ଗୋପାଳ ହମଲଙ୍କ ୩୩ ବର୍ଷୀୟା ବଡ଼ ଝିଅ ଆରତୀ ହମଲ ଓସୋ ମେଡିଟେସନ ସେଣ୍ଟରକୁ କିଛି ମାସ ହେବ ଆସି ରହୁଥିଲେ। ଗତ ସୋମବାର ସନ୍ଧ୍ୟାରେ ତାଙ୍କୁ ଶେଷ ଥର ପାଇଁ Ashvem Bridge ନିକଟରେ ଦେଖିବାକୁ ମିଳିଥିଲା। ଆରତୀ ନିଖୋଜ ହେବା ନେଇ ଓସୋ ମେଡିଟେସନ ସେଣ୍ଟର ପକ୍ଷରୁ ତାଙ୍କ ପରିବାରକୁ ଅବଗତ କରାଯାଇଥିଲା। ଏନେଇ ଗୋଆର ଏକ ପୁଲିସ୍ ଷ୍ଟେଶନରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍ ଖୋଜାଖୋଜି ଆରମ୍ଭ କରିଛି।
ଏନେଇ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିବା ଗୋପାଳ ସୋଶାଲ ମିଡିଆରେ ପୋଷ୍ଟ କରି ନିଖୋଜ ବଡ଼ ଝିଅକୁ ଖୋଜିବାରେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି । ନିଜ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି, ଝିଅର ସହଯୋଗୀମାନେ ତା’ ସହ ଯୋଗାଯୋଗ କରି ପାରୁ ନ ଥିବା ନେଇ ମୋତେ ଜଣାଇଥିଲେ। ଏହି ଖବର ପାଇବା ପରେ ପରିବାରର ସମସ୍ତେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିବା ସେ କହିଛନ୍ତି।
ଏହାପରେ ତୁରନ୍ତ ଗୋପାଳ ହମଲଙ୍କ ସାନ ଝିଅ ଓ ଜ୍ୱାଇଁ ଗୋଆ ଅଭିମୁଖେ ଆସିଥିବା ଜଣାଯାଇଛି। ତେବେ ଝିଅ ସମ୍ପର୍କରେ କିଛି ବି ସୂଚନା ପାଇଲେ ତୁରନ୍ତ ଜଣାଇବାକୁ ଗୋପାଳ ହମଲ ନିବେଦନ କରିଛନ୍ତି।
ଖୁବ୍ କମ୍ ବୟସରୁ ବେଶ୍ ପ୍ରସିଦ୍ଧି ଲାଭ କରି ପାରିଥିବା ‘ବୁଦ୍ଧ ବୟ’ ବହୁ ବର୍ଷ ହେବ ବିବାଦରେ ଫସି ରହିଛନ୍ତି। ଏହି ବୌଦ୍ଧ ଧର୍ମ ଗୁରୁଜଣକ ଖାଦ୍ୟ, ପାଣି, ଭୋଜନ ବିନା ମାସ ମାସ ଧରି ଧ୍ୟାନ କରି ପାରୁଥିବା ତାଙ୍କ ଶ୍ରଦ୍ଧାଳୁ ଦାବି କରିଛନ୍ତି।
ନେପାଳ ପୁଲିସ୍ର CBI ପକ୍ଷରୁ କୁହାଯାଇଛି, ୩୩ବର୍ଷ ବୟସ୍କ ରାମ ବାହାଦୁର ବୋମଜନଙ୍କୁ ମଙ୍ଗଳବାର କାଠମାଣ୍ଡୁ ବାହାରୁ ଏକ ଘରୁ ଗିରଫ କରାଯାଇଛି। ଗିରଫଦାରୀ ସମୟରେ ତାଙ୍କ ନିକଟରୁ ୨୨୫ ହଜାର ଡଲାର ନେପାଳୀ ମୁଦ୍ରା ଓ ୨୨, ୫୦୦ ବିଦେଶୀ ମୁଦ୍ରା ଜବତ କରାଯାଇଛି।
ନିଜ ଶ୍ରଦ୍ଧାଳୁଙ୍କ ଯୌନ ଉତ୍ପୀଡ଼ନ ଦେବା ସହ ଶୋଷଣ କରୁଥିବା ନେଇ ତାଙ୍କ ନାମରେ ଦୀର୍ଘ ଦିନ ହେଲା ଅଭିଯୋଗ ଆସୁଥିବା ବେଳେ ସେ ଫେରାର ହୋଇ ଯାଇଥିଲେ। ଏଥିସହ ୨୦୧୮ ମସିହାରେ ନିଜ ଆଶ୍ରମରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ତାଙ୍କ ନାମରେ ଜାମିନ ବିହୀନ ୱାରେଣ୍ଟ ଜାରି ହୋଇଥିଲା। ଏହାପରେ ସେ ସ୍ଥାନ ବଦଳାଇ ବିଭିନ୍ନ ଜାଗାରେ ଲୁଚି ରହୁଥିଲେ। ମାତ୍ର ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ୍ ଗତକାଲି ତାଙ୍କୁ ଗିରଫ କରିଥିଲା।
ବୋମଜନଙ୍କ ବିରୋରେ ଅଭିଯୋଗ ଆସିବା ନୂଆ କଥା ନୁହେଁ। ୨୦୧୦ ମସିହାରେ ତାଙ୍କ ନାମରେ ଲୋକଙ୍କୁ ମାରପିଟ କରିଥିବା ଅଭିଯୋଗ ହୋଇଥିଲା। ଗତ ବର୍ଷ ତାଙ୍କ ଆଶ୍ରମରୁ ୪ ଶ୍ରଦ୍ଧାଳୁ ଗାଏବ ହୋଇ ଯାଇଥିବା ସୂଚନା ମିଳିଥିବା ବେଳେ ଏପର୍ଯନ୍ତ ସେମାନଙ୍କ ପତ୍ତା ମିଳି ପାରିନି।
ମାତ୍ର ୧୬ ବର୍ଷ ବୟସରେ ବୋମଜନ ପୂର୍ବ ନେପାଳର ଜଙ୍ଗଲକୁ ବୁଲିବାକୁ ଯାଇ ୯ ମାସ ପର୍ଯ୍ୟନ୍ତ ନିଖୋଜ ହୋଇ ଯାଇଥିଲେ। ସେ ଫେରିବା ପରେ ବୌଦ୍ଧ ଭିକ୍ଷୁକମାନେ ତାଙ୍କ ଉପରେ ୨୪ ଘଣ୍ଟା ନିରୀକ୍ଷଣ ରଖୁଥିଲେ। ଏହାପରେ ସେ ଲୋକଙ୍କ ମଧ୍ୟରେ ‘ବୁଦ୍ଧ ବୟ’ ନାମରେ ବେଶ୍ ପରିଚିତ ଲାଭ କରିଥିବା ବେଳେ ଭାରତ ପର୍ଯ୍ୟନ୍ତ ତାଙ୍କ ଅନୁଗାମୀଙ୍କ ତାଲିକା ଲମ୍ବି ରହିଛି।
୧୦ ଜଣ କଳାକାର ୧୧ ହଜାର ସ୍କ୍ୱୋୟାର ଫୁଟ୍ ଅଞ୍ଚଳରେ ପ୍ରଭୁ ଶ୍ରୀ ରାମ ଏବଂ ମାତା ସୀତାଙ୍କ ପ୍ରତିକୃତି ନିର୍ମାଣ କରିଛନ୍ତି। ଏଥିରେ ଧାନ, ମାଣ୍ଡିଆ, ମୁଗ, କୋଳଥ ଭଳି ୧ କ୍ୱିଣ୍ଟାଲରୁ ଅଧିକ ଖାଦ୍ୟ ଶସ୍ୟର ବ୍ୟବହାର ହୋଇଛି।
ଏହି ଚିତ୍ରର ଲମ୍ବ ୧୨୦ ଫୁଟ ହୋଇଥିବା ବେଳେ ଚଉଡା ୯୧.୫ ଫୁଟ ରହିଛି। ଏହା ପୂର୍ବରୁ ଉତ୍ତରପ୍ରଦେଶର ଅଯୋଧ୍ୟାରେ କଳାକାର ୧୦ ହଜାର ୮୦୦ ସ୍କ୍ୱୋୟାର ଫୁଟ ଅଞ୍ଚଳରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ପ୍ରତିକୃତି କରିଥିଲେ।
କେବଳ ଦିଲ୍ଲୀ ନୁହେଁ ଉତ୍ତରପ୍ରଦେଶର ନଏଡା, ଲକ୍ଷ୍ନୈ ସମେତ ଅନେକ ଜିଲ୍ଲାରେ ତୀବ୍ର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଏହି ଭୂମିକମ୍ପର କେନ୍ଦ୍ର ସ୍ଥଳ ନେପାଳର ଜୁମଲା ଅଞ୍ଚଳରେ ଥିବା କୁହାଯାଉଛି। ଏହା ନେପାଳ ଠାରୁ ୬ କିଲୋମିଟର ଦୂରରେ ଅବସ୍ଥିତ। ଭୂମିକମ୍ପ ଯୋଗୁ ନେପାଳ, ଭାରତ ଓ ଚୀନ୍ ପ୍ରଭାବିତ ହୋଇଥିବା ବୈଜ୍ଞାନିକମାନେ କହିଛନ୍ତି।
ପୂର୍ବରୁ ନଭେମ୍ବର ୩ ତାରିଖରେ ଦିଲ୍ଲୀ ଏନ୍ସିଆର୍ ସମେତ ଦେଶର ଅନେକ ଅଞ୍ଚଳରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଫଳରେ ଲୋକେ ଭୟଭୀତ ହୋଇ ପଡିଥିଲେ। ଘରୁ ବାହାରକୁ ବାହାରି ଆସିଥିଲେ।
