୨୦୦୮ରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ସାମିଲ ଆତଙ୍କବାଦୀ ଅଜମଲ କସାବଙ୍କୁ ସାହାଯ୍ୟ କରିଥିଲେ ପରବୀର ସିଂହ। ସେ କସାବ ଠାରୁ ମିଳିଥିବା ଫୋନକୁ ତାଙ୍କ ପାଖରେ ରଖିଥିଲେ ଏବଂ ଏହାକୁ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦେଇ ନ ଥିଲେ। ଏହି ଫୋନ୍ ମାଧ୍ୟମରେ କସାବ ପାକିସ୍ତାନରେ ବସିଥିବା ଆତଙ୍କବାଦୀ ମାଷ୍ଟରଙ୍କଠାରୁ ନିର୍ଦ୍ଦେଶ ନେଉଥିଲେ ବୋଲି ଏହି ମୁମ୍ବାଇ ପୁଲିସର ପୂର୍ବତନ ଏସିପି ସମଶେର ଅଭିଯୋଗ କରିଛନ୍ତି।
ମିଡିଆ ରିପେର୍ଟ ମୁତାବକ, କେବଳ କସାବ ନୁହେଁ ଅନ୍ୟ ଆତଙ୍କବାଦୀ ଏବଂ ତାଙ୍କର ହ୍ୟାଣ୍ଡେଲର୍ସଙ୍କୁ ମଧ୍ୟ ପରମୀର ସାହାଯ୍ୟ କରିଥିଲେ। ପାରମବୀର ଅନେକ ମାମଲାରେ ତାଙ୍କ ବିରୋଧରେ ଥିବା ପ୍ରମାଣକୁ ମଧ୍ୟ ନଷ୍ଟ କରିଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପଠାନ ମୁମ୍ବାଇର ବର୍ତ୍ତମାନର ପୁଲିସ କମିଶନରଙ୍କ ନିକଟଙ୍କୁ ଏନେଇ ଚାରି ପୃଷ୍ଠାର ଅଭିଯୋଗ ପତ୍ର ପଠାଇ ତଦନ୍ତ ଦାବି କରିଛନ୍ତି।
୨୦୦୭ରୁ ୨୦୧୧ ମଧ୍ୟରେ ପାଇଧୁନି ପୁଲିସ ଷ୍ଟେସନରେ ସମଶେରଙ୍କ ବରିଷ୍ଟ ପୁଲିସ ଅଫିସର ଭାବେ ପୋଷ୍ଟିଂ ହୋଇଥିଲା। ତାଙ୍କ ବ୍ୟାଚ୍ମେଣ୍ଟ୍ ଏନ୍ଆର୍ ମାଲିଙ୍କୁ ସିନିଅର ପୁଲିସ ଭାବେ ଡିବି ମାର୍ଗ ପୁଲିସ ଷ୍ଟେସନରେ ପୋଷ୍ଟିଂ ମିଳିଥିଲା। ଏହି ଦୁଇଟି ପୁଲିସ ଥାନା ମୁମ୍ବାଇ-୨ ଜୋନ୍ରେ ଆସୁଥିଲା।
୨୬/୧୧ ଦିନ ଅଜମଲ କସାବ ଗିରିଗାଓଁ ଚୌପାଟୀ ଅଞ୍ଚଳରେ ଧରାପଡିଥିଲେ। ଯେତେବେଳେ ମୁଁ ଏ ବିଷୟରେ ଜାଣିବାକୁ ପାଇଲି, ସେତେବେଳେ ମୁଁ ମୋର ସହକର୍ମୀ ଏନ୍ଆର୍ ମାଲିଙ୍କୁ ଫୋନ୍ କରିଥିଲି। ମାଲି ମୋତେ କହିଥିଲେ ଯେ ଅଜମଲ କସାବ ଠାରୁ ଏକ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି। ଏଥିସହିତ ସେ ମୋତେ କହିଥିଲେ ଯେ ଏଟିଏସର ତତ୍କାଳୀନ ମୁଖ୍ୟ ପାରବୀରର ସିଂଙ୍କ ସମେତ ବହୁ ବଡ ଅଧିକାରୀ ଏଠାକୁ ଆସିଛନ୍ତି। ମାଲିଙ୍କ କହିବାନୁସାରେ, ଏହି ଫୋନ୍ କନଷ୍ଟେବଲ୍ କାମ୍ବଲେଙ୍କ ପାଖରେ ଥିଲା ଏବଂ ତାଙ୍କଠାରୁ ଏଟିଏସ୍ ମୁଖ୍ୟ ପାରବୀର ସିଂ ନେଇ ନିଜ ପାଖରେ ରଖିଲେ ବୋଲି ଚିଠି ପଠାନ୍ ଉଲ୍ଲେଖ କରିଛନ୍ତି।
କସାବ ଏହି ଫୋନରୁ ପାକିସ୍ତାନରୁ ନିର୍ଦ୍ଦେଶ ନେଉଥିବାରୁ ମୋବାଇଲ୍ ଫୋନ୍ ଏହି ମାମଲାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଥିଲା। ଏହି ଫୋନ୍ ପାକିସ୍ତାନ ଏବଂ ଭାରତରେ ତାଙ୍କ ହ୍ୟାଣ୍ଡେଲରମାନଙ୍କୁ ଧରିଥାଇ ପାରିଥାନ୍ତା, କିନ୍ତୁ ପରେ ଏହି ଫୋନ୍ଟି ତଦନ୍ତରେ ହିଁ ସାମିଲ ହୋଇନଥିଲା ବୋଲି ପଠାନ ଦାବି କରିଛନ୍ତି। ମୁମ୍ବାଇ କ୍ରାଇମ ବ୍ରାଞ୍ଚର ପୁଲିସ ଇନ୍ସପେକ୍ଟର ମହାଲୟ ଏହି ଘଟଣାର ତଦନ୍ତ କରୁଥିଲେ ଏବଂ ପରମବୀର ସିଂଙ୍କ ତରଫରୁ ଏହି ମୋବାଇଲ୍ ଫୋନ୍ ତାଙ୍କୁ ହସ୍ତାନ୍ତର କରାଯାଇ ନଥିଲା। ପରେ କୋର୍ଟରେ ମଧ୍ୟ କୌଣସି ଫୋନ୍ ଜବତ କରାଯାଇନାହିଁ ବୋଲି କୁହାଯାଇଥିଲା ବୋଲି ପଠାନ ଚିଠିରେ ଦାବି କରିଛନ୍ତି।
ପରମବୀର ଥାନେ ଏବଂ ମୁମ୍ୱାଇର ପୁଲିସ କମିଶନର ପଦବୀରେ ଥିବା ବେଳେ ଅନେକ ଲୋକଙ୍କୁ ଗିରଫଦାରୀରୁ ବର୍ତ୍ତିବାକୁ ହେଲେ ମୋଟା ଅଙ୍କର ଚାନ୍ଦା ଆଦାୟ କରିଥିଲେ। ଏମିତିକି ବିଭିନ୍ନ ମାଧ୍ୟମରେ ପରମବୀର ଚାନ୍ଦା ମଧ୍ୟ ଆଦାୟ କରିଥିଲେ ବୋଲି ସେହି ବ୍ୟକ୍ତିମାନେ ଏବେ ମହାରାଷ୍ଟ୍ରର ସିଆଇଡି ପାଖରେ ପ୍ରମାଣ ସହିତ ନିଜ ନିଜର ବୟାନ ରେକର୍ଡ କରାଇଛନ୍ତି। ତେବେ ଏଭଳି ଅଭିଯୋଗକୁ ପରମବୀର କିନ୍ତୁ ଉଦ୍ଦେଶ୍ୟମୂଳକ କହି ଖାରଜ କରି ଆସୁଛନ୍ତି। ଏହାସହିତ ପରମବୀର ସିଂହ ପୁଲିସ କମିଶନର ପଦବୀରେ ଥିବା ବେଳେ ନିଜ କ୍ଷମତାର ଅପବ୍ୟବହାର କରି ଦୁର୍ନୀତି ସହିତ ବେଆଇନ କାମରେ ସଂଶ୍ଳିଷ୍ଟ ଥିବା ଅଭିଯୋଗ ରହିଛି। ମହାରାଷ୍ଟ୍ର ସରକାର ଏବେ ପରମବୀରଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ କରାଉଛନ୍ତି। ଯାହାକି ପରମବୀରଙ୍କ ପାଇଁ ଅଡୁଆ ହୋଇଛି।
ସୁପ୍ରିମକୋର୍ଟ ପରମବୀରଙ୍କୁ କହିଛନ୍ତି, ଆପଣ ୩୦ ବର୍ଷ ହେବ ଗୋଟିଏ ରାଜ୍ୟରେ ପୁଲିସ ଅଧିକାରୀ ଭାବରେ କାମ କରୁଛନ୍ତି। ଏଭଳି ସ୍ଥିତିରେ ନିଜ ବିଭାଗର ଅଧିକାରୀଙ୍କୁ ସନ୍ଦେହ କରୁଛନ୍ତି। ଏଭଳି ସନ୍ଦେହ କରିବା ଠିକ୍ ନୁହେଁ। ଆପଣ ମହାରାଷ୍ଟ୍ର କ୍ୟାଡରର ଆଇପିଏସ ହେଲେ ନିଜ ସହଯୋଗୀ ଏବଂ ପୁଲିସ ଫୋର୍ସ ଉପରେ ବିଶ୍ୱାସ ନକରିବା ଆଶ୍ଚର୍ଯ୍ୟ କରୁଛି।
ସୁପ୍ରିମକୋର୍ଟର ଓ୍ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଶୁକ୍ରବାର ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ରାମସୁବ୍ରମଣ୍ୟମ ଏହି ମାମଲାର ଶୁଣାଣି କରିଛନ୍ତି। କୋର୍ଟ ପରମବୀରଙ୍କ ଆବେଦନ ଶୁଣାଣି ପାଇଁ ଯୋଗ୍ୟ ନୁହେଁ ବୋଲି କହିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ କିନ୍ତୁ ପରମବୀରଙ୍କ ହୃଦସ୍ପନ୍ଦନ ବଢ଼ାଇ ଦେଇଛି। କାରଣ ମହାରାଷ୍ଟ୍ର ସରକାର ଜୁନ୍ ୧୫ ଯାଏ ଏକ ଏସସି/ଏସଟି ମାମଲାରେ ପରମବୀରଙ୍କୁ ଗିରଫ କରାଯିବନି ବୋଲି ମହାରାଷ୍ଟ୍ର ହାଇକୋର୍ଟରେ କହିଥିଲେ। ଏବେ ଏହି ତାରିଖର ଅବଧି ଶେଷ ହେବାକୁ ଯାଉଛି।
ମୁକେଶ ଅମ୍ଵାନୀଙ୍କ ଘର ଆଗରେ ବିସ୍ଫେୋରକ ସାମଗ୍ରୀ ଭର୍ତ୍ତି କାର ରଖିବା ମାମଲାରେ ଏପିଆଇ ସଚିନ ବାଜେ ମାମଲାରେ ପରମବୀର ସିଂହ ଫଶିଯାଇଛନ୍ତି। ଏହାପରେ ରାଜ୍ୟ ସରକାର ପରମବୀରଙ୍କୁ ମୁମ୍ୱାଇ ପୁଲିସ କମିଶନର ପଦବୀରୁ ବିଦା କରି ଦେଇଥିଲେ। ଏହାପରେ ପରମବୀର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ପୁଲିସ ଅଧିକାରୀଙ୍କ ଜରିଆରେ ମାସକୁ ୧୦୦ କୋଟି ଚାନ୍ଦା ଆଦାୟ କରନ୍ତି ବୋଲି ଅଭିଯୋଗ କରିଥିଲେ। ଏହି ମାମଲାରେ ସିବିଆଇ ତଦନ୍ତ କରିବା ସହିତ ଦେଶମୁଖ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ପରେ ମହାରାଷ୍ଟ୍ର ସରକାର ପରମବୀରଙ୍କ ନାଁରେ ଥିବା ଅଭିଯୋଗର ତଦନ୍ତ କରାଉଛନ୍ତି।
ମୁମ୍ୱାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିବା ନେଇ ଅଭିଯୋଗ କରିଥିଲେ। ପରେ ଏହାର ତଦନ୍ତ ଦାବି କରି ପରମବୀର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଉ ହାଇକୋର୍ଟ ଏହି ମାମଲାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସିବିଆଇ ମହାରାଷ୍ଟ୍ର ସରକାର ଓ ଦେଶମୁଖ ସୁପ୍ରିମକୋର୍ଟ ଯାଇଥିଲେ। ହେଲେ କୋର୍ଟ ବମ୍ୱେ ହାଇକୋର୍ଟଙ୍କ ରାୟକୁ ବଳବତ୍ତର ରଖିଥିଲେ। ହାଇକୋର୍ଟ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେବା ପରେ ପରମବୀର ସିଂହ ଗୃହମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ।
ନିକଟରେ ଏନଆଇଏ କୋର୍ଟକୁ ଏକ ଚିଠି ଲେଖି ସଚିନ ବାଜେ ମଧ୍ୟ ଅନୀଲ ଦେଶମୁଖଙ୍କ ନାଁରେ ବଟି ଆଦାୟ ଅଭିଯୋଗ ଆଣିଥିଲେ। ଆଣ୍ଟେଲିଆରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ରଖିବା ମାମଲା ଏବଂ କାର ମାଲିକ ମନସୁଖ ହିରେନ ହତ୍ୟା ମାମଲାରେ ଏବେ ଏନଆଇଏ ହେପାଜତରେ ରହିଛନ୍ତି ସଚିନ ବାଜେ।
ଏପ୍ରିଲ ୧୨ ତାରିଖରେ ସିବିଆଇ ଅନୀଲ ଦେଶମୁଖଙ୍କୁ ସମନ କରିଥିଲା। ଏହା ପୂର୍ବରୁ ଅନୀଲ ଦେଶମୁଖଙ୍କ ଦୁଇ ସହଯୋଗୀ ଏବଂ ସଚିନ ବାଜେଙ୍କ ଦୁଇ ଡ୍ରାଇଭରକୁ ସିବିଆଇ ଜେରା କରି ବୟାନ ରେକର୍ଡ କରିଛି। ଆଉ ସଚିନ ବାଜେଙ୍କ ଡ୍ରାଇଭର ଆଣ୍ଟେଲିଆ ଓ ମନସୁଖ ମୃତ୍ୟୁ ମାମଲାରେ ଅନେକ ଗୁମର ସିବିଆଇ ଆଗରେ ଖୋଲିଥିବା ସୂଚନା ରହିଛି। ଅନୀଲ ଦେଶମୁଖ ତାଙ୍କ ସହଯୋଗୀଙ୍କ ଜରିଆରେ ସଚିନ ବାଜେଙ୍କୁ ମାସିକ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ କହିଥିବା ପରମବୀର ସିବିଆଇ ଆଗରେ କହିଥିଲେ। ତେଣୁ ଦେଶମୁଖଙ୍କୁ ଜେରା କରିବା ପୂର୍ବରୁ ତାଙ୍କର ଦୁଇ ସହଯୋଗୀଙ୍କୁ ଜେରା କରିଥିଲା ସିବିଆଇ।
ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ଅନିଲ ଦେଶମୁଖ ମୁମ୍ବାଇ ପୁଲିସ ଅଧିକାରୀଙ୍କୁ ବଟି ଆଦାୟ କରିବାକୁ କହିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ମାମଲା ହାଇକୋର୍ଟରେ ପହଞ୍ଚିଥିଲା ଏବଂ ଦେଶମୁଖଙ୍କ ବିରୋଧରେ କୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ମହାରାଷ୍ଟ୍ର ସରକାର ଓ ଅନିଲ ଦେଶମୁଖ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ହେଲେ କୋର୍ଟ ହାଇକୋର୍ଟଙ୍କ ଆବେଦନକୁ ବଳବତ୍ତର ରଖିଥିଲେ।
ଏବେ ମହାରାଷ୍ଟ୍ର ସରକାର ପରମବୀରଙ୍କ ଉପରେ ଆରମ୍ଭ କରିଛନ୍ତି ତଦନ୍ତ। ମହାରାଷ୍ଟ୍ର ସରକାର ଡିଜିପି ସଞ୍ଜୟ ପାଣ୍ଡେଙ୍କୁ ପରମବୀରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯଦି ପରମବୀରଙ୍କ ବିରୋଧରେ ତଦନ୍ତ ବେଳେ କିଛି ତୃଟି ମିଳିବ ତାହେଲେ ପରମବୀର ସିଂ ନିଲମ୍ୱିତ ହୋଇରନ୍ତି।
ସୂଚନାଯୋଗ୍ୟ, ଆଣ୍ଟେଲିଆ ଆଗରେ ବୋମା ଭର୍ତ୍ତି କାର ଏବଂ ମନସୁଖ ହିରେନ ମୃତ୍ୟୁ ମାମଲାରେ ସଚିନ ବାଜେ ଗିରଫ ହେବା ପରେ ପରମବୀର ସିଂହ ସନ୍ଦେହ ଘେରରେ ଥିଲେ। ଆଉ ସରକାର ପରମବୀରଙ୍କୁ ମୁମ୍ୱାଇ ପୁଲିସ କମିଶନର ପଦବୀରୁ ହଟାଇଥିଲେ। ବଦଳି ପଛରେ ପରମବୀର ସିଂହ ଅନେକ ମାମଲାରେ ତ୍ରୁଟି କରିଥିବାରୁ ତାଙ୍କୁ ପୁଲିସ କମିଶନର ପଦବୀରୁ ହଟାଯାଇ ହୋମଗାର୍ଡ ଡିଜି ଭାବରେ ନିଯୁକ୍ତ କରାଯାଇଛି ବୋଲି ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଥିଲେ। ଏହାପରେ ପରମବୀର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଅନୀଲ ଦେଶମୁଖଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ବଟି ଆଦାୟ ଅଭିଯୋଗ ଆଣିଛନ୍ତି।
ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିବସେନା ବିଧାୟକ ତଥା ପରିବହନ ମନ୍ତ୍ରୀ ଅନୀଲ ପରବ। ସଚିନ ବାଜେ ଯେଉଁ ଅଭିଯୋଗ ତାଙ୍କ ଉପରେ ଆଣିଛନ୍ତି ତାହା ଭିତ୍ତିହୀନ ବୋଲି ଅନୀଲ ପରବ କହିଛନ୍ତି।
ସଚିନ ବାଜେ କୋର୍ଟକୁ ଚିଠି ଲେଖି ଯେଉଁ ଅଭିଯୋଗ ଆଣିଛନ୍ତି ସେଥିରେ ଉଲ୍ଲେଖ ରହିଛି, ଅନୀଲ ପରବ ୫୦ କୋଟି ଲାଞ୍ଚ ଦେଇ ଏସବିୟୁଟି ମାମଲାର ତଦନ୍ତ ବନ୍ଦ କରିବାକୁ କହିଥିଲେ। ସେହିପରି ବିଏମସିରେ ଥିବା ୫୦ ଠିକାଦାରଙ୍କ ପାଖରୁ ୧୦୦ କୋଟି ଚାନ୍ଦା ଆଦାୟ କରିବାକୁ ଅନୀଲ ପରବ କହୁଥିଲେ।
ଏବେ ମନ୍ତ୍ରୀ ଅନୀଲ ପରବ ଏହାର ଜବାବ ଦେଇଛନ୍ତି, ଏସବିୟୁଟି ଟ୍ରଷ୍ଟ ଲାଞ୍ଚ ମାମଲାରେ ଯେଉଁ ଅଭିଯୋଗ ଆସିଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ବଦନାମ କରିବା ପାଇଁ ଏଭଳି ରଣନୀତି ପ୍ରସ୍ତୁତ କରାଯାଉଛି। ଦୁଇ ଝଅଙ୍କ ରାଣ ନିୟମ ପକାଇ ମନ୍ତ୍ରୀ କହିଛନ୍ତି ତାଙ୍କ ଉପରେ ଆସିଥିବା ଅଭିଯୋଗ ଭିତ୍ତିହୀନ। ସମସ୍ତ ପ୍ରକାର ତଦନ୍ତ ପାଇଁ ସେ ପ୍ରସ୍ତୁତ ବୋଲି କହିଛନ୍ତି।
ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ଏହା ପଛରେ ବିରୋଧୀ ବିଜେପି ରହିଛି ବୋଲି ଅନୀଲ ପରବ କହିଛନ୍ତି। କିଛି ଦିନ ପୂର୍ବରୁ ସଚିନ ବାଜେ ପ୍ରସଙ୍ଗରେ ଆଉ ଜଣେ ମନ୍ତ୍ରୀ ପଦ ହରାଇବେ ବୋଲି କହିଥିଲା। ଏବେ ସଚିନ ବାଜେ ଜରିଆରେ ଚିଠି ଲେଖାଇ ବିଜେପି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି ବୋଲି ଅନୀଲ ପରବ କହିଛନ୍ତି।
ଅନ୍ୟପଟେ ସଚିନ ବାଜେଙ୍କ ଏନଆଇଏ ହେପାଜତ ଅବଧି ଆଜି ଶେଷ ହେଉଛି। ଏନଆଇଏ ସ୍ୱତନ୍ତ୍ର କୋର୍ଟରେ ଆଜି ସଚିନ ବାଜେଙ୍କୁ ହାଜର କରିବ ଏନଆଇଏ। ଏହାପୂର୍ବରୁ ସଚିନ ବାଜେ ଏବଂ ପରମବୀର ସିଂହଙ୍କୁ ଏନଆଇଏ ମୁହାଁମୁହିଁ କରିପାରେ।
ସଚିନ ବାଜେଙ୍କର ଗୋଟିଏ ପରେ ଗୋଟିଏ ଅପରାଧିକ ମାମଲା ସାମ୍ନାକୁ ଆସିବା ପରେ ହରଡଘଣାରେ ପଡ଼ିଛନ୍ତି ମହାରାଷ୍ଟ୍ରର ମହା ବିକାଶ ଅଘାଡ଼ି ସରକାର। ଏହାପରେ ଗୃହମନ୍ତ୍ରାଳୟ ପରମବୀର ସିଂହଙ୍କୁ ମୁମ୍ୱାଇ ପୁଲିସ କମିଶନର ପଦବୀରୁ ହଟାଇ ହୋମାଗାର୍ଡ ଡିଜି କରାଇଥିଲେ। ଆଉ ହଟାଇବା ପଛର କାରଣ ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଥିଲେ ପରମବୀର କମିଶନର ପଦବୀରେ ଥିବା ବେଳେ ଅନେକ ମାମଲାରେ ଭୁଲ୍ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିପାଇଁ ତାଙ୍କୁ ପଦବୀରୁ ହଟାଯାଇଛି।
ଏହାପରେ ପରମବୀର ଏକ ଚିଠି ପଠାଇଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ। ଯେଉଁଥିରେ ଅନଲୀ ଦେଶମୁଖ ସଚିନ ବାଜେଙ୍କ ଜରିଆରେ ୧୦୦ କୋଟି ବଟି ଆଦାୟ ପାଇଁ କହିଥିଲେ ବୋଲି ପରମବୀର ଅଭିଯୋଗ କରିଥିଲେ। ଏବେ ବମ୍ୱେ ହାଇକୋର୍ଟ ଏହି ମାମଲାର ତଦନ୍ତ ସିବିଆଇକୁ ଦେଇଛନ୍ତି।
ପରମବୀରଙ୍କ ପକ୍ଷ ଶୁଣିବାପରେ ବିଚାରପତି ଜଷ୍ଟିସ ଦିପଙ୍କର ଦତ୍ତ କହିଛନ୍ତି ଏହି ପ୍ରସଙ୍ଗ ଦୁଇଟି ବିନ୍ଦୁ ଉପରେ ଆଧାରିତ। ଏହି ଆବେଦନ ଜନସ୍ୱାର୍ଥ ମାମଲା ଶ୍ରେଣୀର ଆସୁଛି କି ନାହିଁ ଦେଖିବାକୁ ହେବ ସେହିପରି ନ୍ୟାୟଳୟ ବିନା ଏଫଆଇଆରରେ କିଭଳି ଶୁଣାଣି କରିବ? ଯଦି ଏଫଆଇଆର ଦାଖଲ ନହେବ ତାହେଲେ ଆବେଦନକାରୀ ନିଜ ଦାୟିତ୍ୱ ଠିକ ଭାବରେ ପାଳନ କରୁନାହାନ୍ତି। ତେଣୁ ଆବେଦନକାରୀ ମିଡିଆରେ ଏ ପ୍ରସଙ୍ଗରେ ଅଭିଯୋଗ ଆସିବା ପରେ ତତକ୍ଷଣତା ଏଫଆଇଆର ଦାଖଲ କରିବାର ଥିଲା।
ପରମବୀର ଏଫଆଇଆର ଦାଖଲ କରିନଥିବାରୁ ବିଚାରପତି ତାଙ୍କ ଉପରେ ପ୍ରଶ୍ନ କରିଛନ୍ତି, ଜଣେ ପୁଲିସ ଅଫିସର ହୋଇ କିଭଳି ଆଇନକୁ ଠିକ୍ ଭାବରେ ପାଳନ କରୁନାହାନ୍ତି ହୋଲି ବିଚାରପତି ପରମବୀରଙ୍କୁ ପ୍ରଶ୍ନ କରିଛନ୍ତି। ନେତା, ମନ୍ତ୍ରୀ, ପୁଲିସ ଅଧିକାରୀର ଅର୍ଥ ନୁହେଁ ଆଇନ ଉପରେ ବୋଲି ସେ କହିଛନ୍ତି।
ପରମବୀରଙ୍କ ଓକିଲ ପକ୍ଷ ରଖି କହିଥିଲେ ଏହା ଏକ ଗୁରୁତର ପ୍ରସଙ୍ଗ। ପରମବୀରଙ୍କ ଚିଠିରେ ସବୁ ସତ କଥା କୁହାଯାଇଛି। ଯାହାକି ପୁଲିସ ଫୋର୍ସର ସମସ୍ୟା। ପୁଲିସରେ ରାଜନୀତିକ ହସ୍ତକ୍ଷେପ ରହିଛି।
ସୂଚନାଯୋଗ୍ୟ, ପରମବୀର ସିଂହ ଅଭିଯୋଗ କରିଛନ୍ତି ଯେ ମୁମ୍ବାଇର ରେଷ୍ଟୁରାଣ୍ଟ ଏବଂ ବାରରୁ ପ୍ରତି ମାସରେ 100 କୋଟି ଟଙ୍କା ବଟି ଆଦାୟ ପାଇଁ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ନିଲମ୍ବିତ ପୁଲିସ ଅଧିକାରୀଙ୍କୁ ଟାର୍ଗେଟ କରିଥିଲେ। ଏହି ଘଟଣାର ସିବିଆଇ ତଦନ୍ତ ହେବା ଦରକାର। ଅନୀଲ ଦେଶମୁଖଙ୍କ ଘର ପାଖରେ ଲାଗିଥିବା ସିସିଟିଭି ଫୁଟେଜ ଜବତ ହେବା ଦରକାର। ଏମିତି ହେଲେ ସଚିନ ବାଜେ ଏବଂ ଅନୀଲ ଦେଶମୁଖଙ୍କ ଭେଟଘାଟର ପ୍ରମାଣ ମିଳିବ। ଯଦି କୋର୍ଟ ନିର୍ଦ୍ଦେଶ ନଦେବେ ସେ ଯେଉଁ ଅଭିଯୋହ କରିଛନ୍ତି ତାର ପ୍ରମାଣ ନଷ୍ଟ ହୋଇଯିବ। ତେଣୁ ସେ ଏହି ମାମଲାର ସିବିଆଇ ତଦନ୍ତ ପାଇଁ କୋର୍ଟରେ ଦାବି କରିଛନ୍ତି। ଫେବୃଆରୀରେ ଦେଶମୁଖଙ୍କ ବାସଭବନରେ ଏକ ବୈଠକ ହୋଇଥିଲା, ଯେଉଁଥିରେ ସଚିନ ବାଜେ ଅନୀଲ ଦେଶମୁଖଙ୍କୁ ଭେଟିଥିଲେ ବୋଲି ପରମବୀର ଅଭିଯୋଗ କରିଛନ୍ତି।
ପୂର୍ବରୁ ସମାନ ପ୍ରସଙ୍ଗ ଆଣି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ପରମବୀର। କିନ୍ତୁ ଶୁଣାଣି ସମୟରେ ସୁପ୍ରିମକୋର୍ଟ ହାଇକୋର୍ଟ ଯିବାକୁ କହିଥିଲେ।
[caption id="attachment_588523" align="aligncenter" width="650"] ସଚିନ ବାଜେ[/caption]
ସୂଚନାଯୋଗ୍ୟ, ମୁମ୍ୱାଇ ପୁଲିସ କମିଶନର ଅକ୍ଟୋବର 8ରେ କହିଥିଲେ ଟିଆରପି ମାପୁଥିବା ସଂସ୍ଥା ବାର୍କର ରିପୋର୍ଟ ଅନୁଯାୟୀ ରିପବ୍ଲକ ଟିଭି ଏବଂ ଦୁଇ ଅନ୍ୟ ମରାଠୀ ଚ୍ୟାନେଲରେ ଟିଆରପି ସ୍କାଣ୍ଡାଲ ଅଭିଯୋଗ ଆସିଛି। ଏହାପରେ ରିପବ୍ଲିକ ଟିଭି ବାର୍କର ସହଯୋଗୀ ସଂସ୍ଥା ହାଂସାର ରିପୋର୍ଟ ଦେଖାଇଥିଲା। ଯେଉଁଥିରେ ଇଣ୍ଡିଆ ଟୁଡ଼େ ନାଁ ରହିଛି। ରିପବ୍ଲିକ ଟିଭି ନାଁ ନାହିଁ। କୋର୍ଟରେ ମହାରାଷ୍ଟ୍ର ସରକାର ମଧ୍ୟ ପରମବୀର ସିଂ କହିଥିବା ମତକୁ ଖଣ୍ଡନ କରିଥିଲେ।
ଏହାପରେ ଯୋଗୀ ସରକାରଙ୍କ ନିର୍ଦ୍ଦେଶକ୍ରମେ ଟିଆରପି ମାମଲାର ତଦନ୍ତ ସିବିଆଇକୁ ଦିଆଯାଇଛି। ହେଲେ ସିବିଆଇ ତଦନ୍ତ ଉପରେ ମହାରାଷ୍ଟ୍ର ସରକାର ରୋକ୍ ଲଗାଇଛନ୍ତି। ସବିଆଇ ତଦନ୍ତ କଲେ ରିପବ୍ଲିକ ଟିଭି ଗୋଟିଏ ରାଜନୀତିକ ଦଳର ସମର୍ଥନ ପାଇବ ବୋଲି ମହାରାଷ୍ଟ୍ର ସରକାର କହିଛି। ବାର୍କ ହେଉଛି ଟିଆରପି ମାପୁଥବା ସଂସ୍ଥା। ହାଂସା ହେଉଛି ଆଉ ଏକ କମ୍ପାନୀ। ଯିଏକି ଟିଆରପି ଷ୍ଟାଟିକ୍ସକୁ ମାପି ବାର୍କକୁ ପ୍ରଦାନ କରିଥାଏ।