ଏହାର ଜବାବରେ ଓମାର କହିଛନ୍ତି ଯେ ସେହି ସମୟରେ ଆମେ ୮ ମାସ ହେଲା ବନ୍ଦୀ ହୋଇ ରହିଥିଲୁ। କିନ୍ତୁ ଜମ୍ମୁ-କଶ୍ମୀରର ଏକମାତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ଆଜାଦ ମୁକ୍ତ ଭାବେ ବୁଲୁଥିଲେ ବୋଲି ଓମାର କହିଛନ୍ତି।
ଗୋଟିଏ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଗୁଲାମ ନବୀ ଆଜାଦ ସାଂଘାତିକ କଥା ସବୁ କହିଥିଲେ। ରାତି ସମୟରେ ଫାରୁକ ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏଥିସହ ସେ ୨୦୧୯ରେ ନିଜ ଆଡ଼ୁ ଗୃହବନ୍ଦୀ ହେବାକୁ ପ୍ରସ୍ତାବ ଦେଇଥିଲେ। ଉଭୟ ଓମାର ଓ ଫାରୁକ ଶ୍ରୀନଗରେ ଗୋଟିଏ କଥା କହୁଥିବା ବେଳେ ଦିଲ୍ଲୀରେ ଆଉ ଗୋଟିଏ କଥା କହୁଥିବା ଗୁଲାମ ଦାବି କରିଥିଲେ।
ଏହାର ଜବାବରେ ଓମାର କହିଛନ୍ତି, “କିଏ ଆଜାଦ ଓ କିଏ ଗୁଲାମ, ସେକଥା ସମୟ କହିବ। ଲୋକମାନେ ଏହାର ନିଷ୍ପତ୍ତି ନେବେ। ବାଃରେ ଭାଇ ବାଃ। ଗୁଲାମ ନବୀ ଆଜାଦ, ଆପଣଙ୍କ ଆଜି ବଦହଜମି ହୋଇଯାଇଛି। ୨୦୧୫ରେ ଜମ୍ମୁ-କଶ୍ମୀରରୁ ରାଜ୍ୟସଭା ଯିବା ପାଇଁ ଆମକୁ ଭିକ ମାଗୁଥିବା ଗୁଲାମ କୁଆଡ଼େ ଗଲେ?
ଅବଦୁଲ୍ଲା ପରିବାର ୩୭୦ ବିଷୟରେ ଜାଣିଥିଲା, ତଥାପି ଆମକୁ ସେହି ସମୟରେ ୮ ମାସ କାଳ ବନ୍ଦୀ କରି ରଖାଯାଇଥିଲା। ଆମ ବିରୋଧରେ ପିଏସଏ ଲାଗିଥିଲା। ଅଗଷ୍ଟ ୫ ପରେ ଆପଣ ଏକମାତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଯିଏ ମୁକ୍ତ ଭାବେ ବୁଲୁଥିଲେ।”
ସୂଚନା ଅନୁସାରେ, ୩୦ ଅଗଷ୍ଟ ୨୦୧୬ରେ ପରିବାର ଅଦାଲତ ଶୁଣାଇଥିବା ରାୟକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓମାର ଅବଦୁଲ୍ଲା। ବିଚାରପତି ଜଷ୍ଟିସ ସଞ୍ଜୀବ ସଚ୍ଚଦେବ ଏବଂ ଜଷ୍ଟିସ ବିକାଶ ମହାଜନଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ପରିବାର କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ଏଥିସହ ଅବଦୁଲ୍ଲାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।
ଆବେଦନକୁ ଖାରଜ କରି ବେଞ୍ଚ କହିଛନ୍ତି, ପରିବାର କୋର୍ଟଙ୍କ ରାୟରେ କୌଣସି ତ୍ରୁଟି। ପତ୍ନୀ ପାୟଲ ଅବଦୁଲ୍ଲାଙ୍କ ବିରୁଦ୍ଧରେ ଓମାର ଅବଦୁଲ୍ଲା ଆଣିଥିବା ନିର୍ଯାତନା ଅଭିଯୋଗରେ ସତ୍ୟତା ନାହିଁ। କୋର୍ଟ କହିଛନ୍ତି, ପତ୍ନୀଙ୍କ ବିରୁଦ୍ଧରେ ଓମାର ଆଣିଥିବା ଅଭିଯୋଗର ପ୍ରମାଣ କରିପାରି ନାହାନ୍ତି। ସେ ମାନସିକ କିମ୍ବା ଶାରୀରିକ ସ୍ତରରେ ନିର୍ଯାତିତ ହେଉଥିଲେ ତା'ର ପ୍ରମାଣ ଦେବାରେ ବିଫଳ ହୋଇଛନ୍ତି। ତେଣୁ ତାଙ୍କ ଛାଡପତ୍ର ଆବେଦନକୁ ଖାରଜ କରାଯାଉଛି।