ସେହିପରି ଶୁକ୍ରବାର ନେପାଳରେ ୬.୪ ତୀବ୍ରତାର ହୋଇଥିବା ଭୂମିକମ୍ପରେ ଜାଜରକୋଟ ଓ ରୁକୁମ ପଶ୍ଚିମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ପାଖାପଖି ୧୫୦ରୁ ଅଧିକ ଲୋଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଜଣ ଆହତ ହୋଇଥିଲେ।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତ୍ରରେ ନେପାଳରେ ୬.୪ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ୧୫୭ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଅନେକ ଘରବାଡ଼ି ଭାଙ୍ଗିଯାଇଛି। କେବଳ ସେତିକି ନୁହେଁ, ଶନିବାର ଅପରାହ୍ଣରେ ମଧ୍ୟ ୩.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା।
ସେପଟେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଭୂକମ୍ପ ଯୋଗୁ କ୍ଷତିଗ୍ରସ୍ତର ସମୀକ୍ଷା କରିଛନ୍ତି। ହେଲିକପ୍ଟର ମାଧ୍ୟରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନେପାଳ ସେନା, ସଶସ୍ତ୍ର ବାହିନୀ ଓ ପୁଲସକୁ ସଜାଗ ରହିବାକୁ କହୁହାଯାଇଛି। ଏଥିସହ ବ୍ୟାପକ ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।
ପଡ଼ୋଶୀ ଦେଶ ଭାବେ ଭାରତ ଏଭଳି ଦୁର୍ବିପାକ ବେଳେ ନେପାଳକୁ ସାହାଯ୍ୟ କରିବ ବୋଲି ଘୋଷଣା କରିଛି। ନେପାଳରେ ରହୁଥିବା ଭାରତୀୟମାନଙ୍କୁ ସାହାଯ୍ୟ କରିବା ଲାଗି ମଧ୍ୟ ଭାରତୀୟ ଦୂତାବାସ ତରଫରୁ ‘ଏମର୍ଜେନ୍ସି ନମ୍ବର’ (+୯୭୭-୯୮୫୧୩୧୬୮୦୭) ରିଲିଜ୍ କରାଯାଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭୂମିକମ୍ପ ଯୋଗୁଁ ନେପାଳରେ ଘଟିଥିବା ଧନଜୀବନ ନଷ୍ଟ ଲାଗି ଗଭୀର ଦୁଃଖ ବ୍ୟକ୍ତ କରିଥିଲେ। ନେପାଳକୁ ସମର୍ଥନ କରିବା ସହିତ ସବୁ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ଭାରତ ଆଗ୍ରହୀ ବୋଲି ସେ କହିଥିଲେ।
ଗତକାଲି ରାତି ପ୍ରାୟ ୧୧ଟା ୩୨ରେ ଭୂକଂପ ଝଟକା ଅନୁଭୂତ ହୋଇଥିଲା। ନେପାଳରେ ଏହାର କେନ୍ଦ୍ରସ୍ଥଳ ଥିବା ବେଳେ ଉତ୍ତର ଭାରତରେ ମଧ୍ୟ ଭୂକଂପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୪। ଭୂକମ୍ପ ପରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜୋରଦାର କରାଯାଇଛି। ଭଗ୍ନାବଶେଷ ତଳେ ଚାପି ହୋଇ ପ୍ରାୟ ୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ନେପାଳ ପ୍ରଧାନମନ୍ତ୍ରୀ ସୋଶାଲ ମିଡିଆ ଏକ୍ସ ଯୋଗେ ନିଜର ଶୋକ ପ୍ରକାଶ କରିଛନ୍ତି।
ଭୂକଂପର କେନ୍ଦ୍ରସ୍ଥଳ ନେପାଳରେ ରହିଥିବା ବେଳେ ଉତ୍ତର ଭାରତରେ ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ଅଧରାତିରେ ଥରିଲା ଉତ୍ତର ଭାରତ। ଥରିଲା ଦିଲ୍ଲୀ ଏନସିଆର ସମେତ ନୋଏଡ଼ା, ଗୁରୁଗ୍ରାମ। ୟୁପି ଓ ବିହାରରେ ମଧ୍ୟ ଭୂକଂପ ଝଟକା ଅନୁଭୂତ ହୋଇଛି।
ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଭୂକଂପର ଝଟକା ଏତେ ଜୋରରେ ଥିଲା ଯେ କିଛି ସମୟ ପାଇଁ ଲୋକେ ଛାନିଆ ହୋଇ ଯାଇଥିଲେ। । ରାତି ପ୍ରାୟ ୧୧ଟା ୩୨ରେ ଭୂକଂପ ଝଟକା ଅନୁଭୂତ ହୋଇଥିଲା। ଏହା ପରେ ଲୋକେ ଘର ଭିତରୁ ବାହାରକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା।
ଲକ୍ଷ୍ନୌରେ ମଧ୍ୟ ଲୋକେ ଭୂକଂପ ଝଟକା ଅନୁଭବ କରିଛନ୍ତି। ଲୋକେ ଶୋଇବାକୁ ଯାଉଥିବା ବେଳେ ଏହି ଝଟକା ଆସିଥିଲା। ଏହା ପରେ ଲୋକମାନେ ତୁରନ୍ତ ଘରୁ ବାହାରକୁ ଚାଲିଆସିଥିଲେ। ପୁଣି ଥରେ ଝଟକା ଆସିବା ଆଶଙ୍କାରେ ଲୋକେ ଦୀର୍ଘ ସମୟ ଧରି ବାହାରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା।
ତେବେ ଭୂକଂପ ଯୋଗୁଁ ଭାରତରେ କୌଣସି ପ୍ରକାରର କ୍ଷୟକ୍ଷତିର ସୂଚନା ମିଳିନାହିଁ। ଏହା ପୂର୍ବରୁ ଗତ ଅକ୍ଟୋବର ୨୨ତାରିଖରେ ଦିଲ୍ଲୀରେ ଭୂକମ୍ପ ଝଟକା ଆସିଥିଲା। ସେତେବେଳେ ଏହାର ତୀବ୍ରତା ୬ ଦଶମିକ ୧ ଥିଲା।
ଯୋଗ୍ୟତା ପର୍ଯ୍ୟାୟର ସେମି ଫାଇନାଲ ମ୍ୟାଚ୍ ଦେଖିବାକୁ ଆଜି କାଠମାଣ୍ଡୁର ମୁଲପାନି କ୍ରିକେଟ ଷ୍ଟାଡିୟମରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ନେପାଳ ୮ ୱିକେଟରେ ୟୁଏଇକୁ ପରାସ୍ତ କରି ଦର୍ଶକଙ୍କ ଖୁସିକୁ ଦୁଇ ଗୁଣିତ କରିଛି।
ମୁଲପାନି କ୍ରିକେଟ ଷ୍ଟାଡିୟମର କ୍ଷମତା ୧୩ ହଜାର। ତେଣୁ ଷ୍ଟାଡିୟମ ପୂର୍ଣ୍ଣ ହୋଇଯିବାରୁ ହଜାର ହଜାର ଲୋକ ସ୍ଥାନୀୟ ପାହାଡ଼ ଓ ଛାତ ଉପରେ ବସି ମ୍ୟାଚ୍ର ମଜା ଉଠାଇଥିଲେ। ଘରୋଇ ଦଳ ଜିତିବା ପରେ ଜନସମୁଦ୍ର ପୂରା ଏକାଠି ହୋଇ ଡ୍ୟାନ୍ସ ମଧ୍ୟ କରିଥିଲେ।
ପୂର୍ବରୁ ନେପାଳରେ କ୍ରିକେଟ ମ୍ୟାଚ୍ ଦେଖିବାକୁ କେବେ ହେଲେ ଏତେ ସଂଖ୍ୟକ ଲୋକ ଆସି ନଥିଲେ। ହେଲେ ଆଜି ନେପାଳର କ୍ରିକେଟ ଷ୍ଟାଡିୟମ ଓ ଏହାର ଆଖପାଖ ଅଞ୍ଚଳ ଲୋକଙ୍କ ଭିଡ଼ରେ ପରିପୂର୍ଣ୍ଣ ହୋଇଯାଇଥିଲା। ସମସ୍ତେ ଏକାଠି ହୋଇ ଖୁସି ମନାଉଥିବା ବେଳର ଭିଡିଓ ଓ ଫଟୋ ମଧ୍ୟ ସାମ୍ନାକୁ ଆସିଛି।
The passion for cricket in Nepal is pure madness!
