ଆମ ସମାଜର ମହିଳା ଓ ବୃଦ୍ଧମାନେ କିପରି ଏହି ସ୍ୱଳ୍ପ ଜୀବନରେ ନିଜର ଅନେକ ଇଚ୍ଛା ଆଉ ସ୍ୱପ୍ନକୁ ପୂରା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ "ନିର୍ଣ୍ଣୟ" ନେଉଛନ୍ତି ତାହା ଚଳଚ୍ଚିତ୍ର ମାଧ୍ୟାମରେ ଦର୍ଶକମାନେ ଦେଖିବାକୁ ପାଇବେ।
ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ସୂର୍ଯ୍ୟମୟୀ ମହାପାତ୍ର, ଶ୍ରଦ୍ଧା ପାଣିଗ୍ରାହୀ, ନୈନା ଦାଶ, ଚୌଧୁରୀ ଜୟପ୍ରକାଶ ଦାଶ, ସୁକାନ୍ତ ରଥ, ସ୍ୱସ୍ତିକ ଚୌଧରୀ, ପ୍ରୀତିରାଜ ଶତପଥୀ, ଅଭିଜିତ ଦାଶ, ବିଜୟିନୀ ମିଶ୍ର, ଭସ୍ୱତୀ ବାସୁ, ପ୍ରିୟା ବିଶୋଇ, ପୂର୍ଣ୍ଣିମା ବରାଳ, ମୁସ୍କାନ,ଜଗବନ୍ଧୁ ପଣ୍ଡା ଏବଂ ଶିଶୁ କଳାକାର ଭାବେ ସାଇବୀର ପଣ୍ଡା ଅଭିନୟ କରିଛନ୍ତି। ନୈନା ଦାଶ ଦୀର୍ଘ ଦିନ ପରେ ବଡ଼ ପରଦାରେ ନଜର ଆସିବାକୁ ଯାଉଛନ୍ତି।
ଫିଲ୍ମର ସଂଳାପ ସୁମିତ ପଣ୍ଡା ରଚନା କରିଥିବା ବେଳେ କ୍ୟାମେରାରେ ଦୀପକ କୁମାର ରହିଛନ୍ତି। ସେହିପରି ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୋମେଶ ଶତପଥୀ, ଗୌରବ ଆନନ୍ଦ।
ଗୀତଗୁଡିକ ଲେଖିଛନ୍ତି ସ୍ଥିତ ପଟ୍ଟନାୟକ ଓ ସୁମିତ ପଣ୍ଡା। କଣ୍ଠଦାନ କରିଛନ୍ତି ସଞ୍ଚିତା ଶୁଭଦର୍ଶିନୀ, ଅନୁରାଧା ପାଣିଗ୍ରାହୀ, ଗୌରବ ଆନନ୍ଦ ଓ ଆଶିଷ ପ୍ରଧାନ। ଚଳଚ୍ଚିତ୍ରଟି ନିହାତି ରୂପେ ଦର୍ଶକଙ୍କ ହୃଦୟକୁ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି।
ଫୁସଫୁସ ଜନିତ ସଂକ୍ରମଣ ଯୋଗୁ ସେ ଦୀର୍ଘ ୨୩ ଦିନ ହେବ ଏମ୍ସରେ ଚିକିତ୍ସିତ ହେଉଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରଙ୍କ ସବୁ ପ୍ରଚେଷ୍ଟା ସତ୍ତ୍ୱେ ସୋମବାର ରାତିରେ ହୃଦଘାତ ଯୋଗୁ ଶ୍ରୀ ଜେନା ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ତାଙ୍କ ପରଲୋକରେ ପୂରା ସିନେମା ଇଣ୍ଡଷ୍ଟ୍ରୀ ଦୁଃଖରେ ଭାଙ୍ଗି ପଡ଼ିଛି।
୧୯୫୪ରେ ବାଲେଶ୍ୱର ଜିଲ୍ଲା ଭିଲ୍ଲା ଗାଁରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଜେନା ୧୯୮୩ ରେ ନ୍ୟାଶନାଲ ସ୍କୁଲ ଅଫ ଡ୍ରାମାରୁ ଡିଗ୍ରୀ ହାସଲ କରିଥିଲେ। ତାଙ୍କ ଅଭିନୟ ଯାତ୍ରା ବେଶ ଲମ୍ବା ଥିଲା। ସେ ଦୀର୍ଘ ବର୍ଷ ଧରି ସିନେମା ଜଗତ ସହ ଯୋଡ଼ି ହୋଇ ରହିଥିଲେ। ଅନେକ ହିଟ ସିନେମାରେ ସେ ଅଭିନୟ କରି ନିଜର ଛାପ ଛାଡ଼ିଛନ୍ତି। ଖଳନାୟକ ଠାରୁ ଆରମ୍ଭ କରି କମେଡି ଓ ଚରିତ୍ର ଅଭିନେତା ଭାବେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଓଡ଼ିଆ ସିନେମା ପ୍ରତି ତାଙ୍କର ଅବଦାନ ଢେର ଅଧିକ ଥିଲା।
ଶ୍ରୀ ଜେନା ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ। ୧୯୯୩ରେ ରିଲିଜ ହୋଇଥିବା ସୁପର ହିଟ ସିନେମା ପଥର ଖସୁଛି ବଡ଼ ଦେଉଳୁରୁ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା। ଏହାପରେ ରଣଭୂମୀ, ଆଇଲାରେ ଓଡ଼ିଆ, ଅର୍ଜୁନ, ମାୟା, ରଙ୍ଗିଲା ବାବା, ଓମ ନମଃ ଶିବାୟ, କଥାନ୍ତର, ତୁ ମୋ ଆଖିର ତାରା, ପ୍ରେମ ୱେଡସ ପ୍ରିୟା, ମୋ ମନ ଖାଲି ତୋରି ପାଇଁ, ତୋ ବିନା ମୋ କାହାଣୀ ଅଧା, ତୋ ପାଇଁ ନେବି ମୁଁ ଶହେ ଜନମ ଓ ସଞ୍ଜୁ ଆଉ ସଞ୍ଜନା ଭଳି ଅନେକ ସୁପର ଡୁପର ହିଟ୍ ଫିଲ୍ମରେ ସେ ଅଭିନୟ କରିଥିଲେ।
ମେଗା ସିରିଏଲ ମହାଯଜ୍ଞରେ ରାହୁ ମଙ୍ଗରାଜ ଚରିତ୍ରରେ ସେ ଅଭିନୟ କରି ସମସ୍ତଙ୍କ ପାଖରେ ପରିଚିତ ହୋଇପାରିଥିଲେ। ମାଉସୀ ସିରିଏଲରେ ଦଣ୍ଡ ପାଣି ଭୂମିକା ତାଙ୍କୁ ଆହୁରି ଉପରକୁ ନେଇଥିଲା।
ଚକ୍ରଧର ଜେନାଙ୍କ ଅଭିନୟର ନିପୁଣତା କେବଳ ଆଞ୍ଚଳିକ ସ୍ତରରେ ସୀମିତ ନଥିଲା। ସେ ହଲିଉଡ ସିନେମାରେ ମଧ୍ୟ କାମ କରିଛନ୍ତି। ସିଟି ଅଫ ଜୟ ଓ ଇଲେକ୍ଟ୍ରି କ୍ ମୁନରେ ସେ ନଜର ଆସିଥିଲେ। ସିଟି ଅଫ ଜୟ ସିନେମାରେ ସେ ବରିଷ୍ଠ ଅଭିନେତା ଓମ ପୁରୀ ଓ ଶାବନା ଅଜମିଙ୍କ ସହ ସ୍କ୍ରିନ ଶେୟାର କରିଥିଲେ।
ଏହାବାଦ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ହିନ୍ଦୀ ସିରିଏଲ ଅନ୍ତରଦାହରେ ମଧ୍ୟ ସେ ନଜର ଆସିଥିଲେ। ୧୯୯୩ର ହିନ୍ଦୀ ଫିଲ୍ମ ସର୍ଦାରରେ ମଧ୍ୟ ସେ ଅଭିନୟ କରିଥିଲେ। ଏହି ସିନେମାଟି ଲୌହମାନବ ବଲ୍ଲଭଭାଇ ପଟେଲଙ୍କ ଉପରେ ତିଆରି ହୋଇଥିଲା। ସବୁବେଳେ ତାଙ୍କ ଅଭିନୟକୁ ଦର୍ଶକ ଓ ସିନେ ସମୀକ୍ଷକମାନେ ପ୍ରଶଂସା କରୁଥଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶ୍ରୀ ଜେନା ଓଡ଼ିଶାର ପ୍ରଥମ କଳାକାର ଯିଏ ଇଟାଲୀ ସରକାରଙ୍କ ଠାରୁ କଳା ରତ୍ନ ପୁରସ୍କାର ପାଇଥିଲେ। ଏହାବାଦ ତାଙ୍କୁ ଓଡ଼ିଶାରେ ଅନେକ କଳା ସମ୍ମାନରେ ସମ୍ମାନୀତ କରାଯାଇଥିଲା।
ଶୁକ୍ରବାର ଓଡ଼ିଆ ଫିଲ୍ମ ‘ପ୍ରଥା’ ରିଲିଜ ହୋଇଥିଲା। ଏହି ଫିଲ୍ମର ପ୍ରମିୟର ଶୋ’ ଦେଖିବା ପାଇଁ ସିନେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ପାଇ ସିନେ ସାମ୍ୱାଦିକ ଦେବସ୍ମିତା ରାଉତ ଯୋଗଦେଇଥିଲେ। ଫିଲ୍ମ ଦେଖିବାର କିଛି ସମୟ ପରେ ବାହାରକୁ ଆସି ଗେଟ୍ ନିକଟରେ ଛିଡ଼ା ହୋଇଥିଲେ ଦେବସ୍ମିତା ।
ସେହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ତାଙ୍କୁ ପ୍ରଥମେ ଠେଲିବା ପରେ ତାଙ୍କ ଗାଲ୍କୁ ଚାପୁଡାଏ ମାରିଥିବା ଅଭିଯୋଗ କରିଥିଲେ ଦେବସ୍ମିତା । ଏନେଇ ଦେବସ୍ମିତା ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ
ଅଭିଯୋଗକୁ ଭିତ୍ତିକରି କମିଶନରେଟ୍ ପୁଲିସ୍ ଫିଲ୍ମ ହଲ୍ରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ଏହାପରେ ଓଡ଼ିଶା ୱିମେନ୍ ଆଣ୍ଡ ମିଡ଼ିଆର ପ୍ରତିନିଧି ଦଳ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କୁ ଭେଟିଥିଲେ। ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସେମାନେ ଦାବି କରିଥିଲେ।
ସେପଟେ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ନିଜ ଆଡୁ ମାମଲା ରୁଜୁ କରି ପୁଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଥିଲେ ମହିଳା କମିଶନ। ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମହିଳା କମିଶନ ଅଧକ୍ଷା ମିନତୀ ବେହେରା।
ମହିଳା କମିଶନଙ୍କ ରିପୋର୍ଟ ତଲବ ପରେ ତତ୍ପର ହୋଇଥିଲା କମିଶନରେଟ୍ ପୁଲିସ୍। ଉକ୍ତ ଦିନ ହିଁ ପୁଲିସ୍ ପ୍ରଯୋଜକ ଟୁଟୁ ନାୟକଙ୍କୁ ତାଙ୍କ ଘରୁ ଉଠାଇ ନେଇ ଖାରବେଳ ନଗର ଥାନାରେ ତାଙ୍କୁ ଘନଘନ ଜେରା କରିଥିଲା। ଦୀର୍ଘ ସମୟ ଧରି ଜେରା କରିବା ପରେ ଅପରାହ୍ନରେ ତାଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ଟୁଟୁ ନାୟକଙ୍କୁ ଆଜି ଜାମିନ ମିଳିଛି।
‘ପ୍ରଥା’ ଫିଲ୍ମର ପୋଷ୍ଟର ଚିରାକୁ ନେଇ ଭାଙ୍ଗି ପଡ଼ିଛନ୍ତି ନବାଗତା ଫିଲ୍ମ ପ୍ରଯୋଜକ ସନଲିସା ପତି। ସେ କୋହଭରା କଣ୍ଠରେ କହିଛନ୍ତି, ୨ କୋଟି ଟଙ୍କା ବିନିଯୋଗ କରି ସିନେମା କରିଛି। ଝାରସୁଗୁଡ଼ାରେ ବିରୋଧ ପଛରେ ରହିଛି ମନୋଜ ଓ ତାଙ୍କ ସମର୍ଥକଙ୍କ ହାତ। ମୋର ଟଙ୍କା କ’ଣ ଟଙ୍କା ନୁହେଁ କି? ମୋତେ ଏଭଳି ହଇରାଣ କରାଯାଉଥିବାରୁ ମୁଁ ସଂସ୍କୃତି ମନ୍ତ୍ରୀ ଓ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବି ବୋଲି ସନଲିସା କହିଛନ୍ତି।
ସନଲିସା ପଟେଲ କହିଛନ୍ତି, ମୁଁ ଝାରସୁଗୁଡ଼ା ଝିଅ ଓ ସମ୍ୱଲପୁର ବୋହୂ। ଶୁକ୍ରବାର ମୋ ଫିଲ୍ମ ‘ପ୍ରଥା’ ଅଲ୍ ଓଡ଼ିଶା ରିଲିଜ୍ ହୋଇଥିଲା। ତେଣୁ ଦର୍ଶକଙ୍କ ସହିତ ମୋ’ ପରିବାର ଲୋକେ ଶୁକ୍ରବାର ଦିନ ଝାରସୁଗୁଡ଼ାରେ ଏକ ଫିଲ୍ମ ହଲ୍ରେ ଫିଲ୍ମ ଦେଖୁଥିଲେ। ସେହି ସମୟରେ ୪ରୁ ୫ ଜଣ ଲୋକ ମୋ’ ଫିଲ୍ମର ପୋଷ୍ଟର ଚିରି ଦେଲେ। ଫିଲ୍ମ ଚଲାଇବାକୁ ଦେଲେ ନାହିଁ। ମୁଁ ଝାରସୁଗୁଡ଼ାରେ ଝିଅ ହୋଇଥିଲେ ମଧ୍ୟ ମୋ’ ଫିଲ୍ମକୁ ସେଠାରେ ବିରୋଧ କରାଗଲା। ଏହା ମୋତେ ବହୁତ କଷ୍ଟ ଦେଇଛି ବୋଲି ସନଲିସା କହିଛନ୍ତି।
ସେ କହିଛନ୍ତି, ‘ପ୍ରଥା’ ହେଉଛି ମୋର ପ୍ରଥମ ଓଡ଼ିଆ ସିନେମା। ଏହି ଫିଲ୍ମକୁ ହିନ୍ଦୀ ଓ ପଞ୍ଜାବୀ ଭାଷାରେ ମଧ୍ୟ ରିଲିଜ୍ ହେବାର ରହିଛି। ଯେହେତୁ ମୁଁ ଓଡ଼ିଶାର ଝିଅ, ତେଣୁ ଓଡ଼ିଆ ଭାଷାରେ ରିଲିଜ୍ କରିବାକୁ ଲକ୍ଷ୍ୟ ରଖିଥିଲି। ଗଣେଶ ପୂଜାରେ ଫିଲ୍ମ ରିଲିଜ୍ କରିବାକୁ ଲକ୍ଷ୍ୟ ରଖିଥିଲି। ହେଲେ ଡିଷ୍ଟ୍ରିବ୍ୟୁଟର ହଲ୍ ଲିଷ୍ଟ ଦେଇପାରିଲେ ନାହିଁ। ତେଣୁ ପରେ ଦଶହରାରେ ରିଲିଜ୍ କରିବାକୁ ନିଷ୍ପତ୍ତି ନେଲି। ସେତେବେଳେ ବଡ଼ ବଡ଼ ଷ୍ଟାରଙ୍କ ଫିଲ୍ମ ରିଲିଜ ହେଉଥିବାରୁ ଶୁକ୍ରବାର ଫିଲ୍ମ ରିଲିଜ କରିଥିଲି। ହେଲେ ଝାରସୁଗୁଡ଼ାରେ ମୋ’ ଫିଲ୍ମକୁ ବିରୋଧ କରାଗଲା। ଆଜି ଝାରସୁଗୁଡ଼ାରେ ‘ପ୍ରଥା’ ଫିଲ୍ମକୁ ହଟାଇ ଦିଆଯାଇଛି। ତା’ ବଦଳରେ ମାଇଣ୍ଡ ଗେମ୍ ଫିଲ୍ମ ଚାଲିଛି। ଏନେଇ ଝାରସୁଗୁଡ଼ା ଏସ୍ପିଙ୍କ ସହିତ କଥା ହୋଇଛି। ଫିଲ୍ମ ପୋଷ୍ଟର ଚିରିଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି। ଏସ୍ପି ମଧ୍ୟ ମୋତେ କଥା ଦେଇଛନ୍ତି। ପୁଲିସ୍ ପ୍ରୋଟେକ୍ସନ୍ରେ ପୁଣି ଥରେ ‘ପ୍ରଥା’ ଚାଲିବ ବୋଲି ସେ କଥା ଦେଇଛନ୍ତି ସନଲିସା କହିଛନ୍ତି।
ସେ ଆହୁରି କହିଛନ୍ତି, ‘ପ୍ରଥା’ ଫିଲ୍ମ ରିଲିଜ୍ ପୂର୍ବରୁ ମୁଁ ମନୋଜ ଦାଦା ଓ ଅନ୍ୟ କିଛି ଲୋକଙ୍କ ସହିତ କଥା ହୋଇଥିଲି। ପରବର୍ତ୍ତୀ ସମୟରେ ସମ୍ୱଲପୁରୀ ଭାଷାରେ ଫିଲ୍ମ ଡବିଂ କରିବି ବୋଲି ସେମାନଙ୍କୁ କଥା ଦେଇଥିଲି। ଏହା ପରେ ସେମାନେ ରାଜି ହୋଇଥିଲେ। ଫିଲ୍ମକୁ ସମର୍ଥନ ଦେବେ ବୋଲି କହିଥିଲେ। ସବୁ ହଲ୍ରେ ଚାଲିବ ବୋଲି ମୋତେ କହିଥିଲେ। ଏହା ସତ୍ତ୍ୱେ ବିରୋଧ କରାଯାଇଛି। ଆଜି ଝାରସୁଗୁଡ଼ାରୁ ପ୍ରଥା ଫିଲ୍ମ ହଟି ଯାଇଛି। ତା’ ବଦଳରେ ମାଇଣ୍ଡ ଗେମ୍ ଫିଲ୍ମ ଚାଲିଛି ବୋଲି ସନଲିସା କହିଛନ୍ତି।
କିଏ ବିରୋଧ କରୁଛି ପ୍ରଶ୍ନରେ ସନଲିସା କହିଛନ୍ତି, କିଏ ବିରୋଧ କରୁଛି, କହିପାରିବି ନାହିଁ। କିନ୍ତୁ କମେଣ୍ଟରେ ଆସୁଛି। ମନୋଜ ମିଶ୍ର କହିଲେ, ପ୍ରଥା ଫିଲ୍ମ ହଟାନ୍ତୁ ଓ ମାଇଣ୍ଡ ଗେମ୍ ଲଗାନ୍ତୁ। ଏବେ ମାଇଣ୍ଡ ଗେମ୍ ଫିଲ୍ମ ହଲ୍ରେ ଲାଗିଛି। ଯଦି ମନୋଜ ମିଶ୍ର ଦାଦା ମୋତେ ଭଉଣୀ ବୋଲି ଭାବନ୍ତି, ତାହାହେଲେ ଜଣେ ଭଉଣୀଙ୍କୁ କ’ଣ ତାଙ୍କର ସମର୍ଥନ କରିବାର ଦରକାର ନୁହେଁ କି? ‘ପ୍ରଥା’ ଫିଲ୍ମଟି କୋରାପୁଟିଆ ଭାଷାରେ ତିଆରି ହୋଇଛି। କୋରାପୁଟରେ ଶୁଟିଂ ହୋଇଛି। ଯେହେତୁ ପ୍ୟାନ୍ ଇଣ୍ଡିଆ ରିଲିଜ ରଖିଛି, ତେଣୁ ଏଥିରେ କିଛି ବଲିଉଡ୍ କଳାକାର ଅଭିନୟ କରୁଛନ୍ତି। ଏଥିରେ କୋରାପୁଟର ଲୋକାଳ କଳାକାରମାନେ ମଧ୍ୟ ଅଭିନୟ କରିଛନ୍ତି ବୋଲି ସନଲିସା କହିଛନ୍ତି।
ସୋଶାଲ୍ ମିଡ଼ିଆରେ ସାଂସଦ ଅନୁଭବ ମହାନ୍ତି ଲେଖିଲେ, (ଭି) ଶସ୍ତା ଓ ହୀନ ରାଜନୀତି ବନାମ(ଏ) ନ୍ୟାୟ। ଏଠାରେ (ଭି) ମାନେ ବର୍ଷା ଏବଂ (ଏ) ମାନେ ଅନୁଭବ ବୋଲି ଅନୁମାନ କରାଯାଉଛି। ଅନୁଭବ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଦୁର୍ଭାଗ୍ୟବଶତଃ ଏହା ଆଇନ୍ ବିରୋଧୀ ଯେ, ପ୍ରଥମ ରାଉଣ୍ଡରେ (ଭି)ର ପ୍ରବଳ ଚାପ ଯୋଗୁ (ଏ)କୁ ବଞ୍ଚିତ ଓ ଲାଞ୍ଛିତ ହେବାକୁ ପଡ଼ିଲା। କିନ୍ତୁ ଶେଷରେ ନ୍ୟାୟ ନିଶ୍ଚିତ ରୂପେ ଜିତିବ। ନ୍ୟାୟପାଳିକା ସବୁଠୁ ଊର୍ଦ୍ଧ୍ୱରେ ବୋଲି ଅନୁଭବ ଲେଖିଛନ୍ତି।
(V) CHEAPEST & DIRTIEST POLITICS
— Anubhav Mohanty (@AnubhavMohanty_) September 22, 2023
versus
(A) JUSTICE
It’s unfortunately against Law as (A) was denied/abused because of immense pressure by (V) in the first round!
But, at the end, JUSTICE WILL WIN FOR SURE. CHEERS👍🏻
JUDICIARY ABOVE ALL🙏🏻
NB. A general post without any offence.…
ସମାନ ଢଙ୍ଗରେ ସୋଶାଲ୍ ମିଡିଆ ପ୍ଲାଟଫର୍ମରେ ଜବାବ ଦେଇଛନ୍ତି ବର୍ଷା। ଆଜି ସେ ଲେଖିଛନ୍ତି, ସତ୍ୟ ଉପରେ ବିଶ୍ୱାସ, ଧୈର୍ଯ୍ୟ, ସାହସ ଓ ଆତ୍ମବଳ ହିଁ ବ୍ୟକ୍ତିର ଶ୍ରେଷ୍ଠ ସମ୍ପତ୍ତି। ଦୀର୍ଘ ତିନି ବର୍ଷର ଲଢ଼େଇ। ତିନି ବର୍ଷର ମାନସିକ ଯନ୍ତ୍ରଣା। ମୋର ବ୍ୟକ୍ତିଗତ ଜୀବନ ବିଷୟରେ କିଛି ନଜାଣି ଅନ୍ୟମାନଙ୍କର ନକାରାତ୍ମକ ମତ ଓ ମନ୍ତବ୍ୟ ଦେବା, ସାମାଜିକ ଗଣମାଧ୍ୟମରେ କୁତ୍ସାରଟନା, ପରିବାର ଲୋକଙ୍କ ନାଁରେ ମିଛ ଅଭିଯୋଗ, ଅସହାୟ ଲୋକଙ୍କୁ ନେଇ ଭିତ୍ତିହୀନ ଅଭିଯୋଗ, ଅପପ୍ରଚାର, ନିନ୍ଦା, ଅପମାନ, ଧମକ ଏସବୁରେ ଭାଙ୍ଗି ନପଡ଼ି ମୁଁ ଲଢ଼ିଲି। ଶେଷରେ ସତ୍ୟର ଜୟ ହେଲା। ଏହି ଆଇନଗତ ଲଢ଼େଇରେ ମୋ’ ପରିବାର ସବୁବେଳେ ମୋ’ ସହ ଠିଆ ହୋଇଛି। ମୋ’ ପରିବାର ତଥା ମୋ ମା'ଙ୍କ ଆଶୀର୍ବାଦ ବିନା ଏହା କେବେବି ସମ୍ଭବ ହୋଇ ପାରିନଥାନ୍ତା। ଏହି ଆଇନଗତ ଲଢ଼େଇରେ ତଥ୍ୟ ଓ ପ୍ରମାଣ ସହ ମୋ’ ପାଇଁ ଲଢ଼ିଥିବା ଆଇନଜୀବୀମାନଙ୍କୁ ଏବଂ ସତ୍ୟକୁ ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା କରି ନ୍ୟାୟ ପ୍ରଦାନ କରିଥିବା ନ୍ୟାୟପାଳିକାଙ୍କୁ ସର୍ବ ପ୍ରଥମେ ଧନ୍ୟବାଦ ଜଣାଉଛି ବୋଲି ବର୍ଷା ଲେଖିଛନ୍ତି।
ସେ ଆହୁରି ମଧ୍ୟ ଲେଖିଛନ୍ତି, ମୋ ଜୀବନର ଏହି ଦୁଃସମୟରେ ମତେ ଅକୁଣ୍ଠିତ ଭାବରେ ସହଯୋଗ ଓ ସମର୍ଥନ ଜଣାଇଥିବା ପ୍ରତ୍ୟକ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଉଛି। ହୀନ ଉଦ୍ଦେଶ୍ୟ ନେଇ ଛାଡ଼ପତ୍ର ପାଇଁ ଆବେଦନ କଲେ ତାହା ଧରାପଡ଼େ ଓ ନ୍ୟାୟପାଳିକା ଦ୍ୱାରା ଖାରଜ ହୋଇ ସଫଳ ହୁଏନାହିଁ। ଅଗ୍ନିକୁ ସାକ୍ଷୀ ରଖି ପଡ଼ିଥିବା ହସ୍ତଗଣ୍ଠିର ଶକ୍ତି ବହୁତ ଅଧିକ। ପରିଶେଷରେ ଏତିକି କହିବି ଯେ ମିଛ ଯେତେ ଶକ୍ତିଶାଳୀ ହୋଇଥାଉ ଦିନେ ନା ଦିନେ ତା’ର ଅନ୍ତ ଘଟେ ଓ ସତ୍ୟର ବିଜୟ ହୁଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ମତେ ସବୁବେଳେ ସତ୍ୟ, ଧର୍ମ ଓ ନ୍ୟାୟ ପଥରେ ଚାଲିବା ପାଇଁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତୁ ବୋଲି ବର୍ଷା ଲେଖିଛନ୍ତି।
ଜୟ ଜଗନ୍ନାଥ 🙏 pic.twitter.com/299p5Ve774
— VARSHA PRIYADARSHINI (@VarshaPriyadar3) September 23, 2023
୨୦୧୪ ମସିହାରେ ସାରା ରାଜ୍ୟରେ ଚହଳ ପକାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଓଲିଉଡ୍ ଯୋଡ଼ି। ତେବେ ଏହି ଚହଳ ସମୟକ୍ରମେ ବିବାଦରେ ବଦଳିଥିଲା। ଉଭୟଙ୍କ ସଂପର୍କରେ ଫାଟ୍ ସୃଷ୍ଟି ହେଲା। ୨୦୨୦ ମସିହାରେ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ ଅନୁଭବ। ପରେ ବର୍ଷାଙ୍କ ଆବେଦନ ଓ ସୁପ୍ରିମକୋର୍ଟଙ୍କ ରାୟ କ୍ରମେ ଏହା କଟକର ସ୍ୱତନ୍ତ୍ର ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇଥିଲା। ତେବେ ସେଠାରୁ ଗତକାଲି ଉଭୟଙ୍କୁ ଝଟକା ଲାଗିଛି। ବିଜେଡି ସାଂସଦ ଅନୁଭବ ମହାନ୍ତି କରିଥିବା ବିବାହ ବିଚ୍ଛେଦ ଆବେଦନ ଓ ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ବର୍ଷା କରିଥିବା ଆବେଦନ, ଉଭୟକୁ କୋର୍ଟ ଖାରଜ କରିଛନ୍ତି। ତେବେ ଏହି ରାୟ ବିରୋଧରେ ହାଇକୋର୍ଟ ଯିବେ ବୋଲି କହିଛନ୍ତି ଅନୁଭବଙ୍କ ଓକିଲ।
ତେବେ ଅଭିଯୋଗ ଯଦି ସତ, ତା’ହେଲେ ଓଲିଉଡରେ ଅଭିନୟ ନାଁରେ କାହିଁକି କରାଯାଉଛି କାଷ୍ଟିଂ କାଉଚ୍? ଓଲିଉଡରେ ଏହି କଳଙ୍କିତ ଟ୍ରେଣ୍ଡ ପଛରେ କେଉଁମାନେ କାର୍ପଟଦାର୍? କାହିଁକି କାଷ୍ଟିଂ କାଉଚ ଭଳି ଅପବାଦ ମୁଣ୍ଡାଉଛି ଓଲିଉଡ୍? ସିନେ ପ୍ରଯୋଜକ ଓ ନିର୍ଦ୍ଦେଶକ ଯଦି ଦାୟୀ, ତାହାହେଲେ ସେମାନଙ୍କ ବିରୋଧରେ କାହିଁକି ବିଧିବଦ୍ଧ ଆଇନର ଆଶ୍ରୟ ନିଆଯାଉନି? ସିନେ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ କାଷ୍ଟିଂ କାଉଚ୍ ପାଇଁ କିଏ ଓ କାହିଁକି ଦେଉଛନ୍ତି ପ୍ରଶ୍ରୟ?କାଷ୍ଟିଂ କାଉଚର ଶିକାର ନବାଗତା ଅଭିନେତ୍ରୀମାନେ ଦୃଢ଼ ହସ୍ତରେ ଦମନ ନ କରି ସୋଶାଲ୍ ମିଡ଼ିଆ କିମ୍ବା ମେନଷ୍ଟ୍ରିମ୍ ମିଡ଼ିଆରେ ମୁହଁ ଖୋଲି ନୀରବ ରହୁଛନ୍ତି କାହିଁକି ?
ଏଭଳି ନାନା ପ୍ରଶ୍ନ ଓ ନାନା ଚର୍ଚ୍ଚା ଭିତରେ କାଷ୍ଟିଂ କାଉଚ ଅଭିଯୋଗ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ରୂପଶ୍ରୀ ପଣ୍ଡା। ସେ କହିଛନ୍ତି, କାଷ୍ଟିଂ କାଉଚ ପାଇଁ କେବଳ ପ୍ରଯୋଜକ କିମ୍ବା ନିର୍ଦ୍ଦେଶକ ଦାୟୀ ନୁହଁନ୍ତି। ଝିଅମାନେ ମଧ୍ୟ ସମ ପରିମାଣରେ ଦାୟୀ। ଝିଅମାନେ ନ ଚାହିଁଲେ, କାଷ୍ଟିଂ କାଉଚ ଅସମ୍ଭବ। କାଷ୍ଟିଂ କାଉଚର ବାହାନା ନେଇ ଝିଅମାନେ ବି ପ୍ରଡ୍ୟୁସରଙ୍କୁ ଫସାନ୍ତି ବୋଲି ରୂପଶ୍ରୀ ପଣ୍ଡା କହିଛନ୍ତି।
ଓଲିଉଡ୍ ଜଗତରେ ନିଜ ଅଭିନୟରେ ପରାକାଷ୍ଠା, ସଂଯମତା ଆଉ ସହନଶୀଳତା ପାଇଁ ଅନେକ ଅଭିନେତ୍ରୀ ମାଇଲଖୁଣ୍ଟ ଛିଡ଼ା କରାଇଛନ୍ତି। ସେତେବେଳେ ନା ସେଭଳି କୌଣସି କାଷ୍ଟିଂ କାଉଚ୍ ଅଭିଯୋଗ ଆସୁଥିଲା ନା ପ୍ରସଙ୍ଗ ଉଠୁଥିଲା। ଏବେ କିନ୍ତୁ ସେଥିରେ ବ୍ୟତିକ୍ରମ ଘଟୁଥିବାବେଳେ କାଷ୍ଟିଂ କାଉଚ୍ ଅଭିଯୋଗ ଏକ ଖରାପ ପରମ୍ପରା ସୃଷ୍ଟି କରୁଥିବା କହିଛନ୍ତି ସିନେ ସମୀକ୍ଷକ। ଅଭିନେତ୍ରୀ ମୌସୁମୀ ନାୟକ ମଧ୍ୟ ଏ ନେଇ ମୁହଁ ଖୋଲଛନ୍ତି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ ନାୟକ କହିଛନ୍ତି, ଟୁଟୁ ନାୟକ କ’ଣ ତାହା ଓଡ଼ିଶାବାସୀ ତଥା ଓଡ଼ିଲଡ ଇଣ୍ଡଷ୍ଟ୍ରି ଭଲ ଭାବେ ଜାଣିଛନ୍ତି । ପ୍ରକୃତି ମନ୍ମଥ ମିଶ୍ରଙ୍କ ଝିଅ। ସେ ବମ୍ବେରେ ରୁହେ। ମୋର ତାହା ସହ କିଛି ସମ୍ପର୍କ ନାହିଁ। ବାବୁସାନ କେସ୍ରେ ଉଭୟ ଫ୍ୟାମିଲି ଫିଲ୍ମ ଇଣ୍ଡଷ୍ଟ୍ରିର ହୋଇଥିବାରୁ ମୁଁ କିଛି କହି ନ ଥିଲି।
ଚେନ୍ନାଇରେ ଏକ ହୋଟେଲରେ ବାବୁସାନ ଓ ପ୍ରକୃତି ମିଶ୍ର ଏକ ରୁମ୍ରେ ରହିଥିବାର ଏକ ଚ୍ୟାନେଲରେ ଦେଖାଯାଇଥିଲା। ଏହାପରେ ବି ତାଙ୍କ ମା’ ଝିଅକୁ ଆକଟ କରିବା ପରିବର୍ତ୍ତେ ବାବୁସାନ ଓ ତାଙ୍କ ବାପାମା’ଙ୍କ ନାମରେ ବିଭିନ୍ନ ଭାଷାରେ ଗାଳିଗୁଲଜ କରିଥିଲେ।
ଏହାପରେ ଜଣେ ମୁରବି ହିସାବରେ ସୁପରଷ୍ଟାରଙ୍କୁ ଧରି କିଛି ଲୋକ କାମ ପାଆନ୍ତି, ହେଲେ କାହା ଘର ଭାଙ୍ଗନି ବୋଲି ମୁଁ କହିଥିଲି । ବାବୁସାନର ସ୍ତ୍ରୀ, ପୁଅ ଥିବାରୁ ତା’ ଘର ନ ଭାଙ୍ଗିବାକୁ କହିଥିଲି। ସେବେଠୁ ସେ ମୋ’ ଉପରେ ରାଗ ରଖିଥିବା ବେଳେ ଏବେ ମୋ’ ନାଁରେ କୌଣସି ପ୍ରମାଣ ନ ଥାଇ ଅପପ୍ରଚାର କରୁଛି।
ଅପରପକ୍ଷେ, ଅଭିନେତ୍ରୀ ଜସ୍ମିନ ରଥ ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଏହାକୁ ମଧ୍ୟ ପ୍ରଯୋଜକ ଖଣ୍ଡନ କରିଛନ୍ତି । ଜସ୍ମିନ ହ୍ୱାଟସଆପ ଚାଟିଂରେ ଲେଖିଛନ୍ତି, ବିଳମ୍ବିତ ରାତିରେ ଡକାଯାଉଥିବା ବେଳେ ନିମନ୍ତ୍ରଣ ରକ୍ଷା ନ କରିବାରୁ ଫିଲ୍ମ ପ୍ରୋଜେକ୍ଟରୁ ବାହାର କରିଦିଆଗଲା। ଏହାବାଦ ପ୍ରତିଥର ଟୁଟୁ ନାୟକ କଥା ହେବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ପଚାରୁଥିବା ସେ ନିଜ ଚାଟରେ ଉଲ୍ଲେଖ କରିଛନ୍ତି ।
ହେଲେ ଜସ୍ମିନଙ୍କ କଥାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ଟୁଟୁ ନାୟକ । ଏକ ଫିଲ୍ମ ପାଇଁ ତାଙ୍କୁ ଫାଇନାଲ୍ କରାଯାଇଥିଲା। ହେଲେ ତାଙ୍କ ବୟଫ୍ରେଣ୍ଡ ଫୋନ୍ କରି ଜସ୍ମିନ କେକେ ସୁଟ୍ କରିବେ ଡେଟ ଦେବେ ବୋଲି କହିବାରୁ ତାଙ୍କୁ ଆଉ ଫିଲ୍ମରେ କାଷ୍ଟ କରି ନ ଥିଲୁ ବୋଲି ସେ କହିଛନ୍ତି। ଏହାବାଦ ଜସ୍ମିନଙ୍କୁ ସେ ଜାଣି ନ ଥିବା କି ତାଙ୍କ ସହ କୌଣସି ସମ୍ପର୍କ ନ ଥିବା ସେ କହିଛନ୍ତି।
ଅପରପକ୍ଷେ, ଏହି ଘଟଣା ତାଙ୍କ ମାନସମ୍ମାନରେ ଆଞ୍ଚ ଆଣିଥିବାରୁ ନ୍ୟାୟ ପାଇଁ ନ୍ୟାୟଳୟର ଦ୍ୱାରସ୍ଥ ହେବେ ବୋଲି ବି କହିଛନ୍ତି। ଏଥିସହ ସତ୍ୟାସତ୍ୟ ଯାଞ୍ଚ ନ କରି ଯେଉଁସବୁ ଗଣମାଧ୍ୟମ ଏହି ଖବର ପରିବେଷଣ କରିଛନ୍ତି ସେମାନେ ତୁରନ୍ତ ଏହାକୁ ଡିଲିଟ ନ କଲେ ସେମାନଙ୍କ ବିରୋଧରେ ବି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ଟୁଟୁ ନାୟକ ।
ସୂଚନାଯୋଗ୍ୟ, ଗଣମାଧ୍ୟମ ସମ୍ମୁଖରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ସିଧାସଳଖ କଡ଼ା ସମାଲୋଚନା କରି ଗତକାଲି ପ୍ରକୃତି କହିଥିଲେ ଯେ, ନବାଗତା ଝିଅମାନଙ୍କୁ ଫିଲ୍ମରେ ଅଭିନୟ କରିବାର ପ୍ରଲୋଭନ ଦେଖାଇ ତଥାକଥିତ ଫିଲ୍ମ ପ୍ରଯୋଜକ ଶ୍ରୀ ନାୟକ ସେମାନଙ୍କର ଶୋଷଣ କରିଛନ୍ତି । ଫିଲ୍ମରେ ଅଭିନୟ ଆଶାୟୀ ଅନେକ ଝିଅ ଖରାପ ବ୍ୟବହାରର ଶିକାର ହୋଇଛି । ପୀଡ଼ିତା ଝିଅମାନେ କିଭଳି ଟୁଟୁ ନାୟକଙ୍କ ଶୋଷଣର ଶିକାର ହୋଇଛନ୍ତି ଏନେଇ ତାଙ୍କୁ ମେସେଜ୍ ମଧ୍ୟ କରିଛନ୍ତି । ଟୁଟୁ ନାୟକ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଅଭ୍ୟାସଗତ ଶୋଷଣକାରୀ ଓ ସବୁବେଳେ ନୂଆ ଝିଅମାନଙ୍କୁ ଟାର୍ଗେଟ୍ କରିଥାନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚର ଶିକାର ସେ ନିଜେ ହୋଇନଥିଲେ ମଧ୍ୟ ଟୁଟୁ ନାୟକ କିଭଳି ନବାଗତ ଝିଅମାନଙ୍କୁ ଶୋଷଣ କରନ୍ତି ତାହା ସମସ୍ତେ ଜାଣିଛନ୍ତି ବୋଲି ପ୍ରକୃତି କହିଥିଲେ ।
ସାବିତ୍ରୀ ଅବସରରେ ଶୁକ୍ରବାର ଦିନ ବର୍ଷା ସୋଶାଲ୍ ମିଡ଼ିଆରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ, “ପବିତ୍ର ସାବିତ୍ରୀ ବ୍ରତ ଅବସରରେ, ଶୁଭେଚ୍ଛା ଓ ଶୁଭକାମନା। ଆଜିର ଏଇ ଶୁଭ ଅବସରରେ ମା' ସାବିତ୍ରୀଙ୍କ ଆଶୀର୍ବାଦରୁ ସବୁ ସଧବାଙ୍କ ମଥାରେ ସିନ୍ଦୂର ଶୋଭା ପାଉ ବୋଲି ପ୍ରାର୍ଥନା କରୁଛି।”
ବର୍ଷାଙ୍କ ପୋଷ୍ଟ ପରେ ଅନୁଭବ ସୋଶାଲ୍ ମିଡ଼ିଆରେ ଛାଡ଼ିଥିଲେ ଲମ୍ୱାଚଉଡ଼ା ପୋଷ୍ଟ। ଏଥିରେ ସେ ଲେଖିଛନ୍ତି, ପବିତ୍ର ସାବିତ୍ରୀ ଓଷା ଅବସରରେ ସମସ୍ତ ନାରୀ ଜାତିକୁ ମୋର ହୃଦୟ ଭିତରୁ କୋଟି କୋଟି ପ୍ରଣାମ। ଭଗବାନଙ୍କ ସୃଷ୍ଟିରେ ନାରୀ ହେଉଛି ଏକ ଅନନ୍ୟ ସୃଷ୍ଟି। ସେ ମା’ ରୂପରେ, ଭଉଣୀ ରୂପରେ, ସ୍ତ୍ରୀ ରୂପରେ, ଝିଅ ରୂପରେ ସବୁବେଳେ ପୁରୁଷର ସେବା କରି ଆସିଛି। ଆଜି ଏଇ ବାର୍ତ୍ତାଟି ସେଇ ନାରୀମାନଙ୍କ ପାଇଁ ଯେଉଁମାନେ ନାରୀ ହୋଇ ନାରୀ ଜାତିକୁ ଆଉ ସାବିତ୍ରୀ ପୂଜାକୁ ବଦନାମ କରୁଛନ୍ତି। ତାଙ୍କ ବିଷୟରେ ଦୁଇ ପଦ କହୁଥିବାରୁ କ୍ଷମା ମାଗୁଛି ବୋଲି ଅନୁଭବ ଲେଖିଛନ୍ତି।
ପୌରାଣିକ ଉପାଖ୍ୟାନ ଦେଇ ଅନୁଭବ ଲେଖିଛନ୍ତି, ଆମ ସନାତନ ଧର୍ମରେ ସଧବା ନାରୀର ପ୍ରତୀକ ହେଉଛି ସିନ୍ଦୂର। ସେହି ସିନ୍ଦୂର ଗୋଟେ ରଙ୍ଗ ନୁହେଁ କି କସ୍ମେଟିକ ନୁହେଁ। ତାହା ହେଉଛି ନାରୀର ଅଳଙ୍କାର। ସେଥିପାଇଁ ସିନ୍ଦୂରକୁ ଲଗା ଯାଏନି, ପିନ୍ଧା ଯାଏ। ଖଣ୍ଡେ ପଥରରେ ଟୋପେ ସିନ୍ଦୂର ଲାଗିଲେ ସିଏ ଦେବୀଟିଏ ହେଇଯାଏ। ଆଉ ନାରୀ ତ ରକ୍ତ ମାଂସ ଧାରୀ ମଣିଷ। ସେ ଟୋପେ ସିନ୍ଦୂର ପିନ୍ଧିଲେ ଦେବୀଠୁ ଆହୁରି ଉଚ୍ଚ ଆସନରେ ବସେ। ସିନ୍ଦୂର ହେଉଛି ତା’ ପାଇଁ ଭଗବାନ। ସେଇଥିପାଇଁ ସିନ୍ଦୂର କିଣିଲା ବେଳେ ମୂଲ୍ଚାଲ୍ କରା ଯାଏନି। ଯେମିତି କି ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ କିଣିଲା ବେଳେ ମୂଲଚାଲ୍ କରାଯାଏନି। ହେଲେ ଏଇ ସିନ୍ଦୂର ଆଜି କେତେ ଜଣ ନାରୀଙ୍କ ପାଇଁ ମୂଲ୍ୟ ହୀନ ହୋଇଛି। ଆମେ ଶୁଣିଥିଲୁ ସିନ୍ଦୂର ନୁହେଁ ଖେଳ ଘର ବୋଲି। ହେଲେ ଏବେ ଦେଖିଲୁ ସିନ୍ଦୂର ତାଙ୍କ ପାଇଁ ପୂରା ଖେଳ ଘର ବୋଲି ଅନୁଭବନ ଲେଖିଛନ୍ତି।
ସେ ଆହୁରି ଲେଖିଛନ୍ତି, କଥାରେ କହନ୍ତି 'ଦିନେ ନାହିଁ କାଳେ ନାହିଁ, ଗହ୍ମା ପୁନେଇ ଦିନ ମାଇଁ'। ବର୍ଷ ସାରା ତାଙ୍କ ସିନ୍ଥି ବିନା ସିନ୍ଦୂରରେ ଛିନ୍ନ ମସ୍ତା। ହେଲେ ଆଜି ସାବିତ୍ରୀ ଓଷା ଦିନ ଦେଖେଇ ହେବା ପାଇଁ ସିନ୍ଦୂର ପିନ୍ଧି ଏକ୍ଦମ୍ ସତୀ ସାବିତ୍ରୀ ପତିବ୍ରତା। ଧନ୍ୟ କହିବ ସେ ନାରୀ ଓ ମ୍ୟାଡାମ୍ଙ୍କୁ। ଯଦି ସାବିତ୍ରୀ ଓଷା କରିବାକୁ ଏତେ ସଉକ, ତା’ହେଲେ ଥରେ ସାବିତ୍ରୀ ଓଷାର ବହିଟା ପଢ଼? ତା’ପରେ ସିନ୍ଦୂର ଆଉ ସ୍ୱାମୀର ମାନେ କ’ଣ ବୁଝିବ? ମୁଁ ସାବିତ୍ରୀ ଓଷା କରୁଥିବା ସବୁ ସ୍ତ୍ରୀ ଲୋକଙ୍କ ଉଦ୍ଦେଶ୍ୟରେ ଏ କଥା କହୁନି। କାହିଁକି ନା ଯେମିତି ଆଜିକାଲି ସୋଶାଲ୍ ମେଡିଆରେ ଫେକ୍ ଆଇଡି ଆଉ ରିଅଲ୍ ଆଇଡି ଦୁଇ ପ୍ରକାର, ସେମିତି ଆଜିକାଲି ସମାଜରେ ଦୁଇ ପ୍ରକାର ସାବିତ୍ରୀ ବାହାରିଛନ୍ତି। ଗୋଟେ ରିଅଲ୍ ସାବିତ୍ରୀ ଆଉ ଗୋଟେ ଫେକ୍ ସାବିତ୍ରୀ। ରିଅଲ୍ ସାବିତ୍ରୀ ତାଙ୍କ ସ୍ୱାମୀ ସତ୍ୟବାନଙ୍କୁ ଯମ ମୁହଁରୁ ଫେରେଇ ଆଣିଥିଲେ। ହେଲେ ଏଇ ଫେକ୍ ସାବିତ୍ରୀ ବର୍ଷ ସାରା ସ୍ୱାମୀଙ୍କୁ ଯମ ମୁହଁକୁ ଠେଲି ଦେଇ ଆଜି ସାବିତ୍ରୀ ଓଷା ଦିନ ମୁଣ୍ଡରେ ମେଞ୍ଚେ ସିନ୍ଦୂର ଲଗାଉଛନ୍ତି। ସେମାନେ ବୁଝିବା କଥା ଯେ ଟୋପାଏ ସିନ୍ଦୂରରେ ଖାଲି ସମ୍ପର୍କ ଯୋଡି ହୁଏନି, ସମ୍ପର୍କ ଯୋଡି ହବା ପାଇଁ ଦୁଇଟା ହୃଦୟ ଦରକାର। ସିନ୍ଥିରେ ସିନ୍ଦୂର ଲଗେଇବା ଆଗରୁ ପ୍ରଥମେ ହୃଦୟକୁ ସଜାଡନ୍ତୁ ଆଉ ସିନ୍ଦୂର କିମ୍ବା ସାବିତ୍ରୀ ଓଷାର ବଦନାମ୍ କରନ୍ତୁ ନାହିଁ ବୋଲି ଲେଖିଛନ୍ତି ଅନୁଭବ ମହାନ୍ତି। ସବା ଶେଷରେ ଦେହକୁ ନେବେନି ବୋଲି ଅନୁଭବ ଲେଖିଛନ୍ତି।
ତେବେ ଏନେଇ ବର୍ଷାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
ଅଶ୍ରୁମୋଚନ କହିଛନ୍ତି, କେଉଁ ସରକାରଙ୍କ ପାଖରେ ଗୁହାରୀ କରିବା? କିଏ ବର୍ତ୍ତମାନ ସରକାର? ଏଠି ଆଇଏଏସ୍ ଅଫିସରମାନେ ସରକାର କି ମନ୍ତ୍ରୀ, ନେତା ମାନେ ସରକାର- ଆମେ ଠିକ୍ରେ ଜାଣିପାରୁନୁ। ତେଣୁ ସେହି ଦ୍ୱନ୍ଦ୍ୱ ମଧ୍ୟରେ ଆମେ କାହାକୁ କହିବା ଯେ ଏଇଟା ଠିକ୍ ଓ ସେଇଟା ଭୁଲ୍। ଶାହରୁଖ ଖାନ୍ ଆସିଲେ ଟଙ୍କା ନେଇଗଲେ। ସଲମାନ ଖାନ୍ ଆସିଲେ ଟଙ୍କା ନେଇଗଲେ। ହକି ଖେଳ ସହିତ ସେମାନଙ୍କର କ’ଣ ସଂପର୍କ? ସେମାନେ କ’ଣ ହକି ଖେଳିଲେ? ସେମାନଙ୍କୁ କାହିଁକି ଟଙ୍କା ଦିଆଯିବ- ମୁଁ ବୁଝିପାରୁନି। ସେହି ବାଟରେ କେଉଁମାନେ ବାଟମାରଣା କଲେ, ତାହା ବି କହି ହେଉନି। ଗଣମାଧ୍ୟମ ସେମାନଙ୍କୁ ଧରୁଛି। ସରକାର କିଏ ବୋଲି ଖୋଜି ବାହାର କରିବା ପରେ ତାଙ୍କ ମୁହଁରୁ ବାହାରନ୍ତା ଯେ ଏଇଟାହେବା ଉଚିତ୍ ନା ଉଚିତ୍ ନୁହେଁ।
ଅଶ୍ରୁମୋଚନ ଆହୁରି କହିଛନ୍ତି ଯେ ଆମ ସିନେମା ଇଣ୍ଡଷ୍ଟ୍ରୀର ଲୋକେ ବି ସରକାରରେ ଅଛନ୍ତି। ନେତା, ମନ୍ତ୍ରୀ ହୋଇଛନ୍ତି। କଳାକାରମାନଙ୍କୁ ସରକାର ସାହାଯ୍ୟ କରିବା ଉଚିତ୍ ନା ଉଚିତ୍ ନୁହେଁ, ସେଇଟା ସେମାନେ କହିବା ଦରକାର। ସେମାନେ ସଠିକ୍ ଉତ୍ତର ଦେଇପାରିବେ।
ଅନ୍ୟପକ୍ଷରେ ଆଜି ପିଣ୍ଟୁ ନନ୍ଦଙ୍କ ବଡ଼ ଭାଇ ଅଭିରାମ ନନ୍ଦ ମଧ୍ୟ ସରକାରଙ୍କ ଉପରେ ତାଙ୍କ ଅସନ୍ତୋଷ ଝାଡ଼ିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ଏବେ ଶୋକ ପ୍ରକାଶ କରୁଛନ୍ତି। ମାସେ ହେଲା ତାଙ୍କ ଭାଇ ଡାକ୍ତରଖାନାରେ ପଡ଼ିଥିଲେ। କିନ୍ତୁ ସରକାର ଆଗକୁ ଆସିଲେନି କି କିଛି ପଦକ୍ଷେପ ନେଲେନି। ପିଣ୍ଟୁ ନନ୍ଦ ଅସୁସ୍ଥ ଥିବା ନେଇ ତାଙ୍କ (ମୁଖ୍ୟମନ୍ତ୍ରୀଙ୍କ) ପାଖକୁ ଖବର ଯାଇଥିବ। ଯଦି ସେ କିଛି ଖବର ନେଇ ନଥିବେ ତା’ହେଲେ ମୁଁ ଅନୁରୋଧ କରିବି ଆମର ମୁଖ୍ୟମନ୍ତ୍ରୀଙ୍କୁ ଯେ ସେ ଇସ୍ତଫା ଦେଇ ଦିଅନ୍ତୁ। ଆପଣ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯୋଗ୍ୟ ନୁହନ୍ତି। ଆପଣ ଜଣେ କଳାକାରଙ୍କୁ ବଞ୍ଚେଇ ପାରିଲେ ନାହିଁ।
ଗତକାଲି ଶ୍ରୀତମ ଦାସ କହିଥିଲେ ଯେ ସରକାର ମୁଣ୍ଡ ପୂରାଇଥିଲେ ପିଣ୍ଟୁଙ୍କର ଏମିତି ଅକାଳ ମୃତ୍ୟୁ ହୋଇନଥା’ନ୍ତା। ଆମେ ଦେଖିଛନ୍ତି ସରକାର କିଛି ଅସୁସ୍ଥ ଅଫିସରଙ୍କୁ ଏୟାରଲିଫ୍ଟ କରି ରାଜ୍ୟ ବାହାରର ବଡ଼ ବଡ଼ ଡାକ୍ତରଖାନାକୁ ଉନ୍ନତ ଚିକିତ୍ସା ପାଇଁ ପଠାଇଥିଲେ। ପିଣ୍ଟୁଙ୍କ କ୍ଷେତ୍ରରେ ମଧ୍ୟ ଏହା କରାଯାଇପାରିଥା’ନ୍ତା। ସରକାର ଚାହିଁଲେ ସବୁ କିଛି ହୋଇପାରିବ। ଏହା ସହିତ କଳାକାରମାନଙ୍କ ପାଇଁ ଏକ ପାଣ୍ଠି ଗଠନ କରିବାକୁ ଶ୍ରୀତମ ଦାସ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଏକ ପାଣ୍ଠି ଗଠନ କରାଯାଉ। ସେଥିରୁ ଯେଉଁ ସୁଧ ମିଳିବ, ତାକୁ କୌଣସି କଳାକାର ବା ଟେକ୍ନିସିଆନ ବଡ଼ ରୋଗରେ ପଡ଼ିଲେ ଖର୍ଚ୍ଚ କରାଯାଇପାରିବ।
ସ୍ୱର୍ଗଦ୍ୱାରରେ ପିଣ୍ଟୁ ନନ୍ଦଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ଅଭିରାମ କହିଥିଲେ ଯେ ରାଜ୍ୟ ସରକାର ଏବେ ଶୋକ ପ୍ରକାଶ କରୁଛନ୍ତି। ମାସେ ହେଲା ତାଙ୍କ ଭାଇ ଡାକ୍ତରଖାନାରେ ପଡ଼ିଥିଲେ। କିନ୍ତୁ ସରକାର ଆଗକୁ ଆସିଲେନି କି କିଛି ପଦକ୍ଷେପ ନେଲେନି। ହକି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କଲେ। ବାହାରୁ କଳାକାରମାନଙ୍କୁ ଆଣି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଆମର ଜଣେ ଦକ୍ଷ କଳାକାରକୁ ସରକାର ବଞ୍ଚାଇ ପାରିଲେ ନାହିଁ।
ସେ ଆହୁରି କହିଥିଲେ, ପିଣ୍ଟୁ ନନ୍ଦ ଅସୁସ୍ଥ ଥିବା ନେଇ ତାଙ୍କ (ମୁଖ୍ୟମନ୍ତ୍ରୀଙ୍କ) ପାଖକୁ ଖବର ଯାଇଥିବ। ଯଦି ସେ କିଛି ଖବର ନେଇ ନଥିବେ, ତା’ହେଲେ ମୁଁ ଅନୁରୋଧ କରିବି ଆମ ମୁଖ୍ୟମନ୍ତ୍ରୀଙ୍କୁ ଯେ ସେ ଇସ୍ତଫା ଦେଇ ଦିଅନ୍ତୁ। ଆପଣ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯୋଗ୍ୟ ନୁହନ୍ତି। ଆପଣ ଜଣେ କଳାକାରଙ୍କୁ ବଞ୍ଚେଇ ପାରିଲେ ନାହିଁ।
ଅନ୍ୟପକ୍ଷରେ ଆଜି ପୁରୀ ସ୍ୱର୍ଗ ଦ୍ୱାରରେ ଅଭିନେତା ପିଣ୍ଟୁ ନନ୍ଦଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁରୀର ବିଭିନ୍ନ କଳାକାର ସଙ୍ଘ, ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟ ଓ ସିନେପ୍ରେମୀମାନେ ସ୍ୱର୍ଗଦ୍ୱାରରେ ଉପସ୍ଥିତ ରହି ପିଣ୍ଟୁଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପିଣ୍ଟୁ ନନ୍ଦଙ୍କ ବଡ଼ ପୁଅ ସାଇ ନନ୍ଦ ମୁଖାଗ୍ନି ଦେଇଥିଲେ।
ଏହାପରେ ପିଣ୍ଟୁଙ୍କ ମରଶରୀର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ରଖାଯାଇଥିଲା। ଆଜି ସକାଳେ ମଧ୍ୟ ପିଣ୍ଟୁଙ୍କୁ ଶେଷ ଦର୍ଶନ କରିବା ପାଇଁ ଅନେକ ଶୁଭେଚ୍ଛୁଙ୍କ ଭିଡ଼ ଜମିଛି ।
ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ ହୋଇଥିଲା। ଲିଭର ସିରୋସିସରେ ଆକ୍ରାନ୍ତ ଥିବା
ପିଣ୍ଟୁଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବା ଅତି ଜରୁରୀ ଥିଲା। ଏଥିପାଇଁ ତାଙ୍କୁ ପ୍ରଥମେ ଦିଲ୍ଲୀ ଏବଂ ପରେ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା। ତେବେ ୧୭ ଦିନର ଅପେକ୍ଷା ପରେ ଏବଂ ସହାୟତା ପାଇଁ ନିବେଦନ ସତ୍ତ୍ୱେ କେହି ଡୋନର୍ ନମିଳିବାରୁ ଆଖି ବୁଜିଦେଇଥିଲେ ପିଣ୍ଟୁ।
ଯକୃତ ରୋଗରେ ପୀଡ଼ିତ ହୋଇ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ପିଣ୍ଟୁ ନନ୍ଦ ଗତକାଲି ରାତି ୧୧ଟା ୨୫ ମିନିଟ୍ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେଠାରେ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ବିମାନ ଯୋଗେ ତାଙ୍କ ମର ଶରୀରକୁ ଭୁବନେଶ୍ୱର ଅଣାଯାଇଥିଲା। ରାତି ପ୍ରାୟ ୯ଟା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା ତାଙ୍କ ମରଶରୀର। ସେତେବେଳେ ବିମାନବନ୍ଦରରେ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଅନେକ ଲୋକଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ପିଣ୍ଟୁ ଙ୍କ ମରଶରୀରକୁ ସେଠାରୁ ସିଧାସଳଖ ଏକ ଘରୋଇ ହସ୍ପିଟାଲ୍କୁ ନିଆଯାଇଥିଲା। ସେଠାରେ ଆଜି ରାତିରେ ତାଙ୍କ ମରଶରୀର ରହିବ। ଆସନ୍ତାକାଲି ସକାଳେ ପିଣ୍ଟୁ ନନ୍ଦଙ୍କ ମରଶରୀରକୁ ଭୁବନେଶ୍ୱରର କଳାରାହାଙ୍ଗ ସ୍ଥିତ ତାଙ୍କ ବାସଭବନକୁ ନିଆଯିବ। ସେଠାରେ ତାଙ୍କର ସଂପର୍କୀୟମାନଙ୍କ ସହିତ ଅନ୍ୟମାନେ ଶେଷ ଦର୍ଶନ କରିବେ। ତା’ପରେ ସେଠାରୁ ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯିବ ଓ ଅନ୍ତିମ ସଂସ୍କାର କରାଯିବ।
ପିଣ୍ଟୁ ନନ୍ଦ ଦୀର୍ଘ ଦିନ ଧରି ଯକୃତ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ଭୁବନେଶ୍ୱରରେ ଚିକିତ୍ସା ପରେ ଯକୃତ ପ୍ରତିରୋପଣ ପାଇଁ ତାଙ୍କୁ ନୂଆଦିଲ୍ଲୀ ସ୍ଥାନାନ୍ତର କରଯାଇଥିଲା । କିନ୍ତୁ ସେଠାରେ ଡୋନର ନ ମିଳିବାରୁ ପିଣ୍ଟୁଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ମଧ୍ୟ ଡୋନର ନ ମିଳିବାରୁ ତାଙ୍କର ଯକୃତ ପ୍ରତିରୋପଣ ହୋଇ ପାରି ନଥିଲା। ଆଉ ଗତକାଲି ରାତିରେ ତାଙ୍କର ପରଲୋକ ହୋଇଯାଇଥିଲା।
ପୂର୍ବରୁ ଅନୁଭବ ଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇ ସାରିଛି। ବର୍ଷା ଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହେବା ପରେ ଉଭୟଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯିବ। ଉଭୟଙ୍କ ପକ୍ଷରୁ ଯୁକ୍ତି ଶୁଣିବା ପରେ ଅନୁଭବଙ୍କ ପକ୍ଷରୁ ବିବାହ ବିଚ୍ଛେଦ ମାମଲା ଓ ବୈବାହିକ ଜୀବନକୁ ପୁନଃ ଅବସ୍ଥାପିତ କରିବାକୁ ବର୍ଷାଙ୍କ ଆବେଦନ ଉପରେ କୋର୍ଟ ଚୁଡାନ୍ତ ରାୟ ଶୁଣେଇବେ।
ଲିଭର୍ ସିରୋସିସରେ ପୀଡ଼ିତ ହେବା ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ପିଣ୍ଟୁ। ଲିଭର୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ରହିଛିା ତେବେ ଓଡ଼ିଶା ସିନେ ଆର୍ଟିଷ୍ଟ ସଂଘ ସହ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ପିଣ୍ଟୁଙ୍କ ପାଇଁ ଆର୍ଥିକ ସହାୟତା ରାଶି ମିଳିବାରେ ଲାଗିଛି।
୪୫ ବର୍ଷୀୟ ପିଣ୍ଟୁ ନନ୍ଦ ଓଲିଉଡ୍ର ଜଣେ ପୋଖତ କଳାକାର। ୩୦ରୁ ଅଧିକ ଫିଲ୍ମରେ ସେ ନିଖୁଣ ଅଭିନୟ କରିଛନ୍ତି। କେତେବେଳେ ଅଭିନେତା ତ କେତେବେଳେ ସହ- ଅଭିନେତା ଏବଂ କମେଡିଆନ୍ ଚରିତ୍ରରେ ସେ ଦର୍ଶକଙ୍କୁ ହସାଇଛନ୍ତି, କନ୍ଦାଇଛନ୍ତି, ଅଭିନୟ ଯାଦୁରେ ବାନ୍ଧି ରଖିଛନ୍ତି। ଜୟ ଜଗନ୍ନାଥ, ବାହୁଡିବେ ମୋ ଜଗାବଳିଆ, ଦୋସ୍ତି, ହାତ ଧରି ଚାଲୁଥା, ପ୍ରେମ ପାଇଁ ମହାଭାରତ ଓ ଲଭ୍ ଏକ୍ସପ୍ରେସ ଭଳି ହିଟ୍ ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି ପିଣ୍ଟୁ। ଏହାଛଡ଼ା ଅନେକ ଆଲବମ୍ରେ ଅଭିନୟ କରିବା ସହ ଟିଭି ସୋର ହୋଷ୍ଟ ମଧ୍ୟ କରିଛନ୍ତି। ତାଙ୍କର ଏ ଗଉରା ଗୀତ ସାରା ରାଜ୍ୟରେ ଚହଳ ପକାଇଥିଲା।
https://youtu.be/h-U6U6-n5Ww
https://youtu.be/CWTyQDKw1pk
https://youtu.be/Mfh29z9coPI
https://youtu.be/n2jTbl355E8
https://youtu.be/bXT01fKEikQ
https://youtu.be/WYAjl0m8MVw
https://youtu.be/GOb-Q5e0AdY
https://youtu.be/qPeRO7HQMUQ
https://youtu.be/fjlkUoR80ok
https://youtu.be/9e9S9LLq8Aw
https://youtu.be/ejFfTiBqHsY