ସେ କହିଥିଲେ, ମହିଳା ସଶକ୍ତୀକରଣ ସହ ଗରିବ ଲୋକଙ୍କ ଉନ୍ନତି କରିବା ପାଇଁ ସବୁ ଦଳ କହୁଥିଲେ। କିନ୍ତୁ ସେମାନଙ୍କୁ ଆଗକୁ ନେବାକୁ ଓ ଦେଶର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ସୁଯୋଗ ସୃଷ୍ଟି କରିଥିଲେ। ତ୍ରିପୁରା ପରି ଏକ ଛୋଟ ରାଜ୍ୟର ଏକ ଛୋଟ ଗାଁର ଚାଷୀ ପରିବାରରୁ ମୁଁ ଆସିଛି । କଂଗ୍ରେସରେ ଥିଲେ ମୁଁ ବ୍ଲକ ଅଧ୍ୟକ୍ଷଟିଏ ବି ହୋଇପାରିନଥା’ନ୍ତି । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ କେନ୍ଦ୍ର ମନ୍ତ୍ରୀ ପଦରେ ବସାଇଛନ୍ତି। ମହିଳା ସଶକ୍ତୀକରଣ ଦିଗରେ ମୋଦି ସରକାର ଅହରହ କାମ କରୁଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ସଶକ୍ତ କରିବା ପାଇଁ ବହୁ କାର୍ଯ୍ୟ ଚାଲିଛି।
ପ୍ରତିମା ଭୌମିକ କହିଥିଲେ, ୨ ବର୍ଷରେ ୨ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ମୋ ରାଜ୍ୟରେ ୫୬ ହଜାର ଗ୍ରୂପ ଥିବା ବେଳେ ୫ ଲକ୍ଷରୁ ଅଧିକ ମହିଳା ଅଛନ୍ତି। ସେମାନଙ୍କ ମଧ୍ୟରୁ ୮୩ ହଜାର ଲକ୍ଷପତି ଦିଦି ହୋଇ ସାରିଲେଣି।
ମହିଳାମାନଙ୍କୁ ସଶକ୍ତ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ନୂଆ ନୂଆ ଯୋଜନା ଆଣୁଛନ୍ତି। ଆଗକୁ ମୋଦିଙ୍କ ‘ନମୋ ଡ୍ରୋନ ଦିଦି’ ଆସୁଛି। ଏହି ଯୋଜନାରେ ମହିଳାମାନେ ରିମୋର୍ଟ ଜରିଆରେ ଡ୍ରୋନ ଉଡ଼ାଇବେ। ଡ୍ରୋନ ଜରିଆରେ ଚାଷ ଜମିରେ ଔଷଧ, କିଟନାଶକ ସିଞ୍ଚନ କରିବାକୁ ମହିଳାମାନଙ୍କୁ ତାଲିମ ଦିଆଯିବ । ୨୦୨୫ ମସିହା ପର୍ଯ୍ୟନ୍ତ ୧୫ ହଜାର ମହିଳାଙ୍କୁ ଏଥିନିମନ୍ତେ ତାଲିମ ଦିଆଯିବ ବୋଲି ଟାର୍ଗେଟ ରଖାଯାଇଥିବା ସେ କହିଥିଲେ।
ଏଥିସହ ପ୍ରତିମା ଭୌମିକ କହିଥିଲେ, ପୂର୍ବରୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ସୁପ୍ତ ହୋଇ ପଡ଼ିଥିବା ବେଳେ ଏବେ ସେଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଲାଣି। ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଅରୁଣାଚଳରେ ପ୍ରଥମ ଏୟାରପୋର୍ଟ ନିର୍ମାଣ ହେଲା। ଏବେ ନର୍ଥଇଷ୍ଟ ଇଣ୍ଡିଆ ଭାରତର ନୂଆ ଇଞ୍ଜିନ ପାଲଟିଛି। ଗୌହାଟିରେ ଏମ୍ସ ସ୍ଥାପିତ ହୋଇଛି। ବନ୍ଦେ ଭାରତ ବି ଏଠାରୁ ଆରମ୍ଭ ହୋଇଛି। ଏହା କେବଳ ମୋଦିଙ୍କ ପାଇଁ ସମ୍ଭବ ହୋଇପାରିଛି।
୪ ଜଣ ଯାକ ଶଙ୍କରାଚାର୍ଯ୍ୟ ଅଯୋଧ୍ୟାର ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ନାହିଁ ବୋଲି କହିଥିବା ବେଳେ ବାବା ରାମଦେବ ସେମାନଙ୍କୁ ସମାଲୋଚନା କରିଛନ୍ତି। ସେ କହିଥିଲେ, ଶଙ୍କରାଚାର୍ଯ୍ୟ ଏବେ ପଲିକାଟ ଶଙ୍କରାଚାର୍ଯ୍ୟ ହୋଇଗଲେଣି।
ସେହିପରି ସେ କଂଗ୍ରେସକୁ ମଧ୍ୟ ସମାଲୋଚନା କରିଥିଲେ। ରାମଦେବ କହିଥିଲେ, କଂଗ୍ରେସକୁ କିଏ ମନା କରିଥିଲା ରାମ ମନ୍ଦିର କରିବାକୁ, ଧାରା ୩୭୦ ଓ ଟ୍ରିପଲ୍ ତଲାକ ଉଚ୍ଛେଦ କରିବାକୁ। ରାହୁଲ ଗାନ୍ଧି ଏବେ ସମଗ୍ର ଭାରତକୁ ଯାତ୍ରା କରୁଛନ୍ତି। କିନ୍ତୁ ସେ ଭାରତର ଆତ୍ମାକୁ ଜାଣି ପାରି ନାହାନ୍ତି। କଂଗ୍ରେସ ନିଜ ସହ ନ୍ୟାୟ କରି ପାରୁନି। ଯେଉଁ ପାର୍ଟି ଦିନେ ସମଗ୍ର ଦେଶରେ ଖୁବ୍ ବଡ଼ ପାର୍ଟି ଥିଲା, ତାହା ଏବେ ସଙ୍କୁଚିତ ହୋଇଗଲାଣି। ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏଥର ନିର୍ବାଚନ ଜିତିବେ କି ନାହିଁ ତାହା ସନ୍ଦେହ ଘେରରେ। ସେମାନଙ୍କୁ ଆତ୍ମଚିନ୍ତନ, ଆତ୍ମ ମୂଲ୍ୟାୟନ ଓ ଆତ୍ମ ବିଶ୍ଳେଷଣର ଆବଶ୍ୟକତା ରହିଛି।
ଅପରପକ୍ଷେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ବାବା ରାମଦେବ କହିଥିଲେ, ମୋଦି ସମଗ୍ର ଦୁନିଆରେ ଯୋଗକୁ ପରିଚିତ କରାଇଛନ୍ତି। ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ନିଜକୁ ସନାତନ, ହିନ୍ଦୁ, ରାମ ଭକ୍ତ, କୃଷ୍ଣ ଭକ୍ତ ଓ ଶିବ ଭକ୍ତ କହିବାରେ ଗୌରବ ଅନୁଭବ କରୁଛନ୍ତି। ପ୍ରଧାନମନ୍ତ୍ରୀ ସନାତନ ଧର୍ମ ଓ ସଂସ୍କୃତିର ବିକାଶ କରିବାକୁ ସର୍ବଦା ଚେଷ୍ଟା କରୁଛନ୍ତି।
ଜୀବନରେ କେବେ ଛୋଟ ଚିନ୍ତା କରନି। ଟିକେ ବଡ଼ ଚିନ୍ତା କର । ଖାଲି ବଡ଼ ଚିନ୍ତା ନୁହେଁ, ତାକୁ ସାକାର କରିବାକୁ କଠିନ ପରିଶ୍ରମ କର ବୋଲି ବାବା ରାମଦେବ ଏହି ଅବସରରେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
ଏଥିସହ ବାବା ନିଜ ବକ୍ତବ୍ୟରେ କହିଥିଲେ, କୌଣସି ଆଞ୍ଚଳିକ ଚ୍ୟାନେଲକୁ ଆସିବା ଏହା ମୋର ପ୍ରଥମ। ଓଟିଭି ବିଷୟରେ ବିସ୍ତୃତ ତଥ୍ୟ ଜାଣିବା ପରେ ମୁଁ ଆସିବାକୁ ବ୍ୟଗ୍ର ହେଲି। ଓଡ଼ିଶାର ୬୫ରୁ ୭୦ ପ୍ରତିଶତ ଲୋକ ଓଟିଭି ଉପରେ ଭରସା କରନ୍ତି। ବିଶ୍ୱାସ ଓ ଭରସାର ବଡ଼ ପ୍ରତୀକ ହେଉଛି ଓଟିଭି।
ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମା କହିଥିଲେ, ଗତ ୯ ବର୍ଷରେ ନର୍ଥଇଷ୍ଟକୁ କେଉଁଠାରୁ କେଉଁଠାକୁ ନିଆଯାଇଛି, ତାହା ବିଶ୍ୱାସ କରି ହେବନି। ଭୁବନେଶ୍ୱର ବିମାନବନ୍ଦର ଠାରୁ ତ୍ରିପୁରା ବିମାନବନ୍ଦର ୩ ଗୁଣା ବଡ଼। ୨୦୧୪ରେ ଆସାମର ବଜେଟ ଥିଲା ୪୨ ହଜାର କୋଟି। ଏବେ ଏହା ଦେଢ଼ ଲକ୍ଷ କୋଟିରେ ପହଞ୍ଚିଲାଣି। ଏସବୁ ଦେଖିଲେ ଆମେ ଆଉ ଲାଷ୍ଟ ମାଇଲ୍ ନୁହଁ, ଆମେ ଫାଷ୍ଟ ମାଇଲ୍ ବୋଲି ବିଶ୍ୱାସ ହେଉଥିବା କହିଥିଲେ ହିମନ୍ତ ବିଶ୍ୱଶର୍ମା।
ଯଦି କେହି ନିବେଶ କରିବାକୁ ଚାହୁଁଛି, ଆମଠାରୁ ହିଁ ଆରମ୍ଭ କରିବେ। କାରଣ ଆଜି ଆମର ବିଶ୍ୱାସ ବଢ଼ିଛି। ଆମେ ଲାଷ୍ଟ ମାଇଲ ନୁହଁ, ଫାଷ୍ଟ ମାଇଲ୍ ବୋଲି ସେ ଦୃଢ଼ୋକ୍ତିର ସହ କହିଥିଲେ।
ଆସାମ ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ଦେଶ ଆତ୍ମନିର୍ଭର ହେଉଛି। ଆମକୁ ଆଉ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ୁନି। ଆମେ ଏବେ ରପ୍ତାନକାରୀ ଦେଶ ଭାବେ ମୁଣ୍ଡ ଟେକୁଛେ। ଏପରି ଏକ ନୂତନ ଭାରତ ଏବେ ସମଗ୍ର ବିଶ୍ୱରେ ମୁଣ୍ଡ ଟେକୁଛି।
ଏହି ମଞ୍ଚରେ କଂଗ୍ରେସକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମା କହିଥିଲେ, କଂଗ୍ରେସ ନର୍ଥଇଷ୍ଟକୁ ଭଲ ପାଇବା କଥା କହୁଛି। କିନ୍ତୁ ଶାସନ ଗାଦିରେ ରହି କେବେ ବି ସେପରି ଭାବନା ଦେଖାଇ ନଥିଲା। ମାତ୍ର ଏବେ ମୋଦି ସରକାର ନର୍ଥଇଷ୍ଟର ବିକାଶ କାର୍ଯ୍ୟକୁ ହାତକୁ ନେଇଥିବା ବେଳେ ସେମାନେ ବିରୋଧ କରୁଛନ୍ତି।
କଂଗ୍ରେସକୁ ଟାର୍ଗେଟ କରି ସେ ଆହୁରି କହିଥିଲେ, ଆପଣ ଯାହା କରି ନାହାନ୍ତି, ଆମେ ଯଦି କରୁଛୁ, ବିରୋଧ କାହିଁକି କରୁଛନ୍ତି। ତାଳି ନ ମାରିପାର, କିନ୍ତୁ ବିରୋଧ କରିବା ପରି ମନ୍ତବ୍ୟ ଦିଅନ୍ତୁ ନାହିଁ। କାରଣ ଭାରତ ଆଗକୁ ଗଲେ ହିଁ ସମସ୍ତ ଦେଶବାସୀ ଆଗକୁ ଯିବେ ଓ ଉନ୍ନତି କରିବେ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ପ୍ରତିମା ଭୌମିକ ଯୋଗ ଦେଇଥିଲେ। ସେ କହିଥିଲେ, ଆଜି ଦିଲ୍ଲୀ, ମୁମ୍ବାଇ ପରି ମେଟ୍ରୋ ନଗରୀର ଯେତିକି ଉନ୍ନତି ହେଉଛି, ଉତ୍ତରପୂର୍ବାଞ୍ଚଳରେ ବି ସେତିକି ଉନ୍ନତି ହେଉଛି। ଏବେ ନର୍ଥଇଷ୍ଟ ଇଣ୍ଡିଆ ଭାରତର ନୂଆ ଇଞ୍ଜିନ ପାଲଟିଛି।
ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଆସାମର ଚର୍ଚ୍ଚିତ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ, ମହାରାଷ୍ଟ୍ରର ପପୁଲାର୍ ମହିଳା ସାଂସଦ ପ୍ରୀୟଙ୍କା ଚର୍ତୁବେଦୀ, TV 9 ନେଟୱର୍କର ସିଇଓ ଏବଂ ଏମଡି ବରୁଣ ଦାସ ପ୍ରମୁଖ ସାମିଲ ହେବେ।
ଏହାସହ ସ୍ୱତନ୍ତ୍ର ଭାବେ ଯୋଗଗୁରୁ ବାବା ରାମଦେବ ବି ଆଜିର କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମ ସେସନରେ ବିକାଶିତ ଭାରତର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ।
ଏହାପରେ ‘ଗ୍ରାମୀଣ ଭାରତର ଅର୍ଥନୀତିରେ ସ୍ୱଦେଶୀର ଯୋଗଦାନ’ ଶୀର୍ଷକ ଆଲୋଚନାରେ ବାବାରାମଦେବ ନିଜ ମତ ବ୍ୟକ୍ତ କରିବେ। ଏହା ପରେ ପରେ ‘ଖବରର ଭବିଷ୍ୟତ’, ‘ଗଣମାଧ୍ୟମର ଭୂମିକା’, ମୋଦି ବନାମ୍ ‘I.N.D.I.A’ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ।୨୦୧୦ ମସିହାରୁ ଜାତୀୟ ଓ ରାଜ୍ୟସ୍ତରୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆୟୋଜିତହୋଇଆସୁଛି ଓଟିଭି ଫୋରସାଇଟ୍।
ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଟେଲିଭିଜନ ଜଗତର ପ୍ରଥମ AI ନ୍ୟୁଜ ଆଙ୍କର ‘ଲିସା’ଙ୍କୁ ଭେଟି ଦେଇଛନ୍ତି ଓଟିଭି ନେଟୱର୍କର କୋ ଫାଉଣ୍ଡର ତଥା ଏମ୍ଡି ଜଗି ମଙ୍ଗତ ପଣ୍ଡା। ଏହି ଅବସରରେ ଓଟିଭିର ଡିଜିଟାଲ୍ ବିଜିନେସ୍ ହେଡ୍ ଲିତିସା ମଙ୍ଗତ ପଣ୍ଡା ଓ ନ୍ୟୁଜ୍ ଏଡିଟର ରାଧାମାଧବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଟେଲିଭିଜନ୍ ବ୍ରଡକାଷ୍ଟିଂରେ AI ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର ଏଇ ମାତ୍ର ଆରମ୍ଭ ହୋଇଛି। ସେଥିପାଇଁ ଓଟିଭିର AI ନ୍ୟୁଜ ଆଙ୍କର ‘ଲିସା’ ଏ କ୍ଷେତ୍ରରେ ଅନେକ ମାଇଲଖୁଣ୍ଟ ପ୍ରତିଷ୍ଠା କରିପାରିଛି । ‘ଲିସା’ ହେଉଛି ଭାରତର ଦେୟମୁକ୍ତ ଆଞ୍ଚଳିକ ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ପ୍ରଥମ AI ଆଙ୍କର। ଲିସା ମଧ୍ୟ ପ୍ରଥମ ଓଡ଼ିଆ AI ନ୍ୟୁଜ ଆଙ୍କର । ଲିସା ଏବେ ଓଟିଭିର ଟିଭି ଓ ଡିଜିଟାଲରେ କେବଳ ଓଡ଼ିଆ ଏବଂ ଇଂଲିଶ ଭାଷାରେ ଖବର ପଢ଼ିବ । ‘ଲିସା’କୁ ଆପଣ ପ୍ରମୁଖ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଗୁଡିକରେ ପାଇପାରିବେ।
ଅଳଙ୍କାର ଚ୍ୟାନେଲର ମୁଖ୍ୟ ଦେବୀଦତ୍ତ ମହାନ୍ତି କହିଛନ୍ତି, ଏତେ କମ୍ ଦିନ ଭିତରେ ଲକ୍ଷେରୁ ଅଧିକ ସବସ୍କ୍ରାଇବର ହେବା ଏକ ବଡ଼ ସଫଳତା। ଏଥିପାଇଁ ପୁରା ଟିମ୍କୁ ଓ ଦର୍ଶକମାନଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ଭଲ କଣ୍ଟେଣ୍ଟ ପାଇଁ ଏହି ଲୋକପ୍ରିୟତା ମିଳିଥିବା ସେ କହିଛନ୍ତି ।
ଚଳଚ୍ଚିତ୍ର ଓ ଯାତ୍ରା ପାଇଁ ଅଳଙ୍କାର ବେଶ୍ ଲୋକପ୍ରିୟତା ଅର୍ଜନ କରିଛି। ଯୁବପୀଢ଼ିକୁ ଚାହିଦାକୁ ଲକ୍ଷ୍ୟରେ ରଖି ଏହାର ୟୁଟ୍ୟୁବ ଚ୍ୟାନେଲ କରାଯାଇଥିଲା, ଯାହାକି ଦର୍ଶକଙ୍କ ମହଲରେ ଆଦୃତ ହୋଇ ପାରିଛି। ଅଳଙ୍କାରର ୟୁଟ୍ୟୁବ ଚ୍ୟାନେଲରେ ଲମ୍ବା ଭିଡିଓ ସହିତ ସର୍ଟସ ମଧ୍ୟ ଦେଖିହେବ। ଏହା ସହିତ ଯାତ୍ରା, ଫିଲ୍ମର ସିନ୍, ଗୀତ, କମେଡି ମଧ୍ୟ ଦେଖିପାରିବେ ଦର୍ଶକ।
କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ଓଡ଼ିଶାରେ ଜାତୀୟ ରାଜପଥରେ ଅନେକ ଭିତ୍ତିଭୂମି କାମ ଚାଲିଛି। ୨୦୨୪ ଶେଷ ସୁଦ୍ଧା ରାସ୍ତା ମାନ ଆମେରିକା ଭଳି ହେବ ବୋଲି ପ୍ରତିଶ୍ରୁତି ଦେଉଛି। ଉଚ୍ଚ ମାନର ରାସ୍ତା ଓଡ଼ିଶାର ବିକାଶ ଓ ଉନ୍ନତିକୁ ନୂଆ ସୋପାନକୁ ନେବ। ଓଡ଼ିଶା ଭଳି ସାରା ଭାରତର ବିଭିନ୍ନ ରାଜ୍ୟରେ ମଧ୍ୟ ରାସ୍ତା କାମ ଚାଲୁ ରହିଛି।’
ଏଥିସହ ସେ କହିଛନ୍ତି, ଭାରତର ଭିତ୍ତିଭୂମି ଦ୍ରୁତ ଗତିରେ ଅଗ୍ରଗତି କରୁଛି। ଦେଶରେ ଶିଳ୍ପ ପ୍ରତିଷ୍ଠା କରିବା ନିମନ୍ତେ ପ୍ରଥମେ ଆମକୁ ଯୋଗାଯୋଗକୁ ସୁଦୃଢ କରିବାକୁ ପଡ଼ିବ । ଶିଳ୍ପ ପାଇଁ ଜଳ , ବିଦ୍ୟୁତ୍ ଶକ୍ତି, ଯୋଗାଯୋଗ, ପରିବହନକୁ ସୁଦୃଢ କରିବାକୁ ପଡ଼ିବ । ଏସବୁ ମୌଳିକ ସୁବିଧା ବ୍ୟତୀତ ଆମେ ଶିଳ୍ପ ପ୍ରତିଷ୍ଠା କଥା କଳ୍ପନା କରି ପାରିବା ଅସମ୍ଭବ । ଦେଶରେ ଶିଳ୍ପ ପ୍ରତିଷ୍ଠା ହେଲେ ପୁଞ୍ଜି ନିବେଶ ହୋଇ ପାରିବ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାଦ୍ୱାରା ଦେଶର ଅର୍ଥନୀତି ସୁଦୃଢ ହେବ ।
ତେଣୁ ସର୍ବପ୍ରଥମେ ଆମକୁ ରାସ୍ତା କାମକୁ ସୁଦୃଢ କରିବାକୁ ପଡ଼ିବ । ଏଥିନିମନ୍ତେ ଆମ ଦେଶରେ ଜାତୀୟ ରାଜପଥ କାମକୁ ଆମେରିକା ମାନର କରାଯାଉଛି। ଦେଶରେ ୨ ଲେନ୍ଠୁ ଆରମ୍ଭ କରି ୮ ଲେନ୍ ପର୍ଯ୍ୟନ୍ତ ରାସ୍ତା କାମ ହେଉଛି। ବିଭିନ୍ନ ଶିଳ୍ପ କରିଡରରେ ଗ୍ରୀନ୍ ଏକ୍ସପ୍ରେସ ହାଇୱେ ନିର୍ମାଣ ଚାଲିଛି। ବହୁ ରାଜ୍ୟ ସରକାରଙ୍କ ସହଯୋଗରେ ଇଣ୍ଡଷ୍ଟ୍ରୀ କ୍ଲଷ୍ଟର, ଲଜିଷ୍ଟିକ ପାର୍କ ନିର୍ମାଣ ଚାଲିଛି। ଏହା ଆମ ଦେଶର ଅଗ୍ରଗତିକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଗଡ଼କାରୀ।
ଦେଶରେ ପେଟ୍ରୋଲ, ଡିଜେଲର ବିକଳ୍ପ ଭାବେ ଇଥେନାଲ, ମିଥେନାଇଲ, ବାୟୋଡିଜେଲ, ବାୟୋ ସିଏନଜି, ଗ୍ରୀନ ହାଇଡ୍ରୋଜେନ, ସୋଲାର ପାୱାର ଉପରେ କାମ ଚାଲିଛି। ଫଳରେ ଗ୍ରୀନ୍ ଇଣ୍ଡିଆର ସ୍ୱପ୍ନ ଖୁବ୍ଶୀଘ୍ର ସାକାର ହେବ । ଭାରତରେ ଲଜିଷ୍ଟିକ ଖର୍ଚ୍ଚ ୧୬% ଥିବା ବେଳେ ଚାଇନାରେ ଏହା ୮-୧୦%, ପଶ୍ଚିମ ଦେଶରେ ଏହା ୧୨%ରେ ସୀମିତ ରହିଛି। ଏହାକୁ ଏକକ ସଂଖ୍ୟା ମଧ୍ୟରେ ସୀମିତ କରି ରଖିବାକୁ ଆମେ ତତ୍ପର ଓ କାର୍ଯ୍ୟରତ ବୋଲି କହିଛନ୍ତି ନୀତିନ ଗଡ଼କାରୀ।
ଭାରତ ଏକ ଦ୍ରୁତ ବିକାଶଶୀଳ ଦେଶ । ଭାରତ ସହ ବ୍ୟବସାୟ କରିବା ନିମନ୍ତେ ବିଭିନ୍ନ ଦେଶ ଆଗ୍ରହୀ। ଏଥିନିମନ୍ତେ ଆକାଶ ମାର୍ଗକୁ ସୁଦୃଢ କରିବାକୁ ଦେଶରେ ଶହେରୁ ଅଧିକ ଏୟାରପୋର୍ଟ ସ୍ଥାପନ କରାଯାଇଛି। କେବଳ ସେତିକି ନୁହେଁ, ଅନ୍ତର୍ନିହିତ ଦକ୍ଷତା, ରିସର୍ଚ୍ଚ, କୁଶଳ କ୍ଷମତା ଆଦିକୁ ବିନିଯୋଗ କରି ଆମେ ନୂଆ ନୂଆ ଜ୍ଞାନ ଆହରଣ କରିପାରିବା। ପରେ ଏହାଦ୍ୱାରା ଦେଶର ଅର୍ଥନୀତିକୁ ସଶକ୍ତ କରାଯାଇ ପାରିବ ବୋଲି ସେ କହିଛନ୍ତି ।
ଏହି ଅବସରରେ ‘ଫୋରସାଇଟ’ର ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ନୂଆଦିଲ୍ଲୀରୁ ଭିସି ଜରିଆରେ ସାମିଲ ହୋଇ ନିଜର ମତ ରଖିଛନ୍ତି। ସେହିପରି ବଲିଉଡ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଆଜିର ଏହି ‘ଫୋରସାଇଟ୍’ କାର୍ଯ୍ୟକ୍ରମରେ ସାମିଲ ହେବେ।
୨୦୧୦ ମସିହାରୁ ଆରମ୍ଭ ହୋଇଥିବା ବାର୍ଷିକ ଚିନ୍ତନ ସମାବେଶର ଏହା ତ୍ରୟୋଦଶ ସଂସ୍କରଣ। ସବୁଥର ଭଳି ଆଜି ମଧ୍ୟ ରାଜ୍ୟ ଓ ଜାତୀୟ ସ୍ତରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ହେବ। ପୂରା ଫୋରସାଇଟ୍ କାର୍ଯ୍ୟକ୍ରମକୁ ମୋବାଇଲ୍ ଯୋଗେ ଓଟିଭି ଫେସବୁକ୍ ଓ ୟୁଟ୍ୟୁବ୍ ଚ୍ୟାନେଲରେ ସିଧାପ୍ରସାରଣ କରାଯିବ।
ଗତ ୭ ବର୍ଷ ଧରି ରାଉରକେଲା ଦିବସ ପାଳନ କରି ଆସୁଥିବା କାନଭାସ୍ ପରିବାର ପକ୍ଷରୁ ଓଟିଭି ଏମଡିଙ୍କୁ ଉତ୍କଳ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ତେବେ ଜଗିଙ୍କ ତରଫରୁ ଓଟିଭିର ରାଉରକେଲା ବ୍ୟୁରୋ ହେଡ୍ ପବନ ତିୱାରୀ ଏହି ସମ୍ମାନ ଗ୍ରହଣ କରିଛନ୍ତି।
ତେବେ ଉତ୍କଳ ରତ୍ନ ସମ୍ମାନ ନିମନ୍ତେ ଭିଡିଓ କନଫେରନ୍ସିଂ ଜରିଆରେ ଜଗି ମଙ୍ଗତ ପଣ୍ଡା କାନଭାସ୍ ପରିବାର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବା ସହ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ପାରି ନ ଥିବାରୁ ଦୁଃଖ ପ୍ରକାଶ କରିଥିଲେ।
ଏହି ଅବସରରେ କମେଡିଆନ ପପୁ ପମ୍ ପମଙ୍କୁ ମଧ୍ୟ ଉତ୍କଳ ରତ୍ନ ପ୍ରଦାନ କରାଯାଇଥିବାବେଳେ ଟଙ୍କିକିଆ କ୍ଲିନିକ ପାଇଁ ଚର୍ଚ୍ଚାରେ ଥିବା ଡାକ୍ତର ଶଙ୍କର ରାମ ଚନ୍ଦାନିଙ୍କୁ ପ୍ରଦାନ କରାଯାଇଛି ଉତ୍କଳ ଗୌରବ ସମ୍ମାନ।
ସୂଚନାଯୋଗ୍ୟ, ପ୍ରତିବର୍ଷ ମାର୍ଚ୍ଚ ୩ ତାରିଖକୁ କାନଭାସ ପରିବାର ରାଉରକେଲା ଦିବସ ରୂପେ ପାଳନ କରୁଛି।
ବଲିଉଡ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଆଜିର ଏହି ‘ଫୋରସାଇଟ୍’ କାର୍ଯ୍ୟକ୍ରମରେ ସାମିଲ ହେବେ। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ନୂଆଦିଲ୍ଲୀରୁ ଅନଲାଇନ୍ ଯୋଗେ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇ ନିଜର ମତ ରଖିବେ।
ଆଜିର ଏହି କାର୍ଯ୍ୟକ୍ରମରେ ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ସ୍ୱାଗତ ଭାଷଣ ଦେଇ ଅତିଥିଙ୍କୁ ସ୍ୱାଗତ କରିବେ। ପୂରା ଫୋରସାଇଟ୍ କାର୍ଯ୍ୟକ୍ରମକୁ ମୋବାଇଲ୍ ଯୋଗେ ଓଟିଭି ଫେସବୁକ୍ ଓ ୟୁଟ୍ୟୁବ୍ ଚ୍ୟାନେଲରେ ସିଧାପ୍ରସାରଣ କରାଯିବ।
https://www.youtube.com/watch?v=o7LaHz6deQY
https://www.youtube.com/watch?v=M19isjJoC0M
ନିତେଶ କହିଛନ୍ତି ସେ ଓଟିଭିରୁ ସେ ତାଙ୍କ କାମ ସାରି ଘରକୁ ଫେରୁଥିଲେ। ଜୟଦେବ ବିହାର ଓଭର ବ୍ରିଜ ଅତିକ୍ରମ କରିବା ପରେ ହଠାତ୍ ଏକ ପଲସର ଆସିଥିଲା। ନିତେଶ ଯାଉଥିବା ବେଳେ ତାଙ୍କ ଗାଡ଼ି ପାଖକୁ ଆସି ଦୁର୍ଘଟଣାର ଆଶଙ୍କା ତିଆରି କରିଥିଲା ସେହି ପଲସର ଚାଳକ। ଯାହାର ସ୍ୱଭାବ ମଦୁଆଙ୍କ ଭଳି ଲାଗୁଥିଲା ବୋଲି ନିତେଶ କହିଛନ୍ତି। ପରେ ଏଭଳି କାହିଁକି ଗାଡ଼ି ଚଳାଉଛ ବୋଲି ନିତେଶ କହିବାରୁ ସଂପୃକ୍ତ ପଲସର ଚାଳକ ହଠାତ୍ ରାସ୍ତା ମଝିରେ ଗାଡ଼ି ରଖି ନିତେଶଙ୍କୁ ଅଟକାଇଥିଲେ। ଏହାପରେ ନିତେଶ ପିସିଆରକୁ ୧୧.୨୧ ଘଣ୍ଟାରେ କଲ୍ କରିଥିଲେ। ସହଯୋଗର ଆବଶ୍ୟକତା ଅଛି ବୋଲି ଜଣାଇଥିଲେ କଣ୍ଟ୍ରୋଲ ରୁମକୁ। ଏକ ମିନିଟ ୧ ସେକେଣ୍ଡର ଏହି କଲ ଥିଲା ନିତେଶଙ୍କର। ଏହି ସମୟରେ ସଂପୃକ୍ତ ବ୍ୟକ୍ତି କିଛି ଲୋକଙ୍କୁ ଡକାଇଥିଲା। ଆଉ ଗୋଟିଏ ଦୁଇ ମିନିଟ୍ ମଧ୍ୟରେ ଆଉ କିଛି ଯୁବକ ପହଞ୍ଚିଥିଲେ। ଏହାପରେ ନିତେଶ ସଂପୃକ୍ତ ପଲସର ଗାଡ଼ିର ନମ୍ୱର ଟିପିବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ମାଡ଼ ମାରିବା ସହିତ ଆଇ କାର୍ଡ ଓ ମୋବାଇଲ୍ ଛଡ଼ାଇ ନେଇଥିଲେ।
ଏହାରି ଭିତରେ ୧୧ଟା ୨୮ ମିନିଟରେ ମଧ୍ୟ ନିତେଶ ପିସିଆରକୁ କଲ୍ କରିଥିଲେ ଜବାବ ଆସିଥିଲା ହଁ ଯାଉଛନ୍ତି। ପରେ ନିତେଶ ସ୍ଥାନୀୟ ବାସିନ୍ଦା ଏବଂ ଓଟିଭିର ସାମ୍ୱାଦିକ ଜାଣିବା ପରେ ଦୁର୍ବୃତ୍ତଙ୍କ ନିଶାର ପାରା କମିଯାଇଥିଲା। ଏମିତିକି ମୋବାଇଲ୍ ଫେରାଇ ଦେଇ ରାସ୍ତା ଛାଡ଼ି ଦେଇଥିଲେ। ପରେ ୧୧ଟା ୨୯ ମିନିଟରେ ନିତେଶ ରାଜଭବନ ପାଖରେ ପହଞ୍ଚିବା ପରେ ପିସିଆରକୁ କଲ୍ କରି ପାଖାପାଖି ୨ ମିନିଟ୍ ୫୪ ସେକେଣ୍ଡ କଥା ହୋଇ ସମସ୍ତ କଥା ଜଣାଇଥିଲେ। ତେବେ ପୁଲିସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାଙ୍କୁ ଜଣା।
ଯଦି ରାଜଧାନୀରେ କମିଶନରେଟ ପୁଲିସର ସୁରକ୍ଷା ଭିତରେ ଦୁର୍ବୃତ୍ତ ଶଟଡାଉନ ନିୟମ ଭାଙ୍ଗି ଏଭଳି ଉତ୍ପାତ କରିବେ ତାହେଲେ ପୁୁଲିସର ପାଟ୍ରୋଲିଂ ବ୍ୟବସ୍ଥା ଯେ ହୁଗୁଳା ଥିବା ବେଶ୍ ସ୍ପଷ୍ଟ।
ପୂର୍ବରୁ ନାବାଳିକାଙ୍କ ମାଆ ଏହି ଘଟଣାରେ ପୁଲିସ କର୍ମଚାରୀ ଓ ତାଙ୍କର ଦୁଇ ସଯୋଗୀ ସଂପୃକ୍ତ ଥିବା FIRରେ ଦର୍ଶାଇଥିଲେ। ତେବେ ଏହି ଘଟଣାରେ ସଂପୃକ୍ତ ପୁଲିସ କର୍ମଚାରୀଙ୍କୁ କାହିଁକି ପଚରା ଉଚରା କରାଯାଉନାହିଁ କି ଗିରଫ କରାଯାଉନାହିଁ। ତାକୁ ନେଇ ପ୍ରଶ୍ନ ଉଠିଛି। ଏହି ଘଟଣାର ତଦନ୍ତକୁ ନେଇ ହାଇକୋର୍ଟ ପୂର୍ବରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଆସନ୍ତା ୧୬ ତାରିଖ ସୁଦ୍ଧା କଣ ପଦକ୍ଷେପ ନିଆଯାଇଛି ଜଣାଇବାକୁ କହିଥିଲେ କୋର୍ଟ।
ଗିରଫ ନେଇ ଓଟିଭି ସ୍ପଷ୍ଟୀକରଣ ଦେଇଛି। ସେଥିରେ କୁହାଯାଇଛି ଯେ, ତଦନ୍ତରେ ଓଟିଭି ଓ ଏହାର କର୍ମଚାରୀ ସର୍ବଦା ପୁଲିସକୁ ସହଯୋଗ କରି ଆସିଛନ୍ତି। ତେବେ ଗିରଫ କର୍ମଚାରୀଙ୍କ ବିରୋଧରେ କୌଣସି ପ୍ରାଥମିକ ଦ୍ରଷ୍ଟବ୍ୟ ପ୍ରମାଣ ନାହିଁ। ତେଣୁ ସେମାନଙ୍କୁ ବିଳମ୍ବିତ ରାତିରେ ଗିରଫ କରିବାର କୌଣସି କାରଣ ନାହିଁ। ଏହି ମାମଲାରେ ଓଟିଭି ଏମ୍ଡି ଜଗି ମଙ୍ଗତ ପଣ୍ଡାଙ୍କ ସହ ସମସ୍ତ କର୍ମଚାରୀ ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିଆସୁଛନ୍ତି। ଏପରିକି ମହିଳା କମିଶନ ଓ ଶିଶୁ ସୁରକ୍ଷା ଅଧିକାର କମିଶନଙ୍କ ନିକଟରେ ମଧ୍ୟ ହାଜର ହୋଇ ଆସୁଛନ୍ତି। ଏହି ମାମଲାରେ ଶୁଣାଣି ବେଳେ ପୁଲିସ ପକ୍ଷରୁ କେହି ହାଜର ହେଉନାହାନ୍ତି। ତେବେ ମାମଲାରେ କିଛି ପୁଲିସ କର୍ମଚାରୀ ଅଭିଯୁକ୍ତ ଥିଲେ ମଧ୍ୟ ସେମାନଙ୍କ ନାଁ ପ୍ରକାଶ କରାଯାଉନାହିଁ କି ସେମାନଙ୍କୁ ଜେରା କରାଯାଉନାହିଁ। କାହିଁକି ପୁଲିସ କର୍ମଚାରୀଙ୍କୁ ଗିରଫ କରାଯାଉନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ପୁଲିସ ୟୁନିଫର୍ମ ପିନ୍ଧି ଅଭିଯୁକ୍ତ ଗଣଦୁଷ୍କର୍ମ କରିଥିବା ନେଇ ନାବାଳିକାଙ୍କ ମାଆ ଅଭିଯୋଗ କରିଥିଲେ ମଧ୍ୟ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ? ପରୀ, ପିହୁ ଓ ସ୍ୱାତୀ ମାମଲା ପରେ ଅଡ଼ୁଆ ସୁତାରେ ଛନ୍ଦି ହୋଇଥିବା ଓଡ଼ିଶା ପୁଲିସ ଏଥିରୁ ନଜର ହଟାଇବା ଲାଗି ଏହି ପଦକ୍ଷେପ ନେଇଥାଇପାରେ ବୋଲି ସନ୍ଦେହ କରାଯାଉଛି।
ଅଧିକ ପଢ଼ନ୍ତୁ : ପୁଲିସକୁ କାହିଁକି ଗିରଫ କରୁନ ବୋଲି ପ୍ରଶ୍ନ କଲେ ସୁର ରାଉତରାୟ
IDMA ପକ୍ଷରୁ କୁହାଯାଇଛି, ତଥ୍ୟ ପ୍ରମାଣ ସହ ମିଡିଆ ଖବର ପ୍ରସାରଣ କରିଥାଏ। ଓଟିଭିରେ ନିଜକୁ ସୁହାଉ ନଥିବା ଖବର ପ୍ରସାରଣକୁ ନେଇ ସରକାର ଉତ୍ପୀଡ଼ନ କଲେ। ସରକାର କୌଣସି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ପ୍ରତି ଏପରି ଆକ୍ରୋଶମୂଳକ ଆଭିମୁଖ୍ୟ ଗ୍ରହଣ କଲେ ଦିନ ଆସିବ ଦେଶରେ ଆଉ କୌଣସି ଗଣମାଧ୍ୟମ ହୁଏତ ନଥିବେ।
https://twitter.com/IndiaIDMA/status/1330742795707973633?s=20
ଭାରତ ଭଳି ଦେଶରେ ଗଣତନ୍ତ୍ର ବଜାୟ ରଖିବାକୁ ହେଲେ ପ୍ରେସ୍ ସ୍ୱାଧୀନତା ଜରୁରୀ। ଗଣତନ୍ତ୍ରରେ ସରକାର ସମାଲୋଚନାରୁ ଊର୍ଦ୍ଧ୍ୱରେ ନୁହନ୍ତି ବୋଲି ଜାଣିରଖିବା ଉଚିତ କହି ଚେତାବନୀ ଦେଇଛି IDMA।
ଓଟିଭି ସାମ୍ବାଦିକ, କର୍ମଚାରୀଙ୍କ ପ୍ରତି ନିର୍ଯାତନା ବନ୍ଦ କରିବା ସହ ଗୋଟିଏ ଚ୍ୟାନେଲକୁ ଚାପ ଦେଲେ, ଖବର ଚପିବନି ବୋଲି ସରକାରଙ୍କୁ ଅବଗତ କରାଇଛି IDMA।
ସଂପ୍ରତି ଡିଜିଟାଲ ଯୁଗରେ ସେ ପ୍ରୟାସ ସଂପୂର୍ଣ୍ଣ ନିଷ୍ଫଳ ଯିବ। ଖବର ଚପିବା ପରିବର୍ତ୍ତେ ଅଧିକ ମାତ୍ରାରେ ବ୍ୟାପିବ ବୋଲି କହିଲା IDMA।
ଆଗକୁ ପଢନ୍ତୁ: ଏନସିବି ଅଧିକାରୀଙ୍କୁ ଆକ୍ରମଣ କଲେ ଡ୍ରଗ୍ସ ପେଡେଲର
ଏହି ଶିଳ୍ପାଞ୍ଚଳର ଚାରିପଟେ ଏବେ ଜଙ୍ଗଲ ମାଡିଗଲାଣି। ଏଠାରେ ଖୋଲିଥିବା ଅଧିକାଂଶ ଶିଳ୍ପସଂସ୍ଥା ଗେଟରେ ତାଲା ଝୁଲୁଛି। ଏଠାକୁ ନା ଶ୍ରମିକ ଆସୁଛନ୍ତି ନା ଶିଳ୍ପ ଉତ୍ପାଦନ ହେଉଛି? କାରଣ ସରକାରୀ ପ୍ରୋତ୍ସାହନ, କଞ୍ଚାମାଲ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଅଭାବରୁ ଏଠାରେ ଖୋଲିଥିବା ୨୦ରୁ ଅଧିକ ଶିଳ୍ପ ମଧ୍ୟରୁ ଅଧିକାଂଶ ରୁଗ୍ଣ ଅବସ୍ଥାରେ ରହିଛି। ଯାହା ଫଳରେ ସାରୁଅ ଶିଳ୍ପାଞ୍ଚଳ ସ୍ୱପ୍ନ ଏବେ ଦୁଃସ୍ୱପ୍ନରେ ପରିଣତ ହେବାକୁ ବସିଲାଣି।
ଏ ନେଇ ସ୍ଥାନୀୟ ବାସିନ୍ଦା କହୁଛନ୍ତି ଯେ ୨୦ଟି ଶିଳ୍ପ ମଧ୍ୟରୁ କେବଳ ୨ରୁ ୩ଟିରେ କାମ ଚାଲିଥିବା ବେଳେ ବାକି ସବୁ ବନ୍ଦ ହୋଇପଡିଛି। ତେବେ ଏଠିକାର କିଛି ଖଳ ପ୍ରବୃତ୍ତିର ଲୋକ ଶିଳ୍ପସଂସ୍ଥା ମାଲିକଙ୍କୁ ନିୟମିତ ଧମକଚମକ ଦେଉଥିବା ସେମାନେ ଅଭିଯୋଗ ଆଣିଛନ୍ତି।
ସେପଟେ ଦୀର୍ଘ ୧୮ ଦିନ ହେଲା ସାରୁଅ ଓଟିଭି ଷ୍ଟୁଡିଓ ଆଗରେ ଠିକା ଶ୍ରମିକମାନେ ଧାରଣାରେ ବସିଛନ୍ତି। ଚାକିରୀ ସ୍ଥାୟୀ କରିବା ଓ ଦରମା ବଢ଼ାଇବା ଦାବି କରି ଏମାନେ ଆନ୍ଦୋଳନ କରୁଥିବା କହୁଛନ୍ତି। ତେବେ ପ୍ରକୃତ କଥା କିନ୍ତୁ ଅଲଗା। ଏମାନେ ସ୍ୱଇଚ୍ଛାରେ ବସିନାହାନ୍ତି, ବରଂ ପ୍ରାୟୋଜିତ ଭାବେ ଏମାନଙ୍କୁ ଏଠାରେ ବସାଯାଇଛି। ଫଳରେ ୧୮ ଦିନ ହେଲା ଷ୍ଟୁଡିଓ ପରିସରରେ ସମସ୍ତ କାମ ଠପ୍ ହୋଇପଡ଼ିଛି।
କମ୍ପାନୀ ଭିତରେ ଥିବା କର୍ମଚାରୀ ବି ବାହାରକୁ ଆସିନପାରି ଗୃହବନ୍ଦୀ ଭଳି ରହିଛନ୍ତି। ଏହାଦ୍ୱାରା କମ୍ପାନୀ ତ କ୍ଷତିଗ୍ରସ୍ତ ହେଉଛି, ତା ସହିତ ଓଟିଭି ଓ ତରଙ୍ଗ ଚ୍ୟାନେଲର ବିଭିନ୍ନ କାର୍ଯ୍ୟକ୍ରମରେ ନିୟୋଜିତ କଳାକାର, ଟେକ୍ନିସିଆନ ଓ ଅନ୍ୟ ପେସାଦାରଙ୍କ ଜୀବନଜୀବୀକା ବି ଅଟକି ଯାଇଛି।
ତେବେ ଏହା ପଛରେ ମଧ୍ୟ କିଛି ରାଜନୀତି ରହିଥିବା କୁହାଯାଉଛି। ଦୀର୍ଘ ୧୦ ବର୍ଷ ହେବ ଯେଉଁ ସଂସ୍ଥା ଠିକଠାକ୍ ଚାଲିଥିଲା, ଆଜି ହଠାତ୍ କାହିଁକି ଏସବୁ ବିବାଦ ଉଠିଲା ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି। ଏପରିକି ଏନେଇ ପୁଲିସ, କିମ୍ବା ଜିଲ୍ଲା ପ୍ରଶାସନ କେହି ବି ଏ ସଂକ୍ରାନ୍ତରେ ମୁହଁ ଖୋଲିନାହାନ୍ତି।
ଦେଶର ଜାତୀୟ ଓ ଆଞ୍ଚଳିକ ସ୍ତରରେ ଥିବା ବିଭିନ୍ନ ନ୍ୟୁଜ୍ ଚ୍ୟାନେଲକୁ ୧୨୦ଟି ଭିନ୍ନ ଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି। ନ୍ୟୁଜ୍ ଚ୍ୟାନେଲରେ ପ୍ରସାରିତ ବିଭିନ୍ନ କାର୍ଯ୍ୟକ୍ରମ ଓ ଟେଲିଭିଜନ୍ ନ୍ୟୁଜ୍ ଚ୍ୟାନେଲର ଆଙ୍କର, ସାମ୍ବାଦିକ, ପ୍ରଯୋଜକ, କ୍ୟାମେରା ପର୍ସନ, ଭିଡିଓ ଏଡିଟର ଏବଂ ଅନ୍ୟ ବ୍ୟକ୍ତିତ୍ୱଙ୍କୁ ପୁରସ୍କୃତ କରାଯାଇଛି।
ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଜମି କିଣାବିକା ମାମଲାରେ ମନୋରଞ୍ଜନଙ୍କୁ ଗତକାଲି ଗିରଫ କରାଯାଇଥିଲା ବୋଲି ପ୍ରେସ୍ ରିଲିଜ୍ ଯୋଗେ ସୂଚନା ଦେଇଥିଲା ଇଓଡବ୍ଲ୍ୟୁ। ତାଙ୍କ ବିରୋଧରେ ୪୨୦, ୪୨୩, ୪୬୭, ୪୬୮ ଓ ୪୭୧ ଭଳି ଦଫା ଲଗାଯାଇଛି । ଏଥିସହ 120 B ର ସେକ୍ସନ 3 (1) (G, Q) SC/ST ଆଇନରେ ସିଏଫ୍ଓଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚର EOW ପ୍ରେସ୍ ରିଲିଜରେ ଉଲ୍ଲେଖ କରିଥିଲା।
ସୂଚନାଯୋଗ୍ୟ, ବିନା ନୋଟିସରେ ଗତକାଲି କ୍ରାଇମବ୍ରାଞ୍ଚ ମନୋରଞ୍ଜନଙ୍କୁ ଉଠାଇ ନେଇଥିବା ବେଳେ ଏ ସଂକ୍ରାନ୍ତରେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଅବଗତ କରାଯାଇ ନ ଥିଲା। ଅପରାହ୍ନରେ କ୍ୟାପିଟାଲ୍ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଗିରଫ କରାଯାଇଥିବା ଦର୍ଶାଯାଇଥିଲା। ଏହାସହ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଆବେଦନ କରିଥିବା ବେଳେ କୋର୍ଟ ୨ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି ।
ସେ ଆହୁରି କହିଥିଲେ ଯେ, ସକାଳୁ ଉଠିବା ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ଉଠାଇ ଆଣିଛି। ନିର୍ଦ୍ଦୋଷରେ ତାଙ୍କୁ ହଇରାଣ କରାଯାଉଛି।
ଘଟଣା ସଂପର୍କରେ ମନୋରଂଜନଙ୍କ ଝିଅ ଗାୟତ୍ରୀ କହିଛନ୍ତି, ୫ ଜଣ ଆସିଥିଲେ। ବିନା ନୋଟିସ୍ ଜବରଦସ୍ତି ଘରେ ପଶି ବାପାଙ୍କୁ ଉଠାଇ ନେଲେ। ବାପା ଡାଇବେଟିସ୍ ରୋଗୀ। ସାଙ୍ଗରେ ଔଷଧ ନେବାକୁ ବି ତାଙ୍କୁ ଦିଆଗଲାନି। ସେ କିଛି ଖାଇ ମଧ୍ୟ ନଥିଲେ। କେଉଁଠିକୁ ନେଲେ କିଛି କହିଲେନି। ବାପାଙ୍କ ସହ ଯୋଗାଯୋଗ ହୋଇପାରୁନି। ତେଣୁ ଆମ ସମସ୍ତଙ୍କୁ ଖୁବ୍ ବ୍ୟସ୍ତ ଲାଗୁଛି। ବାପାଙ୍କୁ ସେମାନେ ନେଇ ଯିବା ପରଠୁ ଜେଜେ ମା’ ଅସୁସ୍ଥ ଅଛନ୍ତି।
ଅନ୍ୟପକ୍ଷରେ ମନୋଜଞ୍ଜନ ଘରକୁ ନଫେରିବା ପର୍ଯ୍ୟନ୍ତ କିଛି ଖାଇବେ ନାହିଁ ବୋଲି ତାଙ୍କର ୮୪ ବର୍ଷୀୟା ମା’ କହିଛନ୍ତି।
ପଢନ୍ତୁ : ‘ଆଦର୍ଶ’ ମୁଖ୍ୟମନ୍ତ୍ରୀ ସୁଶାସନରେ ଅପାରଗ
ସେ କହିଛନ୍ତି- “କିଛି କହିଲେନି, ଘରେ ପଶି ମୋ ପୁଅକୁ ନେଇଗଲେ। ସକାଳୁ କେହି ଚା ପିଇନୁ କି କେହି କିଛି ଏଯାଏ ଖାଇନୁ। ମୋ ପୁଅକୁ ସେମାନେ କାହିଁକି ନେଇଗଲେ?”
ଆଜି ସକାଳେ ଓଟିଭି ସିଏଫଓ ମନୋରଞ୍ଜନ ଷଡଙ୍ଗୀଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ। ବିନା ନୋଟିସରେ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିବା ଜଣାପଡ଼ିଛି। ବହୁ ସମୟ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ସୂଚନା ଦିଆଯାଇନାହିଁ। କେଉଁ କାରଣରୁ ତାଙ୍କୁ ଉଠାଇ ନିଆଯାଇଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ଏହା ପୂର୍ବରୁ ମଧ୍ୟ ମନୋରଂଜନ ଷଡ଼ଙ୍ଗୀଙ୍କୁ ଓଟିଭି ଅଫିସରରେ ପଚରା ଉଚରା କରାଯାଇଥିଲା। ଏପରିକି ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନାକୁ ଡାକି ମଧ୍ୟ ପଚରା ଉଚରା କରାଯାଇଥିଲା।
ଅପରାଜିତା କହିଛନ୍ତି, ଏହା ସରକାରଙ୍କ ଅସୁରକ୍ଷାର ଭାବନା ଓ ନିଜ ଦୁର୍ବଳତା ଲୁଚାଇବାକୁ ଚେଷ୍ଟା। ଶାସନରେ ଥିବା ଅସୁବିଧାକୁ ଏକ ଟିଭି ଚ୍ୟାନେଲ ପ୍ରକାଶ କରୁଛି। ଯଦି ଅପ୍ରିୟ ସତ୍ୟ ପଦାକୁ ଆସୁଛି, ତଦନ୍ତ କରି ପଦକ୍ଷେପ ନେବାକଥା। ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯିବା ଜଳଜଳ ଦିଶୁଛି। ଏସବୁ ଭୁଲ୍। ଗୋଟିଏ ପରେ ଗୋଟିଏ ଭୁଲ୍ ନକରନ୍ତୁ ରାଜ୍ୟ ସରକାର। ଏହା ବିନାଶ କାଳେ ବିପରୀତ ବୁଦ୍ଧି, ଏମିତି କରନ୍ତୁନି।
ସେ ଆହୁରି କହିଛନ୍ତି, ସରକାର ଆତ୍ମସମୀକ୍ଷା କରନ୍ତୁ। ଏହା ଠିକ୍ କି ଭୁଲ୍ ନିଜକୁ ପଚାରନ୍ତୁ। ଶାସନରେ ଭୁଲ୍ ଅଛି। ଓଡ଼ିଶାରେ ଏମିତି ଏକଛତ୍ରବାଦ ନକରାଯାଉ। ରିପୋର୍ଟ କହୁଛି ଶାସନ କ୍ଷେତ୍ରରେ ଓଡ଼ିଶା ତଳଆଡୁ ତୃତୀୟରେ ରହିଛି।
ସେହିପରି କଂଗ୍ରେସ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି, ଏକ ଲୋକପ୍ରିୟ ମିଡିଆ ହାଉସ ଉପରେ ଲଗାତାର ଆକ୍ରମଣ ଚାଲିଛି। ଗଣତନ୍ତ୍ରରେ ଏପରି ଘଟିବା ଦୁଃଖଦ ଘଟଣା। ଓଟିଭି ଉପରେ ଆକ୍ରମଣକୁ କଂଗ୍ରେସ ନିନ୍ଦା କରୁଛି। ଓଡ଼ିଶାର ଟିଭି ହେଉଛି ଓଟିଭି। ଜନସାଧାରଣ ତାଙ୍କ ସହ ଅଛନ୍ତି।
ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର କହିଲେ, ତଦନ୍ତକାରୀ ସଂସ୍ଥା ‘କ୍ରାଇମବ୍ରାଞ୍ଚ’ ଆଇନକୁ ପାଳନ କରୁ ନଥିବା ଜଣାପଡୁଛି, ଏପରି ଘଟଣା ଦ୍ୱାରା ସଂସ୍ଥାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠୁଛି, ଆଇନ ଅନୁସାରେ କୌଣସି ବ୍ୟକ୍ତିଙ୍କୁ ଅଜ୍ଞାତ ସ୍ଥାନରେ ରଖିପାରିବେନି, ଯେଉଁଠିକି ବି ନେବେ ସେକଥା ପରିବାରକୁ ଜ୍ଞାତ ହେବା ଦରକାର
ସେ ଆହୁରି କହିଛନ୍ତି, ଏମିତି ତାଙ୍କୁ ଉଠାଇ ନେବା ସାମ୍ବିଧାନିକ ଅଧିକାରକୁ କ୍ଷୂଣ୍ଣ କରୁଛି। ଏହା ପଛରେ କିଛି ଆକ୍ରୋଶ ଓ ମନ୍ଦ ଉଦ୍ଦେଶ୍ୟ ଥିବା ଧରିନେବାକୁ ହେବ। ଚାପର ବଶବର୍ତ୍ତୀ ହୋଇ କ୍ରାଇମବ୍ରାଞ୍ଚ ଆଇନ ଉଲ୍ଲଂଘନ କରୁଥିବା ଜଣାପଡୁଛି। ଚାପର ବଶବର୍ତ୍ତୀ ହୋଇ କ୍ରାଇମବ୍ରାଞ୍ଚ ଆଇନ ଉଲ୍ଲଂଘନ କରୁଥିବା ଜଣାପଡୁଛି।
https://youtu.be/75FIdtvYizA
ପ୍ରାୟ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଦର୍ଶକଙ୍କ ସ୍ନେହ, ପ୍ରେମ ଓ ସମର୍ଥନ 'ଓଟିଭି' ସହ ରହିଆସିଛି, ଯାହାର ପ୍ରତିଫଳନ ହେଉଛି 'ଓଟିଭି'କୁ ଜାତୀୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନର ମାନ୍ୟତା। ବାର୍କ ନେଟଓ୍ୱର୍କ ପକ୍ଷରୁ ଅଗଷ୍ଟ ମାସର ନେଟଓ୍ୱର୍କ ସ୍ତରୀୟ ପ୍ରଦର୍ଶନକୁ ନେଇ ଶ୍ରେଷ୍ଠ ୧୫ଟି ଟିଭି ନେଟଓ୍ୱର୍କ ତାଲିକା ପ୍ରକାଶ କରାଯାଇଛି, ଯେଉଁଥିରେ ଟପ୍ ୧୩ରେ ଓଟିଏଲ ରହିଛି। ତେବେ ସବୁଠାରୁ ବଡ଼ କଥା ହେଲା ଶ୍ରେଷ୍ଠ ୧୪ରେ 'ଟିଭି ଟୁଡେ ନେଟଓ୍ୱର୍କ ଲିମିଟେଡ୍' ଏବଂ ୧୫ରେ 'ଏବିପି ନେଟଓ୍ୱାର୍ଡ ପ୍ରାଇଭେଟ୍ ଲିମିଟେଡ୍' ସ୍ଥାନ ପାଇଛନ୍ତି। ତେବେ ଏହି ତାଲିକାର ଶୀର୍ଷ ସ୍ଥାନରେ ରହିଛି 'ଷ୍ଟାର୍ ନେଟଓ୍ୱର୍କ'।
ଓଟିଭି ନେଟଓ୍ୱାର୍କ ଜାତୀୟ ସ୍ତରର ଦୌଡ଼ରେ ଏବିପି ଏବଂ ଟିଭି ଟୁଡେ ଭଳି ଗ୍ରୁପକୁ ପଛରେ ପକାଇବା ଏକ ବଡ଼ ସଫଳତା। ସବୁଠାରୁ ବଡ଼ କଥା ହେଲେ ଜାତୀୟ ସ୍ତରରେ ସର୍ବାଦୃତ ଟିଭି ନେଟଓ୍ୱର୍କ ତାଲିକାରେ ଲଗାତର ୨ୟ ଥର ପାଇଁ ଏକମାତ୍ର ଓଡ଼ିଆ ଚ୍ୟାନେଲ ଭାବେ ଓଟିଭି ନେଟଓ୍ୱର୍କ ରହିଛି। ଜୁଲାଇ ମାସର ବାର୍କ ନେଟଓ୍ୱର୍କ ତାଲିକାରେ ଓଟିଭି ଶ୍ରେଷ୍ଠ ୧୫ରେ ଥିଲା।
ଏନେଇ ଓଟିଭି ଏମଡି ଜଗି ମଙ୍ଗତ୍ ପଣ୍ଡା ସୋଶାଲ ମିଡିଆରେ ବିପୁଳ ମାତ୍ରାରେ ସମର୍ଥନ ଓ ଭଲପାଇବା ଦେଇଥିବାରୁ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। କେବଳ ଦର୍ଶକଙ୍କ ପାଇଁ ରାଜ୍ୟର ନଂ-୧ ଚ୍ୟାନେଲ୍ ଏବେ ସାରା ଦେଶରେ ଟପ୍ ୧୩ରେ ରହିଛି। ଆଗାମୀ ଦିନରେ ମଧ୍ୟ ଏହି ଭଳି ଭାବେ ଓଟିଭି ନିଜ କର୍ତ୍ତବ୍ୟ ପାଳନ କରିବ ବୋଲି ଜଗି କହିଛନ୍ତି।
ପୁଲିସ୍ରେ ହୋଇଥିବା ଅଭିଯୋଗ ଅନୁଯାୟୀ, ନିରଞ୍ଜନ ବାରମ୍ବାର ଓଟିଭି ନେଟୱର୍କର ବିଭିନ୍ନ କଣ୍ଟେଣ୍ଟ ଚୋରି କରୁଥିଲେ। ବିନା ଅନୁମତିରେ କଣ୍ଟେଣ୍ଟ ନେଇ ନିଜ ୟୁଟ୍ୟୁବ ଚ୍ୟାନେଲରେ ପକାଉଥିଲେ। OTNର ଓଟିଟି ପ୍ଲାଟଫର୍ମ ତରଙ୍ଗ ପ୍ଲସରୁ ମଧ୍ୟ କଣ୍ଟେଣ୍ଟ ନେଇଯାଉଥିଲେ ନିରଞ୍ଜନ। ଏହାଦ୍ୱାରା ଓଡ଼ିଶା ଟେଲିଭିଜନ ଲିମିଟେଡର ଭୀଷଣ ରାଜସ୍ୱ କ୍ଷତି ହେଉଥିଲା।
କପି ରାଇଟ ଉଲ୍ଲଂଘନ ନେଇ ଏ ସଂପର୍କରେ ଓଡ଼ିଶା ଟେଲିଭିଜନ ଲିମିଟେଡ ପକ୍ଷରୁ ଇନଫୋସିଟି ଥାନାରେ ଏତଲା ହୋଇଥିଲା। OTV ନାଁରେ ଗୁଜବ, ଫେକ୍ ନ୍ୟୁଜ କରୁଥିବା ଲୋକଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୁଲିସ୍।