ଏହାକୁ ନେଇ ସେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସର ସହାୟତା ଲୋଡିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ସମ୍ପୃକ୍ତ ଏକ୍ସ ୟୁଜରଙ୍କୁ ଭିଡିଓ ଡିଲିଟ୍ ପାଇଁ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ସେ ଏପରି କରିନାହାନ୍ତି, ଏପରିକି ସେ ତାଙ୍କ ରିଟ୍ୱିଟର ସ୍କ୍ରିନଶର୍ଟ୍ସ ରଖିବେ ବୋଲି କହିଛନ୍ତି, ଯାହା ତାଙ୍କ ଇମେଜ୍ ଉପରେ କୁପ୍ରଭାବ ପକାଉଛି।
ମାମଲା ହେଉଛି ଯେ, ଅଭିଯୋଗ କରିଥିବା ଯୁବତୀ ଜଣେ କୋରିଓଗ୍ରାଫର। ତାଙ୍କ ନାମ ଶୃତି ପରିଜା। ସେ ପ୍ରତୀକ ଆର୍ଯ୍ୟନ ନାମକ ଜଣେ ସୋଶାଲ ମିଡିଆ ୟୁଜରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି। ପ୍ରତୀକ ଏକ କଲେଜ ଫେଷ୍ଟରେ ଶୃତି ଡ୍ୟାନ୍ସ କରିଥିବା ଭିଡିଓ ଉପରେ କମେଣ୍ଟ କରିବା ପରେ ଏହି ବିବାଦ ଉପୁଜିଥିଲା।
ପ୍ରତୀକ ଏହି ଡ୍ୟାନ୍ସ ଭିଡିଓରେ କମେଣ୍ଟ କରି କହିଥିଲେ, ଭାରତୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ 'ସାଂସ୍କୃତିକ କାର୍ଯ୍ୟକ୍ରମ୍' (କଲ୍ଚୁରାଲ ପ୍ରୋଗ୍ରାମ) ଏବଂ ପାରମ୍ପାରିକ ତଥା ଆଞ୍ଚଳିକ ସଂସ୍କୃତି ଉପରେ ଆଧାରିତ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଜଣାଶୁଣା, କିନ୍ତୁ ବର୍ତ୍ତମାନ ଏହା ଏକ 'କୋଠା'ରେ ପରିଣତ ହୋଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ନାମରେ ଆଇଟମ୍ ଗୀତରେ ନାଚିବାକୁ ଏବେ ସାଂସ୍କୃତିକ କାର୍ଯ୍ୟକ୍ରମ ବୋଲି କୁହାଯାଉଛି।
ଏବେ ଭାରତର ଶିକ୍ଷା ବ୍ୟବସ୍ଥା ସହ ସାଂସ୍କୃତିକ ବ୍ୟବସ୍ଥା ବିପଦରେ ପଡିଛି। ଆଶ୍ଚର୍ଯ୍ୟକର ଭାବେ ବର୍ତ୍ତମାନର ଯୁବପିଢି ଏବଂ ଶିକ୍ଷାନୁଷ୍ଠାନରେ ଏପରି ଅବନ୍ନତି ଘଟିଛି। ପ୍ରତୀକ ଫେବ୍ରୁଆରୀରେ ୧୩ରେ ଏହା ଲେଖିଥିଲେ। ଏହାର ଦୁଇ ଦିନ ପରେ, ଶୃତି ଏହି ପୋଷ୍ଟ ଉପରେ ମନ୍ତବ୍ୟ ରଖିଥିଲେ, ଯେଉଁଥିରେ ବର୍ତ୍ତମାନ ୨୫ ଲକ୍ଷରୁ ଅଧିକ ଭ୍ୟୁ ହୋଇଛି।
ପ୍ରତିକ୍ରିୟା ରଖି ଶୃତି ପରିଜା କହିଥିଲେ, "ମୁଁ ଜଣେ ଝିଅ, ମୋ ବିନା ଅନୁମତିରେ ଭିଡିଓ ରିପୋଷ୍ଟ କରାଯାଇଛି। ଦୟାକରି ଏହାକୁ ହଟାଇ ଦିଅନ୍ତୁ। ମୁଁ ସେ କଲେଜର ଛାତ୍ରୀ ନୁହେଁ, ବାସ୍ତବରେ ମୁଁ ଜଣେ ପେସାଦାର କୋରିଅଗ୍ରାଫର। ମୁଁ ସେଠାରେ ବିଚାରକ ଥିଲି। ଛାତ୍ର, ଦର୍ଶକ ଏବଂ ଅଡିଟୋରିୟମର ସମସ୍ତେ ମୋତେ ଏହି ଟ୍ରାକରେ ଆକ୍ଟ କରିବାକୁ ଅନୁରୋଧ କରିଥିଲେ।"
କେଉଁଟା ଠିକ୍ ଆଉ କେଉଁଟା ଭୁଲ୍, ସେ ଉପରେ ମନ୍ତବ୍ୟ ଦେବା ପାଇଁ ଆପଣଙ୍କର ଅଧିକାର ଅଛି, କିନ୍ତୁ ମୋତେ ବଦନାମ କରିବାକୁ କୌଣସି ଅଧିକାର ନାହିଁ, ଯିଏକି ଉକ୍ତ କଲେଜ ସହ ଜଡିତ ହିଁ ନୁହଁ।
ଏହାପରେ ପ୍ରତୀକ ଉତ୍ତରରେ କହିଥିଲେ, ମୁଁ ଦେଶର ଶିକ୍ଷାନୁଷ୍ଠାନ ବାବଦରେ କହିଛି। ଆପଣଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁ। ପୋଷ୍ଟରେ କେଉଁଠାରେ ବି ଆପଣଙ୍କୁ ଇଙ୍ଗିତ କରିନାହିଁ। ଆପଣଙ୍କୁ କୌଣସି ପ୍ରକାର କ୍ଷତି ପହଞ୍ଚାଇବା ମୋର ଉଦ୍ଦେଶ୍ୟ ନୁହେଁ। ଆପଣଙ୍କ ଭିଡିଓ ପୋଷ୍ଟ କରିଥିବା କଲେଜ ସିଷ୍ଟମ ଉପରେ ମୋର ସାଧାରଣ ମତ ଶେଆର୍ କରିଛି। ଦୟାକରି ମୂଳ ଟ୍ୱିଟ୍ ପଢନ୍ତୁ, ବିଚାର କରନ୍ତୁ ଏବଂ ଆପଣଙ୍କ ବିଷୟରେ କିଛି ଭୁଲ କହିଛି କି ନାହିଁ ତାହା ବିଚାର କରନ୍ତୁ।
ଏହି ପୋଷ୍ଟକୁ ଡିଲିଟ୍ କରିବେ ନାହିଁ ବୋଲି ପ୍ରତୀକ ସିଧାସିଧା ମନା କରିଦେଇଥିଲେ। ଏହା ପରେ ଶୃତି ପରିଜା ମୁମ୍ବାଇ ପୁଲିସର ଏକ୍ସ ହ୍ୟାଣ୍ଡେଲକୁ ଟ୍ୟାଗ୍ କରି ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ। ମୁମ୍ବାଇ ପୁଲିସ ପୋଷ୍ଟରେ ଜବାବ ରଖି ମାମଲା ବାବଦରେ ଶୃତିଙ୍କଠାରୁ ସବିଶେଷ ତଥ୍ୟ ନେଇଛି।
ଗୁଜରାଟ ଏଟିଏସ୍ ବିଳମ୍ବିତ ରାତିରେ ମୌଲାନା ମୁଫତି ସଲମାନ ଅଜହରୀଙ୍କୁ ଗିରଫ ଘାଟକୋପର ଥାନାକୁ ନେଇଥିଲା। ତେବେ ମୌଲାନାଙ୍କ ଗିରଫକୁ ବିରୋଧ କରି ଥାନା ଘେରାଉ କରିଥିଲେ ଶତାଧିକ ସମର୍ଥକ। ଶତାଧିକ ମୁଫତିଙ୍କ ସମର୍ଥକ ଘାଟକୋପର ପୁଲିସ ଷ୍ଟେସନ ବାହାରେ ଏକତ୍ରିତ ହୋଇ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଥିଲେ। ଫଳରେ ପୁଲିସ ଭିଡ ହଟାଇବା ପାଇଁ ଲାଠିଚାର୍ଜ କରିଥିଲା। ଏହାପରେ ମୁଫତିଙ୍କୁ ମାଜିଷ୍ଟ୍ରେଟ୍ ଆଗରେ ହାଜରା କରାଯାଇ ଦୁଇ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଛି ଗୁଜରାଟ ଏଟିଏସ୍। ମୁଫତି ସଲମାନ ଅଜହରୀଙ୍କୁ ନିଜ ସାଙ୍ଗରେ ଜୁନାଗଡ ନେଇ ଯାଇଛି ଏଟିଏସ୍ ଟିମ୍।
ପୁଲିସ ସୂଚନା ମୁତାବକ, ଇସ୍ଲାମି ଉପେଦଶକଙ୍କ ଦ୍ୱାରା ଦିଆଯାଇଥିବା ଏକ ହେଟ୍ ସ୍ପିଚ୍ ବା ଉତ୍ତେଜନାମୂଳକ ଭାଷଣ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଗୁଜରାଟର ଜୁନାଗଡ ପୁଲିସ ଶନିବାର ଦୁଇ ଜଣଙ୍କୁ ଗିରଫ କରିଥିଲା। ୩୧ଜାନୁୟାରୀ ରାତିରେ ଜୁନାଗଡର 'ବି' ଡିଭିଜନ୍ ପୁଲିସ୍ ଷ୍ଟେସନ ନିକଟରେ ଏକ ଖୋଲା ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଭାଷଣ ଦିଆଯାଇଥିଲା। ସୋସିଆଲ ମିଡିଆରେ ହେଟ୍ ସ୍ପିଚ୍ର ଭିଡିଓ ଭାଇରାଲ ହେବା ପରେ ଅଜହରୀ ଏବଂ ସ୍ଥାନୀୟ ସଂଗଠକ ମହମ୍ମଦ ୟୁସୁଫ ମଲ୍ଲିକ ଏବଂ ଅଜିମ ହବିବ ଓଡେଦରାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୫୩-ବି ଏବଂ ୫୦୫ (୨) ଅନୁଯାୟୀ ଏକ ଏଫଆଇଆର ରୁଜୁ କରାଯାଇଥିଲା।
କହିରଖୁ ଯେ, ମୌଲାନା ମୁଫତି ସଲମାନ ଅଜହରୀ ନିଜକୁ ଜଣେ ଇସଲାମିକ ଅନୁସନ୍ଧାନ ସ୍କଲର୍ ଭାବରେ ଉପସ୍ଥାପନ କରନ୍ତି। ଜାମିଆ ରିଆଜୁଲ ଜାନ୍ନା, ଅଲ-ଅମାନ ଶିକ୍ଷା ଏବଂ କଲ୍ୟାଣ ଟ୍ରଷ୍ଟ ଓ ଦାରୁଲ ଆମନର ପ୍ରତିଷ୍ଠାତା ଅଟନ୍ତି ସଲମାନ ଅଜହରୀ। ସେ କାହିରାର ଅଲ-ଅଜହର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ମୌଲାନା ମୁଫତି ଅନେକ ସାମାଜିକ ଏବଂ ଧାର୍ମିକ କାର୍ଯ୍ୟରେ ସକ୍ରିୟ ଅଟନ୍ତି। ସେ ଅନେକ ପ୍ରସଙ୍ଗରେ ନିଜର ମତ ପ୍ରକାଶ କରୁଥିବା ପ୍ରାୟତଃ ଦେଖିବାକୁ ମିଳେ। ଯୁବ ମୁସଲମାନ ସମ୍ପ୍ରଦାୟ ତାଙ୍କୁ ବିଶେଷ ପସନ୍ଦ କରନ୍ତି। ସେ ବହୁ ଥର ହେଟ୍ ସ୍ପିଚ୍ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏଥର ମଧ୍ୟ ସେ ଗୁଜରାଟରେ ଘୃଣା ଭାଷଣ ଦେଇଥିଲେ। ଏହକାୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।
ଏହି ଘଟଣାକୁ ନେଇ ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଅଭିଯୁକ୍ତ ବିରୋଧରେ କଡା ଆକ୍ସନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଆଇନ ପରିସ୍ଥିତି ଉଲଙ୍ଘନ ଓ ବିଶୃଙ୍ଖଳା ସୃଷ୍ଟି କରିଥିବା ଲୋକଙ୍କ ବିରେଧରେ ଶୂନ୍ୟ ସହନଶୀଳତା ଆପଣାଇବାକୁ କହିଛନ୍ତି।
ରବିବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ମୁମ୍ବାଇର ଭାଏନ୍ଦର ଅଞ୍ଚଳରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। ତିନୋଟି କାର୍ ଓ ଅନେକ ବାଇକରେ ୧୦ରୁ ୧୨ ଲୋକଙ୍କ ଏକ ଗୋଷ୍ଠୀ ମୀରା ଭାଏନ୍ଦର ଅଞ୍ଚଳର ନୟା ନଗରରୁ ଏକ ରାଲି ବାହାର କରିଥିଲେ। ଏମାନେ ଜୟ ଶ୍ରୀ ରାମ ନାରା ଦେଇଥିଲେ। ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ଉପଲକ୍ଷେ ଏହି ରାଲି କରାଯାଇଥିଲା।
Rioting has apparently started. This is Mira Road in North Mumbai. You can see vehicles carrying the Ram Dhwaj being attacked some time back. Please be careful. pic.twitter.com/MZfDjYKR9C
— Abhijit Iyer-Mitra (@Iyervval) January 21, 2024
ଏହି ସମୟରେ ଅନ୍ୟ ଏକ ଗୋଷ୍ଠୀର ଲୋକେ ରାଲିକୁ ବିରୋଧ କରିବା ସହ ବାଣ ଫୁଟାଇବାକୁ ମନା କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିଲା। ରାମ ପତକା ଚିରବା ସହ ଗାଡି ଭଙ୍ଗାରୁଜା କରିଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କିଛି ଯୁବକଙ୍କୁ ଗତ ରାତିରେ ହିଁ ଗିରଫ କରିଥିଲା। ଏଥିସହ ସ୍ଥିତିକୁ ଦେଖି ପୂରା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।
ସେପଟେ ଏହି ଘଟଣାର ପୂରା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓ ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ପୂରା ମାମଲାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେବା ସହ ଅଭିଯୁକ୍ତଙ୍କ ବିରୋଧ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ସିସିଟିଭି ଫୁଟେଜ ଆଧାରେ ଏହି ମାମଲାରେ ଆଉ କେଉଁମାନେ ସାମିଲ ଥିଲେ ସେ ନେଇଁ ପୁଲିସ ଯାଞ୍ଚ ଜାରି ରଖିଛି।
ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମ୍କୁ କେହି ଜଣେ ଅଜ୍ଞାତ ବ୍ୟକ୍ତି ଫୋନ୍ କରି ନୂଆବର୍ଷରେ ବିସ୍ଫୋରଣ କରିବାକୁ ଧମକ ଦେଇଥିଲା। ଏହା କହି ବ୍ୟକ୍ତି ଜଣକ ଫୋନ୍ କାଟି ଦେଇଥିଲେ। ଏହା ପରେ ପୁଲିସ ଆଲର୍ଟ ମୁଡ୍କୁ ଆସିଛି। ବିଭିନ୍ନ ସ୍ଥାନରେ ଚେକିଂ ଜାରି ରହିବା ସହ ସୁରକ୍ଷା କଡ଼ାକଡି କରାଯାଇଛି।
ମୁମ୍ବାଇ ପୁଲିସର ଜଣେ ମୁଖପାତ୍ର କହିଛନ୍ତି, ଫୋନ୍ କଲ୍ ଆସିବା ପରେ ଅନେକ ସ୍ଥାନରେ ଯାଞ୍ଚ କରାଯାଇଛି। କିନ୍ତୁ, କୌଣସି ସନ୍ଦିଗ୍ଧ ଜନିଷ ମିଳି ନାହିଁ। ତେବେ କିଏ ଏହି ଫୋନ୍ କଲ୍ କରିଥିଲେ ସେ ନେଇ ସନ୍ଧାନ ଜାରି ରହିଛି। କେଉଁଠୁ ଏହି କଲ୍ ଆସିଥିବା ସେ ନେଇ କଲ୍ ରେକର୍ଡ ଯାଞ୍ଚ ଜାରି ରଖିଛି ପୁଲିସ।
ସେପଟେ ନବବର୍ଷ ପାଳନ ଅବସରରେ ମୁମ୍ବାଇ ପୁଲିସ ସମଗ୍ର ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରିଛି। କୌଣସି ଅପ୍ରୀତିକର ପରିସ୍ଥିତି ଘଟିଲେ ତା'ହାର ମୁକାବିଲା ନିମନ୍ତେ ‘ଷ୍ଟେଟ୍ ରିଜର୍ଭ ପୁଲିସ ଫୋର୍ସ’ ଓ ‘କୁଇକ୍ ରେସ୍ପନ୍ସ୍ ଟିମ୍ସ୍’ ସମେତ ୧୫,୦୦୦ରୁ ଅଧିକ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଗେଟ୍ୱେ ଅଫ୍ ଇଣ୍ଡିଆ, ମେରାଇନ୍ ଡ୍ରାଇଭ୍, ଦାଦର, ବାନ୍ଦ୍ରା ବସ୍ଷ୍ଟାଣ୍ଡ୍, ଜୁହୁ, ମଧ୍ୟ ଓ ମାର୍ୱେ ବେଳାଭୂମିରେ ଅଧିକ ଜନଗହଳି ହେବାର ସମ୍ଭାବନା ଥିବାରୁ ସେଠାରେ ପୁଲିସ କର୍ମଚାରୀମାନଙ୍କୁ ମୁତୟନ କରାଯାଇଛି।
ଚୀନ୍ରୁ ହୋଇଥିବା ଫଣ୍ଡିଂ ଓ ପାକିସ୍ତାନର ଗୁପ୍ତଚର ଏଜେନ୍ସି ସହ ଆଇଏସ୍ଆଇ ଲିଙ୍କକୁ ନେଇ ଗୌତମ ନବଲଖାଙ୍କୁ ପୁଲିସ ପ୍ରଶ୍ନ କରିବ। ସୟଦ ଗୁଲାମ ନବୀ ଫାଇଙ୍କ ସହ ସମ୍ପର୍କ ବିଷୟରେ ମଧ୍ୟ ପଚରାଉଚରା କରାଯିବ। ଉଲ୍ଲେଖଯୋଗ୍ୟ, ସୟଦ ଗୁଲାମଙ୍କୁ ମଧ୍ୟ ଏଫବିଆଇ ଗିରଫ କରିସାରିଛି। ସେ ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଅଛନ୍ତି ଏବଂ ବର୍ତ୍ତମାନ ଆମେରିକାରେ ରୁହନ୍ତି।
