ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ସିଂହପୁର ପଞ୍ଚାୟତ ୮,୯,୧୦ ୱାର୍ଡ। ୫୦୦ ଲୋକ ବାସକରନ୍ତି। ସେଥିରୁ ୨୦୦ରୁ ଅଧିକ ରାସନକାର୍ଡ ହିତାଧିକାରୀ। ହେଲେ ଦୁଃଖର ବିଷୟ ଡିଲର ଅଖିଳ ବେହେରା ସବୁ ହିତାଧିକାରୀଙ୍କୁ ରାସନ ଚାଉଳ ଦେଉନାହାନ୍ତି। ଚାଉଳ ମାଗିବାକୁ ଗଲେ ଆଜି କାଲିର ବାହାନା କରୁଛନ୍ତି। ଆଉ ବେଳେବେଳେ ବେଆଇନ ଭାବେ ଟୋକନ ଧରାଇ ଦେଉଛି ଡିଲର। ସେ କେବଳ ନିଜର ପରିଚିତ ଲୋକଙ୍କୁ ଚାଉଳ ଦେଉଥିବା ଅଭିଯୋଗ ହେଛ।
ଗତ ସେପ୍ଟେମ୍ୱର ମାସରୁ ଆଜିପର୍ଯ୍ୟନ୍ତ ହିତାଧିକାରୀ ମାନେ ଚାଉଳ ପାଇନାହାନ୍ତି। ଏହାକୁ ନେଇ ହିତାଧିକାରୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ମଙ୍ଗଳବାର ଦିନ ହିତାଧିରୀ ଡିଲରଙ୍କୁ ଘେରିଥିଲେ। ଚାଉଳ ଦେବାକୁ ଦାବି କରିଥିଲେ। ହେଲଷ ଡିଲର ମହାଶୟ ଚାଉଳ ଦେବା ପରିବର୍ତ୍ତେ ଧମକ ଚମକ ଦେଉଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି।
ଗାଁର ହିତାଧିକାରୀ ପ୍ରଭାସିନି ବେହେରା କହିଛନ୍ତି, ଡିଲର ବସ୍ତା ବସ୍ତା ଚାଉଲ ବାହାରେ ବିକିଦେଉଛନ୍ତି। ହେଲେ ଆମକୁ ଦେଉନି। ଆମ ଘରେ ଚାଉଳ ନାହିଁ। ଚାଉଳ ମାଗିଲେ ଡିଲର ମନା କରୁଛି। ଆମେ ଗରିବ ଲୋକ ପରିବାର କେମିତି ଚଳିବ ବୋଲି ପ୍ରଭାସିନି କହିଛନ୍ତି।
ଅନ୍ୟ ଜଣେ ହିତାଧିକାରୀ ପ୍ରଶାନ୍ତ କୁମାର ପାଣ୍ଡବ କହିଛନ୍ତି, ଡିଲର ଅଖିଳ ବେହେରା ସେପ୍ଟେମ୍ୱର ମାସରୁ ଟୋକନ୍ ଦେଇଛନ୍ତି। ତିନିମାସର ୧୦୫ କେଜି ଚାଉଳ ପାଇବି। ହେଲେ ଆଜି ପର୍ଯ୍ୟନ୍ତ ଚାଉଳ ଦେଉନି ଡିଲର। ଚାଉଳ ମାଗିଲେ ଖରାପ ଭାଷାରେ ଗାଳି ଗୁଲଜ କରୁଛନ୍ତି ବୋଲି ପାଣ୍ଡବ କହିଛନ୍ତି।
ଅନ୍ୟପଟେ ଏହି ଘଟଣା ଜଣା ପଡିବାପରେ ବିଝାଂରପୁର ବ୍ଲକ ଯୋଗାଣ ଅଧିକାରୀ ଘଟରାର ତଦନ୍ତ କରୁଛନ୍ତି। ଯଦି କୌଣସି ତ୍ରୁଟି ଥିବ, ତାହାହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯାଜପୁର ଉପଜିଲ୍ଲାପାଳ କହିଛନ୍ତି।
ରିପୋର୍ଟ- ଯାଜପୁରରୁ ସଂଜୀବ ନାୟକ
ସୃଜନର ଏକାଧିକ ଧାରାରେ ପାଦ ଥାପିଥିଲେ କମଳ ଦେଶର ରାଜକୁମାର ପ୍ରଫୁଲ୍ଲ କର। ଏକାଧାରରେ ସେ ଜଣେ ସଂଗୀତଜ୍ଞ, ଗୀତିକାର, ଲେଖକ, ସ୍ତମ୍ଭକାର ଭାବେ ପରିଚିତ ଥିଲେ। ଚଳଚ୍ଚିତ୍ର ସଂଗୀତ, ଲଘୁ ସଂଗୀତ, ଭକ୍ତି ସଂଗୀତ ଓ ଓଡ଼ିଶୀ ସଂଗୀତରେ ତାଙ୍କର ଥିଲା ଅନନ୍ୟ ପାରଦର୍ଶୀତା । ଗାୟନ କଳା ସହ ସଂଗୀତ ନିର୍ଦ୍ଦେଶନା ଓ ଗୀତ ରଚନାରେ ମଧ୍ୟ ସେ ଜୀବନ ବ୍ୟାପୀ ତପସ୍ୟା କରିଥିଲେ। ତାଙ୍କ ଅନବଦ୍ୟ ସୃଷ୍ଟି ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରାଇଥିଲା। ପରିଣତ ବୟସ ପର୍ଯ୍ୟନ୍ତ ସେ ସଙ୍ଗୀତ ସାଧନାରେ ବ୍ରତୀ ଥିଲେ । କଳା କ୍ଷେତ୍ରକୁ ଅତୁଳନୀୟ ଅବଦାନ ଲାଗି ୨୦୧୫ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିବା ବେଳେ ୨୦୦୪ ମସିହାରେ ଜୟଦେବ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଥିଲା।
[caption id="attachment_728207" align="aligncenter" width="650"] ପ୍ରଫୁଲ୍ଲ କରଙ୍କ ମୃତଦେହ ନିକଟରେ ଶୋକାକୂଳ ପରିବାରବର୍ଗ ।[/caption]
୧୯୩୯ ମସିହା ଫେବୃଆରୀ ୧୬ ତାରିଖରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ ସୁନାମଧନ୍ୟ ସଙ୍ଗୀତଜ୍ଞ ପ୍ରଫୁଲ କର । ୪୦ରୁ ଅଧିକ ଓଡ଼ିଶା ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ପ୍ରଫୁଲ କର ୫ଟି ବଙ୍ଗଳା ଫିଲ୍ମରେ ବି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଜୀବନ ବ୍ୟାପୀ ସଙ୍ଗୀତ ସାଧନା ପାଇଁ ଏକାଧିକ ପୁରସ୍କାର ଓ ମାନ ସମ୍ମାନରେ ସମ୍ମାନିତ ହୋଇଥିଲେ।
‘ ବନ୍ଧୁ ମହାନ୍ତି’ ଫିଲ୍ମ ୧୯୭୭ ମସିହାରେ ତାଙ୍କୁ ଘରେ ଘରେ ପରିଚୟ ଦେଇଥିଲା । ଏହି ସିନେମାର ‘ମହାବାହୁ’ ଗୀତ ପାଇଁ ବେଶ୍ ଲୋକପ୍ରିୟ ହୋଇଥିଲେ ପ୍ରଫୁଲ କର । ପରେ ‘ବଳୀଦାନ’ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇ ଓଡ଼ିଆ ସିନେ ସଙ୍ଗୀତ ଜଗତରେ ଇତିହାସ ସୃଷ୍ଟି କରିଥିଲେ ପ୍ରଫୁଲ କର । କଳାପ୍ରିୟ ପରିବାରରୁ ଆସିଥିବା ପ୍ରଫୁଲ୍ଲ କରଙ୍କ ପରପିଢ଼ୀ ମଧ୍ୟ ସଙ୍ଗୀତ ପ୍ରତି ଉତ୍ସର୍ଗୀକୃତ । ତାଙ୍କ ବିୟୋଗରେ ଓଡ଼ିଶାର ସଙ୍ଗୀତ ତଥା କଳା ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।
[caption id="attachment_728208" align="aligncenter" width="650"] ଫ୍ରଫୁଲ୍ଲ କରଙ୍କ ମୃତ୍ୟୁ ଖବର ଶୁଣି ଧାଇଁ ଆସିଥିବା ବନ୍ଧୁ ପରିଜନ ।[/caption]
ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରପୁଲ୍ଲ କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଶ୍ରୀଯୁକ୍ତ ପ୍ରଫୁଲ୍ଲ କରଙ୍କ ଦେହାନ୍ତ ଖବର ଶୁଣି ମର୍ମାହତ । ଓଡ଼ିଆ ସଂଗୀତ ଓ ସଂସ୍କୃତି ପାଇଁ ତାଙ୍କର ଅନନ୍ୟ ଯୋଗଦାନ ତାଙ୍କୁ ସ୍ମରଣୀୟ କରି ରଖିବ । ସେ ଅନେକ ପ୍ରତିଭାର ଅଧିକାରୀ ଥିବା ବେଳେ ତାଙ୍କ ସୃଜନଶୀଳତା କାର୍ଯ୍ୟରେ ପ୍ରତିଫଳିତ ହୁଏ । ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା ଜଣାଉଛି ବୋଲି ଟ୍ୱିଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଶ୍ରୀଯୁକ୍ତ ପ୍ରଫୁଲ୍ଲ କରଙ୍କ ଦେହାନ୍ତ ଖବର ଶୁଣି ମର୍ମାହତ । ଓଡ଼ିଆ ସଂଗୀତ ଓ ସଂସ୍କୃତି ପାଇଁ ତାଙ୍କର ଅନନ୍ୟ ଯୋଗଦାନ ତାଙ୍କୁ ସ୍ମରଣୀୟ କରି ରଖିବ । ଶ୍ରୀଯୁକ୍ତ କର ଅନେକ ପ୍ରତିଭାର ଅଧିକାରୀ ଏବଂ ତାଙ୍କର ସୃଜନଶୀଳତା କାର୍ଯ୍ୟରେ ପ୍ରତିଫଳିତ ହୁଏ । ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି ।
— Narendra Modi (@narendramodi) April 18, 2022
ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ଘଟାଇଛି। ତାଙ୍କର ସ୍ୱତନ୍ତ୍ର ସଙ୍ଗୀତ ରଚନା ଶୈଳୀ ଲୋକଙ୍କ ହୃଦୟରେ ତାଙ୍କୁ ସର୍ବଦା ଅମର କରି ରଖିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ବୋଲି ଟ୍ୱିଟ କରି ଶୋକ ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ଘଟାଇଛି। ତାଙ୍କର ସ୍ୱତନ୍ତ୍ର ସଙ୍ଗୀତ ରଚନା ଶୈଳୀ ଲୋକଙ୍କ ହୃଦୟରେ ତାଙ୍କୁ ସର୍ବଦା ଅମର କରି ରଖିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।
— Naveen Patnaik (@Naveen_Odisha) April 18, 2022
ଗାୟକ, ନିର୍ଦ୍ଦେଶକ ତଥା ଗୀତିକାର ଭାବରେ ତାଙ୍କର କୃତି ଓ କୀର୍ତ୍ତି ଚିର ସ୍ମରଣୀୟ ରହିବ ବୋଲି ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗ ଓ ପ୍ରଫୁଲ୍ଲ ସଙ୍ଗୀତପ୍ରେମୀମାନଙ୍କୁ ସମବେଦନା ଜଣାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ l
ଓଡିଶା ସଙ୍ଗୀତ ଜଗତର କିମ୍ବଦନ୍ତୀ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପରଲୋକରେ ମାନ୍ୟବର ରାଜ୍ୟପାଳ ଗଭୀର ଶୋକ ପ୍ରକାଶ କରିଛନ୍ତି l ଗାୟକ, ନିର୍ଦ୍ଦେଶକ ତଥା ଗୀତିକାର ଭାବରେ ତାଙ୍କର କୃତି ଓ କୀର୍ତ୍ତି ଚିର ସ୍ମରଣୀୟ ରହିବ ବୋଲି ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗ ଓ ପ୍ରଫୁଲ୍ଲ ସଙ୍ଗୀତପ୍ରେମୀମାନଙ୍କୁ ସମବେଦନା ଜଣାଇଛନ୍ତି l
— Governor Odisha (@GovernorOdisha) April 18, 2022
ଓଡିଶା ସଙ୍ଗୀତ ଜଗତର କିମ୍ବଦନ୍ତୀ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ପରଲୋକରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ତାଙ୍କ ବିୟୋଗ ଓଡ଼ିଶା ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ବୈଜୟନ୍ତ ପଣ୍ଡା ନିଜ ଶୋକବାର୍ତ୍ତାରେ ଉଲ୍ଲେଖ କରିଛନ୍ତି । ପ୍ରଫୁଲ୍ଲଙ୍କ ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି ।
ଓଡ଼ିଆ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ!
ସୁପ୍ରସିଦ୍ଧ କଣ୍ଠଶିଳ୍ପୀ, ବିଶିଷ୍ଟ ସଙ୍ଗୀତକାର, ଗାଳ୍ପିକ ତଥା ସ୍ତମ୍ଭକାର, 'କମଳ ଦେଶର ରାଜକୁମାର' ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ।
ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।
ଓଁ ଶାନ୍ତି 🙏🙏 pic.twitter.com/VuQAyBV7ng— Baijayant Panda Odia (@Panda_Odia) April 17, 2022
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଫୁଲ୍ଲଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଟ୍ୱିଟ କରି କହିଛନ୍ତି, ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ, ସିନେମା ଓ ଆଧୁନିକ ସଙ୍ଗୀତରେ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ସେ ଲୋକଙ୍କ ମନରେ ଚିର ସ୍ମରଣୀୟ ହୋଇ ରହିବେ ।
ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ଗୀତିକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ, ସିନେମା ଓ ଆଧୁନିକ ସଙ୍ଗୀତରେ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ସେ ଲୋକଙ୍କ ମନରେ ଚିର ସ୍ମରଣୀୟ ହୋଇ ରହିବେ । pic.twitter.com/VrnyPDjKAy
— Dharmendra Pradhan (@dpradhanbjp) April 17, 2022
ପ୍ରଫୁଲ୍ଲଙ୍କ ବିୟୋଗରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଗଭୀର ଗଭୀର ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶାର ସଙ୍ଗୀତ ଓ କଳା କ୍ଷେତ୍ରରୁ ଏକ ଉଜ୍ଜ୍ୱଳ ନକ୍ଷତ୍ରର ଅବସାନ ଘଟିଲା ବୋଲି ସେ କହିଛନ୍ତି ।
https://youtu.be/UhBEzx_B-oE
ମୃତ ଯୁବକଙ୍କ ନାଁ ରମେଶ ମଲ୍ଲିକ। ତାଙ୍କ ଭାଇ ବାବୁଲା ମଲ୍ଲିକ ଗୁରୁତର ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଅଭିଯୁକ୍ତର ନାଁ କାଠିଆ ସ୍ୱାଇଁ।
ଗତକାଲି ବିଳମ୍ବିତ ରାତିରେ କାଦୁଆ ଗାଁର ପଞ୍ଚାନନ ମଲ୍ଲିକଙ୍କ ଦାଣ୍ଡରେ ଥିବା କଦଳୀ ଗଛରୁ କାଠିଆ କଦଳୀ ଚୋରି କରୁଥିଲା। ଏହି ସମୟରେ ପଞ୍ଚାନନଙ୍କ ଦୁଇ ପୁଅ ରମେଶ ଓ ବାବୁଲା ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ତେବେ କାଠିଆ ଖସି ପଳାଇଥିଲା। କିନ୍ତୁ ରମେଶ ଓ ବାବୁଲା ଛାଡ଼ି ନଥିଲେ। ସେମାନେ ବାଇକ୍ରେ ତାକୁ ପିଛା କରିଥିଲେ।
ବେଣାଗାଡ଼ିଆ ଗାଁରେ ସେମାନେ କାଠିଆକୁ କାବୁ କରିବାରେ ସଫଳ ହୋଇଥିଲେ। ତେବେ ସେହି ସମୟରେ ସେ କଦଳୀ କାନ୍ଧି କାଟିବାରେ ବ୍ୟବହାର କରିଥିବା ଛୁରୀରେ ରମେଶଙ୍କୁ ଭୁସି ଦେଇଥିଲା। ରମେଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବାବୁଲାଙ୍କୁ ମଧ୍ୟ କାଠିଆ ଆକ୍ରମଣ କରିଥିଲା।
ପଞ୍ଚାନନଙ୍କ ଅଭିଯୋଗ କ୍ରମେ ଖଣ୍ଡପଡ଼ା ପୁଲିସ୍ କାଠିଆ ସ୍ୱାଇଁକୁ ଅଟକ ରଖି ଘଟଣାର ତଦନ୍ତ କରୁଛି। କାଠିଆ ପୂର୍ବରୁ ବାଇକ୍ ଆଦି ଚୋରି କରିଥିବା ପୁଲିସ୍ କହିଛି।
ଘଟଣା ସଂପର୍କରେ ପଚାରିବାରୁ କାଠିଆ କହିଛି, ମୁଁ କଦଳୀ ଚାରିଟା ଧରିକି ଆସୁଥିଲି। କଦଳୀ ଗୁଡ଼ାକ ସେମାନଙ୍କର କହି ସେମାନେ (ରମେଶ ଓ ବାବୁଲା) ମୋତେ ପିଟିଲେ। ମୋର ତ ପୁଣି ଇଜ୍ଜତ ଅଛି। ବିନା କାରଣରେ ମୋତେ ଚୋର କହି ବାଡ଼େଇ ଦେଲେ। ମୁଁ ପୁଣି ନିଜ ଜୀବନ ବଞ୍ଚାଇବି ନା ନାହିଁ।
୧୯୮୬ ବ୍ୟାଚ୍ର ଆଇଏଏସ୍ ଅଫିସର ଶ୍ରୀ ମହାପାତ୍ରଙ୍କୁ ଡିସେମ୍ବର ୨୫ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା। ଗତକାଲି ଅସିତ କୁମାର ତ୍ରିପାଠୀ ଅବସର ନେବା ପରେ ଆଜି ସେ ଏହି ଦାୟିତ୍ୱ ନେଇଛନ୍ତି।
ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବା ପରେ ସୁରେଶ ମହାପାତ୍ର କହିଛନ୍ତି, ନୂଆ ବର୍ଷରେ ଓଡ଼ିଶାବାସୀଙ୍କ ଜୀବନ ସୁଖପ୍ରଦ ଓ ମଙ୍ଗଳମୟ ହେଉ। ଏଥିପାଇଁ ମୁଁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଦୃଷ୍ଟି ଦିଆଯିବ। ଯେଉଁ ପ୍ରୋଜେକ୍ଟ ଓ ସ୍କିମ୍ଗୁଡ଼ିକୁ ଆରମ୍ଭ କରାଯାଇଛି, ସେଗୁଡ଼ିକୁ କେମିତି ଅଧିକ ତ୍ୱରାନ୍ୱିତ କରାଯାଇପାରିବ, ସେଥିପ୍ରତି ଦୃଷ୍ଟି ଦିଆଯିବ।
ସୂଚନାଯୋଗ୍ୟ, ଶ୍ରୀ ମହାପାତ୍ର ରାଜ୍ୟ ସରକାରଙ୍କର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି। ସେ ଏକାଧିକ ଜିଲ୍ଲାର ଜିଲ୍ଲାପାଳ ରହିଥିଲେ। ସେ ଜଳ ସଂପଦ, ଜଙ୍ଗଲ ଓ ପରିବେଶ, ଶକ୍ତି, ଗୃହ, କୃଷି ଓ ଶିଳ୍ପ ଭଳି ପ୍ରମୁଖ ବିଭାଗ ଗୁଡ଼ିକରେ କାର୍ଯ୍ୟ କରିଛନ୍ତି। ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରିବା ସହିତ ବହୁ ସମୟ ଧରି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଦାୟିତ୍ୱ ମଧ୍ୟ ତୁଳାଇଛନ୍ତି।
ନୂଆ ଉନ୍ନୟନ କମିଶନର ଭାବେ ନିଯୁକ୍ତି ପାଇଥିବା ୧୮୮୯ ବ୍ୟାଚ୍ର ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନା ମଧ୍ୟ ଆଜି ତାଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି। ୯ଜଣ ବରିଷ୍ଠ ଆଇଏଏସଙ୍କୁ ପଛରେ ପକାଇ ସେ ଏହି ପଦରେ ନିଯୁକ୍ତି ପାଇଛନ୍ତି।
ଅନ୍ୟପକ୍ଷରେ ଚାକିରିରୁ ଅବସର ନେଇଥିବା ଅସିତ କୁମାର ତ୍ରିପାଠୀଙ୍କୁ ସରକାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ମଧ୍ୟ ସେ କାର୍ଯ୍ୟ କରିବେ। ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷି ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ।
https://twitter.com/AsharqNews/status/1344237360859504640?s=20
ୟେମେନ ଓ ସାଉଦି ଆରବ ଏହି ଭୟଙ୍କର ଆକ୍ରମଣ ପାଇଁ ଇରାନର ସମର୍ଥିତ ହୁତୀ ସଂଗଠନକୁ ଦାୟୀ କରିଛି। ତେବେ ହୁତୀ ସଂଗଠନ ଏହି ଆକ୍ରମଣର ଖଣ୍ଡନ କରିଛି। ଏହି ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ବିସ୍ଫୋରଣ କାରଣରୁ ଅନେକ ଲୋକଙ୍କର ଜୀବନ ଯିବା ସହ ବହୁ କ୍ଷତି ହୋଇଥିବା ସୂଚନା ମିଳିଛି।
https://twitter.com/ANI/status/1344268835109494784?s=20
ଏହି ବିସ୍ଫୋରଣର ଲାଇଭ୍ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହେଉଛି। ଗୋଟିଏ ମିସାଇଲ୍ ଏକ ପକ୍କା ସଡକକୁ ଟାର୍ଗେଟ୍ କରୁଛି। ଆକ୍ରମଣ ବେଳେ ପ୍ରବଳ ଗୁଳିବର୍ଷା ହୋଇଥିବା ଶବ୍ଦ ଶୁଣିବାକୁ ମିଳିଛି। ଭିଡିଓରେ ଆହୁରି ଦେଖିବାକୁ ମିଳିଛି ଯେ ଯେଉଁମାନେ ବିମାନରୁ ଓହ୍ଲାଇ ବାହାରକୁ ଆସୁଥିଲେ, ଆକ୍ରମଣ ପରେ ସେମାନେ ପୁଣିଥରେ ବିମାନ ଭିତରକୁ ଦୌଡ଼ି ପଳାଇଥିଲେ।
ସରକାରୀ ବିମାନରେ ଯାତ୍ରା କରୁଥିବା ୟେମେନର ସଞ୍ଚାର ମନ୍ତ୍ରୀ ନଜୀବ ଅଲ୍ ଅବଗ କହିଛନ୍ତି, ସେ ଦୁଇଟି ଧମାକାର ଶବ୍ଦ ଶୁଣିଛନ୍ତି ଏବଂ ଲାଗିଲା ଯେପରି ଏହା କୌଣସି ଡ୍ରୋନ୍ ଆକ୍ରମଣ ଥିଲା। ୟେମେନର ପ୍ରଧାନମନ୍ତ୍ରୀ ମଇନ ଅବଦୁଲ୍ ମଲିକ ସଇଦଙ୍କୁ ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ଏୟାରପୋର୍ଟ ବାହାରକୁ ଅଣାଯାଇଛି। ଏହି ଦୁର୍ଘଟଣାରେ ୟେମେନର ସମସ୍ତ ଅଧିକାରୀ ଓ ସାଉଦୀ ଦୂତ ସୁରକ୍ଷିତ ଅଛନ୍ତି। ସୁରକ୍ଷା ପାଇଁ ସେମାନଙ୍କୁ ୟେମେନର ରାଷ୍ଟ୍ରପତି ଭବନ ନିଆଯାଇଛି।
ଅଧିକ ପଢ଼ନ୍ତୁ : ନାକ ସର୍ଜରୀ ପାଇଁ ଯାଇଥିଲେ, କିନ୍ତୁ କାଟିବାକୁ ପଡିଲା ଦୁଇ ଗୋଡ
ଇସ୍ତାନବୁଲର ସେୱିଙ୍କ ସେକ୍ଲିକ ନାମକ ଜଣେ ୨୫ ବର୍ଷୀୟ ଯୁବତୀ ଏକ ତୁର୍କିସ ପ୍ଲାଷ୍ଟିକ ସର୍ଜରୀ କ୍ଲିନିକକୁ ନିଜ ନାକ ସର୍ଜରୀ କରିବାକୁ ଯାଇଥିଲେ । ପରେ ୨୦୧୪ ମେ’ ୨ ତାରିଖରେ ଡାକ୍ତରମାନେ ଦୀର୍ଘ ଦୁଇ ଘଣ୍ଟା ଅପରେସନ କରି ତାଙ୍କର ‘ନୋଜ ରିଡକ୍ସନ ସର୍ଜରୀ’ କରିଥିଲେ । ଅପେରସନ ପରେ ସେୱିଙ୍କଙ୍କୁ ଡାକ୍ତରମାନେ ଘରକୁ ପଠାଇ ଦେଇଥିଲେ । ତେବେ ଘରକୁ ଯିବା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା। ତାଙ୍କୁ ଭୀଷଣ ଜ୍ୱର ଆସିଥିଲା । ଏହାପରେ ଯୁବତୀ ଜଣକଙ୍କ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ, କିନ୍ତୁ ଡାକ୍ତରମାନେ ସବୁ କିଛି ଠିକ ଅଛି ବୋଲି ତାଙ୍କୁ କହିଥିଲେ।
ମିଡିଆ ରିପୋର୍ଟ ମୁତାବକ,ସର୍ଜରୀ ପରେ ଏଭଳି ଲକ୍ଷଣ ଦେଖାଦେବା ସାଧାରଣ କଥା ବୋଲି ତାଙ୍କୁ ଡାକ୍ତର କହିଥିଲେ। କିନ୍ତୁ ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଆହୁରି ବିଗିଡିବାରେ ଲାଗିଥିଲା । ତାଙ୍କ ଗୋଡର ରଙ୍ଗ ଧୀରେ ଧୀରେ କଳା ପଡିଯାଇଥିଲା । ଅଧିକ ଗୁରୁତର ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯୁବତୀଙ୍କ ରକ୍ତରେ ବିଷକ୍ରିୟା ବଢ଼ି ଯାଇଥିଲା । ଏଥିଲାଗି ଜୁନ ୯ ତାରିଖରେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଡାକ୍ତରଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା । ବାଧ୍ୟ ହୋଇ ସେୱିଙ୍କଙ୍କ ଆଣ୍ଠୁ ତଳକୁ ଦୁଇ ଗୋଡକୁ କାଟିବାକୁ ପଡିଥିଲା ବୋଲି ତାଙ୍କର ଜଣେ ସମ୍ପର୍କୀୟ କହିଛନ୍ତି ।
ଏହି ଘଟଣା ପରେ ଯୁବତୀ ଜଣକ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ସେ ହସ୍ପିଟାଲ ନାଁରେ ମାମଲା ରୁଜୁ କରିବା ସହ ଏକ କୋଟି ଟଙ୍କାର କ୍ଷତି ପୂରଣ ଦାବି କରିଛନ୍ତି । କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ଯୁବତୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ସବୁ ଦୋଷ ଯୁବତୀ ଜଣକର ବୋଲି କହିଛନ୍ତି । ସର୍ଜରୀର ଦୁଇ ସପ୍ତାହ ପରେ ଏବଂ ହସ୍ପିଟାଲାଇଜ୍ଡ ହେବାର କିଛି ଦିନ ପୂର୍ବରୁ ସେ ଚିକେନ ଖାଇଥିଲେ । ତେଣୁ ତାଙ୍କର ଏଭଳି ହେଲା ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।
ଅଧିକ ପଢ଼ନ୍ତୁ : କ୍ୟାମେରା ଆଗରେ କରୋନା ଟିକା ନେଲେ କମଳା ହାରିସ
ଘରେ ଟିଭି ଦେଖିଲା ବେଳେ ଆପଣ କେବେ ନା କେବେ ଏକ ବିଜ୍ଞାପନ ଦେଖିଥିବେ। ଯେଉଁଥିରେ ଜଣେ ପଗଡ଼ି ବାନ୍ଧିଥିବା ମୋଟା ନିଶ ରଖିଥିବା ବୃଦ୍ଧଙ୍କୁ ଆପଣ ଦେଖିଥିବେ। ବାସ୍ତବରେ ସେ ହିଁ ହେଉଛନ୍ତି MDH କମ୍ପାନୀର ମାଲିକ। ଯାହାଙ୍କ ମସଲା ଭାରତର ଘରେ ଘରେ ପରିଚିତ।
ନିଷ୍ଠା ଆଉ ଅଧ୍ୟବସାୟ ମଣିଷକୁ ସଫଳ କରେ। ଏହି ବାକ୍ୟଟିକୁ ସତ୍ୟ କରି ଦେଖାଇଥିଲେ ଧର୍ମପାଲ୍। ବେପାର ଓ ବାଣିଜ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଗତବର୍ଷ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରିଥିଲେ।
କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗୁଲାଟି ପାକିସ୍ତାନରୁ ଆସି ଭାରତରେ ବ୍ୟବସାୟ କରିଥିଲେ ଓ ସଫଳ ବ୍ୟବସାୟୀ ତାଲିକାର ନିଜ ନାଁ ଲିପିବଦ୍ଧ ମଧ୍ୟ କରିଥିଲେ। ମାତ୍ର ୧୫୦୦ ଟଙ୍କାରୁ ବ୍ୟବସାୟ ଆରମ୍ଭ କରିଥିବା ଏହି ସଫଳ ବ୍ୟବସାୟୀଙ୍କ ବିଷୟରେ ଆସନ୍ତୁ ଜାଣିବା କିଛି ଅଜଣା କଥା।
ଭାରତରେ ଘରେ ଘରେ ପରିଚିତ ଗୁଲାଟିଙ୍କୁ ଏହି ସଫଳତା ଏତେ ସହଜରେ ମିଳିନାହିଁ । ସେଥିପାଇଁ ତାଙ୍କୁ ଖୁବ୍ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ପାକିସ୍ତାନରୁ ଭାରତକୁ ଆସି ଏଠାରେ ଏତେ ବଡ଼ ମସଲା କମ୍ପାନୀର ମାଲିକ ହେବା ଧରମ୍ପାଲଙ୍କ ପାଇଁ ନିଶ୍ଚିତ ଗୌରବର ବିଷୟ।
ଧରମପାଲଙ୍କ ବାପା ଚୁନୀଲାଲ୍ ପାକିସ୍ତାନର ସିଆଲ୍କୋର୍ଟରେ ଏକ ଛୋଟ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ। ୧୯୨୩, ମାର୍ଚ୍ଚ ୨୭ରେ ପାକିସ୍ତାନର ସିଆଲକୋଟରେ ଜନ୍ମ ଗ୍ରହଣ କରିଥିଲେ ଧରମପାଲ୍। ଘରେ ଥିଲେ ମା’ ଚନନ୍ଦ ଦେବୀ। ସେ ଜଣେ ଧାର୍ମିକ ମହିଳା ଥିଲେ।
ଧର୍ମପାଲ୍ଙ୍କୁ ମିଶାଇ ଦୁଇ ଭାଇ, ୫ ଭଉଣୀ ଥିଲେ। ପିଲାଟିବେଳୁ ପାଠ ପଢ଼ା ପ୍ରତି ଆଗ୍ରହ ଦେଖାଉ ନ ଥିବା ଧର୍ମପାଲ୍ ୧୯୩୩ରେ ପଞ୍ଚମ ଶ୍ରେଣୀରେ ଫେଲ୍ ହେବା ପରେ ପାଠ ପଢ଼ାରେ ଡୋର ବନ୍ଧାହେଲା।
୧୯୪୭ ମସିହାରେ ଦେଶ ବିଭାଜନ ପରେ ଧର୍ମପାଲ୍ ଗୁଲାଟିଙ୍କ ପରିବାର ରୋଜଗାର ଅନ୍ୱେଷଣରେ ପାକିସ୍ତାନରୁ ଦିଲ୍ଲୀ ଚାଲି ଆସିଥିଲେ। ଦିଲ୍ଲୀରେ ପହଞ୍ଚିବା ପରେ ଦି’ ଓଳି ଖାଇବା ପାଇଁ ଧର୍ମପାଲ୍ ଘୋଡ଼ା ଗାଡ଼ି ଚଳାଇବା ଆରମ୍ଭ କରିଥିଲେ।
ବାପାଙ୍କଠାରୁ ଆଣିଥିବା ୧୫୦୦ ଟଙ୍କାରୁ ୬୫୦ ଟଙ୍କା ଦେଇ ସେ ଘୋଡ଼ା ଗାଡ଼ି କିଣିଥିଲେ ଆଉ ଦିଲ୍ଲୀ ଷ୍ଟେସନରେ ଯାତ୍ରୀ ପରିବହନ କାର୍ଯ୍ୟରେ ଲଗାଇଥିଲେ।
ତା’ପରେ ଅନେକ ବ୍ୟବସାୟ କରିଥିଲେ ଧର୍ମପାଲ୍। କିନ୍ତୁ ପାକିସ୍ତାନରୁ ଦିଲ୍ଲୀ ଆସି ଘୋଡ଼ା ଚଲେଇବା ଓ ଅନ୍ୟ ସବୁ ବ୍ୟବସାୟ ବୋଧେ ଭାଗ୍ୟକୁ ମଞ୍ଜୁର ନ ଥିଲା। ସେଥିପାଇଁ ସେ ଘୋଡ଼ା ଗାଡ଼ି ନିଜ ଭାଇକୁ ଦେଇ ଓ ଅନ୍ୟ ସବୁ ବ୍ୟବସାୟ ଛାଡ଼ି କରୋଲା ବାଗ୍ର ଅଜମଲ୍ ଖାଁ ରୋଡରେ ୧୯୪୮ ମସିହାରେ ମସଲା ଆଣି ବିକ୍ରି ଆରମ୍ଭ କରିଦେଲେ। ଆଉ ଗୁଲାଟିଙ୍କ ମସଲା ଲୋକଙ୍କୁ ଏତେ ପସନ୍ଦ ଆସିଗଲା ଯେ ୬୦ ଦଶକରେ ପାଲ ତଳେ ଆରମ୍ଭ ହୋଇଥିବା ଏହି ଦୋକାନ ଦିଲ୍ଲୀର ପ୍ରତିଷ୍ଠିତ ଦୋକାନ ଭାବେ ଠିଆ ହେଲା। ଏହାପରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବ୍ୟବସାୟ ଆରମ୍ଭ କରିଥିଲେ ଧର୍ମପାଲ୍ ଗୁଲାଟି।
୧୯୫୯ ମସିହାରେ ଦିଲ୍ଲୀର କିର୍ତ୍ତୀ ନଗରରେ ପ୍ରଥମେ ମସଲା ପ୍ରସ୍ତୁତି ପାଇଁ ଫ୍ୟାକ୍ଟ୍ରି ନିର୍ମାଣ କରିଥିଲେ ସେ। ସମୟ କ୍ରମେ ଏହା ଏବେ ପୂରା ବିଶ୍ୱରେ ଏମଡିଏଚ୍ ବ୍ରାଣ୍ଡ୍ ଭାବେ ଉଭା ହୋଇଛି।
ଧର୍ମପାଲ୍ ନିଜେ ଏମଡିଏଚ୍ କମ୍ପାନୀର ସିଇଓ ଭାବେ କାର୍ଯ୍ୟ କରିଥିଲେ। ଆଉ ସବୁଠୁ ବଡ଼ କଥା ହେଲା ତାଙ୍କର ଦରମା କେତେ ଥିଲା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
୨୦୧୮ରେ ଧର୍ମପାଲ୍ ଗୁଲାଟିଙ୍କ ଦରମା ବାର୍ଷିକ ୨୫ କୋଟି ଥିଲା। ଯାହା କଞ୍ଜ୍ୟୁମର ପ୍ରଡକ୍ଟ ନିର୍ମାଣ କରୁଥିବା କମ୍ପାନୀଗୁଡ଼ିକର ସିଇଓଙ୍କ ଦରମା ମଧ୍ୟରେ ସର୍ବାଧିକ। ଏବେ ମଧ୍ୟ କମ୍ପାନୀର ୮୦ ପ୍ରତିଶତ ଶେଆର ଗୁଲାଟିଙ୍କ ନାଁରେ ରହିଛି। ଆଉ ନିଜ ଦରମାର ୯୦ ପ୍ରତିଶତ ଟଙ୍କା ସେ ବିଭିନ୍ନ ଚାରିଟି ଶୋ’କୁ ଦାନ କରିଛନ୍ତି।
ସେ ସର୍ବଦା ଧାର୍ମିକ କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହୁଥିଲେ। ନଭେମ୍ବର ୧୯୭୫ରେ ସୁଭାଷନଗର ନୂଆ ଦିଲ୍ଲୀରେ ଏକ ହସ୍ପିଟାଲ୍ ମଧ୍ୟ ଖୋଲିଥିଲେ। ତା’ପରେ ଆହୁରି ଅନେକ ହସ୍ପିଟାଲ୍ ଓ ସ୍କୁଲ୍ ମଧ୍ୟ ସେ ଖୋଲିଛନ୍ତି।
ବିଜ୍ଞାପନ ଜଗତକୁ ଆସିବା ପଛରେ ମଧ୍ୟ ଏକ ବଡ଼ କାହାଣୀ ରହିଛି। ଯେତେବେଳେ ଏମ୍ଡିଏଚ୍ ବିଜ୍ଞାପନ ଫିଲ୍ମ ଶୁଟିଂ ଚାଲିଥିଲା ଠିକ୍ ସେତିକି ବେଳେ ଧର୍ମପାଲ୍ ଚରିତ୍ରରେ ଅଭିନୟ କରିବାକୁ ଜଣେ କଳାକାରଙ୍କୁ କୁହାଯାଇଥିଲା। କିନ୍ତୁ କୌଣସି କାରଣ ବଶତଃ ଉକ୍ତ କଳାକାର ଶୁଟିଂ କରିବାକୁ ଆସି ନ ପାରିବାରୁ ଧର୍ମପାଲ୍ ସେହି ଚରିତ୍ରରେ ଅଭିନୟ କରିବାକୁ ନିର୍ଦ୍ଦେଶକ କହିଥିଲେ । ଧର୍ମପାଲ୍ ମଧ୍ୟ ସେଥିରେ ଅଭିନୟ କରିବାକୁ ରାଜି ହୋଇଯାଇଥିଲେ। ଉକ୍ତ ବିଜ୍ଞାପନ ମାଧ୍ୟମରେ MDH ମସଲାକୁ ଭାରତର ଘରେ ଘରେ ପହଞ୍ଚାଇଥିଲେ। ୯୫ ବର୍ଷ ବୟସରେ ତାଙ୍କୁ ସାଧାରଣତନ୍ତ୍ର ଦିବସରେ ଧର୍ମପାଲଙ୍କୁ ପଦ୍ମଭୂଷଣ ଦେଇ ସମ୍ମାନିତ କରିଥିଲେ ଭାରତ ସରକାର।
ଅଧିକ ପଢନ୍ତୁ : ନୀରବି ଗଲା ସେହି ହସ ହସ ମୁହଁ
ତେବେ ଭାରତ ଆସୁଥିବା ଗୋ ଏୟାର ବିମାନ ପୂରା ଘଟଣା ଉପରୁ ପରାଦ ହଟାଇଛି। ବିମାନଟି ଆଜି ରିୟାଦରୁ ଯାତ୍ରୀଙ୍କୁ ନେଇ ନୂଆଦିଲ୍ଲୀ ବାହାରି ଥିଲା। କିନ୍ତୁ ବିମାନଟି ମଝି ଆକାଶରେ ଥିବା ବେଳେ ହଠାତ୍ ଜଣେ ବ୍ୟକ୍ତି ଅଚେତ ହୋଇଯାଇଥିଲେ। ତେଣୁ ବିମାନଟି ଜରୁରୀ ଅବତରଣ କରିବାକୁ ଚାହିଁଥିଲା।
ବିମାନ ଉଡ଼ୁଥିବା ଅଞ୍ଚଳରେ କରାଚି ବିମାନ ଥିବାରୁ ବିମାନ ପାଇଲଟ ସେଠାକାର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ବିମାନଟି ସେଠାରେ ଜରୁରୀ ଅବତରଣ କରିଥିଲେ। ତେବେ ଅଚେତ ହୋଇଥିବା ବ୍ୟକ୍ତି ଜଣଙ୍କୁ ବିମାନବନ୍ଦରରେ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ସେହିପରି ବିମାନଟି ମଧ୍ୟ କରାଚିରୁ ନୂଆଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଛି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ମନ୍ତ୍ରୀଙ୍କ ବାବଦରେ ଅର୍ଣ୍ଣବ ଅଶୋଭନୀୟ ଆଚରଣ ଏବଂ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ମହାରାଷ୍ଟ୍ର ବିଧାନସଭା ଗୋସ୍ୱାମୀଙ୍କ ବିରୋଧରେ ସେପ୍ଟେମ୍ୱର ୧୬ରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଥିଲା।
ଏମିତିକି ସମନ ଚିଠିରେ ଦିପାବଳୀରେ ଜେଲ୍ ଭିତରେ ରହିବାକୁ ହେବ ବୋଲି ଚିଠିରେ ଉଲ୍ଲେଖ ରହିଥିବା ରିପବ୍ଲିକ୍ ଟିଭି କହିଛି। ଏହି ଚିଠି ଗୋପନୀୟ ରଖିବାକୁ ହେବ ବୋଲି ମହାରାଷ୍ଟ୍ର ବିଧାନସଭା ସଚିବ ଚିଠିରେ ଉଲ୍ଲେଖ କରିଥିଲେ। ଏହାପରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଗୋସ୍ୱାମୀ।
ସିଜେଆଇ ମାମଲାର ଶୁଣାଣି କରି କହିଛନ୍ତି, ଧାରା ୩୨ ଅନୁଯାୟୀ ସରକାର ନ୍ୟାୟକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଛନ୍ତି। ମାମଲାର ସମାଧାନ ପାଇଁ ଆମିକସ କ୍ୟୁରି ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୋସ୍ୱାମୀଙ୍କୁ ବିଧାନସଭା ଦେଇଥିବା ସମନ୍ ଧମକ ଦେବା ସହିତ ସମାନ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଏମିତିକି ଗୋସ୍ୱାମୀଙ୍କୁ ଏହି ମାମଲାର ଗିରଫ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।
ତେବେ ଅମଲାତନ୍ତ୍ର ସମସ୍ତ ଆଇନ୍ ବାବଦରେ ଜାଣି ମଧ୍ୟ ଏଭଳି କରିବା ଅଶୋଭନୀୟ। ଏବେ ସରକାରୀ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ପାଇଁ ରିପବ୍ଲିକ୍ ଟିଭି କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ସୂଚନା ରହିଛି। ହେଲେ ଶିବସେନା ନେତୃତ୍ୱାଧୀନ ଉଦ୍ଧବ ସରକାର ଏ ବାବଦରେ କୌଣସି ପ୍ରତିକ୍ରିୟା ରଖିନାହିଁ।
ଆଗକୁ ପଢ଼ନ୍ତୁ : ରାଷ୍ଟ୍ରପତି ପଦ ଛାଡ଼ିବେ ଭ୍ଲାଦିମିର ପୁଟିନ, ଜାଣନ୍ତୁ କାରଣ
ଶୁକ୍ରବାର ପିଏସି ଜାରି କରିଥିବା ରିପୋର୍ଟରେ କେରଳ ଦେଶର ସର୍ବୋତ୍ତମ ଶାସିତ ରାଜ୍ୟ ଭାବେ ନାମିତ ହୋଇଛି। ୟୁପି, ଓଡିଶା ଏବଂ ବିହାର ନିମ୍ନରେ ରହିଥିବା ଜଣାପଡ଼ିଛି। ଚାରୋଟି ଦକ୍ଷିଣ ରାଜ୍ୟ ରାଙ୍କିଙ୍ଗରେ ଶୀର୍ଷରେ ରହିଛନ୍ତି।
ପିଏସି ରାଙ୍କିଙ୍ଗ ଅନୁଯାୟୀ ପ୍ରଥମେ କେରଳ ୧.୩୮୮, ଦ୍ୱିତୀୟରେ ତାମିଲନାଡୁ ୦.୯୧୨, ତୃତୀୟରେ ଆନ୍ଧ୍ରପ୍ରଦେଶ ୦.୫୩୧ ଏବଂ ଚତୁର୍ଥରେ କର୍ଣ୍ଣାଟକ ୦.୪୬୮ ପଏଣ୍ଟ ପାଇଛନ୍ତି।
ପିଏସି ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ ବିକାଶ ପ୍ରସଙ୍ଗରେ ଏକ ମିଶ୍ରିତ ସୂଚକାଙ୍କ ଉପରେ ଆଧାର କରି ରାଜ୍ୟଗୁଡିକ ଶାସନ ପରିଚାଳନା ଉପରେ ସ୍ଥାନିତ ହୋଇଛି। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ. କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ଏହି ତାଲିକା ପ୍ରକାଶ ପାଇଛି।
ଉତ୍ତର ପ୍ରଦେଶ, ଓଡ଼ିଶା ଏବଂ ବିହାର ସବୁଠାରୁ ଖରାପ ପ୍ରଦର୍ଶନକାରୀ ଏବଂ ରାଙ୍କିଙ୍ଗର ତଳେ ରହିଛନ୍ତି। ସେମାନେ ଯଥାକ୍ରମେ -୧.୪୬୧, -୧.୨୦୧ ଏବଂ -୧.୧୫୮ ପଏଣ୍ଟ ସ୍କୋର କରିଥିଲେ। ଏହା ଉପରକୁ ଖରାପ ପ୍ରଦର୍ଶନକାରୀମାନେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ହେଉଛନ୍ତି ମଣିପୁର -୦.୩୬୩, ଦିଲ୍ଲୀ -୦.୨୮୯ ଏବଂ ଉତ୍ତରାଖଣ୍ଡ -୦.୨୭୭। ଛୋଟ ରାଜ୍ୟ ବର୍ଗରେ ଗୋଆ ୧.୭୪୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି, ତା’ପରେ ମେଘାଳୟ ୦.୭୯୭ ଏବଂ ହିମାଚଳ ପ୍ରଦେଶ ୦.୭୨୫ ରହିଛି।
କେନ୍ଦ୍ର ଶାସିତ ରାଜ୍ୟ ତାଲିକାରେ ଚଣ୍ଡିଗଡ଼ ୧.୦୫ ପଏଣ୍ଟ ସହିତ ସର୍ବୋତ୍ତମ ଶାସିତ କେନ୍ଦ୍ର ଶାସିତ ରାଜ୍ୟ ଭାବରେ ଉଭା ହୋଇଛି। ତା’ପରେ ପୁଡୁଚେରୀ ୦.୫୨ ଏବଂ ଲାକ୍ଷାଦ୍ୱୀପ ୦.୦୦୩, ଦାଦରା ନଗର ହାଭେଲି -୦.୬୯, ଆଣ୍ଡାମାନ, ଜମ୍ମୁ କଶ୍ମୀର-୦.୫୦ ଏବଂ ନିକୋବର -୦.୩୦ ସର୍ବନିମ୍ନ ପ୍ରଦର୍ଶନ କରିଛନ୍ତି।
ଅନ୍ୟ ରାଜ୍ୟ ଗୁଜରାଟ, ପଶ୍ଚିମବଙ୍ଗ, ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ଆସାମ, ମହାରାଷ୍ଟ୍ର ଆଦି ଚାରି ସୁଶାସିତ ରାଜ୍ୟ ତଳେ ଏବଂ ଓଡ଼ିଶା, ଉତ୍ତର ପ୍ରଦେଶ, ବିହାର ଉପରେ ରହିଥିବା ଜଣାପଡ଼ିଛି।
ପଢ଼ନ୍ତୁ: ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
ସୂଚନାଯୋଗ୍ୟ, ନାବାଳକ ଜଣଙ୍କ ବାପା ମନୋଜ ମିଶ୍ରଙ୍କୁ (୪୨) ହତ୍ୟା କରିଛି। ମନୋଜଙ୍କ ମୁଣ୍ଡରେ ଏକ ଲୁହା ରଡରେ ଆଘାତ ଲାଗିବାରୁ ସେ ଟଳି ପଡ଼ିଥିଲେ। ହତ୍ୟାକାରୀ ଲୁହା ରଡରେ ମାଡ ମାରିବା ପୂର୍ବରୁ ହାତର ଚିହ୍ନ ନଷ୍ଟ କରିବା ପାଇଁ ଏକ କପଡାରେ ଲୁହା ରଡକୁ ଧରିଥିଲା ବୋଲି ଜଣାପଡ଼ିଛି। ଏହାପରେ ସେହି ରାତିରେ ନାବାଳକଟି ତା ମାଆର ସାହାଯ୍ୟରେ ମୃତଦେହକୁ ନିଜ ସ୍କୁଟିରେ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଥିବା ଏକ ଜଙ୍ଗଲକୁ ନେଇ ଯାଇଥିଲା। ସେଠାରେ ପେଟ୍ରୋଲ ଏବଂ ଟଏଲେଟ କ୍ଲିନର୍ ଜରିଆରେ ପ୍ରମାଣ ନଷ୍ଟ କରି ଦେଇଥିଲା।
ତେବେ ମେ ୩ରେ ପୁଲିସ ଅଧା ପୋଡା ଶରୀରକୁ ଉଦ୍ଧାର କରିଥିଲା। ତିନି ସପ୍ତାହ ପର୍ଯ୍ୟନ୍ତ ମୃତ ଶବ ବାବଦରେ ପୁଲିସ କିଛି ଜାଣିପାରିନଥିଲ। ହେଲେ ଘଟଣାର ଟ୍ୱିଷ୍ଟ ଆସୁଥିଲା ଯେତେବେଳେ ମନୋଜ ମିଶ୍ର କାମ କରୁଥିବା ଇସ୍କନ ମନ୍ଦିରରେ କର୍ମଚାରୀ ତାଙ୍କୁ ଖୋଜିଥିଲେ। ମନୋଜଙ୍କ ବାବଦରେ କିଛି ଖୋଜ ଖବର ନମିଳିବା ପରେ ଇସ୍କନ ଅଧିକାରୀ ମନୋଜଙ୍କ ପରିବାର ଉପରେ ଚାପ ପ୍ରୟୋଗ କରି ଏତଲା ଦାୟର କରିଥିଲେ।
ଏହାପରେ ପୁଲିସ ଅଜଣା ମୃତ ଶରୀରଟିକୁ ଇସ୍କନ ଅଧିକାରୀଙ୍କୁ ଦେଖାଇଥିଲେ। ଆଉ ମନୋଜଙ୍କ ସହଯୋଗୀ ତାଙ୍କୁ ଚିହ୍ନି ପାରିଥିଲେ। ମନୋଜଙ୍କ ସହକର୍ମୀ କହିଛନ୍ତି ଯେ ମନୋଜ ଭଗବଦ୍ ଗୀତା ପ୍ରଚାର କରିବା ପାଇଁ ବାରମ୍ବାର ଯାତ୍ରା କରୁଥିବାରୁ ତାଙ୍କର ଦୀର୍ଘ ଦିନର ଅନୁପସ୍ଥିତି ନେଇ ସନ୍ଦେହ ପ୍ରକାଶ ପାଇଥିଲା।
ଏହାପରେ ମଥୁରା ପୁଲିସ ପରିବାର ଲୋକଙ୍କୁ ତଦନ୍ତରେ ସହଯୋଗ କରିବା ପାଇଁ କହିଥିଲା। ହେଲେ କେହି ସହଯୋଗ କରିନଥିଲେ। ଏହାପରେ ପୁଲିସ ନାବାଳକ ପୁଅର ମୋବାଇଲ୍ ଫୋନ୍ ଯାଞ୍ଚ କରିଥିଲା। ଏହାପରେ କ୍ରାଇମ୍ ପାଟ୍ରୋଲ ସିରିଏଲକୁ ଶହେ ଥର ମନୋଜଙ୍କ ପୁଅ ଦେଖିଥିବା ଜଣାପଡିଥିଲା। ଏହାପରେ ପୁଲିସର ସନ୍ଦେହ ଆଂଶିକ ସୃଷ୍ଟି ହୋଇଥିଲା ମନୋଜଙ୍କ ପୁଅ ଉପରେ। ଏହାପରେ ପୁଲିସ ଅନେକ ରାଉଣ୍ଡ ପଚରାଉଚରା କରିବା ପରେ ବାଳକଟି ଶେଷରେ ନିଜ ଅପରାଧ ସ୍ୱୀକାର କରିଥିଲା ବୋଲି ପୁଲିସ କହିଛି।
ପୁଲିସ ଏବେ ହତ୍ୟାକାରୀ ବାଳକ ଏବଂ ତାଙ୍କ ମା ସଙ୍ଗୀତା ମିଶ୍ର (୩୯)କୁ ଗିରଫ କରିଛି। ହତ୍ୟା ଏବଂ ପ୍ରମାଣ ନଷ୍ଟ ଅଭିଯୋଗରେ ସଙ୍ଗୀତାଙ୍କ ନାମରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତର ଜଣେ ୧୧ ବର୍ଷର ଭଉଣୀ ରହିଛନ୍ତି। ତାଙ୍କୁ ତାଙ୍କ ଜେଜେବାପାଙ୍କୁ ହସ୍ତାନ୍ତର କରାଯାଇଛି।
ପଢ଼ନ୍ତୁ : ପୁଲିସ୍ ମାଡ଼ରେ ଫାଟିଲା ଯୁବକଙ୍କ ଆଖି
ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ବନ୍ୟାଞ୍ଚଳର ଯେଉଁ ଏରିୟଲ୍ ସର୍ଭେ କରିଥିଲେ ତାର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିଛି ସୂଚନା ଅଧିକାର କର୍ମୀ । ଭୁବନେଶ୍ୱର ଏୟାରପୋର୍ଟ ଅଥରିଟିଙ୍କ ତଥ୍ୟ ଆଧାରରେ ସେମାନେ ଅଭିଯୋଗ କରିଛନ୍ତି ଯେ, ସେହିଦିନ କେବଳ ଗୋଟିଏ ହେଲିକପ୍ଟର ମାତ୍ର ୧୯ ମିନିଟ୍ ଉଡ଼ାଣ ଭରିଥିଲା । ଏତେ କମ୍ ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ କେଉଁ ବନ୍ୟାଞ୍ଚଳ ବୁଲିଦେଖିଲେ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେଦିନ ଭୁବନେଶ୍ୱର ଏୟାରପୋର୍ଟରୁ କୌଣସି ଭିଭିଆଇପିଙ୍କର ଉଡ଼ାଣ ହୋଇନଥିଲା ବୋଲି ମଧ୍ୟ ଏୟାରପୋର୍ଟ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି।
ଏୟାରପୋର୍ଟ ଅଥରିଟିଙ୍କ ପକ୍ଷରୁ ଆରଟିଆଇ କର୍ମୀଙ୍କୁ ପ୍ରଦାନ କରାଯାଇ ଥିବା ତଥ୍ୟ ଅନୁଯାୟୀ ୩୧ ଅଗଷ୍ଟ ୨୦୨୦ ତାରିଖରେ ଭୁବନେଶ୍ୱର ଏୟାରପୋର୍ଟରୁ ମାତ୍ର ଗୋଟିଏ ହେଲିକପ୍ଟର ଉଡ଼ାଣ ଭରିଥିଲା । ଆଉ ତାହା ଥିଲା OSS ଏୟାର ମ୍ୟାନେଜମେଣ୍ଟର VTOSH ନାମକ ହେଲିକପ୍ଟର । ଏୟାରପୋର୍ଟ ଅଥରିଟିଙ୍କ ତଥ୍ୟ କହୁଛି, ସେହିଦିନ ସକାଳ ୧୦ଟା ୧୨ ମିନିଟ୍ରେ ହେଲିକପ୍ଟରଟି ଭୁବନେଶ୍ୱର ଏୟାରପୋର୍ଟରୁ ଯାତ୍ରା ଆରମ୍ଭ କରିଥିଲା, ଆଉ ଫେରିଥିଲା ୧୦ଟା ୩୧ ମିନିଟ୍ରେ। ଅର୍ଥାତ ମାତ୍ର ୧୯ ମିନିଟ୍ ମଧ୍ୟରେ ସଂପୃକ୍ତ ହେଲିକପ୍ଟରଟି ଭୁବନେଶ୍ୱର ଏୟାରପୋର୍ଟକୁ ଫେରିଆସିଥିଲା । ହେଲିକପ୍ଟରଟିର ଯିବା-ଆସିବାର ମୋଟ୍ ସମୟ ଥିଲା ମାତ୍ର ୧୯ ମିନିଟ୍ । ଏହି ସମୟ ମଧ୍ୟରେ ହେଲିକ୍ଟରର ଟେକଅଫ ଓ ଲ୍ୟାଣ୍ଡି ସମୟ ଅନ୍ତର୍ଭୁକ୍ତ। ଏଥିପାଇଁ କିଛି ସମୟ ଖର୍ଚ୍ଚ ହୋଇଥିବ। ପୁଣି ହେଲିକପ୍ଟରଟି ଏୟାରପୋର୍ଟକୁ ଫେରିଥିବ। ଅର୍ଥାତ ହେଲିକପ୍ଟର ମାତ୍ର ୯-୧୦ ମିନିଟ୍ର ଦୂରତ୍ୱ ଅତିକ୍ରମ କରିଥିବ। ଆରଟିଆଇ କର୍ମୀ ଶ୍ରୀକାନ୍ତ କୁମାର ପାକଳଙ୍କ ପ୍ରଶ୍ନ ହେଲା, ଏତେ କମ୍ ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ କେଉଁ ବନ୍ୟା ପ୍ରପୀଡ଼ିତ ଅଞ୍ଚଳର ଏରିୟଲ୍ ସର୍ଭେ କଲେ ?
ଆହୁରି ପଢ଼ନ୍ତୁ: ପୁଲିସ ଛାଡ଼ୁନି ଓଟିଭି ଅଫିସ
ଶ୍ରୀ ପାଣ୍ଡେ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଡିଜିପି ପଦରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ଓ କାଳ ବିଳମ୍ବ ନ କରି ତୁରନ୍ତ ନୀତୀଶ କୁମାରଙ୍କ ଜେଡିୟୁରେ ସାମିଲ ହୋଇଯାଇଥିଲା। ଆଶା କରାଯାଉଥିଲା ଯେ ଜେଡିୟୁ ତାଙ୍କୁ ବକ୍ସର ବିଧାନସଭାରୁ ପ୍ରାର୍ଥୀ କରିବ। ବକ୍ସର ସମେତ ୭୧ଟି ଆସନରେ ଅକ୍ଟୋବର ୨୮(ପ୍ରଥମ ପର୍ଯ୍ୟାୟ)ରେ ଭୋଟିଂ ହେବ।
ବକ୍ସର ହେଉଛି ପାଣ୍ଡେଙ୍କ ହୋମ ଟାଉନ। କିନ୍ତୁ ସିଟ୍ ଶେୟାରିଂ ବେଳେ ବକ୍ସର ଆସନରେ ବିଜେପି ପ୍ରାର୍ଥୀ ଦେବ ବୋଲି ନିଷ୍ପତ୍ତି ହୋଇଛି। ତେଣୁ ୨୦୦୯ ଭଳି ପାଣ୍ଡେ ପୁଣିଥରେ ଶିଶୁପାଳ ହେବ କି ବୋଲି ଚର୍ଚ୍ଚା ହେଉଛି।
୨୦୦୯ରେ ଗୁପ୍ତେଶ୍ୱର ପାଣ୍ଡ ପୁଲିସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ତାଙ୍କୁ ବିଜେପି ବକ୍ସର ଆସନରୁ ଲୋକସଭା ପ୍ରାର୍ଥୀ କରିବ ବୋଲି ସେ ଆଶା କରିଥିଲେ। କିନ୍ତୁ ବିଜେପି ତାଙ୍କୁ ଟିକେଟ ଦେଇ ନଥିଲା। ଏଥିସହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ପାଣ୍ଡେ ସ୍ୱେଚ୍ଛାକୃତ ଅବସର ପାଇଁ କରିଥିବା ଆବେଦନକୁ ଖାରଜ କରି ଦେଇଥିଲେ। ଏହାପରେ ସେ ପୁଣି ପୁଲିସ୍ ସେବାରେ ଯୋଗଦେଇଥିଲେ।
ଏଥର ସେ ଜେଡିୟୁରୁ ଟିକେଟ ପାଇଁ ଆଶା କରିଛନ୍ତି। ତାଙ୍କୁ ବକ୍ସର କିମ୍ବା ଶାହପୁର ଆସନରୁ ପ୍ରାର୍ଥୀ କରାଯିବ ବୋଲି କୁହାଯାଉଥିଲା। ହେଲେ ଏହି ଦୁଇଟି ଆସନ ବିଜେପି ଭାଗରେ ପଡ଼ିଛି। ବିଜେପି କେବେ ହେଲେ ଜେଡିୟୁ ନେତାଙ୍କୁ ତା’ ଭାଗରେ ପଡ଼ିଥିବା ଆସନ ଛାଡ଼ିବ ନାହିଁ। ତେଣୁ ପାଣ୍ଡେ କେମିତି ଟିକେଟ ପାଇବେ, ତା’ହା ସବୁଠାରୁ ବଡ଼ ପ୍ରଶ୍ନ।
ଦ୍ୱିତୀୟରେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପାଣ୍ଡେ ମହାରାଷ୍ଟ୍ର ସରକାର ଓ ମରାଠୀ ପ୍ରାଇଡ୍ ପଲଟିକ୍ସ ସମ୍ପର୍କରେ ଦେଇଥିବା ବୟାନ ବିବାଦ ସୃଷ୍ଟି କରିଥିଲା। ସେ ମରାଠୀଙ୍କୁ ଅପମାନିତ କରିବା ଭଳି ବୟାନ ଦେଇଥିବା ଅଭିଯୋଗ ହୋଇଥିଲା। ଶିବସେନାକୁ ଏହାକୁ ପ୍ରସଙ୍ଗ କରି ପାଣ୍ଡେଙ୍କୁ ଟାର୍ଗେଟ କରିଥିଲା।
ଏଥିସହ ପାଣ୍ଡେ ବିହାରରୁ ପ୍ରାର୍ଥୀ ହେଲେ ଶିବସେନା ତାଙ୍କ ବିରୋଧରେ ପ୍ରାର୍ଥୀ ଦେବାକୁ ମଧ୍ୟ ଘୋଷଣା କରିଛି। ଏପରି ସ୍ଥିତିରେ ବିଜେପି ହେଉଛି ଗୋଟିଏ ଜାତୀୟ ଦଳ। ମହାରାଷ୍ଟ୍ରରେ ଦଳର ଦବଦବା ରହିଛି। ତେଣୁ ବିହାରରେ ଦଳ ଜଣେ ଅଣ ବିଜେପି ନେତାଙ୍କୁ କେବେ ହେଲେ ପ୍ରାର୍ଥୀ ବା ସମର୍ଥନ କରିବ ନାହିଁ।
ଆଉ ଏକ ପ୍ରସଙ୍ଗ ହେଲା ଦେବେନ୍ଦ୍ର ଫଡ଼ନାଭିସ। ଫଡ଼ନାଭିସ ହେଉଛନ୍ତି ବିହାର ବିଜେପିର ନିର୍ବାଚନ ଇନ ଚାର୍ଜ। ଯଦି ବିଜେପି ପାଣ୍ଡେଙ୍କୁ ଟିକେଟ ଦେବ, ତା’ହେଲେ ମହାରାଷ୍ଟ୍ରରେ ଫଡ଼ନାଭିସଙ୍କ ସମସ୍ୟା ବଢ଼ିବ। ସେ ମହାରାଷ୍ଟ୍ରରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା। ଯଦି ସେ ପାଣ୍ଡେଙ୍କୁ ଟିକେଟ ଦେବାକୁ କହନ୍ତି, ତା’ହେଲେ ଶିବସେନା ତାଙ୍କୁ ମରାଠୀ ବିରୋଧୀ କହି ଟାର୍ଗେଟ କରି ଛବି ମଳିନ କରିବାକୁ ଚେଷ୍ଟା କରିବ। ତେଣୁ ବିଜେପି ପାଣ୍ଡେଙ୍କୁ ସମର୍ଥନ କରି ରିକ୍ସ ନେବାକୁ ଚାହିଁବ ନାହିଁ।
ଅନ୍ୟପକ୍ଷରେ ବିଜେପି ପ୍ରଥମ ପର୍ଯ୍ୟାୟରେ ଭୋଟିଂ ହେଉଥିବା ଆସନ ଗୁଡ଼ିକ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳ ବକ୍ସର ଓ ବ୍ରହମପୁର ପାଇଁ କାହା ନାଁ ଘୋଷଣା କରିନାହିଁ। କୁହାଯାଉଛି, ବିଜେପି ଏହି ଦୁଇଟି ଆସନ ମୁକେଶ ସାହାନିଙ୍କ ଭିଆଇପି ପାଇଁ ଛାଡ଼ିଛି।
କରୋନା ବେଳେ ଦେଶର ଅର୍ଥନୀତିକ ସ୍ଥିତି ଭୁଶୁଡ଼ି ପଡ଼ିଥିବା ବେଳେ ସବସିଡି ନଦେଇ ସରକାର ଚଳିତ ଆର୍ଥିକ ବର୍ଷରେ ୨୦,୦୦୦ କୋଟିରୁ ଅଧିକ ଟଙ୍କା ବଞ୍ଚାଇ ପାରିବେ। ସରକାର ୨୦୨୧ ଆର୍ଥିକ ବର୍ଷ ପାଇଁ ପେଟ୍ରୋଲିୟମ ସବସିଡି ଭାବରେ ୪୦,୯୧୫ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଗତ ଆର୍ଥିକ ବର୍ଷରେ ସରକାର ୩୮,୫୬୯ କୋଟି ଟଙ୍କା ଆବଣ୍ଟନ କରିଥିଲେ। ଏବେର ଆବଣ୍ଟନ ମୂଲ୍ୟ ପୂର୍ବ ତୁଳନାରେ ୬% ବୃଦ୍ଧି ହୋଇଛି। ତେବେ ଚଳିତ ଆର୍ଥିକ ବର୍ଷ ପାଇଁ ଏଲପିଜି ସବସିଡି ୩୭,୨୫୬.୨୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ ପ୍ରଥମ ତ୍ରୟମାସର ମୋଟ ସବସିଡିରୁ ପ୍ରାୟ ୧,୯୦୦ କୋଟି ଟଙ୍କା ସରକାର ସଞ୍ଜୟ କରିବାକୁ ଯୋଜନା କରିଛନ୍ତି।
ସୂଚନାଯୋଗ୍ୟ, ପେଟ୍ରୋଲିୟମ ସାମଗ୍ରୀର ଦାର ଦାମ ବିଶ୍ୱ ବଜାରରେ କମିବା ପଛରେ ବିଶ୍ୱ ତୈଳ ବଜାର ମୁଖ୍ୟତ ଦାୟୀ ବୋଲି କୁହାଯାଉଛି। ହେଲେ ତେଲ କମ୍ପାନୀଗୁଡିକ ସବସିଡିଯୁକ୍ତ ରନ୍ଧନ ଗ୍ୟାସର ମୂଲ୍ୟ ଏବେ ୫୯୪ ଟଙ୍କାକୁ ବଢ଼ାଇଛନ୍ତି। ପୂର୍ବ ବର୍ଷ ଜୁଲାଇରେ ସିଲିଣ୍ଡର ଦାମ କିନ୍ତୁ ୪୯୪.୩୫ ଥିଲା। ଯଦି ଏହି ବୃଦ୍ଧି ହୋଇନଥାନ୍ତା, ୧୪.୨ କିଲୋଗ୍ରାମ ଘରୋଇ LPG ସିଲିଣ୍ଡର ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ଶସ୍ତା ରହିଥାନ୍ତା।
ଭାରତରେ ପ୍ରାୟ ୨୭.୭୬ କୋଟି ଏଲପିଜି ଗ୍ରାହକ ଅଛନ୍ତି। ଏଥିମଧ୍ୟରୁ ପ୍ରାୟ ୧.୫ କୋଟି ଡିସେମ୍ବର ୨୦୧୬ ଠାରୁ ଏଲପିଜି ସବସିଡି ପାଇବାକୁ ଯୋଗ୍ୟ ନୁହଁନ୍ତି। କାରଣ ସେମାନଙ୍କର ବାର୍ଷିକ ଟିକସଯୋଗ୍ୟ ଆୟ ୧୦ ଲକ୍ଷରୁ ଅଧିକ ରହିଛି।
ଏଥିରୁ ପ୍ରାୟ ୨୬.୧୨ କୋଟି ଗ୍ରାହକ ଡିବିଟି ଯୋଜନା ଜରିଆରେ ସବସିଡି ପାଉଥିଲେ। ସଦ୍ୟତମ ରିପୋର୍ଟ ଅନୁଯାୟୀ ୧୮ କୋଟି ଗ୍ରାହକ ସବସିଡି ପାଇନାହାନ୍ତି। ସରକାର ଏବେ କେବଳ ଗରିବ ଲୋକଙ୍କୁ ସବସିଡି ଯୋଗାଇବା ଉପରେ ଧ୍ୟାନ ଦେଉଛନ୍ତି। କୋଭିଡ ମହାମାରୀ ସମୟରେ ତିନୋଟି ମାଗଣା ଏଲପିଜି ସିଲିଣ୍ଡର ନେବାକୁ ଥିବା ପ୍ରାୟ ୮ କୋଟି ହିତାଧିକାରୀଙ୍କ ଆକାଉଣ୍ଟରେ ୯୭୦୯.୮୬ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି।
ଗତ କିଛି ମାସ ହେବ ସରକାର ସବସିଡିକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦେଇଛନ୍ତି। ଏହି ସବସିଡି ଟଙ୍କାକୁ ସରକାର କଲ୍ୟାଣମୂଳକ କାର୍ଯ୍ୟରେ ଖର୍ଚ୍ଚ କରୁଥିବା ସୂଚନା ରହିଛି।
ଏସ୍ଆର୍ସିଙ୍କ ସୂଚନା ଅନୁଯାୟୀ, ପରୀକ୍ଷା କେନ୍ଦ୍ର ହୋଇଥିବା ସହର ଗୁଡ଼ିକରେ କାଲିଠୁ ୭ ତାରିଖ ଯାଏ ଲାଗୁ ଲକ୍ଡାଉନ୍ ବା ଶଟ୍ଡାଉନ୍ ଲାଗୁ ହେବନି। ସେହିପରି ସେପ୍ଟେମ୍ବର ୧୨ରୁ ୧୪ ଯାଏଁ ମଧ୍ୟ ଲାଗୁ ହେବନି ଏହି କଟକଣା।
ଏହାସହ ଯେଉଁ ପିଲାଙ୍କୁ ଯିବା ଆସିବା ଏବଂ ରହିବା ବ୍ୟବସ୍ଥା ଦରକାର ପଡ଼ିବ, ରାଜ୍ୟ ସରକାର ଯୋଗାଇଦେବେ ବୋଲି ଏସ୍ଆର୍ସି କହିଛନ୍ତି। ବିଭିନ୍ନ ଇଂଜିନିୟରିଂ କଲେଜ ହଷ୍ଟେଲ ଗୁଡ଼ିକରେ ନିଃଶୁଳ୍କରେ ପରୀକ୍ଷାର୍ଥୀ ରହିପାରିବେ। ନୋଡାଲ୍ ଆଇଟିଆଇ କେନ୍ଦ୍ର ଅଧ୍ୟକ୍ଷଙ୍କୁ ଏନେଇ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି। ପରୀକ୍ଷାର୍ଥୀମାନେ ନୋଡାଲ ସେଣ୍ଟରରେ ନିଜ ସଂପର୍କରେ ତଥ୍ୟ ଦେଲେ, ସେମାନଙ୍କ ସଂଖ୍ୟା ଦେଖି ବସ୍ ବ୍ୟବସ୍ଥା ମଧ୍ୟ କରାଯିବ।
ସୂଚନାଯୋଗ୍ୟ, ରାଜ୍ୟର ୭ଟି ସହରରେ ୨୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି।
As per the direction of Hon'ble CM, State Govt will provide free transport & accommodation facility to the #JEEMain & #NEET exam candidates. Transport facilities from Dist HQs to Exam Centre will be provided free of cost. Candidates are requested to contact the Nodal Officers. pic.twitter.com/OVlSp4p9qQ
— I & PR Department, Odisha (@IPR_Odisha) August 28, 2020
ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି- ଗତବର୍ଷ ଆଜିର ଦିନରେ ଆମେ ଶ୍ରୀ ଅରୁଣ ଜେଟଲୀ ଜୀଙ୍କୁ ହରାଇଥିଲୁ। ମୁଁ ମୋ ବନ୍ଧୁଙ୍କ ଅନୁପସ୍ଥିତି ବହୁମାତ୍ରାରେ ଅନୁଭବ କରୁଛି।
ସେ ଆହୁରି ଲେଖିଛନ୍ତି ଯେ ଅରୁଣ ଜୀ ଦେଶ ପାଇଁ ବହୁତ ପରିଶ୍ରମ କରିଥିଲେ। ତାଙ୍କ ବୁଦ୍ଧି, ଜ୍ଞାନ ଓ ଆଇନ ଉପରେ ପାରଦର୍ଶିତା ପାଇଁ ସେ ବିଖ୍ୟାତ ଥିଲେ। ଏହା ସହିତ ସେ ଜଣେ ଭଲ ମଣିଷ ଥିଲେ।
ଏହା ସହିତ ଏହି ଟ୍ୱିଟ୍ରେ ଅରୁଣ ଜେଟଲୀଙ୍କ ସ୍ମୃତିରେ ସେ କହିଥିବା କଥାର ଏକ ଲିଙ୍କ ମଧ୍ୟ ପ୍ରଧାନମନ୍ତ୍ରୀ ଦେଇଛନ୍ତି।
On this day, last year, we lost Shri Arun Jaitley Ji. I miss my friend a lot.
Arun Ji diligently served India. His wit, intellect, legal acumen and warm personality were legendary.
Here is what I had said during a prayer meeting in his memory. https://t.co/oTcSeyssRk
— Narendra Modi (@narendramodi) August 24, 2020
ପ୍ରଧାନମନ୍ତ୍ରୀଙ୍କ ଭଳି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଅରୁଣ ଜେଟଲୀଙ୍କୁ ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ମନେ ପକାଇଛନ୍ତି ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ଶ୍ରୀ ଶାହ ଲେଖିଛନ୍ତି ଯେ ଅରୁଣ ଜେଟଲୀ ଜଣେ ଭଲ ରାଜନେତା ଥିଲେ। ସେ ଜଣେ ଉତ୍ତମ ବକ୍ତା ଓ ମଣିଷ ମଧ୍ୟ ଥିଲେ। ଭାରତୀୟ ରାଜନୀତିରେ ତାଙ୍କର ସମତୁଲ କେହି ନାହାନ୍ତି। ଦେଶ ପାଇଁ ତାଙ୍କର ନିଷ୍ଠା ଓ ଦୂରଦୃଷ୍ଟି ପାଇଁ ସେ ସର୍ବଦା ମନେ ରହିବେ।
Remembering Arun Jaitley ji, an outstanding politician, prolific orator and a great human being who had no parallels in Indian polity. He was multifaceted and a friend of friends, who will always be remembered for his towering legacy, transformative vision and devotion to nation.
— Amit Shah (@AmitShah) August 24, 2020
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ଦଳର ଅନ୍ୟ ନେତାମାନେ ମଧ୍ୟ ସ୍ୱର୍ଗତ ଜେଟଲୀଙ୍କୁ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ମନେ ପକାଇଛନ୍ତି।
ଏ ସମ୍ପର୍କରେ ସାମ୍ବାଦିକ ବାଙ୍କବିହାରୀ ବିଷୋୟୀ କହିଛନ୍ତି, “ଗତ ଶନିବାର ରାତିରେ ମୋ ଫେସ୍ବୁକ୍ ପେଜ ହ୍ୟାକ୍ କରାଯାଇଥିଲା। ଏହାପରେ ମୋ ସାଙ୍ଗମାନଙ୍କୁ ନିକଟକୁ ମୁଁ ମେଡିକାଲରେ ଚିକିତ୍ସାଧୀନ ଅଛି ଟଙ୍କା ଦରକାର ବୋଲି ମେସେଜ ଯାଇଛି। ଏହାପରେ କାହା ପାଖକୁ ୧୦ ହଜାର ତ କାହା ପାଖକୁ ୨୦ ହଜାର ଟଙ୍କା ଗୁଗୁଲ ପେ, ତଥା ଫୋନ ପେ’ କରିବା ପାଇଁ କୁହାଯାଇଛି। ଏଥିସହ ଉକ୍ତ ମେସେଞ୍ଜରରେ ଆକାଉଣ୍ଟ ନମ୍ବର ଓ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି। ଏ ସମ୍ପର୍କରେ ମୋ ସାଙ୍ଗମାନେ ପଚାରିବାରୁ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଏହାପରେ ସମସ୍ତ ମେସେଜ ଡିଲିଟ କରି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛି। ମୋ’ ମାନସମ୍ମାନ ହାନୀ ହୋଇଥିବାରୁ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍କୁ ଅନୁରୋଧ କରିଛି।”
ଏହା ପଛରେ ଏକ ବଡ ରାକେଟ କାମ କରୁଥିବା ଅନୁମାନ କରାଯାଉଛି। । ପୂର୍ବରୁ ନବରଙ୍ଗପୁର ଜିଲ୍ଲାରେ ୪ ଜଣ ଏପରି ଠକାମୀର ଶିକାର ହୋଇଛନ୍ତି। ଖାଲି ମେସେଜ କରୁଛି, ହେଲେ ଉକ୍ତ ନମ୍ବରକୁ ଫୋନ କଲେ ଲାଗୁନି ବୋଲି କହିଛନ୍ତି ବାଙ୍କବିହାରୀ। ଏହି ଘଟଣାର ତଦନ୍ତ କରି ରାକେଟର ପର୍ଦ୍ଦାଫାସ କରି ଅଭିଯୁକ୍ତଙ୍କୁ ତୁରନ୍ତ ଧରିବାକୁ ପୁଲିସ୍କୁ ଅନୁରୋଧ କରିଥିବା ବାଙ୍କବିହାରୀ କହିଛନ୍ତି।
ବସରେ ମୋଟ୍ ୨୦ଟି ସିଟ୍ ରହିଛି। ବସରେ ଥିବା ସିଟ୍ ଶୋଇବା ସହିତ ବସି ପାରିବାର ସୁବିଧା ରହିଛି। ତେବେ ଯେଉଁ ଯାତ୍ରୀ ବସରେ ଯିବାକୁ ଚାହିଁବେ ସେମାନଙ୍କ ପାଇଁ ଭିସା ବ୍ୟବସ୍ଥା ମଧ୍ୟ ଟ୍ରାଭେଲ୍ସ କମ୍ପାନୀ ଦ୍ୱାରା କରିହେବ ବୋଲି ଜଣାପଡ଼ିଛି। ଦିଲ୍ଲୀରୁ ଲଣ୍ଡନ ବ୍ୟକ୍ତି ପିଛା ଭଡ଼ା ୧୫ ଲକ୍ଷ ଟଙ୍କା ରହିଛି। ୨୦୧୭, ୨୦୧୮ ଏବଂ ୨୦୧୯ରେ ଦୁଇ ଟ୍ରାଭେଲର୍ସ ତୁଷାର ଅଗ୍ରଓ୍ୱାଲ ଏବଂ ସଞ୍ଜୟ ମଦନ ଦିଲ୍ଲୀରୁ ଲଣ୍ଡନ ସଡ଼କ ପଥରେ ଗସ୍ତ କରିଥିଲେ। ଏହାପରେ ସେମାନେ ନିଜ ନିଜର ଅନୁଭବ ବାଣ୍ଟିବା ପରେ ଏହି ଟ୍ରାଭେଲ୍ସ କମ୍ପାନୀ ଦିଲ୍ଲୀରୁ ଲଣ୍ଡନ ବସ୍ ସେବା ଆରମ୍ଭ କରିଛି।
ଏହି ଗସ୍ତ ବେଳେ ଟ୍ରାଭେଲ୍ସ କମ୍ପାନୀ ଚାରି ଓ ପାଞ୍ଚ ତାରକା ହୋଟେଲରେ ରହିବାର ସୁବିଧା ମଧ୍ୟ ଯୋଗାଇ ଦେବ। ବସରେ ଥିବା ଡ୍ରାଇଭର, ହେଲପର ଏବଂ ଗାଇଡ ବଡ଼ ବଡ଼ ଷ୍ଟପେଜରେ ପରିବର୍ତ୍ତନ ହେବେ। ଏଥିସହ ଲଣ୍ଡନ ଯିବା ବେଳେ ଯେଉଁ ସବୁ ଦେଶ ପଡ଼ିବ ଟ୍ରାଭେଲ୍ସ କମ୍ପାନୀ ବୁଲାଇ ନେବେ ବୋଲି ଆଡଭେନଚର ଓଭରଲ୍ୟାଣ୍ଡର ସହ ପ୍ରତିଷ୍ଠାତା ତୁଷାର ଅଗ୍ରଓ୍ୱାଲ କହିଛନ୍ତି।
ସର୍ଭେ ବେଳେ ପ୍ରଥମଥର ପାଇଁ ବଲିଉଡର ଦବଙ୍ଗ ତଥା ଭାଇଜାନ ସଲମାନ ଖାନଙ୍କୁ ପଛରେ ପକାଇ ଅକ୍ଷୟ କୁମାର ବଲିଉଡର ୧ନଂ ଷ୍ଟାର ହୋଇଯାଇଛନ୍ତି। ଅକ୍ଷୟ କୁମାରଙ୍କୁ ୨୪% ଭୋଟ ମିଳିଛି। ସେହିପରି ଦ୍ୱିତୀୟ ସ୍ଥାନରେ ୨୩% ଭୋଟ ସହ ବିଗ ବି ଅମିତାଭ ବଚ୍ଚନ ରହିଛନ୍ତି।
ତୃତୀୟ ସ୍ଥାନରେ ଶାହରୁଖ ଖାନ ରହିଥିବା ବେଳେ ତାଙ୍କ ସପକ୍ଷରେ ୧୧% ଭୋଟ ପଡ଼ିଛି। ସେହିପରି ଭାଇଜାନ ମାତ୍ର ୧୦% ଭୋଟ ପାଇ ୪ର୍ଥ ସ୍ଥାନରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆମୀର ଖାନ(୬%) ୫ମ ସ୍ଥାନରେ ଓ ଅନ୍ୟାନ୍ୟ ହିରୋ ମାନଙ୍କୁ ୬% ଭୋଟ ମିଳିଛି।
ଗତବର୍ଷ ମୁଡ ଅଫ ନେଶନ ସର୍ଭେ ବେଳେ ସଲମାନ ଓ ଅକ୍ଷୟ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ରହିଥିଲେ। କିନ୍ତୁ ୨୦୧୬ରୁ ଅକ୍ଷୟ କୁମାରଙ୍କ ଲୋକପ୍ରିୟତା ଧୀରେଧୀରେ ବଢ଼ୁଥିବାରୁ ସେ ୨୦୨୦ରେ ସଲମାନଙ୍କୁ ପଛରେ ପକାଇ ଦେଇଛନ୍ତି।
ଅନ୍ୟପକ୍ଷରେ ଫୋର୍ବସ ୨୦୨୦ ତାଲିକାରେ ଏକାମାତ୍ର ବଲିଉଡ ଷ୍ଟାର ଭାବେ ସ୍ଥାନ ପାଇଥିଲେ। ଅକ୍ଷୟ ଗତବର୍ଷ ପ୍ରାୟ ୩୬୨ କୋଟି ଟଙ୍କା ଆୟ କରିଥିବାରୁ ତାଙ୍କୁ ଏଭଳି ସଫଳତା ମିଳିଥିଲା।
ସୋସିଆଲ ମିଡିଆ ମାଧ୍ୟମରେ ଜୋ ବିଡେନ କହିଛନ୍ତି ଉପରାଷ୍ଟ୍ରପତି ପଦବୀ ପାଇଁ ମୁଁ କମଲା ହାରିସଙ୍କୁ ମନୋନୀତ କରିଛି। ଆମେରିକାରେ ଏବେ କୃଷ୍ନକାୟଙ୍କୁ ନେଇ ବିବାଦ ଜାରି ରହିଛି। ଏଭଳି ସ୍ଥିତିରେ ଡେମୋକ୍ରାଟିକ ଦଳ କମଲା ହାରିସଙ୍କୁ ପ୍ରାର୍ଥୀ କରି କୃଷ୍ନକାୟଙ୍କ ଭୋଟ୍ ନିଜ ଦଳ ଆଡ଼କୁ ଆଣିବାରେ ସହାୟକ ହେବ ବୋଲି ଆକଳନ କରାଯାଉଛି। ଯଦି ଏହା ନିର୍ବାଚନ ବେଳେ ହେବ ତା’ହେଲେ କମଲା ହାରିସ୍ ଗେମ୍ ଚେଞ୍ଜର ବୋଲି ସାବ୍ୟସ୍ତ ହେବେ।
ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ମନୋନୀତ ହେବା ପରେ କମଲା ହାରିସ୍ କହିଛନ୍ତି ଯେ ଜୋ ବିଡେନ ଆମେରିକାର ଲୋକଙ୍କୁ ଏକାଠି କରି ରଖି ପାରିବେ। ସେ ଦୀର୍ଘଦିନରୁ ଆମ ପାଇଁ ସଂଘର୍ଷ କରିଆସୁଛନ୍ତି। ଏହି ପଦବୀ ପାଇଁ ପ୍ରାର୍ଥୀ ହୋଇଥିବାରୁ ମୁଁ ଗର୍ବିତ, ମୁଁ ତାଙ୍କୁ ରାଷ୍ଟ୍ରପତି ଭାବରେ ପ୍ରାର୍ଥୀ କରିବା ପାଇଁ ସମସ୍ତ ଉଦ୍ୟମ କରିବି।
ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ କମଲା ହାରିସ୍ ନିର୍ବାଚିତ ହେବାପରେ ତାଙ୍କ ଭଉଣୀ ମାୟା ହାରିସ୍ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ‘ଯେତେବେଳେ ଓକ ଟାଉନର ଜଣେ ଝିଅ ତଥା ପ୍ରଥମ କୃଷ୍ଣକାୟ ମହିଳା ହୋଇ ପ୍ରମୁଖ ଦଳର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ହେଲା… ଭଉଣୀ, ତୁମ ପାଇଁ ଗର୍ବିତ।
ଏଥି ସହିତ ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ଲେଖିଛନ୍ତି ଯେ ଏହା ଏକ ବହୁତ ଭଲ ବିକଳ୍ପ! କମଲା ହାରିସ୍ ଜଣେ ସହଯୋଗୀ ବୋଲି ପ୍ରମାଣ କରିବେ ଏବଂ ଜୋ ବିଡେନଙ୍କ ଦଳକୁ ମଜବୁତ କରିବେ।
ରାଙ୍କରେ ଯତୀନ କିଶୋର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ତୃତୀୟ ସ୍ଥାନରେ ରହିଛନ୍ତି ପ୍ରତିଭା ବର୍ମା। ୧୦୭ତମ ସ୍ଥାନରେ ଅଂଶୁମାନ ରାଜ, ୧୨୦ତମ ସ୍ଥାନରେ ଅନୁପ ଦାସ, ୧୯୦ତମ ସ୍ଥାନରେ ଶୈଳଜା ଦାସ ଓ ୨୦୨ତମ ସ୍ଥାନରେ ରହିଛନ୍ତି ରାହୁଲ ମିଶ୍ର।
ସେହିପରି ୨୨୫ତମ ରାଙ୍କରେ ହେମା ନାୟକ ଥିବା ବେଳେ ୨୨୯ତମ ସ୍ଥାନରେ ଆରୁଷି ମିଶ୍ର, ୨୯୧ ରାଙ୍କରେ ଆଶିଷ ଦାସ, ୨୯୪ ତମ ସ୍ଥାନରେ ଅଙ୍କିତ ଶଙ୍କର ମିଶ୍ର ରହିଛନ୍ତି। ଏହାବ୍ୟତୀତ ୩୦୦ତମ ସ୍ଥାନ ସୋନାଲି ମିଶ୍ର ଅଧିକାର କରିଥିବା ବେଳେ ୩୧୨ତମ ସ୍ଥାନ ଦିବ୍ୟା ମିଶ୍ର, ୩୬୧ ରାଙ୍କରେ ଅର୍ଘ୍ୟ ପଟ୍ଟନାୟକ ଓ ୩୭୯ ସ୍ଥାନରେ ରହିଛନ୍ତି ଜୁବିନ ମହାପାତ୍ର।
୪୪୧ ରାଙ୍କରେ ସମୀର କୁମାର ଜେନା, ୫୬୭ ତମ ରାଙ୍କରେ ମାନସ ରଞ୍ଜନ ସାହୁ ଓ ୭୧୨ତମ ସ୍ଥାନରେ ରହିଛନ୍ତି ଶିବମ ମିଶ୍ର। ୭୧୫ତମ ସ୍ଥାନରେ ଓମ୍ ପ୍ରସାଦ ମହାନ୍ତି ଥିବା ବେଳେ ୮୧୯ସ୍ଥାନରେ ରହିଛନ୍ତି ବିଭୂତି ଭୂଷଣ ନାୟକ।
ପ୍ରଫୁଲ୍ଲ କୁମାର ମିଶ୍ର ୧୯୮୦ ମସିହାରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇ ବାଳକାଟି ହାଇସ୍କୁଲରେ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ପିଲାମାନଙ୍କୁ ସେ ସାହିତ୍ୟ ଓ ଇଂରାଜୀ ପଢ଼ାଉଥିଲେ। ୧୯୯୦ ମସିହାରେ ତାଙ୍କ ସ୍କୁଲ ସରକାରୀ ସ୍କୁଲର ମାନ୍ୟତା ପାଇଥିଲା। ଏହାପରେ ପରିଚାଳନା କମିଟି ପ୍ରଫୁଲ୍ଲଙ୍କୁ ଦେଢ଼ ଲକ୍ଷ ଟଙ୍କା ଡୋନେସନ୍ ମାଗିଥିଲା। ହେଲେ ମାସକୁ ୧୦୦୦ ଟଙ୍କା ଦରମା ପାଉଥିବାରୁ ସେ ଏତେ ଟଙ୍କା ଦେଇ ପାରି ନଥିଲେ। ଏହାପରେ ପରିଚାଳନା କମିଟି ତାଙ୍କୁ ଚାକିରିରୁ ବାହାର କରି ଦେଇଥିଲା। ତା’ପରେ ସେ ପିଲାଙ୍କୁ ଟ୍ୟୁସନ କରି ଚଳୁଥିଲେ। ହେଲେ ଆଖି ଖରାପ ହେବାରୁ ଆଉ ଟ୍ୟୁସନ ମଧ୍ୟ କରିପାରିଲେ ନାହିଁ। ଶେଷରେ କିଛି ପାୟ ନପାଇ ପ୍ରାୟ ୪ ବର୍ଷ ହେବ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ୧୬ ନମ୍ୱର ଜାତୀୟ ରାଜପଥ କଡ଼ରେ ଭିକ ମାଗି ପେଟ ପୋଷୁଛନ୍ତି।
ପ୍ରଫୁଲ୍ଲ କୁମାର ମିଶ୍ର କହିଛନ୍ତି, “ଦିନେ ଚାକିରି କରିଥିଲି। ହେଲେ ଆଜି ସର୍ବସ୍ୱାନ୍ତ ହୋଇ ଯାଇଛି। ମୋ ପରିବାରରେ କେହି ନାହାନ୍ତି। ବାଇପାସ୍ରେ ଭିକ୍ଷା ବୃତ୍ତି କରି ଚଳୁଛି। ମୁଣ୍ଡ ଗୁଞ୍ଜିବା ପାଇଁ ମୋତେ କୁଡ଼ିଆ ଘର ଦରକାର। ଘର ନାହିଁ ବୋଲି ବାର ଦୁଆର ଶୁଣ୍ଡି ପିଣ୍ଡା ହେଉଛି। ତେଣୁ ବ୍ୟସ୍ତ ଲାଗୁଛି। ଥରେ ମନ୍ତ୍ରୀ ଅରଣୁ ସାହୁଙ୍କୁ ଦେଖା କରିବା ପାଇଁ ସଚିବାଳୟକୁ ଯାଇଥିଲି। ସେଠାରେ ମୋର ତିନି ଜଣ ଛାତ୍ରଙ୍କ ସହ ମୋର ଦେଖା ହୋଇଥିଲା। ହେଲେ ସେମାନଙ୍କୁ ମୁଁ ପାଠ ପଢ଼ାଇଥିବାରୁ ପଇସା ମାଗିବାକୁ ମୋ ବିବେକ ବାଧା ଦେଇଥିଲା। ମୋ ଛାତ୍ରମାନେ ଡାକ୍ତର ଓ ଇଞ୍ଜିନିୟର ହୋଇଛନ୍ତି। ତା’ସହିତ ଆହୁରି ଅନେକ ବଡ଼ ଚାକିରି କରିଛନ୍ତି। ମୋର ଜଣେ ଛାତ୍ର ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାପାଳ ଥିଲେ। ସେ ତାଙ୍କ ରେଡକ୍ରସ୍ରୁ ୧୦ ହଜାର ଟଙ୍କା ମୋ ପାଖକୁ ପଠାଇଥିଲେ।”
ସରକାରଙ୍କ ଅନେକ ଯୋଜନା ଥିବାରୁ ତାଙ୍କୁ ଘର ଖଣ୍ଡେ ଦେବାକୁ ପ୍ରଫୁଲ୍ଲ ନିବେଦ କରିଛନ୍ତି।
ସ୍ଥାନୀୟ ବାସିନ୍ଦା ନାରାୟଣ ଚନ୍ଦ୍ର ମହାନ୍ତି କହିଛନ୍ତି, “ଆମେ ବହୁତ ଦିନ ହେଲା ଦେଖୁଛୁ ସେ ଏହି ଅଞ୍ଚଳରେ ବୁଲି ଭିକ୍ଷା ବୃତ୍ତି କରୁଛନ୍ତି। ଆମେ ତାଙ୍କ ସମ୍ପର୍କରେ ଯାହା ଶୁଣିଛୁ- ସେ ଗ୍ରାଜୁଏସନ୍ କରି ଏକ ସ୍କୁଲରେ କର୍ମଚାରୀ ଭାବେ କାମ କରୁଥିଲେ। ହେଲେ ଚକ୍ରାନ୍ତରେ ବଳି ପଡ଼ି ସେ ତାଙ୍କ ଚାକିରିକୁ ହରାଇଥିଲେ। ସେ ଭିକ୍ଷାବୃତ୍ତି କରି ଚଳୁଛନ୍ତି। ସରକାରଙ୍କ ବହୁତ ଯୋଜନା ଥିଲେ ମଧ୍ୟ ସେ ଆଜି କୌଣସି ଯୋଜନାରେ ସାମିଲ ହୋଇ ପାରି ନାହାନ୍ତି, ଯାହା ସବୁଠାରୁ ଦୁଃଖର ବିଷୟ। ଆଗାମୀ ଦିନରେ ସରକାର ତାଙ୍କୁ କୌଣସି ଯୋଜନାରେ ସାମିଲ କରି ଦିଅନ୍ତି, ତାହେଲେ ହୁଏତ ଅନ୍ୟ ବଳକା ସମୟ ଭଲରେ ବଞ୍ଚି ଯାଆନ୍ତେ।”
ହେଲେ ଏକଥା ତାଙ୍କ ମାଉସୀ କହୁଥିଲେ ହେଁ କେହି ବି ଏହାକୁ ଗ୍ରହଣ କରି ନଥିଲେ। ଜୁଲାଇ ୨୬ରେ ଏହି ଘଟଣା ଘଟିଥିଲା। ପରିବାର ଲୋକ ନିଖୋଜ ମାମଲା ମଧ୍ୟ ଦାଏର କରିଥିଲେ। ଏହାପରେ କୁମ୍ଭୀରଟିକୁ ଠାବ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶେଷରେ କୁମ୍ଭୀରଟିକୁ ଠାବ କରିବା ପରେ ଯାହା ଦେଖିବାକୁ ମିଳିଲା, ତାହା ଅତ୍ୟନ୍ତ ଯନ୍ତ୍ରଣା ଦାୟକ ଥିଲା।
ଖବର ଅନୁଯାୟୀ, ୧୪ ବର୍ଷୀୟ ବାଳକଟିର ନାଁ ରିକି ଗାନିଆ। ସେ ନଦୀ କୂଳରୁ ଶାମୁକା ସଂଗ୍ରହ କରୁଥିବା ବେଳେ ଗୋଟିଏ ୧୪ ଫୁଟ ଲମ୍ବର କୁମ୍ଭୀର ତା’କୁ ପାଣି ଭିତରକୁ ଟାଣି ନେଇଥିଲା।
ରିକିକୁ ଖୋଜି ଖୋଜି ତାଙ୍କ ମାଉସୀ ନଦୀ ପାଖରେ ପହଞ୍ଚିଥିଲେ। ସେଠାରେ ଏକ କୁମ୍ଭୀରକୁ ଦେଖିବାକୁ ପାଇଲେ। ତାଙ୍କ ମନରେ କୁମ୍ଭୀରଟି ହିଁ ରିକିକୁ ଗିଳି ଦେଇଥିବା ସେ ସନ୍ଦେହ କରିଥିଲେ। ଏନେଇ ସେ ଗ୍ରାମାବାସୀ ଓ ଉଦ୍ଧାରକାରୀ ଟିମ୍କୁ ସାହାଯ୍ୟ ପାଇଁ ଖବର ଦେଇଥିଲେ। କିନ୍ତୁ କୁମ୍ଭୀରକୁ ଧରିବା ପାଇଁ ସମସ୍ତ ଚେଷ୍ଟା ବୃଥା ଯାଇଥିଲା। କୁମ୍ଭୀରଟି ସେଠାରୁ ପଳେଇ ଯିବାରେ ସକ୍ଷମ ହୋଇଥିଲା।
ପରେ ଗ୍ରାମବାସୀ ଓ ଉଦ୍ଧାରକାରୀ ଟିମ୍ କୁମ୍ଭୀରକୁ କୁକୁଡ଼ାର ଲୋଭ ଦେଖାଇଥିଲେ। ଶେଷରେ ୬ ଦିନ ପରେ କୁକୁଡ଼ା ଲୋଭରେ କୁମ୍ଭୀରଟି ଧରାପଡ଼ିଥିଲା।
କୁମ୍ଭୀରଟି ଠାବ କରିବା ପରେ ତା’କୁ ସମସ୍ତେ କାଟିବାକୁ ଲାଗିଥିଲେ। ଶେଷରେ କୁମ୍ଭୀର ପେଟରୁ କିଛି ପୋଷାକ ଓ ଶରୀରର କିଛି ଅଂଶ ମିଳିଥିଲା। ଏଗୁଡ଼ିକ ରିକିର ବୋଲି ପରିବାର ଲୋକ କହିଛନ୍ତି। ଉଦ୍ଧାରକାରୀ ଟିମ୍ଙ୍କ କହିବା ଅନୁଯାୟୀ, ଦୁର୍ଘଟଣାସ୍ଥଳଠାରୁ ପ୍ରାୟ ୫ କିଲୋମିଟର ଦୂରରେ କୁମ୍ଭୀରଟି ଧରାପଡ଼ିଥିଲା।
ଉଦ୍ଧାରକାରୀ ଟିମ୍ର କର୍ମଚାରୀମାନେ କୁମ୍ଭୀର ପେଟରୁ ରିକି ଗାନିଆଙ୍କ ମୃତଦେହର କିଛି ଅଂଶକୁ ନେଇ ତାଙ୍କ ପରିବାର ସଦସ୍ୟଙ୍କୁ ଦେଇଥିଲେ। ଏହା ପରେ ରିକିର ଅନ୍ତିମ ସଂସ୍କାର କରାଯାଇଥିଲା।
ହାଇଦ୍ରାବାଦର ୫୧ ବର୍ଷୀୟ ମହମ୍ମଦ ନୁରଦ୍ଦିନ ଦୀର୍ଘ ୩ ଦଶନ୍ଧିରୁ ଅଧିକ ଦିନ ହେବ ୧୦ମ ବୋର୍ଡ ପରୀକ୍ଷାରେ ପାସ୍ ହେବାକୁ ଉଦ୍ୟମ କରୁଥିଲେ। ହେଲେ ତାଙ୍କୁ ସଫଳତା ମିଳୁ ନଥିଲା। ତେବେ କରୋନା ପାଇଁ ସୃଷ୍ଟି ହୋଇଥିବା ସ୍ଥିତି ତାଙ୍କ ଲକ୍ଷ୍ୟ ସାଧନ କରିବାରେ ସହାୟକ ହୋଇଥିଲା।
କାରଣ ତେଲେଙ୍ଗାନା ସରକାର କରୋନା ମହାମାରୀ ଯୋଗୁ ୧୦ମ ଶ୍ରେଣୀରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ କ୍ଲାସକୁ ଉତ୍ତୀର୍ଣ୍ଣ ହେବାକୁ ଘୋଷଣା କରିଥିଲେ। ଏହି ଘୋଷଣା ପରେ ମହମ୍ମଦ ବିନା ପରୀକ୍ଷାରେ ମଧ୍ୟ ୧୦ମ ବୋର୍ଡ ପରୀକ୍ଷାରେ ପାସ୍ ହୋଇଯାଇଛନ୍ତି।
ହାଇଦ୍ରାବାଦର ମୁଶୀରାବାଦାରେ ଥିବା ଅଞ୍ଜୁମାନ ବାଳକ ଉଚ୍ଚବିଦ୍ୟାଳୟରେ ମହମ୍ମଦ ୱାଚମ୍ୟାନ ଭାବେ କାର୍ଯ୍ୟ କରୁଛନ୍ତି। ସେ ପ୍ରଥମଥର ୧୯୮୭ ମସିହାରେ ୧୦ମ ବୋର୍ଡ ପରୀକ୍ଷା ଦେଇଥିଲେ। ତେବେ ସେ ଇଂରାଜୀ ପରୀକ୍ଷାରେ ଫେଲ ହୋଇଯାଇଥିଲେ।
ସେବେଠାରୁ ସେ ୧୦ମ ବୋର୍ଡ ପରୀକ୍ଷା ଦେଇ ଚାଲିଥିଲେ ହେଁ କେବେ ହେଲେ ଇଂରାଜୀ ବିଷୟରେ ପାସ୍ କରିପାରି ନଥିଲେ। ୧୦ମ ପରୀକ୍ଷାରେ ପାସ୍ କରି ସେ ସରକାରୀ ଚାକିରି କରିବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ୩୩ ବର୍ଷ ହେଲାଣି ତାଙ୍କୁ ପାସ୍ ହେବାର ଗୌରବ ମିଳି ନଥିଲା।
ଶେଷରେ ୨୦୨୦ରେ ସମଗ୍ର ବିଶ୍ୱରେ କରୋନାର ଆତଙ୍କ ସୃଷ୍ଟି ହୋଇଥିଲା। ଲକଡାଉନ ଓ ଶଟଡାଉନ ଯୋଗୁ ସବୁ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ପରୀକ୍ଷା ବାତିଲ ହୋଇଯାଇଥିଲା। ସ୍ଥିତିକୁ ଦୃଷ୍ଟିରେ ରଖି ତେଲେଙ୍ଗାନା ସରକାର ୨୦୨୦ ଶିକ୍ଷାବର୍ଷର ବୋର୍ଡ ପରୀକ୍ଷାକୁ ବାତିଲ କରି ସମସ୍ତଙ୍କୁ ପାସ୍ ଘୋଷଣା କରିଥିଲେ। ଏହି ମୌକାରେ ମହମ୍ମଦ ମଧ୍ୟ ୧୦ମ ଶ୍ରେଣୀ ପାସ୍ ହୋଇଯାଇଛନ୍ତି।
ଏହି ଗାଁରେ ଏକ ଉଠା ଦୋକାନରେ ବିରିୟାନୀ ବିକ୍ରି ହୁଏ। ଗତକାଲି ସେଠାକୁ କେତେକ ଯୁବକ ପହଞ୍ଚି ବିରିୟାନୀ ବାସି ହୋଇଯାଇଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ପରେ ଘଟଣାର ସମଧାନ ପାଇଁ ବୈଠକ ବସିଥିଲା। ତେବେ ସେଠାରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା।
ଉଭୟ ପକ୍ଷ ଯୁବକ ପରସ୍ପରକୁ ଟେକା ପଥର ଫିଙ୍ଗିବା ସହିତ ବାଡ଼ିରେ ପିଟା ପିଟି ହୋଇଥିଲେ। ଏଥିରେ ଉଭୟ ପକ୍ଷଙ୍କ ଘରଦ୍ୱାର ଭାଙ୍ଗିବା ସହ ୫ଟି ବାଇକ୍ ଭାଙ୍ଗିରୁଜି ଯାଇଛି। ବାଡ଼ି ଓ ଟେକାପଥରରେ ଆକ୍ରମଣ ଯୋଗୁଁ ଉଭୟ ପକ୍ଷର ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।
କେବଳ ବିରିୟାନୀ ଖାଇବାକୁ ନେଇ ଏପରି କାଣ୍ଡ ଘଟିଲା ନା ଉଭୟ ପକ୍ଷ ମଧ୍ୟରେ ପୂର୍ବ ଶତ୍ରୁତା ଥିଲା, ସେ ସମ୍ପର୍କରେ ଧୂଷୁରୀ ପୁଲିସ୍ ତଦନ୍ତ କରୁଛି। ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ। କରୋନା ସମୟରେ ଏଭଳି ଘଟଣା ଘଟିବାକୁ ନେଇ ଧୂଷୁରୀ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଦେଖାଦେଇଛି।
ବେଟୁଲ ଜିଲ୍ଲା ଆଡସିନାଲ ଓ ସେସନ୍ସ ବିଚାରପତି ମହେନ୍ଦ୍ର ତ୍ରିପାଠୀ ଓ ତାଙ୍କ ୩୩ ବର୍ଷୀୟ ପୁଅଙ୍କୁ ରାତି ଖାଦ୍ୟରେ ବିଷ ଦିଆଯାଇଥିଲା। ଏହାକୁ ଖାଇବା ପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସେମାନଙ୍କର ମୃତ୍ୟୁ ଘଟିଥିଲା। ଘଟଣାରେ ଗିରଫ ମହିଳା ଜଣଙ୍କ ହେଉଛନ୍ତି ସନ୍ଧ୍ୟା ସିଂହ।
ସେ ଗୋଟିଏ ଏନଜିଓ ଚଳାଉଥିଲେ। ସେ ବିଚାରପତିଙ୍କ ପରିବାର ବର୍ଗଙ୍କୁ ବିଷ ମିଶା ଅଟା ଦେଇଥିଲେ। ସନ୍ଧ୍ୟା ପରିବାରରେ ଶାନ୍ତି ପ୍ରତିଷ୍ଠା ହେବ ବୋଲି ଗୋଟିଏ ପୂଜା କରିଥିଲେ ଓ ଏହାପରେ ହିଁ ବିଷ ମିଶା ଅଟା ଦେଇଥିଲେ। ଜୁଲାଇ ୨୦ରେ ବିଚାରପତି ଜଣଙ୍କ ଘରକୁ ଅଟା ଆଣିଥିଲେ।
ସେହିଦିନ ରାତିରେ ଘରେ ଅଟାରୁ ରୁଟି ତିଆରି କରି ରାତ୍ରୀ ଭୋଜନ କରିଥିଲେ। ବିଚାରପତି ଓ ତାଙ୍କର ଦୁଇ ପୁଅ ଏହି ବିଷ ମିଶା ରୁଟି ଖାଇଥିବା ବେଳେ ତାଙ୍କ ପତ୍ନୀ ଭାତ ଖାଇଥିଲେ। ଏହାପରେ ବିଚାରପତି ଓ ତାଙ୍କ ବଡ଼ ପୁଅ ବାନ୍ତି କରିବା ଆରମ୍ଭ କରିଥିଲେ। ଜୁଲାଇ ୨୩ରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଜୁଲାଇ ୨୫ରେ ସ୍ଥିତି ବେକାବୁ ହେବାରୁ ଉଭୟଙ୍କୁ ନାଗପୁର ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ତେବେ ଦୁଇ ଦିନ ଭିତରେ ବାପ ପୁଅଙ୍କ ମୃତ୍ୟୁ ଘଟିଛି। ବିଚାରପତିଙ୍କ ସାନ ପୁଅ ଆଶିଷ ମଧ୍ୟ ଅସୁସ୍ଥ ହୋଇଥିଲେ। ହେଲେ ସେ ଏବେ ସୁସ୍ଥ ହୋଇଯାଇଛନ୍ତି। ପୁଲିସ୍ କହିଛି ଯେ ବିଚାରପତି ତ୍ରିପାଠୀଙ୍କୁ ସନ୍ଧ୍ୟା ନିୟମିତ ଭେଟୁଥିଲେ। ଦୀର୍ଘ ଦିନ ଧରି ଉଭୟଙ୍କ ସମ୍ପର୍କ ରହିଥିଲା। ହେଲେ ତାଙ୍କ ପରିବାର ଲୋକ ବେଟୁଲ ଆସି ଯିବାରୁ ୪ ମାସ ହେଲା ସେ ବିଚାରପତିଙ୍କୁ ସାକ୍ଷାତ କରିପାରି ନଥିଲେ।
ଏହି କାରଣରୁ ସେ ବିଚାରପତିଙ୍କ ପରିବାରକୁ ସବୁଦିନ ପାଇଁ ହଟାଇ ଦେଇଥିବାକୁ ଲକ୍ଷ୍ୟ ରଖି ଏଭଳି ବ୍ୟବସ୍ଥା କରିଥିଲେ। ଘଟଣା ପରେ ତାନ୍ତ୍ରିକ ଜଣଙ୍କ ସନ୍ଧ୍ୟାଙ୍କୁ ଫେରାର ହେବାକୁ ସହଯୋଗ କରୁଥିବାରୁ ତାଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି।
ଯାହା କ୍ୟାମେରାରେ କଏଦ ହୋଇଛି। ଯାହା କି ସୋଶାଲ ମିଡ଼ିଆରେ ଭାଇରାଲ ହେଉଛି। ଗତକାଲି ରାତି ପ୍ରାୟ ୧୦ଟା ସମୟ। ଏହି ସମୟରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକର ବଡ଼ ମହୁରୀ ପଞ୍ଚାୟତର ନିଜେ ବ୍ଲକ ଚେୟାର ମ୍ୟାନ ସନ୍ତୋଷ କୁମାର ପାଢୀ, ବଡ଼ ମହୁରୀ ସରପଞ୍ଚ ବଜେନ୍ଦ୍ର ପ୍ରଧାନ, ସେଇ ବ୍ଲକର ଆଠଗଡ଼ ସରପଞ୍ଚ ସୁନୀଲ ପଲେଇ ଏବଂ ଅନ୍ୟତ୍ର ବଦଳି ହୋଇଥିବା GRS ରାମକ୍ରିଷ୍ଣ ପଟ୍ଟନାୟକ ଉପସ୍ଥିତ ଥିଲେ।
ଚାଲିଥିଲା ଭୋଜି ଭାତ। ଜମିଥିଲା ମଦ ମାଂସ ର ଆସର। ଠିକ ଏତିକି ବେଳେ ସେଇ ଅଞ୍ଚଳର କେତେକ ଲୋକେ ସିଧାସଳଖ ପଂଚାୟତ ଅଫିସ ଭିତରକୁ ଯାଇ ଭିଡିଓ ସୁଟ୍ କରିଥିଲେ। ଏହି ସମୟରେ ସେମାନେ ମଦ ବୋତଲକୁ ଲୁଚାଇ ଦେଇଥିଲେ । କିନ୍ତୁ ମଦ କାଚକୁ ବାହାର କରିଥିଲେ ଜନ ସାଧାରଣ। ଏମିତି କି ସେଠାରେ ଉପିସ୍ଥିତ ଥିବା ଲୋକଙ୍କ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। କାହିଁକି ପଂଚାୟତ ଅଫିସ ଭିତରେ ମଦ ମାଂସର ଭୋଜି ହେଉଥିଲା ବୋଲି ଲୋକେ ପ୍ରଶ୍ନ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା। ଲକଡାଉନ ଚାଲିଥିବା ବେଳେ କରୋନା ମହାମାରୀରେ ଜନ ପ୍ରତିନିଧିଙ୍କ ଏଭଳି ଆସରକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
[gallery link="file" columns="4" bgs_gallery_type="slider" ids="557687,557684,557685,557679"]
ଏହି ଗାଁରେ କୋରନା କଟକଣାକୁ ବେଖାତିର କରି ଦୋକାନ ଖୋଲା ଯାଉଥିବା ନେଇ ତହସିଲଦାର ଅଭିଯୋଗ ପାଇଥିଲେ। ଏନେଇ ଆଜି ତହସିଲଦାର ଓ ତାଙ୍କର କିଛି କର୍ମଚାରୀ ଦୋକାନ ସିଲ୍ କରିବାକୁ ଗାଁକୁ ଯାଇଥିଲେ। ହେଲେ ତହସିଲଦାର ଦୋକାନ ସିଲ୍ କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ପରେ ବ୍ୟବସାୟୀ ଓ ସ୍ଥାନୀୟ ଲୋକେ ତହସିଲଦାର ଓ ତାଙ୍କ କର୍ମଚାରୀମାନଙ୍କୁ ଅଟକାଇବା ସହ ସେମାନଙ୍କ ଗାଡିକୁ ମଧ୍ୟ ଛାଡି ନଥିଲେ। ପାଟପୁର ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା ପରେ ତହସିଲଦାର ଓ ତାଙ୍କ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ।
ଦେଶର ଅର୍ଥନୀତିକୁ ବାଟକୁ ଆଣିବା ମୋଦିଙ୍କ ହାତରେ ନାହିଁ, ତାଗ୍ଦହେଲେ ଅଛି କାହା ହାତରେ? କଥାଟା ଟିକେ ଅଡୁଆ ଲାଗୁଥିଲେ ବି ନିରାଟ ସତ୍ୟ। ଖାଲି ମୋଦି ଚାହିଁଲେ ବା ଚେଷ୍ଟା କଲେ ଦେଶର ଅର୍ଥନୀତି ପରିସ୍ଥିତି ବଦଳିଯିବ ଏହା ଭାବିବା ଭୁଲ। ଆସନ୍ତୁ ଜାଣିବା ଏହା ପଛର କାରଣ ଓ ଏହାର ସମ୍ଭାବ୍ୟ ନିରାକରଣ କଗ୍ଦଣ?
ଭାରତ ବିଶ୍ୱର ସର୍ବ ବୃହତ ପ୍ରଗତିଶୀଳ ଅର୍ଥନୀତି। ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଥିବାରୁ ସମଗ୍ର ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିବାର କ୍ଷମତା ରଖୁଛି ଆମ ଦେଶ। କିନ୍ତୁ ତଥାପି ଆଜି ଆମ ଦେଶ ଅର୍ଥନୈତିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ ହୋଇପାରିନାହିଁ। ସରକାର ଯୋଜନା ପରେ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିଲେ ମଧ୍ୟ ଲୋକେ ତାଗ୍ଦର ଉପଯୋଗୀତାକୁ ଉପଲବ୍ଧି କରିବାରେ ବିଫଳ ହେଉଛନ୍ତି। ଏଥିରେ ଉଭୟ ସରକାର ଓ ଜନତାଙ୍କ ତ୍ରୁଟି ପରିଲକ୍ଷିତ। ଏହା ନିଶ୍ଚିତ ଯେ ଭାରତରେ ଅଧାରୁ ଅଧିକ ଯୋଜନା ଜନତା ବା ଦେଶବାସୀଙ୍କ ହିତକୁ ଦେଖି ନୁହେଁ ବରଂ ରାଜନୈତିକ ଦୃଷ୍ଟିକୋଣରୁ ଉପଯୋଗୀ ହେବା ଉଦ୍ଦେଶ୍ୟରେ କରାଯାଏ। ଭୋଟ ବ୍ୟାଙ୍କକୁ କିପରି ସୁରକ୍ଷିତ ରଖାଯାଇପାରିବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଯୋଜନା ପ୍ରସ୍ତୁତ କରାଯାଏ। ଏଥିପାଇଁ ଆମ ଦେଶରେ ଅଧିକ ରୁ ଅଧିକ ଯୋଜନା ସାଧାରଣ ଜନତାଙ୍କ କାମରେ ଲାଗିପାରେ ନାହିଁ। ଯଦି ଯୋଜନା କଲା ବେଳେ ରାଜନୈତିକ ଲାଭ କ୍ଷତିକୁ ବିଚାର ନକରି କେବଳ ଦେଶହିତ ବା ଜନହିତକୁ ଧ୍ୟାନ ଦିଆ ହୁଅନ୍ତା ଜନତା ଉପକୃତ ହେବା ସହିତ ଦେଶର ଅର୍ଥନୀତି ବି ସୁଦୃଢ ହୋଇ ପାରନ୍ତା।
୨୦୧୪ ମଇ ମାସରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି (ବିଜେପି) ନିର୍ବାଚନରେ ବିଜୟ ଲାଭ କରି କ୍ଷମତାକୁ ଆସିଥିଲା। ଜନତାଙ୍କ ଆଶା ଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ଲୋଗାନ "ସର୍ବନିମ୍ନ ସରକାର, ସର୍ବାଧିକ ଶାସନ" ଏବଂ "ଆଛେ ଦିନ୍" ବା ଭଲ ସମୟର ପ୍ରତିଶୃତି କେବଳ ସ୍ଲୋଗାନ ନହୋଇ ବାସ୍ତବଧର୍ମୀ ହେବ। ଆଶା ଥିଲା ଯେ ତାଙ୍କର ନିର୍ଣ୍ଣାୟକ ଆଦେଶ ଭାରତର ଚିରାଚରିତ ସାମାଜିକ ବିଧି ବ୍ୟବସ୍ଥାରେ ପରିବର୍ତନ ଆଣି ଦୁର୍ନୀତି ଦୂର କରିବାକୁ, ଦୁର୍ବଳ ଅନୁଷ୍ଠାନମାନଙ୍କୁ ମଜବୁତ କରିବାକୁ, ସମାଜକୁ ଅର୍ଥନୈତିକ ସ୍ୱାବଲମ୍ବୀ କରିବାକୁ, ଯୁବସମାଜକୁ ରୋଜଗାରପ୍ରାପ୍ତ କରିବାକୁ ଏବଂ ଭାରତକୁ ଏକ ଉଚ୍ଚ ଅଭିବୃଦ୍ଧି ପଥରେ ସ୍ଥାନିତ କରିବାରେ ସକ୍ଷମ କରିବ। ଜନତାଙ୍କ ଆଶା ନିରର୍ଥକ ବି ନଥିଲା। ୨୦୧୪ ନିର୍ବାଚନ ପୂର୍ବରୁ ମୋଦିଙ୍କୁ ମୁଖ୍ୟ ଓ ସାମାଜିକ ଗଣମାଧ୍ୟମରେ ଯେଭଳି ଭାବେ ଚିତ୍ରଣ କରାଯାଇଥିଲା ସମସ୍ତଙ୍କୁ ଲାଗୁଥିଲା ଯେପରି ସେ କେବଳ ଜଣେ ନେତା ନୁହନ୍ତି ପରନ୍ତୁ ଭାରତର ତ୍ରାଣକର୍ତ୍ତା, ତାଙ୍କ ପାଖରେ ଭାରତର ସମସ୍ତ ସମସ୍ୟାର ସମାଧାନ ଅଛି। କଂଗ୍ରେସ ଶାସନର ଲଗାତାର ବିଫଳତା, ଦୁର୍ନୀତି, ଆତଙ୍କବାଦ, ନକ୍ସଲବାଦ, ଦେଶ ହିତ ପ୍ରତି ଅସମ୍ବେଦନଶୀଳତାର ବାତାବରଣ ତଥା ନୈରାଶ୍ୟ ଭରା ରାଜନୀତିରେ ଜନତା ଏପରି ବିଚଳିତ ଥିଲେ ଯେ ମୋଦିଙ୍କ ପ୍ରଚାର ପ୍ରସାରର ଦକ୍ଷତା ଆଗରେ ସମ୍ପୂର୍ଣ ସମର୍ପିତ ହୋଇଯିବା ଏକମାତ୍ର ସମ୍ଭାବ୍ୟ ବିକଳ୍ପ ଥିଲା।
ଅବଶ୍ୟ ପ୍ରଧାନମନ୍ତ୍ରୀ ଅର୍ଥନୀତିରେ କିଛି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ସଂସ୍କାର ଆଣିବାରେ ସଫଳ ହୋଇଥିଲେ, ଯେପରିକି 'ନୂତନ ଦେବାଳିଆ ଆଇନ', 'ମୁଦ୍ରା ନୀତି' ଏବଂ 'ଜିଏସ୍ଟି'। କିନ୍ତୁ ଏସବୁ ସଂସ୍କାର ଭାରତୀୟ ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରିବା ପରିବର୍ତ୍ତେ ହାନୀକାରକ ସିଦ୍ଧ ହୋଇଛି। ଏଥିପାଇଁ ଏହି ତଥାକଥିତ ସଂସ୍କାରଗୁଡିକ ଆଣିବା ପୂର୍ବରୁ ଯଥୋଚିତ ଅନୁସନ୍ଧାନର ଅଭାବ, ଉଲ୍ଲେଖନୀୟ ବ୍ୟତିକ୍ରମ, ଅର୍ଥନୀତିରେ ଅପରିପକ୍ଵ ରାଜତନ୍ତ୍ର, କଷ୍ଟଦାୟକ ପ୍ରଶାସନିକ ବିଧି, ଖରାପ କାର୍ଯ୍ୟକାରିତା ଏବଂ ପର୍ଯ୍ୟାପ୍ତ ନିୟାମକ କ୍ଷମତାର ଅଭାବ ଦାୟୀ ବୋଲି ସହଜରେ ଅନୁମାନ ଲଗାଇ ହେବ। କେବଳ ପ୍ରଚାର ପ୍ରସାର ଉଦେଶ୍ୟରେ ଅଣାଯାଇଥିବା ସଂସ୍କାର ଲୋକାଭିମୁଖୀ ହେବ କିପରି? ଅର୍ଦ୍ଧରାତ୍ର ବିମୁଦ୍ରୀକରଣ ପ୍ରକ୍ରିୟା ଆଉ ଏକ ବୌଦ୍ଧିକ ଅପରିପକ୍ଵତାର ପରିଚୟ। ପୂର୍ବ ପ୍ରସ୍ତୁତି ନକରି ଜନତାଙ୍କୁ ବିକଳ୍ପ ନଦେଇ ଲକ୍ଷ ଲକ୍ଷ ନିରୀହ ଜନତାଙ୍କୁ ରାଜରାସ୍ତାରେ ଧାଡ଼ିରେ ଛିଡ଼ା କରେଇବାର ପ୍ରବନ୍ଧ କରିଥିବା ଆଉ ତାହା ସପକ୍ଷରେ ଯୁକ୍ତି ବାଢ଼ୁଥିବା ମହାନୁଭବମାନେ କହି ପାରିବେ କି ବିମୁଦ୍ରିକରଣରେ ଦେଶକୁ କଗ୍ଦଣ ଲାଭ ହେଲା ନା ବିଦେଶରେ ଗଚ୍ଛିତ କଳାଧନ ଦେଶକୁ ଫେରିଆସିଲା ନା କୌଣସି ଜଣେ ହେଲେ ବି ଦୁର୍ନୀତିଗ୍ରସ୍ତ ନେତା ଧରା ପଡ଼ିଲେ? କେବଳ ନିରୀହ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେ। କୁଟୀର ଶିଳ୍ପ ଉଜୁଡ଼ିଗଲା, କ୍ଷୁଦ୍ର ଓ ମଧ୍ୟମ ବର୍ଗ ରାସ୍ତାକୁ ଆସିଗଲେ। ବେକାରୀ ସମସ୍ୟା ହୁ ହୁ ହେଇ ବଢି ଚାଲିଲା। ମୋଦି ତାଙ୍କ ନିଜ ରାଜ୍ୟ ଗୁଜରାଟରେ ଅଳ୍ପ କିଛି ଉତ୍ପାଦନକାରୀଙ୍କୁ ଉପକୃତ କରିବା ପାଇଁ ମେଡିକାଲ୍ ଉପକରଣଗୁଡ଼ିକ ଉପରେ ମୂଲ୍ୟ ନିୟନ୍ତ୍ରଣ ଲଗାଇଲେ ଏବଂ ବିଭିନ୍ନ ଉତ୍ପାଦଗୁଡ଼ିକରେ ଆମଦାନୀ ଶୁଳ୍କ ବୃଦ୍ଧି କଲେ, ଯାହା ଦେଶର ବାଣିଜ୍ୟିକ ଉଦାରୀକରଣର ନୀତିକୁ ଓଲଟପାଲଟ କରି ଆମଦାନୀ କ୍ଷେତ୍ରରେ ବିଫଳତା ଆଣିଦେଲା।
୨୦୧୪ରେ ମୋଦୀ ଭାରତୀୟ ଯୁବସମାଜ ପାଇଁ ନିଯୁକ୍ତି କ୍ଷେତ୍ରରେ ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ଶାସନର ବହୁବର୍ଷ ପରେ ବି କୌଣସି ସକାରାତ୍ମକ ପରିବର୍ତ୍ତନ ନଦେଖି ତାଙ୍କୁ ଯେବେ ଏବିଷୟରେ ପ୍ରଶ୍ନ କରାହେଲା ସେତେବେଳେ ସେ ତାଙ୍କ ଚିରାଚରିତ ଢଙ୍ଗରେ ଶବ୍ଦଜାଲ ସାହାଯ୍ୟରେ ଜନତାଙ୍କୁ ପକୁଡି ବିକିବାର ପରାମର୍ଶ ଦେବାକୁ ପଛେଇ ନଥିଲେ। ଗୋଟେ ପରେ ଗୋଟେ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ, ତୈଳ ଦର ବୃଦ୍ଧି, ରନ୍ଧନ ଗ୍ୟାସର ଦର ବୃଦ୍ଧି, ବିକାଶ ନାମରେ ନୂଆ ନୂଆ ଟିକସ, ଆୟକର ସ୍ଲାବ କ୍ରମାଗତ ଭାବେ ଅପରିବର୍ତ୍ତିତ ରଖିବା ହେଉ କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀଗୁଡିକର ଦରବୃଦ୍ଧି ଜନତାଙ୍କ ଅର୍ଥନୈତିକ ମେରୁଦଣ୍ଡକୁ ଦୁର୍ବଳ କରିଚାଲିଛି। ଯେଉଁ ଦୁର୍ନୀତିମୁକ୍ତ ସମାଜ ପାଇଁ ଜନତା ଦୀର୍ଘ ବର୍ଷର କଂଗ୍ରେସ ଶାସନକୁ ବଦଳେଇ ମୋଦୀଙ୍କୁ ଶାସନ ଗାଦିରେ ବସେଇଥିଲେ କିନ୍ତୁ ସେହି ଜନତା ଦିନକୁ ଦିନ ନିଃସ୍ୱ ଓ ବେରୋଜଗାର ହୋଇଚାଲିଛି। ଲକ୍ଷ୍ୟ କରିବାର କଥା ଯେ ମୋଦୀ ଭାରତୀୟ ଅର୍ଥନୀତିକୁ ୭ ପ୍ରତିଶତ ଅଭିବୃଦ୍ଧି ହାରରୁ ଉପରକୁ ଉଠାଇବାରେ ସଫଳ ହୋଇପାରିନାହାଁନ୍ତି। ମୋଦୀଙ୍କ ଉତ୍ତମ ଶାସନର ସ୍ଲୋଗାନ ଏକ କ୍ରୁର ପରିହାସରେ ପରିଣତ ହୋଇଚାଲିଛି। ଅତୀତରେ ରିଜର୍ଭ ବ୍ୟାଙ୍କ ମୁଖ୍ୟ ରଘୁରାମ ରାଜନ ବା ଉର୍ଜିତ ପଟେଲଙୋକ ଇସ୍ତଫା ପାଇଁ ପରିସ୍ଥିତି ସୃଷ୍ଟି କରାଯିବା ସହ ଅର୍ଥନୈତିକ ପୃଷ୍ଠଭୁମି ନଥିବା ଜଣେ ବିଶ୍ୱସ୍ତ ଅମଲାଙ୍କୁ ଅବସ୍ଥାପିତ କରିବା ଦେଶ ପାଇଁ ସୁଭସଙ୍କେତ ସାବ୍ୟସ୍ତ ହୋଇନାହିଁ। ଛୋଟରୁ ଛୋଟ ଉତ୍ପାଦଟେ ପାଇଁ ଆମେ ବିଦେଶ ଉପରେ ନିର୍ଭରଶୀଳ। "ମେକ ଇନ ଇଣ୍ଡିଆ" କେବଳ ପ୍ରଚାରରେ ସୀମିତ ହୋଇ ରହିଯାଇଛି। ବିଏସଏନଏଲ ହେଉ ଅବା ଦୂରଦର୍ଶନ ବା ଏଆର ଇଣ୍ଡିଆ, ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକ କ୍ରମାଗତ କ୍ଷତି ସହୁଥିବା ବେଳେ ଘରୋଇ ପ୍ରତିଯୋଗୀମାନଙ୍କର ଲାଭ ବହୁଗୁଣିତ ହୋଇଚାଲିଛି। ଏଥିରୁ ସ୍ପଷ୍ଟ ଅନୁମାନ ଲଗାଯାଇପାରିବ ସରକାରଙ୍କ ନୀତି ଦେଶର ଅର୍ଥନୀତିକୁ ବାଟକୁ ଆଣିବାକୁ ସକ୍ଷମ ହୋଇପାରୁନି। ଘରେ ଘରେ ଚୀନ ସାମଗ୍ରୀର ବହୁଳ ପ୍ରୟୋଗ ହେଉଥିବା ବେଳେ ଆମ ସରକାର ନୀରବତା ଅବଲମ୍ବନ କରିଚାଲିଛନ୍ତି। ଖାଲି ଲୋକଙ୍କୁ ଚୀନ ସାମଗ୍ରୀ ବର୍ଜନ କରିବାକୁ କହିଦେଲେ ଦାୟିତ୍ୱ ସରିଗଲା ବୋଲି ଭାବିବା ଭୁଲ। କାରଣ ସରକାରଙ୍କ ପ୍ରତ୍ୟକ୍ଷ ସହଯୋଗ ବିନା ବିଦେଶୀ ସାମଗ୍ରୀ ଦେଶର ବଜାରରେ ଉପଲବ୍ଧ ହେବା ଅସମ୍ଭବ। ଶତପ୍ରତିଶତ ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗର ଯୁଗରେ ଆତ୍ମନିର୍ଭର ହେବା କିପରି? ବ୍ୟବସାୟ ପ୍ରତିଷ୍ଠାନ ପଞ୍ଜିକରଣଠାରୁ ସଂସ୍ଥାଟିକୁ ବନ୍ଦ କରିବା ପଦ୍ଧତି ଅଧିକ ଜଟିଳ ହୋଇପଡିଛି। ତେଣୁ ସରକାରଙ୍କୁ ବ୍ୟବସାୟ ପ୍ରତିଷ୍ଠାନ ପଞ୍ଜିକରଣ ଓ ଅନୁପାଳନ ପଦ୍ଧତିର ସରଳୀକରଣ କରିବାକୁ ପଡିବ, ଏହା ଦେଶକୁ ଆତ୍ମନିର୍ଭର ହେବାରେ ସହାୟକ ହେବ।
ଏତ ଗଲା ସରକାରଙ୍କ କଥା। ଖାଲି ସରକାରଙ୍କୁ ଦୋଷ ଦେଲେ କିଛି ଲାଭ ହେବନି। ଏବେ ଆସନ୍ତୁ ଜାଣିବା ସାଧାରଣ ନାଗରିକ ହିସାବରେ ଆମେ କଣ କରିପାରିବା? ସରକାରୀ ଯୋଜନାଗୁଡିକ ଉପରେ ସମ୍ପୂର୍ଣ ନିର୍ଭରଶୀଳ ହୋଇ ବସି ରହିବା କିମ୍ବା ନିଜକୁ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା ନକରିବା ମୂର୍ଖାମୀର ପରିଚୟ ହେବ। ନିଜର ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଘରୋଇ ଉତ୍ପାଦନ ଉପରେ ଧ୍ୟାନ ଦେଲେ ବଜ଼ାର ଉପରେ ନିର୍ଭରତା କମିବ। କୃଷି, କୁଟୀର ଶିଳ୍ପ ଯାହା ଭାରତର ଅର୍ଥନୈତିକ ମେରୁଦଣ୍ଡ ବୋଲି କୁହାଯାଏ ଏବେ ତାହା ଅବହେଳିତ ଅବସ୍ଥାରେ। ଆତ୍ମନିର୍ଭର ହେବା ଅତ୍ୟନ୍ତ ଜରୁରୀ। ସମ୍ପ୍ରତି କରୋନା ମହାମାରୀ ଆମମାନଙ୍କୁ ସ୍ୱଳ୍ପ ସଂସାଧନରେ ବଂଚିବା ଶିଖାଇସାରିଛି। ଅଯଥା ବିଦେଶୀ ସାମଗ୍ରୀର ବ୍ୟବହାର ପରିବର୍ତ୍ତେ ସ୍ୱଦେଶୀ ଜ୍ଞାନକୌଶଳରେ ଅତ୍ୟାବଶ୍ୟକ ଉତ୍ପାଦଗୁଡିକର ଉତ୍ପାଦନ ତଥା ବହୁଳ ବ୍ୟବହାର ଦେଶର ଆର୍ତନୀତିକୁ ଦୃଢ଼ୀଭୂତ କରିବାରେ ସାହାଯ୍ୟ ହେବ। ଯେପରି ଗାଡିମଟରର ବହୁଳ ବ୍ୟବହାର ପରିବର୍ତ୍ତେ ସାଇକଲର ବ୍ୟବହାର ତୈଳ ଦରବୃଦ୍ଧିକୁ ପ୍ରଭାବଶୂନ୍ୟ କରିପାରେ ସେପରି ସ୍ୱଦେଶୀ ଜୀବନଚର୍ଯ୍ୟା ଅଯଥା ବିଦେଶୀ ସାମଗ୍ରୀ ଉପରେ ନିର୍ଭରତାକୁ କମ କରିଦେଇପାରେ। ଗ୍ରାମୀଣ ସ୍ତରରେ କୁଟୀର ଶିଳ୍ପ ତଥା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପମାନ ଗଢ଼ି ଉଠିଲେ ବଜାରରେ ବିଦେଶୀ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର ଚାହିଦା କମିଯିବ। ଯୁବକମାନେ ଆତ୍ମନିର୍ଭର ହେବା ସହ ଦେଶର ପ୍ରଗତିରେ ଭାଗିଦାର ହୋଇପାରିବେ। ତେଣୁ ମୁଁ ଆଉ ଥରେ କହି ରଖିବାକୁ ଚାହେଁ ଦେଶର ଅର୍ଥନୀତିକୁ ବାଟକୁ ଆଣିବା ମୋଦିଙ୍କ ହାତରେ ନୁହେଁ, ଆମମାନଙ୍କ ହାତରେ ଅଛି।
ସେହିପରି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଦୁଇ ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତଦେହ ମିଳିବା ପରେ ପୂରା ଭୟର ବାତାବରଣ ସୃଷ୍ଟି ହୋଇଛି। ଆଜି ସେମାନଙ୍କ ମୃତଦେହ ଏନଡିଆରଏଫ ଟିମ୍ ନିକଟସ୍ଥ ପୋଖରୀରୁ ଉଦ୍ଧାର କରିଛି।
ମୃତକ ଦ୍ୱୟ ଓଆଇଏଲରେ ହିଁ କାମ କରୁଥିଲେ। ସେମାନେ ଡିୟୁଟିରେ ଥିବା ବେଳେ ହିଁ ଗ୍ୟାସ ଲିକ୍ ଯୋଗୁ କୂଅରେ ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ଆଉ ଜଣେ ଆହତ କର୍ମଚାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଦୀର୍ଘ ୧୪ ଦିନ ହେଲା ଏଠାରେ ଗ୍ୟାସ ଲିକ ହେଉଥିଲେ ହେଁ କେହି ବି ଏହାକୁ ଗୁରୁତ୍ୱର ସହ ନେଇ ନଥିଲେ। ଫଳରେ ଗତକାଲି ମଧ୍ୟାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପୂରା ପରିବେଶ କଳା ଧୂଆଁରେ ଆଚ୍ଛାଦିତ ହୋଇଯାଇଥିବା ବେଳେ ଏହା ନିକଟବର୍ତ୍ତୀ ଅଞ୍ଚଳକୁ ବ୍ୟାପିବାର ଆଶଙ୍କା ରହିଛି। ଗ୍ୟାସ ଲିକ ଓ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷଜ୍ଞ ଟିମ ମଧ୍ୟ ସିଙ୍ଗାପୁରରୁ ଆସିଛନ୍ତି।
ତଥାପି ନିଆଁ ଅତ୍ୟନ୍ତ ଭୟଙ୍କର ଥିବାରୁ ଏହା ନିକଟକୁ ଯିବା ଏକ ପ୍ରକାରର ଅସମ୍ଭ ହୋଇପଡ଼ିଛି। ଆକାଶ ମାର୍ଗରୁ ବାୟୁସେନା ମଧ୍ୟ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛି। ଟିନୁସିକିଆର ଭାଘଜାନ ଠାରେ ଏହି ତୈଳ କୂଅଟି ରହିଛି। ମେ’ ୨୭ରୁ ଏଥିରୁ ଗ୍ୟାସ ଲିକ ହେବା ସହ ଆଖପାଖ ଅଞ୍ଚଳର ଫସଲ ବ୍ୟାପକ ଭାବେ କ୍ଷତି ଘଟିଛି।
ସେହିପରି ବାଓ ଡାଇଭରସିଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ତୈଳ କୂଅର ଦେଢ଼ କିମି ପରିଧି ମଧ୍ୟରେ ଥିବା ପ୍ରାୟ ୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ରିଲିଫ କ୍ୟାମ୍ପରେ ରଖାଯାଇଛି।
ପୂରା ପରିବେଶ କଳା ଧୂଆଁରେ ଆଚ୍ଛାଦିତ ହୋଇଯାଇଥିବା ବେଳେ ଏହା ନିକଟବର୍ତ୍ତୀ ଅଞ୍ଚଳକୁ ବ୍ୟାପିବାର ଆଶଙ୍କା ରହିଛି। ଅଗ୍ନିକାଣ୍ଡ ପରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିଛନ୍ତି।
ଏନଡିଆରଏଫ ଟିମ ଗ୍ୟାସ ଲିକ ହେବା ଦିନଠାରୁ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ। ସେହିପରି ଆସାମର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଗ୍ୟାସ ଲିକ ଓ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷଜ୍ଞ ଟିମ ମଧ୍ୟ ସିଙ୍ଗାପୁରରୁ ଉଡ଼ାଣ ଭରିଛନ୍ତି।
ଟିନୁସିକିଆର ଭାଗଜାନ ଠାରେ ଏହି ତୈଳ କୂଅଟି ରହିଛି। ମେ’ ୨୭ରୁ ଏଥିରୁ ଗ୍ୟାସ ଲିକ ହେବା ସହ ଆଖପାଖ ଅଞ୍ଚଳର ଫସଲ ବ୍ୟାପକ ଭାବେ କ୍ଷତି ଘଟିଛି। ସେହିପରି ବାଓ ଡାଇଭରସିଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ତୈଳ କୂଅର ଦେଢ଼ କିମି ପରିଧି ମଧ୍ୟରେ ଥିବା ପ୍ରାୟ ୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ରିଲିଫ କ୍ୟାମ୍ପରେ ରଖାଯାଇଛି। ସେହିପରି ଓଆଇଏଲ ପକ୍ଷରୁ କ୍ଷତିଗ୍ରସ୍ତ ପରିବାର ଲୋକଙ୍କୁ ୩୦ ହଜାର ଟଙ୍କା ଲେଖାଏ ଦିଆଯିବ ବୋଲି ଘୋଷଣା କରାଯାଇଛି।
ନୋଏଡାର ବେଶ ନାମୀଦାମୀ ଦାନ୍ତ ଡାକ୍ତର ଦମ୍ପତି ରାଜେଶ ତଲଓ୍ୱାର ଓ ନୁପୁର ତଲଓ୍ୱାର ଜଳବାୟୁ ନଗର ଏଲ୍-୩୨ରେ ରହୁଥିଲେ। ତାଙ୍କର ଏକମାତ୍ର ଝିଅ ଥିଲେ ଆରୁଷି ତଲଓ୍ୱାର। ପ୍ରତିଦିନ ଭଳି ସେ ଦିନ ତାରିଖ ସକାଳେ ମଧ୍ୟ ଘରୋଇ ସହାୟିକା ଆସି ପହଞ୍ଚନ୍ତି ଡାକ୍ତର ଦମ୍ପତିଙ୍କ ଘରେ। ଦିନ ଥିଲା ୨୦୦୮ ମସିହା ମେ'୧୬ ତାରିଖ। ଯେତେବେଳେ ସେ ଆରୁଷିଙ୍କ ରୁମ୍ ଭିତରକୁ ଯାଆନ୍ତି ସଫା କରିବାକୁ, ଦେଖନ୍ତି ତାଙ୍କର ମୃତଦେହ। ଘରୋଇ ସହାୟିକା ଜଣକ ଚିତ୍କାର କରି ରାଜେଶ-ନୁପୁରଙ୍କୁ ଏହି ଖବର ଦେଲେ। ଯେହେତୁ ଡାକ୍ତ ଡମ୍ପତି ବେଶ ଜଣାଶୁଣା ଥିଲେ, ଘଟଣାଟି ତୁରନ୍ତ ହାଇପ୍ରୋଫାଇଲ ହୋଇଗଲା। ଗଣମାଧ୍ୟମ ଜରିଆରେ ତଥ୍ୟ ଆସିଥିଲା ଯେ, ଘରୋଇ ସହାୟକ ହେମରାଜ ୧୩ ବର୍ଷୀୟ ଆରୁଷିଙ୍କୁ ହତ୍ୟା କରି ନେପାଳ ଫେରାର୍ ହୋଇଯାଇଛନ୍ତି।
ଘଟଣାସ୍ଥଳରେ ନୋଏଡା ପୁଲିସ ପହଞ୍ଚିଥିଲା। ମାଆ-ବାପା ନୁପୁର ଏବଂ ରାଜେଶ ତଲଓ୍ୱାର କହିଥିଲେ ଯେ, ତାଙ୍କ ଘରୋଇ ସହାୟକ ହେମରାଜ ତାଙ୍କ ଝିଅ ଆରୁଷିକୁ ହତ୍ୟା କରି ଫେରାର୍ ହୋଇଯାଇଛି। ତେବେ ମାଆ-ବାପାଙ୍କ କଥାକୁ ବିଶ୍ୱାସ କରି ନୋଏଡା ପୁଲିସ ଟିମ୍ ହେମରାଜଙ୍କୁ ଖୋଜିବାକୁ ନେପାଳ ଯାଇଥିଲେ।
ମେ '୧୬ରେ ନୋଏଡା ପୁଲିସ ଆରୁଷିଙ୍କ ହତ୍ୟାକାଣ୍ଡ ପଛରେ ଘରୋଇ ସହାୟକ ହେମରାଜଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ସନ୍ଦେହ କରୁଥିଲା। ଏହାର ଠିକ୍ ୨୪ ଘଣ୍ଟା ଭିତରେ ଏଲ-୩୨ ଜଲବାୟୁ ବିହାର ଅର୍ଥାତ୍ ରାଜେଶ୍-ନୁପୁର ଡାକ୍ତର ଦମ୍ପତିଙ୍କ ଘର ଛାତ ଉପରେ ହେମରାଜଙ୍କ ମୃତଦେହ ମିଳିଥିଲା। ୨୪ ଘଣ୍ଟା ମଧ୍ୟରେ ଆରୁଷି ତଲଓ୍ୱାର ହତ୍ୟାକାଣ୍ଡ ଡବଲ ମର୍ଡର ମିଷ୍ଟ୍ରୀ ଭାବେ ସମସ୍ତଙ୍କୁ ଚକିତ କରିଦେଇଥିଲା। ସାରା ଦେଶ ୨୪ ଘଣ୍ଟା ପର୍ୟ୍ୟନ୍ତ ଯାହାକୁ ହତ୍ୟାକାରୀ ବୋଲି ବୁଝି ନେଇଥିଲା, ପ୍ରକୃତରେ ସେ ପୀଡ଼ିତ ଥିଲା। ଘଟଣାଟି ବିଜୁଳି ବେଗରେ ସାରା ଦେଶରେ ବ୍ୟାପିଗଲା।
ନୋଏଡା ପୁଲିସ ଉପରେ ଏନେଇ ଚାପ ବଢି଼ଯାଇଥିଲା। ହତ୍ୟାର ୨ ଦିନ ପରେ ତଦନ୍ତ ଚାଲିଥିବା ସମୟରେ ଅର୍ଥାତ ୨୦୦୮ ମେ'୧୮ରେ ପୁଲିସ ହତ୍ୟାକାଣ୍ଡ ନେଇ ଏକ ସୂଚନା ଜାରି କରିଥିଲା। ତଦ୍ଦନୁଯାୟୀ, ସର୍ଜିକାଲ ବ୍ଲେଡ୍ ସାହାଯ୍ୟରେ ହତ୍ୟା କରାଯାଇଛି। ନୋଏଡା ପୁଲିସର ଏଭଳି ବୟାନ ପରେ ରାଜେଶ-ନୁପୁରଙ୍କ ଉପରେ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ସନ୍ଦେହ ସୃଷ୍ଟି ହୋଇଥିଲା। ୨୦୦୮ ମେ'୨୩ରେ ନୋଏଡା ପୁଲିସ ଆରୁଷିଙ୍କ ବାପା ରାଜେଶ ତଲଓ୍ୱାରଙ୍କୁ ଡବଲ୍ ମର୍ଡର କରିଥିବା ଅଭିଯୋଗରେ ଗିରଫ କରିଥିଲା।
ତତ୍କାଳୀନ ମାୟାବତୀ ସରକାର ୨୦୦୮ ଜୁନ୧ରେ ଡବଲ ମର୍ଡର ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଦେଇଥିଲେ। ତଦନ୍ତ ଜାରି ଥିବା ବେଳେ ଆରୁଷି ଓ ହେମରାଜଙ୍କ ହତ୍ୟା ଅଭିଯୋଗରେ ରାଜେଶ ତଲଓ୍ୱାରଙ୍କୁ ଗିରଫ କରିଥିଲା। ଏବଂ ପରେ ସନ୍ଦେହ ଆଧାରରେ ତାଙ୍କୁ ଛାଡ଼ିଦିଆ ଯାଇଥିଲା। ସେହିଭଳି ୩ ଜଣ ଘରୋଇ ସହାୟକଙ୍କୁ ମଧ୍ୟ କ୍ଲିନ୍ ଚିଟ୍ ମିଳିଥିଲା। ପରେ ୨୦୧୦ ଡିସେମ୍ୱର ୨୯ରେ ସିବିଆଇ ସମ୍ପୂର୍ଣ୍ଣ ମାମଲାରେ ନିଜର ତଦନ୍ତ ରିପୋର୍ଟ ଦାଖଲ କରିଥିଲା, ଯେଉଁଥିରେ ଘରୋଇ ସହାୟକ, ସହାୟିକାମାନେ ନିର୍ଦ୍ଦୋଶ ବୋଲି ଦର୍ଶାଯାଇଥିଲା।
ଶେଷରେ ସିବିଆଇ ନିଜ ଚୂଡ଼ାନ୍ତ ରିପୋର୍ଟରେ ଆରୁଷିଙ୍କ ମାଆ-ବାପାଙ୍କୁ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଥିଲା। ଏହାପରେ ସିବିଆଇର ତଦନ୍ତ ରିପୋର୍ଟକୁ ହିଁ ଚାର୍ଜସିଟ୍ ଭାବେ ଗ୍ରହଣ କରି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ପରେ ଆରୁଷିଙ୍କ ରହସ୍ୟପୂର୍ଣ୍ଣ ହତ୍ୟାକାଣ୍ଡ ମାମଲାରେ ସିବିଆଇ କୋର୍ଟ ନୁପୁର ଓ ରାଜେଶ ତଲଓ୍ୱାରଙ୍କୁ ୨୦୧୩ ମେ' ୨୬ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଣି କରିଥିଲେ।
ତେବେ ଆରୁଷିଙ୍କ ମାଆ-ବାପା ନିଜକୁ ନିର୍ଦ୍ଦୋଷ ବୋଲି କହି ଆହ୍ଲାବାଦ ହାଇକୋର୍ଟରେ ପୁନର୍ବିଚାର ପାଇଁ ଆବେଦନ କରିଥିଲେ। ୨୦୧୭ ଅକ୍ଟୋବର ୧୨ରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ହାଇକୋର୍ଟ ଡାକ୍ତର ଦମ୍ପତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଏତିକିରେ ଆରୁଷି ଓ ହେମରାଜଙ୍କ ହତ୍ୟା ଆଜି ବି ରହସ୍ୟ ଘେରରେ ରହିଛି....
ସୂଚନା ଥାଉ କି, ଏହି ହାଇପ୍ରୋଫାଇଲ ମର୍ଡର ମିଷ୍ଟ୍ରୀକୁ ନେଇ ନିର୍ମିତ ହିନ୍ଦୀ ଚଳଚ୍ଚିତ୍ର 'ତଲଓ୍ୱାର' ୨୦୧୫ରେ ରିଲିଜ୍ ହୋଇଥିଲା। ଫିଲ୍ମଟିକୁ ମେଘନା ଗୁଲଜାର ନିର୍ଦ୍ଦେଶନା ଦେଇଥିବା ବେଳେ ଦିବଂଗତ ଅଭିନେତା ଇରଫାନ ଖାନ, କୋଙ୍କଣା ସେନ ଶର୍ମା ଏବଂ ନିରଜ କବି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।