ଏନ୍ସିବି ସାଦିକଙ୍କୁ ଭାରତ-ଅଷ୍ଟ୍ରେଲିଆ-ନ୍ୟୁଜଲାଣ୍ଡ ଡ୍ରଗ୍ସ ଚାଲାଣ ନେଟଓ୍ୱର୍କର 'କିଙ୍ଗପିନ୍' ବୋଲି ମଧ୍ୟ କହିଛି। ଫିଲ୍ମ ନିର୍ମାତାଙ୍କ ସମେତ ୩ ଜଣଙ୍କୁ ଏନ୍ସିବି ଆଜି ଏହି ଡ୍ରଗ୍ସ ଚାଲାଣ ମାମଲାରେ ଦିଲ୍ଲୀରୁ ଗିରଫ କରିଛି। ସେମମାନଙ୍କ ନିକଟରୁ ୫୦ କେଜିରୁ ଅଧିକ ଡ୍ରଗ୍ସ ଜବତ ହୋଇଛି।
ଏନ୍ସିବି ଅନୁସାରେ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରୁ ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଚାଲାଣ କରିଥିବା ନେଇ ସାଦିକ ବିରୋଧରେ ଅଭିଯୋଗ ରହିଛି। ଜଣେ ଅଧିକାରୀଙ୍କ କହିବା ମୁତାବକ, ଅଭିଯୁକ୍ତମାନେ ବିଭିନ୍ନ ଦେଶକୁ ୪୫ରୁ ଅଧିକ ଥର ୩,୫୦୦ କିଲୋଗ୍ରାମର (ସିଉଡୋଫେଡ୍ରାଇନ୍) ଏକ ପ୍ରକାର ନିଶା ଦ୍ରବ୍ୟ ଚାଲାଣ କରିଛନ୍ତି।
ଅଭିଯୁକ୍ତମାନେ କାର୍ଗୋ ବିମାନ ଜରିଆରେ ଏହି ଡ୍ରଗ୍ସକୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ଯେପରିକି ପ୍ରୋଟିନ୍ ପାଉଡର୍ ଓ ଶୁଖିଲା ନଡୁଆ ଗୁଣ୍ଡରେ ଲୁଚାଇ ଚାଲାଣ କରୁଥିଲେ ବୋଲି ଏନ୍ସିବି କହିଛି।
ଏନ୍ସିବି ଓ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ଫିଲ୍ମ ନିର୍ମାତା ତଥା ପୂର୍ବତନ ଡିଏମ୍କେ ନେତା ଜାଫର ସାଦିକଙ୍କୁ ଦୁଇ ସପ୍ତାହ ଧରି ଜେରା କରିବ। ଡ୍ରାଗ୍ସ ଚାଲାଣ କରି ସାଦିକ କୋଟି କୋଟି ଟଙ୍କା ଅର୍ଜନ କରିଛନ୍ତି। ଏହି ଟଙ୍କାକୁ ସେ ନିଜ ଫିଲ୍ମ, କନ୍ଷ୍ଟ୍ରକ୍ସନ ଓ ହସ୍ପିଟାଲିଟି କାମରେ ଲଗାଇଛନ୍ତି ବୋଲି ଏନ୍ସିବି କହିଛି।
କହିରଖୁ ଯେ, ସାଉଥ ଫିଲ୍ମର ଜଣାଶୁଣା ନିର୍ଦ୍ଦେଶ ଜାଫର ସାଦିକ ବର୍ତ୍ତମାନ ସୁଦ୍ଧା ୪ଟି ଫିଲ୍ମ ତିଆରି କରିଛନ୍ତି। ତାଙ୍କର ଶେଷ ଫିଲ୍ମ ଚଳିତ ମାସରେ ରିଲିଜ ହେବ।
ରେଡ୍ ବେଳେ ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ଏତେ ପରିମାଣର ଡ୍ରଗ୍ସକୁ ବିଭିନ୍ନ ସହରରେ ନଷ୍ଟ କରାଯାଇଛି। ଭିଡିଓ କନଫରେନସିଂରେ ନିଜେ ଶ୍ରୀ ଶାହ ଏହାର ଲାଇଭ ଚିତ୍ର ଦେଖିବା ସହ ପୂରା ସ୍ଥତିକୁ ନିରୀକ୍ଷଣ କରିଛନ୍ତି। ଜବତ ହୋଇଥିବା ଡ୍ରଗ୍ସକୁ ନଷ୍ଟ କରାଯାଇଥିବାରୁ ସେ ବିଭିନ୍ନ ରାଜ୍ୟ ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)କୁ ଧନ୍ୟବାଦ ଦେଇଛନ୍ତି।
ସେ କହିଛନ୍ତି, “ଡ୍ରଗ୍ସର କୁପରିଣାମ ସଂପର୍କରେ ଯୁବପିଢ଼ି ସଚେତନ ହୁଅନ୍ତୁ। ମୁଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପ ରାଜ୍ୟପାଳଙ୍କୁ ଏପରି ପଦକ୍ଷେପ ସବୁ ସ୍ଥାନରେ ନେବାକୁ ଅନୁରୋଧ କରୁଛି। ଏହା ବିରୋଧରେ ଜିତିବାକୁ ହେଲେ ସଚେତନାକୁ ବୃଦ୍ଧି କରିବାକୁ ପଡ଼ିବ। ଡ୍ରଗ୍ସ ବିରୋଧରେ ଯୁବପିଢ଼ିକୁ ସଚେତନ ନ କରିବା ଯାଏ ଆମେ କେବେ ହେଲେ ଏହି ଲଢ଼େଇରେ ଜିତି ପାରିବା ନାହିଁ।
ଏନସିବି ପକ୍ଷରୁ କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ଡ୍ରଗସମୁକ୍ତ ଭାରତ ପାଇଁ ଜିରୋ ଟଲରାନସ ନୀତି ଗ୍ରହଣ କରାଯାଇଛି। ଆଜି ନଷ୍ଟ କରାଯାଇଥିବା ଡ୍ରଗସକୁ ମିଶାଇ ବର୍ଷେ ଭିତରେ ୧୨ ହଜାର କୋଟି ଟଙ୍କାର ୧୦ ଲକ୍ଷ କେଜି ଡ୍ରଗସ୍ ନଷ୍ଟ କରାଯାଇଛି।
ରାଜ୍ୟରେ ଡ୍ରଗସ୍ କାରବାର ଓ ଗଞ୍ଜେଇ ଚାଷ ନିୟନ୍ତ୍ରଣ ପାଇଁ ଏହା ସହାୟକ ହେବ ବୋଲି ଆଶା କରାଯାଉଛି। ଉତ୍ତର ଓଡ଼ିଶା ଦେଇ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳକୁ ଆସୁଛି ଡ୍ରଗସ୍। ଏସବୁର ନିୟନ୍ତ୍ରଣ ପାଇଁ ଭୁବନେଶ୍ୱରରେ NCBର ଅଫିସ ଖୋଲାଯାଇଛି।
ଗୋଟାଏ ପଟେ ନର୍କୋଟିକସ୍ ବ୍ୟୁରୋ ସାରା ଭାରତ ବର୍ଷରେ ୧ ଲକ୍ଷ ୪୪ ହାଜର କିଲୋରୁ ଅଧିକ ଡ୍ରଗସ ନଷ୍ଟ କରିଥିବା ବେଳେ ଅନ୍ୟପଟେ ବେଆଇନ ନିଶା କାରବାର ରୋକିବାକୁ ଓଡ଼ିଶାରେ ପାଦ ମଜଭୁଲ କରିବା ଚର୍ଚ୍ଚାର ବିଷୟ ହୋଇଛି।
ମାନନୀୟ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ @amitshah ଭୁବନେଶ୍ବର ସ୍ଥିତ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (NCB) ର ନୂତନ କାର୍ଯ୍ୟାଳୟକୁ ନୂଆଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ ଆଜି ଉଦଘାଟନ କରିଛନ୍ତି। pic.twitter.com/gdONf1HYQB
— BJP Odisha (@BJP4Odisha) July 17, 2023
ଏହି ଏଲଏସଡି ବ୍ଲଟ୍ ମୁଖ୍ୟତ ମାନସିକ ରୋଗୀଙ୍କ କ୍ଷେତ୍ରରେ ପ୍ରୟୋଗ କରାଯାଉଥିବା ବେଳେ ଏହାକୁ ବିଦେଶରୁ ଆଣି ଭାରତରେ ବେପାର କିଛି ଲୋକ ବେଆଇନ ଭାବେ ବେପାର କରୁଥିଲେ। ଜବତ ଏଲଏସଡି ବ୍ଲଟର ମୂଲ୍ୟ ହଜାର ହଜାର କୋଟି ଟଙ୍କା ହେବ ବୋଲି ଏନସିବି କହିଛି।
ଉତ୍ତର ରେଞ୍ଜ ଦିଲ୍ଲୀରୁ ୬ ଜଣ ନିଶା ବେପାରୀଙ୍କୁ ଏନସିବି ଧରିବାକୁ ସକ୍ଷମ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଲା ଏହି ନିଶା କାରବାର କ୍ରିପ୍ଟୋକରେନ୍ସିରେ ଦ୍ୱାରା ଚାଲିଥିଲା। ଗିରଫ ୬ ଅଭିଯୁକ୍ତ ଠିକଣାରେ ଚଢ଼ଉ କରି ଏନସିବି LSD ଅର୍ଥାତ ଲିସରଜିକ୍ ଏସିଡ ଡାଇଇଥାଲମାଇଡ୍ ଜବତ କରିଛି।
ଡାକ୍ତରଙ୍କ ପ୍ରେସକ୍ରିପସନ ଅନୁଯାୟୀ ଔଷଧ ଭାବେ ଏହାକୁ ମାନସିକ ରୋଗୀମାନେ ବ୍ୟବହାର କରନ୍ତି। ହେଲେ ଏହାକୁ ଏବେ ନିଶାଦ୍ରବ୍ୟ ଭାବେ ବେଆଇନ ଢଙ୍ଗରେ ପୂରା ଭାରତ ବର୍ଷରେ କାରବାର କରାଯାଉଥିଲା।
ଉତ୍ତର ରେଞ୍ଜର ଏନସିବି ଉପ ନିର୍ଦ୍ଦେଶକ ଜ୍ଞାନେଶ୍ୱର ସିଂହ କହିଛନ୍ତି, ବେଆଇନ ଏଲଏସଡି କାରବାର ସମ୍ପର୍କରେ ଏନସିବି ପାଖରେ ସୂଚନା ରହିଥିଲା। ଏହାକୁ ବିକ୍ରି କରିବା ପାଇଁ ଡ୍ରଗସ୍ କଣ୍ଟ୍ରୋଲରଙ୍କ ଲାଇସେନସ ଦରକାର ପଡ଼ିଥାଏ। ହେଲେ ବେଆଇନ ଭାବେ ଏହାକୁ କ୍ରିପ୍ଟୋକରେନସି ମାଧ୍ୟମରେ କିଣାବିକା କରାଯାଉଥିଲା।
ତେଣୁ ଏନସିବିର ଟିମ ଚଢ଼ଉ କରି ୬ ନିଶା ବେପାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କଲେଜ ଛାତ୍ର ଅଛନ୍ତି। ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରାୟ ୨୪.୬୫ ଲକ୍ଷ ଟଙ୍କା ଜବତ ହୋଇଛି ।
ଏନସିବି ଚଢ଼ଉ କରି ପ୍ରାୟ ୧୫ ହଜାର ଏଲଏସଡି ବ୍ଲଟ୍ ଜବତ କରିଛି। ଏତେ ପରିମାଣର ଏଲଏସଡି ବ୍ଲଟ ଜବତ ହେବା ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମ ଘଟଣା ବୋଲି ସେ କହିଛନ୍ତି।
#WATCH | We've arrested 6 persons in two cases and seized 15,000 bloats of LSD drug which is 2.5 thousand more than the commercial quantity. The commercial quantity of this drug is .1 gram. It's a synthetic drug and is very dangerous. It's the biggest seizure in the last 2… pic.twitter.com/Qes0uU816O
— ANI (@ANI) June 6, 2023
ପୋଲାଣ୍ଡ, ନେଦରଲାଣ୍ଡ ଓ ଆମେରିକା ଭଳି ଦେଶରେ ଏହାକୁ ତିଆରି କରାଯାଉଥିବା ବେଳେ ଭାରତର ଅନେକ ରାଜ୍ୟରେ ନିଶା ବେପାରୀମାନେ ଏହାକୁ କିଣୁଥିଲେ। ଭାରତରେ ମୁଖ୍ୟତଃ ରାଜସ୍ଥାନ, ମହାରାଷ୍ଟ୍ର, କେରଳ, ତାମିଲନାଡୁ ଓ ଉତ୍ତରପ୍ରଦେଶରେ ଏଲଏସଡି ବ୍ୟବହାର ଅଧିକ ମାତ୍ରାରେ ହେଉଥିଲା। ଏହି ଏଲଏସଡିକୁ ଯେଉଁମାନେ ନିଶା ଭାବେ ଗ୍ରହଣ କରନ୍ତି, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଗୁରୁତର ପ୍ରଭାବ ପକାଏ ଥାଏ ବୋଲି ବିଶେଷଜ୍ଞଙ୍କମାନେ କହିଛନ୍ତି।
ଏହାପୂର୍ବରୁ କର୍ଣ୍ଣାଟକା ପୁଲିସ୍ ଓ କୋଲକାତା ଏନସିବି ମିଳିତ ଭାବେ ୨୦୨୧ରେ ଚଢ଼ଉ କରି ୫ ହଜାର ଏଲଏସଡି ବ୍ଲଟ ଜବତ କରିଥିଲେ। ଏହି ଘଟଣାରେ ୪୦ ଜଣଙ୍କୁ ଗିରଫ କରାଯାଇଥିଲା।
କେମିତି ଚାଲିଥିଲା ଏହି ନିଶା ବେପାର
ନିଶା ବେପାରୀମାନେ ଡାର୍କ ନେଟ୍ ଓ କ୍ରିପ୍ଟୋକରେନ୍ସି ଜରିଆରେ ପୂରା ରାକେଟକୁ ଚଳାଇଥିଲେ। ଏଥିପାଇଁ ସେମାନଙ୍କୁ ଧରିବା ପୁଲିସ୍ ଓ ଏନସିବି ପାଇଁ ବେଶ ଚ୍ୟାଲେଞ୍ଜିଂ ଥିଲା। ଡାର୍କନେଟ୍ ହେଉଛି ଇଣ୍ଟରନେଟ ଦୁନିଆରେ ଏମିତି ଏକ ସର୍ଚ୍ଚ ଇଂଜିନ୍, ଯାହା ପ୍ରେରକ ଓ ଗ୍ରାହକଙ୍କ ଇଣ୍ଟରନେଟ ଆଇପିଠାରୁ ଆରମ୍ଭ କରି ସମସ୍ତ ପରିଚୟ ଗୋପନ ରଖେ।
ତେଣୁ ନିଶା ଦ୍ରବ୍ୟ ପଠାଉଥିବା ବ୍ୟକ୍ତି ଓ ଏହାକୁ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରହୁଥିଲା। ବିଭିନ୍ନ ତଦନ୍ତକାରୀ ସଂସ୍ଥାର ସର୍ଭେଲାନସ ବ୍ୟବସ୍ଥାକୁ ମଧ୍ୟ ଡାର୍କନେଟ୍ ଚକମା ଦେବାକୁ ସକ୍ଷମ। ତେଣୁ ଡାର୍କନେଟକୁ ନିଶା ବେପାରୀମାନେ ବ୍ୟବହାର କରୁଥିଲେ।
ଖାଲି ସେତିକି ନୁହେଁ, ସିଧାସଳଖ ବ୍ୟାଙ୍କ କାରବାର କଲେ ଧରାପଡ଼ି ଯିବାର ଆଶଙ୍କା ମଧ୍ୟ ଥିଲା। ତେଣୁ ସେମାନେ କ୍ରିପ୍ଟୋକରେନ୍ସି ଦ୍ୱାରା କାରବାର କରୁଥିଲେ।
LSDକୁ ଠାବ କରିବା କଷ୍ଟକର
ଏଲଏସଡିକୁ ଚୋରା କାରବାର ପାଇଁ ସୁବିଧା ହୋଇଥାଏ। ଏହାକୁ ଖୋଜି ବାହାର କରିବା ଲାଗି ଏନସିବି ଓ ପୁଲିସ ପାଇଁ କଷ୍ଟକର ବ୍ୟାପାର। କାରଣ ଏକ ଡାକ ଟିକେଟକୁ ଦୁଇ ଭାଙ୍ଗ କରିବା ପରେ ଯେତିକି ମାତ୍ର ସ୍ଥାନ ରହିଥାଏ, ସେଥିରେ ଏଲଏସଡି ରଖି କାରବାର ବି କରିହୁଏ। ଗୋଟିଏ ଡାକ ଟିକେଟରେ ୨ରୁ ୪ ବ୍ଲଟ୍ ଏଲଏସଡି ରଖାଯାଇପାରେ। ତେଣୁ କୌଣସି ବହିପତ୍ର ଓ ପର୍ସ ଆଦିରେ ଏହାକୁ ଚୋରାଚାଲାଣ କରିବା ଲାଗି ସୁବିଧା ହୋଇଥାଏ। ଏମିତି କି ସ୍କାନିଂ କରାଯିବା ବେଳେ ବି ଏହା ସହଜରେ ଠାବ ହୋଇ ପାରେନି।
#WATCH | Gyaneshwar Singh, Deputy Director General of NCB gives details about the darknet-based drug cartel busted by NCB, calling it the biggest-ever drug seizure made by the anti-drugs agency. https://t.co/hiX08VFoCA pic.twitter.com/MMmRud7Rba
— ANI (@ANI) June 6, 2023
ସମୀର ତାଙ୍କ ପରିବାର ଲୋକଙ୍କ ସହ ଅନେକ ଥର ବିଦେଶ ଯାତ୍ରା କରିଛନ୍ତି। ଏଥିସହ ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଏନସିବି ରିପୋର୍ଟ ଦେଇଛି। ଏହାପୂର୍ବରୁ ସିବିଆଇ ତାଙ୍କ ବିରୋଧରେ ରୁଜୁ କରିଥିବା ଏଫଆଇଆରରେ ସେ ଓ ତାଙ୍କ ସହଯୋଗୀମାନେ କେମିତି ଆର୍ଯ୍ୟନଙ୍କ ପରିବାର ଲୋକଙ୍କ ଠାରୁ ୨୫ କୋଟି ଟଙ୍କା ହଡ଼ପ କରିବାକୁ ଚାହୁଁଥିଲେ, ତା’ର ତଥ୍ୟ ରହିଥିଲା।
ସିବିଆଇ ମାମଲା କରିବା ପୂର୍ବରୁ ଏନସିବିର ଭିଜିଲାନ୍ସ ବିଭାଗ ତାଙ୍କ ବିରୋଧରେ ତଦନ୍ତ କରିଥିଲା। ଏହି ସମୟରେ ଜଣାପଡ଼ିଛି ଯେ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଓ ତାଙ୍କ ବନ୍ଧୁ ଅରବାଜ ମରଚାଣ୍ଟଙ୍କ ନାଁ ଶେଷ ମୁହୂର୍ତ୍ତରେ ଅଭିଯୁକ୍ତ ତାଲିକାରେ ସାମିଲ କରାଯାଇଥିଲା।
କିଛି ସନ୍ଦିଗ୍ଧଙ୍କ ନାଁକୁ ହଟାଇ ଏହି ଦୁଇ ଯୁବକଙ୍କ ନାଁ ଉଲ୍ଲେଖ କରାଯାଇଥିଲା। କ୍ରୁଜରେ ରେଡ୍ ବେଳେ ଜଣେ ସନ୍ଦିଗ୍ଧ ଯୁବତୀଙ୍କ ଠାରୁ ରୋଲିଂ ପେପର ମିଳିଥିଲା। ତଥାପି ସମୀର ଓ ତାଙ୍କ ଟିମ ଉକ୍ତ ଯୁବତୀଙ୍କୁ ସେଠାରୁ ଖସି ଯିବା ପାଇଁ ଅନୁମତି ଦେଇଥିଲେ।
ଆର୍ଯ୍ୟନ ଖାନ ଏନସିବି ହେପାଜତରେ ଥିବା ବେଳେ ଅନେକ ନିୟମର ଉଲ୍ଲଙ୍ଘନ ହୋଇଥିଲା। ଜାଣିଶୁଣି ସମୀର ୱାଙ୍ଖେଡେ ସବୁ କିଛିରେ ବୁଝାମଣା କରି କିରଣ ଗୋସାଭିଙ୍କୁ ଆର୍ଯ୍ୟନଙ୍କ ପାଖକୁ ଯିବାକୁ ଅନୁମତି ଦେଇଥିଲେ। ତଦନ୍ତକାରୀ ଟିମ ଦ୍ୱାରା ଏନସିବି ଅଫିସରୁ ସଂଗୃହୀତ ହୋଇଥିବା ସିସିଟିଭି ଫୁଟେଜ ଖରାପ ହୋଇଯାଇଥିଲା। ଆର୍ଯ୍ୟନ ଖାନଙ୍କୁ ଯେଉଁଦିନ ରାତିରେ ଏନସିବି ଅଫିସକୁ ଅଣାଯାଇଥିଲା, ସେସମୟରେ ଡିଭିଆର ଓ ହାର୍ଡକପି, ଏନସିବିର ମୁମ୍ବାଇ ଟିମ ଦ୍ୱାରା ପ୍ରସ୍ତୁତ କପି ଠାରୁ ଅଲଗା ଥିଲା।
ରିପୋର୍ଟରେ ଆହୁରି କୁହାଯାଇଛି ଯେ ୨୦୧୭ ଠାରୁ ୨୦୨୧ ମଧ୍ୟରେ ସମୀର ୱାଙ୍ଖେଡେ ପରିବାର ଲୋକଙ୍କ ସହ ୬ଥର ବିଦେଶ ଗସ୍ତରେ ଯାଇଥିଲେ। ବ୍ରିଟେନ, ଆୟର୍ଲ୍ୟାଣ୍ଡ, ପର୍ତ୍ତୁଗାଲ, ଦକ୍ଷିଣ ଆଫ୍ରିକା ଓ ମାଳଦ୍ୱୀପରେ ସେମାନେ ୫୫ ଦିନ ରହିଥିଲେ। ଏହି ସମୟରେ ସେ ମାତ୍ର ୮.୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି। କିନ୍ତୁ ଏତିକି ଟଙ୍କା କେବଳ ବିମାନ ଖର୍ଚ୍ଚ ହିଁ ଭରଣା କରାଯାଇ ପାରିବ। ତେଣୁ ସେ ଭୁଲ ତଥ୍ୟ ଦେଇଛନ୍ତି।
ସମୀର ୱାଙ୍ଖେଡେ ତାଙ୍କ ଆୟ ତୁଳନାରେ ଅଧିକ ପରିମାଣର ସମ୍ପତ୍ତି ସହ ଦାମୀ ଘଣ୍ଟା ସବୁ କିଣିଥିଲେ। ଏହା ମଧ୍ୟରେ ଗୋଟିଏ ରୋଲେକ୍ସ ଘଣ୍ଟା ରହିଛି। ଏହାର ଏମଆରପି ୨୨ ଲକ୍ଷ ଟଙ୍କା ହୋଇଥିବା ବେଳେ ସମୀର ୧୭ ଲକ୍ଷ ଟଙ୍କା ଦେଇ କିଣିଥିଲେ। ମୁମ୍ବାଇରେ ତାଙ୍କର ୪ଟି ଫ୍ଲାଟ ଥିବା ବେଳେ ୱାଶିମରେ ୪୧,୬୮୮ ଏକର ଜମି ରହିଛି।
ତଦନ୍ତ ଏଜେନ୍ସି ସହ କଥାବାର୍ତ୍ତା ହେବା ବେଳେ ସମୀର ଦାବି କରିଥିଲେ ଯେ ଗୋରେଗାଓଁରେ ଥିବା ୫ମ ଫ୍ଲାଟରେ ସେ ୮୨.୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାର ମୂଲ୍ୟ ୨.୪୫ କୋଟି ଟଙ୍କା ହେବ। ବାହାଘର ପୂର୍ବରୁ ସମୀର ଓ ତାଙ୍କ ପତ୍ନୀ ୧.୨୫ କୋଟି ଟଙ୍କା ଦେଇ ଗୋଟିଏ ଫ୍ଲାଟ କିଣିଥିଲେ। ହେଲେ ଏହି ଟଙ୍କାର ସୂତ୍ର ଏବେ ବି ରହସ୍ୟ ହୋଇ ରହିଛି।
ସମୀର ୱାଙ୍ଖେଡେ ଓ ତାଙ୍କ ପତ୍ନୀ ଦାଖଲ କରିଥିବା ଆୟକର ରିଟର୍ଣ୍ଣରେ ଦର୍ଶାଇଛନ୍ତି ଯେ ସେମାନଙ୍କ ବାର୍ଷିକ ଆୟ ୪୫,୬୧,୪୬୦ ଟଙ୍କା। କିନ୍ତୁ ସେମାନେ ନିଜର ବିଦେଶ ଗସ୍ତ ଓ ଅନ୍ୟ ସମ୍ପତ୍ତି ପାଇଁ କେଉଁଠୁ ଟଙ୍କା ଆଣିଲେ, ସେ ବିଷୟରେ କୌଣସି ତଥ୍ୟ ଦେଇ ନଥିବା ରିପୋର୍ଟରେ କୁହାଯାଇଛି।
୨୦୨୧ ଅକ୍ଟୋବର ମାସରେ ମୁମ୍ବାଇର କ୍ରୁଜରେ ରେଡ୍ କରି ସମୀର ୱାଙ୍ଖେଡେ ଓ ତାଙ୍କ ଟିମ ଆର୍ଯ୍ୟନଙ୍କ ସମେତ ଆଉ କିଛି ଯୁବକଙ୍କୁ ଗିରଫ କରିଥିଲେ। ଏହାକୁ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା। ଏବେ ତାଙ୍କ ନାଁରେ ଦୁର୍ନୀତି ଓ ଅପରାଧିକ ଆଚରଣ ମାମଲା ସିବିଆଇ ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସିବିଆଇ ରୁଜୁ କରିଥିବା ଏଫଆଇଆରରେ ୨୫ କୋଟି ଟଙ୍କା କଥା ଉଲ୍ଲେଖ କରିବା ସହ ସମୀର ୱାଙ୍ଖେଡେଙ୍କ ବିଦେଶ ଯାତ୍ରା ଓ ଦାମୀ ହାତ ଘଣ୍ଟା କିଣାବିକାର ତଥ୍ୟ ରହିଛି। ସମୀର ୱାଙ୍ଖେଡେ ଓ ଏନସିବିର ତତ୍କାଳୀନ ଗୁଇନ୍ଦା ଅଧିକାରୀ ଆଶିଷ ରଞ୍ଜନ ସେମାନଙ୍କ ଆୟ ଅନୁସାରେ ଖର୍ଚ୍ଚକୁ ଯର୍ଥାଥ ଦର୍ଶାଇ ପାରି ନାହାନ୍ତି।
ଏହାର ତଦନ୍ତ କରାଯାଉଛି। ସମୀର ୱାଙ୍ଖେଡେ ଠିକ୍ ଭାବେ ତାଙ୍କ ବିଦେଶ ଗସ୍ତର ତଥ୍ୟ ଉପସ୍ଥାପନ କରି ପାରିନାହାନ୍ତି। ସେଠାରେ କରିଥିବା ଖର୍ଚ୍ଚର ତଥ୍ୟ ମଧ୍ୟ ଭୁଲ ଦେଇଛନ୍ତି ବୋଲି ଏଫଆଇଆରରେ କୁହାଯାଇଛି।
ସମୀର ୱାଙ୍ଖେଡେଙ୍କ ବ୍ୟତୀତ ଆଉ ୪ ଜଣଙ୍କୁ ମଧ୍ୟ ଏଫଆଇଆରରେ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ସେମାନେ ହେଲେ ବିଶ୍ୱ ବିଜୟ ସିଂହ, ଆଶିଷ ରଞ୍ଜନ, କେପି ଗୋସାଭି ଓ ତାଙ୍କ ସହଯୋଗୀ ସାନଭିଲେ ଡିସୁଜା। କ୍ରୁଜରୁ ଡ୍ରଗ୍ସ ମିଳିବା
ଘଟଣାର ସାକ୍ଷୀ ଭାବେ ସାମ୍ନାକୁ ଆସିଥିବା ଗୋସାଭି ଗିରଫ ଆର୍ଯ୍ୟନ ଖାନଙ୍କ ସେଲଫି ନେଇଥିଲେ। ସେ ଏନସିବିରେ କାମ କରୁ ନଥିବା ବେଳେ କେମିତି ଡ୍ରଗ୍ସ ମାମଲାରେ ଗିରଫ ଆର୍ଯ୍ୟନ ଓ ଅନ୍ୟମାନଙ୍କ ପାଖରେ ପହଁଞ୍ଚିଲେ ବୋଲି ସେତେବେଳେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା।
ସିବିଆଇ ଏଫଆଇଆରରେ କୁହାଯାଇଛି ଯେ ଗୋସାଭିଙ୍କୁ ଅଭିଯୁକ୍ତମାନଙ୍କ ପାଖରେ ରହିବାକୁ ଅନୁମତି ଦିଆଯାଇଥିଲା। ସେହିପରି ରେଡ୍ ପରେ ତାଙ୍କୁ ଏନସିବି ଅଫିସକୁ ଆସିବା ପାଇଁ ମଧ୍ୟ କୁହାଯାଇଥିଲା। ଏହା ଜଣେ ସ୍ୱାଧୀନ ସାକ୍ଷୀଙ୍କ ପାଇଁ ଥିବା ନିୟମର ଉଲ୍ଲଙ୍ଘନ। ଏହାର ସୁଯୋଗ ନେଇ ଗୋସାଭି ଅଭିଯୁକ୍ତଙ୍କ ସହ ସେଲଫି ନେଇଥିଲେ ଓ ଜଣେ ଅଭିଯୁକ୍ତର କଥାକୁ ମଧ୍ୟ ରେକର୍ଡ କରିଥିଲେ।
ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କ ପରିବାର ଲୋକଙ୍କ ଠାରୁ ୨୫ କୋଟି ଟଙ୍କା ହଡ଼ପ କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା। ସେମାନେ ଆର୍ଯ୍ୟନଙ୍କ ପାଖରୁ ବିପୁଳ ପରିମାଣର ଡ୍ରଗ୍ସ ମିଳିଛି ବୋଲି ପ୍ରମାଣ କରି ଦେଖାଇବେ ବୋଲି ତାଙ୍କ ପରିବାର ଲୋକଙ୍କୁ ଧମକ ଦେଇଥିଲେ।
ଶେଷରେ ଏହି ଡିଲ୍ ୧୮ କୋଟିରେ ଫାଇନାଲ ହୋଇଥିଲା। ପ୍ରାଥମିକ ଭାବେ ୫୦ ଲକ୍ଷର ଲାଞ୍ଚ ଗୋସାଭି ଓ ତାଙ୍କ ସହଯୋଗୀର ସାନଭିଲେ ଡିସୁଜା ଆଣିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଲାଞ୍ଚ ବାବଦ ୫୦ ଲକ୍ଷ ଟଙ୍କା ସେମାନେ ଫେରାଇ ଦେଇଥିଲେ।
ଅଭିଯୁକ୍ତମାନଙ୍କୁ ହ୍ୟାଣ୍ଡେଲ କରିବା ପାଇଁ ଗୋସାଭିଙ୍କୁ ଛଡ଼ା ଯାଉ ବୋଲି ସମୀର ୱାଙ୍ଖେଡେ ଏନସିବିର ଏସ୍ପି ବିଶ୍ୱ ବିଜୟ ବିଜୟ ସିଂହଙ୍କୁ କହିଥିଲେ। ଗୋସାଭି ଅଭିଯୁକ୍ତମାନଙ୍କୁ ନିଜ ହେପାଜତରେ ରଖିଛନ୍ତି ଓ ସେମାନଙ୍କୁ ଏନସିବିର ମୁମ୍ବାଇ ଅଫିସକୁ ଆଣିଛନ୍ତି ବୋଲି ଗୋଟିଏ ଧାରଣା ସୃଷ୍ଟି କରିବା ପାଇଁ ଏପରି କରାଯାଇଥିଲା ବୋଲି ସିବିଆଇ ଏଫଆଇଆରରେ କହିଛି।
ସିବିଆଇ ଏବେ ଯାହା ସବୁ କହିଛି, ସେକଥା ଗୁଡ଼ିକ ପୂର୍ବରୁ ଏନସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନବାବ ମଲିକ ମଧ୍ୟ ଅଭିଯୋଗ କରିଥିଲେ। ଏବେ ସେ ଦୁର୍ନୀତି ମାମଲାରେ ଜେଲରେ ଅଛନ୍ତି। ସେହିପରି ଡ୍ରଗ୍ସ ମାମଲାର ଅନ୍ୟତମ ସାକ୍ଷୀ ପ୍ରଭାକର ସାଇଲ ମଧ୍ୟ ସମାନ କଥା କହିଥିଲେ। ତେବେ ଗତବର୍ଷ ହାର୍ଟ ଆଟାକରେ ତାଙ୍କର ମୃତ୍ୟୁ ଘଟିଥିଲା।
୨୦୨୧ ମସିହା ଅକ୍ଟୋବର ମାସରେ ସମୀରଙ୍କ ନେତୃତ୍ୱାଧୀନ ଗୋଟିଏ ଟିମ ମୁମ୍ବାଇ ଇଣ୍ଟରନ୍ୟାଶନାଲ କ୍ରୁଜ ଟର୍ମିନାଲରେ ଥିବା କୋରଡେଲିଆ କ୍ରୁଜରେ ରେଡ କରିଥିଲେ। ଏହି ସମୟରେ ଆର୍ଯ୍ୟନ ଓ ଅନ୍ୟମାନଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିଥିଲେ। ପ୍ରାଥମିକ ଭାବେ ଡ୍ରଗ୍ସ ରଖିବା, ସେବନ କରିବା ଓ ଏହାର ଚାଲାଣ କରିବା ମାମଲା ରୁଜୁ ହୋଇଥିଲା।
ଆର୍ଯ୍ୟନ ଖାନଙ୍କୁ ୨୨ଦିନ ଜେଲରେ ମଧ୍ୟ ରହିବାକୁ ପଡ଼ିଥିଲା। କିନ୍ତୁ ୨୦୨୨ ମେ’ ମାସରେ ପୂରା ମାମଲାରେ ଏନସିବି ଆର୍ଯ୍ୟନଙ୍କୁ କ୍ଲିନଚିଟ୍ ଦେଇଥିଲା। ତାଙ୍କ ବିରୋଧରେ ସମୀର ୱାଙ୍ଖେଡେ ଯେଉଁସବୁ ଦାବି କରିଥିଲେ, ତା’ର ପ୍ରମାଣ ତଦନ୍ତ ବେଳେ ମିଳି ନଥିଲା।
ଏସବୁ ଭିତରେ ସମୀର ୱାଙ୍ଖେଡେଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଥିଲା। ସେ ଆର୍ଯ୍ୟନଙ୍କ ବିରୋଧରେ ଚାର୍ଜ ଫ୍ରେମ ନ କରିବାକୁ ୨୫ କୋଟି ଟଙ୍କା ମାଗିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ତାଙ୍କୁ ଚେନ୍ନାଇ ସ୍ଥିତ ଡିଜି ଟ୍ୟାକ୍ସପେୟର ସର୍ଭିସ ଡିରେକ୍ଟୋରେଟକୁ ବଦଳି କରାଯାଇଥିଲା।
ଆର୍ଯ୍ୟନ୍ ଖାନ୍ ଡ୍ରଗ୍ସ କେସ୍ ମାମଲାରେ ତଦନ୍ତ କରୁଥିବା ଏନ୍ସିବି ଜୋନ୍ଲ ହେଡ୍ ସମୀର ୱାଙ୍ଖଡେଙ୍କ ଉପରେ ଅନେକ ସାଙ୍ଘାତିକ ଅଭିଯୋଗ ଆସିଛି। ସେ ଫିଲ୍ମ ଜଗତର ଲୋକଙ୍କୁ ଟାର୍ଗେଟ କରୁଥିବା କୁହାଯାଉଛି। ଏବେ ପତ୍ନୀ କ୍ରାନ୍ତୀ ସ୍ୱାମୀ ସମୀରଙ୍କ ସମର୍ଥନରେ ବାହାରିଛନ୍ତି।
କ୍ରାନ୍ତୀ କହିଛନ୍ତି, ସେ ବଲିଉଡକୁ ଟାର୍ଗେଟ କରୁନାହାନ୍ତି, ସେ ମାସ ମାସ ଧରି ଅପରେସନରେ ଗୋଆ ଯାଆନ୍ତି। ଗୋଆରେ କୌଣସି ସେଲେବ୍ରିଟି ନାହାନ୍ତି। ସେ ଅପରାଧୀଙ୍କୁ ଧରନ୍ତି।
କ୍ରାନ୍ତି ଆହୁରି କହିଛନ୍ତି, ଯେତେବେଳେ ଜଣେ ବ୍ୟକ୍ତି ଏହି ମାମଲାରେ ଆଗ୍ରହ ପ୍ରକାଶ କରନ୍ତି, ସେତେବେଳେ ଏସବୁ କାହିଁକି ଘଟୁଛି। ଅନ୍ୟ କୌଣସି ମାମଲାରେ ସମୀରଙ୍କ ବିରୋଧରେ କୌଣସି ଅଭିଯୋଗ ଦାଖଲ କରାଯାଇ ନାହିଁ। ତେବେ ଏଥିରେ କାହିଁକି? ତାଙ୍କର ୧୫ ବର୍ଷର ଚାକିରି କ୍ୟାରିଅରରେ ପ୍ରଥମ ଥର ପାଇଁ ତାଙ୍କ ବିରୋଧରେ ଏଭଳି ଅଭିଯୋଗ ହୋଇଛି।
https://twitter.com/ANI/status/1452901762587758597?s=20
ସମୀର ୱାଙ୍ଖଡେଙ୍କ ବିରୋଧରେ ହୋଇଥିବା ଟାଙ୍କା କାରବାର ମାମଲାରେ କ୍ରାନ୍ତି କହିଛନ୍ତି, ସମୀର ତାଙ୍କ ବିରୋଧରେ କୌଣସି ତଦନ୍ତକୁ କେବେବି ଅସ୍ୱୀକାର କରିନାହାଁନ୍ତି। ସେ ଏଥିପାଇଁ ସର୍ବଦା ପ୍ରସ୍ତୁତ ଅଛନ୍ତି। ଯଦି ତୁମେ ଭାବୁଛ ସେ ଭୁଲ୍, ଏହାର ପ୍ରମାଣ ସମସ୍ତଙ୍କ ସାମ୍ନାକୁ ଆଣ। ସେ କେଉଁଠାରୁ ଟଙ୍କା ନେଇଛନ୍ତି ତାହା। ଆପଣଙ୍କ ପାଖରେ କୌଣସି ଫୋନ୍ ଚାଟ୍ ଅଛି କିମ୍ବା କୌଣସି ଷ୍ଟିଙ୍ଗ୍ ଅପରେସନ୍ ଯେଉଁଥିରେ ସେ କହିଛନ୍ତି ଯେ ମୁଁ ୮କୋଟି କିମ୍ବା ୧୮ କୋଟି କିମ୍ବା ୨୫କୋଟି ଟଙ୍କା ଚାହୁଁଛି? ବୋଲି କ୍ରାନ୍ତୀ ପ୍ରଶ୍ନ ପଚାରିଛନ୍ତି।'
ସେ ଆହୁରି ମଧ୍ୟ କହିଛନ୍ତି, 'ଜଣେ ସଚ୍ଚୋଟ ଅଧିକାରୀଙ୍କ ପ୍ରତି ଏହା ଅପମାନ, ଯିଏ ରକ୍ତ ଓ ଝାଳ ବୁହାଇ ଦେଶ ସେବା କରୁଛି। ଆମ ଜୀବନ ପ୍ରତି ବିପଦ ରହିଛି। ମୋତେ ଏବଂ ମୋର ପିଲାଙ୍କୁ ଧମକ ଦିଆଯାଇଛି। ଫେକ୍ ଆକାଉଣ୍ଟ ଜରିଆରେ ମେସେଜ ଆସୁଛି।'
https://twitter.com/ANI/status/1452907239719591938?s=20
ସେପଟେ ସମୀର ୱାଙ୍ଖଡେଙ୍କ ଭଉଣୀ ଯାସମମିନ ମଧ୍ୟ ଭାଇଙ୍କ ଉପରେ ଅଭିଯୋଗ ଲଗାଇଥିବା ବ୍ୟକ୍ତିଙ୍କ ଉପରେ ବର୍ଷିଛନ୍ତି। ସେ ସମ୍ବାଦିକ ସମ୍ମିଳନୀ କରି ଜଣେ ପ୍ରଶାସନିକ ଅଧିକାରୀଙ୍କ ଜନ୍ମପ୍ରମାଣ ପତ୍ର ଦେଖାଇବାକୁ ନୱାବ ମଲିକ କିଏ ବୋଲି ପ୍ରଶ୍ନ ପଚାରିଛନ୍ତି।
ସୂଚନା ମୁତାବକ ଏନ୍ସିବିର ସାକ୍ଷୀ ପ୍ରଭାକର ସେଲ୍ ଆର୍ଯ୍ୟନଙ୍କୁ ଛାଡିବା ପାଇଁ କେପି ଗୋସାଭି, ଶ୍ୟାମ୍ ଏବଂ ଏନ୍ସିବି ଅଧିକାରୀ ସମୀରଙ୍କ ଭିତିରେ ୧୮ କୋଟି ଟଙ୍କାର ଡିଲ୍ ଅଭିଯୋଗ ଆଣିଥିଲେ। ସେପଟେ ଗତକାଲି ଏନ୍ସିପି ନେତା ନୱାବ ମଲିକ ସମୀରଙ୍କ ଜନ୍ମପ୍ରମାଣ ପତ୍ର ଶେୟାର କରି ସେ ମୁସ୍ଲିମ୍ ବୋଲି ଅଭିଯୋଗ କରିଥିଲେ। ଏଥିସହ ସେ ନକଲି ପ୍ରମାଣପତ୍ର ଦେଖି ଜଣେ ଦଳିତଙ୍କ ଚାକିରୀ ହଡପ କରିନେଇଥିବା ଅଭିଯୋଗ ଆଣିଥିଲେ।
https://twitter.com/ANI/status/1452910415768215552?s=20
ବର୍ତ୍ତମାନ ଜାହାଜ ଉପରେ ଚଢ଼ାଉ ଜାରି ରହିଛି। ଅଟକ ୬ଜଣଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରେ ପଚରାଉଚରା କରୁଛି। ସୂଚନାନୁସାରେ, ଏନସିବି ଅଧିକାରୀମାନେ କ୍ରୁଜରୁ ଏକ ବସ୍ରେ କିଛି ଲୋକଙ୍କୁ ଗିରଫ କରିବା ପରେ ବାହାରକୁ ଆଣିଥିଲେ। ମୁମ୍ବାଇ ଏନସିବି ଜୋନାଲ ହେଡ ସମୀର ୱାନକେଡେ ମଧ୍ୟ ସେମାନଙ୍କ ସହ ଏକ ଅଲଗା ଗାଡିରେ ଉପସ୍ଥିତ ଥିଲେ। ସମସ୍ତଙ୍କୁ ଏନସିବି କାର୍ଯ୍ୟାଳୟକୁ ଅଣାଯାଇଛି।
ସୂଚନା କମୁତାବକ ଜୋନାଲ ହେଡ୍ ସମୀର ୱାନଖଡେଙ୍କ ଅଧିନରେ ଏନ୍ସିବିର ଏକ ଟିମ୍ ଆଜି ସକାଳ ୬ଟାରେ ପୁଣି ଜାହାଜ ଉପରେ ଚଢ଼ାଉ କରିଥିଲା। ଜାହଜର କ୍ରୁ ସହ ପଚରାଉଚରା କରିବା ପାଇଁ ଟିମ୍ ଯାଇଥିଲା।
ସେପଟେ ରେଭ୍ ପାର୍ଟି ବେଳେ ଜାହାଜରେ ଉପସ୍ଥିତ ଥିବା ସମସ୍ତ ୧୮୦୦ ଲୋକଙ୍କ ତାଲିକା ହାସଲ କରିଛି। ଏହାକୁ ଭିତ୍ତି କରି ଅନେକ ନାମ ଫିଲ୍ଟର କରାଯାଇଛି, ଯାହାର ସନ୍ଧାନରେ ଦିଲ୍ଲୀ, ମୁମ୍ବାଇ ସମେତ ବାଙ୍ଗାଲୋର ଏବଂ ଗୋଆର ଅନେକ ଅଞ୍ଚଳରେ ଏନସିବିର ଚଢ଼ାଉ ଜାରି ରଖିଛି।
ଉଲ୍ଲେଖ ଯୋଗ୍ୟ ଯେ, ଏହି ମାମଲା ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ମଧ୍ୟ ଗିରଫ ହୋଇଛନ୍ତି। ସେ ଏବେ ଏନ୍ସିବି ରିମାଣ୍ଡରେ ଅଛନ୍ତି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।
ସେପଟେ ଏହି ମାମଲାରେ ବର୍ତ୍ତମାନ ଯାଏ ୮ ଜଣଙ୍କୁ ଏନ୍ସିବି ଗିରଫ କରିଛି। ଏସମସ୍ତେ କ୍ରୁଜ ଉପରେ ଡ୍ରଗ୍ସ ସେବନ ଏବଂ ସପ୍ଲାଏ କରିବା ପାଇଁ ଅଣାଯାଇଥିଲା।
ଗିରଫ ହୋଇଥିବା ୮ ଜଣଙ୍କ ମଧ୍ୟରୁ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହି ତିନି ଜଣଙ୍କୁ ଦିନିକିଆ ରମାଣ୍ଡ ପାଇଁ ପୁଲିସ ନେଇଛି। ଅନ୍ୟ ୫ ଜଣଙ୍କୁ ଆଜି କୋର୍ଟରେ ହାଜର କରାଯିବ।
https://twitter.com/ANI/status/1444936814859415552?s=20
ସୂଚନା ମୁତାବକ, କୁନାଲ, ସୁଶାନ୍ତ ସିଂ ରାଜପୁତଙ୍କ ଅତି ଘନିଷ୍ଠ ବନ୍ଧୁ ଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ଦୀର୍ଘ ଦିନ ଧରି ଫେରାର ମଧ୍ୟ ଥିଲେ। କୁନାଲ ଗିରଫ ହେବା ପରେ ଡ୍ରଗ୍ସ ମାମଲାରେ ହେଉ ଅବା ସୁଶାନ୍ତ ମୃତ୍ୟୁ ମାମଲା, ଏଥିରେ କିଛି ନୂଆ ଖୁଲାସା ହୋଇପାରେ ବୋଲି ଆଶା କରାଯାଇଛି। ଏନ୍ସିବି ଏବେ କୁନାଲକୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ।
ଉଲ୍ଲେଖ ଯୋଗ୍ୟ ଯେ, ଗତବର୍ଷ ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଥିଲା। ମୁମ୍ବାଇ ସ୍ଥିତ ତାଙ୍କ ବାସ ଭବନରେ ତାଙ୍କ ମୃତେଦହ ମିଳିଥିଲା। ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ ବେଳେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିଲା। ଏବେ ଏହି ମାମଲାର ତଦନ୍ତ ୩ଟି ଏଜେନ୍ଦି ସିବିଆଇ, ଏନ୍ସିବି ଏବଂ ଇଡି କରୁଛି।
ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ଏଥିରେ ବଲିଉଡର ବଡ ବଡ ସେଲେବ୍ରିଟିଙ୍କ ନାଁ ମଧ୍ୟ ପଦାକୁ ଆସିଥିଲା। ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କ ଠାରୁ ଆରମ୍ଭ କରି ସାରା ଅଲ୍ଲି ଖାନ୍, ଶ୍ରଦ୍ଧା କପୁର, ରକୁଲ ପ୍ରତି ଭଳି ବଡ ବଡ ଅଭିନେତା ଏବଂ ଅଭିନେତ୍ରୀଙ୍କୁ ଏନ୍ସିବି ପଚରାଉଚରା କରିଥିଲା। ସେପଟେ ସୁଶନ୍ତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ମଧ୍ୟ ପୂର୍ବରୁ ଗିରଫ ହୋଇସାରିଛନ୍ତି। ଏବେ ସେ ବେଲ୍ରେ ଅଛନ୍ତି।
https://twitter.com/ANI/status/1443468347882962949?s=20
ନିକଟରେ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କ ଗିରଫ ପରେ ଏନ୍ସିବି ଅଭିନେତା ସୁଶାନ୍ତ ସିଂ ଚାକର ନିରଜ ଏବଂ କେଶବଙ୍କୁ ପୁଣି ଥରେ ପଚରାଉଚରା କରିବ । ଏଥିପାଇଁ ଏହି ଦୁଇ ଜଣଙ୍କୁ ଗତକାଲି ସମନ କରିଛି। ସୂଚନାମୁତାବକ ଦୁହେଁ ଏନ୍ସିବି ପଚରା ଉଚରାରୁ ବର୍ତ୍ତିବା ପାଇଁ ୮ ମାସ ଧରି ମୁମ୍ବାଇ ବାହାରେଥିଲେ । ପରେ ଅଗଷ୍ଟ ମାସରେ ଏ ଦୁହେଁ ମୁମ୍ବାଇ ଫେରିଥିଲେ ।
ନୀରଜ ଏବଂ କେଶବଙ୍କୁ ପୂର୍ବରୁ ମଧ୍ୟ ସିବିଆଇ ଓ ଏନ୍ସିବି ଟିମ୍ ପଚରାଉଚରା କରିସାରିଛି । ଏବେ ପୁଣି ଥରେ ଏନ୍ସିବିର ଟିମ୍ ଡ୍ରଗ୍ସ ମାମଲା ସହ ଜଡିତ କଥା ଜାଣିବା ଲାଗି ପଚରାଉଚରା କରିବାକୁ ଡକାଇଛି ।
ଗତବର୍ଷ ନୀରଜ ମିଡିଆ ଆଗରେ ଏହି ମାମଲା ସହ ଜଡିତ ଅନେକ ତଥ୍ୟର ଖୁଲାସା କରିଥିଲେ ।
ସେପଟେ ଏନ୍ସବି ଏହି ସମୟରେ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୌଭିକ୍ ଚକ୍ରବର୍ତ୍ତୀ ଏବଂ ସାମୁଏଲ୍ ମିରାଣ୍ଡାଙ୍କ ସମେତ ଅନେକ ଲୋକଙ୍କୁ ନେଇ ପଚରାଯାଇଥିଲା ଏବଂ ଅନେକ ତଥ୍ୟ ପଦାକୁ ଆସିଥିଲା।
ସୂଚନା ଅନୁଯାୟୀ, ଏନସିବି ଟିମ୍ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କୁ ହାଇଦ୍ରାବାଦରୁ ଗିରଫ କରିଥିଲା। ଏହା ପରେ ତାଙ୍କୁ ମୁମ୍ବାଇ ଅଣାଯାଇଥିଲା। ଡ୍ରଗ୍ ମାମଲାରେ ଏନସିବି ସିଦ୍ଧାର୍ଥଙ୍କୁ ଅନେକ ଥର ପ୍ରଶ୍ନ କରିଥିଲା କିନ୍ତୁ ତାଙ୍କୁ ସନ୍ତୋଷଜନକ ଉତ୍ତର ମିଳି ନଥିଲା। ଯେଉଁଥିପାଇଁ ତାଙ୍କୁ ଆଜି ଗିରଫ କରାଯାଇଛି।
ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ ଲୋକଙ୍କ ନାମ ସାମ୍ନାକୁ ଆସିଥିଲା। ଯେଉଁଥିରେ ସିଦ୍ଧାର୍ଥ ପିଠାନିଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା । କୁହାଯାଇଥିଲା ଯେ ସିଦ୍ଧାର୍ଥ ପିଠାନି ପ୍ରଥମେ ସୁଶାନ୍ତଙ୍କ ଶରୀରକୁ ଫ୍ୟାନରେ ଝୁଲୁଥିବାର ଦେଖିଥିଲେ। ଏହା ପରେ ସେ ପୁଲିସକୁ ସୂଚନା ଦେଇଥିଲେ।
ନିକଟରେ ସିଦ୍ଧାର୍ଥ ପିଠାନିଙ୍କ ଏନଗେଜମେଣ୍ଟ ହୋଇଥିଲା। ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ।
ସୂଚନା ମୁତାବକ ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ଅନେକ ଲୋକଙ୍କ ନାଁ ସାମ୍ନାକୁ ଆସିଥିଲା। କେସର ଅନୁସନ୍ଧାନରୁ ଡ୍ରଗ୍ ମାମଲା ସାମ୍ନାକୁ ଆସିଥିଲା ଯେଉଁଥିରେ ଅନେକ ବି-ଟାଉନ୍ ସେଲିବ୍ରେଟିଙ୍କ ନାମ ପ୍ରକାଶ ପାଇଥିଲା। ବର୍ତ୍ତମାନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କୁ ଗିରଫ କରିଛି। ସିଦ୍ଧାର୍ଥ ପିଠାନି ର୍ଡଗ୍ସ ଯୋଗାଉଥିବା ଅଭିଯୋଗ ହୋଇଛି।
ପୁଲିସ ସୂଚନା ମୁତାବକ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଆଉ କିଛି ଦିନ ଗଲେ ବର୍ଷେ ପୂରିବ। ମୁମ୍ବାଇ ବାନ୍ଦ୍ରା ସ୍ଥିତ ତାଙ୍କ ଘରେ ସେ ଫାସି ଲଗାଇ ଆତ୍ମହତ୍ୟା କରିଥିଲେ। କିନ୍ତୁ ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ତେବେ ଏଯାଏଁ ତାଙ୍କୁ ହତ୍ୟା କରାଯାଇଥିଲା ନା ସେ ଆତ୍ମହତ୍ୟା କରିଥିଲେ ସେହି ରହସ୍ୟ ଉପରୁ ପରଦା ଉଠିପାରି ନାହିଁ।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଡ୍ରଗ୍ସ କାରବାର ମାମଲାରେ ଏନ୍ସିବି ଏଜାଜ ଖାନ୍ଙ୍କୁ ବିମାନ ବନ୍ଦରରୁ ଗିରଫ କରିଥିଲା। ଏହାପରେ ତାଙ୍କୁ ଅଧିକ ପଚରାଉଚରା ପାଇଁ ଏନ୍ସିବି ଏପ୍ରିଲ ୩ ତାରିଖ ଯାଏଁ ରିମାଣ୍ଡରେ ନେଇଥିଲା। କିନ୍ତୁ ପରେ ଏହି ରିମାଣ୍ଡ ଅବଧିକୁ ୫ ଏପ୍ରିଲ ଯାଏଁ ବୃଦ୍ଧି କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ।
ଘଟଣାରୁ ଜଣାପଡିଛି ଯେ, ଏଜାଜ ଖାନ ଡ୍ରଗ୍ସ କିଙ୍ଗ ରୂପେ ଜଣାଶୁଣା ଫାରୁଖ ବଟାଟା ଏବଂ ତାର ପୁଅ ଶାଦାବ ବଟାଟା ସହ କାମ କରୁଥିଲେ । ଏପରିକି ଦୀର୍ଘଦିନ ଧରି ଏମାନଙ୍କ ସହ ଡ୍ରଗ୍ସ ବ୍ୟବସାୟ ବି ଚଳାଉଥିଲେ । ଏହି ମାମଲାରେ ଏଜାଜକୁ ଏନ୍ସିବି ଦୀର୍ଘ ସମୟ ଧରି ପଚରାଉଚରା କରିବା ପରେ ମାର୍ଚ୍ଚ ୩୧ ତାରିଖ ରାତିରେ ଗିରଫ କରିଥିଲା।
ଘଟଣାରୁ ଜଣାପଡିଛି ଯେ, ଏଜାଜ ଖାନ ଡ୍ରଗ୍ସ କିଙ୍ଗ ରୂପେ ଜଣାଶୁଣା ଫାରୁଖ ବଟାଟା ଏବଂ ତାର ପୁଅ ଶାଦାବ ବଟାଟା ସହ କାମ କରୁଥିଲେ । ଏପରିକି ଦୀର୍ଘଦିନ ଧରି ଏମାନଙ୍କ ସହ ଡ୍ରଗ୍ସ ବ୍ୟବସାୟ ବି ଚଳାଉଥିଲେ । ଏହି ମାମଲାରେ ଏଜାଜକୁ ଏନ୍ସିବି ଦୀର୍ଘ ସମୟ ଧରି ପଚରାଉଚରା କରିବା ପରେ ବିଳମ୍ୱିତ ରାତିରେ ଗିରଫ କରିଛି। ଏନସିବି ଏଜାଜଙ୍କୁ ଗିରଫ କରିବା ପରେ ଅନ୍ଧେରୀ ଓ ଲୋଖଣ୍ଡୱାଲାର କିଛି ସ୍ଥାନରେ ଚଢ଼ାଉ କରିଛି । ତେବେ ଚଢ଼ାଉ ସମୟରେ ଡ୍ରଗ ମିଳିଛି କି ନାହିଁ ତାହା ଏଯାବତ୍ ସ୍ପଷ୍ଟ ହୋଇନି । ଏହା ପୂର୍ବରୁ ଏନ୍ସିବି ଡ୍ରଗ ମାଫିଆ ଫାରୁଖ ବଟାଟାକୁ ପାଖାପାଖି ୮ ଘଣ୍ଟା ଧରି ପଚରାଉଚରା କରିଥିଲା ।
ନିକଟରେ ଏନସିବି ମୁମ୍ବାଇର ସବୁଠାରୁ ବଡ଼ ଡ୍ରଗ୍ ସପ୍ଲାୟର୍ ଫାରୁକ୍ ବଟାଟାଙ୍କ ପୁଅ ଶାଦାବଙ୍କୁ ଗିରଫ କରିଥିଲା। କେବଳ ଏତିକି ନୁହେଁ, ତାଙ୍କ ପାଖରୁ ପାଖରୁ ପାଖାପାଖି ୨ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଥିଲା। ଶାଦାବ ବଟାଟାଙ୍କ ଉପରେ ବଲିଉଡ୍ ସେଲିବ୍ରିଟୀଙ୍କୁ ଡ୍ରଗ୍ସ ସପ୍ଲାଇ କରିବାର ଅଭିଯୋଗ ରହିଛି।
ଏଜାଜ ପ୍ରଥମଥର ଲାଗି ବିବାଦକୁ ଆସିନାହାନ୍ତି। ଏହା ପୂର୍ବରୁ ଏଜାଜ ଅନେକ ଉତ୍ତେଜନାପୂର୍ଣ୍ଣ ପୋଷ୍ଟ ଶେଆର୍ କରିବା ଅଭିଯୋଗର ଜେଲ୍ ଯାଇ ସାରିଛନ୍ତି। ଏହାବ୍ୟତୀତ ଏଜାଜ ଫେସବୁକ୍ ଲାଇଭରେ ଏମିତି କିଛି ବୟାନ ଦେଇଥିଲେ, ଯାହା ପରେ ତାଙ୍କର ଗିରଫଦାରୀକୁ ନେଇ ଦାବି ଜୋର ଧରିଥିଲା। ଏହି ମାମଲାରେ ଏଜାଜଙ୍କ ବିରୋଧରେ ମୁମ୍ବାଇର ଖାର୍ ପୁଲିସ୍ ଷ୍ଟେସନରେ ମାନହାନୀ ଏବଂ ଅଶାଳୀନ ମନ୍ତବ୍ୟ ଦେବାର ଅଭିଯୋଗ ଦାଖଲ କରାଯାଇଥିଲା। ଏଜାଜ ଖାନ୍ ଟିଭି ରିୟଲିଟି ଶୋ’ ‘ବିଗ୍ ବସ୍-୭’ରେ ସାଥୀ ପ୍ରତିଯୋଗୀଙ୍କ ସହ ମାରପିଟ୍ କରି ଚର୍ଚ୍ଚାକୁ ଆସିଥିଲେ।
ନିକଟରେ ଡ୍ରଗ୍ସ ମାମଲାରେ ବ୍ରିଟେନର ଜଣେ ନାଗରିକ ଏବଂ ମୁମ୍ୱାଇ ବାନ୍ଦ୍ରାର ଦୁଇ ମହିଳା ମରିଜୁଆନା ଡ୍ରଗ୍ସ ରାକେଟରେ ଗିରଫ ହୋଇଥିଲେ। ଏନସିବି ଏହି ରାକେଟର ତଦନ୍ତ କରୁଥିବା ବେଳେ ମୁଛଡ ପାନ ଦୋକାନୀର ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଥିଲା।
ମୁମ୍ୱାଇରେ ମୁଛଡ ପାନ ଦୋକାନ ବହୁତ ଲୋକପ୍ରିୟ। ସମସ୍ତେ ପାନ ଖାଇବା ପାଇଁ ଏହି ଦୋକାନକୁ ପସନ୍ଦ କରନ୍ତି। କେମ୍ପସ କର୍ଣ୍ଣରରେ ଥିବା ଏହି ପାନ ଦୋକାନକୁ ରାମ କୁମାର ତିଓ୍ୱାରୀ ଏବଂ ଜୟଶଙ୍କର ତିଓ୍ୱାରୀ ଚଳାନ୍ତି। ତାଙ୍କ ବାପାଙ୍କ ନାମରେ ଏହି ପାନ ଦୋକାନ ହୋଇଛି। ଉଭୟଙ୍କୁ ସୋମବାର ଏନସିବି ଜେରା କରିଥିଲା। ହେଲେ ଡ୍ରଗ୍ସ ଲିଙ୍କରେ ରାମ କୁମାରଙ୍କୁ ଗିରଫ୍ କରିଛି। ଜୟଶଙ୍କର ତିଓ୍ୱାରୀ ମୁଛଡ ପାନ ଦୋକାନୀ ଭାବରେ ପରିଚିତ।
ପାନ ବ୍ୟବସାୟ କରି ଏହି ଦୁଇ ଭାଇ ମିଲିନିଅର ହୋଇଛନ୍ତି। ଦକ୍ଷିଣ ମୁମ୍ୱାଇରେ ଏହି ଦୁଇ ଭାଇଙ୍କ ପାନ ବ୍ୟବସାୟ ବହୁତ ଲୋକପ୍ରିୟ। ଦୁଇ ଭାଇ ପ୍ରତ୍ୟେକ ଛଅ ମାସ ଲେଖାଏଁ ଦୋକାନରେ ବସନ୍ତି।
ଅଧିକ ପଢ଼ନ୍ତୁ : ଅଭିନେତା ବିବେକ ଓବରଏଙ୍କ ଶଳା ଗିରଫ
ସୂତ୍ର ଅନୁଯାୟୀ, ଅର୍ଜୁନ ରାମପାଲ ଏନସିବିକୁ ଯେଉଁ ମେଡିସିନ ପ୍ରେସକିପସନ ଦେଇଥିଲେ ତା’ର ତାରିଖରେ କିଛି ହେରଫେର କରିଥିବା ଜଣାପଡିଛି । ଅର୍ଜୁନ ତାଙ୍କର ଜଣେ ନିକଟତର ଦିଲ୍ଲୀ ଡାକ୍ତରଙ୍କ ଉପରେ ଚାପ ପକାଇ ପ୍ରେସକିପସନର ତାରିଖ ବଦଳାଇ ଦେଇଥିବା ତଦନ୍ତରୁ ଜଣାପଡିଛି ।
ଏନସିବିର ତଦନ୍ତରୁ ବଞ୍ଚିବା ପାଇଁ ଅର୍ଜୁନ ଏଭଳି କରିଥାଇପାରନ୍ତି ବୋଲି କୁହାଯାଉଛି । ଦିଲ୍ଲୀର ଡାକ୍ତର ଜଣକ ଦେଇଥିବା ବୟାନ ଅନୁଯାୟୀ, ଅର୍ଜୁନ ମାନସିକ ଚିନ୍ତାରେ ପୀଡିତ ଥିବା କହି ତାଙ୍କୁ ଭୁଲ ପ୍ରେସକିପସ ଲେଖିବା ପାଇଁ ଚାପ ପକାଇଥିଲେ । କିନ୍ତୁ ଏନସିବି କଥା କିଛି କହିନଥିଲେ। ଏଥିପାଇଁ ମୁଁ ପ୍ରେସକିପସନ ଲେଖିଥିଲି ବୋଲି ଡାକ୍ତର ଜଣକ ବୟାନ ଦେଇଛନ୍ତି । ସେ କହିଛନ୍ତି, ଏହି ମାମଲା ବିଚାରଧୀନ ରହିଛି । ତେଣୁ ମୁଁ ଏନସିବିକୁ ପୂର୍ଣ୍ଣ ରୂପେ ସହଯୋଗ କରିବି ।
ନଭେମ୍ବର ୯ ତାରିଖରେ ଡ୍ରଗ୍ସ ମାମଲାରେ ଅର୍ଜୁନ ରାମପାଲଙ୍କ ଘରେ ଏନସିବି ଚଢ଼ାଉ କରି ଛାନଭିନ କରିଥିଲା । ଛାନଭିନ୍ ବେଳେ ତାଙ୍କ ଘରୁ ଟ୍ରେମାଡୋଲ ଟାବଲେଟ୍ ଜବତ କରାଯାଇଥିଲା । ଏହାପରେ ଅର୍ଜୁନ ରାମପାଲଙ୍କ ଲିଭ୍ ଇନ୍ ପାର୍ଟନର ଗାବ୍ରିଏଲା ଡିମିଟ୍ରିଏଡସଙ୍କୁ ୨ଥର ଜେରା କରିଥିଲା ଏନସିବି । ପରେ ଅର୍ଜୁନ ରାମପାଲ ନଭେମ୍ବର ୧୩ ତାରିଖରେ ଏନସିବିରେ ହାଜର ହୋଇଥିଲେ । ଆଜି ପୁଣି ଏହି ମାମଲାରେ ଏନସିବିରେ ହାଜର ହୋଇଛନ୍ତି ଅର୍ଜୁନ ।
ସୁରଜ ଗୋନ୍ଦାବେ ବଲିଉଡ ଚର୍ଚ୍ଚିତ ପ୍ରଡକ୍ସନ ହାଉସର ମେକଅପ୍ ଡିପାର୍ଟମେଣ୍ଟ ହେଡ ରୂପେ କାମ କରନ୍ତି । ବି-ଟାଉନର ବଡ ବଡ ସେଲିବ୍ରିଟିଙ୍କ ସହ ସୁରଜଙ୍କ ଭଲ ସମ୍ପର୍କ ରହିଥିବା କୁହାଯାଉଛି ।
ମଲାନା କ୍ରିମ କ’ଣ?
ମଲାନା କ୍ରିମ ଏକ ପ୍ରକାରର ଗଞ୍ଜେଇ। ଅର୍ନ୍ତଜାତୀୟ ବଜାରରେ ୧ କେଜି ମଲାନା କ୍ରିମର ଦାମ ୫୦ ଲକ୍ଷ ଟଙ୍କା । ଏହି ନିଶା ଦ୍ରବ୍ୟର ସବୁଠୁ ଅଧିକା ଡିମାଣ୍ଡ ରହିଛି । ବିଶେଷ କରି ହିମାଚଳ ପ୍ରଦେଶରେ ଏହାକୁ ଚାଷ କରାଯାଏ ।
ସେପଟେ ଡ୍ରଗ୍ସ ଲିଙ୍କରେ ବୁଧାବର ଏନସିବି ଆଉ ୨ ଜଣଙ୍କୁ ଗିରଫ କରିଥିଲା । ଗିରଫ ଦୁଇ ଅଭିଯୁକ୍ତ ହେଲେ ଡିଜେ ରିଗଲ ମହାକାଳ ଓରଫ ଜିତେନ୍ଦ୍ର ଜୈନ ଏବଂ ତାଙ୍କ ସହଯୋଗୀ ମହମ୍ମଦ ଆଜମ ଜୁମ୍ମନ ଶେଖ। ଉଭୟଙ୍କ ନିକଟରୁ ଏନସିବି ୫ କିଲୋଗ୍ରାମ ମଲାନା କ୍ରିମ ଜବତ କରିଥିଲା, ଯାହାର ମୂଲ୍ୟ ୨.୫ କୋଟି ଟଙ୍କା ହେବ । ଏଥିସହ କିଛି ନିଶା ଔଷଧ, ଅଫିମ ଏବଂ ୧୩.୫ ଲକ୍ଷ ନଗଦ ଟଙ୍କା ମଧ୍ୟ ମିଳିଥିଲା ।
ଡିଜେ ରିଗଲକୁ ଆସନ୍ତାକାଲି ଯାଏଁ ଏନିସିବି ରିମାଣ୍ଡରେ ନେଇଛି । ସେପଟେ ଜୁମ୍ମନ ଶେଖକୁ ଆଜି କୋର୍ଟରେ ହାଜର କରାଯାଇଛି । ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏହି ଦୁଇ ଜଣଙ୍କ ଲିଙ୍କ ଥିବା ନେଇ ଏନସିବି ଦାବି କରୁଛି ।
ସୁଶାନ୍ତ ସିଂହ ମାମଲାରେ ଏଯାଏଁ ଏନସିବି ୨୭ରୁ ୨୮ ଜଣଙ୍କୁ ଗିରଫ କରିସାରିଲାଣି । ଏହାପୂର୍ବରୁ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ଅବଦୁଲ ବସିତ, ଦୀପେଶ ସାୱନ୍ତ, ସାମୁଏଲ ମିରାଣ୍ଡା ମଧ୍ୟ ଗିରଫ ହୋଇସାରିଛନ୍ତି ।
ଏହି ଦୁଇ ଅଧିକାରୀଙ୍କ ବ୍ୟତୀତ ଏନସିବିର ଓକିଲଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ଅଛି । କରାଣ କୋର୍ଟରେ ଏହି ଅଭିନେତା ଓ ଅଭିନେତ୍ରୀଙ୍କ ଜାମିନ ଆବେଦନର ଶୁଣାଣି ବେଳେ ଓକିଲ ଅନୁପସ୍ଥିତ ରହୁଥିଲେ । ତେଣୁ କୋର୍ଟରେ ଏନସିବି ତା’ ପକ୍ଷ ରଖିପାରିନଥିଲା ।
ସୂଚନାଯୋଗ୍ୟ ଯେ, କମେଡି କୁଇନ ଭାରତୀ ସିଂଙ୍କ ଘରୁ ଏନସିବି ୮୬.୫ ଗ୍ରାମ ଗଞ୍ଜେଇ ଜବତ କରିଥିଲା । ଏହାପରେ ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଗିରଫ କରାଯାଇଥିଲା । ଦୁହେଁ ଦୁଇରୁ ତିନି ଜେଲରେ ରହିବା ପରେ କୋର୍ଟରେ ଜାମିନ ଆବେଦନ କରିଥିଲେ । ଏବଂ ଦୁହିଁଙ୍କୁ ଖୁବ ସହଜରେ ବେଲ୍ ମିଳିଯାଇଥିଲା । ତେଣୁ ଏହି ଜାମିନ ବିରୋଧରେ ଏନସିବି ଏକ ମାମଲା ରୁଜୁ କରି ଏନଡିପିଏସ୍ କୋର୍ଟରେ ଚ୍ୟାଲେଞ୍ଜ କରିଛି।
ସୂଚନାଯୋଗ୍ୟ ଯେ, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅନେକ ତଦନ୍ତକାରୀ ସଂସ୍ଥା ମୁମ୍ବାଇରେ ଡେରା ପକାଇଛି । ଏହି ମାମଲାର ତଦନ୍ତ ବେଳେ ଡ୍ରଗ୍ସ ଲିଙ୍କ ଘଟଣା ସମସ୍ତଙ୍କୁ ଚକିତ କରିଛି । ଏଥିରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କୁ ନାଁ ମଧ୍ୟ ସାମ୍ନାକୁ ଆସିଛି । ଫିଲ୍ମ ଷ୍ଟାର, ଟେଲି ଷ୍ଟାର ଏବଂ ପ୍ରଡକ୍ସନ କମ୍ପାନୀ ସହ ଜଡିତ ଅନେକ ଲୋକଙ୍କୁ ଏନସିବି ଜେରା କରିଛି ।
କମେଡିର ବାଦଶାହା ଜନି ଲିଭର ଏହି ମାମଲାରେ ମୁହଁ ଖୋଲିଛନ୍ତି । ଜେଲରୁ ମୁକ୍ତ ହେବା ପରେ ଛୋଟ ବଡ ସମସ୍ତ ଅଭିନେତା ଓ ଅଭିନେତ୍ରୀଙ୍କୁ ଡ୍ରଗ୍ସ ଛାଡିବା ପାଇଁ ଅନୁରୋଧ କରିବାକୁ ଭାରତୀ ଏବଂ ହର୍ଷଙ୍କୁ ସେ ଅପିଲ କରିଛନ୍ତି । ଯଦି ଡ୍ରଗ୍ସ ସେବନର ଧାରା ବନ୍ଦ ନ କରାଯାଏ, ତେବେ ପୂରା ଇଣ୍ଡଷ୍ଟ୍ରି ନଷ୍ଟ ହୋଇଯିବ ବୋଲି ସେ କହିଛନ୍ତି ।
ଏଥିସହ ସେ ଭାରତୀ ଏବଂ ହର୍ଷଙ୍କୁ ଅଭିନେତା ସଞ୍ଜୟ ଦତ୍ତଙ୍କ ଉଦାହାରଣ ମଧ୍ୟ ଦେଇଛନ୍ତି । ଜନି କହିଛନ୍ତି, ନିଜ ଭୁଲ ସ୍ୱୀକାର କରିବା ସହ ଡ୍ରଗ୍ସ ଛାଡିବା ପାଇଁ ସମସ୍ତେ ପଣ କରିବା ଉଚିତ। ବିଗତ ଦିନରେ ମଦ ଭଳି ଆଜି କାଲି ଡ୍ରଗ୍ସ ମଧ୍ୟ ବେଶ୍ ସହଜର ମିଳିଯାଉଛି । ବଡ ଠାରୁ ଆରମ୍ଭ କରି ଛୋଟ, ସମସ୍ତେ ଆଜି ଡ୍ରଗ୍ସ ନେଉଛନ୍ତି । ଏହା ସମସ୍ତଙ୍କ ପାଇଁ ହାନୀକାରକ । ମୁଁ ମଧ୍ୟ ମଦ୍ୟପାନ କରୁଥିଲି। ଏହାର ପ୍ରଭାବ ଧୀରେ ଧୀରେ ମୋ କ୍ୟାରିୟର ଉପରେ ପଡିଥିଲା । ପରେ ଏଥିରୁ ମୁଁ ଦୂରେଇ ଯାଇଥିଲି । ତେଣୁ ନିଶାଯୁକ୍ତ ଦ୍ରବ୍ୟ ତଥା ଡ୍ରଗ୍ସ ଭଳି ଦ୍ରବ୍ୟ ଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ନିଶାଦ୍ରବ୍ୟ ରଖିବା ଅଭିଯୋଗରେ ଶନିବାର ଭାରତୀ ସିଂହ ଓ ରବିବାର ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଏନସିବି ଗିରଫ କରିଛି । ଉଭୟଙ୍କୁ ଡିସେମ୍ବର ୪ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ନାର୍କୋଟିକ୍ ଡ୍ରଗ୍ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ, ଏନଡିପିଏସ୍ କୋର୍ଟ । ସୋମବାର ଉଭୟଙ୍କ ଜାମିନ୍ ଆବେଦନ ଉପରେ ଶୁଣାଣି ହେବ । ଭାରତୀ ଓ ତାଙ୍କ ସ୍ୱାମୀଙ୍କ ବିରୋଧରେ ନାର୍କୋଟିକ୍ସ ଆକ୍ଟ-୧୯୮୬ର ଧାରା ୨୭ଏ ଲାଗୁ ହୋଇଛି । ଉଭୟ ନିଶା ସେବନ କରୁଥିବାର ସ୍ୱୀକାର କରିଛନ୍ତି ।
ଆଗକୁ ପଢନ୍ତୁ: ପ୍ରଯୋଜକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ବିଗ୍ ବସ୍ ଫେମ୍ ମନ୍ଦନା କରିମ
ଭାରତୀ ନିଜ ଦମଦାର ହାସ୍ଯ ଅଭିନୟ ପାଇଁ ଖୁବ୍ ଲୋକପ୍ରିୟ। ସେ 'କପିଲ ଶର୍ମା ଶୋ'ରୁ ଅଧିକ ଲୋକପ୍ରିୟ ହୋଇଛନ୍ତି। ଏହାଛଡ଼ା ସେ ଅନେକ ରିୟାଲିଟି ଶୋ'ରେ ମଧ୍ୟ ଭାଗନେଇ ଦର୍ଶକଙ୍କୁ ହସାଇଛନ୍ତି। ନଚ୍ ବଲିୟେ ଏବଂ ଝଲକ୍ ଦିଖଲାଜା ଭଳି ଶୋ' ଭାରତୀଙ୍କ ଲୋକପ୍ରିୟତାକୁ ବହୁଗୁଣିତ କରିବାର ଅନ୍ୟତମ ମାଧ୍ୟମ।
ଭାରତୀ 2017 ଡିସେମ୍ବର 3ରେ ହର୍ଷଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଏହି ଦମ୍ପତି 'ଇଣ୍ଡିଆସ୍ ବେଷ୍ଟ ଡାନ୍ସର୍' ରିୟାଲିଟି ଶୋ'ରେ ଉପସ୍ଥାପନା କରୁଛନ୍ତି।
ଏହା ପୂର୍ବରୁ ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲଙ୍କୁ ମଧ୍ୟ ଏନସିବି ତଦନ୍ତର ସମ୍ମୁଖୀନ ହେବାକୁ ପଡ଼ିଛି। ଅର୍ଜୁନଙ୍କ ଘରେ ଏନସିବି ଚଢ଼ାଉ କରିବା ସହ ଘଣ୍ଟ ଘଣ୍ଟା ଜେରା ମଧ୍ୟ କରିଥିଲେ। ଏନେଇ ଅର୍ଜୁନ କହିଥିଲେ, "ମୋ ଘରୁ ଯେଉଁ ମେଡିସିନ ଠାବ ହୋଇଛି, ତାହା ଡାକ୍ତର ମୋତେ ଖାଇବାକୁ ପରାମର୍ଶ ଦେଇଥିଲେ। ତା’ର ପ୍ରେସକ୍ରିପସନ ମିଳିଛି ଓ ଏହାକୁ ମୁଁ ଏନସିବିକୁ ଦେଖା ସାରିଛି। ଏନସିବି ବେଶ ଭଲ ଭାବେ ତଦନ୍ତ କରୁଛି। ମୁଁ ତଦନ୍ତକୁ ସମର୍ଥନ କରୁଛି।"
ସୂଚନା ଥାଉ କି, ନଭେମ୍ବର 7 ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏନସିବି ସନ୍ଦିଗ୍ଧ ଠିକଣାରେ ଚଢ଼ାଉ କରି 5 ଜଣ ଡ୍ରଗ୍ସ ପେଡେଲରଙ୍କୁ ଗିରଫ କରିଛି। ସୂତ୍ର ଅନୁସାରେ ସେମାନଙ୍କୁ ପଚରାଉଚରା ସମୟରେ ଫିରୋଜଙ୍କ ନାଁ ସାମ୍ନାକୁ ଆସିଛି।
ଫିରୋଜ ନାଦିଆଦଓ୍ୱାଲା ବର୍ତ୍ତମାନ ସୁଦ୍ଧା ଅନେକ ହିଟ୍ ଫିଲ୍ମ ନିର୍ମାଣ କରିସାରିଛନ୍ତି। ହେରୋ ଫେରି, ଆଓ୍ୱାରା ପାଗଲ ଦିଓ୍ୱାନା, ଆନ୍: ମେନ ଏଟ ଓ୍ୱାର୍କ, ଫୁଲ୍ ଆଣ୍ଡ୍ ଫାଇନାଲ, ଓ୍ୱେଲକମ୍, କାରତୁସ ଭଳି ଫିଲ୍ମ ପ୍ରଯୋଜନା ଦେଇଛନ୍ତି ଫିରୋଜ। ତେବେ ଖୁବଶୀଘ୍ର ତାଙ୍କୁ ସମନ କରିବ ଏନସିବି।
ଆଗକୁ ପଢ଼ନ୍ତୁ : ଚିରଞ୍ଜୀବୀଙ୍କୁ କରୋନା
ବିଳମ୍ବିତ ରାତିର କାର୍ଯ୍ୟାନୁଷ୍ଠାନରେ ବଲିଉଡର ଜଣେ ଲୋକପ୍ରିୟ ପ୍ରଯୋଜକ ତଥା ନିର୍ଦ୍ଦେଶକଙ୍କ ନାଁ ସାମ୍ନାକୁ ଆସିଥିଲା। ଏନେଇ ଏନସିବି ଆଜି ତାଙ୍କ ଘରେ ଚଢ଼ାଉ କରିଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଅଧିକ ତଥ୍ୟ ମିଳିପାରି ନାହିଁ।
ଗତ ମାସ ଏନସିବି ଡ୍ରଗ୍ସ କିଣିବା ଅଭିଯୋଗରେ ଜଣେ ଟିଭି ତାରକାଙ୍କୁ ଗିରଫ କରିଥିଲା। ଏନସିବି ଅଧିକାରୀଙ୍କ ସୂଚନା ମୁତାବକ, ମୁମ୍ବାଇରେ ଜଣେ ୩୦ ବର୍ଷୀୟା ଟିଭି ଅଭିନେତ୍ରୀଙ୍କୁ ଡ୍ରଗ୍ସ କିଣୁଥିବା ଅଭିଯୋଗରେ ଗିରଫ କରିଛି।
ପ୍ରକାଶ ଥାଉ କି, ଡ୍ରଗ୍ସ ଲିଙ୍କ୍ ତଦନ୍ତ ନେଇ ବଲିଉଡର ଅନେକ ନାମୀଦାମୀ ତାରକାଙ୍କୁ ଏନସିବି ଜେରା କରିସାରିଛି। ଏହି କ୍ରମରେ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲୀ ଖାନ୍, ରକୁସ ପ୍ରୀତ ସିଂହଙ୍କ ଭଳି ଟପ୍ ଅଭିନେତ୍ରୀଙ୍କୁ ଏନସିବି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଛି।
ସୂଚନା ମୁତାବକ, ଉଭୟ କ୍ଷୀତିଜ ଏବଂ ଅଗିସିଲାଓସଙ୍କ କୋକିନ୍ ସପ୍ଲାୟର ଓମେଗା ଗଡଓ୍ୱିନଙ୍କ ସହ ଲିଙ୍କ ଥିବା ଏନସିବିକୁ ଜଣାପଡ଼ିଛି। ଗଡଓ୍ୱିନଙ୍କୁ ପୂର୍ବରୁ ଗିରଫ କରାଯାଇଥିବା ବେଳେ ଜେରା ବେଳେ ସେ ଡେମେଚ୍ରିଏଡସ୍ ଏବଂ କ୍ଷୀତିଜଙ୍କ ସହ ତାଙ୍କର ଲିଙ୍କ୍ ଥିବା ଜଣାପଡ଼ିଥିଲା।
ଅନ୍ୟପଟେ ଅବଦୁଲ ଓ୍ୱାହିଦଙ୍କ ନାମରେ ଏକ ଡ୍ରଗ୍ ପେଡଲରକୁ ମଧ୍ୟ ଏନସିବି ଗିରଫ କରିଛି। ଅବଦୁଲ ଓ୍ୱାହିଦ ହେଉଛି ମୁମ୍ବାଇ ଉପନହରର ସବୁଠାରୁ ବଡ଼ ଡ୍ରଗ ପେଡଲର। ସେ ଟିଭି ଅଭିନେତା, ଅଭିନେତ୍ରୀ ତଥା ମଡେଲମାନଙ୍କୁ ଡ୍ରଗ ଯୋଗାଇଥାଏ। ଅବଦୁଲଙ୍କ ଟୋୟଟା ଇନୋଭାକୁ ଏନସିବି ଜବତ କରିଛି, ଯେଉଁଠି ବଡ଼ ସଂଖ୍ୟକ ଡ୍ରଗ୍ସ ମିଳିଥିବା ଜଣାପଡ଼ିଛି।
ପ୍ରକାଶଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଲା। ଏନସିବି ମାମଲାର ତଦନ୍ତ କରୁଥିବା ବେଳେ ଏହାର ଜଡ଼ ଯାଏଁ ପହଞ୍ଚିବାକୁ ତଦନ୍ତ କରୁଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ରିୟା ଚକ୍ରବର୍ତ୍ତୀ, ଶୌଭିକ୍ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ମ୍ୟାନେଜର ସେମୁଏଲ ମିରାଣ୍ଡା, ଦୀପେଶ ସାଓ୍ୱନ୍ତଙ୍କ ସମେତ ଅନେକ ଲୋକଙ୍କୁ ଏନସିବି ଗିରଫ କରିସାରିଛି। ତେବେ ଜାମିନ୍ ପାଇଁ ରିୟା ବର୍ତ୍ତମାନ ବାହାରକୁ ଆସିଛନ୍ତି। ଅନ୍ୟପଟେ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଏନସିବି ପଚରାଉଚରା କରୁଛି।
ଏନସିବି ସମନ କରିବା ପରେ ବି କରିସ୍ମା ତଦନ୍ତ ପ୍ରକ୍ରିୟାରେ ସାମିଲ୍ ହେଲେ ନାହିଁ ବୋଲି ଏନସିବି ସୂତ୍ରରୁ ଜଣାପଡ଼ିଛି। ଏନସିବି ଅନୁଯାୟୀ କରିସ୍ମା ତଦନ୍ତ ପ୍ରକ୍ରିୟାରେ ସାମିଲ ହେଉ ନାହାନ୍ତି। ପୂର୍ହରୁ ମଧ୍ୟ ସମନ କରାଯାଇଥିଲା। ହେଲେ ସେ ହାଜର ହୋଇ ନ ଥିଲେ। ଏଣୁ ଏବେ ଏନସିବି କରିସ୍ମାଙ୍କ ମାଆ ମିତାକ୍ଷରା ପୁରୋହିତଙ୍କୁ ସମନ କରିଛି ବୋଲି ଜଣାପଡ଼ିଛି।
ତେବେ କରିସ୍ମା ଦୀର୍ଘ ଦିନ ହେଲା ଗାୟବ ଅଛନ୍ତି ଏବଂ ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ବନ୍ଦ ଅଛି। ଏଣୁ ଏନସିବି ଗୁରୁଗ୍ରାମରେ ରହୁଥିବା ତାଙ୍କ ମାଆଙ୍କୁ ସମନ କରିଛି। ଏହାସହ ଏନସିବି କରିସ୍ମାଙ୍କ କ୍ୱାନ୍ ଟ୍ୟାଲେଣ୍ଟ ଏଜେନ୍ସିକୁ ମଧ୍ୟ ସମନ ପଠାଇଛି। ଏନସିବି 67 ଏଡିପିଏସ୍ ଆକ୍ଟ ଅନୁଯାୟୀ, କରିସ୍ମା ପ୍ରକାଶଙ୍କ ମାଆଙ୍କୁ ଏବଂ ତାଙ୍କ କମ୍ପାନୀକୁ ସମନ କରିଛି।
ଏନସିବି ମୁତାବକ, କରିସ୍ମାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା। ଏଣୁ ତାଙ୍କୁ ଏନସିବିର ପ୍ରଶ୍ନର ଜବାବ ଦେବା ଉଚିତ୍। ଏପଟେ ଏନସିବିକୁ କରିସ୍ମା ଧରା ଛୁଆଁ ଦେଉ ନାହାନ୍ତି ହେଲେ କୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି। ଅନ୍ୟପଟେ ଏନସିବି ଅଧିକାରୀମାନେ ଗତ ମଙ୍ଗଳବାର କରିସ୍ମା ପ୍ରକାଶଙ୍କ ଭର୍ସୋଭାସ୍ଥିତ ବାସଭବନ ଖାନତଲାସି କରିଥିଲେ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବଲିଉଡର ଟପ୍ ହିରୋଇନଙ୍କୁ ଜେରା ପରେ ଏ-ଲିଷ୍ଟରେ ଥିବା ବଡ଼ ବଡ଼ ନାମୀଦାମୀ କଳାକାରଙ୍କୁ ଏନସିବି ଜେରା କରିବ। ହିରୋଇନଙ୍କ ପରେ ଏଣିକି ହିରୋଙ୍କ ପାଳି ପଡ଼ିପାରେ। ହିରୋମାନଙ୍କ ବିରୁଦ୍ଧରେ କୌଣସି ଇନପୁଟ୍ ବା ସୁରାକ୍ ପାଇବା ମାତ୍ରେ ସେମାନଙ୍କୁ ଜେରା କରାଯିବ ବୋଲି ଏନସିବି ସୂତ୍ରରୁ ଜଣାପଡ଼ିଛି। ଏନେଇ ଖୋଳତାଡ଼ ଚଳାଇଛି ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ।
ବର୍ତ୍ତମାନ ଇନପୁଟ୍ ନେଇ ତଦନ୍ତ କରୁଛି ଏନସିବି। ଏହାସହ ଦୀପିକାଙ୍କ ମୋବାଇଲରୁ ଡିଲିଟ୍ କରାଯାଇଥିବା ଡାଟା ମଧ୍ୟ ରିଟ୍ରିଭ୍ କରାଯିବ। ଦୀପିକାଙ୍କ ଫୋନରୁ ଏନସିବିକୁ ଅନେକ ବ୍ୟକ୍ତିଙ୍କ ନାଁ ମିଳିଛି। ତେବେ ସାରା, ଶ୍ରଦ୍ଧାଙ୍କ ମୋବାଇଲ ମଧ୍ୟ ଜବତ କରିଛି ଏନସିବି।
ଟାଇମ୍ସ ନାଓର ଏକ ରିପୋର୍ଟ ଅନୁଯାୟୀ, ଏନସିବି ଅଧିକାରୀମାନେ ଶ୍ରଦ୍ଧା ଓ ସାରାଙ୍କ ଦସ୍ତଖତ ରଖିବାକୁ ଭୁଲିଯାଇଥିଲେ। ଏଣୁ ପୁଣି ଅଧିକାରୀମାନେ ଶ୍ରଦ୍ଧା ଓ ସାରାଙ୍କ ଘରକୁ ଯାଇ ଦସ୍ତଖତ ଆଣିଥିବା ଜଣାପଡ଼ିଛି।
ପ୍ରକୃତରେ ଗତ ଶନିବାର ବଲିଉଡ୍ ଡ୍ରଗ୍ସ ଲିଙ୍କରେ ଶ୍ରଦ୍ଧା କପୁର ଏବଂ ସାରା ଅଲୀ ଖାନଙ୍କୁ ଜେରା କରିବା ପରେ ଏନସିବି ସେମାନଙ୍କ ଫୋନ୍ ଜବତ କରିଥିଲା। ଅଧିକାରୀମାନେ ଏନେଇ ସେମାନଙ୍କ ଦସ୍ତଖତ ରଖିବା କଥା। ହେଲେ ସେମାନେ ଭୁଲିଯାଇଥିଲେ ବୋଲି ଜଣାପଡ଼ିଛି। ଏଣୁ ଜେରାର ଦୁଇ ଦିନ ପରେ ଦସ୍ତଖତ ଆଣିବାକୁ ଏନସିବି ଟିମକୁ ପୁଣି ସାରା ଓ ଶ୍ରଦ୍ଧାଙ୍କ ଘରକୁ ଯିବାକୁ ପଡ଼ିଥିଲା।
ସୂତ୍ର ଅନୁସାରେ, ସାରା ତାଙ୍କ ଘରେ ନ ଥିଲେ। ଏଣୁ ଏନସିବି ଅଧିକାରୀ ସାରା ଘରର ଜଣେ କର୍ମଚାରୀଙ୍କ ଦସ୍ତଖତ ନେଇ ଫେରିଥିଲେ ବୋଲି ଜଣାପଡ଼ିଛି।
ଶନିବାର ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ନେଇ ଅଭିନେତ୍ରୀ ଦୀପିକା ପାଦୁକୋନ୍, ସାରା ଅଲୀ ଖାନ୍ ଏବଂ ଶ୍ରଦ୍ଧା କପୁରଙ୍କୁ ଏନସିବି ଘଣ୍ଟା ଘଣ୍ଟା ଧରି ଜେରା କରିଛି। ଏହାରି ଭିତରେ ଆଉ ଏକ ବଡ଼ ଖବର ମଧ୍ୟ ସାମ୍ନାକୁ ଆସିଛି। ଗୋଟିଏ ପଟେ ଡ୍ରଗ୍ସ ଲିଙ୍କରେ ଶ୍ରଦ୍ଧା କପୁର ଏନସିବି ଜେରାକୁ ସାମ୍ନା କରୁଥିବା ବେଳେ ଅନ୍ୟପଟେ ତାଙ୍କ ପିତା ତଥା ବଲିଉଡର ଲୋକପ୍ରିୟ ଅଭିନେତା ଶକ୍ତି କପୁର ଏକ ଫିଲ୍ମରେ ଏନସିବି ଅଧିକାରୀଙ୍କ ଭୂମିକା ନଜରକୁ ଆସିବେ।
ତେବେ ଖବର ଖାଲି ଏତିକି ନୁହେଁ। ସବୁଠାରୁ ବଡ଼ କଥା ହେଲା ଉକ୍ତ ଚଳଚ୍ଚିତ୍ରଟି ସୁଶାନ୍ତଙ୍କ ଜୀବନୀ ଉପରେ ଆଧାରିତ। ଫିଲ୍ମର ଟାଇଟଲ ରହିଛି 'ନ୍ୟାୟ: ଦି ଜଷ୍ଟିସ୍', ଯେଉଁଥିରେ ମୁଖ୍ୟ ଭୂମିକାରେ ଜୁବୈର୍ ଖାନ୍ ଅଭିନୟ କରୁଛନ୍ତି। ସେ ଦେଇଥିବା ସୂଚନା ଅନୁଯାୟୀ, ଅମନ ବର୍ମା ଇଡି ଅଧିକାରୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଶକ୍ତି କପୁର ଏନସିବି ଅଧିକାରୀଙ୍କ ଭୂମିକାରେ ଏବଂ ସୁଧା ଚନ୍ଦ୍ରନଙ୍କୁ ସିବିଆଇ ଅଧିକାରୀଙ୍କ ଭୂମିକାରେ ଦେଖିବାକୁ ମିଳିବ। ତେବେ ସେ ନିଜେ ସୁଶାନ୍ତଙ୍କ ଚରିତ୍ରକୁ ନେଇ ନିର୍ମାଣ ହେଉଥିବା ଫିଲ୍ମରେ ମହେନ୍ଦ୍ର ସିଂହ ଭୂମିକାରେ ନଜରକୁ ଆସିବେ ବୋଲି କହିଛନ୍ତି।
ସେହିପରି ସୁଶାନ୍ତ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଚରିତ୍ରକୁ ଫିଲ୍ମରେ ଉର୍ବଶୀ ଭୂମିକାରେ ଦେଖିବାକୁ ମିଳିବ। ତେବେ ଉର୍ବଶୀ ଭୂମିକାରେ ଅଭିନେତ୍ରୀ ଶ୍ରେୟା ଶୁକ୍ଲା ଅଭିନୟ କରୁଛନ୍ତି। ଜୁବୈରଙ୍କ କହିବା ଅନୁସାରେ, ଫିଲ୍ମରେ ସମ୍ପସ୍ତଙ୍କ କାଷ୍ଟ ପ୍ରାୟତଃ ଶେଷ ହୋଇସାରିଛି। ଫିଲ୍ମରେ ଦୀପିକା ପାଦୁକୋନ୍, ସାରା ଅଲୀ ଖାନ୍, ଅଙ୍କିତା ଲୋଖଣ୍ଡେ, କ୍ରିତି ସାନନ୍, ଶ୍ରଦ୍ଧା କପୁର, ରିୟା ଚକ୍ରବର୍ତ୍ତୀଙ୍କ ସମେତ ଦିଶା ସାଲିୟାନ, ଶ୍ରୁତି ମୋଦି, ସୁଶାନ୍ତଙ୍କ ଘରୋଇ ସହାୟକ ଏବଂ ବନ୍ଧୁଙ୍କ ଭୂମିକା ମଧ୍ୟ ଦେଖିବାକୁ ମିଳିବ।
କୁହାଯାଉଛି, ଏନସିବି ଡେପୁଟି ଡାଇରେକ୍ଟର (ଅପରେସନ) କେପିଏସ୍ ମାଲହୋତ୍ରା ଏବଂ ତାଙ୍କ ଟିମ୍ ସହ ଏନସିବିର ଜଣେ ମହିଳା ଅଫିସର ଦୀପିକାଙ୍କୁ ଜେରା କରୁଛନ୍ତି। ଇଣ୍ଟେରୋଗେସନ ରୁମରେ ଦୀପିକାଙ୍କୁ କଡ଼ା ପ୍ରଶ୍ନର ସାମ୍ନା କରିବାକୁ ପଡ଼ୁଛି ଏବଂ ତାଙ୍କ ଫୋନ୍ ମଧ୍ୟ ଏନସିବି ଜବତ କରିଦେଇଛି। କରିସ୍ମା, ଜୟା ଏବଂ ଦୀପିକାଙ୍କ ଡ୍ରଗ୍ସ ଚାଟ୍ ବାବଦରେ ଏନସିବି ସିଧାସଳଖ ପ୍ରଶ୍ନ କରୁଛି।
ସୂଚନା ଯେ, ଦୀପିକା ହାଜର ହେବାର କିଛି ସମୟ ପରେ ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ମଧ୍ୟ ଏନସିବି କାର୍ୟ୍ୟାଳୟରେ ହାଜର ହୋଇଥିଲେ। ଶୁକ୍ରବାର କରିସ୍ମାଙ୍କୁ ଏନସିବି ଜେରା କରିଥିଲା। ଆଜି ପୁଣି ଥରେ ତାଙ୍କୁ ଓ ଦୀପିକାଙ୍କୁ ସାମ୍ନା ସାମ୍ନି ଏନସିବି ଜେରା କରିପାରେ ବୋଲି କୁହାଯାଉଛି।
ସୂତ୍ର ଅନୁସାରେ, ଏନସିବି ଦୀପିକାଙ୍କୁ ୩-୪ ରାଉଣ୍ଡ ଜେରା କରିପାରେ। ପ୍ରଥମ ରାଉଣ୍ଡରେ ଜୟା ଶାହା ଏବଂ କରିସ୍ମା ପ୍ରକାଶଙ୍କ ବୟାନ ଆଧାରରେ ଦୀପିକାଙ୍କୁ ପଚରାଉଚରା କରାଯାଇପାରେ। ଦ୍ୱିତୀୟ ରାଉଣ୍ଡରେ ହ୍ୱାଟସ୍ ଆପ୍ ଗ୍ରୁପ୍ ସ୍କ୍ରିନଶଟ୍, ଚାଟ୍ ଏବଂ ତାଙ୍କ ଫୋନ୍ ବାବଦରେ ପଚରାଉଚରା ହୋଇପାରେ। ସେହିପରି ତୃତୀୟ ରାଉଣ୍ଡରେ ତଦନ୍ତ ପରିସରଭୁକ୍ତ ପ୍ରଶ୍ନ ଓ ଚତୁର୍ଥ ରାଉଣ୍ଡରେ ଦୀପିକା-କରିସ୍ମାଙ୍କୁ ସାମ୍ନାସାମ୍ନି ଜେରା କରିପାରେ ଏନସିବି।
ଅନ୍ୟପଟେ ଅଭିନେତ୍ରୀ ସାରା ଅଲୀ ଖାନ୍ ଏବଂ ଶ୍ରଦ୍ଧା କପୁର ମଧ୍ୟ ଏନସିବି ନିକଟରେ ହାଜର ହୋଇସାରିଛନ୍ତି। ଏଭଳି ପରିସ୍ଥିତିରେ ଆଜିର ଦିନକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଆଜି ଏକା ସହ ତିନି ଅଭିନେତ୍ରୀଙ୍କୁ ଜେରା କରୁଛି ଏନସିବି।
ସୂତ୍ର ଅନୁସାରେ, ପାଓ୍ବନା ଡ୍ୟାମରେ ଡ୍ରଗ୍ସ ପାର୍ଟି ଓ ଏଥିରେ ଅନ୍ୟ କିଏ କିଏ ସମ୍ପୃକ୍ତ ସେ ନେଇ ମଧ୍ୟ ତାଙ୍କୁ ପ୍ରଶ୍ନ ହୋଇପାରେ। ରିୟାଙ୍କୁ ଏନସିବି ଜେରା କରୁଥିବା ବେଳେ ସେ ରକୁଲ ପ୍ରୀତ, ଶ୍ରଦ୍ଧା କପୁର ଓ ସାରା ଅଲୀ ଖାନଙ୍କ ନାଁ କହିଥିଲେ। ସେହି ଆଧାରରେ ଡ୍ରଗ୍ସ ଗୁମରର ଖୋଳତାଡ଼ କରିବାକୁ ରକୁଲଙ୍କୁ ଏନସିବି ସମନ କରିଥିଲା। ଗତକାଲି ସେ ଏନସିବି ନିକଟରେ ହାଜର ହେବାର ଥିଲା। ହେଲେ ସେ ସମନ ପାଇ ନଥିବା କହିଥିଲେ। ପରେ ଏନସିବି ପୁଣି ସମନ କରିବା ପରେ ଆଜି ସେ ହାଜର ହୋଇଛନ୍ତି। ଏନସିବିର ତୀକ୍ଷ୍ମ ପ୍ରଶ୍ନର ସାମ୍ନା କରୁଛନ୍ତି ବଲିଉଡର ଏହି ଟପ୍ ହିରୋଇନ୍।
ସେପଟେ ବର୍ତ୍ତମାନ ସୁଦ୍ଧା ଡ୍ରଗ୍ସ ଲିଙ୍କରେ ସାମ୍ନାକୁ ଆସିଥିବା ସବୁଠାରୁ ବଡ଼ ନାଁ ହେଉଛି ଦୀପିକା ପାଦୁକୋନ୍। ଦୀପିକାଙ୍କ ମ୍ୟାନେଜର୍ କରିସ୍ମା ପ୍ରକାଶଙ୍କୁ ମଧ୍ୟ ଏନସିବି ନୋଟିସ କରିଥିଲା। ତେବେ କରିସ୍ମା ଏନସିବି ଗେଷ୍ଟ ହାଉସରେ ପହଞ୍ଚିସାରିଛନ୍ତି। ରକୁଲଙ୍କ ପରେ ତାଙ୍କୁ ପଚରାଉଚରା କରାଯିବ। ଦୀପିକା ଓ କରିସ୍ମାଙ୍କ ହ୍ୱାଟସ୍ ଆପ୍ ଚାଟ୍ ଭାଇରାଲ ହୋଇଛି। ଦୀପିକା ସେଥିରେ କରିସ୍ମାଙ୍କୁ ଡ୍ରଗ୍ସ ମାଗିଛନ୍ତି। ତେଣୁ ଆଜି କରିସ୍ମାଙ୍କ ବୟାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ବୟାନ ଦୀପିକାଙ୍କ ଅଡ଼ୁଆ ବଢ଼ାଇଦେଇପାରେ।
ଦୀପିକା ତାଙ୍କୁ କାହିଁକି ଡ୍ରଗ୍ସ ମାଗୁଥିଲେ ? ଦୀପିକାଙ୍କୁ ସେ କେତେ ଥର ଡ୍ରଗ୍ସ ଦେଇଥିଲେ ? ଏସବୁ ଦିଗକୁ ନେଇ ଏନସିବି କରିସ୍ମାଙ୍କୁ ଜେରା କରିବ। ଗତକାଲି ଫ୍ୟାଶନ୍ ଡିଜାଇନର ସିମୋନ୍ ଖମ୍ବାଟା ଓ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ଡ୍ରଗ୍ସ ଲିଙ୍କ୍ ମାମଲାରେ ଜେରା କରାଯାଇଛି।
ସୂଚନାଯୋଗ୍ୟ, ଶନିବାର ଦୀପିକାଙ୍କ ସହ ସାରା ଓ ଶ୍ରଦ୍ଧା ମଧ୍ୟ ଏନସିବିର କଡ଼ା ପ୍ରଶ୍ନକୁ ସାମ୍ନା କରିବେ।
ଆସନ୍ତା 26 ତାରିଖରେ ହାଜର ହେବାକୁ ସାରାଙ୍କୁ ସମନ କରିଛି ଏନସିବି। ତେବେ ବର୍ତ୍ତମାନ ସାରା ଗୋଆରେ ଅଛନ୍ତି। ସମନ ପାଇବା ପରେ ମୁମ୍ବାଇ ଆସିବାକୁ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ସେ ଗୋଆ ଏୟାରପୋର୍ଟରେ ପହଞ୍ଚି ସାରିଛନ୍ତି। ତେବେ ଏୟାରପୋର୍ଟରେ ସାରା ମିଡିଆକୁ ଅଣଦେଖା କରି ପଳାଇଛନ୍ତି।
ସୂଚନା ଯେ, ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ସାରା ଦେଶ ଚକିତ ହୋଇଯାଇଛି। ବଲିଉଡ୍ ପାର୍ଟିରେ ଡ୍ରଗ୍ସ ବ୍ୟବହାର ହେଉଥିବା ପର୍ଦ୍ଦାଫାଶ ହେବା ପରେ ବଡ଼ ବଡ଼ ତାରକାଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି। ମାମଲାର ତଦନ୍ତ କରୁଥିବା ଏନସିବି ରାଡାରରେ ବର୍ତ୍ତମାନ ବଲିଉଡର ୫୦ ତାରକାଙ୍କ ନାଁ ରହିଛି।
ଅନ୍ୟପଟେ ଏନସିବି ରିୟା ଚକ୍ରବର୍ତ୍ତୀଙ୍କୁ ପୂର୍ବରୁ ଗିରଫ କରିସାରିଛି। ରିୟାଙ୍କୁ ପଚରାଉଚରା କରାଯିବା ବେଳେ ସାରା ଅଲୀ ଖାନ ଏବଂ ଶ୍ରଦ୍ଧା କପୁରଙ୍କ ନାଁ ସାମ୍ନାକୁ ଆସିଥିଲା। ଉଭୟଙ୍କୁ ଶନିବାର ଏନସିବି ପଚରାଉଚରା କରିବ। ସେପଟେ ଦୀପିକା ମଧ୍ୟ ଚାଟାର୍ଡ ବିମାନ ଯୋଗେ ଗୋଆରୁ ମୁମ୍ବାଇ ଫେରୁଛନ୍ତି। ଆସନ୍ତା କାଲି ଏନସିବି ତାଙ୍କୁ ଜେରା କରିବ।
ଦୀପିକା ବର୍ତ୍ତମାନ ଗୋଆରେ ଥିବା ବେଳେ ଖୁବଶୀଘ୍ର ମୁମ୍ବାଇ ଆସିପାରନ୍ତି ବୋଲି ଜଣାପଡ଼ିଛି। ସେ ଚାଟାର୍ଡ ପ୍ଲେନରେ ମୁମ୍ବାଇ ଆସିବେ। ଏଣୁ ଭିଆଇପି ମୁଭମେଣ୍ଟ ଲାଗି ସିଆଇଏସଏଫକୁ ଆଲର୍ଟ ମଧ୍ୟ କରାଯାଇଛି। ବିମାନଟି ହାଇଦ୍ରାବାଦରୁ ଉଡ଼ାଣ ଭରୁଥିବା ବେଳେ ଗୋଆରେ ଦୀପିକାଙ୍କୁ ନେଇ ମୁମ୍ବାଇ ପହଞ୍ଚିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଡ୍ରଗ୍ସ ମାମଲାରେ ଦୀପିକାଙ୍କ ନାଁ ସାମ୍ନାକୁ ଆସିବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଦୀପିକାଙ୍କ ଡ୍ରଗ୍ସ ଚାଟ୍ ସାମ୍ନାକୁ ଆସିଛି। କ୍ୱାନ୍ କମ୍ପାନୀ ମ୍ୟାନେଜର କରିସ୍ମାଙ୍କ ସହ ଦୀପିକା ଡ୍ରଗ୍ସ ଚାଟ୍ କରୁଥିବା ଜଣାପଡ଼ିଛି। ମିଳିଥିବା ହ୍ୱାଟସ୍ ଆପ୍ ଚାଟରେ ଦୀପିକା କରିସ୍ମାକୁ ପଚାରିଛନ୍ତି, 'ମାଲ୍ ହେ କ୍ୟା?'
ଏହି ପରିପ୍ରେକ୍ଷୀରେ ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ଖୋଳତାଡ଼ କରୁଥିବା ଏନସିବିର ତୀକ୍ଷ୍ମ ପ୍ରଶ୍ନର ସାମ୍ନା କରିବେ ବି-ଟାଉନ ଡିଭା ଦୀପିକା ପାଦୁକୋନ୍।
ସୂତ୍ରରୁ ଜଣାପଡ଼ିଛି, ଏନସିବି ସମନ ମିଳିବା ପରେ ଦୀପିକାଙ୍କ ଚିନ୍ତା ବଢ଼ିଯାଇଛି। ସେ ନିଜ ଘରଲୋକ ଏବଂ ଲିଗାଲ୍ ଟିମ ସହ ଭିଡିଓ କନଫରେନ୍ସିଂ ଜରିଆରେ ଲଗାତର ଆଲୋଚନା କରୁଛନ୍ତି। ଓକିଲମାନଙ୍କ ପରାମର୍ଶ ନେଉଛନ୍ତି। ତେବେ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଦୀପିକା ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ଦୀପିକାଙ୍କ ସମେତ ଏନସିବି କରିସ୍ମାଙ୍କୁ ମଧ୍ୟ ସମନ କରିଛି।
କୁହାଯାଉଛି, ନିର୍ଦ୍ଦେଶକ କ୍ଷୀତିଜ ପ୍ରସାଦଙ୍କୁ ୧୬/୨୦ ମାମଲାରେ ଏନସିବି ସମନ କରିଛି। କ୍ଷୀତିଜଙ୍କୁ ଆଜି ହାଜର ହେବାକୁ ସମନ ଦିଆଯାଇଛି। ହେଲେ ସେ ଆସନ୍ତା କାଲି ଅର୍ଥାତ୍ ଶୁକ୍ରବାର ହାଜର ହେବେ ବୋଲି ଜଣାପଡ଼ିଛି। କାରଣ ସେ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି। ଶୁକ୍ରବାର ସକାଳ ୧୧ରେ ବେଳେ ଏନସିବି ନିକଟରେ କ୍ଷୀତିଜ ହାଜର ହେବେ।
ସୂଚନା ଥାଉ କି, ବଲିଉଡ୍ ଲୋକପ୍ରିୟ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନରେ ୨୦୧୯ରୁ କ୍ଷୀତିଜ୍ ଏକଜିକ୍ୟୁଟିଭ୍ ପ୍ରଡ୍ୟୁସର ବା କାର୍ୟ୍ୟନିର୍ବାହୀ ପ୍ରଯୋଜକ ରହିଛନ୍ତି। ସେ ଏକତା କପୁରଙ୍କ ପ୍ରଡକ୍ସନ ହାଉସ ବାଲାଜୀ ସହ ମଧ୍ୟ କାମ କରିଛନ୍ତି। ନିକଟରେ ରିଲିଜ୍ କୋଙ୍କଣା ସେନ ଶର୍ମା ଏବଂ ଭୂମି ପାଡନେକର ଅଭିନୀତ ଫିଲ୍ମ 'ଡଲି କିଟ୍ଟି ଔର୍ ଓ୍ୱ ଚମକତେ ସିତାରେ'ର ପ୍ରଯୋଜକ ଥିଲେ କ୍ଷୀତିଜ୍ ।
ତେବେ ତାଙ୍କୁ ଦୀର୍ଘ ଦିନ ହେଲା ଖୋଜାଯାଉଥିଲେ ହେଁ ତାଙ୍କର କୌଣସି ଖବର ମିଳୁ ନ ଥିଲା ବୋଲି କୁହାଯାଉଛି। କାରଣ ସେ ୧୦ ଦିନ ହେଲା ଦିଲ୍ଲୀରେ ଥିଲେ। ଖୋଳତାଡ଼ କରୁ କରୁ ଏନସିବି ତାଙ୍କ ଘରେ ପହଞ୍ଚିଥିଲା। କ୍ଷୀତିଜ୍ ଶୁକ୍ରବାର ଏନସିବି ନିକଟରେ ହାଜର ହେବେ।
୧୫/୨୦ ମାମଲାରେ ସୁଶାନ୍ତ ସିଂହ ରାଜପୁତ ଏବଂ ଡ୍ରଗ୍ସ ମାମଲାରେ ଦୀପିକା ପାଦୁକୋନ୍, ସିମୋନ୍ ଖମ୍ବାଟା ଏବଂ ରକୁଲ ପ୍ରୀତ୍ ସିଂହଙ୍କୁ ଜେରା କରିବ ଏନସିବି। ଏ ସମସ୍ତଙ୍କ ନାମ ଜୟା ଶାହାଙ୍କୁ ପଚରାଉଚରା ବେଳେ ସାମ୍ନାକୁ ଆସିଛି।
ସେହିପରି ୧୬/୨୦ ମାମଲାରେ ଶ୍ରଦ୍ଧା କପୁର ଏବଂ ସାରା ଅଲୀ ଖାନଙ୍କ ନାଁ ରହିଛି। ଏମାନଙ୍କୁ ମଧ୍ୟ ଏନସିବି ସମନ କରିଛି। ଉଭୟଙ୍କୁ ଏନସିବି ପଚରାଉଚରା କରିବ। ଏମାନଙ୍କ ନାଁ ସହ ଅନ୍ୟ କେତେଜଣ ଡ୍ରଗ୍ସ ପେଡଲର୍ସଙ୍କ ନାଁ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିବା ବେଳେ ସାମ୍ନାକୁ ଆସିଥିଲା।
କୁହାଯାଉଛି, ଦୀପିକା ପାଦୁକୋନ୍, ସିମୋନ୍ ଏବଂ ରକୁଲ ପ୍ରୀତଙ୍କୁ ମୁମ୍ବାଇ କୋଲମ୍ବା ସ୍ଥିତ ଏନସିବି ଗେଷ୍ଟ ହାଉସରେ ପଚରାଉଚରା କରାଯିବ। ତେବେ ସାରା ଏବଂ ଶ୍ରଦ୍ଧାଙ୍କୁ ଏନସିବି ଜୋନାଲ ଅଫିସରେ ପଚରାଉଚରା କରାଯିବ। ଏହାସହ ବଲିଉଡ୍ ପାର୍ଟିଗୁଡ଼ିକର ମଧ୍ୟ ତଦନ୍ତ କରିବ ଏନସିବି। କାରଣ ଏନସିବି ରାଡାରରେ ରହିଛନ୍ତି ବଲିଉଡର ୫୦ ଜଣ ଜଣାଶୁଣା ନିର୍ଦ୍ଦେଶକ, ଅଭିନେତା-ଅଭିନେତ୍ରୀ, ପ୍ରଯୋଜକ, ଯେଉଁମାନେ ଡ୍ରଗ୍ସ ପାର୍ଟି ଆୟୋଜନ କରିଥାନ୍ତି।
ପ୍ରବୀଣ ଦାରେକର କହିଛନ୍ତି ଯେ, ଯଦି କଙ୍ଗନା ଡ୍ରଗ୍ସ ଆଡିକ୍ଟ ତେବେ ଏନସିବି ତାଙ୍କ ବିରୁଦ୍ଧରେ ତଦନ୍ତ କରିବା ଉଚିତ୍। ବୁଧବାର ଦାରେକର ଏଭଳି ମନ୍ତବ୍ୟ ଦେଇ କହିଛନ୍ତି ଯେ, କଙ୍ଗନା ଆଇନ୍ ଉପରେ ନୁହନ୍ତି। ଯଦି ସେ କହୁଛନ୍ତି, ସେ ଏକ ମାଦକ ଦ୍ରବ୍ୟର ନିଶା ହୋଇଯାଇଥିଲା। ତେବେ ଏନସିବି ଏହାର ତଦନ୍ତ କରିବା ଉଚିତ୍। କାରଣ ଆମ ଦେଶରେ ଆଇନ୍ ସମସ୍ତଙ୍କ ପାଇଁ ସମାନ ବୋଲି ସେ କହିଛନ୍ତି।
ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଥିବା ଏନସିବି ବଲିଉଡ୍ ଡ୍ରଗ୍ସ ରାକେଟର ଖୋଳତାଡ଼ କରୁଛି। ଏହି ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ଗିରଫ ମଧ୍ୟ କରିସାରିଛି। ତେବେ ମାମଲାର ସିବିଆଇ ତଦନ୍ତ ଚାଲିଛି। ସେପଟେ ଟଙ୍କା ହେରଫେର୍ ହୋଇଥିବା ନେଇ ଇଡି ମଧ୍ୟ ମାମଲାର ତଦନ୍ତ କରୁଛି।
ସୂଚନା ଯେ, ଏନସିବି ରିୟାଙ୍କୁ ଜେରା କଲାବେଳେ ବଲିଉଡ୍ ଡ୍ରଗ୍ସ ରାକେଟ୍ ସହ ଜଡ଼ିତ ଅନେକ ନାଁ ସାମ୍ନାକୁ ଆସିଥିବା ଜଣାପଡ଼ିଛି। ଜବତ କରାଯାଇଥିବା ରିୟାଙ୍କ ମୋବଇଲ ହ୍ୱାଟ୍ସ ଆପ୍ ଚାଟରୁ ମଧ୍ୟ ଅନେକ ସେଲିବ୍ରିଟିଙ୍କ ଡ୍ରଗ୍ସ ଲିଙ୍କ୍ ରହିଥିବା ପର୍ଦ୍ଦାଫାଶ ହୋଇଛି। ଏହି କ୍ରମରେ ଏନସିବି ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର, ସାରା ଅଲୀ ଖାନ୍ ଏବଂ ରକୁଲ ପ୍ରୀତ ସିଂହଙ୍କ ଭଲି ଟପ୍ ଅଭିନେତ୍ରୀଙ୍କୁ ସମନ କରିଛି। ଅନ୍ୟପଟେ ସୋଶାଲ ମିଡିଆରେ ମଧ୍ୟ କଙ୍ଗନାଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ସେ ନିଜେ ଏକଦା ଡ୍ରଗ୍ସ ଆଡିକ୍ସ ଥିଲେ ବୋଲି କହୁଛନ୍ତି।
ଡ୍ରଗ୍ସ ଲିଙ୍କରେ ବଲିଉଡର ବଡ଼ ଚେହେରା। ଏମାନେ ହେଲେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲୀ ଖାନ୍ ଏବଂ ରକୁଲ ପ୍ରୀତ ସିଂହ। ତଥ୍ୟ ଅନୁସାରେ ଶୁକ୍ରବାର କେବଳ ଦୀପିକାଙ୍କୁ ଜେରା କରାଯିବ ଏବଂ ଅନ୍ୟମାନଙ୍କୁ ଆସନ୍ତାକାଲି ହାଜର ହେବାକୁ ସମନ ହୋଇଛି। ତେବେ ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଗତରାଲି ଏନସିବି ପଚରାଉଚରା କରିସାରିଛି।
ଏହା ପୂର୍ବରୁ ସୁଶାନ୍ତ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ଗିରଫ କରିସାରିଛି। ତାଙ୍କ ମୋବାଇଲ୍ ହ୍ୱାଟସ୍ ଆପ୍ ଚାଟରୁ ମିଳିଥିବା ତଥ୍ୟ ଆଧାରରେ ଏନସିବି ଡ୍ରଗ୍ସ ଚେର ଖୋଜୁଛି, ଯାହା ପରେ ଗୋଟିଏ ପରେ ଗୋଟିଏ ବଡ଼ ନାଁ ସାମ୍ନାକୁ ଆସୁଛି।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ତଦନ୍ତକାରୀ ସଂସ୍ଥା କରିସ୍ମାଙ୍କ ହ୍ୱାଟସ୍ ଆପରୁ ମଧ୍ୟ ଡ୍ରଗ୍ସ ଲିଙ୍କ୍ ତଥ୍ୟ ପାଇଛନ୍ତି। ତାଙ୍କ ହ୍ୱାଟ୍ସ ଆପ୍ ଚାଟରେ 'ଡି' ଏବଂ 'କେ' ମଧ୍ୟରେ ଏକ ଡ୍ରଗ୍ସ ଯୋଗାଡ଼ କରିବା ନେଇ ଆଲୋଚନା ହୋଇଥିବା ପର୍ଦ୍ଦାଫାଶ ହୋଇଛି। ସେହିପରି ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟାରେ ରିୟାଙ୍କୁ ଜେରା କରାଯିବା ସମୟରେ ସାରା, ରକୁଲ ଏବଂ ଶ୍ରଦ୍ଧାଙ୍କ ନାଁ ସାମ୍ନାକୁ ଆସିଛି। ଏ ସମସ୍ତ ବି-ଟାଉନ ସୁନ୍ଦରୀଙ୍କୁ ଏନସିବି ତିନି ଦିନ ମଧ୍ୟରେ ଜେରା କରିବ।
ସୁଶାନ୍ତଙ୍କ ମୃତ୍ୟୁ ପରେ ସାରା ଦେଶ ସିବିଆଇ ତଦନ୍ତ ପାଇଁ ଏକଜୁଟ୍ ହୋଇଥିଲା। ପରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବାରୁ ଏନସିବି ମଧ୍ୟ ମାମଲାର ଖୋଳତାଡ଼ ଆରମ୍ଭ କଲା। ସେପଟେ ଟଙ୍କା ହେରଫେର୍ ହୋଇଥିବା ଦିଗରେ ଇଡି ମଧ୍ୟ ତଦନ୍ତ କରୁଛି। ଇତି ମଧ୍ୟରେ ବଲିଉଡର ଡ୍ରଗ୍ସ ଲିଙ୍କ୍ ଚେର ଲମ୍ବି ଲମ୍ବି ଚାଲିଛି। ବହୁ ତାରକା ଓ ବ୍ୟକ୍ତିଙ୍କ ନାମ ଏନସିବି ରାଡାରରେ ରହିଛି। ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା ଏମାନେ ହେଉଛନ୍ତି ସବୁଠାରୁ ବଡ଼ ବ୍ୟକ୍ତିତ୍ୱ। ଏଣୁ ଏ ସବୁ ଜାଲରେ ଫସିବା ପରେ ବି-ଟାଉନର ଏହି ସୁନ୍ଦରୀମାନଙ୍କ କ୍ୟାରିୟର ପ୍ରଭାବିତ ହେବ ବୋଲି ଆଲୋଚନା ହେଉଛି।
ଏହି କ୍ରମରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସମନ କରିଛି। ଦୀପିକାଙ୍କ ସହ ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କାପୁର ଏବଂ ରକୁଲ ପ୍ରୀତ ସିଂହଙ୍କ ସମେତ ଫ୍ୟାଶନ ଡିଜାଇନର ସିମୋନ୍ ଖମ୍ବାଟାଙ୍କୁ ମଧ୍ୟ ଏନସିବି ସମନ କରିଥିବା ଜଣାପଡ଼ିଛି। ଆସନ୍ତା ତିନି ଦିନ ମଧ୍ୟରେ ହାଜର ହେବାକୁ ଏନସିବି ସେମାନଙ୍କୁ ସମନ କରିଛି। ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ବର୍ତ୍ତମାନ ସୁ୍ଦ୍ଧା ସାମ୍ନାକୁ ଆସିଥିବା ନାଁଗୁଡ଼ିକ ମଧ୍ୟରେ ଏମାନେ ହେଉଛନ୍ତି ସବୁଠାରୁ ବଡ଼ ବ୍ୟକ୍ତିତ୍ୱ।
ତଥ୍ୟ ଅନୁଯାୟୀ, ଆସନ୍ତା କାଲି ରକୁପ୍ରୀତ୍ ଏବଂ ଫ୍ୟାଶନ୍ ଡିଜାଇନର୍ ସିମୋନ୍ ଖମ୍ବାଟା ଏନସିବି ନିକଟରେ ହାଜର ହେବେ । ସେହିପରି ଶୁକ୍ରବାର ଦୀପିକା ହାଜର ହେବାକୁ ଥିବା ବେଳେ ଶନିବାର ଶ୍ରଦ୍ଧା ଏବଂ ସାରା ଏନସିବି ନିକଟରେ ହାଜର ହେବାକୁ ସମନ କରାଯାଇଛି। ପୂର୍ବରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ଗିରଫ କରିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ରିୟା ଚକ୍ରବର୍ତ୍ତୀ ଓ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ଜେରା ବେଳେ ଏନସିବି ବଲିଉଡରେ ଡ୍ରଗ୍ସ ଲିଙ୍କ୍ ଥିବା ବ୍ୟକ୍ତି ତଥା ତାରକାମାନଙ୍କ ୩ଟି ତାଲିକା ପ୍ରସ୍ତୁତ କରିଥିଲା। ତେବେ ଏହି ତାଲିକାରୁ ଏ-ଲିଷ୍ଟରମାନଙ୍କୁ ଶୀଘ୍ର ତଦନ୍ତ ପ୍ରକ୍ରିୟାରେ ସାମିଲ କରିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ତେବେ ଏହା ପୂର୍ବରୁ ଠୋସ୍ ପ୍ରମାଣ ଯୋଗାଡ଼ କରୁଛି ଏନସିବି ।
ଆସନ୍ତା କାଲି ହେବ ରିୟା ଓ ଶୌଭିକଙ୍କ ଜାମିନ ଆବେଦନ ଉପରେ ଶୁଣଣି। ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ମୁଖ୍ୟ ଅଭିଯୁକ୍ତ ରିୟା ଓ ଶୌଭିକଙ୍କୁ ସେପ୍ଟେମ୍ବର ୯ରେ ଏନସିବି ଗିରଫ କରିଥିଲା। ଗିରଫ ପୂର୍ବରୁ ରିୟାଙ୍କୁ ଲଗାତର ୩ ଦିନ ଧରି ମାରାଥନ ଜେରା କରିଥିଲା ଏନସିବି। ଗିରଫ କରାଯିବା ପରେ ରିୟାଙ୍କୁ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଥିଲା। ସେ ତଳ କୋର୍ଟରେ ଦୁଇଥର ଜାମିନ ଆବେଦନ କରିଥିଲେ ହେଁ ତାହା ଖାରଜ ହୋଇଯାଇଥିଲା।
ଏହାପରେ ରିୟା ବମ୍ବେ ହାଇକୋର୍ଟଙ୍କଠାରେ ଜାମିନ୍ ଆବେଦନ କରିଥିଲେ, ଯାହାର ଶୁଣାଣି ଆଜି ହେବାର ଥିଲା। ହେଲେ ମୁମ୍ବାଇରେ ପ୍ରବଳ ବର୍ଷା ହେଉଥିବା କାରଣରୁ କୋର୍ଟକୁ ଛୁଟି କରିଦିଆଯାଇଛି। ଏଣୁ ଆସନ୍ତା କାଲି ଜାମିନ୍ ଆବେଦନ ଉପରେ କୋର୍ଟ ଶୁଣାଣି କରିବେ ବୋଲି ଜଣାପଡ଼ିଛି। ରିୟା ଗତ ଦୁଇ ସପ୍ତାହ ଧରି ମୁମ୍ବାଇ ବାଇକୋଲା ଜେଲରେ ଅଛନ୍ତି।
ସୁଶାନ୍ତଙ୍କ ପାଇଁ ରିଆ ଡ୍ରଗ୍ସ କିଣୁଥିବା ନେଇ ପଚରାଉଚରା ବେଳେ ଏନ୍ସିବି ନିକଟରେ ସ୍ୱୀକାର କରିଥିଲେ। ତେବେ ସେ ନିଜେ ଡ୍ରଗ୍ସ ସେବନ କରୁ ନ ଥିବା ଏନ୍ସିବିକୁ କହିଥିବା ଜଣାପଡ଼ିଛି।
ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂହ ରାଜପୁତଙ୍କ ଝୁଲନ୍ତା ମୃତଦେହକୁ ତାଙ୍କ ବାନ୍ଦ୍ରା ସ୍ଥିତ ବାସଭବନରୁ ଉଦ୍ଧାର କରିଥିଲା। ଏହା ପରେ ଚର୍ଚ୍ଚାକୁ ଆସିଥିଲେ ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ରିଆକୁ ଦାୟୀ କରିଥିବା ବେଳେ ଏନେଇ ଥାନାରେ ଅଭିଯୋଗ କରିଥିଲା। ଏବେ ସିବିଆଇ ଏହି ଘଟଣାର ତଦନ୍ତ କରୁଛି। ତେବେ ତଦନ୍ତ ବେଳେ ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗ ଆସିବାରୁ ଏନ୍ସିବି ତା’ଉପରେ ତଦନ୍ତ କରୁଛି। ସେହିପରି ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ ଅଭିଯୋଗର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରୁଛି।
ଏହି ରିପୋର୍ଟ ଅନୁଯାୟୀ, ଏନ୍ସିବି ଉପ-ନିର୍ଦ୍ଦେଶକ ଏହି ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସେମିତି କିଛି ତାଲିକା ପ୍ରସ୍ତୁତ କରାଯାଇନାହିଁ। ସେ କହିଛନ୍ତି ଡ୍ରଗ୍ସ ବିକ୍ରି କରୁଥିବା ଓ ଚାଲାଣ କରୁଥିବା ଲୋକଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ବୋଧେ ଏହାକୁ ସମସ୍ତେ ବଲିଉଡ୍ ତାରକାମାନଙ୍କ ତାଲିକା ବୋଲି ଭାବି ନେଇଛନ୍ତି।
ପୂର୍ବରୁ କୁହାଯାଇଥିଲା ଯେ ରିଆ ବଲିଉଡ୍ର ୨୫ ଜଣ ଟପ୍ ସେଲେବ୍ରିଟିଙ୍କ ନାଁ କହିଥିବା ବେଳେ ଏନ୍ସିବି ସେମାନଙ୍କର ଡ୍ରଗ୍ସ ଲିଙ୍କ୍ ନେଇ ପ୍ରାଥମିକ ତଦନ୍ତ କରିବା ପରେ ଜଣ ଜଣ କରି ଜେରା କରିବାକୁ ଡାକିବ। ଏହି ତାଲିକାରେ ବଲିଉଡ୍ ଅଭିନେତା, ଅଭିନେତ୍ରୀଙ୍କ ସହିତ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ନାଁ ରହିଛି। ଏପରିକି ସାରା ଅଲ୍ଲୀ ଖାନ୍ ଓ ରକୁଲ ପ୍ରୀତ୍ ସିଂହଙ୍କୁ ଏନ୍ସିବି ଜେରା କରିବ ବୋଲି ଖବର ପ୍ରକାଶିତ ହୋଇଥିଲା।
ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ କଥା ଉଠିବା ପରେ ଏନ୍ସିବି ଏହାର ତଦନ୍ତ କରୁଛି। ଏନ୍ସିବି ରିଆଙ୍କ ସହିତ ତାଙ୍କ ଭାଇ ସୌଭିକ ଓ ଆଉ କିଛି ଲୋକଙ୍କୁ ଗିରଫ କରିଛି। ରିଆଙ୍କୁ ସେପ୍ଟେମ୍ବର ୮ ତାରିଖରେ ଗିରଫ କରାଯାଇଥିବା ବେଳେ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ସେ ଦୁଇ ଥର ଜାମିନ୍ ଆବେଦନ କରିଥିଲେ ମଧ୍ୟ, ସେଗୁଡ଼ିକ ଖାରଜ ହୋଇଯାଇଛି। ଫଳରେ ସେ ଭାୟଖଲା ଜେଲ୍ରେ ଅଛନ୍ତି।
ସୁଶାନ୍ତଙ୍କ ଘରୁ ଦୀପେଶ ସାଓ୍ୱନ୍ତ କୋରିୟର୍ ବୟ ହାତରେ ଏକ କୋରିୟର୍ ଦେଇଥିଲେ, ଯାହା ରିୟାଙ୍କ ଘରେ ତାଙ୍କ ଭାଇ ଶୌଭିକ୍ ରିସିଭ୍ କରିଥିଲେ । ତେବେ ଏହି କୋରିୟରରେ ଅଧା କେଜି ଡ୍ରଗ୍ସ ଥିଲା । କୋରିୟର୍-ବୟ ଧରା ନ ପଡ଼ୁ ସେଥିଲାଗି ପ୍ୟାକେଟରେ ଘରର ଅନ୍ୟ ସାମଗ୍ରୀ ମଧ୍ୟ ଭର୍ତ୍ତି କରାଯାଇଥିଲା । ଅର୍ଥାତ୍ ଘରର ଅନ୍ୟ ସାମଗ୍ରୀ ଭିତରେ ଅଧା କେଜି ଡ୍ରଗ୍ସ ଲୁଚାଇ ସୁଶାନ୍ତଙ୍କ ଘରୁ ରିୟାଙ୍କ ଘରକୁ କୋରିୟର୍ କରାଯାଇଥିଲା । ତେବେ ଏହା ଏପ୍ରିଲ ମାସର ଘଟଣା ବୋଲି ଜଣାପଡ଼ିଛି ।
ଲକଡାଉନ ବେଳେ ଚେକିଂ ଚାଲିଥିବାରୁ ବଡ୍ସ ପ୍ୟାକେଟ୍ କୋରିୟର୍ ମାଧ୍ୟମରେ ପଠାଯାଇଥିଲା । କୋରିୟର୍-ବୟ ଦୀପେଶ ଏବଂ ଶୌଭିକଙ୍କୁ ଚିହ୍ନିଥିବା କହିଛନ୍ତି । ଆଉ ତାଙ୍କର କଲ୍ ଡିଟେଲ୍ସ ମଧ୍ୟ ଶୌଭିକ୍ ଏବଂ ଦୀପେଶଙ୍କ ନିକଟରୁ ସଂଗ୍ରହ କରାଯାଇଛି ।
ଏକ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ସୁଶାନ୍ତ ଲକଡାଉନ ସମୟରେ ରିୟାଙ୍କ ଘରକୁ ଯିବାର ଥିଲା । ଏଣୁ ଡ୍ରଗ୍ସ ସୁଶାନ୍ତଙ୍କ ଘରୁ ରିୟାଙ୍କ ଘରକୁ କୋରିୟର କରାଯିବା ପରେ ସେ ରିୟାଙ୍କ ଘରକୁ ଗଲେ । ଅନ୍ୟପଟେ ଏହା ମଧ୍ୟ କୁହାଯାଉଛି ଯେ, ବଲିଉଡର 15ଜଣ ସେଲିବ୍ରିଟି ଏନସିବି ତାଲିକାରେ ରହିଛନ୍ତି, ଯେଉଁମାନଙ୍କ ନାଁ ରିୟାଙ୍କୁ ଜେରା କରାଯିବା ସମୟରେ ସାମ୍ନାକୁ ଆସିଛି । ଏ ସମସ୍ତ ସେଲିବ୍ରିଟି ଡ୍ରଗ୍ସ ସେବନ କରୁଥିବା ଏବଂ ପ୍ରିକ୍ୟୋର୍ କରୁଥିବା ନେଇ ଅଭିଯୋଗ ରହଛି । ତେବେ ବଲିଉଡର ଏ ସମସ୍ତ ତାରକା ବି ଶ୍ରେଣୀ କଳାକର ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ବାଇକୁଲା ଜେଲ୍ କେବଳ ମୁମ୍ବାଇର ମହିଳା କଏଦୀଙ୍କ ପାଇଁ ଉଦ୍ଦିଷ୍ଟ । ବହୁ ଚର୍ଚ୍ଚିତ ସିନା ବୋରା ହାଇ ପ୍ରୋଫାଇଲ୍ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ କୋରେଗାଓ-ଭୀମା ମାମଲାରେ ସାମାଜିକ କର୍ମୀ ସୁଧା ଭାରଦ୍ୱାଜଙ୍କ ଭଳି ଅନେକ ଚର୍ଚ୍ଚିତ ଚେହେରା ବାଇକୁଲା ଜେଲରେ କଏଦୀ ହୋଇ ଦିନ କାଟୁଛନ୍ତି । ଏବେ ଏହି ତାଲିକାରେ ଏବେ ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ନାମ ସାମିଲ ହୋଇଯାଇଛି ।
ସୁଶାନ୍ତ ରହସ୍ୟମୟ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ଖୋଳତାଡ଼ କରୁଥିବା ଏନସିବି ରିୟାଙ୍କୁ ମଙ୍ଗଳବାର ଗିରଫ କରିଛି । ତେବେ ଜାମିନ ଆବେଦନ ଖାରଜ ହୋଇଥିବା ବେଳେ ରିୟାଙ୍କୁ ସେପ୍ଟେମ୍ବର 22 ଯାଏ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଛି । ଏହି କ୍ରମରେ ଆଗାମୀ 14 ଦିନ ଯାଏ ଜେଲରେ ଦିନ କାଟିବାକୁ ହେବ । ଗତକାଲି ମଧ୍ୟ ରିୟା ଏନସିବି ଲକଅପରେ ସାରା ରାତି ବିତେଇଥିଲେ ।
ସୁଶାନ୍ତ ଓ ରିୟା ଲିଭ୍-ଇନ୍ ପାର୍ଟନର୍ ଥିଲେ । ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁ ସହ ଡ୍ରଗ୍ସ ଲିଙ୍କ୍ ଥିବା ଜଣାପଡ଼ିବା ପରେ ମାମଲାର ତଦନ୍ତ ଏନସିବି କରୁଛି । ଏହି ସଂକ୍ରାନ୍ତରେ ପୂର୍ବରୁ ଏନସିବି ରିୟାଙ୍କ ଭାଇ ଶୌଭିକ୍ ଚକ୍ରବର୍ତ୍ତୀଙ୍କ ସମେତ 9 ଜଣଙ୍କୁ ଗିରଫ କରିସାରିଛି ।
ସୂଚନାଯୋଗ୍ୟ, ରିୟା ଗିରଫ ହେବା ସମୟରେ ଗଣମାଧ୍ୟମ ସାମ୍ନାରେ ହାତ ହଲାଇ ନିଜର ସାହସ ଏବଂ ଧର୍ଯ୍ୟ ଦେଖାଇଥିଲେ । ସେପଟେ ରିୟାଙ୍କୁ ଗିରଫ କରାଯିବା ପରେ ପରେ ତାଙ୍କ ଓକିଲଙ୍କ ପକ୍ଷରୁ ବୟାନ ଜାରି କରାଯାଇଥିଲା । ସେ କହିଛନ୍ତି, ଏହା ଆଇନର ଉପହାସ ଅଟେ । ସନ୍ଧ୍ୟାରେ ରିୟା ଭିଡିଓ କନଫରେନ୍ସିଂ ଜରିଆରେ ହାଜର ମଧ୍ୟ ହୋଇଛନ୍ତି । ହେଲେ ଜାମିନ୍ ଆବେଦନ ଖାରଜ କରିଦିଆଗଲା । ସେହିପରି ଲଗାତର ତିନି ଦିନର ମାରାଥନ ଜେରା ପରେ ଏନସିବି କୌଣସି ଡ୍ରଗ୍ସ ଜବତ ନ କରି ରିୟାଙ୍କୁ ମଙ୍ଗଳବାର ଗିରଫ କରିଛି ବୋଲି ତାଙ୍କ ଓକିଲ ନିଜ ବୟାନରେ କହିଛନ୍ତି ।
ଏନେଇ ଏନସିବି କହିଛି ଯେ, କେତେକ ସମୟରେ ରିୟା ମଧ୍ୟ ଡ୍ରଗ୍ସ ସେବନ କରିଥିବା ଖୋଦ୍ ସ୍ୱୀକାର କରିଛନ୍ତି । ସେ ତାଙ୍କ ଭାଇ ଶୌଭିକ୍ ଏବଂ ସୁଶାନ୍ତଙ୍କ ସହ ଡ୍ରଗ୍ସ ସେବନ କରିଛନ୍ତି ।
ଏକ ଜାତୀୟ ଗଣମାଧ୍ୟମ ମୁତାବକ, ଏନସିବି ସୂତ୍ରରୁ ଜଣାପଡ଼ିଛି ଯେ, ରିୟା ସିଗାରେଟରେ ଗଞ୍ଜେଇ ସେବନ କରୁଥିଲେ । ସେ କୌଣସି ଡ୍ରଗ ପେଡଲରଙ୍କ ସହ ସିଧାସଳଖ ଯୋଗାଯୋଗରେ ନ ଥିଲେ । ହେଲେ ଲକଡାଉନ ସମୟରେ ଯେତେବେଳେ ଡ୍ରଗ୍ସ ମିଳିପାରିଲା ନାହିଁ, ସେତେବେଳେ ଭାଇ ଶୌଭିକଙ୍କୁ କହି ରିୟା ଡ୍ରଗ୍ସ ଆଣୁଥିଲେ ।
ରିୟା ଏନସିବିକୁ କହିଛନ୍ତି ଯେ, ସୁଶାନ୍ତ ବହୁ ପୂର୍ବରୁ ଡ୍ରଗ୍ସ ସେବନ କରୁଥିଲେ । ଆଉ ସୁଶାନ୍ତ କହିବାରୁ ହିଁ ସେ ଡ୍ରଗ୍ସ ଆଣୁଥିଲେ । ତେବେ ରିୟା ଏବଂ ଶୌଭିକଙ୍କୁ ସାମ୍ନା ସାମ୍ନି ଜେରା କରିବାରୁ ରିୟା କାନ୍ଦି ପକାଇଥିଲେ । ଏନସିବି ଅନୁଯାୟୀ, ରିୟାଙ୍କ ଘରୁ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଜବତ କରାଯାଇଛି, ଯେଉଁଥିରୁ ଡ୍ରଗ୍ସ କାରବାର ସହ ଜଡ଼ିତ ଅନେକ ତଥ୍ୟ ଓ ପ୍ରମାଣ ହସ୍ତଗତ ହୋଇଛି ।
ଅନ୍ୟପକ୍ଷରେ ଏନ୍ସିବିର ଆଉ ଏକ ଟିମ୍ ସୁଶାନ୍ତ ସିଂହ ରାଜପୁତଙ୍କ ହାଉସ୍ ମ୍ୟାନେଜର ଥିବା ସାମୁଏଲ୍ ମିରାଣ୍ଡାଙ୍କ ଘରେ ଚଢ଼ାଉ କରିଛି। କୁହାଯାଉଛି, ସୌଭିକଙ୍କ ଭଳି ଜୈଦ୍ ଭିଲାତ୍ରା ସହିତ ସାମୁଏଲ ମଧ୍ୟ ଯୋଗାଯୋଗରେ ଥିଲେ। ଅବଦେଲ୍ ବାସିତ୍ ପରିହାର ନାମକ ଜଣେ ଯୁବକଙ୍କ ମାଧ୍ୟମରେ ଜୈଦ୍ଙ୍କ ସଂସ୍ପର୍ଶରେ ଆସିଥିଲେ ସୌଭିକ ଓ ସାମୁଏଲ୍।
ଅନ୍ୟପକ୍ଷରେ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ରିଆ ଚକ୍ରବର୍ତ୍ତୀ କହିଥିଲେ ଯେ ସେ ତାଙ୍କ ଜୀବନରେ କେବେ ବି ଡ୍ରଗ୍ସ ସେବନ କରି ନାହାନ୍ତି। ଏମିତିକି ସେ ସୁଶାନ୍ତଙ୍କୁ ଗଞ୍ଜେଇ ସେବନ ନ କରିବାକୁ ମଧ୍ୟ ଅନୁରୋଧ କରିଥିବା କହିଥିଲେ।
ସୂଚନାଯୋଗ୍ୟ, ଜୁନ୍ ୧୪ ତାରିଖରେ ବାନ୍ଦ୍ରା ସ୍ଥିତ ଘରୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାର ତଦନ୍ତ ଏବେ ସିବିଆଇ କରୁଛି। ତା’ସହିତ ଏହି ଘଟଣାରେ ଟଙ୍କା ହଡ଼ପ ଓ ଡ୍ରଗ୍ସ ଲିଙ୍କ ଅଭିଯୋଗର ତଦନ୍ତ ଯଥାକ୍ରମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଏନ୍ସିବି କରୁଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ, ନିକଟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ କିଛି ହ୍ୱାଟସ୍ ଆପ୍ ଚାଟରୁ ତାଙ୍କ ଡ୍ରଗ୍ସ ଲିଙ୍କ୍ ଥିବା ପ୍ରଘଟ ହୋଇଥିଲା। ଏହା ପରେ ଏନସିବି ମାମଲାର ଖୋଳତାଡ଼ ଆରମ୍ଭ କରିଦେଲା। ଏନସିବିକୁ ମିଳିଥିବା ତଥ୍ୟ ଅନୁଯାୟୀ, ଯେଉଁ ପେଡଲର୍ସଙ୍କଠାରୁ ଡ୍ରଗ୍ସ ଆଣୁଥିଲେ, ସେ ଡାର୍କନେଟ୍ ମାଧ୍ୟମରେ ବିଦେଶରୁ ଡ୍ରଗ୍ସ ଆମଦାନି କରୁଥିଲା ବୋଲି ଜଣାପଡ଼ିଛି।
ଅନ୍ୟପଟେ ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ କରୁଛି ସିବିଆଇ। ଆଜି ଲଗାତର ତୃତୀୟ ଦିନ ରିୟାଙ୍କୁ ଜେରା କରାଯାଉଛି। ଶୁକ୍ରବାର ପ୍ରାୟ 10 ଘଣ୍ଟା ଏବଂ ଶନିବାର 7 ଘଣ୍ଟା ଧରି ସିବିଆଇ ରିୟାଙ୍କୁ ପଚରାଉଚରା କରିଥିଲା। ମୁମ୍ବାଇ ଡିଆରଡିଓ ସ୍ଥିତ ଗେଷ୍ଟ ହାଉସରେ ସିବିଆଇ ଜେରା ଚାଲିଛି। ସେଠାରେ ହିଁ ସିବିଆଇ ଟିମ୍ ରହୁଛନ୍ତି।
ତେବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ କଣ ଏହି ଡାର୍କନେଟ୍ ? ଅପରାଧ ଜଗତର ସବୁଠାରୁ ବଡ଼ ପ୍ଲାଟଫର୍ମ ହେଉଛି ଡାର୍କନେଟ୍। ଏଠାରେ ଡ୍ରଗ୍ସ, କଣ୍ଟ୍ରାକ୍ଟ କିଲିଂ ସମେତ ଯେକୌଣସି ଅପରାଧୀକ କାଣ୍ଡ କରିବା ଲାଗି ଆବଶ୍ୟକ ଜିନିଷ ମିଳିଥାଏ। ସାରା ଦୁନିଆର ମାତ୍ର 4 ପ୍ରତିଶତ ଲୋକ ଇଣ୍ଟରନେଟ୍ ସ୍ପେସ୍ ବ୍ୟବହାର କରିଥାନ୍ତି। ହେଲେ 94 ପ୍ରତିଶତ ସ୍ପେସ୍ ଡାର୍କନେଟ୍ ବା ଡିପ୍ ଡାର୍କନେଟରେ ବ୍ୟବହାର ହୋଇଥାଏ। ଡାର୍କନେଟ୍ ମାଧ୍ୟମରେ ଆଇଡି ପ୍ରସ୍ତୁତ କରି ଯେକୌଣସି ଅପରାଧ କରିବାକୁ ଟୁଲ୍ସ ଅଣାଯାଇପାରିବ। ଯେହେତୁ ନକଲି ଆଇଡି ଏଠାରେ ବ୍ୟବହୃତ ହୋଇଥାଏ, ଏଣୁ ଅପରାଧୀଙ୍କୁ ଠାବ କରିବା କଷ୍ଟକର ହୋଇଥାଏ।