କୋର୍ଟଙ୍କ ଏହି ରାୟ ପରେ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର୍ କରିଛନ୍ତି ଓମାର। ସେ ଏକ ପୋଷ୍ଟରେ ଲେଖିଛନ୍ତି, ଉଭୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ କ୍ଷେତ୍ରରେ ମୁଁ ନିରାଶ ହୋଇଛି। କିନ୍ତୁ ହାର୍ ମାନିବିନି, ଆଗକୁ ଲଢିବି ବୋଲି କହିଛନ୍ତି ଓମାର।
Who was it who said it’s not how hard you can hit, it’s how hard you can get hit & still keep moving forward? The last two days have been deeply disappointing both personally & professionally but I refuse to give up & slink away. It’s that time of the year when I take some time…
— Omar Abdullah (@OmarAbdullah) December 12, 2023
ଛାଡପତ୍ର ଆବେଦନ ତ' ବ୍ୟକ୍ତିଗତ ନିରାଶର ସଙ୍କେତ, ତେବେ ବୃତ୍ତିଗତ ଭାବେ କେଉଁ ଘଟଣାକୁ ନିରାଶ ବୋଲି କହୁଛନ୍ତି ଓମାର। କହି ରଖୁ ଯେ, ଗତକାଲି ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବୈଧ ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ ଏହାକୁ ବୃତ୍ତିଗତ ସ୍ତରରେ ନିରାଶ ଭାବେ ଉଲ୍ଲେଖ କରିଛନ୍ତି ଓମାର ଅବଦୁଲ୍ଲା। କାରଣ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ଉପରେ କେନ୍ଦ୍ର ସରକାରଙ୍କୁ ବିରୋଧ କରି ଅବଦୁଲ୍ଲାଙ୍କ ଦଳ ନ୍ୟାସନାଲ କନଫ୍ରେନ୍ସ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର କହିଛନ୍ତି, “ବର୍ତ୍ତମାନ ସମୟରେ ଇଣ୍ଡିଆ ମେଣ୍ଟର ସ୍ଥିତି ଆଦୌ ଶକ୍ତିଶାଳୀ ନୁହେଁ। ଏହା ଦୁର୍ଭାଗ୍ୟଜନକ। ବର୍ତ୍ତମାନ ମେଣ୍ଟରେ କିଛି ଅନ୍ତଃକନ୍ଦଳ ରହିଛି। ଯାହା ରହିବା କଥା ନୁହେଁ।
ବିଶେଷ କରି ୪ରୁ ୫ ରାଜ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ଏପରି ଅନ୍ତଃକନ୍ଦଳ ଆଦୌ ଠିକ ନୁହେଁ। ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଯାହା ସବୁ ଘଟୁଛି, ସେକଥା ସମସ୍ତେ ଦେଖୁଛନ୍ତି। ଉଭୟ ଉତ୍ତର ପ୍ରଦେଶର ସବୁ ଆସନରେ ଲଢ଼ିବେ ବୋଲି କହୁଛନ୍ତି।
ଏହା ଇଣ୍ଡିଆ ମେଣ୍ଟ ପାଇଁ ଆଦୌ ଭଲ ସଙ୍କେତ ନୁହେଁ। ସମ୍ଭବତଃ ଆମେ ରାଜ୍ୟଗୁଡ଼ିକର ନିର୍ବାଚନ ପରେ ଆଉ ଥରେ ଏକାଠି ବସିବୁ। ଆମେ ଏକାଠି ବସିବୁ ଓ ଏକାଠି କାମ କରିବାକୁ ଚେଷ୍ଟା କରିବୁ।”
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ସିଟ ଶେୟାରିଂକୁ ନେଇ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଛି। ଦୁଇ ଦଳ ପରସ୍ପରକୁ ଖୋଲାଖୋଲି ବିରୋଧ ମଧ୍ୟ କରିଛନ୍ତି। ଏହାକୁ ନେଇ ଇଣ୍ଡିଆ ମେଣ୍ଟରେ ତିକ୍ତତା ଦେଖିବାକୁ ମିଳିଛି।