ଭୀମା କୋରେଗାଓଁ ହିଂସା ମାମଲାରେ ମଧ୍ୟ ଗୌତମ ନବଲଖାଙ୍କ ନାଁ ସାମିଲ ଅଛି। ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଏହି ମାମଲାର ତଦନ୍ତ କରୁଛି। ନବଲାଖା ଦୀର୍ଘ ଦିନ ଧରି ଗୃହବନ୍ଦୀ ହୋଇ ଅଛନ୍ତି। କେବଳ ସେତିକି ନୁହେଁ ଏଲଗାର ପରିଷଦ-ମାୱାଦୀ ସହ ସମ୍ପର୍କ ମାମଲାରେ ମଧ୍ୟ ଦୋଷୀ ଅଛନ୍ତି ନବଲଖା। ହେଟ୍ ସ୍ପିଚ୍ ଦେବା ମାମଲାରେ ନବଲଖାଙ୍କୁ ଅଗଷ୍ଟ ୨୦୧୮ରେ ଗିରଫ କରାଯାଇ ତାଙ୍କୁ ଘରେ ନଜରବନ୍ଦୀ ରଖାଯାଇଥିଲା। ପରେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ୨୦୨୦ରେ ତାଙ୍କୁ ନଓ୍ୱି ମୁମ୍ବାଇର ତଲୋଜା ଜେଲ୍ଙ୍କୁ ସ୍ଥାନାନ୍ତିର କରାଯାଇଥିଲା। ଏବେ ନବଲଖା ମହାରାଷ୍ଟର ଥାଣେ ଜିଲ୍ଲାର ନଓ୍ୱି ମୁମ୍ବାଇରେ ଘରେ ନଜରବନ୍ଦୀ ଭାବେ ଅଛନ୍ତି।
ସେହିଭଳି ନ୍ୟୁଜ୍କ୍ଲିକ୍ ମାମଲାରେ ଗତ ସପ୍ତାହରେ ମାନବ ଅଧିକାର କର୍ମୀ ତଥା ସାବରଙ୍ଗ ଇଣ୍ଡିଆ ମିଡିଆ ହାଉସର କୋ-ଏଡିଟର୍ ତିସ୍ତା ସିତଲବାଡା ଏବଂ ତାଙ୍କ ସ୍ୱାମୀ ଜାଭେଦ ଆନନ୍ଦଙ୍କୁ ମଧ୍ୟ ସ୍ପେଶାଲ ସେଲ ଟିମ୍ ମୁମ୍ବାଇରେ ପଚରାଉଚରା କରିଥିଲା। ନିକଟରେ ଆତଙ୍କବାଦ ବିରୋଧୀ ଆଇନ UAPA ଅଧୀନରେ ରୁଜୁ ହୋଇଥିବା ଏକ ମାମଲାରେ ନ୍ୟୁଜ୍ କ୍ଲିକ୍ ପ୍ରତିଷ୍ଠାତା ତଥା ସମ୍ପାଦକ ପ୍ରବୀର ପୁରକାୟସ୍ତ ଏବଂ ଏଚଆର ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ ଦିଲ୍ଲୀ ପୁଲିସ୍ ସ୍ପେଶାଲ୍ ସେଲ୍ ଗିରଫ କରିଥିଲା।
ଅଶ୍ୱଜିତଙ୍କ ଦୁଇ ସହଯୋଗୀ ରୋମି ପାଟିଲ ଓ ସାଗର ସେଡ଼ଗେଙ୍କୁ ମଧ୍ୟ ଗିରଫ କରାଯାଇଛି। ସଂପୃକ୍ତ ଗାଡ଼ିକୁ ମଧ୍ୟ ଜବତ କରିଛି ପୁଲିସ। ଅଶ୍ୱଜିତଙ୍କୁ ଭେଟିବାକୁ ଯାଇଥିବା ବେଳେ ତାଙ୍କୁ ଗାଡ଼ି ମଡ଼ାଇ ମାରି ଦେବାକୁ ଉଦ୍ୟମ କରାଯାଇଥିବା ପ୍ରିୟା ସିଂହ ନାମ୍ନୀ ୨୬ ବର୍ଷୀୟା ଯୁବତୀ ଅଭିଯୋଗ କରିଥିଲେ।
ପ୍ରିୟାଙ୍କ ସୂଚନା ଅନୁଯାୟୀ, ଅଶ୍ୱଜିତ ଓ ପତାଙ୍କ ସମ୍ପର୍କ ୪ ବର୍ଷ ପୁରୁଣା। ଅଶ୍ୱଜିତ ବିବାହିତ ଜାଣି ବି ପ୍ରିୟା ତାଙ୍କ ସହ ସମ୍ପର୍କ ରଖିଥିଲେ। ଏଥିସହ ସେ କହିଛନ୍ତି, ନିଜ ପ୍ରେମିକଙ୍କ ଫୋନ୍ ପାଇ ତାଙ୍କୁ ଦେଖା କରିବାକୁ ଗତ ୧୧ ତାରିଖ ରାତିରେ ସେ ଏକ ହୋଟେଲକୁ ଯାଇଥିଲେ । କିନ୍ତୁ ସେଠାରେ ଅଶ୍ୱଜିତ ନିଜ ପତ୍ନୀଙ୍କ ସହ ଉପସ୍ଥିତ ଥିଲେ। ଏହା ଦେଖି ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା।
ଏଥିରେ ଉତ୍ତ୍ୟକ୍ତ ହୋଇ ଅଶ୍ୱଜିତଙ୍କ ସମେତ ତାଙ୍କ ୩ ସାଙ୍ଗ ପ୍ରିୟାଙ୍କୁ ପ୍ରବଳ ମାରପିଟ କରିଥିଲେ। ଜୀବନ ବିକଳରେ ସେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଏହାଦେଖି ତାଙ୍କୁ ଗାଡ଼ି ଚକା ତଳେ ଚାପି ଦେବାକୁ ଅଶ୍ୱଜିତ ନିଜ ଡ୍ରାଇଭରଙ୍କୁ କହିଥିଲେ। ଏହାପରେ ଡ୍ରାଇଭର କାର୍ ଚଢ଼ାଇଦେବାରୁ ଘଟଣାସ୍ଥଳରେ ଗୁରୁତର ହୋଇ ପଡ଼ିଥିଲେ ପ୍ରିୟା। ରାସ୍ତାରେ ଯାଉଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ଏନେଇ ସେ ପୁଲିସ୍ ନିକଟରେ ଅଭିଯୋଗ କରିଥିବା ବେଳେ ପୁଲିସ୍ କିନ୍ତୁ ଘଟଣାକୁ ଗୁରୁତ୍ୱ ଦେଇ ନ ଥିଲା। ଏପରିବି ସାଦା କାଗଜରେ ଦସ୍ତଖତ ନେବାକୁ ମଧ୍ୟ ଚାପ ପକାଇଥିବା ପ୍ରିୟା ଅଭିଯୋଗ କରିଥିଲେ। ଏନେଇ ସେ ନିଜ ଇନଷ୍ଟାଗ୍ରାମରେ ଷ୍ଟୋରି ପୋଷ୍ଟ କରିବା ପରେ ଘଟଣା ଲୋକଲୋଚନକୁ ଆସଥିଲା। ଏହାପରେ ପୁରା ଘଟଣାର ତଦନ୍ତ ପାଇଁ ଥାନେ ପୋଲିସ ପକ୍ଷରୁ SIT ଗଠନ କରାଯାଇଥିଲା।
ହେଲେ ଅଶ୍ୱଜିତ ଏହି ଅଭିଯୋଗକୁ ଖଣ୍ଡନ କରି କହିଥିଲେ, ପ୍ରିୟା କେବଳ ତାଙ୍କର ଜଣେ ସାଙ୍ଗ। ପ୍ରେମ ସଂପର୍କ କିଛି ନାହିଁ। ଟଙ୍କା ଝଡ଼ାଇବାକୁ ପ୍ରିୟା ଏପରି ମିଛ ଅଭିଯୋଗ କରୁଛନ୍ତି ବୋଲି ଅଶ୍ୱଜିତ କହିଥିଲେ।
ମାତ୍ର ତଦନ୍ତ ପରେ ଅଶ୍ୱଜିତଙ୍କୁ ଗିରଫ କରିଛି SIT। ଅଶ୍ୱଜିତଙ୍କ ବାପା ଅନୀଲ କୁମାର ଗାଏକୱାଡ ମହାରାଷ୍ଟ୍ର ରାଜ୍ୟ ସଡ଼କ ବିକାଶ ନିଗମର ଏମଡି ଅଛନ୍ତି।
ସେପଟେ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିବା ପରେ ତୁରନ୍ତ ଆକ୍ସନ ମୁଡ୍କୁ ଆସିଛି ମୁମ୍ବାଇ ପୁଲିସ। ଫୋନ୍ କଲ୍ କରିଥିବା ଅଭିଯୁକ୍ତଙ୍କୁ ପୁଲିସ ଟ୍ରାକ୍ କରିଛି। ସେଥିରୁ ଜଣାପଡିଛି ଯେ, ଅଭିଯୁକ୍ତ ଜଣକ ଜଣେ ଏମ୍ବିଏ ଡିଗ୍ରୀ ଧାରୀ ବୋଲି ଜଣାପଡିଛି। ମୁମ୍ବାଇ ପୁଲିସର ଜଣେ ଅଧିକାରୀ କହିଛନ୍ତି, ଫୋନ୍ କରିଥିବା ବ୍ୟକ୍ତି ଜଣକ ରତନ ଟାଟାଙ୍କ ସୁରକ୍ଷା ବୃଦ୍ଧି କରିବା ଲାଗି ସରକାରୀ କର୍ତ୍ତୃପକ୍ଷମାନଙ୍କୁ ନିବେଦନ କରିଥିଲେ। ତାହା ନ କଲେ ସାଇରସ୍ ମିସ୍ତ୍ରୀଙ୍କ ଭଳି ଦଶା ହେବ ବୋଲି ଧମକ ଦେଇଥିଲେ।
ଫୋନ୍ କରିଥିବା ବ୍ୟକ୍ତି ଜଣକୁ ପୁଲିସ ଟ୍ରାକ୍ କିରଛି। ବିଷୟରେ ଅଧିକ ସୂଚନା ସଂଗ୍ରହ ପାଇଁ ଆଉ ଗୋଟିଏ ଟିମ୍ ଗଠନ କରିଛି ପୁଲିସ। ଉକ୍ତ ବ୍ୟକ୍ତି ଜଣକ କର୍ଣ୍ଣାଟକରେ ଅଛି। ସେ ପୁଣେର ବାସିନ୍ଦା ବୋଲି ମଧ୍ୟ ଚିହ୍ନଟ ହୋଇଛି। ପୁଣେର ଉକ୍ତି ବ୍ୟକ୍ତିଙ୍କ ବାସଭବନରେ ପୁଲିସ ପହଞ୍ଚି ଛାନଭିନ୍ କରିଛି। ଛାନ୍ଭିନ୍ ବେଳେ ଜଣାପଡିଛି ଯେ, ଗତ ୫ ଦିନ ହେବ ଉକ୍ତ ବ୍ୟକ୍ତି ଜଣକ ନିଖୋଜ ଅଛନ୍ତି। ଏନେଇ ତାଙ୍କ ସ୍ତ୍ରୀ ଭୋସାରି ଥାନାରେ ଅଭିଯୋଗ କରିଛନ୍ତି।
ସେ ବ୍ୟକ୍ତି ଜଣକ ମାନସିକ ରୋଗରେ ପୀଡ଼ିତ। ଧମକ କଲ୍ କରିବା ପାଇଁ ସେ ଅନ୍ୟ ଜଣକ ଘରୁ ଫୋନ୍ ଆଣିଥିଲେ ବୋଲି ପରିବାର ଲୋକଙ୍କୁ ପଚରାଉଚରା କରିବା ପରେ ପୁଲିସ ଜାଣିବାକୁ ପାଇଛି। ସେ ମାନସିକ ରୋଗରେ ପୀଡ଼ିତ ଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ପୁଲିସ ସ୍ଥିର କରିଛି।
ସୂଚନାଯୋଗ୍ୟ, ୨୦୨୨ ସେପ୍ଟେମ୍ବର ୪ ତାରିଖରେ କାର୍ ଦୁର୍ଘଟଣାରେ ‘ଟାଟା ସନ୍ସ୍’ର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା।
ଘଟଣାଟି ଘଟିଛି ଗତ ୬ ତାରିଖରେ। ଏକ ଲୋକାଲ ଟ୍ରେନ୍ର ମହିଳା କୋଚ୍ରେ ଏହି ଘଟଣା ଘଟିଥିଲା। ସୋଶାଲ ମିଡିଆର ପରିଚିତ ଚେହେରା ସାଇବା ଉକ୍ତ ଟ୍ରେନ୍ରେ ଏକ ଗୀତରେ ନୃତ୍ୟ କରୁଥିଲେ। ହୋମ୍ଗାର୍ଡ ଏସ୍ଏଫ୍ ଗୁପ୍ତା ସେଠାରେ ଛିଡ଼ା ହୋଇଥିଲେ। ଟ୍ରେନ୍ର ଦ୍ୱାର ଠାରୁ ଦୂରରେ ରହିବାକୁ ସେ ସାଇବାଙ୍କୁ ତାଗିଦ କରିଥିଲେ। କିନ୍ତୁ କିଛି ସମୟ ପରେ ଦେଖିବାକୁ ମିଳିଥିଲା ଯେ ହୋମ୍ଗାର୍ଡ ଏସ୍ଏଫ୍ ଗୁପ୍ତା ତାଙ୍କ ସହିତ ନାଚିଥିଲେ।
ସାଇବା ଭିଡିଓଟିକୁ ତାଙ୍କ ଇନ୍ଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଥିଲା। ତେବେ ଜଣେ ହୋମ୍ଗାର୍ଡ ୟୁନିଫର୍ମରେ ଥାଇ ଚଳନ୍ତା ଟ୍ରେନ୍ରେ ନାଚିବାକୁ କେହି ପସନ୍ଦ କରି ନଥିଲେ।
ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁମ୍ବାଇ ସେଣ୍ଟ୍ରାଲ ଡିଆରଏମ୍ ଆରପିଏଫ୍କୁ କହିଛନ୍ତି। ସେହିଭଳି ଜିଆରପି ମଧ୍ୟ ଏହି ଘଟଣାକୁ ଗୁରୁତ୍ୱର ସହିତ ନେଇଛି। ୟୁନିଫର୍ମରେ ଥାଇ ଏମିତି ନୃତ୍ୟ କରିବା ଆଦୌ ଠିକ୍ ନୁହେଁ ବୋଲି ଜିଆରପି କହିଛି।
ଯାଜପୁର ଜିଲ୍ଲାର ରାଜେନ୍ଦ୍ର ମଲ୍ଲିକ ଓ କନ୍ଧମାଳର ସଚିନ ଡିଗଲ ମୟାନଗରୀ ମୁମ୍ୱାଇରେ ପୋଟ୍ ଟ୍ରଷ୍ଟ ନାଁରେ ଏକ ୱେବସାଇଟ୍ ଖୋଲିଥିଲେ। ସେହି ୱେବସାଇଟ୍ ମାଧ୍ୟମରେ ସେମାନେ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଉଥିଲେ। ତେଣୁ ଶିକ୍ଷିତ ଯୁବକ ଓ ଯୁବତୀମାନେ ଚାକିରି ପାଇବା ଲୋଭରେ ଆବେଦନ କରୁଥିଲେ। ସେଥିପାଇଁ କିଛି ଟଙ୍କା ମଧ୍ୟ ଜମା କରୁଥିଲେ। ହେଲେ ଆଶାୟୀଙ୍କୁ ଚାକିରି ମିଳୁନଥିଲା।
ପରବର୍ତ୍ତୀ ସମୟରେ ଆଶାୟୀମାନେ ଏନେଇ ଥାନେ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଦୁଇ ମହାଠକ ଓଡ଼ିଶାରେ ଥିବା ଜଣାପଡ଼ିଥିଲା। ଏହା ପରେ ମୁମ୍ବାଇ ପୁଲିସ, ଓଡ଼ିଶା ପୁଲିସ୍ର ସହାୟତା ଲୋଡ଼ିଥିଲା।
ଆଜି ଓଡ଼ିଶା ପୁଲିସ୍ ସହାୟତାରେ ମୁମ୍ୱାଇ ପୁଲିସ୍ ଦୁଇ ମହାଠକଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। ତା’ପରେ ମୁମ୍ୱାଇ ପୁଲିସ୍ ଉଭୟଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଛି। ଦୁଇ ଅଭିଯୁକ୍ତଙ୍କଠାରୁ ୩୭ଟି ମୋବାଇଲ ଫୋନ, ୧୨ଟି ପାନକାର୍ଡ, ୩୮ଟି ଏଟିଏମ୍ କାର୍ଡ, ୨୫ଟି ସିମକାର୍ଡ, ଲାପଟପ୍ ପ୍ରମୁଖ ଜବତ କରିଛି।
ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମ୍କୁ ଏକ ଫୋନ୍ କଲ୍ ଆସିଥିଲା। ଏଥିରେ ଅଣ୍ଡରଓ୍ୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ଗୋଷ୍ଠୀର ସଦସ୍ୟ ପରିଚୟ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ବୋମାରେ ଉଡାଇ ଦେବାକୁ ଧମକ ଦିଆଯାଇଥିଲା। କେବଳ ସେତିକି ନୁହେଁ ମୁମ୍ବାଇର ଜେଜେ ହସ୍ପିଟାଲକୁ ମଧ୍ୟ ବୋମା ଲଗାଇ ଉଡାଇଦେବାକୁ ଧମକ ମିଳିଥିଲା।
ଏହି ଧମକପୂର୍ଣ୍ଣ ଫୋନ୍ କଲ୍ ଆସିବା ପରେ ପୁଲିସ ଆଲର୍ଟ ମୁଡ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍। ତେବେ ଆଜି ପୁଲିସ ଏହି ମାମଲାରେ ମୁମ୍ବାଇର ଚୁନଭଟ୍ଟି ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ମୁମ୍ବାଇର ଆଜାଦ ମୈଦାନ ପୁଲିସ ଆଇପିସିର ଧାରା ୫୦୫ (୨) ଅନୁଯାୟୀ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଛି। ଧରାପଡିଥିବା ବ୍ୟକ୍ତି ଜଣକର ଅଣ୍ଡରଓ୍ୱାର୍ଲ୍ଡ ଡନ୍ ସହ କିଛି ସମ୍ପର୍କ ରହିଛି ନା ନାହିଁ ସେ ନେଇ ମଧ୍ୟ ତଦନ୍ତ ଜାରି ରହିଛି।
ରିପୋର୍ଟ ମୁତାବକ, ମହାଦେବ ବେଟିଂ ଆପ୍ ମାମଲାରେ ମୁମ୍ବାଇ ପୁଲିସ ୩୧ ଜଣଙ୍କ ନାଁରେ ଏଫ୍ଆଇଆର୍ ଫାଇଲ୍ କରିଛି। ଏହି ୩୧ ଜଣ ମଧ୍ୟରେ ଡାବର୍ ଗ୍ରୁପ୍ର ଅଧ୍ୟକ୍ଷ ମୋହିତ ବର୍ମନ୍ ଓ ନିର୍ଦ୍ଦେଶକ ଗୌରବ ବର୍ମନଙ୍କ ନାଁ ଥିବା କଥା ସାମ୍ନାକୁ ଆସିଛି। ‘ଏଫ୍ଆଇଆର୍’ରେ ମୋହିତ ବର୍ମନଙ୍କ ନାଁ ପାଖରେ ଥିବା ଠିକଣା ସ୍ଥାନରେ ଫୋର୍ଟ ମୁମ୍ବାଇ ଉଲ୍ଲେଖ କରାଯାଇଛି ଯେଉଁଠାରେ ରେଜିଷ୍ଟ୍ରାର ଅଫ୍ କମ୍ପାନୀ ଅନୁଯାୟୀ ତାଙ୍କ ନିବେଶ କମ୍ପାନୀର ଏକ କାର୍ଯ୍ୟାଳୟ ଅବସ୍ଥିତ।
ଏଫ୍ଆଇଆର୍ରେ ଅଭିଯୋଗକାରୀ ଦେଇଥିବା ବୟାନ ମୁତାବକ କ୍ରିକେଟ୍ ଲିଗ୍ରେ ମ୍ୟାଚ୍ ଫିକ୍ସିଙ୍ଗ୍ ପାଇଁ ଦଲାଲ୍ମାନଙ୍କ ମଧ୍ୟରୁ ଜଣଙ୍କ ସହିତ ମୋହିତ ବର୍ମନ ଓ ଗୌରବ ବର୍ମନଙ୍କର ସମ୍ପୃକ୍ତି ଅଛି। ଏହି ଅଭିଯୋଗରେ ଲଣ୍ଡନ୍ବାସୀ ଚନ୍ଦର ଅଗ୍ରୱାଲ୍ ଓ ଦିନେଶ ଖମ୍ବାତ୍ଙ୍କୁ ଭାରତରେ ଅନୁଷ୍ଠିତ କ୍ରିକେଟ୍ ମ୍ୟାଚ୍ଗୁଡ଼ିକ ପାଇଁ ମୁଖ୍ୟ ଦଲାଲ ବୋଲି କୁହାଯାଇଛି। ଏହି ଲିଗ୍ ସହିତ ଚନ୍ଦର ଅଗ୍ରୱାଲ୍ଙ୍କର ଭିତିରିଆ ଭାଗିଦାରୀ ରହିଛି। ସେ ଦୁବାଇର ହେମନ୍ତ ସୁଦ ଓ ରୋହିତ କୁମାର ମୁର୍ଗୋଇଙ୍କୁ ସାହାଯ୍ୟ କରିଥିଲେ।
