ଆଜି ପତଞ୍ଜଳି ପକ୍ଷରୁ ଏନେଇ କୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରାଯାଇଛି। ଆଫିଡେଭିଟ୍ରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ବାଳକୃଷ୍ଣ କହିଛନ୍ତି ଯେ, ଆଇନ ଶୃଙ୍ଖଳା ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି। ଭବିଷ୍ୟତରେ ଏଭଳି ବିଜ୍ଞାପନ ପ୍ରକାଶ ନ କରିବା ପାଇଁ କମ୍ପାନୀ ପ୍ରତିଶୃତି ଦେଉଛି।
ସେ ଆହୁରି କହିଛନ୍ତି, କମ୍ପାନୀର ଉଦ୍ଦେଶ୍ୟ ହେଉଛି ପତଞ୍ଜଳିର ଉତ୍ପାଦ ବ୍ୟବହାର କରି ଲୋକମାନଙ୍କୁ ସୁସ୍ଥ ଜୀବନଯାପନ ପ୍ରତି ଉତ୍ସାହିତ କରିବା। ପୁରଣା ଶିକ୍ଷା ପଦ୍ଧତି ଏବଂ ସାମଗ୍ରୀ ବ୍ୟବହାର ତଥା ଆୟୁର୍ବେଦିକ ଅନୁସନ୍ଧାନରେ ପ୍ରସ୍ତୁତ ସାମଗ୍ରୀର ବ୍ୟବହରକୁ ଗୁରୁତ୍ୱ ଦେବା କମ୍ପାନୀର ଲକ୍ଷ୍ୟ ବୋଲି ସେ କହିଛନ୍ତି।
ପ୍ରକାଶ ଥାଉ କି, ପତଞ୍ଜଳି ନିଜର ସାମଗ୍ରୀ ଉପରେ ବିଭ୍ରାନ୍ତିକର ବିଜ୍ଞାପନ ଛାପିବାକୁ ନେଇ ଗତକାଲି ସୁପ୍ରିମକୋର୍ଟ ଏକ ଅବମାନନା ନୋଟିସ୍ ପଠାଇଥିଲେ। ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଏହସାନଉଦ୍ଦିନ ଅମାନଉଲ୍ଲାଙ୍କ ବେଞ୍ଚ ଏ ଉପରେ ବିଚାର କରି ବାଳକୃଷ୍ଣ ଏବଂ ରାମଦେବଙ୍କୁ ଏପ୍ରିଲ ୨ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟଙ୍କ କହିବା କଥା, ପତଞ୍ଜଳି ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଘଂନ କରିଛି। କମ୍ପାନୀ ବିଭ୍ରାନ୍ତକର ବିଜ୍ଞାପନ ଛାପିବ ନାହିଁ ବୋଲି ୨୧ ନଭେମ୍ବର ୨୦୨୩ରେ ପ୍ରତିଶୃତି ଦେଇଥିଲା, କିନ୍ତୁ ଏହାକୁ ପାଳନ କରିନାହିଁ। ଉଚ୍ଚ ରକ୍ତଚାପ, ମଧୁମେହ, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା, ଆସ୍ଥମା ଓ ସମ୍ପୂର୍ଣ୍ଣ ମୋଟାପଣକୁ ଦୂର କିରବା ପାଇଁ ଆପଣ କିଭଳି ଦାବି କରିପାରୁଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏଲୋପାଥି ଭଳି ଅନ୍ୟ କୌଣସି ଚିକିତ୍ସା ପଦ୍ଧତିକୁ ମଧ୍ୟ ସମାଲୋଚନା କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ଏପ୍ରିଲ ୨ରେ ଏ ଉପରେ ପରବର୍ତ୍ତୀ ଶୁଣାଣି କରାଯିବ।
ଏହା ପୂର୍ବରୁ ସୁପ୍ରିମକୋର୍ଟ ଯୋଗଗୁରୁ ରାମଦେବଙ୍କୁ ନୋଟିସ ଜାରି କରି କୋର୍ଟକୁ ଡାକିଥିଲେ। ବିଭ୍ରାନ୍ତିକର ବିଜ୍ଞାପନ ସମ୍ପର୍କରେ ତିନି ସପ୍ତାହ ମଧ୍ୟରେ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ବାଲକ୍ରିଷ୍ଣା ଏବଂ ଯୋଗ ଗୁରୁ ରାମଦେବଙ୍କଠାରୁ କୋର୍ଟ ଉତ୍ତର ମାଗିଥିଲେ। ଏହା ବ୍ୟତୀତ ସୁପ୍ରିମକୋର୍ଟ ପତଞ୍ଜଳିର ବିଜ୍ଞାପନ ପ୍ରକାଶ କରିବା ଉପରେ ମଧ୍ୟ ରୋକ ଲଗାଇ ଦେଇଥିଲେ।
ପ୍ରକୃତରେ ପତଞ୍ଜଳି ଆର୍ୟୁବେଦ କୋର୍ଟକୁ ଏକ ଅଣ୍ଡରଟେକିଂ ଲେଖିକି ଦେଇଥିଲା। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ସେ ବିଜ୍ଞାପନ ପ୍ରକାଶିତ କରିଥିଲା। ଏଭଳି ପରିସ୍ଥିତିରେ ଜଷ୍ଟିସ ହିମା କୋହଲି ଏବଂ ଅହସାନୁଦ୍ଦିନ ଅମାନୁଉଲ୍ଲାଙ୍କ ବେଞ୍ଚ ଅସନ୍ତୋଷ ବ୍ୟକ୍ତ କରି ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କଠାରୁ ଜବାବା ମାଗିଥିଲେ। କିନ୍ତୁ ଯେତେବେଳେ କୌଣସି ଉତ୍ତର ମିଳିନଥିଲା, ସେତେବେଳେ କୋର୍ଟ ଉଭୟଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉଭୟଙ୍କ ବିରୋଧରେ ଅବମାନନା ନୋଟିସ ଜାରି କରିଛନ୍ତି।
କୋର୍ଟ କହିଛନ୍ତି, ଆମେ ପତଞ୍ଜଳିର ବିଜ୍ଞାପନ ଦେଖିଛୁ। ଅଦାଲତରେ ଦିଆଯାଇଥିବା ଅଣ୍ଡରଟେକିଂକୁ ଦୃଷ୍ଟିରେ ରଖି ରାମଦେବଙ୍କୁ ତାଙ୍କ ବିରୋଧରେ ଅବମାନନା ପ୍ରକ୍ରିୟା କାହିଁକି ଆରମ୍ଭ କରାଯିବା ଉଚିତ ନୁହେଁ ତାହା କହିବାକୁ ହେବ। ସେ ଡ୍ରଗ୍ସ ଏବଂ ମ୍ୟାଜିକ୍ ରେମେଡିଜ୍ ଆକ୍ଟ ୧୯୫୪କୁ ମଧ୍ୟ ଉଲ୍ଲଂଘନ କରିଛନ୍ତି। ଏହି ଆଇନର ଧାରା ୩ ରକ୍ତଚାପ, ମଧୁମେହ, ଆର୍ଥ୍ରାଇଟିସ୍, ଆଜମା ଇତ୍ୟାଦି ରୋଗ ଦୂର କରିବା ପାଇଁ ପ୍ରଚାରକୁ ବାରଣ କରିଛି।
ପତଞ୍ଜଳିଙ୍କ ତରଫରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ କୋର୍ଟକୁ କହିଛନ୍ତି ଯେ ପତଞ୍ଜଳି ସହିତ ବାବା ରାମଦେବଙ୍କର କୌଣସି ସମ୍ପର୍କ ନାହିଁ। କୋର୍ଟ ସେମାନଙ୍କ କଥା ଶୁଣିବା ଉଚିତ୍। ଏହା ଉପରେ ବେଞ୍ଚ କହିଛନ୍ତି, ବାବା ରାମଦେବ ଆମ ନିର୍ଦ୍ଦେଶ ପରେ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ତାଙ୍କୁ କେବଳ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ତାଙ୍କୁ ଏହାର ଉତ୍ତର ଦେବାକୁ ଦିଅନ୍ତୁ।
ବାସ୍ତବରେ ଭାରତୀୟ ମେଡିକାଲ୍ ଆସୋସିଏସନ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରି କହିଥିଲେ ଯେ ପତଞ୍ଜଳି ଆୟୁର୍ବେଦର ବିଜ୍ଞାପନ ମିଥ୍ୟା ଦାବି କରୁଛି ଏବଂ ଏହା ବିଭ୍ରାନ୍ତିକର ବୋଲି ଅଭିଯୋଗ କରିଥିଲା।
ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ ଏହସାନୁଦ୍ଦିନ ଅମାନୁଉଲ୍ହା ଓ ପ୍ରଶାନ୍ତ କୁମାର ମିଶ୍ରାଙ୍କ ବେଞ୍ଚ ଏହି ମାଲାର ଶୁଣାଣି କରିଛନ୍ତି। ବିଜ୍ଞାପନରେ ପ୍ରକାଶ ପାଇଥିବା ଫଟୋ ଆଧାରରେ ପତଞ୍ଜଳିକୁ ନୋଟିସ୍ ଜାରି କରାଯାଇଛି। ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶକୁ ପତଞ୍ଜଳି ଉଲ୍ଲଘଂନ କରିଛି। ୨୧ ନଭେମ୍ବର ୨୦୨୩ରେ ଦେଇଥିବା ପ୍ରତିଶ୍ରୁତିକୁ ପତଞ୍ଜଳି ରଖିନି ବୋଲି କୋର୍ଟ କହିଛନ୍ତି।
ବିପି, ମଧୁମେହ, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା, ଆସ୍ଥମା ଓ ସମ୍ପୂର୍ଣ୍ଣ ମୋଟାପଣକୁ ଦୂର କିରବା ପାଇଁ ଆପଣ କିଭଳି ଦାବି କରିପାରୁଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏହା ଔଷଧ ନିୟାମକ ଆଇନ ଉଲ୍ଲଙ୍ଘନ। ଏଲୋପେଥିକୁ ଏଭଳି ଲୋକଙ୍କ ନଜରରେ ତଳକୁ ଖସାଇବା ବା ବଦ୍ନାମ କରାଯାଇପାରିବ ନାହିଁ। ଏଲୋପାଥି ଭଳି ଅନ୍ୟ କୌଣସି ଚିକିତ୍ସା ପଦ୍ଧତିକୁ ଆପଣ ସମାଲୋଚନା କରିପାରିବେ ନାହିଁ। କେନ୍ଦ୍ର ସରକାର ଏହି ମାମଲାରେ ଆକ୍ସନ ନେବା ଉଚିତ, ସେ କିନ୍ତୁ ଆଖି ବନ୍ଦ କରିଦେଇଛନ୍ତି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ଏଥିସହ ଆଗାମୀ ନିର୍ଦ୍ଦେଶ ଯାଏଁ କୌଣସି ପ୍ରକାରର ବି ବିଜ୍ଞାପନ ଠାରୁ ଦୂରେଇ ରହିବାକୁ ବାଳକୃଷ୍ଣ ଓ ପତଞ୍ଜଳିକୁ କୋର୍ଟ ଚେତାବନୀ ଦେଇଛନ୍ତି। କେବଳ ସେତିକି ନୁହେଁ ଚିକିତ୍ସା ପ୍ରଣାଳୀ ବିରୋଧରେ ପ୍ରିଣ୍ଟ କିମ୍ବା ବୈଦ୍ୟୁତିକ ଗଣମାଧ୍ୟରେ ବୟାନ ନଦେବାକୁ କୋର୍ଟ କହିଛନ୍ତି।
ଏହାପୂର୍ବରୁ ୨୯ ନଭେମ୍ବର ୨୦୨୩ରେ ମଧ୍ୟ ପତଞ୍ଜଳିର ଆୟୁର୍ବେଦ ବିଜ୍ଞାପନ ତଥା ଏହାର ମାଲିକ ବାବା ରାମଦେବଙ୍କ ବିବୃତ୍ତିକୁ ବିରୋଧ କିରି ଭାରତୀୟ ମେଡିକାଲ୍ ଆସୋସିଏସନ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ। ଏହି ସମୟରେ ଜଷ୍ଟିସ ଏହସାନୁଦ୍ଦିନ ଅମାନୁଉଲ୍ହା ଏବଂ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରଙ୍କ ଏକ ବେଞ୍ଚ ପତଞ୍ଜଳିକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହ ଏଲୋପାଥି ବିରୋଧରେ ବିଜ୍ଞାପନ ପ୍ରକାଶ କରିଥିବା ନେଇ ତାଙ୍କୁ ଉତ୍ସନା କରିଥିଲେ। ଭବିଷ୍ୟତରେ ଏଭଳି ବୟାନ ଓ ବିଜ୍ଞାପନରୁ ଦୂରେଇ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହା ସତ୍ତ୍ୱେ ମଧ୍ୟ ପତଞ୍ଜଳି ବିଜ୍ଞାପନ ପ୍ରକାଶିତ କରିଥିଲା।
ଆଜି ଦିଲ୍ଲୀ ହାଇକୋର୍ଟ ଏହି ଆବେଦନକୁ ଆଧାର କରି ରାମଦେବଙ୍କୁ ହାଜର ହେବାକୁ ସମନ କରିଛନ୍ତି। ଡିଏମଏ ତା’ ଆବେଦନରେ କରୋନିଲ କିଟକୁ ନେଇ ଚାଲିଥିବା ମିଥ୍ୟା ପ୍ରଚାର ଉପରେ ରୋକ ଲଗାଇବାକୁ କହିଛି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୩ ତାରିଖରେ ହେବ। ସେ ଯାଏ ରାମଦେବ କୌଣସି ପ୍ରକାରର ଉତ୍ତେଜନା କିମ୍ବା ଉସକାଇବା ଭଳି ବୟାନ ଦେଇପାରିବେ ନାହିଁ ବୋଲି ହାଇକୋର୍ଟ ତାଙ୍କ ଓକିଲଙ୍କୁ କହିଛନ୍ତି।
ପତଞ୍ଜଳୀ ପ୍ରସ୍ତୁତ କରିଥିବା କରୋନିଲ କିଟ୍ କରୋନାକୁ ମାତ ଦେବାରେ ସକ୍ଷମ ବୋଲି ରାମଦେବ ଦାବି କରିଥିଲେ। ହେଲେ ଏହା କୌଣସି ବୈଜ୍ଞାନିକ ଜ୍ଞାନକୌଶଳ ଉପରେ ଆଧାରିତ ନୁହେଁ ଓ ଏହା କେମିତି କରୋନାକୁ ମାତ ଦେଉଛି, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। କିନ୍ତୁ ରାମଦେବ ଏହା କରୋନା ବିରୋଧୀ ଔଷଧ ବୋଲି କହିବା ସହ ଏହାର ପ୍ରଚାର କରୁଛନ୍ତି।
ଡିଏମଏ ପୂର୍ବରୁ ଇଣ୍ଡିଆନ ମେଡିକାଲ ଆସୋସିଏସନ ମଧ୍ୟ ରାମଦେବଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଏଲୋପାଥିକୁ ନେଇ ରାମଦେବ ଭୁଲ ଓ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ଆଇଏମଏ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି।
ଆଇଏମଏ ଆଇପି ଇଷ୍ଟେଟ ପୁଲିସ୍ ଷ୍ଟେସନରେ କରିଥିବା ଏଫଆଇଆରରେ କହିଥିଲା ଯେ ରାମଦେବ ଜାଣିଶୁଣି କୋଭିଡ ଚିକିତ୍ସାକୁ ନେଇ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଛନ୍ତି। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଆଇଏମଏ ଦାବି କରିଛି।
ପତଞ୍ଜଳୀ କହିଛି ଡାଏରୀ ଡିଭିଜନର ଉପସଭାପତି ଥିଲେ ସନୀଲ ବଂଶଲ। ୫୭ ବର୍ଷୀୟ ଏହି ବରିଷ୍ଠ ଅଧିକାରୀଙ୍କର ମେ ୧୯ରେ ବିୟୋଗ ହୋଇଛି। ବଂଶାଲ ଡାଏରୀ ପ୍ରଡକ୍ଟ ବାବଦରେ ଜଣେ ଅଭିଜ୍ଞ ଅଧିକାରୀ ଥିଲେ। ୨୦୧୮ରେ ପତଞ୍ଜଳୀ ଡାଏରୀ ବ୍ୟବସାୟ ଆରମ୍ଭ କରିଥିଲା।
ହରିଦ୍ୱାର ସ୍ଥିତ କମ୍ପାନୀର ମୁଖ୍ୟା କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି, ବଂଶଲ କୋଭିଡରେ ଆକ୍ରାନ୍ତ ହେବା ପରେ ଜୟପୁରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସେହି ହସ୍ପିଟାଲରେ ବଂଶଲଙ୍କ ସ୍ତ୍ରୀ ମଧ୍ୟ ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଭାବରେ ନିଯୁକ୍ତ ଥିଲେ। ତେଣୁ ବଂଶଲଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ଭାବରେ ତାଙ୍କ ସ୍ତ୍ରୀଙ୍କ ଜ୍ଞାତ ସାରରେ ହୋଇଛି। ଏଥିରେ ପତଞ୍ଜଳୀର କୌଁଣସି ଭୂମିକା ନାହିଁ।
ସୂଚନାଯୋଗ୍ୟ, ନିକଟରେ ବାବା ରାମଦେବା ଏଲୋପାଥି ଚିକିତ୍ସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ବିରୋଧ କରି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ରାମଦେବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ମଧ୍ୟ ରାମଦେବାଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିବା ପରେ ରାମଦେବା ନିଜ ମନ୍ତବ୍ୟରୁ ଓହରିଥିଲେ। ଏହାପରେ ପରେ ସୋମବାର ବିଳମ୍ୱିତ ରାତିରେ ଆଇଏମଓ ଓ ଫାର୍ମା କମ୍ପାନୀକୁ 25ଟି ପ୍ରଶ୍ନ କରିଛନ୍ତି। ଯେଉଁଥିରେ ବିଭିନ୍ନ ରୋଗର ଆରୋଗ୍ୟ ପାଇଁ ଏଲାପାଥି କଣ ଔଷଧ ରଖିଛି ବୋଲି ରାମଦେବ ପ୍ରଶ୍ନ କରିଛନ୍ତି।