ଶାତୁଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ। ସେ ତାଙ୍କ ବାପଘରେ ଆସି ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ଶାତୁଙ୍କ ସ୍ତ୍ରୀର ପ୍ରସବ ଯନ୍ତ୍ରଣା ହୋଇଥିଲା। ଶାତୁଙ୍କ ଶ୍ଵଶୁର ରାମଚନ୍ଦ୍ର ଝିଅକୁ ମେଡିକାଲରେ ଭର୍ତ୍ତି କରିଥିଲେ।
ଶାତୁ ଖବର ପାଇ ମେଡିକାଲରେ ପହଞ୍ଚିଥିଲେ। ମୋତେ ନ ପଚାରି କାହିଁକି ମୋ ସ୍ତ୍ରୀକୁ ମେଡିକାଲ ଆଣିଲ ବୋଲି ଶ୍ଵଶୁରଙ୍କୁ ପ୍ରଶ୍ନ କରିଥିଲେ। ଏହି କଥାକୁ ନେଇ ଉଭୟ ଶ୍ଵଶୁର ଓ ଜ୍ୱାଇଁଙ୍କ ମଧ୍ୟରେ ବଚସା ହୋଇଥିଲ। ପରେ ଶାତୁ ଏକ ଛୁରୀ ଆଣି ଶ୍ଵଶୁରଙ୍କୁ ଭୁସି ଦେଇଥିଲେ। ଶ୍ଵଶୁରଙ୍କର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।
ରାଜଗାଙ୍ଗପୁର ଲଖୁଆପଡାର ଜୟରାମ ସତନାମୀ ଜୌରୁମାଲ୍ ପଞ୍ଚାୟତ ଟୁଙ୍ଗୁରିପଡା ଅନୁଷ୍କା ଟପ୍ପୋଙ୍କୁ ପ୍ରେମ ବିବାହ କରିଥିଲେ। ବାହାଘର ପରେ ସେ ଶାଶୁ ଘରକୁ ଚାଲି ଯାଇଥିଲେ। ଶାଶୁ ଘରେ ପହଞ୍ଚିବା ପରେ ସ୍ୱାମୀ ଜୟରାମଙ୍କ ଅସଲ ରୂପ ଦେଖିଥିଲେ ଅନୁଷ୍କା। ଅନେକ ସମୟରେ ସେ ତାଙ୍କୁ ମାରଧର କରୁଥିବା ଅଭିଯୋଗ ହୋଇଛି। ଏହି ମାମଲା ଥାନାକୁ ମଧ୍ୟ ଯାଇଥିଲା। ତଥାପି ଅସହାୟ ଅବସ୍ଥାରେ ବାଧ୍ୟହୋଇ ତାଙ୍କ ସହିତ ସଂସାର ଗଢ଼ିଥିଲେ ଅନୁଷ୍କା। ତାଙ୍କର ଏବେ ୪ ବର୍ଷର ପୁଅଟିଏ ରହିଛି।
ତେବେ ସ୍ୱାମୀଙ୍କ ନିର୍ଯାତନା ଅସହ୍ୟ ହେବାରୁ ଅନୁଷ୍କା ଏନେଇ ନିଜ ବାପଘର ଲୋକଙ୍କୁ କହିଥିଲେ। ଗତ ରବିବାର ନିଜ ଭାଇ ମାରକୋଷ ଟପ୍ପୋ ଭଉଣୀ ଅନୁଷ୍କାଙ୍କ ଘରକୁ ଯାଇଥିଲେ। ସେହି ସମୟରେ ଗୋଟି ଗୋଟି କଥା କହିଥିଲେ ଅନୁଷ୍କା। ତା’ପରେ ଅନୁଷ୍କାଙ୍କୁ ଧରି ନିଜ ଘରକୁ ପଳାଇ ଆସିଥିଲେ ମାରକୋଷ ଟପ୍ପୋ। ଆଜି ଅପରାହ୍ନ ପ୍ରାୟ ୩ରୁ ୪ଟା ବେଳେ ପତ୍ନୀଙ୍କୁ ଆଣିବା ପାଇଁ ସତନାମୀ ଶାଶୁ ଘରକୁ ଯାଇଥିଲେ।
ଭିଣୋଇ ସତନାମୀଙ୍କୁ ଦେଖି ତାତି ଯାଇଥିଲେ ମାରକୋଷ। ସେଠାରେ ଉଭୟଙ୍କ ଭିତରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଏକ ଛୁରୀରେ ଭିଣୋଇ ସତନାମୀଙ୍କୁ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଛି। ରାଜଗାଙ୍ଗପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।
ରିପୋର୍ଟ- ରାଜଗାଙ୍ଗପୁରରୁ ବିଶ୍ୱକେତନ ରାୟ
ମୃତକମାନେ ହେଲେ ଗୁରୁଚରଣ ମୁଣ୍ଡା ଓ ପାଲି ମୁଣ୍ଡା। ଆଜି ସକାଳ ପ୍ରାୟ ୮ଟା ବେଳେ ଘର ଅଗଣାରେ ହଠାତ୍ ଗୁରୁଚରଣଙ୍କୁ ଆକ୍ରମଣ କରିଥିଲେ ତାଙ୍କ ପୁଅ ଧ୍ୟାନ ମୁଣ୍ଡା। ସେ ପ୍ରଥମେ କାଠ ଫାଳିଆ ଓ ପରେ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଏହା ଦେଖି ମା’ ପାଲି ମୁଣ୍ଡା ତାଙ୍କୁ ବାଧା ଦେଇଥିଲେ। ହେଲେ ଧ୍ୟାନ ମୁଣ୍ଡା ମା’ଙ୍କୁ ବି ଛାଡ଼ି ନଥିଲେ।
ଧ୍ୟାନ ମୁଣ୍ଡାଙ୍କ ଟାଙ୍ଗିଆ ଚୋଟରେ ବାପା ଗୁରୁଚରଣ ମୁଣ୍ଡା ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ପାଲି ମୁଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଚମ୍ପୁଆ ପୁଲିସ ଅଭିଯୁକ୍ତ ଧ୍ୟାନ ମୁଣ୍ଡାଙ୍କୁ ଗିରଫ କରିଛି। ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ। ଚମ୍ପୁଆ ଏସଡିପିଓ ଓ ଆଇଆଇସି ଘଟଣାର ଅନୁସନ୍ଧାନ କରୁଥିବାବେଳେ, ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମର ସାହାଯ୍ୟ ମଧ୍ୟ ନିଆଯାଇଛି।
ଆଜି ଏହି ଘଟଣା ଘଟିବା ବେଳେ ଧ୍ୟାନଙ୍କ ଦୁଇ ନାବାଳକ ପୁଅ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି। ଗ୍ରାମବାସୀଙ୍କ କହିବା କଥା, ସ୍ତ୍ରୀ ଛାଡ଼ି ପଳାଇବା ପରେ ଧ୍ୟାନ ମୁଣ୍ଡା ମାନସିକ ଅବସାଦରେ ରହୁଥିଲେ । ଅଧିକାଂଶ ସମୟ ସେ ଚୁପ୍ ରହୁଥିଲେ।
ଆଜୀବନ କାରାଦଣ୍ଡାଦେଶ ପାଇଥିବା ଦୋଷୀମାନେ ହେଉଛନ୍ତି- ଭଗବାନ ସ୍ୱାଇଁ, ସରୋଜ ସ୍ୱାଇଁ, ଅମିନ ସ୍ୱାଇଁ, କାର୍ତ୍ତିକ ସ୍ୱାଇଁ ଓ ଧନୁ ସ୍ୱାଇଁ।
୨୦୧୩ ଡିସେମ୍ବର ୨୮ ତାରିଖରେ ଜଗନ୍ନାଥପୁର ଗାଁ ପୋଖରୀ ନିକଟରେ ଗୁଲା ସ୍ୱାଇଁ ଓ ତାଙ୍କ ପୁଅ ରାଜୀବ ସ୍ୱାଇଁଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପାଟପୁର ଥାନା ପୁଲିସ୍ ୮ ଜଣଙ୍କୁ ଗିରଫ କରିଥିଲା।
୧୯ ଜଣ ସାକ୍ଷୀଙ୍କ ବୟାନ ତଥା ଅନ୍ୟାନ୍ୟ ତଥ୍ୟ,ପ୍ରମାଣ ଆଧାରରେ କୋର୍ଟ ୮ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଉ ୩ ଜଣଙ୍କୁ ନିର୍ଦ୍ଦୋଷରେ କୋର୍ଟ ଖଲାସ କରିଥିଲେ।
ସରକାରୀ ଓକିଲ ସୌଭାଗ୍ୟ ମିଶ୍ର କହିଛନ୍ତି, ଦୀର୍ଘ ୧୧ ବର୍ଷ ପରେ ଏହି ମାମଲାରେ ରାୟ ପ୍ରକାଶ ପାଇଛି। ଦୁଇ ପରିବାର ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଏନେଇ ମାମଲା ମଧ୍ୟ ରୁଜୁ ହୋଇଥିଲା। ଘଟଣା ଦିନ ଗୁଲା ସ୍ୱାଇଁ ଓ ତାଙ୍କ ପୁଅ ରାଜୀବ ସ୍ୱାଇଁ ଗାଁ ପୋଖରୀରେ ଗାଧୋଉଥିବା ବେଳେ ଭଗବାନ ସ୍ୱାଇଁ ଓ ଅନ୍ୟମାନେ ଆସି ସେମାନଙ୍କୁ ଖଣ୍ଡା ଏବଂ ଅନ୍ୟାନ୍ୟ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଗୁଲା ଓ ରାଜୀବଙ୍କ ମୃତ୍ୟୁ ଘଟିଥିଲା। ଘଟଣା ଘଟିବା ବେଳେ ଗୁଲାଙ୍କ ପତ୍ନୀ ମଧ୍ୟ ପୋଖରୀ ନିକଟରେ ଥିଲେ। ଏହି ଆକ୍ରମଣରେ ସେ ଆହତ ହୋଇଥିଲେ।
ଆଜୀବନ କାରାଦଣ୍ଡାଦେଶ ପାଇଥିବା ଦୋଷୀମାନେ ହେଉଛନ୍ତି- ଭଗବାନ ସ୍ୱାଇଁ, ସରୋଜ ସ୍ୱାଇଁ, ଅମିନ ସ୍ୱାଇଁ, କାର୍ତ୍ତିକ ସ୍ୱାଇଁ ଓ ଧନୁ ସ୍ୱାଇଁ।
୨୦୧୩ ଡିସେମ୍ବର ୨୮ ତାରିଖରେ ଜଗନ୍ନାଥପୁର ଗାଁ ପୋଖରୀ ନିକଟରେ ଗୁଲା ସ୍ୱାଇଁ ଓ ତାଙ୍କ ପୁଅ ରାଜୀବ ସ୍ୱାଇଁଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପାଟପୁର ଥାନା ପୁଲିସ୍ ୮ ଜଣଙ୍କୁ ଗିରଫ କରିଥିଲା।
୧୯ ଜଣ ସାକ୍ଷୀଙ୍କ ବୟାନ ତଥା ଅନ୍ୟାନ୍ୟ ତଥ୍ୟ,ପ୍ରମାଣ ଆଧାରରେ କୋର୍ଟ ୮ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଉ ୩ ଜଣଙ୍କୁ ନିର୍ଦ୍ଦୋଷରେ କୋର୍ଟ ଖଲାସ କରିଥିଲେ।
ସରକାରୀ ଓକିଲ ସୌଭାଗ୍ୟ ମିଶ୍ର କହିଛନ୍ତି, ଦୀର୍ଘ ୧୧ ବର୍ଷ ପରେ ଏହି ମାମଲାରେ ରାୟ ପ୍ରକାଶ ପାଇଛି। ଦୁଇ ପରିବାର ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଏନେଇ ମାମଲା ମଧ୍ୟ ରୁଜୁ ହୋଇଥିଲା। ଘଟଣା ଦିନ ଗୁଲା ସ୍ୱାଇଁ ଓ ତାଙ୍କ ପୁଅ ରାଜୀବ ସ୍ୱାଇଁ ଗାଁ ପୋଖରୀରେ ଗାଧୋଉଥିବା ବେଳେ ଭଗବାନ ସ୍ୱାଇଁ ଓ ଅନ୍ୟମାନେ ଆସି ସେମାନଙ୍କୁ ଖଣ୍ଡା ଏବଂ ଅନ୍ୟାନ୍ୟ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଗୁଲା ଓ ରାଜୀବଙ୍କ ମୃତ୍ୟୁ ଘଟିଥିଲା। ଘଟଣା ଘଟିବା ବେଳେ ଗୁଲାଙ୍କ ପତ୍ନୀ ମଧ୍ୟ ପୋଖରୀ ନିକଟରେ ଥିଲେ। ଏହି ଆକ୍ରମଣରେ ସେ ଆହତ ହୋଇଥିଲେ।
ଧୁବଲାବେଡ଼ା ଗ୍ରାମର କିଛି ଲୋକ ସକାଳେ ଉକ୍ତ ନାଳ ଦେଇ ଯିବା ବେଳେ ମହିଳାଙ୍କ ମୃତଦେହଟିଏ ପଡ଼ିଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ସେମାନେ କୋଇଡ଼ା ଥାନା ପୁଲିସକୁ ଖବର ଦେଇଥିଲେ।
ଖବର ପାଇ କୋଇଡ଼ା ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାରଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ। ପୁଲିସ ଘଟଣାସ୍ଥଳରେ ଆବଶ୍ୟକ ସମସ୍ତ ଯାଞ୍ଚ କରିବା ପରେ ଶବଟିକୁ ଜବତ କରିଥିଲା।
ମହିଳାଙ୍କ ବେକ ଓ ମୁହଁକୁ ଧାରୁଆ ଅସ୍ତ୍ରରେ କଟା ଯାଇଥିବା ଜଣାପଡ଼ିଛି। ଏହି ମହିଳାଙ୍କୁ କେହି ହତ୍ୟା କରି ଏଠାରେ ଆଣି ଫୋପାଡ଼ି ଦେଇଥିବା ପୁଲିସ ସନ୍ଦେହ କରୁଛି।
ଆଜି ସକାଳେ ବିଜୟ ପଣ୍ତାଙ୍କ ଦୋକାନକୁ ଆସିଥିଲେ ଚରମ୍ପା ଅଞ୍ଚଳର ଯୁବକ ରମେଶ ପରିଡ଼ା। ତାଙ୍କ ଦୋକାନରୁ ୧୮୦ ଟଙ୍କାର ଜିନିଷ କିଣିଥିଲେ ରମେଶ। ସେ ଫୋନ ପେ’ ମାଧ୍ୟମରେ ୧୪୦ ଟଙ୍କା ଦେଇଥିଲେ। ବିଜୟ ପଣ୍ଡା ତାଙ୍କୁ ଆଉ ୪୦ ଟଙ୍କା ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ପରେ ରମେଶ ତାଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ। ଶେଷରେ ବିଜୟ ପଣ୍ଡାଙ୍କୁ ସେ ଜୋରରେ ଧକ୍କା ଦେଇଥିଲେ। ଫଳରେ ବିଜୟ ତଳେ ପଡ଼ି ଅଚେତ ହୋଇ ଯାଇଥିଲେ।
ସ୍ଥାନୀୟ ଲୋକ ବିଜୟଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବିଜୟ ପଣ୍ଡାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସଂପର୍କରେ ବିଜୟଙ୍କ ପରିବାର ଲୋକ ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରୁଛି।
ଆଲପୁର ଓଡ଼ିଆରପି କଲୋନୀରେ ରହୁଥିଲେ ଗୋପାଳ ବେହେରାଙ୍କ ପରିବାର। ପରିବାର କହିଲେ ପତ୍ନୀ, ୯ ବର୍ଷର ଝିଅ ଓ ୫ ବର୍ଷର ପୁଅ। ଗୋପାଳ ଓ ତାଙ୍କ ସ୍ତ୍ରୀ ଦିନ ମଜୁରିଆ ଭାବେ କାମ କରନ୍ତି। ଯାହା ରୋଜଗାର କରନ୍ତି, ସେଥିରେ ଚଳେ ପୂରା ପରିବାର। ସବୁଦିନ ପରି ଆଜି ସକାଳରେ ଗୋପାଳଙ୍କ ସ୍ତ୍ରୀ ରୋଷେଇ କରୁଥିଲେ। ପୂରା ପରିବାର ସାଙ୍ଗରେ ଖାଇଥିଲେ।
ଗୋପାଳ ଓ ପୁଅ ଝିଅଙ୍କୁ ଘରେ ଛାଡ଼ି କାମ କରିବା ପାଇଁ ଯାଇଥିଲେ ପତ୍ନୀ। ସେତେବେଳେ ଘରେ ସବୁ କିଛି ଠିକ୍ ଠାକ୍ ଥିଲା। ମଧ୍ୟାହ୍ନରେ ଆସିଲା ଦୁଃଖଦ ଖବର। ଘର ଭିତରେ ପଡ଼ିଥିଲା ଝିଅର ମୃତଦେହ। ଆଉ ସେଇ ସମୟରେ ଘରେ ନଥିଲେ ଗୋପାଳ। ଝିଅର ମୃତ୍ୟୁ ସମ୍ପର୍କରେ ଗୋପାଳଙ୍କ ପୁଅଠାରୁ ଖବର ପାଇ ଧାଇଁ ଯାଇଥିଲେ ସାହି ପଡ଼ିଶା। ସେତେବେଳେ ବିଛଣାରେ ପଡ଼ିଥିଲା ୯ ବର୍ଷ ଝିଅର ମୃତଦେହ। ସମସ୍ତେ ହତବାଗ ହୋଇଯାଇଥିଲେ।
ପଡ଼ୋଶୀ ଏନେଇ ଗୋପାଳଙ୍କ ପତ୍ନୀ ଓ ଥାନାକୁ ଖବର ଦେଇଥିଲେ। ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘରେ ଥିବା ଗୋପାଳଙ୍କ ୫ ବର୍ଷର ପୁଅକୁ ପଚାରା ଉଚରା କରିଥିଲା। ଆଉ ତାପରେ ସବୁ କଥା ଗଳଗଳ ହୋଇ କହି ପକାଇଥିଲା କୁନି ପୁଅ। ବାପା ତଣ୍ଟିଚିପି ମାରିଥିବା ସେ ପୁଲିସ ପାଖରେ କହିଥିଲା। ଏହା ପରେ ପୁଲିସ ଗାଁରେ ଚକ୍କର କାଟୁଥିବା ଗୋପାଳକୁ ଅଟକ ରଖି ପଚରା ଉଚରା କରୁଛି। ତେବେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ।
ରିପୋର୍ଟ – ଖଲ୍ଲିକୋଟରୁ ଶିଲୁ ବିଶ୍ୱାଳ
ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ମଝିହରା ମହଲା ସାହିରେ ଘଟିଛି ଏଭଳି ଏକ ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ଅକ୍ଷୟ ମାଝି । ଅକ୍ଷୟଙ୍କ ଜଣେ ସମ୍ପର୍କୀୟ ଭାଇ ଦିଲୁ ଅକ୍ଷୟଙ୍କ ପତ୍ନୀଙ୍କୁ ପ୍ରେମ ନିବେଦନ କରିବା ସହ ଅଶ୍ଳୀଳ ମେସେଜ ପଠାଉଥିଲେ।
ଅକ୍ଷୟଙ୍କ ପତ୍ନୀ ଏନେଇ ସ୍ୱାମୀ ତଥା ପରିବାର ଲୋକଙ୍କୁ ଜଣାଇଥିଲେ। ଏ ସମ୍ପର୍କରେ ଅକ୍ଷୟ ଦିଲୁଙ୍କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ୧୦ ଦିନ ପୂର୍ବେ ଗଣ୍ଡଗୋଳ ହୋଇଥିଲା। ବାଳକାଟି ବଜାରରେ ଦିଲୁ ଅକ୍ଷୟଙ୍କୁ ଗୋଡ଼ାଇ ଗୋଡାଇ ମାଡ ମାରିଥିଲା ।
ବାଳକାଟି ଥାନାରେ ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଉପସ୍ଥିତିରେ ଘଟଣାର ମିମାଂସା ହୋଇଥିଲା। ଉଭୟ ପକ୍ଷ ପରସ୍ପର ସହ କୌଣସି ସମ୍ପର୍କ ରଖିବେନି ବୋଲି ପ୍ରତିଶ୍ରୁତି ଦେଇଥିଲେ।
ମାତ୍ର ଗତକାଲି ରାତିରେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଅକ୍ଷୟ ନୂଆ ସାହି ଗ୍ରାମରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରିବାର ଲୋକେ ଖବର ପାଇ ତୁରନ୍ତ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଆଜି ସକାଳୁ ତାଙ୍କ ମୃତ୍ୟୁ ହୋଇଛି।
ପ୍ରାୟ ୪ରୁ ଊର୍ଦ୍ଧ୍ୱ ଯୁବକ ଠେଙ୍ଗା, ବାଡ଼ିରେ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ପେଟରେ ଛୁରି ଭୁଷି ଦେଇଥିବା ମୃତ୍ୟୁ ପୂର୍ବରୁ ଅକ୍ଷୟ ପୁଲିସ୍ ସମ୍ମୁଖରେ କହିଥିଲେ। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରି ୨ ଜଣଙ୍କୁ ଅଟକ ରଖିଥିବା ବେଳେ ଦିଲୁଙ୍କ ପତ୍ତା ପାଇ ପାରୁନି।
ଅପରପକ୍ଷେ, ସାମାନ୍ୟ କଥାକୁ ନେଇ ଅକ୍ଷୟଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯିବ ଘଟଣାକୁ ତାଙ୍କ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ମଥାରୁ ସିନ୍ଦୂର ଲିଭିଯିବା ପରେ ମଥା ପିଟି କାନ୍ଦୁଛନ୍ତି ଅକ୍ଷୟଙ୍କ ପତ୍ନୀ।
ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ମରଣାନ୍ତକ ଆକ୍ରମଣରେ ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତ ଯୁବକଜଣକ ହେଲେ ଅଞ୍ଜନ କୁମାର ବେହେରା । ନିଜ ସାଙ୍ଗ ଗୌତମଙ୍କୁ ବଞ୍ଚାଇବାକୁ ଯାଇ ଅଞ୍ଜନ ବଳି ପଡ଼ିଥିବା ଜଣାଯାଇଛି।
ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ନିଜ ପ୍ରେମିକାଙ୍କୁ ଭେଟିବାକୁ ଗୌତମ ଯାଇଥିଲେ । ତାଙ୍କ ସହ ବନ୍ଧୁ ଅଞ୍ଜନ କୁମାର ବେହେରା ମଧ୍ୟ ଥିଲେ। ହେଲେ ସେଠି ହଠାତ୍ ଆସି ପହଞ୍ଚି ଯାଇଥିଲେ ଗୌତମଙ୍କ ପ୍ରେମିକାଙ୍କ ପୂର୍ବତନ ପ୍ରେମିକ କାହ୍ନା ପ୍ରଧାନ।
ଗୌତମ ଓ କାହ୍ନା ଉଭୟେ ପରସ୍ପରର ବନ୍ଧୁ। ତେବେ ତ୍ରିକୋଣୀୟ ପ୍ରେମ ଯୋଗୁଁ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଗତକାଲି ରାତିରେ ପୂର୍ବ ଯୋଜନା ଅନୁଯାୟୀ, କାହ୍ନା ନିଜର କିଛି ସାଙ୍ଗଙ୍କ ସହ ସେଠାରେ ପହଞ୍ଚିଥିଲେ। ସେଠାରେ ସେମାନଙ୍କ ମଧ୍ୟରେ ବିବାଦ ଉପୁଜିଥିବା ବେଳେ ତାହା ଚରମ ପରିସ୍ଥିତିରେ ପହଞ୍ଚିଥିଲା।
କାହ୍ନା ଉତ୍ତ୍ୟକ୍ତ ହୋଇ ଖଣ୍ଡାରେ ଗୌତମଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିବା ବେଳେ ସେ ସେଠାରୁ ଚମ୍ପଟ ମାରିଥିଲେ । ଆଉ ବଳି ପଡ଼ି ଯାଇଥିଲେ ଅଞ୍ଜନ। ଅଞ୍ଜନଙ୍କ ଶରୀରର ବିଭିନ୍ନ ସ୍ଥାନରେ ଖଣ୍ଡା ଚୋଟ ବାଜିବାରୁ ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଚିତ୍କାର କରୁଥିଲେ।
ଖବର ପାଇ ପୁଲିସ୍ ପହଞ୍ଚି ଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେତେବେଳକୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା।
ଘଟଣା ପରେ ଅଭିଯୁକ୍ତ କାହ୍ନା ଏବେ ଫେରାର ହୋଇ ଯାଇଛି । ଅଞ୍ଜନ ନିଜ ଘରର ଏକମାତ୍ର ପୁଅ ହୋଇଥିବାରୁ ତାଙ୍କ ମୃତ୍ୟୁ ଖବରକୁ ବାପାମା’ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଲାଗି ମୃତ ଅଞ୍ଜନଙ୍କ ପରିବାର ଦାବି କରୁଛନ୍ତି।
ଏହି ଘଟଣା ଜବଲପୁରର ସିଭିଲ ଲାଇନ୍ ଥାନା ଅଞ୍ଚଳରେ ଥିବା ମିଲେନିୟମ କଲୋନୀରେ ଘଟିଛି। ଏହି କଲୋନୀରେ ୫୨ ବର୍ଷୀୟ ରାଜକୁମାର ନିଜ ନାବାଳିକା ଝିଅ ଓ ୮ ବର୍ଷୀୟ ପୁଅ ସହ ରହୁଥିଲେ। ତାଙ୍କ ପଡ଼ୋଶୀ ମୁକୁଳ ସିଂ ନାମକ ଯୁବକ ରାଜକୁମାରଙ୍କ ଝିଅକୁ ହଇରାଣ କରୁଥିଲେ।
ଏନେଇ ରାଜକୁମାରଙ୍କ ଅଭିଯୋଗ ଆଧାରରର ପୁଲିସ୍ ମୁକୁଳ ସିଂଙ୍କୁ ପସ୍କୋ ଆକ୍ଟରେ ଗିରଫ କରିଥିଲା। ମାତ୍ର ସେ ଜେଲ୍ରୁ ମୁକୁଳିବା ପରେ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ।
ଘଟଣା ଦିନ ସେ ରାଜକୁମାର ଓ ତାଙ୍କ ପୁଅକୁ ଅତି ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ପିଲାଟିକୁ ହତ୍ୟା କରିବା ପରେ ମୁକୁଳ ସିଂ ତାକୁ ଖଣ୍ଡ ଖଣ୍ଡ କରି ପେଟିରେ ଓ ଫ୍ରିଜ ଭିତରେ ଭର୍ତ୍ତି କରି ଦେଇଥିଲା। ଏହାପରେ ନାବାଳିକାଙ୍କୁ ଧରି ସେଠାରୁ ଫେରାର ହୋଇ ଯାଇଥିଲା।
ଏହାପରେ ନାବାଳିକାଙ୍କ ଫୋନ୍ରୁ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ମେସେଜ କରି ଘରେ ରାଜକୁମାର ଓ ତାଙ୍କ ପୁଅଙ୍କ ଶବ ପଡ଼ିଥିବା ଜଣାଇଥିଲେ ମୁକୁଳ ସିଂ । ଖବର ପାଇ ପୁଲିସ୍ ପହଞ୍ଚି ଘରୁ ବାପପୁଅଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ପୁଲିସ୍ ଏକ ନାବାଳିକାଙ୍କ ସନ୍ଧାନ ଆରମ୍ଭ କରିଛି। ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପୁଲିସ୍ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି।
ଶୁଭମ ଅଜା ଘର ରହି ପାଠ ପଢ଼ୁଥିଲେ। ମହାଶିବରାତ୍ରୀ ପାଇଁ ନିଜ ଘରକୁ ଆସିଥିଲେ। ମଙ୍ଗଳବାର ଦିନ ପୁଅ ଶୁଭମ ମାଆଠାରୁ ଚୁଟି କାଟିବା ପାଇଁ ୫୦ ଟଙ୍କା ନେଇ ଘରୁ ବଜାରକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ଧରି ପୁଅ ଘରକୁ ନ ଫେରିବା ପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ହେଲେ କୌଣସି ସ୍ଥାନରେ ପୁଅର ସନ୍ଧାନ ମିଳିଲା ନାହିଁ।
ବୁଧବାର ସକାଳେ ପୁଅର ମୃତଦେହ ଆମ୍ବ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଅକୁ କିଏ ହତ୍ୟା ଟାଙ୍ଗିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶୁଭମର ମୃତ୍ୟୁ ପରେ ପରେ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।
ନର୍ସିଂ ଛାତ୍ରୀଜଣକ ସୈଫଇ ମେଡ଼ିକାଲ କଲେଜରେ ପ୍ରଥମ ବର୍ଷର ନର୍ସିଂ ଛାତ୍ରୀ ଥିଲେ। ତାଙ୍କ ଘର କୁଦରକୋଟ ଅଞ୍ଚଳରେ ହୋଇଥିବା ବେଳେ ଅଭିଯୁକ୍ତ ମହେନ୍ଦ୍ରଙ୍କ ଘର ବି ସେଠାରେ ବୋଲି ଜଣାଯାଇଛି। ମହେନ୍ଦ୍ର ପୂର୍ବରୁ ବିବାହିତ ଥିବା ବେଳେ ସେ ଉକ୍ତ ଛାତ୍ରୀଙ୍କୁ ଏକତରଫା ପ୍ରେମ କରିରୁଥିଲା ମାତ୍ର ଛାତ୍ରୀଙ୍କ ସମେତ ତାଙ୍କ ପରିବାର ଲୋକେ ବି ଏହାକୁ ବିରୋଧ କରୁଥିଲେ। ଏନେଇ ଉକ୍ତ ବ୍ୟକ୍ତିଙ୍କ ଘରେ ଅଭିଯୋଗ ହୋଇଥିଲେ ବି ସେମାନେ ଏହି ଘଟଣାର କୌଣସି ସମାଧାନ କରି ନ ଥିଲେ।
ଇତି ମଧ୍ୟରେ ଛାତ୍ରୀଜଣକ ହଷ୍ଟେଲକୁ ରହିବାକୁ ଚାଲି ଯାଇଥିଲେ। ତାଙ୍କୁ ଖୋଜିଖୋଜି ମନ୍ଦେନ୍ଦ୍ର ବି ସେଠାରେ ପହଞ୍ଚି ଯାଇଥିଲେ। ସେଠାରେ ସେ ତାଙ୍କୁ ହଇରାଣ କରିବା ସହ ପ୍ରସ୍ତାବରେ ରାଜି ହେବାକୁ ଧମକ ଦେଉଥିଲେ। ଏହା ସତ୍ତ୍ୱେ ବି ଛାତ୍ରୀଜଣକ ମହେନ୍ଦ୍ରଙ୍କ ପ୍ରସ୍ତାବରେ ରଜି ହୋଇ ନ ଥିଲେ।