ମୋହିତ ଓ ଗୌରବ ବର୍ମନଙ୍କର ଦିନେଶ ଖମ୍ବାତ୍ ଓ ରୋହିତ କୁମାର ମୁର୍ଗୋଇଙ୍କ ସହିତ ସମ୍ପୃକ୍ତି ଅଛି ବୋଲି ଏଫ୍ଆଇଆର୍ରେ ଅଭିଯୋଗ କରାଯାଇଛି। ଦୁଇ ଶିଳ୍ପପତିଙ୍କର କ୍ରିକେଟ୍ ଲିଗ୍ର ଗୋଟିଏ ଟିମ୍ରେ ଅଂଶଧନ ରହିଛି। ଏହାଛଡ଼ା ଦୁହିଁଙ୍କର ଆଉ ଜଣେ ଅଭିଯୁକ୍ତଙ୍କ ସହିତ ମଧ୍ୟ ଭାଗିଦାରୀ ରହିଛି। ତଦନ୍ତ କଲେ ଅଧିକ ତଥ୍ୟ ସାମ୍ନାକୁ ଆସିପାରିବ।
ନିକଟରେ ମହାଦେବ ବେଟିଂ ଆପ୍ ଉପରେ କେନ୍ଦ୍ର ସରକାର ବ୍ୟାନ୍ ଲଗାଇଥିଲେ। ଏହି ଆପ୍ ସମ୍ବନ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ଜାରି ରଖିଛି। ଏହି ମାମଲାରେ ଇଡି ଛତିଶଗଡର ଦୁଇ ଜଣ ପୁଲିସକର୍ମୀଙ୍କୁ ମଧ୍ୟ ଗିରଫ କରିଛି। ଗତ ସପ୍ତାହରେ ଜଣେ ସାମାଜିକକର୍ମୀ ପ୍ରକାଶ ବ୍ୟାଙ୍କରଙ୍କ ଅଭିଯୋଗ ପରେ କୁର୍ଲା ମେଟ୍ରୋପଲିଟନ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ନିର୍ଦ୍ଦେଶରେ ମହାଦେବ ବେଟିଂ ଆପ୍ ସମ୍ବନ୍ଧରେ ଏକ ଏଫ୍ଆଇଆର୍ ମୁମ୍ବାଇରେ ରୁଜୁ ହୋଇଥିଲା। ସୂଚନାଯୋଗ୍ୟ, ଅନ୍ୟ କେତେକ ସହଯୋଗୀ ଓ ଅଂଶୀଦାରଙ୍କ ସହିତ ସୌରଭ ଚନ୍ଦ୍ରାକର ଓ ରବି ଉପ୍ପଲ ନାମରେ ଦୁଇଜଣ ବ୍ୟକ୍ତି ମହାଦେବ ବେଟିଂ ଆପ୍ ଚଳାଉ ଥିଲେ।
ମୁମ୍ବାଇ ମାଟୁଙ୍ଗା ପୁଲିସ ଅଧିକାରୀଙ୍କ ଅନୁସାରେ, ୨୦୧୯ରୁ ବର୍ତ୍ତମାନ ଯାଏଁ ଏହି ଦୁର୍ନୀତି କରିଥିବା ଅଭିଯୋଗରେ ଆପ୍ ପ୍ରମୋଟର ସୌରଭ ଚନ୍ଦ୍ରକାର ଏବଂ ମୁଖ୍ୟ ଅ୍ରଭିଯୁକ୍ତ ରବି ଉପ୍ପଲ ଓ ଶୁଭମ ସୋନି ତଥା ଅନ୍ୟମାନଙ୍କ ବିରୋଧରେ ମଙ୍ଗଳବାର ଏଫ୍ଆଇଆର୍ ରୁଜୁ ହୋଇଛି।
କୁର୍ଲା କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୪୨୦, ୧୨୦-ବି(ଷଡଯନ୍ତ୍ର), ଓ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ (ସାଇବର ଆତଙ୍କବାଦ) ଏବଂ ଜୁଆ ଖେଳ ଅଧିନିୟମ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏଫଆଇଆର ମୁତାବକ ଅଭିଯୁକ୍ତମାନେ ଏହି ବେଟିଂ ଆପ୍ ଜରିଆରେ ପ୍ରାୟ ୧୫ହଜାର କୋଟି ଟଙ୍କାର ଠକେଇ କରିଛନ୍ତି।
ମହାଦେବ ବେଟିଂ ଆପ୍ ଜରିଆରେ ପ୍ରମୋଟରମାନେ ବର୍ତ୍ତମାନ ସୁଦ୍ଧା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାୟ ୫୦୮ କୋଟି ଟଙ୍କା ଦେଇଛନ୍ତି ବୋଲି ଗତ ସପ୍ତାହରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାବି କରିଥିଲା। ଏହି ବେଟିଂ ଆପ୍ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନାଁ ସାମ୍ନାକୁ ଆସିବା ପରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏନେଇ ତଦନ୍ତ ଜାରି ରହିଛି।
ପୁଲିସ ସୂଚନା ମୁତାବକ, ଅକ୍ଟୋବର ୨୭ ତାରିଖ ଦିନ ମୁକେଶ ଅମ୍ବାନିଙ୍କ କମ୍ପାନୀ ଇ-ମେଲ୍କୁ ଜଣେ ବ୍ୟକ୍ତି ଧମକପୂର୍ଣ୍ଣ ଇମେଲ୍ ପଠାଇଛନ୍ତି। ଏଥିରେ ଇଂରାଜୀରେ 'IF you don’t give us 20 crore rupees, we will kill you, we have the best shooters in India' ଲେଖା ଅଛି। ଅର୍ଥାତ ଆପଣ ଆମକୁ ୨୦ କୋଟି ଟଙ୍କା ନ ଦେଲେ ଆମେ ଆପଣଙ୍କୁ ହତ୍ୟା କରିବୁ। ଆମ ପାଖରେ ଭାରତର ସର୍ବୋତ୍ତମ ସୁଟର୍ ଅଛନ୍ତି। ଏହି ଧମକପୂର୍ଣ୍ଣ ଇ-ମେଲ୍ ଶାଦବ ଖାନ୍ ନାମରେ ଆସିଛି।
ଧମକପୂର୍ଣ୍ଣ ଇ-ମେଲ୍ ଆସିବା ପରେ ମୁକେଶ ଅମ୍ବାନିଙ୍କ ସିକ୍ୟୁରିଟି ଇନ୍ଚାର୍ଜ ପୁଲିସକୁ ଏନେଇ ସୂଚନା ଦେଇଥିଲେ। ଅଭିଯୋଗ ଆଧାରରେ ମୁମ୍ବାଇ ଗାମେଦେବୀ ପୁଲିସ ଧାରା ୩୮୭ ଓ ୫୦୬(୨) ଆଧାରରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଉଲ୍ଲେଖଯୋଗ୍ୟ, ମୁକେଶ ଅମ୍ବାନିଙ୍କୁ ଏଭଳି ହତ୍ୟା ଧମକ ମିଳିବା ପ୍ରଥମ ଘଟଣା ନୁହେଁ। ଗତବର୍ଷ ମୁକେଶ ଅମ୍ବାନି ଓ ତାଙ୍କ ପରିବାରବର୍ଗଙ୍କୁ ଫୋନ୍ ଯୋଗେ ହତ୍ୟା ଧମକ ମିଳିଥିଲା। ଏହାପରେ ଏହି ମାମଲାରେ ବିହାରର ଦରଭଙ୍ଗା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।
ମୁମ୍ବାଇର ବୋରିଓ୍ୱଲିରେ ଥିବା ଏକ ୮ ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୋରିଓ୍ୱଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ଆଜି ମଧ୍ୟାହ୍ନ ସାଢ଼େ ୧୨ ବେଳେ ବୋରିଓ୍ୱଲିର ମହାବୀର ନଗର ଅଞ୍ଚଳରେ ଥିବା ପାଓ୍ୱନ ଧାମ ବିନା ସନ୍ତୁର ବିଲ୍ଡିଂର ପ୍ରଥମ ଫ୍ଲୋର୍ରେ ପ୍ରଥମେ ନିଆଁ ଲାଗିଥିଲା। ଦେଖୁ ଦେଖୁ ଏହି ନିଆଁ ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା।
ପୁଲିସ କହିବା ମୁତାବକ, ଘଟଣାସ୍ଥଳରେ ୪ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରୁଛି। ଏବେବି ଅନେକ ଲୋକେ ବିଲ୍ଡିଂ ଭିତରେ ଫସି ରହିଥିବା କୁହାଯାଉଛି। ତେଣୁ ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ କେଉଁ କାରଣରୁ ଏହି ବିଲ୍ଡିଂରେ ନିଆଁ ଲାଗିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଶଟ୍ସର୍କିଟ୍ ଯୋଗୁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି।
#UPDATE | Mumbai Fire | 2 people lost their lives and 3 persons are injured in the fire that broke out in the Pavan Dham Veena Santur Building of Mahaveer Nagar in Kandivali West earlier today: BMC https://t.co/kIihHcIW2U
— ANI (@ANI) October 23, 2023
ଗତ ୧୪ ତାରିଖରେ ଖେଳା ଯାଇଥଇବା ଓଡିଆଇ ବିଶ୍ୱକପ୍ ମ୍ୟାଚ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ। ବାଂଲାଦେଶ ବିପକ୍ଷରେ ମ୍ୟାଚ୍ ପୂର୍ବରୁ ଦଳକୁ ବିଶ୍ରାମା ନେବା ପାଇଁ ୫ ଦିନ ସମୟ ଦିଆଯାଇଥିଲା। ତେବେ ଅଧିନାୟକ ରୋହିତ ଶର୍ମା ଟିମ୍ ସହ ନଯାଇ ନିଜର ନୀଳ ରଙ୍ଗର ଲମ୍ବରଗିନି କାର୍ ଯୋଗେ ମୁମ୍ବାଇ ବାସଭବନକୁ ଯାଇଥିଲେ। ଏହି ସମୟରେ ମୁମ୍ବାଇ-ପୁନେ ହାଇଓ୍ୱେ ଉପରେ ଦ୍ରୁତ ଗତିରେ କାର୍ ଚଳାଇଥିଲେ ରୋହିତ ଶର୍ମା।
ନିଜ ଘରକୁ ଯିବା ବେଳେ ରାଜପଥରେ ଘଣ୍ଟା ପ୍ରତି ୨୦୦ କିମିରୁ ୨୧୫ ବେଗରେ ରୋହିତଙ୍କ କାର୍ ଦୌଡି ଥିଲା। ଫଳରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ମହାରାଷ୍ଟ୍ର ଟ୍ରାଫିକ ପକ୍ଷରୁ ତାଙ୍କ ନାଁରେ ଭିନ୍ନ ଭିନ୍ନ ସ୍ଥାନରେ ୩ଟି ଚାଲାଣ କଟାଯାଇଛି। ରୋହିତ ଶର୍ମାଙ୍କ ବେପରୁଆ ଗାଡି ଚାଳନାକୁ ମହାରାଷ୍ଟ୍ର ଟ୍ରାଫିକ ପକ୍ଷରୁ ନିନ୍ଦା ମଧ୍ୟ କରାଯାଇଛି।
ଜଣେ ଟ୍ରାଫିକ ଅଧିକାରୀ କହିଛନ୍ତି, ବିଶ୍ୱକପ୍ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଚାଲିଥିବା ବେଳେ ଭାରତୀୟ ଅଧିନାୟକ ହାଇଓ୍ୱେ ଉପରେ ଏଭଳି ଗାଡି ଚଳାଇବା ଠିକ୍ ନୁହେଁ। ସେ ଟିମ୍ ବସ୍ରେ ଯିବା କଥା। ତାଙ୍କର ଏଭଳି କାର୍ ଚଳାଇବା ଆଦୌ ଠିକ୍ ନୁହେଁ।
ସୂଚନା ମୁତାବକ, ଆରମ୍ଭରୁ ହିଁ ହିଟ୍ ମ୍ୟାଚ୍ ରୋହିତଙ୍କ କାର୍ ପ୍ରତି ବେଶ୍ ରୁଚି ରହିଛି। ତାଙ୍କ ପାଖରେ ଅନେକ ଲଗ୍ଜୁରୀ କାର୍ ରହିଛି। ବେଳେ ବେଳେ ସେ ନିଜେ କାର୍ ଡ୍ରାଇଭ କରୁଥିବା ମଧ୍ୟ ନଜର ଆସନ୍ତି।
ମହାରାଷ୍ଟ୍ର ପୁଲିସ୍ କମିଶନ କାର୍ଯ୍ୟାଳୟରେ ନିୟୋଜିତ ସବ୍- ଇନ୍ସପେକ୍ଟର ସୋମନାଥ ଝଣ୍ଡେ ଡ୍ରିମ୍ ଇଲେଭନ(dream 11 ) ଆପ୍ରେ ନିଜ ଟିମ୍ ତିଆରି କରିଥିଲେ। ଭାଗ୍ୟକୁ ତାଙ୍କ ଟିମ୍ ରାଙ୍କ୍-୧ରେ ରହିଯିବାରୁ ସେ ଦେଢ କୋଟି ଟଙ୍କା ଜିତିଲେ।
ଏନେଇ ସୋମନାଥ ଗଣମାଧ୍ୟମରେ କହିବାରୁ କଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶଙ୍କ ନିକଟରେ ପହଞ୍ଚିଛି। ଏହାର ବିଭାଗୀୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ଅଧିକାରୀ ଡ୍ୟୁଟିରେ ଥିବା ବେଳେ ଅନ୍ଲାଇନ୍ ଗେମିଂ ଖେଳିବା କେତେ ଯୁକ୍ତିଯୁକ୍ତ ତାହାର ତଦନ୍ତ ଆରମ୍ଭ ହୋଇଛି।
ଏହି ଘଟଣାରେ ସମ୍ପୃକ୍ତ ସବ୍ ଇନ୍ସପେକ୍ଟର ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି।
ଏନେଇ ଭାଜପାର ସ୍ଥାନୀୟ ନେତା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସବ୍ ଇନ୍ସପେକ୍ଟର ଜଣକ ବର୍ଦ୍ଦିରେ ଥିବା ବେଳେ ଅନ୍ଲାଇନ୍ ଗେମିଂ ଖେଳିବା ସହ ଏଥିପ୍ରତି ଯୁବବର୍ଗଙ୍କୁ ଆକୃଷ୍ଟ କରୁଥିବା ସେ ଅଭିଯୋଗ କରିଛନ୍ତି।
ହିନ୍ଦୁ ହୃଦୟ ସମ୍ରାଟ ବାଲସାହେବ ଠାକରେ ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗ ନାମରେ ନାମିତ ହୋଇଥିବା ସମୃଦ୍ଧି ରାଜମାର୍ଗ ଜାତୀୟ ରାଜପଥ କାମ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଜାତୀୟ ରାଜପଥର ଲମ୍ବା ୭୦୧ କିମି ହୋଇଥିବା ବେଳେ ଏହା ମୁମ୍ବାଇକୁ ନାଗପୁର ସହ ସଂଯୋଗ କରିବ।
ଏହି ରାଜପଥ କାମରେ ନିୟୋଜିତ ଗର୍ଡର ଲଞ୍ଚିଂ ମେସିନ୍ ଅଚାନକ ଭାବେ ଗତକାଲି ତଳେ କାମ କରୁଥିବା ଶ୍ରମିକଙ୍କ ଉପରେ ଖସି ପଡ଼ିଲା। ଏହି ମେସିନ ଓଜନ ଅତ୍ୟଧିକ ଥିବାରୁ ଉକ୍ତ ସମୟରେ ତଳେ ଥିବା ବହୁ ଶ୍ରମିକ ଏହା ତଳେ ଚାପି ହୋଇ ଯାଇଥିଲେ।
ତୁରନ୍ତ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ ବି ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇ ପାରି ନ ଥିଲା। ଏହାପରେ ତୁରନ୍ତ ଏନଡିଆରଏଫର ୨ଟି ଟିମ୍ ଘଟଣାସ୍ଥଳକୁ ପଠା ଯାଇଥିଲା। ସେମାନେ ମେଶିନ ତଳୁ ୧୬ ମୃତଦେହ ବାହାର କରିଥିବା ବେଳେ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ମେସିନ ତଳେ ଆହୁରି କିଛି ମୃତଦେହ ଥିବା ଅନୁମାନ କରାଯାଉଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।
ଏହି ମେସିନ ବ୍ୟବହାର ମୁଖ୍ୟତଃ ଜାତୀୟ ରାଜପଥ ଓ ହାଇ-ସ୍ପିଡ ରେଳ ବ୍ରିଜ ନିର୍ମାଣରେ ବ୍ୟବହୃତ ହୋଇଥାଏ। ତେଣୁ ଉକ୍ତ ମେସିନ ତଳୁ ସମସ୍ତ ମୃତଦେହ ବାହାର କରିବା ଏନଡିଆରଏଫ ପାଇଁ ଚ୍ୟାଲେଞ୍ଜ ପାଲଟିଛି।
ଉକ୍ତ ଅଜଣା ବ୍ୟକ୍ତି କହିଥିଲେ, ସମସ୍ତେ ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ଆଉ ଏକ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ରହିଥାଆନ୍ତୁ। ଆଉ ଏଥିପାଇଁ ଉତ୍ତର ପ୍ରଦେଶ ସରକାର ହିଁ ଦାୟୀ ରହିବେ।
ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମ୍ ଏଭଳି ଏକ କଲ୍ ପାଇବା ପରେ ଏହାର ତଦନ୍ତ କରାଯାଉଛି। ମୁମ୍ବାଇ ପୁଲିସ୍ ଓ କ୍ରାଇମ ବ୍ରାଞ୍ଚ ଏହାର ତଦନ୍ତ କରୁଛନ୍ତି। ଯଦିଓ ମୁମ୍ବାଇ ପୁଲିସ୍ କଣ୍ଟ୍ରୋଲ ରୁମ୍ ନିୟମିତ ବ୍ୟବଧାନରେ ଏଭଳି କଲ୍ ପାଏ, ତଥାପି ଏହି ଘଟଣାକୁ ଗୁରୁତ୍ୱର ସହିତ ନେଇଛି ପୁଲିସ୍।
କିଏ ଏହି ସୀମା ହାଇଦର?
