ରିଲିଜର ପ୍ରଥମ ଦିନରେ ସର୍ବାଧିକ ଆୟ କରି ରେକର୍ଡ କରିଛି 'ସାଲାର'। ଚଳିତ ବର୍ଷର ବ୍ଲକ୍ ବଷ୍ଟର ମୁଭି 'ଆନିମଲ', 'ଯବାନ', 'ପଠାନ' ଏବଂ 'ଡଙ୍କି'ର ରେକର୍ଡକୁ ବି ଭାଙ୍ଗି ଦେଇଛି। ପ୍ରଭାସଙ୍କ ଆକ୍ସନ ଅନ୍ଦାଜକୁ ଖୁବ୍ ପ୍ରଶଂସା କରିଛନ୍ତି ଦର୍ଶକ। ଆଡଭାନ୍ସ ବୁକିଂରୁ ମଧ୍ୟ ଏହା ସ୍ପଷ୍ଟ ହେଉଥିଲା ଯେ, ବର୍ଷର ଶେଷରେ ପ୍ରଭାସଙ୍କ 'ସାଲାର' ରେକର୍ଡ ସୃଷ୍ଟି କରିବ।
ରିପୋର୍ଟ ଅନୁସାରେ, ଘରୋଇ ବକ୍ସ ଅଫିସରେ ସାଲାର ପ୍ରଥମ ଦିନରେ 95 କୋଟି ଆୟ କରିଛି। ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ସବୁଠୁ ଅଧିକ ରୋଜଗାର ହୋଇଛି। ଏଠାରେ 70 କୋଟି ଆୟ ହୋଇଥିବା ବେଳେ ଆୟର 88.93 ପ୍ରତିଶତ ତେଲୁଗୁ ଭାଷାଭାଷି ଅଞ୍ଚଳରୁ ହୋଇଛି।
ପ୍ରଶାନ୍ତ ନୀଳ ସିନେମାର ନିର୍ଦ୍ଦେଶନା ଦଇଛନ୍ତି। ମୁଖ୍ୟ ଭୂମିକାରେ ପ୍ରଭାସଙ୍କ ବ୍ୟତୀତ ଶ୍ରୁତି ହାସନ, ପୃଥ୍ୱୀରାଜ ସୁକୁମାରନ୍ ଅଭିନୟ କରିଛନ୍ତି। ତେଲୁଗୁ, ତାମିଲ, ମାଲୟାଲମ, କନ୍ନଡ ଏବଂ ହିନ୍ଦି ଭାଷାରେ ରିଲିଜ୍ ହୋଇଛି 'ସାଲାର'।
ଏହି ଅନୁମାନ ମଧ୍ୟ ସତ ହୋଇଛି। ଫାଷ୍ଟ ଡେ' ଫାଷ୍ଟ ଶୋ'ରେ ଅନେକ ସୋଶାଲ ମିଡିଆ ୟୁଜର୍ ଫିଲ୍ମକୁ 'ସୁପର ଡୁପର ହିଟ୍' ବୋଲି କହି ସାରିଛନ୍ତି। ରିଲିଜ୍ ପୂର୍ବରୁ ସିନେମା ହଲରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଦର୍ଶକମାନେ ବାଣ ଫୁଟାଇ ନାଚିଥିଲେ। ଗତକାଲି ରିଲିଜ୍ ହୋଇଥିବା ଶାହରୁଖ ଖାନଙ୍କ 'ଡଙ୍କି' ସହ ପ୍ରଭାସଙ୍କ 'ସାଲାର'ର ଏକ ଜବରଦସ୍ତ ଫାଇଟ୍ ହେବ ବୋଲି ଅନୁମାନ କରାଯାଉଛି।
'ଡଙ୍କି'କୁ ମଧ୍ୟ ଫ୍ୟାନ୍ସଙ୍କ ଖୁବ୍ ଭଲ ରେସ୍ପନ୍ସ ମିଳିଛି। ତେବେ ଏହି ଦୁଇ ସିନେମା ମଧ୍ୟରୁ କେଉଁଟା ବ୍ଲକ୍ ଅଫିସ୍ ରେକର୍ଡ ଭାଙ୍ଗୁଛି ତା' ଉପରେ ସମସ୍ତଙ୍କ ନଜର।
'ସାଲାର'ର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ। ସିନେମାରେ ପୃଥ୍ୱୀରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। 'ସାଲାର' ଏକ କାଳ୍ପନିକ ସାମ୍ରାଜ୍ୟ ଖାନସର ଉପରେ ଆଧାରିତ। ଏହି ସାମ୍ରାଜ୍ୟର ଆଧିପତ୍ୟକୁ ନେଇ ସିନେମାର କାହାଣୀ ଆଗେଇଛି। ତେଲୁଗୁ, ତାମିଲ, ମାଲୟାଲମ, କନ୍ନଡ ଏବଂ ହିନ୍ଦି ଭାଷାରେ ରିଲିଜ୍ ହୋଇଛି 'ସାଲାର'।
ନିଜ ଟ୍ୱିଟ ଆକାଉଣ୍ଟରେ ମନୋଜ, ଫିଲ୍ମ ଯୋଗୁ ଲୋକଙ୍କ ଭାବନାକୁ କଷ୍ଟ ପହଞ୍ଚାଇଥିବାରୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିନିମନ୍ତେ ସେ ନିଜ ଭୁଲ୍ ସ୍ୱୀକାର କରିଛନ୍ତି। ଏପରିକି ଏଥିଯୋଗୁ ଭାଇ-ଭଉଣୀ, ଗୁରୁଜନ, ସାଧୁସନ୍ଥ ତଥା ରାମ ଭକ୍ତଙ୍କୁ ହାତ ଯୋଡ଼ି କ୍ଷମା ମାଗୁଥିବା ଉଲ୍ଲେଖ କରିଛନ୍ତି। ଏଥିସହ ସେ ଏକ ହାତଯୋଡ଼ା ଇମୋଜି ବି ପୋଷ୍ଟ କରିଛନ୍ତି।
କଥା ଏତିକିରେ ସରିନି । ଏହାପରେ ମନୋଜ ନିଜ ଟ୍ୱିଟରେ ସନାତନ ଧର୍ମ ଓ ଦେଶର ରକ୍ଷା କରିବା କଥା ଉଲ୍ଲେଖ କରିଛନ୍ତି। ଏଥିସହ ସେ ଲେଖିଛନ୍ତି, ଭଗବାନ ବଜରଙ୍ଗବାଲୀ ଆମ ସମସ୍ତଙ୍କ ଉପରେ କୃପା ନଜର ରଖନ୍ତୁ। ଆମକୁ ଅତୁଟ ରହି ନିଜର ପବିତ୍ର ସନାତନ ଓ ମହାନ ଦେଶର ସେବା କରିବାର ଶକ୍ତି ଦିଅନ୍ତୁ ।
ପ୍ରଭାସ ଓ କ୍ରିତି ସାନନ ଅଭିନୀତ ‘ଆଦିପୁରୁଷ’ ଆରମ୍ଭରୁ ହିଁ ବିବାଦରେ ଫସି ରହିଛି। ହେଲେ ଫିଲ୍ମର ଡାଏଲଗକୁ ନେଇ ବିବାଦ ଦେଖାଦେଇଥିଲା। ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନ ସମେତ ନେପାଳରେ ବି ଫିଲ୍ମକୁ ଜୋରଦାର ବିରୋଧ କରାଯାଇଥିଲା।
ଏହା ମଧ୍ୟରେ ସ୍ୱତପ୍ରତ୍ତ ଭାବେ ଲୋକଙ୍କ ମନରେ ରମାନନ୍ଦ ସାଗରଙ୍କ ‘ରାମାୟଣ’ କଥା ଉଙ୍କି ମାରୁଛି। ‘ଆଦିପୁରୁଷ’ ନିର୍ମାତାଙ୍କୁ ଦେଶବାସୀ ରମାନନ୍ଦ ସାଗରଙ୍କ ‘ରାମାୟଣ’ ଦେଖିବାକୁ ଉପଦେଶ ଦେବାକୁ ପଛାଉ ନାହାନ୍ତି।
ତେଣୁ ଛୋଟ ପରଦାରେ ପୁଣି ଦେଖିବାକୁ ମିଳିବ ରମାନନ୍ଦ ସାଗରଙ୍କ ‘ରାମାୟଣ’ । ଆସନ୍ତା ଜୁଲାଇ ୩ ତାରିଖରୁ Shemaroo TVରେ ଏହା ପ୍ରଦର୍ଶୀତ ହେବ । ଏନେଇ ଚ୍ୟାନେଲ ପକ୍ଷରୁ ଘୋଷଣା କରାଯାଇଛି।
ଆଦିପୁରୁଷ ଦେଶବାସୀଙ୍କ ଧାର୍ମିକ ଭାବନାଙ୍କୁ ଆଘାତ ଦେଇଥିବାରୁ ଏହାକୁ ବ୍ୟାନ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟରେ ଆବେଦନ ହୋଇଛି। ଏହାର ଶୁଣାଣି କରିବା ବେଳେ ଆହ୍ଲାବାଦ ହାଇକୋର୍ଟ ନିଜର ଅସନ୍ତୋଷ ପ୍ରକାଶ କରି ରାମାୟଣ ଆମ ପାଇଁ ଉଦାହରଣ ବା ଆଦର୍ଶ। ଲୋକମାନେ ଘରୁ ବାହାରିବା ପୂର୍ବରୁ ରାମଚରିତମାନସ ପଢ଼ନ୍ତି। ଫିଲ୍ମକୁ ଏସବୁକୁ ସ୍ପର୍ଶ କରିବାର ନ ଥିଲା ବୋଲି କହିଛନ୍ତି। ସେନସର ବୋର୍ଡ ତା’ର ଦାୟିତ୍ୱ ଫିଲ୍ମକୁ ପ୍ରମାଣପତ୍ର ଦେବା ବେଳେ ନିର୍ବାହ କରିଛି କି ବୋଲି ମଧ୍ୟ ଆହ୍ଲାବାଦ ହାଇକୋର୍ଟ ପ୍ରଶ୍ନ କରିଛନ୍ତି।
ଏଥିସହ କୋର୍ଟ କହିଛନ୍ତି ଆପଣ କ’ଣ ଭାବୁଛନ୍ତି ଦେଶବାସୀ ଓ ଯୁବ ସମାଜ ମୁର୍ଖ? ଆପଣ ଭଗବାନ ରାମ, ଭଗବାନ ଲକ୍ଷ୍ମଣ, ଭଗବାନ ହନୁମାନ, ରାବଣ, ଲଙ୍କାକୁ ଦେଖାଉଛନ୍ତି ଓ କହୁଛନ୍ତି ଏହା ରାମୟାଣ ନୁହଁ। ଲୋକମାନେ ଥିଏଟରକୁ ଯାଉଛନ୍ତି ଓ ଫିଲ୍ମକୁ ବନ୍ଦ କରିବାକୁ କହୁଛନ୍ତି। କେହି ଭଙ୍ଗାରୁଜା କରି ନଥିବାରୁ ଧନ୍ୟବାଦ ବୋଲି କହିଛନ୍ତି ବିଚାରପତି ।
ଗତକାଲି ଏହି ମାମଲାର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ବିଚାରପତି ‘ଆଦିପୁରୁଷ’ ମେକର୍ସଙ୍କ ଉପରେ ବର୍ଷିଛନ୍ତି। ଆଜି ପୁଣି ଥରେ ଏହି ମାମଲାର ଶୁଣାଣି ହେବ ।
ଦୀପିକା କହିଛନ୍ତି, ରାମାୟଣ କୌଣସି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ନୁହେଁ ଯେ ଏହାକୁ ନେଇ ବାରମ୍ବାର ଭୁଲ୍ କରାଯିବ । ରାମାୟଣ ତ ଗୋଟିଏ, ତାହାକୁ ନେଇ କାହିଁକି ଥରକୁ ଥର ଜାଣିଶୁଣି ଭୁଲ୍ କରାଯାଉଛି ବୋଲି କହିବା ସହ ସେ ଖୁବ୍ ଦୁଃଖ ପ୍ରକାଶ କରିଛନ୍ତି।
ଏଥିସହ ସେ କହିଛନ୍ତି, ରାମାୟଣକୁ ବଦଳାଇବାକୁ ଚେଷ୍ଟା କଲେ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ । ଏହା କେବଳ ଲୋକଙ୍କୁ ଦୁଃଖ ପହଞ୍ଚାଇବ, ମନୋରଞ୍ଜନ ଦେଇ ପାରିବ ନାହିଁ। ରାମାୟଣକୁ ନେଇ ଫିଲ୍ମ କିମ୍ବା ସିରିଏଲ କରିବା ପୂର୍ବରୁ ଭାବିବାକୁ ପଡ଼ିବ ଯେ, ଆପଣ ଆମ ସଂସ୍କୃତିର ନିର୍ମାଣ କରୁଛନ୍ତି।
ଆମେ ପ୍ରତି ବର୍ଷେ , ୨ ବର୍ଷ ବ୍ୟବଧାନରେ କାହିଁକି ରାମାୟଣ କରୁଛନ୍ତି ତାହା ବୁଝାପଡ଼ୁନି। ଏହା ଏପରି ଏକ ଗ୍ରନ୍ଥ ଯାହା ପୀଢ଼ି ପରେ ପୀଢ଼ି ଆମ ସହ ରହିବ । ତେଣୁ ଏହାକୁ ନେଇ ମନମାନୀ କରିବା ଉଚିତ ନୁହେଁ। କାରଣ ଏଥିରେ ଆମ ସଂସ୍କୃତି, ସଂସ୍କାର, ପରମ୍ପରା ପ୍ରତିଫଳିତ ହେଉଛି।
ନିଜ କର୍ମ ବ୍ୟସ୍ତତା ସହ ଆଦିପୁରୁଷକୁ ନେଇ ପ୍ରଚାର ହେଉଥିବା ନକରାତ୍ମକ ମନ୍ତବ୍ୟ ଯୋଗୁ ସେ ଏହାକୁ ଏ ପର୍ଯ୍ୟନ୍ତ ଦେଖି ନାହାନ୍ତି ବୋଲି କହିଛନ୍ତି ଦୀପିକା। ସୁଯୋଗ ମିଳିଲେ ବି ଏହା ଦେଖିବାକୁ ବି ସେ ସେପରି ଆଗ୍ରହୀ ନୁହନ୍ତି ବୋଲି ସଫା ସଫା କହିଛନ୍ତି।
ଆମେ ଯେବେ ରାମାୟଣ କରିଥିଲୁ, ଏହାକୁ ନେଇ ଟଙ୍କା ଉପାର୍ଜନ କରିବା ଆମର ଉଦ୍ଦେଶ୍ୟ ନ ଥିଲା। କାରଣ ଏଥିରୁ ବହୁ କିଛି ଶିଖିବାର ଅଛି। ଏହାର ସବୁ ଚରିତ୍ର ପୂଜା ପାଇବା ଯୋଗ୍ୟ ବୋଲି ସେ କହିଛନ୍ତି।
ପ୍ରଭାସ ଓ କ୍ରିତି ସାନନ୍ଙ୍କ ଅଭିନୀତ ଆଦିପୁରୁଷ ଜୁନ୍ ୧୬ରେ ରିଲିଜ୍ ହୋଇଥିଲା । ପ୍ରଥମ ୩ ଦିନ ଏହା ଖୁବ୍ ଭଲ ରୋଜଗାର କରିଥିଲା। ତେବେ ଏହାର କିଛି ଡାଏଲଗକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଫିଲ୍ମକୁ ବ୍ୟାନ୍ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଛି । ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କ ଆବେଦନ ପରେ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ଏହାକୁ ବ୍ୟାନ୍ କରିବା ପାଇଁ ଦାବି କରୁଛନ୍ତି । ଇତି ମଧ୍ୟରେ ଫିଲ୍ମଟି ବକ୍ସ ଅଫିସରେ ମୁହଁମାଡ଼ି ପଡ଼ିଥିବା ବେଳେ ପ୍ରଭାସଙ୍କ ଯାଦୁ ବି କାମ ଦେଲା ପରି ଲାଗୁନି।
ହିନ୍ଦୁ ସେନାର ଜାତୀୟ ସଭାପତି ବିଷ୍ଣୁ ଗୁପ୍ତା ଦିଲ୍ଲୀ ହାଇକୋର୍ଟରେ ଏପରି ଆବେଦନ କରିଛନ୍ତି। ଏହି ଫିଲ୍ମ ରାମାୟଣ, ଭଗବାନ ରାମ ଓ ଆମ ସଂସ୍କୃତିକୁ ତାଚ୍ଛଲ୍ୟ କରି ହିନ୍ଦୁ ସଂପ୍ରଦାୟର ଆଘାତ ପହଞ୍ଚାଇ ଥିବା ସେ ଆବେଦନରେ କହିଛନ୍ତି।
ହିନ୍ଦୁ ଭଗବାନ ରାମ, ରାବଣ, ସୀତା ଓ ହନୁମାନଙ୍କୁ ନେଇ ସିନେମାରେ ଦେଖାଯାଇଥିବା ଆପତ୍ତିଜନକ ଦୃଶ୍ୟକୁ ହଟାଯାଉ କିମ୍ବା ଏଥିରେ ସଂଶୋଧନ କରାଯାଉ। ଏହି ସବୁ ଭଗବାନମାନଙ୍କୁ ଠିକ୍ ଭାବେ ଚିତ୍ରଣ କରାଯାଇନି। ଏହାକୁ ଅତି ରଞ୍ଜିତ କରାଯାଇଛି।
ମହର୍ଷୀ ବାଲ୍ମିକୀଙ୍କ ରାମାୟଣ ଓ ତୁଳସୀଦାସଙ୍କ ରାମଚରିତମାନସରେ ହିନ୍ଦୁ ଧର୍ମର ଦେବାଦେବୀଙ୍କୁ ଯେମିତି ପ୍ରଦର୍ଶନ କରାଯାଇଛି, ତା’ଠାରୁ ସଂପୂର୍ଣ୍ଣ ଭିନ୍ନ ଭାବେ ସିନେମାରେ ସମସ୍ତଙ୍କୁ ଚିତ୍ରଣ କରାଯାଇଥିବା ଆବେଦନରେ ଉଲ୍ଲେଖ କରାଯାଇଛି।
ଆବେଦନରେ କୁହାଯାଇଛି ଯେ ଅଭିନେତା ସୈଫ ଅଲୀ ଖାନ ହିନ୍ଦୁ ବ୍ରାହ୍ମଣ ରାବଣ ଭୂମିକାରେ ରହିଛନ୍ତି। ସେ ଯେଉଁଭଳି ମୁଖ ପ୍ରଦର୍ଶନ କରୁଛନ୍ତି, ଏହା ସଂପୂର୍ଣ୍ଣ ଭୁଲ। ଏହା ହିନ୍ଦୁ ସଭ୍ୟତା ପ୍ରତି ଅପମାନ। ରାବଣଙ୍କୁ ନେଇ ମଧ୍ୟ ଭୁଲ ତଥ୍ୟ ସିନେମାରେ ପ୍ରଦର୍ଶନ କରାଯାଇଛି।
ପ୍ରଭାସ ଓ କ୍ରିତି ସାନନ ଷ୍ଟାରର ତଥା ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ୧୬ ତାରିଖରେ ସିନେମା ଘରରେ ରିଲିଜି ହେବ । ଏହାପୂର୍ବରୁ ଫିଲ୍ମରର ଷ୍ଟାରକାଷ୍ଟ ଆନ୍ଧ୍ରପ୍ରଦେଶରେ ପ୍ରମୋସନରେ ବ୍ୟସ୍ତ ଥିବା ବେଳେ ମନ୍ଦିର ଦର୍ଶନ କରିବାକୁ ବି ଭୁଲୁ ନାହାନ୍ତି।
ମଙ୍ଗଳବାର ଫିଲ୍ମର ନିର୍ମାତା ଓ ଷ୍ଟାରକାଷ୍ଟ ତିରୁପତି ମନ୍ଦିରରେ ଫିଲ୍ମର ଟ୍ରେଲର ଲଞ୍ଚ କରିଥିଲେ। ଏହାପରେ ଫିଲ୍ମ ଟିମ୍ ନିକଟରେ ଥିବା ଭେଙ୍କଟେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ। ମନ୍ଦିର ଦର୍ଶନ ସାରି କ୍ରିତି ସାନନ ବାହାରକୁ ଯିବା ବେଳେ ଫିଲ୍ମର ନିର୍ଦ୍ଦେଶକ ଓମ୍ ରାଉତଙ୍କୁ ଆଳିଙ୍ଗନ କରିଥିଲେ। ଓମ୍ ରାଉତ ମଧ୍ୟ ତାଙ୍କୁ ଆଳିଙ୍ଗନ କରିବା ସହ ତାଙ୍କ ଗାଲକୁ କିସ୍ କରି ଦେଇଥିଲେ।
ଉଭୟଙ୍କ ଏପରି କାମ ପାଇଁ ଏବେ ନୂଆ ବିବାଦ ଛିଡ଼ା ହୋଇଛି। ମନ୍ଦିର ପରି ପବିତ୍ର ସ୍ଥାନରେ ଏପରି କାର୍ଯ୍ୟ ହେତୁ ଲୋକଙ୍କ ଭାବନା ଆଘାତ ପାଇବାରେ ଲାଗିଛି। ଏପରି ପରିସ୍ଥିତିରେ ଅନେକ ଲୋକ ନିର୍ଦ୍ଦେଶକଙ୍କ ଉପରେ କ୍ରୋଧ ପ୍ରକାଶ କରିଛନ୍ତି।
ଆନ୍ଧ୍ରପ୍ରଦେଶର ବିଜେପି ରାଜ୍ୟ ସଚିବ ରମେଶ ନାଇଡୁ ଟ୍ୱିଟ କରି ଉଭୟଙ୍କ ଉପରେ ବର୍ଷିଛନ୍ତି। ଏଥିସହ ଲେଖିଛନ୍ତି ମନ୍ଦିର ପରି ପବିତ୍ର ସ୍ଥାନରେ ଏପରି କାର୍ଯ୍ୟ କରିବା ଆବଶ୍ୟକ କି ? ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିରରେ ଏପରି ଚୁମ୍ବନ ଓ ଆଳିଙ୍ଗନ ଆଦୌ ଗ୍ରହଣୀୟ ଓ ବରଦାସ୍ତ ନୁହଁ । ଏହା ଭଗବାନଙ୍କ ପ୍ରତି ତଥା ଭଗବାନଙ୍କ ପ୍ରତି ବିଶ୍ୱାସ ରଖିଥିବା ଲୋକଙ୍କ ଆସ୍ଥା ପ୍ରତି କୁଠାରଘାତ । ତେବେ କିଛି ସମୟ ପରେ ରମେଶ ନାଇଡୁ ନିଜ ଟ୍ୱିଟକୁ ଡିଲିଟ କରି ଦେଇଥିବା ଜଣାଯାଇଛି।
ମନ୍ଦିରର ମୁଖ୍ୟ ପୂଜକ ମଧ୍ୟ ଏପରି ଆଚରଣକୁ ତୀବ୍ର ବିରୋଧ କରିଛନ୍ତି। ଏହା ଏକ ଅକ୍ଷମଣୀୟ ଅପରାଧ ବୋଲି କହିଛନ୍ତି। ଏହି ମନ୍ଦିରକୁ ସ୍ୱାମୀ ସ୍ତ୍ରୀ ଏକାଠି ଆସି ନ ଥାନ୍ତି। ତେଣୁ ତୁମେ ଏକ ହୋଟେଲ ରୁମ୍କୁ ଯାଇ ମନ ଇଚ୍ଛା କାମ କରିବା ଉଚିତ ବୋଲି ସେ କହିଛନ୍ତି। ତୁମମାନଙ୍କ ବ୍ୟବହାର ରାମାୟଣ ଓ ମାତା ସୀତାଙ୍କୁ ଅପମାନ ସଦୃଶ ବୋଲି ସେ କହିଛନ୍ତି।
‘ରାଧେଶ୍ୟାମ’ ଷ୍ଟାର ପ୍ରଭାସ ଏବେ ବି- ଟାଉନ୍ ସହ ଟଲିଉଡର ବି ମୋଷ୍ଟ ଇଲିଜିବୁଲ ବ୍ୟାଚଲର । ଇତି ମଧ୍ୟରେ ତାଙ୍କ ନାଁ ବହୁ ହିରୋଇନ୍ଙ୍କ ସହ ଯୋଡ଼ି ହୋଇ ସାରିଥିବା ବେଳେ ନିଜ ରିଲେସ୍ନ ଷ୍ଟାଟସ୍କୁ ନେଇ କିନ୍ତୁ ମୁହଁ ଖୋଲୁ ନାହାନ୍ତି ଏହି ସୁପରଷ୍ଟାର।
ପ୍ରଭାସ ଏବେ ନିଜ ଅପକମିଙ୍ଗ ଫିଲ୍ମ ‘ଆଦି ପୁରୁଷ’ ର ପ୍ରମୋସନରେ ବ୍ୟସ୍ତ ଥିବା ବେଳେ ଏଥିରେ ତାଙ୍କ ଅପୋଜିଟରେ ସ୍କ୍ରିନ୍ ଶେଆର କରିଛନ୍ତି ସୁନ୍ଦରୀ କ୍ରିତି ସାନନ ।
ପ୍ରଭାସ ଏବେ ତିରୁପତିରେ ନିଜ ଫିଲ୍ମର ଜୋରଦାର ପ୍ରମୋସନରେ ବ୍ୟସ୍ତ ଥିବା ବେଳେ କେବେ ବିବାହ କରିବେ ବୋଲି ଫ୍ୟାନ୍ସଙ୍କ ପ୍ରଶ୍ନବାଣ ତାଙ୍କୁ ଘାଇଲା କରି ଦେଇଥିଲା। ଏହା ଶୁଣି ପ୍ରଭାସ ହସି ହସି ଏହି ତିରୁପତି ମନ୍ଦିରରେ ହିଁ ବିବାହ କରିବେ ବୋଲି କହି ଦେଇଛନ୍ତି। ମାତ୍ର କିଏ ହେବ ‘ଆଦିପୁରୁଷ’ ର ରାମଙ୍କ ସୀତା ସେ ନେଇ ସେ ପାଟି ଫିଟାଇ ନାହାନ୍ତି।
ପ୍ରଭାସଙ୍କ ନାଁ ତାଙ୍କ ପୂର୍ବରୁ ‘ବାହୁବଳୀ’ କୋ-ଷ୍ଟାର ଅନୁଷ୍କା ସେଟ୍ଟିଙ୍କ ସହ ଯୋଡ଼ି ହୋଇଥିବା ବେଳେ ଏବେ ‘ଆଦିପୁରୁଷ’ ହିରୋଇନ୍ କ୍ରିତି ସାନନଙ୍କ ସହ ତାଙ୍କର ଲୁଚାଚୋରା ପ୍ରେମ ଚାଲିଥିବା ଚର୍ଚ୍ଚା ହେଉଛି। ମାତ୍ର ପ୍ରଭାସ ଏ ନେଇ ମୁହଁ ଖୋଲୁ ନ ଥିବା ବେଳେ କ୍ରିତି ବି ଏହାକୁ ଖଣ୍ଡନ କରି ସାରିଛନ୍ତି। ତେବେ କେବେ ପ୍ରଭାସ ସତ ସତିକା ଦୁଲହା ସାଜୁଛନ୍ତି ଓ କିଏ ହେବ ତାଙ୍କ ଦୁଲହନିଆ ତାହା ଉପରେ ସମସ୍ତଙ୍କ ସିନେ ପ୍ରେମୀଙ୍କ ନଜର।
ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏହି ବିଗ୍ ବଜେଟ ଫିଲ୍ମଙ୍କୁ ନେଇ ଏକ ବଡ଼ ଘୋଷଣା କରିଛି ପ୍ରଡକସନ୍ ଟିମ୍ । ଏହି ଘୋଷଣାନାମା ଅନୁଯାୟୀ, ପ୍ରତି ସିନେମାଘରର ଗୋଟିଏ ସିଟ୍ର ଟିକେଟ ବିକ୍ରି ହେବନି। ଏହି ସିଟ୍ ପ୍ରଭୁ ହନୁମାନଙ୍କ ପାଇଁ ସମର୍ପିତ ରହିବ । ରାମଭକ୍ତଙ୍କର ପ୍ରଭୁ ହନୁମାନଙ୍କ ଉପରେ ପ୍ରବଳ ଆସ୍ଥା ଥିବାରୁ ସେମାନଙ୍କ ଆସ୍ଥାକୁ ସମ୍ମାନ ଜଣାଇ ଏପରି ନିଷ୍ପତ୍ତି ନିଆଯାଇଛି।
ଫିଲ୍ମ ମେକର୍ସଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଆମର ବିଶ୍ୱାସ ଅଛି ଯେଉଁଠି ପ୍ରଭୁ ରାମଙ୍କ ଗୁଣଗାନ କରାଯାଏ ସେଠାରେ ଭଗବାନ ହନୁମାନ ବି ଉପସ୍ଥିତ ଥାନ୍ତି। ଏହି ବିଶ୍ୱାସକୁ ସମ୍ମାନ ଜଣାଇ ଆମେ ଏପରି ନିଷ୍ପତ୍ତି ନେଇଛୁ। ପ୍ରଭୁ ରାମଚନ୍ଦ୍ରଙ୍କ ସବୁଠୁ ବଡ଼ ଭକ୍ତଙ୍କୁ ଆମ ସମ୍ମାନ ଜଣାଇବାକୁ ଏପରି ପଦକ୍ଷେପ ଉଠାଇଛୁ । ତେଣୁ ପ୍ରଭୁ ହନୁମାନଙ୍କ ଉପସ୍ଥିତିରେ ଆମେ ସମସ୍ତେ ପ୍ରଭୁ ରାମଚନ୍ଦ୍ରଙ୍କ ଉପରେ ନିର୍ମିତ ଫିଲ୍ମ ‘ଆଦିପୁରୁଷ’କୁ ଦେଖିବା ଉଚିତ୍ ।
ଆଦିପୁରୁଷ ଏକ ବିଗ୍ ବଜେଟର ଫିଲ୍ମ ହୋଇଥିବା ବେଳେ ଏଥିରେ ୫ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଓମ୍ ରାଉତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ସେ ପୂର୍ବରୁ ଅଜୟ ଦେବଗତ ଅଭିନୀତ ‘ତାନାଜୀ’ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ ।
ଫିଲ୍ମ ରିଲିଜ ଡେଟ ପାଖେଇ ଆସୁଥିବା ବେଳେ ଏବେ ଏହା ପ୍ରମୋଶନରେ ବ୍ୟସ୍ତ ଅଛନ୍ତି ବାହୁବଳୀ ପ୍ରଭାସ। ଆଜି ଭୋର ସମୟରେ ପ୍ରଭାସ ନିଜ ଟିମ୍ ସହ ତିରୁପତିସ୍ଥିତ ପ୍ରଭୁ ଭେଙ୍କେଟେଶ୍ୱରଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି। ଏହାପରେ ସେ ଭେଙ୍କେଟେଶ୍ୱର ୟୁନିଭରସିଟି ଷ୍ଟାଡିୟମରେ ଫିଲ୍ମର ପ୍ରମୋଶନ କରିଥିବା ଜଣାଯାଇଛି।
ଆଗକୁ କ୍ରିତି ସାନନ ଏବଂ ପ୍ରଭାସ ଉଭୟ ଅପକମିଂ ଫିଲ୍ମ 'ଆଦିପୁରୁଷ'ରେ ନଜର ଆସିବେ। ଏଥିରେ ପ୍ରଭାସଙ୍କୁ ଭଗବାନ ରାମ ଏବଂ କ୍ରିତିଙ୍କୁ ମାତା ସୀତା ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମକୁ ନେଇ ନିକଟରେ କ୍ରିତି ଏକ ୱେବ୍ ପୋର୍ଟାଲକୁ ସାକ୍ଷାତକାର୍ ଦେଇଥିଲେ। ଏଥିରେ ତାଙ୍କୁ ପ୍ରଭାସ, ଟାଇଗର ସ୍ରଫ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ମଧ୍ୟରୁ କାହା ସହ ଫ୍ଲର୍ଟ, କାହା ସହ ଡେଟିଂ ଓ କାହା ସହ ବିବାହ କରିବେ ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ କ୍ରିତି କହିଥିଲେ ସେ କାର୍ତ୍ତିକଙ୍କ ସହ ଫ୍ଲର୍ଟ, ଟାଇଗର ସହ ଡେଟ୍ ଏବଂ ପ୍ରଭାସଙ୍କୁ ବିବାହ କରିବେ।
ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରଭାସଙ୍କ ବିବାହକୁ ନେଇ ବହୁ ଦିନ ଧରି ଚର୍ଚ୍ଚା ଲାଗି ରହିଛି। ସେ କେବେ ହାତକୁ ଦି ହାତ ହେବ ତାକୁ ଚାହିଁ ବସିଛନ୍ତି ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍। ଏହାରି ଭିତରେ ପ୍ରଭାସଙ୍କୁ ବିବାହ କରିବା ନେଇ କ୍ରିତିଙ୍କ ଏଭଳି ଉତ୍ତର ଏବେ ସମସ୍ତଙ୍କୁ ଚକିତ କରିଦେଇଛି।
ସୂଚନା ମୁତାବକ ନିକଟରେ କ୍ରିତି ସାନନଙ୍କ ରିଲିଜ ହୋଇଥିବା ଫିଲ୍ମ 'ମିମି' ବେଶ୍ ସଫଳ ହୋଇଛି। ଏବେ ସେ ତାଙ୍କ ଅପ୍କମିଂ ଫିଲ୍ମ 'ଆଦିପୁରୁଷ'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମଟି ରାମାୟଣ ଉପରେ ଆଧାରିତ। ଏଥିରେ ପ୍ରଭାସ ଏବଂ କ୍ରିତି ଲିଡ୍ ରୋଲରେ ନଜର ଆସିବେ। ନିର୍ଦ୍ଦେଶକ ଓମ୍ ରାଉତଙ୍କ ନିର୍ଦ୍ଦେଶନାରେ ତିଆରି ହେବକୁଥିବା ଏହି ଫିଲ୍ମରେ ସୈଫ ଅଲ୍ଲି ଖାନ୍ଙ୍କୁ ରାବଣ ଭୂମିକାରେ ଦେଖିବାକୁ ମିଳିବ। ସେହିପରି ଲକ୍ଷ୍ମଣ ଚରିତ୍ରରେ ନଜର ଆସିବେ ସନି ସିଂହ।
View this post on Instagram
ପ୍ରକୃତରେ ପ୍ରଭାସଙ୍କ ଅପକମିଂ ବିଗ୍ ବଜେଟ୍ ଫିଲ୍ମ `ରାଧେ ଶ୍ୟାମ୍'ର ଆଉ ଏକ ନୂଆ ପୋଷ୍ଟର ରିଲିଜ ହୋଇଛି। ଚୈତ୍ର ନବରାତ୍ରୀ ଅବସରରେ ଫିଲ୍ମର ନିର୍ମାତାମାନେ ପ୍ରଶଂସକ ପାଇଁ ଏହି ପୋଷ୍ଟର ରିଲିଜ କରିଛନ୍ତି। ଏହି ପୋଷ୍ଟରକୁ ପ୍ରଭାସ ତାଙ୍କ ଇନ୍ଷ୍ଟାଗ୍ରାମରେ ସେଆର କରିଛନ୍ତି।
ପୋଷ୍ଟରକୁ ସେଆର କରି ପ୍ରଭାସ ତାଙ୍କ ପ୍ରଶଂସକଙ୍କୁ ଉଗାଡି ପର୍ବର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସେ କହିଛନ୍ତି, "ଗୋଟିଏ ଜିନିଷ ଏହି ସୁନ୍ଦର ପର୍ବଗୁଡ଼ିକୁ ବାନ୍ଧିଥାଏ ଏବଂ ତାହା ହେଉଛି ପ୍ରେମ, ଏହାକୁ ଅନୁଭବ କର। ଏହାର ଆନନ୍ଦ ନିଅ ଓ ଏହାକୁ ଚାରିଆଡେ ବିସ୍ତାର କର। ଆପଣଙ୍କୁ ଏବଂ ଆପଣଙ୍କ ପ୍ରିୟଜନମାନଙ୍କୁ ଉଗାଡି, ଗୁଡି ପାଡୱା, ବୈଶାଖି, ବିଶୁ, ପୁଥାଣ୍ଡୁ, ଜୁଆର ଶୀତଲ, ଚେତି ଚାନ୍ଦ, ବୋହାଗ ବିହୁ, ନାଭରେହ ଏବଂ ପୋଇଲା ବୋଶାକର ହାର୍ଦ୍ଦିକ ଶୁଭକାମନା।''
ରିଲିଜ ହୋଇଥିବା ଏହି ନୂଆ ପୋଷ୍ଟର୍ରେ ପ୍ରଭାସ ଏକ ପିଲରକୁ ଧରି ଠିଆ ହୋଇଥିବା ଦେଖିବାକୁ ମିଳିଛି। ସେ ବାଦାମୀ ରଙ୍ଗର ଟି-ସାର୍ଟ ଏବଂ ଚେକ୍ ପ୍ୟାଣ୍ଟ ପିନ୍ଧିଥିବା ନଜର ଆସିଛନ୍ତି। ଏଥିସହ ଏହି ପୋଷ୍ଟର ତଳେ ଫିଲ୍ମର ନାଁ ଓ ରିଲିଜ ତାରିଖ ମଧ୍ୟ ଲେଖା ହୋଇଛି।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ `ରାଧେ ଶ୍ୟାମ' ଫିଲ୍ମର ଆହୁରି ୩ଟି ପୋଷ୍ଟର ଏବଂ ଗୋଟିଏ ଟିଜର ରିଲିଜ ହୋଇସାରିଛି। ଏବେ ପ୍ରଶଂସକମାନେ ଏହି ଫିଲ୍ମର ଟ୍ରେଲର ରିଲଜ ଅପେକ୍ଷା ଅଛନ୍ତି। ଫିଲ୍ମର ଲିଡ୍ ରୋଲରେ ପ୍ରଭାସ ଥିବା ବେଳେ ତାଙ୍କ ଅପୋଜିଟରେ ପୂଜା ହେଗଡେ ଅଛନ୍ତି। ଆସନ୍ତା ଜୁଲାଇ ୩୦ରେ ଫିଲ୍ମଟି ବଡ ପରଦାକୁ ଆସିବ।
View this post on Instagram
ରିଲିଜ ହୋଇଥିବା ଏହି ପ୍ରି-ଟିଜରରେ ପ୍ରଭାସଙ୍କୁ ଲଭର ବୟ ଲୁକରେ ଦେଖିବାକୁ ମିଳିଛି। ତୁଷାରପାତ ମଧ୍ୟରେ ସେ ଏକା ଏକା ରାସ୍ତାରେ ହସି ହସି ଚାଲୁଥିବା ଦେଖିବାକୁ ମିଳିଛି। ଭାଲେଣ୍ଟାଇନ ଡେ’ ପୂର୍ବରୁ ପ୍ରଭାସଙ୍କ ଏହି ଲୁକକୁ ଦେଖି ତାଙ୍କ ପ୍ରଶଂସକମାନେ ପାଗଳ ହୋଇଯାଇଛନ୍ତି। ଏହି ଫିଲ୍ମକୁ ନେଇ ଉତ୍ସାହ ଆହୁରି ବଢ଼ିଯାଇଛି। ଗତ ସପ୍ତାହରେ ଫିଲ୍ମର ପୁରା ଟିଜର ରିଲିଜ ହେବ।
ଗତ ବର୍ଷ ୨୦୨୦ରେ ‘ରାଧେ ଶ୍ୟାମ’ ଫିଲ୍ମର ଘୋଷଣା ହୋଇଥିଲା। ଲକଡାଉନ ମଧ୍ୟରେ ହିଁ ଜର୍ଜିଆରେ ଏହି ଫିଲ୍ମର ଶୁଟିଂ ପୂରଣ କରାଯାଇଥିଲା। ନିର୍ଦ୍ଦେଶକ ରାଧାକୃଷ୍ଣ କୁମାର ଏହି ଫିଲ୍ମର ଶୁଟିଂ ସେଡ୍ୟୁଲକୁ ନେଇ ମାର୍ଚ୍ଚ ମାସରେ ହିଁ ଟୁଇଟ କରି ସୂଚନା ଦେଇଥିଲେ।
ଫିଲ୍ମର ଲିଡ୍ ରୋଲରେ ପ୍ରଭାସ ଥିବା ବେଳେ ତାଙ୍କ ଅପୋଜିଟରେ ପୂଜା ହେଗଡେ ଅଛନ୍ତି। ଏଥିରେ ପ୍ରଭାସଙ୍କୁ ଜଣେ ହସ୍ତରେଖା ପଢ଼ି ପାରୁଥିବା ଜ୍ୟୋତିଷ ଭୂମିକାରେ ଦେଖିବାକୁ ମିଳିବ। ସେହିପରି ପୂଜାଙ୍କୁ ଏଥିରେ ଜଣେ ମ୍ୟୁଜିକ ଶିକ୍ଷକ ରୂପେ ନଜର ଆସିବେ। ଏହି ଫିଲ୍ମର ଅଧିକାଂଶ ଶୁଟିଂ ଇଟାଲୀ ଏବଂ ୟୁରୋପରେ ହୋଇଛି।
ନିର୍ଦ୍ଦେଶକ ପ୍ରଶାନ୍ତ ନିଲ ସୋଶାଲ ମିଡିଆରେ ‘ସଲାର’ ଫିଲ୍ମର ଫାଷ୍ଟ ଲୁକକୁ ଜାରି କରିଛନ୍ତି । ଏହି ପୋଷ୍ଟରେ ‘ଦ ମୋଷ୍ଟ ଭାଓଲେଣ୍ଟ ମ୍ୟାନ୍...କଲଡ୍ ୱାନ ମ୍ୟାନ୍...ଦ ମୋଷ୍ଟ ଭାଓଲେଣ୍ଟ’ କ୍ୟାପସନ ରହିଛି । ଏହି ପୋଷ୍ଟରେ ପ୍ରଭାସଙ୍କୁ ଏକ ବନ୍ଧୁକ ଧରି ବସିଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମ ଜରିଆରେ ପ୍ରଭାସଙ୍କ ପୁଣି ଥରେ ଦମଦାର ଆକ୍ସନ ଦେଖିବାକୁ ମିଳିବ । ତେବେ ଏଥିରେ ତାଙ୍କ ଅପୋଜିଟ୍ ରେ କିଏ ନାୟିକା ସାଜିବେ ସେନେଇ କୌଣସି ସ୍ପଷ୍ଟ ହୋଇନାହିଁ । ତେବେ ପୋଷ୍ଟରଟି ସୋଶାଲ ମିଡିଆରେ ରିଲିଜ ହେବା ପରେ ଭାଇରାଲ ହେବା ସହ ଫ୍ୟାନଙ୍କ ମଧ୍ୟରେ ଉତ୍ସୁକତା ବଢ଼ି ଯାଇଛି ।
#Prabhas in #SALAAR
THE MOST VIOLENT MEN.. CALLED ONE MAN.. THE MOST VIOLENT!!
Revealing our next Indian Film, an Action Saga.@VKiragandur @prashanth_neel pic.twitter.com/RqaIPwSUiB— Hombale Films (@hombalefilms) December 2, 2020
ସୂଚନାଯୋଗ୍ୟ ଯେ, ‘ସଲାର’ ବ୍ୟତୀତ ପ୍ରଭାସ ଖୁବଶୀଘ୍ର ଓମ୍ ରାଉତଙ୍କ ନିର୍ଦ୍ଦେଶନାରେ ତିଆରି ହେବାକୁ ଯାଉଥିବା ଫିଲ୍ମ ‘ଆଦିପୁରୁଷ’ରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ସୈଫ ଅଲ୍ଲିଖାନ୍, କ୍ରିତି ସାନନ ପ୍ରମୁଖ ନଜର ଆସିବେ । ପୌରାଣିକ କଥାବସ୍ତୁ ରାମାୟଣ ଉପରେ ଏହି ଫିଲ୍ମ ଆଧାରିତ ହେବ ।
ଅଧିକ ପଢନ୍ତୁ : ମା’ଙ୍କ ସୁନା କାନଫୁଲ ବନ୍ଧକ ରଖି ପାଠ ପଢ଼ିଥିବା କୃଷକ ହେବେ କେବିସିର କୋଟିପତି !
ରିପୋର୍ଟ ଅନୁସାରେ, ଫିଲ୍ମ ନିର୍ମାତା ଖୁବଶୀଘ୍ର ଦୁହିଁଙ୍କର କାଷ୍ଟକୁ ନେଇ ଘୋଷଣା କରିପାରନ୍ତି। ଫିଲ୍ମର ଟାଇଟଲ ରହିବ 'ପ୍ରଭାସ ୨୧'।
ଏହି ବଡ଼ ବଜେଟର ଫିଲ୍ମକୁ ଫିଲ୍ମ ନିର୍ମାତା ନାଗ ଅଶ୍ୱିନୀ ତୃତୀୟ ବିଶ୍ଵଯୁଦ୍ଧର କାହାଣୀକୁ ନେଇ ନିର୍ମାଣ କରିବେ। ଯେଉଁଥିରେ ଫ୍ୟାନ୍ସଙ୍କୁ ଦୀପିକା ଓ ପ୍ରଭାସଙ୍କ ଅଭିନୟ ଦେଖିବାକୁ ମିଳିବ।
ଫିଲ୍ମର ପ୍ରି-ପ୍ରଡସ୍କନ କାମ ଆରମ୍ଭ ହୋଇସାରିଛି। ଆଗାମୀ ଏପ୍ରିଲରେ ଫିଲ୍ମର ଶୁଟିଂ ଆରମ୍ଭ ହେବ ଏବଂ ୨୦୨୨ରେ ଫିଲ୍ମଟି ରିଲିଜ ହେବ। କିନ୍ତୁ କୋଭିଡ ୧୯ର ପରିସ୍ଥିତିକୁ ଅନୁଧ୍ୟାନ କରି ଫିଲ୍ମ ମେକର୍ସ ଏହାର ନିଷ୍ପତ୍ତି ନେବେ।
ଶେଷଥର ପାଇଁ ଦୀପିକା ପାଦୁକୋନଙ୍କୁ ମେଘନା ଗୁଲଜାରଙ୍କ ଫିଲ୍ମ 'ଛପାକ'ରେ ଦେଖିବାକୁ ମିଳିଥିଲା। ଫିଲ୍ମଟି ଜାନୁଆରୀରେ ରିଲିଜ ହୋଇଥିଲା। ସେହିପରି ବାହୁବଳୀ ପ୍ରଭାସଙ୍କୁ ଫିଲ୍ମ 'ସାହୋ'ରେ ଦେଖିବାକୁ ମିଳିଥିଲା। ଏଥିରେ ପ୍ରଭାସଙ୍କ ସହିତ ଶ୍ରଦ୍ଧା କପୁର ପ୍ରଥମଥର ପାଇଁ ସ୍କ୍ରିନ ଶେୟାର କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ହିଟ ମଧ୍ୟ ହୋଇଥିଲା।
ଏବେ କେବଳ ଦେଖିବାକୁ ବାକି ରହିଲା ସିଲଭର ସ୍କ୍ରିନରେ ପ୍ରଭାସ ଓ ଦୀପିକାଙ୍କ ଯୋଡ଼ି ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି।