍କୁ ପରିବାର ଲୋକେ ତୁରନ୍ତ ଉଦୟପୁର ସରକାରୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଏଠାରେ ଥିବା ଡାକ୍ତର ଓ ନର୍ସ ରିଙ୍କିଙ୍କ ସ୍ଥିତି ଦେଖିବା ପରେ ଡରିବାର କିଛିନାହିଁ ବୋଲି ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଥିଲେ। ହେଲେ ରିଙ୍କି ଓ ତାଙ୍କ ଗର୍ଭସ୍ଥ ଶିଶୁର ଅବସ୍ଥା ଖରାପ ହେଉଥିବା ଦେଖି ଆଜି ସକାଳୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯିବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ରିଙ୍କିଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ। ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ଏହି ସମୟରେ ତାଙ୍କୁ ଅକ୍ସିଜେନ୍ ଦିଆଯାଇଥିଲା। ଏଠାରୁ ତାଙ୍କୁ ଅପରେସନ ରୁମ୍କୁ ନିଆଯାଇଥିବା ବେଳେ ଗର୍ଭସ୍ଥ ଶିଶୁ ସହ ମୃତ୍ୟୁ ହୋଇଥିଲା।
ସ୍ୱାମୀ ରାଜ କିଶୋର ପାତ୍ର କହିଛନ୍ତି, ବାରମ୍ବାର ରୋଗୀକୁ ଏ ଡାକ୍ତରଖାନରୁ ସେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବାରୁ ଏଭଳି ଦୁଃଖଦ ଘଟଣା ଘଟିଛି। ମୃତକର ମା’ ଭାଗବତୀ ପାତ୍ର କହିଛନ୍ତି, ଚିକିତ୍ସା ଅବହେଳା କରିବାରୁ ଝିଅ ଓ ତା’ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଛି। ମୃତକର ଭଉଣୀ ସୁଜାତା ପାତ୍ର କହିଛନ୍ତି, ରିଙ୍କିର ତୃତୀୟ ପିଲା ହେବାର ଥିଲା। ରିଙ୍କିକୁ ଭର୍ତ୍ତି କରିବା ବେଳେ ଉଦୟପୁର ଡାକ୍ତରଖାନାରେ ଅପରେସନ ସୁବିଧା ନ ଥିବା ପରିବାର ଲୋକେ ଜାଣି ନ ଥିଲେ। ଏନେଇ ମଧ୍ୟ ଡାକ୍ତରଖାନା ପକ୍ଷରୁ କୁହାଗଲା ନାହିଁ। ଯେତେବେଳେ ମା’ ଓ ଗର୍ଭସ୍ଥ ଶିଶୁଙ୍କ ଅବସ୍ଥା ସଙ୍କଟାପନ୍ନ ହେଲା ସେତେବେଳକୁ ଏନେଇ କୁହାଗଲା। ସେଠାରୁ ରୋଗୀଙ୍କୁ ଅକ୍ସଜେନ୍ ଲଗାଇ କେନ୍ଦୁଝର ଅଣାଗଲା। ଏଠାରେ ପହଞ୍ଚିବା କ୍ଷଣି ଅକ୍ସଜେନ୍ ଖୋଲିଦିଆଗଲା। ଲେବର ରୁମ୍କୁ ନିଆଯିବାର କିଛି ସମୟ ପରେ ମା’ ଓ ଗର୍ଭସ୍ଥ ଶିଶୁଙ୍କ ମୃତ୍ୟୁ ହୋଇଗଲା ବୋଲି ନର୍ସ ଆସି କହିଲେ। ଏଥିରୁ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଏହି ଦୁଃଖଦ ଘଟଣା ଘଟିଲା ବୋଲି ଜଳଜଳ ଦିଶୁଥିବା ସୁଜାତା କହିଛନ୍ତି।
ତେବେ ଏ ନେଇ ଚିକିତ୍ସା କରୁଥିବା ଡାକ୍ତର କିମ୍ବା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ଅନ୍ୟପଟେ ପତ୍ନୀ ଓ ଗର୍ଭସ୍ଥ ଶିଶୁର ମୃତଦେହ ମିଳି ନଥିବାରୁ ଏହି ପରିବାର ଲୋକେ ମେଡ଼ିକାଲ ଫାଣ୍ଡିର ଦ୍ଵାରସ୍ଥ ହୋଇଛନ୍ତି।
ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି
ରାଜସ୍ଥାନର ଅଞ୍ଚଳର ଏକ ଦମ୍ପତି ବୌଦ୍ଧରେ ରହୁଥିବା ବେଳେ ଏଠାରେ ବିଭିନ୍ନ ଜିନିଷ ବିକି ନିଜ ପରିବାର ପୋଷୁଥିଲେ। ସେମାନେ ବୌଦ୍ଧରେ ଏକ ଘର ଭଡ଼ା ନେଇ ସ୍ୱାମୀ, ସ୍ତ୍ରୀ, ଛୋଟ ଛୁଆ ଓ ଦିଅର ରହୁଥିଲେ।
ଗତକାଲି ସମସ୍ତେ ରାମଲୀଳା ଦେଖିବାକୁ ଯାଇଥିଲେ। ସେଠାରେ ମହିଳାଙ୍କ ଦିଅର ରହିଯାଇଥିବା ବେଳେ ଅନ୍ୟମାନେ ଫେରି ଆସିଥିଲେ । ମାତ୍ର ଘରେ କୌଣସି କାରଣରୁ ପତିପତ୍ନୀଙ୍କ ଝଗଡ଼ା ହୋଇଥିବା ଅନୁମାନ କରାଯାଉଛି।
ମହିଳାଙ୍କ ଦିଅର ବିଳମ୍ବିତ ରାତିରେ ଫେରିବା ବେଳକୁ କବାଟ ଖୋଲାଥିବା ବେଳେ ଭାଉଜଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଏଥିସହ ଉକ୍ତ ରୁମ୍ରେ ପିଲାଟି ବି ଶୋଇଥିଲା। ତେବେ ସେ ନିଜ ଭାଇଙ୍କ ପତ୍ତା ପାଇପାରି ନ ଥିଲେ।
ଏନେଇ ସେ ଘର ମାଲିକଙ୍କୁ ଖବର ଦେଇଥିଲେ। ଘର ମାଲିକ ଏନେଇ ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଆଦର୍ଶ ଥାନା ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ମହିଳାଙ୍କ ସ୍ୱାମୀଙ୍କ ପତ୍ତା ମିଳିପାରିନି । ପୁଲିସ୍ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
କୁନି ମୁଣ୍ଡାଙ୍କୁ ତାଙ୍କ ସ୍ୱାମୀ ଛାଡ଼ି ଚାଲି ଯିବା ପରଠୁ ପ୍ରାୟ ୪ ମାସ ହେବ ନିଜର ୨ ପିଲାଙ୍କ ସହ ଏକାକୀ ରହୁଥିଲେ କୁନି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ୮ ବର୍ଷ ଓ ଜଣଙ୍କୁ ୫ ବର୍ଷ। ମୁଲ ଲାଗି କୁନି ଯାହା ରୋଜଗାର କରି ଆଣୁଥିଲେ ସେଥିରେ କଷ୍ଟେମଷ୍ଟେ ୩ ପ୍ରାଣୀ କୁଟୁମ୍ବ ଚଳି ଯାଉଥିଲେ। ମା’ ପାଖରେ ଅଳି ଅଝଟ କରି ନିଜକୁ ବୁଝାଇ ନେଉଥିଲେ ୨ ଛୁଆ। ହେଲେ ସେତିକି ସୁଖ ବି ଦଇବ ସହିଲାନି।
ଗତକାଲି ସନ୍ଧ୍ୟାରେ କୁନି ଖରସ୍ରୋତା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ମାତ୍ର ହଠାତ୍ ସେ ସାହାପୁର ବ୍ରିଜ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ପାଣିକୋଇଲି ପୁଲିସକୁ ଖବର ଦେଇଥିଲେ । ପାଣିକୋଇଲି ପୁଲିସ୍ ଓ ବରୀ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି କରୁଥିବା ବେଳେ ଗତକାଲି ନିଖୋଜ ମହିଳାଙ୍କର ସନ୍ଧାନ ମିଳି ପାରି ନ ଥିଲା। l ଆଜି ସକାଳେ ପୁଣି ଥରେ ଖୋଜାଖୋଜି ଆରମ୍ଭ କରିବା ପରେ ଅଗ୍ନିଶମ କର୍ମଚାରୀ କୁନିଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି। ତେବେ କୁନିଙ୍କ ନଦୀକୁ ଡେଇଁବା କାରଣ ଜଣାପଡ଼ିନି ।
ମା’ ମୃତଦେହକୁ ଦେଖି ପିଲା ଦୁହେଁ ଅବାକ ହୋଇ ଯାଇଥିବା ବେଳେ କାହାକୁ ସାହା କରି ବଞ୍ଚିବେ କିଛି ବୁଝି ପାରୁ ନାହାନ୍ତି। ଏବେ ପିଲା ୨ ଜଣ କେଉଁଠି ରହିବେ, ସେମାନଙ୍କ ମୁହଁରେ କିଏ ଦାନା ଦେବ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ତୁରନ୍ତ ସରକାର ସେମାନଙ୍କ ଥଇଥାନ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ସୂଚନା ଥାଉକି, ଚଳିତ ମାସ ୫ ତାରିଖରେ ଗାଁରେ ଏକ ଉତ୍ସବ ଚାଲିଥିବା ବେଳେ ହଠାତ୍ ବନ୍ଦନାଙ୍କ ନବଜାତ ଶିଶୁ ନିଖୋଜ ହୋଇଯାଇଥିବା ନେଇ ପ୍ରଚାର ହୋଇଯାଇଥିଲା। ପୁଲିସ ଏନେଇ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା। ତେବେ ଏହାର ପରଦିନ ଗାଁ ପୋଖରୀରୁ ନବଜାତ ଶିଶୁକନ୍ୟାର ମୃତଦେହ ଠାବ ହୋଇଥିଲା।
ସୂଚନା ପାଇ କମର୍ଦ୍ଦା ଥାନା ଅଧିକାରୀ ଓ ଜଳେଶ୍ଵର ଏସ୍ଡିପିଓ ଦିଲ୍ଲୀପ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲେ। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଶିଶୁକନ୍ୟାର ମାଆ ବନ୍ଦନାଙ୍କ ସମେତ ସ୍ୱାମୀ ବଳାରାମ ପାତ୍ର ଓ ପରିବାରର ୪ ଜଣକୁ ଅଟକ ରଖି ପଚାରାଉଚାରା କରିଥିଲା।
ଆଜି ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ବନ୍ଦନାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଏସ୍ଡିପିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ସେପଟେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୁଲିସ।
ରିପୋର୍ଟ- ଜଳେଶ୍ୱରରୁ ଅଜିତ୍ କୁମାର ଦାସ
ପୁଲିସ୍ ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ୨ ଜଣ ବ୍ୟକ୍ତି ଆସି ଜଣେ ମହିଳାଙ୍କ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରି ମହିଳାଜଣକ ରହୁଥିବା ବିଲ୍ଡିଂକୁ ଛାନଭିନ କରିବାକୁ ଯାଇଥିଲା।
ସେଠାରେ ଯାଞ୍ଚ ବେଳେ ମହିଳାଙ୍କ ଫ୍ଲାଟରୁ ଉତ୍କଟ ଗନ୍ଧ ବାହାରୁଥିଲା। ପୁଲିସ୍ ଖୋଳତାଡ଼ କରି ଏକ ବଡ଼ ପ୍ଲାଷ୍ଟିକ ଜରି ଥିବା ଦେଖିବାକୁ ପାଇଲା । ଉକ୍ତ ଜରି ଖୋଲିବାରୁ ପୁଲିସ୍ ଯାହା ଦେଖିଲା ଆଶ୍ଚର୍ଯ୍ୟ ହୋଇଗଲା। ଉକ୍ତ ଜରିରେ ଜଣେ ମହିଳାଙ୍କ ମୃତଦେହ ଥିବା ବେଳେ ତାହା ପଚି ଯାଇଥିଲା। ମୃତଦେହଟି ହିଁ ନିଖୋଜ ମହିଳାଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ।
ମହିଳାଙ୍କ ସହ ତାଙ୍କ ଝିଅ ରହୁଥିବାରୁ ସେ କାହିଁକି ମା’ ନିଖୋଜ ନେଇ ଥାନାରେ କୌଣସି ଅଭିଯୋଗ କରି ନ ଥିଲେ। ତଥା ଘର ଭିତରେ ମହିଳାଙ୍କ ମୃତଦେହ ଥିବା ବେଳେ ତାଙ୍କୁ କିପରି ଦୁର୍ଗନ୍ଧ ଜଣା ପଡ଼ୁ ନ ଥିଲା ତାକୁ ନେଇ ଆରମ୍ଭ ହୋଇଛି ତଦନ୍ତ । ପୁଲିସ୍ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ହତ୍ୟାର କାରଣ ଜଣାପଡ଼ିନି।
୬୩ ବର୍ଷୀୟା ଇଗ୍ନେଶିଆଙ୍କ ପରିବାର କହିଲେ ୨୨ ବର୍ଷୀୟ ପୁଅ ଜୁରୋ ଇଶୋନ। ବାର୍ଦ୍ଧକ୍ୟ ଗ୍ରାସ କରିବା ସହ ଅଣ୍ଟା ବଙ୍କି ଯାଇଥିଲେ ବି ପର ଘରେ ମୁଲ ଲାଗି ପୁଅକୁ ପୋଷୁଛନ୍ତି ଇଗ୍ନେଶିଆ। ହେଲେ ନିଶା ଦ୍ୱାରା କବଳିତ ହୋଇ ସାରିଥିବା ପୁଅ ମା’କୁ ସବୁବେଳେ ଧମକାଇ ସବୁ ଟଙ୍କା ନେଇ ଯାଇଥାଏ। ଏପରିକି ଟଙ୍କା ନ ପାଇଲେ ମାରଧର ବି କରିଥାଏ।
ଗତକାଲି ରାତିରେ ଜୁରୋ ଇଶୋନ ନିଜ ମା’କୁ ନିଶା ପାଇଁ ଟଙ୍କା ମାଗିଥିଲା। ମାତ୍ର ଟଙ୍କା ନ ଥିବା କହିଥିଲେ ଇଗ୍ନେଶିଆ। ଏଥିରେ ଉତ୍ତ୍ୟକ୍ତ ପୁଅ ହିତାହିତ ଜ୍ଞାନ ଭୁଲି ବସି ନିଜ ମା’କୁ ଛୁରୀରେ ଚୋଟ ମାରି ଚାଲିଲା। ମା’ ଜଣକ ଚିତ୍କାର କରି ତଳେ ପଡ଼ିଯିବା ପରେ ଜୁରୋ ଇଶୋନ ଭୟଭୀତ ହୋଇ ପଡ଼ିଥିଲେ। ଏହାପରେ ସେ ନିଜକୁ ମଧ୍ୟ ଛୁରୀ ଭୁଷିବାକୁ ଲାଗିଲେ।
ଏହା ଦେଖି ପଡ଼ୋଶୀ ଉଭୟ ମା’ ପୁଅଙ୍କୁ ରାଉରକେଲା ସରକାର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେଠାରେ ଉଭୟଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନି।
ସ୍ୱର୍ଣ୍ଣଲତା ଓ ତାଙ୍କ ଝିଅ ଆଜି କୌଣସି କାମରେ ନିକଟସ୍ଥ ବଜାରକୁ ଆସିଥିଲେ। କାମ ସାରି ଦିନ ପ୍ରାୟ ୧୨ଟା ବେଳେ ମା’ ଝିଅ ସ୍କୁଟି ଯୋଗେ ଘରକୁ ଫେରୁଥିଲେ। ଝିଅ ସ୍କୁଟି ଚଳାଉଥିବା ବେଳେ ପଛରେ ବସିଥିଲେ ମା’ । ଆଉ ମାତ୍ର ୨ କିମି ଗଲେ ଘରେ ପହଞ୍ଚିଥାନ୍ତେ । ହେଲେ ତା’ ପୂର୍ବରୁ ସବୁ କିଛି ଓଲଟପାଲଟ ହୋଇଗଲା।
ଦ୍ରୁତ ଗତିରେ ଆସୁଥିବା ଏକ ଡମ୍ପର ପେଟ୍ରୋଲ ପମ୍ପ ଛକ ନିକଟରେ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା। ଫଳରେ ସ୍ୱର୍ଣ୍ଣଲତା ପଡ଼ିଯିବାରୁ ତାଙ୍କ ଉପରେ ଚଢ଼ି ଯାଇଥିଲା ଡମ୍ପର । ଘଟଣାସ୍ଥଳରେ ସ୍ୱର୍ଣ୍ଣଲତାଙ୍କ ଜୀବନ ଚାଲି ଯାଇଥିବା ବେଳେ ଦୂରକୁ ଛିଟିକି ପଡ଼ିଥିବା ତାଙ୍କ ଝିଅ ସାମାନ୍ୟ ଆହତ ହୋଇଛନ୍ତି।
ଦୁର୍ଘଟଣା ଘଟାଇ ଡମ୍ପର ଚାଳକ ଗାଡ଼ି ସହ ଫେରାର ହୋଇ ଯାଇଛନ୍ତି। ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ଜଣାଯାଇଛି।
https://www.youtube.com/watch?v=vuU0SuxKAk4
https://youtu.be/C1TiL_rH4kM