ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଇଲିସି ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ। ତା’ପରେ ସେଥିରେ ଲୁଣ ଓ ହଳଦୀ ପକାଇ ଭଲ ଭାବେ ଗୋଳାଇ ରଖି ଦିଅନ୍ତୁ।
କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ। ସେଥିରେ କଞ୍ଚା ପିଆଜ ପକାଇ ଭାଜନ୍ତୁ। ପିଆଜ ଲାଲ ହେବା ପରେ ଅଦା ଓ ରସୁଣ ପେଷ୍ଟ ଦିଅନ୍ତୁ। ତା’ସହିତ ଛୋଟ ଛୋଟ ଖଣ୍ଡରେ କଟା ହୋଇଥିବା ରସୁଣ ପକାନ୍ତୁ । ଏହା ତରକାରୀର ସ୍ୱାଦକୁ ବଢ଼ାଇଥାଏ। ଟମାଟୋ ଓ କରି ପାଉଡର ପକାଇ ମସଲାକୁ କଷନ୍ତୁ।
ମସଲା କଷି ହେବା ପରେ ବଟା ସୋରିଷ ପକାଇ ଆବଶ୍ୟକ ଅନୁଯାୟୀ ପାଣି ଦିଅନ୍ତୁ। ଏହା ଫୁଟିବା ପରେ କଞ୍ଚା ଇଲିସି ମାଛକୁ ସେଥିରେ ପକାନ୍ତୁ ଓ କଡ଼େଇକୁ ଘୋଡ଼ାଇ ଦିଅନ୍ତୁ। ସ୍ୱାଦ ଅନୁସାରେ ଆପଣ ଏଥିରେ ଲୁଣ ପକାଇ ପାରିବେ।
ମାଛ ସିଝିଯିବା ପରେ ସେଥିରେ ଡାଲଚିନ ଗୁଣ୍ଡ, ଧନିଆ ପତ୍ର ପକାନ୍ତୁ ଏବଂ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଇଲିସି ମାଛ ବେସର। ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କିଛି ମଇଦାକୁ ଏକ ପାତ୍ରରେ ନିଅନ୍ତୁ। ସେଥିରେ ଅଳ୍ପ ଗୁଆ ଘିଅ ପକାଇ ଖାସ୍ତା ପାଇଁ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ତାକୁ ପାଣି ପକାଇ ଚକଟି କିଛି ସମୟ ରଖି ଦିଅନ୍ତୁ। ପରେ ଚାଉଳଗୁଣ୍ଡରେ କିଛି ଗୁଆ ଘିଅ ପକାଇ ଲେୟାର ପ୍ରସ୍ତୁତ କରନ୍ତୁ।
ପରେ ଚକଟି ରଖିଥିବା ମଇଦାକୁ ରୁଟି ଆକାରେ ବେଲି ଦିଅନ୍ତୁ। ଏପରି ୫ଟି ରୁଟି ବେଲି ରଖନ୍ତୁ। ପରେ ରୁଟି ଉପରେ ଲେୟାର ଦେଇ ଗୋଟାଏ ଉପରେ ଗୋଟାଏ ରୁଟି ରଖନ୍ତୁ। ତା’ ପରେ ରୋଲ ଆକାରରେ ଗୋଡ଼ାଇ ଦିଅନ୍ତୁ। ଯେପରି ଏହା ନ ଖୋଲେ। ପରେ ରୋଲ ଆକାର ଥିବା ମଇଦାଟି ଗୋଟେ ଗୋଟେ ଇଞ୍ଚ ଅନୁପାତରେ କାଟି ଦିଅନ୍ତୁ। ପରେ ଏହାକୁ ଖଜା ଷ୍ଟାଇଲରେ ହାଲକା ଭାବେ ବେଲନ୍ତୁ। ତା ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ଏହାକୁ ହାଲକା ଫ୍ରେମରେ ଛାଣନ୍ତୁ। ଏହା ନାଲି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
ପରେ ଏକ ପାତ୍ରରେ ପାଣି ଗରମ କରନ୍ତୁ। ସେଥିରେ ଚିନି ଓ ଗୁଜରାତି ଗୁଣ୍ଡ ପକାଇ ଶିରା ପ୍ରସ୍ତୁତ କରନ୍ତୁ। ଏହି ଶିରାରେ ଛଣା ହୋଇଥିବା ଖଜାକୁ ପକାନ୍ତୁ। କିଛି ସମୟ ପରେ ତାକୁ ଉଠାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଖଜା। ଆଜି ହୋଲିରେ ଘରେ ତିଆରି କରନ୍ତୁ ଖଜା।
ଆବଶ୍ୟକୀୟ ସାମଗ୍ରୀ : କଟା ପିଆଜ, ରସୁଣ ବଟା, ସୋରିଷ ବଟା, ବଟା କଞ୍ଚାଲଙ୍କା, ଲଙ୍କା ଗୁଣ୍ଡ, ଧଣିଆ, କଟା ଟମାଟୋ, ଲୁଣ, ହଳଦୀ ଗୁଣ୍ଡ,ସୋରିଷ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କରେଇରେ ତେଲ ଗରମ କରି ଶୁଖୁଆକୁ ଭାଜି ଏକ ପାତ୍ରରେ ରଖନ୍ତୁ। ପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ କଟା ପିଆଜ ପକାଇ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପିଆଜ ଲାଲ ହୋଇଯିବା ପରେ ସେଥିରେ ରସୁଣ, ସୋରିଷ ବଟା, ଲଙ୍କା ଗୁଣ୍ଡ, ବଟା କଞ୍ଚାଲଙ୍କା, କଟା ଟମାଟୋ ଓ ହଳଦୀ ଗୁଣ୍ଡ ପକାଇ କିଛି ସମୟ କଷନ୍ତୁ। ହେଲେ ମନେ ରଖନ୍ତୁ ବେଶୀ ସମୟ କଷିବେ ନାହିଁ। କାରଣ ବେଶୀ ସମୟ କଷିଲେ ସୋରିଷ ପଡ଼ିଥିବାରୁ ମସଲା ପିତା ହୋଇ ଯିବ। ମସଲା ଅଳ୍ପ କର୍ଷି ହୋଇଗଲା ପରେ ସେଥିରେ ଅଳ୍ପ ପାଣି ଦେଇ ଦିଅନ୍ତୁ। ପାଣି ଫୁଟିଲେ ସେଥିରେ ଭାଜି ରଖିଥିବା ଶୁଖୁଆକୁ ପକାଇ ଦିଅନ୍ତୁ। କିଛି ସମୟ ପରେ ଏହାକୁ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଶୁଖୁଆ ସୋରିଷ ବେସର। ଯଦି ଆପଣ ଲୁଣି ଶୁଖୁଆ ବେସର କରୁଛନ୍ତି ତାହାହେଲେ ତରକାରୀରେ ଲୁଣ ପକାଇବେ ନାହିଁ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଜାରରୁ ବଡ଼ ମାଛ କିଣି ଆଣନ୍ତୁ। ପରେ ତାକୁ ଭଲ ଭାବରେ ଧୋଇ ଏକ ପାତ୍ରରେ ରଖନ୍ତୁ। ପରେ ସୋରିଷ ମାଛ ଫ୍ରାଏ ପାଇଁ ମସଲା ପ୍ରସ୍ତୁତ କରନ୍ତୁ। ସୋରିଷ, ରସୁଣ, କଞ୍ଚା ଲଙ୍କା, ଜିରା,ଗୋଟା ଧନିଆ ଏକାଠି ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପରେ ସେଥିରେ ବଟା ମସଲାରେ ଅଳ୍ପ ଦହି ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ସେଥିରେ ସ୍ୱାଦ ଅନୁସାରେ ଲୁଣ, ହଳଦିଗୁଣ୍ଡ ପକାଇ ଭଲ ଭାବରେ ଗୋଳାନ୍ତୁ। ପରେ ଧୋଇ ରଖିଥିବା ମାଛକୁ ମସଲାରେ ପକାଇ ଅଧଘଣ୍ଟା ପାଇଁ ଢାଙ୍କି ରଖନ୍ତୁ ।
ପରେ ଗ୍ୟାସରେ କରେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବାପରେ ସେଥିରେ ମସଲା ଗୋଳା ମାଛକୁ ପକାଇ ଧିମା ଆଞ୍ଚରେ ଭାଜନ୍ତୁ। ମାଛର ଦୁଇ ପାଖ ଲାଲ ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଆଜି ପଖାଳ ଦିବସରେ ସୋରିଷ ମାଛ ଫ୍ରାଏକୁ ପଖାଳ ସହ ଖାଆନ୍ତୁ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ମଟନକୁ ଆଣି ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଅଦା ପେଷ୍ଟକୁ ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ ହେଙ୍ଗୁ ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ମଟନକୁ ପକାଇ କିଛି ସମୟ ପାଇଁ କଷନ୍ତୁ।
ମଟନ କଷି ହୋଇଯିବା ପରେ ସେଥିରେ ଏକ ଚାମଚ ପାନ ମଧୁରୀ ଗୁଣ୍ଡ, ଧନିଆ ଗୁଣ୍ଡ ଓ ଡାଲଚିନ ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ତାପରେ ଢ଼ାଙ୍କୁଣି ଘୋଡ଼ାଇ ଆଞ୍ଚରେ ବସାଇ ଦିଅନ୍ତୁ। କିଛି ସମୟ ପରେ ଢାଙ୍କୁଣି କାଢ଼ି ଦିଅନ୍ତୁ, ସେଥିରେ ବସା ଦହିକୁ ପକାଇ ଧିମା ଆଞ୍ଚ କରି ବସାଇ ଦିଅନ୍ତୁ। କିଛି ସମୟ ପରେ ସେଥିରେ ପାଣି ଦେଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୨୦ରୁ ୨୫ ମିନିଟ ପରେ ଘୋଡ଼ଣୀ କାଢ଼ି ଦିଅନ୍ତୁ। ସେଥିରେ ଗୁଜରାତି ଗୁଣ୍ଡ ଓ ଗୋଟା ଲବଙ୍ଗ ପକାଇ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ମଟନ। ଏହାକୁ ଭାତ ଓ ରୁଟି ସହ ଖାଇପାରିବେ।
ଆବଶ୍ୟକ ସାମଗ୍ରୀ: ଶାଗୁ, ମିଶିରି, ନଡ଼ିଆ କୋରା, ଛେନା, କଟା ଅଙ୍ଗୁର, ବେଦନା, କାଜୁ, ଆଲମଣ୍ଡ, ଚେରି, କଦଳି, ସେଓ, ଦହି, ଗୋଲମରି ଗୁଣ୍ଡ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଶାଗୁକୁ ୨ରୁ ୩ ଘଣ୍ଟା ପୂର୍ବରୁ ଭିଜାଇ ରଖି ଦିଅନ୍ତୁ। ଏହା ଭଲ ଭାବରେ ଭିଜିଗଲା ପରେ ଶାଗୁକୁ ପାଣିରୁ ଛାଣି ଅନ୍ୟ ପାତ୍ରରେ ରଖନ୍ତୁ। ପରେ ଦହିକୁ ଏକ ପାତ୍ରକୁ ଆଣି ଭଲ କରି ଗୋଳାନ୍ତୁ। ପରେ ସେଥିରେ ଅଳ୍ପ ମିଶିର ପାଣି ପକାନ୍ତୁ। ପରେ ତାକୁ କିଛି ସମୟ ଗୋଳାନ୍ତୁ। ଏହାପରେ ସେଥିରେ ଶାଗୁ, ନଡ଼ିଆ କୋରା, ଛେନା, କଟା ଅଙ୍ଗୁର, ବେଦନା, କଟା କଦଳି, କଟା ସେଓ ଓ ଗୋଲମରି ଗୁଣ୍ଡ ପକାଇ ହାଲକା ଭାବରେ ଚକଟି ଦିଅନ୍ତୁ। ପରେ ଏହାକୁ ଏକ ଗ୍ଲାସକୁ ଢ଼ାଳି ରଖନ୍ତୁ। ତା’ ଉପରେ କାଜୁ, ଆଲମଣ୍ଡ ଓ ଚେରି ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଶାଗୁ ପଣା। ଏହାକୁ ଆପଣ ଉପବାସରେ ମଧ୍ୟ ଖାଇପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଧୋଇ ରଖନ୍ତୁ। ଏହାପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଟମାଟୋ ପ୍ୟୁରି, ଅଦାରସୁଣ ପେଷ୍ଟ, ଦହି, ଗରମ ମସଲାଗୁଣ୍ଡ, ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ମସଲା ଗୋଳା ମାଛକୁ ନାଲି ହେବା ପର୍ଯ୍ୟନ୍ତ ଭାଜନ୍ତୁ।
ପୁଣି କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ସେଥିରେ ସୋରିଷ, ଜିରା, ଶୁଖିଲା ଲଙ୍କା ଓ ଭୃଷଙ୍ଗ ପତ୍ର ପକାଇ ଛୁଙ୍କ ପ୍ରସ୍ତୁତ କରନ୍ତୁ। ଛୁଙ୍କ ଅଳ୍ପ ଥଣ୍ଡା ହେବା ପରେ ଦହିରେ ଗୋଳାଇ ଦିଅନ୍ତୁ। ଏହାପରେ ଦହି ଛୁଙ୍କକୁ ଭଜା ମାଝ ଉପରେ ପକାଇ ଦିଅନ୍ତୁ। ଏଥର ପ୍ରସ୍ତୁତ ହୋଇଗଲା ଦହି ମାଛ । ଗରମ ଗରମ ଭାତ ସହ ଏହାର ମଜା ନେଇପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନରେ ବସାଦହି, ଲଙ୍କାଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ମ୍ୟାରିନେଟ କରନ୍ତୁ। କରେଇରେ ତେଲ ଗରମ କରି ମ୍ୟାରିନେଟ ଚିକେନ୍କୁ ଭାଜି ରଖନ୍ତୁ। ପୁଣି କରେଇରେ ତେଲ ଗରମ କରି ପିଆଜ ବଟା, ଅଦା ରସୁଣ ବଟା ପକାଇ ଭଲ ଭାବେ କଷନ୍ତୁ।
ମସଲା ଅଳ୍ପ କଷି ହେବା ପରେ ଟମାଟୋ ପ୍ୟୁରି, ଧନିଆ ପାଉଡର, ଜୀରା ପାଉଡ଼ର, ଗରମ ମସଲା, ଲୁଣ ଓ କ୍ଷୀର ପକାଇ ଭଲ ଭାବେ ଗୋଳାନ୍ତୁ। ମସଲା ଭଲ ଭାବେ କଷି ହେବା ପରେ ପାଣି ଓ ଭାଜି ରଖିଥିବା ଚିକେନକୁ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ଚିକେନରେ କ୍ରିମ୍, ଚାଟ ମସାଲା ଓ ଗୋଟା କଞ୍ଚାଲଙ୍କା ପକାଇ ଗୋଳାଇ ଦିଅନ୍ତୁ ଓ ଏହାକୁ ୫ ମିନିଟ୍ ଘୋଡ଼ାଇ ରଖନ୍ତୁ।
ଏବେ ପ୍ରସ୍ତୁତ ହୋଇଯିବ ଗରମାଗରମ କ୍ରିମି ଚିକେନ। ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାଳ ଛତୁକୁ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାକୁ ହଳଦି କିଛି ସମୟ ଭିଜାଇ ରଖନ୍ତୁ । ପରେ ଛତୁକୁ ପାଣିରୁ ଚିପୁଡ଼ି ଏକ ପ୍ଲେଟ୍ରେ ରଖନ୍ତୁ ।
ଏବେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ କଟା ପିଆଜକୁ ପକାନ୍ତୁ । ପିଆଜ ଅଳ୍ପ ଭାଜି ହୋଇ ଲାଲ୍ ହୋଇ ଆସିଲେ ସେଥିରେ ଛତୁକୁ ପକାଇ ଭାଜନ୍ତୁ । ଛତୁ ଅଳ୍ପ ଭାଜି ହେବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ସେଥିରେ ଆବଶ୍ୟକ ଅନୁସାରେ ବସା ଦହି, ଲୁଣ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା-ସୋରିଷ-ଅଦା-ରସୁଣ ବଟା ଓ ଆମ୍ବୁଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାପରେ ମସଲା ଗୋଳା ଛତୁକୁ ଏକ କଦଳୀପତ୍ରରେ ଗୋଡ଼ାଇ ଇଟିଲି ଛାଞ୍ଚରେ ରଖି ଗ୍ୟାସରେ ବସାଇ ଦିଅନ୍ତୁ। ଏହାକୁ ୧୫ରୁ ୨୦ମିନିଟ୍ ପର୍ଯ୍ୟନ୍ତ ଇଟିଲି ଛାଞ୍ଚରେ ବସାଇ ଦିଅନ୍ତୁ। ପରେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ।
ଥଣ୍ଡା ହୋଇଗଲା ପରେ କଦଳୀପତ୍ରରେ ଗୋଡ଼ାଇ ରଖିଥିବା ଛତୁକୁ ବାହାରକୁ କାଢି ଦିଅନ୍ତୁ। ତାକୁ ଏକ ପ୍ଲେଟ୍କୁ କାଢ଼ି କଟା କଞ୍ଚା ଲଙ୍କା ଓ ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା କଦଳୀ ପତ୍ର ବାମ୍ପ ଛତୁ। କଦଳୀ ପତ୍ର ବାମ୍ପ ଛତୁକୁ ରୁଟି ଓ ଭାତ ସହ ଖାଇପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ସେଥିରେ ଗୋଟା ଜିରା ପକାନ୍ତୁ। ଜିରା ଟିକେ ଭାଜି ହୋଇଯିବା ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ଏହା ଭାଜି ହୋଇଯିବା ପରେ ଅଦାରସୁଣ ପେଷ୍ଟ ପକାଇ କିଛି ସମୟ କଷନ୍ତୁ। ଏହା କଷି ହେବା ପରେ ସେଥିରେ କଟା ଟମାଟୋ, ଆବଶ୍ୟକ ଅନୁସାରେ ହଳଦୀ ଗୁଣ୍ଡ, ଲଙ୍କା ପାଉଡର ଓ ଲୁଣ ପକାଇ କିଛି ସମୟ ପାଇଁ କଷନ୍ତୁ। ମସଲା କଷି ହେବା ପରେ ସେଥିରେ ଅଳ୍ପ ପାଣି ଦେଇ ଢାଙ୍କି ଦିଅନ୍ତୁ।
ପରେ ସେଥିରେ କଚା ଅଣ୍ଡାକୁ ଭାଙ୍ଗି ପକାଇ ଦିଅନ୍ତୁ। ପରେ ତା’ ଉପରେ ଗୋଲମରିଚ ପାଉଡର ଓ ଧନିଆ ପତ୍ର ପକାଇ ଢାଙ୍କି ଦିଅନ୍ତୁ। କିଛି ସମୟ ପରେ ଅଣ୍ଡା ମସଲାକୁ ଓଲଟାଇ ଦିଅନ୍ତୁ। ପରେ ତା’ ଉପରେ ଗରମ ମସଲା ପକାଇ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚଟପଟା ଅଣ୍ଡା ମସଲା। ଏହାକୁ ଆପଣ ଭାତ ରୁଟି ସହ ଖାଇପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ୟାସ୍ରେ ପ୍ୟାନ୍ ବସାଇ ସେଥିରେ ପାଣି ଗରମ କରନ୍ତୁ। ଏହା ପରେ ସେଥିରେ କଞ୍ଚା ସିମେଇ ପକାଇ ସିଝାନ୍ତୁ। କିଛି ସମୟ ଫୁଟିଲା ପରେ ସିମେଇ ସିଝିଯିବ। ଏହାପରେ ପାଣିରୁ ଛାଣି ସିମେଇକୁ ଏକ ପାତ୍ରରେ ରଖନ୍ତୁ। ଏହାକୁ ଥଣ୍ଡା ପାଣିରେ କିଛି ସମୟ ଭିଜାଇ ରଖନ୍ତୁ। ଏହି ପରି କଲେ ସିମେଇ ଲାଗିବ ନାହିଁ।
ଏହା ପରେ ବସା ଦହି ନେଇ ସେଥିରେ ଆବଶ୍ୟକ ଅନୁସାରେ ଚିନି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ରୋଜ୍ ଏସେନ୍ସ ପକାଇ ଆଉ ଥରେ ଭଲ ଭାବେ ଗୋଳାଇ ଦିଅନ୍ତୁ।
ପରେ ଦୁଇଟି କାଚ ଗ୍ଲାସ୍ ନେଇ ସେଥିରେ ସିଝାଇ ରଖିଥିବା ସିମେଇ ପକାନ୍ତୁ। ପରେ ସେଥିରେ ଦହି ପକାନ୍ତୁ। ଅଧା ଦହି ପକାଇ ସେଥିରେ କଟା ହୋଇଥିବା ଫଳ ଗୁଡ଼ିକୁ ପକାଇ ବରଫ ପକାନ୍ତୁ। ଏହା ପରେ ପୁଣି ଦହି ପକାଇ ଗ୍ଲାସ୍ ଫୁଲ୍ କରି ଦିଅନ୍ତୁ। ଏପରି କଲା ପରେ ସେଥିରେ ନିଜ ପସନ୍ଦ ଅନୁସାରେ ଆଇସ୍କ୍ରୀମ୍ ପକାନ୍ତୁ। ଏହା ପରେ ସେଥିରେ ଡ୍ରାଏ ଫ୍ରୁଟସ୍କୁ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଲସି।
ଆବଶ୍ୟକ ସାମଗ୍ରୀ: ଦହି, ପାଣି, ଚିନି, କେଶର, ପିସ୍ତା
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଦହି ନିଅନ୍ତୁ। ତାକୁ ଭଲ ଭାବରେ ଭେଣ୍ଟନ୍ତୁ। ପରେ ସେଥିରେ ଅଳ୍ପ ପାଣି ଓ ଚିନି ଦେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହାପରେ ଏକ ପାତ୍ରରେ ଅଳ୍ପ କ୍ଷୀର ଗରମ କରନ୍ତୁ। କ୍ଷୀର ଗରମ ହେବା ପରେ ସେଥିରେ ଅଳ୍ପ କେଶର ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ପିସ୍ତା ପକାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ।
ପରେ ଏକ ଗ୍ଲାସରେ ଦହିକୁ ଆଣି ସେଥିରେ ଗ୍ରାଇଣ୍ଡିଂ କରିଥିବା ପିସ୍ତା ଓ କେଶର ମିଶ୍ରଣକୁ ପକାଇ ଦିଅନ୍ତୁ। ପରେ ତାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କେଶର ପିସ୍ତା ଲସି।
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଚିଙ୍ଗୁଡିକୁ ପରିଷ୍କାର କରି ଧୋଇ ଦିଅନ୍ତୁ। ଚିଙ୍ଗୁଡିକୁ ଧୋଇସାରିବା ପରେ ସେଥିରେ ଆବଶ୍ୟକ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ, ଅଦା ରସୁଣ ବଟା ଓ ପିଆଜ ବଟା ପକାଇ ତାକୁ ଗୋଳାଇ ଦିଅନ୍ତୁ। ପରେ ତାକୁ କିଛି ସମୟ ପାଇଁ ଫ୍ରିଜରେ ରଖି ଦିଅନ୍ତୁ।
ପରେ ମାଟିହାଣ୍ଡିକୁ ଗ୍ୟାସରେ ବସାଇ ଗରମ କରନ୍ତୁ। ହାଣ୍ଡି ଗରମ ହୋଇଯିବା ପରେ ସେଥିରେ ତେଲ ପକାନ୍ତୁ। ପରେ ସେଥିରେ ତେଜପତ୍ର ଓ ଗୁଟା ମସଲା ପକାନ୍ତୁ। ଏହା ଭାଜି ହୋଇଗଲା ପରେ କଟା ପିଆଜ ପକାନ୍ତୁ। ପିଆଜ ନାଲି ହୋଇଗଲା ପରେ ସେଥିରେ ଅଦା ରସୁଣ ବଟା, ପିଆଜ ବଟା ପକାଇ କଷନ୍ତୁ। ପରେ ସେଥିରେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଜିରାଗୁଣ୍ଡ, ଧନିଆଗୁଣ୍ଡ, ଟମାଟୋ ଓ ଆବଶ୍ୟକ ଅନୁସାରେ ଲୁଣ ପକାଇ ମସଲାକୁ ଭଲ ଭାବେ କଷି ଦିଅନ୍ତୁ।
ମସଲା କଷି ହୋଇଗଲା ପରେ ପୂର୍ବରୁ ରଖିଥିବା ଚିଙ୍ଗୁଡିକୁ ସେଥିରେ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଅଳ୍ପ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ। ଏହା ଫୁଟିବା ପରେ ସେଥିରେ ଗରମ ମସଲା ଓ ଧନିଆ ପତ୍ର ପକାଇ ଦିଅନ୍ତୁ। ପରେ ହାଣ୍ଡିକୁ ଗ୍ୟାସ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମାଟିହାଣ୍ଡି ଚିଙ୍ଗୁଡି କଷା। ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କିଛି ମଇଦା ନିଅନ୍ତୁ। ସେଥିରେ ଘିଅ ପକାଇ କିଛି ସମୟ ଗୋଳାନ୍ତୁ। ପରେ ସେଥିରେ ପାଣି ଓ ଖାଇବା ସୋଢ଼ା ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ, ଯେପରି ମଇଦା ଭଲ ଭାବରେ ପାଣିସହ ମିଶିଯିବ। ଏହା ବହଳିଆ ରହିବ। ତା’ପରେ ଏହି ମିଶ୍ରଣକୁ କିଛି ସମୟ ଘୋଡ଼ାଇ ରଖି ଦିଅନ୍ତୁ।
ପରେ କରେଇରେ ପାଣି ଗରମ କରନ୍ତୁ। ପାଣି ଗରମ ହେବାପରେ ସେଥିରେ ଚିନି ପକାନ୍ତୁ। ପରେ ସେଥିରେ ଗୁଜୁରାତି ଗୁଣ୍ଡ, କେଶର ଓ କଲ୍ର ପକାଇ ଗୋଳାଇ ଦିଅନ୍ତୁ। ଶିରାଟି ହାତକୁ ଅଠାଳିଆ ଲାଗିଲେ ଗ୍ୟାସ ଚୁଲାକୁ ବନ୍ଦ କରି ଦିଅନ୍ତୁ। କିଛି ସମୟ ଏହାକୁ ଥଣ୍ଡା ପାଇଁ କରିବାକୁ ଛାଡ଼ି ଦିଅନ୍ତୁ।
ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପୂର୍ବରୁ ରଖିଥିବା ମଇଦା ମିଶ୍ରଣକୁ ଏକ କୋନ୍ରେ ଜିଲାପି ଆକାରରେ ସେଥିରେ ପକାନ୍ତୁ। ଜିଲାପି ଅଳ୍ପ ଲାଲ ହୋଇଯିବା ପରେ ତାକୁ କାଢ଼ି ପୂର୍ବରୁ ପ୍ରସ୍ତୁତ ହୋଇଥିବା ଶିରାରେ ପକାଇ କିଛି ସମୟ ରଖନ୍ତୁ। ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଜିଲାପି। ଏହାକୁ ପର୍ବପର୍ବାଣୀ କରି ଭଗବାନଙ୍କ ପାଖରେ ଭୋଗ ଲଗାଇପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଙ୍କଡ଼ାକୁ ସଫା କରି ତାର ଛୋଟ ଗୋଡ଼କୁ କାଟି ଛାଣି ରଖନ୍ତୁ। କଙ୍କଡ଼ାରେ ଲୁଣ, ହଳଦୀ ଗୁଣ୍ଡ ଓ ଲେମ୍ବୁ ରସ ପକାଇ ମ୍ୟାରିନେଟ୍ କରି ରଖନ୍ତୁ। ନଡ଼ିଆ କୋରା, ପିଆଜ, ପୋସ୍ତ, ଜୀରା, ଲବଙ୍ଗ, ଡାଲଗିନି, ଗୁଜୁରାତି, ଗୋଲମରିଚ, ଧନିଆ ଓ ତେଜପତ୍ରକୁ ଭାଜି ବାଟି ରଖନ୍ତୁ।
କରେଇରେ ତେଲ ଗରମ କରି ଗୋଟା ମସଲା ଓ ପିଆଜ କଟା ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲା ପରେ ସେଥିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆପତ୍ର, ଟମାଟୋ, କଞ୍ଚାଲଙ୍କା, ଅଦାରସୁଣ ବଟା ପକାଇ ଭଲ ଭାବେ କଷନ୍ତୁ।
ମସଲା ଅଳ୍ପ କଷି ହେବା ପରେ ପ୍ରସ୍ତୁତ ଥିବା ଗୋଟା ମସଲାବଟା ଓ ଲୁଣ ପକାଇ ଭଲଭାବେ ଗୋଳାନ୍ତୁ। ଏହାପରେ ମ୍ୟାରିନେଟ୍ କଙ୍କଡ଼ାକୁ ପକାଇ ଗୋଳାଇ ଘୋଷଣୀ ଘୋଡ଼ାଇ ଦିଅନ୍ତୁ।
କିଛି ସମୟ ପରେ ଘୋଡ଼ଣୀ ବାହାର କରି ପ୍ରସ୍ତୁତ କଙ୍କଡ଼ା ଗୋଡ଼କୁ ପକାଇ ଗୋଳାନ୍ତୁ ଓ ଅଳ୍ପ ପାଣି ଦେଇ ଘୋଡ଼ଣି ଘୋଡ଼ାଇ ଦିଅନ୍ତୁ। ୨ରୁ ୫ ମିନିଟ୍ ପରେ ଘୋଡ଼ଣୀ ବାହାର କରି ଧନିଆଁପତ୍ର ଓ କଞ୍ଚାଲଙ୍କା ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ।
ଆବଶ୍ୟକ ସାମଗ୍ରୀ: ଗୁଆ ଘିଅ, ଚିନି, ଅଟା, ବେସନ, ଲୁଣ, ବ୍ରେକିଂ ପାଉଡର, କ୍ଷୀର
ପ୍ରସ୍ତୁତି ପ୍ରଣାଳୀ: ଏକ ପାତ୍ରରେ କିଛି ଗୁଆ ଘିଅ ନିଅନ୍ତୁ। ସେଥିରେ ଚିନିକୁ ଗ୍ରାଇଣ୍ଡିଂ କରି ପକାନ୍ତୁ। ଏହାକୁ ଭଲଭାବରେ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଗୋଳାନ୍ତୁ। ଆପଣ ଯେତେ ଭଲ ଭାବରେ ଗୋଳାଇବେ, ବିସ୍କୁଟଟି ସେତେ କ୍ରିପ୍ସି ହେବ।
ଚିନି ଗୁଆ ଘିଅକୁ ଭଲ ଭାବରେ ଗୋଳାଇ ସାରିବା ପରେ ସେଥିରେ ଅଟା ପକାନ୍ତୁ। ପରେ ସେଥିରେ ବେସନ, ସ୍ୱାଦ ଅନୁସାରେ ଲୁଣ, ଆବଶ୍ୟକ ଅନୁସାରେ ବ୍ରେକିଂ ପାଉଡର ଓ କ୍ଷୀର ପକାଇ ଭଲଭାବରେ ଚକଟନ୍ତୁ। ଏହାକୁ ଭଲ ଭାବରେ ଚକଟି ସାରିବା ପରେ ବିସ୍କୁଟ ଆକାରରେ ଗଢ଼ନ୍ତୁ। ଟ୍ରେରେ ବିସ୍କୁଟକୁ ରଖି ଦିଅନ୍ତୁ। ପରେ ଓଭାନକୁ ଗରମ କରନ୍ତୁ। ଏହା ପରେ ବିସ୍କୁଟ ଟ୍ରେକୁ ଓଭାନରେ ରଖି ଦିଅନ୍ତୁ। ୧୦ରୁ ୧୫ ମିନିଟ୍ ଓଭାନ ଭିତରେ ଏହାକୁ ରଖନ୍ତୁ। ପରେ ଏହା ପରେ ବହାରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଅଟା ବିସ୍କୁଟ ।
ବିବିଧତାରେ ପରିପୂର୍ଣ୍ଣ ଆମ ଭାରତ। ଯାହାର ସଂସ୍କୃତି ଓ ପରମ୍ପରା ବିଶ୍ୱବିଖ୍ୟାତ। ଏଥିସହ ଓଡ଼ିଶାରୁ ଉତ୍ପାଦିତ ଦ୍ରବ୍ୟରେ, ମନୁଷ୍ୟକୃତ କିମ୍ବା ପ୍ରାକୃତିକ, ରହିଛି ଅନେକ ସ୍ୱତନ୍ତ୍ରତା ଏବଂ ବିଶେଷତା ଅର୍ଥାତ୍ ଗୋଟିଏ ସ୍ଥାନରୁ ମିଳୁଥିବା ନିର୍ଦ୍ଦିଷ୍ଟ କିଛି ସାମଗ୍ରୀ ଅନ୍ୟ ସ୍ଥାନରେ ମିଳେନି ବା ତାହା ବିରଳ କିମ୍ବା ଦୁର୍ଲଭ ପାଲଟିଯାଏ।
ତେବେ ଏସବୁ ଅନନ୍ୟ ସାମଗ୍ରୀ ପାଇଁ ସେହି ଅଞ୍ଚଳ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। ତେବେ ଏହାକୁ ଦୃଷ୍ଟିରେ ରଖି ଆମ ରାଜ୍ୟର ଅନେକ ସାମଗ୍ରୀକୁ ସରକାରଙ୍କ ପକ୍ଷରୁ ଜିଆଇ ମାନ୍ୟତା ମିଳିଛି।
ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, ଖଜୁରୀ ଗୁଡ଼, ଢେଙ୍କାନାଳ ମଗଜି, ମୟୂରଭଂଜ କାଇ ଚଟଣୀକୁ ମିଳିଛି ଜିଓଗ୍ରାଫିକାଲ ଆଇଡେଣ୍ଟିଫିକେସନ ମାନ୍ୟତା ବା ଜିଆଇ ଟ୍ୟାଗ୍। ସେହିପରି କେନ୍ଦ୍ରାପଡ଼ାର ରସାବଳି, ଡଙ୍ଗରିଆ କନ୍ଧଙ୍କ ଏମ୍ବ୍ରୋଡରୀ ସାଲ୍ ଓ କୋରାପୁଟ କଳାଜିରା ଧାନ ଏବଂ ଲାଞ୍ଜିଆ ସୌରା ଚିତ୍ରକଳାକୁ ବି ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍କୁ ଭଲ ଭାବେ ଧୋଇ ସେଥିରେ ପୋସ୍ତ ବଟା ଏବଂ ଅଦା-ରସୁଣ-ଜିରା-ସୋରିଷ ପେଷ୍ଟ୍ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ଅଦା-ରସୁଣ-ପିଆଜ ବଟା ମଧ୍ୟ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ଅଳ୍ପ କଟା ପିଆଜ, ହଳଦି ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାନ୍ତୁ।
ଏହାପରେ ରସୁଣ ଛେଚା, କଟା ଟମାଟୋ, ଗୋଲ ମରିଚ ଗୁଣ୍ଡ, ଧନିଆ ପତ୍ର, ସ୍ୱାଦ ଅନୁସାରେ ଲୁଣ ଏବଂ ଲେମ୍ବୁ ରସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହାକୁ କିଛି ସମୟ ଢାଙ୍କି ରଖି ଦିଅନ୍ତୁ।
ତା’ପରେ ଏକ ମାଟି ପାତ୍ରରେ ତେଲ ଗରମ କରି ସାମାନ୍ୟ କଟା ହୋଇଥିବା ଗୋଟା କଞ୍ଚା ଲଙ୍କା, କଟା ପିଆଜ ଓ ଭୁର୍ସୁଙ୍ଗ ପତ୍ର ପକାଇ ଛୁଙ୍କ କରନ୍ତୁ।ଏହାପରେ ମ୍ୟାରିନେଟ୍ ଚିକେନ୍କୁ ଛୁଙ୍କରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ମାଟି ପାତ୍ରକୁ ଘୋଡ଼ାଇ ଦିଅନ୍ତୁ ଓ ଚିକେନକୁ ସିଝିବାକୁ ଛାଡ଼ି ଦିଅନ୍ତୁ। ପାଞ୍ଚ ଦଶ ମିନିଟ୍ରେ ଥରେ ଘୋଡ଼ଣି କାଢ଼ି ଚିକେନ୍କୁ ଭଲ ଭାବେ ଗୋଳାଇ ଦିଅନ୍ତୁ, ନ ହେଲେ ଚିକେନ୍ ମାଟି ପାତ୍ରରେ ଲାଗି ଯାଇପାରେ। ପ୍ରାୟ ଅଧା ଘଣ୍ଟା ପରେ ଚିକେନ୍ ସିଝି ଯିବା ପରେ ଏଥିରେ ଧନିଆ ପତ୍ର ପକାନ୍ତୁ ଓ ପାତ୍ରଟିକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ମାଟି ହାଣ୍ଡି ପୋସ୍ତ ଚିକେନ୍’। ଆପଣ ଏହି ରେସିପିଟିକୁ ଉଭୟ ଭାତ ଓ ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମଇଦା,ସୁଜି ଓ ଛେନାକୁ ଏକାଠି ମିଶାଇ ଭଲଭାବେ ଚକଟନ୍ତୁ। ଏହାପରେ ଏହାକୁ ହାତରେ ଗୋଲ ଗୋଲ କରନ୍ତୁ। ଏବେ ଗ୍ୟାସରେ କଡେଇ ବସେଇ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହେବାପରେ ସେଥିରେ, ଗୋଲ ଗୋଲ କରି ରଖିଥିବା ଚପକୁ ପକାଇ ଫ୍ରାଏ କରନ୍ତୁ। ଉଭୟ ପାଖ ଭଲଭାବେ ଫ୍ରାଏ ହେବା ପରେ ଏକ ପ୍ଲେଟକୁ କାଢି ଦିଅନ୍ତୁ। କିନ୍ତୁ ମନେ ରଖିବେ, ଏହାକୁ ମଧ୍ୟମ ଆଂଚରେ ଫ୍ରାଏ କରିବେ।
ପୁଣି ଥରେ କଡେଇକୁ ଗରମ କରନ୍ତୁ। ଏହା ଗରମ ହେବା ପରେ ସେଥିରେ, ଅଳ୍ପ ପାଣି ଓ କ୍ଷୀର ଢାଳି ଫୁଟାନ୍ତୁ। ଏହା ଫୁଟିବା ପରେ, ସେଥିରେ ଚିନି, ମିଲ୍କମେଡ ପକାଇ ଏହା ବହଳିଆ ହେବା ଯାଏଁ ଫୁଟାନ୍ତୁ। ଏହି ମିଶ୍ରଣ ବହଳିଆ ହୋଇ ଆସିଲେ, ସେଥିରେ ଗୁଜୁରାତି ପାଉଡର, ତେଜପତ୍ର, କଟା, କାଜୁ, କଟା ପିସ୍ତାବାଦାମ ପକାଇ ଗୋଳାନ୍ତୁ।
ଏହାପରେ ସେଥିରେ ଫ୍ରାଏ କରି ରଖିଥିବା ଚପ୍ ପକାଇ ଗ୍ୟାସ୍ ବନ୍ଦ କରନ୍ତୁ। କିଛି ସମୟ ପରେ ଏକ ପ୍ଲେଟକୁ କାଢି ସମସ୍ତଙ୍କୁ ପରଷନ୍ତୁ। ପ୍ରସ୍ତୁତ ହୋଇଗଲା ମିଠା ଚପ୍। ନୂଆବର୍ଷରେ ଘରେ ତିଆରି କରି ପରିବାର ଲୋକଙ୍କୁ ଖୁଆନ୍ତୁ, ନିଜେ ମଧ୍ୟ ଖାଆନ୍ତୁ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡିରୁ ଚୋପା ଛଡ଼ାଇ ତାକୁ ଧୋଇ ଏକ ପାତ୍ରରେ ରଖିଦିଅନ୍ତୁ। ତା’ପରେ ଚିଙ୍ଗୁଡ଼ିରେ ଅଦା ରସୁଣ ପେଷ୍ଟ, କର୍ଣ୍ଣଫ୍ଲୋର,ଅଣ୍ଡା ଲୁଣ, ଗୋଲମରିଚ ଗୁଣ୍ଡ, ସୋୟା ସସ୍, ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ଏହି ମିଶ୍ରଣକୁ ଅଧଘଣ୍ଟା ଯାଏ ମାରିନେଟ୍ କରିବା ପାଇଁ ରଖି ଦିଅନ୍ତୁ। ତା’ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ମାରିନେଟ୍ ହୋଇ ରହିଥିବା ଚିଙ୍ଗୁଡ଼ିକୁ ପକାଇ ଛାଣନ୍ତୁ। ଚିଙ୍ଗୁଡ଼ିକୁ ଛାଣି ଏକ ପାତ୍ରରେ ରଖନ୍ତୁ।
ତା’ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ କଟା ପଆଜକୁ ପକାଇ ଭାଜନ୍ତୁ। ପରେ କଟା ରସୁଣ, କଟା ଅଦା ଓ କଞ୍ଚା ଲଙ୍କା ପକାଇ କିଛି ସମୟ ଭାଜନ୍ତୁ। ଏହାପରେ ସେଥିରେ ଶେଜୱାନ ସସ୍, ସୋୟା ସସ୍, ଭିନେଗାର,ସ୍ୱାଦନୁସାରେ ଲୁଣ, ଗୋଲମରିଚ ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ପରେ ଏଥିରେ ଅଳ୍ପ କର୍ଣ୍ଣଫ୍ଲୋର ଓ ପାଣି ମିଶାଇ ଫୁଟାନ୍ତୁ।
ଏହାପରେ ଆଗରୁ ଛଣା ହୋଇଥିବା ଚିଙ୍ଗୁଡ଼ିକୁ ଏଥିରେ ପକାଇ ଗୋଳାଇ ଦିଅନ୍ତୁ। ଧିମା ଆଞ୍ଚରେ କିଛି ସମୟ ପାଇଁ ବସାଇ ଦିଅନ୍ତୁ। ଚିଙ୍ଗୁଡିରୁପାଣି ଟିକେ ମରି ଯିବା ପରେ ଗ୍ୟାସ ଚୁଲାକୁ ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଶେଜୱାନ୍ ଚିଙ୍ଗୁଡ଼ି। ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଙ୍କଡ଼ାକୁ ଭଲ ଭାବେ ଧୋଇ ବନାଇ ଦିଅନ୍ତୁ। ସେଥିରେ ଲୁଣ ଓ ହଳଦି ପକାଇ ଗୋଳାଇ ଦିଅନ୍ତୁ। ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପାତ୍ରରେ ରଖିଥିବା କଙ୍କଡ଼ାକୁ ଭାଜନ୍ତୁ।
ଏହା ଭାଜି ହେଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ଗୋଲମରିଚ, ଜିରା, ପାନମଧୁରୀ ପକାଇ ଦିଅନ୍ତୁ। ପରେ ସେଥିରେ କଟା ପିଆଜ ପକାଇ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପିଆଜ ଭାଜି ହେଲା ପରେ ଅଦା ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଧନିଆ ପାଉଡ଼ର୍, ଟମାଟୋ ପକାଇ ମସଲାକୁ କଷନ୍ତୁ।
ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଓ ହଳଦି ପକାଇ ମସଲାକୁ ଭଲ ଭାବରେ କଷନ୍ତୁ। ମସଲା କଷି ହେବା ପରେ ନଡ଼ିଆ ରସକୁ ସେଥିରେ ପକାଇ ଗୋଳାଇ ଦିଅନ୍ତୁ। ପରେ ଭାଜି ରଖିଥିବା କଙ୍କଡ଼ାକୁ ସେଥିରେ ପକାଇ ଦେଇ ଗୋଳାଇ ଦିଅନ୍ତୁ। ସେଥିରେ ଅଳ୍ପ ପାଣି ଦେଇ ୩ରୁ୪ ମିନିଟ୍ ପର୍ଯ୍ୟନ୍ତ ଘୋଡ଼ଣୀ ଢ଼ାଙ୍କି ଦିଅନ୍ତୁ। ପରେ ଗ୍ୟାସ ଆଞ୍ଚକୁ ବନ୍ଦ କରି ଦିଅନ୍ତୁ। ତା’ ଉପରେ ଧନିଆ ପତ୍ର ଓ ଗରମ ମସଲା ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଙ୍କଡ଼ା ନଡ଼ିଆ ରସା । ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଭଲ ଭାବରେ ଧୋଇ ସେଥିରେ ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଏବଂ ଅଦା ରସୁଣ ପେଷ୍ଟ ଗୋଳାଇ ମ୍ୟାରିନେଟ୍ କରି ରଖନ୍ତୁ। ଏହା ପରେ ଏକ କଡ଼େଇରେ ତେଲ ଗରମ କରି ସେଥିରେ ମାଛ ଗୁଡ଼ିକୁ ଭାଜି ଥଣ୍ଡା କରିଦିଅନ୍ତୁ। ଥଣ୍ଡା ମାଛର କଣ୍ଟା ଛଡ଼ାଇ ଏକ ପାତ୍ରରେ ରଖନ୍ତୁ। ଏହା ପରେ ଦୁଇଟି ଅଣ୍ଡା ଏକ ପାତ୍ରରେ ଭାଙ୍ଗନ୍ତୁ। ସେଥିରେ ଲୁଣ, ହଳଦୀ ଗୁଣ୍ଡ, କଟା କଞ୍ଚା ଲଙ୍କା, କଟା ପିଆଜ ପକାଇ ଗୋଳାଇ ଦିଅନ୍ତୁ।
ଏବେ ଗ୍ୟାସ୍ରେ ତାୱା ବସାଇ ତେଲ ଗରମ କରି ଫେଣ୍ଟା ଯାଇଥିବା ଅଣ୍ଡାକୁ ସେଥିରେ ଅମ୍ଲେଟ୍ ଭଳି କରନ୍ତୁ। ଏହି ସମୟରେ ଗ୍ୟାସ୍ର ଆଞ୍ଚ କମ୍ ରଖିବେ। ଏହା ପରେ ଅମ୍ଲେଟ୍ ଉପରେ ପୂର୍ବରୁ ପ୍ରସ୍ତୁତ କରିଥିବା ମାଛ, କଟା ଧନିଆ ପତ୍ର, ଗୋଲମରିଚ ଗୁଣ୍ଡ ପକାଇ ଘୋଡ଼ଣି ଦେଇ ସିଝିବାକୁ ଛାଡ଼ି ଦିଅନ୍ତୁ। କିଛି ସମୟ ଭିତରେ ପ୍ରସ୍ତୁତ ହୋଇଯିବ ଫିସ୍ ଅମ୍ଲେଟ୍। ଏହାକୁ ଆପଣ ରୁଟି ଓ ଭାତ ସହ ଖାଇପାରିବେ।
ପ୍ରସ୍ତୁତି ପ୍ରଣାଳୀ: ଏକ ପ୍ୟାନ୍ରେ ପାଣି ଗରମ କରନ୍ତୁ। ସେଥିରେ କଟା ହୋଇଥିବା, ଗାଜର, ଫ୍ରେଞ୍ଚ ବିନ୍ସ, କଟା ପିଆଜ, କଟା ରସୁଣ, ତେଜପତ୍ର, ଗୋଲମରିଚ ଗୁଣ୍ଡ ପକାନ୍ତୁ। ତାହାକୁ ଭଲ ଭାବେ ଫୁଟିବାକୁ ଦିଅନ୍ତୁ। ଏହାପରେ ଏହାକୁ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଭେଜିଟେବୁଲ ଷ୍ଟକ୍ ।
ଆଉ ଏକ ପାତ୍ରରେ କିଛି ବଟର ନିଅନ୍ତୁ। ତାହା ଗରମ ହୋଇଗଲେ ସେଥିରେ କିଛି ରସୁଣ ପକାନ୍ତୁ। ଏହାପରେ ସେଥିରେ ଛୋଟ ଛୋଟ କଟା ଯାଇଥିବା ଗାଜର ଓ ଫ୍ରେଞ୍ଚ ବିନ୍ସ, ଗ୍ରୀନ ମଟର ପକାନ୍ତୁ। ଏହାପରେ ସେଥିରେ ଆମେରିକାନ ସୁଇଟ କର୍ଣ୍ଣ , ଲୁଣ, ଗୋଲମରିଚ ଗୁଣ୍ଡ, କିଛି ବଟା ହୋଇଥିବାକର୍ଣ୍ଣ ପକାନ୍ତୁ। ଏହାକୁ ହାଲକା ଭାଜନ୍ତୁ। ଏହାପରେ ଭେଜିଟେବୁଲ ଷ୍ଟକକୁ ସେଥିରେ ପକାନ୍ତୁ।
ଫୁଟିଗଲା ପରେ ସେଥିରେ କଟା ଧନିଆପତ୍ର, ଅଳ୍ପ ଲୁଣ, କିଛି କର୍ଣ୍ଣଫ୍ଲୋର ଘୋଳ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ସୁଇଟ କର୍ଣ୍ଣ ସୁପ୍। ଶୀତ ଦିନରେ ସୁଇଟ କର୍ଣ୍ଣ ସୁପ୍ ପିଇବାକୁ ଭଲ ଲାଗିଥାଏ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍କୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଅଦା, ରସୁଣ, ଲଙ୍କା ପେଷ୍ଟ ଓ ଲେମ୍ବୁ ରସକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ପରେ ତାକୁ କିଛି ସମୟ ମ୍ୟାରିନେଟ୍ ପାଇଁ ଛାଡି ଦିଅନ୍ତୁ। ତା'ପରେ ଅନ୍ୟ ଏକ ପାତ୍ରରେ କାଜୁ ପେଷ୍ଟ, ମଲାଇ ଓ ଦହିକୁ ମିଶାନ୍ତୁ। ମ୍ୟାରିନେଟ୍ ହୋଇ ରହିଥିବା ଚିକେନ୍କୁ ସେଥିରେ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ଗରମ ମସଲା, ଗୋଲମରିଚ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଚାଟ୍ ମସଲା ପକାଇ ଗୋଳାଇ ଦିଅନ୍ତୁ।
ତା'ପରେ ସେଥିରେ ମହୁ, ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାନ୍ତୁ। ପୁଣି ଥରେ ମ୍ୟାରିନେଟ୍ କରିବା ଲାଗି ଅଧଘଣ୍ଟା ଯାଏ ଛାଡ଼ି ଦିଅନ୍ତୁ। ତା'ପରେ ଚିକେନ୍କୁ କାଠି ଭିତରେ ପୁରାଇ ରଖନ୍ତୁ। ପରେ କରେଇକୁ ଗରମ କରନ୍ତୁ। ସେଥିରେ ବଟର ପକାଇ କାଠି ଚିକେନକୁ ତା' ଉପରେ ରଖି ଦିଅନ୍ତୁ। ତାକୁ କିଛି ସମୟ ପାଇଁ ଢାଙ୍କି ଦିଅନ୍ତୁ। ଏହାର ରଙ୍ଗ ବାଦାମୀ ହୋଇ ଆସିଲେ ତାକୁ ଓଲଟାଇ ଦିଅନ୍ତୁ। ଦୁଇ ପାଖର ରଙ୍ଗ ବାଦାମୀ ହୋଇ ଆସିଲେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଚିକେନ୍ ଟିକା। ଏହାକୁ ଆପଣ ରୁଟି ଓ ଭାତ ସହ ଖାଇପାରିବେ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ନଡ଼ିଆକୁ କୋରି ତାର ରସ ବାହାର କରି ରଖନ୍ତୁ। ତା’ ପରେ ଚିଙ୍ଗୁଡିକୁ ଲୁଣ ଓ ହଳଦି ପକାଇ ଗୋଳାଇ ତାକୁ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହା ଭାଜି ହେଲା ଗଲାପରେ ତାକୁ ଏକ ପାତ୍ରରେ ରଖନ୍ତୁ। ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ପିଆଜକୁ ପକାଇ ଭାଜନ୍ତୁ। ପିଆଜର ରଙ୍ଗ ନାଲି ହୋଇଯିବା ପରେ ସେଥିରେ ନଡିଆ ରସକୁ ପକାଇ ଦିଅନ୍ତୁ। ତା’ ପରେ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ।
ଏହାପରେ ଭଜା ଚିଙ୍ଗୁଡିକୁ ସେଥିରେ ପକାଇ ଦିଅନ୍ତୁ। ସେଥିରେ ଲଙ୍କାଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ପକାଇ ତରକାରିକୁ କିଛି ସମୟ ପାଇଁ ଫୁଟିବାକୁ ଛାଡ଼ି ଦିଅନ୍ତି। ତରକାରିରୁ ପାଣି କମି ଆସିଲେ ସେଥିରେ ଧନିଆ ପତ୍ର, ଅଳ୍ପ ଗରମ ମସଲା ଓ କଞ୍ଚା ଲଙ୍କା ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡି ସରୁଆ। ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ।
ଡାଲି ଦର ବୃଦ୍ଧିକୁ ନେଇ ଗୃହିଣୀ ଓ ଖାଉଟିଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି। ଜଣେ ଗୃହିଣୀ କହିଛନ୍ତି, ଯେହେତୁ ଖାଇବା ମେନୁରୁ ଡାଲିକୁ ବାଦ ଦେଇହେଉନି, ଏହା ଘର ବଜେଟକୁ ବିଗାଡ଼ି ଦେଲାଣି। ତେଣୁ କମ୍ ଡାଲି ବ୍ୟବହାର ହେଉଥିବା ଖାଦ୍ୟକୁ ଆପଣେଇବାକୁ ବାଧ୍ୟ ହେଉଛନ୍ତି।
ବ୍ୟବସାୟୀ ସଂଘର କହିବା ଅନୁସାରେ, ଗତ ୬ ମାସ ହେଲା ଡାଲି ଦର ଲଗାତର ବଢ଼ି ଚାଲିଛି। ଅଳ୍ପ କେତୋଟି ବଡ଼ କର୍ପୋରେଟ ହାଉସଙ୍କ ମନମାନି ଯୋଗୁ ସୃଷ୍ଟି ହୋଇଛି ଏମିତି ସ୍ଥିତି। ଡାଲି ଅମଳ ବେଳେ ସେମାନେ ନିଜ ଗୋଦାମରେ ମହଜୁଦ କରି ରଖୁଛନ୍ତି ଓ ଜାଣିଶୁଣି କୃତ୍ରିମ ଦରବୃଦ୍ଧି ସୃଷ୍ଟି କରୁଛନ୍ତି। ବେଆଇନ୍ ହୋର୍ଡିଂ କରୁଥିବା କର୍ପୋରେଟ ହାଉସ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସୁସ୍ଥ ବ୍ୟବସାୟିକ ବାତାବରଣ ସୃଷ୍ଟି ହୋଇପାରିବ ଓ ଖାଉଟି ଉପକୃତ ହେବେ ବୋଲି କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା।
ପୂର୍ବରୁ ମହଙ୍ଗା ମାଡ଼ରେ ଆକ୍ତାମାକ୍ତା ଖାଉଟିକୁ ଏବେକାର ଡାଲି ମାଡ଼ରୁ ବଞ୍ଚାଇବାକୁ ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଟମ ଛତୁକୁ ଭଲ ଭାବରେ ଧୋଇ ରଖନ୍ତୁ। ପରେ ଛତୁର ଡେମ୍ଫକୁ ବାହାର କରି ଦିଅନ୍ତୁ। ଏହାପରେ ଏକ ପାତ୍ରରେ କର୍ଣ୍ଣଫ୍ଲୋର ନିଅନ୍ତୁ। ସେଥିରେ ବେସନ,ହଳଦୀ ଗୁଣ୍ଡ, ଗରମ ମସଲା, ଦହି, ଓ ଆବଶ୍ୟକ ଅନୁସାରେ ଲୁଣ ପକାଇ ଆଣ ପ୍ରସ୍ତୁତ କରନ୍ତୁ। ପରେ କରେଇରେ ତେଲ ଗରମ କରି ପ୍ରଥମେ କଟା ପିଆଜ ପକାଇ ଭାଜନ୍ତୁ।
ପିଆଜଟି ଟିକେ ଭାଜି ହେବାପରେ ସେଥିରେ କଟା କ୍ୟାପସିକମ, ପନିର କୋରା, କଟା କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ମକା ପକାନ୍ତୁ। ଏହାକୁ କିଛି ସମୟ ଭଲ ଭାବରେ ଭାଜନ୍ତୁ। ଏହା ଭାଜି ହେବା ପରେ ମସଲାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏହାପରେ ବଟମ ଛତୁ ଭିତରେ ମସଲାକୁ ପୂରାଇ ପ୍ରସ୍ତୁତ ଆଣରେ ବୁଡ଼ାନ୍ତୁ ଏବଂ ଏହାକୁ ବ୍ଲେଡକର୍ଣ୍ଣରେ ଗୋଳାଇ ଛାଣନ୍ତୁ। ପ୍ରସ୍ତୁତ ହୋଇଗଲା ଷ୍ଟଫ୍ଡ ମସରୁମ୍। ଏହାକୁ ଆପଣ ରୁଟି ଓ ଭାତ ସହିତ ଖାଇପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଟମ ଛତୁକୁ ଭଲ ଭାବରେ ଧୋଇ ରଖନ୍ତୁ। ପରେ ଛତୁର ଡେମ୍ଫକୁ ବାହାର କରି ଦିଅନ୍ତୁ। ଏହାପରେ ଏକ ପାତ୍ରରେ କର୍ଣ୍ଣଫ୍ଲୋର ନିଅନ୍ତୁ। ସେଥିରେ ବେସନ,ହଳଦୀ ଗୁଣ୍ଡ, ଗରମ ମସଲା, ଦହି, ଓ ଆବଶ୍ୟକ ଅନୁସାରେ ଲୁଣ ପକାଇ ଆଣ ପ୍ରସ୍ତୁତ କରନ୍ତୁ। ପରେ କରେଇରେ ତେଲ ଗରମ କରି ପ୍ରଥମେ କଟା ପିଆଜ ପକାଇ ଭାଜନ୍ତୁ।
ପିଆଜଟି ଟିକେ ଭାଜି ହେବାପରେ ସେଥିରେ କଟା କ୍ୟାପସିକମ, ପନିର କୋରା, କଟା କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ମକା ପକାନ୍ତୁ। ଏହାକୁ କିଛି ସମୟ ଭଲ ଭାବରେ ଭାଜନ୍ତୁ। ଏହା ଭାଜି ହେବା ପରେ ମସଲାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏହାପରେ ବଟମ ଛତୁ ଭିତରେ ମସଲାକୁ ପୂରାଇ ପ୍ରସ୍ତୁତ ଆଣରେ ବୁଡ଼ାନ୍ତୁ ଏବଂ ଏହାକୁ ବ୍ଲେଡକର୍ଣ୍ଣରେ ଗୋଳାଇ ଛାଣନ୍ତୁ। ପ୍ରସ୍ତୁତ ହୋଇଗଲା ଷ୍ଟଫଡ୍ ମସରୁମ୍। ଏହାକୁ ଆପଣ ରୁଟି ଓ ଭାତ ସହିତ ଖାଇପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପନିରକୁ ଛୋଟ ଛୋଟ ଆକାରରେ କାଟି ଏକ ପାତ୍ରରେ ରଖନ୍ତୁ। ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ପିଆଜକୁ ପକାଇ ଅଳ୍ପ ଭାଜନ୍ତୁ। ପିଆଜ ଭାଜି ହୋଇଯିବାପରେ ତାକୁ ଏକ ପ୍ଲେଟ୍କୁ କାଢ଼ି ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ। ପିଆଜ ଥଣ୍ଡା ହେଲା ପରେ ତାକୁ ଗ୍ରାଇଣ୍ଡିଂ କରି ପେଷ୍ଟ ପ୍ରସ୍ତୁତ କରନ୍ତୁ। ପରେ ପୁଣି କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ଅଳ୍ପ ଜିରା ପକାନ୍ତୁ। ପରେ ସେଥିରେ ପିଆଜ ପେଷ୍ଟ, ଅଦା କଞ୍ଚାଲଙ୍କା ପେଷ୍ଟ ଓ ରସୁଣ ପେଷ୍ଟ ପକାଇ କଷନ୍ତୁ। ମସଲା କଷି ହୋଇଗଲା ପରେ ସେଥିରେ ଟମାଟୋ ପ୍ୟୁରି ପକାନ୍ତୁ। ତା’ପରେ ହଳଦୀ, ଧନିଆ ପାଉଡର ଓ ଲଙ୍କା ପାଉଡର ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ମସଲା ଭଲଭାବେ କଷି ହୋଇଗଲା ପରେ ସେଥିରେ କ୍ରିମ୍, କାଜୁ ପେଷ୍ଟ, ଲୁଣ ପକାଇ ୨ରୁ ୩ ମିନିଟ୍ ପର୍ଯ୍ୟନ୍ତ ଘାଣ୍ଟନ୍ତୁ।
ପରେ ପାଣି ଦେଇ ତାକୁ କିଛି ସମୟ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଗ୍ରେଭି ଫୁଟିବା ମାତ୍ରେ କଟା ପନିରକୁ ପକାଇ ୨ରୁ ୩ ମିନିଟ୍ ପର୍ଯ୍ୟନ୍ତ ଫୁଟାଇ ଚୁଲା ବନ୍ଦ କରିଦିଅନ୍ତୁ। ଆଞ୍ଚ ବନ୍ଦ କରିବା ମାତ୍ରେ ଗରମମସଲା ମିଶାନ୍ତୁ। ପ୍ରସ୍ତୁତ ହୋଇଗଲା ‘କାଜୁ ପନିର’ । ଏହା ପରେ ସେଥିରେ କଟା ଧନିଆପତ୍ର ପକାଇ ତାକୁ ଗାର୍ନିସ କରିସାରିବା ପରେ ପରଷନ୍ତୁ। ଏହାକୁ ଗରମ ଗରମ ରୁଟି ଓ ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।
ଏହାକୁ ଥଣ୍ଡା ହେବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଏକ ପ୍ଲେଟରେ କିଛି ନଡ଼ିଆ ପାଉଡର ରଖନ୍ତୁ। ଏହାପରେ ହାତରେ ଘିଅ ଲଗାଇ ପ୍ୟାନ୍ରେ ଥଣ୍ଡା ହୋଇଥିବା ନଡ଼ିଆ ପେଷ୍ଟକୁ ଛୋଟ ଛୋଟ ଗୁଳା କରନ୍ତୁ। ଏହାପରେ ନଡ଼ିଆ ପାଉଡର ଉପରେ ତାହାକୁ ଗଡ଼ାଇ ଦିଅନ୍ତୁ। ତାହା ଉପରେ କିଛି ସାଫରନ, ଆଲମଣ୍ଡ ଓ ଡ୍ରାଏ ଫ୍ରୁଟ୍ସ ଦେଇ ସଜାନ୍ତୁ। ଏହାକୁ ପ୍ରଭୁ ଗଣେଶଙ୍କ ନିକଟରେ ଭୋଗ ଲଗାନ୍ତୁ।
ଏଠାରେ ମନେ ରଖନ୍ତୁ, ନଡ଼ିଆ କୋରା ପ୍ରସ୍ତୁତି ସମୟରେ ପ୍ରଥମେ ଯେତିକି ନଡ଼ିଆ ନେଇଥିବେ, ତାହାର ଅଧା କ୍ଷୀର ଓ ତାହାଠୁ କମ୍ କନଡେନ୍ସଡ ମିଲ୍କ ନେବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଖାସି ମାଂସ ନିଅନ୍ତୁ। ସେଥିରେ ଗୋଟା କଞ୍ଚାଲଙ୍କା, କଟା ପିଆଜ, ଅଦା-ରସୁଣ ବଟା, ଗରମ ମସଲା, ହଳଦି ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଗୋଟା ରସୁଣ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।
ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ମସଲା ଗୋଳା ମାଂସକୁ ପକାଇ କିଛି ସମୟ ଭଲ ଭାବରେ କଷନ୍ତୁ। ପରେ ମାଟି ହାଣ୍ଡିକୁ ଗରମ କରି ସେଥିରେ ଅଧା କଷା ହୋଇଥିବା ମଟନ ଓ ସେଥିରେ ଅଳ୍ପ ପାଣି ଦେଇ ଢାଙ୍କୁଣି ଦେଇ ଦିଅନ୍ତୁ।
ମଟନ୍ଟିକୁ ସିଝିବାକୁ ୪୫ ମିନିଟ୍ ଛାଡ଼ି ଦିଅନ୍ତୁ। ୪୫ ମିନିଟ୍ ପରେ ମାଟି ହାଣ୍ଡିକୁ ତଳକୁ ଓହ୍ଲାଇ ଦିଅନ୍ତୁ। ମାଂସରେ ଧନିଆ ପତ୍ର ପକାଇ ଦିଅନ୍ତୁ। ପ୍ରସ୍ତୁତ ହେଇଗଲା ରସୁଣ ମଟନ୍। ଏହାକୁ ଆପଣ ରୁଟି ଓ ଭାତ ସହ ଖାଇପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କିଛି ମକାକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ। ମନେ ରଖନ୍ତୁ ମକାର ମିଶ୍ରଣକୁ ଚିକ୍କଣ କରି ନବାଟି ଖଣ୍ଡ ଖଣ୍ଡ ମକା ରଖିବେ । ଏହାପରେ ଏହି ମିଶ୍ରଣରେ ପନିର, ବେସନ, କଟା ପିଆଜ, କଟା କଞ୍ଚା ଲଙ୍କା, ଗୋଲମରିଚ ଗୁଣ୍ଡ ଅଦା-ରସୁଣ ପେଷ୍ଟ, ଲେମ୍ବୁ ରସ, ଧନିଆ ପତ୍ର,ଚାଟ୍ ମସଲା ଓ ଅଲ୍ପ ଲୁଣ ମିଶାଇ ଗୋଳାଇ ଏକ ପାତ୍ରରେ ରଖନ୍ତୁ। ଏହି ମିଶ୍ରଣକୁ ହାତରେ ଗୋଲ ଗୋଲ ଆକାରର ବଲ୍ ପ୍ରସ୍ତୁତ କରନ୍ତୁ । ଏହାପରେ ଏହି ବଲ୍ ଗୁଡିକ ବ୍ରେଡ କ୍ରମ୍ବ୍ ରେ କୋଟିଂ କରି ଏକ ପାତ୍ରରେ ରଖନ୍ତୁ।
ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ପନିର ଓ ମକାରେ ତିଆରି ବଲ୍ ଗୁଡିକୁ ଛାଣନ୍ତୁ। କମ୍ ଆଞ୍ଚରେ ଏହି ବଲ୍ ଗୁଡିକ ଛାଣନ୍ତୁ। ପନିର କର୍ଣ୍ଣ କଟଲେଟ୍ ରଙ୍ଗ ବାଦାମୀ ହୋଇଆସିଲେ ତାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗରମାଗରମ ଚଟପଟା ‘ପନିର କର୍ଣ୍ଣ କଟଲେଟ୍’। ଏହାକୁ ଆପଣ ଟିଫିନ୍ ଓ ବ୍ରେକଫାଷ୍ଟରେ ଖାଇପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଜାରରୁ କିଛି ପନିର ଆଣନ୍ତୁ। ତାଙ୍କୁ ଲମ୍ବା ଲମ୍ବା କରି କାଟି ରଖନ୍ତୁ। ପରେ କଦଳୀ ପତ୍ର ଆଣି ତାକୁ ନିଆଁରେ ସେକି ରଖନ୍ତୁ। ତା’ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ କଟା ପନିରକୁ ଛାଣନ୍ତୁ। ଏହା ଛାଣି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
ଏହା ପରେ ପନିରରେ ସୋରିଷ, ଜିରା, ରସୁଣ, ଶୁଖିଲା ଲଙ୍କା ବଟା, ଲେମ୍ବୁ ରସ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପରେ ସେକା କଦଳୀ ପତ୍ରରେ ମସଲା ଗୋଳା ପନିରକୁ ଗୋଡ଼ାଇ ରଖନ୍ତୁ। ତା’ପରେ ତାୱାରେ ଅଳ୍ପ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହେବାପରେ କଦଳୀପତ୍ର ଗୋଡ଼ା ପନିରକୁ ସେଥିରେ ପକାନ୍ତୁ। କିଛି ସମୟ ପରେ ତାକୁ ଓଲଟାଇ ଦିଅନ୍ତୁ। ଦୁଇ ପାଖ ହୋଇଯିବା ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଦଳୀପତ୍ର ସୋରିଷ ପନିର। ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବୋନ୍ଲେସ୍ ଚିକେନକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଧନିଆପତ୍ର, ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ, ଚିଲି ସସ୍, ସୋୟା ସସ୍, ଆବଶ୍ୟକ ଅନୁସାରେ ଲୁଣ, କଟା କଞ୍ଚା ଲଙ୍କା, କଟା ପିଆଜ, ଅଦା ଓ ରସୁଣ ପେଷ୍ଟ ପକାଇ ଗୋଳାଇ ଦିଅନ୍ତୁ। ପରେ ତାକୁ ଗ୍ରାଇଣ୍ତିଂ କରି ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
ପରେ ବ୍ରେଡକୁ ଗ୍ରାଇଣ୍ତିଂ କରି ଏକ ପାତ୍ରରେ ରଖନ୍ତୁ। ତା’ ପରେ ଅଣ୍ଡାକୁ ଭାଙ୍ଗି ଏକ ପାତ୍ରରେ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଗ୍ରାଇଣ୍ତିଂ କରିଥିବା ଚିକେନକୁ ବଲ୍ ଆକାରରେ କରି ଗଢ଼ନ୍ତୁ। ଏହି ବଲ୍କୁ ଅଣ୍ଡା ଦେହରେ ବୁଡ଼ାଇ ତା’ ପରେ ତାକୁ ଅଟା ଓ ବ୍ରେଡ୍ ଗୁଣ୍ଡରେ ବୁଡ଼ାଇ ଛାଣନ୍ତୁ। ଏହା ଟିକେ ଲାଲ ହୋଇ ଆସିଲେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ୍ ବଲ୍।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କଦଳୀ, ଚିନି, ଗୁଜୁରାତି ଗୁଣ୍ଡ ପକେଇ ଭଲଭାବେ ମିଶେଇ ଦିଅନ୍ତୁ। ଏହାପରେ ସେଥିରେ ଅଟା ଓ ପାଣି ମିଶାଇ ଭଲଭାବେ ଚକଟି ଦିଅନ୍ତୁ। ପରେ ଚୁଲିରେ ତାୱା ବସାଇ ଗରମ କରନ୍ତୁ। ତାୱା ଗରମ ହେଲା ପରେ ସେଥିରେ ଅଳ୍ପ ତେଲ ପକାନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ଆଗରୁ ପ୍ରସ୍ତୁତ କରିଥିବା ମିଶ୍ରଣକୁ ଗୋଲଗୋଲ ପିଠା ଆକାରରେ ଗଢନ୍ତୁ। ପରେ ଏହାକୁ ଦୁଇ ପଟ ଲାଲ ହେବା ପର୍ଯ୍ୟନ୍ତ ସେକନ୍ତୁ । ଏହାପରେ ପିଠା ଗୁଡିକ ଏକ ପାତ୍ରରେ କାଢ଼ି ରଖନ୍ତୁ ।
ପରେ ଗୁଡ଼ରେ ପାଗ ତିଆରି କରନ୍ତୁ। ଗୁଡ଼ ପାଗ ହୋଇଯିବା ପରେ ତାକୁ କିଛି ସମୟ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ପରେ ସେଥିରେ ଛାଣି ରଖିଥିବା ପିଠାକୁ ପକାଇ ଦିଅନ୍ତୁ। ଏହାକୁ ୨ରୁ ୩ ମିନିଟ୍ ଗୁଡ଼ ପାଗରେ ପକାଇ ବୁଡାଇ ରଖିନ୍ତୁ । ଏହାପରେ ଏହି ପିଠା ଗୁଡିକ ଏକ ପ୍ଲେଟ୍ କୁ କାଢି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ପାରିଜାତ’ ମିଠା। ଏହି ରେସିପି ଘରେ ବନେଇ ଠାକୁରଙ୍କ ନିକଟରେ ଭୋଗ ଲଗେଇ ପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଶାଗୁ ଖିରି କରିବା ପାଇଁ ଶାଗୁକୁ ୩ରୁ୪ ଘଣ୍ଟା ପୂର୍ବରୁ ପାଣିରେ ଭିଜାଇ ଦିଅନ୍ତୁ। ପରେ କରେଇରେ ଅଳ୍ପ ପାଣି ଗରମ କରନ୍ତୁ। ସେଥିରେ ଅଳ୍ପ କ୍ଷୀର ମିଶାନ୍ତୁ। ପରେ ଭିଜାଇ ରଖିଥିବା ଶାଗୁକୁ ଧୋଇକି ସେଥିରେ ପକାଇ ଦେଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଗୁଜରାତି ଗୁଣ୍ଡ, ତେଜପତ୍ର ଓ ଆବଶ୍ୟକ ଚିନି ପକାଇ ଦିଅନ୍ତୁ। ପରେ ତାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। କିଛି ସମୟ ପରେ ତାକୁ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଶାଗୁ ଖିରି।
ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଏହି ସମୟରେ ଥଣ୍ଡା ଜିନିଷ ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ଏହି ସମୟରେ ଘରେ ଶାଗୁ ଖିରି ଖାଇବା ଆବଶ୍ୟାକ। ଏହା ଶରୀର ପାଇଁ ଲାଭଦାୟକ।ଛୋଟ ପିଲାମାନେ ମଧ୍ୟ ଏହାକୁ ଖାଇପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ନଡ଼ିଆକୁ ଭାଙ୍ଗି କୋରି ଦିଅନ୍ତୁ। ପରେ ଅରୁଆ ଚାଉଳକୁ ବାଟି ଆଣ ପ୍ରସ୍ତୁତ କରନ୍ତୁ। ଏହାପରେ ନଡ଼ିଆ କୋରାରେ ଅରୁଆ ଚାଉଳ ବଟା, ଗୁଜୁରାତି ଗୁଣ୍ଡ ପକେଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏହା ଭଲଭାବେ ଗୋଳେଇ ହୋଇଯିବା ପରେ ଗୋଲ ଗୋଲ ଛୋଟ ଛୋଟ ଗୁଳା କରି ରଖନ୍ତୁ।
ଏହାପରେ ଚୁଲିରେ କଡ଼େଇ ବସେଇ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ପଞ୍ଚଫୁଟଣ, ତେଜପତ୍ର, ଶୁଖିଲା ଲଙ୍କା ପକେଇ ଛୁଙ୍କ ପ୍ରସ୍ତୁତ କରନ୍ତୁ।ଏହାପରେ ସେଥିରେ ତେନ୍ତୁଳି ରସ ଓ ଅଳ୍ପ ପାଣି ଦେଇ ଦୁଇ ମିନିଟ୍ ଫୁଟାନ୍ତୁ ।ତେନ୍ତୁଳି ରସ ଫୁଟିବା ପରେ ଗୁଡ଼ ମିଶେଇ ପାଗ ପ୍ରସ୍ତୁତ କରନ୍ତୁ ।ଏହାପରେ ସେଇ ପାଗରେ କଞ୍ଚାଲଙ୍କା ଛେଚା, ଅଦା ଛେଚା ଓ ସ୍ୱାଦ ଅନୁସାରେ ଲୁଣ ପକେଇ ଗୋଳାଇ ଦିଅନ୍ତୁ।ଏହାପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଗୋଲ ଗୋଲ ନଡ଼ିଆ କୋରାକୁ ପକେଇ ୨ ମିନିଟ୍ ଫୁଟାନ୍ତୁ । ଶେଷରେ ଭଜା କାଜୁ ଓ ଖିସମିସ୍ ପକେଇ ଚୁଲିରୁ ଓହ୍ଲେଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଖଟାମିଠା ‘ନଡ଼ିଆ ଗୋଟମା’। ନଡ଼ିଆ ଗୋଟମାକୁ ଆପଣ ପର୍ବପର୍ବାଣୀରେ ତିଆରି କରି ଖାଇପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପଣସକୁ ସିଝାଇ ଦିଅନ୍ତୁ। ପରେ ଏଥିରେ ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଗରମ ମସଲା, ଆମଚୁର ପାଉଡର, କନ୍ଦମୂଳ ଗୁଣ୍ଡ, ଅଦା, ରସୁଣ, କଞ୍ଚାଲଙ୍କା ବଟା, ଟମାଟୋ ଓ କାଜୁ ବଟା ପକାନ୍ତୁ। ସେଥିରେ କିଛି ତେଲ ପକାଇ ଭଲ ଭାବେ ଚକଟି ଦିଅନ୍ତୁ।
ଏକ ପ୍ୟାନ୍ରେ ତେଲ ପକାଇ ଗରମ କରନ୍ତୁ। ପଣସ ଚକଟାକୁ ହାତରେ ଛୋଟ ଛୋଟ ଗୋଲ କରି ତାହାକୁ ଛାଣନ୍ତୁ। ଉଭୟ ସାଇଡ ଗୋଲଡେନ୍ କଲର ହେବା ପରେ ଏହାକୁ ବାହାର କରି ଦିଅନ୍ତୁ।
ଏବେ ଗରମାଗରମ ପରଷନ୍ତୁ ପଣସ ପେଚି। ଗରମାଗରମ ଚା’ କିମ୍ବା କଫି ସହ ସ୍ନାକ୍ସ ଭାବେ ଏହାର ମଜା ନେଇ ପାରିବେ।
ପ୍ରସ୍ତୁତି ପ୍ରଣାଳୀ: ବଜାରରୁ କିଛି ପନିର ଆଣି ଛୋଟ ଛୋଟ କରି କାଟି ରଖନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବାପରେ ସେଥିରେ ଗୋଟା ମସଲା(ଲବଙ୍ଗ, ଗୁଜରାତି ଓ ଡାଲଚିନି) ପକାନ୍ତୁ। ଏହା ଭାଜି ହୋଇଗଲା ପରେ କଟା ହୋଇଥିବା ପିଆଜକୁ ସେଥିରେ ପକାଇ ଭାଜନ୍ତୁ। ପିଆଜ ନାଲି ହେବା ପରେ ଅଦା, ରସୁଣ,ପିଆଜ ପେଷ୍ଟ ଓ ଟମାଟୋ ପକାଇ କଷନ୍ତୁ। ଏହା କଷି ହେବା ପରେ ସେଥିରେ ଧନିଆ, ଲଙ୍କା, ଜିରା ଗୁଣ୍ଡ ,ସ୍ୱାଦ ଅନୁଯାୟୀ ଲୁଣ ଓ ହଳଦୀ ପକାଇ ଗୋଳାଇ ଦିଅନ୍ତୁ। କିଛି ସମୟ ପରେ ସେଥିରେ ପନିର ମସଲା ପକାଇ ତାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ପରେ କାଜୁ ମଗଜ ପେଷ୍ଟ ପକାଇ ଅଳ୍ପ ସମୟ ପାଇଁ କଷନ୍ତୁ। ଏହା କଷି ହେବାପରେ ସେଥିରେ ଅଳ୍ପ ପାଣି ଦିଅନ୍ତୁ।
ମସଲା ଗ୍ରେଭି ହୋଇଗଲା ପରେ ସେଥିରେ ପନିରକୁ ପକାନ୍ତୁ। ଆପଣ ଚାହିଁଲେ ଗ୍ରୀନ ମଟର ପକାଇ ପାରିବେ। କିଛି ସମୟ ତାକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ। ପରେ ତାକୁ ପ୍ଲେଟକୁ କାଢ଼ି ଆଣନ୍ତୁ। ସେଥିରେ ଗରମ ମସଲା ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପନିର ମସଲା। ଏହାକୁ ଆପଣ ରୁଟି କିମ୍ବା ଭାତ ସହ ଖାଇପାରିବେ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍କୁ ଭଲ ଭାବେ ଧୋଇ ସାରିବା ପରେ ଏକ ପାତ୍ରରେ ରଖନ୍ତୁ। ପରେ ଗୋଟା ପାନ ମଧୁରି,କଳା ଜିରା ଓ ଅଳ୍ପ ମେଥି ପକାଇ ଭାଜି ଦିଅନ୍ତୁ। ଏହା ଭାଜି ହୋଇଗଲା ପରେ ତାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପରେ ଚିକେନରେ ଦହି, ଅଦା ରସୁଣ ପେଷ୍ଟ, ଲୁଣ, ହଳଦି ଗୁଣ୍ଡ ଓ ଗ୍ରାଇଣ୍ଡିଂ କରି ରଖିଥିବା ଗୁଣ୍ଡକୁ ପକାଇ ଭଲଭାବରେ ଗୋଳେଇ ମ୍ୟାରିନେଟ୍ କରି ରଖନ୍ତୁ।
ଏବେ ଏକ କଡ଼େଇରେ ତେଲ ଗରମ କରି ଏଥିରେ ଲବଙ୍ଗ, ଗୁଜୁରାତି ଓ ଡାଲଚିନି ପକାଇ ଭାଜନ୍ତୁ। ପରେ ଏଥିରେ କଟା ପିଆଜ ପକାଇ କିଛି ସମୟ ଭାଜନ୍ତୁ। ଏଥିରେ ପିଆଜ, ଅଦା ଓ ରସୁଣ ବଟା ପକାଇ କିଛି ସମୟ କଷନ୍ତୁ। କିଛି ସମୟ କଷିବା ପରେ ଏଥିରେ ଟମାଟୋ, ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଏବଂ ଚାଟ୍ ମସଲା ପକାଇ ଆଉ କିଛି ସମୟ ଧୀମା ଆଞ୍ଚରେ କଷନ୍ତୁ। ମସଲା କଷି ହୋଇ ଆସିଲେ, ଏଥିରେ ମ୍ୟାରିନେଟ୍ ହୋଇ ରହିଥିବା ଚିକେନ୍, ଲୁଣ, ଆମଚୁର ପାଉଡର୍ ଓ କାଜୁ ପେଷ୍ଟ୍ ପକାଇ ପୁଣି କଷନ୍ତୁ। ପରେ ଏହାକୁ ସିଝିବା ଲାଗି କିଛି ସମୟ ଘୋଡ଼ଣୀ ଦେଇ ଛାଡ଼ି ଦିଅନ୍ତୁ। ସିଝିଗଲା ପରେ ଏହାକୁ ପ୍ଲେଟ୍କୁ କାଢ଼ି ଦିଅନ୍ତୁ।
ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଚଟ୍ପଟା ଆଚାରି ଚିକେନ୍। ଏହି ରେସିପିଟିକୁ ଆପଣ ରୁଟି, ନାନ୍, ପରଟା ବା ରୁମାଲ୍ ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।
ପ୍ରସ୍ତୁତି ପ୍ରଣାଳୀ: ଏକ ପାତ୍ରରେ ଦହିକୁ ଫେଣ୍ଟି ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ କସ୍ତୁରୀ ମେଥି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ କଟା ପନିର ପକାଇ ୧୦ରୁ ୧୫ ମିନିଟ୍ ଯାଏ ସେମିତି ଛାଡ଼ି ଦିଅନ୍ତୁ। ତା’ପରେ ଏକ ପ୍ୟାନ୍ରେ ଅଧ ଚାମଚ ତେଲ ପକାଇ ଏହା ଉପରେ ମାରିନେଟ୍ ହୋଇ ରହିଥିବା ପନିର ପକାଇ ହାଲ୍କା ଫ୍ରାଏ କରନ୍ତୁ।
ଏବେ କଡ଼େଇରେ ତେଲ ଗରମ କରି ଜିରା ଓ ଜୁଆଣି ପକାଇ ଫୁଟାନ୍ତୁ। ଏଥିରେ ପିଆଜ, କଟା ଅଦା ଓ କଟା ରସୁଣ ପକାଇ ଭାଜନ୍ତୁ। ସେ ସବୁ ଭାଜି ହୋଇଗଲା ପରେ ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଓ କସ୍ତୁରୀ ମେଥି ପକାଇ ଗୋଳାଇ ଦିଅନ୍ତୁ। କିଛି ସମୟ ପରେ ଏଥିରେ ଟମାଟୋ ସସ୍ ପକାଇ ୬ରୁ ୭ ମିନିଟ୍ ଯାଏ କଷନ୍ତୁ। ତା’ପରେ ଏଥିରେ ହାଲ୍କା ଫ୍ରାଏ ହୋଇଥିବା ପନିର ପକାଇ ଅଧ କପ୍ ପାଣି ମିଶାଇ ଧିମା ଆଞ୍ଚରେ ୧୦ ମିନିଟ୍ ଯାଏ ଫୁଟିବାକୁ ଛାଡ଼ି ଦିଅନ୍ତୁ। ୧୦ ମିନିଟ୍ ପରେ ଗରମ ମସଲା ଗୁଣ୍ଡ ଓ କ୍ରିମ୍ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ଲେମ୍ବୁ ରସ ପକାଇ ଏହାକୁ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ। ଏବେ ଏହାକୁ ଏକ ପାତ୍ରକୁ ବାହାର କରି ତା’ ଉପରେ ଧନିଆ ପତ୍ର ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ତାୱା ପନିର । ସେଥିରେ କଟା ଧନିଆପତ୍ର ପକାଇ ତାକୁ ଗାର୍ନିସ କରନ୍ତୁ। ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମକାକୁ ଅଳ୍ପ ଲୁଣ ଦେଇ ସିଝାଇ ଦିଅନ୍ତୁ। ଏହାପରେ ଏକ ପାତ୍ରରେ ଅଟା, ଲୁଣ, ସାମାନ୍ୟ ତେଲ ଓ ଆବଶ୍ୟକ ପରିମାଣର ପାଣି ଦେଇ ଏହାକୁ ଭଲ ଭାବେ ଚକଟି ଦିଅନ୍ତୁ।
ଚକଟି ସାରିବା ପରେ ଏହାକୁ ଗୋଳା କରି ରଖନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରି ସେଥରେ କଟା ପିଆଜ ପକାନ୍ତୁ। ପିଆଜ ଲାଲ୍ ହୋଇଗଲେ ସେଥିରେ ଲଙ୍କା ଗୁଣ୍ଡ, ହେଙ୍ଗୁ, ଲୁଣ ଓ ସିଝା ମକାକୁ ଭଲ ଭାବେ ଚକଟି ଏଥିରେ ପକାଇ କଷନ୍ତୁ।
ମସଲା କଷି ହୋଇଗଲା ପରେ ଅଟା ଗୋଳାକୁ ସାମାନ୍ୟ ଚେପଟା କରି ତା’ ମଧ୍ୟରେ ଏହି କଷା ହୋଇଥିବା ମସଲାକୁ ପୂର ଭଳି ଭର୍ତ୍ତି କରି ଚାରିପଟୁ ଚାପି ବନ୍ଦ କରିଦିଅନ୍ତୁ ।
ଏବେ ଏହାକୁ ପରଟା ବା ରୁଟି ପରି ବେଲି ଦିଅନ୍ତୁ। ଏବେ ତାୱା ଗରମ କରି ସେଥିରେ ତେଲ ଦେବା ପରେ ପରଟାକୁ ସେକନ୍ତୁ। ଦୁଇ ପାଖ ପୂରା ଗୋଲ୍ଡେନ୍ କଲର୍ ହୋଇଗଲେ ପରଟା କାଢ଼ି ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ମକା ପରଟା’। ଏହାକୁ ଦହି, ସସ୍ କିମ୍ବା ଚଟଣୀ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟି ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍କୁ ଭଲ ଭାବେ ଧୋଇ ସେଥିରେ ପୋସ୍ତ ବଟା ଏବଂ ଅଦା-ରସୁଣ-ଜିରା-ସୋରିଷ ପେଷ୍ଟ୍ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ଅଦା-ରସୁଣ-ପିଆଜ ବଟା ମଧ୍ୟ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ଅଳ୍ପ କଟା ପିଆଜ, ହଳଦି ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାନ୍ତୁ।
ଏହାପରେ ରସୁଣ ଛେଚା, କଟା ଟମାଟୋ, ଗୋଲ ମରିଚ ଗୁଣ୍ଡ, ଧନିଆ ପତ୍ର, ସ୍ୱାଦ ଅନୁସାରେ ଲୁଣ ଏବଂ ଲେମ୍ବୁ ରସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହାକୁ କିଛି ସମୟ ଢାଙ୍କି ରଖି ଦିଅନ୍ତୁ।
ତା’ପରେ ଏକ ମାଟି ପାତ୍ରରେ ତେଲ ଗରମ କରି ସାମାନ୍ୟ କଟା ହୋଇଥିବା ଗୋଟା କଞ୍ଚା ଲଙ୍କା, କଟା ପିଆଜ ଓ ଭୁର୍ସୁଙ୍ଗ ପତ୍ର ପକାଇ ଛୁଙ୍କ କରନ୍ତୁ।ଏହାପରେ ମ୍ୟାରିନେଟ୍ ଚିକେନ୍କୁ ଛୁଙ୍କରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ମାଟି ପାତ୍ରକୁ ଘୋଡ଼ାଇ ଦିଅନ୍ତୁ ଓ ଚିକେନକୁ ସିଝିବାକୁ ଛାଡ଼ି ଦିଅନ୍ତୁ। ପାଞ୍ଚ ଦଶ ମିନିଟ୍ରେ ଥରେ ଘୋଡ଼ଣି କାଢ଼ି ଚିକେନ୍କୁ ଭଲ ଭାବେ ଗୋଳାଇ ଦିଅନ୍ତୁ, ନ ହେଲେ ଚିକେନ୍ ମାଟି ପାତ୍ରରେ ଲାଗି ଯାଇପାରେ। ପ୍ରାୟ ଅଧା ଘଣ୍ଟା ପରେ ଚିକେନ୍ ସିଝି ଯିବା ପରେ ଏଥିରେ ଧନିଆ ପତ୍ର ପକାନ୍ତୁ ଓ ପାତ୍ରଟିକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ମାଟି ହାଣ୍ଡି ପୋସ୍ତ ଚିକେନ୍’। ଆପଣ ଏହି ରେସିପିଟିକୁ ଉଭୟ ଭାତ ଓ ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାରମଗଜ ଓ କାଜୁକୁ ପାଣିରେ ଭିଜାଇ ରଖନ୍ତୁ। ଏହା ଭଲଭାବେ ଭିଜି ଗଲା ପରେଏହାକୁ ଛାଣି ରଖନ୍ତୁ। ଏହାପରେ କୋରା ନଡ଼ିଆ, ଅଳ୍ପ ପିଆଜ ସହିତ ଭିଜା ଯାଇଥିବା ଚାରମଗଜ ଏବଂ କାଜୁକୁ ଗ୍ରାଇଣ୍ଡରରେ ପକାଇ ପେଷ୍ଟ୍ ପ୍ରସ୍ତୁତ କରି ଦିଅନ୍ତୁ।
ଏହାପରେ ଚୁଲିରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେଲାପରେ ସେଥିରେ ଜିରା, ତେଜପତ୍ର, ଲବଙ୍ଗ, ଗୁଜୁରାତି ଓ ଡାଲଚିନି ପକାଇ ଅଳ୍ପ ଭାଜି ଦିଅନ୍ତୁ। ଏହାପରେ ପିଆଜ, କଞ୍ଚା ଲଙ୍କା ପକାଇ ଲାଲ୍ ହେବ ଯାଏ ଭାଜନ୍ତୁ। ଏହା ପରେ ସେଥିରେ ଅଦାରସୁଣ ପେଷ୍ଟ୍, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ, ଲଙ୍କା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ କଷନ୍ତୁ। ମସଲା ଭଲ ଭାବେ କଷି ହେବା ପରେ ଛତୁ ଓ ଗ୍ରୀନ୍ ମଟର ପକାଇ ଗୋଳାଇ ଦେଇ କିଛି ସମୟ ସିଝିବାକୁ ଛାଡ଼ି ଦିଅନ୍ତୁ । ଏବେ ସେଥିରେ କାଜୁ ପେଷ୍ଟକୁ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।
ଏହାପରେ ଅଳ୍ପ ଦହି ଓ ପାଣି ଦେଇ କିଛି ସମୟ ଏହାକୁ ଘୋଡ଼େଇ ଦିଅନ୍ତୁ। ତରକାରିରେ ପାଣି ଫୁଟି ଟିକେ ଶୁଖିଗଲା ପରେ ଚୁଲିକୁ ବନ୍ଦ କରି ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ମସରୁମ୍ କୋର୍ମା’। ଏହି ରେସିପିଟିକୁ ଆପଣ ରୁଟି କିମ୍ବା ପରଟା ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ। ଏହି ରେସିପିଟିକୁ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛତୁକୁ ଭଲଭାବେ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏହାପରେ ୨ଟି ଆଳୁକୁ ପ୍ରେସର କୁକରରେ ସିଝାଇ ଏକ ପାତ୍ରରେ ରଖନ୍ତୁ। ଛତୁରେ ପିଆଜ,ରସୁଣ,ଅଦା ଛେଚାର ମିଶ୍ରଣକୁ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ କର୍ଣ୍ଣଫ୍ଲୋର,ଅଳ୍ପ ବେସନ,ଚାଇନା ସଲ୍ଟ,ସୋୟା ସସ୍,ଟମାଟୋ ସସ୍,ଚିଲ୍ଲି ସସ୍, ଲଙ୍କା ଗୁଣ୍ଡ,ଅଳ୍ପ ଲୁଣ, ଭିନେଗାର ଓ ଅଳ୍ପ ପାଣି ପକାଇ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣକୁ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଘୋଡେଇ ରଖି ଦିଅନ୍ତୁ ।
ମନେରଖନ୍ତୁ ମିଶ୍ରଣଟି ବହଳିଆ ଓ ଶୁଖିଲା ରହିବ। ବେଶୀ ପାଣି ପକାଇବେ ନାହିଁ। ଅଧଘଣ୍ଟା ପରେ ଏହି ମିଶ୍ରଣକୁ କାଢି ସେଥିରେ ସିଝା ଆଳୁକୁ ଚକଟି ଦିଅନ୍ତୁ । ଏହାପରେ ସେଥିରେ ଗୋଲ ଗୋଲ୍ ଚପ୍ ଆକାରର ଗଢି ଏକ ପାତ୍ରରେ ରଖନ୍ତୁ। ଏହାପରେ ବ୍ରେଡ୍ କ୍ରମ୍ବରେ ଚପ୍ ଗୁଡିକ ମିଶାଇ ଏକ ପାତ୍ରରେ ରଖନ୍ତୁ ।
ଏହାପରେ କରେଇଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ଚପ୍ ଗୁଡିକ ତେଲରେ ପକାନ୍ତୁ। ଚପ୍ର ୨ ପଟ ଗୋଲ୍ଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଛାଣନ୍ତ।ଏହିପରି ସବୁ ଚପ୍ ଗୁଡିକ ଛାଣିବା ପରେ ଚୁଲି ବନ୍ଦ କରି ଚପ୍ ଗୁଡିକ ଏକ ପାତ୍ରରେ ରଖନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ମସରୁମ୍ ଚପ୍।
ଦହି ପଖାଳରେ ଛୁଙ୍କ ଦେବା ପାଇଁ ପ୍ରଥମେ ପ୍ୟାନ୍କୁ ଗ୍ୟାସରେ ଗରମ କରନ୍ତୁ। ଏହା ଗରମ ହେବା ପରେ ସେଥିରେ ଅଳ୍ପ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ ଅଳ୍ପ ଜିରା,ଅଳ୍ପ ପାନ ମଧୁରୀ ଓ ସୋରିଷ ପକାଇ ଭାଜନ୍ତୁ। ପରେ ସେଥିରେ ଗୋଟା ଶୁଖିଲା ଲଙ୍କା ଓ କିଛି କଟା କଞ୍ଚା ଲଙ୍କା ପକାଇ ଦିଅନ୍ତୁ। ପରେ ସେଥିରେ ଅଳ୍ପ ଭୃସୁଙ୍ଗା ପତ୍ର ପକାଇ ଭାଜନ୍ତୁ। ଏହା ଭାଜି ହେବା ପରେ ଏହି ଛୁଙ୍କକୁ ଦହି ପଖାଳ ଉପରେ ପକାଇ ଦିଅନ୍ତୁ। ପରେ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ପଖାଳ। ଏହାକୁ ଆପଣ ଯେ କୌଣସି ଭଜା ସହ ଖାଇ ପାରିବେ। ଦହି ପଖାଳକୁ ଆପଣ କଟା ପିଆଜ ଓ କଟା ଲେମ୍ବୁ ଦେଇ ସଜେଇ ପାରିବେ।
ପ୍ରସ୍ତୁତି ପ୍ରଣାଳୀ: ବଜାରରୁ ପନିର ଆଣି ତାକୁ ଛୋଟ ଛୋଟ ପିସ୍ କରି କାଟି ଦିଅନ୍ତୁ। ତା’ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ କଟା ପନିରକୁ ପକାଇ ଛାଣନ୍ତୁ। ପନିର ଛାଣି ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
ତା’ପରେ ମଲାଇ ପନିର ମସଲା ପାଇଁ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ କଟା ପିଆଜକୁ ନାଲି ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପିଆଜ ନାଲି ହୋଇଯିବା ପରେ ସେଥିରେ ଅଦା ରସୁଣ ପେଷ୍ଟ,ହଳଦି ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାଇ ମସଲାକୁ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ ଟମାଟୋ ପ୍ୟୁରି ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ କାଜୁ ବଟାକୁ ପକାଇ ଅଳ୍ପ ପାଣି ଦେଇ କିଛି ସମୟ କଷନ୍ତୁ। ତା’ପରେ ଭାଜି ରଖିଥିବା ପନିରକୁ ସେଥିରେ ପକାଇ ଦିଅନ୍ତୁ।
ଏହାପରେ ସ୍ୱାଦନୁସାରେ ଲୁଣ, ଗୋଲମରିଚ ଗୁଣ୍ଡ ଓ ଅଳ୍ପ କସ୍ତୁରୀ ମେଥି ପକାଇ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଫୁଟିବାକୁ ଛାଡ଼ି ଦିଅନ୍ତୁ । ପରେ ସେଥିରେ ଫ୍ରେଶ୍ କ୍ରିମ୍ ଓ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ। କିଛି ସମୟ ପରେ କରେଇକୁ ଗ୍ୟାସ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମଲାଇ ପନିର।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନକୁ ଧୋଇ ସେଥିରେ ଲୁଣ, ରିଫାଇନ ତେଲ, ଲଙ୍କା ଗୁଣ୍ଡ, ଧନିଆ, ହଳଦି, ଦହି ଓ ଅଦାରସୁଣ ପେଷ୍ଟ ପକାଇ ମ୍ୟାରିନେଟ କରନ୍ତୁ। ସେଥିରେ କିଛି କଟା ପିଆଜକୁ ପକାଇ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଘୋଡ଼ାଇ ରଖି ଦିଅନ୍ତୁ।
ଏହାପରେ କରେଇକୁ ଗରମ କରନ୍ତୁ। ସେଥିରେ ଗୋଟା ଧନିଆ, କଳା ମରିଚ, ଗୋଲମରିଚ, ଅଳେଇଚ, ସାହି ଜିରା, ବଡ ଅଳେଇଚ, ଲବଙ୍ଗ ଓ ଲୁଣ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଥଣ୍ଡା ହେବା ପରେ ତାହାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ମ୍ୟାରିନେଟ କରି ରଖିଥିବା ଚିକେନକୁ ପକାଇ ଫ୍ରାଏ କରନ୍ତୁ। ଉଭୟ ପଟ ଗୋଲଡେନ କଲର ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।
ପୁଣି କରେଇରେ ତେଲ ଗରମ କରନ୍ତୁ। ସେଥିରେ ତେଜପତ୍ର, ଗୋଲମରିଚ ପକାଇ ଭାଜନ୍ତୁ। ପରେ କଟା ପିଆଜକୁ ପକାଇ ଗୋଲଡେନ ହେଲା ଯାଏ ଫ୍ରାଏ କରନ୍ତୁ। ଏହାପରେ ସେଥିରେ କିଛି ପାଣି ପକାନ୍ତୁ। ପାଣି ଫୁଟିଲେ ସେଥିରେ ଚିକେନ ଫ୍ରାଏକୁ ପକାନ୍ତୁ। ତାକୁ ୧୦ ମିନିଟ ପର୍ଯ୍ୟନ୍ତ ଘଡ଼ାଇ ଦିଅନ୍ତୁ। ଏହା ଅଧା ସିଝିଗଲା ପରେ ସେଥିରେ ଦହି ପକାଇ ଦିଅନ୍ତୁ। ଏହାପରେ ତାହା ଉପରେ ଗ୍ରାଇଣ୍ଡିଂ ହୋଇଥିବା ଡ୍ରାଏ ମସଲାକୁ ପକାଇ ଦିଅନ୍ତୁ । ସେଥିରେ ଧନିଆପତ୍ର ପକାଇ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଚିକେନ ଭୁନା ମସାଲା’ । ଏହି ରେସିପିଟିକୁ ରୁଟି କିମ୍ବା ପରଟା ସହିତ ଖାଇପାରିବେ।
ପ୍ରଥମେ ଛତୁକୁ ଭଲଭାବେ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏହାପରେ ୨ଟି ଆଳୁକୁ ପ୍ରେସର କୁକରରେ ସିଝାଇ ଏକ ପାତ୍ରରେ ରଖନ୍ତୁ। ଛତୁରେ ପିଆଜ,ରସୁଣ,ଅଦା ଛେଚାର ମିଶ୍ରଣକୁ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ କର୍ଣ୍ଣଫ୍ଲୋର,ଅଳ୍ପ ବେସନ,ଚାଇନିଜ୍ ସଲ୍ଟ,ସୋୟା ସସ୍,ଟମାଟୋ ସସ୍,ଚିଲ୍ଲି ସସ୍, ଲଙ୍କା ଗୁଣ୍ଡ,ଅଳ୍ପ ଲୁଣ, ଭିନେଗାର ଓ ଅଳ୍ପ ପାଣି ପକାଇ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣକୁ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଘୋଡେଇ ରଖି ଦିଅନ୍ତୁ। ମନେରଖନ୍ତୁ ମିଶ୍ରଣଟି ବହଳିଆ ଓ ଶୁଖିଲା ରହିବ।
ଅଧଘଣ୍ଟା ପରେ ଏହି ମିଶ୍ରଣକୁ କାଢି ସେଥିରେ ସିଝା ଆଳୁକୁ ଚକଟି ଦିଅନ୍ତୁ । ଏହାପରେ ସେଥିରେ ଗୋଲ ଗୋଲ୍ ଚପ୍ ଆକାରର ଗଢି ଏକ ପାତ୍ରରେ ରଖନ୍ତୁ। ପରେ କରେଇରେ ତେଲକୁ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ଚପ୍ ଗୁଡିକ ତେଲରେ ପକାନ୍ତୁ। ଚପ ଗୁଡ଼ିକ ଗୋଲ୍ଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗରମାଗରମ ‘ମସରୁମ୍ ଚପ୍’। ଏହି ମସରୁମ୍ ଚପକୁ ଆପଣ ପୋଦିନା ଚଟଣି କିମ୍ବା ସସ୍ ସହିତ ଖାଇପାରିବେ।