ସୀମା ହାଇଦର ପାକିସ୍ତାନର ସିନ୍ଧ୍ ପ୍ରଦେଶର ବାସିନ୍ଦା। ୨୦୧୪ରେ ବିବାହ ପରଠୁ ସେ କରାଚିରେ ରହୁଥିଲେ। ଚଳିତ ମାସ ୪ ତାରିଖରେ ତାଙ୍କୁ ଭାରତରେ ଗିରଫ କରାଯାଇଥିଲା। କାରଣ ସେ ବିନା ଭିସାରେ ନେପାଳ ଦେଇ ଭାରତରେ ପ୍ରବେଶ କରିଥିଲେ।
୨୭ ବର୍ଷୀୟା ସୀମା ଭାରତରେ ଥିବା ତାଙ୍କ ପ୍ରେମିକ ସଚିନଙ୍କ ସହିତ ରହିବାକୁ ଆସିଛନ୍ତି। ସାଙ୍ଗରେ ସେ ତାଙ୍କର ୪ ଛୁଆଙ୍କୁ ମଧ୍ୟ ଆଣିଛନ୍ତି। ଅନ୍ଲାଇନ୍ ଗେମ୍ PUBG ମାଧ୍ୟମରେ ସେମାନେ ପରସ୍ପରକୁ ଜାଣିଥିଲେ। ବେଆଇନ ଭାବେ ଦେଶରେ ପଶିଥିବା ସୀମା ହାଇଦରଙ୍କୁ ଶରଣ ଦେଇଥିବାରୁ ସଚିନଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
ଜେଲ୍ରୁ ବାହାରିବା ପରେ ସୀମାଙ୍କୁ ଧରି ସଚିନ ଗ୍ରେଟର ନୋଏଡାର ରବୁପୁରା ଅଞ୍ଚଳରେ ରହୁଥିବା ତାଙ୍କ ବାପାମା’ଙ୍କ ଘରକୁ ଆସିଥିଲେ। ସେଠାରେ ସେମାନେ ରହୁଛନ୍ତି। ସୀମାଙ୍କ ଚାରି ଛୁଆ ମଧ୍ୟ ସେଠାରେ ରହୁଛନ୍ତି। ସଚିନ ଓ ସୀମା ନେପାଳରେ ବାହା ହୋଇସାରିଥିବା କହିଛନ୍ତି।
PUBG ମାଧ୍ୟମରେ ସଚିନ ଓ ସୀମା ୨୦୧୯ରୁ ପରସ୍ପରର ସଂପର୍କରେ ଥିଲେ। ଧୀରେ ଧୀରେ ସେମାନଙ୍କ ସଂପର୍କ ବଢ଼ିଲା ଓ ଏହା ପ୍ରେମରେ ପରିଣତ ହୋଇଗଲା। ଶେଷରେ ସେମାନେ ଭାରତରେ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ।
ଏ ସଂପର୍କରେ ସୀମା ହାଇଦରଙ୍କ ସ୍ୱାମୀ ଗୁଲାମ ହାଇଦର କିଛି ଜାଣି ନଥିଲେ। କାରଣ ସେ ସାଉଦି ଆରବରେ ରହନ୍ତି। ସେ ସେଠାରେ କାମ କରନ୍ତି। ସୀମାଙ୍କୁ ତାଙ୍କ ନିକଟକୁ ପଠାଇ ଦେବା ପାଇଁ ସେ ଭାରତ ସରକାରଙ୍କୁ ଗୁହାରୀ କରିଛନ୍ତି।
ଅନ୍ୟପକ୍ଷରେ ସୀମା ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ମରିଯିବେ ପଛେ ଆଉ ପାକିସ୍ତାନ ଫେରିବେ ନାହିଁ।
ମୁମ୍ବାଇର ଏକ ଆପାର୍ଟମେଣ୍ଟରେ ନାବାଳିକାଜଣକ ନିଜ ପରିବାର ସହ ରହୁଥିବା ବେଳେ ସ୍କୁଲରେ ପଢ଼ୁଥିଲେ। ମାତ୍ର ନାବାଳିକାଙ୍କୁ ଏକୁଟିଆ ପାଇ ସିକ୍ୟୁରିଟି ଗାର୍ଡଜଣକ ଅଧିକାଂଶ ସମୟରେ ତାଙ୍କୁ ଆପାର୍ଟମେଣ୍ଟର ମିଟର ରୁମ୍କୁ ନେଇ ଯାଉଥିଲେ। ତାହା ଲୋକଙ୍କ ଆଢ଼ୁଆଳରେ ରହୁଥିବାରୁ ସେଠାରେ ସେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଉଥିଲେ। ଏଥିସହ ପାଟି ନ ଫିଟାଇବାକୁ ନାଲିଆଖି ଦେଖାଉଥିଲେ।
ପ୍ରାୟ ଦେଢ ବର୍ଷ ଧରି ଏପରି ନିର୍ଯାତିତ ହେବା ପରେ ନାବାଳିକାଜଣକ ନିଜ ପରିବାର ସମ୍ମୁଖରେ ସବୁ ସତ କଥା କହିଥିଲେ। ଏହାପରେ ପରିବାର ଲୋକେ ତୁରନ୍ତ ତାଙ୍କୁ ନେଇ ଥାନାକୁ ଯାଇଥିଲେ। ପୁଲିସ୍ ଘଟଣାର ତଦନ୍ତ କରି ସଙ୍ଗେସଙ୍ଗେ ସମ୍ପୃକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ବାନ୍ଧିଛି।
ଏନେଇ ପୀଡ଼ିତାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ୨ ଜଣଙ୍କୁ ବାନ୍ଧିଛି। ଏହି ଘଟଣାରେ ଆଉ ଜଣେ ଫେରାର ହୋଇ ଯାଇଛନ୍ତି। ଏପରି ଏକ ଅପ୍ରୀତିକର ପରିସ୍ଥିତି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଘଟିଛି।
ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାକୁ ବ୍ୟକ୍ତିଜଣକ ନିଜ ପତ୍ନୀଙ୍କ ଚିକିତ୍ସା ନିମନ୍ତେ ଯାଇଥିଲେ। ସେଠାରେ ତାଙ୍କ ପତ୍ନୀଙ୍କୁ ଓପିଡ଼ିକୁ ନିଆଯାଇଥିବା ବେଳେ ଭିତରକୁ ଯାଇଥିଲେ ନକଲି ଡାକ୍ତର । ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ପତ୍ନୀ ବାହାରକୁ ନ ଆସିବାରୁ ବାହାରେ ଅପେକ୍ଷା କରିଥିବା ସ୍ୱାମୀଙ୍କର ସନ୍ଦେହ ହେଲା। ଏହାପରେ ସେ ଜୋରଜବରଦସ୍ତି ଭିତରକୁ ପଶି ଯାଇଥିଲେ।
ସେଠାରେ ନକଲି ଡାକ୍ତରଜଣକ ତାଙ୍କ ପତ୍ନୀଙ୍କ ସହ ଜୋରଜବରଦସ୍ତ କରୁଥିବା ଦେଖିବାକୁ ପାଇ ଏହାର ସେ ତୀବ୍ର ବିରୋଧ କରିଥିଲେ। ଏହାକୁ ନେଇ ମେଡିକାଲରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ଏନେଇ ବ୍ୟକ୍ତିଜଣକ ଥାନାରେ ଅଭିଯୋଗ କଲେ।
ପୁଲିସ୍ ମେଡିକାଲରେ ପହଞ୍ଚି ଛାନଭିନ କରିବାରୁ ସମ୍ପୃକ୍ତ ନକଲି ଡାକ୍ତରଙ୍କର କୌଣସି ମେଡିକାଲ ସାର୍ଟିଫିକେଟ ନ ଥିବା ଜଣାପଡ଼ିଲା। ତେବେ ବିନା ମେଡିକାଲ ସାର୍ଟିଫିକେଟରେ କିପରି ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଚାକିରି ମିଳିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପୁଲିସ୍ ନକଲି ଡାକ୍ତରଙ୍କ ସମେତ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ହସ୍ପିଟାଲ ମାଲିକ ଫେରାର ଅଛନ୍ତି।
ଯୁଗ୍ମ କମିଶନର(ଟ୍ରାଫିକ) ପ୍ରବୀଣ ପଡୱାଲ କହିଛନ୍ତି, “ରାସ୍ତାରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣର ମାତ୍ରାକୁ ହ୍ରାସ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଏହି ଅଭିଯାନକୁ ସବୁ ଗାଡ଼ି ଚାଳକ ସକାରାତ୍ମକ ଭାବେ ଗ୍ରହଣ କରନ୍ତୁ।
ଆସନ୍ତାକାଲି ଆମ୍ବୁଲାନ୍ସ ଓ ଅଗ୍ନିଶମ ଭଳି ଜରୁରୀ ସେବାରେ ନିୟୋଜିତ ଗାଡ଼ିକୁ ଛାଡ଼ି ଦେଲେ, ଆଉ କେହି ବି ହର୍ଣ୍ଣ ବଜାଇ ପାରିବେ ନାହିଁ। ଯଦି କେହି ନିୟମ ଉଲ୍ଲଙ୍ଘନ କରିବେ, ତା’ହେଲେ ମୋଟର ଭେଇକିଲ ଆକ୍ଟ ଓ ପରିବେଶ ସୁରକ୍ଷା ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
ପୁଲିସ୍ ସୂଚନା ଅନୁଯାୟୀ, ଏକ ହିନ୍ଦୁ ସଙ୍ଗଠନର କାର୍ଯ୍ୟକର୍ତ୍ତା ଅମରଜିତ୍ ସୂରଭେ ଜଣେ ବ୍ୟକ୍ତିଙ୍କ ଏକ ସ୍କ୍ରିନ୍ ସଟ୍ ଆଣି ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ବ୍ୟକ୍ତିଜଣକ ନିଜ ପ୍ରୋଫାଇଲ୍ରେ ଔରଙ୍ଗଜେବଙ୍କ ଫଟୋ ରଖିଥିଲେ। ପୁଲିସ୍ ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ ଉଠାଇ ଆଣି ପଚରାଉଚରା ପରେ ଛାଡ଼ି ଦେଇଥିବା ଜଣାଯାଇଛି। ଏହି ଘଟଣାରେ କେହି ଗିରଫ ହୋଇ ନାହାନ୍ତି।
ଅମରଜିତଙ୍କ ସୂଚନା ଅନୁଯାୟୀ, ଏପରି ପ୍ରୋଫାଇଲ ଫଟୋ ରଖିଥିବା ବ୍ୟକ୍ତିଙ୍କୁ ସେ ତୁରନ୍ତ ଉକ୍ତ ଫଟୋ ବାଦ ଦେବାକୁ କହିଥିଲେ । ମାତ୍ର ବ୍ୟକ୍ତିଜଣକ ଏହା ଶୁଣି ନ ଥିଲେ। ଫଳରେ ସେ ବାଧ୍ୟ ହୋଇ ନଭି ମୁମ୍ବାଇର ଏକ ଥାନାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କଲେ।
କିଛି ଦିନ ହେବ ମୁମ୍ବାଇରେ ସାମ୍ପଦାୟିକ ଦଙ୍ଗା ଲାଗି ରହିଥିବାରୁ ପୁଲିସ୍ ଏହି ଘଟଣା ଉପରେ ତୀକ୍ଷଣ ଦୃଷ୍ଟି ରଖିଛି। ଏକ ସୋଶାଲ ମିଡିଆ ପୋଷ୍ଟରେ ଔରଙ୍ଗଜେବଙ୍କ ପ୍ରଶଂସା କରାଯାଇଥିବା ବେଳେ ମରାଠା ଜାତିକୁ ଅସମ୍ମାନ ପ୍ରଦର୍ଶନ କରାଯାଇଥିଲା। ଏହାକୁ ନେଇ ଗତ ୭ ତାରିଖରେ ମୁମ୍ବାଇର କୋହ୍ଲାପୁର ବନ୍ଦ ଡାକରା ଦିଆଯାଇଥିଲା। ଉକ୍ତ ବନ୍ଦ ସମୟରେ ହିଂସାକାଣ୍ଡ ବି ଘଟିଥିଲା ।
ଏହାକୁ ମରାଠା ସମ୍ପ୍ରଦାୟ ପକ୍ଷରୁ ତୀବ୍ର ବିରୋଧ କରାଯାଉଛି। ଏପରିକି ମରାଠା ଭୂମି ଉପରେ ମୋଗଲ ସମ୍ରାଟଙ୍କ ଏପରି ଗୁଣଗାନକୁ ଆମେ ବରଦାସ୍ତ କରି ପାରୁନି, ଆବଶ୍ୟକ ପଡ଼ିଲେ ଖଣ୍ଡା ଉଠାଇବାକୁ ପଛାଇବୁ ନାହିଁ ବୋଲି ଜଣେ ମରାଠା ସମର୍ଥକ ଖୁଲମଖୁଲା କହିଛନ୍ତି । ତ
ତେଣୁ ଜାତିଆଣ ଭାବ ଥିବା ଫଟୋ, ପୋଷ୍ଟକୁ ପୁଲିସ୍ ଗୁରତର ସହ ନେଇ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
ଗତକାଲି ମହାରାଷ୍ଟ୍ରର ପୁଣେ ଜିଲ୍ଲାର ପନ୍ଦରପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ଅବତାର ଭଗବାନ ବିଠୋବାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଥିଲା। ଏଥିନିମନ୍ତେ ଶହ ଶହ ଭକ୍ତ ଶୋଭାଯାତ୍ରାରେ ସହର ପରିକ୍ରମା କରୁଥିଲେ। ମାତ୍ର ଆଳନ୍ଦିସ୍ଥିତ ଶ୍ରୀ କ୍ଷେତ୍ର ମନ୍ଦିରେ ପ୍ରବେଶକୁ ନେଇ ପୁଲିସ୍ ଓ ଶ୍ରଦ୍ଧାଳୁ ମୁହାଁମୁହିଁ ହୋଇଥିଲେ। ଏଥିରେ ଉତ୍ତ୍ୟକ୍ତ ପୁଲିସ୍ ଶ୍ରଦ୍ଧାଳୁଙ୍କ ଉପରକୁ ଲାଠି ଚାର୍ଜ କରିବାକୁ ପଛାଇ ନାହିଁ ।
ଏନେଇ ସଫେଇ ଦେଇ ପୁଲିସ୍ କହିଛି, ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରମୁହାଁ ହେଉଥିବା ବେଳେ ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ହାଲକା ଲାଠି ଚାର୍ଜ କରିବାକୁ ପଡ଼ିଛି। ପୁଲିସ୍ ସୂଚନା ଅନୁଯାୟୀ, ପରମ୍ପରା ଅନୁଯାୟୀ, ଥରକରେ ମନ୍ଦିରରେ ୭୫ ଜଣଙ୍କୁ ପ୍ରବେଶ ଅନୁମତି ମିଳିଥାଏ । ମାତ୍ର ଏକାଥରେ ପ୍ରାୟ ୪ଶହ ଜଣ ମନ୍ଦିରରେ ପ୍ରବେଶ କରିବାକୁ ଉଦ୍ୟତ ହେବାରୁ ପୁଲିସ୍ ପକ୍ଷରୁ ତାଙ୍କୁ ରୋକିବାକୁ ଚେଷ୍ଟା କରାଯାଇଥିଲା।
ପୁଲିସ୍ର ଏପରି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଶିବସେନା ନେତା ତଥା ବରିଷ୍ଠ ଏମ୍ପି ସଞ୍ଜୟ ରାଉତ ଟ୍ୱିଟ କରି ମହାରାଷ୍ଟ୍ର ସରକାର ଉପରେ ବର୍ଷିଛନ୍ତି। ହିନ୍ଦୁତ୍ୱ ଡିଣ୍ଡିମ ପିଟୁଥିବା ସରକାରର ମୁଖା ଖୋଲିଯିବା ସହ ପର୍ଦ୍ଦାଫାଶ ହୋଇଥିବା ସେ ଟ୍ୱିଟ କରିଛନ୍ତି। ଏଥିସହ ଔରଙ୍ଗଜେବ କ’ଣ ଏହାଠୁ ଅଲଗା ବ୍ୟବହାର କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ମହାରାଷ୍ଟ୍ରରେ ମୋଗଲଙ୍କୁ ପୁର୍ନଜନ୍ମ ହୋଇଥିବା ସେ କହିଛନ୍ତି ।
ଏନସିପି ନେତା ଛଗନ ଭୁଜବଲ ଟ୍ୱିଟ କରି ଶ୍ରୀ କ୍ଷେତ୍ର ଆଳନ୍ଦୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଉପରେ ପୁଲିସ୍ର ଏପରି ଲାଠି ଚାର୍ଜକୁ ବିରୋଧ କରିଛନ୍ତି। ଏଥିସହ ଏହା ବାରକାରୀ ସମ୍ପ୍ରଦାୟ ପ୍ରତି ଘୋର ଅପମାନ ଓ ଏହାକୁ ଆମେ ତୀବ୍ର ନିନ୍ଦା କରୁଥିବା ସେ କହିଛନ୍ତି।
ଏନସିପି ନେତ୍ରୀ ତଥା ଲୋକସଭା ସଦସ୍ୟା ସୁପ୍ରିୟା ସୁଲେ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଏହା ପ୍ରଶାସନିକ ଦକ୍ଷତାର ଅପାରଗତା ବୋଲି କହିଛନ୍ତି। ଏଥିସହ ବିଗତ ବର୍ଷମାନଙ୍କରେ କେବେବି ଏପରି ଘଟଣା ଘଟି ନ ଥିବା ବେଳେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
संतश्रेष्ठ ज्ञानेश्वर माऊलींच्या पालखी सोहळ्याचे आज आळंदीमधून प्रस्थान होत आहे. तत्पूर्वी पोलीस आणि वारकऱ्यांमध्ये तणाव निर्माण झाला. यावेळी पोलिसांनी वाकऱ्यांवर सौम्य लाठीचार्जही केला. pic.twitter.com/gqvy0s5AC9
— Saamana (@SaamanaOnline) June 11, 2023
ଗତକାଲି ମୁମ୍ବାଇ ପୁଲିସ୍ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଜୁନ୍ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ଅଭିଯୁକ୍ତଜଣକ ଫେସବୁକ୍ ଓ ଟ୍ୱିଟର ସହ ସୋଶାଲ ମିଡିଆରେ ଶରଦ ପାୱାରଙ୍କୁ ହତ୍ୟା ଧମକ ଦେଇଥିଲେ। ଏନେଇ ଶରଦ ପାୱାରଙ୍କ ଝିଅ ମୁମ୍ବାଇ ପୁଲିସ୍ରେ ଏକ ମାମଲା ରୁଜୁ କରିଥିଲେ।
ଫେସବୁକ୍ ପୋଷ୍ଟରେ ଲେଖାଥିଲା ଖୁବ୍ ଶୀଘ୍ର ଶରଦ ପାୱାରଙ୍କ ଅବସ୍ଥା ନରେନ୍ଦ୍ର ଦାଭୋଲକରଙ୍କ ପୀରି ହେବ । ମହାରାଷ୍ଟ୍ରରେ ଏକ ସମିତି ଗଠନ କରି ଚର୍ଚ୍ଚାକୁ ଆସିଥିବା ନରେନ୍ଦ୍ର ଦାଭୋଲକରଙ୍କର ୨୦୧୩ ମସିହା ଅଗଷ୍ଟ ୨୦ ତାରିଖରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।
ଶରଦ ପାୱାରଙ୍କୁ ହତ୍ୟା ଧମକ ମିଳିବା ପରେ ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏପରିକି ପାୱାରଙ୍କ ପରି ବରିଷ୍ଠ ନେତାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରାଯିବ, ଆବଶ୍ୟକ ସ୍ଥଳରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଅପରପକ୍ଷେ, ଏପରି ଧମକକୁ କେବେକି ବରଦାସ୍ତ କରାଯିବନି ବୋଲି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶ କହିଛନ୍ତି।
ପ୍ରାୟ ୫ ବର୍ଷ ହେବ ସରସ୍ୱତୀ ଓ ମନୋଜ ଲିଭ ଇନରେ ରହୁଥିଲେ ମଧ୍ୟ ସରସ୍ୱତୀ ମନୋଜଙ୍କୁ ନିଜ ମାମୁ ବୋଲି ସମସ୍ତଙ୍କ ଆଗରେ ପରିଚିତ କରାଉଥିଲେ। ଉଭୟଙ୍କ ମଧ୍ୟରେ କୌଣସି ଶାରୀରିକ ସମ୍ପର୍କ ନ ଥିବା ମନୋଜ ପୁଲିସ୍ ସମ୍ମୁଖରେ କହୁଥିବା ବେଳେ ଉଭୟଙ୍କ ବିବାହ କିନ୍ତୁ ଏକ ମନ୍ଦିରରେ ଶେଷ ହୋଇଥିବା ପୁଲିସ୍ ଜାଣିବାକୁ ପାଇଛି। ହେଲେ ସେମାନେ ରେଜିଷ୍ଟ୍ରି ମ୍ୟାରେଜ କରି ନ ଥିଲେ।
ସରସ୍ୱତୀ ଅନାଥ ବୋଲି ଜଣାପଡ଼ିଥିଲେ ବି ତାଙ୍କର ଭଉଣୀ ଥିବା ଜଣାଯାଇଛି। ପୁଲିସ୍ ତାଙ୍କ ସହ ସମ୍ପର୍କ କରି ସରସ୍ୱତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଚିହ୍ନଟ କରିବାକୁ ତାଙ୍କ ଡିଏନ୍ଏ ଟେଷ୍ଟ କରିଥିବା ଜଣାଯାଇଛି। ଏହାପରେ ଶେଷକୃତ୍ୟ ସମ୍ପନ୍ନ ପାଇଁ ପୁଲିସ୍ ସରସ୍ୱତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହର କିଛି ଅଂଶ ତାଙ୍କ ଭଉଣୀଙ୍କୁ ହସ୍ତାନ୍ତର କରିଛି ।
ସରସ୍ୱତୀଙ୍କୁ ଏପରି ନିର୍ମମ ଭାବେ ହତ୍ୟା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ସେ ଆତ୍ମହତ୍ୟା କରିଥିବା କହିଛନ୍ତି ତାଙ୍କ ଲିଭ- ଇନ୍- ପାର୍ଟନର ମନୋଜ । କୌଣସି ଅପରାଧିକ ପୃଷ୍ଟଭୂମି ନ ଥାଇ ବି ମନୋଜ ପୁଲିସ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଛି। ଏପରିକି ସେ ନିଜ ମନ୍ତବ୍ୟ ବାରମ୍ବାର ବଦଳାଉଥିବା ବେଳେ ତାହା ପରସ୍ପର ବିରୋଧି ହେଉଛି।
ମନୋଜ ଏବେ ପୁଲିସ୍ ଏଚଆଇଭି ସଂକ୍ରମିତ ଥିବା କଥା କହି ଭ୍ରମିତ କରିବାକୁ ଚେଷ୍ଟା କରୁଥିବା ବେଳେ ଏହାଦ୍ୱାରା କିନ୍ତୁ ତଦନ୍ତରେ କିଛି ଫରକ ପଡ଼ିବନି ବୋଲି ପୁଲିସ୍ ଅଧିକାରୀ କହିଛନ୍ତି। କାରଣ ମନୋଜ ଅପରାଧ କରିଥିବା ବେଳେ ଏପରି ମନ୍ତବ୍ୟର ତାହା ସହ କିଛି ସମ୍ପର୍କ ନାହିଁ। କିନ୍ତୁ ତାର ଏଚଆଇଭି ଟେଷ୍ଟ କରାଯିବ ବୋଲି କହିଛନ୍ତି ପୁଲିସ୍ ଅଧିକାରୀ।
ମନୋଜ ପୁଲିସ୍କୁ କହିଛନ୍ତି ଯେ ଜୁନ ୩ରେ ସରସ୍ୱତୀ ବିଷ ପିଇ ଆତ୍ମହତ୍ୟା କରିଥିଲେ। ପୁଲିସ୍ ତାଙ୍କୁ ସରସ୍ୱତୀଙ୍କୁ ହତ୍ୟା କରିବା ଘଟଣାରେ ଫସାଇ ଗିରଫ କରିବ ବୋଲି ଆଶଙ୍କା କରି ସେ ମୃତଦେହକୁ ଟିକଟିକ କରି କାଟି ଦେଇଥିଲେ ଓ ଏହାକୁ ପ୍ରେସର କୁକର୍ରେ ସିଝାଇ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ବୋଲି ପୁଲିସ୍କୁ କହିଛନ୍ତି।
ତେବେ ମନୋଜଙ୍କ କଥାକୁ ପୁଲିସ୍ ବିଶ୍ୱାସ କରୁନାହିଁ। ଏଥିପାଇଁ ସରସ୍ୱତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହର ଯାଞ୍ଚ ପାଇଁ ପୁଲିସ୍ ଏହାକୁ ଜେଜେ ହସ୍ପିଟାଲକୁ ପଠାଇଛି।
ଅହମଦନଗରରେ ଥିବା ଜନକୀବାଈ ଆପଟେ ବାଳିକାଶ୍ରମରେ ରହୁଥିବା ଅନାଥ ସରସ୍ୱତୀ କେବେ ହେଲେ ମନୋଜ ତାଙ୍କ ପ୍ରେମିକ କିମ୍ବା ଲିଭ ଇନ ପାର୍ଟନର ବୋଲି କାହାକୁ କହୁ ନଥିଲେ। ସବୁବେଳେ ମନୋଜ ତାଙ୍କ ମାମୁ ବୋଲି ସେ ସମସ୍ତ ଆଗରେ ପରିଚିତ କରାଇଥିଲେ। ଯେଉଁ ଅନାଥ ଆଶ୍ରମରେ ସରସ୍ୱତୀ ବଡ଼ ହୋଇଥିଲେ ସେଠାକାର ଲୋକମାନେ ମଧ୍ୟ ମନୋଜ ତାଙ୍କ ମାମୁ ବୋଲି ଜାଣିଥିଲେ।
ଜେରା ବେଳେ ମନୋଜ ପୁଲିସ୍କୁ କହିଛନ୍ତି ଯେ ଜୁନ ୩ରେ ସରସ୍ୱତୀ ବିଷ ପିଇ ଆତ୍ମହତ୍ୟା କରିଥିଲେ। ସରସ୍ୱତୀ ଆତ୍ମହତ୍ୟା କରିଥିବା ଜାଣି ମନୋଜ ଭୟଭୀତ ହୋଇ ଯାଇଥିଲେ। ପୁଲିସ୍ ତାଙ୍କୁ ସରସ୍ୱତୀଙ୍କୁ ହତ୍ୟା କରିବା ଘଟଣାରେ ଫସାଇ ଗିରଫ କରିବ ବୋଲି ଆଶଙ୍କା କରିଥିଲେ। ତେଣୁ ସେ ମୃତଦେହକୁ ଟିକଟିକ କରି କାଟି ଦେଇଥିଲେ ଓ ଏହାକୁ ପ୍ରେସର କୁକର୍ରେ ସିଝାଇ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ବୋଲି ପୁଲିସ୍କୁ କହିଛନ୍ତି।
ପୁଲିସ୍ ବୁଧବାର ସନ୍ଧ୍ୟାରେ ସରସ୍ୱତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ମନୋଜଙ୍କ ମୀରା ରୋଡ ସ୍ଥିତ ବାସଭବନରୁ ଜବତ କରିଥିଲା। ଏହାପରେ ମନୋଜଙ୍କୁ ଗିରଫ କରି ପୁଲିସ୍ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରୁଛି। ମନୋଜ ଜେରା ବେଳେ କହିଛନ୍ତି ଯେ ଜୁନ ୩ ତାରିଖରେ ସେ ଘରକୁ ଫେରିଲା ବେଳକୁ ସରସ୍ୱତୀ ତଳେ ପଡ଼ି ରହିଛନ୍ତି।
ତାଙ୍କ ପାଟିରୁ ଫେଣ ମଧ୍ୟ ବାହାରୁ ଥିଲା। ସେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ ସେ ପ୍ରାଣ ହରାଇ ସାରିଥିବା ଜାଣିବାକୁ ପାଇଥିଲେ। ଏହି ଆତ୍ମହତ୍ୟାକୁ ପୁଲିସ୍ ହତ୍ୟାର ରୂପ ଦେଇ ତାଙ୍କୁ ଗିରଫ କରିନେବ ବୋଲି ଆଶଙ୍କା କରି ସେ ମୃତଦେହକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ।
ପ୍ରଥମେ ସେ ସରସ୍ୱତୀଙ୍କ ମୃତଦେହକୁ ଦୁଇଟି ଗଛ କଟା କଟର ଦ୍ୱାରା ଟିକଟିକ କରି କାଟିଦେଇଥିଲେ। ଏହାପରେ ସେ ପ୍ରେସର କୁକର୍ରେ ଏହାକୁ ସିଝାଇ ମାଂସ ଓ ହାଡ଼କୁ ଅଲଗା କରିବାକୁ ଚେଷ୍ଟା କରିଥିଲେ। ଏହାଦ୍ୱାର ଆଉ ଦୁର୍ଗନ୍ଧ ବାହାରିବ ନାହିଁ ବୋଲି ସେ ଆଶା କରିଥିଲେ। ସେ ସରସ୍ୱତୀଙ୍କ ମୃତଦେହର କିଛି ଅଂଶକୁ ଅନ୍ୟତ୍ର ଫିଙ୍ଗି ସାରିଥିଲେ ବୋଲି ମଧ୍ୟ ପୁଲିସ୍କୁ କହିଛନ୍ତି।
ତେବେ ମନୋଜଙ୍କ କଥାକୁ ପୁଲିସ୍ ବିଶ୍ୱାସ କରୁନାହିଁ। ଏଥିପାଇଁ ସରସ୍ୱତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହର ଯାଞ୍ଚ ପାଇଁ ପୁଲିସ୍ ଏହାକୁ ଜେଜେ ହସ୍ପିଟାଲକୁ ପଠାଇଛି।
ଏହାପରେ ସେଗୁଡ଼ିକୁ ପ୍ରେସ କୁକର୍ରେ ସିଝାଇ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ମହାରାଷ୍ଟ୍ର ପୁଲିସ୍ ଏହି ଲୋମହର୍ଷଣକାରୀ ଘଟଣା ସମ୍ପର୍କରେ ବୁଧବାର ସନ୍ଧ୍ୟାରେ ଜାଣିବାକୁ ପାଇଥିଲା। ଏହାପରେ ମନୋଜଙ୍କୁ ଗିରଫ କରିଛି।
ପୁଲିସ୍ ମନୋଜଙ୍କ ଘରୁ ସରସ୍ୱତୀଙ୍କ ମୃତଦେହର କିଛି ଅଂଶ ପାଇଥିବା ବେଳେ ଏବେ ବି ଆଉ କିଛି ଗାଏବ ରହିଛି। ହେଲେ ଏସବୁ ଭିତରେ ସମସ୍ତଙ୍କୁ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ସରସ୍ୱତୀ ଓ ମନୋଜଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ୨୦୧୪ରୁ ଆରମ୍ଭ ହୋଇଥିଲା।
ଏହାପୂର୍ବରୁ ସରସ୍ୱତୀ ଗୋଟିଏ ଅନାଥ ଆଶ୍ରମରେ ରହୁଥିଲେ। ମନୋଜ ତାଙ୍କ ଠାରୁ ବୟସରେ ବହୁତ ବଡ଼ ହୋଇଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୫ ବର୍ଷ ହେଲା ଉଭୟ ଲିଭ ଇନରେ ମଧ୍ୟ ରହୁଥିଲେ।
ହେଲେ ସରସ୍ୱତୀ କେବେ ହେଲେ ମନୋଜ ତାଙ୍କ ପ୍ରେମିକ କିମ୍ବା ଲିଭ ଇନ ପାର୍ଟନର ବୋଲି କାହାକୁ କହୁ ନଥିଲେ। ସବୁବେଳେ ମନୋଜ ତାଙ୍କ ମାମୁ ବୋଲି ସେ ସମସ୍ତ ଆଗରେ ପରିଚିତ କରାଇଥିଲେ। ଯେଉଁ ଅନାଥ ଆଶ୍ରମରେ ସରସ୍ୱତୀ ବଡ଼ ହୋଇଥିଲେ ସେଠାକାର ଲୋକମାନେ ମଧ୍ୟ ମନୋଜ ତାଙ୍କ ମାମୁ ବୋଲି ଜାଣିଥିଲେ।
ଅହମଦନଗରରେ ଥିବା ଜନକୀବାଈ ଆପଟେ ବାଳିକାଶ୍ରମରେ ସରସ୍ୱତୀ ଛୋଟଟି ବେଳୁ ରହୁଥିଲେ। ଏହାପରେ ସେ ମନୋଜଙ୍କ ସହ ୫ ବର୍ଷ ହେଲା ଲିଭ ଇନରେ ଥିଲେ। ବାଳିକାଶ୍ରମର ଜଣେ କର୍ମଚାରୀ କହିଛନ୍ତି, “ସରସ୍ୱତୀ ଆମକୁ କହିଥିଲେ ଯେ ସେ ତାଙ୍କ ମାମୁଙ୍କ ସହ ରହୁଛନ୍ତି। ତାଙ୍କ ମାମୁ ମୁମ୍ବାଇରେ ରହୁଥିବାରୁ ସେ ଆଉ ବାଳିକାଶ୍ରମରେ ରହିବେ ନାହିଁ ବୋଲି ଜଣାଇଥିଲେ।
ଏଥିସହ ସେ ମାମୁ ବୋଲି କହୁଥିବା ବ୍ୟକ୍ତି ଜଣଙ୍କ ଜଣେ ବଡ଼ କପଡ଼ା ବ୍ୟବସାୟୀ ଓ ତାଙ୍କ ପାଖରେ ପ୍ରଚୁର ଟଙ୍କା ରହିଛି ବୋଲି ମଧ୍ୟ ସରସ୍ୱତୀ ଆମକୁ କହିଥିଲେ। ଶେଷଥର ପାଇଁ ୨ ବର୍ଷ ତଳେ ସରସ୍ୱତୀ ବାଳିକାଶ୍ରମକୁ ଆସିଥିଲେ। ଏହି ସମୟରେ ଅତ୍ୟନ୍ତ ଦୁଃଖରେ ଥିବା ତାଙ୍କ ମୁହଁରୁ ଜଣାପଡ଼ିଥିଲା।”
ମନୋଜ ଓ ସରସ୍ୱତୀଙ୍କ ପ୍ରେମ ଗୋଟିଏ ରାସନ ଦୋକାନରୁ ଆରମ୍ଭ ହୋଇଥିଲା। ୨୦୧୪ରେ ଉଭୟ ପରସ୍ପରକୁ ପ୍ରଥମ ଥର ଦେଖିଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ। ମନୋଜ ଉକ୍ତ ରାସନ ଦୋକାନରେ କାମ କରୁଥିଲେ। ଗିରଫ ମନୋଜ ବାହା ହୋଇ ନଥିଲେ। ବୋରିଭାଲିରେ ତାଙ୍କର ଗୋଟିଏ ଘର ରହିଛି। ସେଠାରେ ତାଙ୍କ ପରିବାର କିଛି ଲୋକ ରୁହନ୍ତି।
ତେବେ ମନୋଜଙ୍କ ସମ୍ପର୍କ ପରିବାର ଲୋକଙ୍କ ସହ ନାହିଁ। ମନୋଜ ଯେଉଁ ରାସନ ଦୋକାନରେ କାମ କରୁଥିଲେ ସେଇଟା ମଧ୍ୟ ବୋରିଭାଲିରେ। ମେ’ ୨୯ରୁ ଉକ୍ତ ଦୋକାନ ବନ୍ଦ ରହିଥିଲା ବୋଲି ମନୋଜ ପୁଲିସ୍କୁ କହିଛନ୍ତି।
ବିଗତ ୫ ବର୍ଷ ହେଲା ମନୋଜ ଓ ସରସ୍ୱତୀ ବିଲଡିଂର ୭୦୪ ନମ୍ବର ରୁମରେ ରହୁଥିଲେ। ତେବେ ସେଠାରେ ରହିବା ବେଳେ ଉଭୟଙ୍କ ମଧ୍ୟରେ ବାରମ୍ବାର ପାଟିତୁଣ୍ଡ ମଧ୍ୟ ହେଉଥିଲା। ସେମାନେ ୫ ବର୍ଷ ହେଲା ଏଠାରେ ରହୁଥିଲେ ମଧ୍ୟ ପଡ଼ୋଶୀଙ୍କ ସହ ଖୁବ କମ ମିଶୁଥିଲେ।
ସରସ୍ୱତୀଙ୍କୁ ତାଙ୍କ ଲିଭ ଇନ ପାର୍ଟନର ମନୋଜ ସାଣେ ପ୍ରାୟ ୪ ଦିନ ତଳେ ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ଖଣ୍ଡଖଣ୍ଡ କରି କାଟିବା ସହ ସେଗୁଡ଼ିକୁ ପ୍ରେସ କୁକର୍ରେ ସିଝାଇ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଏପରି ଭୟଙ୍କର ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ସରସ୍ୱତୀଙ୍କୁ ନେଇ କିଛି ତଥ୍ୟ ହାସଲ କରିଛି। ସରସ୍ୱତୀ ଜଣେ ଅନାଥ। ମନୋଜ ଓ ସରସ୍ୱତୀଙ୍କ ପ୍ରେମ ଗୋଟିଏ ରାସନ ଦୋକାନରୁ ଆରମ୍ଭ ହୋଇଥିଲା। ୨୦୧୪ରେ ଉଭୟ ପରସ୍ପରକୁ ପ୍ରଥମ ଥର ଦେଖିଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ। ମନୋଜ ଉକ୍ତ ରାସନ ଦୋକାନରେ କାମ କରୁଥିଲେ।
