ଝାରସୁଗୁଡା ବିମାନ ବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ରେଢ଼ାଖୋଲ ଅଭିମୁଖେ ଯାଇଥିଲେ ମହାମହୀମ ରାଷ୍ଟ୍ରପତି। ରେଢାଖୋଲ କଦଳୀଗଡ଼ ହେଲିପ୍ୟାଡ୍ରେ ନିର୍ଦ୍ଧାରିତ ସମୟରେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଅବତରଣ କରିଥିଲା। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ ରୀତା ସାହୁ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ। ତା’ପରେ ହେଲିପ୍ୟାଡ ସ୍ଥଳରୁ ମଧୁପୁରକୁ ସଡ଼କ ପଥରେ ଯାଇଥିଲେ ରାଷ୍ଟ୍ରପତି।
ସନ୍ଥ କବି ଭୀମ ଭୋଇଙ୍କ ଜନ୍ମପୀଠ ତଥା ପ୍ରାପ୍ତି ସ୍ଥାନ କୁହାଯାଉଥିବା ମଧୁପୁରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ଵାଗତ କରିଥିଲେ ମହିମା ଧର୍ମାବଲମ୍ବୀ ସାଧୁ ସନ୍ଥ। ରାଷ୍ଟ୍ରପତି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ଚଉଷଠୀ ସିଦ୍ଧଙ୍କର ଧୁନିରେ ଘୃତ ଆହୁତ କରିଥିଲେ। ତା’ପରେ ନଡ଼ିଆ ଅର୍ପଣ କରିଥିଲେ। ମହିମା ସାଧୁମାନଙ୍କ ସହ ରାଷ୍ଟ୍ରପତି କିଛି ସମୟ ଆଲୋଚନା କରିଥିଲେ। ତା’ପରେ ରାଷ୍ଟ୍ରପତି ଜ୍ଞାନପ୍ରାପ୍ତି ସ୍କୃତିପୀଠ କନ୍ଧରା ଆଶ୍ରମକୁ ଯାଇ ସ୍କୃତି କୂପରେ ପୂଜାର୍ଚ୍ଚନା କରିଥିଲେ। ସେଠାରେ ଚାଲିଥିବା ଧୁନିରେ ରାଷ୍ଟ୍ରପତି ଘୃତ ଢାଳି ଥିଲେ।
ଜ୍ଞାନପ୍ରାପ୍ତି ସ୍କୃତିପୀଠ ପରିଦର୍ଶନ କରିବା ପରେ ରାଷ୍ଟ୍ରପତି ସଡ଼କ ପଥରେ କଙ୍କନପଡା ଗାଁରେ ଥିବା ସନ୍ଥଙ୍କ ଆଶ୍ରମକୁ ଯାଇଥିଲେ। ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଘୃତ ଦୀପଦେଇ ଅଖଣ୍ଡ ଜ୍ୟୋତି ପ୍ରଜ୍ଵଳନ କରିଥିଲେ। ତା’ପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ଆଶ୍ରମ ବାହାରେ ପ୍ରବଳ ଜନ ଗହଳି ହୋଇଥିଲା। ଘଣ୍ଟା ଘଣ୍ଟା ଧରି ଲୋକମାନେ ଅପେକ୍ଷା କରିଥିଲେ। ଆଶ୍ରମ ଛାଡ଼ିବା ବେଳେ ଗାଁ ଲୋକଙ୍କୁ ଭେଟିଥିଲେ। ଛୋଟ ଛୋଟ ପିଲାଙ୍କୁ ଚକୋଲେଟ୍ ବାଣ୍ଟିଥିଲେ ରାଷ୍ଟ୍ରପତି।
ରାଷ୍ଟ୍ରପତି ଆଶ୍ରମରୁ ଆସି ରେଢାଖୋଲ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ପହଞ୍ଚି ଥିଲେ। ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ। କିଛି ସମୟ ବିଶ୍ରମ ନେବା ପରେ ମିନି ଷ୍ଟାଡିୟମ୍ରେ ମହିମା ଧର୍ମ ଉପାସକଙ୍କ ଦ୍ୱାରା ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ରାଷ୍ଟ୍ରପତି ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ମନ୍ତ୍ରୀ ରୀତା ସାହୁ ମଧ୍ୟ ଯୋଗଦେଇଥିଲେ।
ଏହି ଅବସରରେ ନିଜ ଅବିଭାଷଣରେ ରାଷ୍ଟ୍ରପତି ମହିମା ଧର୍ମ ଓ ସନ୍ଥ କବି ଭୀମ ଭୋଇଙ୍କ ସାହିତ୍ୟ ସାଧନା କିପରି ସମାଜକୁ ଦିଗଦର୍ଶନ ଦେଇଛି, ତାହା ଉପରେ ଆଲୋକପାତ କରିଥିଲେ। ୩ଟି ପୀଠ ପରିଦର୍ଶନ ପରେ ସେ ଅପାର ଆନନ୍ଦ ଲାଭ କରିଛନ୍ତି ବୋଲି କହିଥିଲେ। ସନ୍ଥ କବିଙ୍କ ପ୍ରଚାର ପ୍ରସାର ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ। ଆଜିର ଦିନ ସ୍କୃତିରେ ଅମ୍ଲାନ ହୋଇ ରହିବ ବୋଲି ରାଷ୍ଟ୍ରପତି କହିଛନ୍ତି।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ଏଥିସହ କମାଣ୍ଡାଣ୍ଟ ସ୍ତରର ୮ ଜଣ ଅଧିକାରୀ, ଅତିରିକ୍ତ Sp ପାହ୍ୟାର ୫ ଜଣ ଓ DSP ସ୍ତରର ୨୩ ଜଣ ଅଧିକାରୀ ସୁରକ୍ଷା ଦାୟିତ୍ୱ ରହିଥିଲେ।
ଏହା ପରେ ସନ୍ଥ କବି ଭୀମଭୋଇ ଆବିର୍ଭାବ ପୀଠକୁ ଗସ୍ତ କରିବେ। ସେଠାରେ ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ କରିବା ସହ ଧ୍ୱନି ମଣ୍ଡପ ଓ ସନ୍ଥ କବି ଭୀମଭୋଇ ଆଶ୍ରମ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ସମ୍ବଲପୁରରେ ରାଷ୍ଟ୍ରପତି ଆହୁରି ଅନେକ କାର୍ଯ୍ୟକ୍ରମରେ ସାମିଲ ହେବେ।
ସୂଚନାଯୋଗ୍ୟ, ଗତକାଲି ରାଷ୍ଟ୍ରପତି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଥିଲେ। ପରେ ସେଠାରୁ ଭଞ୍ଜବିହାର ଯାଇ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନରେ ଯୋଗଦେବେ।ଏ ଅବସରର ରାଷ୍ଟ୍ରପତି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ସହ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ପଦକ ପ୍ରଦାନ କରିଥିଲେ।
ଏ ଅବସରର ରାଷ୍ଟ୍ରପତି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ସହ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ପଦକ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଦିନ ୧୨ଟାରେ ଭୁବନେଶ୍ୱର ଫେରି ରାଜଭବନରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି। ଅପରାହ୍ନରେ କଟକରେ ବ୍ରହ୍ମକୁମାରୀ ଓଡ଼ିଶାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସାମିଲ ହୋଇ ପୁଣି ରାଜଭବନ ଫେରି ସେଠାରେ ରାତ୍ରି ଯାପନ କରିବେ ଦ୍ରୌପଦୀ ମୁର୍ମୁ।
ସେହିପରି ଆସନ୍ତାକାଲି ସମ୍ବଲପୁର ଜିଲ୍ଲା ଗସ୍ତରେ ଯାଇ ସନ୍ଥକବି ଭୀମଭୋଇଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନ ପରିଦର୍ଶନ କରି ମହିମା ଧର୍ମାବଲମ୍ବୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଗତକାଲି କେନ୍ଦୁଝର ଜିଲ୍ଲା ଗସ୍ତ କରିବା ସହ ସନ୍ଧ୍ୟାରେ ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଆସନ୍ତାକାଲି ରାଷ୍ଟ୍ରପତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, କଟକରେ ବ୍ରହ୍ମକୁମାରୀ ଓଡ଼ିଶାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବେ। ପରେ ରାଜଭବନରେ ପ୍ରଧାନମନ୍ତ୍ରୀ ଜନମନର ଉପସ୍ଥାପନା ଦେଖିବେ।
ମାର୍ଚ୍ଚ ୨ ତାରିଖରେ ସମ୍ବଲପୁର ଜିଲ୍ଲା ଗସ୍ତରେ ଯାଇ ସନ୍ଥକବି ଭୀମଭୋଇଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନ ପରିଦର୍ଶନ କରି ମହିମା ଧର୍ମାବଲମ୍ବୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।।
ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱତନ୍ତ୍ର ହେଲିକପ୍ଟରରେ ମୟୂରଭଞ୍ଜ ଆସିଥିଲେ। ପରେ ଖିଚିଂର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀଙ୍କ ଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ ମହୁଲଡିହାସ୍ଥିତ ବାସଭବନରେ ରାତ୍ରିଯାପନ କରିଥିଲେ।
ଅପରାହ୍ଣରେ ରାଷ୍ଟ୍ରପତି ସୁକ୍ରୁଲି ପାଣ୍ଡୁରସିଳୀ ଫୁଟବଲ ଗ୍ରାଉଣ୍ଡରେ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ପରେ ରାଷ୍ଟ୍ରପତି ରାଇରଙ୍ଗପୁରର କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ୨୯ ତାରିଖ ସକାଳେ ରାଷ୍ଟ୍ରପତି କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାୟଳରେ କେନ୍ଦୁଝର ଜନଜାତିଙ୍କ ଉପରେ ଆୟୋଜିତ ଏକ ଜାତୀୟସ୍ତରୀୟ ଆଲୋଚନା ଚକ୍ରକୁ ଉଦଘାଟନ କରିବେ।
ସେହିଦିନ ଅପରାହ୍ନରେ ଭୁବନେଶ୍ୱର ଯାତ୍ରା କରି ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି। ମାନ୍ୟବର ରାଷ୍ଟ୍ରପତି ମାର୍ଚ୍ଚ ୨ ତାରିଖରେ ସମ୍ବଲପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ମୟୂରଭଞ୍ଜ ଯାଏଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସେନା ବାହିନୀରେ ନିୟମିତ ନିଯୁକ୍ତି ପାଇଁ ଆଶା ରଖିଥିବା ଯୁବଗୋଷ୍ଠୀ ସହ ଅଗ୍ନିପଥ ଯୋଜନା ଦ୍ୱାରା ଅନ୍ୟାୟ କରାଯାଇଥିବା ସେ କହିଛନ୍ତି। ଖଡଗେ ଚିଠିରେ କହିଛନ୍ତି, “ସେନା ବାହିନୀରେ ନିୟମିତ ନିଯୁକ୍ତି ପ୍ରକ୍ରିୟା ବନ୍ଦ ହୋଇ ଯାଇଥିବାରୁ ପ୍ରାୟ ୨ ଲକ୍ଷ ଯୁବକ ଓ ଯୁବତୀଙ୍କ ଭବିଷ୍ୟତ ଅନିଶ୍ଚିତା ମଧ୍ୟକୁ ଠେଲି ହୋଇଯାଇଛି।”
ରାଷ୍ଟ୍ରପତି ଭାରତୀୟ ସେନା ବାହିନୀର ସୁପ୍ରିମ କମାଣ୍ଡର। ତେଣୁ ଖଡଗେ ଆଜି ତାଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ ଆହୁରି ଦାବି କରିଛନ୍ତି ଯେ ଯୁବକଯୁବତୀମାନେ ଅନେକ ବର୍ଷ ଧରି ସେମାନଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଉଦ୍ୟମ କରି ଚାଲିଛନ୍ତି। ହେଲେ ନିଯୁକ୍ତି ପ୍ରକ୍ରିୟା ବନ୍ଦ ହୋଇଯିବାରୁ ସେମାନେ ହତାଶ ହେଉଛନ୍ତି।
ଅସହାୟ ଅନୁଭବ କରୁଛନ୍ତି। ଏଥିପାଇଁ ଆତ୍ମହତ୍ୟା ଭଳି ଘଟଣା ମଧ୍ୟ ଘଟୁଛି। ଆମ ଯୁବଗୋଷ୍ଠୀଙ୍କୁ ଏପରି ହଇରାଣ ହେବାକୁ ଆମେ ଅନୁମତି ଦେଇ ପାରିବା ନାହିଁ। ତେଣୁ ସମସ୍ତଙ୍କୁ କେମିତି ନ୍ୟାୟ ମିଳିବ, ତା’କୁ ନିଶ୍ଚିତ କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ବୋଲି ଖଡଗେ ଚିଠିରେ କହିଛନ୍ତି।
ସେନା ବାହିନୀରେ ଅଗ୍ନିବୀରଙ୍କୁ ଅସ୍ଥାୟୀ ରୂପେ ନିଯୁକ୍ତି ଦେବାକୁ କେନ୍ଦ୍ର ସରକାର ୨୦୨୨ ମସିହା ଜୁନ ମାସରେ ଅଗ୍ନିପଥ ଯୋଜନା ଲାଗୁ କରିଥିଲା। ୧୭ ବର୍ଷରୁ ୨୧ ବର୍ଷର ଯୁବକ/ଯୁବତୀମାନଙ୍କୁ ପ୍ରଥମେ ସେନା ବାହିନୀରେ ସାମିଲ କରାଯିବ।
ଏହାର ୪ ବର୍ଷ ପରେ ନିଯୁକ୍ତି ପାଇଥିବା ୭୫% ପିଲାଙ୍କୁ ସେନା ବାହିନୀରୁ ବାହାର କରାଯିବ। ବାକି ୨୫% ପିଲା ସେନା ବାହିନୀରେ ସ୍ଥାୟୀ ନିଯୁକ୍ତି ପାଇବେ। ସେନା ବାହିନୀରେ ଏପରି ଅସ୍ଥାୟୀ ନିଯୁକ୍ତିକୁ ବିଭିନ୍ନ ମହଲରେ ବିରୋଧ କରାଯାଇଥିଲା।
ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ପ୍ରସ୍ତୁତ ଆରମ୍ଭ କରିଦେଇଛି କମିଶନରେଟ୍ ପୁଲିସ। ୪ ଦିନିଆ ଓଡ଼ିଶା ଗସ୍ତ ସମୟରେ ରାଷ୍ଟ୍ରପତି ବିଭିନ୍ନ ସ୍ଥାନରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପୂର୍ବରୁ ବ୍ଲୁ ବୁକ୍ ଆଧାରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରୁଟ୍ ଲାଇନଠାରୁ ଆରମ୍ଭ କରି କାରକେଡ୍, ଟ୍ରାଫିକ ଓ ପାକିଂ ପାଇଁ ବ୍ୟବସ୍ଥା ହୋଇଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।
ଡିସିପି କହିଛନ୍ତି ଯେ, ରାଷ୍ଟପ୍ରତିଙ୍କ ସୁରକ୍ଷା ପାଇଁ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏହାସହ ନିରୀକ୍ଷଣ ଦାୟିତ୍ୱରେ ରହିବେ ୮୫ ଜଣ ଅଫିସର୍। ୩ଟି କ୍ୱିକ୍ ରେସ୍ପନ୍ସ ଟିମ, ୨ଟି ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ୍ ସୁରକ୍ଷା ଦାୟିତ୍ୱରେ ରହିବେ।
ସେହିପରି ୧୨ ଅତିରିକ୍ତ ଡିସିପି, ୨୫ ଏସିପି, ୪୦ ଇନ୍ସପେକ୍ଟର ଓ ୧୨୦ ଜଣ ଏସ୍ଆଇ ଓ ଏଏସଆଇ ଦାୟିତ୍ୱରେ ରହିବେ। ୧୬୦ ଟ୍ରାଫିକ ଓ ୧୫୦ ହୋମଗାର୍ଡ ବି ସୁରକ୍ଷାରେ ନିୟୋଜିତ ହେବେ। ରାଷ୍ଟ୍ରପତିଙ୍କ ବ୍ଲୁ ବୁକ୍ ଗାଇଡଲାଇନ୍ ମୁତାବକ ପୁରା ସହରକୁ ପୁଲିସ ଛାଉଣୀରେ ପରିଣତ କରାଯିବ।
ରାଷ୍ଟ୍ରପତିଙ୍କ ସମସ୍ତ କାର୍ଯ୍ୟକ୍ରମ ସଡ଼କ ପଥରେ ରହିଥିବାରୁ ସେହି ଅନୁସାରେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ତେବେ ୨୭ ତାରିଖରେ କାରକେଡ୍ ରିହର୍ସାଲ ହେବ ବୋଲି ଜଣାଯାଇଛି।
ରାଷ୍ଟ୍ରପତି ମାର୍ଚ୍ଚ ୨ ତାରିଖରେ ସନ୍ଥକବି ଭୀମ ଭୋଇଙ୍କ ମଧୁପୁର ସ୍ଥିତ ଜ୍ଞାନ ପ୍ରାପ୍ତି ପୀଠକୁ ଆସିବେ। ମଧ୍ୟାହ୍ନ ୧୨.୧୦ରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ପୀଠରେ ରହିବେ। ତା’ପରେ ସେ କନ୍ଧରା ସ୍ଥିତ ଭୀମଭୋଇଙ୍କ ଦିବ୍ୟ ଜ୍ୟୋତି ଦର୍ଶନ ପୀଠକୁ ଯିବେ। ସେଠାରେ ସେ ୧୨.୪୫ରୁ ୧.୦୫ ପର୍ଯ୍ୟନ୍ତ ରହିବେ। ପରେ ରାଷ୍ଟ୍ରପତି ରେଢ଼ାଖୋଲ ସ୍ଥିତ ମିନି ଷ୍ଟାଡିୟମକୁ ଯିବେ। ଅପରାହ୍ନ ୩.୧୫ରୁ ୪.୧୫ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ‘ମହିମା ସାଧୁସନ୍ଥ’ ସମ୍ମିଳନୀରେ ଉଦ୍ବୋଧନ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଜ୍ଞାନ ପ୍ରାପ୍ତି ପୀଠ ଓ ସ୍ମୃତି ପୀଠର ସାଧୁସନ୍ଥଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି।
ରିପୋର୍ଟ- ରେଢ଼ାଖୋଲରୁ ରମାକାନ୍ତ ମହାନନ୍ଦ
ଏହା ପୂର୍ବରୁ ଆଜି ଉଭୟ ଲୋକସଭା ଓ ରାଜ୍ୟସଭାକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ରାଷ୍ଟ୍ରପତି ନିଜ ଅଭିଭାଷଣରେ ଯାହା କହିଛନ୍ତି ତାହାକୁ ଚୁମ୍ବକରେ ପଢ଼ନ୍ତୁ ।
*ନୂଆ ସଂସଦ ଭବନରେ ମୋର ପ୍ରଥମ ଅଭିଭାଷଣ
*ନୂଆ ଭାରତ, ଶ୍ରେଷ୍ଠ ଭାରତ ସଂକଳ୍ପ ପାଇଁ ଆହ୍ୱାନ
*ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ପୂରଣ ହୋଇଛି
*୭୦ ହଜାରରୁ ଊର୍ଦ୍ଧ୍ୱ ଅମୃତ ସରୋବର ହୋଇଛି
*ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତି ଗୌରବ ଦିବସ ଘୋଷଣା ହୋଇଛି
*ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ବିଶ୍ୱର ପ୍ରଥମ ରାଷ୍ଟ୍ର
*ଐତିହାସିକ ଜି-୨୦ ସମ୍ମିଳନୀ ଆଯୋଜନ କରିଛି
*ପ୍ରଥମ ଥର ଏସୀୟ କ୍ରୀଡ଼ାରେ ଶହେ ପଦକ ଜିତିଛି ଭାରତ
*ରାମ ମନ୍ଦିର ଆକାଂକ୍ଷା ପୂରଣ ହୋଇଛି
*ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହୋଇଛି
*୩ ତଲାକ୍ ବିଲ୍ ମଧ୍ୟ ଆଇନରେ ପରିଣତ ହୋଇଛି
*୨୫ କୋଟି ଦେଶବାସୀ ଦାରିଦ୍ର୍ୟରୁ ବାହାରିଛନ୍ତି
*୧ କୋଟି ୪୦ ଲକ୍ଷ ଲୋକ GST ଦେଉଛନ୍ତି
*୮ କୋଟି ଲୋକ ITR ଦାଖଲ କରୁଛନ୍ତି- ରାଷ୍ଟ୍ରପତି
*ଆଜି ଭାରତର ଅର୍ଥ ବ୍ୟବସ୍ଥା ଶ୍ରେଷ୍ଠ ୫ରେ
*ପୂର୍ବ ତୁଳନାରେ FDI ଦୁଇ ଗୁଣା ହୋଇଛି
*ଭୁଶୁଡ଼ି ପଡ଼ିଥିବା ବ୍ୟାକିଂ ସିଷ୍ଟମ ଆଜି ବିଶ୍ୱରେ ସବୁଠୁ ଶକ୍ତିଶାଳୀ
*ଭାରତ ବିଶ୍ୱର ସବୁଠୁ ବଡ଼ ମୋବାଇଲ୍ ଉତ୍ପାଦନକାରୀ ରାଷ୍ଟ୍ର
*ଆଜି ୧ ଲକ୍ଷରୁ ଅଧିକ ଷ୍ଟାର୍ଟ ଅପ୍ ବ୍ୟବସ୍ଥା କାମ କରୁଛି
*ମେକ୍ ଇନ୍ ଇଣ୍ଡିଆ ସବୁଠୁ ବଡ଼ ଅଭିଯାନ ପାଲଟିଛି
*ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ରେ ଲଗାତାର ସୁଧାର
*MSMEର ପରିଭାଷା ବିସ୍ତାରିତ, ୫ ଲକ୍ଷ କୋଟିର ଗ୍ୟାରେଣ୍ଟି
*ଡିଜିଟାଲ୍ ଇଣ୍ଡିଆ ଭାରତର ବଡ଼ ଉପଲବ୍ଧି
*ଡିଜିଟାଲ୍ ଇଣ୍ଡିଆ ପାଇଁ ବ୍ୟାକିଂ ବ୍ୟବସ୍ଥା ସହଜ ହୋଇଛି
*ଆୟୁଷ୍ମାନ ଭାରତରେ ୫୩ କୋଟି ଭାରତୀୟଙ୍କ ଆଇଡି ବନିଛି
*ଏୟାରପୋର୍ଟ ସଂଖ୍ୟା ୭୪ରୁ ବଢ଼ି ୧୪୯ ହୋଇଛି
*୨ ଲକ୍ଷ ପଞ୍ଚାୟତକୁ ଅପ୍ଟିକାଲ ସଂଯୋଗ ହୋଇଛି
*୧୦ ହଜାର କିମି ଗ୍ୟାସ୍ ପାଇପ୍ ଲାଇନ୍ ବଢ଼ିଛି
*୫ ସହରର ମେଟ୍ରୋ ସୁବିଧା ୨୫ ସହରକୁ ବଢ଼ିଛି
*ରେଲୱେ ବିଦ୍ୟୁତକରଣ ଶହେ ପ୍ରତିଶତର ନିକଟତର
*୧୩୦୦ ଷ୍ଟେସନର କାୟାକଳ୍ପ ସ୍ଥିର ହୋଇଛି
*କରୋନା କାଳରୁ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି
*ଆହୁରି ୫ ବର୍ଷ ପାଇଁ ଏହାକୁ ବୃଦ୍ଧି କରାଯାଇଛି
*ଯୁବକ, ନାରୀ, ଚାଷୀ, ଗରିବ ବିକଶିତ ଭାରତର ୪ଟି ସ୍ତମ୍ଭ
*ଉଜ୍ଜ୍ବଳା ପାଇଁ ୨.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି
*୧୧ କୋଟି ଲୋକଙ୍କ ଘରେ ନଳ ଯୋଗେ ଜଳ ପହଞ୍ଚିଛି
* ଏଥର ସାଧାରଣତନ୍ତ୍ର ଦିବସରେ ଦୁନିଆ ନାରୀ ଶକ୍ତି ଦେଖିଛି
*୩ ସେନା ବାହିନୀରେ ନାରୀ ଶକ୍ତି ପ୍ରଦର୍ଶନ କରିଛନ୍ତି
*୨ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ପାଇଁ ଉଦ୍ୟମ ଚାଲିଛି
* ପ୍ରଥମ କରି ମହିଳାଙ୍କୁ ସେନାରେ ସ୍ଥାୟୀ କମିଶନ ପଦ ମିଳିଛି
*ପ୍ରଥମ କରି ନୌସେନାରେ ମଧ୍ୟ କମାଣ୍ଡର କାର୍ଯ୍ୟ କରୁଛନ୍ତି
* ସବୁ କ୍ଷେତ୍ରରେ ନାରୀଙ୍କ ଭାଗିଦାରୀ ବଢ଼ିଛି
* ଚାଷୀଙ୍କ ପାଇଁ ସରକାର ଅନେକ ଜନକଲ୍ୟାଣ ଯୋଜନା ଆଣିଛନ୍ତି
*MSP ବାବଦରେ ଚାଷୀଙ୍କ ପାଇଁ ୧୮ ଲକ୍ଷ କୋଟି ଖର୍ଚ୍ଚ ହୋଇଛି
* MSP ପ୍ରାୟତଃ ଅଢ଼େଇ ଗୁଣ ବୃଦ୍ଧି କରାଯାଇଛି
*ହଜାରେ ଆଦିବାସୀ ଗାଁକୁ ପ୍ରଥମ କରି ବିଜୁଳି ଓ 4G ସଂଯୋଗ
* ଆଦିବାସୀଙ୍କ ପାଇଁ ୧୦ଟି ସ୍ୱତନ୍ତ୍ର ସଂଗ୍ରହାଳୟ ହୋଇଛି
* ବିଶ୍ୱକର୍ମା ଯୋଜନାରେ ୮୪ ଲକ୍ଷ ଲୋକ ଯୋଡ଼ି ହୋଇଛନ୍ତି
* ଫୁଟପାଥ ଲୋକଙ୍କ ପାଇଁ ପିଏମ୍ ସ୍ୱନିଧି ଯୋଜନା ହୋଇଛି
* ଶହେ ଆକାଂକ୍ଷୀ ଜିଲ୍ଲାରେ ବିକାଶ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
* ସାରା ଦେଶରେ ନକ୍ସଲବାଦ କମିଛି
* ସୀମାବର୍ତ୍ତୀ ଅଞ୍ଚଳରେ ଭିତ୍ତିଭୂମି ଉପରେ ଗୁରୁତ୍ୱ
* ସୀମାନ୍ତ ଗାଁକୁ ଶେଷ ନୁହେଁ, ପ୍ରଥମ ଗାଁ ଭାବେ ଦେଖୁଛୁ
* ଭିତ୍ତିଭୂମି ବିକାଶ ପାଇଁ ବିଶ୍ୱବାସୀଙ୍କ ଆସ୍ଥା ବଢ଼ିଛି
* ସ୍ଥିର ସରକାର ଯୋଗୁଁ ବିକାଶ ଦ୍ରୁତ ଗତିରେ ଆଗେଇଛି
* ଆତଙ୍କବାଦ ଓ ବିସ୍ତାରବାଦର ଜବାବ ଦେଉଛନ୍ତି ସେନା ବାହିନୀ
* ଜମ୍ମୁ କଶ୍ମୀରରେ ଶାନ୍ତି ଫେରିଛି
* ମେକ୍ ଇନ୍ ଇଣ୍ଡିଆ ଗ୍ଲୋବାଲ୍ ବ୍ରାଣ୍ଡ୍ ପାଲଟିଛି
*ଦେଶରେ ବିଦ୍ୟୁତଚାଳିତ ଗାଡ଼ି ନିର୍ମାଣ ହେଉଛି
*୧୦ ବର୍ଷରେ ୧୧ ନୂଆ ସୋଲାର ପାର୍କ ନିର୍ମାଣ ହୋଇଛି
*ଭାରତକୁ ମହାକାଶ ବିଜ୍ଞାନରେ ବଡ଼ ଶକ୍ତି କରିବାକୁ କାମ ଚାଲିଛି
*ଖୁବଶୀଘ୍ର ଗଗନଯାନ ମହାକାଶକୁ ଯିବ
* ଡିଜିଟାଲ ଇଣ୍ଡିଆ ଜରିଆରେ ବହୁସଂଖ୍ୟକ ଯୁବକଙ୍କୁ ନିଯୁକ୍ତି ମିଳିବ
* କୃଷି, ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ AIକୁ କାର୍ଯ୍ୟରେ ଲଗାଯିବ
* ମୋ ସରକାର କାଳରେ ଡ୍ରପ୍ ଆଉଟ୍ ହାର ହ୍ରାସ ପାଇଛି
* ନାମଲେଖାରେ ଆଦିବାସୀ, ଓବିସିଙ୍କ ସଂଖ୍ୟା ବଢ଼ିଛି
* ୧୦ ବର୍ଷରେ ୧୬ ଏମ୍ସ, ୩୫୦ ମେଡିକାଲ କଲେଜ ହୋଇଛି
* MBBS ନାମଲେଖା ସିଟ୍ ସଂଖ୍ୟା ଦୁଇ ଗୁଣା ହୋଇଛି
* ନର୍ଥ ଇଷ୍ଟରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ପହଞ୍ଚିଛନ୍ତି
* ତୀର୍ଥ ଓ ଐତିହାସିକ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଉଛି
* ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ୫ ଦିନରେ ୧୩ ଲକ୍ଷ ଶ୍ରଦ୍ଧାଳୁ ଯାଇଛନ୍ତି
* ବିଗତ ଋତୁରେ କାଶୀକୁ ୮.୫ କୋଟି, ମହାକାଳୀ ୫ କୋଟି ଦର୍ଶନ
*କ୍ରୀଡ଼ା କ୍ଷେତ୍ରରେ ଭାରତର ସାମର୍ଥ୍ୟ ବଖାଣିଲେ ରାଷ୍ଟ୍ରପତି
* କୋଭିଡରେ ଭାରତ ବିଶ୍ୱ ମିତ୍ରର ଭୂମିକା ତୁଲାଇଛି
* G-20 ଅଧ୍ୟକ୍ଷତା ଏହାର ଉଦହାରଣ
* ଦେଶବ୍ୟାପୀ ଏହାର ଆୟୋଜନର ପ୍ରଶଂସା ସାଉଁଟିଛି
* ଏଥିସହ ଦିଲ୍ଲୀ ଘୋଷଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି
* ପ୍ରଥମ କରି ଆଫ୍ରିକୀୟ ରାଷ୍ଟ୍ର ସଂଘକୁ ସାମିଲ୍ କରାଯାଇଛି
* ଆତଙ୍କବାଦ ବିରୋଧରେ ଭାରତର ଅଭିଯାନକୁ ସମସ୍ତଙ୍କ ତାରିଫ୍
* ବିଶ୍ୱର ଯେକୌଣସି ସଙ୍କଟ ଦୂର ପାଇଁ ଭାରତ ଅଗ୍ରସର
* ଯୋଗ, ପ୍ରାଣାୟାମକୁ ସାରା ବିଶ୍ୱରେ ପହଞ୍ଚାଇଛି ଭାରତ
* UNର ୧୩୫ ରାଷ୍ଟ୍ର ମିଳିତ ଭାବେ ଯୋଗ କରିଛନ୍ତି
* ଦଶନ୍ଧିର ପ୍ରତୀକ୍ଷା ପରେ ରାମଲାଲା ଭବ୍ୟ ମନ୍ଦିରରେ ବିରାଜମାନ
* ଏହା କୋଟି କୋଟି ଭାରତୀୟଙ୍କ ଆସ୍ଥା
* ରାମ ମନ୍ଦିର ସ୍ୱପ୍ନ ବାସ୍ତବ ରୂପ ନେଇଛି
* ଆସ୍ଥାର ଉତ୍ସବ ପୂରା ଉତ୍ସାହର ସହ ପାଳନ ହେଲା
* ଜାନୁଆରୀ ୨୨ ଏକ ଐତିହାସିକ ଦିନ ହୋଇ ରହିବ
* ପ୍ରାଣ ପ୍ରତିଷ୍ଠା ପରେ ୫ ଦିନରେ ୧୩ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ରାମ ମନ୍ଦିର ଯାଇଛନ୍ତି
ମହାମହୀମ ରାଷ୍ଟ୍ରପତି କହିଛନ୍ତି, ଗଣତନ୍ତ୍ର ଦିବସ ଆମ ମୂଲ୍ୟବୋଧକୁ ମନେ ପକାଇବାର ଅବସର। ଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟ ମନ୍ଦିର ଓ ପ୍ରାଣ ପ୍ରତିଷ୍ଠା ହୋଇଛି। ଉଚିତ ନ୍ୟାୟିକ ପ୍ରକ୍ରିୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ନ୍ୟାୟିକ ପ୍ରକ୍ରିୟା ଉପରେ ଦେଶବାସୀଙ୍କ ଅଗାଧ ବିଶ୍ୱାସ ପ୍ରମାଣିତ ହେଲା। ନାରୀ ଶକ୍ତି ବନ୍ଦନ ଅଧିନିୟମ ନାରୀ ସଶକ୍ତୀକରଣର ଏକ ମାଇଲଖୁଣ୍ଟ ପାଲଟିଛି ବୋଲି ରାଷ୍ଟ୍ରପତି କହିଛନ୍ତି।
ରାଷ୍ଟ୍ରପତି ଆହୁରି କହିଛନ୍ତି, ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତର ଅବତରଣ ବଡ଼ ଉପଲବ୍ଧି ଆଣିଛି। ଆଦିତ୍ୟ ଏଲ୍ -୧ର ସଫଳତା ଆମକୁ ନୂଆ ସୋପାନକୁ ନେଇଛି। ଅନ୍ତରୀକ୍ଷ ବିଜ୍ଞାନରେ ଭାରତର ସଫଳତା ଯୁବଶକ୍ତିଙ୍କୁ ଉତ୍ସାହିତ କରିଛି। ଆୟୁଷ୍ମାନ ଭାରତ ଯୋଜନାରେ ସବୁ ଲାଭାର୍ଥୀଙ୍କୁ ସାମିଲ କରିବା ଲକ୍ଷ୍ୟ। ଆମ ଖେଳାଳିମାନେ ପାରଦର୍ଶିତା ଲାଭ କରି ଦେଶର ସମ୍ମାନ ବଢ଼ାଇଛନ୍ତି। ଆଗାମୀ ପ୍ୟାରିସ ଅଲିମ୍ପିକରେ ଆମ ଖେଳାଳି ଅଧିକ ସଫଳ ହେବା ଆଶା। ଜଳବାୟୁ ପରିବର୍ତ୍ତନ ଚାଲେଂଜକୁ ସାମ୍ନା କରିବାକୁ ବ୍ୟକ୍ତିଗତ ପ୍ରଚେଷ୍ଟା ଲୋଡ଼ା। ଏଆଇକୁ ନେଇ ଯୁବବର୍ଗ ମଧ୍ୟରେ ନୂଆ ସମ୍ଭାବନା, ଉତ୍ସାହ ଦେଖାଦେଇଛି। ନିରବରେ ପରିଶ୍ରମ କରିଚାଲିଥିବା କୃଷକ ବର୍ଗଙ୍କୁ ସମ୍ମାନ ଜଣାଇଲେ ରାଷ୍ଟ୍ରପତି। କୃଷକ, ସୈନିକଙ୍କୁ ସମ୍ମାନ ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଆଇଆଇଟି ଖଡ଼ଗପୁରର ୬୯ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଶ୍ରୀମତି ମୁର୍ମୁ କହିଛନ୍ତି, କୌଣସି ପ୍ରତିଯୋଗିତାରେ ସାମିଲ ହୋଇ ତାଲିକାଭୁକ୍ତ ହେବା ଅପେକ୍ଷା ଭଲ ମାନର ଶିକ୍ଷା ନିହାତି ଆବଶ୍ୟକ। ମାତ୍ର ତାଲିକାଭୁକ୍ତ ହେବା ପରେ ହିଁ ଏହା ବହୁ ସଂଖ୍ୟାରେ ଛାତ୍ର ତଥା ଶିକ୍ଷକଙ୍କୁ ଆକୃଷ୍ଟ କରିଥାଏ । ଏଥିସହ ଏହା ଦେଶର ସମ୍ମାନକୁ ବିଶ୍ୱ ଦରବାରରେ ବହୁଗୁଣିତ କରିଥାଏ।
କିନ୍ତୁ କ୍ଷୋଭର ବିଷୟ ଭାରତ ପରି ବିଶାଳ ଦେଶର ଗୋଟିଏ ବି ଶିକ୍ଷାନୁଷ୍ଠାନ ସମଗ୍ର ବିଶ୍ୱର ଟପ୍ମୋଷ୍ଟ ତାଲିକାର ୫୦ତମ ରାଙ୍କ ଭିତରେ ସାମିଲ ହୋଇ ପାରି ନାହିଁ। ଏହା ଗଭୀର ଚିନ୍ତାର ବିଷୟ ।
ଆଇଆଇଟି ଖଡ଼ଗପୁର ସମଗ୍ର ଦେଶର ବହୁ ପୁରାତନ ବୈଷୟିକ ଅନୁଷ୍ଠାନ ହୋଇଥିବା ବେଳେ ନୂଆ ନୂଆ ଉଦ୍ଭାବନ ଓ ବୈଷୟିକ ଶିକ୍ଷା ଉପରେ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବା ଉଚିତ । ବୈଷୟିକ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ନିମନ୍ତେ ଏହି ଶିକ୍ଷାନୁଷ୍ଠାନ ବୈପ୍ଳବିକ ଓ ଯୁଗାନ୍ତକାରୀ ପଦକ୍ଷେପ ଉଠାଇବା ଜରୁରୀ ବୋଲି କହିଛନ୍ତି ରାଷ୍ଟ୍ରପତି ।
ଏହି ଶିକ୍ଷାନୁଷ୍ଠାନ ବିଶ୍ୱର ବହୁ ପ୍ରମୁଖ ଶିକ୍ଷାନୁଷ୍ଠାନ ସହ ମିଶି ନୂଆ ନୂଆ ଉଦ୍ଭାବନା କରୁଛି। ଏହା ଆଇଆଇଟି ଖଡଗପୁରକୁ ବିଶ୍ୱ ଦରବାରରେ ପରିଚିତ କରାଇବା ସହ ଭାରତର ଶିକ୍ଷା ବ୍ୟବସ୍ଥାକୁ ଅନ୍ତର୍ଜୀତୀୟ ମଞ୍ଚରେ ପରିଚୟ ହାସଲ କରି ପାରିବ। ତେଣଉ ବୈଷୟିକ ଜ୍ଞାନ ଆହରଣ କରିବା ସମସ୍ତ ମୌଳିକ ଅଧିକାର ହେବା ଉଚିତ ବୋଲି ସେ କହିଛନ୍ତି।
ଏଥିସହ ରାଷ୍ଟ୍ରପତି କହିଛନ୍ତି, ବୈଷୟିକ ଜ୍ଞାନ କୌଶଳ ସମାଜରେ ସମାନତା ରକ୍ଷା କରିବା ସହ ସାମାଜିକ ନ୍ୟାୟ ପ୍ରଦାନରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ତେଣୁ ବୈଷୟିକ ଜ୍ଞାନ ଆହରଣ କରିବା ସମସ୍ତଙ୍କ ମୌଳିକ ଅଧିକାର ହେବା ଉଚିତ । ଏପରି ସ୍ଥିତିରେ ଭାରତ ଏବେ ଏକ ନୂଆ ଶକ୍ତି ହୋଇ ସମଗ୍ର ବିଶ୍ୱରେ ମୁଣ୍ଡ ଟେକୁଥିବା ବେଳେ ନୂଆ ନୂଆ କୀର୍ତ୍ତିମାନ ବି ଛିଡ଼ା କରୁଛି।
ବୈଷୟିକ ଜ୍ଞାନ କୌଶଳର ଆମ ଜୀବନ ଉପରେ ପ୍ରଭାବର ଏକ ଉଦାହରଣ ଦେଇ ରାଷ୍ଟ୍ରପତି କହିଛନ୍ତି, ଡିଜିଟାଲ ପେମେଣ୍ଟ ଆମ ଜୀବନଯାପନକୁ ଅଧିକ ସରଳ କରି ଦେବା ସହ ବ୍ୟବସାୟୀଙ୍କ ପାଇଁ ଲାଭଦାୟକ ସାଜୁଛି।
ଏଥିସହ ସେ କହିଛନ୍ତି, ୧୫୦, ୨୦୦ ବର୍ଷ ତଳେ ଯେଉଁ ରୋଗ ଦୁରାସାଧ୍ୟ ଥିଲା ଏବେ ମାଗଣାରେ ତାହା ଚିକିତ୍ସା ସୁବିଧା ଉପଲବ୍ଧ ହେଉଛି। ତେଣୁ ଜୀବନକୁ ସରଳ, ସୁନ୍ଦର କରିବା ପାଇଁ ବୈଷୟିକ ଜ୍ଞାନ କୌଶଳ ନିହାତି ଆବଶ୍ୟକ ।
ଆଇଆଇଟି ଖଡଗପୁରର ସମାବର୍ତ୍ତନ ଉତ୍ସବରେ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୨୧% ଯୁବତୀ । ତେବେ ଯୁବତୀଙ୍କ ସଂଖ୍ୟା ଆହୁରି ବଢ଼ିବା ଉଚିତ ବୋଲି ମତପୋଷଣ କରିଛନ୍ତି ରାଷ୍ଟ୍ରପତି ।
ଆଜି ରାତିରେ ସେଠାରେ ବିଶ୍ରାମ ନେବେ। ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ ନିକଟ ହେଲିପ୍ୟାଡରେ ସେନା ହେଲିକପ୍ଟର ମକଡ୍ରିଲ୍ କରିବା ସହ କାରକେଡ ରିହର୍ସାଲ ହୋଇଛି। ହେଲିପ୍ୟାଡରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମସ୍ଥଳ ପର୍ଯ୍ୟନ୍ତ ଏସପିଙ୍କ ସମେତ ୫ କମାଣ୍ଡାଣ୍ଟ ରାଙ୍କ ଅଫିସର, ୧୩ ଜଣ ଡିଏସପି ଓ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। କୋଷ୍ଟଗାର୍ଡ ପକ୍ଷରୁ ପାଟ୍ରୋଲିଂ ମଧ୍ୟ କରାଯିବ। ସକାଳ ୧୦ଟାରେ ବୋଇତ ବନ୍ଦାଣ ଉତ୍ସବ ଆରମ୍ଭ ହେବ। ଏହାପରେ ସାଧବ ପୁଅଙ୍କୁ ବୋଇତରେ ମେଲାଣି ଦେଇ କୋଷ୍ଟଗାର୍ଡ ଜାହାଜ 'ଅମୋଘ'ରେ ରାଷ୍ଟ୍ରପତି ପୋତାଶ୍ରୟ ବୁଲିବା କାର୍ଯ୍ୟକ୍ରମ ରହିଛି।
Governor of Odisha Shri Raghubar Das, Chief Minister Shri Naveen Patnaik and Union Minister of State for Tribal Affairs and Jal Shakti Shri Bishweswar Tudu received President Droupadi Murmu on her arrival at Bhubaneshwar. pic.twitter.com/kjhFVLMbLf
— President of India (@rashtrapatibhvn) November 26, 2023
ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ପାରାଦୀପରେ ଗୋପବନ୍ଧୁ ଷ୍ଟାଡିୟମ ନିକଟ ହେଲିପ୍ୟାଡରେ ସେନା ହେଲିକପ୍ଟର ମକଡ୍ରିଲ୍ କରିଛି। କେନ୍ଦ୍ରାଞ୍ଚଳ ଆଇଜି ଆଶିଷ କୁମାରସିଂ ମଧ୍ୟ ପାରାଦୀପରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଆଜି ପୁଣି ଥରେ ସ୍ପଟ୍ ରିହର୍ସଲ କରିବ ପୁଲିସ। ହେଲିପ୍ୟାଡରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମସ୍ଥଳ ପର୍ଯ୍ୟନ୍ତ ମୁତୟନ ରହିବେ ପୁଲିସ ଫୋର୍ସ। ଏସପିଙ୍କ ସମେତ ୫ କମାଣ୍ଡାଣ୍ଟ ରାଙ୍କ୍ ଅଫିସର, ୧୩ ଡିଏସପି ଏବଂ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ।
ସୂଚନାଯୋଗ୍ୟ,ସେପ୍ଟେମ୍ବର ୨୦ ତାରିଖରେ ରାଷ୍ଟ୍ରପତି ଦୁଇ ଦିନିଆ ଓଡ଼ିଶା ଗ୍ରସ୍ତରେ ଆସିଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପ୍ରକଳ୍ପର ଉଦଘାଟନ କରିଥିଲେ। ଏହାସହ ମା’ ସମଲେଇଙ୍କ ଦର୍ଶନ କରିଥିଲେ।
ଆଜି ଗୋପବନ୍ଧୁ ଷ୍ଟାଡିୟମ ନିକଟ ହେଲିପ୍ୟାଡରେ ସେନା ହେଲିକପ୍ଟର ମକଡ୍ରିଲ୍ କରିଛି। କେନ୍ଦ୍ରାଞ୍ଚଳ ଆଇଜି ଆଶିଷ କୁମାର ସିଂ ଆଜି ମଧ୍ୟ ପାରାଦୀପରେ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା ସହ ସମୀକ୍ଷା କରିଛନ୍ତି। ଆଜି ଓ ଆସନ୍ତାକାଲି ସ୍ପଟ୍ ରିହର୍ସଲ କରିବ ପୁଲିସ। ହେଲିପ୍ୟାଡରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମସ୍ଥଳ ପର୍ଯ୍ୟନ୍ତ ମୁତୟନ ରହିବେ ପୁଲିସ ଫୋର୍ସ। ଏସପିଙ୍କ ସମେତ ୫ କମାଣ୍ଡାଣ୍ଟ ରାଙ୍କ ଅଫିସର, ୧୩ ଡିଏସପି ଓ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ।
୧୯୩୨ ମସିହାରୁ ରେଳସେବା ମାନଚିତ୍ରରେ ଯୋଡ଼ି ହେବା ସହ କେବଳ ପାସେଞ୍ଜର ଟ୍ରେନରେ ଯାତ୍ରା କରୁଥିଲେ ମୟୂରଭଞ୍ଜର ବାଦାମପାହାଡ଼ବାସୀ। ଆଜିଠୁ କିନ୍ତୁ ବାଦାମପାହାଡ଼ରୁ ରାଉରକେଲା ଏବଂ ସାଲିମାରକୁ ୨ଟି ଏକ୍ସପ୍ରେସ ସହ ଟାଟାନଗରକୁ ଗୋଟିଏ ମେମୁରେ ବସି ଯାତ୍ରା କରିବାର ସୁଯୋଗ ପାଇଛନ୍ତି। ରାଜ୍ୟପାଳ ରଘୁବର ଦାସଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶ୍ୱର ଟୁଡୁ ଓ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଣିଙ୍କ ଉପସ୍ଥିତିରେ ପତାକା ଦେଖାଇ ଏହି ଟ୍ରେନ ସେବାର ଶୁଭାରମ୍ଭ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାପରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସହ ଛାତ୍ରଛାତ୍ରୀଙ୍କୁ ଧରି ବାଦାମପାହାଡ଼ରୁ ୩୨ କିଲୋମିଟର ଦୂର ରାଇରଙ୍ଗପୁର ଯାଏଁ ସାଲିମାର ଏକ୍ସପ୍ରେସରେ ଯାତ୍ରା କରିଥିଲେ ମହାମହିମ।
ରେଳସେବାର ଲୋକାର୍ପଣ ପୂର୍ବରୁ ଗତରାତିରେ ମହୁଲଡିହା ଘରେ ରହିଲେ ରାଷ୍ଟ୍ରପତି। ଭାଇ ଭାଉଜ ଓ ପରିବାର ସହ ରାତି ବିତାଇଥିଲେ। ଏହାପରେ ଆଜି ସକାଳୁ ପ୍ରଥମେ ବାଦାମପାହାଡ଼ ଅଞ୍ଚଳରେ ଥିବା ଶାଶୁଘର ପାହାଡ଼ପୁରକୁ ଯାଇଥିଲେ। ଯିବାବେଳେ ଦିବଙ୍ଗତ ସ୍ୱାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପାହାଡ଼ପୁରରେ ଦକ୍ଷତା ବିକାଶ କେନ୍ଦ୍ରକୁ ଯାଇ ୧୭୧ ଜଣ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ। ପରେ ସ୍ୱାମୀ ଓ ୨ ପୁଅଙ୍କ ସ୍ମୁତିରେ ନିର୍ମିତ SLS ଶିକ୍ଷାନୁଷ୍ଠାନରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ୫ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ପରିଶେଷରେ କୁନି କୁନି ପିଲାଙ୍କୁ ଚକୋଲେଟ୍ ବାଣ୍ଟିଥିଲେ। ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ରାଷ୍ଟ୍ରପତି ଭବନରୁ ଆଣିଥିବା ପୋଷାକ ଓ ଶାଢ଼ୀ ପ୍ରଦାନ କରିଥିଲେ ରାଷ୍ଟ୍ରପତି।
President Droupadi Murmu flagged off three new trains; inaugurated new Rairangpur Postal Division; released a Commemorative Special Cover of Rairangpur Postal Division; and laid foundation stone for redevelopment of Badampahar Railway station from Badampahar Railway station,… pic.twitter.com/cNcF16wQQ5
— President of India (@rashtrapatibhvn) November 21, 2023
ବାଦାମପାହାଡ଼ରୁ ଟ୍ରେନର ଆସି ପହଞ୍ଚିବା ପରେ ରାଇରଙ୍ଗପୁର ଦାଣ୍ଡବୋଷ ହେଲିପ୍ୟାଡକୁ ଯାଉଥିଲେ ମହାମହିମ। ଆଉ ଯିବାବେଳେ ରାସ୍ତାର ଉଭୟ କଡ଼ରେ ଥିବା ସ୍ଥାନୀୟ ଲୋକ, ଛାତ୍ରଛାତ୍ରୀଙ୍କୁ ହାତ ମିଳାଇବା ସହ କଥା ହୋଇଥିଲେ। ପିଲାଙ୍କୁ ଚକୋଲେଟ୍ ଦେଖି ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ଏହାପରେ ଭର୍ଚୁଆଲରେ ଉଦଘାଟନ କରିଥିବା ରାଇରଙ୍ଗପୁର ଡାକମଣ୍ଡଳକୁ ଯାଇଥିଲେ ମହାମହିମ। ସେଠାରୁ ସମ୍ବଲପୁର ଯାଇଥିଲେ ରାଷ୍ଟ୍ରପତି ଦ୍ରୌଦଦୀ ମୁର୍ମୁ।
President Droupadi Murmu inaugurated a Skill Training Centre at Pahadpur in Mayurbhanj district of Odisha and visited SLS Memorial residential school in the same village where she interacted with the students. pic.twitter.com/jmy4PuxKQK
— President of India (@rashtrapatibhvn) November 21, 2023
ଆଜି ଅପରାହ୍ନରେ ସମ୍ବଲପୁର ଯାଇଥିଲେ ରାଷ୍ଟ୍ରପତି। ସେ ପ୍ରଥମେ ବୁର୍ଲା ଭିସୁଟର ୧୫ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନାରୀଙ୍କ ଗରିମା ବଖାଣିଥିଲେ ମହାମହିମ। ତା’ସହ ଛାତ୍ରଛାତ୍ରୀଙ୍କୁ ସବୁ କ୍ଷେତ୍ରରେ ଶକ୍ତିମାନ ହେବା ଲାଗି ଉପଦେଶ ଦେବା ସହ ନିଜ ସାମର୍ଥ୍ୟର ସଦୁପଯୋଗ ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ୨୭ ଜଣ ସ୍ୱର୍ଣ୍ଣ ପଦକ ବିଜେତା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ ରାଷ୍ଟ୍ରପତି।
ସମାବର୍ତ୍ତନ ଉତ୍ସବ ପରେ ଇଷ୍ଟଦେବୀ ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇଥିଲେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ସହ ସାଙ୍ଗରେ ଥିଲେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଟୁକୁନି ସାହୁ, ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ପ୍ରମୁଖ। ରାଷ୍ଟ୍ରପତିଙ୍କ ଦର୍ଶନ କାର୍ଯ୍ୟକ୍ରମ ପାଇଁ ସଂଧ୍ୟାରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଥିଲା। ଆସନ୍ତାକାଲି ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ନ୍ୟାସନାଲ ଏଜୁକେସନ କ୍ୟାମ୍ପେନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଏହି ୨ ଦିନିଆ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଆସନ୍ତାକାଲି ଅପରାହ୍ନ ୪ଟାରେ ରାଷ୍ଟ୍ରପତି ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (VSSUT)ର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ସେହି କାର୍ଯ୍ୟକ୍ରମ ଶେଷ କରି ରାଷ୍ଟ୍ରପତି ସମ୍ବଲପୁର ଅଭିମୁଖେ ବାହାରିବେ। ରାଷ୍ଟ୍ରପତି ସନ୍ଧ୍ୟା ୫ଟା ୨୫ରେ ମା’ ସମଲେଇଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ୫ଟା ୫୫ରେ ସେ ବୁର୍ଲା ଫେରି ଯିବେ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ପ୍ରସ୍ତୁତି ଚାଲିଛି। ଯେଉଁ ପୂଜକଙ୍କ ପାଳି ପଡ଼ିଛି ସେ ଭାରି ଖୁସି ଅଛନ୍ତି। ମହାମହିମଙ୍କୁ ମା’ଙ୍କର ଦର୍ଶନ କରାଇବାର ସୁଯୋଗ ତାଙ୍କୁ ମିଳିଥିବାରୁ ସେ ଭାରି ଖୁସି ଅଛନ୍ତି।
ମା’ ସମଲେଇଙ୍କ ଦର୍ଶନ କରି ରାଷ୍ଟ୍ରପତି ପୁଣି ବୁର୍ଲା ଫେରିଯାଇ ଏମସିଏଲର ଗେଷ୍ଟ ହାଉସରେ ରାତ୍ରୀ ଯାପନ କରିବେ। ତା’ ପରଦିନ ଅର୍ଥାତ୍ ୨୨ ତାରିଖ ଦିନ ସକାଳ ୯ଟାରୁ ୯ଟା ୫୫ ପର୍ଯ୍ୟନ୍ତ ରାଷ୍ଟ୍ରପତି ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାର ମାଝିପାଲି ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପାବନ ସରୋବରରେ ପରିସରରେ ଆୟୋଜିତ ଜାତୀୟ ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ।
ସମ୍ବଲପୁରରୁ ସଞ୍ଜୟ ନାୟକଙ୍କ ରିପୋର୍ଟ
ରାଷ୍ଟ୍ରପତି ସେଠାରେ ପ୍ରଥମେ ବାରିପଦାରେ ୩୬ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବେ। ଏହାପରେ ସର୍କିଟ୍ ହାଉସରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ପରେ କୁଳିଅଣାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଲୋକର୍ପଣ କରିବେ।
ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ହେବା ପରେ ମୟୂରଭଞ୍ଜ ଜିଲ୍ଲାକୁ ଦ୍ୱିତୀୟ ଥର ପାଇଁ ଆସିଛନ୍ତି ଦ୍ରୌପଦୀ ମୁର୍ମୁ। ମାଟିର ଝିଅକୁ ସ୍ୱାଗତ କରିବା ପାଇଁ ସାଧବ ବୋହୁ ପରି ସଜେଇ ହୋଇଛି ବାରିପଦା ଓ ରାଇରଙ୍ଗପୁର।
ଆସନ୍ତାକାଲି ବାଦାମପାହାଡ଼ରୁ ରାଇରଙ୍ଗପୁର ଟ୍ରେନ୍ ଯାତ୍ରାବେଳେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ ରାଷ୍ଟ୍ରପତି। ତାଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ ପ୍ରମୁଖ ସାମିଲ ହେବା କାର୍ଯ୍ୟକ୍ରମ ରହିଛି।
ରାଷ୍ଟ୍ରପତି ହେବା ପରେ ଦ୍ୱିତୀୟ ଥର ପାଇଁ ରାଇରଙ୍ଗପୁର ଯାଉଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେଠି ବି କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବେ ଓ ନିଜ ମହୁଲଡିହା ବାସଭବନରେ ରାତ୍ରୀଯାପନ କରିବେ।
ମଙ୍ଗଳବାର ଶାଶୁଘର ପାହାଡ଼ପୁରରେ ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟନ କରିବାପରେ ସ୍ୱାମୀ ଏବଂ ଦୁଇ ପୁଅଙ୍କ ସ୍ମୃତିରେ ଚାଲିଥିବା ଆବାସିକ ସ୍କୁଲରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ସେହିପରି ରାଇରଙ୍ଗପୁରରେ ପୋଷ୍ଟାଲ ଡିଭିଜନକୁ ଉଦଘାଟନ କରିବେ ରାଷ୍ଟ୍ରପତି। ଯାହାଦ୍ୱାରା ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ୭ଟି ବ୍ଲକର ଲକ୍ଷ ଲକ୍ଷ ଲୋକଙ୍କୁ ଆଉ ୧୦୦ କିଲୋମିଟର ଅତିକ୍ରମ କରି ବାରିପଦା ଆସିବାକୁ ପଡିବନି। ତେଣୁ ସମଗ୍ର ମୟୂରଭଞ୍ଜ ଜିଲ୍ଲାବାସୀ ମହାମହିମଙ୍କୁ ଆସିବା ବାଟକୁ ଉତ୍କଣ୍ଠାରେ ଅପେକ୍ଷା କରିଛନ୍ତି।
ବାରିପଦାରେ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବା ସହ ରାଇରଙ୍ଗପୁରରୁ ୩ଟି ନୂଆ ଟ୍ରେନର ସେ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି। ମାଟିର ଝିଅକୁ ସ୍ୱାଗତ କରିବା ପାଇଁ ସାଧବ ବୋହୁ ପରି ସଜେଇ ହୋଇଛି ବାରିପଦା ଓ ରାଇରଙ୍ଗପୁର।
ଆଜି ନୂଆଦିଲ୍ଲୀରୁ ବାହାରି ପ୍ରଥମେ ପଶ୍ଚିମବଙ୍ଗ କଲେଇକୁଣ୍ଡା ବାୟୁସେନା ବିମାନଘାଟିରେ ଅବତରଣ କରିବ ମ୍ୟାଡମ ପ୍ରେସିଡେଣ୍ଟଙ୍କ ବିମାନ। ସେଠୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଦିନ ୧୧ଟାରେ ବାରିପଦାରେ ଓହ୍ଲାଇବେ ଦେଶର ପ୍ରଥମ ନାଗରିକ। ସେଠାରୁ ସିଧା ଯିବେ ସହିଦ ସ୍ମୃତି ଭବନ। ସେଠି ୩୬ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବେ।
କିଛି ସମୟ ବାରିପଦା ସର୍କିଟ୍ ହାଉସରେ ବିଶ୍ରାମ ନେବା ପରେ ଅପରାହ୍ନ ୨ଟା୩୫ରେ କୁଳିଅଣାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଲୋକର୍ପଣ କରିବେ। ସେଠୁ ରାଇରଙ୍ଗପୁର ଯିବେ। ଆସନ୍ତାକାଲି ରାଇରଙ୍ଗପୁରରୁ ରାଷ୍ଟ୍ରପତି ୩ଟି ନୂଆ ଟ୍ରେନ୍ର ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି।
ଆସନ୍ତାକାଲି ବାଦାମପାହାଡ଼ରୁ ରାଇରଙ୍ଗପୁର ଟ୍ରେନ୍ ଯାତ୍ରାବେଳେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ ରାଷ୍ଟ୍ରପତି। ତାଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ ପ୍ରମୁଖ ସାମିଲ ହେବା କାର୍ଯ୍ୟକ୍ରମ ରହିଛି।
ରାଷ୍ଟ୍ରପତି ହେବା ପରେ ଦ୍ୱିତୀୟ ଥର ପାଇଁ ରାଇରଙ୍ଗପୁର ଯାଉଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେଠି ବି କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବେ ଓ ନିଜ ମହୁଲଡିହା ବାସଭବନରେ ରାତ୍ରୀଯାପନ କରିବେ।
ମଙ୍ଗଳବାର ଶାଶୁଘର ପାହାଡ଼ପୁରରେ ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟନ କରିବାପରେ ସ୍ୱାମୀ ଏବଂ ଦୁଇ ପୁଅଙ୍କ ସ୍ମୃତିରେ ଚାଲିଥିବା ଆବାସିକ ସ୍କୁଲରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ସେହିପରି ରାଇରଙ୍ଗପୁରରେ ପୋଷ୍ଟାଲ ଡିଭିଜନକୁ ଉଦଘାଟନ କରିବେ ରାଷ୍ଟ୍ରପତି। ଯାହାଦ୍ୱାରା ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ୭ଟି ବ୍ଲକର ଲକ୍ଷ ଲକ୍ଷ ଲୋକଙ୍କୁ ଆଉ ୧୦୦ କିଲୋମିଟର ଅତିକ୍ରମ କରି ବାରିପଦା ଆସିବାକୁ ପଡିବନି। ତେଣୁ ସମଗ୍ର ମୟୂରଭଞ୍ଜ ଜିଲ୍ଲାବାସୀ ମହାମହିମଙ୍କୁ ଆସିବା ବାଟକୁ ଉତ୍କଣ୍ଠାରେ ଅପେକ୍ଷା କରିଛନ୍ତି।
ରାଜତନ୍ତ୍ର ଅମଳରେ ଅର୍ଥାତ ୧୯୩୨ ମସିହାରେ ମୟୂରଭଞ୍ଜ ରାଜ୍ୟରେ ଗଡ଼ିଥିଲା ରେଳ। ବାଦାମପାହାଡରୁ ଟାଟାନଗରକୁ ବିଛା ଯାଇଥିଲା ନ୍ୟାରୋ ଗଜ୍ ରେଳ ଧାରଣା। ମୟୂରଭଞ୍ଜ ରାଜାଙ୍କ ଦ୍ୱାରା ରେଳ ପରିଚାଳିତ ହେଉଥିଲା। ମୁଖ୍ୟ ଉଦ୍ଦେଶ୍ୟ ଥିଲା, ବାଦାମପାହାଡ଼ରୁ ଟାଟାନଗର ଓ ଜାମସେଦପୁରକୁ ଖଣିଜ ପଦାର୍ଥ ରତ୍ପାନୀ କରିବା। ପରବର୍ତ୍ତୀ ସମୟରେ ରାଜତନ୍ତ୍ର ହଟିଥିଲା। ଆଉ ଓଡ଼ିଶା ପ୍ରଦେଶରେ ମିଶିଥିଲା ମୟୂରଭଞ୍ଜ ରାଜ୍ୟ। ତା’ପରଠାରୁ ମୟୂରଭଞ୍ଜ ଓଡ଼ିଶା ରାଜ୍ୟର ଗୋଟିଏ ଜିଲ୍ଲାର ମାନ୍ୟତା ପାଇଥିଲା।
ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାର ବଢ଼ିଥିଲା କଳେବର। କଡ଼ ଲେଉଟାଇଥିଲା ମୟୂରଭଞ୍ଜ। ନ୍ୟାରୋ ଗଜ୍ରୁ ବ୍ରୋଡ୍ ଗଜକୁ ରୂପାନ୍ତରିତ ହୋଇଥିଲା ବାଦାମପାହାଡ-ଟାଟାନଗର ରେଳପଥ। ପ୍ରତିଦିନ ଶହ ଶହ ଟନ୍ ଲୁହାପଥର ବୋଝେଇ ହୋଇ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ଟାଟାନଗର, ପଶ୍ଚିମବଙ୍ଗ ଓ ଅନ୍ୟ ଅଞ୍ଚଳକୁ ଗଲା। ହେଲେ ଅଞ୍ଚଳର ଲୋକଙ୍କ ପାଇଁ ପାସେଞ୍ଜର ଟ୍ରେନ୍ଟିଏ ଚାଲୁନଥିଲା। ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକଙ୍କ ଦାବି ଯୋଗୁ ଗଡ଼ିଥିଲା ପାଞ୍ଜର ଟ୍ରେନ୍। ହେଲେ ଦେଖିବାକୁ ପାଇନଥିଲା ଏକ୍ସପ୍ରେସ୍ ଟ୍ରେନ୍।
୯୦ ବର୍ଷ ଭିତରେ ଏକ୍ସପ୍ରେସ ଟ୍ରେନ୍ଟି ଦେଖି ପାରିନଥିଲା ବାଦାମପାହାଡ଼ ରେଳ ଷ୍ଟେସନ୍। ରାଷ୍ଟ୍ରପତି ହେବା ପୂର୍ବରୁ ନିଜ ଅଞ୍ଚଳକୁ ରାଜ୍ୟ ତଥା ଦେଶର ଅନ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ସହ ଏକ୍ସପ୍ରେସ ଟ୍ରେନ୍ ଯୋଗେ ଯୋଡ଼ିବାକୁ ବହୁବାର ଚେଷ୍ଟା କରିଥିଲେ ଦ୍ରୌପଦୀ ମୁର୍ମୁ। ୨୦୦୦ରୁ ୨୦୦୨ ମସିହା ଯାଏଁ ରାଜ୍ୟ ପରିବହନ ମନ୍ତ୍ରୀ ଥିଲା ବେଳେ ବହୁବାର ପ୍ରୟାସ କରିଥିଲେ। ହେଲେ ସାକାର ହୋଇପାରି ନ ଥିଲା ତାଙ୍କ ସ୍ୱପ୍ନ। ଏବେ ରାଷ୍ଟ୍ରପତି ହେବା ପରେ ସେହି ସ୍ୱପ୍ନ ସତ ହେବାକୁ ଯାଉଛି। ଆସନ୍ତା ୨୧ ତାରିଖରେ ବାଦାମପାହାଡ଼ରୁ ରାଉରକେଲା ଓ କୋଲକାତାକୁ ଗଡ଼ିବ ଏକ୍ସପ୍ରେସ ଟ୍ରେନ୍। ଏମିତିକି ତାଙ୍କ ଶ୍ୱଶୁର ଘର ଅଞ୍ଚଳ ବାଦାମପାହାଡ଼ରୁ ଜନ୍ମମାଟି ରାଇରଙ୍ଗପୁର ଦେଇ ଏକ ପାସେଞ୍ଜର ଟ୍ରେନ ମଧ୍ୟ ଚଳାଚଳ କରିବ। ଆଉ ସବୁଠୁ ଖୁସିର କଥା ହେଉଛି, ଏ ସମସ୍ତ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ ଖୋଦ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ରାଷ୍ଟ୍ରପତି କେବଳ ୩ଟି ଟ୍ରେନର ଶୁଭାରମ୍ଭ କରିବେ ତାହା ନୁହେଁ, ସେଥିମଧ୍ୟରୁ ଗୋଟିଏ ଟ୍ରେନର ଯାତ୍ରା ମଧ୍ୟ କରିବେ। କୋଲକାତାକୁ ଯୋଡ଼ିବାକୁ ଥିବା ବାଦାମପାହାଡ଼ ସାଲିମାର ଏକ୍ସପ୍ରେସର ଏସି-୧ କୋଚରେ ରାଇରଙ୍ଗପୁର ଯାଏଁ ପାଖାପାଖି ୩୨ କିଲୋମିଟର ଯାତ୍ରା କରିବେ। ଆଉ ଦେଶର ରାଷ୍ଟ୍ରପତି ସ୍ୱତନ୍ତ୍ର ପ୍ରେସିଡେନ୍ସିଆଲ ଟ୍ରେନ୍ ବଦଳରେ ସାଧାରଣ ଏସି କୋଚରେ ଯାତ୍ରା କରିବାରେ ଏହା ହେବ ଭାରତୀୟ ରେଳ ଇତିହାସର ପ୍ରଥମ ଘଟଣା। ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ସ୍କୁଲର ପ୍ରାୟ ୨୦୦ ଛାତ୍ରଛାତ୍ରୀ ସେହି ଟ୍ରେନ୍ ଯାତ୍ରାରେ ସାମିଲ ହେବେ।
ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରଠାରୁ ରାଇରଙ୍ଗପୁର ଓ ବାଦାମପାହାଡ଼ ଅଞ୍ଚଳର ବିକାଶ ଧାରା ଆଗେଇ ଚାଲିଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ସେପଟେ ରାଷ୍ଟ୍ରପତିଙ୍କ ଦୁଇଦିନିଆ ମୟୂରଭଞ୍ଜ ଗସ୍ତ ପାଇଁ ଆରମ୍ଭ ହୋଇଯାଇଛି ବ୍ୟାପକ ପ୍ରସ୍ତୁତି। ବାୟୁସେନା ପକ୍ଷରୁ ଆଜି ସ୍ବତନ୍ତ୍ର ହେଲିକପ୍ଟର ଆକାଶ ମାର୍ଗରେ ପଇଁତରା ମାରିବା ସହ ଟ୍ରାଏଲ ରନ୍ କରିଛି। ବାୟୁସେନାର ଏକ ପାଞ୍ଚ ଜଣିଆ ଟିମ୍ ବାରିପଦାରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି।
ରିପୋର୍ଟ- ବାରିପଦାରୁ ମାନିକ ଲାଲ୍ ପାଣି ଓ ଉଦଳାରୁ ରବୀନ୍ଦ୍ର ନାୟକ
ଦୁଇ ଦିନିଆ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ଗସ୍ତ ସମୟରେ ସେ ନିଜ ଜନ୍ମମାଟି ମୟୂରଭଞ୍ଜକୁ ଆସିବେ। ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରପତି ଆସନ୍ତା ୨୦ ତାରିଖରେ ନୂଆଦିଲ୍ଲୀରୁ ବାହାରିବେ। ସେ ପଶ୍ଚିମବଙ୍ଗର କଲେଇକୁଣ୍ଡା ବାୟୁସେନା ବିମାନ ଘାଟିରେ ଅବତରଣ କରିବେ। ସେଠାରୁ ସେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ବାରିପଦା ଆସିବେ।
ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଆଜି ବାୟୁସେନା ପକ୍ଷରୁ ଟ୍ରାଏଲ୍ ରନ କରାଯାଇଛି। ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଦୁଇ ଦୁଇ ଥର ବାରିପଦା ଆକାଶରେ ପଇଁତରା ମାରିବା ପରେ ଅବତରଣ କରିଛି। ଏଥିସହ ବାୟୁସେନାର ୫ ଜଣିଆ ଟିମ୍ ବାରିପଦାରେ ପହଞ୍ଚି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି।
ସେପଟେ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବାରିପଦା ଓ ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମ ଥିବାରୁ ମୋଟ୍ ୧୮ଟି ସ୍ଥାନରେ କ୍ୟାମ୍ପ କରା ଯାଇଥିଲା ବେଳେ ଓଡ଼ିଶାର ବିଭିନ୍ନ ଅଗ୍ନିଶମ ବିଭାଗ କର୍ମଚାରୀମାନେ ନିୟୋଜିତ ରହିଛନ୍ତି ବୋଲି ଜିଲ୍ଲା ଅଗ୍ନିଶମ ଅଧିକାରୀ ଭବେନ୍ଦନାଥ ଦେ କହିଛନ୍ତି।
ରିପୋର୍ଟ-ବାରିପଦାରୁ ମାନିକଲାଲ ପାଣି
ସେହିପରି ପାହାଡପୁରଠାରେ ନିର୍ମିତ SLS ବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି। ଏଥିସହ ଏଲ ଆଣ୍ଡ ଟି କମ୍ପାନୀ ଦ୍ୱାରା ନିର୍ମିତ ଦକ୍ଷତା ବିକାଶ କେନ୍ଦ୍ରର ମଧ୍ୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
ଏହା ସହ ରାଷ୍ଟ୍ରପତି ରାଇରଙ୍ଗପୁର ମହୁଲଡିହା ସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳା ଠାରେ ସଂଧ୍ୟାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଭାବ ବିନିମୟ କରିବେ। ସେଥିପାଇଁ ପୂର୍ତ୍ତ ବିଭାଗର ଡାକବଙ୍ଗଳାକୁ ସଫା ସୁତୁରା କରାଯାଇଛି। ଯେପରି ବିଦ୍ୟୁତ୍ କାଟ ନହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି।
ଚଳିତ ମାସ ରାଷ୍ଟ୍ରପତି ଦୁଇଥର ଓଡ଼ିଶା ଆସିବେ। ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୨୦ରୁ ୨୨ତାରିଖ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୬ରୁ ୨୭ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି। ଗସ୍ତ କାର୍ଯ୍ୟକ୍ରମ ଅନୁସାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚଳିତମାସ ୨୦ରୁ ୨୨ତାରିଖ ପର୍ଯ୍ୟନ୍ତ ୩ଦିନ ମୟୂରଭଞ୍ଜ, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହିପରି ପୁଣିଥରେ ନଭେମ୍ବର ୨୬ତାରିଖ ଅପରାହ୍ୱରେ ଭୁବନେଶ୍ୱରରେ ପହଂଚି ୨୭ତାରିଖରେ ପାରାଦୀପ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ଗସ୍ତ କାର୍ଯ୍ୟକ୍ରମ ଅନୁସାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚଳିତମାସ ୨୦ରୁ ୨୨ତାରିଖ ପର୍ଯ୍ୟନ୍ତ ୩ଦିନ ମୟୂରଭଞ୍ଜ, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହିପରି ପୁଣିଥରେ ନଭେମ୍ବର ୨୬ତାରିଖ ଅପରାହ୍ୱରେ ଭୁବନେଶ୍ୱରରେ ପହଂଚି ୨୭ତାରିଖରେ ପାରାଦୀପ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ଉଭୟ ପର୍ଯ୍ୟାୟରେ ରାଷ୍ଟ୍ରପତିଙ୍କ ଏହି ୫ଦିନିଆ ଗସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ମୁଖ୍ୟ ସଚିବ ଶ୍ରୀ ଜେନା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜିର ପ୍ରସ୍ତୁତି ବୈଠକରେ ଉନ୍ନୟନ କମିଶନରଙ୍କ ସମେତ ଗୃହ ସଚିବ, ପୁଲିସ ଡିଜି, ପୁଲିସ କମିଶନର ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ଆରଡିସି, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନେ ଉପସ୍ଥିତ ଥିଲେ । ସମସ୍ତ ଉତ୍ସବ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ବ୍ୟବସ୍ଥା ସହିତ ଜେନେରେଟର ଓ ଅତିରିକ୍ତ ଜେନେରେଟର ରଖିବା ଓ ଏହାକୁ ସୁନିଶ୍ଚିତ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆସନ୍ତା ୨୦ତାରିଖରେ ୩ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତବେଳେ ରାଷ୍ଟ୍ରପତି ଉକ୍ତ ୩ଟି ଟ୍ରେନର ଉଦଘାଟନ କରିବେ । ରାଷ୍ଟ୍ରପତିଙ୍କ ନିଜ ଜନ୍ମମାଟି ରାଇରଙ୍ଗପୁର ଓ ବାଦାମପାହାଡ଼ ଷ୍ଟେସନକୁ ଏକ୍ସପ୍ରେସ୍ ଓ ମେଲ୍ ଟ୍ରେନ ଚଳାଚଳ କରାଇବା ନିମନ୍ତେ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା ।
ରେଳବାଇ ସୂତ୍ରରୁ ଜଣାପଡ଼ିଛି ଯେ, ନୂଆ ଟ୍ରେନକୁ ରାଷ୍ଟ୍ରପତି ଉଦଘାଟନ କରିବା ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ଟ୍ରେନକୁ ପତାକା ଦେଖାଇ ଉଦଘାଟନ କରିବା ପରେ ସେ ଟ୍ରେନରେ ଯାତ୍ରା କରିବେ । ପ୍ରଥମ ଟ୍ରେନଟି ଶାଲିମାର(କୋଲକାତା)-ବାଦାମପାହାଡ଼ା-ଶାଲିମାର ସାପ୍ତାହିକ ଏକ୍ସପ୍ରେସ ଯାହାକି ଶାଲିମାରରୁ ପ୍ରତ୍ୟେକ ଶନିବାର ରାତି ୧୧ଟା ୫ମିନିଟରେ ଛାଡ଼ିବ ଓ ବାଦାମପାହାଡ଼ଠାରେ ତା’ ପରଦିନ ସକାଳ ୫ଟା ୪୦ମିନିଟରେ ପହଂଚିବ । ସେହିପରି ରିଟର୍ଣ୍ଣ ଟ୍ରେନ ବାଦାମପାହାଡ଼ରୁ ପ୍ରତ୍ୟେକ ରବିବାର ରାତି ସାଢ଼େ ୯ଟାରେ ଛାଡ଼ିବ ଓ ପରଦିନ ସକାଳ ୫ଟାରେ ଶାଲିମାରରେ ପହଂଚିବ । ଏହି ଟ୍ରେନ ବହଳଦା ରୋଡ, ଅଁଳାଜୋରି ଓ ରାଇରାଙ୍ଗପୁରଠାରେ ରହଣୀ କରିବ ।
ଦ୍ୱିତୀୟ ଟ୍ରେନଟି ବାଦାମପାହାଡ଼-ରାଉରକେଲା-ବାଦାମପାହାଡ ସାପ୍ତାହିକ ଏକ୍ସପ୍ରେସ୍ ଚଳପ୍ରଚଳ କରିବ । ଯାହାକି ବାଦାମପାହାଡ଼ରୁ ପ୍ରତି ରବିବାର ସକାଳ ୬ଟା ୧୦ମିନିଟରେ ଛାଡ଼ିବ ଓ ରାଉରକେଲାରେ ସେହି ଦିନ ପୂର୍ବାହ୍ନ ୧୧ଟା ୪୦ ମିନିଟରେ ପହଂଚିବ । ଉକ୍ତ ରିଟର୍ଣ୍ଣ ଟ୍ରେନ ରାଉରକେଲାରୁ ପ୍ରତି ରବିବାର ଅପରାହ୍ନ ୨ଟା ୨୦ମିନିଟରେ ଛାଡ଼ି ବାଦାମପାହାଡ଼ଠାରେ ସନ୍ଧ୍ୟା ୭ଟା ୨୫ମିନିଟରେ ପହଂଚିବ । ଏହି ଟ୍ରେନ ରାଇରଙ୍ଗପୁର, ଅଁଳାଜୋରି ଓ ବହଳଦା ରୋଡଠାରେ ରହଣୀ କରିବ ।
ସେହିପରି ତୃତୀୟ ଟ୍ରେନଟି ଟାଟାନଗର-ବାଦାମପାହାଡ଼-ଟାଟାନଗର ମଧ୍ୟରେ ସପ୍ତାହକୁ ୬ଦିନ ଚଳପ୍ରଚଳ କରିବ । କେବଳ ରବିବାର ବ୍ୟତୀତ ଏହି ଟ୍ରେନ ପ୍ରତ୍ୟେକ ଦିନ ସକାଳ ୯ଟା ୫୫ମିନିଟରେ ଟାଟାନଗରରୁ ବାହାରି ବାଦାମପାହାଡ଼ଠାରେ ସେହିଦିନ ପୂର୍ବାହ୍ନ ୧୨ଟା ୧୫ମିନିଟରେ ପହଂଚିବ । ରିଟର୍ଣ୍ଣ ଟ୍ରେନ ରବିବାର ବ୍ୟତୀତ ୧୨ଟା ୪୫ମିନିଟରେ ବାହାରି ଉକ୍ତଦିନ ଅପରାହ୍ନ ୩.୨୦ମିନିଟରେ ପହଂଚିବ । ଏହି ଟ୍ରେନଟି ଅଁଳାଜୋରି, ରାଇରଙ୍ଗପୁର ଓ କୁଳଡିହା ଷ୍ଟେସନରେ ରହଣୀ କରିବ ।
ଏବେ ବାଦାମପାହାଡ଼ ଓ ଟାଟାନଗର ମଧ୍ୟରେ ରାଇରଙ୍ଗପୁର ଷ୍ଟେସନ ଦେଇ ୨ଟି ସ୍ପତନ୍ତ୍ର ପାସେଞ୍ଜର ଟ୍ରେନ ଚଳପ୍ରଚଳ କରୁଛି ।
ଅଞ୍ଜନା ମାର୍ଣ୍ଡି ତାଙ୍କ ଚିତ୍ରରେ ଶିମିଳିପାଳ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ଜୀବନ ଶୈଳୀକୁ ଅତି ନିଖୁଣ ଭାବେ ବର୍ଣ୍ଣନା କରିଥିଲେ। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସହିତ ସୁସମ୍ପର୍କ ରଖି କେମିତି ପାରମ୍ପରିକ ଏବଂ ସାଂସ୍କୃତିକ ଢଙ୍ଗରେ ଆଦିବାସୀମାନେ ଜୀବନ ଅତିବାହିତ କରୁଛନ୍ତି, ତାହାକୁ ଖୁବ୍ ସୁନ୍ଦର ଭାବରେ ଦେଖାଇଥିଲେ ଅଞ୍ଜନା। ଏହାଛଡ଼ା ନିଜ ହାତରେ ତିଆରି କରିଥିବା ରାଷ୍ଟ୍ରପତିଙ୍କ ପେନ୍ସିଲ୍ ସ୍କେଚ୍କୁ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଅଞ୍ଜନା ପ୍ରଦାନ କରିଛନ୍ତି।
ରିପୋର୍ଟ- ମାନିକଲାଲ୍ ପାଣି
ବିହାର ମୋତହାରୀରେ ଆୟୋଜିତ କୃଷି ଭିତ୍ତିକ କାର୍ଯ୍ୟକ୍ରମ ୪ର୍ଥ ଏଗ୍ରିକଲଚର ରୋଡ୍ ମ୍ୟାପ୍ ଉଦ୍ଘାଟନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଫ୍ୟୁଚର ପ୍ଲାନିଂ ବିଷୟରେ ବଖାଣିଛନ୍ତି। ତାଙ୍କ କାର୍ଯ୍ୟକାଳ ସରିବାର ପରେ ସେ ନିଜ ଗାଁକୁ ଯିବେ। ସେଠାରେ ସେ ଚାଷ କାମ କରିବେ। ସେ ମଧ୍ୟ ଜଣେ କୃଷକଙ୍କ ଝିଅ। ବିହାରରେ କିଭଳି ଚାଷ କାମ ହେଉଛି। କିଭଳି ଖାଦ୍ୟ ସାମଗ୍ରୀ ଶୀତଳ ଭଣ୍ଡାରରେ ରଖାଯାଉଛି ଓ କିଭଳି ଧାନ ଉତ୍ପାଦନ କରାଯାଉଛି ତାହା ଜାଣିବା ପାଇଁ ସେ ବିହାର ଆସିଥିବା କହିଛନ୍ତି।
କେବଳ ସେତିକି ନୁହେଁ ରାଷ୍ଟ୍ରପତି ନିଜକୁ ବିହାରୀ ବୋଲି ମଧ୍ୟ ସମ୍ବୋଧନ କରିଛନ୍ତି। ବିହାର ସହିତ ଓଡ଼ିଶାର ଲିଙ୍କ ରହିଛି। ଏଥିପାଇଁ ସେ ନିଜକୁ ବିହାରୀ ବୋଲି କହିଥିବା ରାଷ୍ଟ୍ରପତି ମୁର୍ମୁ କହିଛନ୍ତି। ଇତିହାସର ରେକର୍ଡ ଅନୁଯାୟୀ ୧୯୧୨ ମାର୍ଚ୍ଚ ୨୨ ତାରିଖରେ ବେଙ୍ଗଳ ପ୍ରେସିଡେନ୍ସିରୁ ବିହାର ଓ ଓଡ଼ିଶା ଅଲଗା ହୋଇଥିଲେ ବୋଲି କହିଛନ୍ତି।
ଏହା ତାଙ୍କର ପ୍ରଥମ ବିବହାର ଗସ୍ତ ହୋଇଥିଲେ ମଧ୍ୟ ଏଠାକାର ଲୋକ ଓ ସଂସ୍କୃତି ସହିତ ସେ ପୂର୍ବରୁ ପରିଚିତ। ପାଖାପାଖି ୬ ବର୍ଷ ଧରି ପଡୋଶୀ ରାଜ୍ୟ ଝାଡ଼ଖଣ୍ଡରେ ରାଜ୍ୟପାଳ ଦାୟିତ୍ୱ ତୁଲାଇବା ବେଳେ ବିହାରର ସଂସ୍କୃତି ଏବଂ ଜୀବନଶୈଳୀକୁ ଅତି ନିକଟତର ଭାବେ ଜାଣିଛି ଏବଂ ଅନୁଭବ କରିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।
ଏବେ ଓଡ଼ିଶାର ରାଜ୍ୟପାଳ ଭାବେ ପ୍ରଫେସର ଗଣେଶୀ ଲାଲ କାର୍ଯ୍ୟ କରୁଛନ୍ତି। ତାଙ୍କ ସ୍ଥାନ ରଘୁବର ନେବେ। ପ୍ରଫେସର ଗଣେଶୀ ଲାଲ ୨୦୧୮ରେ ଓଡ଼ିଶାର ରାଜ୍ୟପାଳ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ୨୦୨୩ ମା’ ମାସରେ ଶେଷ ହୋଇଥିଲା। ଏହାପରେ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଥିଲା। ହେଲେ ରାଷ୍ଟ୍ରପତି ମୁର୍ମୁ ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଶ୍ରୀ ଦାସଙ୍କ ନାଁ ଉପରେ ମୋହର ମାରିଛନ୍ତି।
୬୯ ବର୍ଷୀୟ ଶ୍ରୀ ଦାସ ୨୦୧୪ ଡିସେମ୍ବର ୨୮ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେ ୨୦୧୯ ଯାଏ ଏହି ପଦରେ ରହିଥିଲେ। ଏହାବାଦ ସେ ବିଜେପିର ରାଜ୍ୟ ସଭାପତି ଭାବେ ମଧ୍ୟ ଦୁଇ ଥର କାର୍ଯ୍ୟ କରିଛନ୍ତି। ଏବେ ସେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ହେଲେ ଆଜି ତାଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।
ଅନ୍ୟପକ୍ଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିପୁରାର ରାଜ୍ୟପାଳ ଭାବେ ଇନ୍ଦରସେନା ରେଡ୍ଡୀ ନାଲ୍ଲୁଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। ଇନ୍ଦରସେନା ହେଉଛନ୍ତି ତେଲେଙ୍ଗାନା ବିଜେପିର ଜଣେ ବରିଷ୍ଠ ନେତା। ସେ ୩ଥର ବିଧାୟକ ମଧ୍ୟ ହୋଇଥିଲେ। ଏଥିସହ ସେ ଏବେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ପଦରେ କାର୍ଯ୍ୟ କରୁଛନ୍ତି।
ମହିଳା ସଂରକ୍ଷଣ ବିଲକୁ ପାରିତ କରିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ଡାକିଥିଲେ। ସଂସଦର ନୂଆ ବିଲଡିଂରେ ପ୍ରଥମ ବିଲ୍ ଭାବେ ଏହାକୁ ଆଗତ କରାଯାଇଥିଲା। ଉଭୟ ସଦନରେ ଏହା ଉପରେ ୧୫୦ରୁ ଅଧିକ ସଦସ୍ୟ ନିଜର ମତ ରଖିଥିଲେ। ଏହାପରେ ଏହି ବିଲ୍ ପାରିତ ହୋଇଥିଲା।
ଆଜି ରାଷ୍ଟ୍ରପତି ମୁର୍ମୁ ଏହି ବିଲକୁ ମଞ୍ଜୁରୀ ଦେବାରୁ ଏହା ଆଇନରେ ପରିଣତ ହୋଇଯାଇଛି। ମହିଳାଙ୍କ ପାଇଁ ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଏଥିରେ ରହିଛି। ରାଷ୍ଟ୍ରପତିଙ୍କ ପାଖକୁ ଏହି ବିଲ ପଠାଇବା ପୂର୍ବରୁ ଆଜି ଉପ ରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନକର ଏହା ଉପରେ ମୋହର ମାରିଥିଲେ।
ମହିଳା ସଂରକ୍ଷଣ ଆଇନରେ ପରିଣତ ହୋଇଥିଲେ ମଧ୍ୟ ଏହା ନିକଟ ଭିବଷ୍ୟତରେ ଲାଗୁ ହେବାର ସମ୍ଭାବନା କମ। ୨୦୨୯ ପୂର୍ବରୁ ଏଥିରେ ଥିବା ବ୍ୟବସ୍ଥା ଲାଗୁ ହୋଇପାରିବ ନାହିଁ। ୨୦୨୯ ନିର୍ବାଚନ ବେଳକୁ ହିଁ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରେ। ବିଲ୍ ଆଇନରେ ପରିଣତ ହୋଇଥିଲେ ମଧ୍ୟ ମହିଳାଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥା କେବଳ ନିର୍ବାଚନ ମଣ୍ଡଳୀ ପୁର୍ନଗଠିତ ହେବା ପରେ ଲାଗୁ ହେବ।
ପରବର୍ତ୍ତୀ ଜନଗଣନା ପରେ ନିର୍ବାଚନ ମଣ୍ଡଳୀ ପୁର୍ନଗଠିତ ହେବ। ୨୦୨୬ କିମ୍ବା ୨୦୨୭ରେ ଯାଇ ଦେଶରେ ଜନଗଣନା କରାଯିବ। ୨୦୨୧ରେ ଦେଶରେ ଜନଗଣନା ହେବାର ଥିଲା। କିନ୍ତୁ କରୋନା ଯୋଗୁ ଏହା ସମ୍ଭବ ହୋଇ ପାରି ନଥିଲା।
ଏବେ ୨୦୨୭ରେ ଜନଗଣନା କରିବାକୁ ଯୋଜନା ହୋଇଛି। ୨୦୨୭ରେ ଜନଗଣନା ହେବା ପରେ ୨୦୨୯ ନିର୍ବାଚନ ବେଳକୁ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରିବ। ଏହାବାଦ ଆଇନରେ ପରିଣତ ହେବା ପରେ ଏହା ୧୫ ବର୍ଷ ଯାଏ କାର୍ଯ୍ୟକ୍ଷମ ହେବ। ଏହାପରେ ଏହାକୁ ବୃଦ୍ଧି ମଧ୍ୟ କରାଯାଇ ପାରିବ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରତି ସୀମା ପୁନଃ ନିର୍ଦ୍ଧାରଣ ପରେ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇଥିବା ସିଟ୍ ବଦଳିବ। ଲୋକସଭା ଓ ରାଜ୍ୟ ବିଧାନସଭାର ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇ ରହିବ। ଏଗୁଡ଼ିକ ସିଧାସଳଖ ନିର୍ବାଚନ ଦ୍ୱାରା ପୂରଣ କରାଯିବ। ଏହି ସଂରକ୍ଷଣ ବ୍ୟବସ୍ଥା ରାଜ୍ୟସଭା କିମ୍ବା ରାଜ୍ୟ ବିଧାନ ପରିଷଦ ପାଇଁ ଲାଗୁ ହେବ ନାହିଁ। ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବା ଆସନଗୁଡ଼ିକ ମଧ୍ୟରୁ ଏକ ତୃତୀୟାଂଶ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ରହିବ।
ବିଲ୍ରେ ଅନ୍ୟ ପଛୁଆ ବର୍ଗ(ଓବିସି)ଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା କରାଯାଇ ନାହିଁ। ୧୯୯୬ରେ ମହିଳା ସଂରକ୍ଷଣ ବିଲ୍ ଆଗତ ହେବା ବେଳେ ମଧ୍ୟ ଓବିସିଙ୍କ ପାଇଁ ବ୍ୟବସ୍ଥା ନଥିଲା। ଖାସ୍ ଏହି କାରଣ ପାଇଁ ଦଶନ୍ଧି ଦଶନ୍ଧି ଧରି ସମାଜବାଦୀ ପାର୍ଟି ଓ ଆରଜେଡି ଭଳି ଦଳ ଏହାକୁ ବିରୋଧ କରି ଆସୁଥିଲେ।
ମନମୋହନ ସିଂହ ସରକାର ୨୦୧୦ରେ କ୍ଷମତାରେ ଥିବା ବେଳେ ମହିଳା ସଂରକ୍ଷଣ ବିଲ୍ ଆସିଥିଲା। ସେଥିରେ ଯେଉଁ ସବୁ ପ୍ରାବଧାନ ଥିଲା, ଏବେ କେବଳ ସେଥିରେ ଦୁଇଟି ସଂଶୋଧନ କରାଯାଇଛି। ନୂଆ ବିଲ୍(ଆଇନରେ ପରିଣତ ହୋଇ ସାରିଛି)ରେ ଆଙ୍ଗଲୋ ଇଣ୍ଡିଆନ କମ୍ୟୁନିଟିଙ୍କୁ ବାଦ ଦିଆଯାଇଛି।
ବର୍ତ୍ତମାନ ମାତ୍ର ୧୪% ମହିଳା ସଂସଦ ଓ ବିଧାନସଭାରେ ରହିଛନ୍ତି। ଏହା ବିଶ୍ୱର ହାରାହାରି ମହିଳା ଭାଗିଦାରୀ ଠାରୁ ଯଥେଷ୍ଟ କମ।
ଉଦୟନିଧିଙ୍କ କହିବାନୁଯାୟୀ, ଦୌପଦୀ ମୁର୍ମୁ ଆମର ପ୍ରଥମ ନାଗରିକ ହୋଇଥିବା ସତ୍ତ୍ୱେ ସେ ଜଣେ ବିଧବା ଓ ଆଦିବାସୀ ସମ୍ପ୍ରଦାୟର ମହିଳା ହୋଇଥିବାରୁ ତାଙ୍କୁ ସଂସଦ ଭବନ ଉଦ୍ଘାଟନ କାର୍ଯ୍ୟକ୍ରମରୁ ଦୂରେଇ ରଖାଗଲା। ଏହା କ’ଣ ସନାତ ଧର୍ମର ଆଦର୍ଶ ବୋଲି ପ୍ରଶ୍ନ କରିଛନ୍ତି ଉଦୟନିଧୀ ।
ତାଙ୍କ କହିବାନୁଯାୟୀ, ୮ ଶହ କୋଟି ଟଙ୍କା ବିନିମୟରେ ନୂଆ ସଂସଦ ଭବନ ନିର୍ମାଣ କରାଗଲା। କିନ୍ତୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନ କରିବା ଅନ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା। ଏପରିକି ଏଥିନିମନ୍ତେ ଭବ୍ୟ ଉଦ୍ଘାଟନ ସମାରୋହର ଆୟୋଜନ କରାଯାଇଥିବା ବେଳେ ତାମିଲନାଡ଼ୁରୁ ବହୁ ସାଧୁସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମାତ୍ର ଦେଶର ପ୍ରଥମ ନାଗରିକଙ୍କୁ କିନ୍ତୁ ଗୋଟିଏ ବି ନିମନ୍ତ୍ରଣ ପତ୍ର ଦିଆଗଲା ନାହିଁ । ଏହା କ’ଣ ସନାତନ ଧର୍ମ ବୋଲି ପଚାରିଛନ୍ତି ଉଦୟନିଧି । ଏହା ପଛରେ କ’ଣ କାରଣ ରହିଛି ତାହା ଦେଶବାସୀଙ୍କ ସମ୍ମୁଖରେ ରଖିବାକୁ ସେ ଏକ ଜନସଭାକୁ ସମ୍ବୋଧନ କରି କହିଛନ୍ତି।
ଏହାବାଦ ସେ କହିଛନ୍ତି, ଲୋକସଭାରେ ଐତିହାସିକ ମହିଳା ସଂରକ୍ଷିତ ବିଲ୍ ପାସ୍ ସମୟରେ ବଲିଉଡ ଅଭିନେତ୍ରୀମାନଙ୍କୁ ନିମନ୍ତ୍ରିତ କରାଯାଇଥିଲା। ଅଥଚ ବ୍ୟକ୍ତିଗତ କାରଣରୁ ରାଷ୍ଟ୍ରପତିଙ୍କୁ କିନ୍ତୁ ଦେଖିବାକୁ ମିଳି ନ ଥିଲ। ଏହା ସନାତନ ଧର୍ମର ପ୍ରଭାବ ନୁହେଁ ତ ଆଉ କ’ଣ ବୋଲି କହିଛନ୍ତି ଉଦୟନିଧି ।
ଏଥିସହ ତାଙ୍କ ମନ୍ତବ୍ୟ ଉପରେ ଚାଲିଥିବା ବିବାଦ ସମ୍ପର୍କରେ ପଚାରିବାରୁ ଉଦୟନିଧି କହିଛନ୍ତି, ମୋ’ମୁଣ୍ଡ ଉପରେ ରେଟ୍ ଫିକ୍ସ କରାଯାଇଛି। ହେଲେ ଏହାକୁ ନେଇ ମୁଁ ବିଚଳିତ ନୁହେଁ। ସନାତନ ଧର୍ମକୁ ଉପାଡ଼ି ଫୋପାଡ଼ିବା ଡିଏମକେର ଲକ୍ଷ୍ୟ । ନିଜ ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିବା ପର୍ଯ୍ୟନ୍ତ ଆମେ ଶାନ୍ତିରେ ବସି ପାରିବୁ ନାହିଁ ବୋଲି କହିଛନ୍ତି ଉଦୟନିଧି।
ସେ କହିଛନ୍ତି, “ପ୍ରତି ଭାରତୀୟ ସମାନ ନାଗାରିକ। ପ୍ରତି ନାଗରିକଙ୍କ ପାଇଁ ଏହି ମାଟିରେ ସମାନ ସୁଯୋଗ, ଅଧିକାର ଓ କର୍ତ୍ତବ୍ୟ ରହିଛି। ଜାତି, ଧର୍ମ, ଭାଷାରୁ ଉପରେ ରହି ସମସ୍ତେ ଭାରତୀୟ ଭାବେ ପରିଚିତ।
ଆଜିକା ଦିନରେ ଦେଶର ବିକାଶ ଓ ସେବା କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ବଢ଼ିଛି। ସେମାନେ ଦେଶର ଗର୍ବକୁ ଆହୁରି ତ୍ୱରାନ୍ୱିତ କରିଛନ୍ତି। କିଛି ଦଶନ୍ଧି ତଳେ ସେମାନଙ୍କ ଯୋଗାଦାନ ନଗଣ୍ୟ ଥିଲା। ହେଲେ ଏବେ ସେମାନେ ଅନେକ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାରୀ କରିଛନ୍ତି।”
ସେ ଆହୁରି କହିଛନ୍ତି, “ସ୍ୱାଧୀନତା ଦିବସ ମୋତେ ମୋ ପିଲା ଦିନ ମନେପକାଇ ଦେଉଛି। ଛୋଟ ବେଳେ ସ୍କୁଲରେ ଉତ୍ସବ ମନରେ ଶିହରଣ ସୃଷ୍ଟି କରୁଛି। ଭାରତୀୟ ନାଗରିକ ହେବା ଆମ ପାଇଁ ସବୁଠାରୁ ବଡ଼ ପରିଚୟ। ଆମ ସ୍ୱାଧୀନତା ସଂଗ୍ରାମର ଆଧାରଶିଳା ସତ୍ୟ ଓ ଅହିଂସା। ଏହି ଆଧାରଶିଳାକୁ ଅନେକ ଦେଶ ନିଜ ପାଇଁ ଆପଣାଇଛନ୍ତି।
ଆଜି ମହିଳାମାନେ ବିକାଶ ଓ ଦେଶସେବାରେ ଆଗରେ ଅଛନ୍ତି। ମହିଳାମାନେ ଏବେ ଅନେକ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଛନ୍ତି। ଆର୍ଥିକ ସଶକ୍ତୀକରଣ ଯୋଗୁ ମହିଳାଙ୍କ ସ୍ଥିତି ମଜବୁତ ହୋଇପାରିଛି। ଆଜି ଭାରତ କେବଳ ବିଶ୍ୱରେ ନାଁ କରିନି, ବରଂ ନିଜ ପ୍ରତିଷ୍ଠା ମଧ୍ୟ ବଢ଼ାଇଛି।
ଆର୍ଥିକ ବୃଦ୍ଧି କ୍ଷେତ୍ରରେ ଆମର ଅନ୍ନଦାତାମାନେ ମହତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ସରକାରଙ୍କ ସମୁଚିତ ପଦକ୍ଷେପ ଯୋଗୁ ମୁଦ୍ରାସ୍ପିତି ନିୟନ୍ତ୍ରଣରେ ରହିଛି। ଭାରତ ଆଜି ବିଶ୍ୱର ଶ୍ରେଷ୍ଠ ୫ ଅର୍ଥବ୍ୟବସ୍ଥା ମଧ୍ୟରେ ସାମିଲ ହୋଇପାରିଛି। ବିଶ୍ୱର ଶ୍ରେଷ୍ଠ ୩ ଅର୍ଥବ୍ୟବସ୍ଥାରେ ସାମିଲ ହେବାକୁ ଉଦ୍ୟମ ଚଳାଇଛି ଦେଶ।”
ନିଜ ପରମ୍ପରାକୁ ସମୃଦ୍ଧ କରିବାକୁ ଆଦିବାସୀ ଭାଇଭଉଣୀଙ୍କୁ ରାଷ୍ଟ୍ରପତି ମୁର୍ମୁ ଆହ୍ୱାନ ଦେଇଛନ୍ତି। ଶିକ୍ଷା ସାମାଜିକ ସଶକ୍ତୀକରଣର ସବୁଠାରୁ ବଡ଼ ମାଧ୍ୟମ। ଚନ୍ଦ୍ରରେ ଚନ୍ଦ୍ରଯାନ-୩ର ଅବତରଣକୁ ଆମେ ସମସ୍ତେ ଅପେକ୍ଷା କରିଛୁ। ଜଳବାୟୁ ପରିବର୍ତ୍ତନ ଆମ ସମସ୍ତଙ୍କ ପାଇଁ ଆହ୍ୱାନ ଭାବେ ଉଭା ହୋଇଛି। ଆମ ଦେଶ ନୂଆ ସଂକଳ୍ପ ସହ ଅମୃତକାଳରେ ପ୍ରବେଶ କରିଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟରେ ଦେଶ ଆଗକୁ ବଢୁଛି ବୋଲି ସେ କହିଛନ୍ତି।
ଦେଶର ଝିଅମାନେ ଆଗକୁ ଯାଆନ୍ତୁ ବୋଲି ଆଶା ରଖି ରାଷ୍ଟ୍ରପତି ମୁର୍ମୁ ସରୋଜିନ ନାଇଡୁ, ଅମ୍ମୁ ସ୍ୱାମୀନାଥନ, ରମା ଦେବୀ, ଅରୁଣା ଅସଫ ଅଲୀ ଓ ସୁଚେତା କ୍ରିପାଲିନଙ୍କ ଉଦାହରଣ ଦେଇଛନ୍ତି। ମା’ କସ୍ତୁରବା ଜାତିର ପିତା ମହାତ୍ମା ଗାନ୍ଧିଙ୍କ କଠିନ ସତ୍ୟାଗ୍ରହର ସବୁ ସମୟରେ ସାଥ ଦେଇଥିବା କଥା ମଧ୍ୟ ରାଷ୍ଟ୍ରପତି କହିଛନ୍ତି।
ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଂସା କ୍ଷତିଗ୍ରସ୍ତ ମଣିପୁର ଗସ୍ତ କରି ଶାନ୍ତି ପ୍ରତିଷ୍ଠା ପାଇଁ ଚେଷ୍ଟା କରନ୍ତୁ ବୋଲି ବିରୋଧୀ ସାଂସଦମାନେ ରାଷ୍ଟ୍ରପତି ମୁର୍ମୁଙ୍କ ଆଗରେ ଦାବି ଉପସ୍ଥାପନ କରିଛନ୍ତି।
ରାଷ୍ଟ୍ରପତି ମୁର୍ମୁଙ୍କ ପାଖରେ ସ୍ମାରକପତ୍ର ଦାଖଲ କରି ବିରୋଧୀ ମେଣ୍ଟର ୩୧ ଜଣ ସାଂସଦ ହରିଆଣାର ନୁହ୍ରେ ସୃଷ୍ଟି ହୋଇଥିବା ସାଂପ୍ରଦାୟିକ ହିଂସା କଥା ମଧ୍ୟ ଉଠାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଫିସ ନିକଟରୁ ମାତ୍ର ୧୦୦ କିମି ଦୂରରେ ଏତେ ବଡ଼ ଘଟଣା ଘଟିଥିଲେ ହେଁ କେନ୍ଦ୍ର ସରକାର ଏହାକୁ ନେଇ ଆଦୌ ଚିନ୍ତିତ ନୁହନ୍ତି ବୋଲି ସେମାନେ ରାଷ୍ଟ୍ରପତିଙ୍କୁ ଜଣାଇଛନ୍ତି।
ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିବା ପରେ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଏହି ପ୍ରତିନିଧି ମଣ୍ଡଳରେ ଥିବା ସାଂସଦମାନଙ୍କ ମଧ୍ୟରୁ ଅନେକ ମଣିପୁର ଗସ୍ତ କରିଥିଲେ। ସେମାନେ ପୂରା ସ୍ଥିତି ସମ୍ପର୍କରେ ରାଷ୍ଟ୍ରପତି ମୁର୍ମୁଙ୍କୁ ସୂଚନା ଦେଇଛନ୍ତି। ଏଥିସହ ଘଟଣାକୁ ନେଇ ସେମାନେ ନିଜ ଚିନ୍ତା ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିବା ସେ କହିଛନ୍ତି ।
ସ୍ମାରକପତ୍ରରେ ବିରୋଧୀ ଦଳର ସାଂସଦମାନେ କହିଛନ୍ତି, “ଆପଣ ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ପ୍ରସଙ୍ଗରେ ସଂସଦରେ ବିବୃତି ରଖିବାକୁ କୁହନ୍ତୁ ବୋଲି ଆମେ ଆପଣଙ୍କୁ ଅନୁରୋଧ କରୁଛୁ। ଏହାପରେ ଗୋଟିଏ ବିସ୍ତୃତ ଓ ଗଠନମୂଳକ ବିତର୍କ ଏହି ପ୍ରସଙ୍ଗରେ ହେବ। ଏଥିସହ ଶାନ୍ତି ପ୍ରତିଷ୍ଠା ପାଇଁ ଆପଣ ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ଗସ୍ତ କରିବାକୁ ମଧ୍ୟ କୁହନ୍ତୁ।”
ଜୁଲାଇ ୨୦ରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀ ଉଭୟ ଲୋକସଭା ଓ ରାଜ୍ୟସଭାରେ ନାରାବାଜୀ କରୁଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଦାବି କରୁଛନ୍ତି।
ବିରୋଧୀ ଦଳଗୁଡ଼ିକ କହିଛନ୍ତି ଯେ ମଣିପୁର ସ୍ଥିତି ଅତ୍ୟନ୍ତ ଗମ୍ଭୀର ଓ ସେଠାରେ ହିଂସା ଯୋଗୁ ଅନେକ ଲୋକଙ୍କ ଜୀବନ ଗଲାଣି। ତେଣୁ ଏହାର ସମାଧାନ ପାଇଁ ସେମାନେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ନିକଟରେ ବିରୋଧୀ ଦଳର ୨୧ ଜଣ ସାଂସଦ ମଣିପୁର ଗସ୍ତ କରି ସେଠାକାର ସ୍ଥିତି ତର୍ଜମା କରିଥିଲେ। ତେଣୁ ତୃଣମୂଳସ୍ତରରେ ଘଟୁଥିବା ଘଟଣା ସମ୍ପର୍କରେ ସେମାନେ ରାଷ୍ଟ୍ରପତି ମୁର୍ମୁଙ୍କୁ ଅବଗତ କରାଇବାର ଯୋଜନା ରହିଛି।
ଓଡ଼ିଶାରେ ସଉରା, ଲାଞ୍ଜିଆ ସଉରା, କୁଟିଆ କନ୍ଧ, ଡଙ୍ଗରିଆ କନ୍ଧ, ମାଙ୍କିଡ଼ିଆ, ବିରହୋର, ଜୁଆଙ୍ଗ ଆଦି ୧୩ଟି PVTG ବସବାସ କରୁଥିବା ବେଳେ ଆଜି ସେମାନଙ୍କ ମଧ୍ୟରୁ ୧୦ଟି ଜନଜାତି ସମୁଦାୟର ୫ଜଣିଆ ପ୍ରତିନିଧି ଦଳ ରାଜଭବନ ପରିସରରେ ରାଷ୍ଟ୍ରପତିଙ୍କୁସାକ୍ଷାତ କରିବେ। ପୂର୍ବରୁ ବାକି ୩ଟି ସମୁଦାୟ ସହ ସେ ଆଲୋଚନା କରିସାରିଥିବା ସୂଚନା ମିଳିଛି।
ରାଷ୍ଟ୍ରପତିଙ୍କ ପରବର୍ତ୍ତୀ କାର୍ଯ୍ୟକ୍ରମ ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ ରହିଛି। ଦଶବାଟିଆ ସ୍ଥିତ ବ୍ରହ୍ମାକୁମାରୀ ସେଣ୍ଟରର ଲାଇଟହାଉସ କଂପ୍ଲେକ୍ସରେ ଶିଳାନ୍ୟାସ ଓ ଆମ୍ବ ଚାରା ରୋପଣ କାର୍ଯ୍ୟକ୍ରମ ରହିଛି। ଏହାସହ ବ୍ରହ୍ମାକୁମାରୀ କେନ୍ଦ୍ରର ବରିଷ୍ଠ ସଦସ୍ୟଙ୍କ ସହ ଆଲୋଚନା କରିବେ ରାଷ୍ଟ୍ରପତି। ପରେ ସେଠାରେ ମଧ୍ୟାହ୍ନ ଭୋଜନ ଓ ଫଟୋ ସେସନ୍ ପରେ ରାଜଭବନ ଫେରିଆସିବେ ଏବଂ ଅପରାହ୍ଣରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯିବେ।
ସେ କହିଛନ୍ତି, ଆଇନଜୀବୀମାନେ ଗରିବ, ଅସହାୟ ଲୋକଙ୍କୁ ସହଯୋଗ କରନ୍ତୁ। ସମାଜର ସର୍ବନିମ୍ନ ସ୍ତରରେ ଥିବା ଲୋକଙ୍କୁ ନ୍ୟାୟ ଦେବା ଗୁରୁତ୍ୱପୂର୍ଣ୍ଣ। ତେଣୁ ଆଇନଜୀବୀମାନେ ନିଜ ରୋଜଗାରର କିଛି ଅଂଶ ଗରିବ ଓ ଅସହାୟଙ୍କ ପାଇଁ ବିନିଯୋଗ କରନ୍ତୁ। ନିଜ ଦକ୍ଷତାର କିଛି ଅଂଶ ମଧ୍ୟ ଗରିବ ଓ ଅସହାୟଙ୍କ ସେବାରେ ଲଗାନ୍ତୁ। ଲୋକଙ୍କ ପ୍ରତି ଦରଦ ନ ଥିଲେ ଜଣେ ଭଲ ଡାକ୍ତର ହୋଇପାରିବେ ନାହିଁ। ଗାନ୍ଧିଜୀ ବଡ଼ ଓକିଲ ନଥିଲେ, କିନ୍ତୁ ଅସହାୟଙ୍କ ପ୍ରତି ଦରଦୀ ଥିଲେ।
ଏହି ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ, ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଓ କଟକ ନ୍ୟାସନାଲ ଲ’ ୟୁନିଭର୍ସିଟିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ୱର ଫେରିଛନ୍ତି ରାଷ୍ଟ୍ରପତି ଦ୍ରପଦୀ ମୁର୍ମୁ।
LIVE: President Droupadi Murmu addresses the convocation of National Law University Odisha at Cuttack https://t.co/11M0OtXkh6
— President of India (@rashtrapatibhvn) July 26, 2023
ଏପରକି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ଛାତରେ ପାଲ ଘୋଡ଼େଇ କାମ ଚଳାଇ ଦିଆଯାଇଛି। ୨ ମାସ ପୂର୍ବରୁ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ କାହିଁକି ମରାମତି ହୋଇନି ବୋଲି ଆଇନଜୀବୀ ପ୍ରଶ୍ନ ଉଠାଇଛନ୍ତି। ଗତବର୍ଷ ଅଗଷ୍ଟରେ ଅମିତ ଶାହାଙ୍କ କାର୍ଯ୍ୟକ୍ରମ ବେଳେ ବି ଏମିତି ଜରିପାଲ ପକାଯାଇଥିବା ଦେଖିବାକୁ ମିଳିଥିଲା ।
ଏଭଳି ସ୍ଥିତି ନେଇ ହାଇକୋର୍ଟ ଆଇନଜୀବୀ ରବୀନ୍ଦ୍ର ନାଥ ପାଲ କଡ଼ା ପ୍ରଶାସନିକ ପଦକ୍ଷେପକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ଏଭଳି ଅବସ୍ଥା ଦେଖି ଦୁଃଖ ଲାଗିଲା। ରାଷ୍ଟ୍ରପତି କଟକ ଆସିବା ୨ ମାସ ତଳୁ ଜଣାପଡ଼ିଲାଣି। ରାଜ୍ୟ ସରକାର କଣ ୨ ମାସ ହେଲା ମରାମତି ପାଇଁ ସମୟ ପାଇଲେନି। ସରକାରଙ୍କ ଏଭଳି ଆଚରଣ ଆମକୁ ଦୁଃଖିତ କରିଛି।
ଆଜି କଟକ ଇନଡୋର ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ସହ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍, ଓଡ଼ିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡକ୍ଟର ଏସ ମୁରଲୀଧର, ବାର ଆସୋସିଏସନର ସଭାପତି ଧରଣୀଧର ନାୟକ ଓ ରାଜ୍ୟ ଆଇନମନ୍ତ୍ରୀ ଜଗନ୍ନାଥ ସାରକା। ଉତ୍ସବରେ ଆଡଭୋକେଟ ଜେନେରାଲ, ବାର୍ କାଉନସିଲ୍ ଅଧ୍ୟକ୍ଷ, ହାଇକୋର୍ଟର ସମସ୍ତ ବିଚାରପତି ଓ ବରିଷ୍ଠ ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।
ସେ କହିଛନ୍ତି, କଟକକୁ ବିଶ୍ୱପ୍ରସିଦ୍ଧ କରିବା ପାଇଁ ଏସ୍ସିବିର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଆଜି ଭାରତର ଅଗ୍ରଣୀ ମେଡିକାଲ କଲେଜ ଓ ହସ୍ପିଟାଲ। ସାରା ଦେଶରେ ଆଜି ଏହି ଅନୁଷ୍ଠାନର ପ୍ରସିଦ୍ଧି ରହିଛି। ଆଜି ଏସ୍ସିବି ମେଡିକାଲ କଲେଜ ଏକ ମିନି ଇଣ୍ଡିଆ। ଡାକ୍ତର, ଶିକ୍ଷକ ଓ ଓକିଲଙ୍କୁ ଗାଁ ଗହଳିରେ ଭଗବାନ ମାନନ୍ତି। ଡାକ୍ତର ପ୍ରବୀଣ ହେବା ସହ ଲୋକଙ୍କ ପ୍ରତି ଦରଦ ଥିବା ଆବଶ୍ୟକ। ଡାକ୍ତରଙ୍କୁ ନରରୂପୀ ନାରାୟଣ କୁହାଯାଇଥାଏ।
ଯେକେହି ଲୋକଙ୍କ ସେବା କରିପାରିବେ, କିନ୍ତୁ ଯନ୍ତ୍ରଣା ଦୂର କରିପାରିବେନି। କେବଳ ଜଣେ ଡାକ୍ତର ହିଁ ଲୋକଙ୍କ ଯନ୍ତ୍ରଣା ଦୂର କରିପାରିବେ। ଡାକ୍ତରଙ୍କ ପାଇଁ ଲୋକଙ୍କ ଆୟୁ ବଢ଼ିଛି, ମାତୃଶିଶୁ ମୃତ୍ୟୁହାର କମିଛି। ଡାକ୍ତରଙ୍କ ପାଇଁ ଆମେ ବହୁମୂଲ୍ୟ ଜୀବନ ବଞ୍ଚାଇ ପାରିଛୁ। ରୋଗୀ ସେବା ଭଳି ଗବେଷଣା ମଧ୍ୟ ମେଡିକାଲ ସାଇନ୍ସରେ ଜରୁରୀ। ରୋଗୀକୁ ଔଷଧ ଲେଖିବା ଭଳି ଔଷଧ ବାହାର କରିବା ବି ଗୁରୁତ୍ୱପୂର୍ଣ୍ଣ। ଅସାଧ୍ୟ ରୋଗ ଭଲ କରିବା ପାଇଁ ନୂଆ ଔଷଧ ବାହାର କରି ନୋବେଲ ପୁରସ୍କାର ପାଇବାକୁ ରାଷ୍ଟ୍ରପତିଙ୍କ ଆହ୍ୱାନ ଦେଇଛନ୍ତି।
ଏହି ବାର୍ଷିକୋତ୍ସବରେ ରାଜ୍ୟପାଳ ଗଣେଣୀ ଲାଲ, ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାର ଓ ଏସ୍ସିବି ମେଡିକାଲର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Live: President Droupadi Murmu addresses the annual function of SCB Medical College and Hospital, Cuttack https://t.co/4eIqpfMpO5
— President of India (@rashtrapatibhvn) July 26, 2023
ଜୟ ଜଗନ୍ନାଥ କହି ନିଜ ଭାଷଣ ଆରମ୍ଭ କରିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାରଗିଲ ଦିବସ ଅବସରରେ ସହିଦଙ୍କୁ ନମନ କରିଛନ୍ତି। ବୀରମାଟି କଟକକୁ ପ୍ରଣାମ କରିବା ସହ ଉତ୍କଳ ଗୌରବ ମଧୁସୂଦନ, ନେତାଜୀ ସୁଭାଷଙ୍କ କଥା ମନେ ପକାଇଛନ୍ତି ରାଷ୍ଟ୍ରପତି। ଏହି ଅବସରରେ ସେ ଓଡ଼ିଶା ହାଇକୋର୍ଟର ଗୌରବ ଗାଥା ମଧ୍ୟ ବଖାଣିବାକୁ ଭୁଲି ନାହାନ୍ତି।
ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି, ମାତ୍ର ୪ ବିଚାରପତିଙ୍କୁ ନେଇ ଗଠିତ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ଏବେ ୩୩କୁ ବୃଦ୍ଧି ପାଇଛି। ଏହା ଓଡ଼ିଶାବାସୀଙ୍କ ଆଶା ଓ ଭରସାର ପ୍ରତୀକ । ତ୍ୱରିତ ନ୍ୟାୟ ପ୍ରଦାନ ଯୋଗୁ ୨ ବର୍ଷରେ ବିଚାରଧୀନ ମାମଲା ସଂଖ୍ୟା ଏକ ଚତୁର୍ଥାଂଶ ହ୍ରାସ ପାଇଛି।
ହାଇକୋର୍ଟ ସ୍ଥାପିତ ହେବାର ୭୫ ବର୍ଷ ମଧ୍ୟରେ ବହୁ କିର୍ତ୍ତୀମାନ ସ୍ଥାପନ କରିଛି। ହାଇକୋର୍ଟର ବହୁ ବିଚାରପତି ଜଗନ୍ନାଥ ଦାସ, ରଙ୍ଗନାଥ ମିଶ୍ର, ରାଧାଚରଣ ପଟ୍ଟନାୟକ, ଦେବପ୍ରିୟ ମହାପାତ୍ର, ଗୋପାଳ ବଲ୍ଲଭ ପଟ୍ଟନାୟକ, ଅରିଜିତ ପଶାୟତ, ଅନଙ୍ଗ କୁମାର ପଟ୍ଟନାୟକ ପ୍ରମୁଖ ସୁପ୍ରିମକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇ ପାରିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣ ଭାରତର ପ୍ରଧାନ ବିଚାରପତି ପଦ ଅଳଙ୍କୃତ କରିବାରେ ସକ୍ଷମ ହୋଇଛନ୍ତି। ଓଡ଼ିଶାର ବହୁ ଆଇନ ବିଶାରଦମାନଙ୍କର ସର୍ବ ଭାରତୀୟ ସ୍ତରରେ ଆଇନ ସେବା ପ୍ରତି ଉଲ୍ଲେଖନୀୟ ଅବଦାନ ରହିଛି ବୋଲି କହିଛନ୍ତି ମହାମହିମ ରାଷ୍ଟ୍ରପତି।
ମାତ୍ର ସମୟ ସହ ତାଳ ଦେଇ ଚାଲି ନ ପାରିଲେ ଯେକୌଣସି ସଙ୍ଗଠନ ତଥା ସଂସ୍ଥା ସମସ୍ତେ ପଛରେ ପଡ଼ିଯାଆନ୍ତି। କିନ୍ତୁ ଓଡ଼ିଶା ହାଇକୋର୍ଟ ନ୍ୟାୟିକ ପ୍ରକ୍ରିୟାରେ ବୈଷୟିକ ଜ୍ଞାନ କୌଶଳକୁ ଆପଣାଇ ନ୍ୟାୟ ପ୍ରଦାନକୁ ତ୍ୱରିତ କରି ପାରିଛନ୍ତି। ଯାହାଦ୍ୱାରା ପୀଡ଼ିତ ନ୍ୟାୟ ପାଇ ପାରୁଥିବା କହିଛନ୍ତି ରାଷ୍ଟ୍ରପତି।
ଏଥିସହ ସେ କହିଛନ୍ତି, ପ୍ରକୃତି ସହ ମିଳିମିଶି ଚଳିବା ଆଦିବାସୀ ଜୀବନଶୈଳୀର ମାଧ୍ୟମ । ବ୍ୟବସ୍ଥାପିତା ତଥା କାର୍ଯ୍ୟପାଳିକା ସହ ନ୍ୟାୟପାଳିକା ବି ପରିବେଶ ଓ ବନ୍ୟଜନ୍ତୁ ସଂରକ୍ଷଣକୁ ଉଚ୍ଚ ପ୍ରାଥମିକତା ଦେବା ଉଚିତ। ଏହାଦ୍ୱାରା ଆମେ ଆମ ଉତ୍ତରପୀଢ଼ିକୁ ଏକ ସୁରକ୍ଷିତ ଭବିଷ୍ୟତ ଦେବାରେ ସକ୍ଷମ ହୋଇ ପାରିବା। ଏଥିନିମନ୍ତେ ପରିବେଶ ସୁରକ୍ଷା ପ୍ରତି ନିରନ୍ତର ଧ୍ୟାନ ଦେବା ଆବଶ୍ୟକ ।
ସାମାଜିକ ଓ ଆର୍ଥିକ ଦୃଷ୍ଟିକୋଣରୁ ଅନଗ୍ରସର ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସମ୍ବିଧାନ ନିର୍ମାତାମାନେ ସବୁବେଳେ ପ୍ରାଥମିକତା ଦେଇଛନ୍ତି। ସମାଜର ବଞ୍ଚିତ ବର୍ଗର ଲୋକେ କୋର୍ଟ, କଚେରୀ ଓ ଆଇନକାନୁନ ବିଷୟରେ ବେଶି ସଚେତନ ନୁହନ୍ତି। ନିଜ ଅଧିକାର ପାଇଁ ନ୍ୟାୟଳୟ ପାଖରେ ପହଞ୍ଚିବା ନିମନ୍ତେ ଅନେକଙ୍କ ସାମର୍ଥ୍ୟ ବି ନ ଥାଏ । ବଞ୍ଚିତ ବର୍ଗଙ୍କୁ କିପରି ସୁବିଧାରେ ନ୍ୟାୟ ପ୍ରଦାନ କରାଯାଇ ପାରିବ ତାହା ଆମ ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ । ଏ ବିଷୟରେ ମାନସ ମନ୍ଥନ ହେବା ଉଚିତ। ଏହି ବର୍ଗର ଲୋକଙ୍କୁ ମାଗଣାରେ ଆଇନ ସେବା ଯୋଗାଇଦେବା ଶୁଭଙ୍କର ବିଷୟ। ଏହାଦ୍ୱାରା ସାଧାରଣ ଲୋକ ସହଜରେ ନ୍ୟାୟ ପାଇପାରିବେ। ମାତ୍ର ନ୍ୟାୟ ପ୍ରଦାନ ବେଳେ ନିରପେକ୍ଷତାକୁ ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ ବୋଲି କହିଛନ୍ତି ରାଷ୍ଟ୍ରପତି ମୁର୍ମୁ ।
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୭୫ ବର୍ଷ ପ୍ରତିଷ୍ଠା ପୂର୍ତ୍ତୀ ଅବସରରେ ଏକ ସ୍ମାରୀକ ଡାକ ଟିକେଟ ଉନ୍ମୋଚିତ ହୋଇଛି। ଏହି ଅବସରରେ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ୍ ମୁରଲିଧର , ବିଚାରପତିଗଣ, ପୁରାତନ ବିଚାରପତିଗଣ ଓ ଉପସ୍ଥିତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ରାଷ୍ଟ୍ରପତି।
ଆଜି ହାଇକୋର୍ଟ ପ୍ରତିଷ୍ଠା ଉତ୍ସବ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଏସ୍ ଗଣେଶି ଲାଲ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସମେତ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ହାଇକୋର୍ଟ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପରେ ରାଷ୍ଟ୍ରପତି ମ୍ୟୁଜିୟମ ଅଫ୍ ଜଷ୍ଟିସ ପରିଦର୍ଶନ କରିଛନ୍ତି। ଏହାପରେ ସେ ହାଇକୋର୍ଟରେ ମଧ୍ୟାହ୍ନ ଭୋଜନ କରି ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।
୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି ରାତିରେ ରାଜ୍ୟପାଳ ଭବନରେ ରାତ୍ରୀ ଯାପନ କରିଥିବା ରାଷ୍ଟ୍ରପତି ଆଜି ସକାଳେ ସଡ଼କ ପଥରେ ଭୁବନେଶ୍ୱରରୁ କଟକରେ ପହଞ୍ଚିଥିଲେ। ଏହାପରେ ସେ ପ୍ରଥମେ ମା’ କଟକ ଚଣ୍ଡୀଙ୍କ ଦର୍ଶନ କରି ସେଠାରୁ ମଧୁବାବୁଙ୍କ ଘର ପରିଦର୍ଶନରେ ଯାଇଥିଲେ । ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ ଓ ନେତାଜୀ ସଂଗ୍ରହାଳୟ ବୁଲିଥିଲେ। ଏହାପରେ ସେ ଶୈଳବାଳା ମହାବିଦ୍ୟାଳୟୟ ଓ କଟକ ଇଣ୍ଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ।
ରାଷ୍ଟ୍ରପତି ପ୍ରଥମେ ମାଆ କଟକ ଚଣ୍ଡୀଙ୍କ ଦର୍ଶନ କରି ସେଠାରୁ ମଧୁବାବୁଙ୍କ ଘର ପରିଦର୍ଶନରେ ଯିବେ। ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ ଓ ନେତାଜୀ ସଂଗ୍ରହାଳୟ ବୁଲିବା କାର୍ଯ୍ୟକ୍ରମ ରହିଛି। ୧୦ଟା ୪୫ରେ କଟକ ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିବେ ରାଷ୍ଟ୍ରପତି। ସେଠାରେ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ପରେ ଜଷ୍ଟିସ ସଂଗ୍ରହାଳୟ ବୁଲି ଓଡ଼ିଶା ହାଇକୋର୍ଟ ଜଜ୍ ଲାଉଞ୍ଜରେ ମଧ୍ୟାହ୍ନ ଭୋଜନ କରିବେ।
ପରେ ୨ଟା ୫୦ରେ ଏସସିବି ମେଡିକାଲ କଲେଜ୍ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି।
ଅପରାହ୍ଣ ୪ଟା ୧୫ରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେଠାରୁ ସଂଧ୍ୟା ୬ଟା ୩୦ରେ କାର୍ଯ୍ୟକ୍ରମ ସାରି ପୁଣି ରାଜଭବନ ଅଭିମୁଖେ ଫେରିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟଙ୍କ ରେଜିଷ୍ଟାର ଜେନେରାଲଙ୍କ ଅନୁରୋଧ କ୍ରମେ କଟକସ୍ଥିତ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ରାଜସ୍ବ
ବିଭାଗ କମିଶନର ଘୋଷଣା କରିଛନ୍ତି।
ସେଠାରୁ ରାଷ୍ଟ୍ରପତିଙ୍କ କାରକେଡ୍ ରାଜଭବନ ଅଭିମୁଖେ ଆସିଥିଲା। ତେବେ ଆସିବା ବେଳେ ବାଟରେ ସେ ଗାଡ଼ିରୁ ଓହ୍ଲାଇ ପାରମ୍ପରିକ ନାଚଗୀତ ମାଧ୍ୟମରେ ତାଙ୍କୁ ସ୍ୱାଗତ ଜଣାଉଥିବା ଲୋକଙ୍କୁ ଭେଟିଥିଲେ। ପରେ ରାଜଭବନରେ ପହଞ୍ଚିଥିଲା ରାଷ୍ଟ୍ରପତିଙ୍କ କାରକେଡ୍।
ରାଷ୍ଟ୍ରପତି ଆଜି ରାଜଭବନରେ ବିଶ୍ରାମ କରିବା ସହ ରାତ୍ରୀଯାପନ କରିବେ। ଏହି ସମୟରେ ସେ ରାଜଭନରେ ଅତୁଟ ବନ୍ଧନ ପରିବାର ସହ ଭାବ ବିନିମୟ କରିବେ।
ଆସନ୍ତାକାଲି ସେ କଟକ ଯିବେ। କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଏଠାରେ କାଲି ଦିନ ତମାମ ରହିବେ। ଆସନ୍ତାକାଲି ସକାଳ ୮ଟାରେ ରାଷ୍ଟ୍ରପତି ରାଜଭବନରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରୁ କଟକ ନରାଜ ପର୍ଯ୍ୟନ୍ତ ଆକାଶ ପଥରେ ଯିବେ। ସେଠାରୁ ତାଙ୍କ କାରକେଡ୍ ସିଧା ପହଞ୍ଚିବ କଟକ ଚଣ୍ଡୀ ମନ୍ଦିରରେ। ଏଠାରେ ପ୍ରାୟ ୧୫ ମିନିଟ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ରାଷ୍ଟ୍ରପତି ପ୍ରଥମେ ମାଆ କଟକ ଚଣ୍ଡୀଙ୍କ ଦର୍ଶନ କରି ସେଠାରୁ ମଧୁବାବୁଙ୍କ ଘର ପରିଦର୍ଶନରେ ଯିବ। ପରେ ନେତାଜୀଙ୍କ ବାସଭବନ ଓ ନେତାଜୀ ସଂଗ୍ରହାଳୟ ବୁଲିବା କାର୍ଯ୍ୟକ୍ରମ ରହିଛି।
୧୦ଟା ୪୫ରେ କଟକ ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିବେ ରାଷ୍ଟ୍ରପତି। ଏଠାରେ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହେବେ। ପରେ ଜଷ୍ଟିସ ସଂଗ୍ରହାଳୟ ବୁଲି ଓଡ଼ିଶା ହାଇକୋର୍ଟ ଜଜ୍ ଲାଉଞ୍ଜରେ ମଧ୍ୟାହ୍ନ ଭୋଜନ କରିବେ। ପରେ ୨ଟା ୫୦ରେ ଏସସିବି ମେଡିକାଲ କଲେଜ୍ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି।
ସେହିଭଳି ଅପରାହ୍ଣ ୪ଟା ୧୫ରେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ୧୦ମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସେ ଯୋଗଦେବେ। ସେଠାରୁ ସଂଧ୍ୟା ୬ଟା ୩୦ରେ କାର୍ଯ୍ୟକ୍ରମ ସାରି ପୁଣି ରାଜଭବନ ଅଭିମୁଖେ ଫେରିବେ।
ମହାମହିଙ୍କ ରାଷ୍ଟ୍ରପତିଙ୍କ ଏହି ଗ୍ରସ୍ତକୁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବ୍ଲୁ ବୁକ୍ ଗାଇଡଲାଇନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ଆଜି ଜଵାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆଜି ପୁଲିସ ସମୀକ୍ଷା କରାଯାଇଛି। କଟକରେ ସୁରକ୍ଷାକୁ ଦୃଷ୍ଟିରେ ରଖି ୫୫ ପ୍ଲାଟୁନ୍ ପୁଲିସ ଫୋର୍ସରୁ ଅଧିକ ମୁତୟନ କରାଯିବ। ରାଷ୍ଟ୍ରପତିଙ୍କ କାରକେଡ ଦାୟିତ୍ୱରେ ଖୋଦ ଡିସିପି ରହିବେ। ଏହାସହ ୨୦୦ ଅଫିସରଙ୍କ ସମେତ ପୁଲିସ କମିଶନର, ଅତିରିକ୍ତ କମିଶନର, ଡିସିପି, ଟ୍ରାଫିକ ଏସିପି ପ୍ରମୁଖ ସୁରକ୍ଷା ଯାଞ୍ଚ କରିବେ।
ଗତକାଲି ବଡ଼ ବର୍ଷା ସମ୍ଭାବନା ରହିଥିବାରୁ ସିଏମସି ପାଇଁ ଏକ ବଡ଼ ଚିନ୍ତା ଆସିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକର ତମାମ ସ୍ଥାନ ଆଜି ବୁଲି ସମୀକ୍ଷା କରିଛନ୍ତି ମୟେର ଓ କମିଶନର। ଯେପରି ବଡ଼ ବର୍ଷା ହେଲେ କଟକ ଜଳବନ୍ଦୀ ହେବେନି ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ପରିମଳ, ଆଲୋକି କରଣ ଦିଗ ପ୍ରତି ମଧ୍ୟ ଗୁରତ୍ୱ ଦିଆଯାଇଛି। ତେବେ ସିଏମ୍ସି ସମ୍ପୂର୍ଣ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ମେୟର ଏବଂ କମିଶନର। ଏଥିପାଇଁ ସିଏମ୍ସି ପରିସରରେ ଏକ ପ୍ରସ୍ତୁତି ବୈଠକ ଆଜି ହୋଇଯାଇଛି। ଯେଉଁଥିରେ ମେୟର କମିଶନରଙ୍କ ସମେତ କଟକ-ଚୌଦ୍ଵାର ବିଧାୟକ, କର୍ପୋରେଟର, ସିଏମ୍ସି ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।
ତେଣେ ଏସିସିବି ମେଡିକାଲର ଦୁଇ ଛାତ୍ରଛାତ୍ରୀଙ୍କୁ ଭେଟିବେ ମହାମହିମ ରାଷ୍ଟ୍ରପତି। ଆର୍ଥିକ ଅଭାବ ଅନଟନ ଭିତରେ ଡାକ୍ତରୀ ପାଠ ପଢିବା ପାଇଁ ଅନେକ କଷ୍ଟ ସହିଛନ୍ତି ଦୁଇ ଜଣ। ଉଭୟଙ୍କ ଘରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସ୍ୱେଚ୍ଛାସେବୀ ସଂଗଠନ ଅତୁଟ ବନ୍ଧନ ସହଯୋଗର ହାତ ବଢାଇ ତାଙ୍କୁ ଏସିସିବିରେ ଡାକ୍ତରୀ ପାଠ ପଢେଇଥିଲେ। ଏମବିବିଏସ ଏହି ଦୁଇ ଛାତ୍ରୀ ହେଲେ ଚିଲିକାର ୨ୟ ବର୍ଷ ଡାକ୍ତରୀ ଛାତ୍ରୀ ସାୟୋନି ମିଶ୍ର ଓ ବାଲେଶ୍ୱର ରେମୁଣା ଅଞ୍ଚଳର ୪ର୍ଥ ବର୍ଷର ସମ୍ଵିତ ବାରିକ। ଉଭୟଙ୍କ ବାବଦରେ ରାଷ୍ଟ୍ରପତି ଶୁଣିବା ପରେ ତାଙ୍କୁ ଭେଟିବେ।
କଟକସ୍ଥିତ ବୋର୍ଡ ଅଫ୍ ରେଭିନ୍ୟୁରେ ଅବସ୍ଥାପିତ ସମସ୍ତ କାର୍ଯ୍ୟାଳୟ. ଆରଡିସି (କେନ୍ଦ୍ରୀୟ ଡିଭିଜନ), ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସବ୍-ରେଜିଷ୍ଟ୍ରାର, ପିଡିଡିଆରଡିଏ, ପରିବହନ କାର୍ଯ୍ୟାଳୟ, ଜିଲ୍ଲା ଅବକାରୀ କାର୍ଯ୍ୟାଳୟ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ରାଜ୍ୟ ପରିବହନ କର୍ତ୍ତୃପକ୍ଷ କମିଶନଙ୍କ କାର୍ଯ୍ୟାଳୟ, ଜିଲ୍ଲା ଟ୍ରେଜେରୀ, ଆଡ୍ଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟ, ତହସିଲଦାରଙ୍କ କାର୍ଯ୍ୟାଳୟ, କଲେକ୍ଟୋରେଟ୍ କମ୍ପାଉଣ୍ଡସ୍ଥିତ ଏସ୍ବିଆଇ ମୁଖ୍ୟ କାର୍ଯ୍ୟାଳୟ ଓ ୟୁକୋ ବ୍ୟାଙ୍କ, ବାର୍ କାଉନସିଲ ନିକଟସ୍ଥ କର୍ପୋରେସନ ବ୍ୟାଙ୍କ, ହାଇକୋର୍ଟ କ୍ୟାମ୍ପସ ସ୍ଥିତ ଏସ୍ବିଆଇ କାର୍ଯ୍ୟାଳୟ, ଚାନ୍ଦିନୀଚୌକସ୍ଥିତ ମୁଖ୍ୟ ପୋଷ୍ଟ ଅଫିସ୍, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପୋଷ୍ଟ ଅଫିସ, ହାଇକୋର୍ଟ ପରିସରରେ ଥିବା ପୋଷ୍ଟ ଅଫିସ ଓ ହାଇକୋର୍ଟ ନିକଟସ୍ଥ ଏଲ୍ଆଇସି ଅଫିସ ଆସନ୍ତାକାଲି ବନ୍ଦ ରହିବ।
ଆସନ୍ତାକାଲି ରାଷ୍ଟ୍ରପତି କଟକରେ ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହେବେ।
ମାନ୍ୟବର ରାଷ୍ଟ୍ରପତିଙ୍କ କଟକ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଓଡିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ଅନୁରୋଧ କ୍ରମେ ୨୬ ଜୁଲାଇ, ୨୦୨୩ କଟକ ସ୍ଥିତ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି।
— I & PR Department, Odisha (@IPR_Odisha) July 25, 2023
ପଢନ୍ତୁ ସମ୍ପୂର୍ଣ୍ଣ ପ୍ରେସ୍ ବିବୃତି: pic.twitter.com/366sQWbLne
ରାଜଭବନଠାରେ ରାଜ୍ୟର ଆଦିମ ଜନଜାତି ସମୁଦାୟର ପ୍ରତିନିଧିମାନଙ୍କୁ ଭେଟିବେ ଓ ସେଠାରେ ରାତ୍ର ଯାପନ କରିବେ। ୨୬ତାରିଖରେ କଟକ ଚଣ୍ଡିମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ବାସଭବନ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ। ସେହିଦିନ କଟକରେ ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ, କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହେବେ।
୨୭ତାରିଖରେ ଭୁବନେଶ୍ୱରର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମକୁମାରୀ କେନ୍ଦ୍ର ଲାଇଟ୍ ହାଉସ୍ କମ୍ପେ୍ଲକ୍ସର ଶିଳାନ୍ୟାସ କରିବା ସହ ଭଦ୍ରକ ଯାଇ ଭଦ୍ରକ ସ୍ୱୟଂଶାସିତ କଲେଜର ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେଇ ନୂଆଦିଲ୍ଲୀ ଫେରିଯିବେ।
ତିନିଦିନିଆ ମହାମହିଙ୍କ ଓଡ଼ିଶା ଗସ୍ତ ନେଇ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବ୍ଲୁ ବୁକ୍ ଗାଇଡଲାଇନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୩୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ରାଷ୍ଟ୍ରପତିଙ୍କ କାରକେଡ ଦାୟିତ୍ୱରେ ଏସପି ରାଙ୍କ ଅଧିକାରୀ ରହିବେ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।
ଉକ୍ତଦିନ ରାଜଭବନଠାରେ ରାଜ୍ୟର ଆଦିମ ଜନଜାତି ସମୁଦାୟର ପ୍ରତିନିଧିମାନଙ୍କୁ ଭେଟିବେ ଓ ସେଠାରେ ରାତ୍ର ଯାପନ କରିବେ। ତା’ପର ଦିନ ଅଥବା ୨୬ତାରିଖରେ କଟକ ଚଣ୍ଡିମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ବାସଭବନ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ। ସେହିଦିନ କଟକରେ ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ, କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହେବେ।
୨୭ତାରିଖରେ ଭୁବନେଶ୍ୱରର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମକୁମାରୀ କେନ୍ଦ୍ର ଲାଇଟ୍ ହାଉସ୍ କମ୍ପେ୍ଲକ୍ସର ଶିଳାନ୍ୟାସ କରିବା ସହ ଭଦ୍ରକ ଯାଇ ଭଦ୍ରକ ସ୍ୱୟଂଶାସିତ କଲେଜର ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେଇ ନୂଆଦିଲ୍ଲୀ ଫେରିଯିବେ।
ତିନିଦିନିଆ ମହାମହିଙ୍କ ଓଡ଼ିଶା ଗ୍ରସ୍ତ ନେଇ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏନେଇ ବ୍ଲୁ ବୁକ୍ ଗାଇଡଲାଇନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ରାଷ୍ଟ୍ରପତିଙ୍କ କାରକେଡ ଦାୟିତ୍ୱରେ ଏସପି ରାଙ୍କ ଅଧିକାରୀ ରହିବେ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି ଫାଇନାଲ ରିହରସିଆଲ କରାଯାଇଛି। ବିମାନବନ୍ଦରରୁ ରାଜଭବନ ପରେ ରାଜଭବନରୁ କାର୍ଯ୍ୟକ୍ରମ ସ୍ଥାନକୁ ଫୁଲ କାରକେଡ ରିହରସିଆଲ କରାଯାଇଛି।