ଜଷ୍ଟିସ ସୁବ୍ରମୋନିୟନ ପ୍ରସାଦ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପୁଅର ପାଠପଢ଼ା ପାଇଁ ମଧ୍ୟ ଓମାର ଅବଦୁଲ୍ଲା ମାସିକ ୬୦ ହଜାର ଟଙ୍କା ଦେବେ। ଏହାର ଅର୍ଥ ସେ ମାସିକ ୨ ଲକ୍ଷ ୧୦ ହଜାର ଟଙ୍କା ପାଖରେ ପତ୍ନୀଙ୍କୁ ଦେବେ ବୋଲି ଜଷ୍ଟିସ ପ୍ରସାଦ ନିର୍ଦ୍ଦେଶରେ ସ୍ପଟ କରିଛନ୍ତି।
ଓମାର ଅବଦୁଲ୍ଲା ପତ୍ନୀ ପାୟଲଙ୍କ ସହ ରହୁ ନାହାନ୍ତି। ଏଥିପାଇଁ ପାୟଲ ରକ୍ଷାଣବେକ୍ଷଣ ଖର୍ଚ୍ଚ ଦାବି କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ୨୦୧୮ ଏପ୍ରିଲ ୨୬ରେ ଟ୍ରାଏଲ କୋର୍ଟ ଅଳ୍ପ ପରିମାଣର ଆର୍ଥିକ ସହାୟତାର ବ୍ୟବସ୍ଥା କରିଥିଲେ। ଏହା ବିରୋଧରେ ପାୟଲ ୨୦୧୮ ଜୁଲାଇରେ ଉପର କୋର୍ଟରେ ଆବେଦନ କରିଥିଲେ।
ଟ୍ରାଏଲ କୋର୍ଟ ପାୟଲଙ୍କ ଆବେଦନର ଶୁଣାଣି କରି ରକ୍ଷାଣବେକ୍ଷଣ ପାଇଁ ମାସିକ ୭୫ ହଜାର ଓ ପୁଅକୁ ୧୮ ବର୍ଷ ହେବା ଯାଏ ମାସିକ ୨୫ ହଜାର ଲେଖାଏ ଟଙ୍କା ଦେବାକୁ ଓମାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ତେବେ ଏହା ସ୍ୱଳ୍ପ ପରିମାଣର ହୋଇଥିବାରୁ ପାୟଲ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ସେ କହିଥିଲେ ଯେ ସେମାନଙ୍କ ପୁଅ ଜାହିର ଓ ଜମିର ବର୍ତ୍ତମାନ ଯେଉଁ ବୟସରେ ଅଛନ୍ତି, ସେମାନେ ନିଜର ଖର୍ଚ୍ଚ ବହନ କରିପାରିବେ ନାହିଁ। ସେମାନେ ଶିକ୍ଷା ଓ ଦୈନିନ୍ଦିନ ଖର୍ଚ୍ଚ ପାଇଁ ବାପା ମା’ଙ୍କ ଉପରେ ନିର୍ଭ କରନ୍ତି।
ପୂରା ପରିବାର ଯତ୍ନ ନେବା ଏତିକି ଟଙ୍କାରେ ଅସମ୍ଭବ। ତେଣୁ ମେଣ୍ଟେନାନ୍ସ ରାଶିକୁ ବୃଦ୍ଧି କରାଯିବା ଦରକାର। ଏବେ ହାଇକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ରକ୍ଷାଣବେକ୍ଷଣ ରାଶିକୁ ବୃଦ୍ଧି କରିଛନ୍ତି।
୧୯୯୪ରେ ପାୟଲ ଓ ଓମାରଙ୍କ ମଧ୍ୟରେ ବିବାହ ହୋଇଥିଲା। ତେବେ ବାହାଘରର ଦୀର୍ଘ ବର୍ଷ ପରେ ହଠାତ୍ ସ୍ୱାମୀ-ସ୍ତ୍ରୀ ଅଲଗା ଅଲଗା ରହିବା ଆରମ୍ଭ କରିଥିଲେ। ଏପରି କି ଓମାର ୨୦୧୬ରେ ପାୟଲଙ୍କୁ ଠାରୁ ଛାଡ଼ପତ୍ର ନେବାକୁ ଆବେଦନ କରିଥିଲେ। କିନ୍ତୁ ଏଯାଏ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇନାହିଁ।
ସେ କହିଛନ୍ତି, ଅଗଷ୍ଟ ୨୦୧୯ ପରେ ଏ ହେଉଛି ନୂଆ ଜମ୍ମୁ କଶ୍ମୀର। ବିନା କାରଣରେ ତାଙ୍କୁ ଗୃହବନ୍ଦୀ କରାଯାଇଛି। ଏହାଠାରୁ ଆଉ ଖରାପ କ'ଣ ବା ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି। ୨୦୧୯ ଅଗଷ୍ଟ ୫ରେ ଯେପରି କୌଣସି ପୂର୍ବ ସୂଚନା ନଦେଇ ଯେପରି ସେମାନଙ୍କୁ ଘରେ ବନ୍ଦୀ କରାଯାଇଥିଲା, ଏବେ ପୁଣି ସେପରି କରାଯାଇଛି। ତାଙ୍କ ଭଉଣୀ ଏବଂ ପିଲାମାନଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଥିବା ସେ ଦାବି କରିଛନ୍ତି। ଏଥିସହ ତାଙ୍କ ଘରେ କାମ କରୁଥିବା ଲୋକଙ୍କୁ ମଧ୍ୟ ଭିତରକୁ ଛଡାଯାଇନଥିବା ସେ ଅଭିଯୋଗ କରିଛନ୍ତି।
