ପ୍ରସ୍ତୁତି ପ୍ରଣାଳୀ: ପେଡ଼ା ତିଆରି କରିବା ପାଇଁ ପ୍ରଥମେ ଖୁଆ ପସ୍ତୁତ କରନ୍ତୁ। ଖୁଆ ପ୍ରସ୍ତୁତ କରିବା ପାଇଁ ପ୍ରଥମ ଗ୍ୟାସରେ କଡ଼େଇ ବସାଇ ଗରମ କରନ୍ତୁ। କଡ଼େଇ ଗରମ ହେବାପରେ ସେଥିରେ ଅଳ୍ପ ଗୁଆ ଘିଅ ପକାନ୍ତୁ। ଘିଅ ଗରମ ହୋଇଯିବା ପରେ ସେଥିରେ କ୍ଷୀର ପକାନ୍ତୁ। ପରେ ତାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହା ପରେ ଅଳ୍ପ ଆଞ୍ଚରେ କ୍ଷୀରକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ।
କ୍ଷୀର ଫୁଟି ବହଳ ହୋଇଗଲେ ସେଥିରେ ଚିନି, ଇଲାଇଚି ପାଉଡର ପକାଇ ତାକୁ ଗୋଳାଇ ଦିଅନ୍ତୁ। ଏହା ପରେ ସେଥିରେ ମିଲ୍କ ପାଉଡର ପକାଇ ଭଲ କି ଗୋଳାଇ ଦିଅନ୍ତୁ। ଭଲ କି ଗୋଳାଇବେ, ନହେଲେ ମିଲ୍କ ପାଉଡର ବିଣ୍ଡା ହୋଇଯାଇପାରେ। କ୍ଷୀରରେ ମିଲ୍କ ପାଉଡର ଭଲ ଭାବେ ମିଶି ବହଳିଆ ହୋଇଯିବା ପରେ ଖୁଆ ପ୍ରସ୍ତୁତ ହୋଇଗଲା। ତା’ପରେ ତାକୁ ଗ୍ୟାସରୁ ଓହ୍ଲାଇ ଦେଇ ଥଣ୍ଡା ହେବାକୁ ଫ୍ରିଜରେ କିଛି ସମୟ ପାଇଁ ରଖି ଦିଅନ୍ତୁ।
ଏହା ପରେ ପାପୁଲିରେ ଘିଅ ଲଗାଇ ସେହି ଖୁଆକୁ ଆଣି ଗୋଲ ଗୋଲ କରି ଦିଅନ୍ତୁ। ତା’ପରେ ନିଜ ଇଛା ମୁତାବକ ଆପଣ ଏହାକୁ ଯେକୌଣସି ଆକାର ଦେଇ ପାରିବେ। ଏହା ଉପରେ ଆପଣ ପିସ୍ତା ବାଦାମ୍ କିମ୍ବା ନିଜ ପସନ୍ଦ ମୁତାବକ ଯେକୌଣସି ଡ୍ରାଇ ଫ୍ରୁଟ୍ ରଖିପାରିବେ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ କ୍ଷୀର ପେଡ଼ା।
ଆଜି ଦୋଳ ପୂର୍ଣ୍ଣିମାରେ ଠାକୁରଙ୍କ ପାଖରେ ଏହାକୁ ଭୋଗ ଲଗାନ୍ତୁ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ରୋହି ମାଛକୁ ଧୋଇ ଦେଇ ସେଥିରେ ହଳଦି, ଲୁଣ ଭଲ ଭାବେ ଗୋଳାଇ ଦିଅନ୍ତୁ। ମାଛକୁ ଏକ ପ୍ୟାନ୍ରେ ହାଲକା ଫ୍ରାଏ କରି ଦିଅନ୍ତୁ।
ଏହାପରେ ଧଳା ସୋରିଷ, କଳା ସୋରିଷ, ପୋସ୍ତ, ଜିରା, ଶୁଖିଲା ଲଙ୍କା, ରସୁଣ ,ପିଆଜକୁ ମିଶାଇ ବାଟି ଦିଅନ୍ତୁ। ଏକ ଟିଫିନରେ ମସଲା ମିଶ୍ରଣକୁ ପକାଇ ଦିଅନ୍ତୁ। ସେଥିରେ କିଛି ହଳଦି, ଟମାଟୋ, କଞ୍ଚାଲଙ୍କା, ଲୁଣ, ସୋରିଷ ତେଲ, ଆମ୍ବୁଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ମାଛ ଫ୍ରାଏକୁ ପକାଇ ଦିଅନ୍ତୁ। ଏହାପରେ ଟିଫିନ୍ କଭରକୁ ଭଲ ଭାବେ ବନ୍ଦ କରି ଦିଅନ୍ତୁ।
ଏହାପରେ ଗ୍ୟାସ୍ ଅନ୍ କରି ଏକ କରେଇରେ ପାଣି ନିଅନ୍ତୁ। ପାଣି ଭଲ ଭାବେ ଫୁଟିଗଲେ ତାହା ଉପରେ ଷ୍ଟାଣ୍ଡ ରଖନ୍ତୁ । ଏବେ ଉକ୍ତ ଷ୍ଟାଣ୍ଡ ଉପରେ ମାଛ ଥିବା ଟିଫିନ୍କୁ ରଖନ୍ତୁ। ଏହାପରେ କରେଇକୁ ଭଲ ଭାବେ କଭର କରି ପ୍ରାୟ ଅଧ ଘଣ୍ଟା କାଳ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଏହାପରେ ଗ୍ୟାସ୍କୁ ବନ୍ଦ କରି ଦିଅନ୍ତୁ। ଟିଫିନ୍ ସମ୍ପୂର୍ଣ୍ଣ ଥଣ୍ଡା ହେବା ପରେ ତାହାକୁ ଖୋଲି ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ବାମ୍ଫ ଦିଆ ମାଛ । ତାହା ଉପରେ ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ଗରମ ଭାତ ସହ ଏହାର ମଜା ନିଅନ୍ତୁ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ଗରମ କରି କଟା ପିଆଜ ପକାନ୍ତୁ। ପିଆଜର ରଙ୍ଗ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହାପରେ ସେଥିରେ ଚିକେନ କିମା, ଅଦା ଓ ରସୁଣ ବଟା ପକାଇ ଭଲ ଭାବେ କଷନ୍ତୁ।
କିଛି ସମୟ ପରେ ଏଥିରେ ଲଙ୍କା ଗୁଣ୍ଡ, ଲୁଣ ଓ ଗରମ ମସଲା ପକାଇ କିଛି ସମୟ ପାଇଁ ଘୋଡ଼ାଇ ଦିଅନ୍ତୁ।ଚିକେନ ଭଲ ଭାବେ ସିଝି ଗଲା ପରେ ଏହାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।
ଏବେ ଗୋଟିଏ ପାତ୍ରରେ କର୍ଣ୍ଣଫ୍ଲୋର ଓ ଅଳ୍ପ ପାଣି ମିଶାଇ ଘୋଳ ପ୍ରସ୍ତୁତ କରନ୍ତୁ। ଅନ୍ୟ ଏକ ପାତ୍ରରେ ସିଝା ଆଳୁକୁ ଲୁଣ ଦେଇ ଚକଟି ସେଥିରେ ପୂର୍ବ ପ୍ରସ୍ତୁତ ଚିକେନ ମିଶାନ୍ତୁ।
ଏହି ମିଶ୍ରଣକୁ ଅଟାଗୋଳା ପରି ଗୋଲ ଗୋଲ କରି ତାକୁ ଦୁଇ ହାତରେ ଅଳ୍ପ ଚାପି କର୍ଣ୍ଣଫ୍ଲୋର ଘୋଳରେ ବୁଡ଼ାଇ ତେଲରେ ଛାଣନ୍ତୁ। ଗୋଲ୍ଡେନ୍ ବ୍ରାଉନ୍ ରଙ୍ଗ ହେବା ପରେ ସେଗୁଡ଼ିକୁ ପ୍ଲେଟ୍କୁ କାଢ଼ି ଆଣନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ଚିକେନ କଟ୍ଲେଟ୍’। ଏହାକୁ ସସ୍ କିମ୍ବା ଚଟଣି ସହ ପରଷନ୍ତୁ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ନଡ଼ିଆ କୋରା, କଦଳି, ଗୋଲମରିଚ ଗୁଣ୍ଡ, ଗୁଡ, ଲୁଣ, ଲବଙ୍ଗ, ଗୁଜରାତି ଗୁଣ୍ଡ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏହାପରେ ସେଥିରେ ଅଟା, ଗୁଆ ଘିଅ, କ୍ଷୀର ପକାଇ ଭଲ ଭାବେ ଚକଟି ଅଟା ଚକଟା ପରି ପ୍ରସ୍ତୁତ କରି ଦିଅନ୍ତୁ।
ପରେ ଏହାକୁ ଛୋଟ ଛୋଟ ଗୁଳା କରି କାକରା ପରି ପିଠା ଗଢ଼ି ଦିଅନ୍ତୁ। ଏହାପରେ ଗ୍ୟାସ୍ରେ ଏକ ପ୍ୟାନ୍ରେ ଗୁଆଘିଅ କିମ୍ବା ରିଫାଇନ ଗରମ କରନ୍ତୁ। ଏହାପରେ ସେଥିରେ ପାରିଜାତକ ପିଠାକୁ ପକାନ୍ତୁ। ଉଭୟ ପଟ ଭଲ ଭାବେ ଗୋଲଡେନ ଫ୍ରାଏ ହେବା ପର୍ଯ୍ୟନ୍ତ ଏହାକୁ ଫ୍ରାଏ କରନ୍ତୁ।
ଏହାପରେ ଗ୍ୟାସ୍ରେ ଏକ ପ୍ୟାନ୍ ଗରମ କରନ୍ତୁ। ସେଥିରେ ଗୁଡ଼ ଓ ଅଳ୍ପ ପାଣି ଦେଇ ଏକ ପାଗ ପ୍ରସ୍ତୁତ କରନ୍ତୁ। ସେଥିରେ ପାରିଜାତକ ପିଠାକୁ ପକାଇ ଭଲ ଭାବେ ଓଲଟପାଲଟ କରି ଦିଅନ୍ତୁ। ଏହାପରେ କାଜୁ, କିସମିସ ଦେଇ ଏହାକୁ ପ୍ଲେଟରେ ସଜାଇ ଦିଅନ୍ତୁ।
ପ୍ରସ୍ତୁତି ପ୍ରଣାଳୀ: ଏକ ପାତ୍ରକୁ ଗ୍ୟାସ୍ରେ ବସାଇ ତାହାକୁ ଗରମ କରନ୍ତୁ। ଏହାପରେ ସେଥିରେ ଗୁଆ ଘିଅ ପକାନ୍ତୁ। ଘିଅ ଗରମ ହେଲେ ସେଥିରେ ସୁଜି ପକାଇ ଧିମା ଆଞ୍ଚରେ ସୁଜିକୁ ଭାଜନ୍ତୁ। ଆସ୍ତେ ଆସ୍ତେ ସୁଜି ହାଲକା ଗୋଲଡେନ କଲର ହେବା ପର୍ଯ୍ୟନ୍ତ ତାହାକୁ ଭାଜନ୍ତୁ। ଏହାପରେ ସେଥିରେ ଚିନି ଓ ପାଣି ପକାଇ ଘାଣ୍ଟନ୍ତୁ। ଏହା ଫୁଟିବା ଆରମ୍ଭ କଲେ ଗ୍ୟାସ୍କୁ ସିମ୍ କରି ଦିଅନ୍ତୁ। ସେଥିରେ କିଛି ମିଲ୍କ ପାଉଡର ପକାଇ ପୂରା ଡ୍ରାଏ ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ।
ଏକ ଟ୍ରେରେ ଘିଅ ଲଗାଇ ତାହାକୁ ଢାଳି ଦିଅନ୍ତୁ। ଉକ୍ତ ଟ୍ରେରେ ମିଶ୍ରଣକୁ ସେଟ୍ କରି ତାହା ଉପରେ ଡ୍ରାଏ ଫ୍ରୁଟ୍ସ ଦେଇ ସଜାଇ ଦିଅନ୍ତୁ। ଏହାପରେ ତାହାକୁ ପିସ୍ ପିସ୍ କରି କାଟି ଦିଅନ୍ତୁ । ଏହି ମିଶ୍ରଣକୁ ଥଣ୍ଡା ହେବା ପର୍ଯ୍ୟନ୍ତ ଫ୍ରିଜରେ ରଖି ଦିଅନ୍ତୁ। ଅଧ ଘଣ୍ଟା ପରେ ତାହାକୁ ବାହାର କରି ପରିବାର ସଦସ୍ୟଓ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବରଫି।
ଆବଶ୍ୟକ ସାମଗ୍ରୀ: ବାସୁମତୀ ଚାଉଳ, କାଜୁ, କିସମିସ, ବାଦାମ, କେଶର, କ୍ଷୀର, ଡାଲଚିନି, ଗୁଜରାତି, ଚିନି, ଦେଶୀ ଘିଅ, ତେଜପତ୍ର
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପ୍ୟାନ୍ରେ ଦେଶୀ ଘିଅ ଗରମ କରାନ୍ତୁ। ଏହାପରେ ସେଥିରେ ଡ୍ରାଏ ଫ୍ରୁଟ୍ସ କାଜୁ, କିସମିସ, ବାଦାମ ପକାଇ ଗୋଲଡେନ ଫ୍ରାଏ କରି ଦିଅନ୍ତୁ। ପ୍ୟାନ୍ରେ ଆଉ କିଛି ଘିଅ ନେଇ ଗରମ କରନ୍ତୁ। ସେଥିରେ ତେଜପତ୍ର, ଗୁଜରାତି, ଡାଲଚିନି ପକାଇ ହାଲକା ଭାଜି ଦିଅନ୍ତୁ। ପରେ ସେଥିରେ ଚାଉଳକୁ ଛାଣି ପକାଇ କିଛି ସମୟ ଭାଜି ଦିଅନ୍ତୁ।
ଚାଉଳ ହାଲକା ଫ୍ରାଏ ହେବା ପରେ ସେଥିରେ ତାହାର ଦୁଇ ଗୁଣା ପାଣି ଦିଅନ୍ତୁ। ପାଣି ଫୁଟିଲେ ସେଥିରେ କିଛି ହଳଦି ରଙ୍ଗର ଫୁଡ କଲର ପକାନ୍ତୁ। ଏହା ପରେ ପ୍ୟାନ୍କୁ ଘୋଡ଼ାଇ ଦେଇ ଗ୍ୟାସ୍କୁ ସିମ୍ କରି ଦିଅନ୍ତୁ।
ଚାଉଳ ୯୦% ସିଝି ଯିବା ପରେ ଢାଙ୍କୁଣି କାଢନ୍ତୁ। ସେଥିରେ ସ୍ୱାଦ ଅନୁଯାୟୀ ଚିନି, କ୍ଷୀର ମିଶା କେଶର, ଡ୍ରାଏ ଫ୍ରୁଟ୍ସ, ଗୁଜରାତି ପାଉଡର ପକାନ୍ତୁ। ଏହାପରେ ତାହାକୁ ଭଲ ଭାବେ ଗୋଳାଇ ଘୋଡ଼ାଇ ଦିଅନ୍ତୁ। ଏବେ ଗ୍ୟାସ୍କୁ ସିମ୍ କରି ତାହାକୁ ୫ ମିନିଟ୍ ପାଇଁ ଘୋଡ଼ାଇ ଦିଅନ୍ତୁ। ଏହାପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ବସନ୍ତୀ ଚାଉଳ ।
ଆବଶ୍ୟକ ସାମଗ୍ରୀ: ଅଟା, ଲୁଣ, ଜିରା, ଚିଲି ଫ୍ଲେକ୍ସ, କସ୍ତୁରି ମେଥି, ଫ୍ରେଶ୍ ଦହି, ରିଫାଇନ ତେଲ ଓ ହଳଦି ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଅଟା ନେଇ ସେଥିରେ ଲୁଣ, ଜିରା, ଚିଲି ଫ୍ଲେକ୍ସ, କସ୍ତୁରି ମେଥି, ଫ୍ରେଶ୍ ଦହି, ରିଫାଇନ ତେଲ ଓ ହଳଦିକୁ ଭଲ ଭାବେ ମିଶାନ୍ତୁ। ଏହାପରେ ସେଥିରେ ଅଳ୍ପ ଅଳ୍ପ ପାଣି ପକାଇ ଚକଟନ୍ତୁ। ଅଟା ସମ୍ପୂର୍ଣ୍ଣ ଚକଟି ହୋଇଯିବା ପରେ ତାହା ନ ଶୁଖିବା ପାଇଁ ତାହା ଉପରେ କିଛି ରିଫାଇନ ତେଲ ମାରି ଦିଅନ୍ତୁ।
ଏହି ଅଟା ଚକଟାକୁ ଅଧ ଘଣ୍ଟା ପାଇଁ ଘୋଡ଼ାଇ ଛାଡ଼ି ଦିଅନ୍ତୁ। ଏହାପରେ ଏକ ପ୍ୟାନ୍ରେ ତେଲ ଗରମ କରି ପୁରୀ ବେଲି ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଯିବ ଖାସ୍ତା, ଫୁଲା ଫୁଲା ପୁରୀ।
ଗରମାଗରମ ପୁରୀକୁ ଆପଣ ମଟର ତରକାରୀ, ଆଳୁ ତରକାରୀ ସହ ନଚେତ କୌଣସି ଚଟପଟା ଚଟଣୀ ସହ ଖାଇ ପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍କୁ ଭଲ ଭାବେ ଧୋଇ ସେଥିରେ ପୋସ୍ତ ବଟା ଏବଂ ଅଦା-ରସୁଣ-ଜିରା-ସୋରିଷ ପେଷ୍ଟ୍ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ଅଦା-ରସୁଣ-ପିଆଜ ବଟା ମଧ୍ୟ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ଅଳ୍ପ କଟା ପିଆଜ, ହଳଦି ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାନ୍ତୁ।
ଏହାପରେ ରସୁଣ ଛେଚା, କଟା ଟମାଟୋ, ଗୋଲ ମରିଚ ଗୁଣ୍ଡ, ଧନିଆ ପତ୍ର, ସ୍ୱାଦ ଅନୁସାରେ ଲୁଣ ଏବଂ ଲେମ୍ବୁ ରସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହାକୁ କିଛି ସମୟ ଢାଙ୍କି ରଖି ଦିଅନ୍ତୁ।
ତା’ପରେ ଏକ ମାଟି ପାତ୍ରରେ ତେଲ ଗରମ କରି ସାମାନ୍ୟ କଟା ହୋଇଥିବା ଗୋଟା କଞ୍ଚା ଲଙ୍କା, କଟା ପିଆଜ ଓ ଭୁର୍ସୁଙ୍ଗ ପତ୍ର ପକାଇ ଛୁଙ୍କ କରନ୍ତୁ।ଏହାପରେ ମ୍ୟାରିନେଟ୍ ଚିକେନ୍କୁ ଛୁଙ୍କରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ମାଟି ପାତ୍ରକୁ ଘୋଡ଼ାଇ ଦିଅନ୍ତୁ ଓ ଚିକେନକୁ ସିଝିବାକୁ ଛାଡ଼ି ଦିଅନ୍ତୁ। ପାଞ୍ଚ ଦଶ ମିନିଟ୍ରେ ଥରେ ଘୋଡ଼ଣି କାଢ଼ି ଚିକେନ୍କୁ ଭଲ ଭାବେ ଗୋଳାଇ ଦିଅନ୍ତୁ, ନ ହେଲେ ଚିକେନ୍ ମାଟି ପାତ୍ରରେ ଲାଗି ଯାଇପାରେ। ପ୍ରାୟ ଅଧା ଘଣ୍ଟା ପରେ ଚିକେନ୍ ସିଝି ଯିବା ପରେ ଏଥିରେ ଧନିଆ ପତ୍ର ପକାନ୍ତୁ ଓ ପାତ୍ରଟିକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ୍ ପୋସ୍ତ। ଆପଣ ଏହି ରେସିପିଟିକୁ ଉଭୟ ଭାତ ଓ ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।
ଆବଶ୍ୟକ ଉପକରଣ: ପନିର, ବେସନ, ଲୁଣ, ହଳଦି, ଗୋଟା ଜିରା, ଚିଲି ଫ୍ଲେକ୍ସ, ଅଦା ରସୁଣ ଛେଚା, ଧନିଆ ପତ୍ର, ଲଙ୍କା ଗୁଣ୍ଡ, ରିଫାଇନ, ଚାଟ ମସଲା
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ବେସନ ନିଅନ୍ତୁ। ସେଥିରେ ଲୁଣ, ହଳଦି, ଗୋଟା ଜିରା, ଚିଲି ଫ୍ଲେକ୍ସ, ଅଦା ରସୁଣ ଛେଚା, ଧନିଆ ପତ୍ର, ଲଙ୍କା ଗୁଣ୍ଡ ପକାନ୍ତୁ। ଏବେ ସେଥିରେ ଅଳ୍ପ ଅଳ୍ପ ପାଣି ଦେଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ। ଘୋଳକୁ ବେଶି ମୋଟା କି ପତଳା କରନ୍ତୁ ନାହିଁ। ସେଥିରେ କିଛି ରିଫାଇନ ତେଲ ପକାନ୍ତୁ। ଏହାକୁ ୧୦ ମିନିଟ୍ ଘୋଡ଼ାଇ ଛାଡ଼ି ଦିଅନ୍ତୁ ।
ଏହାପରେ ପନିରକୁ ଛୋଟ ଛୋଟ ସ୍କୋୟାର ସାଇଜର କାଟି ଦିଅନ୍ତୁ। ପନିର ଉପରେ କିଛି ଲୁଣ ଓ ଚାଟ ମସଲା ଛିଞ୍ଚି ଦିଅନ୍ତୁ। ଏହାପରେ ପ୍ୟାନ୍ରେ ତେଲ ଗରମ କରନ୍ତୁ। ପନିରକୁ ବେସନ ଘୋଳରେ ବୁଡ଼ାଇ ଛାଣନ୍ତୁ। ଏହାକୁ ମିଡିୟମ ଫ୍ଲେମରେ ଫ୍ରାଏ କରନ୍ତୁ। ଉଭୟ ପାର୍ଶ୍ୱ ଗୋଲଡେନ ଫ୍ରାଏ ହେବା ପରେ ତାହାକୁ ବାହାର କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ପନୀର ପକୋଡା।
ଏହାକୁ ଟମାଟୋ ସସ୍ ଓ ଗ୍ରୀନ୍ ଚଟଣି ସହ ସର୍ଭ କରନ୍ତୁ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଜାରରୁ ବୋନଲେସ ଚିକେନ ଆଣି ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଅଦାରସୁଣ ପେଷ୍ଟ, ବଟର, ସୋୟା ସସ୍, କନ୍ଫ୍ଲୋର, ମଇଦା, ଲେମ୍ବୁ, ଚିଲି ସସ୍, ଟମାଟୋ ସସ୍, ଲଙ୍କା ପାଉଡର, ଗରମ ମସଲା, କଲ୍ର ପାଉଡର ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପରେ ମସଲାଟିକୁ କିଛି ସମୟ ପାଇଁ ଫ୍ରିଜରେ ରଖି ଦିଅନ୍ତୁ।
ପରେ ଆଳୁକୁ ଚୋପା ଛଡ଼ାଇ ଗୋଲ ଗୋଲ କାଟି ରଖି ରଖନ୍ତୁ। ଏହା ପରେ କାଠିରେ ଆଳୁ ଓ ଗୋଳାଇ ରଖିଥିବା ଚିକେନକୁ ଫୋଡ଼ି ତେଲରେ ଛାଣନ୍ତୁ। ଏହି ସମୟରେ ଗ୍ୟାସ ଆଞ୍ଚକୁ ସିମ୍ରେ ରଖନ୍ତୁ। ମଝିମଝିରେ ଏହାକୁ ଗୋଳାଇ ଦିଅନ୍ତୁ। ଏହା ଛାଣି ହୋଇଗଲା ପରେ ବାହାରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବଟର ଫ୍ଲାଏ ଚିକେନ। ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ।
ଆବଶ୍ୟକ ସାମଗ୍ରୀ: କଖାରୁ, ଅରୁଆ ଚାଉଳ, ଲୁଣ, ଗୁଡ଼, କାଜୁ, କିସମିସ୍, ପିସ୍ତା, ନଡ଼ିଆ, ଗୁଆ ଘିଅ ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ କଖାରୁକୁ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ। ଏହାପରେ ଏକ ପ୍ରେସର କୁକରରେ ତାହାକୁ ନେଇ ଅଳ୍ପ ପାଣି ପକାଇ ସିଝାଇ ଦିଅନ୍ତୁ। ତାହାର ପ୍ରାୟ ୪,୫ ଘଣ୍ଟା ପୂର୍ବରୁ ଚାଉଲକୁ ଭିଜାଇ ରଖି ଦିଅନ୍ତୁ ।
ଏବେ କଖାରୁ ଥଣ୍ଡା ହୋଇଯିବା ପରେ ଗ୍ରାଇଣ୍ଡିଂ ଜାରରେ କଖାରୁ, ଭିଜାଇଥିବା ଚାଉଳକୁ ଛାଣି ପକାନ୍ତୁ। ଏବେ ସେଥିରେ ଅଳ୍ପ ଲୁଣ ଓ ଆବଶ୍ୟକତା ଅନୁଯାୟୀ ଗୁଡ଼ ପକାଇ ଗ୍ରାଇଣ୍ଡିଂ କରନ୍ତୁ। ଏଥିରେ ଜମା ପାଣି ଦିଅନ୍ତୁ ନାହିଁ।
କଖାରୁ ଆଣକୁ ଏକ ପାତ୍ରକୁ ବାହାର କରି ସେଥିରେ ଅଳ୍ପ କିଛି ସୁଜି, କାଜୁ, କିସମିସ୍, ପିସ୍ତା ବାଦାମ, ନଡ଼ିଆ ଖଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ କିଛି ବେକିଂ ପାଉଡର ମିଶାଇ ଭଲ ଭାବେ ଫେଣ୍ଟନ୍ତୁ।
ଏହାପରେ ଏକ ପ୍ରେସର କୁକରକୁ ଗରମ କରି ସେଥିରେ ଗୁଆ ଘିଅ ଦିଅନ୍ତୁ। ଏହାପରେ ସେଥିରେ ଆଣକୁ ପକାଇ ହ୍ୟାଣ୍ଡେଲ ବନ୍ଦ କରି ଦିଅନ୍ତୁ। ହ୍ୟାଣ୍ଡେଲରୁ ହୁଇସିଲ୍କୁ ବାହାର କରିବାକୁ ଭୁଲନ୍ତୁ ନାହିଁ। ଗ୍ୟାସ୍କୁ ସିମ୍ କରି ଏହାକୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହାପରେ ଗ୍ୟାସ୍କୁ ବନ୍ଦ କରି ତାହାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ।
ଥଣ୍ଡା ହୋଇଗଲେ ଏହାକୁ ଅନ୍ୟ ଏକ ପାତ୍ରକୁ ବାହାର କରି ପିସ୍ ପିସ୍ କାଟି ପରସି ଦିଅନ୍ତୁ ସୁଆଦିଆ କଖାରୁ ପୋଡ଼ ପିଠା।
ଆବଶ୍ୟକ ସାମଗ୍ରୀ: ଅରୁଆ ଚାଉଳ, କ୍ଷୀର, କୋରା ନଡ଼ିଆ, ଚିନି , ଛୋଟ ଛୋଟ ଆଖୁ ଖଣ୍ଡ, ସେଓ, ଡାଳିମ୍ବ, ଅଙ୍ଗୁର, ପାଚିଲା କଦଳୀ, ଚିନି, ଗୋଲ ମରିଚ ଗୁଣ୍ଡ, ଛେନା, ସରୁ ସରୁ କଟା ହୋଇଥିବା ଅଦା, କାଜୁ, କିସମିସ୍, ପିସ୍ତା ବାଦାମ, ଆଲମଣ୍ଡ, ଚେରି।
ପ୍ରସ୍ତୁତି ପ୍ରଣାଳୀ: ମକର ଚାଉଳ ପ୍ରସ୍ତୁତ କରିବା ପୂର୍ବ ରାତିରେ ଅରୁଆ ଚାଉଳକୁ ବତୁରାଇ ଦିଅନ୍ତୁ। ପରଦିନ ସକାଳେ ତାହାକୁ ଅଳ୍ପ ପାଣିରେ ଖଦଡ଼ ଭାବେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହାକୁ ଏକ ପାତ୍ରରେ ବାହାର କରି ଦିଅନ୍ତୁ।
ଏବେ ସେଥିରେ ଅବଶିଷ୍ଟ ସବୁ ସାମଗ୍ରୀ ପକାଇ ଭଲ ଭାବେ ଚାମଚରେ ଗୋଳାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ମକର ଚାଉଳ । ଏହା ଖାଇବାକୁ ସୁଆଦିଆ ହେବା ସହ ଶରୀର ପାଇଁ ବି ଖୁବ୍ ଭଲ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମୁଗ ଡାଲିକୁ ୧୦ ମିନିଟ୍ ଯାଏଁ ବତୁରାଇ ରଖନ୍ତୁ। ସେହି ସମୟ ମଧ୍ୟରେ ପରିବା କାଟି ଦିଅନ୍ତୁ। ଏହା ପରେ ପ୍ରେସର କୁକରରେ ବତୁରା ଡାଲି, ଓଉ, ସାରୁ, ପାଣି କଖାରୁ, ଆଳୁ ଏବଂ ଆବଶ୍ୟକ ଅନୁସାରେ ପାଣି ଦେଇ ଏହାକୁ ଚୁଲିରେ ବସାଇ ଦିଅନ୍ତୁ। ପ୍ରେସର କୁକର ଗୋଟିଏ ସିଟି ମାରିବା ପରେ ତାକୁ ଓହ୍ଲାଇ ଦିଅନ୍ତୁ।
ଏବେ କରେଇରେ ଘିଅ ପକାଇ ଗରମ କରନ୍ତୁ। ଘିଅ ଗରମ ହୋଇଗଲେ ସେଥିରେ ତେଜପତ୍ର, ଜିରା ଓ ହେଙ୍ଗୁ ପକାଇ ଫୁଟାନ୍ତୁ। ଏହା ପରେ ସେଥିରେ ପ୍ରେସର କୁକରରେ ଥିବା ଡାଲିକୁ ମିଶାଇ ଦିଅନ୍ତୁ। ଶେଷରେ ଅଳ୍ପ କୋରା ନଡ଼ିଆ, ଜିରା ଓ ଶୁଖିଲା ଲଙ୍କା ଗୁଣ୍ଡକୁ ତା’ ଉପରେ ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ହବିଷ ଡାଲମା। କାର୍ତ୍ତିକ ମାସରେ ସମସ୍ତଙ୍କ ଘରେ ହବିଷ ଡାଲମା ହୋଇଥାଏ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଳ୍ପ ଆଞ୍ଚରେ ପ୍ୟାନକୁ ବସାନ୍ତୁ। ଏଥିରେ ଖୁଆ ପକେଇ ମଝିରେ ମଝିରେ ଘାଣ୍ଟି ଘାଣ୍ଟି ଏହାକୁ ଭାଜନ୍ତୁ। ଧ୍ୟାନଦିଅନ୍ତୁ ଯେ ଖୁଆ ଯେପରି ତଳେ ଲାଗି ନ ଯାଏ। କିଛି ସମୟ ପରେ ସେଥିରେ ଆମ୍ବ ରସ ପକାନ୍ତୁ, ଖୁଆରେ ମିଶ୍ରଣ କରି ଏହାକୁ ଭଲ ଭାବରେ ଭାଜନ୍ତୁ। ଏଥିରେ ଗୁଜୁରାତି ପାଉଡର ଓ ଖାଇବା ରଙ୍ଗ ପକେଇ ଭଲ ଭାବରେ ମିଶାନ୍ତୁ। ପରେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ।
ଏବେ ଗ୍ୟାସରେ ଆଉ ଏକ ପ୍ୟାନ ବସାନ୍ତୁ। ଏଥିରେ ଏକ କପ୍ ପାଣି ଓ ଚିନି ମିଶାଇ ସିରା ପ୍ରସ୍ତୁତ କରନ୍ତୁ। ସିରା ହୋଇଗଲାପରେ ଏଥିରେ ପୂର୍ବରୁ ପ୍ରସ୍ତୁତ ଥିବା ଖୁଆ ଓ ଆମ୍ବ ମିଶ୍ରଣ ପକେଇ ଏହାକୁ ଭଲଭାବେ ଘାଣ୍ଟନ୍ତୁ। ଏହାପରେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ।
ପରେ ଏକ ବଡ ଥାଳିରେ ଘିଅ ମାରିକି ରଖନ୍ତୁ। ଏଥିରେ ଆମ୍ବ ମିଶ୍ରଣକୁ ପକେଇ ଏହାକୁ କିଛି ସମୟ ଛାଡିଦିଅନ୍ତୁ। ଏହା ଭଲଭାବରେ ବସିଯିବ ପରେ ଏହାକୁ ମିଠାର ସେପ ଦେଇ କାଟନ୍ତୁ। ତା’ ଉପରେ ପିସ୍ତା ଓ ବାଦାମ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆମ୍ବ ମିଠା।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛେନା ଝିଲି ତିଆରି କରିବା ପୂର୍ବରୁ ଚିନିରେ ଶିରା ପ୍ରସ୍ତୁତ କରନ୍ତୁ।ଏହାପରେ ବଜାର କିମ୍ୱା ଘରେ ବନେଇଥିବା ଛେନା ଗ୍ରାମ ଛେନା ଆଣନ୍ତୁ।ଏହାକୁ ଏକ ପାତ୍ରରେ ରଖି ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଚକଟନ୍ତୁ। ଏହାପରେ ସେଥିରେ ସୁଜି, ମଇଦା, ଚିନି,ଅଳ୍ପ ଅଳେଇଚ ଗୁଣ୍ଡ ଓ ଖାଇବା ସୋଢ଼ା ପକାଇ ଭଲ ଭାବରେ ଚକଟି ଦିଅନ୍ତୁ।
ଏହାପରେ ତାକୁ କିଛି ସମୟ ଘୋଡ଼ାଇ ରଖି ଦିଅନ୍ତୁ। ଏହା ପରେ ଚକଟା ଛେନାକୁ ଛେନା ଝିଲିର ସେପ ଦେଇ ଗଢ଼ନ୍ତୁ। ଏହାପରେ ଚୁଲିରେ କଡେଇ ବସାନ୍ତୁ, କଡେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗଢ଼ି ରଖିଥିବା ଛେନା ଝିଲିକୁ ଅଳ୍ପ ଆଞ୍ଚରେ ଛାଣନ୍ତୁ। ଛେନା ଝିଲିର ରଙ୍ଗ ବାଦାମୀ ହେଲା ପର୍ଯ୍ୟନ୍ତ ଛାଣନ୍ତୁ। ଏହାର ରଙ୍ଗ ବାଦାମୀ ହୋଇ ଆସିଲେ ତାକୁ ଛାଣି ଶିରାରେ କିଛି ସମୟ ପର୍ଯ୍ୟନ୍ତ ପକାଇ ରଖନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ମିଠା ‘ଛେନା ଝିଲି’ । ଏହି ମିଠାକୁ ପ୍ଲେଟ୍କୁ ବାହାର କରି ପରଷି ଦିଅନ୍ତୁ । ଛେନା ଝିଲିକୁ ଘରେ ବନାଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।
ପ୍ରସ୍ତୁତି ପ୍ରଣାଳୀ: ପେଡ଼ା ତିଆରି କରିବା ପାଇଁ ପ୍ରଥମେ ଖୁଆ ପସ୍ତୁତ କରନ୍ତୁ। ଖୁଆ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଚୁଲିରେ କଡ଼େଇ ବସାଇ ସେଥିରେ କ୍ଷୀର ଢାଳନ୍ତୁ। ତା’ପରେ ସେଥିରେ ଗୁଆ ଘିଅ ପକାଇ ଭଲ ଭାବେ ଗୋଳାନ୍ତୁ। ଏହା ପରେ ଅଳ୍ପ ଆଞ୍ଚରେ କ୍ଷୀରକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ।
କ୍ଷୀର ଫୁଟି ବହଳ ହୋଇଗଲେ ସେଥିରେ ଚିନି, ଇଲାଇଚି ପାଉଡର ପକାଇ ତାକୁ ଗୋଳାଇ ଦିଅନ୍ତୁ। ଏହା ପରେ ସେଥିରେ ମିଲ୍କ ପାଉଡର ପକାଇ ଭଲ କି ଗୋଳାଇ ଦିଅନ୍ତୁ। ଭଲ କି ଗୋଳାଇବେ, ନହେଲେ ମିଲ୍କ ପାଉଡର ବିଣ୍ଡା ହୋଇଯାଇପାରେ। କ୍ଷୀରରେ ମିଲ୍କ ପାଉଡର ଭଲ ଭାବେ ମିଶି ବହଳିଆ ହୋଇଯିବା ପରେଖୁଆ ପ୍ରସ୍ତୁତ ହୋଇଗଲା । ତା’ପରେ ତାକୁ ଚୁଲିରୁ ଓହ୍ଲାଇ ଦେଇ ଟିକେ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ।
ଏହା ପରେ ପାପୁଲିରେ ଘିଅ ଲଗାଇ ସେହି ଖୁଆକୁ ଆଣି ଗୋଲ ଗୋଲ କରି ଦିଅନ୍ତୁ। ତା’ପରେ ନିଜ ଇଛା ମୁତାବକ ଆପଣ ଏହାକୁ ଯେକୌଣସି ଆକାର ଦେଇ ପାରିବେ। ଏହା ଉପରେ ଆପଣ ପିସ୍ତା ବାଦାମ୍ କିମ୍ବା ନିଜ ପସନ୍ଦ ମୁତାବକ ଯେକୌଣସି ଡ୍ରାଇ ଫ୍ରୁଟ୍ ରଖିପାରିବେ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ପେଡ଼ା। ଏହାକୁ ଆପଣ ଠାକୁରଙ୍କ ପାଖରେ ଭୋଗ ଲଗାଇପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ରାବିଡ଼ି ତିଆରି କରିବା ପାଇଁ ଏକ ପ୍ୟାନ୍ରେ କ୍ଷୀର ଗରମ କରନ୍ତୁ। ଏହାକୁ ହାଲକା ଆଞ୍ଚରେ ଫୁଟାନ୍ତୁ। ଏବେ ଏଥିରେ ଚିନି, କେସର, ଗୁଜୁରାତି ଗୁଣ୍ଡ, କଟା ପେସ୍ତା ଏବଂ କଟା ଆଲମଣ୍ଡ ପକାଇ ଭଲ ଭାବେ ମିଶାଇ ଫୁଟାନ୍ତୁ। କ୍ଷୀର ମରି ରାବିଡ଼ି ବହଳିଆ ହୋଇଆସିଲେ ଏହାକୁ ଏକ ପାତ୍ରରେ ବାହାର କରି ଫ୍ରିଜ୍ରେ ଥଣ୍ଡା ହେବା ପାଇଁ ଘଣ୍ଟାଏ ଛାଡ଼ି ଦିଅନ୍ତୁ।
ଏବେ ପ୍ତସ୍ତୁତ କରିବା ମାଲପୁଆ।
ଏଥିପାଇଁ ପ୍ରଥମେ ଏକ ପାତ୍ରରେ ମଇଦା, ଖୁଆ, ଚିନି ଓ ପାନମଧୁରୀକୁ ମିଶାନ୍ତୁ। ଏଥିରେ ପାଣି ଗୋଳାଇ ଭଲ ଭାବେ ନରମ କରି ଚକଟି ଦିଅନ୍ତୁ। ଏହି ମିଶ୍ରଣରୁ ଛୋଟ ଛୋଟ ଗୋଳା ପ୍ରସ୍ତୁତ କରି ରୁଟି ବେଲିଲା ପରି ବେଲି ଦିଅନ୍ତୁ। ଏବେ ଏକ କଡ଼େଇରେ ଘିଅ କିମ୍ବା ତେଲ ଗରମ କରି ସେଥିରେ ମାଲପୁଆଗୁଡ଼ିକୁ ପକାଇ ଛାଣନ୍ତୁ। ମାଲପୁଆର ରଙ୍ଗ ଗୋଲଡେନ୍ ରେଡ୍ ହେବା ଯାଏ କମ୍ ଆଞ୍ଚରେ ଛାଣନ୍ତୁ। ଛାଣିବା ପରେ ଏହାକୁ ଏକ ପ୍ଲେଟ୍କୁ ବାହାର କରି ରଖନ୍ତୁ।
ଶିରା ପ୍ରସ୍ତୁତ କରିବା ପାଇଁ ଚିନିରେ ଅଳ୍ପ ପାଣି ମିଶାନ୍ତୁ। ଏବେ ଏଥିରେ ଅଳ୍ପ କେସର ଏବଂ ଗୁଜୁରାତି ଗୁଣ୍ଡ ପକାଇ ମିଶାନ୍ତୁ। ଏହାକୁ ଭଲଭାବେ ଫୁଟାନ୍ତୁ। ପ୍ରସ୍ତୁତ ହୋଇଗଲା ଶିରା।
ବର୍ତ୍ତମାନ ଏହି ଶିରାରେ ମାଲପୁଆଗୁଡ଼ିକୁ ପକାନ୍ତୁ। ମାଲପୁଆ ନରମ ହୋଇଗଲେ ଏକ ପ୍ଲେଟକୁ କାଢ଼ି ଆଣନ୍ତୁ। ଏବେ ଏହା ଉପରେ ରାବିଡ଼ି ଢାଳନ୍ତୁ। କଟା ଆଲମଣ୍ଡ୍ ଏବଂ କଟା ପେସ୍ତାରେ ଏହାକୁ ସଜାନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କ ରାବିଡ଼ି ମାଲପୁଆ। ରାବିଡି ମାଲପୁଅକୁ ଆପଣ ପୂଜାପର୍ବରେ ବନାଇ ଖାଇପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବୋନ୍ଲେସ୍ ଚିକେନ୍କୁ ଭଲଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ପରେ ତାକୁ କିମା ଭଳି କାଟି ଦିଅନ୍ତୁ। ଏହାପରେ ସେଥିରେ ଅଳ୍ପ ଚାଉଳ ବଟା, ପିଆଜ ବଟା, ଅଦାରସୁଣ ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଚିକେନ ମସଲା ଓ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଓ ତେଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ କିଛି ସମୟ ମାରିନେଟ୍ ପାଇଁ ଫ୍ରିଜରେ ରଖି ଦିଅନ୍ତୁ।
ଏକ ତାୱାରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ମାରିନେଟ୍ ହୋଇ ରହିଥିବା ଚିକେନ୍କୁ ପିଠା ଭଳି ଗଢ଼ନ୍ତୁ। ସିଝିବା ପାଇଁ ଏହାକୁ ଘୋଡ଼ାଇ ଦିଅନ୍ତୁ। ଏହି ସମୟରେ ଗ୍ୟାସ ଆଞ୍ଚଳକୁ ଟିକେ ଧିମା କରି ଦିଅନ୍ତୁ। କିଛି ସମୟ ମଧ୍ୟରେ ଏହାକୁ ଦୁଇ ତିନି ଥର ତାକୁ ଲେଉଟାନ୍ତୁ। ଚିକେନ୍ ପିଠା ହୋଇଗଲେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ତାୱା ସେକା ଚିକେନ୍’। ଏହାକୁ ଆପଣ ପୁଦିନା ଚଟଣି ଓ ଟମାଟୋ ଚଟଣି ସହ ଖାଇ ପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଇଲିସି ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ। ତା’ପରେ ସେଥିରେ ଲୁଣ ଓ ହଳଦୀ ପକାଇ ଭଲ ଭାବେ ଗୋଳାଇ ରଖି ଦିଅନ୍ତୁ।
କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ। ସେଥିରେ କଞ୍ଚା ପିଆଜ ପକାଇ ଭାଜନ୍ତୁ। ପିଆଜ ଲାଲ ହେବା ପରେ ଅଦା ଓ ରସୁଣ ପେଷ୍ଟ ଦିଅନ୍ତୁ। ତା’ସହିତ ଛୋଟ ଛୋଟ ଖଣ୍ଡରେ କଟା ହୋଇଥିବା ରସୁଣ ପକାନ୍ତୁ । ଏହା ତରକାରୀର ସ୍ୱାଦକୁ ବଢ଼ାଇଥାଏ। ଟମାଟୋ ଓ କରି ପାଉଡର ପକାଇ ମସଲାକୁ କଷନ୍ତୁ।
ମସଲା କଷି ହେବା ପରେ ବଟା ସୋରିଷ ପକାଇ ଆବଶ୍ୟକ ଅନୁଯାୟୀ ପାଣି ଦିଅନ୍ତୁ। ଏହା ଫୁଟିବା ପରେ କଞ୍ଚା ଇଲିସି ମାଛକୁ ସେଥିରେ ପକାନ୍ତୁ ଓ କଡ଼େଇକୁ ଘୋଡ଼ାଇ ଦିଅନ୍ତୁ। ସ୍ୱାଦ ଅନୁସାରେ ଆପଣ ଏଥିରେ ଲୁଣ ପକାଇ ପାରିବେ।
ମାଛ ସିଝିଯିବା ପରେ ସେଥିରେ ଡାଲଚିନ ଗୁଣ୍ଡ, ଧନିଆ ପତ୍ର ପକାନ୍ତୁ ଏବଂ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଞ୍ଚା ଇଲିସି ମାଛ ବେସର। ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପଣସକୁ ସିଝାଇ ଦିଅନ୍ତୁ। ପରେ ଏଥିରେ ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଗରମ ମସଲା, ଆମଚୁର ପାଉଡର, କନ୍ଦମୂଳ ଗୁଣ୍ଡ, ଅଦା, ରସୁଣ, କଞ୍ଚାଲଙ୍କା ବଟା, ଟମାଟୋ ଓ କାଜୁ ବଟା ପକାନ୍ତୁ। ସେଥିରେ କିଛି ତେଲ ପକାଇ ଭଲ ଭାବେ ଚକଟି ଦିଅନ୍ତୁ।
ଏକ ପ୍ୟାନ୍ରେ ତେଲ ପକାଇ ଗରମ କରନ୍ତୁ। ପଣସ ଚକଟାକୁ ହାତରେ ଛୋଟ ଛୋଟ ଗୋଲ କରି ତାହାକୁ ଛାଣନ୍ତୁ। ଉଭୟ ସାଇଡ ଗୋଲଡେନ୍ କଲର ହେବା ପରେ ଏହାକୁ ବାହାର କରି ଦିଅନ୍ତୁ।
ଏବେ ଗରମାଗରମ ପରଷନ୍ତୁ ପଣସ ପେଚି। ଗରମାଗରମ ଚା’ କିମ୍ବା କଫି ସହ ସ୍ନାକ୍ସ ଭାବେ ଏହାର ମଜା ନେଇ ପାରିବେ।
ପ୍ରସ୍ତତି ପ୍ରଣାଳୀ: ଛେନା ଝିଲି ତିଆରି କରିବା ପୂର୍ବରୁ ଚିନିରେ ଶିରା ପ୍ରସ୍ତୁତ କରନ୍ତୁ। ତା’ପରେ ଛେନାକୁ ଏକ ପାତ୍ରରେ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଚକଟନ୍ତୁ। ପରେ ସେଥିରେ ତିନି ଚାମଚ ସୁଜି, ଦୁଇ ଚାମଚ ମଇଦା, ଗୋଟିଏ ଚାମଚ ଚିନି, ଅଳ୍ପ ଅଳେଇଚ ଗୁଣ୍ଡ ଓ ଖାଇବା ସୋଢ଼ା ପକାଇ ଭଲ ଭାବରେ ଚକଟି ଦିଅନ୍ତୁ। ଏହାପରେ ତାକୁ କିଛି ସମୟ ଘୋଡ଼ାଇ ରଖି ଦିଅନ୍ତୁ।
ତା’ପରେ ଚକଟା ଛେନାକୁ ଛେନା ଝିଲିର ସେପ ଦେଇ ଗଢ଼ନ୍ତୁ। ଏବେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗଢ଼ି ରଖିଥିବା ଛେନା ଝିଲିକୁ ଅଳ୍ପ ଆଞ୍ଚରେ ଛାଣନ୍ତୁ। ଏହାର ରଙ୍ଗ ବାଦାମୀ ହୋଇ ଆସିଲେ ତାକୁ ଛାଣି ଶିରାରେ କିଛି ସମୟ ପର୍ଯ୍ୟନ୍ତ ପକାଇ ରଖନ୍ତୁ। ପରେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଛେନା ଝିଲି। ଛେନା ଝିଲିକୁ ରୁଟି ଓ ପରଟା ସହିତ ଖାଇପାରିବେ।
ପ୍ରସ୍ତୁତି ପ୍ରଣାଳୀ: ବଜାରରୁ କିଛି ପନିର ଆଣି ଛୋଟ ଛୋଟ କରି କାଟି ରଖନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବାପରେ ସେଥିରେ ଗୋଟା ମସଲା(ଲବଙ୍ଗ, ଗୁଜରାତି ଓ ଡାଲଚିନି) ପକାନ୍ତୁ। ଏହା ଭାଜି ହୋଇଗଲା ପରେ କଟା ହୋଇଥିବା ପିଆଜକୁ ସେଥିରେ ପକାଇ ଭାଜନ୍ତୁ। ପିଆଜ ନାଲି ହେବା ପରେ ଅଦା, ରସୁଣ,ପିଆଜ ପେଷ୍ଟ ଓ ଟମାଟୋ ପକାଇ କଷନ୍ତୁ। ଏହା କଷି ହେବା ପରେ ସେଥିରେ ଧନିଆ, ଲଙ୍କା, ଜିରା ଗୁଣ୍ଡ ,ସ୍ୱାଦ ଅନୁଯାୟୀ ଲୁଣ ଓ ହଳଦୀ ପକାଇ ଗୋଳାଇ ଦିଅନ୍ତୁ। କିଛି ସମୟ ପରେ ସେଥିରେ ପନିର ମସଲା ପକାଇ ତାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ପରେ କାଜୁ ମଗଜ ପେଷ୍ଟ ପକାଇ ଅଳ୍ପ ସମୟ ପାଇଁ କଷନ୍ତୁ। ଏହା କଷି ହେବାପରେ ସେଥିରେ ଅଳ୍ପ ପାଣି ଦିଅନ୍ତୁ।
ମସଲା ଗ୍ରେଭି ହୋଇଗଲା ପରେ ସେଥିରେ ପନିରକୁ ପକାନ୍ତୁ। ଆପଣ ଚାହିଁଲେ ଗ୍ରୀନ ମଟର ପକାଇ ପାରିବେ। କିଛି ସମୟ ତାକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ। ପରେ ତାକୁ ପ୍ଲେଟକୁ କାଢ଼ି ଆଣନ୍ତୁ। ସେଥିରେ ଗରମ ମସଲା ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପନିର ମସଲା। ଏହାକୁ ଆପଣ ରୁଟି କିମ୍ବା ଭାତ ସହ ଖାଇପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅରୁଆ ଭାତକୁ ଏକ ପାତ୍ରରେ ନେଇ ସେଥିରେ ଇଲାଚି ପାଉଡର ଓ ଗ୍ରାଇଣ୍ଡିଂ କରି ରଖିଥିବା ଚିନିକୁ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ପରେ ଏହାକୁ ଭଲଭାବରେ ଚକଟି ଦିଅନ୍ତୁ। ପରେ ହାତରେ ତେଲ ଲଗାଇ ତାକୁ ଗୋଲଗୋଲ କରି ଏକ ପାତ୍ରରେ ରଖନ୍ତୁ।
ପରେ ଏପାତ୍ରରେ କ୍ଷୀରକୁ ଗରମ କରନ୍ତୁ। କ୍ଷୀରକୁ କିଛି ସମୟ ଫୁଟିବାକୁ ଛାଡ଼ି ଦିଅନ୍ତୁ। କ୍ଷୀର କିଛି ସମୟ ଫୁଟି ଯିବାପରେ ସେଥିରେ ଆବଶ୍ୟକ ଅନୁସାରେ ଚିନି, କଟା ପିସ୍ତା ପକାଇ ଦେଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଅଳ୍ପ କେଶର ପକାଇ ଦିଅନ୍ତୁ। ପରେ କ୍ଷୀରକୁ କିଛି ସମୟ ଫୁଟାନ୍ତୁ। ପରେ ସେଥିରେ ଅରୁଆ ଭାତକୁ ଗୋଳାଇ ପକାଇ ଦିଅନ୍ତୁ। ପରେ ତାକୁ ଗୋଟାଏ ମିନିଟ୍ ପର୍ଯ୍ୟନ୍ତ ଫୁଟିବାକୁ ଛାଡ଼ି ଦିଅନ୍ତୁ। ପରେ ପାତ୍ରକୁ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚାଉଳ ରସମଲାଇ। ଥଣ୍ଡା ହୋଇଗଲା ପରେ ଏହାକୁ ଫ୍ରିଜ୍ରେ ରଖି ଦିଅନ୍ତୁ। ପରେ ନିଜେ ଖାଆନ୍ତୁ ଓ ପରିବାର ଲୋକଙ୍କୁ ଖୁଆନ୍ତୁ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ନଡ଼ିଆକୁ କୋରି ତାର ରସ ବାହାର କରି ରଖନ୍ତୁ। ତା’ ପରେ ଚିଙ୍ଗୁଡିକୁ ଲୁଣ ହଳଦୀ ଗୋଳାଇ ତାକୁ ଭାଜନ୍ତୁ। ଏହା ଭାଜି ହେଲାପରେ ତାକୁ ଏକ ପାତ୍ରରେ ରଖନ୍ତୁ। ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ପିଆଜକୁ ପକାଇ ଭାଜନ୍ତୁ। ପିଆଜର ରଙ୍ଗ ନାଲି ହୋଇଯିବା ପରେ ସେଥିରେ ନଡିଆ ରସକୁ ପକାଇ ଦିଅନ୍ତୁ। ତା’ ପରେ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ।
ଏହାପରେ ଭଜା ଚିଙ୍ଗୁଡିକୁ ସେଥିରେ ପକାଇ ଦିଅନ୍ତୁ। ସେଥିରେ ଲଙ୍କାଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ପକାଇ ତରକାରିକୁ କିଛି ସମୟ ପାଇଁ ଫୁଟିବାକୁ ଛାଡ଼ି ଦିଅନ୍ତି। ତରକାରିରୁ ପାଣି କମି ଆସିଲେ ସେଥିରେ ଧନିଆ ପତ୍ର ଓ କଞ୍ଚା ଲଙ୍କା ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡି ସରୁଆ।
ଏହାକୁ ଥଣ୍ଡା ହେବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଏକ ପ୍ଲେଟରେ କିଛି ନଡ଼ିଆ ପାଉଡର ରଖନ୍ତୁ। ଏହାପରେ ହାତରେ ଘିଅ ଲଗାଇ ପ୍ୟାନ୍ରେ ଥଣ୍ଡା ହୋଇଥିବା ନଡ଼ିଆ ପେଷ୍ଟକୁ ଛୋଟ ଛୋଟ ଗୁଳା କରନ୍ତୁ। ଏହାପରେ ନଡ଼ିଆ ପାଉଡର ଉପରେ ତାହାକୁ ଗଡ଼ାଇ ଦିଅନ୍ତୁ। ତାହା ଉପରେ କିଛି ସାଫରନ, ଆଲମଣ୍ଡ ଓ ଡ୍ରାଏ ଫ୍ରୁଟ୍ସ ଦେଇ ସଜାନ୍ତୁ। ଏହାକୁ ପ୍ରଭୁ ଗଣେଶଙ୍କ ନିକଟରେ ଭୋଗ ଲଗାନ୍ତୁ।
ଏଠାରେ ମନେ ରଖନ୍ତୁ, ନଡ଼ିଆ କୋରା ପ୍ରସ୍ତୁତି ସମୟରେ ପ୍ରଥମେ ଯେତିକି ନଡ଼ିଆ ନେଇଥିବେ, ତାହାର ଅଧା କ୍ଷୀର ଓ ତାହାଠୁ କମ୍ କନଡେନ୍ସଡ ମିଲ୍କ ନେବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି ମାଂସକୁ ଧୋଇ ରଖନ୍ତୁ। ମାଂସରେ ଦହି, ଲେମ୍ବୁ ରସ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଅଦା ରସୁଣ ପେଷ୍ଟ, କଟା ପିଆଜ, ଲୁଣ ଓ ତେଲ ପକାଇ ଭଲ ଭାବେ ମ୍ୟାରିନେଟ କରନ୍ତୁ। ମାଂସ ମ୍ୟାରିନେଟ ହେବା ପରେ ଏହାକୁ କିଛି ସମୟ ରଖି ଦିଅନ୍ତୁ। ଏହାପରେ ଏକ ଛୋଟ ହାଣ୍ଡିରେ ମ୍ୟାରିନେଟ ହୋଇଥିବା ମାଂସକୁ ରଖି ସେହି ହାଣ୍ଡି ଉପରେ ଅଟାର ଦମ୍ ଦେଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ।
ଏହାପରେ ଚୁଲି ଲଗାଇ ହାଣ୍ଡିକୁ ବସାଇ ୪୦ରୁ ୫୦ ମିନିଟ୍ ଯାଏ ମାଂସ ସିଝିବାକୁ ଛାଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯିବ ଦମ୍ ଦହି ମାଂସ। ଏହାକୁ ଗରମାଗରମ ଭାତ, କିମ୍ବା ରୁଟି ସହ ଖାଇପାରିବେ।
ଦିନେ କେଇଟା ପରେ ଦୀପାବଳି। ଏହି ଅବସରରେ ଯଦି ଛୋଟ ଗେଟ୍-ଟୁ-ଗେଦର କି ପାର୍ଟିର ଆୟୋଜନ କରୁଛନ୍ତି, ତେବେ ଆପଣ ଚଟପଟା ଆଚାରୀ ପନିର ବନାନ୍ତୁ ଓ ସମସ୍ତଙ୍କୁ ଖାଇବାକୁ ଦିଅନ୍ତୁ। ଏହାର ବନେଇବା ବହୁତ ସହଜ। ଆଉ ପାଟିକୁ ବି ଖୁବ୍ ସୁଆଦିଆ। ଉତ୍ସବ ପରିବେଶ ଭିତରେ ଏଭଳି ବ୍ୟଞ୍ଜନ ପରସିଲେ ଆପଣଙ୍କ ପରିବାର ଲୋକେ ତଥା ବନ୍ଧୁ ବାନ୍ଧବ ସମସ୍ତେ ଆପଣଙ୍କୁ ଭୁରି ଭୁରି ପ୍ରଶଂସା କରିବେ।
-ଆଚାରୀ ପନିର ବନେଇବାକୁ ପ୍ରଥମେ ଆଚାରୀ ମସଲାଗୁଡ଼ିକୁ ତାଓ୍ୱାରେ ହାଲୁକା ଫ୍ରାଏ କରି ଭଲ ଭାବରେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହା ପରେ ମଟରକୁ ଅଳ୍ପ ଚିନି ପକାଇ ଫୁଟେଇ ରଖନ୍ତୁ।
-କ୍ୟାପସିକମକୁ ବଡ଼ ବଡ଼ ଖଣ୍ଡ କରି କାଟି ୧ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ। ଏହା ଯେପରି ସିଝି ନ ଯାଏ ଧ୍ୟାନ ରଖିବେ।
-ଏହାପରେ କାଜୁ, ଅଦା, ଲଙ୍କାର ଭଲଭାବରେ ପେଷ୍ଟ ବନାନ୍ତୁ। ଏହା ସହ ଟମାଟୋ ପ୍ୟୁରି ମଧ୍ୟ ବନେଇ ରଖନ୍ତୁ।
-କଢ଼େଇରେ ଗୋଟିଏ ଚାମଚ ତେଲ ପକାଇ ଏହାକୁ ଗରମ କରନ୍ତୁ। ତେଲ ଗରମ ହେବା ପରେ କାଜୁ ବଟାକୁ ଭଲଭାବରେ କଷି ଦିଅନ୍ତୁ। ଏହାପରେ ଟମାଟୋ ପ୍ୟୁରି ପକାଇ କଷନ୍ତୁ।
-ଏହାପରେ ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଆଚାରୀ ମସଲା ଗୁଣ୍ଡ, ହେଙ୍ଗୁ ପକାନ୍ତୁ ଆଉ ମସଲା ସବୁ କଢ଼େଇରେ ତେଲ ଛାଡ଼ିବା ପର୍ଯ୍ୟନ୍ତ କଷନ୍ତୁ। ଏହାପରେ ଦହିରେ ଅଟା ମିଶାଇ ଏହାର ପେଷ୍ଟ ବନାନ୍ତୁ।
-କଢ଼େଇରେ ମସଲା ତେଲ ଛାଡ଼ିବା ପରେ ଦହି ଓ ଅଟା ପେଷ୍ଟ ସେଥିରେ ଢାଳନ୍ତୁ। ମସଲା କଷନ୍ତୁ। ପରେ ୩ କପ୍ ପାଣି ଦିଅନ୍ତୁ ଏବଂ ଫୁଟିବାକୁ ଛାଡ଼ିଦିଅନ୍ତୁ।
-୫ରୁ ୭ ମିନିଟ ପର୍ଯ୍ୟନ୍ତ ମଧ୍ୟମ ଜାଳରେ ଫୁଟାନ୍ତୁ। ଏହାପରେ ଏଥିରେ ପନିର କ୍ୟୁବ୍ସ, ଗ୍ରୀନ ମଟର ଏବଂ କ୍ୟାପସିକମ ପକାନ୍ତୁ। ଆଉ ୨ରୁ ୩ ମିନିଟ୍ ଯାଏ ଜାଳ ସିମ୍ କରି ଫୁଟାନ୍ତୁ।
-ଏହାପରେ ତରକାରୀରେ କସୁରୀ ମେଥୀ, ଆଚାର ରସ ଏବଂ ଲେମ୍ବୁ ରସ ମିଶାନ୍ତୁ। ଏବେ ଆପଣଙ୍କ ଗରମ ଗରମ ଚଟପଟା ଆଚାରୀ ପନିର ପ୍ରସ୍ତୁତ ହୋଇଗଲା। ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖୁଆନ୍ତୁ।
ପ୍ରଥମେ ଓଟ୍ସକୁ ଗରମ ପାଣିରେ ଭିଜାଇ ରଖନ୍ତୁ। ପାଖାପାଖି ୪୦ରୁ ୫୦ ମିନିଟ୍ ପରେ ଏହାକୁ ପାଣିରୁ ଛାଣି ଏକ ବଡ଼ ପାତ୍ରରେ ରଖନ୍ତୁ। ଏବେ ଏଥିରେ ବେସନ, ଚାଉଳ ଗୁଣ୍ଡ, ପିଆଜ, କଟା ରସୁଣ ଧନିଆ ପତ୍ର, କଞ୍ଚାଲଙ୍କା, ଭୃସଙ୍ଗ ପତ୍ର, ଅଦା ଏବଂ ଲୁଣ ପକାଇ ଭଲ ଭାବେ ମିଶାଇ ଗାଢ଼ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଭଲ ଭାବେ ଗରମ ହୋଇଗଲା ପରେ ଏଥିରେ ମିଶ୍ରଣକୁ ଛୋଟ ଛୋଟ ପକୁଡ଼ି ଭଳି କରି ପକାନ୍ତୁ। ଏଗୁଡ଼ିକୁ ହାଲକା ଲାଲ୍ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ପକୁଡ଼ି ହୋଇଗଲା ପରେ ଏକ ପ୍ଲେଟ୍ରେ ଟିସୁ ପେପର ପକାଇ ପକୁଡ଼ି ବାହାର କରନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଓଟ୍ସ’ ପକୋଡ଼ା। ସନ୍ଧ୍ୟାରେ ଚା’ ସହିତ ଗରମ ଗରମ ଖାଆନ୍ତୁ।
ଆଗକୁ ପଢ଼ନ୍ତୁ : ଅଧିକ ଲୁଣ ଖାଉଛନ୍ତି କି? ସାବଧାନ୍ ରୋଗରେ ପଡ଼ିପାରନ୍ତି
ପ୍ରଥରେ ଅରୁଆ ଚାଉଳକୁ ପାଣିରେ ଭିଜାଇ ରଖନ୍ତୁ। କିଛି ଘଣ୍ଟା ପରେ ଏହାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏବେ ଏହାକୁ ଏକ ପାତ୍ରରେ ରଖନ୍ତୁ।
ଏହା ପରେ ପୁର ପ୍ରସ୍ତୁତ କରିବା ପାଇଁ ନଡ଼ିଆ କୋରି ଦିଅନ୍ତୁ। ଗ୍ୟାସ୍ରେ କଡ଼େଇ ବସାଇ ନଡ଼ିଆ କୋରା, ଚିନି, ଛେନା ଏବଂ ଗୁଜୁରାତି ଗୁଣ୍ଡ ପକାଇ ଭାଜି ଦିଅନ୍ତୁ। ଆପଣ ଏଠାରେ ଚାହିଁଲେ ଚିନି ଜାଗାରେ ଗୁଡ଼ ମଧ୍ୟ ପକାଇ ପାରିବେ।
ଏହାପରେ ଗ୍ୟାସ୍ରେ ଏକ କଡ଼େଇରେ ପାଣି ଗରମ କରନ୍ତୁ। ସେଥିରେ ଆବଶ୍ୟକ ଅନୁସାରେ ଲୁଣ ପକାନ୍ତୁ। ପାଣି ଫୁଟିଯିବା ପରେ ଚାଉଳ ଚୂନା ପକାନ୍ତୁ ଓ ତାକୁ ଭଲ ଚଲାନ୍ତୁ। ଜନ୍ତା ପ୍ରସ୍ତୁତି ହୋଇଯିବା ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଜନ୍ତା ସାମାନ୍ୟ ଥଣ୍ଡା ହେବା ପରେ ସେଥିରେ ପୂର ଦେଇ ଗୋଲ ଗୋଲ କରନ୍ତୁ।
ଏବେ ଗ୍ୟାସ୍ରେ ଏକ କଡ଼େଇରେ ପାଣି ଗରମ କରି କରନ୍ତୁ। ପାଣି ଫୁଟିଯିବା ପରେ ସେଗୁଡ଼ିକୁ ସେଥିରେ ପକାନ୍ତୁ। କିଛି ସମୟ ପରେ ସେଗୁଡ଼ିକୁ ପାଣିରୁ କାଢ଼ି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ଛେନା ପୁର ଦିଆ ମଣ୍ଡ। ପିଠା।
ପଢନ୍ତୁ ସ୍ୱାଦିଷ୍ଟ ରେସିପି ଓଡ଼ିଆରେ
ପ୍ରଥମେ ମଇଦାକୁ ଅଟା ଚଲାରେ ଚଲେଇ ଦିଅନ୍ତୁ। ବର୍ତ୍ତମାନ ଏହି ଚଲା ମଇଦାରେ ଅଳ୍ପ ବେକିଂ ସୋଡ଼ା, ଦହି ଓ ଘିଅ ମିଶାଇ ଅଳ୍ପ ଉଷୁମ ପାଣି ଦେଇ ଦଳି ଦିଅନ୍ତୁ। ଏହାକୁ ୨୦କୁ ୨୫ ମିନିଟ୍ ଯାଏଁ ଏକ ଓଦା କପଡ଼ାରେ ଗୁଡ଼େଇ ରଖନ୍ତୁ। ଏହାପରେ ପୁଣି ଥରେ ହାଲ୍କା ଦଳି ଛୋଟ ଛୋଟ ଚେପଟା ଗୁଳା ପ୍ରସ୍ତୁତ କରନ୍ତୁ। ଏହି ଗୁଳାଗୁଡ଼ିକୁ ଉପରପଟୁ ଆଙ୍ଗୁଳିରେ କଣା କରିଦିଅନ୍ତୁ।
ଏବେ କଡ଼େଇରେ ଘିଅ ଗରମ କରି ଧିମା ଆଞ୍ଚରେ ଏହି ଗୁଳାଗୁଡ଼ିକୁ ହାଲକା ଲାଲ୍ କରି ଛାଣନ୍ତୁ। ଅନ୍ୟ ଏକ କଡ଼େଇରେ ଚିନି ଓ ପାଣିକୁ ଫୁଟାଇ ସିରା ପ୍ରସ୍ତୁତ କରନ୍ତୁ। ଗରମ ଗରମ ସିରାରେ ଛଣାଯାଇଥିବା ମଇଦା ଗୁଳାଗୁଡ଼ିକୁ ପକାଇ କିଛି ସମୟ ଛାଡ଼ିଦିଅନ୍ତୁ। ପାଖା ପାଖି ୧୦ ରୁ ୧୫ ମିନିଟ୍ ପରେ ଏଗୁଡ଼ିକୁ କାଢ଼ି ଥଣ୍ଡା ଓ ହାଲକା ଟାଣ ହେବାକୁ ଖୋଲା ରଖି ଦିଅନ୍ତୁ। ଶୁଖିଗଲା ପରେ ପ୍ରସ୍ତୁତ ହୋଇଯିବ ‘ବାଲୁଶାହି’। ଏହାକୁ ନବରାତ୍ରୀରେ ମା’ଙ୍କ ପାଖରେ ଭୋଗ ଲଗାଇପାରିବେ।
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଜୁଆଣି ପତ୍ରକୁ ବାଟି ରଖନ୍ତୁ। ପରେ ଚିଙ୍ଗୁଡ଼ିରେ ହଳଦୀଗୁଣ୍ଡ, ରସୁଣ ବଟା, ସୋରିଷ ବଟା, ଅଦା ବଟା, ଜିରା ଧନିଆ ବଟା, ଲଙ୍କାଗୁଣ୍ଡ, ତେଲ, ଲୁଣ ଓ ଜୁଆଣି ପତ୍ର ବଟାକୁ ପକାଇ ଭଲ ଭାବରେ ଗୋଳାନ୍ତୁ।
ଏହାପରେ ବଡ଼ କମଳାକୁ ମଝିରୁ ଦୁଇଭାଗ କରି ତା’ର ଭିତର ଅଂଶକୁ ବାହାର କରିଦିଅନ୍ତୁ। ଏହାପରେ ମସଲା ଗୋଳା ଚିଙ୍ଗୁଡ଼ିକୁ କମଳାର ଖୋଳପା ଭିତରେ ପୂରାଇ ତା’କୁ ଅଟା ଦ୍ୱାରା ବନ୍ଦ କରି ନିଆଁ ଅଙ୍ଗାରରେ ୧୦ରୁ ୧୫ ମିନିଟ୍ ଯାଏଁ ପୋଡ଼ନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସନ୍ତରା ଚିଙ୍ଗୁଡ଼ି ପୋଡ଼ା।
ଗ୍ୟାସ୍ ଲଗାଇ ତେଲ ଗରମ କରନ୍ତୁ। ମାଛ ମୁଣ୍ଡରେ ଲୁଣ ହଳଦୀ ଗୋଳାଇ ଭାଜି ରଖନ୍ତୁ। ଆଳୁ, ଖଣ୍ଡ ନଡ଼ିଆ ଓ ମୁଗ ଡ଼ାଲିକୁ ଭାଜି ରଖନ୍ତୁ। କଡ଼େଇରେ ତେଲ ଗରମ କରି ଅଳ୍ପ ଚିନି ପକାନ୍ତୁ। ଏହାପରେ ତେଜପତ୍ର, ଡାଲଚିନି, ଗୁଜୁରାତି, ଲବଙ୍ଗ, କଟା ପିଆଜ ଓ ଅଳ୍ପ ଲୁଣ ପକାଇ ଭଲ ଭାବରେ ଭାଜନ୍ତୁ। ପିଆଜ ଭାଜି ହୋଇଯିବା ପରେ ସେଥିରେ କଟା ଟମାଟୋ, କଞ୍ଚାଲଙ୍କା, ଅଦାରସୁଣ ବଟା, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଓ ଅଳ୍ପ ପାଣି ଦେଇ କଷନ୍ତୁ।
ମଲସା କଷି ହୋଇଯିବା ପରେ ଗରମ ମସଲା, ଧନିଆ ଗୁଣ୍ଡ ଓ ଭଜା ମାଛ ମୁଣ୍ଡ ପକାଇ ଭଲ ଭାବରେ ଗୋଳାନ୍ତୁ। ଏହାପରେ ସେଥିରେ ଭଜା ଆଳୁ ଓ ଭଜା ମୁଗ ପକାଇ ଅଳ୍ପ ପାଣି ଦେଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୧୦ ମିନିଟ୍ ପରେ ଘୋଡ଼ଣୀ ବାହାର କରି ଭଜା ନଡ଼ିଆ, ମିକ୍ସଚର୍, ଗରମ ମସଲା ପକାଇ ଭଲ ଭାବରେ ଗୋଳାନ୍ତୁ। ଶେଷରେ ଧନିଆ ପତ୍ର ପକାଇ ଗ୍ୟାସ୍କୁ ଓହ୍ଲାଇ ଆଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମାଛ ମୁଣ୍ଡ ଚାଟ୍।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ି ମାଛରେ ଲୁଣ ଓ ହଳଦୀ ମିଶାଇ ଭାଜି ଦିଅନ୍ତୁ। ଚାଉଳକୁ ବାଟି ସେଥିରେ ଲୁଣ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ ମିଶାଇ ପିଠଉ ପ୍ରସ୍ତୁତ କରି ରଖନ୍ତୁ।
ଏହାପରେ ଭଜା ଚିଙ୍ଗୁଡ଼ି ମାଛରେ ରସୁଣ, କଟା ପିଆଜ ଓ କଞ୍ଚାଲଙ୍କା ପକାଇ ଭଲ ଭବାରେ ଛେଚି ଦିଅନ୍ତୁ। କଖାରୁ ପତ୍ରରେ ଚିଙ୍ଗୁଡ଼ି ଛେଚା ରଖି ତାକୁ ଭଲ ଭାବରେ ଗୁଡ଼ାଇ କାଠି ଦ୍ୱାରା ଗୁନ୍ଥି ରଖନ୍ତୁ।
ଗ୍ୟାସ୍ ଲଗାଇ ତାୱାରେ ତେଲ ଗରମ କରନ୍ତୁ। ଏହାପରେ ଚିଙ୍ଗୁଡ଼ି ପୁରଦିଆ କଖାରୁ ପତ୍ରକୁ ଚାଉଳ ପିଠଉରେ ବୁଡ଼ାଇ ସେକନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କଖାରୁ ପତ୍ର ଚିଙ୍ଗୁଡ଼ି ପିଠଉ।
ଇଲିସି ମାଛ, କଟା ଟମାଟୋ, ଗୋଟା ରସୁଣ, କଞ୍ଚାଲଙ୍କା, ହଳଦୀ ଗୁଣ୍ଡ, ସୋରିଷ ମସଲା, ଲଙ୍କା ଗୁଣ୍ଡ, ତେଲ, ଲୁଣ ଓ ଲେମ୍ୱୁ।
ପ୍ରଥମେ ଇଲିସି ମାଛକୁ ଭଲ ଭାବରେ ଧୋଇ ସେଥିରେ ଲୁଣ ଓ ହଳଦୀ ଗୁଣ୍ଡ ପକାନ୍ତୁ। ଏହାପରେ ଏଥିରେ ସୋରିଷ, ଜିରା, ରସୁଣ ଓ କଞ୍ଚାଲଙ୍କା ବଟା, କଟା ଟମାଟୋ, ଲେମ୍ୱୁରସ, ଲଙ୍କାଗୁଣ୍ଡ ଓ ଅଳ୍ପ ରିଫାଇନ୍ ତେଲ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସ୍ ଲଗାଇ କଡ଼େଇରେ ତେଲ ଗରମ କରନ୍ତୁ ଏବଂ ଏଥିରେ ମସଲା ଗୋଳା ଇଲିସି ମାଛକୁ ପକାନ୍ତୁ।
ଏହାପରେ ମାଛ ଉପରେ ଲେମ୍ୱୁରସ, ଗୋଟା ରସୁଣ ଓ ଗୋଟା କଞ୍ଚାଲଙ୍କା ରଖି ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୮ରୁ ୧୦ ମିନିଟ୍ ପରେ ଘୋଡ଼ଣୀ ବାହାର କରି ମାଛକୁ ଓଲଟାଇ ପୁଣି ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୧୦ରୁ ୧୨ ମିନିଟ୍ ପରେ ପ୍ରସ୍ତୁତ ହୋଇଗଲା ଆପଣଙ୍କର କଞ୍ଚା ଇଲିସି ଲେମ୍ୱୁ ମସଲା।
ପ୍ରଥମେ କଞ୍ଚା ଇଲିସି ମାଛକୁ ଭଲଭାବେ ଧୋଇ, ସେଥିରେ ଲୁଣ ଓ ହଳଦୀ ଗୋଳାଇ ରଖନ୍ତୁ। ଏହାପରେ ଇଲିସି ମାଛରେ କଟା ପିଆଜ, କଟା କଞ୍ଚାଲଙ୍କା, ଧନିଆ ପତ୍ର, କଟା ଟମାଟୋ ଓ ଲଙ୍କା ଗୁଣ୍ଡ ପକାନ୍ତୁ। ଏଥିସହ ସେଥିରେ ଧଳା ସୋରିଷ, ଜୀରା, ଶୁଖିଲା ଲଙ୍କା ବଟା, ଧନିଆ ଗୁଣ୍ଡ, ଲେମ୍ବୁରସ ଓ ସୋରିଷ ତେଲ ଦେଇ ଭଲଭାବେ ମ୍ୟାରିନେଟ କରି ରଖିଦିଅନ୍ତୁ। ବର୍ତ୍ତମାନ ଗ୍ୟାସରେ ଏକ ପାତ୍ର ଗରମ କରି ସେଥିରେ ମ୍ୟାରିନେଟ୍ ହୋଇଥିବା ମାଛ ପକାନ୍ତୁ ଓ ଅଳ୍ପ ପାଣି ଦିଅନ୍ତୁ। ବର୍ତ୍ତମାନ ଘୋଡ଼ଣୀ ଘୋଡ଼ାଇ ମୁହଁକୁ ଅଟା ଦ୍ୱାରା ବନ୍ଦ କରିଦିଅନ୍ତୁ। ୧୫ ରୁ ୨୦ ମିନିଟ୍ ଭିତରେ ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ‘ଇଲିସି ମାଛ ବାଟିବସା’।
କଖାରୁ ଫୁଲ, ସିଝା ଅଣ୍ଡା, କଟା ପିଆଜ, ଲୁଣ, କଟା ଟମାଟୋ, ଧନିଆପତ୍ର, ଲେମ୍ବୁ, ଚାଟ ମସଲା, ଜଲଜିରା ପାଉଡର, ଚାଉଳ ପିଠଉ ଓ ତେଲ।
ପ୍ରଥମେ ଅଣ୍ଡାକୁ ସିଝାଇ ରଖନ୍ତୁ ଓ ଚାଉଳ ପିଠଉରେ ଲୁଣ, ଲଙ୍କାଗୁଣ୍ଡ ଓ ହଳଦୀଗୁଣ୍ଡ ଗୋଳାଇ ରଖନ୍ତୁ। ଏହାପରେ ସିଝାଅଣ୍ଡାକୁ ଛୋଟ ଛୋଟ କାଟି ସେଥିରେ କଟା ପିଆଜ, କଟା ଟମାଟୋ, ଧନିଆପତ୍ର, ଲେମ୍ବୁ ରସ, ଚାଟ ମସଲା ଓ ଜଲଜିରା ପାଉଡର ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। କଖାରୁ ଫୁଲ ଭିତରେ ପ୍ରସ୍ତୁତ ହୋଇଥିବା ଅଣ୍ଡା ଚାଟ ମସଲାର ପୁରକୁ ପୁରାଇ ରଖନ୍ତୁ।
ଗ୍ୟାସ ଲଗାଇ ତାୱାରେ ତେଲ ଗରମ କରି ଅଣ୍ଡା ପୁର ଦିଆ କଖାରୁ ଫୁଲକୁ ଚାଉଳ ପିଠଉରେ ଗୋଳାଇ ସେକନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର କଖାରୁ ଫୁଲ ଅଣ୍ଡା ଚାଟ।
ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜକୁ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପରେ ଅଦା-ରସୁଣ ପେଷ୍ଟକୁ ଦେଇ କଷନ୍ତୁ । ଟିକେ କଷି ହୋଇଗଲେ ଏଥିରେ ଟମାଟୋ ପ୍ୟୁରି ପକାଇ ଆଉ ଟିକେ କଷନ୍ତୁ ଏବଂ କିଛି ସମୟ ପରେ କାଜୁ ବଟା ଓ ଛତୁ ପକାଇ କଷନ୍ତୁ। କିଛି ସମୟ ପରେ ଅଧା କପ୍ ପାଣି, ଲୁଣ, ଗୋଲମରିଚ ଗୁଣ୍ଡ ଓ ଅଳ୍ପ କସ୍ତୁରୀ ମେଥି ପକାଇ ୧୦ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ । ଏବେ ଫ୍ରେଶ୍ କ୍ରିମ୍ ଏବଂ ୧ମିନିଟ୍ ପରେ ଗରମ ମସଲା ପକାଇ ସାମାନ୍ୟ ଫୁଟାଇ ତଳକୁ ଓହ୍ଲାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ମଲାଇ ମଶ୍ରୁମ୍’। ଏହାକୁ ଆପଣ ରୁଟି, ପରଟା କିମ୍ବା ନାନ୍ ସହ ଖାଇପାରିବେ।
ଭାକୁର ମାଛର ମଞ୍ଜି, ହଳଦୀ, ଲୁଣ, ଲେମ୍ବୁ, ପିଆଜ, ରସୁଣ ଓ କଟା କଞ୍ଚାଲଙ୍କା, ସୋରିଷ ବେସର, ଲେମ୍ବୁରସ, ତେଲ, ହଳଦୀ ପତ୍ର ଓ କଦଳୀ ପତ୍ର।
ପ୍ରଥମେ ମାଛ ମଞ୍ଜିକୁ ଭଲ ଭାବରେ ଧୋଇ ସେଥିରେ କଟା ପିଆଜ, ସୋରିଷ ରସୁଣ ଶୁଖିଲା ଲଙ୍କା ବଟା, ହଳଦୀ ଗୁଣ୍ଡ, କଟା ରସୁଣ, କଟା କଞ୍ଚାଲଙ୍କା, ଲେମ୍ବୁରସ, ରିଫାଇନ ତେଲ ଓ ଆବଶ୍ୟକ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।
ଏହାପରେ କଦଳୀ ପତ୍ର ଉପରେ ହଳଦୀ ପତ୍ରକୁ ଥୋଇ ତା ଉପରେ ମସଲା ଗୋଳା ମଞ୍ଜିକୁ ରଖି କଦଳୀ ପତ୍ରକୁ ଭଲ ଭାବରେ ବାନ୍ଧି ଦିଅନ୍ତୁ। ଚୁଲିରେ ରଡ ନିଆଁ କରି କଦଳୀ ପତ୍ର ବନ୍ଧା ମାଛ ମଞ୍ଜିକୁ ରଖି ତା ଉପରେ ଅଙ୍ଗାର ନିଆଁ ରଖନ୍ତୁ। ୧୫ରୁ ୨୦ ମିନିଟ ପରେ ପ୍ରସ୍ତୁତ ହୋଇଯିବ ମାଛ ମଞ୍ଜି ପତ୍ରପୋଡ଼ା
ଖାସି ମାଂସ, ରିଫାଇନ୍ ତେଲ, ହଳଦୀ ଗୁଣ୍ଡ, ଦହି, ଆଳୁ, ଅଦା, ରସୁଣ, ପିଆଜ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, କଞ୍ଚା ଲଙ୍କା, ଗୋଲ ମରିଚ ଗୁଣ୍ଡ, ଗରମ ମସଲା।
ପ୍ରଥମେ ଖାସି ମାଂସରେ ରିଫାଇନ୍ ତେଲ, ଲୁଣ, ହଳଦୀଗୁଣ୍ଡ ଓ ଦହି ପକାଇ ଭଲ ଭାବେ ମ୍ୟାରିନେଟ୍ କରି ଦୁଇ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ଏହା ମଧ୍ୟରେ ଦୁଇ ଫାଳ କରି ଛାଣି ଦିଅନ୍ତୁ।
ଦୁଇ ଘଣ୍ଟା ପରେ ମ୍ୟାରିନେଟ୍ ମାଂସରେ ଅଦା, ରସୁଣ, ପିଆଜ ବଟା, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ କଟା ଟମାଟୋ ପକାନ୍ତୁ। ଏହାପରେ ଏଥିରେ ସୋରିଷ ଜିରା ବଟା, ଅଳ୍ପ ରିଫାଇନ୍ ତେଲ, କଟା କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ ଓ ଗରମ ମସଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ମାଟି ହାଣ୍ଡିରେ ତେଲ ଗରମ କରି ମ୍ୟାରିନେଟ୍ ଖାସି ମାଂସକୁ ପକାଇ ଭଲଭାବେ ଗୋଳାଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ।
୧୦ରୁ ୧୫ମନିଟ୍ ପରେ ଘୋଡ଼ଣୀ ବାହାର କରି ସେଥିରେ ଛଣା ଆଳୁ ପକାନ୍ତୁ। ଏହାକୁ କିଛି ସମୟ ଗୋଳାଇ ୪୦ ରୁ ୪୫ ମିନିଟ୍ ପାଇଁ ମାଂସକୁ ସେମିତି ଘୋଡ଼ଣୀ ଘୋଡାଇ ସିଝିବାକୁ ଦିଅନ୍ତୁ। ମାଂସ ସିଝି ଗଲା ପରେ ହାଣ୍ଡିକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ସେଥିରେ ଧନିଆ ପତ୍ର ପକାନ୍ତୁ। ପ୍ରସ୍ତୁତ ହୋଇଗଲା ମାଟିହାଣ୍ଡି ମାଂସ ଝୋଳ।
ଦହି ଓ ଲୁଣ ମିଶା ମ୍ୟାରିନେଟ୍ ଚିକେନ୍, କୋକୋ ପାଉଡର୍, ତେଲ, ଅଦାରସୁଣ ବଟା, ଲଙ୍କା ଗୁଣ୍ଡ, ଟମାଟୋ ସସ୍, ସୋୟା ସସ୍, ରସୁଣ କଟା, ମିଓନିଜ୍, କର୍ଣ୍ଣଫ୍ଲୋର ପାଉଡର୍ ଓ ମଇଦା।
ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଚିକେନ୍କୁ ଭଲ ଭାବରେ ଧୋଇ ସେଥିରେ ଦହି ଓ ଲୁଣ ଗୋଳାଇ ୪ରୁ ୫ଘଣ୍ଟା ମ୍ୟାରିନେଟ୍ କରି ରଖନ୍ତୁ। ପରେ ମ୍ୟାରିନେଟ୍ ହୋଇଥିବା ଚିକେନ୍ରେ ଅଦା ରସୁଣ ବଟା, ତେଲ ଓ ଲଙ୍କାଗୁଣ୍ଡ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହାପରେ ଏକ ପାତ୍ରରେ ମଇଦା, କର୍ଣ୍ଣଫ୍ଲୋର, କୋକୋ ପାଉଡର୍, ଲଙ୍କାଗୁଣ୍ଡ ଓ ଆବଶ୍ୟକ ଅନୁସାରେ ଲୁଣ ମିଶାଇ ଭଲଭାବେ ଗୋଳାନ୍ତୁ। ଏବେ ଗ୍ୟାସ୍ ଲଗାଇ ମସଲା ଗୋଳା ଚିକେନ୍କୁ କୋକୋ ପାଉଡର୍ ମିଶ୍ରଣରେ ବୁଡ଼ାଇ ଛାଣନ୍ତୁ।
ଅନ୍ୟ ଏକ ପାତ୍ରରେ ତେଲ ଗରମ କରି କଟା ରସୁଣ, ଟମୋଟୋ ସସ୍, ମିଓନିଜ୍, ସୋୟା ସସ୍, କୋକୋ ପାଉଡର୍, ଲଙ୍କାଗୁଣ୍ଡ ଓ ଆବଶ୍ୟକ ଅନୁସାରେ ପାଣି ଦେଇ ଅଳ୍ପ ଆଞ୍ଚରେ ଫୁଟାନ୍ତୁ। କୋକୋ ସସ୍ ପ୍ରସ୍ତୁତ ହୋଇଯିବା ପରେ ଏହାକୁ ଚିକେନ୍ରେ ପକାଇ ସର୍ଭ କରନ୍ତୁ।
ପାମ୍ପଲେଟ୍ ମାଛ, ଅଦା ରସୁଣ ପିଆଜ ଜିରା ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ମସଲା ଗୁଣ୍ଡ, କର୍ଣ୍ଣଫ୍ଲୋର ପାଉଡର୍,ଟମାଟୋ, ପିଆଜ କଟା, ଧନିଆ ପତ୍ର, ସୋରିଷ ତେଲ ଓ ଲୁଣ
ପାମ୍ପଲେଟ୍ ମସାଲା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ପାମ୍ପଲେଟ୍ ମାଛର ପେଟକୁ ଚିରି ସଫା କରି ଲୁଣ ହଳଦୀ ଗୋଲାଇ ଗୋଟିଏ ପାତ୍ରରେ ରଖନ୍ତୁ। ପିଆଜ, ଅଦା, ରସୁଣ, ଜିରା ଓ ଧନିଆ ପେଷ୍ଟ କରି ସେଥିରେ ଲୁଣ ଓ ହଳଦୀ ଗୋଳାଇ ରଖନ୍ତୁ। ଏହାପରେ ପାମ୍ପଲେଟ୍ର ପେଟ ଭିତରେ ମସଲା ପେଷ୍ଟକୁ ପୁରାନ୍ତୁ। କର୍ଣ୍ଣଫ୍ଲୋର ପାଉଡର୍କୁ ମସଲା ଦିଆ ପାମ୍ପଲେଟ୍ ଉପରେ ଗୋଳାଇ ତେଲରେ ଭାଜନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ପାମ୍ପଲେଟ୍ ମସଲା। ଏଥିରେ ଆପଣ ଟମାଟୋ, ପିଆଜ ଓ ଧନିଆ ପତ୍ର ଗାର୍ନିସ୍ କରି ଖାଇପାରିବେ।
ସିଝା ଅଣ୍ଡା, ଚାଉଳ ଗୁଣ୍ଡ, ବେସନ, କଞ୍ଚା ଲଙ୍କା, ଭେଜିଟେବଲ୍ ଅଏଲ୍, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ବିସ୍କୁଟ ଗୁଣ୍ଡ, ଲୁଣ ଓ ତେଲ।
ପ୍ରଥମେ ସିଝା ଅଣ୍ଡାରେ ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଏହା ପରେ ଏକ ପାତ୍ରରେ ଚାଉଳ ଗୁଣ୍ଡ, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ, ଲୁଣ ଓ ଅଳ୍ପ ପାଣି ମିଶାଇ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ।
ଏବେ କଡ଼େଇରେ ତେଲ ଗରମ କରନ୍ତୁ। ସିଝା ଅଣ୍ଡାକୁ ଏହି ମିଶ୍ରଣରେ ବୁଡ଼ାଇ ବିସ୍କୁଟ୍ ଗୁଣ୍ଡରେ ଏପଟ ସେପଟ କରି ତେଲରେ ଡିପ୍ ଫ୍ରାଏ କରନ୍ତୁ। ଅଣ୍ଡାର ରଙ୍ଗ ଗୋଲ୍ଡେନ୍ ବ୍ରାଉନ୍ ହେବା ପରେ ଏହାକୁ କଡ଼େଇରୁ ବାହାର କରିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘କ୍ରିସ୍ପି ଏଗ୍ ବଲ୍ସ’। ଏହାକୁ ଚଟଣୀ କିମ୍ବା ସସ୍ ସହିତ ପରଷନ୍ତୁ।
ମଇଦା, ବନ୍ଧା କୋବି, ଗାଜର, କ୍ୟାପ୍ସିକମ୍, ଧନିଆ ପତ୍ର, ତେଲ, କଞ୍ଚା ଲଙ୍କା, ଅଦା, ଲୁଣ, ଦହି, ବେସନ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ଓ ବଟର।
ପ୍ରଥମେ ଏକ ପାତ୍ରରେ ମଇଦାରେ ଅଳ୍ପ ତେଲ ଓ ପାଣି ମିଶାଇ ଭଲକରି ଦଳି ଦିଅନ୍ତୁ। ନରମ ହେବା ଲାଗି ଏହାକୁ ୨୦ ରୁ ୨୫ ମିନିଟ୍ ଓଦା କପଡ଼ାରେ ଘୋଡ଼ାଇ ରଖନ୍ତୁ। ଏବେ ବନ୍ଧା କୋବି, ଗାଜର, କ୍ୟାପ୍ସିକମ୍, ଅଦା ଓ ଧନିଆ ପତ୍ରକୁ ଛୋଟ ଛୋଟ କାଟି ଏକ ପାତ୍ରରେ ରଖନ୍ତୁ। ଲୁଣ ଓ କଟା କଞ୍ଚା ଲଙ୍କାକୁ ଏହି ପରିବାରେ ମିଶାନ୍ତୁ।
ଏହାପରେ ଚକଟା ହୋଇ ରଖା ଯାଇଥିବା ମଇଦାରେ ଛୋଟ ଛୋଟ ଗୁଳା ତିଆରି କରି ବେଲନ୍ତୁ ଓ ପରିବାକୁ ଏହା ଭିତରେ ପୂର ଭଳି ଦିଅନ୍ତୁ। ଏହାକୁ ନିଜ ମନ ପସନ୍ଦର ଆକୃତି ଦେଇ ଚାରିପଟୁ ବନ୍ଦ କରି ଦିଅନ୍ତୁ।
ଏବେ ଆଉ ଏକ ପାତ୍ରରେ ଦହି ଓ ବେସନର ଘୋଳ ପ୍ରସ୍ତୁତ କରନ୍ତୁ। ଏହି ଘୋଳରେ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ଓ ଲହୁଣୀ ପକାଇ ଭଲ ଭାବେ ଗୋଳାନ୍ତୁ। ଏହାପରେ ମୋମୋ ଗୁଡ଼ିକୁ ଏହି ଘୋଳରେ ବୁଡ଼ାନ୍ତୁ ଓ କଡ଼େଇରେ ତେଲ ଗରମ କରି ଛାଣନ୍ତୁ। ଗୋଲ୍ଡେନ୍ ବ୍ରାଉନ୍ ହେବା ଯାଏ ମୋମୋଗୁଡ଼ିକୁ ତେଲରେ ରଖନ୍ତୁ। ତା’ପରେ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚଟପଟା ଫ୍ରାଏଡ୍ ମୋମୋଜ୍। ଏହାକୁ ଲଙ୍କା ଚଟଣୀ ଓ ମେଓନିଜ୍ ସହହିତ ଗରମ ଗରମ ପରଷନ୍ତୁ।
ଆଳୁ, ଜିରା, ପିଆଜ, କାଜୁ, ହଳଦୀ ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ, ଦହି, କ୍ଷୀର, ଅଦା, ରସୁଣ, ଫ୍ରେଶ୍ କ୍ରିମ୍, ତେଲ, ଘିଅ ଓ ଲୁଣ।
ପ୍ରଥମେ ଅଦା, ରସୁଣ ଓ କାଜୁକୁ ମିଶାଇ ପେଷ୍ଟ ତିଆରି କରନ୍ତୁ। ସେହିପରି ଅଳ୍ପ କିଛି କାଜୁ ଭାଜି ରଖନ୍ତୁ ଓ ଆଳୁକୁ ଧୋଇ ଚୋପା ଚାଞ୍ଛି କାଟି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରି କଟା ଆଳୁକୁ ଫ୍ରାଏ କରନ୍ତୁ। ମନେ ରଖିବେ ଏଗୁଡ଼ିକୁ ବେଶୀ ଲାଲ୍ କରିବେ ନାହିଁ। ଆଳୁ ଗୋଲ୍ଡେନ୍ କଲର ହୋଇଆସିଲେ ଏହାକୁ ଏକ ପ୍ଲେଟ୍କୁ ବାହାର କରନ୍ତୁ।
ଏହା ପରେ ଅନ୍ୟ ଏକ କଡ଼େଇରେ ଘିଅ ଗରମ କରି ଜିରା ପକାନ୍ତୁ। ଜିରା ଫୁଟିଗଲା ପରେ ସେଥିରେ କଟା ପିଆଜ ପକାଇ ୨ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ। ତା’ପରେ ସେଥିରେ ଭଜା କାଜୁ, ହଳଦୀ ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ ଓ ଅଦା-ରସୁଣ-କାଜୁ ପେଷ୍ଟ୍ ପକାଇ ଦୁଇ ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ। ଏହା ପରେ ଫ୍ରାଏ କରି ରଖିଥିବା ଆଳୁକୁ ପକାଇ ଆଉ କିଛି ସମୟ ମସଲାକୁ କଷନ୍ତୁ।
ମସଲା ଭଲ ଭାବେ କଷି ହୋଇଗଲେ ଗ୍ୟାସ୍ର ଆଞ୍ଚ ଧିମା କରି ଦହି, କ୍ଷୀର, ପାଣି, ଅଳ୍ପ ଫ୍ରେଶ୍ କ୍ରିମ୍ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ। ସିଝିବା ପାଇଁ ଏହାକୁ ୩ ମିନିଟ୍ ଛାଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ଆଲୁ ମଖନି’। ଏହା ଉପରେ ଧନିଆ ପତ୍ର ଓ ଅଳ୍ପ କ୍ରିମ୍ ପକାଇ ସଜାଇ ଦିଅନ୍ତୁ ଓ ଗରମ ଗରମ ପୁରୀ କିମ୍ବା ପରଟା ସହିତ ପରଷନ୍ତୁ।
କଡ଼େଇରେ ଘିଅ ଗରମ କରି ସେଥିରେ କଟା ପିଆଜକୁ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପରେ ଅଦା-ରସୁଣ ପେଷ୍ଟକୁ ଦେଇ କଷନ୍ତୁ। ପରେ ସେଥିରେ ଟମାଟୋ ପ୍ୟୁରି ଦେଇ ଆଉ ଟିକେ କଷନ୍ତୁ ଏବଂ କିଛି ସମୟ ପରେ କାଜୁ ବଟା ଓ ଛତୁ ମିଶାଇ କଷନ୍ତୁ।
କିଛି ସମୟ ପରେ ଅଧା କପ୍ ପାଣି, ଲୁଣ, ଗୋଲମରିଚ ଗୁଣ୍ଡ ଓ ଅଳ୍ପ କସ୍ତୁରୀ ମେଥି ପକାଇ ୧୦ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ। ତା’ପରେ ଫ୍ରେଶ୍ କ୍ରିମ୍ ଏବଂ ୧ମିନିଟ୍ ପରେ ଗରମ ମସଲା ପକାଇ ସାମାନ୍ୟ ଫୁଟାଇ ତଳକୁ ଓହ୍ଲାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ସାହି ମସ୍ରୁମ୍’। ଏହାକୁ ଆପଣ ରୁଟି, ପରଟା କିମ୍ବା ନାନ୍ ସହ ଖାଇପାରିବେ।
ପ୍ରଥମେ ଚିକେନ୍କୁ ଭଲକରି ଧୋଇ ସେଥିରେ ଲୁଣ ହଳଦୀ ଗୋଳାଇ ରଖନ୍ତୁ। ଏବେ ପିଆଜକୁ ଚୁନା ଚୁନା କାଟନ୍ତୁ। କଡ଼େଇରେ ପୋସ୍ତ, ଶୁଖଲା ଲଙ୍କା, ପାନମଧୁରୀ, ପୋସ୍ତ, ମେଥି, ଗୋଟା ଧନିଆ, ଜାଇଫଳ, ଗୋଲମରିଚ, ଅଳେଇଚ ଓ ଡାଲଚିନିକୁ ହାଲକା ଭାଜି ଗୁଣ୍ଡ କରି ରଖି ଦିଅନ୍ତୁ। ସେହିପରି ଅଦା, ରସୁଣ ଓ ନଡ଼ିଆକୁ ଗ୍ରାଇଣ୍ଡିଂ କରି ରଖନ୍ତୁ।
ଏବେ କଡ଼େଇରେ ତେଲ ଗରମ କରି ପିଆଜ ପକାଇ ଲାଲ୍ କରି ଭାଜନ୍ତୁ। ପିଆଜ ଲାଲ୍ ହୋଇଗଲେ ସେଥିରେ ଅଦା-ରସୁଣ-ନଡ଼ିଆ ବଟା, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଲୁଣ ପକାଇ କଷନ୍ତୁ। ଏହା ପରେ ଚିକେନ ଓ ଗୁଣ୍ଡ କରିଥିବା ମସଲା ପକାଇ କମ୍ ଆଞ୍ଚରେ ସିଝିବା ଯାଏ ରାନ୍ଧନ୍ତୁ।
ମାଂସ ସିଝିଗଲା ପରେ ଅଳ୍ପ ପାଣି ଦେଇ ଫୁଟାନ୍ତୁ। ଶେଷରେ ତେନ୍ତୁଳି ରସ ପକାଇ ଝୋଳ ମରିବା ଯାଏ ଛାଡ଼ିଦିଅନ୍ତୁ। ଏହାପରେ ପ୍ଲେଟକୁ କାଢ଼ି ଉପରେ କଟା ଧନିଆପତ୍ର ଦେଇ ସଜାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ 'ମୁର୍ଗ ଜାଫରାନୀ'।
ପ୍ରଥମେ ଏକ କଡ଼େଇରେ ତେଲ ଗରମ କରି ସେଥିରେ ସୋରିଷ-ଜୀରା ବଟା, କଟା ପିଆଜ, କଞ୍ଚାଲଙ୍କା ବଟା, ଭୁର୍ସୁଙ୍ଗ ପତ୍ର ଓ କଟା ଟମାଟୋ ପକାଇ ଭାଜି ରଖନ୍ତୁ। ଏବେ ଆଉ ଏକ ପାତ୍ରରେ ଦହି ଓ ପାଣି ମିଶାଇ ସେଥିରେ ସୁଜି ପକାଇ ଭଲଭାବେ ଗୋଳାନ୍ତୁ। ଏହାପରେ ଦହି ଓ ସୁଜି ମିଶ୍ରଣରେ ଭଜା ମସଲା, ଲୁଣ ଓ ଖାଇବା ସୋଢ଼ା ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।
ଏବେ ଏକ ଛାଞ୍ଚରେ ତେଲ ମାରି ମସଲାଗୋଳା ସୁଜିକୁ ରଖି ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୫ ମିନିଟ୍ ପରେ ଘୋଡ଼ଣୀ ବାହାର କରି ତାକୁ ଲେଉଟାଇ ଦେଇ ପୁଣି ଘୋଡ଼ଣୀ ଘୋଡ଼ଇ ଦିଅନ୍ତୁ। ଦୁଇ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ‘ସୁଜି ଆପେ’।
ପ୍ରଥମେ ଚଣାକୁ ୩ ରୁ ୪ ଘଣ୍ଟା ପାଇଁ ପାଣିରେ ବତୁରାଇ ଦିଅନ୍ତୁ। ଏହାପରେ ପ୍ରେସର କୁକରରେ ୪ଟି ହ୍ୱିସିଲ୍ ଦେଇ ସିଝାଇ ଦିଅନ୍ତୁ। ଏହା ପରେ ମଇଦାରେ ଦହି, ଲୁଣ ଓ ଲହୁଣୀ ପକାଇ ଏହାକୁ ନରମ ଭାବେ ଦଳି ଦିଅନ୍ତୁ। ଏହାକୁ ଭଲ ଭାବେ ଚକଟିବା ପରେ ୧ ଘଣ୍ଟା ଯାଏ ଏକ ଓଦା କପଡ଼ା ଘୋଡ଼ାଇ ରଖନ୍ତୁ।
ଏବେ ଅନ୍ୟ ଏକ ପାତ୍ରରେ ସିଝା ଚଣା, କଟା ସିଝା ଆଳୁ, କଟା ପିଆଜ, କଟା ଟମାଟୋ, ଲଙ୍କା ଗୁଣ୍ଡ, ଗରମ ମସଲା, ଆମଚୁର ପାଉଡର, ଚାଟ୍ ମସଲା, ଲେମ୍ବୁ ରସ ଓ ତେନ୍ତୁଳି ପାଣି ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ମଇଦା ଚକଟାକୁ ବଡ଼ ବଡ଼ ଗୁଳା କରି ବେଲନ୍ତୁ। ଏବେ ଏହାକୁ ଅଳ୍ପ ବଟର ଦେଇ ସେକି ଦିଅନ୍ତୁ। ସେକିଲା ପରେ ଏହାକୁ ମଝିରୁ କାଟି ଏଥିରେ ଚଣା ଓ ଅନ୍ୟାନ୍ୟ ସାମଗ୍ରୀ ପଡ଼ି ପ୍ରସ୍ତୁତ ହୋଇଥିବା ମସଲା ଭର୍ତ୍ତି କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ଛୋଲେ କୁଲ୍ଚା’। ଏହାକୁ ଚଟଣି କିମ୍ବା ଦହି ସହିତ ଗରମ ଗରମ ପରଷନ୍ତୁ।
ପ୍ରଥମେ ବାସୁମତୀ ଚାଉଳକୁ ଭିଜାଇ ଭଲ ଭାବେ ବାଟି ଲୁଣ ଗୋଳାଇ ରଖନ୍ତୁ। ସେହିପରି କ୍ଷୀରକୁ ଫୁଟାଇ ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରି କାଜୁକୁ ଭାଜି ଦିଅନ୍ତୁ। ଅନ୍ୟ ଏକ କଡ଼େଇରେ ଫୁଟା କ୍ଷୀର, କଟା ନଡ଼ିଆ, ଚିନି ଓ ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ଫୁଟନ୍ତୁ। ଏହାପରେ ସେଥିରେ ଚାଉଳ ବଟା ପକାଇ ଭଲଭାବେ ଗୋଳାନ୍ତୁ। ଚାଉଳ ବଟା କ୍ଷୀରରେ ଭଲ ଭାବେ ମିଶିଯିବା ପରେ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୮ରୁ ୧୦ ମିନିଟ୍ ପରେ ଘୋଡ଼ଣୀ ବାହାର କରି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘କ୍ଷୀର ପୋଡ଼ପିଠା’।
ପ୍ରଥମେ ନୁଡଲ୍ସକୁ ସିଝାଇ ଦିଅନ୍ତୁ। ଏହା ପରେ ଚିକେନ୍ ବ୍ରେଷ୍ଟକୁ ଗ୍ରୀଲ୍ କରନ୍ତୁ। ଏହା ଉପରେ ଅଳ୍ପ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାନ୍ତୁ। ଏକ ପ୍ୟାନ୍ରେ ଅଳ୍ପ ତେଲ ଗରମ କରନ୍ତୁ ଓ ଏଥିରେ ଚିକେନ୍କୁ ପକାଇ ଉଭୟ ପାର୍ଶ୍ୱ ଗୋଲ୍ଡେନ୍ ବ୍ରାଉନ୍ ହେବା ଯାଏ ଫ୍ରାଏ କରନ୍ତୁ। ଚିକେନ୍ ଭଲ ଭାବେ ସିଝି ଗଲା ପରେ ଏହାକୁ ପ୍ଲେଟ୍କୁ ବାହାର କରି ରଖନ୍ତୁ।
ଏବେ ଏକ କଡ଼େଇରେ ତେଲ ଗରମ କରି ରସୁଣ ପେଷ୍ଟ ପକାଇ ଭଲ ଭାବେ ଭାଜନ୍ତୁ। ତା’ପରେ ସେଥିରେ ଲୁଣ ଓ ହଳଦୀ ଗୋଳା ଚିଙ୍ଗୁଡ଼ି ପକାଇ ୮ରୁ ୧୦ ମିନିଟ୍ ଯାଏ ଭାଜନ୍ତୁ। ଏହାପରେ ବ୍ରୋକୋଲି, ଗାଜର ଓ କ୍ୟାପସିକମ୍ ପକାନ୍ତୁ। ପରେ ଦୁଇଟି ଅଣ୍ଡାକୁ ଭାଙ୍ଗି ପକାନ୍ତୁ ଓ ଭଲ ଭାବେ ମିଶାଇ ଦିଅନ୍ତୁ।
ଏବେ ସେଥିରେ ସିଝାଇ ରଖିଥିବା ନୁଡଲ୍ସ ପକାଇ ମ୍ୟାକ୍ସିକାନ୍ ସସ୍, ଗ୍ରୀଲ୍ଡ ଚିକେନ୍, ଲେମ୍ବୁ ରସ, ଓ ଲୁଣ ପକାନ୍ତୁ ଏବଂ ଭଲ ଭାବେ ଗୋଳାଇ ଦିଅନ୍ତୁ। ୫ ରୁ ୧୦ ମିନିଟ୍ ପରେ ଗ୍ୟାସ୍ ବନ୍ଦ କରନ୍ତୁ ଓ ଏହାକୁ ପ୍ଲେଟ୍କକୁ ବାହାର କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ‘ମ୍ୟାକ୍ସିକାନ୍ ନୁଡଲ୍ସ’।