— ICC Asia Cricket (@ICCAsiaCricket) November 3, 2023
~ Nepal's cricket team is among the luckiest globally, having such a loyal and devoted fan base! 🫶🇳🇵
#NepalCricket #NEPvUAE pic.twitter.com/ruAyYLPjjb
ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୟୁଏଇ ଅଧିନାୟକ ବୀର୍ତ୍ତିୟ ଅରବିନ୍ଦଙ୍କ ୬୪ ରନ ବଳରେ ୯ ୱିକେଟ ହରାଇ ୧୩୪ ରନ କରିଥିଲା। ନେପାଳ ପକ୍ଷରୁ କୁଶଲ ମଲ୍ଲା ୩ଟି ଓ ସନ୍ଦୀପ ଲାମିଚାନେ ୨ଟି ୱିକେଟ ନେଇଥିଲେ।
୧୩୫ ରନର ଟାର୍ଗେଟକୁ ପିଛା କରୁଥିବା ନେପାଳ ପାଇଁ ଶେଖ ଓ ଅଧିନାୟକ ରୋହିତ ପୌଡେଲ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ୬୮ ରନର ଭାଗିଦାରୀ କରି ନେପାଳକୁ ୮ ୱିକେଟରେ ଜିତାଇଥିଲେ। ଶେଖ ୫୨ ବଲରେ ୬୪ ରନ ଓ ପୌଡେଲ ୨୦ ବଲରେ ଅପରାଜିତ ୩୪ ରନର ଇନିଂସ ଖେଳିଥିଲେ।
They’re nearly there … #NEPvUAE pic.twitter.com/bgDPdCMQa7
— Paul Radley (@PaulRadley) November 3, 2023
ସେମି ଫାଇନାଲ ମ୍ୟାଚ୍ ଜିତି ନେପାଳ ୨୦୨୪ ଟି-୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି। ତେବେ ଦଳ ୫ ତାରିଖରେ ଓମାନ ସହ ଯୋଗ୍ୟତା ପର୍ଯ୍ୟାୟର ଫାଇନାଲ ମ୍ୟାଚ୍ ଖେଳିବ।
ଗତ ରବିବାରଠାରୁ ନେପାଳରେ ଲଗାତାର ଭୂମିକମ୍ପ ଅନୁଭୂତ ହେଉଛି। ରବିବାର ରାଜଧାନୀ କାଠମାଣ୍ଡୁରେ ୬.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଯୋଗୁଁ ପ୍ରାୟ ୨୦ଟି ଘର କ୍ଷତିଗ୍ରସ୍ତ ହୋଇଥିଲା।
ସେହିପରି ତାଇୱାନର ରାଜଧାନୀ ତାଇପେରେ ମଧ୍ୟ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛଇ। ମଙ୍ଗଳବାର ୫.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ। ତାଇଓ୍ଵାନର କେନ୍ଦ୍ରୀୟ ପାଣିପାଗ ବ୍ୟୁରୋ କହିଛି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ଦ୍ୱୀପର ପୂର୍ବ ଉପକୂଳରେ ଥିବା ସମୁଦ୍ରରେ ଥିଲା। ଭୂମିକମ୍ପ ଯୋଗୁଁ ତାଇପେଇର ମେଟ୍ରୋ ସିଷ୍ଟମରେ ଟ୍ରେନ୍ ଚଳାଚଳ ମନ୍ଥର ହୋଇଥିଲେ ହେଁ ସେବା ତୁରନ୍ତ ସ୍ୱାଭାବିକ କରାଯାଇଛି ବୋଲି ସରକାର କହିଛନ୍ତି।
୨୦୧୬ରେ ଦକ୍ଷିଣ ତାଇୱାନରେ ହୋଇଥିବା ଭୂମିକମ୍ପରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ସେହିପରି ୧୯୯୯ରେ ୭.୩ ତୀବ୍ରତାର ଭୂମିକମ୍ପରେ ୨୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ଏଥିସହ ଅନେକ ଲୋକେ ବାସ ହରା ହୋଇଥିଲେ।
ଅଫିସ ଛାଡ଼ି ଖୋଲା ସ୍ଥାନରେ ଆଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ରହିଥିଲେ। ଝଟକା ବେଳେ ନିର୍ମାଣ ଭବନ ଅଫିସରେ ମନସୁଖ ମାଣ୍ଡଭୀୟ ରହିଥିଲେ। ତେବେ ସେ ତୁରନ୍ତ ଅନ୍ୟ ଅଧିକାରୀମାନଙ୍କ ସହ ଖୋଲା ସ୍ଥାନକୁ ଚାଲି ଆସିଥିଲେ। ସେ ବେଶ କିଛି ସମୟ ଅଫିସ ବାହାରେ ଥିବା କାର ପାର୍କିଂ ଅଞ୍ଚଳରେ ଛିଡ଼ା ହୋଇଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଆଜି ଭାରତୀୟ ସମୟ ୨.୨୫ ସମୟରେ ନେପାଳରେ ୪ଥର ବଡ଼ବଡ଼ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ୨୫ ମିନିଟ ମଧ୍ୟରେ ୪.୬ ଓ ୬.୨ ତୀବ୍ରତାର ଭୂକମ୍ପରେ ଲୋକମାନେ ଥରିଥିଲେ। ଏହାର ୧୫ ମିନିଟ ପରେ ୩.୬ ତୀବ୍ରତା ଓ ୧୩ ମିନିଟ ପରେ ୩.୧ ତୀବ୍ରତାର ଝଟକା ଅନୁଭବ ହୋଇଥିଲା।
ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ବୋଲି ଜଣାପଡ଼ିଛି। ଝଟକା ଯୋଗୁ ନେପାଳରେ କିଛି ଘର ଭାଙ୍ଗି ଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯାଇଛି। କିଛି ରିପୋର୍ଟରେ ଦାବି କରାଯାଇଛି ଯେ ବାଝାଙ୍ଗ ଜିଲ୍ଲାରେ ଭୂକମ୍ପ ଝଟକା ଯୋଗୁ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି। ଏଠାରେ ଘର ଓ କିଛି କାନ୍ଥ ଭାଙ୍ଗି ପଡ଼ିଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏ ବିଷୟରେ ବିସ୍ତୃତ ସୂଚନା ମିଳିନାହିଁ।
#WATCH | Delhi | Union Health Minister Mansukh Mandaviya stepped out of Nirman Bhawan, along with others, as strong tremors hit different parts of north India. pic.twitter.com/8EbNFX4b46
— ANI (@ANI) October 3, 2023
ଦିଲ୍ଲୀ ବ୍ୟତୀତ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀର ନୋଏଡାର ୧୦ ରୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଭୂକମ୍ପ ଅନୁଭୂତ ହୋଇଥିଲା। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଓ ବରେଲିରେ ମଧ୍ୟ ଝଟକା ଅନୁଭୂତ ହୋଇଛି।
ଝଟକା ଯୋଗୁ ଲାଇଟ୍, ଫ୍ୟାନ୍ ସମେତ ଘରେ ଥିବା ବିଭିନ୍ନ ଆସବାବପତ୍ର ଥରି ଉଠିଥିଲା। ଫଳରେ ଅଫିସରେ ଥିବା କର୍ମଚାରୀ ଏବଂ ସାଧାରଣ ଲୋକେ ଅଫିସ୍ ଏବଂ ଘରୁ ଭୟରେ ବାହାରକୁ ଚାଲି ଆସିଥିଲେ। ଏହାର କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି।
ଦିନକ ତଳେ ଯୁବକଙ୍କୁ କିଛି ଲୋକ ଛୁରୀରେ ଆକ୍ରମଣ କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା। ସ୍ଥାନୀୟ ହସ୍ପିଟାଲରେ ତାଙ୍କର କ୍ଷତ ଚିହ୍ନକୁ ଷ୍ଟିଚ୍ କରି ଛାଡ଼ି ଦିଆଯାଇଥିଲା। କିନ୍ତୁ ତଳି ପେଟରେ ଯେ ଛୁରୀ ରହି ଯାଇଥିବା କାହାକୁ ଜଣା ନଥିଲା।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଘଟଣା ବେଳେ ଯୁବକ ଜଣଙ୍କ ନିଶାସକ୍ତ ଅବସ୍ଥାରେ ରହିଥିଲେ। ତାଙ୍କ ସହ ପ୍ରକୃତରେ କ’ଣ ସବୁ ଘଟିଛି, ସେକଥା ମଧ୍ୟ ତାଙ୍କର ମନ ନାହିଁ।
ଘଟଣାର ପରଦିନ ତାଙ୍କର ନିଶା ଛାଡ଼ି ଥିଲା। ସେ ନିଦରୁ ଉଠିବା ପରେ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଏଥିପାଇଁ ସେ ହସ୍ପିଟାଲ ଯାଇଥିଲେ। ହସ୍ପିଟାଲରେ ତାଙ୍କ ତଳି ପେଟର ଯାଞ୍ଚ କରାଯାଇଥିଲା।
ପ୍ରାଥମିକ ଭାବେ ଡାକ୍ତରରେ କିଛି ବି ଜାଣି ପାରି ନଥିଲେ। କାରଣ ତାଙ୍କ ତଳି ପେଟ ଫୁଲି ନଥିଲା। ତାଙ୍କର ବାନ୍ତି କିମ୍ବା ଝାଡ଼ା ହେଉ ନଥିଲା। ରକ୍ତ ସଞ୍ଚାଳନ ମଧ୍ୟ ଠିକଠାକ ରହିଥିଲା।
ତେବେ ଯୁବକ ଜଣଙ୍କ କେବଳ ଯନ୍ତ୍ରଣା ଅନୁଭବ କରୁଥିଲେ। ଡାକ୍ତରୀ ଟିମ ଭଲ ଭାବେ ଯାଞ୍ଚ କରିବା ପରେ ତାଙ୍କ ପେଟର ଡାହାଣ ପଟେ ଅତ୍ୟନ୍ତ ପତଳାର ଗୋଟିଏ ଷ୍ଟିଚ୍ ପଡ଼ିଥିବା ଦେଖିବାକୁ ପାଇଥିଲେ। କାହିଁକି ଏପରି ହୋଇଛି ବୋଲି ଡାକ୍ତରମାନେ ପଚାରିବାରୁ ଗଣ୍ଡଗୋଳ କଥା ସାମ୍ନାକୁ ଆସିଥିଲା। ଏହାପରେ ହିଁ ଡାକ୍ତରମାନେ ଏକ୍ସ ରେ’ ଓ ଅନ୍ୟାନ୍ୟ ପରୀକ୍ଷା କରିଥିଲେ।
ଏକ୍ସ ରେରୁ ଜଣାପଡ଼ିଥିଲା ଯେ ଯୁବକଙ୍କ ତଳି ପେଟରେ ୧୫ ସେମିର ଛୁରୀର ବ୍ଲେଡ ରହି ଯାଇଛି। ଛୁରୀଟି ଗୋଟିଏ ପଟରୁ ଆଉ ଗୋଟିଏ ପଟୁ ମଧ୍ୟ ଘୁରି ବୁଲୁଥିଲା। ତେବେ ଏହା ଦ୍ୱାରା ତାଙ୍କ ଶରୀର କୌଣସି ଅଙ୍ଗ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇ ନାହିଁ। ଏକଥା ଜଣାପଡ଼ିବା ପରେ ଡାକ୍ତରମାନେ ସର୍ଜରୀ ପରେ ଛୁରୀଟିକୁ ତାଙ୍କ ପେଟରୁ କାଢ଼ି ଦେଇଛନ୍ତି।
ମାଧେଶ ପ୍ରଦେଶର ବାରା ଜିଲ୍ଲାରେ ଦୁର୍ଘଟଣା ଘଟିଛି। ବସ୍ଟି ରାଜସ୍ଥାନରୁ ତୀର୍ଥ ଯାତ୍ରୀଙ୍କୁ ନେଇ ଦକ୍ଷିଣ ଚୁରିଆମାଇ ମନ୍ଦିରକୁ ଯାଉଥିଲା। କିନ୍ତୁ ପାହାଡ଼ିଆ ରାସ୍ତା ଅତିକ୍ରମ କରୁଥିବା ବେଳେ ବସ୍ଟି ୫୦ ମିଟର ତଳେ ଥିବା ନଦୀକୁ ଖସି ପଡ଼ିଥିଲା। କିନ୍ତୁ ନଦୀର ଗଭୀର ଜଳ ରାଶିରେ ଏହା ନ ପଡ଼ି କୂଳରେ ହିଁ ପଡ଼ିଥିଲା। ଏଥିରେ ୬ ଭାରତୀୟଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୯ ଜଣ ଆହତ ହୋଇଛନ୍ତି।
ଡେପୁଟି ଏସ୍ପି ପ୍ରଦୀପ ବାହାଦୂର ଛେତ୍ରୀ କହିଛନ୍ତି, ବସ୍ରେ ମୋଟ ୨୬ ଜଣ ଯାତ୍ରୀ ଥିଲା। ବସ୍ଟି ନଦୀ କୂରେ ଖାତକୁ ଖସି ପଡ଼ିବାରୁ ୬ ଭାରତୀୟ ଓ ଜଣେ ନେପାଳ ନାଗରିକ ପ୍ରାଣ ହରାଇଛନ୍ତି।
ଅନ୍ୟମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିବା ସେ କହିଛନ୍ତି। ଦୁର୍ଘଟଣା ପରେ ପୁଲିସ୍ ବସ୍ର ଡ୍ରାଇଭରଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଛି। ଡ୍ରାଇଭର ଓ ତାଙ୍କ ସହଯୋଗୀମାନେ ମଧ୍ୟ ଦୁର୍ଘଟଣାରେ ଆହତ ହୋଇଛନ୍ତି।
କାରଣ ସୀମା ହାଇଦରଙ୍କ ଦାଦା ଓ ଭାଇ ପାକିସ୍ତାନ ଆର୍ମିରେ କାମ କରନ୍ତି। ସେହିପରି ସେ ଭଲ ଇଂରାଜୀ କହିବା ସହ ବିଭିନ୍ନ ଭାଷା ଉପରେ ମଧ୍ୟ ତାଙ୍କର ଦକ୍ଷତା ଥିବା ଜଣାପଡ଼ିଛି। ଏହି ତଥ୍ୟକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଗୁଇନ୍ଦା ବିଭାଗ ଏବେ ଆଉ ଏକ ସୂଚନା ଦେଇଛି। ସୀମା ହାଇଦର ପାକିସ୍ତାନୀ ହୋଇଥିଲେ ମଧ୍ୟ ଯୋଜନାବଦ୍ଧ ଭାବେ ତାଙ୍କୁ ଭାରତୀୟଙ୍କ ଭଳି ମେକ୍ଅପ୍ ଦିଆଯାଇଥିଲା।
ସଚିନ ମୀନାଙ୍କୁ ଭଲ ପାଇ ତାଙ୍କ ସହ ଏକାଠି ରହିବାକୁ ଭାରତ ଆସିଥିବା ସୀମା ଏବେ ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧ ସ୍କ୍ୱାଡ ଓ ପୁଲିସ୍ ଦ୍ୱାରା ଜେରା ହେବାରେ ଲାଗିଛନ୍ତି। ଏଟିଏସ ଓ ଗୁଇନ୍ଦା ବିଭାଗ ମଧ୍ୟ ତାଙ୍କର ସମ୍ଭାବ୍ୟ ଆଇଏସ୍ଆଇ ଲିଙ୍କର ଖୋଳତାଡ଼ କରୁଛି।
ସୀମା ହାଇଦର ଭାରତ ସୀରମାରେ ପ୍ରବେଶ କରିବା ପାଇଁ ଗ୍ରାମୀଣ ଭାରତୀୟ ମହିଳାଙ୍କ ବେଶ ଧାରଣ କରିଥିଲେ। ଏଥିପାଇଁ ସେ ମେକଅପ୍ ଉପରେ ଅଭିଜ୍ଞତା ରଖିଥିବା ଲୋକଙ୍କ ସହାୟତା ନେଇଥିଲା। ସେ ବେଶ ସତର୍କତାର ସହ ଭାରତୀୟ ବେଶ ଧାରଣ କରିଥିଲେ। ଏପରି କି ନିଜର ପିଲାମାନଙ୍କୁ ମଧ୍ୟ ଭାରତୀୟ ପୋଷାକ ପିନ୍ଧାଇଥିଲେ।
ସୁରକ୍ଷାକର୍ମୀଙ୍କୁ ମାତ ଦେବା ପାଇଁ ସେ ଏପରି ଯୋଜନା କରିଥିଲେ। ଘରୋଇ ସହାୟକ ଓ ଗ୍ରାମାଞ୍ଚଳରେ କାମଦାମ କରୁଥିବା ମହିଳାଙ୍କ ବେଶ ଧାରଣ କରି ସୀମା ହାଇଦର ଭାରତ-ନେପାଳ ସୀମା ଅତିକ୍ରମ କରିଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି।
ନିଜର ବେଶବୁଷା ବ୍ୟତୀତ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ସୀମା ହାଇଦରଙ୍କ ପାଖରେ ବିଭିନ୍ନ ଭାଷା ଉପରେ ଦକ୍ଷତା ରହିଛି। ନେପାଳରେ କାର୍ଯ୍ୟ କରୁଥିବା ପାକିସ୍ତାନୀ ହ୍ୟାଣ୍ଡେଲର୍ସମାନେ ସାଧାରଣତଃ ବିଭିନ୍ନ ଭାଷା ଉପରେ ଦକ୍ଷତା ରଖିଥାଆନ୍ତି। ସେମାନଙ୍କୁ ଏଥିପାଇଁ ତାଲିମ ମଧ୍ୟ ଦିଆଯାଏ।
ଭାରତରେ ବେଆଇନ କାମ କରିବାକୁ ମହିଳାମାନଙ୍କୁ ନେପାଳରୁ ପଠାଯାଏ। ସେମାନଙ୍କୁ ମଧ୍ୟ ଭାଷା ଜ୍ଞାନର ତାଲିମ ଦିଆଯାଇ ଥାଏ। ସୀମାଙ୍କ ପାଖରେ ସେ ସବୁ ଲକ୍ଷଣ ରହିଥିବାରୁ ଏଟିଏସ ଓ ଗୁଇନ୍ଦା ବିଭାଗ ତାଙ୍କର ଆଇଏସଆଇ ଲିଙ୍କ ଠାବ କରିବାକୁ ଉଦ୍ୟମ କରୁଛି।
ମେ’ ୧୩ରେ ସୀମା ଗୋଟିଏ ବସ୍ ଯୋଗେ ନେପାଳରୁ ଭାରତକୁ ଆସିଥିଲେ। ତେବେ ଜୁଲାଇ ୪ରେ ସୀମା ଓ ସଚିନଙ୍କୁ ଗିରଫ କରାଯାଇଥିଲା। ଜୁଲାଇ ୭ରେ ସେମାନଙ୍କୁ ଜାମିନ ମିଳିଥିଲା। ସେବେଠାରୁ ସୀମା, ସଚିନ ଓ ତାଙ୍କର ୪ ପିଲା ଗ୍ରେଟର ନୋଏଡାର ଗୋଟିଏ ଘରେ ରହୁଛନ୍ତି। କିଛି ଦିନ ତଳେ ପୁଲିସ୍ ସେମାନଙ୍କୁ ପୁଣି ଉଠାଇ ନେଇ ଜେରା ଆରମ୍ଭ କରିଛି।
ଏହି ଜେରା ବେଳେ ସୀମାଙ୍କ ଭାଇ ପାକିସ୍ତାନ ଆର୍ମିରେ କାମ କରୁଥିବା ଜଣାପଡ଼ିଛି। ସେହିପରି ପାକିସ୍ତାନରେ ଥିବା ସୀମାଙ୍କ ସ୍ୱାମୀ ଗୁଲାମ ହାଇଦର ମଧ୍ୟ ଏକଥାକୁ ନିଶ୍ଚିତ କରିଛନ୍ତି। ସୀମାଙ୍କ ଭାଇ ଆସିଫ ଓ ଦାଦା ଗୁଲାମ ଆକବର ଏବେ ବି ପାକିସ୍ତାନ ଆର୍ମିରେ ଅଛନ୍ତି। ଏବେ ସୀମାଙ୍କ ଭାଇ କରାଚିରେ କାମ କରୁଥିବା ଗୁଲାମ କହିଛନ୍ତି।
ହେଲିକପ୍ଟରଟି ୬ ଯାତ୍ରୀଙ୍କୁ ଧରି ଆଜି ସକାଳେ ସୋଲୁଖୁମ୍ବୁରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିଲା। ଉକ୍ତ ୬ ଜଣଙ୍କ ମଧ୍ୟରେ ୫ ଜଣ ବିଦେଶୀ ନାଗରିକ ବୋଲି ଜଣାପଡ଼ିଛି। ପ୍ରାୟ ୧୦ଟା ସମୟରେ କଣ୍ଟ୍ରୋଲ ଟାୱାର ସହ ହେଲିକପ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ହେଲିକପ୍ଟରର ଭଗ୍ନାବଶେଷ ଲାମଜୁରା ନିକଟସ୍ଥ ଗାଁରେ ପଡ଼ିଥିବା ଦେଖିବାକୁ ମିଳିଛି।
ହେଲିକପ୍ଟରଟି କାଠମାଣ୍ଡୁର ମ୍ୟାନେଜ ଏୟାରଲାଇନ୍ସର ହେଲିକପ୍ଟର ବୋଲି ଜଣାଯାଇଛି। ଏହି ଏୟାରଲାଇନ୍ସ ସଂସ୍ଥା ଦେଶରେ ଭଡ଼ା ବାବଦରେ ହେଲିକପ୍ଟର ଯୋଗାଇଥାଏ।
ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ୭୮ ବର୍ଷୀୟ ରାଷ୍ଟ୍ରପତି ପୌଡ଼େଲଙ୍କୁ ଗତ ୨ ତାରିଖରେ ନେପାଳର କାଠମାଣ୍ଡୁସ୍ଥିତ ତ୍ରିଭୁବନ ୟୁନିଭରସିଟି ଟିଚିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେବ ସତ୍ତ୍ୱେ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁନି। ତାଙ୍କ ଅକ୍ସିଜେନ ସ୍ତର କମିବାରେ ଲାଗିଛି। ତେଣୁ ଉନ୍ନତ ମାନର ଚିକିତ୍ସା ପାଇଁ ତାଙ୍କୁ ଆଜି ଭାରତ ଏୟାରଲିଫ୍ଟ କରାଯାଉଛି।
ଗତ ମାସ ନେପାଳ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ରାମଚନ୍ଦ୍ର ପୌଡେଲ ମାସକ ମଧ୍ୟରେ ଅସୁସ୍ଥତା ହେତୁ ୨ ଥର ହସ୍ପିଟାଲରେ ଭର୍ତ୍ତି ହେଲେଣି। ତାଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ଏକ ଟିମ୍ ଗଠିତ ହୋଇଥିବା ବେଳେ ଏହା ସ୍ୱାସ୍ଥ୍ୟ ବିଭାଗକୁ ନିୟମିତ ଅପଡେଟ୍ ଦେଉଥିଲା।
ଗତକାଲି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ, ଉପପ୍ରଧାନମନ୍ତ୍ରୀ ଓ ରକ୍ଷା ମନ୍ତ୍ରୀ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟର ସମୀକ୍ଷା କରିଥିଲେ। ଏହାପରେ ତାଙ୍କୁ ଭାରତ ପଠାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି।
୧୯୪୪ ମସିହା ଅକ୍ଟୋବର ୧୪ ତାରିଖରେ ବାହୁନପୋଖରୀର ଏକ ମଧ୍ୟବିତ୍ତ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ପୌଡେଲ ଅଳ୍ପ ବୟସରେ ରାଜନୀତିରେ ଯୋଗ ଦେଇଥିଲେ। ସେ ୧୯୭୦ ମସିହାରେ ନେପାଳ କଂଗ୍ରେସର ଛାତ୍ର ସଂଗଠନର ସଂସ୍ଥାପକ ସଦସ୍ୟ ହୋଇଥିଲେ। ୧୯୮୦ ମସିହାରେ ସେ ନେପାଳୀ କଂଗ୍ରେସର ତହ୍ନୁ ଜିଲ୍ଲା କମିଟିର ଉପ-ସଭାପତି ଭାବରେ ନିଯୁକ୍ତ ହୋଇଥିଲେ। ୧୯୮୭ ମସିହାରେ ତାଙ୍କୁ ପଦୋନ୍ନତି ଦିଆଯାଇଥିଲା ଏବଂ ଦଳର କେନ୍ଦ୍ରୀୟ କାର୍ଯ୍ୟ କମିଟିରେ ସ୍ଥାନ ମିଳିଲା। ସେହି ବର୍ଷ ତାଙ୍କୁ ଦଳର ପ୍ରଚାର କମିଟିର ସଦସ୍ୟ କରାଯାଇଥିଲା। ୨୦୦୫ ରେ, ପୌଡେଲ ଦଳର ସାଧାରଣ ସମ୍ପାଦକ ହୋଇଥିଲେ । ୨୦୦୭ ରେ ସେ ଦଳର ଉପାଧ୍ୟକ୍ଷ ପଦରେ ବସିଥିଲେ। ସେ ୨୦୧୫ ରେ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ମଧ୍ୟ ଦାୟିତ୍ ଗ୍ରହଣ କରିଥିଲେ। ଏହାପରେ ଗତ ମାସରେ ଦେଶର ପ୍ରଥମ ନାଗରିକ ଭାବେ ନିର୍ବାଚିତ ହୋଇଥିଲେ।
ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଅପିଲ ପରେ ନେପାଳ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପଞ୍ଜାବ ଦେ ୱାରିସ ମୁଖ୍ୟ ଅମ୍ରିତପାଲ ନେପାଳରେ ଲୁଚି ରହି ଥାଇପାରେ ବୋଲି ଅନୁମାନ କରାଯାଉଛି। ଯାଞ୍ଚ ଏଜେନ୍ସି ଅନୁମାନ କରୁଛି କି ସେ ନେପାଳରୁ ଅନ୍ୟ ଦେଶକୁ ଲୁଚିଛପି ପଳାଇ ଯାଇପାରେ। ତେଣୁ ତାକୁ ଧରିବା ପାଇଁ ନେପାଳ ସରକାର ତାକୁ ୱାଣ୍ଟେଡ ଘୋଷଣା କରିଛନ୍ତି।
ନେପାଳର ଇମିଗ୍ରେଶନ ବିଭାଗ ଅମ୍ରିତପାଲ ସିଂହକୁ ସର୍ଭିଲାନ୍ସ ଲିଷ୍ଟରେ ପକାଇଛି। ବିଭାଗ ପକ୍ଷରୁ କୁହାଯାଇଛି କି ଭାରତୀୟ ଦୂତାବାସରୁ ଏକ ଲିଖିତ ନୋଟ ଓ ଅମ୍ରିତପାଲ ସିଂହର ପାସପୋର୍ଟର ଏକ କପି ମିଳିଛି। ଦୂତାବାସ ଅନୁମାନ କରୁଛି କି ସେ ନେପାଳରେ ପହଞ୍ଚି ସାରିଛି। ଭାରତୀୟ ଦୂତାବାସ ଅମ୍ରିତପାଲ ସିଂହକୁ ସର୍ଭିଲାନ୍ସ ଲିଷ୍ଟରେ ସାମିଲ କରିବାକୁ ନେପାଳ ସରକାରଙ୍କୁୂ ଅପିଲ କରିଥିଲା।
ଭାରତୀୟ ଦୂତାବାସ ନିଜ ଅପିଲରେ କହିଥିଲା, ଅମ୍ରିତପାଲ ସିଂହକୁ ନକଲି ପାସ୍ପୋର୍ଟ ଜରିଆରେ ଅନ୍ୟ ଦେଶକୁ ପଳାୟନ କରିବାକୁ ଚେଷ୍ଟା କରିପାରେ। ଏଥିପାଇଁ ତାକୁ ଅନୁମତି ଦିଆନଯାଉ। ଯଦି ସେ ଫେରାର ହେବାକୁ ଉଦ୍ୟମ ପରେ ତେବେ ତାକୁ ତୁରନ୍ତ ଗରିଫ କରାଯାଉ।
ମିଳିଥିବା ସୂଚନା ମୁତାବକ, ଅମ୍ରିତପାଲ ସିଂହକୁ ଧରିବା ପାଇଁ ନେପାଳର ସମସ୍ତ ହୋଟେଲ ଠାରୁ ଆରମ୍ଭ କରି ଏୟାରଲାଇନ୍ସ ସମ୍ବନ୍ଧିତ ଏଜେନ୍ସିକୁ ତା’ର ବିବରଣୀ ଦିଆଯାଇଛି। ଅମ୍ରିତପାଲ ପାଖରେ ଭିନ୍ନ ଭିନ୍ନ ପରିଚୟର ଅନେକ ନକଲି ପାସ୍ପୋର୍ଟ ରହିଥିବା କୁହାଯାଉଛି। ସେ ମାର୍ଚ୍ଚ ୧୮ ତାରିଖରୁ ଫେରାର ଅଛି। ପୁଲିସକୁ ଚକ୍ମା ଦେଇ ପେରାର ହୋଇଯାଇଛି ଏହି ଖଲିସ୍ତାନୀ ନେତା। ତାକୁ ଧରିବାକୁ ପଞ୍ଜାବ ପୁଲିସ ଚେଷ୍ଟା ଜାରି ରହିଛି। ଏହାରି ଭିତରେ ପୁଲିସ ତା’ର ଅନେକ ସହଯୋଗୀଙ୍କୁ ମଧ୍ୟ ଗିରଫ କରିସାରିଛି।
ସେ କହିଛନ୍ତି ଯେ, ମୋ ବନ୍ଧୁ ରାମ ଚନ୍ଦ୍ର ପଉଡେଲ ରାଷ୍ଟ୍ରପତି ଭାବେ ନିର୍ବାଚତ୍ ହୋଇଥିବାରୁ ମୁଁ ବହୁତ ଖୁସି। ସେଠାକାର ଇଲେକ୍ଟୋରାଲ କଲେଜରେ ୮୮୪ ସଦସ୍ୟ ଅଛନ୍ତି। ହାଉସ ଅଫ ରିପପ୍ରଜେଣ୍ଟେଟିଭର ୨୭୫ ସଦସ୍ୟ, ନେସନାଲ ଏସେମ୍ବ୍ଲିର ୫୯ ଓ ସାତ ପ୍ରଭିନସିଆଲ ଏସେମ୍ବ୍ଲିର ୫୫୦ ଜଣ ସଦସ୍ୟ ତୋ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ୫୧୮ ଜଣ ଆସେମ୍ବ୍ଲି ଏବଂ ଫେଡେରାଲ ସଂସଦର ୩୧୩ ସଦସ୍ୟ ମତ ଦେଇଛନ୍ତି। ୨୦୦୮ରେ ରେ ଦେଶ ଗଣତନ୍ତ୍ର ହେବା ପରଠାରୁ ନେପାଳରେ ଏହା ହେଉଛି ତୃତୀୟ ରାଷ୍ଟ୍ରପତି ନିର୍ବାଚନ।
ନେପାଳି କଂଗ୍ରେସର ବରିଷ୍ଠ ନେତା ରାମ ଚନ୍ଦ୍ର ପଉଡେଲ ଓ ସିପିଏନ(ୟୁଏମଏଲ)ର ଉପସଭାପତି ସୁବାସ ଚନ୍ଦ୍ର ନେମବାଙ୍ଗ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ଲଢ଼ଥିଲେ। ଏ ସଂକ୍ରାନ୍ତରେ ଭୋଟ ଦେବା ପାଇଁ ସଂସଦୀୟ କୋଠାର ଏକ ଗୃହରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଦୁଇଟି ପୃଥକ ପୋଲିଂ ଷ୍ଟେସନ କରାଯାଇଥିଲା। ଫେଡେରାଲ ପାର୍ଲିଆମେଣ୍ଟେରିଆନସ ଓ ପ୍ରଭିନ୍ସ ଏସେମ୍ବ୍ଲି ମେମ୍ବର୍ସ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା ।
ନେପାଳର ସୁପ୍ରିମକୋର୍ଟ ପ୍ରତିନିଧି ସଭାର ପୁର୍ନଗଠନ ପାଇଁ ନିର୍ଦ୍ଦେଶ ଦେବା ସହ ନେପାଳୀ କଂଗ୍ରେସ ସଭାପତି ଶେର ବାହାଦୂର ଦେଉବାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶେର ବାହାଦୂର ଦୁଇ ଦିନ ଭିତରେ ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଛୋଲେନ୍ଦ୍ର ଶମସେର ରାଣାଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗତ ସପ୍ତାହରେ ଏ ସଂକ୍ରାନ୍ତ ମାମଲାର ଶୁଣାଣି ଶେଷ କରିଥିଲେ। ଆଜି ଏହାର ରାୟ ପ୍ରକାଶ ପାଇଛି। ନେପାଳର ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀ ୫ ମାସରେ ଦ୍ୱିତୀୟ ଥର ପାଇଁ ନେପାଳର ନିମ୍ନ ସଦନକୁ ମେ’ ୨୨ ତାରିଖରେ ଭାଙ୍ଗି ଦେଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ଓଲିଙ୍କ ପରାମର୍ଶକ୍ରମେ ନଭେମ୍ବର ୧୨ ଓ ନଭେମ୍ବର ୧୯ରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ତେବେ ଏଭଳି ନିର୍ଦ୍ଦେଶ ବିରୋଧରେ ପ୍ରାୟ ୩୦ଟି ଆବେଦନ ସୁପ୍ରିମକୋର୍ଟରେ କରାଯାଇଥିଲା। ବିରୋଧୀ ମେଣ୍ଟ ପକ୍ଷରୁ ଗୋଟିଏ ଆବେଦନରେ ସଂସଦର ନିମ୍ନ ସଦନକୁ ପୁଣି ଗଠନ କରିବା ସହ ନେପାଳୀ କଂଗ୍ରେସ ସଭାପତି ଶେର ବାହାଦୂରଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରାଯାଉ ବୋଲି ଦାବିତ କରାଯାଇଥିଲା। ଜୁଲାଇ ୫ରେ ସାମ୍ବିଧାନିକ ଖଣ୍ଡପୀଠ ଆବେଦନଗୁଡ଼ିକର ଶୁଣାଣି ଶେଷ କରିଥିଲେ।
ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ମାସରୁ ହିଁ ନେପାଳ ରାଜନୀତିତରେ ହଟଚମଟ ଦେଖିବାକୁ ମିଳିଛି। ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି ଭିତରେ କ୍ଷମତା କ୍ଷୁଦ୍ଧକୁ ଦେଖି ରାଷ୍ଟ୍ରପତି ଭଣ୍ଡାରୀ ନିମ୍ନ ସଦନକୁ ଭଙ୍ଗ କରିବା ସହ ଏପ୍ରିଲ ୩୦ ଓ ମେ’ ୧୦ରେ ଦେଶରେ ସାଧାରଣ ନିର୍ବାଚନ କରିବାକୁ ପ୍ରଥମେ ନିର୍ଦ୍ଦେଶ ଦେଇଥିଲେ। ତେବେ ଫେବୃଆରୀ ମାସରେ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇ ଦେଇଥିଲେ। ଏବେ ପୁଣି ସମାନ ଘଟଣା ଘଟିଛି।
ଉଭୟ ଶାସକ ଓ ବିରୋଧୀ ଦଳ ସରକାର ଗଠନ କରିବାକୁ ଦାବି କରିଥିଲେ। ହେଲେ ରାଷ୍ଟ୍ରପତି ଏହି ଦାବିକୁ ଅଗ୍ରାହ କରିଛନ୍ତି। ନଭେମ୍ବର ମାସରେ ଦେଶରେ ନିର୍ବାଚନ ହେବ ବୋଲି ସେ କହିଛନ୍ତି।
ମଧ୍ୟରାତ୍ରରେ ରାଷ୍ଟ୍ରପତି ଭବନରୁ ଜାରି ବିବୃତିରେ କୁହାଯାଇଛି ଯେ ରାଷ୍ଟ୍ରପତି ନେପାଳ ହାଉସ ଅଫ ରିପ୍ରେଜେଣ୍ଟଟେଟିଭକୁ ଭଙ୍ଗ କରିଛନ୍ତି। ଏଥିସହ ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୧୨ ଓ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ନଭେମ୍ବର ୧୯ରେ ଅନୁଷ୍ଠିତ ହେବ।