ଏଥିରେ ଉତ୍ୟକ୍ତ ମହେନ୍ଦ୍ର ଘଟଣା ଦିନ ଛାତ୍ରୀଙ୍କୁ ନେଇ କେଉଁଆଡ଼େ ଚାଲି ଯାଇଥିଲେ। ହଷ୍ଟେଲ କର୍ତ୍ତୃପକ୍ଷଙ୍କ ନିକଟରୁ ଖବର ପାଇ ପରିବାର ଲୋକେ ପହଞ୍ଚି ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲେ। ଏହାପରେ ନିକଟସ୍ଥ ଜଙ୍ଗଲରେ ତାଙ୍କ ମୃତଦେହ ପଡ଼ିଥିବା ସୂଚନା ମିଳିଥିଲା। ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାକୁ କେନ୍ଦ୍ର କରି ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଗାଁରେ ପୁଲିସ୍ ମୁତୟନ କରାଯାଇଛି।
ଅଭିଯୁକ୍ତ ମହେନ୍ଦ୍ରଙ୍କୁ ଗିରଫ କରିବାକୁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ତାଙ୍କ ସନ୍ଧାନ ମିଳି ପାରିନି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି।
ଗତକାଲି ବିଳମ୍ବିତ ରାତିରେ ସୀଙ୍ଗୁରୁଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ତେବେ କିଏ ଓ କାହିଁକି ପୂର୍ବତନ ସରପଞ୍ଚ ହତ୍ୟା କଲା ତାର କାରଣ ଅସ୍ପଷ୍ଟ ରହିଛି। ହତ୍ୟା ସଂପର୍କରେ ପୁଲିସର କୌଣସି ପ୍ରତିକ୍ରିୟା ମିଳିନାହିଁ।
ଗତକାଲି ଚନ୍ଦ୍ରଗିରି ଗାଁରେ ଜଣେ ବ୍ୟକ୍ତିଙ୍କ ବିବାହ ଥିଲା। ପ୍ରଶାନ୍ତ ଏହି ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବରଯାତ୍ରୀ ଶୋଭାଯାତ୍ରା ବାହାରିବା ବେଳେ ସେହି ଗାଁର ଶ୍ରୀହରି ହଠାତ୍ ଆସି ପ୍ରଶାନ୍ତଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପରିବାର ଲୋକେ ପ୍ରଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଉତ୍ତ୍ୟକ୍ତ ଲୋକେ ଆକ୍ରମଣକାରୀର ଘର ଜାଳିଦେଇଥିଲେ।
ନ୍ୟାୟ ଦାବିରେ ମୃତକଙ୍କ ପରିବାର, ସମ୍ପର୍କୀୟ ଓ ଗ୍ରାମବାସୀ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଗାଁରେ ଉତ୍ତେଜନା ଲାଗି ରହିଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଉପୁଜିବା ପାଇଁ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି।
ମୋହନା ଓ ଆର. ଉଦୟଗିରି ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।
ସୂଚନାଯୋଗ୍ୟ, ପ୍ରଶାନ୍ତ କିଛି ଦିନ ହେବ ବିବାହ କରିଥିଲେ।
ନିଜ କାମ ପାଇଁ ଜଗନ୍ନାଥ ସମ୍ପର୍କୀୟ ମାମୁଁ ଶଶୁର ଘର ଝୁପୁଡ଼ିପଡ଼ାସ୍ଥିତ ସତ୍ୟନାରାୟଣ ବାଗ ଘରକୁ ଯାଇଥିଲେ। ମାତ୍ର ଆଜି ସକାଳେ ପରିବାର ଲୋକେ ତାଙ୍କୁ ଘରେ ଖୋଜି ପାଇ ନ ଥିଲେ। ଏହାପରେ ବାହାରେ ଖୋଜାଖୋଜି କରିବା ପରେ ପାଖ ରାସ୍ତା କଡରେ ଜଗନ୍ନାଥ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ।
ସତ୍ୟନାରାୟଣ ବାଗ ତୁରନ୍ତ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତଖାନାକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ପ୍ରବଳ ମାଡ଼ ଯୋଗୁ ଜଗନ୍ନାଥ ଙ୍କ ମୁଣ୍ଡ , ଦେହ ଓ ଶରୀରର ଅନ୍ୟାନ୍ୟ ସ୍ଥଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଗତକାଲି ରାତିରେ କେହି ହତ୍ୟା କରି ପିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି l
ଖବର ପାଇ ହସ୍ପିଟାଲରେ କଣ୍ଟାବାଞ୍ଜି ପୁଲିସ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି l ଏନେଇ ପୁଲିସ୍ ତାଙ୍କ ମାମୁଁ ଶ୍ୱଶୁରଙ୍କୁ ପଚରାଉଚରା କରୁଛି।
ସୂଚାନା ମୁତାବକ, ମୃତ ମହିଳା ଜଣକ ହେଲେ ହାଇଦ୍ରାବାଦର ଚୈତନ୍ୟା ମଧାଗନି। ଚୈତନ୍ୟା ସ୍ୱାମୀ ଓ ପୁଅ ସହ ଅଷ୍ଟ୍ରେଲିଆରେ ରହୁଥିଲେ। ଶନିବାର ତାଙ୍କ ମୃତଦେହ ରାସ୍ତା କଡର ଏକ ଅଳିଆଗଦାରୁ ମିଳିଛି। ଚୈତନ୍ୟାଙ୍କୁ ତାଙ୍କ ସ୍ୱାମୀ ହିଁ ହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଇଛି। କାରଣ ଏହି ଘଟଣା ପରେ ତାଙ୍କ ସ୍ୱାମୀ ନିଜ ପିଲାମାନଙ୍କୁ ନେଇ ହାଇଦ୍ରାବାଦ ପଳାଇଛନ୍ତି। ସେଠାରେ ପହଞ୍ଚିବା ପରେ ପତ୍ନୀଙ୍କ ବାପାମାଆଙ୍କୁ ନିଜ ପିଲାମାନଙ୍କୁ ହସ୍ତାନ୍ତର କରିଛନ୍ତି।
Detectives are investigating after a deceased person was located in Buckley, near Winchelsea, yesterday afternoon. A second crime scene has been established at a residential address on Mirka Way, Point Cook and is believed to be connected to the homicide. https://t.co/TXdSS69NzE
— Victoria Police (@VictoriaPolice) March 9, 2024
ପୁଲିସ ସୂଚନା ମୁତାବକ, ଶନିବାର ମଧ୍ୟାହ୍ଣରେ ବିନଚେଲ୍ସିଆ ନିକଟ ବକଲେରୁ ଜଣେ ମହିଳାଙ୍କ ମୃତଦେହ ମିଳିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ଘଟଣାର ତଦନ୍ତ ଜାରି ରହିଛି। ସେପଟେ ସୂଚନା ମିଳିବା ପରେ ହାଇଦ୍ରାବାର ଉପ୍ପଲ ବିଧାୟକ ଭଣ୍ଡାରୀ ଲକ୍ଷ୍ମୀ ରେଡ୍ଡୀ ମୃତ ମହିଳାଙ୍କ ବାପା-ମା'ଙ୍କୁ ଭେଟିଛନ୍ତି। ଉକ୍ତ ମହିଳା ଜଣକ ତାଙ୍କ ନିର୍ବାଚନୀ ଅଞ୍ଚଳର ହୋଇଥିବା ଯୋଗୁ ସେ ତାଙ୍କ ମୃତଦେହକୁ ଭାରତ ଫେରାଇ ଆଣିବା ପାଇଁ ବିଦେଶ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି।
శ్వేత కుటుంబ సభ్యులను పరామర్శించిన ఉప్పల్ ఎమ్మెల్యే
— Bandari Lakshma Reddy (@BrsBandari) March 10, 2024
ఆస్ట్రేలియాలోని విక్టోరియాలోని బక్లీలో రోడ్డు పక్కన ఉన్న డబ్బాలో చైతన్య మాధగాని అలియాస్ శ్వేత అనే మహిళ హత్యకు గురైంది.
విషయం తెలుసుకున్న ఉప్పల్ ఎమ్మెల్యే బండారి లక్ష్మారెడ్డి గారు
AS Rao Nagar లోని వారి నివాసానికి వెళ్లి… pic.twitter.com/SydJWJgyNw
ଆଜି ସକାଳେ ରାମକୃଷ୍ଣ ରଣାଙ୍କ ରକ୍ତାକ୍ତ ମୃତଦେହ ଗାଁର ଏକ ବିଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗାଁ ଦାଣ୍ଡରେ ତାଙ୍କ ଚପଲ ପଡ଼ିଥିଲା।
ରାମକୃଷ୍ଣ ରଣାଙ୍କ ଶରୀରରେ କଟା ଦାଗ ରହିଛି। ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯିବା ସହିତ ଲୁହା ରଡ୍ରେ ମାଡ଼ ମରାଯାଇଥିବା ଜଣାପଡ଼ୁଛି। ତେବେ କିଏ ଓ କାହିଁକି ତାଙ୍କୁ ମାରିଲା ତାହା ଜଣାପଡ଼ିନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।
ଭବାନୀପାଟଣାରୁ ରାଜକୁମାର ସିଂହଦେଓଙ୍କ ରିପୋର୍ଟ
ନନ୍ଦିନୀଙ୍କ ରକ୍ତାକ୍ତ ମୃତଦେହ ତାଙ୍କ ଘର ଚଟାଣରେ ପଡ଼ିଥିବା ବେଳେ ବେକରେ ଗଭୀର ଆଘାତ ଲାଗିଛି। ପ୍ରବଳ ରକ୍ତସ୍ରାବ ଯୋଗୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
ଗତ କିଛି ବର୍ଷ ହେବ ନନ୍ଦିନୀ ସୁହେଲଦେବ ସମାଜ ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ରୂପେ କାର୍ଯ୍ୟରତ ଥିଲେ। ପାର୍ଟି ତରଫରୁ ତାଙ୍କୁ ଦଳର ମହାସଚିବ ପଦରେ ବି ବସା ଯାଇଥିଲା।
ନନ୍ଦିନୀଙ୍କ ଶାଶୁଙ୍କ କହିବାନୁଯାୟୀ, ଗତକାଲି ଅପରାହ୍ନ ୪ଟା ପରେ ସେ ଘରେ ପହଞ୍ଚିଥିଲେ। ଘର କବାଟ ଖୋଲାଥିବା ବେଳେ ସେ ଭିତରକୁ ଯାଇ ନନ୍ଦିନୀଙ୍କୁ ଡାକିଥିଲେ । ମାତ୍ର ସେ କୌଣସି ଉତ୍ତର ଦେଇ ନ ଥିଲେ। ଏହାପରେ ତାଙ୍କ ରୁମ୍କୁ ଯାଇ ତାହା ଅନ୍ଧାର ଥିବା ବେଳେ ତଳେ ନନ୍ଦିନୀ ପଡ଼ିଥିବା ଦେଖିବାକୁ ପାଇଥିଲେ। ରୁମ୍ର ଲାଇଟ୍ ଦେବା ପରେ ନନ୍ଦିନୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ପଡ଼ିଥିବା ଦେଖିବାକୁ ପାଇଥିଲେ।
ନନ୍ଦିନୀଙ୍କ ମୃତ୍ୟୁରେ ପରିବାର ଲୋକେ ସମ୍ପୃକ୍ତ ଭାଙ୍ଗି ପଡ଼ିଛନ୍ତି। ଗତ କିଛି ଦିନ ହେବ ଅଜଣା ନମ୍ବରରୁ ତାଙ୍କ ନିକଟକୁ ଧମକପୂର୍ଣ୍ଣ କଲ୍ ଆସୁଥିବା ସେମାନେ ପୁଲିସ୍କୁ କହିଛନ୍ତି।
ଖବର ପାଇ ପୁଲିସ୍ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଆଜି ସକାଳେ କାଳନ୍ଦୀ ନିଜ ସହଯୋଗୀଙ୍କ ସହ ନିଜ ଗାଁ ସ୍ୱପ୍ନେଶ୍ୱରପୁର ଯାଉଥିଲେ। ଏହି ସମୟରେ ସୁରେନ୍ଦ୍ର ବାଟରେ ଆସି କାଳନ୍ଦୀଙ୍କୁ ଅଟକାଇଥିଲା। ପରେ ଏକ ଧାରୁଆ ଅସ୍ତ୍ରରେ କାଳନ୍ଦୀଙ୍କୁ ହାଣି ଦେଇଥିଲା।
ତେବେ କାଳନ୍ଦୀଙ୍କୁ ସୁରେନ୍ଦ୍ର କାହିଁକି ହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ। ପୁଲିସ ସୁରେନ୍ଦ୍ରଙ୍କୁ ଅଟକ ରଖିଛି। ସୁରେନ୍ଦ୍ର ମାନସିକ ବିକୃତ ବୋଲି କୁହାଯାଉଛି।
ମୃତ ନାବାଳକଜଣକ କୃଣାଳ କୁମାର ବୋଲି ଜଣାଯାଇଛି। ତାଙ୍କ ଘର ପାଟଣାର ଗୋପାଳପୁର ଥାନାର ଗୋସାଇ ମଠ ଅଞ୍ଚଳରେ ବୋଲି ଜଣାଯାଇଛି । ଗତ ୬ ତାରିଖରୁ କୃଣାଳ ନିଖୋଜ ଥିବା ନେଇ ତାଙ୍କ ପିତା ଥାନାରେ ଅଭିଯୋଗ କରିଥିଲେ।
ପୁଲିସ୍ ବହୁ ଖୋଜାଖୋଜି ପରିବା ପରେ ପାଟଣାର ଧନରୁଆ ଥାନା ଅଞ୍ଚଳରେ ଥିବା ଏକ ବିଲରେ ମୃତଦେହ ପଡ଼ିଥିବା ସୂଚନା ପାଇଥିଲା। ସେଠାରେ ପହଞ୍ଚି ପୁଲିସ୍ ପିଲାଟିର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ପୁଅର ଏପରି ଅବସ୍ଥା ଦେଖି ସେମାନଙ୍କୁ ଶକ୍ତ ଧକ୍କା ଲାଗିଛି। ତେବେ କିଏ ଓ କ’ଣ ପାଇଁ ପୁଅକୁ ଏପରି ନିର୍ମମ ଭାବେ ହତ୍ୟା କରିଛି ସେ ନେଇ ପରିବାର ଲୋକେ କିଛି ଜାଣି ନ ଥିବା କହିଛନ୍ତି।
ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ସନ୍ଧାନୀ କୁକୁର ତଥା ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ତେବେ ଅଭିଯୁକ୍ତଙ୍କ ପତ୍ତା ମିଳି ପାରିନି।
ଏପରି ଏକ ଜଘନ୍ୟ କାଣ୍ଡ ଝାଡ଼ଖଣ୍ଡର ପଲାମୁ ଜିଲ୍ଲାର ସାଲଟୁଆ ଗାଁରେ ଘଟିଛି। ନାବାଳିକାଜଣକ ନିଖୋଜ ହେବାର ୩ ଦିନ ପରେ ପୁଲିସ୍ ମାଟି ଖୋଳି ମୃତଦେହ ବାହାର କରିଛି। ନାବାଳିକାଙ୍କ ବାପା ଫେରାର ଥିବା ବେଳେ ପୁଲିସ୍ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରି ସାରିଛ। ଆଉ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ମୃତ ନାବାଳିକାଙ୍କ ବୟସ ୧୬ ବର୍ଷ ବୋଲି ଜଣାଯାଇଛି।
ସାଲଟୁଆ ଗାଁର ଜଣେ ନାବାଳିକା ନିଖୋଜ ଥିବା ନେଇ ଖବର ପାଇବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ବହୁ ଖୋଜାଖୋଜି ପରେ ମାଟି ତଳୁ ନାବାଳିକାଙ୍କ ମୃତଦେହକୁ ଗତକାଲି ଉଦ୍ଧାର କରିଥିଲା ପୁଲିସ୍। କିଛି ଦିନ ପୂର୍ବେ ଏହି ଘଟଣା ଘଟିଥିବା ପୁଲିସ୍ ଅନୁମାନ କରୁଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ବ୍ୟକ୍ତିଜଣକ କ୍ରୋଧିତ ହୋଇ ନିଶାସକ୍ତ ଅବସ୍ଥାରେ ନିଜ ଝିଅକୁ ପିଟି ପିଟି ମାରି ଦେଇଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏହାପରେ କିଛି ଗ୍ରାମବାସୀଙ୍କ ସହାୟତରେ ସେ ମୃତଦେହକୁ ମାଟି ତଳେ ପୋତି ଦେଇଥିବା ତଦନ୍ତରୁ ଜଣାପଡ଼ିଛି। ପୁଲିସ୍ ୪ ଜଣଙ୍କୁ ଗିରଫ କରି ସାରିଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି।
ଜଣେ ୨୯ ବର୍ଷୀୟ ଜିମ୍ ମାଲିକଙ୍କ ହତ୍ୟା ମାମଲାରେ ପୁଲିସ୍ ତାଙ୍କ ବାପାଙ୍କୁ ବାନ୍ଧିଛି। ମୃତକଜଣକ ହେଲେ ଗୌରବ ସିଂଘଲ । ଗୌରବଙ୍କ ହତ୍ୟା ଅଭିଯୋଗରେ ପୁଲିସ୍ ତାଙ୍କ ବାପା ରଙ୍ଗଲାଲ ସିଂଘଲଙ୍କୁ ଗିରଫ କରିଛି।
ଗୌରବଙ୍କ ବିବାହ ନିମନ୍ତେ ଘରେ ବନ୍ଧୁବାନ୍ଧବ ଭର୍ତ୍ତି ହୋଇ ଯାଇଥିଲେ। ବ୍ୟାଣ୍ଡ ବାଜା ବାଜି ଆଖପାଖ ଅଞ୍ଚଳ ଫାଟି ପଡ଼ୁଥିଲା। ସଙ୍ଗୀତ ସେରିମନି ପାଇଁ ବି ପ୍ରସ୍ତୁତି ଚାଲିଥିଲା।
ଏହି ସମୟରେ ଘରେ ଥିବା ଗୌରବ ଓ ତାଙ୍କ ବାପାଙ୍କ ମଧ୍ୟରେ ବଚସା ହୋଇଥିଲା। ପୁଅ ସବୁବେଳେ ଅପମାନିତ କରୁଥିବାରୁ ତା’ ଉପରେ ଉତ୍ତ୍ୟକ୍ତ ହୋଇଥିଲେ ରଙ୍ଗଲାଲ । ଏହାପରେ ବାଜା, ବାଣ ଯୋଗୁ ବାହାରକୁ ଶବ୍ଦ ଶୁଭୁ ନ ଥିବା ବେଳେ ଏହାର ସୁଯୋଗ ନେଇ ରଙ୍ଗଲାଲ ନିଜ ପୁଅକୁ ବାରମ୍ବାର ଛୁରୀରେ ଆକ୍ରମଣ କରିବାକୁ ଲାଗିଲେ। ରଙ୍ଗଲାଲ ନିଜ ପୁଅର ମୁହଁ ଓ ଛାତିରେ ପ୍ରାୟ ୧୫ରୁ ଅଧିକ ଥର ଛୁରୀ ଭୁଷିଥିବା ଜଣାଯାଇଛି। ଫଳରେ ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ହିଁ ଗୌରବଙ୍କ ମୃତ୍ୟୁ ହୋଇ ଯାଇଥିଲା।
ପରିବାର ଲୋକେ ବହୁ ଖୋଜାଖୋଜି ପରେ ରୁମ୍ ଚଟାଣରେ ଗୌରବଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଗୌରବଙ୍କ ପିତା ଫେରାର ହୋଇ ଯାଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ପୁଅ ଦ୍ୱାରା ବାରମ୍ବାର ଅପମାନିତ ହେବା ପରେ ଏପରି ଚରମ ପଦକ୍ଷେପ ଉଠାଇଥିବା ରଙ୍ଗଲାଲ ପୁଲିସ୍ ନିକଟରେ ସ୍ୱୀକାର କରିଛନ୍ତି।
ମୃତ ମହିଳାଙ୍କ ନାଁ ମାଣିକ ଗୌଡ଼। ତାଙ୍କ ଝିଅଙ୍କ ନାଁ ଗେଲି। ମାଣିକଙ୍କ ଝିଅ ଗେଲିଙ୍କୁ ମାତ୍ର ୫ ବର୍ଷ ହୋଇଥିଲା।
ଆଜି ଅପରାହ୍ନରେ ଦୀର୍ଘ ସମୟ ଧରି ମାଣିକ ଗୌଡ଼ଙ୍କ ଘରର କବାଟ ଖୋଲି ନଥିଲା। ତେଣୁ କିଛି ପଡ଼ୋଶୀଙ୍କର ସନ୍ଦେହ ହୋଇଥିଲା। ସେଥିପାଇଁ ସେମାନେ ପୋଲସରା ପୁଲିସ୍କୁ ଖବର ଦେଇଥିଲେ।
ପୁଲିସ୍ ଆସି ଘର ଭିତରେ ପଶିବା ପରେ ମାଣିକ ଓ ଗେଲିଙ୍କ ମୃତଦେହ ମିଳିଥିଲା। ଏହା ଦେଖି ପୁଲିସ ମାଣିକଙ୍କ ବାପ ଘର ଲୋକଙ୍କୁ ଖବର ଦେଇଥିଲା। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ମାଣିକଙ୍କ ବାପ ଘର ଲୋକେ କହିଛନ୍ତି। ମାଣିକଙ୍କୁ ତାଙ୍କ ସ୍ୱାମୀ ମାରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିବା ସେମାନେ ଅଭିଯୋଗ କରିଛନ୍ତି।
ଘଟଣା ନେଇ ପୁଲିସ୍ର ପ୍ରତିକ୍ରିୟା ମିଳିପାରି ନାହିଁ। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
୨୦୧୯ ମସିହା ମାର୍ଚ୍ଚ ୨୫ ତାରିଖ ଘରେ ଥିଲେ ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା। ରାତି ପ୍ରାୟ ସାଢ଼ ୧୦ଟା ବେଳେ ତାଙ୍କ ଘରେ ପହଞ୍ଚିଥିଲେ ଏକତାଳି ଗାଁର ଅଜିତ ପୃଷ୍ଟି, ସଞ୍ଜୀବ ପୃଷ୍ଟି, ଅଲେଖ ପୃଷ୍ଟି, ଅରୁଣ ପୃଷ୍ଟି ଓ ଦୋଳ ବୋଇତେଇ। ବିଭିନ୍ନ ବାହାନା କରି ତାଙ୍କୁ ଘରୁ ଡାକି ଆଣିଥିଲେ। ପରେ ତାଙ୍କୁ ତାଙ୍କ ଘର ଆଗରେ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ।
ହତ୍ୟା କରିବା ପରେ ରାମଚନ୍ଦ୍ର ବେହେରାଙ୍କ ହାତ ଓ ଗୋଡ଼କୁ କାଟି ନେଇଥିଲେ। ୫ ଅଭିଯୁକ୍ତ ରାମଚନ୍ଦ୍ରଙ୍କ ହାତ ଓ ଗୋଡ଼କୁ ଧରି ବାଇକ୍ରେ ଗାଁରେ ଚକ୍କର କାଟିଥିଲେ। ଗାଁ ଲୋକଙ୍କୁ ଭୟଭୀତ କରାଇଥିଲେ। ପରେ ନିକଟସ୍ଥ ଜଙ୍ଗଲକୁ ଯାଇ ରାମଚନ୍ଦ୍ରଙ୍କ ଗୋଡ ଓ ହାତକୁ କାଟି ଭକ୍ଷଣ କରିବା ଅଭିଯୋଗ ହୋଇଥିଲା। ସେହି ରାତିରେ ରାମଚନ୍ଦ୍ରଙ୍କ ଝିଅ ଘଷିପୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ମାମଲା ରୁଜୁ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜାଜ। ୫୩ ଜଣଙ୍କ ସାକ୍ଷୀଙ୍କ ବୟାନ୍, ୯୪ଟି ଡକ୍ୟୁମେଣ୍ଟ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ କୋର୍ଟ ୫ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ରାୟ ଆସିବା ପରେ ମୃତ ରାମଚନ୍ଦ୍ରଙ୍କ ଝିଅ ଖୁସି ବ୍ୟକ୍ତ କରିଛନ୍ତି।
ରିପୋର୍ଟ-ଆନନ୍ଦପୁରରୁ ମୁନ୍ନା ସିଂ
ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ଥାନା ବଡଖୋଲ ଗାଁର ମୀନା କିସାନ। ସେ କିସିଣ୍ଡା ଥାନା ବଳମ ଗାଁର ଦାଶରଥି କିସାନଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି। ସ୍ୱାମୀ ଓ ପୁଅ ଥାଉଁ ଥାଉଁ କିସିଣ୍ଡା ଥାନା ବଲାସିଙ୍ଘା ଗାଁର ପ୍ରମୋଦ କିସାନଙ୍କ ପ୍ରେମରେ ପଡ଼ିଥିଲେ ମୀନା। ପରେ ଉଭୟଙ୍କ ଭିତରେ ପ୍ରେମର ଲୁଚାକାଳି ଖେଳ ଚାଲିଥିଲା। ଏମିତି ପ୍ରାୟ ୨ ବର୍ଷ ଧରି ଚାଲିଥିଲା। ନିଜର ଚୋରା ପିରତୀ ପ୍ରଘଟ ହୋଇଯିବା ସନ୍ଦେହ କରି ମୀନା ସ୍ୱାମୀ ଓ ପୁଅକୁ ଛାଡ଼ି ପ୍ରେମିକଙ୍କ ପାଖକୁ ପଳାଇ ଯାଇଥିଲେ।
ପ୍ରେମିକ ପ୍ରମୋଦଙ୍କ ସହ ମୀନା ଘର ଭଡା ନେଇ ବିଭିନ୍ନ ଅଞ୍ଚଳରେ ରହୁଥିଲେ। ହେଲେ ପରବର୍ତ୍ତୀ ସମୟରେ ଉଭୟଙ୍କ ପ୍ରେମ ବେଶୀ ଦିନ ତିଷ୍ଠି ପାରିଲା ନାହିଁ। ପ୍ରେମକୁ ନେଇ ଉଭୟଙ୍କ ଭିତରେ ଉଠିଥିଲା ଅଶାନ୍ତିର ଝଡ଼। ମୀନା ଆଉ କିଛି ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ପ୍ରମୋଦ ସନ୍ଦେହ କରୁଥିଲେ। ଏହାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଦେବଗଡ ଜିଲ୍ଲା ରିଆମାଳ ଥାନା ମଧ୍ୟପୁର ଗାଁର ଜଣେ ସମ୍ପର୍କିୟ ଗୁରୁଚରଣ ପ୍ରଧାନଙ୍କ ଘରେ ମୀନାଙ୍କୁ ଛାଡି କୋଇଡା ଅଞ୍ଚଳକୁ ଟ୍ରକ୍ ଚଲାଇବା ପାଇଁ ଚାଲି ଯାଇଥିଲେ ପ୍ରମୋଦ।
ଗତ ୨୩ ତାରିଖରେ ପ୍ରମୋଦ ମଧ୍ୟପୁର ଗାଁକୁ ଆସିଥିଲେ। ସେହି ସମୟରେ ସେ ମୀନାଙ୍କ ପ୍ରେମ କାହାଣୀ ଜାଣିବାକୁ ପାଇଥିଲେ। ବିଳମ୍ବିତ ରାତିରେ ମୀନା ଶୋଇଥିଲେ। ଠିକ୍ ସେହି ସମୟରେ ପ୍ରମୋଦ ଏକ ସାଲ୍ରେ ମୀନାର ବେକରେ ଗୋଡ଼ାଇ ଚିପି ହତ୍ୟା କରି ଦେଇଥିଲେ! ତା’ପରେ ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ। ମୀନାଙ୍କ ମୃତଦେହକୁ ଗାଁଠାରୁ ୫୦ ମିଟର ଦୂରରେ ଥିବା ଏକ ଖେଳ ପଡ଼ିଆରେ ଗାତ ଖୋଳି ପୋତି ଦେଇଥିଲେ। ଏଥିରେ ସହଯୋଗ କରିଥିଲେ ପ୍ରମୋଦଙ୍କ ବାପା କେଶବ କିସାନ, ଘର ମାଲିକ ଗୁରୁଚରଣ ପ୍ରଧାନ ଓ ତାଙ୍କ(ଘର ମାଲିକ)ଙ୍କ ପୁଅ ଏବଂ ପ୍ରଦୀପ ପ୍ରଧାନ।
ଗତ ଶୁକ୍ରବାର ଅପରାହ୍ନରେ ମହିଳାଙ୍କ ଗଳିତ ଶବ ଠାବ ହୋଇଥିଲା। ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ୍ ମାଟି ଖୋଳି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ତଦନ୍ତ ଚଳାଇଥିବା ବେଳେ ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ଆଖପାଖ ଥାନାକୁ ଖବର ଦିଆଯାଇଥିଲା। ଏ ସମ୍ପର୍କରେ ଜାଣିପାରି ମୀନାଙ୍କ ମାଆ ଥାନାରେ ପହଞ୍ଚି ଥିଲେ। ଆଉ ମୃତଦେହ ଚିହ୍ନଟ କରିଥିଲେ। ଏହା ପରେ ପୁଲିସ୍ର ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିଥିଲା। ପୁଲିସ୍ ପ୍ରଥମେ ପ୍ରେମିକ ପ୍ରମୋଦକୁ ଉଠାଇ ଜେରା କରିଥିଲା। ତା’ପରେ ତାଙ୍କ ବାପା ଓ ଘର ମାଲିକ ଗୁରୁଚରଣ ପ୍ରଧାନ ଓ ତାଙ୍କ(ଘର ମାଲିକ)ଙ୍କ ପୁଅ ଏବଂ ପ୍ରଦୀପ ପ୍ରଧାନ ଗିରଫ କରିଥିଲା। ମୀନା ହତ୍ୟା ମାମଲାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଦେବଗଡ଼ ଏସ୍ପି ରାମପ୍ରସାଦ ସାହୁ କହିଛନ୍ତି।
ରିପୋର୍ଟ- ଦେବଗଡ଼ରୁ ସିଦ୍ଧାର୍ଥ ଗୁରୁ
ସିଆରଆଇ ଥାନା ଦେବେନ୍ଦ୍ର ନଗରରେ ଭାରତୀ ସାହୁଙ୍କ ଘର। କିଛି ମାସ ତଳେ ଭାରତୀଙ୍କ ଝିଅଙ୍କୁ ସ୍ଥାନୀୟ ଅଞ୍ଚଳର ମୁନା ଓରଫ ମୁନା ଭୂୟାଁ ଦୁର୍ବବ୍ୟବହାର କରୁଥିଲା। ଏନେଇ ଭାରତୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ମୁନାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିଛି ଦିନ ତଳେ ସେ ଜେଲ୍ରୁ ବାହାରିଥିଲା।
ସୋମବାର ସନ୍ଧ୍ୟା ବେଳେ ଭାରତୀଙ୍କ ଘରକୁ ଆସିଥିଲା ମୁନା। ସେଠାରେ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ପରେ ଭାରତୀଙ୍କୁ ମୁନା ହତ୍ୟା କରି ଫେରାର ହୋଇଯାଇଥିଲା। ସିଆର୍ଆଇ ଥାନା ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଥିଲା। ଆଜି ଅଭିଯୁକ୍ତ ମୁନାକୁ ଗିରଫ କୋର୍ଟ ଚାଲାଣ କରିଛି ପୁଲିସ୍। ମାମଲାଟି ରେଡ୍ ଫ୍ଲାଗ ମାମଲା ହିସାବରେ ଗ୍ରହଣ ହୋଇଥିବାରୁ ମାସେ ଭିତରେ ତଦନ୍ତ କରି ଚାର୍ଜସିଟ୍ ପ୍ରଦାନ କରାଯିବ ବୋଲି ପୁଲିସ କହିଛି।
ହତ୍ୟାକାରୀକୁ ଫାଶୀ ଦିଆଯାଉ ବୋଲି ମୃତ ମହିଳାଙ୍କ ଝିଅ ଦାବି କରିଛନ୍ତି। ସେପଟେ ସ୍ଥାନୀୟ ଲୋକେ କହିଛନ୍ତି, ଅଭିଯୁକ୍ତ ଓ ତାଙ୍କ ପରିବାରକୁ ସାହିରୁ ତଡିପାର କରାଯାଉ।
ସୂଚନାରୁ ପ୍ରକାଶ, ମୁନା ସ୍ଥାନୀୟ ଅଞ୍ଚଳର ଜଣେ ପେଶାଦାର ଅପରାଧୀ। ବିଭିନ୍ନ ଅପରାଧରେ ସେ ସମ୍ପୃକ୍ତ ରହିଛି। ମୁନା ନାଁରେ ପୂର୍ବରୁ ୨ ମାମଲା ଥିଲା ବୋଲି ପୁଲିସ୍ କହିଛି।
ଅଭିଯୋଗ ଅନୁସାରେ, ଗତକାଲି ଦୀପକ କିଛି ଯୁବକଙ୍କ ସହ ଘରୁ ବାହାରକୁ ଯାଇଥିଲେ। ଦିନ ୨ଟା ବେଳେ ତାଙ୍କର ୨ଜଣ ସାଙ୍ଗ ଦୀପକଙ୍କୁ ଅଚେତ ଅବସ୍ଥାରେ ଘରକୁ ଆଣିଥିଲେ। ଅତ୍ୟଧିକ ବ୍ରାଉନସୁଗାର ଖାଇଥିବାରୁ ସେ ଅଚେତ ହୋଇଯାଇଥିବା ସେମାନେ କହିଥିଲେ।
ତୁରନ୍ତ ପରିବାର ଲୋକେଦୀପକଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ ଏବଂ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ ପଠାଇଛି। ଆଜି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ ପଦାକୁ ଆସିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ଦୀପକଙ୍କ ମା’ ପୁଅକୁ ନିଶା ଦେଇ ତାର ସାଙ୍ଗମାନେ ମାରିଦେଇଥିବା ଅଭିଯୋଗ କରିଛନ୍ତି।
ଏହି ଘଟଣା ଗତ ରାତିରେ ତୋୟନାର ଗାଁରେ ଘଟିଛି। ଉକ୍ତ ଗାଁରେ ହେଉଥିବା ଏକ ବିବାହ ଉତ୍ସବରେ ତିରୁପତି କଟଲା ଯୋଗ ଦେଇଥିଲେ। ମାତ୍ର ବିବାହ ଉତ୍ସବରୁ ସେ ବାହାରକୁ ଆସିଥିବା ବେଳେ ପୂର୍ବରୁ ଜଗି ରହିଥିବା ନକ୍ସଲମାନେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ବିଜାପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ବର୍ଷକ ମଧ୍ୟରେ ନକ୍ସଲଙ୍କ ଦ୍ୱାରା ୭ ବିଜେପି ନେତା ହତ୍ୟାର ଶିକାର ହୋଇ ସାରିଲେଣି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି।
ମୃତ ଛାତ୍ରୀଙ୍କ ନାଁ ଜସ୍ମିନ। ତାଙ୍କ ଘର ମଙ୍ଗଳପୁର ମଜୁରୀ ଛକ ଅଞ୍ଚଳରେ। ସେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନର ପ୍ରଥମ ବର୍ଷର ଛାତ୍ରୀ ଥିଲେ।
ଜସ୍ମିନ ଗତକାଲି ଅପରାହ୍ନ ୨ଟାରେ ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟରକୁ ପଢ଼ିବାକୁ ଆସିଥିଲେ। ସନ୍ଧ୍ୟା ପ୍ରାୟ ୫ଟା ୪୦ରେ କ୍ଲାସ ଶେଷ ହେବା ପରେ ସେ ଘର ଅଭିମୁଖେ ବାହାରିଥିଲେ। ହେଲେ ଘରେ ପହଞ୍ଚି ନଥିଲେ।
ଜସ୍ମିନ ଘରକୁ ନ ଫେରିବାରୁ ତାଙ୍କ ବାପା ସନ୍ଧ୍ୟା ପ୍ରାୟ ୬ଟା ୨୦ ମିନିଟ୍ରେ ଢେଙ୍କାନାଳ ଅଭିମୁଖେ ବାହାରିଥିଲେ। ହେଲେ ବାଟରେ କେଉଁଠି ବି ଝିଅକୁ ଦେଖି ନଥିଲେ। ତା’ପରେ ସେ କୋଚିଂ ସେଣ୍ଟର ମାଲିକଙ୍କୁ ଫୋନ୍ କରିଥିଲେ। କୋଚିଂ ସେଣ୍ଟର ମାଲିକ, ଜସ୍ମିନଙ୍କ ବାପା ଓ ଅନ୍ୟ ଦୁଇ ଜଣ ବ୍ୟକ୍ତି ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜିଥିଲେ। ରାତି ୧୦ ସୁଦ୍ଧା ସେମାନେ ଜସ୍ମିନଙ୍କୁ ନପାଇବା ପରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଘର ଠାରୁ ଅଳ୍ପ ଦୂରରେ ଜଙ୍ଗଲରେ ଜସ୍ମିନଙ୍କ ମୃତଦେହ ମିଳିଥିଲା।
ଜସ୍ମିନଙ୍କ ମୃତଦେହ ମୁହଁମାଡ଼ି ତଳେ ପଡ଼ିଥିବା ବେଳେ ପାଖରେ ଏକ ପଥର ପଡ଼ିଛି। ପଥରରେ ରକ୍ତ ଛିଟା ଲାଗିଛି। ସେହିପରି ମୃତଦେହଠାରୁ ଅଳ୍ପ ଦୂରରେ ତାଙ୍କ ଜୋତା ଓ ଓଢ଼ଣୀ ପଡ଼ିଛି। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଜସ୍ମିନଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ତେବେ ପୁଲିସ୍ ଏନେଇ କିଛି କହି ନାହିଁ। ସାଇଣ୍ଟିଫିକ୍ ଟିମ୍ ଆସି ଘଟଣାସ୍ଥଳ ଯାଞ୍ଚ କରିବା ପରେ ଓ ପ୍ରାଥମିକ ତଦନ୍ତ ପରେ ଯାହା କିଛି କହି ହେବ ବୋଲି ଢେଙ୍କାନାଳ ଅତିରିକ୍ତ ଏସ୍ପି ଭବାନୀ ଶଙ୍କର ଉଦଗାତା କହିଛନ୍ତି।
ଯୁବକଙ୍କୁ ରାସ୍ତାରୁ ହଟାଇବା ପାଇଁ ତାଙ୍କ ପ୍ରେମିକାଙ୍କ ସମେତ ତାଙ୍କ ମା’, ବାପା ଏପରି ଷଡଯନ୍ତ୍ର ରଚିଥିବା ପୁଲିସ୍ ତଦନ୍ତରୁ ଜଣାପଡ଼ିଛି। ପୁଲିସ୍ ଅଭିଯୁକ୍ତା ପ୍ରେମିକାଙ୍କ ସମେତ ତାଙ୍କ ମା’ଙ୍କୁ ଗିରଫ କରିଥିବା ବେଳେ ତାଙ୍କ ବାପା ଫେରାର ହୋଇ ଯାଇଛନ୍ତି।
ମୃତକ ଯୁବକଙ୍କ ନାମ ପୁଷ୍ପେନ୍ଦ୍ର ଯାଦବ ବୋଲି ଜଣାପଡ଼ିଛି। ସେ ଆଗ୍ରାରେ ଟ୍ରାନ୍ସପୋର୍ଟ ବେପାର କରୁଥିଲେ। ପୁଷ୍ପେନ୍ଦ୍ରଙ୍କୁ ହତ୍ୟା ମାମଲାରେ ପୁଲିସ୍ ତାଙ୍କ ପ୍ରେମିକା ୨୦ ବର୍ଷୀୟା ଡଲି ଓ ତାଙ୍କ ମା’ ଭୁରୀ ଦେବୀଙ୍କୁ ବାନ୍ଧିଛି। ଡଲିଙ୍କ ପିତା ଅବଧେଶ ଯାଦବ ଫେରାର ହୋଇ ଯାଇଛନ୍ତି।
ପୁଷ୍ପେନ୍ଦ୍ର ଓ ଡଲିଙ୍କ ସମ୍ପର୍କକୁ ନେଇ ଅବଧେଶ ଯାଦବଙ୍କ ପରିବାର ଖୁସି ନ ଥିଲେ। ସେମାନେ ପୁଷ୍ପେନ୍ଦ୍ରଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କଲେ। ଏହାପରେ ସେମାନେ ଡଲି ଜରିଆରେ ପୁଷ୍ପେନ୍ଦ୍ରଙ୍କୁ ଘରକୁ ଡାକିଲେ ଓ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲା। ଏହାପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଏକ କାର୍ରେ ମୃତଦେହକୁ ରଖି ତାହାକୁ ଦୂରକୁ ନେଇ ଜାଳିଦେଇଥିଲେ ।
ପୁଲିସ୍ ସୂଚନା ଅନୁଯାୟୀ, ଡଲିଙ୍କ ପିତା ଅବଧେଶ ମଥୁରାସ୍ଥିତ ଏକ କୁଖ୍ୟାତ ଗ୍ୟାଙ୍ଗର ସଦସ୍ୟ। ସେ ଅପହରଣ, ବଟି ଅସୁଲି, ହତ୍ୟା ପରି ବହୁ ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛନ୍ତି। ଅବଧେଶ, ତାଙ୍କ ବଡ଼ ଭାଇ ତଥା ଅନ୍ୟ କିଛି ସମ୍ପର୍କୀୟ ବି ଏହି ହତ୍ୟା ମାମଲାରେ ସାମିଲ ଥିବା ପୁଲିସ୍ ତଦନ୍ତରୁ ଜଣାପଡ଼ିଛି। ସମସ୍ତଙ୍କ ନାଁରେ ମାମଲା ରୁଜୁ କରାଯାଇ ପୁଲିସ୍ ଖାନତଲାସୀ ଆରମ୍ଭ କରିଥିବା କହିଛି।
ମୃତ ମହିଳାଙ୍କ ନାଁ ଗୀତାଞ୍ଜଳି ରଞ୍ଜିତ ଓରଫ ଦୀପିକା। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ। ତାଙ୍କ ସ୍ୱାମୀଙ୍କ ନାଁ କୁଞ୍ଜବିହାରି ଦତ୍ତ। ଭୁବନେଶ୍ୱରର ବାପୁଜୀ ନଗରରେ କୁଞ୍ଜବିହାରିଙ୍କର ଏକ ମୋବାଇଲ ମରାମତି ଦୋକାନ ଅଛି। ସେ ସେହି ଦୋକାନର ନବୀକରଣ କାର୍ଯ୍ୟ କରୁଥିଲେ। ଦୋକାନରେ ଚାଲିଥିବା କାଠ କାମରେ ସେ କାଳୁ ନାମକ ଜଣେ ଯୁବକଙ୍କୁ ନିୟୋଜିତ କରିଥିଲେ। କାଳୁ ତାଙ୍କ ଘରେ ମଧ୍ୟ ରହୁଥିଲେ। ପ୍ରାୟ ୨୦ ଦିନ ହେଲା କାଳୁ କୁଞ୍ଜବିହାରିଙ୍କ ଦୋକାନରେ କାମ କରିବା ସହିତ ତାଙ୍କ ଘରେ ରହୁଥିଲେ।
ଏହା ଭିତରେ ସେ କୁଞ୍ଜବିହାରିଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ପ୍ରେମରେ ପଡ଼ିଯାଇଥିଲେ। କୁହାଯାଉଛି, ଗୀତାଞ୍ଜଳି ବି ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ଏହା ପରେ କାଳୁ ତାଙ୍କୁ ନେଇ ଫେରାର ହୋଇଯିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ହେଲେ ତାଙ୍କର ଏହି ଯୋଜନାରେ ରାଜି ହୋଇ ନଥିଲେ ଗୀତାଞ୍ଜଳି। ସେ ତାଙ୍କ ସ୍ୱାମୀ ଓ ଘର ଛାଡ଼ି ଯିବାକୁ ଅମଙ୍ଗ ହୋଇଥିଲେ। ଫଳରେ କାଳୁ ରାଗି ଯାଇଥିଲେ। ଗତ ମଙ୍ଗଳବାର ସନ୍ଧ୍ୟାରେ ଗୀତାଞ୍ଜଳିଙ୍କ ସ୍ୱାମୀ ଦୋକାନରେ ଥିବା ବେଳେ ତାଙ୍କ ଘରକୁ ଯାଇଥିଲେ କାଳୁ। ସେତେବେଳେ ଗୀତାଞ୍ଜଳି ତାଙ୍କ ଘର ଆଗରେ ଥିଲେ। କାଳୁ ତାଙ୍କୁ ସେଠାରେ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ସନ୍ଧ୍ୟା ୭ଟା ପାଖାପାଖି ଏହି ଘଟଣା ଘଟିଥିଲା।
