ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ୍ ଅପରେସନ୍ରେ ଚେତନ ଶର୍ମା ଭାରତୀୟ କ୍ରିକେଟରଙ୍କ ବିଷୟରେ ଅନେକ କଥା କହିଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ କହିଥିଲେ ଯେ ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବାକୁ ଇଞ୍ଜେକ୍ସନ ନିଅନ୍ତି। ଆହତ ଥିବା ସତ୍ତ୍ୱେ ଟିମ୍ ଚୟନ ବେଳେ ଫିଟ୍ ରହିବାକୁ ସେମାନେ ଇଞ୍ଜେକ୍ସନ ଉପରେ ନିର୍ଭର କରନ୍ତି। ଟିମ୍ ଚୟନ ପୂର୍ବରୁ ୮୦ରୁ ୮୫ ପ୍ରତିଶତ ଖେଳାଳି ଫିଟ୍ ନଥା’ନ୍ତି। କିନ୍ତୁ ସେମାନଙ୍କୁ ଦଳରେ ରଖିବାକୁ ଅନୁରୋଧ କରାଯାଇଥାଏ। ତାରକା ଖେଳାଳିମାନେ ସଂପୂର୍ଣ୍ଣ ସୁସ୍ଥ ନଥିଲେ ବି ଏନ୍ସିଏ ସେମାନଙ୍କୁ ସବୁଜ ସଙ୍କେତ ଦେଇଥାଏ।
ବିରାଟ କୋହଲି, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କୁ ନେଇ ମଧ୍ୟ ଚେତନ ଶର୍ମା ପ୍ରତିକ୍ରିୟା ଦେଇଥିଲେ। କୋହଲି ଏବେ କୌଣସି ଫର୍ମାଟ୍ରେ ଭାରତୀୟ ଦଳର ନେତୃତ୍ୱ ନେଉ ନଥିଲେ ମଧ୍ୟ, ତାଙ୍କ କଥାରେ ସବୁ ହେଉଛି। ରୋହିତ ଅଧିନାୟକ ହୋଇଥିଲେ ବି କୋହଲି ସବୁ ନିଷ୍ପତ୍ତି ନେଉଛନ୍ତି। ରୋହିତ ଓ କୋହଲିଙ୍କ ମଧ୍ୟରେ ବିବାଦ ନାହିଁ। ସେମାନଙ୍କ ମଧ୍ୟରେ ଅହଙ୍କାର ରହିଛି। ଏହି ଅହଙ୍କାର ଓ ଭୁଲ୍ ବୁଝାମଣା ଯୋଗୁ କୋହଲି ଓ ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ବୋଲି ସେ କହିଥିଲେ।
ଚେତନ କହିଥିଲେ ଯେ ବିରାଟ କୋହଲି ତତ୍କାଳୀନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିବାକୁ ପ୍ରୟାସ କରିଥିଲେ। ସେ ଭାବୁଥିଲେ ଯେ ତାଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଯିବା ପଛରେ ଗାଙ୍ଗୁଲିଙ୍କ ହାତ ଥିଲା। କିନ୍ତୁ କୋହଲିଙ୍କ ପଦକ୍ଷେପ ତାଙ୍କ ପାଇଁ ବୁମେରାଂ ସାଜିଥିଲା। ପ୍ରକୃତ କଥା ହେଲା, ବିସିସିଆଇ ଚାହୁଁଥିଲା ଦିନିକିଆ ଓ ଟି-ଟ୍ୱେଣ୍ଟିରେ ଜଣେ ଅଧିନାୟକ ରୁହନ୍ତୁ। କୋହଲି ଟି-ଟ୍ୱେଣ୍ଟି ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କରିବା ପରେ ଏଭଳି ନିଷ୍ପତ୍ତିରୁ ଓହରିଯିବାକୁ ଗାଙ୍ଗୁଲି ତାଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ କୋହଲି ଅଗ୍ରାହ୍ୟ କରି ଦେଇଥିଲେ। ଏହା ପରେ ଗାଙ୍ଗୁଲି ଅସନ୍ତୁଷ୍ଟ ହୋଇଥିଲେ। ସେଥିପାଇଁ ଗାଙ୍ଗୁଲି ତାଙ୍କୁ ଦିନିକିଆ ଅଧିନାୟକ ପଦରୁ ବିଦା କରିଥିଲେ ବୋଲି କୋହଲି ଭାବି ନେଇଥିଲେ ବୋଲି ଚେତନ କହିଥିଲେ।
ସେହିଭଳି ଶୁବମନ ଗିଲ୍ଙ୍କୁ ଟି-ଟ୍ୱେଣ୍ଟି ଦଳରେ ସାମିଲ କରିବା ପାଇଁ ରୋହିତ ଓ କୋହଲିଙ୍କ ଭଳି ଖେଳାଳିଙ୍କୁ ହଟାଇବାକୁ ପଡ଼ିଥିଲା ବୋଲି ଚେତନ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଯେବେ ବି ଦିଲ୍ଲୀ ଆସନ୍ତି ତାଙ୍କ ଘରକୁ ଆସନ୍ତି ଓ ନିଜ ଭବିଷ୍ୟତ ବିଷୟରେ ଆଲୋଚନା କରନ୍ତି। ଯେଉଁ କଥା ଘରେ ଆଲୋଚନା କରିହେବ, ତାହା ଅଫିସ୍ରେ ହୋଇପାରିବ ନାହିଁ ବୋଲି ଚେତନ କହିଥିଲେ।
ସୂଚନାଯୋଗ୍ୟ, ରୋଜର ବିନି ବିସିସିଆଇ ସଭାପତି ହେବା ପରେ ଚୟନକର୍ତ୍ତା କମିଟିକୁ ଭାଙ୍ଗି ଦିଆଯାଇଥିଲା ଓ ଏହାର ପୁନର୍ଗଠନ ହୋଇଥିଲା। ଆଉ ଚେତନ ଶର୍ମାଙ୍କୁ ପୁନର୍ବାର ଚୟନକର୍ତ୍ତା କମିଟିର ଅଧ୍ୟକ୍ଷ କରାଯାଇଥିଲା।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବାର ଥିଲେ। ହେଲେ ଜଷ୍ଟିସ ଅନିରୁଦ୍ଧ କୋଲକାତାର ହୋଇଥିବାରୁ ସେ ଏହାର ଶୁଣାଣିରୁ ଓହରି ଯାଇଛନ୍ତି। ସେ କହିଛନ୍ତି, “ମୁଁ ଏହି ଆବେଦନର ଶୁଣାଣି କରିବାକୁ ଚାହୁଁନାହିଁ।”
ଏହାପରେ ଖଣ୍ଡପୀଠରେ ଥିବା ଆଉ ଜଣେ ବିଚାରପତି ଜଷ୍ଟିସ ହେମନ୍ତ ଗୁପ୍ତା ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରାଙ୍କୁ ଅନ୍ୟ ଏକ ବେଞ୍ଚରେ ଏହାର ଶୁଣାଣି ପାଇଁ ଲିଷ୍ଟିଂ କରିବାକୁ କହିଛନ୍ତି। ନାରଦା କେସ୍ରେ କ୍ୟାଲକାଟା ହାଇକୋର୍ଟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟ ଆଇନମନ୍ତ୍ରୀ ମଳୟ ଘାଟକଙ୍କ ଅନ ରେକର୍ଡ ସତ୍ୟପାଠ ଗ୍ରହଣ କରିବାକୁ ମନା କରିଥିଲେ।
ଏହା ବିରୋଧରେ ସେମାନେ ସୁପ୍ରିମକୋର୍ଟ ଯାଇଛନ୍ତି। ସିବିଆଇ ନାରଦା କେସ୍କୁ ରାଜ୍ୟ ବାହାରକୁ ନେବାକୁ ଚାହୁଁଥିବାରୁ ଏହା ଉପରେ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଜବାବ ଦାଖଲ କରିବାକୁ ଚାହୁଁଛନ୍ତି। ଏବେ ସୁପ୍ରିମକୋର୍ଟରେ ଏହାର ଶୁଣାଣି ହେବ।
ଜାମିନ ପ୍ରଦାନ ବେଳେ ଦୁଇ ଟିଏମସି ମନ୍ତ୍ରୀଙ୍କ ସମେତ ଏହି ଚାରି ନେତାଙ୍କୁ ଦୁଇ ଜଣ ଜାମିନଦାର ସହ ୨ ଲକ୍ଷ ଟଙ୍କାର ବଣ୍ଡ ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ କିନ୍ତୁ ଏହି ମାମଲାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଚାରି ନେତାଙ୍କୁ ଜେରା କରିପାରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ନେତାମାନଙ୍କୁ ନାରଦା ମାମଲା ସମ୍ପର୍କରେ ଗଣମାଧ୍ୟମରେ ବିବୃତ୍ତି ଦେବାକୁ ବାରଣ କରାଯାଇଛି। ଏହା ବ୍ୟତୀତ କୌଣସି ସାକ୍ଷାତକାରରେ ଗଣମାଧ୍ୟମ ଏହି ମାମଲା ବିଷୟରେ ସମୀକ୍ଷା କରିପାରିବ ନାହିଁ।
https://twitter.com/ANI/status/1398177692004929539?s=20
ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଚାରି ଟିଏମସି ନେତାଙ୍କୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ପ୍ରଥମେ ଜାମିନ୍ ପ୍ରଦାନ କରିଥିଲେ। ପରେ ସିବିଆଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏହାପରେ ଜାମିନ୍ ଉପରେ ରୋକ୍ ଲାଗିଥିଲା।
କ୍ୟାଲକାଟା ହାଇକୋର୍ଟ ବେଞ୍ଚର ଜଷ୍ଟିସ ଅରଜିତ ବାନାର୍ଜୀ ସମସ୍ତଙ୍କୁ ଅନ୍ତରୀଣ ଜାମିନ ଦେବାକୁ ରାଜି ହୋଇଥିଲେ। କିନ୍ତୁ ଆକ୍ଟିଂ ମୁଖ୍ୟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦଲ ଏହା ଉପରେ ରୋକ ଲଗାଇ ସମସ୍ତଙ୍କୁ ଗୃହବନ୍ଦୀ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ଗୋଟିଏ ବୃହତର ବେଞ୍ଚରେ କରାଯିବ। ସେ ଯାଏ ଗିରଫ ନେତାମାନେ ଗୃହବନ୍ଦୀ ହୋଇ ରହିବେ।
ସୋମବାର ସିବିଆଇ ସମସ୍ତଙ୍କୁ ଗିରଫ କରିବା ପରେ କୋଲକାତାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଶତାଧିକ ଟିଏମସି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି କାରଣରୁ ସିବିଆଇ ମାମଲାର ବିଚାର ପ୍ରକ୍ରିୟାକୁ ରାଜ୍ୟ ବାହାରକୁ ସ୍ଥାନାନ୍ତର କରିବାକୁ ଆବେଦନ କରିଛନ୍ତି।
ସୋମବାର ଗିରଫ ହେବାର କିଛି ଘଣ୍ଟା ପରେ ୪ ନେତାଙ୍କୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ଜାମିନ ଦେଇଥିଲେ। ହେଲେ ସେମାନେ ଜେଲରୁ ମୁକୁଳିବା ପୂର୍ବରୁ ହିଁ କ୍ୟାଲକାଟା ହାଇକୋର୍ଟ ଜାମିନ ଉପରେ ରୋକ ଲଗାଇ ଦେଇଥିଲେ। ଫଳରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତରେ ରହିବାକୁ ପଡ଼ିଥିଲା।
ଫିରହଦ ହକିମ, ସୁବ୍ରତ ମୁଖାର୍ଜୀ ଓ ମଦନ ମିତ୍ର ଟିଏମସିରେ ରହିଥିବା ବେଳେ ସୋଭନ ଚାଟାର୍ଜୀଙ୍କ ସମ୍ପର୍କ କୌଣସି ରାଜନୀତିକ ଦଳ ସହ ନାହିଁ। ସେ ପ୍ରଥମେ ଟିଏମସିରେ ମନ୍ତ୍ରୀ ହୋଇଥିଲେ। କିନ୍ତୁ ଏହାପରେ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ। ତେବେ ତାଙ୍କୁ ଟିକେଟ ନ ମିଳିବାରୁ ସେ ବିଜେପି ମଧ୍ୟ ଛାଡ଼ି ଦେଇଛନ୍ତି।