ପୁଲିସ୍ ଏହି ଘଟଣାରେ ୫୬ ବର୍ଷୀୟ ମୋନୋଜ ସାଣେଙ୍କୁ ଗିରଫ କରଛି। ସେ ତାଙ୍କ ଲିଭ ଇନ ପାର୍ଟନର ସରସ୍ୱତୀ ବୈଦ୍ୟଙ୍କୁ ମୁମ୍ବାଇର ମୀରା ରୋଡରେ ଥିବା ଗୋଟିଏ ଆପାର୍ଟମେଣ୍ଟ ଭିତରେ ହତ୍ୟା କରିଛନ୍ତି। ମନୋଜ ଓ ସରସ୍ୱତୀ ଆକାଶଗଙ୍ଗା ବିଲଡିଂର ୭ମ ଫ୍ଲୋରରେ ଭଡ଼ାରେ ରହୁଥିଲେ। ୫ ବର୍ଷ ହେଲା ଦୁହେଁ ଏକାଠି ଥିବା ବେଳେ ଏବେ ପୂରା ଘଟଣା ଘଟିଛି।
ଜଣେ ପଡ଼ୋଶୀଙ୍କ ସତର୍କତା ଯୋଗୁ ଏହି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ପ୍ରଥମେ ସେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ଜାଣିବାକୁ ପାଇଥିଲେ। ଏହାପରେ କର୍ତ୍ତୃପକ୍ଷ ଓ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ ଯାଞ୍ଚ କରିବା ପରେ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଥିଲା।
ସରସ୍ୱତୀଙ୍କ କିଛି ଖଣ୍ଡବିଖଣ୍ଡିତ ମୃତଦେହ ବାଟିଲରୁ ମିଳିଥିବା ବେଳେ ଆଉ କିଛି ପ୍ରେସର କୁକର୍ରୁ ପୁଲିସ ଜବତ କରିଛି। ଗିରଫ ମନୋଜ ବାହା ହୋଇ ନଥିଲେ। ବୋରିଭାଲିରେ ତାଙ୍କର ଗୋଟିଏ ଘର ରହିଛି। ସେଠାରେ ତାଙ୍କ ପରିବାର କିଛି ଲୋକ ରୁହନ୍ତି।
ତେବେ ମନୋଜଙ୍କ ସମ୍ପର୍କ ପରିବାର ଲୋକଙ୍କ ସହ ନାହିଁ। ମନୋଜ ଯେଉଁ ରାସନ ଦୋକାନରେ କାମ କରୁଥିଲେ ସେଇଟା ମଧ୍ୟ ବୋରିଭାଲିରେ। ମେ’ ୨୯ରୁ ଉକ୍ତ ଦୋକାନ ବନ୍ଦ ରହିଥିଲା ବୋଲି ମନୋଜ ପୁଲିସ୍କୁ କହିଛନ୍ତି।
ବିଗତ ୫ ବର୍ଷ ହେଲା ମନୋଜ ଓ ସରସ୍ୱତୀ ବିଲଡିଂର ୭୦୪ ନମ୍ବର ରୁମରେ ରହୁଥିଲେ। ତେବେ ସେଠାରେ ରହିବା ବେଳେ ଉଭୟଙ୍କ ମଧ୍ୟରେ ବାରମ୍ବାର ପାଟିତୁଣ୍ଡ ମଧ୍ୟ ହେଉଥିଲା। ସେମାନେ ୫ ବର୍ଷ ହେଲା ଏଠାରେ ରହୁଥିଲେ ମଧ୍ୟ ପଡ଼ୋଶୀଙ୍କ ସହ ଖୁବ କମ ମିଶୁଥିଲେ। ଅନେକ ଲୋକ ଏହି ଦମ୍ପତିଙ୍କ ନାଁ ମଧ୍ୟ ହତ୍ୟାକାଣ୍ଡ ପରେ ଜାଣିବାକୁ ପାଇଛନ୍ତି।
ପୁଲିସ୍ ବୁଧବାର ସନ୍ଧ୍ୟା ୭ଟାରେ ରୁମ କବାଟ ଭାଙ୍ଗି ସରସ୍ୱତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରିଥିଲା। ରବିବାର ଠାରୁ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି।
ପୁଲିସ୍ ଏହି ଘଟଣାରେ ୫୬ ବର୍ଷୀୟ ମନୋଜ ସାଣେଙ୍କୁ ଗିରଫ କରଛି। ସେ ତାଙ୍କ ଲିଭ ଇନ ପାର୍ଟନର ସରସ୍ୱତୀ ବୈଦ୍ୟଙ୍କୁ ମୁମ୍ବାଇର ମୀରା ରୋଡରେ ଥିବା ଗୋଟିଏ ଆପାର୍ଟମେଣ୍ଟ ଭିତରେ ହତ୍ୟା କରିଛନ୍ତି। ମନୋଜ ଓ ସରସ୍ୱତୀ ଆକାଶଗଙ୍ଗା ବିଲଡିଂର ୭ମ ଫ୍ଲୋରରେ ଭଡ଼ାରେ ରହୁଥିଲେ। ୩ ବର୍ଷ ହେଲା ଦୁହେଁ ଏକାଠି ଥିବା ବେଳେ ଏବେ ପୂରା ଘଟଣା ସାମ୍ନାକୁ ଆସିଛି।
ତେବେ ଜଣେ ପଡ଼ୋଶୀଙ୍କ ସତର୍କତା ଯୋଗୁ ଏହି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ପ୍ରଥମେ ସେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ଜାଣିବାକୁ ପାଇଥିଲେ। ଏହାପରେ କର୍ତ୍ତୃପକ୍ଷ ଓ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ ଯାଞ୍ଚ କରିବା ପରେ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଥିଲା।
ପୂରା ଘଟଣା ସାମ୍ନାକୁ ଆଣିଥିବା ସୋମେଶ ଶ୍ରୀବାସ୍ତବ କହିଛନ୍ତି, “ପ୍ରଥମେ ମନୋଜଙ୍କ ଘରୁ ଅତ୍ୟନ୍ତ ଭୟଙ୍କର ଦୁର୍ଗନ୍ଧ ବାହାରି ଥିଲା। ଏହା ପଛର କାରଣ ଜାଣିବା ପାଇଁ ମୁଁ ଯାଇଥିଲି। ପ୍ରଥମେ କିଛି ସମୟ କବାଟ ବାଡ଼େଇଥିଲେ ମଧ୍ୟ କେହି ଏହାକୁ ଖୋଲି ନଥିଲେ। ଏହାପରେ ଘର ଭିତରେ କିଛି ସ୍ପ୍ରେ ହେଉଥିବା ଶୁଣିବାକୁ ପାଇଥିଲି।
ସ୍ପ୍ରେ ସରିବା ପରେ ମନୋଜ ବାହାରକୁ ଆସିଥିଲେ। ମନୋଜ ମୋତେ କିଛି କାମରେ ବାହାରକୁ ଯାଉଥିବା କହିଥିଲେ। ହେଲେ ମୋର ସନ୍ଦେହ ହେବାରୁ ପ୍ରଥମେ ମୁଁ ବିଲଡିଂର କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ କହିଥିଲେ। ଏହାପରେ ଆମେ ତୁରନ୍ତ ପୁଲିସ୍କୁ ଖବର ଦେଇଥିଲୁ।
ପୁଲିସ୍ କବାଟ ଭାଙ୍ଗି ରୁମରେ ପଶିଥିଲା। ରୁମ ଭିତରେ ଦୁଇଟି କଟର ରହିଥିଲା। ପୁଲିସ ରୋଷେଇ ଘରୁ ୩ଟି ବାଲଟି ପାଇଥିଲା। ଏହି ବାଲଟିଗୁଡ଼ିକରେ ମନୋଜ ମୃତଦେହକୁ କାଟିବା ପରେ ରଖିଥିଲେ।” ମନୋଜ ଓ ସରସ୍ୱତୀ ୩ ବର୍ଷ ହେଲା ସେଠାରେ ରହୁଥିଲେ ମଧ୍ୟ କାହା ସହ ବେଶୀ ମିଶୁ ନଥିଲେ।
ପୁଲିସ୍ ଦୁଇଟି ଯାକ କଟରକୁ ଜବତ କରିବା ସହ ମନୋଜଙ୍କ ଘରେ ଫରେନ୍ସିକ ଟିମ ଯାଞ୍ଚ କରି ବିଭିନ୍ନ ପ୍ରମାଣ ସଂଗ୍ରହ କରିଛି। ମିଳିଥିବା ମୃତଦେହରୁ କିଛି ଅଂଶ ଗାଏବ ରହିଛି। ତେଣୁ ମନୋଜ ଏହାକୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଅଞ୍ଚଳରେ ଫିଙ୍ଗି ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।
ପାରିପାର୍ଶ୍ୱିକ ସ୍ଥିତିରୁ ମହିଳାଙ୍କ ମୃତ୍ୟୁ ପ୍ରାୟ ୪ ଦିନ ପୂର୍ବରୁ ହୋଇଥିବା ଜଣାପଡ଼ିଥିବା ବେଳେ ସେଥିରୁ ଉତ୍କଟ ଦୁର୍ଗନ୍ଧ ବାହାରୁଥିଲା। ପୁଲିସ୍ ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପୁଲିସ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜଙ୍କ ସହ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ବି ଗିରଫ କରିଛି। ତେବେ ହତ୍ୟା ପଛର କାରଣ ଜଣାପଡ଼ିନି।
ଉଭୟ ସରସ୍ୱତୀ ଓ ମନୋଜଙ୍କ ମଧ୍ୟରେ କିଛି ଦିନ ହେବ ସମ୍ପର୍କ ଭଲ ନ ଥିବା ବେଳେ ପାଟିତୁଣ୍ଡ ବି ହେଉଥିବା ପଡ଼ୋଶୀ ପୁଲିସ୍କୁ ସୂଚନା ଦେଇଛନ୍ତି। ତେବେ ହତ୍ୟା ପଛର କାରଣ କ’ଣ? କ’ଣ ପାଇଁ ବ୍ୟକ୍ତିଜଣଙ୍କ ଏପରି ଜଘନ୍ୟ କାଣ୍ଡ ଘଟାଇଲେ ସେ ନେଇ ପାଟି ଫିଟାଇ ନାହାନ୍ତି।
ମୃତ ମହିଳାଜଣକ ସରସ୍ୱତୀ ବିଦ୍ୟା ହୋଇଥିବା ବେଳେ ତାଙ୍କୁ ନିର୍ମମ ଭାବେ ହତ୍ୟା ଅଭିଯୋଗରେ ପୁଲିସ୍ ତାଙ୍କ ପୁରୁଷ ବନ୍ଧୁ ମନୋଜ ସାହାଣିଙ୍କୁ ଗିରଫ କରିଛି। ଉଭୟ ମନୋଜ ଓ ସରସ୍ୱତୀ ମୁମ୍ବାଇର ଗୀତା ନଗରସ୍ଥିତ ଗୀତା ଆକାଶଦୀପ ବିଲ୍ଡିଂରେ ଗତ ୩ ବର୍ଷ ହେବ ଲିଭ- ଇନ୍ରେ ରହୁଥିଲେ। ମାତ୍ର ଗତ କିଛି ଦିନ ହେବ ପଡ଼ୋଶୀ ସରସ୍ୱତୀଙ୍କୁ ଦେଖିବାକୁ ପାଉ ନ ଥିବା ବେଳେ ତାଙ୍କ ଘରୁ ଏକ ଦୁର୍ଗନ୍ଧ ଆସୁଥିବା ଜାଣିବାକୁ ପାଇଲେ। ଏନେଇ ସେମାନେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାହା ଦେଖିଲା ତାଜୁବ ହୋଇ ରହିଥିଲା।
ଘରେ ସରସ୍ୱତୀଙ୍କ ମୃତଦେହ ଖଣ୍ଡବିଖଣ୍ଡିତ ହୋଇ ପଡ଼ିଥିବା ବେଳେ ତାହାକୁ ଗଛ କଟା ମେଶିନ ସାହାଯ୍ୟରେ ଟିକି ଟିକି କରି କଟା ଯାଇଥିବା ଦେଖିବାକୁ ମିଳିଥିଲା। ଏହାବାଦ ମୃତଦେହର କିଛି ଅଂଶ ପ୍ରେସର କୁକରରେ ଥିବା ବେଳେ ତାହାକୁ ସିଝା ଯାଇଥିବା ପୁଲିସ୍ ଦେଖିଲା ।
ପାରିପାର୍ଶ୍ୱିକ ସ୍ଥିତିରୁ ମହିଳାଙ୍କ ମୃତ୍ୟୁ ପ୍ରାୟ ୪ ଦିନ ପୂର୍ବରୁ ହୋଇଥିବା ଜଣାପଡ଼ିଥିବା ବେଳେ ସେଥିରୁ ଉତ୍କଟ ଦୁର୍ଗନ୍ଧ ବାହାରୁଥିଲା। ପୁଲିସ୍ ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପୁଲିସ୍ ଏଡି ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜଙ୍କ ସହ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ବି ଗିରଫ କରିଛି। ତେବେ ହତ୍ୟା ପଛର କାରଣ ଜଣାପଡ଼ିନି।
ଉଭୟ ସରସ୍ୱତୀ ଓ ମନୋଜଙ୍କ ମଧ୍ୟରେ କିଛି ଦିନ ହେବ ସମ୍ପର୍କ ଭଲ ନ ଥିବା ବେଳେ ପାଟିତୁଣ୍ଡ ବି ହେଉଥିବା ପଡ଼ୋଶୀ ପୁଲିସ୍କୁ ସୂଚନା ଦେଇଛନ୍ତି। ତେବେ ହତ୍ୟା ପଛର କାରଣ କ’ଣ , କ’ଣ ପାଇଁ ବ୍ୟକ୍ତିଜଣକ ଏପରି ଜଘନ୍ୟ କାଣ୍ଡ ଘଟାଇଲେ ସେ ନେଇ ପାଟି ଫିଟାଇ ନାହାନ୍ତି।
ପ୍ରଦୀପ ଶର୍ମା ପୂର୍ବରୁ ଜାମିନ ପାଇଁ ବାରମ୍ବାର ଆବେଦନ କରୁଥିବା ବେଳେ ବମ୍ବେ ହାଇକୋର୍ଟରେ ତାହାକୁ ଖାରଜ କରି ଦେଉଥିଲେ। କିନ୍ତୁ ଚଳିତ ଥର ଜାମିନ ପାଇଁ କରିଥିବା ଆବେଦନପତ୍ରରେ ସେ ଅସୁସ୍ଥ ପତ୍ନୀଙ୍କ ବିଷୟରେ ଉଲ୍ଲେଖ କରିଥିଲେ । ପ୍ରଦୀପ ଉଲ୍ଲେଖ କରିଥିଲେ ଯେ, ଅସୁସ୍ଥ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଖୁବ୍ ଜଲଦି ଅସ୍ତ୍ରୋପଚାର କରା ନ ଗଲେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯିବ । ଏହାକୁ ଆଖି ଆଗରେ ରଖି କୋର୍ଟ ତାଙ୍କୁ ୩ ସପ୍ତାହ ପାଇଁ ଜାମିନ ମଞ୍ଜୁର କରିଛନ୍ତି।
ଶିଳ୍ପପତୀ ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ବାସଭବନ ନିକଟରୁ ୨୦୨୧ ମସିହା ଫେବୃଆରୀରେ ବିସ୍ଫୋରକ ଖଚିତ ଗାଡ଼ି ମିଳିବା ଘଟଣାରେ ଏନଆଇଏ ପ୍ରଦୀପ ଶର୍ମାଙ୍କୁ ଗିରଫ କରିଥିଲା। ମୁମ୍ବାଇର ପୂର୍ବତନ ପୁଲିସ୍ ଅଧିକାରୀ ସଚିନ ବାଜେଙ୍କର ପ୍ରଦୀପ ଥିଲେ ଘନିଷ୍ଠ ସହଯୋଗୀ । ତେଣୁ ତାଙ୍କର ମଧ୍ୟ ବିସ୍ଫୋରକ ଠାବ ଓ ମନସୁଖଙ୍କ ହତ୍ୟା ମାମଲାରେ ହାତ ଥିବା ସନ୍ଦେହରେ ଏନଆଇଏ ତାଙ୍କୁ ଗିରଫ କରିଥିଲେ।
ଏନଆଇଏ ବମ୍ବେ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ, ମନସୁଖ ହିରେନଙ୍କୁ ମାରିବା ପାଇଁ ପୂର୍ବତନ ପୁଲିସ ଅଧିକାରୀ ସଚିନ ବାଜେ ସୁପାରି କିଲର ସହ ଡିଲ୍ କରିଥିଲେ । ଏହି ସୁପାରୀ କିଲର ହେଉଛନ୍ତି ତାଙ୍କର ସହଯୋଗୀ ତଥା ପୂର୍ବତନ ପୁଲିସ ଅଧିକାରୀ ପ୍ରଦୀପ ଶର୍ମା । ହତ୍ୟା ପାଇଁ ପ୍ରଦୀପ ୪୫ ଲକ୍ଷ ଟଙ୍କା ସଚିନ ବାଜେଙ୍କ ପାଖରୁ ନେଇଥିଲେ। ଆଉ ଡିଲ୍ ଅନୁଯାୟୀ ଏକ ନଦୀରେ ମନସୁଖଙ୍କୁ ହତ୍ୟା କରି ଫିଙ୍ଗିଦେଇଥିଲେ ।
ମାତ୍ର ନିଜ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ପ୍ରଦୀପ ଶର୍ମା ଖଣ୍ଡନ କରିବା ସହ ପୁଲିସ୍ ବିଭାଗର ଅନ୍ତରୀଣ ଶତ୍ରୁତାରେ ଛନ୍ଦି ହୋଇ ବନ୍ଧା ହୋଇଥିବା କହିଥିଲେ।
ସୂଚନାଯୋଗ୍ୟ, ୧୯୮୩ରେ ସବ ଇନସପେକ୍ଟର ଭାବେ ପ୍ରଦୀପ ମୁମ୍ବାଇ ପୁଲିସ୍ରେ ଯୋଗଦେଇଥିଲେ। ସେ ପ୍ରାୟ ୧୧୩ଟି ଏନକାଉଣ୍ଟରରେ ସାମିଲ ହୋଇଥିଲେ। ତେବେ ସେ ୨୦୧୯ରେ ସ୍ୱେଚ୍ଛାକୃତ ଅବସର ନେଇ ଶିବସେନାରେ ଯୋଗଦେଇଥିଲେ। ପ୍ରଦୀପ ନାଲା ସୁପାରା ବିଧାନସଭା ଆସନରୁ ଶିବସେନା ଟିକେଟରେ ନିର୍ବାଚନ ଲଢ଼ିଥିଲେ ହେଁ ପରାସ୍ତ ହୋଇଥିଲେ।
ମୁମ୍ବାଇର କୁର୍ଲାର ନେହରୁ ନଗର ଥାନାରେ ୩୦ ବର୍ଷୀୟ ଶୀତଲ ସବ୍-ଇନ୍ସପେକ୍ଟର ଭାବେ କାମ କରୁଥିଲେ। ତେବେ ସେ ପ୍ରାୟ ଦେଢ଼ ବର୍ଷ ହେବ ଛୁଟିରେ ଥିଲେ। ବର୍ଷେରୁ ଅଧିକ ସମୟ ଛୁଟିରେ ରହିବା କାରଣରୁ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ ହୋଇଥିଲା। ତେବେ ତାଙ୍କର ଏପରି ମୃତ୍ୟୁ ପଛର କାରଣ କ’ଣ ତାହା ଜଣାପଡ଼ିନି।
ନେହରୁ ନଗରର ଏକ ଆପାର୍ଟମେଣ୍ଟର ପଞ୍ଚମ ତାଲାରେ ଏକ ଫ୍ଲାଟରେ ଏକୁଟିଆ ରହୁଥିଲେ ଶୀତଲ। ସେ ପାଖ ପଡ଼ୋଶୀଙ୍କ ସହିତ ବେଶି ମିଶାମିଶି କରୁ ନ ଥିଲେ। ତାଙ୍କ ଫ୍ଲାଟର କବାଟ କିଛି ଦିନ ହେବ ବନ୍ଦ ରହିଥିବା ବେଳେ ସେଥିରୁ ଦୁର୍ଗନ୍ଧ ବାହାରୁଥିବା ନେଇ ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଭିତରେ ପଶି ଶୀତଲଙ୍କ ମୃତଦେହ ଚଟାଣରେ ପଡ଼ିଥିବା ଦେଖିବାକୁ ପାଇଥିଲା। ଉକ୍ତ ମୃତଦେହ ପଚି ଗନ୍ଧ ବାହାରୁଥିଲା। ତେଣୁ ପ୍ରାୟ ୪/୫ ଦିନ ପୂର୍ବରୁ ଶୀତଲଙ୍କ ମୃତ୍ୟୁ ହୋଇଥିବା ପୁଲିସ୍ ଅନୁମାନ କରୁଛି। ମୃତଦେହ ନିକଟରୁ କୌଣସି ସୁଇସାଇଡ ନୋଟ ମିଳି ନ ଥିବାରୁ ଏହା ଆତ୍ମହତ୍ୟା ନା ଆଉ କିଛି ତାହା ସ୍ପଷ୍ଟ ହୋଇ ପାରିନି।
ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ଘଟଣାର ତଦନ୍ତ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଶୀତଲଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି।
ସେ ଏକଦା ଗୋଟିଏ କପଡ଼ା ଷ୍ଟୋରରେ କାମ କରୁଥିଲେ। ୨୦୦୭ରେ ସେ ଏହାର ମାଲିକଙ୍କ ଠାରୁ ୪୦ ହଜାର ଟଙ୍କା ହଡ଼ପ କରି ଫେରାର ହୋଇଯାଇଥିଲେ। ପୁଲିସ୍ ସେବେଠାରୁ ତାଙ୍କୁ ଖୋଜୁ ଥିବା ବେଳେ ଏବେ ସେ ଧରାପଡ଼ିଛନ୍ତି।
ଟଙ୍କା ହଡ଼ପ କରିବା ପରେ ଅଭିଯୁକ୍ତ ଜଣଙ୍କ ଗୁଜରାଟର କଚ୍ଚ ଚାଲି ଯାଇଥିଲେ। ସେଠାରେ ନିଜର ପରିଚୟ ବଦଳାଇ ରହିଥିଲେ। ଅଭିଯୁକ୍ତ ଜଣଙ୍କ ହେଲେ ପ୍ରବୀଣ ଆଶୁଭା ଜାଡେଜା ଓରଫ ପ୍ରବୀଣ ସିଂହ ଓରଫ ପ୍ରଦୀପ ସିଂହ ଆଶୁଭା ଜାଡେଜା। ଠକେଇ ଓ ପୁଲିସ୍କୁ ବିଭ୍ରାନ୍ତ କରିବା ଭଳି ଦଫା ତାଙ୍କ ନାଁରେ ଲାଗିଛି। ଗିରଫର କିଛି ଦିନ ପରେ ଅବଶ୍ୟ କୋର୍ଟରୁ ସେ ଜାମିନ ପାଇଥିଲେ। କିନ୍ତୁ ଜାମିନ ପାଇବା ପରେ ସେ ମୁମ୍ବାଇରୁ ଫେରାର ହୋଇଯାଇଥିଲେ ଓ କୋର୍ଟରେ ହାଜର ହୋଇ ନଥିଲେ। ତେଣୁ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଥିଲେ।
୨୦୦୭ରେ ପ୍ରବୀଣ ଗୋଟିଏ କପଡ଼ା ଦୋକାନରେ ସେଲ୍ସମ୍ୟାନ ଭାବେ କାମ କରୁଥିଲେ। ଗୋଟିଏ ଦିନ ଦୋକାନ ମାଲିକ ତାଙ୍କୁ ଜଣେ ବ୍ୟବସାୟୀଙ୍କ ଠାରୁ ୪୦ ହଜାର ଟଙ୍କା ଆଣିବାକୁ ପଠାଇଥିଲେ। ସେ ଉକ୍ତ ବ୍ୟବସାୟୀଙ୍କ ଠାରୁ ଟଙ୍କା ଆଣିଥିଲେ ହେଁ ପୁଲିସ୍ ଓ ନିଜ ମାଲିକଙ୍କୁ ମିଛ କହିଥିଲେ। ସେ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଆସୁଥିବା ବେଳେ ଟଏଲେଟ ନିକଟରୁ କେହି ଏହାକୁ ନେଇ ଯାଇଥିବା ସମସ୍ତଙ୍କୁ ଜଣାଇଥିଲେ।
ତେବେ ତଦନ୍ତ ପରେ ଜଣାପଡ଼ିଥିଲା ଯେ ପ୍ରବୀଣ ନିଜ ପାଖରେ ଟଙ୍କା ରଖିବା ସହ ପୁଲିସକୁ ମିଛ କହିଥିଲେ। ଏହାପରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ସେ ଜାମିନ ପାଇବା ପରେ ମୁମ୍ବାଇରୁ ଫେରାର ହୋଇଯାଇଥିଲେ। ସେବେଠାରୁ ପୁଲିସ୍ ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲା।
ଏସବୁ ଭିତରେ ୧୫ ବର୍ଷ ବିତି ଯାଇଥିଲା। କିଛି ଦିନ ତଳେ ପୁଲିସ ପୁଣି ପ୍ରବୀଣଙ୍କୁ ଖୋଜିବା ଆରମ୍ଭ କରିଥିଲା। ଏହି ସମୟରେ ତାଙ୍କର ଜଣେ ସହଯୋଗୀଙ୍କୁ ପୁଲିସ ଜେରା କରିଥିଲେ। ଏତିକି ବେଳେ ପ୍ରବୀଣ ଗୁଜରାଟର କଚ୍ଚରେ ରହୁଥିବା ଜଣାପଡ଼ିଥିଲା। ପୁଲିସ୍ ନିଜକୁ ଏଲଆଇସି ଏଜେଣ୍ଟ ଭାବେ ପରିଚୟ ଦେଇ ପ୍ରବୀଣଙ୍କୁ ମୁମ୍ବାଇ ଡାକିଥିଲା। ଏହାପରେ ସେ ପିନ୍ଧିଥିବା ଦୁଇଟି ସୁନା ଦାନ୍ତ ବଳରେ ପୁଲିସ୍ ତାଙ୍କୁ ଚିହ୍ନଟ କରି ଗିରଫ କରିଥିଲା।
ଏହି ପୁଲିସ୍ ଅଧିକାରୀଙ୍କ ନାଁ ମହେନ୍ଦ୍ର ନର୍ଲେକର। ସେ ଯୋଗେଶ୍ୱରୀ ଥାନାର ଜଣେ ବରିଷ୍ଠ ଇନ୍ସପେକ୍ଟର। ସୋଶାଲ୍ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସେ ଯେଉଁ ଅପରାଧୀକୁ କେକ୍ ଖୁଆଉଛନ୍ତି, ତା ନାଁ ଡାନିଶ ଶେଖ୍। ତା’ ନାଁରେ ହତ୍ୟା ଉଦ୍ୟମ ସମେତ ଆହୁରି ଅନେକ ମାମଲା ରହିଛି। ଅତୀତରେ ସେ ଯୋଗେଶ୍ୱରୀ ଥାନା ପୁଲିସ୍ ଦ୍ୱାରା ଗିରଫ ମଧ୍ୟ ହୋଇଥିଲା।
ବରିଷ୍ଠ ଇନ୍ସପେକ୍ଟର ମହେନ୍ଦ୍ର ନର୍ଲେକର ଡାନିଶକୁ ତା’ ଜନ୍ମଦିନ ପାଳନ ଅବସରରେ କେକ୍ ଖୁଆଇ ଦେଉଥିବା କୁହାଯାଉଛି। ୧୫ ସେକେଣ୍ଡର ଏହି ଭିଡିଓଟି ଏକ ହାଉସିଂ ସୋସାଇଟିର ଅଫିସ୍ରେ ଉତ୍ତୋଳନ କରାଯାଇଥିବା କୁହାଯାଇଛି।
ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମହେନ୍ଦ୍ର ନର୍ଲେକର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏହା ଏକ ପୁରୁଣା ଭିଡିଓ। ଏକ ଉଚ୍ଛେଦ କାର୍ଯ୍ୟ ପାଇଁ ମୁଁ ସେହି ସୋସାଇଟିକୁ ଯାଇଥିଲି। ସେହି ସମୟରେ ସୋସାଇଟିର କିଛି ବରିଷ୍ଠ ନାଗରିକ ସେମାନଙ୍କ ଅଫିସ୍କୁ ଆମନ୍ତ୍ରଣ କରିଥିଲେ। ମୁଁ ସେଠାକୁ ଯାଇଥିଲି। କିନ୍ତୁ ଡାନିଶ ସେଠାରେ କେକ୍ ସହିତ ଉପସ୍ଥିତ ଥିବା ସଂପର୍କରେ ମୁଁ ଅବଗତ ନଥିଲି।
ମୁମ୍ବାଇ ପୁଲିସ୍ର ଡେପୁଟି କମିଶନର (ଜୋନ୍ ୧୦) ମହେଶ ରେଡ୍ଡୀ କହିଛନ୍ତି ଯେ ଏହି ଘଟଣାରେ ଏକ ପ୍ରାଥମିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆସରିଛି।
Birthday of MAFIA Don celebrated at Jogeshwari police station.
Thackeray Sarkar's Police Crime Branch, Sachin Vaze involve in VASOOLI
Mumbai police takes SUPARI to kill Mansukh Hiran
Home Minister Maharashtra & Commissioner of Police accuses each other of taking Haptas Bribe pic.twitter.com/qcOUTavFGL
— Kirit Somaiya (@KiritSomaiya) July 15, 2021
ଏବେ ଗୌତମ ବୁଦ୍ଧ ନଗର ପୁଲିସ ଗ୍ରେଟର ନୋଏଡାରେ ନକଲି ଔଷଧ ପ୍ୟାକିଂ ହେଉଥିବା ଗୋଟିଏ ଫ୍ୟାକ୍ଟ୍ରୀ ଉପରେ ଚଢ଼ଉ କରି ପୂରା କାରବାରର ପର୍ଦ୍ଦାଫାସ କରିଛି। ଏହି ଫ୍ୟାକ୍ଟ୍ରୀଟି ବନ୍ଦ ଥିଲେ ମଧ୍ୟ ଏହା ମଧ୍ୟରେ ନକଲି ଔଷଧକୁ ପ୍ୟାକିଂ କରି ବିଭିନ୍ନ ରାଜ୍ୟକୁ ପଠା ଯାଉଥିଲେ। ଏଥିରେ କରୋନା ଚିକତ୍ସା ପାଇଁ ବ୍ୟବହୃତ ନକଲି ଔଷଧ ମଧ୍ୟ ରହିଥିଲା।
ଘଟଣା ସ୍ଥଳରୁ ଆଜିଥ୍ରୋମାଇସିନ ଓ ଫାଭିପିରାଭିର ଭଳି ଔଷଧର ପ୍ୟାକେଜିଂ ସାମଗ୍ରୀ ସହ ବିଭିନ୍ନ ପ୍ରକାରର ଔଷଧ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ। ସେହିପରି ୨୫ ଲକ୍ଷ ଟଙ୍କାର ନକଲି ଟ୍ୟାବଲେଟ୍ ମଧ୍ୟ ପୁଲିସ୍ ଜବତ କରିଛି।
ମୁମ୍ବାଇ ପୁଲିସ୍ ନକଲି ଔଷଧ କାରବାର କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ଭୟରେ ଦୁଇ ଦିନ ତଳେ ହିଁ ଏହି ଫ୍ୟାକ୍ଟ୍ରୀଟି ବନ୍ଦ ହୋଇଥିଲା। ଉଦ୍ୟୋଗ କେନ୍ଦ୍ରରର ୨୪୧ଠାରେ ଥିବା ଏହି ଫ୍ୟାକ୍ଟ୍ରୀ ଉପରେ ଇକୋଟେକ ୩ ପୁଲିସ୍ର ଗୋଟିଏ ଟିମ, ଡ୍ରଗ ଇନସପେକ୍ଟର ଭୈବଭ ବାବର ଓ ତହସିଲଦାର ସଚିନ ପାୱର ଚଢ଼ଉ କରିଥିଲେ। ଏହି ଫ୍ୟାକ୍ଟ୍ରୀ ଚଳାଇବାକୁ ଶେଷପାଲ ଶର୍ମାଙ୍କୁ ଅନୁମତି ମିଳିଥିଲା।
ତେବେ ସେ କାହାକୁ ଏହା ଭଡ଼ାରେ ଦେଇଥିଲେ କି ନାହିଁ, ତା’ର ତଦନ୍ତ ଆରମ୍ଭ ହୋଇଛି। ଇକୋଟେକ ପୁଲିସ୍ ଶେଷପାଲ ଶର୍ମାଙ୍କୁ ସମନ ମଧ୍ୟ କରିଛି। ଇକୋଟେକ ଏସଏଚ୍ଓ ଭୁବନେଶ କୁମାର କହିଛନ୍ତି, ବିପୁଳ ପରିମାଣର ଖୋଲା ଟ୍ୟାବଲେଟ, ପ୍ୟାକେଜିଂ ସାମଗ୍ରୀ, ୱାରପର୍ସ ଓ ପ୍ୟାକେଜିଂ ମେସିନ ଘଟଣା ସ୍ଥଳରୁ ଜବତ କରାଯାଇଛି। ଆମେ ଫ୍ୟାକ୍ଟ୍ରୀର ମାଲିକ ଶେଷପାଲ ଶର୍ମାଙ୍କୁ ସମନ କରିଛୁ। ହେଲେ ସେ ଏଯାଏ କୌଣସି ଉତ୍ତର ଦେଇନାହାନ୍ତି ବୋଲି ଭୁବନେଶ କହିଛନ୍ତି।
ଆଡିସନାଲ ଡିସିପି(କେନ୍ଦ୍ରୀୟ ନୋଏଡା) ଅଙ୍କୁର ଅଗ୍ରୱାଲ କହିଛନ୍ତି, କୋଭିଡ ଚିକତ୍ସାରେ ବ୍ୟବହୃତ ନକଲି ଔଷଧ ଏଠାରେ ତିଆରି କରାଯାଉଥିଲା। ଏଠାରୁ ଏଗୁଡ଼ିକୁ ବିଭିନ୍ନ ସ୍ଥାନକୁ ସପ୍ଲାଏ କରାଯାଉଥିଲା। ମୁମ୍ବାଇ ଓ ମୀରଟରୁ ଏକାଧିକ ଲୋକଙ୍କୁ ମହାରାଷ୍ଟ୍ର ପୁଲିସ୍ ଗିରଫ କରିବା ପରେ ଏପରି ରେଡ୍ କରାଯାଇଥିଲା। ତଦନ୍ତକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଏହା ବନ୍ଦ ରହିଥିଲା। ତାଲା ଭାଙ୍ଗି ଅଧିକାରୀମାନେ ରେଡ୍ କରିବା ପରେ ଏପରି ସବୁ ସମାଗ୍ରୀ ଫ୍ୟାକ୍ଟ୍ରୀ ମଧ୍ୟରୁ ମିଳିଥିଲା।
ସୋଶାଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଦୁଇ ଭଉଣୀ ଦୁଇ ଗୋଷ୍ଠୀ ମଧ୍ୟରେ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ବାନ୍ଦ୍ରା ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ମୁନାୱରୱାଲି ସାହିଲ ଏ ସୟଦଙ୍କ ଅଭିଯୋଗ କ୍ରମେ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। କଙ୍ଗନାଙ୍କ ଆପତ୍ତିଜନକ ମନ୍ତବ୍ୟ ହିନ୍ଦୁ ଏବଂ ମୁସଲମାନ ମଧ୍ୟରେ ସାମ୍ପ୍ରଦାୟିକ ମତଭେଦ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ରହିଛି।
ମୁମ୍ବାଇ ପୁଲିସ ଏହାପରେ ଦୁଇ ଭଉଣୀଙ୍କୁ ସମନ୍ କରିଥିଲା। ହେଲେ ଭାଇର ବାହାଘର ଥିବା କହି ସ୍ଥଗିତ ରଖିବାକୁ ଦୁଇ ଭଉଣୀ ମୁମ୍ୱାଇ ପୁଲିସକୁ କହିଥିଲେ। ସେତେବେଳେ ୯ ନଭେମ୍ବରରେ କଙ୍ଗନାଙ୍କୁ, ରଙ୍ଗୋଲିଙ୍କୁ ୧୦ ନଭେମ୍ବରରେ ସମନ ହୋଇଥିଲା।
ଅଭିଯୋଗକାରୀ ହେଉଛନ୍ତି ବଲିଉଡର କାଷ୍ଟିଂ ନିର୍ଦ୍ଦେଶକ ତଥା ଫିଟନେସ୍ ପ୍ରଶିକ୍ଷକ। କଙ୍ଗନା ଏବଂ ରଙ୍ଗୋଲିରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅସମ୍ମାନ କରୁଥିବା ସେ ଅଭିଯୋଗ କରିଥିଲେ। ଏମିତିକି କଳାକାରଙ୍କ ବ୍ୟକ୍ତିଗତ ଜୀବନ, ସାମ୍ପ୍ରଦାୟିକ ପକ୍ଷପାତିତା ଭଳି ବିବୃତ୍ତି କଙ୍ଗାନ ଏବଂ ତାଙ୍କ ଭଭଣୀ ସୋଶାଲ ମିଡିଆରେ ଲେଖୁଥିଲେ ବୋଲି ଅଭିଯୋଗ ହୋଇଛି।
ବାନ୍ଦ୍ରା ପୁଲିସର ଜଣେ ବରିଷ୍ଠ ଇନସ୍ପେକ୍ଟର ନିଖିଲ କାପସେ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ସତ୍ୟପାଠରେ ସେ କହିଛନ୍ତି ଯେ, ମୁମ୍ବାଇ ପୁଲିସ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ତାଙ୍କ ଭଉଣୀମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ସିବିଆଇ ତଦନ୍ତକୁ କୌଣସି ପ୍ରକାର ପ୍ରଭାବିତ କରିବାକୁ ଚେଷ୍ଟା କରିନାହିଁ। କୋର୍ଟକୁ ମୁମ୍ବାଇ ପୁଲିସ କହିଛି ଯେ, ଏହି ଏଫଆଇଆର ରୁଜୁ ହେବା ଦ୍ୱାରା ଅପରାଧ ପ୍ରକାଶ ପାଇଛି।
ମୁମ୍ବାଇ ପୁଲିସ ଏହି ଏଫଆଇଆରକୁ ନେଇ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛି। ମାମଲା ରୁଜୁ କରିବା ପୁଲିସର କର୍ତ୍ତବ୍ୟ ବୋଲି ସତ୍ୟପାଠରେ କୁହାଯାଇଛି। ଏହାଛଡ଼ା ସୁଶାନ୍ତ ଏବଂ ତାଙ୍କ ଭଉଣୀମାନଙ୍କ ମାନସମ୍ମାନକୁ ନଷ୍ଟ କରିବାରୁ ଚେଷ୍ଟା କରାଯାଉଥିବା ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛି ମୁମ୍ବାଇ ପୁଲିସ। ଏହାସହ ଏହି ସତ୍ୟପାଠରେ ମୁମ୍ବାଇ ପୁଲିସ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂହ ଏବଂ ମିତୁ ସିଂହଙ୍କ ପକ୍ଷରୁ ଦାଖଲ ଯାଚିକାକୁ ଖାରିଜ କରିବାକୁ ମଧ୍ୟ କୋର୍ଟକୁ ଅନୁରୋଧ କରିଛି।
ପୁଲିସ ସତ୍ୟପାଠରେ କହିଛି ଯେ, ରିୟାଙ୍କ ପକ୍ଷରୁ ପ୍ରଥମେ ଅଭିଯୋଗ କରାଯିବା ପରେ ପ୍ରିୟଙ୍କା ଏବଂ ମିତୁଙ୍କ ନାଁରେ ମାମଲା ରୁଜୁ ହୋଇଥିଲା, ଯେଉଁଥି ପାଇଁ ଅପରାଧ ହୋଇଥିବା ସାମ୍ନାକୁ ଆସିଲା। ପୁଲିସ ମୁତାବକ ରିୟା ଅଭିଯୋଗ କରିଥିଲେ ଯେ, ପ୍ରିୟଙ୍କା ଏବଂ ମିତୁ ଦିଲ୍ଲୀର ଜଣେ ଡାକ୍ତରଙ୍କ ସହାୟତାରେ ନକଲି ମେଡିକାଲ ପ୍ରେକ୍ରିପସନ ପଠାଇଥିଲେ, ଯେଉଁଥିରେ ସୁଶାନ୍ତଙ୍କ ଭୟ ଦୂର କରିବାକୁ ଔଷଧ ଦିଆଯାଇଥିବା କୁହାଯାଇଥିଲା। ଏହା ସାହାଯ୍ୟରେ ଡାକ୍ତର ସୁଶାନ୍ତଙ୍କୁ ପରୀକ୍ଷା ନ କରି ସାଇକୋଟ୍ରୋପିକ୍ ସବ୍ସଣ୍ଟେସ ଦିଆଯାଇଥାଇପାରେ ଏବଂ ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ଏହା ମଧ୍ୟ କାରଣ ହୋଇପାରେ ବୋଲି ପୁଲିସ ସତ୍ୟପାଠରେ କହିଛି।
ସୂଚନାଯୋଗ୍ୟ, ପ୍ରିୟଙ୍କା ଏବଂ ମିତୁ କୋର୍ଟରେ ଏକ ଯାଚିକା ଦାଖଲ କରି ଅନୁରୋଧ କରିଥିଲେ କି, ସେମାନଙ୍କ ବିରୁଦ୍ଧରେ ପୁଲିସ ରୁଜୁ କରିଥିବା ମାମଲାକୁ କୋର୍ଟ ବାତୀଲ କରିଦିଅନ୍ତୁ। ରିୟାଙ୍କ ଅଭିଯୋଗ କ୍ରମେ ବିଶ୍ୱାସଘାତ କରିଥିବା ଏବଂ ଔଷଧର ଭୁଲ ରସିଦ ପ୍ରସ୍ତୁତ କରିଥିବା ନେଇ ମାମଲା ରୁଜୁ ହୋଇଛି।
ସୁଶାନ୍ତ ମୃତ୍ୟୁ ମାମଲାରେ ଏମସ୍ ପ୍ୟାନେଲ୍ ସିବିଆଇକୁ ନିଜ ରିପୋର୍ଟ ଦେଇସାରିଛି। ଏଥିରେ ସୁଶାନ୍ତଙ୍କ ହତ୍ୟା ଆଶଙ୍କାକୁ ସମ୍ପୂର୍ଣ୍ଣ ଖାରଜ କରିଦିଆଯାଇଛି ଏବଂ ସେ ଆତ୍ମହତ୍ୟା କରିଥିବା କୁହାଯାଇଛି। ଏହାପରେ ମୁମ୍ବାଇ ପୁଲିସ କମିଶନର ନିଜ ପ୍ରତିକ୍ରିୟା ଦେଇଛନ୍ତି। ମାମଲାର ତଦନ୍ତ ପ୍ରକ୍ରିୟାରେ ମୁମ୍ବାଇ ପୁଲିସ ଉପରକୁ ଅନେକ ଅଙ୍ଗୁଳି ଉଠିବା ପରେ ସିବିଆଇକୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା।
ପରମବୀର ସିଂହ କହିଛନ୍ତି ଯେ, ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତରେ ପୂର୍ବରୁ ମଧ୍ୟ କୌଣସି ଚିନ୍ତାର ବିଷୟ ନ ଥିଲା। ଏଡିଆର ତଦନ୍ତ କରାଯାଉଥିଲା। ପରେ ମାମଲା ସିବିଆଇକୁ ଦିଆଗଲା। କିନ୍ତୁ ସୁପ୍ରିମକୋର୍ଟ ମୁମ୍ବାଇ ପୁଲିସର ତଦନ୍ତ ପ୍ରକ୍ରିୟାକୁ ପ୍ରଶଂସା କରିଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ, ଯଦି ମୁମ୍ବାଇ ପୁଲିସ ତଦନ୍ତରେ କିଛି ହସ୍ତଗତ ହୁଅ ତେବେ ସିବିଆଇ ତାହାର ତଦନ୍ତ କରିବ। ଏମସ୍ ରିପୋର୍ଟରୁ ପ୍ରମାଣିତ ହୋଇଛି ଯେ ମୁମ୍ବାଇ ପୁଲିସ ପେସାଦାର ପଦ୍ଧତିରେ ତଦନ୍ତ କରୁଥିଲା। ମାମଲାରେ ଯାହା ସତ, ତାହା ସାମ୍ନାକୁ ଆସିଛି।
ସେହିପରି କୁପର ହସ୍ପିଟାଲ ଡାକ୍ତରମାନେ ମଧ୍ୟ ନିଜ ଦାୟିତ୍ୱ କରିବାରେ ଅବହେଳା କରି ନଥିଲେ ବୋଲି ମୁମ୍ବା ଇ ପୁଲିସ କହିଛି। ଲୋକମାନେ ରିପୋର୍ଟ ନ ଦେଖି ନିଜ ସ୍ୱାର୍ଥ ଲାଗି ମୁମ୍ବାଇ ପୁଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ। ଏବେ ଏମସ୍ ରିପୋର୍ଟ ଆମ ତଦନ୍ତ ପ୍ରକ୍ରିୟା ଉପରେ ମୋହର ମାରିଛି ବୋଲି ସେ କହିଛନ୍ତି।
ସୁଶାନ୍ତଙ୍କ ମୃତ୍ୟୁ ତଦନ୍ତରେ ଆରମ୍ଭରୁ ମୁମ୍ବାଇ ପୁଲିସର ଢ଼ିଲା ଆଚରଣକୁ ନେଇ ଅଭିଯୋଗ ଆସୁଥିବା ବେଳେ ସୁଶାନ୍ତଙ୍କ ବାପାଙ୍କ ଅଭିଯୋଗ କ୍ରମେ ବିହାର ପୁଲିସ ମାମଲାର ତଦନ୍ତ ଭାର ମୁଣ୍ଡାଇଥିଲା। ହେଲେ ଏଥିରେ ମୁମ୍ବାଇ ପୁଲିସର ସହଯୋଗ ନ ମିଳିବାରୁ ମାମଲା ସିବିଆଇକୁ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୁପାରିଶ କରିଥିଲେ। ଏନେଇ ଶିବସେନା ନୀତିଶଙ୍କୁ ଟାର୍ଗେଟ୍ କରି ଏକ ବଡ଼ ପ୍ରତିକ୍ରିୟା ଦେଇଛି।
ପ୍ରକୃତରେ ଦଳୀୟ ଖବରକାଗଜ 'ସାମନା' ଜରିଆରେ ଶିବସେନା ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଶିବସେନା ଅନୁଯାୟୀ, ସୁଶାନ୍ତ ମୃତ୍ୟୁ ମାମଲାରେ ବିହାର ହସ୍ତକ୍ଷେପ କରିବା ଉଚିତ୍ ନୁହେଁ। ଗତ କିଛି ବର୍ଷ ହେଲା ସୁଶାନ୍ତ ମୁମ୍ବାଇରେ ରହୁଥିଲେ। ମୁମ୍ବାଇ ତାଙ୍କୁ ସଂଘର୍ଷ କ୍ଷାତି, ସୁନାମ ଦେଇଛି। ତାଙ୍କ ସଂଘର୍ଷ ସମୟରେ ବିହାର ତାଙ୍କ ସହ ଠିଆ ହୋଇ ନ ଥିଲା ବୋଲି ଶିବସେନା କହିଛି।
ପ୍ରକାଶିତ ଆଲେଖ୍ୟରେ ଆହୁରି ମଧ୍ୟ କୁହାଯାଇଛି, ସୁଶାନ୍ତଙ୍କ ପରିବାର ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯିବା ପରେ ବିହାର ସରକାର ଗତ ସପ୍ତାହରେ ସିବିଆଇ ତଦନ୍ତ ଦାବି କରିଛନ୍ତି। ସୁଶାନ୍ତ ତାଙ୍କ ସମଗ୍ର ଜୀବନକାଳରେ ବିହାର ଜନ୍ମିତ କିମ୍ବା ବିହାର ଲିଙ୍କ୍ ଥିବା ନେଇ କେବେ କିଛି ସୂଚନା ଦେଇନାହାନ୍ତି। ସୁଶାନ୍ତଙ୍କ ପରିବାର ପକ୍ଷରୁ ରିୟା ଚକ୍ରବର୍ତ୍ତୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବାପରେ ବିହାର ସରକାର ଏ ମାମଲାରେ ମୁଣ୍ଡ ପୂରାଇଛନ୍ତି ବୋଲି ଶିବସେନା କହିଛି।
'ସାମନା'ରେ ପ୍ରକାଶ ପାଇଛି ଯେ, ବିହାର ପୁଲିସ ଇଣ୍ଟରପୋଲ୍ ନୁହେଁ। ମୁମ୍ବାଇ ପୁଲିସ ମାମଲାର ତଦନ୍ତ କରୁଛି। ଅନ୍ୟ ଏକ ରାଜ୍ୟ ଏଥିରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ। ସମସ୍ତଙ୍କୁ ସତ ଜାଣିବାର ଅଧିକାର ରହିଛି। ତେବେ ଖାଲି ସିବିଆଇ କିମ୍ବା ବିହାର ପୁଲିସ ହିଁ ସତ୍ୟ ଲୋକଲୋଚନକୁ ଆଣିବ ଏ କଥା ଠିକ୍ ନୁହେଁ।
ରିୟାଙ୍କ କଲ୍ ରେକର୍ଡରୁ ସବୁଠାରୁ ବଡ଼ ଖୁଲାସା ହୋଇଛି। ଜୁନ୍ 21ରୁ 18 ଜୁଲାଇ ଭିତରେ ମୁମ୍ବାଇ ବାନ୍ଦ୍ରା ଥାନା ଡିସିପି ଅଭିଷେଖ ତ୍ରିମୁଖେ ରିୟାଙ୍କ ସହ 5 ଥର ଯୋଗାଯୋଗ କରିଛନ୍ତି। 4ଥର ଫୋନ୍ କଲରେ ଯୋଗାଯୋଗ ହୋଇଥିବା ବେଳେ ଗୋଟିଏ ଥର ମେସେଜ କରାଯାଇଛି। ତେବେ ଏଥିରେ ସନ୍ଦେହଜନକ ବିଷୟଟି ହେଲା ଏ ସବୁ କଲ୍ ଅବଧି ମାତ୍ର କେଇ ସେକେଣ୍ଡ ପାଇଁ ରହିଛି।
ଡିସିପି ତ୍ରିମୁଖେ 20 ଜୁନ ରିୟାଙ୍କୁ ପ୍ରଥମେ ମେସେଜ କରିଥିଲେ ବୋଲି ରିୟାଙ୍କ କଲ୍ ରେକର୍ଡରୁ ଜଣାପଡ଼ିଛି। ଏହାପରେ 21 ଜୁନ୍, 22 ଜୁନ୍, 1 ଜୁଲାଇ ଏବଂ 18 ଜୁଲାଇରେ ରିୟାଙ୍କ ସହ ଫୋନ୍ କଲ୍ ଜରିଆରେ ଯୋଗାଯୋଗରେ ଥିଲେ ଡିସିପି। କିନ୍ତୁ 4ଟି ଫୋନ୍ କଲ୍ ଅବଧି ଥିଲା 28 ସେକେଣ୍ଡ, 29 ସେକେଣ୍ଡ, 61 ସେକେଣ୍ଡ ଓ 66 ସେକେଣ୍ଡ। ତେବେ 2ଥର ଡିସିପି ରିୟାଙ୍କୁ କଲ୍ କରିଥିବା ବେଳେ 2 ଥର ରିୟା ଡିସିପି ତ୍ରିମୁଖେଙ୍କୁ କଲ୍ କରିଥିବା କଲ୍ ରେକର୍ଡସରୁ ଜଣାପଡ଼ିଛି।
ଏଠାରେ କହି ରଖୁଛୁ ଯେ, ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟାରେ ବିହାର ପୁଲିସକୁ ମୁମ୍ବାଇ ପୁଲିସ ସହଯୋଗ କରୁ ନ ଥିବା ନେଇ ଗତ କିଛି ଦିନ ହେଲା ଚର୍ଚ୍ଚା ଜୋର୍ ଧରିଥିଲା। ଏପରି କି ପାଟନା ପୁଲିସର ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଜବରଦସ୍ତ କ୍ୱାରେଣ୍ଟାଇନରେ ମଧ୍ୟ ରଖାଯାଇଥିଲା। ଏହାସହ ମୁମ୍ବାଇ ପୁଲିସ ଜାଣିଶୁଣି ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଫାଇଲ୍ ଡିଲିଟ୍ କରିଥିବା ଅଭିଯୋଗ ମଧ୍ୟ ଉଠିଥିଲା। ଏ ସବୁ ପରେ ରିୟାଙ୍କୁ ସୁଶାନ୍ତ ମୃତ୍ୟୁ ମାମଲାରୁ ବଞ୍ଚେଇବା ଲାଗି ମୁମ୍ବାଇ ପୁଲିସ ସହଯୋଗ କରୁଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।
ଅନ୍ୟପଟେ ରିୟା ମଧ୍ୟ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁ ନ ଥିବା ନେଇ ବିହାର ପୁଲିସ ଖୁଲାସା କରିଥିଲା। ଏପଟେ ମୁମ୍ବାଇ ପୁଲିସ ରିୟାଙ୍କ ବାବଦରେ କୌଣସି ତଥ୍ୟ ନ ଥିବା କହିଥିଲା। ତେବେ କଲ୍ ରେକର୍ଡସରୁ ମୁମ୍ବାଇ ପୁଲିସର ମିଛ ଧରାପଡ଼ିଛି। ରିୟାଙ୍କ ସହ ଫୋନ୍ ଯୋଗାଯୋଗ ଥିବା ବେଳେ କାହିଁକି ମୁମ୍ବାଇ ପୁଲିସ ଏହା ଲୁଚାଇବାକୁ ଚେଷ୍ଟା କରୁଥିଲା ତାହା ସବୁଠାରୁ ବଡ଼ ପ୍ରଶ୍ନ।
ଏହାସହ 4ଟି କଲ୍ ଅବଧିକୁ ନେଇ ଏବେ ସନ୍ଦେହ ଆହୁରି ଘନେଇଛି। ଯଦି ତଦନ୍ତ ପ୍ରକ୍ରିୟା ଅନୁଯାୟୀ ଡିସିପି ରିୟାଙ୍କୁ ବା ରିୟା ଡିସିପିଙ୍କୁ କଲ୍ କରିଥିଲେ 28, 29, 61, 66 ସେକେଣ୍ଡରେ ଏପରି କେଉଁ ବିଷୟରେ କଥା ହେଲେ। କଲ୍ କରି ମାତ୍ର କେଇଟା ସେକେଣ୍ଡରେ ଡିସିପି ନିର୍ଦ୍ଦିଷ୍ଟ ସୂଚନା କିମ୍ବା ଯୋଗାଯୋଗ ପାଇଁ ଅନ୍ୟ ମାଧ୍ୟମ ବ୍ୟବହାର କରିବାକୁ ରିୟାଙ୍କୁ କହିଥିବା ସନ୍ଦେହ କରାଯାଉଛି। ଯେପରି ହ୍ୱାଟସ୍ ଆପ୍ ଭଳି ମେସେଞ୍ଜର କଲ୍ ଜରିଆରେ ଯୋଗାଯୋଗ କଲେ କଲ୍ ରେକର୍ଡ ବାହାର କରିବା ସମ୍ଭବ ନୁହେଁ। ଏଭଳି ବିଭିନ୍ନ ପ୍ରଶ୍ନବାଚୀ ଉଠୁଥିବା ବେଳେ ମୁମ୍ବାଇ ପୁଲିସର ରିୟାଙ୍କ ପାଇଁ ଥିବା ଦରଦ ପଦାରେ ପଡ଼ିଛି।
ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଖୋଲିବାର ଦାୟିତ୍ୱ ବିହାର ପୁଲିସ ମୁଣ୍ଡାଇଥିବା ବେଳେ ମୁମ୍ବାଇ ପୁଲିସ ତଦନ୍ତ ପ୍ରକ୍ରିୟାରେ ଆଦୌ ସହଯୋଗ କରୁନାହିଁ। ତେବେ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମୁମ୍ବାଇ ପୁଲିସ ଅଜାଣତରେ ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାର ଫାଇଲ ଥିବା ଫୋଲଡରକୁ ଡିଲିଟ୍ କରିଦେଇଛି।
ଏପରି କି, ବିହାର ପୁଲିସକୁ ଦିଶାଙ୍କ କମ୍ପ୍ୟୁଟର, ଲାପଟପ୍ ମଧ୍ୟ ଦିଆଯାଉ ନାହିଁ। ତେବେ କମ୍ୟୁଟର କିମ୍ବା ଲାପଟପ୍ ଯୋଗାଇ ଦିଆଗଲେ ଡିଲିଟ୍ ଫୋଲଡର୍ ପୁଣିଥର ରିକୋଭରି କରି ବାହାର କରିବେ ବୋଲି ବିହାର ପୁଲିସ ଅନୁରୋଧ ମଧ୍ୟ କରିଛି। ଅନ୍ୟପଟେ ମାମଲାର ତଦନ୍ତ ପ୍ରକ୍ରିୟା ନେଇ ବିହାର ପୁଲିସକୁ ଦେଇଥିବା ପ୍ରତିକ୍ରିୟା ମୁମ୍ବାଇ ପୁଲିସର କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନା ମୁତାବକ, ବିହାର ପୁଲିସର ଏକ ଟିମ୍ ଶନିବାର ସନ୍ଧ୍ୟା ମାଲବଣୀ ପୁଲିସ ଥାନାରେ ସୁଶାନ୍ତଙ୍କ ପୂର୍ବତନ ସେକ୍ରେଟାରୀ ଦିଶା ସାଲିଆନଙ୍କ ଆତ୍ମହତ୍ୟା ମାମଲା ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନେବାକୁ ସେଠାରେ ପହଞ୍ଚିଥିଲା। ମୁମ୍ବାଇ ପୁଲିସର ତଦନ୍ତକାରୀ ଅଫିସର ପ୍ରଥମେ ପ୍ରଥମେ ଦିଶାଙ୍କ ଆତ୍ମହତ୍ୟା ସହ ଜଡ଼ିତ ସମସ୍ତ ତଥ୍ୟ ବିହାର ପୁଲିସକୁ ଦେଇଥିଲେ। ହେଲେ ଏହାପରେ ଏକ ଫୋନ୍ କଲ୍ ଆସିଲା ଏବଂ ତଦନ୍ତକାରୀ ଅଫିସର ଆଉ ସହଯୋଗ କଲେନାହିଁ। ମୁମ୍ବାଇ ପୁଲିସ ତରଫରୁ କୁହାଗଲା କି, ଦିଶାଙ୍କ ଆତ୍ମହତ୍ୟା ମାମଲା ଫାଇଲ୍ ଅଜାଣତରେ ଡିଲିଟ୍ ହୋଇଯାଇଛି। ଏହାପରେ ବିହାର ପୁଲିସକୁ ଦିଶାଙ୍କ ମାମଲା ଫୋଲଡର୍ ଥିବା ସେହି କମ୍ୟୁଟର/ ଲାପଟପ୍ ମଧ୍ୟ ଦିଆଗଲା ନାହିଁ।