ସୂଚନାଯୋଗ୍ୟ, ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ବ୍ୟାପିବା ଆଶଙ୍କା କରି ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଥିଲା । ଜାନୁଆରୀ ମାସରେ ରାତି ୯ଟାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ ହେଉଥିଲା। ଏହା ସକାଳ ୫ଟା ଯାଏ ବଳବତ୍ତର ରହୁଥିଲା। ଫଳରେ ରାତି ୯ଟାରୁ ସକାଳ ୫ଟା ଯାଏ ଦୋକାନ ବଜାର ଓ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ସ୍ଥିତିରେ ସୁଧାର ଆସିବାରୁ ଫେବୃଆରୀରେ ନାଇଟ୍ କର୍ଫ୍ୟୁକୁ ସାମାନ୍ୟ କୋହଳ କରାଯାଇଥିଲା । ରାତି ୯ଟା ପରିବର୍ତ୍ତେ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଥିଲା।
ଗତ କିଛି ଦିନ ହେବ ରାଜ୍ୟରେ ଦୈନିକ ହଜାରେ ତଳେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ନାଇଟ କର୍ଫ୍ୟୁ କଟକଣାକୁ ସମ୍ପୂର୍ଣ୍ଣ ଉଠାଇ ଦେଇଛନ୍ତି ରାଜ୍ୟ ସରକାର।
ଓଡ଼ିଶା ଭଳି ଦିଲ୍ଲୀ ସରକାର ମଧ୍ୟ ଛୋଟ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ନାଇଟ କର୍ଫ୍ୟୁ ସମୟକୁ ଆଉ ଏକ ଘଣ୍ଟା କୋହଳ କରିଛନ୍ତି। ଏଣିକି ଦିଲ୍ଲୀରେ ରାତି ୧୧ଟାରୁ ଭୋର ୫ଟା ଯାଏ କର୍ଫ୍ୟୁ ଲାଗିବ। ପୂର୍ବରୁ ରାତି ୧୦ରୁ କର୍ଫ୍ୟୁ ଲାଗୁ ଥିଲା।
ସଂକ୍ରମଣ ହ୍ରାସ ପାଉଥିବାରୁ ଆଜି ଦିଲ୍ଲୀ ସରକାର ବୈଠକ କରିଥିଲେ। ଏହାପରେ ସ୍କୁଲ, କଲେଜ, ଜିମ ଓ କୋଚିଂ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ସୂଚନା ଅନୁଯାୟୀ, ସୋମବାର ଠାରୁ ୯ମରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ସେହିପରି ୧୪ ଫେବୃଆରୀ ଠାରୁ ନର୍ସରୀ ଓ ୮ମ ଶ୍ରେଣୀର ପିଲାମାନଙ୍କ ସ୍କୁଲ କ୍ଲାସ ଆରମ୍ଭ ହେବ। ୭ ତାରିଖରୁ ସମସ୍ତ କଲେଜ ଖୋଲିବ। କଲେଜ କର୍ତ୍ତୃପକ୍ଷଙ୍କୁ ଅନଲାଇନ ବଦଳରେ ଅଧିକ ଅଫଲାଇନ କ୍ଲାସ କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ତେବେ ସବୁ ଶିକ୍ଷାନୁଷ୍ଠାନରେ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ ରହିବ।
ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, “ସୋମବାର ଠାରୁ ସମସ୍ତ ରେଷ୍ଟୁରାଣ୍ଟ ରାତି ୧୧ଟା ଯାଏ ଖୋଲିବ। ସମସ୍ତ ସରକାରୀ ଓ ଘରୋଇ ଅଫିସ ଗୁଡ଼ିକ ୧୦୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟକ୍ଷମ ହେବ। ଜିମ ଓ ସୁଇମିଂ ପୁଲ ମଧ୍ୟ ପୁଣି ଖୋଲିବ।”
All restaurants can now open till 11 pm. All Govt and private offices have been permitted to function at 100% capacity. Gyms and swimming pools to also reopen: Delhi Deputy CM Manish Sisodia pic.twitter.com/Wmu2Y6XwSy
— ANI (@ANI) February 4, 2022
ଦିଲ୍ଲୀ ବିପର୍ଯ୍ୟୟ ପ୍ରଶମନ ବିଭାଗ ଜାରି କରିଥିବା ଗାଇଡଲାଇନରେ କହିଛି ଯେ ସ୍କୁଲ ଖୋଲିବାକୁ ଥିଲେ ମଧ୍ୟ ଟିକା ନେଇ ନଥିବା ଶିକ୍ଷକଙ୍କୁ କ୍ଲାସ କରିବାର ଅନୁମତି ମିଳିବ ନାହିଁ। ୧୫ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯିବ। ସେହିପରି କାରରେ ଏକାକୀ ଯାଉଥିବା ଲୋକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ରହିବ ନାହିଁ। ଜିମ ଓ ସୁଇମିଂ ପୁଲ କରୋନା କଟକଣା ମଧ୍ୟରେ ଚାଲିବ।
ସେହିପରି ମାଟ୍ରିକ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ। ତେବେ କ୍ଲାସ ସବୁ ବନ୍ଦ ରହିବ। ଅର୍ଥାତ୍ ସମସ୍ତ ସ୍କୁଲ କଲେଜରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ। କ୍ଲାସ ବନ୍ଦ ରହିଲେ ବି ଅନଲାଇନ ପାଠପଢ଼ା ଚାଲୁ ରହିବ। ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଛୋଟ ଛୋଟ ବ୍ୟାଚ୍ ଡାଉଟ୍ କ୍ଲିୟରିଂ କ୍ଲାସ କରିପାରିବେ ବୋଲି ଏସଆରସି ସୂଚନା ଦେଇଛନ୍ତି।
ଏସଆରସି ଆହୁରି କହିଛନ୍ତି ଯେ ହାଟ, ବଜାରରେ ଜମୁଥିବା ଭିଡ଼କୁ ହ୍ରାସ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ଦାୟିତ୍ୱ ଦିଆଯିବ। ଯଦି କୌଣସି ମଲରେ ଭିଡ଼ ହେବ, ତାହେଲେ ଏଥିପାଇଁ ଦୋକାନ ମାଲିକ ଦାୟୀ ହେବେ। ଆଉ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଦୋକାନକୁ ୭ ଦିନ ଯାଏ ବନ୍ଦ କରାଯିବ ବୋଲି ଏସ୍ଆର୍ସି କହିଛନ୍ତି।
ସେହିପରି ରାଜନୈତିକ, ଶୈକ୍ଷିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ଦିଆଯାଇଛି। ଇଣ୍ଡୋର ହଲରେ କୌଣସି କାର୍ଯ୍ୟକ୍ରମ ହେଉଥିଲେ, ସେଥିରେ ୫୦% ଉପସ୍ଥିତ ରହିପାରିବେ। ପର୍ଯ୍ୟଟନ ସ୍ଥାନ ଗୁଡ଼ିକରେ ପିକନିକକୁ ସଂପୂର୍ଣ୍ଣ ବାରଣ କରାଯାଇଛି।
ହୋଟେଲ ଓ ପାର୍କରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଯାଇଛି। ଅର୍ଥାତ୍ କୌଣସି ହୋଟେଲ ଓ ପାର୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବନି। ସ୍କୁଲ କିମ୍ବା କଲେଜର ପିକନିକ୍, ଏସକର୍ସନ ସଂପୂର୍ଣ୍ଣ ଭାବେ ବାରଣ କରାଯାଇଛି। ନନ୍ଦନକାନନ ଆଦି ସ୍ଥାନରେ ଟିକେଟ୍ ପାଇଁ କ୍ୟୁରେ ରହିବାକୁ ପଡ଼ିବ। ହୋଟେଲ, ବାର୍ ରାତି ୯ଟା ଯାଏ ଖୋଲା ରହିବ। ତେବେ ଏହାକୁ ୫୦% କ୍ଷମତାରେ ଚଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ରାସ୍ତାକଡ଼ ଦୋକାନ ୯ଟା ଯାଏ ଖୋଲିବ। ସର୍ବାଧିକ ୫ ଜଣ ଗ୍ରାହକ ରହିବେ ବୋଲି ଏସଆରସି କହିଛନ୍ତି। ସେହିପରି ଯାତ୍ରା ୧ହଜାର ଦର୍ଶକଙ୍କୁ ନେଇ ଚାଲିବ। ତେବେ ଏହି ସମୟରେ ଯାତ୍ରା ମାଲିକମାନଙ୍କୁ ନିୟମର କଡ଼ା ପାଳନ କରିବାକୁ ପଡ଼ିବ। ସିନେମା ହଲ୍ ଗୁଡ଼ିକ ୫୦% ସିଟ୍ କ୍ଷମତାରେ ଚାଲିପାରିବ।
ସରକାରୀ ମିଟିଂ ବା ଟ୍ରେନିଂ କାର୍ଯ୍ୟକ୍ରମରେ ୧୦୦ ଲୋକ ରହିପାରିବେ। ଇଣ୍ଡୋର, ଆଉଟଡୋର ଫିଲ୍ମ ସୁଟିଂ ସର୍ବାଧିକ ୫୦ ଲୋକଙ୍କୁ ନେଇ ହୋଇପାରିବ। ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ମଧ୍ୟ କଟକଣା କରାଯାଇଛି। ବାହାଘର ଓ ବ୍ରତଘରରେ ସର୍ବାଧିକ ୧୦୦ ଲୋକ ଉପସ୍ଥିତ ରହିପାରିବେ। ସେହିପରି ଶୁଦ୍ଧିକାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି ମିଳିଛି। ଏହାଛଡ଼ା ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି ଦିଆଯାଇଛି। ତେବେ ବାହାଘର ଏବଂ ରିସେପ୍ସନ ଛଡ଼ା ଅନ୍ୟ କାର୍ଯ୍ୟକ୍ରମକୁ ଅନୁମତି ନାହିଁ। ଯେପରିକି ହଳଦୀ, ମେହେନ୍ଦି ଭଳି କାର୍ଯ୍ୟକ୍ରମ ଆଦିକୁ ସଂପୂର୍ଣ୍ଣ ଭାବେ ମନା କରାଯାଇଛି।
ସେହିପରି ରାଜ୍ୟର ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ। କେନ୍ଦ୍ର ସରକାର ଓ ଘରୋଇ ଅଫିସ ଅଳ୍ପ ଲୋକରେ ଚାଲିବାକୁ କୁହାଯିବ।
ଆସନ୍ତା ଏପ୍ରିଲ ୩୦ ଯାଏଁ ରାତି ୧୦ରୁ ସକାଳ ୫ଟାର ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡି ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ସେହିପରି ଏହି ସମୟରେ ଅତ୍ୟନ୍ତ ଜରୁରୀ ନଥିଲେ ଲୋକଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି।
ଏବେ ଦିଲ୍ଲୀରେ କରୋନାର ଚତୁର୍ଥ ଲହର ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଥିବା ନେଇ ଦିଲ୍ଲୀ ସରକାର କହିଛନ୍ତି।
ଏହାପୂର୍ବରୁ ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ, ଦିଲ୍ଲୀରେ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। କିନ୍ତୁ ଏବେ ଲକଡାଉନ୍ ଲାଗୁ କରିବା ପାଇଁ କୌଣସି ଯୋଜନା କରାଯାଇ ନାହିଁ। ସ୍ଥିତି ଉପରେ ନଜର ରଖାଯାଇଛି। ବିଚାର ବିମର୍ଶ ପରେ ଉଚିତ୍ ନିଷ୍ପତ୍ତି ନିଆଯିବ ।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ଦିଲ୍ଲୀରେ ବେକାବୁ ହେଉଛି କରୋନା । ସଂକ୍ରମଣ ମାମଲା ଲଗାତର ବଢ଼ି ଚାଲିଛି। ଗତ ୪ ମାସ ପରେ ସଂକ୍ରମଣ ମାମଲା ୫.୫୪ ପ୍ରତିଶତରେ ପହଞ୍ଚି ସାରିଛି, ଯାହାର ଚଳିତ ବର୍ଷର ସର୍ବାଧିକ। ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ୧ ତାରିଖରେ ସଂକ୍ରମଣ ୬.୮୫ ପ୍ରତିଶତ ଥିଲା।
ସଂକ୍ରମଣ ବଢ଼ିବା ଯୋଗୁ ଦିଲ୍ଲୀରେ ସକ୍ରିୟ ମାମଲା ସଂଖ୍ୟା ୧୪,୫୦୦ରୁ ଅଧିକ ରହିଛି। ସେପଟେ ଏଥିଯୋଗୁଁ ହସ୍ପିଟଲରେ ମଧ୍ୟ ବେଡ୍ ସଂଖ୍ୟା କମିବାକୁ ଲାଗିଲାଣି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
https://twitter.com/ANI/status/1379315500316942336?s=20
ଯଦିଓ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି ହେଲେ ଲକଡାଉନ୍ ଲାଗୁ କରିବା ପାଇଁ ଇଚ୍ଛା ନାହିଁ ବୋଲି ବୈଠକରେ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ। ହେଲେ ଯେଉଁଭଳି ପରିସ୍ଥିତି ଉପୁଜୁଛି ତାର ମୁକାବିଲା ପାଇଁ ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ କୌଣସି ଅସୁବିଧା ନହେବା ଉଚିତ ବୋଲି ଉଦ୍ଧବ କହିଛନ୍ତି। ଏହା ସହିତ ସମସ୍ତ ଅଧିକାରୀଙ୍କୁ କୁହାଯାଇଛି ଯେ ସମୟ ସମୟରେ ସେମାନେ ରାଜ୍ୟ ସରକାରଙ୍କୁ ସ୍ୱାସ୍ଥ୍ୟ ସେବା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବେ।
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ରୂପ ନେଉଥିବାରୁ ନାଇଟ୍ କର୍ଫ୍ୟୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଖୁବ ଶୀଘ୍ର ବିପର୍ଯ୍ୟୟ ପରିଚାଳନା ଓ ଥଇଥାନ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହେବ। ନୂଆ ନିୟମ ଅନୁସାରେ ସପିଂ ମଲ ଗୁଡ଼ିକ ରାତି ୮ଟାରୁ ସକାଳ ୭ଟା ଯାଏ ବନ୍ଦ ରହିବ।
ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୩୫,୯୫୨ ଜଣ ନୂଆ କରୋନାରେ ସଂକ୍ରମିତ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ୍ ସଂକ୍ରମିତ ସଂଖ୍ୟା ୨,୬୦୦,୮୩୩ କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ୨୬୪,୦୦୧ ଜଣ କରୋନାରେ ସଂକ୍ରମିତ ଅଛନ୍ତି ବୋଲି ଜଣାପଡ଼ିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୧୧ ଜଣ ପ୍ରାଣ ହରାଇଛନ୍ତି। ଏହାପରେ ରାଜ୍ୟରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୫୩,୭୯୫ କୁ ବୃଦ୍ଧି ପାଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୨୦,୪୪୪ ଲୋକ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇଲେ ରାଜ୍ୟରେ ମୋଟ୍ ୨,୨୮୩,୦୩୭ ଜଣ ଆରୋଗ୍ୟ ହୋଇଛନ୍ତି।
ମହାରାଷ୍ଟ୍ରରେ କରୋନା ସଂକ୍ରମଣକୁ ନଜରରେ ରଖି ନୂଆ ଗାଇଡଲାଇନ ଜାରି ହୋଇଛି। ସପିଂ ମଲ୍, ବଜାର, ସିନେମା ହଲ୍ ଇତ୍ୟାଦି ଗୁଡିକରେ ୫୦ ପ୍ରତିଶତ କ୍ଷମତା ସହିତ କାମ ଚାଲିବା ଉଚିତ। ଏହା ସହିତ ବିବାହରେ ୫୦ରୁ ଅଧିକ ଲୋକଙ୍କୁ ଯୋଗଦେଇ ପାରିବେ ନାହିଁ ଏବଂ ଅନ୍ତିମ ସଂସ୍କାରରେ ମାତ୍ର ୨୦ ଜଣ ଉପସ୍ଥିତ ରହିପାରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।
ସେହିପରି ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ଗୁଡ଼ିକରେ କରୋନା ଓ୍ୱାର୍ଡ ଅଲଗା କରାଯାଇଛି। ଘରୋଇ ଡାକ୍ତରଖାନା ଗୁଡ଼ିକରେ ୫୦ ପ୍ରତିଶତ ବେଡ୍ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ସଂରକ୍ଷିତ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ହୋଲି ବେଳେ ଲୋକଙ୍କୁ ଏକାଠି ନହେବାକୁ ସରକାର ଲୋକଙ୍କୁ ନିବେଦନ କରିଛନ୍ତି। ତେଣୁ ସତର୍କ ହୋଇ ହୋଲି ପାଳନ କରିବାକୁ ଉପମୁଖ୍ୟ ମନ୍ତ୍ରୀ ଅଜିତ ପାଓ୍ୱାର ନିବେଦନ କରିଛନ୍ତି।
ଏହି ସମୟରେ ଦୋକାନ ବଜାର ବନ୍ଦ ରହିବ । ତେବେ ଅତ୍ୟାବଶ୍ୟକ ସେବା ଜାରି ରହିବ । ଡାକ୍ତରୀ ସେବା ଏବଂ ଔଷଧ ଦୋକାନକୁ ଛାଡି ଦେଲେ ଅନ୍ୟ ସବୁ ଦୋକାନ ରାତି ୯ଟା ସୁଦ୍ଧା ବନ୍ଦ ହେବ । ହୋଟେଲଗୁଡିକ ମଧ୍ୟ ବନ୍ଦ ରଖିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏପରିକି ଟୁଇନସିଟିରେ ଭୋଜି ଭାତକୁ ମଧ୍ୟ ବାରଣ ହୋଇଛି । ଆପର୍ଟମେଣ୍ଟ ଏବଂ ରସିଡେନ୍ସିଆଲ ଏରିଆରେ ଭୋଜି କରିବାକୁ ମନା ହୋଇଛି । ଗୋଟିଏ ସ୍ଥାନରେ ଅତ୍ୟଧିକ ଲୋଭ ଭିଡ ଜମାଇ ପାରିବେ ନାହିଁ । ଯେଉଁମାନେ କଟକଣା ମାନିବେ ନାହିଁ ସେମାନଙ୍କ ନୂଆବର୍ଷ ଥାନାରେ କଟିବ ବୋଲି କଡା ଭାଷାରେ ସିପି କହିଛନ୍ତି ।
ଯାତାୟତ ଉପରେ ମଧ୍ୟ କଟକଣା ଜାରି ହୋଇଛି । ୧୦ଟା ଭିତରେ ସମସ୍ତେ ଘରକୁ ଫେରିବାକୁ ପୁଲିସ କମିଶନର ଅନୁରୋଧ କରିଛନ୍ତି । ଅତି ଜରୁରୀ ନଥିଲେ ଘରୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଅନୁମତି ନଥିବା ଲୋକଙ୍କୁ ଆଗକୁ ଯିବାକୁ ଦିଆଯିବ ନାହିଁ । ଟୁଇନ ସିଟିରେ ବିଭିନ୍ନ ସ୍ଥାନରେ ଚେକ ପୋଷ୍ଟ ଲାଗିବ । କଟକ ଭୁବନେଶ୍ୱରରେ ପ୍ରାୟ ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ ବୋଲି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଆଜି ପ୍ରେସମିଟରେ କହିଛନ୍ତି ।
ଅନ୍ୟପକ୍ଷରେ ଆଜି ଏସ୍ଆରସି ପ୍ରଦୀପ ଜେନା ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଜାରି ହେବ ବୋଲି ସୂଚନା ଦେଇଛନ୍ତି । ଆଜି ରାତି ୧୦ରୁ ସକାଳ ୫ଟାଯାଏଁ ଏହି କର୍ଫ୍ୟୁ ଜାରି ରହିବ । ଏଥିସହ ଅଫିସ ଗୁଡିକରେ ଏକାଠି ହୋଇ ନୂଆବର୍ଷ ଶୁଭେଚ୍ଛା ନ ଜଣାଇବାକୁ ସେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।
ତେବେ ଏହି ନାଇଟ କର୍ଫ୍ୟୁରୁ ଅତ୍ୟାବଶ୍ୟକ ସେବା ବାଦ ପଡିବ। ଏହି ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ । ଜରୁରୀକାଳୀନ ସେବା ମଧ୍ୟ ପରିବହନ ହୋଇପାରିବ । କରୋନା ସ୍ଥିତି ଏବଂ ନୂଆବର୍ଷ ଓ ଜିରୋ ନାଇଟକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏହି କଟକଣା ଜାରି କରିଛନ୍ତି । ଏଥିରେ ସହଯୋଗ କରିବା ପାଇଁ ରାଜ୍ୟବସୀଙ୍କୁ ଏସ୍ଆରସି ନିବେଦନ କରିଛନ୍ତି ।
ନୂଆବର୍ଷ ପାଳନ ନେଇ ମଧ୍ୟ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ନୂଆବର୍ଷରେ ଅଫିସରେ ଏକାଠି ହୋଇ ପରସ୍ପରକୁ ଶୁଭେଚ୍ଛା ଜଣାଇବାକୁ ମନା କରାଯାଇଛି । ଭର୍ଚୁଆଲ ଭାବେ ଶୁଭେଚ୍ଛା ଜଣାଇବାକୁ କହିଛନ୍ତି ଏସଆରସି । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଏଭଳି କଟକଣା ଜାରି କରାଯାଇଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
Govt of Odisha imposing Night curfew from 10pm of tonight to 5AM tomorrow morning across the state. General public requested to cooperate. All essential services& movements are allowed to continue during curfew hours. @CMO_Odisha @IPR_Odisha @SecyChief @odisha_police @SRC_Odisha
— Pradeep Jena IAS (@PradeepJenaIAS) December 31, 2020
ଓଡ଼ିଶା ପୂର୍ବରୁ ନୂଆବର୍ଷକୁ ଆଖି ଆଗରେ ରଖି ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ, ଗୋଆ, ଉତ୍ତର ପ୍ରଦେଶ ମଧ୍ୟ ନାଇଟ କର୍ଫ୍ୟୁ ଲାଗୁ କରିସାରିଛନ୍ତି। ବିଶେଷକରି ଦିଲ୍ଲୀ ଓ ମହାରାଷ୍ଟ୍ରରା ଦୁଇ ଦିନିଆ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ଡିସେମ୍ବର ୩୧ ତାରିଖ ରାତି ୧୧ଟାରୁ ଜାନୁଆରୀ ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ସ୍ଥାନରେ ଲୋକେ ଏକାଠି ହୋଇପାରିବେ ନାହିଁ। ଏହାବ୍ୟତୀତ ଜାନୁଆରୀ ୧ ତାରିଖ ରାତି ୧୧ଟାରୁ ୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ମଧ୍ୟ ସାର୍ବଜନୀନ ସ୍ଥାନରେ ଲୋକେ ଜମା ନହେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।