ଚଳିତ ବର୍ଷ ପାସ୍ ହାର ୭୮.୭୬ % ରହିଛି, ଯାହା ଗତ ବର୍ଷ ତୁଳନାରେ ବେଶ୍ ଅଧିକ ରହିଛି। ଗତବର୍ଷ ପାସ୍ ହାର ୭୦.୭୮% ରହିଥିଲା।
ଏଥର ମୋଟ ୫,୩୪,୮୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪,୨୧,୨୫୬ ଜଣ ପାସ୍ କରିଛନ୍ତି। ୧୨୭୯ ଜଣ A1 ଗ୍ରେଡ୍ରେ ପାସ୍ କରିଥିବା ବେଳେ A2 ଗ୍ରେଡ୍ରେ ୮୪୫୮ ଜଣ, B1 ଗ୍ରେଡ୍ରେ ୧୮,୧୮୮, B2 ଗ୍ରେଡ୍ରେ ୩୧,୩୨୮, C ଗ୍ରେଡ୍ରେ ୪୯,୧୫୩, D ଗ୍ରେଡ୍ରେ ୮୯,୫୫୬, E ଗ୍ରେଡ୍ରେ ୨,୨୩,୧୯୫ ଜଣ ପାସ୍ କରିଛନ୍ତି।
ଗତବର୍ଷ ରାଜ୍ୟର ୮୨ଟି ସ୍କୁଲ ରେଜଲ୍ଟ ଶୂନ ଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୩୧କୁ ଖସି ଆସିଥିବା ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି। ସେହିପରି ଛାତ୍ରୀମାନଙ୍କ ପାସ୍ ହାର ଛାତ୍ରମାନଙ୍କ ଅପେକ୍ଷା ଅଧିକ ରହିଛି। ୨୧୫୩୬୭ ଛାତ୍ରୀ ପାସ୍ କରିଥିବା ବେଳେ ୧୯୨୫୦୧ ଛାତ୍ର ପାସ୍ କରିଛନ୍ତି।
ସେହିପରି ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷାରେ ପାସ୍ ହାର ୪୦.୧୮% ଓ ମଧ୍ୟମା (ସଂସ୍କୃତ)ରେ ପାସ୍ ହାର ୯୭.୧୮% ରହିଛି।
ଦିନ ସାଢ଼େ ୧୧ଟାରୁ ପିଲାମାନେ ସେମାନଙ୍କ ରେଜଲ୍ଟ ଦେଖିପାରିବେ । ବୋର୍ଡର ୨ଟି ୱେବସାଇଟ ଓ SMSରେ ମିଳିପାରିବ ରେଜଲ୍ଟ। ରେଜଲ୍ଟ ୱେବସାଇଟ୍ ଗୁଡ଼ିକ ହେଲା- www. bseodisha.ac.in ଏବଂ www.bseodisha.nic.in। ସେହିପରି 5676750 ନମ୍ବରରେ ନାଁ ଓ ରୋଲ ନମ୍ବର ଲେଖି ପଠାଇଲେ SMSରେ ମଧ୍ୟ ରେଜଲ୍ଟ ମିଳିବ ।
ଏଥର ରାଜ୍ୟର ପ୍ରାୟ ୫ ଲକ୍ଷ ୬୦ ହଜାର ପରିକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୬୦ଟି କେନ୍ଦ୍ରରେ ହୋଇଥିଲା ମୂଲ୍ୟାଙ୍କନ। ଗତ ଫେବୃଆରୀ ୧୯ ତାରିଖରେ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ତାରିଖରେ ଶେଷ ହୋଇଥିଲା। ଏହାପରେ ମେ’ ୨୬ ତାରିଖରୁ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ବୋର୍ଡର ୨ ୱେବସାଇଟ ଓ SMS ମାଧ୍ୟମରେ ଛାତ୍ରାଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ ଜାଣିପାରିବେ।
ଚଳିତ ବର୍ଷ ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଫେବୃଆରୀ ୧୯ରୁ ମାର୍ଚ୍ଚ ୨ ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତେବେ କରୋନା ଏବଂ ଲକ୍ଡାଉନ୍ ଯୋଗୁ ଖାତା ଦେଖାରେ ବାଧା ଉପୁଜିଥିଲା।
ମ୍ୟାଟ୍ରିକ ରେଜଲ୍ଟ ନେଇ ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି, “୨୯ ତାରିଖ ସକାଳ ୯ଟାରେ ଭିଡିଓ କନଫରେନ୍ସିଂରେ ରେଜଲ୍ଟ ପ୍ରକାଶ ପାଇବ। ଦିନ ସାଢ଼େ ୧୧ଟାରୁ ଛାତ୍ରଛାତ୍ରୀମାନେ ରେଜଲ୍ଟ ଦେଖିପାରିବେ। ବୋର୍ଡର ୨ ୱେବସାଇଟ ଓ SMSରେ ରେଜଲ୍ଟ ମିଳିପାରିବ। ଏହି ୱେବସାଇଟ ହେଲା- www.bseodisha.ac.in, www.bseodisha.nic.in। ଏଥିସହ 5676750ରେ SMS କଲେ ବି ରେଜଲ୍ଟ ମିଳିପାରିବ।”
ଅନ୍ୟପକ୍ଷରେ ଅଗଷ୍ଟ ତୃତୀୟ ସପ୍ତାହ ମଧ୍ୟରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟର ଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ଯୁକ୍ତ ୨ କଳାର ରେଜଲ୍ଟ ଅଗଷ୍ଟ ଶେଷ ସୁଦ୍ଧା ପ୍ରକାଶ ପାଇବ ବୋଲି ସେ କହିଛନ୍ତି।
ସେ କହିଛନ୍ତି, ମ୍ୟାଟ୍ରିକ୍ ଖାତା ଦେଖା ସରିଯାଇଛି। ଏବେ ଟାବୁଲେସନ ଚାଲିଛି।
ଶ୍ରୀ ଦାଶ ଆହୁରି କହିଛନ୍ତି, ଯୁକ୍ତ ୨ ଖାତା ମୂଲ୍ୟାୟନରେ ସମସ୍ୟା ହେଉଛି। ଶଟ୍ଡାଉନ୍ ପାଇଁ ଶିକ୍ଷକ ମୂଲ୍ୟାୟନ କେନ୍ଦ୍ରକୁ ଆସୁ ନାହାନ୍ତି। ଏନେଇ ଜିଲ୍ଲାପାଳମାନଙ୍କୁ ଜଣାଇବାକୁ ମୁଖ୍ୟ ସଚିବଙ୍କୁ ଚିଠି ଲେଖିବି।
https://www.youtube.com/watch?v=CHBVKIZlGJs&feature=youtu.be