ଗୀତାଞ୍ଜଳିଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସଂପର୍କରେ କ୍ୟାପିଟାଲ ଥାନାରେ ଗୀତାଞ୍ଜଳିଙ୍କ ସ୍ୱାମୀ ଏତଲା ଦେବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ୍। ଘଟଣାସ୍ଥଳରେ ଯାଞ୍ଚ କରିଛି ସାଇଣ୍ଟିଫିକ୍ ଟିମ୍। ପୁଲିସ୍ ଫେରାର ଅଭିଯୁକ୍ତ କାଳୁଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଛି।
କ୍ୟାପିଟାଲ୍ ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା କହିଛନ୍ତି, ଘଟଣା ପଛରେ ପ୍ରେମ ବ୍ୟାପାର ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି। ମୃତ ମହିଳାଙ୍କ ସ୍ୱାମୀଙ୍କୁ ପଚରାଉଚରା କରିବା ପରେ ଏ ବିଷୟରେ ଜଣାପଡ଼ିବ। ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ହତ୍ୟା ପଛର ପ୍ରକୃତ କାରଣ ଜଣାପଡ଼ିବ। ସେମାନେ ପୂର୍ବରୁ ପରସ୍ପରକୁ ଭଲ ପାଉଥିଲେ ନା ଏହି ୨୦ ଦିନ ହେବ ପ୍ରେମରେ ପଡ଼ିଥିଲେ, ତାହା ମଧ୍ୟ ତଦନ୍ତ ପରେ ଜଣାପଡ଼ିବ ବୋଲି କ୍ୟାପିଟାଲା ଥାନା ଅଧିକାରୀ କହିଛନ୍ତି।
ପୁଲିସର ସୂଚନା ଅନୁସାରେ, ମୃତ ଛାତ୍ର ଜଣକ ହେଉଛନ୍ତି ଉତ୍ତର ପ୍ରଦେଶ ଅମରୋହାର ୟଶ ମିତ୍ତଲ। ତାଙ୍କ ବାପା ଦିଲ୍ଲୀପ ମିତ୍ତଲ ଜଣେ ବ୍ୟବସାୟୀ। ୟଶ ଦିଲ୍ଲୀର ଏକ ୟୁନିଭରସିଟିରେ ବିବିଏ ପଢୁଥିଲେ। ସୋମବାର୍ ତାଙ୍କୁ ଅପହରଣ କରାଯାଇଥିବା ନେଇ ପୁଲିସରେ ଖବର ଦେଇଥିଲେ ତାଙ୍କ ବାପା। ପୁଅକୁ ଛାଡିବା ବଦଳରେ ଦୁର୍ବୃତ୍ତମାନେ ୬ କୋଟି ଟଙ୍କା ଦାବି କରୁଥିବା ସେ ପୁଲିସକୁ ଜଣାଇଥିଲେ।
ଅଭିଯୋଗ କ୍ରମେ ପୁଲିସ ଏକ ସ୍ପେଶାଲ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ଫେବୃଆରୀ ୨୬ ସନ୍ଧ୍ୟାରେ ୟଶଙ୍କୁ ଶେଷ ଥର ପାଇଁ ଫୋନରେ କଥା ହୋଇ କେଉଁ ଆଡେ ଯାଇଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା। ପୁଲିସ ଏହି ସମୟର ଶେଷ କଲକୁ ତଦନ୍ତ ପରିସରଭୁକ୍ତ କରିଥିଲା। ଶେଷ ଥର ପାଇଁ ୟଶ ତାଙ୍କ ସାଙ୍ଗ ରଚିତ ସହ କଥା ହୋଇଥିବା ଜଣାପଡିଥିଲା।
ଏହାପରେ ରଚିତଙ୍କୁ ଜେରା କରିଥିଲା ପୁଲିସ। ଜେରା ସମୟରେ ରଚିତ ସବୁ ସତ ଓଗାଳିଛି। ପୁଲିସ କହିଛି ଯେ, ୟଶ ତାଙ୍କ ସାଙ୍ଗ ରଚିତ, ଶିବମ, ସୁଶାନ୍ତ ଏବଂ ଶୁଭମଙ୍କ ସହ ଅମରୋହର ଜଙ୍ଗଲକୁ ପାର୍ଟି କରିବାକୁ ଯାଇଥିଲେ। ସେଠାରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ୟଶ ସେମାନଙ୍କୁ କହିଥିଲେ, 'ଏମିତି କେତେ ଦିନ ମୋ ଟଙ୍କାରେ ମଦ ପିଇବ।' ଏହି କଥାକୁ ନେଇ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେଲା, ଯାହା ପରେ ଅନ୍ୟ ଚାରି ଜଣ ସାଙ୍ଗ ମିଶି ୟଶଙ୍କ ତଣ୍ଟିଚିପି ହତ୍ୟା କରିଥିଲେ।
ହତ୍ୟା ପରେ ମୃତଦେହକୁ ସେହି ଜଙ୍ଗଲରେ ପୋତି ଦେଇଥିଲେ। ଏତେ ସବୁ କାଣ୍ଡ ଭିଆଇବା ପରେ ରଚିଥିଲେ ନୂଆ ଷଡ଼ଯନ୍ତ୍ର। ୟଶଙ୍କ ଫୋନରେ ତାଙ୍କ ବାପାଙ୍କୁ କଲ୍ କରି ପୁଅକୁ ଅପହରଣ କରିଥିବା କହିଥିଲେ। ୬ କୋଟି ଟଙ୍କା ଦେଲେ ପୁଅକୁ ଛାଡିବେ ବୋଲି ଧମକ ଦେଇଥିଲେ। ପୁଲିସ ମାମଲାର ପର୍ଦ୍ଦାଫାସ କରି ୩ ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଶୁଭମ ଏବେ ବି ଫେରାର୍ ରହିଛି। ପୁଲିସ ତାକୁ ଖୋଜାଖୋଜି କରୁଛି।
ଆଜି ଦୁହିତାଙ୍କ ବଡ଼ ପୁଅ ସୁଶାନ୍ତ ପ୍ରଧାନ ଓ ସାନ ପୁଅ ସାଗର ପ୍ରଧାନଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ସେହି ସମୟରେ ସୁଶାନ୍ତ ଏକ ଦେଶୀ ବନ୍ଧୁକ ଆଣି ସାଗରଙ୍କ ଉପରକୁ ଗୁଳି କରିବାକୁ ଉଦ୍ୟମ କରିଥିଲେ। ଦୁହିତା ତାଙ୍କୁ ବାଧା ଦେଇଥିଲେ। ତେବେ ସୁଶାନ୍ତ ଟ୍ରିଗର ଚିପି ଦେବାରୁ ଗୁଳି ଦୁହିତାଙ୍କ ଶରୀରରେ ପଶି ଯାଇଥିଲା।
ଗୁରୁତର ଦୁହିତାଙ୍କୁ ଗ୍ରାମବାସୀ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟପକ୍ଷରେ ଖବର ପାଇ ବାଣୀଗୋଛା ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି। ପୁଲିସ୍ର ଏକ ଟିମ୍ ଦୁହିତାଙ୍କ ଗାଁରେ ପହଞ୍ଚି ଯାଞ୍ଚ କରିଛି। ତା’ ସହିତ ଅଭିଯୁକ୍ତ ସୁଶାନ୍ତ ପ୍ରଧାନଙ୍କୁ ଧରିଛି।
ଏପରି ଏକ ସାଂଘାତିକ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ଏହି ଘଟଣାରେ ପୁଲିସ୍ ରେଷ୍ଟୁରାଣ୍ଟ ମାଲିକ ଓ କର୍ମଚାରୀଙ୍କ ସମେତ ସମୁଦାୟ ୬ ଜଣଙ୍କୁ ଗିରଫ କରିଛି।
ମୃତକ ଜଣକ ଯତିନ ଶର୍ମା ବୋଲଲି ଜଣାଯାଇଛି। ନିଜ ଜନ୍ମ ଦିନ ପାଳନ ନିମନ୍ତେ ଯତିନ ନିଜ ସାଙ୍ଗମାନଙ୍କ ସହ Yaaran Da Adda ନାମକ ରେଷ୍ଟୁରାଣ୍ଟକୁ ଯାଇଥିଲେ। ମାତ୍ର ସେଠାରେ ସେଲିବ୍ରେଶନ ମୁଡରେ ଥିବା ଯୁବକମାନଙ୍କ ସହ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ଉଚ୍ଚବାଚ ହୋଇଗଲା। ଏହା ଥମିବା ପରିବର୍ତ୍ତେ କ୍ରମଶଃ ଉଗ୍ର ରୂପ ଧାରଣ କରିବାକୁ ଲାଗିଲା।
ଏହାପରେ ରେଷ୍ଟୁରାଣ୍ଟ କର୍ମଚାରୀମାନେ ଯତିନଙ୍କ ଛାତି ସମେତ ଶରୀରର ବିଭିନ୍ନ ସ୍ଥାନକୁ ଛୁରୀରେ ଆକ୍ରମଣ କଲେ। ଏହାଦେଖି ଯତିନଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ତାଙ୍କ ଦୁଇ ସାଙ୍ଗ ବି ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ଆକ୍ରମଣର ଶିକାର ହେଲେ। ତୁରନ୍ତ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯତିନଙ୍କ ମୃତ୍ୟୁ ହୋଇଛି। ତାଙ୍କ ଦୁଇ ସାଙ୍ଗଙକ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।
ଏହି ଘଟଣାରେ ପୁଲିସ୍ ତୁରନ୍ତ ରେଷ୍ଟୁରାଣ୍ଟ ମାଲିକଙ୍କ ସମେତ ଜଣଙ୍କୁ ବାନ୍ଧିଛି। କେଉଁ ପରିସ୍ଥିତିରେ ଓ କାହିଁକି ଏପରି ରକ୍ତାକ୍ତ ସଂଘର୍ଷ ଘଟିଲା, ପୁଲିସ୍ ସେମାନଙ୍କୁ ପଚରାଉଚରା କରୁଛି।
ଏପରି ଏକ ଅଭାବନୀୟ ଘଟଣା କେରଳର କୋଝିକୋଡ ଜିଲ୍ଲାରେ ଘଟିଛି। ମୃତକ ହେଲେ ସିପିଏମ୍ ନେତା ପିଭି ସତ୍ୟାନାଥନ । ସତ୍ୟାନାଥନ ସିପିଆଇ (Marxist) ଦଳର କୋୟିଲାଣ୍ଡି ସେଣ୍ଟ୍ରାଲ ଲୋକାଲ କମିଟିର ସେକ୍ରେଟାରି ଭାବେ କାମ କରୁଥିଲେ।
କୋୟିଲାଣ୍ଡିସ୍ଥିତ ଚେରିୟୁପୁରମ ମନ୍ଦିରରେ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପିଭି ସତ୍ୟାନାଥନଙ୍କୁ ମନ୍ଦିର କମିଟି ପକ୍ଷରୁ ନିମନ୍ତ୍ରୀତ କରାଯାଇଥିଲା। ସେଠାରେ ଅଚାନକ ସତ୍ୟାନାଥନଙ୍କ ଉପରକୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ। ସମସ୍ତଙ୍କ ଆଖି ସାମନାରେ ସେମାନେ ତାଙ୍କୁ ଟାଙ୍ଗିଆରେ ହାଣି ପକାଇଥିଲେ। ଏହାପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।
ତୁରନ୍ତ ସତ୍ୟାନାଥନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅଭିଯୁକ୍ତଜଣକ ତୁରନ୍ତ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ବେଳେ ପୁଲିସ୍ ତାଙ୍କ ସନ୍ଧାନ ଆରମ୍ଭ କରିଛି।
ପିଭି ସତ୍ୟାନାଥନଙ୍କ ସହ ଅଭିଯୁକ୍ତଙ୍କର ପୂର୍ବ ଶତ୍ରୁତା ଥିବା ପୁଲିସ୍ ସନ୍ଦେହ କରୁଛି। ତେଣୁ କିଏ ଏପରି କାଣ୍ଡ ଘଟାଇ ଥାଇପାରେ ତାହା ଜାଣିବାକୁ ପୁଲିସ୍ ବିଭିନ୍ନ ଲୋକଙ୍କୁ ପଚରାଉଚରା କରୁଛି।
ଫତେହପୁର ଜିଲ୍ଲାର ଏକ ଗାଁରେ ରୋଶନ ସିଂ ନିଜ ପତ୍ନି ଓ ପୁଅ ହିମାଂଶୁ ସହ ରହୁଥିଲେ। ହିମାଂଶୁ ନିଜ ବାପାମା’ଙ୍କ ନାଁରେ ୫୦ ଲକ୍ଷ ଟଙ୍କା ଲେଖାଏଁର ବୀମା କରିଥିଲେ। ଉଭୟ ପଲିସିରେ ସେ ନୋମିନି ପଡ଼ିଥିବା ବେଳେ କାଗଜପତ୍ର ନିଜ ପାଖରେ ରଖିଥିଲେ।
ମା’ ନାଁରେ ଥିବା ବୀମା ରାଶି ହାତେଇବା ନିମନ୍ତେ ହିମାଂଶୁ ପ୍ରଥମେ ମା’କୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଏଥିପାଇଁ ସୁଯୋଗ ଅପେକ୍ଷାରେ ଥିଲା।
ଘଟଣା ଦିନ ରୋଶନ ସିଂ ଘରେ ନ ଥିବା ବେଳେ ହିମାଂଶୁ ନିଜ ମା’ର ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ସବୁ ପ୍ରମାଣ ନଷ୍ଟ ପାଇଁ ନିଜର ଦୁଇ ସାଙ୍ଗଙ୍କ ସହ ମା’ ମୃତଦେହକୁ ଏକ ବସ୍ତାରେ ପୂରାଇ ନଦୀ କୂଳରେ ଫୋପାଡ଼ି ଦେଇ ଘରକୁ ଫେରିଥିଲା।
ରୋଶନ ସିଂ ଫେରିବା ପରେ ପତ୍ନୀଙ୍କୁ ଖୋଜି ପାଇ ନ ଥିଲେ। ନିଜ ପୁଅକୁ ଏ ସମ୍ପର୍କରେ ପଚାରିଥିଲେ ବି ସେ କିଛି କହି ନ ଥିଲା। ଏହାପରେ ସନ୍ଦେହ ହେବାରୁ ସେ କିଛି ଲୋକଙ୍କୁ ଧରି ନଦୀ କୂଳକୁ ଯାଇଥିଲେ। ସେଠାରେ ଏକ ବସ୍ତା ପଡ଼ିଥିବା ଦେଖି ଗ୍ରାମବାସୀ ପୁଲିସ୍କୁ ଖବର ଦେଇଥିଲେ।
ପୁଲିସ୍ ପହଞ୍ଚି ବସ୍ତା ଖୋଲିବା ବେଳକୁ ତା’ ଭିତରେ ଜଣେ ମହିଳାଙ୍କ ମୃତଦେହ ଥିବା ଦେଖିବାକୁ ପାଇଥିଲା। ତାହା ନିଜ ପତ୍ନୀଙ୍କ ମୃତଦେହ ବୋଲି ରୋଶନ ସିଂ ଚିହ୍ନଟ କରିଥିଲେ ।
ପୁଲିସ୍ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରି ହିମାଂଶୁଙ୍କୁ ପଚରାଉଚରା କରିବାରୁ ସେ ସବୁ ସତ ମାନି ଯାଇଥିଲେ। ବୀମା ରାଶି ହାତେଇବା ନିମନ୍ତେ ସେ ନିଜ ମା’ର ହତ୍ୟା କରିଥିବା ସ୍ୱୀକାର କରିଥିଲେ। ପୁଲିସ୍ ତୁରନ୍ତ ଅଭିଯୁକ୍ତ ପୁଅକୁ ଗିରଫ କରିଥିବା ବେଳେ ତା’ର ଦୁଇ ସାଙ୍ଗଙ୍କୁ ଖୋଜୁଛି। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।
ଏହି ମାମଲାରେ ଅମିତ ପଟ୍ଟନାୟକଙ୍କ ସହ ତାଙ୍କର ଆଉ ଦୁଇ ସହଯୋଗୀ ପ୍ରତିକ ପଟ୍ଟନାୟକ ଓ ଦାଉଦ ଜେନାଙ୍କୁ ବି ପୁଲିସ୍ ବାନ୍ଧିଛି। ଗିରଫ ୩ ଜଣଙ୍କଠାରୁ ୨୪ ଗ୍ରାମ ସୁନା, ୪ଟି ମୋବାଇଲ୍ ଓ ହତ୍ୟାରେ ବ୍ୟବହୃତ ଗାଡ଼ି ମଧ୍ୟ ଜବତ ହୋଇଛି।
ଏହି ୩ ଅଭିଯୁକ୍ତ ଲୁଟ୍ ଉଦ୍ଦେଶ୍ୟରେ ଗତ ୨୧ ତାରିଖ ବିଳମ୍ୱିତ ରାତିରେ ପାରଳାଖେମୁଣ୍ଡି ସହର କରଣ ସାହିର ସରୋଜିନୀ ପଟ୍ଟନାୟକଙ୍କ ଘରେ ପଶିଥିଲେ। ସେମାନେ ଲୁଟ୍ କରୁଥିବା ବେଳେ ୭୦ ବର୍ଷୀୟା ସରୋଜିନୀ ଉଠି ପଡ଼ିଥିଲେ। ଆଉ ସେ ଅମିତକୁ ଚିହ୍ନି ପକାଇଥିଲେ। ଧରା ପଡ଼ିଯିବା ଭୟରେ ତିନି ଜଣ ମିଶି ସରୋଜିନୀଙ୍କୁ ହତ୍ୟା କରିଥିଲେ। ତା’ପରେ ଘରେ କଳାକଳା ବୁଲାଇ ଦେଇ ଫେରାର ହୋଇଯାଇଥିଲେ। ପ୍ରମାଣ ନଷ୍ଟ ପାଇଁ ଘରେ ଲଙ୍କା ଗୁଣ୍ଡା ପକାଇ ବୁଣି ଦେଇଥିଲେ।
ତା’ପର ଦିନ ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଧରାନଡ଼ିବା ପାଇଁ ମୃତଦେହ ପାଖେ ପାଖେ ରହୁଥିଲେ ଅମିତ। ଏପରିକି ବୃଦ୍ଧାଙ୍କ ଶେଷକୃତ୍ୟ ସମୟରେ ବି ସେ ତାଙ୍କ ପାଖେପାଖ ଉପସ୍ଥିତ ରହୁଥିଲେ।
ପୁଲିସ୍ ତଦନ୍ତ ବେଳେ ଅମିତଙ୍କ ଉପରକୁ ସନ୍ଦେହ ଯାଇଥିଲା। ତାଙ୍କୁ ଜେରା କରିବା ପରେ ପୂରା ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ଏହା ପରେ ପୁଲିସ୍ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା। ଲୁଟ୍ ଓ ହତ୍ୟା ମାମଲାରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ପାରଳାଖେମୁଣ୍ଡି କରଣ ସାହିର ଅମିତ ପଟ୍ଟନାୟକ ହେଉଛନ୍ତି ଗଜପତି ଜିଲ୍ଲା ଛାତ୍ର ବିଜେଡି ଉପ-ସଭାପତି। ସେ ଓ ତାଙ୍କର ଦୁଇ ସହଯୋଗୀ ପ୍ରତିକ ପଟ୍ଟନାୟକ ଓ କାଶୀନଗର ଥାନା କୋଲା ଗାଁର ଦାଉଦ ଜେନା ଓରଫ ଡେବିଡ ଲୁଟ୍ ଉଦ୍ଦେଶ୍ୟରେ ଗତ ୨୧ ତାରିଖ ବିଳମ୍ୱିତ ରାତିରେ ପାରଳାଖେମୁଣ୍ଡି ସହର କରଣ ସାହିର ସରୋଜିନୀ ପଟ୍ଟନାୟକଙ୍କ ଘରେ ପଶିଥିଲେ। ସେମାନେ ଲୁଟ୍ କରୁଥିବା ବେଳେ ୭୦ ବର୍ଷୀୟା ସରୋଜିନୀ ଉଠି ପଡ଼ିଥିଲେ। ଆଉ ଅମିତକୁ ଚିହ୍ନି ପକାଇଥିଲେ।
ଧରା ପଡ଼ିଯିବା ଭୟରେ ତିନି ଜଣ ମିଶି ସରୋଜିନୀଙ୍କୁ ହତ୍ୟା କରିଥିଲେ। ତା’ପରେ ଘରେ କଳାକଳା ବୁଲାଇ ଦେଇଥିଲେ। ପ୍ରମାଣ ନଷ୍ଟ ପାଇଁ ଘରେ ଲଙ୍କା ଗୁଣ୍ଡା ପକାଇ ବୁଣି ଦେଇଥିଲେ। ତା’ପର ଦିନ ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସବୁଠାରୁ ମଜାଦାର କଥା ହେଉଛି ଧରାନଡ଼ିବା ପାଇଁ ମୃତଦେହ ପାଖେ ପାଖେ ରହୁଥିଲା ଅମିତ। ଏପରି ସରୋଜିନୀ ମାଉସୀଙ୍କ ଶେଷକୃତ୍ୟ ସମୟରେ ମଧ୍ୟ ଉପସ୍ଥିତ ରହୁଥିଲା।
ପୁଲିସ୍ ତଦନ୍ତ ବେଳେ ଅମିତଙ୍କ ଉପରକୁ ସନ୍ଦେହ ଯାଇଥିଲା। ତାଙ୍କୁ ଜେରା କରିବା ପରେ ପୂରା ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ଏହା ପରେ ପୁଲିସ୍ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା। ଲୁଟ୍ ଓ ହତ୍ୟା ମାମଲାରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ୍ସେମାନଙ୍କଠାରୁ ୪ଟି ମୋବାଇଲ୍, ଲୁଟ ହୋଇଥିବା ୧୯ ଗ୍ରାମ ଓଜନର ସୁନା ଚେନ୍, ୫.୯ ଗ୍ରାମ ଓଜନର ସୁନା କାନଫୁଲ ଓ ଗୋଟିଏ ବାଇକ ଜବତ କରିଛି। ଲୁଟ୍ରେ ମାଷ୍ଟର ମାଇଣ୍ଡ ଅମୀତ ବୋଲି ଜଣାପଡ଼ିଛି।
ଏସ୍ପି ସ୍ଵାତୀ ଏସ୍ କୁମାର କହିଛନ୍ତି, ଲୁଟ୍ ପୂର୍ବରୁ ଏମାନେ ମାସେ ପୂରା ସାହିରେ ବୁଲିଥିଲେ। କାହା ଘରେ ସିସିଟିଭି ଲାଗିନାହିଁ ବୋଲି ଦେଖିଥିଲେ। ତା’ପରେ ଲୁଟ୍ ଉଦ୍ଦେଶ୍ୟରେ ଘରେ ପଶିଥିଲେ। ଲୁଟ୍ ସମୟରେ ଅମୀତଙ୍କୁ ଚିହ୍ନି ପକାଇଥିଲେ ସରୋଜିନୀ। ଧରାପଡ଼ିଯିବା ଭୟରେ ସେମାନେ ତାଙ୍କୁ ହତ୍ୟା କରିଥିବା ଏସ୍ପି କହିଛନ୍ତି।
ରିପୋର୍ଟ- ପାରଳାଖେମୁଣ୍ଡିରୁ ଆଦର୍ଶ ଦାସ
ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଖଇରା ଗାଁର ଭବାନୀ ଶଙ୍କର ଭୋଇ ଓ ତାଙ୍କ ସମ୍ପର୍କୀୟ ଭାଇ ଅଚ୍ୟୁତ ଭୋଇ ଭିତରେ ଜମି ବିବାଦ ଲାଗି ରହିଥିଲା। ଭାଗବଣ୍ଟା ବେଳେ ଭବାନୀ ଶଙ୍କର ଭୋଇଙ୍କ ଜମିରେ ଥିଲା ଗୋଟିଏ ଶାଗୁଆନ ଗଛ। ସେହି ଗଛକୁ ଅଚ୍ୟୁତ ନିଜର ବୋଲି ଦାବି କରିଆସୁଥିଲା। ୨୦୧୯ ଜୁନ୍ ୨୭ ତାରିଖରେ ଦୁଇ ଭାଇଙ୍କ ଭିତରେ ଲାଗି ରହିଥିବା ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଅଚ୍ୟୁତ କାଠ ଫାଳିଆ ଓ ଲୁହା ରଡ୍ରେ ଭବାନୀଙ୍କୁ ଆକ୍ରମଣ କରିଥିଲା।
ଆକ୍ରମଣରେ ଭବାନୀ ଶଙ୍କର ଭୋଇଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକ ଏନେଇ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଅଭିଯୁକ୍ତ ଅଚ୍ୟୁତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ସାକ୍ଷୀଙ୍କ ବୟାନ୍ ଓ ଅନ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କଣ୍ଟାବାଞ୍ଜି ଏଡିଜେ କୋର୍ଟ। ଆଜୀବନ ଜେଲ୍ ଓ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୨ ବର୍ଷ ଜେଲ୍ ଦଣ୍ଡ ଭୋଗିବାଗୁ ପଡ଼ିବ। ଯଦି ଦୋଷୀ ସାବ୍ୟସ୍ତ ହୋଇଥିବା ଅଚ୍ୟୁତ ଜରିମାନା ଅର୍ଥ ଦିଅନ୍ତି, ତାହାହେଲେ ସେଥିରୁ ୩୦ ହଜାର ଟଙ୍କା ମୃତକଙ୍କ ପରିବାରକୁ ଦେବା ପାଇଁ କୋର୍ଟ କହିଥିବା ସରକାରୀ ଓକିଲ କାନନ କିଶୋର ପଣ୍ଡା କହିଛନ୍ତି।
ରିପୋର୍ଟ- କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ
ବଲାଙ୍ଗିର ଖଲିଆପାଲିରେ ଗତକାଲି ଘଟିଥିବା ଏପରି ନିର୍ମମ କାଣ୍ଡରେ ଆଜି ଏଭଳି ଟୁଇଷ୍ଟ ଆସିଛି। ଗତକାଲି ଏପରି ନାରକୀୟ କାଣ୍ଡ ଘଟାଇଥିବା ରାକ୍ଷାସୀ ମା’ ମୀନା ନାଗଙ୍କୁ ପୁଇଁତଳା ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଛି । କୋର୍ଟଚାଲାଣ ବେଳେ ହତ୍ୟାକାଣ୍ଡ ସଂପର୍କରେ ଅଭିଯୁକ୍ତ ମୀନା ନାଗ ଚଞ୍ଚଲ୍ୟକର ବୟାନ ଦେଇ ନିଜ ଅପରାଧକୁ ସ୍ୱୀକାର କରିଛନ୍ତି।
ମୀନାଙ୍କ କହିବା କଥା, ସ୍ୱାମୀ ରବୀନ୍ଦ୍ର ନାଗ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖିବା ସହ ବାରମ୍ବାର ଘରେ କଳିକଜିଆ କରୁଥିଲେ । ଗତକାଲି ମଧ୍ୟ ପାଟିତୁଣ୍ଡ କରି ସେ ମୀନାଙ୍କୁ ମାରପିଟ କରିଥିଲେ। ତେଣୁ ରାଗରେ ଛଅ ମାସର ପୁଅକୁ ହତ୍ୟା କରିଥିବା କହିଛି ମୀନା ନାଗ ।
କିନ୍ତୁ ଗତକାଲି ସ୍ତ୍ରୀ ମାନସିକ ରୋଗୀ ଏବଂ ସେହି କାରଣରୁ ପୁଅକୁ ହତ୍ୟା କରିଥିବା କହିଥିଲେ ରବୀନ୍ଦ୍ର ନାଗ । ହେଲେ ଆଜି ମୀନାଙ୍କ ଏପରି ବୟାନ ସମଗ୍ର ଘଟଣାକୁ ରହସ୍ୟ ଘେରକୁ ଠେଲି ଦେଉଛି। ସେପଟେ ପୁଲିସ କିନ୍ତୁ ଏ ସଂପର୍କରେ ମୁହଁ ଖୋଲୁନି।
ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା କାଂଶ ଗାଁର ଦୁଇ ସାଙ୍ଗ ଭବାନୀ ଶଙ୍କର ରାଉତ ଓ ମନୋରଞ୍ଜନ ମହାପାତ୍ରଙ୍କ ନିଖୋଜ ଘଟଣାର ପର୍ଦ୍ଦାଫାଶ କରି ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ପୁଲିସ୍। ଭବାନୀ ଶଙ୍କର ରାଉତଙ୍କୁ ମାରିବାକୁ ତାଙ୍କ ବଡ଼ ଭାଇ ବିଜୟ କୁମାର ରାଉତ (୨୮) ଷଡ଼ଯନ୍ତ୍ର କରିଥିବା ବେଳେ ମନୋରଞ୍ଜନ ମହାପାତ୍ର ଉକ୍ତ ହତ୍ୟାକାଣ୍ଡ ଘଟିବା ବେଳେ ଉପସ୍ଥିତ ଥିବାରୁ ତାଙ୍କୁ ମଧ୍ୟ ମାରି ବ୍ଲୁ ଲେକ୍ରେ ଫୋପାଡ଼ି ଦିଆଯାଇଥିଲା।
ବାଲେଶ୍ୱର ଏସ୍ପି ସାଗରିକା ନାଥଙ୍କ ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତା ଓ ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି। ଦୁଇ ଭାଇ (ଅଭିଯୁକ୍ତ ବିଜୟ ଓ ମୃତ ଭବାନୀ)ଙ୍କ ମଧ୍ୟରେ ଜମି ଭାଗ ହୋଇଥିଲା। ସେହି ଜମି ଭାଗ ବେଳେ କିଛି ଟଙ୍କା ଦେବା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହା ପରେ ବିଜୟ ତାଙ୍କ ପତ୍ନୀଙ୍କ ସହିତ ମିଶି ସାନ ଭାଇ ଭବାନୀ ଶଙ୍କର ରାଉତଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ୩ ମାସ ପୂର୍ବରୁ ସେ ଏହି ଯୋଜନା କରିଥିଲେ। ଏଥିପାଇଁ ବିଜୟ ପୁରୁଣା ବାଲେଶ୍ୱରର ମଣ୍ଡଳ ସାହିର ଜଣେ ୩୧ ବର୍ଷୀୟ ଯୁବକଙ୍କ ସହିତ ଯୋଗାଯୋଗ କରିଥିଲେ। ସେ ହେଉଛି ମୁଖ୍ୟ ସୁପାରୀ କିଲର। ସେ ଆଉ ଜଣେ ୨୬ ବର୍ଷୀୟ ଅଭିଯୁକ୍ତଙ୍କ ସହିତ ଯୋଗାଯୋଗ କରିଥିଲେ। ସେହି ୨୬ ବର୍ଷୀୟ ଯୁବକ ଆଉ ୩ ଜଣଙ୍କ ସହିତ ଯୋଗାଯୋଗ କରି ତାଙ୍କ ଟିମ୍ ଗଠନ କରିଥିଲେ ଏବଂ ସମସ୍ତେ ମିଶି ପୂରା ଯୋଜନାବଦ୍ଧ ଭାବେ ଏହି କାଣ୍ଡ ଘଟାଇଥିଲେ।
ବିଜୟ ପ୍ରଥମେ ଯେଉଁ ବ୍ୟକ୍ତିଙ୍କୁ ଯୋଗାଯୋଗ କରିଥିଲେ, ସେ ଯୋଜନା ଅନୁଯାୟୀ ୩ ମାସ ତଳୁ କୌଣସି କାମ ବାହାନାରେ ଭବାନୀଙ୍କ ସହିତ ମିଳାମିଶା ବଢ଼ାଇଥିଲେ। ଭବାନୀଙ୍କ ସହିତ ସେ ନିୟମିତ ଭାବେ ଯୋଗାଯୋଗରେ ଥିଲେ। ଭବାନୀଙ୍କ ଭରସା ଜିତିବା ପରେ ସେ ଘଟଣା ଦିନ ଏକ ଭୋଜିଭାତର ଆୟୋଜନ କରିଥିଲେ। ତାଙ୍କ ସହିତ ଆଉ ୪ ସୁପାରୀ କିଲର ଏଥିରେ ସାମିଲ ହୋଇଥିବା ବେଳେ ଭବାନୀ ସେଠାକୁ ତାଙ୍କ ବନ୍ଧୁ ମନୋରଞ୍ଜନ ମହାପାତ୍ରଙ୍କୁ ନେଇ ଯାଇଥିଲେ। ସେଠାରେ ସୁଯୋଗ ଦେଖି ୫ ସୁପାରୀ କିଲର ମିଶି ଭବାନୀ ଓ ମନୋରଞ୍ଜନଙ୍କୁ ହତ୍ୟା କରିଥିଲେ। ସେମାନେ ପ୍ରଥମେ ଭବାନୀଙ୍କୁ ତେଲେଙ୍ଗା କଟୁରୀରେ ହତ୍ୟା କରିଥିଲେ। ତା’ପରେ ସେମାନେ ମନୋରଞ୍ଜନ ମହାପାତ୍ରଙ୍କୁ ମାରି ଦେଇଥିଲେ। କାରଣ ସେ ସେଠାରେ ଉପସ୍ଥିତ ଥିଲେ ଓ ଭବାନୀଙ୍କୁ ହତ୍ୟା କରାଯିବା ବେଳେ ଦେଖିଥିଲେ। ତେଣୁ ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କୁ ମଧ୍ୟ ସୁପାରୀ କିଲରମାନେ ମାରି ଦେଇଥିଲେ। ସେମାନେ ଉଭୟଙ୍କ ମୃତଦେହକୁ ବ୍ଲୁ ଲେକ୍ରେ ଫୋପାଡ଼ି ଦେଇଥିଲେ।
୫ ତାରିଖରେ ଏହି ଘଟଣା ଘଟିଥିବା ବେଳେ ୬ ତାରିଖରେ ବିଜୟ କୁମାର ରାଉତ ନୀଳଗିରି ଥାନାକୁ ଯାଇ ତାଙ୍କ ସାନ ଭାଇ ଭବାନୀ ଶଙ୍କର ରାଉତ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ। ଏହା ସହିତ ନୀଳଗିରିର କ୍ଲୁ ଲେକ୍ ପାଖରେ ତାଙ୍କ ଭାଇଙ୍କ ଚପଲ ସହିତ ରକ୍ତଛିଟା ପଡ଼ିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସେ ସନ୍ଦେହ କରୁଥିବା ପୁଲିସକୁ କହିଥିଲେ। ତାଙ୍କ ଅଭିଯୋଗ ଆଧାରରେ ନୀଳଗିରି ଏସ୍ଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଘଟଣାର ପ୍ରାଥମିକ ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ ପୁଲିସ୍ ଟିମ୍ ବିଶ୍ୱସ୍ତସୂତ୍ରରୁ ଖବର ପାଇଲା ଯେ ଏହି ଘଟଣାରେ ବିଜୟଙ୍କର ସଂପୃକ୍ତି ଥାଇପାରେ। ଏହା ପରେ ପୁଲିସ୍ ବିଜୟଙ୍କୁ ଥାନାକୁ ଆଣି ଜେରା କରାଯାଇଥିଲା। ଜେରା ବେଳେ ବିଜୟ ଦୋଷ ସ୍ୱୀକାର କରିବା ସହିତ ପୂରା ଘଟଣା ବିଷୟରେ କହିଥିଲେ। ଏହା ପରେ ପୁଲିସ୍ ସେହି ବ୍ୟକ୍ତିଙ୍କୁ ଧରିଲା ଯାହା ସହିତ ବିଜୟ ପ୍ରଥମେ ଯୋଗାଯୋଗ କରିଥିଲେ। ତା’ପରେ ଅନ୍ୟ ୩ ଜଣଙ୍କୁ ଧରାଯାଇଥିଲା। ତେବେ ଆଉ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି।
ଅନ୍ୟପକ୍ଷରେ ତିନି ଦିନ ଧରି ଖୋଜାଖୋଜି କରିବା ପରେ ଆଜି ଭବାନୀ ଶଙ୍କର ରାଉତ ଓ ମନୋରଞ୍ଜନ ମହାପାତ୍ରଙ୍କ ମୃତଦେହ ବ୍ଲୁ ଲେକ୍ରୁ ପାଇଥିଲା ପୁଲିସ୍। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ସହାୟତାରେ ଦୁଇଟି ଯାକ ମୃତଦେହକୁ ଉଦ୍ଧାର କରାଯାଇଥିଲା।
ସୁପରୀ କିଲରମାନଙ୍କୁ ବିଜୟ କୁମାର ରାଉତ ୧ ଲକ୍ଷ ୭୦ ହଜାର ଟଙ୍କା ଦେଇଥିଲେ। ପୁଲିସ୍ ୪ ଅଭିଯୁକ୍ତଙ୍କ ପାଖରୁ ନଗଦ ୭୦ ହଜାର ଟଙ୍କା ଜବତ କରିଛି। ଏହା ସହିତ ୬ ଅଭିଯୁକ୍ତଠାରୁ ୬ଟି ମୋବାଇଲ, ୨ଟି ତେଲଙ୍ଗା କଟୁରୀ ଓ ୩ଟି ବାଇକ୍ ଜବତ କରିଛି ପୁଲିସ୍।
୧୫ ବର୍ଷୀୟ ପ୍ରକାଶ ସାହୁ ଯେଉଁ ଟିମରେ ଥିଲେ ସେମାନେ ମ୍ୟାଚ୍ ଜିତିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ହାରି ଯାଇଥିବା ଟିମର ୨୦ ବର୍ଷୀୟ ମୁକେଶ ମୀନା ବ୍ୟାଟରେ ପ୍ରକାଶଙ୍କୁ ଆକ୍ରମଣ କରିଥିଲେ।
ବ୍ୟାଟରେ ସେ ପ୍ରକାଶଙ୍କ ମୁଣ୍ଡକୁ ପିଟି ଦେବାରୁ ସେ ତଳେ ପଡ଼ି ଯାଇଥିଲେ। ରକ୍ତସ୍ରାବ ହେଉଥିବା ବେଳେ ସାଥୀ ଖେଳାଳିମାନେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନେଇ ଯାଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶଙ୍କର ମୃତ୍ୟୁ ଘଟିଥିବା ପୁଲିସ୍ ସୂଚନା ଦେଇଛି।
ପ୍ରକାଶ ସାହୁ ନିଜ ପରିବାର ଲୋକଙ୍କ ସହ ରାଜସ୍ଥାନ ଟେକ୍ସଟାଇଲ୍ସ ମିଲ୍ସ ଲେବର କଲୋନୀରେ ରହୁଥିଲେ। ପୁଲିସ୍ ଶବବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ବୁଧବାର ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସେହିପରି ଅଭିଯୁକ୍ତ ମୁକେଶକୁ ଗିରଫ କରିଛି। ମୁକେଶ ମଧ୍ୟ ପ୍ରକାଶ ରହୁଥିବା କଲୋନୀରେ ରୁହନ୍ତି।
ପ୍ରକାଶ ୧୦ମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ମୁକେଶ ବିଏ ଶେଷ ବର୍ଷର ଛାତ୍ର। ଉଭୟ ସମାନ କଲୋନୀରେ ରୁହନ୍ତି ଓ ଭଲ ସାଙ୍ଗ ମଧ୍ୟ। କଲୋନୀ ଗ୍ରାଉଣ୍ଡରେ ଉଭୟ ପ୍ରତିଦିନ କ୍ରିକେଟ ଖେଳନ୍ତି। କ୍ରିକେଟ ଖେଳରେ ହାର ଜିତ ଯୋଗୁ ମୁକେଶ ବ୍ୟାଟରେ ପ୍ରକାଶଙ୍କ ମୁଣ୍ଡକୁ ପିଟି ହତ୍ୟା କରିଥିବା ସର୍କଲ ଇନସପେକ୍ଟର ମାଙ୍ଗିଲା ଯାଦବ କହିଛନ୍ତି।
ତାଙ୍କ କହିବା କଥା ଯେ ମଙ୍ଗଳବାର ପ୍ରକାଶ ଓ ମୁକେଶଙ୍କ ଟିମ ମଧ୍ୟରେ ମ୍ୟାଚ୍ ହୋଇଥିଲା। ଏଥିରେ ପ୍ରକାଶଙ୍କ ଟିମ ବିଜୟୀ ହୋଇଥିଲା। ବିଜୟ ପରେ ପ୍ରକାଶ ସାଥୀ ଖେଳାଳିଙ୍କ ସହ ଉତ୍ସବ ମନାଇଥିଲେ। ଏହା ଦେଖି ମୁକେଶ ଚିଡ଼ି ଯାଇଥିଲେ। ସେ ରାଗରେ ଗୋଟିଏ ବ୍ୟାଟ ଦ୍ୱାରା ପଛ ପଟୁ ପ୍ରକାଶଙ୍କ ମୁଣ୍ଡକୁ ପିଟି ଦେଇଥିଲେ।
ଆକ୍ରମଣ ପରେ ପ୍ରକାଶ ତଳେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ହସ୍ପିଟାଲ ପକ୍ଷରୁ ତାଙ୍କୁ କୋଟାକୁ ସ୍ଥାନାନ୍ତର କାରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିଲେ ହେଁ ବିଳମ୍ବିତ ରାତିରେ ପ୍ରକାଶଙ୍କ ମୃତ୍ୟୁ ହୋଇ ଯାଇଥିଲା ବୋଲି ଯାଦବ କହିଛନ୍ତି।
ନାବାଳକଜଣକ ପୁଲିସ୍କୁ ଦେଇଥିବା ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସେ ସ୍କୁଲ ଯିବାକୁ ରେଡ୍ଡି ହେଉଥିଲେ। ଉକ୍ତ ସମୟରେ ସେ ବ୍ୟସ୍ତ ଥିବା ବେଳେ ଖାଇବାକୁ ଦେବାକୁ ମା’ଙ୍କୁ କହିଥିଲେ। ମାତ୍ର ମା’ ଖାଇବାକୁ ଦେବାକୁ ମନା କରିବା ସହ ତୁ ମୋ’ ପୁଅ ନୁହେଁ ବୋଲି ବି କହିଥିଲେ।
ଏଥିରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ନାବାଳକଜଣକ ଘରେ ପଡ଼ିଥିବା ଏକ ଠେଙ୍ଗା ସାହାଯ୍ୟରେ ମା’ଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ।
ଏହାପରେ ନାବାଳକଜଣକ ନିକଟସ୍ଥ ଥାନାକୁ ଯାଇ ଘଟଣା ସମ୍ପର୍କରେ ପୁଲିସ୍କୁ ଜଣାଇଥିଲେ। ପୁଲିସ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ରକ୍ତାକ୍ତ ମୃତଦେହ ଘର ଚଟାଣରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏହାପରେ ପରିବାର ସଦସ୍ୟଙ୍କ ପକ୍ଷରୁ ମହିଳାଙ୍କ ଶେଷକୃତ ସମ୍ପନ୍ନ କରାଯାଇଥିଲା।
ଏହି ମାମଲାରେ ପୁଲିସ୍ ମୃତ ମହିଳାଙ୍କ ନାବାଳକ ପୁଅକୁ ବାନ୍ଧିଛି।
ଗୁଳି କରିଥିବା ଅଭିଯୁକ୍ତ ଜଣଙ୍କ ହେଲେ ଲଲନ ଖାନ। ସେ ନିଜର ସହଯୋଗୀମାନଙ୍କ ସହ ଗୋଟିଏ ଏସ୍ୟୁଭିରେ ଆସିଥିଲେ। ଏହାପରେ ଜମି ବିବାଦ ଲାଗି ରହିଥିବା ଘର ସାମ୍ନାକରେ ଛିଡ଼ା ହୋଇ ଆଖିବୁଜା ଗୁଳି ଚଳାଇଥିଲେ।
ପ୍ରଥମେ ଲଲନ ଖାନ ତାଙ୍କ ପ୍ରତିପକ୍ଷ ଘରର ଲୋକଙ୍କ ସହ ଯୁକ୍ତିତର୍କ କରିଥିଲେ। ଜମି ବିବାଦକୁ ନେଇ ଆରମ୍ଭ ହୋଇଥିବା ଏହି ଯୁକ୍ତି ସାଂଘାତିକ ରୂପ ନେଇଥିଲା। ଶେଷରେ ଅଭିଯୁକ୍ତ ଜଣଙ୍କ ନିଜ ରାଇଫଲରୁ ଆଖିବୁଜା ଗୁଳି ମାଡ଼ କରିଥିଲେ।
ଗୁଳି ମାଡ଼ ଯୋଗୁ ଜଣେ ବ୍ୟକ୍ତି ପ୍ରଥମେ ଘର ବାହାରେ ଟଳି ପଡ଼ିଥିଲେ। ଏହାପରେ ଘର ଭିତରକୁ ଟାର୍ଗେଟ କରି ଅଭିଯୁକ୍ତ ଜଣଙ୍କ ଗୁଳି ଚଳାଇଥିଲେ। ଏଥିରେ ଜଣେ ମହିଳା ଓ ତାଙ୍କର ୧୭ ବର୍ଷୀୟ ପୁଅର ମୃତ୍ୟୁ ହୋଇଛି।
लखनऊ के मलिहाबाद में तीन लोगों की हत्या.
— ANURAG SINGH (@anuragsinghliv) February 2, 2024
घटना का हो रहा वीडियो वायरल. pic.twitter.com/5XqraTBDHB
ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ମହିଳାଙ୍କ ସ୍ୱାମୀଙ୍କ ଦାଦା। ପାରିବାରିକ ଜମି ବିବାଦରୁ ସେ ନିଜ ପୁତୁରାର ପରିବାରକୁ ଧ୍ୱଂସ କରି ଦେଇଛନ୍ତି।
ଘଟଣା ପରେ ପୂରା ଅଞ୍ଚଳରେ କୋକୁଆ ଭୟ ସହ ଉତ୍ତେଜନା ଦେଖିବାକୁ ମିଳିଛି। ତେଣୁ ପୁଲିସ୍ ସମସ୍ତ ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବିପୁଳ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରିଛି।
ପୁଲିସ କହିଛି ଯେ ଉଭୟ ପକ୍ଷ ପରସ୍ପରର ଜଣାଶୁଣା। ଆମେ ହତ୍ୟାରେ ବ୍ୟବହାର ହୋଇଥିବା ଲାଇସେନ୍ସ ପ୍ରାପ୍ତ ରାଇଲଫଲ ଓ ଅଭିଯୁକ୍ତମାନେ ଆସିଥିବା ଥାରକୁ ଜବତ କରାଯାଇଛି। ଅଭିଯୁକ୍ତଙ୍କର କିଛି ସହଯୋଗୀଙ୍କୁ ଅଟକ ରଖାଯାଇଛି। ଖୁବଶୀଘ୍ର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ।