ମାହାଙ୍ଗା ଡବଲ ମର୍ଡର କେଶ୍ରେ ପ୍ରତାପ ଜେନାଙ୍କ ବିରୋଧରେ ମାମଲା ଚଳାଇବାକୁ ସାଲେପୁର ଜେଏମ୍ଏଫ୍ସି ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପ୍ରତାପ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣି କରି ପ୍ରତାପଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଜଷ୍ଟିସ ରାଉତରାୟ ଗତ ନଭେମ୍ବର ୨ ତାରିଖରେ ଅଙ୍କୁଶ ଜାରି କରିଥିଲେ। ତେବେ ସେହି ଅନ୍ତରୀଣ ନିର୍ଦ୍ଦେଶ ପରବର୍ତ୍ତୀ ତାରିଖ ଯାଏ ବଳବତ୍ତର ରହିବ ବୋଲି ଜଷ୍ଟିସ ରାଉତରାୟ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ। ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଜେଡି ବିଧାୟକ ପ୍ରତାପ ଜେନାଙ୍କୁ ପୁଣି ଡିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ମିଳିଛି ଆଶ୍ୱସ୍ତି। ଗତ ୧୮ ତାରିଖରେ ସାଲେପୁର ଜେଏମ୍ଏଫ୍ସି କୋର୍ଟରେ ପ୍ରତାପ ଜେନାଙ୍କୁ ବ୍ୟକ୍ତିଗତ ହାଜିରାରୁ ବାଦ ଦେବା ପାଇଁ ଓକିଲଙ୍କ ମାଧ୍ୟମରେ ଏକ ପିଟିସନ୍ ଦାୟର କରିଥିଲେ। ଅନ୍ୟପକ୍ଷରେ CRPC ଧାରା ୨୧୦ ଅନୁସାରେ ପ୍ରତାପ ଜେନାଙ୍କ ନାଁକୁ ମୂଳ କୋର୍ଟ କେସ୍ ସହିତ ଯୋଡ଼ିବା ପାଇଁ ମଧ୍ୟ ପ୍ରତିପକ୍ଷ ଓକିଲ୍ ଆବେଦନ କରିଥିଲେ।
ସେପଟେ ଉଭୟ ପିଟିସନର ଶୁଣାଣି ନକରିବା ପାଇଁ ପ୍ରତାପ ଜେନାଙ୍କ ଓକିଲ ମାନ୍ୟବର କୋର୍ଟଙ୍କୁ ଅନୁରୋଧ କରି ଅଧିକ ସମୟ ମାଗିଥିଲେ। ଯେହେତୁ ହାଇକୋର୍ଟରେ ମାମଲା ବିଚାରଧୀନ ରହିଛି, ତେଣୁ ଏହି ଦୁଇଟି ପିଟିସନର ଶୁଣାଣି ପାଇଁ ଅଧିକ ସମୟ ଦିଆଯାଉ ବୋଲି ସେ ପ୍ରାର୍ଥନା କରିଥିଲେ। ଉଭୟ ପକ୍ଷ ଓକିଲଙ୍କ ଯବାଲ ସବାଲକୁ ଶୁଣି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ।
ଆଜି କୋର୍ଟଙ୍କ ରାୟ ପ୍ରକାଶ ପାଇଛି। ଟାଇମ୍ ପିଟିସନକୁ ମଞ୍ଜୁର କରି ଆସନ୍ତା ୨୬ ତାରିଖରେ ପୁଣି ଉଭୟ ପିଟିସନର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ଅନ୍ୟପଟେ ହାଇକୋର୍ଟରେ ମଧ୍ୟ ଏହି ମାମଲାର ଆସନ୍ତା ଡିସେମ୍ବର ୧୯ ତାରିଖରେ ଶୁଣାଣି ରହିଛି। ଦୁଇ ଦୁଇ ଥର ପୁଲିସ ସିଡିରୁ ନାଁ କାଟିବା ପରେ ପ୍ରତାପ ପୁଣିଥରେ ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାରେ ଛନ୍ଦି ହୋଇଛନ୍ତି। ତାଙ୍କ ନାଁରେ 302, 506 ଓ 120b ଭଳି ସଙ୍ଗିନ ଦଫା ରହିଛି।
ରିପୋର୍ଟ- ସାଲେପୁରରୁ ମନୋଜ ଆଚାର୍ଯ୍ୟ
ସୂଚନା ଅନୁସାରେ, ମାହାଙ୍ଗା ଡବଲ ମର୍ଡର ମାମଲାରେ ବ୍ୟକ୍ତିଗତ ଭାବେ ଅକ୍ଟୋବର ୩୧ତାରିଖରେ ହାଜର ହେବାକୁ ଅଭିଯୁକ୍ତ ଶ୍ରୀ ଜେନାଙ୍କୁ ସାଲେପୁର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଶ୍ରୀ ଜେନା ଉକ୍ତଦିନ ଅନୁପସ୍ଥିତ ରହିବାରୁ କୋର୍ଟ ମାମଲାର ଶୁଣାଣି ନକରି ପରବର୍ତ୍ତୀ ତାରିଖ ଆଜି ନଭେମ୍ବର ୧୮କୁ ସ୍ଥିର କରିଥିଲେ । ତେବେ ଶ୍ରୀ ଜେନା ଆଜି ମଧ୍ୟ ବ୍ୟକ୍ତିଗତ ଭାବେ ହାଜର ହୋଇନଥିଲେ ।
ଶ୍ରୀ ଜେନାଙ୍କ ପକ୍ଷରୁ ତାଙ୍କ ଓକିଲ ଜେଏମଏଫସି କୋର୍ଟରେ ଉପସ୍ଥିତ ରହି ଅଧିକ ସମୟ ଲୋଡ଼ିଥିଲେ । ହାଇକୋର୍ଟରେ ଏହି ମାମଲା ଏବେ ବିଚାରାଧୀନ ରହିଥିବାରୁ ଶ୍ରୀ ଜେନା ହାଜର ହେବାକୁ ଅଧିକ ସମୟ ଚାହାଁନ୍ତି ବୋଲି ତାଙ୍କ ଓକିଲ ଅନୁରୋଧ କରିଥିଲେ । କୋର୍ଟ ଏହି ମାମଲାର ଶୁଣାଣି ପରବର୍ତ୍ତୀ ତାରିଖକୁ ଧାର୍ଯ୍ୟ କରିଛନ୍ତି । ମାତ୍ର ପରବର୍ତ୍ତୀ ଶୁଣାଣି କେବେ ହେବ ସେ ନେଇ କୌଣସି ତାରିଖ ଧାର୍ଯ୍ୟ ହୋଇନାହିଁ ।
ଉଲ୍ଲେଖଯୋଗ୍ୟ, ମାହାଙ୍ଗା ଡବଲ ମର୍ଡର ମାମଲାରେ ପୀଡ଼ିତଙ୍କ ପରିବାର ପକ୍ଷରୁ ଦାଏର ପିଟିସନ ଓ ଶ୍ରୀ ଜେନାଙ୍କ ପକ୍ଷରୁ ଦାଏର ପିଟିସନ ଉପରେ କୋର୍ଟ ଶୁଣାଣି କରିଥିଲେ । ଗୋଟିଏ ପିଟିସନରେ ଶ୍ରୀ ଜେନା କୋର୍ଟରେ ବ୍ୟକ୍ତିଗତ ହାଜର ହେବା ଉପରେ ରହିତାଦେଶ ଓ ଅନ୍ୟ ପିଟିସନରେ ପୀଡ଼ିତା ପରିବାର ପକ୍ଷରୁ ମୁଖ୍ୟ ମାମଲାରେ ଶ୍ରୀ ଜେନାଙ୍କ ବ୍ୟକ୍ତିଗତ ହାଜର ନିମନ୍ତେ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା ।
କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାରେ ଶ୍ରୀ ଜେନା ଅଭିଯୁକ୍ତ ଅଛନ୍ତି । ପୁଲିସ ଚାର୍ଜସିଟ୍ ଦାଖଲ କରିବା ପରେ ଜେଏମଏଫସି କୋର୍ଟ ଶ୍ରୀ ଜେନାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଥିଲେ ।
ତେବେ ନଭେମ୍ବର ୨ତାରିଖରେ ହାଇକୋର୍ଟ ଶ୍ରୀ ଜେନାଙ୍କ ବିରୁଦ୍ଧରେ ଜେଏମଏଫସି କୋର୍ଟ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ରହିତାଦେଶ ଜାରି କରିଥିଲେ ।
ବିଜେପି ରାଜ୍ୟ ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମାହାଙ୍ଗାରେ ଟ୍ରିପଲ ମର୍ଡରରେ ସମ୍ପୃକ୍ତି ଥାଇ ମଧ୍ୟ ପୁଲିସ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଏପର୍ଯ୍ୟନ୍ତ ପ୍ରଶ୍ନ କଲାନି । ବିଜେଡି ରାଜ୍ୟରେ ଅପରାଧିଙ୍କ ସାମ୍ରାଜ୍ୟ ତିଆରି କରିଛି । ‘ବିଜୁ ଜନତା ଦଳ ଅପରାଧୀଙ୍କ ବଳ’ ବୋଲି ପୂର୍ବରୁ ବାରମ୍ବାର ବଜେପି କହିଛି ଓ ଏବେ ବି କହୁଛି । ବିଜେଡି ଯଦି ନିଜ ଦଳର ଅପରାଧିକ ଚରିତ୍ରର ଲୋକଙ୍କୁ ବିଦା ନକରିବ ତାହାଲେ ଓଡ଼ିଶାରେ ବାରମ୍ବାର ଅପରାଧ ଘଟିଚାଲିବ । ଡବଲ ମର୍ଡର ଓ ନିଜ ଫାର୍ମହାଉସ ସାମ୍ନାରେ ପ୍ରଫୁଲ୍ଲ ସ୍ୱାଇଁଙ୍କୁ ହତ୍ୟା ଭଳି ୩ଟି ହତ୍ୟା(ଟ୍ରିପଲ ମର୍ଡର)ରେ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବାର ଅଭିଯୋଗ ଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କୁ ଘଣ୍ଟ ଘୋଡ଼ାଇ ରଖିଛନ୍ତି । ପ୍ରତାପ ଜେନା ଆଇନମନ୍ତ୍ରୀ ଥିବାବେଳେ ରାଜ୍ୟ ସରକାର ତାଙ୍କୁ ଘଂଟ ଘୋଡାଇ ସୁରକ୍ଷିତ ରଖିବା ସହ ଆଇନରେ ସମ୍ମୁଖୀନ ହେବାକୁ ଦେଲେନାହିଁ ।
ଜେଏମ୍ଏଫସି କୋର୍ଟ ଅଳ୍ପଦିନ ତଳେ ଶ୍ରୀଜେନାଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୧୩ ନମ୍ବର ମୁଦାଲା ହିସାବରେ ଶ୍ରୀ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନିର୍ଦ୍ଦେଶ ଦେଲାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା । ଏପର୍ଯ୍ୟନ୍ତ ପ୍ରତାପ ଜେନା ଜେଏମ୍ଏଫସି କୋର୍ଟରେ ହାଜିର ହେଲେ ନାହିଁ । ଶ୍ରୀ ଜେନା ଅପରାଧରେ ସଂପୃକ୍ତ ଥିଲେ ବି ଶାସକ ଦଳର ମୁଖିଆ ତାଙ୍କୁ କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି । ସଭ୍ୟସମାଜରେ ଶ୍ରୀ ଜେନାଙ୍କର ସ୍ଥାନ ନାହିଁ । ଓଡ଼ିଶାବାସୀଙ୍କ ଅଧିକାର, ରାଜନୀତିରେ ସ୍ୱଚ୍ଛତା ଆଣିବା ପାଇଁ ଓଡ଼ିଶାବାସୀ ବାରମ୍ବାର ପ୍ରଶ୍ନ କରୁଛନ୍ତି । କେଉଁ ଆଧାରରେ ତାଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଗଲା ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଯେ ବିଜେଡି ନେତା ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ସମୀର ଦାଶ, ବିଜୟ ଶଙ୍କର ଦାସ ଲୋକପ୍ରତିନିଧି ଯେତେଦିନ ପର୍ଯ୍ୟନ୍ତ ଆଇନରେ ସମ୍ମୁଖୀନ ନହୋଇଛନ୍ତି ଓଡ଼ିଶାବାସୀ ଏ ପ୍ରଶ୍ନ ପଚାରି ଚାଲିଥିବେ । ଆଗକୁ ନିର୍ବାଚନ ଆସୁଛି ଓଡ଼ିଶାବାସୀ ଏହାର ଉଚିତ ଜବାବ ଦେବେ ବୋଲି ବିଜେପି କହିଛି ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଗୃହ ଜିଲ୍ଲା ତଥା ସାଂଗଠନିକ ଅନ୍ତଃକନ୍ଦଳ(ବିଜେଡି)ରେ ଲିପ୍ତ ଭଦ୍ରକ ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ଭାବେ ସଞ୍ଜୟଙ୍କୁ ନିଯୁକ୍ତି ମିଳିଛି । ସେହିପରି ମାହାଙ୍ଗା ଡବଲ ମର୍ଡର ମାମଲାରେ ଅଭିଯୁକ୍ତ ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ ହୋଇଛି ।
ପ୍ରତାପ ପୂର୍ବରୁ ଭଦ୍ରକର ପର୍ଯ୍ୟବେକ୍ଷକ ଥିଲେ । ବିଜେଡି ତାଙ୍କୁ ସାଂଗଠନିକ ଦାୟିତ୍ୱମୁକ୍ତ କରିବାକୁ ସାହାସ କରିପାରିନି । ପ୍ରମିଳା ମଲ୍ଲିକ ବାଚସ୍ପତି ହେବାପରେ କେନ୍ଦ୍ରାପଡ଼ା ବିଜେଡି ପର୍ଯ୍ୟବେକ୍ଷକ ପଦ ଖାଲି ପଡ଼ିଥିଲା ।
ସୂଚନା ଅନୁସାରେ, ସାଧାରଣ ନିର୍ବାଚନ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କୁ ପୁଣିଥରେ ସକ୍ରିୟ ସାଂଗଠନିକ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀ ଦାସବର୍ମାଙ୍କୁ ୨୦୨୧ ଜୁନ୍ ମାସରେ ଦଳୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ଏବଂ ୨୦୨୨ ଜୁନ୍ ମାସରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା । ସଞ୍ଜୟଙ୍କ ଭଳି ବରିଷ୍ଠ ନେତାଙ୍କୁ ପ୍ରାୟ ୨ବର୍ଷ ଧରି ଏକରକମ କୋଣଠେସା କରି ରଖାଯାଇଥିଲା ।
ମାତ୍ର ଏବେ ସାଧାରଣ ନିର୍ବାଚନ ପୂର୍ବରୁ ସଞ୍ଜୟଙ୍କୁ ସକ୍ରିୟ ସାଂଗଠନିକ ଦାୟିତ୍ୱ ନ୍ୟସ୍ତ ହୋଇଛି । ତାଙ୍କୁ ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ବିଜେଡି ସୁପ୍ରିମୋ ନିଯୁକ୍ତି ଦେଇଛନ୍ତି ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଗୃହ ଜିଲ୍ଲାରେ ସଞ୍ଜୟଙ୍କ ଭଳି ଅଭିଜ୍ଞ ନେତାଙ୍କୁ ଦାୟିତ୍ୱ ଦେଇ ଦଳ ସେଠାରେ ବିଜେପିର ପ୍ରଭାବ ହ୍ରାସ ପାଇଁ ରଣନୀତି ପ୍ରସ୍ତୁତ କରିଛି । ଦଳୀୟ ଅନ୍ତଃକନ୍ଦଳ ଯୋଗୁ ଭଦ୍ରକରେ ବିଜେଡି ବ୍ୟାକଫୁଟରେ ରହିଛି । ଯେଉଁଥିପାଇଁ ଦଳକୁ ଧାମନଗରରେ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା ।
ଏବେ ଭଦ୍ରକର ସ୍ଥିତି ସଜାଡ଼ିବାକୁ ସଞ୍ଜୟଙ୍କ ଉପରେ ଦଳ ଭରସା କରିଛି । ସଞ୍ଜୟଙ୍କୁ ୨୦୨୧ ଜୁନ୍ ମାସରେ ଅଚାନକ ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ପଦରୁ ଦଳ ହଟାଇ ଦେଇଥିଲା ।
ମାତ୍ର ତାଙ୍କର ବିଜେଡି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ପଦ ବଜାୟ ରହିଥିଲା । ନିର୍ବାସନରୁ ସଞ୍ଜୟଙ୍କୁ ଆଣି ତାଙ୍କୁ ସକ୍ରିୟ ଭୂମିକା ଦେଇ ପୁରୀ ଜିଲ୍ଲାରେ ନିର୍ବାଚନୀ ସଫଳତା ପାଇଁ ବିଜେଡି ଏବେଠୁ ରଣନୀତି ପ୍ରସ୍ତୁତ କରିଛି ।
ଏହି ନୂଆ ଦାୟିତ୍ୱ ମିଳିବା ପରେ ପ୍ରତିକ୍ରିୟା ଦେଇ ଶ୍ରୀ ଦାସବର୍ମା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାକୁ ନିଷ୍ଠା ଓ ଆନ୍ତରିକତାର ସହ ନିର୍ବାହ କରିଛି । ଏବେ ଯେଉଁ ଦାୟିତ୍ୱ ମିଳିଛି ତାକୁ ପୂର୍ବଭଳି ନିଜ ସାଧ୍ୟମତେ ନିର୍ବାହ କରିବି । ତାଙ୍କ ଉପରେ ଭରସା ଓ ଆସ୍ଥା ପ୍ରକଟ କରିଥିବାରୁ ସେ ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ସେହିପରି ଭଦ୍ରକର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ ହୋଇଛି । ମାହାଙ୍ଗା ଡବଲ ମର୍ଡର ମାମଲାରେ ଅଭିଯୁକ୍ତ ପ୍ରତାପ ଜେନା ଏବେ ଆଇନଗତ ବିବାଦ ଭିତରେ ଫସି ରହିଛନ୍ତି । ନିର୍ବାଚନୀ ବର୍ଷରେ ବିବାଦ ସତ୍ତ୍ୱେ ଦଳ ପ୍ରତାପଙ୍କୁ ଏଭଳି ଏକ ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କରିଛି ଯାହାର ଲୋକସଭା କ୍ଷେତ୍ର ଅଧୀନରେ ତାଙ୍କ ନିଜସ୍ୱ ନିର୍ବାଚନମଣ୍ଡଳୀ ଆସୁଛି । ଅର୍ଥାତ୍ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପ୍ରତାପଙ୍କ ମାହାଙ୍ଗା ନିର୍ବାଚନମଣ୍ଡଳୀ ରହିଛି ।
ବିଜେଡି ସୂତ୍ର ଅନୁସାରେ, ସାଧାରଣ ନିର୍ବାଚନ ପୂର୍ବରୁ ଦଳ ନିଜର ସବୁ ଗୋଷ୍ଠୀର ନେତାମାନଙ୍କୁ ଏକଜୁଟ କରିବା ନିମନ୍ତେ ପ୍ରୟାସ କରୁଛି । ସଞ୍ଜୟଙ୍କ ଭଳି ପୁରୁଖା ନେତାମାନଙ୍କୁ ସକ୍ରିୟ ସାଂଗଠନିକ କାର୍ଯ୍ୟରେ ଉପଯୋଗ କରିବାର ଫାଇଦା ଦଳକୁ ନିଶ୍ଚିତ ମିଳିବ ।
ଯେଉଁ ଗୋଷ୍ଠୀ ଗତ କିଛିବର୍ଷ ଧରି ଦଳୀୟ ସାଂଗଠନିକ କାର୍ଯ୍ୟ ଉପରେ ନିଜର ହାକିମାତି ଦେଖାଇବାକୁ ପ୍ରୟାସ କରୁଛନ୍ତି, ସେମାନଙ୍କ ରାଜନୀତିକ ଅସ୍ତିତ୍ୱ ଓ ଲୋକପ୍ରିୟତା ଯେ ନାହିଁ ତାହା ବିଜେଡି ନେତୃତ୍ୱ ଓ ରଣନୀତିକାର ବୁଝିସାରିଲେଣି ।
ଏବେ ଦଳ ନିଜର ଘରସଜଡ଼ା ପର୍ବ ଆରମ୍ଭ କରିଛି ଓ ଚଳିତବର୍ଷ ଶେଷ ସୁଦ୍ଧା ଅଣଦେଖା ହୋଇ ରହିଥିବା ବରିଷ୍ଠ ନେତାମାନଙ୍କୁ ସକ୍ରିୟ କରାଇବାକୁ ବିଜେଡି ନେତୃତ୍ୱ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।
ବ୍ୟକ୍ତିଗତ ଭାବେ ଆଜି ହାଜର ହେବାକୁ ବିଧାୟକ ପ୍ରତାପ ଜେନାଙ୍କୁ ସାଲେପୁର ଜେଏମଏଫସିଙ୍କ ନୋଟିସ ସତ୍ତ୍ୱେ ସେ ଆଜି ହାଜର ହୋଇ ନ ଥିଲେ।ମାତ୍ର ଆଇପିସି ୨୦୫ ଧାରାରେ ବ୍ୟକ୍ତିଗତ ହାଜିରାକୁ ବାଦ ଦେବାକୁ ନିଜ ଓକିଲଙ୍କ ଜରିଆରେ ସେ ଆବେଦନ କରିଛନ୍ତି।
ନିଜ ଅସୁସ୍ଥତା ନେଇ କ୍ୟାପିଟାଲ ହସ୍ପିଟାଲର ସାଟିଫିକେଟ ଦେଇଛନ୍ତି। ଯେଉଁଥିରେ ଅସୁସ୍ଥତା ହେତୁ ଓକିଲଙ୍କ ଜରିଆରେ ହାଜର ହେବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି। ଆଇପିସି ୨୦୫ ଧାରାରେ ବ୍ୟକ୍ତିଗତ ହାଜିରାରୁ ବାଦ ଦେବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି। ତାଙ୍କ ସ୍ଥାନରେ ଓକିଲଙ୍କ ଜରିଆରେ ମାମଲା ପରିଚାଳନା କରିବାକୁ ବି ସେ ଗୁହାରି କରିଛନ୍ତି।
ଅପରପକ୍ଷେ, କୁଳମଣି ବରାଳଙ୍କ ପୁଅ ଆଇପିସି ଧାରା ୨୦୫କୁ ଖାରଜ କରିବାକୁ ଆବେଦନ କରିଛନ୍ତି। ସେ କହିଛନ୍ତି, ଏହି ହତ୍ୟା ମାମଲାରେ ଅନ୍ୟ ଅଭିଯୁକ୍ତମାନେ ଜେଲ୍ରେ ଅଛନ୍ତି। ପ୍ରତାପ ଜେନା ବି ଏହି ମାମଲାର ଜଣେ ଅଭିଯୁକ୍ତ ହୋଇଥିବାରୁ ତାଙ୍କୁ ବି ପ୍ରତ୍ୟେକ ଶୁଣାଣିରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ସେ କୋର୍ଟଙ୍କୁ ଜଣାଇଛନ୍ତି।
ଏହା ବ୍ୟତୀତ ସେ ଆଉ ଏକ ଆବେଦନରେ ମୂଳ ମାମଲାରେ ହୋଇଥିବା ଜିଆର କେସ୍ ନଂରେ ପ୍ରତାପ ଜେନାଙ୍କ ମାମଲାକୁ ଯୋଡ଼ିବାକୁ ବି ଆବେଦନ କରିଛନ୍ତି।
ସୂଚନାଯୋଗ୍ୟ, ୨୦୨୧ ଜାନୁୟାରୀ ୨ରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟା ମାମଲାରେ ସମୁଦାୟ ୧୩ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ସେମାନଙ୍କ ମଧ୍ୟରେ ତତ୍କାଳୀନ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ମଧ୍ୟ ସାମିଲ ଥିଲା। ଉକ୍ତ ୧୩ ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୯ ଜଣ ଏବେ ଜେଲ୍ ହାଜତରେ ଅଛନ୍ତି। ଆଉ ୩ ଜଣଙ୍କ ମଧ୍ୟରୁ ୨ ଜଣ ଫେରାର ଥିବା ବେଳେ ପ୍ରତାପ ଜେନା ବାହାରେ ବୁଲୁଛନ୍ତି।
ସାଲେପୁର ଜେଏମଏଫସି କୋର୍ଟରେ ଆଜି ଏହି ସମସ୍ତ ଆବେଦନ ଉପରେ ଆଲୋଚନା ହେବ। ତେଣୁ ଆଗାମୀ ତାରିଖରେ ପ୍ରତାପ ଜେନା ହାଜର ହେବେ ନା ଏଥିରୁ ବାଦ ପଡ଼ିବେ ତାହା ଅପରାହ୍ନ ୨ଟାରେ ହେବାକୁ ଥିବା ଶୁଣାଣି ପରେ ସ୍ପଷ୍ଟ ହେବ ବୋଲି ଜଣାଯାଇଛି।
ତାଙ୍କ ନାଁରେ ମାମଲା ଚାଲୁ ରଖିବାକୁ ଗତମାସରେ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମ୍ଏଫସି କୋର୍ଟ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରତାପଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଦଫାରେ ମାମଲା ଚାଲୁ ରହିବ। ସେତେବେଳେ ସାଲେପୁର ଜେଏମ୍ଏଫସି କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ସେଥିରେ ସ୍ପଷ୍ଟ ଭାବେ କହିଥିଲେ ଯେ ଅଭିଯୋଗକାରୀ ଓ ସାକ୍ଷୀମାନଙ୍କର ବୟାନ ଏବଂ ବିଭିନ୍ନ ରେକର୍ଡପତ୍ର ଗୁଡ଼ିକୁ ଦେଖିଲେ ଆପାତତଃ ପ୍ରତାପ ଜେନାଙ୍କ ବିରୋଧରେ ପ୍ରମାଣଯୋଗ୍ୟ ତଥ୍ୟ ରହିଛି।
ଏହି ମାମଲାର ତଦନ୍ତ ମାହାଙ୍ଗା ପୁଲିସ କରୁଥିଲା। ମୃତକଙ୍କ ପରିବାର ଲୋକେ ସେମାନଙ୍କ ଏତଲାରେ ସିଧାସଳଖ ବିଧାୟକ ତଥା ତତ୍କାଳୀନ ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଉଲ୍ଲେଖ କରିଥିଲେ। ସେ ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ସେମାନେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ୍ ଯେତେବେଳେ ମାମଲାର ତଦନ୍ତ କରି ଚାର୍ଜଶିଟ୍ ଦାଖଲ କଲା, ସେତେବେଳେ ସେଥିରେ ପ୍ରତାପ ଜେନାଙ୍କ ନାଁ ନଥିଲା। ପ୍ରତାପ ଜେନାଙ୍କୁ ପୁଲିସ୍ କ୍ଲିନ୍ଚିଟ୍ ଦେଇଥିଲା। ପ୍ରତାପ ଜେନାଙ୍କର ଏହି ମାମଲାରେ କିଛି ସଂପୃକ୍ତି ନାହିଁ ବୋଲି ଚାର୍ଜଶିଟ୍ରେ ଦର୍ଶାଯାଇଥିଲା।
ଏହି ଚାର୍ଜଶିଟ୍କୁ ନେଇ ପରବର୍ତ୍ତୀ ସମୟରେ ମୃତ କୁଳମଣି ବାରିକଙ୍କ ପରିବାର ପକ୍ଷରୁ ଏକ ପ୍ରୋଟେଷ୍ଟ ପିଟିସନ ଦାଖଲ କରାଯାଇଥିଲା। ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ଗଲା। ପୁନର୍ବିଚାର କରିବାକୁ ସାଲେପୁର ଜେଏମ୍ଏଫ୍ସି କୋର୍ଟଙ୍କୁ କହିଥିଲେ ହାଇକୋର୍ଟ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାଲେପୁର ଜେଏମ୍ଏଫସି କୋର୍ଟ ଅଭିଯୋଗକାରୀ ଓ ସାକ୍ଷୀମାନଙ୍କ ବୟାନ ରେକର୍ଡ କରିଥିଲେ। ସେମାନଙ୍କ ବୟାନରୁ ସ୍ପଷ୍ଟ ହୋଇଥିଲା ଯେ ଏହି ମାମଲାରେ ପ୍ରତାପଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଦେବା ଭଳି ଯେଉଁ ଅଭିଯୋଗ ରହିଛି, ତା’ପଛରେ ପ୍ରମାଣଯୋଗ୍ୟ ତଥ୍ୟ ରହିଛି।
ଏଥିରୁ ସ୍ପଷ୍ଟ ହେଉଛି ପୁଲିସ ତଦନ୍ତ ବେଳେ ଓ ଚାର୍ଜଶିଟ୍ ଦାଖଲ ବେଳେ ଯେଉଁ ସବୁ ଦିଗଗୁଡ଼ିକୁ ଅଣଦେଖା କରିଥିଲା, ସେଗୁଡ଼ିକୁ ଅଭିଯୋଗକାରୀ ଓ ସାକ୍ଷୀମାନେ ସାମ୍ନାକୁ ଆଣିଥିଲେ। ଆଉ ସେନେଇ ସେମାନେ ବଳିଷ୍ଠ ତଥ୍ୟ ଓ ପ୍ରମାଣ ମଧ୍ୟ ଉପସ୍ଥାପନ କରିଥିଲେ। ଫଳରେ ସାଲେପୁର ଜେଏମ୍ଏଫ୍ସି କୋର୍ଟ ମଧ୍ୟ ସେମାନଙ୍କ ଯୁକ୍ତିକୁ ଗ୍ରହଣ କରିଥିଲେ।
୨୦୨୧ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୫) ଓ ତାଙ୍କ ସଂପର୍କୀୟ ଦିବ୍ୟ ସିଂହ ବରାଳ (୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ମଧ୍ୟ ହୋଇଥିଲା ମାମଲା । ତେବେ ପୁଲିସ ଚାର୍ଜସିଟ୍ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁକୁ କାଟି ଦେଇଥିଲେ।
ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ନାଁରେ ମାମଲା ଚାଲୁ ରଖିବା ପାଇଁ ସୋମବାର ସାଲେପୁର ଜେଏମ୍ଏଫସି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଅଶାନ୍ତ ହୋଇପଡ଼ିଥିଲା ମାହାଙ୍ଗା। ଆଜି “ନ୍ୟାୟ ପାଇଁ ସଂଘର୍ଷ” ସାମାଜିକ ଅନୁଷ୍ଠାନର କେତେକ କର୍ମକର୍ତ୍ତା ମହାଙ୍ଗା ବ୍ଲକ୍ ଅଫିସ୍ ଆଗରେ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ ପାଇଁ ଯାଉଥିଲେ। ଠିକ୍ ସେହି ସମୟରେ ସେମାନଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଯାହାକୁ ହାବୁଡ଼ରେ ପାଇଲେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ପୁଲିସ ଉପସ୍ଥିତିରେ ଆକ୍ରମଣ ହୋଇଥିଲା। ଆକ୍ରମଣରେ “ନ୍ୟାୟ ପାଇଁ ସଂଘର୍ଷ” ସଦସ୍ୟ ଦିଲ୍ଲୀପ ସାହୁ ଓ ବରିଷ୍ଠ ନଗରିକ ରାମଚନ୍ଦ୍ର ବେହେରା ଆହତ ହୋଇଛନ୍ତି। ଆକ୍ରମଣ କରିଥିବା ଲୋକମାନେ ପ୍ରତାପ ଜେନାଙ୍କ ସମର୍ଥକ ବା ବିଜେଡି କର୍ମୀ ବୋଲି ଅଭିଯୋଗ ହୋଇଛି।
ଏନେଇ ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଆକ୍ରମଣ କରିଥିବା ଗୋଷ୍ଠୀଙ୍କ ପକ୍ଷରୁ ମଧ୍ୟ ଅଭିଯୋଗ ହୋଇଛି। ପୁଲିସ୍ ଉଭୟ ପକ୍ଷର ଏତେଲାକୁ ଆଧାର କରି ଘଟଣାର ତଦନ୍ତ ଚଳାଇଛି।
ଆହତ ହୋଇଥିବା ରାମଚନ୍ଦ୍ର ବେହେରା କହିଛନ୍ତି, ମୁଁ ଦୀର୍ଘ ଦିନ ହେଲା ପ୍ରତାପ ଜେନାଙ୍କ କାର୍ଯ୍ୟକ୍ରମକୁ ବିରୋଧ କରିଆସୁଥିଲି। ସେହି ରାଗରେ ପ୍ରତାପ ଜେନାଙ୍କ ନିର୍ଦ୍ଦେଶରେ ସେମାନେ ମୋତେ ମାଡ଼ ମାରିଛନ୍ତି। ମୋ’ ମୁଣ୍ଡ ଓ ଦେହରେ ଆଘାତ ଲାଗିଛି। ସାର୍ଟ ଚିରି ଦେଇଛନ୍ତି। କୋର୍ଟଙ୍କ ରାୟ ପରେ ସୋମବାର ରାତିରେ ମୋ ଘର ଉପରେ ଆକ୍ରମଣ କରିବା ପାଇଁ ଯାଇଥିଲେ। ଏନେଇ ମାହାଙ୍ଗା ଥାନାକୁ ଖବର ଦେଇଥିଲି। ପୁଲିସ୍କୁ ଦେଖି ସେମାନେ ପଳାଇ ଯାଇଥିଲେ ବୋଲି ଶ୍ରୀ ବେହେରା କହିଛନ୍ତି।
ନ୍ୟାୟ ପାଇଁ ସଂଘର୍ଷ ପରିବାର ସଭ୍ୟ ଦିଲ୍ଲୀପ ସାହୁ କହିଛନ୍ତି, ମୋ ଭାଇଙ୍କୁ ନରହତ୍ୟାକାରୀ ପ୍ରତାପ ଜେନାଙ୍କ ସମର୍ଥକ ତଥା ସରପଞ୍ଚ ପ୍ରଶାନ୍ତ କିଶୋର ରାଉତ ଓରଫ୍ ନଣ୍ଡା ହତ୍ୟା କରିଥିଲା। ତା’ ନାଁକୁ ମହାଙ୍ଗା ପୁଲିସ୍ ଚାର୍ଜସିଟ୍ରୁ କାଟି ଦେଇଥିଲା। ସେହି ଦିନଠାରୁ ନ୍ୟାୟ ପାଇଁ ମୁଁ ଲଢ଼େଇ କରୁଛି। ପ୍ରତାପ ଜେନାଙ୍କ ନାଁରେ ମାମଲା ଚାଲୁ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଆମେ(ନ୍ୟାୟ ସଂଘର୍ଷ ପରିବାର, ମୃତ କୁଳମଣି ବରାଳଙ୍କ ସଦସ୍ୟ ଓ ମାହାଙ୍ଗାର ବରିଷ୍ଠ ନାଗରିକ) ବ୍ଲକ ଅଫିସ୍ ଆଗରେ ପ୍ରତିବାଦ କରିବାକୁ ଯାଇଥିଲୁ। ସେତେ ବେଳେ ୧୦୦ରୁ ଅଧିକ ବିଜେଡି ଗୁଣ୍ଡା ଆକ୍ରମଣ କରିଥିଲେ। ପୁଲିସ୍ ଉପସ୍ଥିତିରେ ଆକ୍ରମଣ ହୋଇଛି ବୋଲି ଶ୍ରୀ ସାହୁ କହିଛନ୍ତି।
୨୦୨୧ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୫) ଓ ତାଙ୍କ ସଂପର୍କୀୟ ଦିବ୍ୟ ସିଂହ ବରାଳ (୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା। ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ମଧ୍ୟ ହୋଇଥିଲା ମାମଲା। ତେବେ ପୁଲିସ ଚାର୍ଜସିଟ୍ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁକୁ କାଟି ଦେଇଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଥିଲା।
ରିପୋର୍ଟ-ସାଲେପୁରରୁ ମନୋଜ ଆଚାର୍ଯ୍ୟ
ସାଲେପୁର ଜେଏମ୍ଏଫସି କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ସେଥିରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଅଭିଯୋଗକାରୀ ଓ ସାକ୍ଷୀମାନଙ୍କର ବୟାନ ଏବଂ ବିଭିନ୍ନ ରେକର୍ଡପତ୍ର ଗୁଡ଼ିକୁ ଦେଖିଲେ ଆପାତତଃ ପ୍ରତାପ ଜେନାଙ୍କ ବିରୋଧରେ ପ୍ରମାଣଯୋଗ୍ୟ ତଥ୍ୟ ରହିଛି।
ପ୍ରତାପ ଜେନା ବିଧାୟକ ହୋଇଥିବାରୁ ଏହି ମାମଲାକୁ ଭୁବନେଶ୍ୱର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ଭୁବନେଶ୍ୱର ସ୍ପେଶାଲ କୋର୍ଟରେ ବିଧାୟକ ବା ସାଂସଦ ମାନଙ୍କ ବିରୋଧରେ ଥିବା ମାମଲାଗୁଡ଼ିକର ତ୍ୱରିତ ବିଚାର କରାଯାଏ।
ଏହି ମାମଲାର ତଦନ୍ତ ମାହାଙ୍ଗା ପୁଲିସ କରୁଥିଲା। ମୃତକଙ୍କ ପରିବାର ଲୋକେ ସେମାନଙ୍କ ଏତଲାରେ ସିଧାସଳଖ ବିଧାୟକ ତଥା ତତ୍କାଳୀନ ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଉଲ୍ଲେଖ କରିଥିଲେ। ସେ ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ସେମାନେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ୍ ଯେତେବେଳେ ମାମଲାର ତଦନ୍ତ କରି ଚାର୍ଜଶିଟ୍ ଦାଖଲ କଲା, ସେତେବେଳେ ସେଥିରେ ପ୍ରତାପ ଜେନାଙ୍କ ନାଁ ନଥିଲା। ପ୍ରତାପ ଜେନାଙ୍କୁ ପୁଲିସ୍ କ୍ଲିନ୍ଚିଟ୍ ଦେଇଥିଲା। ପ୍ରତାପ ଜେନାଙ୍କର ଏହି ମାମଲାରେ କିଛି ସଂପୃକ୍ତି ନାହିଁ ବୋଲି ଚାର୍ଜଶିଟ୍ରେ ଦର୍ଶାଯାଇଥିଲା।
ଏହି ଚାର୍ଜଶିଟ୍କୁ ନେଇ ପରବର୍ତ୍ତୀ ସମୟରେ ମୃତ କୁଳମଣି ବାରିକଙ୍କ ପରିବାର ପକ୍ଷରୁ ଏକ ପ୍ରୋଟେଷ୍ଟ ପିଟିସନ ଦାଖଲ କରାଯାଇଥିଲା। ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ଗଲା। ପୁନର୍ବିଚାର କରିବାକୁ ସାଲେପୁର ଜେଏମ୍ଏଫ୍ସି କୋର୍ଟଙ୍କୁ କହିଥିଲେ ହାଇକୋର୍ଟ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାଲେପୁର ଜେଏମ୍ଏଫସି କୋର୍ଟ ଅଭିଯୋଗକାରୀ ଓ ସାକ୍ଷୀମାନଙ୍କ ବୟାନ ରେକର୍ଡ କରିଥିଲେ। ସେମାନଙ୍କ ବୟାନରୁ ସ୍ପଷ୍ଟ ହୋଇଥିଲା ଯେ ଏହି ମାମଲାରେ ପ୍ରତାପଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଦେବା ଭଳି ଯେଉଁ ଅଭିଯୋଗ ରହିଛି, ତା’ପଛରେ ପ୍ରମାଣଯୋଗ୍ୟ ତଥ୍ୟ ରହିଛି।
ଏଥିରୁ ସ୍ପଷ୍ଟ ହେଉଛି ପୁଲିସ ତଦନ୍ତ ବେଳେ ଓ ଚାର୍ଜଶିଟ୍ ଦାଖଲ ବେଳେ ଯେଉଁ ସବୁ ଦିଗଗୁଡ଼ିକୁ ଅଣଦେଖା କରିଥିଲା, ସେଗୁଡ଼ିକୁ ଅଭିଯୋଗକାରୀ ଓ ସାକ୍ଷୀମାନେ ସାମ୍ନାକୁ ଆଣିଥିଲେ। ଆଉ ସେନେଇ ସେମାନେ ବଳିଷ୍ଠ ତଥ୍ୟ ଓ ପ୍ରମାଣ ମଧ୍ୟ ଉପସ୍ଥାପନ କରିଥିଲେ। ଫଳରେ ସାଲେପୁର ଜେଏମ୍ଏଫ୍ସି କୋର୍ଟ ମଧ୍ୟ ସେମାନଙ୍କ ଯୁକ୍ତିକୁ ଗ୍ରହଣ କରିଥିଲେ।
୨୦୨୧ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୫) ଓ ତାଙ୍କ ସଂପର୍କୀୟ ଦିବ୍ୟ ସିଂହ ବରାଳ (୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ମଧ୍ୟ ହୋଇଥିଲା ମାମଲା । ତେବେ ପୁଲିସ ଚାର୍ଜସିଟ୍ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁକୁ କାଟି ଦେଇଥିଲେ।
ଗତକାଲି ମନ୍ତ୍ରୀ ପ୍ରତାପ ଜେନା ଫୁଲବାଣୀ ପୌର ପରିଷଦର ନୂଆସାହି ଗାଁକୁ ଯାଇଥିଲେ। ସେଠାରେ ସେ ୮ ନମ୍ବର ଓ୍ୱାର୍ଡର ବିଜେଡିର ପୌର ପରିଷଦ ଅଧ୍ୟକ୍ଷା ପ୍ରାର୍ଥୀ ପୁନମ କହଁର ଏବଂ କାଉନସିଲର ପ୍ରାର୍ଥୀ ରାଜେନ୍ଦ୍ର ପାଢୀଙ୍କ ପାଇଁ ପ୍ରଚାର କରିଥିଲେ। ସେହି ଗାଁରେ ପାନୀୟ ଜଳ, ଡ୍ରେନେଜ୍ ଓ ଅନ୍ୟ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିବାରୁ ଲୋକେ ତାତିଥିଲେ। ପୂର୍ବତନ ବିଜେଡି କାଉନସିଲର ଓ ଚେୟାରମ୍ୟାନ ମାନେ କିଛି କାର୍ଯ୍ୟ କରି ନାହାନ୍ତି ବୋଲି ଲୋକେ ଅଭିଯୋଗ କରିଥିଲେ। ମନ୍ତ୍ରୀ ସଭାମଞ୍ଚରେ ଭାଷଣ ଦେଲାବେଳେ ଲୋକେ ହୋହାଲ୍ଲା କରିଥିଲେ। ଏପରିକି ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ନାହିଁ ବୋଲି ସଭାରେ ଖୋଲାଖୋଲି କହିଥିଲେ।
ସ୍ଥାନୀୟ ବାସିନ୍ଦା କହିଛନ୍ତି, ଆମେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବୁ ନାହିଁ। ପୂର୍ବତନ ବିଜେଡି କାଉନସିଲର ଓ ଚେୟାରମ୍ୟାନ ମାନେ କିଛି କାର୍ଯ୍ୟ କରି ନାହାନ୍ତି। ପୁଣି ଥରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେଲେ ସେମାନେ କ’ଣ କରିବେ?
ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ନୂଆସାହି ଗାଁର ଲୋକମାନେ ପୂର୍ବତନ କାଉନସିଲରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ସେମାନ ଗାଁରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ମୋତେ ଜଣାଇଛନ୍ତି। କିପରି ଗାଁ ଲୋକଙ୍କ ସମସ୍ୟାର ସମାଧାନ ହେବ, ଆମେ ଆବଶ୍ୟକ ପଦକ୍ଷେପ ନେବୁ।
https://www.youtube.com/watch?v=IqoMDtrHtmU
https://www.youtube.com/watch?v=ys9_HwQAwaU
ଆଜି ଗୃହ ଆରମ୍ଭ ହେବା କ୍ଷଣି ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଗର୍ଜିଥିଲା ବିଜେପି । ବାଚସ୍ପତିଙ୍କ ପୋଡ଼ିୟମ୍ ଆଗରେ ପୋଷ୍ଟର ଧରି କରିଥିଲା ହୋହଲ୍ଲା । ଏଣେ ଗୃହ ବାହାରେ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ପ୍ରତାପ ଜେନାଙ୍କୁ କଂଗ୍ରେସର ଟାର୍ଗେଟ୍। ଉଭୟ ଦଳର ସେହି ସମାନ ଦାବି । ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ହତ୍ୟା ମାମଲାରେ ମନ୍ତ୍ରୀଙ୍କୁ ବହିଷ୍କାର କର । ଗୃହ ବାହାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ, FIRର ୧୩ ନମ୍ବରରେ ଥିବା ମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC । ଅଥଚ କୌଣସି ପଦକ୍ଷେପ ନେଇନାହାଁନ୍ତି ରାଜ୍ୟ ସରକାର। ଯଦି ବି ତାଙ୍କ ବିରୋଧରେ ତଦନ୍ତ ହୁଏ, ତାହେଲେ କେଉଁ ଆଧାରରେ ଜଣେ ଥାନା ଅଧିକାରୀ ଆଇନମନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରିବ ? ତେଣୁ ନୈତିକତା ଦୃଷ୍ଟିରୁ ଆଇନମନ୍ତ୍ରୀ ପ୍ରତାପ ଜେନା ଇସ୍ତଫା ଦିଅନ୍ତୁ, ନଚେତ ତାଙ୍କୁ ବହିଷ୍କାର କରାଯାଉ ଏବଂ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ଦାବି କରି ଗୃହ ଭିତରେ ଓ ବାହାରେ ଅଡ଼ିବସିଛି ବିଜେପି । କଂଗ୍ରେସ ବି ପ୍ରତାପ ଜେନାଙ୍କୁ ନିଶାନା କରି ୨୦୧୪ରୁ ୫ଟି ହତ୍ୟା ମାମଲା ତାଙ୍କ ନାଁରେ ଥିବାବେଳେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ପ୍ରଶ୍ନ ଉଠାଇ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି।
୨ ଜାନୁଆରୀ, ୨୦୨୧ । ବିଜେପି ନେତା କୁଳମଣି ଓ ଦିବ୍ୟସିଂହଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । ଏହି ଘଟଣାରେ କୁଳମଣିଙ୍କ ପୁଅ ରମାକାନ୍ତ ମାହାଙ୍ଗା ଥାନାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୩ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ । ଆଉ ୧୩ ନମ୍ବର ମୁଦାଲା ଭାବେ ମନ୍ତ୍ରୀଙ୍କ ନାଁ ଥିଲା FIRରେ। ଏହାର ପ୍ରାୟ ୫ ମାସ ଧରି ତଦନ୍ତ ପରେ ମେ’ରେ ଚାର୍ଜସିଟ୍ ଦାଖଲ କରିଥିଲା ମାହାଙ୍ଗା ପୁଲିସ। ସେଥିରେ କିନ୍ତୁ ନଥିଲା ମନ୍ତ୍ରୀଙ୍କ ନାଁ। ଏନେଇ ଗତ ଅଗଷ୍ଟ ୧୬ରେ ସାଲେପୁର JMFC କୋର୍ଟରେ ରମାକାନ୍ତ ଦାଖଲ କରିଥିଲେ ଏକ ପ୍ରୋଟେଷ୍ଟ ପିଟିସନ। ଏହାର ଶୁଣାଣି କରି କୋର୍ଟ ମନ୍ତ୍ରୀଙ୍କ ସଂପୃକ୍ତିର ସାନି ତଦନ୍ତ କରି ରିପୋର୍ଟ ଦେବାକୁ ଗତ ୨୫ ତାରିଖରେ ମାହାଙ୍ଗା ପୁଳିସକୁ ନିର୍ଦ୍ଦେଶ ଦେଇଥିଲେ। ତାପରଠୁ ଖଡ୍ଗହସ୍ତ ବିରୋଧୀ । ଚଳିତ ଅଧିବେଶନରେ ସରକାରଙ୍କୁ ହଲାପଟା କରୁଥିବାବେଳେ ଶାସକ ଦଳ କହିଛି, ଆଲୋଚନା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲେ ବି ୨ଟି ଅପରାଧିକ ମାମଲାକୁ ଧରି ବିରୋଧୀ ନିଜର ଦଳୀୟ ପ୍ରଚାର କରୁଛନ୍ତି ।
ତେଣେ ମରୁଡ଼ି ପ୍ରସଙ୍ଗରେ ଆଜି କଂଗ୍ରେସ ବିଧାୟକ ଗୃହ ମଧ୍ୟଭାଗରେ ପାଟିତୁଣ୍ଡ କରିଥିବାବେଳେ ବାଚସ୍ପତି ଗୃହକୁ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ । ବୈଠକରେ ନିଷ୍ପତ୍ତି ହେଲା ମରୁଡ଼ି ପ୍ରସଙ୍ଗରେ ପୁଣି ଥରେ ଆଲୋଚନା ହେବ।
ବିଜେପି ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁକୁ ପୁଣିଥରେ ଚାର୍ଜସିଟରେ ଯୋଡ଼ିବାକୁ ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଶାସକ ବିଜେଡିର ଅସଲ ମୁଖା ଖୋଲିବା ସହ ତଦନ୍ତକୁ ପ୍ରଭାବିତ କରିଥିବାକୁ ପ୍ରମାଣିତ ମଧ୍ୟ କରୁଛି। ଡବଲ ମର୍ଡର ଘଟଣାକୁ ଚାପି ଦେଇ ଏହାର ଅନ୍ୟତମ ଅଭିଯୁକ୍ତ ପ୍ରଭାବଶାଳୀ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘଣ୍ଟ ଘୋଡ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଥାସମ୍ଭବ ଚେଷ୍ଟା କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ଥିବାରୁ ଏହି ଘଟଣାର ସଠିକ ତଦନ୍ତ ହେବା ଆବଶ୍ୟକ। କିନ୍ତୁ ମାହାଙ୍ଗା ହତ୍ୟା ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରାଯାଇ ବାଟବଣା କରିବାର ପ୍ରୟାସ କରାଯାଇଅଛି। ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିବାବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଛାଡ଼ି ଅନ୍ୟ ୧୨ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ପଦବୀର ଅପବ୍ୟବହାର କରିବା ସହ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରି ମନ୍ତ୍ରୀ ପ୍ରତାପ ଜେନା ନିଜ ନାଁ ଚାର୍ଜସିଟରୁ ବାଦ୍ କରାଇଥିଲେ। ଏହା ଅତ୍ୟନ୍ତ ନିନ୍ଦନୀୟ।
ପୋଲିସ ବହୁ ଚଂଚକତା କରି ୧୩ ନମ୍ବର ମୁଦାଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଚାର୍ଜସିଟ୍ରୁ ବାଦ୍ ଦେଇଥିବାବେଳେ ଆଜି ପୁଣି ଥରେ ତାଙ୍କ ନାଁକୁ ଚାର୍ଜସିଟ୍ରେ ଯୋଡ଼ିବା ପାଇଁ ସାଲେପୁର ଜେଏମ୍ଏଫ୍ସିି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜିର କୋର୍ଟଙ୍କ ଏହି ନିର୍ଦ୍ଦେଶ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ଏବଂ ଶାସକ ବିଜେଡିର ଅସଲ ମୁଖା ଖୋଲି ଦେଇଛି। ତେଣୁ ନୈତିକତା ଦୃଷ୍ଟିରୁ ଶ୍ରୀ ଜେନା ଆଇନମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ନଚେତ୍ ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି। ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ଉପସ୍ଥିତ ଥିଲେ।
https://www.youtube.com/watch?v=8wdHfa6rGqg
ଅଭିଯୁକ୍ତ ତଥା ନୃତାଙ୍ଗ ସରପଂଚଙ୍କ ସ୍ୱାମୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ ଓ ଅନ୍ୟ ଜଣେ ଅଭିଯୁକ୍ତ ତଥା ମାହାଙ୍ଗା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁଙ୍କ ସହ ମନ୍ତ୍ରୀ ଏବଂ ବିଧାୟକଙ୍କ ଏଭଳି ଫଟୋ ସାମ୍ନାକୁ ଆସିବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି ।
ଗୋଟିଏ ଫଟୋରେ ଅଭିଯୁକ୍ତ ପ୍ରଫୁଲ୍ଲଙ୍କ ସହ ଆଇନ ମନ୍ତ୍ରୀ ପ୍ରତାପ ଜେନା କୌଣସି ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦେଖିବାକୁ ମିଳିଛି । ସେହିପରି ଅନ୍ୟ ଏକ ଫଟୋରେ ମନ୍ତ୍ରୀଙ୍କ ସହ ଅଭିଯୁକ୍ତ ଭିକାରୀ ଚରଣ ସ୍ୱାଇଁ ବି ଉପସ୍ଥିତ ରହିଛନ୍ତି। ଏହି ସମାନ ଫଟୋରେ ଭିକାରୀଙ୍କ ସହ ପ୍ରଫୁଲ୍ଲ ମଧ୍ୟ ନଜର ଆସିଛନ୍ତି ।
ସେପଟେ ହତ୍ୟା ଘଟଣାରେ ମାହାଙ୍ଗା ଥାନାରେ ଏଫଆଇଆର୍ ପରେ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି ଯେ ଘଟଣାରେ ତାଙ୍କ ନାଁରେ ଏତଲା ହୋଇଛି, ତଦନ୍ତ ହେଲେ ସତ ଜଣାପଡ଼ିବ ।
ସେ ଆହୁରି କହିଛନ୍ତି, ଓଡ଼ିଶାରେ କିଛି ଘଟଣା ଘଟିଲେ ଦୋଷୀ ଗିରଫ ହୋଇ ଦଣ୍ଡ ପାଇବା ଲକ୍ଷ୍ୟ ହେଉ । ମୋ ତରଫରୁ ବ୍ୟକ୍ତିଗତ ଭାବେ ଉଦ୍ୟମ ରହିବ, ଦୋଷୀ କିପରି ତୁରନ୍ତ ଗିରଫ ହେଉ ଓ କଠୋରରୁ କଠୋର ଦଣ୍ଡ ପାଉ।
ସୂଚନାଯୋଗ୍ୟ, ଏହି ହତ୍ୟା ଘଟଣାରେ ମାହାଙ୍ଗା ଥାନାରେ ୧୩ ଜଣଙ୍କ ନାଁରେ ଏତଲା ଦେଇଛନ୍ତି କୁଳମଣି ବରାଳଙ୍କ ପୁଅ ରମାକାନ୍ତ। ସେମାନଙ୍କ ମଧ୍ୟରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଯଁକୁଟି ଗାଁର ୪ଜଣ ଓ ନୃତାଙ୍ଗ ଗାଁର ୮ଜଣଙ୍କ ନାଁ ରହିଛି।