ଏହାପୂର୍ବରୁ ରାଷ୍ଟ୍ରପତି ବିଦ୍ୟା ଦେବୀ ଉଭୟ କାମଚଳା ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଓ ବିରୋଧୀ ଶେର ବାହାଦୂର ଦେଉବାଙ୍କୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ଦେଖାଇବାକୁ କହିଥିଲେ। ସେମାନଙ୍କୁ ଶୁକ୍ରବାର ସୁଦ୍ଧା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ କୁହାଯାଇଥିଲା। ଉଭୟଙ୍କ ପାଖରେ ସଂଖ୍ୟା ନଥିଲେ ହେଁ ସେମାନେ ସରକାର ଗଠନ କରିବାକୁ ଦାବି ଜଣାଇଥିଲେ। ହେଲେ ରାଷ୍ଟ୍ରପତି ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଏଥିସହ ସେ ସଂସଦକୁ ଭଙ୍ଗ କରିଛନ୍ତି।
ରାଷ୍ଟ୍ରପତି କହିଛନ୍ତି ଯେ ଓଲିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇ ପାରିବ ନାହିଁ। କାରଣ ସେ ସିପିଏନ-ୟୁଏମଏଲର ୨୬ ଜଣ ଓ ଜେଏସ୍ପିର ୧୨ ଜଣ ସାଂସଦ ତାଙ୍କ ସମର୍ଥନରେ ଅଛନ୍ତି ବୋଲି ତାଲିକା ଦେଇଥିଲେ। ଏମାନଙ୍କୁ ମିଶାଇଲେ ତାଙ୍କ ୧୫୩ ସାଂସଦଙ୍କ ଭୋଟ ରହିଥିବା ସେ ଦାବି କରିଥିଲେ।
ହେଲେ ଓଲି ଯେଉଁ ୧୬ ଓ ୧୨ ସଦସ୍ୟଙ୍କ କଥା କହୁଛନ୍ତି, ସେମାନେ ଶେର ବାହାଦୂରଙ୍କୁ ମଧ୍ୟ ସମର୍ଥନ କରୁଥିବା ଦସ୍ତଖତ କରିଛନ୍ତି। ଏପରି ସ୍ଥିତିରେ ଓଲି ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ।
ଅନ୍ୟପକ୍ଷରେ ଶେର ବାହାଦୂର ମଧ୍ୟ ୟୁଏମଏଲର ଅଧ୍ୟକ୍ଷ ହୋଇପାରିବେ ନାହିଁ ଓ ସଂସଦୀୟ ନେତା ୨୬ ଜଣଙ୍କୁ ୟୁଏମଏଲର ସାଂସଦ ଭାବେ ବିବେଚନା ନ କରିବାକୁ ଚିଠି ଲେଖିଛନ୍ତି। ତେଣୁ ତାଙ୍କ ସପକ୍ଷରେ ମଧ୍ୟ ସଂଖ୍ୟା ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି।
ଆହୁରି ପଢ଼ନ୍ତୁ: ମୋଦି ଏବଂ ମନମୋହନଙ୍କ ବାବଦରେ ନିଜ ବହିରେ ମତ ରଖିଲେ ପ୍ରଣବ
ଶ୍ରୀ ମୂଖାର୍ଜୀ ୧୧ତମ ଅଧ୍ୟାୟରେ ଏ ବାବଦରେ ଲେଖିଛନ୍ତି। ପ୍ରତ୍ୟେକ ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟଶୈଳୀ ଅଲଗା ଅଲଗା। ଯଦିଓ ସେମାନେ ଗୋଟିଏ ଗୋଟିଏ ଦଳରେ ନେତା ଥିଲେ। ଏହାର ଉଦାହରଣ ଦେବାକୁ ଯାଇ ଶ୍ରୀ ମୂଖାର୍ଜୀ ଲେଖିଛନ୍ତି, ନେହରୁ ନେପାଳକୁ ବହୁତ କୂଟନୀତିକ ଦୃଷ୍ଟିରେ ଦେଖୁଥିଲେ। ନେପାଳରେ ରାଣା ଶାସନ ପରେ ଗଣତନ୍ତ୍ର ଆସିଥିଲା। ତେଣୁ ନେହରୁ ଚାହୁଁଥିଲେ ସେଠାରେ ଗଣତନ୍ତ୍ର ବଢ଼ିବା ଦରକାର। କିନ୍ତୁ ଏହି ସମୟରେ ନେପାଳକୁ ଭାରତର ଏକ ରାଜ୍ୟ ଭାବରେ ମାନ୍ୟତା ଦେବା ପାଇଁ ନେହରୁଙ୍କୁ ତ୍ରିଭୁବନ୍ ବୀର୍ ବିକ୍ରମ ଶାହା ପରାମର୍ଶ ଦେଇଥିଲେ। ଆଉ ନେହରୁ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ନେହେରୁ ଚାହୁଁଥିରେ ନେପାଳ ଏକ ସ୍ୱାଧୀନ ଦେଶ ହୋଇ ରହୁ ତେଣୁ ସେ ଏହି ପ୍ରସ୍ତାବକୁ ଖାରଜ କରିଥିଲେ ବୋଲି ପ୍ରଣବ ଦା’ ତାଙ୍କ ବହିରେ ଲେଖିଛନ୍ତି।
ଏବେ ନେହରୁଙ୍କ ଶାସନକାଳକୁ ଇନ୍ଦିରା ଗାନ୍ଧୀଙ୍କ ସହ ତୁଳନା କରି ମୁଖାର୍ଜୀ ଲେଖିଛନ୍ତି ଯଦି ନେହରୁଙ୍କ ବଦଳରେ ଇନ୍ଦିରା ଗାନ୍ଧୀ ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଥାନ୍ତେ, ତେବେ ସେ ଏହି ସୁଯୋଗକୁ ହାତଛଡା କରି ନଥାନ୍ତେ।
ମୃତ୍ୟୁ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୂଖାର୍ଜୀ ‘ଦ ପ୍ରେସିଡେନଶିଆଲ ଇୟର୍ସ’ ବହି ଲେଖିଥିଲେ। ଏହି ବହିଟି ମଙ୍ଗଳବାର ପ୍ରକାଶିତ ହୋଇଛି। ବହି ପ୍ରକାଶ ପାଇବାକୁ ନେଇ ପ୍ରଣବଙ୍ଗ ପୁଅ ଏବଂ ଝିଅ ମଧ୍ୟରେ ମତଭେଦ ରହିଥିଲେ ମଧ୍ୟ ଶେଷରେ ଏହି ବହି ପ୍ରକାଶିତ ହୋଇଛି।
ଗୁଓ ନେପାଳରେ ପହଞ୍ଚିବା ପରେ ନେପାଳବାସୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଚାଇନା ଦୂତାବାସକୁ ଘେରି ଯାଇ ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପକୁ ବିରୋଧ କରିଛନ୍ତି ନେପାଳବାସୀ। ଗୋ ବ୍ୟାକ ନାରା ଦେବାସହିତ ନେପାଳର ଜମିକୁ ଫେରାଇ ଦେବା ପାଇଁ ଦାବି କରିଛନ୍ତି ଲୋକେ।
ସୂଚନାଯୋଗ୍ୟ, ନେପାଳ ନିକଟରେ ଏକ ନୂଆ ମାନଚିତ୍ର ପ୍ରକାଶ କରିଥିଲା। ଭାରତର କିଛି ଅଂଶକୁ ଜୋର ଜବରଦସ୍ତି ନିଜର ବୋଲି ଦାବି କରିଛି ନେପାଳ। ଚାଇନା ସମର୍ଥନରେ ନେପାଳ ତା’ର ସଂଶୋଧିତ ମ୍ୟାପ୍କୁ ସଂସଦରେ ପାସ୍ କରାଇଥିଲା। ଏଥିରେ ଭାରତର ଲିପୁଲେଖ, ଲିମପିୟାଧୁରା ଓ କଲାପାନୀକୁ ନେପାଳ ନିଜର ବୋଲି ଦର୍ଶାଇଛି। ସେହି ଦିନଠାରୁ କେ.ପି ଶର୍ମା ଓଲି ଦଳରୁ ସମାଲୋଚିତ ହୋଇ ଆସୁଥିଲେ।
ଏହାପରେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ କେପି ଶର୍ମା ସଂସଦ ଭାଙ୍ଗି କରିବାକୁ ପରାମର୍ଶ ଦେଇଥିଲେ। ଯାହାକୁ ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀ ଅନୁମୋଦନ ଦେଇଥିଲେ। ଏହା ପରେ ଏପ୍ରିଲ-ମେ ମାସରେ ନିର୍ବାଚନ ହେବ ବୋଲି ଘୋଷଣା ହୋଇଛି। ଗତ ବୁଧବାର ଅପରାହ୍ନରେ ଓଲି ଏବଂ ଦହଲଙ୍କ ଦଳ ମଧ୍ୟରେ ଏକ ବୈଠକ ହୋଇଥିଲା ଯେଉଁଥିରେ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ସର୍ବସମ୍ମତି କ୍ରମେ ଦଳର ସଂସଦୀୟ ନେତା ଭାବରେ ନିର୍ବାଚିତ ହୋଇଛନ୍ତି।
ଅଧିକ ପଢ଼ନ୍ତୁ : ବିପଦ ବାରିଲା ମା’ ହାତୀ, ୨ ଜଣଙ୍କୁ କଚାଡ଼ି ଦେଲା
ଗତ ମାସ ପ୍ରଧାନମନ୍ତ୍ରୀ ଓଲି ନେପାଳର ଠୋରି ନିକଟସ୍ଥ ଅଯୋଧ୍ୟାପୁରୀରେ ଭଗବାନ ରାମଙ୍କ ଜନ୍ମସ୍ଥାନ ଥିବା ଦାବି କରିଥିଲେ। ସେ କହିଥିଲେ, ପ୍ରକୃତରେ ପ୍ରଭୁ ଶ୍ରୀରାମ ନେପାଳରେ ଜନ୍ମ ହୋଇଥିଲେ। ଭାରତ ଉତ୍ତରପ୍ରଦେଶକୁ ଶ୍ରୀରାମଙ୍କ ଜନ୍ମଭୂମି ବୋଲି ଦର୍ଶାଇ ନିଜର ସାଂସ୍କୃତିକ ସୀମା ଅତିକ୍ରମଣ କରୁଛି ବୋଲି ସେ ଅଭିଯୋଗ କରିଥିଲେ।
ପ୍ରଧାନମନ୍ତ୍ରୀ ଓଲିଙ୍କ ଏଭଳି ବୟାନ ପରେ ଚାରିଆଡ଼େ ତାଙ୍କୁ ତୀବ୍ର ସମାଲୋଚନା କରାଗଲା ଏବଂ ଭାରତୀୟମାନେ ଏହାକୁ ଖୁବ୍ ବିରୋଧ ମଧ୍ୟ କରିଥିଲେ। ନେପାଳରେ ମଧ୍ୟ ରାଜନୈତିକ ଦଳ ଏବଂ ସାଧାରଣ ଲୋକେ ଓଲିଙ୍କ ଏଭଳି ବୟାନକୁ ନିନ୍ଦା କରିଥିଲେ। ଏପରି କି ଖୋଦ୍ ଓଲିଙ୍କ ଦଳୀୟ ନେତାମାନେ ମଧ୍ୟ ତାଙ୍କୁ ବିରୋଧ କରିଥିଲେ। ତଥାପି ପ୍ରଧାନମନ୍ତ୍ରୀ ଓଲି ନିଜ ବୟାନରୁ ଓହରିଲେ ନାହିଁ। ଆଉ ଏବେ ନେପାଳରେ ମଧ୍ୟ ଅଯୋଧ୍ୟା ଭଳି ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି।
ନେପାଳର ସରକାରୀ ନ୍ୟୁଜ୍ ଏଜେନ୍ସି ରାଷ୍ଟ୍ରୀୟ ସମାଚାର ସମିତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ଓଲି ଠୋରି ଏବଂ ମାଡିର ସ୍ଥାନୀୟ ପ୍ରତିନିଧିମାନଙ୍କୁ ଫୋନ ମାଧ୍ୟମରେ କାଠମାଣ୍ଡୁ ଡାକି ପ୍ରଭୁ ରାମଙ୍କ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ କରିବାକୁ ସମସ୍ତ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସେହିଭଳି ପ୍ରଧାନମନ୍ତ୍ରୀ ଓଲି ଠୋରି ନିକଟସ୍ଥ ମାଡି ମ୍ୟୁନିସିପାଲିଟିର ନାଁ ବଦଳାଇ ଅଯୋଧ୍ୟାପୁରୀ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆଖ ପାଖ ଅଞ୍ଚଳକୁ ଅଧିଗ୍ରହଣ କରି ଅଯୋଧ୍ୟା ଭଳି ବିକଶିତ କରିବା ସହ ରାମଙ୍କ ଜନ୍ମସ୍ଥାନରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କରିବାକୁ ଏବଂ ରାମ-ସୀତା ଓ ଲକ୍ଷଣଙ୍କ ଏକ ବୃହତ୍ ପ୍ରତିମା ସ୍ଥାପନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଓଲି।
ସୂଚନା ଥାଉକି, ରାଷ୍ଟ୍ରୀୟ ସମାଚାର ସମିତିରକ ତଥ୍ୟ ଅନୁଯାୟୀ, ଆଗାମୀ ଦଶହରାରେ ରାମନବମୀ ଅବସରରେ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ କରାଯିବ। ତେବେ2 ବର୍ଷ ପରେ ପୁଣି ରାମନବମୀ ଅବସରରେ ହିଁ ମୂର୍ତ୍ତିର ଅନାବରଣ କରାଯିବା ଲକ୍ଷ୍ୟ ନେଇ ସମସ୍ତ କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି।
ଅନ୍ୟପଟେ ମନ୍ଦିର ନିର୍ମାଣ ଲାଗି ନେପାଳ ସରକାର ସମସ୍ତ ଆର୍ଥିକ ସହଯୋଗ ଯୋଗାଇଦେବେ। ପ୍ରଧାନମନ୍ତ୍ରୀ
ଓଲି କହିଛନ୍ତି ଯେ, ରାମାୟଣ ସହ ଜଡ଼ିତ ଅଯୋଧ୍ୟାପୁରୀ ତଥା ଏହାର ଆଖପାଖ ଅଞ୍ଚଳ ମଧ୍ୟ ବିକାଶ କରାଯିବ। ମାଡ଼ି ନିକଟରେ ଥିବା ବାଲ୍ମିକି ଆଶ୍ରମ, ସୀତା ବନବାସ ସମୟର ଜଙ୍ଗଲ, ଲବକୁଶଙ୍କ ଜନ୍ମ ସ୍ଥାନ ଆଦି ସ୍ଥାନ ମଧ୍ୟ ବିକାଶ କରାଯିବ।
ନେପାଳରେ ରାଜନୀତିକ ସଙ୍କଟ ଦେଖାଦେଇଥିବା ବେଳେ ଜୁଲାଇ ଆରମ୍ଭରେ ନେପାଳ ସରକାର ଭାରତୀୟ ନ୍ୟୁଜ୍ ଚ୍ୟାନେଲ ଗୁଡିକର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହା ପରେ ନେପାଳ ଗଣମାଧ୍ୟମ ଭାରତୀୟ ଗଣମାଧ୍ୟମକୁ ସମାଲୋଚନା କରିଥିଲା।
https://twitter.com/ANI/status/1289862802987835392
ନେପାଳ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ନେପାଳ କମ୍ୟୁନିଷ୍ଟ ପାର୍ଟି ମୁଖପାତ୍ର ନାରାୟଣ କାଜି କହିଛନ୍ତି ଯେ ନେପାଳ ସରକାର ଏବଂ ଆମ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଭାରତୀୟ ଗଣମାଧ୍ୟମରେ ବିଭ୍ରାନ୍ତିକର ପ୍ରଚାର କରିଥିଲା। ଯାହାକି, ସମସ୍ତ ସୀମା ଅତିକ୍ରମ କରିଥିଲା। ଏବେ ନେପାଳ ସରକାର ଭାରତୀୟ ଗଣମାଧ୍ୟମକୁ ପୁଣିଥରେ ଅନ୍ ଏୟାର କରିଛି।
ସୂଚନାଯୋଗ୍ୟ, ନେପାଳ ନିକଟରେ ଏକ ନୂଆ ମାନଚିତ୍ର ପ୍ରକାଶ କରିଥିଲା। ସେହି ଦିନଠାରୁ ନେପାଳରେ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ବୈଦେଶିକ ନୀତି ସମାଲୋଚନା ହୋଇଥିଲା। ଏବେ ତାଙ୍କ ଦଳ ଭିତରେ ଇସ୍ତଫା ଦାବି ଜୋରି ଧରିଛି।
ଶାସକ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟିର ନେତା ଓଲିଙ୍କ ଘୋର ବିରୋଧୀ କୁହାଯାଉଥିବା ପୁଷ୍ପ କମଳ ଦହଳ (ପ୍ରଚଣ୍ଡ)ଙ୍କ ସମର୍ଥକ ମାଧବ ନେପାଳଙ୍କ ସହ ହାଓ ୟା ଆଲୋଚନା କରିଥିବା ସୂଚନା ରହିଛି। ଓଲିଙ୍କ ପାଇଁ ବିରୋଧୀ ଦଳ ଯେତେ କଣ୍ଟା ନୁହଁ, ତାଠୁ ବଡ଼ କଣ୍ଟା ପାଲଟିଛି ତାଙ୍କ ଦଳ ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳ। ଓଲିଙ୍କ ଭବିଷ୍ୟତ ନେଇ ସୋମବାର ଦଳରେ ସ୍ଥାୟୀ ସମିତି ବୈଠକ ହେବାର ଥିଲା। ଏବେ କିନ୍ତୁ ଚୀନ ଦୂତାବାସ ମୁଣ୍ଡ ପୁରାଇବା ପରେ ଏହି ବୈଠକକୁ ବୁଧବାର ଯାଏ ସ୍ଥଗିତ ରଖାଯାଇଛି। ଏ ନେଇ ଓଲିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ହେଲେ ବୈଠକ ସ୍ଥଗିତ ହେବାର କାରଣ ଦର୍ଶାଯାଇ ନାହିଁ।
ସେହିପରି ଶନିବାର ଯାଏ ୪୫ ସଦସ୍ୟଙ୍କୁ ନେଇ ବସିବାକୁ ଥିବା ବୈଠକ ମଧ୍ୟ ବାତିଲ୍ କରାଯାଇଛି।