ନିର୍ବାଚନୀ ହିଂସାରେ ଆଜି ୧୯ ଜଣଙ୍କ ଜୀବନ ଯାଇଛି ବୋଲି ସେ ଦୃଢୋକ୍ତି ପ୍ରକାଶ କରିବା ସହିତ, ହିଂସାକାଣ୍ଡର ଏନ୍ଆଇଏ ଓ ସିବିଆଇ ତଦନ୍ତ ଦାବି କରିଛନ୍ତି ଶୁଭେନ୍ଦୁ ଅଧିକାରୀ। ଏଥିସହିତ ରାଜ୍ୟ ନିର୍ବାଚନ କମିଶନର ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁକଂପା ରାଶି ଦେବାକୁ ଦାବି କରିଛନ୍ତି । ଆଜି ଗଣତନ୍ତ୍ର ପାଇଁ କଳାଦିନ ବୋଲି କହିବା ସହିତ ହାତରେ କଳା ପଟି ବାନ୍ଧିଛନ୍ତି ବିଜେପି ନେତା। ସେପଟେ ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଟୁଇଟ୍ କରାଯାଇଛି ଲୋମଟାଙ୍କୁରା ଭିଡିଓ ।
ହାତରେ ବନ୍ଧୁକ ଧରି କିଛି ଲୋକ ଆଉ ଏକ ଗୋଷ୍ଠୀର ଲୋକଙ୍କୁ ଗୋଡ଼ାଉଥିବା ଏବଂ ଆକ୍ରମଣ କରୁଥିବା ଏଥିରେ ଦେଖିବାକୁ ମିଳିଛି। ନିର୍ବାଚନୀ ନିଆଁରେ ଜଳୁଛି ପଶ୍ଚିମବଙ୍ଗ। ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ହୋଇଥିବା ବେଳେ, ଅଧିକାଂଶ ଜିଲ୍ଲାରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି। ଅଭାବନୀୟ ଆଇନଶୃଙ୍ଖଳାକୁ ଅସହାୟ ପୁଲିସ ଓ ସୁରକ୍ଷାକର୍ମୀ।
ସୂଚନା ଅନୁଯାୟୀ, ନିର୍ବାଚନୀ ହିଂସାରେ ଗତ ୨୪ ଘଣ୍ଟା ଭିତରେ ୧୫ ଜଣଙ୍କ ମୃତ୍ୟୁ ହେଲାଣି। ସ୍ଥିତିର ଗମ୍ଭୀରତାକୁ ଦେଖି ଆସନ୍ତା ୧୦ ଦିନ ପାଇଁ ରାଜ୍ୟରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। କୁଚବିହାରରେ ହୁତୁହୁତୁ ହୋଇ ଜଳୁଛି, ବୀରଭୂମରେ ପୋଖରୀ ମଝିରେ ଭାସୁଛି ବାଲଟ ବାକ୍ସ। କେଉଁଠି ବାଲଟ ବାକ୍ସ ଲୁଟର ଶିକାର ହୋଇଛି, ତ ଆଉ କେଉଁଠି ଖୋଲାମେଲା ହୋଇ ତଳେ ଲୋଟୁଛି।
ନିର୍ବାଚନ ବେଳେ ଅଭେଦ୍ୟ ସୁରକ୍ଷାବଳୟରେ ରହୁଥିବା ବାଲଟ ବକ୍ସର ଏଭଳି ଦୁର୍ଦ୍ଦଶା ସ୍ପଷ୍ଟ ବଖାଣୁଛି ବଙ୍ଗ ନିର୍ବାଚନର ବିକଳ ସ୍ଥିତି। ଏଣେ ତେଣେ ଚିରାଫିଙ୍ଗା ହୋଇ ପଡ଼ିଛି ଭୋଟରଙ୍କ ବହୁମୂଲ୍ୟ ମତ ବହନ କରୁଥିବା ବାଲଟ୍ ପେପର। ପଶ୍ଚିମବଙ୍ଗରେ ଆଜି ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ ହୋଇଥିବା ବେଳେ, ସକାଳୁ ହିଁ ବିଭିନ୍ନ ସ୍ଥାନରେ ହିଂସା ଆରମ୍ଭ ହୋଇଯାଇଥିଲା। ଦିନ ତମାମ୍ ଜାରି ରହିଥିଲା ଆତଙ୍କର ବାତାବରଣ। ସାମ୍ନାକୁ ଆସିଥିଲା ବୁଥ୍ ଅକ୍ତିଆର, ଭଙ୍ଗାରୁଜା, ପୋଡ଼ାଜଳା ଓ ବାଲଟ୍ ବକ୍ସ ନଷ୍ଟ କରାଯିବାର ଗଣ୍ଡା ଗଣ୍ଡା ମାମଲା।
ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀଙ୍କ ମଧ୍ୟରେ ଭୀଷଣ ସଂଘର୍ଷ ହୋଇଥିବା ବେଳେ, କିଛି ସ୍ଥାନରେ ବୋମା ପଡ଼ିଛି ଓ ଗୁଳି ବି ଫୁଟିଛି। ପୋଲିଂପାର୍ଟି ଆକ୍ରମଣର ଶିକାର ହୋଇଛନ୍ତି ଏବଂ ପୁଲିସ ସହ ବି ଧସ୍ତାଧସ୍ତି ହୋଇଛି। ନିର୍ବାଚନୀ ହିଂସାର ଶିକାର ହୋଇ ଗତ ୨୪ ଘଣ୍ଟାରେ ୧୫ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି।
ନିର୍ବାଚନୀ ହିଂସା ପାଇଁ ବାରମ୍ବାର ଅପଯଶ ସାଉଁଟୁଥିବା ପଶ୍ଚିମବଙ୍ଗ, ଏଥର ବି ଶୃଙ୍ଖଳା ରକ୍ଷାରେ ବିଫଳ ହୋଇଛି । ମାଳମାଳ ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ ସତ୍ତ୍ୱେ; ମୁର୍ଶିଦାବାଦ, ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଦିନାଗଜପୁର, ମାଲଦା, ଓ କୁଚବିହାର ଆଦି ଜିଲ୍ଲାରେ ନିର୍ବାଚନୀ ହିଂସାର ବହୁ ଘଟଣା ସାମ୍ନାକୁ ଆସିଛି। କିଛି ସ୍ଥାନରେ ମତଦାନକୁ ସ୍ଥଗିତ ରଖିବାକୁ ପଡ଼ିଛି । ପରିସ୍ଥିତିକୁ ଦେଖି ଆସନ୍ତା ୧୦ ଦିନ ପାଇଁ ରାଜ୍ୟରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।
ଏଭଳି ହିଂସାକାଣ୍ଡ ପାଇଁ ବିଜେପି ଓ ଟିଏମ୍ସି ପରସ୍ପର ଉପରେ ଦୋଷ ଲଦିଥିବା ବେଳେ, କଂଗ୍ରେସ ଉଭୟ ଦଳକୁ ଟାର୍ଗେଟ୍ କରିଛି। ତେଣେ ପଶ୍ଚିମବଙ୍ଗ ବିଜେପି ସଭାପତିଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା।
ଅନ୍ୟପକ୍ଷରେ ହିଂସାସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ରଜ୍ୟପାଳ ସି.ଭି. ଆନନ୍ଦ ବୋଷ। ସେ ଉତ୍ତର ୨୪ ପ୍ରଗଣା ପୋଲିଂବୁଥ ପରିଦର୍ଶନ ପରେ ଶ୍ୟାମନଗରକୁ ଯିବା ବେଳେ, ସିପିଏମ କର୍ମୀ ତାଙ୍କୁ ରାସ୍ତାରେ ଅଟକାଇଥିଲେ।
ଆଜି ପଶ୍ଚିମବଙ୍ଗର ୬୩ହଜାର ୨୨୯ ପଞ୍ଚାୟତ, ୯ହଜାର ୭୩୦ ପଞ୍ଚାୟତ ସମିତି ଏବଂ ୯୨୮ ଜିଲ୍ଲା ପରିଷଦ ପାଇଁ ଭୋଟିଂ ହୋଇଛି । ଜୁଲାଇ ୧୧ରେ ଫଳ ଘୋଷଣା ହେବ।
ଶମ୍ଭୁଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ କିଛି ଲୋକ ତାଙ୍କୁ ଡାକି ନେଇଥିଲେ। ତା’ପରେ ଆଉ ଶମ୍ଭୁ ଫେରି ନଥିଲେ। ସେହି ଲୋକମାନେ ଶମ୍ଭୁଙ୍କୁ ହତ୍ୟା କରିଛନ୍ତି।
ଶମ୍ଭୁଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ବେଳେ ତାଙ୍କ ମୃତଦେହ ତାଙ୍କ ଘରଠାରୁ ଅଳ୍ପ ଦୂରରେ ଏକ ପଡ଼ିଆରୁ ମିଳିଥିଲା। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ତୃଣମୂଳ କଂଗ୍ରେସକୁ ଦାୟୀ କରିଛି ବିଜେପି।
ତୃଣମୂଳ କଂଗ୍ରେସ କର୍ମୀ ଉଦୟନ ଗୁହା କହିଛନ୍ତି, ବିଜେପି ନେତାମାନେ କହୁଛନ୍ତି ଏହି ହତ୍ୟାକାଣ୍ଡ ପଛରେ ଟିଏମ୍ସିର ହାତ ଅଛି। ଯଦି ପଶ୍ଚିମ ବଙ୍ଗର ଯେକୌଣସି ରାସ୍ତାରେ କୁକୁର ବା ଗଧିଆର ମୃତଦେହ ବି ମିଳିବ, ତା’ହେଲେ ଟିଏମ୍ସି ଉପରେ ଦୋଷ ଲଦିବ ବିଜେପି। ଶମ୍ଭୁ ଦାସଙ୍କୁ ତାଙ୍କ ଶାଳୀ କିମ୍ବା ତାଙ୍କ ଶାଳୀଙ୍କ ସ୍ୱାମୀ ମାରି ଥାଇପାରନ୍ତି। ଶମ୍ଭୁଙ୍କୁ ମାରିଲେ ଟିଏମ୍ସିର କିଛି ଲାଭ ହେବନି। ଶମ୍ଭୁ ଜଣେ ଶିକ୍ଷକ ଥିଲେ। ତାଙ୍କର ରାଜନୀତି ସହିତ କିଛି ସମ୍ପର୍କ ନଥିଲା। ତାଙ୍କ ହତା ପଛରେ ଜଣେ ମହିଳାଙ୍କ ହାତ ଅଛି ବୋଲି ଆମେ ଶୁଣିବାକୁ ପାଇଛୁ।
ଏହା ପୂର୍ବରୁ ଶନିବାର ରାଜ୍ୟର ମାଲଦା ଜିଲ୍ଲାରେ ତୃଣମୂଳ କଂଗ୍ରେସର ଜଣେ ପ୍ରାର୍ଥୀଙ୍କୁ କିଛି ଦୁର୍ବୃତ୍ତ ପିଟି ପିଟି ମାରି ଦେଇଥିଲେ। ତାଙ୍କୁ କଂଗ୍ରେସ କର୍ମୀମାନେ ମାରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
କେବଳ ମମତା ବାନାର୍ଜୀଙ୍କ କଟଆଉଟ ନୁହେଁ, ଦୁର୍ବୃତ୍ତମାନେ ଗାଁରେ ଲାଗିଥିବା ଟିଏମସିର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ପୋଷ୍ଟରକୁ ମଧ୍ୟ ପୋଡ଼ିଛନ୍ତି। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଟିଏମସି ପୂରା ଘଟଣା ପାଇଁ ବିଜେପିକୁ ଦାୟୀ କରିଛି। ହେଲେ ବିଜେପି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। ପୁଲିସ୍ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଅଜଣା ଦୁର୍ବୃତ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ୨୦୨୩ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବ। ଏଥିପାଇଁ କ୍ଷମତାସୀନ ଟିଏମସି ଦଳର ନେତା ଓ କର୍ମୀମାନଙ୍କୁ ଲୋକଙ୍କ ପାଖରେ ପହଞ୍ଚିବାକୁ କହିଛି। ସେହିପରି ନିର୍ବାଚନ ପୂର୍ବରୁ ଗୋବ୍ରାପୁର ଗାଁରେ ଟିଏମସି ସାଧାରଣ ସଭା କରିବାକୁ ଅଣ୍ଟା ଭିଡ଼ିଛି।
ଗତ ପଞ୍ଚାୟତ ନିର୍ବାଚନ ବେଳେ ପୂରା ରାଜ୍ୟରେ ପ୍ରବଳ ରାଜନୀତିକ ହିଂସା ଦେଖିବାକୁ ମିଳିଥିଲା। ବିଜେପି ଓ ଟିଏମସି କର୍ମୀଙ୍କ ମଧ୍ୟରେ ଅନେକ ସ୍ଥାନରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। କିଛି ଲୋକ ମଧ୍ୟ ଏହି ଗଣ୍ଡଗୋଳରେ ପ୍ରାଣ ହରାଇଥିଲେ। ଏଥର ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୋଷ୍ଟର ପୋଡ଼ାଜଳା ଖବର ଆସିଲାଣି। ତେଣୁ ପୁଲିସ୍ ଅଧିକ ସତର୍କତା ଅବଲମ୍ବନ କରିବା ଦରକାର ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି।
କୁଜଙ୍ଗ ବ୍ଲକ୍ ପାରାଦୀପ ଗଡ଼ ପୋଲିଂ ବୁଥ୍ରେ ମତଦାନ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇ ଶେଷ ହୋଇଥିଲା। ଅପରାହ୍ନ ପ୍ରାୟ ଗୋଟାଏ ବେଳେ ମତଦାନ ସରିଥିଲା। ଏହା ପରେ ପୋଲିଂ କର୍ମଚାରୀମାନେ ସ୍ଥାନୀୟ ଏଜେଣ୍ଟଙ୍କୁ ବାହାରକୁ ଯିବା ପାଇଁ କହିଥିଲେ। ପୋଲିଂ କର୍ମଚାରୀଙ୍କ କଥାକୁ ମାନି ଏଜେଣ୍ଟମାନେ ବାହାରକୁ ପଳାଇ ଆସିଥିଲେ।
ଠିକ୍ ସେହି ସମୟରେ ବିଜେଡି ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ ହାତରେ ଷ୍ଟାମ୍ପ ଧରି ପୋଲିଂ ବୁଥ୍ ଭିତରେ ପଶିଥିବା ଅଭିଯୋଗ ହୋଇଛି। ଯାହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ସେମାନେ ମଧ୍ୟ ବୁଥ୍ ଭିତରେ ପଶିବାକୁ ଉଦ୍ୟମ କରିଥିଲେ। ମାତ୍ର ପୁଲିସ୍ ସେମାନଙ୍କୁ ଛାଡ଼ି ନଥିଲା। ଯାହା ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ବୁଝାସୁଝା ପରେ ଉତ୍ତ୍ୟକ୍ତ ଲୋକେ ପୋଲିଂ କର୍ମଚାରୀଙ୍କୁ ଛାଡ଼ିଥିଲେ।
ଉତ୍ତ୍ୟକ୍ତ ଲୋକମାନେ ପୋଲିଂ କର୍ମଚାରୀଙ୍କୁ ଛାଡ଼ୁନାହାନ୍ତି। ସେଠାରେ ଆଉଥରେ ପୋଲିଂ କରିବାକୁ ଦାବି କରିଛନ୍ତି। ଖବର ପାଇ ଆଡିସିନାଲ୍ ଏସ୍ପି ବୁଥ୍ରେ ପହଞ୍ଚି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ବାହାର କରିଥିବା ଅଭିଯୋଗ ହୋଇଛି।
ଏନେଇ ଜଣେ ପ୍ରତିନିଧି କୌଳାଶ ମଙ୍ଗରାଜ କହିଛନ୍ତି, “ଯଦି ବୁଥ୍ ଭିତରେ କିଛି ହୋଇନାହିଁ, ତାହାହେଲେ ଭୋଟ୍ ବାକ୍ସ ଚେକିଂ କରିବା ପାଇଁ ଆମ ପ୍ରତିନିଧିଙ୍କୁ କାହିଁକି ଛାଡ଼ୁନାହଁ? ଏହାର ଅର୍ଥ ବୁଥ୍ ଭିତରେ କିଛି ହୋଇଛି। ବିଜେଡି ସମର୍ଥିତ ପ୍ରାର୍ଥୀ ଓ ତାଙ୍କ ଦଳର କର୍ମୀମାନେ ଭିତରେ ପଶିଥିବା ଆମେ ଦେଖିଛୁ।”
ସେପଟେ ଶାସକ ଦଳର ଏପରି କାର୍ଯ୍ୟକୁ ନିନ୍ଦା କରିଛି କଂଗ୍ରେସ। କୁଜଙ୍ଗ ବ୍ଲକ୍ କଂଗ୍ରେସ ସାଧାରଣ ସମ୍ପାଦକ ଏସ୍.କେ ବସିର ଅଲ୍ଲୀ କହିଛନ୍ତି-“ଶାନ୍ତିଶୃଙ୍ଖଳାରେ ମତଦାନ ଚାଲିଥିଲା। ଅପରାହ୍ନ ଗୋଟାଏ ପରେ ପ୍ରାର୍ଥୀ ଭୋଟ ଦେଇଥିବା ସତ୍ତ୍ୱେ ହାତରେ ଟାମ୍ପ ଧରି ସମର୍ଥକଙ୍କ ସହ ବୁଥ୍ ଭିତରେ ପଶିଥିଲେ। ଯାହାକୁ ଆମେ ବିରୋଧ କରିଥିଲୁ। ଖବର ପାଇଁ ଆଡିସିନାଲ୍ ଏସ୍ପି ପହଞ୍ଚି ତାଙ୍କୁ ବୁଥ୍ରୁ ବାହାର କରିଦେଲେ। ହେଲେ ସେତେବେଳେ ତାଙ୍କ ହାତରେ ସିଲ୍ ନଥିଲା। ପ୍ରାର୍ଥୀ ସାଥୀରେ ନେଇଥିବା ସିଲ୍ ଗଲା କୁଆଡ଼େ? ତେଣୁ ଆମକୁ ଭୋଟ୍ ବାକ୍ସ ଯାଞ୍ଚ କରିବାକ ଛଡ଼ା ଯାଉ। ଏଠାରେ ଆଉଥରେ ମତଦାନ କରାଯାଉ।”
ରାଜନୀତିରେ ଦକ୍ଷ ପ୍ରାର୍ଥୀଙ୍କ ଯେତେକି ଲୋଡ଼ା ଥାଏ, ତାଠୁ ଅଧିକ ଲୋକପ୍ରିୟ ବା ଚିହ୍ନା ଚେହେରା ସେତିକି ଦରକାର ପଡନ୍ତି। ଆଉ ଚିହ୍ନା ଚେହେରା ଭିତରେ ବ୍ରହ୍ବପୁର ବ୍ରହ୍ମାନଗରର ବୋହୁ ତପସ୍ବିନୀଙ୍କୁ କିଏ ନଜାଣେ। ଆଉ ଏହି ପରିଚିତ ଚେହେରାଙ୍କୁ କୌଣସି ରାଜନୈତିକ ଦଳ ବ୍ରହ୍ମପୁର ମହାନଗର ନିର୍ବାଚନରେ ପ୍ରାର୍ଥୀ ନକରିବେ ସେକଥା କିଏ କହିପାରିବ।
ଏହି ପଞ୍ଚାୟତର ସରପଞ୍ଚ ଆସନ ପାଇଁ ଆଶାୟୀ ଥିବା ବିନତା କିସାନ ଗତକାଲି ନାମାଙ୍କନ ପତ୍ର କ୍ରୟ କରିଥିଲେ। ମାତ୍ର ଆଜି ସେ ପାରପୋଷି ପଞ୍ଚାୟତ ନିର୍ବାଚନ ଅଧିକାରୀଙ୍କୁ ନାମାଙ୍କନ ପତ୍ର ଓ ରସିଦ ଫେରାଇ ଦେଇଛନ୍ତି। ମୋବାଇଲ ନେଟୱର୍କ ସମସ୍ୟା ଯୋଗୁଁ ପଞ୍ଚାୟତବାସୀ ଚଳିତ ଥର ପଞ୍ଚାୟତ ନିର୍ବାଚନ ଭୋଟ୍ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ପଞ୍ଚାୟତର କୌଣସି ବ୍ୟକ୍ତି ନାମାଙ୍କନ ପତ୍ର ଦାଖଲ କଲେ ତାଙ୍କୁ ବିରୋଧ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ଲୋକେ।
ପଞ୍ଚାୟତବାସୀଙ୍କ ଏହି ନିଷ୍ପତ୍ତି ସତ୍ତ୍ୱେ ଗତ ଥର ବିଜୟୀ ହୋଇ ସରପଞ୍ଚ ହୋଇଥିବା ବିନତା କିସାନ ଗତକାଲି ନାମାଙ୍କନ ପତ୍ର କ୍ରୟ କରିଥିଲେ। କିନ୍ତୁ ପଞ୍ଚାୟତବାସୀଙ୍କ ବିରୋଧର ଶିକାର ହେବା ଭୟରେ ସେ ନାମାଙ୍କନ ପତ୍ର ଫେରାଇ ଦେଇଥିବା କୁହାଯାଉଛି। ଅବଶ୍ୟ ଏନେଇ ପଞ୍ଚାୟତ ନିର୍ବାଚନ ଅଧିକାରୀ ଓ ବିନତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ରାଜ୍ୟ ନିର୍ବାଚନ କମିଶନ କରିଥିବା ଘୋଷଣା ଅନୁଯାୟୀ, ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ ଅସାମାଜିକ ତତ୍ତ୍ୱ ବା ଚରମପନ୍ଥୀଙ୍କ ଦ୍ୱାରା ସଂଘଠିତ ହିଂସାକାଣ୍ଡ, ବୋମା ବିସ୍ଫୋରଣ ଓ ସଶସ୍ତ୍ର ଆକ୍ରମଣରେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରଶି ପ୍ରଦାନ କରାଯିବ। ସେହିଭଳି ନିର୍ବାଚନ ଡ୍ୟୁଟିରେ ଥାଇ ଅନ୍ୟ କୌଣସି କାରଣରୁ ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବ।
ନିର୍ବାଚନ ଡ୍ୟୁଟି ସମୟରେ ଅସାମାଜିକ ତତ୍ତ୍ୱ ବା ଚରମପନ୍ଥୀଙ୍କ ଦ୍ୱାରା ସଂଘଠିତ ହିଂସାକାଣ୍ଡ, ବୋମା ବିସ୍ଫୋରଣ ଓ ସଶସ୍ତ୍ର ଆକ୍ରମଣରେ କୌଣସି ସରକାରୀ କର୍ମଚାରୀ ଭିନ୍ନକ୍ଷମ (ଉଦାହରଣ ସ୍ୱରୂପ ଗୋଡ଼ ବା ଦୃଷ୍ଟିଶକ୍ତି ହରାଇବା) ହୋଇଗଲେ ତାଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ।
ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ କୌଣସି କର୍ମଚାରୀ ଦୁର୍ଘଟଣା ଯୋଗୁଁ ବା ଅନ୍ୟ କୌଣସି କାରଣରୁ ଭିନ୍ନକ୍ଷମ ହୋଇଗଲେ ତାଙ୍କୁ ସାଢ଼େ ୭ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ସେହିପରି ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ କୌଣସି କର୍ମଚାରୀ ଦୁର୍ଘଟଣାଗ୍ରସ୍ତ ହୋଇ ବା ଅନ୍ୟ କୌଣସି କାରଣରୁ ଗୁରୁତର ଆହତ ହେଲେ ତାଙ୍କୁ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଯିବ।
ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ କୌଣସି ସରକାରୀ କର୍ମଚାରୀଙ୍କର କରୋନାରେ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ। ନିର୍ବାଚନ ଡ୍ୟୁଟି ସମୟରେ କୌଣସି କର୍ମଚାରୀ କରୋନାରେ ଆକ୍ରାନ୍ତ ହେଲେ ତାଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ। ଏହି ସବୁ ବ୍ୟବସ୍ଥା ନିର୍ବାଚନ ଡ୍ୟୁଟିରେ ନିୟୋଜିତ ହେଉଥିବା ଉଭୟ ସରକାରୀ ଓ ବେସରକାରୀ ଗାଡ଼ି ଡ୍ରାଇଭର ମାନଙ୍କ କ୍ଷେତ୍ରରେ ବି ଲାଗୁ ହେବ।
ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନର ଆଜି ଦ୍ୱିତୀୟ ଦିନ । ଗତକାଲି ପ୍ରଥମ ଦିନରେ ୮,୭୨୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ।ଏହାବାଦ ନିର୍ବାଚନ ଲାଗି ଜିଲ୍ଲାଗୁଡ଼ିକୁ ବାଲଟ ପେପର ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ପ୍ରଥମ ଦିନର ନାମାଙ୍କନ ପତ୍ର ଦାଖଲ ସରିଥିବାବେଳେ ୧୦ଟି ଜିଲ୍ଲାକୁ ବାଲଟ ପେପର ପଠାଯାଇଛି। କଟକର ସରକାରୀ ପ୍ରେସରୁ ଏହି ବାଲଟ ପେପରକୁ ସୁରକ୍ଷିତ ଭାବେ ଜିଲ୍ଲାଗୁଡିକୁ ଯାଇଛି। ବାକି ଜିଲ୍ଲାର ବାଲଟ ପେପର ଆସନ୍ତାକାଲି ଓ ୨୧ ତାରିଖରେ ପଠାଯିବ । ପ୍ରତି ଜିଲ୍ଲାକୁ ୱାଟର ମାର୍କ ବାଲାଟ୍ ପେପର ପଠାଯାଉଛି । ୱାର୍ଡମେମ୍ବର ପାଇଁ ହଳଦିଆ, ସରପଞ୍ଚ ପାଇଁ ଗୋଲାପୀ ଓ ସମିତି ସଭ୍ୟ ପାଇଁ ନୀଳ ରଙ୍ଗର ବାଲାଟ୍ ପେପର ପଠାଯାଉଛି । ଏହି ବାଲାଟ୍ ପେପରଗୁଡିକୁ ଷ୍ଟ୍ରଙ୍ଗ ରୁମ୍ରେ ରଖାଯିବ । ଠିକ୍ ସମୟରେ ସେଗୁଡିକୁ ବ୍ଲକକୁ ପଠାଯିବ।
ସୂତ୍ର ଅନୁସାରେ, ରାଜ୍ୟ ସରକାରଙ୍କୁ ଚିଠି ଲେଖି ମାର୍ଚ୍ଚ ୮ତାରିଖ ପୂର୍ବରୁ ନିବାଚନ ପ୍ରକ୍ରିୟା ଶେଷ କରିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ନିର୍ବାଚନ କମିଶନ ଜଣାଇବା ସହ ପଂଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଡିସେମ୍ବର ୨୩ତାରିଖରେ ନିଶ୍ଚିତ ଭାବେ ପ୍ରକାଶ କରାଯିବ ବୋଲି ପ୍ରସ୍ତାବ ଦେଇଥିଲେ । ନିର୍ବାଚିତ ପଂଚାୟତ ସଂସ୍ଥାଗୁଡ଼ିକର ୫ବର୍ଷିଆ କାର୍ଯ୍ୟକାଳ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଶେଷ ହେଉଥିବାରୁ ଡିସେମ୍ବର ୨୩ତାରିଖରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରିବା ନିମନ୍ତେ ରାଜ୍ୟ ନିର୍ବାଚନ କମିଶନ ଚିଠି ଲେଖିଥିଲେ । ଯାହାଫଳରେ ମୋଟ ୭୫ଦିନ ଅବଧି ମଧ୍ୟରେ ପଂଚାୟତ ନିର୍ବାଚନ ପ୍ରକ୍ରିୟାକୁ ନିର୍ବାଚନ କମିଶନ ଶେଷ କରିଥାନ୍ତେ ।
ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଚିଠି ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କରାଯାଇ ମାମଲାର ଜରୁରୀକାଳୀନ ଶୁଣାଣି ନିମନ୍ତେ ଅନୁରୋଧ କରାଯିବା ସହ ଡିସେମ୍ବର ୨୧ତାରିଖରେ ଏହାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ହାଇକୋର୍ଟ ଏହି ମାମଲାରେ ବିଜ୍ଞପ୍ତିରେ ତ୍ରୁଟି ଥିବା କିମ୍ବା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ କିଛି ମତାମତ ନଦେଇ କେବଳ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ଏକ ସାନି ପ୍ରକ୍ରିୟା କରିବାକୁ ମତ ଦେଇଥିଲେ । ଏହାସହିତ ୨୦୨୨ ଜାନୁୟାରୀ ୮ତାରିଖରେ ଓଡ଼ିଶା ପଂଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ନିମନ୍ତେ ରାୟ ଦେଇଛନ୍ତି । ତେବେ ସାନି ବିଜ୍ଞପ୍ତି ପାଇଁ ହେଉଥିବା ପ୍ରକ୍ରିୟା ଜାନୁୟାରୀ ୭ତାରିଖ ସୁଦ୍ଧା ଶେଷ ହେବ । ଆଉ ୮ତାରିଖରେ ପଂଚାୟତ ନିର୍ବାଚନ ପାଇଁ କମିଶନ ବିଜ୍ଞପ୍ତି ଜାରି ହୋଇ ମାର୍ଚ୍ଚ ୮ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରାଯିବ । ଯାହାଫଳରେ ମାତ୍ର ୬୦ଦିନ ସମୟ ମିଳିବ । ଆଉ ଏହି ୬୦ଦିନ ଅବଧି ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭଠୁ ନାମାଙ୍କନ ପତ୍ର ଦାଖଲ, ସରପଂଚ, ସମିତି ସଭ୍ୟ ଓ ୱାର୍ଡମେମ୍ବର ପ୍ରଚାର ଓ ଫଳାଫଳ ଘୋଷଣା ସହ ନାଏବ ସରପଂଚ ନିର୍ବାଚନ ଶେଷ କରିବାକୁ ପଡ଼ିବ ।
ତେବେ ପଂଚାୟତ ନିର୍ବାଚନର ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବା ପରଠୁ ନିର୍ବାଚନ ତାରିଖ ଘୋଷଣା ହେବା ମଧ୍ୟରେ ୪୫ଦିନର ବ୍ୟବଧାନ ରହୁଥିବାବେଳେ ଚଳିତଥର ଏତେ ଅବଧି ରହିବାର ସମ୍ଭାବନା କ୍ଷୀଣ । ତା’ଛଡ଼ା ୫ଟି ପର୍ଯ୍ୟାୟରେ ଭୋଟଗ୍ରହଣ ଓ ୩ଦିନ ଧରି ଗଣତି କରିବା ପାଇଁ ନିର୍ବାଚନ କମିଶନ ପୂର୍ବରୁ ନେଇଥିବା ନିଷ୍ପତ୍ତି ମଧ୍ୟ ସମ୍ଭବପର ହୋଇନପାରେ । ବିଶେଷକରି ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଦାଖଲଠୁ ପ୍ରଚାର କରିବା ପାଇଁ ପୂର୍ବଭଳି ପର୍ଯ୍ୟାପ୍ତ ସମୟ ମଧ୍ୟ ମିଳିନପାରେ । ଏସବୁକୁ ଦୃଷ୍ଟିରେ ରଖିଲେ ପଂଚାୟତ ନିର୍ବାଚନ ଅବଧି କାଣ୍ଟଛାଣ୍ଟ୍ ହେବା ଜଳଜଳ ହୋଇ ଜଣାପଡ଼ୁଛି ।
ଅନ୍ୟପକ୍ଷରେ ବିଜେଡି ସରକାର ଓବିସି କାର୍ଡ ଖେଳି ରାଜନୀତିକ ଫାଇଦା ନେବାକୁ ଜିଲ୍ଲାପାଳମାନଙ୍କ ଉପରେ ଭରସା କରି ଆସନ ସଂରକ୍ଷଣ କରିବା ମଧ୍ୟ ଏବେ ମହଙ୍ଗା ସାବ୍ୟସ୍ତ ହୋଇଛି। ଏବେ ଶାସକ ବିଜେଡି ଯଦିଓ ନିଜର ଓବିସି କାର୍ଡକୁ ବଂଚାଇ ରଖିବା ପାଇଁ ଦଳୀୟ ଭିତ୍ତିରେ ୨୭ ପ୍ରତିଶତ ପ୍ରାର୍ଥୀଙ୍କୁ ପଂଚାୟତ ନିର୍ବାଚନରେ ଟିକେଟ୍ ଦେବାର ଯୁକ୍ତି ବାଢ଼ୁଛି କିନ୍ତୁ ପ୍ରାୟ ୨ବର୍ଷ ଧରି ଓବିସି କମିଶନକୁ ପଙ୍ଗୁ କରି ରଖିବା ଓ ରାଜ୍ୟବ୍ୟାପୀ ସର୍ଭେ କରାଯିବା କଥା କହି ପରେ ଏ ଦିଗରେ କାର୍ଯ୍ୟ ନକରିବା ହିଁ ବିଜେଡି ସରକାରର ଅସଲ ଚେହେରାକୁ ପଦାରେ ପକାଇଛି ।
ବାଲେଶ୍ୱର ରେମୁଣା ଏନ୍ଏସିରେ ୪ଟି, ନୟାଗଡ଼ର ଓଡ଼ଙ୍ଗାରେ ୨ଟି ଓ ବରଗଡ଼ ଜିଲ୍ଲାର ବିଜେପୁରରେ ଗୋଟିଏ ପଞ୍ଚାୟତ ଏନ୍ଏସିରେ ସାମିଲ ହୋଇଛି। ଏଣୁ ଏସବୁ ପଞ୍ଚାୟତରେ ନିର୍ବାଚନ କରାଯିବ ନାହିଁ। ସେହିପରି ୧୧୧ଟି ଓ୍ୱାର୍ଡରେ ଓ୍ୱାର୍ଡମେମ୍ବର ପଦ ପାଇଁ ନିର୍ବାଚନ ହେବନାହିଁ।
ଗତଥର ୯୨ ହଜାର ୨୭ଟି ଓ୍ୱାର୍ଡରେ ନିର୍ବାଚନ ହୋଇଥିଲାବେଳେ ଏଥର ୯୧ ହଜାର ୯୧୬ଟି ଓ୍ୱାର୍ଡରେ ମତଦାନ ହେବ। ସେହି ଅନୁସାରେ ତ୍ରି ସ୍ତରୀୟ ପଂଚାୟତ ର୍ନିବାଚନରେ ମହିଳାଙ୍କ ପାଇଁ ୪୯ ହଜାର ୪୬୯ଟି ଓ୍ୱାର୍ଡମେମ୍ବର ପଦ ସଂରକ୍ଷିତ ରଖାଯାଇଛି। ପଛୁଆ ବର୍ଗଙ୍କ ପାଇଁ ୧୨ ହଜାର ୩୧ଟି ଓ୍ୱାର୍ଡ ସଂରକ୍ଷିତ ରଖାଯାଇଛି।
ଅଧିକ ପଢ଼ନ୍ତୁ : ପ୍ରାର୍ଥୀଙ୍କ ଖର୍ଚ୍ଚ ୩ଗୁଣରୁ ଅଧିକ ବଢ଼ିଲା, ୨ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ସରପଞ୍ଚ
ଅନ୍ୟ ପକ୍ଷରେ ୬ ହଜାର ୭୯୪ ପଞ୍ଚାୟତ ମଧ୍ୟରୁ ୩୫୦୦ଟି ମହିଳାଙ୍କ ପାଇଁ ଓ ଓବିସିଙ୍କ ପାଇଁ ୭୭୮ଟି ଆସନ ସଂରକ୍ଷିତ ରହିଛି। ୩୫୩୮ଟି ସମିତି ସଭ୍ୟ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ ଓବିସି ପାଇଁ ୯୧୩ଟି ସିଟ୍ ସଂରକ୍ଷିତ ରହିଛି।
ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଆରଏନ ସାହୁ ଗତ ୧୪ତାରିଖରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜିଲ୍ଲାସ୍ତରରେ ବାଲାଟ୍ ବାକ୍ସଗୁଡ଼ିକ କିଭଳି ସ୍ଥିତିରେ ରହିଛି ସେ ସମ୍ପର୍କରେ ଜୁଲାଇ ୨୬ତାରିଖ ସୁଦ୍ଧା ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ରହିଥିବା ବାଲାଟ୍ ବାକ୍ସ ସଂଖ୍ୟା ତୁଳନାରେ ଜିଲ୍ଲାଗୁଡ଼ିକ ବାଲାଟ୍ ବାକ୍ସର ପରିମାଣ ସଂଖ୍ୟା କମ୍ ଦର୍ଶାଇଥିବାରୁ କମିଶନ କଡ଼ା ଆପତ୍ତି କରିଛନ୍ତି। ସେହିପରି ଆସନ୍ତା ପଂଚାୟତ ନିର୍ବାଚନରେ ବୁଥସ୍ତରରେ ଭୋଟ୍ ଗଣତି ପରିବର୍ତ୍ତେ ବ୍ଲକ ମୁଖ୍ୟାଳୟରେ ଭୋଟ୍ ଗଣତି ହେବାର ପ୍ରସ୍ତାବ ଥିବାରୁ ଅଧିକ ସଂଖ୍ୟକ ବାଲାଟ୍ ବାକ୍ସର ଆବଶ୍ୟକତା ରହିଛି ବୋଲି କମିଶନଙ୍କ ସଚିବ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ସିଟ୍ ସଂରକ୍ଷଣ ହାର ୫୦ ପ୍ରତିଶତରୁ ଅଧିକ ନକରିବା ପାଇଁ ସୁପ୍ରିମକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଥିବାବେଳେ ରାଜ୍ୟ ସରକାର ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ସପକ୍ଷରେ ରହିଛନ୍ତି। ଯେଉଁଥିପାଇଁ ପୌର ଓ ପଂଚାୟତ ନିର୍ବାଚନରେ ସିଟ୍ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ଏବେବି ଅନିଶ୍ଚିତତା ଲାଗି ରହିଛି। ସିଟ୍ ସଂରକ୍ଷଣ ବ୍ୟବସ୍ଥାକୁ ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିବା ନିମନ୍ତେ ରାଜ୍ୟ ସରକାରଙ୍କୁ ନିଜର ଆଇନରେ ଆବଶ୍ୟକ ସଂଶୋଧନ କରିବାକୁ ପଡ଼ିବ। ଯଦିଓ ଅଧ୍ୟାଦେଶ ମାଧ୍ୟମରେ ଆଇନରେ ଆବଶ୍ୟକ ସଂଶୋଧନ ସରକାର କରିପାରିବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି, ତଥାପି ପଂଚାୟତ ନିର୍ବାଚନ ପାଇଁ ସିଟ୍ ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ଆଦି ନିମନ୍ତେ ଅଧିକ ସମୟର ଆବଶ୍ୟକତା ପଡ଼ିବ । ତେବେ ପଂଚାୟତ ନିର୍ବାଚନ ପ୍ରସ୍ତୁତି ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟା କେବେ ଆରମ୍ଭ ହେଉଛି ତାକୁ ନେଇ ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ।