https://youtu.be/nOZ_SYIgyMI
ଆଜି ପରିବାର ଲୋକେ ପୁଅର ଚିକିତ୍ସା କଥା ବୁଝିବାରୁ ସୁସ୍ଥ ଥିବା ମେଡିକାଲ ତରଫରୁ ଜଣାଯାଇଥିଲା l କିନ୍ତୁ ୩ ଘଣ୍ଟା ପରେ ପୁଅର ମୃତ୍ୟୁ ହୋଇଥିବା ଫୋନ କରି ପରିବାର ଲୋକଙ୍କୁ କହିଥିଲେ କର୍ତ୍ତୃପକ୍ଷ। ସୁସ୍ଥ ଥିବା ପୁଅ ୩ ଘଣ୍ଟାରେ କିଭଳି ମୃତ୍ୟୁବରଣ କଲା ସେନେଇ ପରିବାର ଲୋକେ ସନ୍ଦେହ କରିଥିବା ବେଳେ ତାଙ୍କ ପୁଅକୁ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି।
ପରିବାର ପକ୍ଷରୁ ଯଶୋବନ୍ତଙ୍କ ପିଉଷି ମଞ୍ଜୁଲତା ଏ ନେଇ ଚାନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ମଞ୍ଜୁଲତା ଅଭିଯୋଗ କରିଛନ୍ତି ଯେ, ମୋ ପୁତୁରା ଏଠି ୩ଦିନ ହେଲା ଟ୍ରିଟମେଣ୍ଟ ହେଉଥିଲା। ଡାକ୍ତର କହିଲେ ରୋଗୀ ଟିକେ ସୁସ୍ଥ ଅଛି। ତାର କିନ୍ତୁ ଫୁସ୍ଫୁସ୍ ସଂକ୍ରମଣ ଅଛି। ମୁଁ କହିଲି ଏଠି ସିଟି ସ୍କାନ ନାହିଁ ଆପଣ କେମିତି ଫୁସ୍ଫୁସ୍ ସଂକ୍ରମଣ ଜାଣିଲେ। ତାର ଉତ୍ତର ଆମେ ପାଇଲୁ ନାହିଁ। ପରେ ଫୋନ୍ ଆସିଲା ତୁମ ଛୁଆର ମୃତ୍ୟୁ ଘଟିଛି। ଆମର ସନ୍ଦେହ ହେଉଛି ଛୁଆର କିଡନୀ, ଆଖି ଏବଂ ଶରୀରର ଆଉ କିଛି ଅଂଶ କାଢି ସେମାନେ ବେପାର କରିଥିବେ। ତେଣୁ ଶବ ରୁମ୍ରେ ମୋ ଛଆକୁ ଲଙ୍ଗଳା ଦେଖିବାକୁ ଚାହେଁ ବୋଲି ଛୁଆର ପିଉଷି ମଞ୍ଜୁଲତା କହିଛନ୍ତି।