କୁନିପୁଅ ସିଦ୍ଧାନ୍ତର ଧନ୍ୟବାଦ ଅର୍ପଣ କାର୍ଯ୍ୟ ସମ୍ପାଦନର ଅନନ୍ୟ ଶୈଳୀକୁ ବେଶ ପ୍ରଶଂସା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏନେଇ ସୋସିଆଲ ମିଡିଆ 'ଏକ୍ସ'ରେ ପୋଷ୍ଟ କରି ଭୁରିଭୁରି ପ୍ରଶଂସା କରିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କୁନି ପୁଅ ସିଦ୍ଧାନ୍ତର ଧନ୍ୟବାଦ ଅର୍ପଣ କାର୍ଯ୍ୟ ସମ୍ପାଦନକୁ ପ୍ରଶଂସା କରିବା ସହ ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ବୋଲି କହିଛନ୍ତି।
https://youtu.be/aCanlFJlgCg
ସେ କହିଛନ୍ତି, ବ୍ୟକ୍ତିଗତ ଭାବେ ମଧ୍ୟ ମୁଁ ଉଭୟ ତାରା ଓ ନରସିଂହଙ୍କ ସହ ଆଲୋଚନା କରିନି। ଦଳ ପାଇଁ ସେମାନେ ଯେଭଳି କାମ କରୁଛନ୍ତି ସେଭଳି କାମ କରନ୍ତୁ। କଂଗ୍ରେସର ନୀତି, ଆଦର୍ଶ ଯାହା ଥିଲା ତାହା ରହିଛି। କିଛି ପରିବର୍ତ୍ତନ ହୋଇନି। ଯେଉଁମାନେ ଦଳ ଛାଡୁଛନ୍ତି ସେମାନେ କେବଳ ନିଜ ସ୍ୱାର୍ଥ ପାଇଁ ଦଳ ଛାଡୁଛନ୍ତି। ଦଳ ଭିତରେ ଶୃଙ୍ଖଳା ଓ କଠିନ ପରିଶ୍ରମ ଆବଶ୍ୟକ। ଶୃଙ୍ଖଳା ଓ କଠିନ ପରିଶ୍ରମ ନ ହେଲେ ଜନମତ ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି କହିଛନ୍ତି ପିସିସି ସଭାପତି।
କଂଗ୍ରେସର ଆମୂଳଚୂଳ ନେତୃତ୍ୱ ପରିବର୍ତ୍ତନ ନେଇ ପ୍ରଭାରୀ ଚେଲ୍ଲାକୁମାରଙ୍କ ସୂଚନା ପରେ ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ଏହାର ଉତ୍ତର ଦେବାକୁ ଯାଇ ନିରଞ୍ଜନ କହିଛନ୍ତି, ଓଡ଼ିଶାରେ ପ୍ରବଳ ଗୁଜବ ହୁଏ। କର୍ମୀଙ୍କ କଥା ପରେ, ପିସିସି ନେତୃତ୍ୱ ପରିବର୍ତ୍ତନ ହେଉ ବୋଲି ମୁଁ ନିଜେ ଚାହୁଁଛି। ତେଣୁ ନେତୃତ୍ୱ ପରିବର୍ତ୍ତନ ପୂର୍ବରୁ ପ୍ରଭାରୀ ତଥା ହାଇକମାଣ୍ଡ କର୍ମୀଙ୍କ ସହ ଆଲୋଚନା କରିବା ସ୍ୱାଭାବିକ।
ସୂଚନାଯୋଗ୍ୟ, ଦଳୀୟ ପଦରୁ କଂଗ୍ରେସର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି ଓ ନରସିଂହ ମିଶ୍ର ଇସ୍ତଫା ଦେଇଥିବା ନେଇ ଗତକାଲି ଚର୍ଚ୍ଚା ଜୋର ଧରିଥିଲା। ଏନେଇ ତାରା ବାହିନୀପତି କିମ୍ବା ନରସିଂହ ମିଶ୍ରଙ୍କ ତରଫରୁ କୌଣସି ବିବୃତି ମିଳିନି।
https://www.youtube.com/watch?v=ETr6DVe4D4c
ଏପଟେ ରାଜ୍ୟ ପ୍ରଦେଶ କଂଗ୍ରେସରେ ମଧ୍ୟ ସମାନ ଅବସ୍ଥା। ସେପଟେ ଏଆଇସିସି ଏପଟେ ପିସିସି ପରିବର୍ତ୍ତନ ଲାଗି ଦଳରୁ ସ୍ୱର ଶାଣିତ ହେଲାଣି। ଦଳରେ ସଂକ୍ରମଣ ବଢ଼ି ବଢ଼ି ଚାଲିଥିବା ବେଳେ ଭାକସିନ୍ ଦାବି ମଧ୍ୟ ଜୋର୍ ଧରୁଛି। ସଂକ୍ରମଣକୁ ରୋକିବାକୁ ଜଣେ ସ୍ଥାୟୀ ନେତୃତ୍ୱ ଆବଶ୍ୟକ। ସାମୟିକ ସମାଧାନରେ ଆଜି କଂଗ୍ରେସ ସର୍ବାଧିକ ଖରାପ ସ୍ଥିତିରେ ଦେଇ ଗତି କରୁଛି। ତେବେ ଆଜି ହେଉଛି ମାନସ ମନ୍ଥନ। ଦିଲ୍ଲୀ ଦରବାରରେ କଂଗ୍ରେସ ଭାକସିନ ଟ୍ରାଏଲ୍ ଫେଜ୍ ଚାଲିଛି। ନୀତି ନିର୍ଦ୍ଧାରଣ କମିଟି ବୈଠକରେ ଆରମ୍ଭ ହୋଇଯାଇ ବିଚାରବିମର୍ଶ। ବଡ଼ ବଡ଼ ତୁଙ୍ଗ ନିର୍ଦ୍ଧାରକମାନେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। କୁହାଯାଉଛି ସୋନିଆ ଇସ୍ତଫା ମଧ୍ୟ ଦେଇପାରନ୍ତି।
ସିଡବ୍ଲୁସି ବୈଠକରେ ଏଆଇସିସି, ପିସିସି ସଂଗଠନ ନେଇ ଆଲୋଚନା ହେବ। ଏହାକୁ ଦୃଷ୍ଟିରେ ରଖି ଗତକାଲି ରାଜ୍ୟ କଂଗ୍ରେସରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା। ପିସିସି ପରିବର୍ତ୍ତନ କରିବା ଦାବି ଓଡ଼ିଶାରେ ଏକ ପୁରୁଣା ବିଷୟ। ସେଠାରେ ଗାନ୍ଧି ପରିବାରବାଦ ହଟାଇବା ଆଉ ଏଠାରେ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇ ଟାଣୁଆ ନେତୃତ୍ୱ ଆଣିବା ଲାଗି ଚେଷ୍ଟା ଜାରି ରହିଛି। ପିସିସି ରେସରେ ଅନେକେ ଥିଲେ ହେଁ ଭିତିରୁ ସୂତ୍ରରୁ ଜଣାପଡ଼ିଛି ଯେ, ଦେବାଶିଷ ପଟ୍ଟନାୟକ ରହିଛନ୍ତି ଆଗଧାଡ଼ିରେ। ସେହିପରି ଏଆଇସିସି ସମ୍ପାଦକ ଭାବେ ବିଶ୍ୱରଞ୍ଜନ ମହାନ୍ତି ମଧ୍ୟ ପିସିସି ଦୌଡ଼ରେ ଅଛନ୍ତି ବୋଲି ଶୁଣାଯାଉଛି। ତେବେ ଯାହା କୁହାଯାଉଛି, ସୋନିଆଙ୍କ ଲିଙ୍କରେ ଦେବାଶୀଷ ଥିବା ବେଳେ ବିଶ୍ୱରଞ୍ଜନଙ୍କ ରହିଛି ରାହୁଲ ଲିଙ୍କ୍। ହେଲେ ଏହା ମଧ୍ୟ କୁହାଯାଉଛି ମହମ୍ମଦ ମୋକିମ୍ ବି କାଳେ ବିକଳ୍ପ ହୋଇପାରନ୍ତି। ଏବେ ଦିଲ୍ଲୀ କଂଗ୍ରେସ ଭାକସିନ୍ ଟ୍ରାଏଲ ସଫଳ ହେଲେ ଓଡ଼ିଶାରେ କେଉଁ ଲିଙ୍କ୍ କାମ ଦେବ ତାହା ସ୍ପଷ୍ଟ ହେବ। କାରଣ ଏଆଇସିସି ଅଧ୍ୟକ୍ଷ ଚାହିଁଲେ ପିସିସି ପରିବର୍ତ୍ତନ ସମ୍ଭବ।
ମୁରବୀ ଠିକ୍ ନ ଥିବାରୁ କଂଗ୍ରେସର ଅବସ୍ଥା ଆଜି ଶୋଚନୀୟ। ଉଭୟ କେନ୍ଦ୍ର ଓ ରାଜ୍ୟରେ ଅନେକ ତୁଙ୍ଗ ନେତା, ବିଧାୟକ ଦଳ ଛାଡ଼ି ବିଜେପି ଓ ବିଜେଡିରେ ଯୋଗଦେଇଛନ୍ତି। ଦିଲ୍ଲୀଠାରୁ ଭୁବନେଶ୍ୱର ଦେଖିଲେ ଲାଗୁଛି କଂଗ୍ରେସ ହଲଚଲ ଅବସ୍ଥାରେ ରହିଛି। ଜୟନ୍ତୀ ନଟରାଜନ, ଜ୍ୟୋତିରାଦିତ୍ୟ ସିନ୍ଦିଆ, ରଞ୍ଜିତ୍ ଦେଶମୁଖ, ଚୌଧୁରୀ ବୀରେନ୍ଦ୍ର ସିଂହଙ୍କ ଭଳି କଂଗ୍ରେସର ଅନେକ ଟାଣୁଆ ଚେହେରା ୨୦୧୪ ପରେ ଦଳକୁ ଅଲବିଦା କହିଛନ୍ତି। ଏପଟେ ଓଡ଼ିଶା ପ୍ରଦେଶ କଂଗ୍ରେସକୁ ବିଭୁ ତରାଇ, ନବ ଦାସ, ପ୍ରକାଶ ବେହେରା, ସୁମିତ୍ରା ଜେନାଙ୍କ ଭଳି ନେତାମାନେ ବିଦାୟ କହି ବିଜେଡି ଏବଂ ବିଜେପିକୁ ଆଲିଙ୍ଗନ କରିଛନ୍ତି।
ନିକଟରେ କଂଗ୍ରେସର ଅନ୍ୟତମ ହେଭି ଓ୍ୱେଟ୍ ନେତା ସଚିନ ପାଇଲଟଙ୍କ ଅସନ୍ତୁଷ୍ଟ ଗୋଷ୍ଠୀ ଦଳକୁ ନାକେ ପାଣି ପିଆଇଦେଇଥିଲା। ପରେ ବିଭିନ୍ନ ସର୍ତ୍ତମୂଳକ ସାଲିସ୍ କରି ସଚିନ ପୁଣି ହାତ ଦଳର ହାତ ଧରିଛନ୍ତି। ଏସମସ୍ତ ପରିସ୍ଥିତିକୁ ନିରେଖି ଦେଖିଲେ ଲାଗୁଛି, ବର୍ତ୍ତମାନ କଂଗ୍ରେସ ଭାକସିନ୍ ନିହାତି ଆସିବା ଦରକାର। ନ ହେଲେ ଦେଶରେ ବିରୋଧୀ ଦଳର ଜବନିକା ପଡ଼ିଯିବ। ତେବେ ଯଦି ସଚିନ୍ ଏହି ଭାକସିନ୍ ହୁଅନ୍ତି, ସମ୍ପୂର୍ଣ୍ଣ ଚିତ୍ର ଭିନ୍ନ ରୂପ ନେବ। ଅପରପକ୍ଷେ ଯଦି ପୁଣି ସୋନିଆ ରାହୁଲଙ୍କୁ ଦାୟିତ୍ୱ ଦେଇ ପରିବାରବାଦର ପୁନରାବୃତ୍ତି କରନ୍ତି, ତେବେ ପରିସ୍ଥିତି ଯଥା ପୂର୍ବଂ, ତଥା ପରଂ।
୧୯୯୧ରେ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ପି.ଭି ନରସିଂହା ରାଓ ଅଧ୍ୟକ୍ଷ ଭାର ନେଇଥିଲେ। ସେ ୧୯୯୨ରୁ ୧୯୯୬ ଯାଏ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ। ହେଲେ ନିର୍ବାଚନରେ ହାରିବା ପରେ ତାଙ୍କୁ ଅଧ୍ୟକ୍ଷ ପଦରୁ ବାହାର କରିଦିଆଗଲା ଏବଂ ସୀତାରାମ କେଶରୀଙ୍କୁ କଂଗ୍ରେସ କମାଣ ହସ୍ତାନ୍ତର କରାଗଲା। ସୀତାରାମ ୧୯୯୬ରୁ ୧୯୯୮ ଯାଏ କଂଗ୍ରେସ ଅଧ୍ୟକ୍ଷ ରହିଥିଲେ।
ଏହାରି ଭିତରେ ସୋନିଆ ଗାନ୍ଧି ବିଦେଶୀ ମହିଳା ବୋଲି ପ୍ରସଙ୍ଗ ଜୋର୍ ଧରିଲା। ଅନେକ ତୁଙ୍ଗ ନେତା ଦଳ ଛାଡ଼ିଦେଲେ। ତୀବ୍ର ବିବାଦ ଭିତରେ ସୀତାରାମ କେଶରୀଙ୍କ ଅଧ୍ୟକ୍ଷ ପଦ ବି ହାତରୁ ଗଲା ଏବଂ ସୋନିଆ ନିଜେ ପାର୍ଟି ଅଧ୍ୟକ୍ଷ ହେଲେ।
୧୯୯୮ରୁ ୨୦୧୭ ଯାଏ ସୋନିଆ କଂଗ୍ରେସ ଅଧ୍ୟକ୍ଷ ହୋଇ ରହିଲେ। କିନ୍ତୁ ୨୦୧୭ରେ ପାର୍ଟିକୁ ଯୁବ ନେତୃତ୍ୱ ଆବଶ୍ୟକ କହି ପଦ ଛାଡ଼ିଦେଲେ। ଏହାପରେ ତାଙ୍କ ପୁଅ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ନେଲେ।
ରାହୁଲ ଗାନ୍ଧି ୨୦୧୭ରୁ ୨୦୧୯ ଯାଏ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଲେ। ହେଲେ ୨୦୧୯ ଲୋକସଭା ନିର୍ବାଚନରେ ଲଜ୍ଜାଜନକ ପରାସ୍ତ ହେବା ପରେ ରାହୁଲ ନିଜକୁ ଦାୟୀ କରି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଦେଲେ। ଏହାପରେ ୨୦୧୯ରେ ପୁଣି ସୋନିଆ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି। ଏବେ ଅନ୍ତରୀଣ ଅଧ୍ୟକ୍ଷ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ପୁଣି ଦଳକୁ ଯୁବ ନେତୃତ୍ୱ ଆବଶ୍ୟକ ବୋଲି କହି ସୋନିଆ ପଦ ଛାଡ଼ିବା କଥା କହୁଛନ୍ତି।