ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ ନାୟକ କହିଛନ୍ତି, ଟୁଟୁ ନାୟକ କ’ଣ ତାହା ଓଡ଼ିଶାବାସୀ ତଥା ଓଡ଼ିଲଡ ଇଣ୍ଡଷ୍ଟ୍ରି ଭଲ ଭାବେ ଜାଣିଛନ୍ତି । ପ୍ରକୃତି ମନ୍ମଥ ମିଶ୍ରଙ୍କ ଝିଅ। ସେ ବମ୍ବେରେ ରୁହେ। ମୋର ତାହା ସହ କିଛି ସମ୍ପର୍କ ନାହିଁ। ବାବୁସାନ କେସ୍ରେ ଉଭୟ ଫ୍ୟାମିଲି ଫିଲ୍ମ ଇଣ୍ଡଷ୍ଟ୍ରିର ହୋଇଥିବାରୁ ମୁଁ କିଛି କହି ନ ଥିଲି।
ଚେନ୍ନାଇରେ ଏକ ହୋଟେଲରେ ବାବୁସାନ ଓ ପ୍ରକୃତି ମିଶ୍ର ଏକ ରୁମ୍ରେ ରହିଥିବାର ଏକ ଚ୍ୟାନେଲରେ ଦେଖାଯାଇଥିଲା। ଏହାପରେ ବି ତାଙ୍କ ମା’ ଝିଅକୁ ଆକଟ କରିବା ପରିବର୍ତ୍ତେ ବାବୁସାନ ଓ ତାଙ୍କ ବାପାମା’ଙ୍କ ନାମରେ ବିଭିନ୍ନ ଭାଷାରେ ଗାଳିଗୁଲଜ କରିଥିଲେ।
ଏହାପରେ ଜଣେ ମୁରବି ହିସାବରେ ସୁପରଷ୍ଟାରଙ୍କୁ ଧରି କିଛି ଲୋକ କାମ ପାଆନ୍ତି, ହେଲେ କାହା ଘର ଭାଙ୍ଗନି ବୋଲି ମୁଁ କହିଥିଲି । ବାବୁସାନର ସ୍ତ୍ରୀ, ପୁଅ ଥିବାରୁ ତା’ ଘର ନ ଭାଙ୍ଗିବାକୁ କହିଥିଲି। ସେବେଠୁ ସେ ମୋ’ ଉପରେ ରାଗ ରଖିଥିବା ବେଳେ ଏବେ ମୋ’ ନାଁରେ କୌଣସି ପ୍ରମାଣ ନ ଥାଇ ଅପପ୍ରଚାର କରୁଛି।
ଅପରପକ୍ଷେ, ଅଭିନେତ୍ରୀ ଜସ୍ମିନ ରଥ ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଏହାକୁ ମଧ୍ୟ ପ୍ରଯୋଜକ ଖଣ୍ଡନ କରିଛନ୍ତି । ଜସ୍ମିନ ହ୍ୱାଟସଆପ ଚାଟିଂରେ ଲେଖିଛନ୍ତି, ବିଳମ୍ବିତ ରାତିରେ ଡକାଯାଉଥିବା ବେଳେ ନିମନ୍ତ୍ରଣ ରକ୍ଷା ନ କରିବାରୁ ଫିଲ୍ମ ପ୍ରୋଜେକ୍ଟରୁ ବାହାର କରିଦିଆଗଲା। ଏହାବାଦ ପ୍ରତିଥର ଟୁଟୁ ନାୟକ କଥା ହେବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ପଚାରୁଥିବା ସେ ନିଜ ଚାଟରେ ଉଲ୍ଲେଖ କରିଛନ୍ତି ।
ହେଲେ ଜସ୍ମିନଙ୍କ କଥାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ଟୁଟୁ ନାୟକ । ଏକ ଫିଲ୍ମ ପାଇଁ ତାଙ୍କୁ ଫାଇନାଲ୍ କରାଯାଇଥିଲା। ହେଲେ ତାଙ୍କ ବୟଫ୍ରେଣ୍ଡ ଫୋନ୍ କରି ଜସ୍ମିନ କେକେ ସୁଟ୍ କରିବେ ଡେଟ ଦେବେ ବୋଲି କହିବାରୁ ତାଙ୍କୁ ଆଉ ଫିଲ୍ମରେ କାଷ୍ଟ କରି ନ ଥିଲୁ ବୋଲି ସେ କହିଛନ୍ତି। ଏହାବାଦ ଜସ୍ମିନଙ୍କୁ ସେ ଜାଣି ନ ଥିବା କି ତାଙ୍କ ସହ କୌଣସି ସମ୍ପର୍କ ନ ଥିବା ସେ କହିଛନ୍ତି।
ଅପରପକ୍ଷେ, ଏହି ଘଟଣା ତାଙ୍କ ମାନସମ୍ମାନରେ ଆଞ୍ଚ ଆଣିଥିବାରୁ ନ୍ୟାୟ ପାଇଁ ନ୍ୟାୟଳୟର ଦ୍ୱାରସ୍ଥ ହେବେ ବୋଲି ବି କହିଛନ୍ତି। ଏଥିସହ ସତ୍ୟାସତ୍ୟ ଯାଞ୍ଚ ନ କରି ଯେଉଁସବୁ ଗଣମାଧ୍ୟମ ଏହି ଖବର ପରିବେଷଣ କରିଛନ୍ତି ସେମାନେ ତୁରନ୍ତ ଏହାକୁ ଡିଲିଟ ନ କଲେ ସେମାନଙ୍କ ବିରୋଧରେ ବି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ଟୁଟୁ ନାୟକ ।
ସୂଚନାଯୋଗ୍ୟ, ଗଣମାଧ୍ୟମ ସମ୍ମୁଖରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ସିଧାସଳଖ କଡ଼ା ସମାଲୋଚନା କରି ଗତକାଲି ପ୍ରକୃତି କହିଥିଲେ ଯେ, ନବାଗତା ଝିଅମାନଙ୍କୁ ଫିଲ୍ମରେ ଅଭିନୟ କରିବାର ପ୍ରଲୋଭନ ଦେଖାଇ ତଥାକଥିତ ଫିଲ୍ମ ପ୍ରଯୋଜକ ଶ୍ରୀ ନାୟକ ସେମାନଙ୍କର ଶୋଷଣ କରିଛନ୍ତି । ଫିଲ୍ମରେ ଅଭିନୟ ଆଶାୟୀ ଅନେକ ଝିଅ ଖରାପ ବ୍ୟବହାରର ଶିକାର ହୋଇଛି । ପୀଡ଼ିତା ଝିଅମାନେ କିଭଳି ଟୁଟୁ ନାୟକଙ୍କ ଶୋଷଣର ଶିକାର ହୋଇଛନ୍ତି ଏନେଇ ତାଙ୍କୁ ମେସେଜ୍ ମଧ୍ୟ କରିଛନ୍ତି । ଟୁଟୁ ନାୟକ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଅଭ୍ୟାସଗତ ଶୋଷଣକାରୀ ଓ ସବୁବେଳେ ନୂଆ ଝିଅମାନଙ୍କୁ ଟାର୍ଗେଟ୍ କରିଥାନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚର ଶିକାର ସେ ନିଜେ ହୋଇନଥିଲେ ମଧ୍ୟ ଟୁଟୁ ନାୟକ କିଭଳି ନବାଗତ ଝିଅମାନଙ୍କୁ ଶୋଷଣ କରନ୍ତି ତାହା ସମସ୍ତେ ଜାଣିଛନ୍ତି ବୋଲି ପ୍ରକୃତି କହିଥିଲେ ।
https://youtu.be/CWTyQDKw1pk
https://youtu.be/Mfh29z9coPI
https://www.youtube.com/watch?v=02enorWLPZg
https://www.youtube.com/watch?v=TPw8g1ywccQ
https://youtu.be/bXT01fKEikQ
https://youtu.be/WYAjl0m8MVw
https://youtu.be/qPeRO7HQMUQ
https://youtu.be/9e9S9LLq8Aw
https://youtu.be/FIWj4QGw22k
https://youtu.be/-w2VSONi-C8
https://youtu.be/xWKZmHjPuwU
https://youtu.be/WDBe3Qm-YfE
https://youtu.be/UmkaW6R78RE
https://youtu.be/GScDmJCCPSw
https://youtu.be/Xju8lKzsYqw
ଖାଲି ପ୍ରକୃତି ନୁହଁନ୍ତି ତାଙ୍କ ପରିବାର ଲୋକଙ୍କ ବିରୋଧରେ ବି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏପରି କରିବା ଦ୍ୱାରା ସେ ମାନସିକ ଭାବେ ଭାରାକ୍ରାନ୍ତ ହୋଇଥିବା ଦର୍ଶାଇଛନ୍ତି।
ନିଜ ଏତଲାରେ ପ୍ରକୃତି ଦର୍ଶାଇଛନ୍ତି ଯେ, ମୋତେ ଓ ମୋ ପରିବାରକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ଏହା ଯୋଗୁ ମୁଁ ମାନସିକ ଭାରସାମ୍ୟ ହରାଇଛି। ଏହାସହ ମୋ ପ୍ରତିଷ୍ଠାରେ ଆଞ୍ଚ ଆସିଛି।
ସୂଚନାଯୋଗ୍ୟ, କିଛି ଦିନ ତଳେ ଫେସ୍ବୁକ୍ ଏବଂ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେଆର କରି ସମାଲୋଚନାର ଶିକାର ହେଉଛନ୍ତି ପ୍ରକୃତି ମିଶ୍ର। ଯେଉଁଥିରେ ସେ ଓ ତାଙ୍କ ବନ୍ଧୁ ଥିବାବେଳେ ମଦ ବୋତଲ ଏବଂ ଗ୍ଲାସ୍ ବି ଥିଲା।
ଫଟୋଟି ଶେଆର କରି ପ୍ରକୃତି କ୍ୟାପସନ୍ରେ ଲେଖିଥିଲେ, ଯଦିଓ ଆମେ ଉଭୟଙ୍କ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବେ ସମାଧାନ କରିପାରିବାନି ତଥାପି ଆମେ ସମସ୍ୟା ସମୟରେ ପରସ୍ପର ସହ ରହି ତାକୁ ସାମ୍ନା କରିବାକୁ ପରସ୍ପରକୁ ସାହାସ ଯୋଗାଇପାରିବା। ମୋ ମତରେ ପ୍ରକୃତ ବନ୍ଧୁତାର ଏହି ଲକ୍ଷ ହେବା ଦରକାର। ସମତୁଲ, ସୁକ୍ଷ୍ମ ଏବଂ ସମୃଦ୍ଧ ଯେମିତି ମ୍ୟାକ୍ ଡୋଲସ୍ ନଂ୧।
ପ୍ରକୃତିଙ୍କର ଏହି ପୋଷ୍ଟରେ ଲୋକମାନେ ନାନା କମେଣ୍ଟ କରିଥିଲେ । କିଛି ଲୋକ`କହିଥିଲେ, ପ୍ରକୃତି ଜଣେ ଆଗଧାଡ଼ିର ନାୟିକା। ସେ ଏମିତି ସର୍ବସମ୍ମୁଖରେ ମଦ୍ୟପାନର ପ୍ରଚାର କରିବା ଅନୁଚିତ। ଆଉ କିଛି ଲୋକ କହିଥିଲେ, ପ୍ରକୃତି ଏମିତି କାମ କରି ତାଙ୍କ ବାପା ମନ୍ମଥ ମିଶ୍ରଙ୍କର ନାଁ ପକାଉଛନ୍ତି।
ସେହିପରି କିଛି ଲୋକ ‘ପ୍ରକୃତିଙ୍କର ଏହା ପ୍ରକୃତି ଛଡା କାମ’ ବୋଲି କହିଥିବା ବେଳେ କିଛି ଲୋକ ପ୍ରକୃତିଙ୍କର ବାପା ଭଜନ ଗାଉଛନ୍ତି ଆଉ ଝିଅ ମଦର ପ୍ରଚାର କରୁଛନ୍ତି ବୋଲି କହିଥିଲେ। ଏଥିପାଇଁ ତାଙ୍କୁ କେମିତି ଲାଜ ଲାଗୁନି ବୋଲି କମେଣ୍ଟ ବକ୍ସରେ ଲୋକେ ଲେଖିଥିଲେ।