ମୋଟ ପଦବୀ-୫୦
ବିଜ୍ଞପ୍ତି ଅନୁଯାୟୀ, ୨୨ ଟି ଇଲେକ୍ଟ୍ରିକାଲ ଟ୍ରେଡ୍, ମେକାନିକଲ ପାଇଁ ୧୪ଟି ଏବଂ ଇଲେକ୍ଟ୍ରୋନିକ୍/ଇଂଷ୍ଟୁମେଣ୍ଟେସନ ପାଇଁ ୧୪ଟି ପଦବୀ ରହିଛି। ପ୍ରାରମ୍ଭରେ ସମସ୍ତଙ୍କୁ ଏକ ବର୍ଷର ତାଲିମ ଦିଆଯିବ, ଏହା ପରେ ଏକ ଚୁକ୍ତି ସ୍ୱାକ୍ଷର ହେବ । ଏହି ଆଧାରରେ ନିଯୁକ୍ତ ପ୍ରାର୍ଥୀଙ୍କୁ NTPCରେ ଅତି କମରେ ତିନି ବର୍ଷ କାମ କରିବାକୁ ପଡିବ।
ଶିକ୍ଷାଗତ ଯୋଗ୍ୟତା: ଏହି ସବୁ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ସମ୍ପୃକ୍ତ ଟ୍ରଡ୍ରେ ୪ ବର୍ଷର ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ଉଚିତ୍। ଏହା ବ୍ୟତୀତ ଆବେଦନକାରୀଙ୍କ ସର୍ବାଧିକ ବୟସ ୨୭ ବର୍ଷ ହେବା ଉଚିତ୍। ସଂରକ୍ଷିତ ବର୍ଗର ଆବେଦନକାରୀମାନେ ନିୟମ ଅନୁଯାୟୀ ବୟସ ସୀମାରେ ଛାଡ ପାଇପାରିବେ।
କିଭଳି କରିବେ ଆବେଦନ: ଏହି ସବୁ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ NTPC ଲିମିଟେଡ୍ର ଅଫିସିଆଲ୍ ୱେବସାଇଟ୍ https://www.ntpc.co.in ଲଗ୍ଇନ୍ କରନ୍ତୁ। ଏଠାରେ ଆପଣ ନିଯୁକ୍ତି ବିଜ୍ଞପ୍ତି ଏବଂ ଆବେଦନ ଫର୍ମ ପାଇଁ ଲିଙ୍କ୍ ପାଇବେ। ଏହି ଲିଙ୍କରେ କ୍ଲିକ୍ କରିବା ପରେ ଆପଣଙ୍କୁ ପଞ୍ଜିକରଣ କରିବାକୁ ପଡିବ ଏବଂ ଆପଣଙ୍କର ସମ୍ପୂର୍ଣ୍ଣ ବିବରଣୀ ପୂରଣ କରିବାକୁ ପଡିବ । ଆବେଦନ ଶେଷ ହେବା ପରେ, ପ୍ରାର୍ଥୀଙ୍କୁ NTPC ତରଫରୁ ପରବର୍ତ୍ତୀ ପ୍ରକ୍ରିୟା ବିଷୟରେ ଅବଗତ କରାଯିବ। ଆବେଦନ କରିବାର ଶେଷ ତାରିଖ ଆସନ୍ତା ମେ' ୬ ତାରିଖ ରଖାଯାଇଛି।
ଏକଜିକ୍ୟୁଟିଭ (ସେଫଟି): ୨୫ଟି ପଦବୀ
ଏକଜିକ୍ୟୁଟିଭ (ଆଇଟି - ଡାଟା ସେଣ୍ଟର। ଡାଟା ରିକୋଭରୀ): ୮ଟି ପଦବୀ
ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ (ସୋଲାର): ଗୋଟିଏ ପୋଷ୍ଟ
ବିଶେଷଜ୍ଞ (ସୋଲାର): ଗୋଟିଏ ପୋଷ୍ଟ
ଆବେଦନକାରୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଅତି କମ୍ରେ ୬୦ ପ୍ରତିଶତ ମାର୍କ ରଖିଥିବେ। ସେ ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନ, କମ୍ପ୍ୟୁଟର ସାଇନ୍ସ କିମ୍ବା ଆଇଟିରେ ବିଟେକ୍ ପାସ କରିଥିବେ। ଏକଜିକ୍ୟୁଟିଭ ପଦବୀ ପାଇଁ ସର୍ବନିମ୍ନ ବୟସ ସୀମା ୩୫ ରହିଥିବା ବେଳେ ବରିଷ୍ଠ ଏକଜିକ୍ୟୁଟିଭ ପଦବୀ ପାଇଁ ସର୍ବାଧିକ ବୟସ ୪୫ ବର୍ଷ ଏବଂ ବିଶେଷଜ୍ଞ ପଦବୀ ପାଇଁ ୫୫ ବର୍ଷ ରହିଛି।
ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କ ମାସିକ ଦରମା ୭୧,୦୦୦ ଟଙ୍କା ରହିବ। ବରିଷ୍ଠ କାର୍ଯ୍ୟନିର୍ବାହୀ ସୋଲାର ଏବଂ ବିଶେଷଜ୍ଞଙ୍କ ଦରମା ଅଭିଜ୍ଞତା ଏବଂ ଦକ୍ଷତା ଉପରେ ନିର୍ଭର କରିବ।
ଆଗ୍ରହୀ ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟ୍ ntpccareers.net କୁ ଯାଇ ଆବେଦନ କରି ପାରିବେ। ଜେନେରାଲ / ଓବିସି / ଇଡବ୍ଲ୍ୟୁସି ପ୍ରାର୍ଥୀଙ୍କ ପାଇଁ ଆବେଦନ ଦେୟ 300 ଟଙ୍କା ରହିଛି। ଏସସି / ଏସଟି / ପିଡବ୍ଲ୍ୟୁଡି / ଏକ୍ସଏସଏମ ବର୍ଗର ପ୍ରାର୍ଥୀଙ୍କୁ ଆବେଦନ ଫି’ ଦେବାକୁ ପଡ଼ିବନି।