ଉମରଙ୍କ ଘର ଆଗରେ ଏକ ମୋବାଇଲ ପୁଲିସ ଭ୍ୟାନ ଛିଡା କରାଯାଇଛି। ରବିବାର ଉମର ଗୁଲମର୍ଗ ଯିବାର ଥିଲା କିନ୍ତୁ ତାଙ୍କୁ ଯିବାକୁ ଅନୁମତି ଦିଆଯାଇ ନାହିଁ।
ସେପଟେ ପିଡିପି ଅଧ୍ୟକ୍ଷା ମେହବୁବା ମୁଫତୀଙ୍କ ଉପରେ ମଧ୍ୟ କଟକଣା ଜାରି ହୋଇଛି। ତାଙ୍କୁ ପୁଲୱାମା ଯିବାକୁ ଅନୁମତି ଦିଆଯାଇ ନାହିଁ।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବେ ସମୟରେ ଉମର ଅବଦୁଲ୍ଲା ଏବଂ ମେହବୁବା ମୁଫତୀଙ୍କୁ ଗୃହବନ୍ଦୀ କରାଯାଇଥିଲା।
Chalo, your new model of democracy means that we are kept in our homes without explanation but on top of that the staff that works in the house aren’t being allowed in and then you are surprised that I’m still angry & bitter.
— Omar Abdullah (@OmarAbdullah) February 14, 2021
ସେ କହିଛନ୍ତି, ୨୦୦୫ ପରେ ଶ୍ରୀନଗରରେ ଆସିଥିବା କୌଣସି ଭୂମିକମ୍ପ ଏତେ ଶକ୍ତିଶାଳୀ ନଥିଲା। ଭୟରେ ସେ ବାହାରକୁ ପଳାଇ ଆସିଥିଲେ । କମ୍ବଳ ଧରି ଘର ବାହାରକୁ ସେ ଦୌଡିଥିଲେ। ଏପରିକି ଘରେ ଫୋନ୍ ମଧ୍ୟ ଛାଡି ଦେଇଥିଲେ । ଭୂମିକମ୍ପରେ ମାଟି ଦୋହଲୁଥିଲା ବୋଲି ସେ କହିଛନ୍ତି।
ସେହିପରି ଯେତେବେଳେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା ସେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚିକାଗୋ ବିଶ୍ୱ ବିଦ୍ୟାଳୟର ଛାତ୍ରଙ୍କୁ ଭିଡିଓ କନଫରେନ୍ସିଂରେ ସମ୍ବୋଧନ କରୁଥିଲେ। ସେ କହିଛନ୍ତି ଯେ, ହଠାତ କୋଠରୀ ହଲିବାକୁ ଲାଗିଥିଲା।
ତାଜାକିସ୍ତାନରେ ଶୁକ୍ରବାର ରାତିରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ପଡିଛି। ରାତି ପ୍ରାୟ ୧୦ଟା ୩୪ରେ ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ଥିବା ରେକର୍ଡ କରାଯାଇଛି । ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ଦିଲ୍ଲୀ ତଥା ଅନେକ ସ୍ଥାନର ଲୋକଙ୍କ ମନରେ ଭୟର ବାତାବରଣ ଖେଳି ଯାଇଥିଲା। ଲୋକମାନେ ସେମାନଙ୍କ ଘରୁ ବାହାରକୁ ଚାଲି ଆସିଥିଲେ। ଝଟକା ପରେ ଲୋକମାନେ ନିଜ ନିଜ ଘର ଛାଡ଼ି ଖୋଲା ସ୍ଥାନରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଥିଲା।