ସରକାର ସୋୟାବିନ ଓ ସୂର୍ଯ୍ୟମୁଖୀ ଉପରେ ଲାଗୁ ହେଉଥିବା ୧୭.୫%ର ସୀମା ଶୁଳ୍କୁ ୧୨.୫%କୁ ହ୍ରାସ କରିଛନ୍ତି। ଏହାର ଅର୍ଥ ସୀମା ଶୁଳ୍କ ୫% ହ୍ରାସ ପାଇଛି। ଖାଇବା ତେଲର ଦାମ ନିୟମନ୍ତ୍ରଣ କରିବା ଓ ଅଶୋଧିତ ଏବଂ ରିଫାଇଣ୍ଡ ତେଲର ଆମଦାନୀକୁ ସମତୁଲ ଅବସ୍ଥାରେ ରଖିବା ପାଇଁ ଏପରି ନିଷ୍ପତ୍ତି ହୋଇଛି।
ନୂଆ ସଂଶୋଧିତ ନିୟମ ଅନୁଯାୟୀ, ପାମ, ସୂର୍ଯ୍ୟମୁଖୀ ଓ ସୋୟାବିନ ଭଳି ସମସ୍ତ ଅଶୋଧିତ ତୈଳ ଉପରେ ୫% ଆମଦାନୀ ଶୁଳ୍କ ଲାଗିବ। ସେହିପରି ଅନ୍ୟାନ୍ୟ ଟିକସ ୫.୫% ରହିବ।
ରିଫାଇଣ୍ଡ ଖାଇବା ତୈଳ ଉପରେ ପ୍ରଭାବୀ ଆମଦାନୀ ଶୁଳ୍କ ୧୩.୭୫% ରହିବ। ଅତିରିକ୍ତ ଭାବେ ରିଫାଇଣ୍ଡ ତୈଳ ଉପରେ ଆମଦାନୀ ଶୁଳ୍କ ୧୨.୫% ସହିତ ୧୦% ସେସ ଲାଗିବ।