କିଛି ଦିନ ପୂର୍ବେ କିକୁ ନିଜ ସାଥୀ କମେଡିଆନ ଗୌରବ ଗେରାଙ୍କ ସହ ମିଶି ନେହାଙ୍କ ଉଚ୍ଚତାକୁ ନେଇ ଖୁବ୍ ମଜାକ୍ ଉଡ଼ାଇଥିଲେ। ଏହା ନେହାଙ୍କୁ ଖୁବ୍ ବାଧି ଥିବା ବେଳେ ଇନଷ୍ଟାଗ୍ରାମରେ ସେ କିକୁଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି।
କାହାରି ନାଁ ନ ନେଇ ନେହା ଲେଖିଛନ୍ତି, ମୋ ଗୀତକୁ ଖୁବ ଏନଜୟ କରୁଛ, ମୋ ଗୀତ ବିନା ପାର୍ଟି କରିବା ମୁସ୍କିଲ। ନିଜ ନିଜ ବୟଫ୍ରେଣ୍ଡ ଓ ଗର୍ଲଫ୍ରେଣ୍ଡଙ୍କୁ ମୋ ଗୀତ ଶୁଣଉଛ, ହେଲେ ଏତେ ଘୃଣା କ’ଣ ପାଇଁ ? ଆଜିକାଲି ଖୁସି ବହୁ କଷ୍ଟରେ ମିଳୁଛି। ଯେଉଁମାନଙ୍କ ପାଇଁ ଆମେ ନିଜ ଜୀବନରେ ଖୁସି ରହୁଛୁ, ସେମାନଙ୍କ ନିକଟରେ ଆମେ କୃତଜ୍ଞ ହେବା ଉଚିତ। ମୋର ସବୁ ଗୀତରେ ଏନଜୟ କରିବା ପରେ ଏ ସବୁ କ’ଣ?
ଏଥିସହ ସେ ଲେଖିଛନ୍ତି, ଏପରି ନେଗେଟିଭ କଣ୍ଟେଣ୍ଟ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କୁ ଲଜ୍ୟା ଆସିଵା ଦରକାର। ମୋତେ ଏତେ ଘୃଣା ଯଦି କରୁଛ, ତେବେ ମୋ ଗୀତର ବ୍ୟବହାର କରିବା ବନ୍ଦ କରିଦେବା ଉଚିତ।
ଏପରି ସ୍ଥିତିର ସମ୍ମୁଖୀନ ହେବା ସମୟରେ ନିଜକୁ ବହୁ କଷ୍ଟରେ ସମ୍ଭାଳନ୍ତି ବୋଲି କହିଛନ୍ତି ନେହା। ଏନେଇ ନେହା କହିଛନ୍ତି, ମୋ ହାଇଟ୍ କମ୍ ହେଲେ କ’ଣ ହେଲା, ମୁଁ ସବୁଠୁ ସୁନ୍ଦର ବୋଲି ମୋର ବିଶ୍ୱାସ ରହିଛି।
ଇଣ୍ଡିଆନ ଆଇଡଲରେ ଜଜ୍ ସିଟରେ ବସୁଥିବା ନେହା ଗତ କିଛି ଏପିସୋଡ଼ରେ ଟ୍ରୋଲର ଶିକାର ହୋଇଛନ୍ତି। କିଶୋର କୁମାରଙ୍କ ଏକ ଗୀତ ଗାଇ ସମାଲୋଚନାର ଶିକାର ହୋଇଥିବା ନେହାଙ୍କୁ ଅଭିଜିତ ଭଟ୍ଟାଚାର୍ଯ୍ୟ ବି ଖୁବ କମେଣ୍ଟ କରିଥିଲେ। ୪ଟି ଗୀତ ଗାଇଥିବା ସିଙ୍ଗରଙ୍କୁ ଜଜ ସିଟ୍ରେ ବସାଯାଉଥିବା ସେ କହିଥିଲେ।
ବିବାହ ପରଠାରୁ ଖୁବ୍ ଚର୍ଚ୍ଚାରେ ଅଛନ୍ତି ବଲିଉଡ ଏହି ଗାୟିକା ଜଣକ । ହିନ୍ଦୁ ରୀତିନୀତିରେ ବିବାହ କରିଥିବା ନେହା ଏବେ ଖ୍ରୀଷ୍ଟଧର୍ମ ଅନୁଯାୟୀ ପୁଣି ଥରେ ବିବାହ କରିବେ ବୋଲି ମନ କରିଛନ୍ତି । ସେ ତାଙ୍କ ବିବାହରେ ଧଳା ରଙ୍ଗର ଗାଉନ ପିନ୍ଧି ପୁଣି ରୋହନଙ୍କୁ ହାତ ଧରିବେ ବୋଲି କହିଛନ୍ତି। ନେହା କହିଛନ୍ତି, ହିନ୍ଦୁ ରୀତିନୀତିରେ ସେ ବିବାହ କରିଛନ୍ତି, ଯେଉଁଠି ତାଙ୍କୁ ଲାଲ ରଙ୍ଗର ପାରମ୍ପରିକ ପୋଷକା ପିନ୍ଧିବାକୁ ପଡିଥିଲା। ଏବେ କିନ୍ତୁ ସେ ଏକ ସୁନ୍ଦର ଧଳା ରଙ୍ଗର ଗାଉନ ପିନ୍ଧି ବିବାହ କରିବାକୁ ଚାହୁଁଛନ୍ତି ।
ସୂଚନା ଯୋଗ୍ୟ ଯେ ଗତ ଅକ୍ଟୋବର ୧୪ ତାରିଖରେ ଗାୟିକା ନେହା କକ୍କଡ ହିନ୍ଦୁ ରୀତିନୀତି ଅନୁସାରେ ରୋହନ ପ୍ରିତ ସିଂଙ୍କୁ ବିବାହ କରି ସମସ୍ତଙ୍କୁ ସରପ୍ରାଇଜ ଦେଇଥିଲେ। ହଠାତ ତାଙ୍କ ବିବାହ ଖର ଶୁଣି ଫ୍ୟାନମାନେ ମଧ୍ୟ ଚକିତ ହୋଇଯାଇଥିଲେ । ସୋଶାଲ ମିଡିଆରେ ତାଙ୍କ ବିବାହ ବେଳର ଫଟୋ ସବୁ ଜୋରଦାର ଭାଇରାଲ ମଧ୍ୟ ହୋଇଥିଲା ।
ନେହା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍ୱାମୀ ରୋହନପ୍ରିତ ସିଂହଙ୍କ ସହ ଏକ ରୋମାଣ୍ଟିକ ଫୋଟ ସେଆର କରିଛନ୍ତି । ଏଥିରେ ସେ ବ୍ଲୁ ଡେନିମ ଡ୍ରେସ ପିନ୍ଧିବା ସହ ନିଜର ବେବି ବମ୍ପକୁ ଫ୍ଲୁଏଣ୍ଟ କରିଛନ୍ତି। ଏହି ଫଟୋ କ୍ୟାପଶନରେ ହ୍ୟାଶ ଟ୍ୟାଗ ଦେଇ ଲେଖିଅଛି-ଯତ୍ନ ନିଅ । ନେହାଙ୍କ ଏହି ଫଟୋ ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ତାଙ୍କ ମା’ ହେବା ଖବରକୁ କେହି ସହଜରେ ବିଶ୍ୱାସ ମଧ୍ୟ କରିପାରୁ ନାହାନ୍ତି । ସେପଟେ ନେହା ଗର୍ଭବତୀ ଥିବା ଖବରକୁ ନେଇ ତାଙ୍କ ଭାଇ ଟୋନୀ କକ୍କଡ ସ୍ପଷ୍ଟ କରିଛନ୍ତି ।
View this post on Instagram
ଅନେକ ପ୍ରଶଂସକଙ୍କ ନେହାଙ୍କ ମା’ ହେବାକୁ ଯାଉଥିବା ଖବର ଶୁଣି ଖୁସି ବ୍ୟକ୍ତି କରି ଶୁଭେଚ୍ଛା ଜଣାଇଥିବା ବେଳେ ଆଉ କେତେକ ବିଶ୍ୱାସ କରିପାରୁ ନାହାନ୍ତି । କାରଣ ନେହାଙ୍କ ବିବାହକୁ ମାତ୍ର ୨ ମାସ ପୁରିଛି । ୨ ମାସ ତଳେ ତଥା ଅକ୍ଟୋବର ୨୪ରେ ନେହା, ରୋହନପ୍ରିତଙ୍କୁ ବିବାହ କରିଥିଲେ । ନିକଟରେ ସେମାନେ ଦୁବାଇରୁ ହନିମୁନ ସାରି ଫେରିଛନ୍ତି। ହନିମୁନର କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା ।
ପ୍ରଥମେ ହଠାତ୍ ବିବାହ ଘୋଷଣା କରି ନେହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିବାବେଳେ ଏବେ ଗର୍ଭବତୀ ଥିବା ଘୋଷଣା କରି ପୁଣି ଥରେ ସମସ୍ତଙ୍କୁ ହତବାକ କରିଦେଇଛନ୍ତି।