ଆଜି ସନ୍ଧ୍ୟା ପ୍ରାୟ ୫ ଟା ବେଳେ ବଡ଼ବିଲ ପୌର କାର୍ଯ୍ୟାଳୟରେ ଘଟିଥିଲା ଏହି ଅଭାବନୀୟ ଘଟଣା। ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ନିଜ ଚ୍ୟାମ୍ବରରେ ବସିଥିଲାବେଳେ ବଡ଼ବିଲ ଡେଲି ମାର୍କେଟ ଅଞ୍ଚଳର ଅଭିଷେକ ଗୁପ୍ତା ନାମକ ଯୁବକ ପଶି ଯାଇଥିଲେ। କିଛି କଥାବାର୍ତ୍ତା ପରେ ସେ ହଠାତ୍ ବ୍ୟାଗରେ ଲୁଚାଇ ଆଣିଥିବା ଗୋଟିଏ ପେଟ୍ରୋଲ ଭର୍ତ୍ତି ବୋତଲ ବାହାର କରି ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ଉପରେ ଢାଳି ଦେଇଥିଲେ। ଏହା ପରେ ନିଆଁ ଲଗାଇ ଦେବା ପାଇଁ ଲାଇଟର ବାହାର କରିଥିଲେ। ସେହି ସମୟରେ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ପାଟି କରିବା ସହ ନିଜ ଚ୍ୟାମ୍ବରରୁ ଦୌଡ଼ି ବାହାରକୁ ଚାଲି ଆସିଥିଲେ।
ଶ୍ରୀ ପଣ୍ଡାଙ୍କ ପାଟି ଶୁଣି ଅନ୍ୟ କର୍ମଚାରୀମାନେ ଧାଇଁ ଆସି ଅଭିଯୁକ୍ତ ଯୁବକ ଅଭିଷେକ ଗୁପ୍ତାଙ୍କୁ କାବୁ କରି ନେଇଥିଲେ। ଏନେଇ ତୁରନ୍ତ ବଡ଼ବିଲ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ନିଜ ହେପାଜତକୁ ନେଇଥିଲା। ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ପକ୍ଷରୁ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି। ଏହା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଭିଯୁକ୍ତ ଅଭିଷେକଙ୍କ ମା' ଙ୍କ ଲତା ଦେବୀ କହିଛନ୍ତି ଯେ ତାଙ୍କ ପୁଅ ଯାହା କରିଛି ତାହା ଭୁଲ। ତାଙ୍କ ଘର ସମ୍ମୁଖରେ ସରକାରୀ ଜମିରେ କିଛି ଦୋକାନ ଘର ରହିଛି। ସେଗୁଡ଼ିକୁ ସେଠାରୁ ଉଚ୍ଛେଦ କରିବା ନିମନ୍ତେ ବର୍ଷ ବର୍ଷ ଧରି ସେ (ଅଭିଷେକ) ପୌର କାର୍ଯ୍ୟାଳୟକୁ ଧାଉଁଛନ୍ତି। ହେଲେ କିଛି ସୁଫଳ ମିଳି ନାହିଁ। ଏପରିକି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ବି ନିରାଶ ହେବାକୁ ପଡ଼ିଥିଲା। ଏପରିକି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଷେକ। ଏ ସମସ୍ତ ପ୍ରୟାସ ସତ୍ତ୍ୱେ ଦୋକାନଗୁଡ଼ିକ ସେହି ସ୍ଥାନରୁ ଉଚ୍ଛେଦ ନହେବାରୁ ସେ ଅଧିକାଂଶ ସମୟ ଚିନ୍ତାଗ୍ରସ୍ତ ରହୁଥିଲେ। ତେବେ ଆଜି ଅଭିଷେକ ଏଭଳି ପଦକ୍ଷେପ ନେବେ ବୋଲି ସେ ଜାଣି ନଥିଲେ ବୋଲି କହିଛନ୍ତି ଲତା ଦେବୀ।
ଅନ୍ୟପକ୍ଷରେ ଏହି ଘଟଣା ନେଇ ବଡ଼ବିଲ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା କୌଣସି ପ୍ରତିକ୍ରିୟା ରଖିନାହାନ୍ତି।
କେନ୍ଦୁଝରରୁ ପ୍ରଣୟ କୁମାର ପାଣିଙ୍କ ରିପୋର୍ଟ
ଆହତ ବ୍ୟକ୍ତିଙ୍କ ନାଁ ବେଟି ବୋଜି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ମୋଟୁ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଭିଯୁକ୍ତଙ୍କ ନାଁ ବେଦବ୍ୟାସ ଶବର। ତାଙ୍କ ଘର ବାଉରିଗୋଡ଼ା ଗାଁରେ। ଆଜି ଘରେ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ନ ପାଇ ବେଦବ୍ୟାସଙ୍କ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା। ଶ୍ୱଶୁର ଘର ଲୋକେ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ନେଇ ଯାଇଥିବେ ଭାବି ସେ ସେଠାରେ ଯାଇ ପହଞ୍ଚିଥିଲେ।
ବେଦବ୍ୟାସଙ୍କ ଶ୍ୱଶୁର ଘର ବନ୍ଧକାନୀରେ। ସେଠାରେ ପହଞ୍ଚି ସେ ତାଙ୍କ ଶ୍ୱଶୁର କୁଞ୍ଜବନ ରଣାଙ୍କୁ ଏକ ଦେଶୀ ବନ୍ଧୁକରୁ ଗୁଳି କରିଥିଲେ। ତେବେ ସୌଭାଗ୍ୟ ବଶତଃ ଗୁଳି କୁଞ୍ଜବନଙ୍କ ଶରୀରରେ ବାଜି ନଥିଲା।
ପୁଲିସ ବେଦବ୍ୟାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତା’ଠାରୁ ଏକ ଦେଶୀ ବନ୍ଧୁକ ଓ ଗନ୍ ପାଉଡର ଜବତ କରିଛି।
ଗତକାଲି ସନ୍ଧ୍ୟାରେ ସୁରେଶ ପ୍ରଥମେ ପୋଖରୀ କୂଳରେ ତାଙ୍କ ଖୁଡ଼ିକୁ ଆକ୍ରମଣ କରିଥିଲା। ଦୁଇ ହାତରେ ଦୁଇଟି କଟୁରୀ ଧରି ସେ ତାଙ୍କ ଖୁଡ଼ି ସୁକାନ୍ତି ମହାନ୍ତିଙ୍କୁ ଆକ୍ରମଣ କରିଥିଲା। ସେ ସୁକାନ୍ତିଙ୍କ ଡାହାଣ ହାତ ହାଣି ଦେଇଥିଲା। ସେଠାରୁ ଫେରି ବାଟରେ ଗାଁର ଆଉ ଦୁଇ ଜଣ ମହିଳା- ରଞ୍ଜୁଲତା ବିଶ୍ୱାଳ ଓ ପ୍ରମିଳ ବିଶ୍ୱାଳଙ୍କୁ କଟୁରୀରେ ହାଣି ଦେଇଥିଲା। ଶେଷରେ ସେ ତା’ ବାପା ଶରତ ଚନ୍ଦ୍ର ମହାନ୍ତିଙ୍କୁ ହାଣିଥିଲା। ସମସ୍ତ ଆହତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏଭଳି କାଣ୍ଡ ସୁରେଶ ପ୍ରଥମ ଥର କରି ନାହିଁ। ପୂର୍ବରୁ ତିନି/ଚାରି ଥର ସେ ମାରଣାସ୍ତ୍ରରେ ଲୋକଙ୍କୁ ଆକ୍ରମଣ କରିଛି। ଥରେ ସେ ତା’ କକା, ଖୁଡ଼ି ଓ ସେମାନଙ୍କ ଝିଅକୁ ଆକ୍ରମଣ କରିଥିଲା। ରମେଶକୁ ନିଶାନିବାରଣ କେନ୍ଦ୍ରରେ ବି ରଖାଯାଇଥିଲା। କିନ୍ତୁ ସେଠାରୁ ଫେରିବା ପରେ ସେ ପୁଣି ନିଶା ସେବନ କରୁଛି। ନିଶା ସେବନ କରି ସେ ତାଙ୍କ ବାପାମା’ଙ୍କୁ ଗାଳିଗୁଲଜ କରେ।
ଆହତ ଦ୍ୱୟ ହେଲେ କେ. ସୁରେନ୍ଦ୍ର ରେଡ୍ଡୀ ଓ ତାଙ୍କ ପତ୍ନୀ କେ. ଲକ୍ଷ୍ମୀ ରେଡ୍ଡୀ। ଅଭିଯୁକ୍ତଙ୍କ ନାଁ କେ. ସନ୍ତୋଷ ରେଡ୍ଡୀ।
ଗତକାଲି ବିଳମ୍ବିତ ରାତିରେ ସୁରେନ୍ଦ୍ର ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ନିଜ ଘର ବାରଣ୍ଡାରେ ବସିଥିବା ସମୟରେ ପଡୋଶୀ କେ. ସନ୍ତୋଷ ରେଡ୍ଡୀ ସେମାନଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲା। ସେ ପ୍ରଥମେ ସୁରେନ୍ଦ୍ରଙ୍କୁ ଆକ୍ରମଣ କରିଥିଲା। ତାଙ୍କ ମୁଣ୍ଡ, ବେକ ଓ ହାତରେ ଚୋଟ ବସିଛି। ତାଙ୍କୁ ବଞ୍ଚାଇବାକୁ ପ୍ରୟାସ କରି ଲକ୍ଷ୍ମୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଡାହାଣ ହାତରେ ଗୁରୁତର ଆଘାତ ଲାଗିଛି।
ସୁରେନ୍ଦ୍ର ଓ ଲକ୍ଷ୍ମୀଙ୍କୁ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
ଆକ୍ରମଣର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ କିଛି ଦିନ ତଳେ ଗାଡ଼ି ପାର୍କିଂକୁ ନେଇ ସୁରେନ୍ଦ୍ର ଓ ସୁରେଶଙ୍କ ମଧ୍ୟରେ ପାଟିତୁଣ୍ଡ ଏବଂ ମାରପିଟ ହୋଇଥିଲା। ସୁରେନ୍ଦ୍ରଙ୍କ କହିବା ଅନୁଯାୟୀ, ସେତେବେଳେ ହୋଇଥିବା ଝଗଡ଼ାର ସମାଧାନ ହୋଇଯାଇଥିଲା। ରାଗ ଶାନ୍ତ ପଡ଼ିଯାଇଥିଲା। କାଲି ଆମେ ପିଣ୍ଡାରେ ବସିଥିବା ବେଳେ ସୁରେଶ ଆସିଥିଲା। ସେ ନିଶା କରିଥିଲା। ପୂର୍ବ ଘଟଣାକୁ ନେଇ ଭୁଲ ମାଗିଥିଲା ଓ ସେଠାରୁ ଚାଲି ଯାଇଥିଲା। କିନ୍ତୁ ହଠାତ ଫେରିଆସି ପଛଆଡୁ ମୋତେ ଖଣ୍ଡାରେ ଆକ୍ରମଣ କରିଥିଲା।
କବିସୂର୍ଯ୍ୟନଗର ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।
ଅଭିଯୁକ୍ତର ନାଁ ସୁରେଶ ମହାନ୍ତି। ସେ ସବୁ ବେଳେ ନିଶା ସେବନ କରେ ବୋଲି ଗାଁ ଲୋକେ କହିଛନ୍ତି। ଏମିତି କି ପୂର୍ବରୁ ତିନି/ଚାରି ଥର ସେ ମାରଣାସ୍ତ୍ରରେ ଲୋକଙ୍କୁ ଆକ୍ରମଣ କରିଛି। ତାକୁ ନିଶାନିବାରଣ କେନ୍ଦ୍ରରେ ବି ରଖାଯାଇଥିଲା। କିନ୍ତୁ ସେଠାରୁ ଫେରିବା ପରେ ସେ ପୁଣି ନିଶା ସେବନ କରୁଛି। ନିଶା ସେବନ କରି ସେ ତାଙ୍କ ବାପାମା’ଙ୍କୁ ଗାଳିଗୁଲଜ କରେ।
ଆଜି ସନ୍ଧ୍ୟାରେ ସୁରେଶ ପ୍ରଥମେ ପୋଖରୀ କୂଳରେ ତାଙ୍କ ଖୁଡ଼ିକୁ ଆକ୍ରମଣ କରିଥିଲା। ଦୁଇ ହାତରେ ଦୁଇଟି କଟୁରୀ ଧରି ସେ ତାଙ୍କ ଖୁଡ଼ି ସୁକାନ୍ତି ମହାନ୍ତିଙ୍କୁ ଆକ୍ରମଣ କରିଥିଲା। ସେ ସୁକାନ୍ତିଙ୍କ ଡାହାଣ ହାତ ହାଣି ଦେଇଛି। ସେଠାରୁ ଫେରି ବାଟରେ ଗାଁର ଆଉ ଦୁଇ ଜଣ ମହିଳା- ରଞ୍ଜୁଲତା ବିଶ୍ୱାଳ ଓ ପ୍ରମିଳ ବିଶ୍ୱାଳଙ୍କୁ କଟୁରୀରେ ହାଣି ଦେଇଥିଲା। ଶେଷରେ ସେ ତା’ ବାପା ଶରତ ଚନ୍ଦ୍ର ମହାନ୍ତିଙ୍କୁ ହାଣିଥିଲା। ସମସ୍ତ ଆହତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଅଭିଯୁକ୍ତ ସୁରେଶଙ୍କ କକା ମଧୁସୂଦନ ମହାନ୍ତି କହିଛନ୍ତି, ତା’ (ସୁରେଶ) ସହିତ କାହାର କିଛି ଶତ୍ରୁତା ନାହିଁ। ନିଶା ଖାଇ ସେମିତି ହେଉଛି। ପୂର୍ବରୁ ବି ଏମିତି ଆକ୍ରମଣ କରିଛି। ଥରେ ମୋତେ, ମୋ ସ୍ତ୍ରୀ ଓ ଝିଅକୁ ଆକ୍ରମଣ କରିଥିଲା।
ଖବର ଲେଖାଯିବା ବେଳକୁ ଅଭିଯୁକ୍ତ ଧରାପଡ଼ି ନଥିବା ବେଳେ ପୁଲିସ୍ର ପ୍ରତିକ୍ରିୟା ମଧ୍ୟ ମିଳିପାରି ନାହିଁ।
https://youtu.be/mCxNK1zCW-Y