ଆମେରିକାର ଲସ୍ ଏଞ୍ଜଲସ୍ରେ ଥିବା ପ୍ରିୟଙ୍କାଙ୍କ ୧୬୬ କୋଟି ମୂଲ୍ୟର ଆଲିଶାନ ବଙ୍ଗଳା ଏବେ ରହିବା ଯୋଗ୍ୟ ନୁହେଁ। ଫଳରେ ବାଧ୍ୟ ହୋଇ ସ୍ୱାମୀ ଓ ଛୁଆଙ୍କ ସହ ଅନ୍ୟତ୍ର ଚାଲି ଯାଇଛନ୍ତି ପୂର୍ବତନ ମିସ୍ ୱାର୍ଲ୍ଡ ।
ସାତ ବେଡରୁମ୍, ୯ ବାଥରୁମ୍, ହୋମ ଥିଏଟର, ୱାଇନ୍ ସେଲର, ଶେଫ୍ କିଚେନ, ବିଲିୟାର୍ଡ ରୁମ୍, ଜିମ୍ ସୁଇମିଂ ପୁଲ୍ ଆଦି ସୁବିଧା ଥିବା ଏହି ବଙ୍ଗଳାକୁ ପ୍ରିୟଙ୍କା କିଛି ବର୍ଷ ପୂର୍ବେ ୧୬୬ କୋଟି ଟଙ୍କାରେ କିଣିଥିଲେ। ମାତ୍ର ପରେ ପରେ ଏହାର ସୁଇମିଂ ପୁଲ, ସ୍ପା ସେଣ୍ଟର ଆଦିରେ ସମସ୍ୟା ଦେଖିବାକୁ ମିଳିଲା। ଘରର ବିଭିନ୍ନ ସ୍ଥାନରେ ପାଇପ୍ ଲିକ୍ ହୋଇ ପାଣି ଜମି ଉଇ ହେବାକୁ ଲାଗିଲା। ଫଳରେ ପ୍ରିୟଙ୍କାଙ୍କ ବହୁ ନାମୀଦାମୀ ଜିନିଷ ନଷ୍ଟ ହୋଇ ଯାଇଥିବା ଜଣାଯାଇଛି।
ପାଣି ଲିକେଜ୍ ସହ ଉଇ ସମସ୍ୟାରେ ଅତିଷ୍ଠ ହୋଇ ପଡ଼ିଥିବା ପ୍ରିୟଙ୍କା ଶେଷରେ ଘର ଛାଡ଼ିବାକୁ ନିଷ୍ପତ୍ତି ନେଲେ। ଏଥିସହ ସେ ଏହି ପ୍ରପର୍ଟି ବିକିଥିବା ଡିଲରଙ୍କ ଉପରେ ବି ଗତବର୍ଷଠୁ ମାମଲା ରୁଜୁ କରିଛନ୍ତି। ଏପରିକି ଏଥିଯୋଗୁ ପ୍ରିୟଙ୍କା ଓ ତାଙ୍କ ବିଦେଶୀ ସ୍ୱାମୀ ନିକ୍ ଜୋନ୍ସ ବହୁ କ୍ଷତିର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି। ଏପରିକି ନଷ୍ଟ ହୋଇ ଯାଇଥିବା ମହଙ୍ଗା ଜିନିଷକୁ ସଜାଡ଼ିବାକୁ ସେମାନଙ୍କୁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିବା ବେଳେ ଏହାକୁ ଫେରି ପାଇବାକୁ ସେ ପ୍ରପର୍ଟି ଡିଲରଙ୍କ ଉପରେ ମାମଲା ରୁଜୁ କରିଛନ୍ତି।
ଘର ପୁଣି ଥରେ ରିପାୟର ନ ହେବା ପର୍ଯ୍ୟନ୍ତ ଉଭୟ ଜୋନ୍ସ କପଲ୍ ଝିଅ ମାଳତୀ ସହ ଅନ୍ୟତ୍ର ଚାଲି ଯାଇଛନ୍ତି। ଘର ମରାମତି କାମ ସରିଲେ ସେମାନେ ପୁଣି ଥରେ ସେଠାକୁ ଫେରି ପାରନ୍ତି ବୋଲି ଜଣାଯାଇଛି।
ଗତ ୪ ବର୍ଷ ଧରି ସେମାନେ ହସଖୁସିରେ ବୈବାହିକ ଜୀବନ କାଟୁଥିବା ବେଳେ ପ୍ରାୟ ୬ ମାସ ହେବ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଜଣାଯାଇଛି। ଏପରିକି ନିଜ ବୈବାହିକ ଜୀବନର ପରିସମାପ୍ତି ପାଇଁ ଜୋ’ ଜୋନସ୍ ଲସ୍ ଏଞ୍ଜେଲସ୍ରେ କିଛି ଆଇନ୍ ବିଶେଷଜ୍ଞଙ୍କ ସହ ପରାମର୍ଶ ଗ୍ରହଣ କରୁଥିବା ଜଣାଯାଇଛି।
ଜୋ’ ଜୋନସ୍ ଆମେରିକାର ଜଣେ ପପୁଲାର ସିଙ୍ଗର ହୋଇଥିବା ବେଳେ ତାଙ୍କ ପତ୍ନୀ ସୋଫିଆ ଜଣେ ଅଭିନେତ୍ରୀ। ୨୦୧୬ ମସିହାରେ ଉଭୟଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ବେଳେ ୨୦୧୯ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହାପରେ ୨୦୨୦ ଓ ୨୦୨୨ ମସିହାରେ ଉଭୟ ଦୁଇ କନ୍ୟା ସନ୍ତାନଙ୍କ ପିତାମିତା ହୋଇଥିଲେ।
ସବୁ କିଛି ଠିକ୍ଠାକ୍ ଚାଲିଥିବା ବେଳେ ପ୍ରାୟ ୬ ମାସ ହେବ ଉଭୟ ସମ୍ପର୍କ ଠିକ୍ ନ ଥିବା ଅନୁମାନ କରାଯାଉଛି। ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସି ଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ଉଭୟ କିନ୍ତୁ ସର୍ବସାଧାରଣରେ ଏକାଠି ନଜର ଆସୁଥିଲେ। ଏପରିକି ଜୋ’ଙ୍କ କନସର୍ଟରେ ମଧ୍ୟ ସୋଫିଆଙ୍କୁ ଦେଖିବାକୁ ମିଳୁଥିଲା।
ମାତ୍ର ଏବେ ଉଭୟ କୋର୍ଟ ଚକ୍କର କାଟୁଥିବା ଜଣାପଡ଼ିବା ପରେ ବିବାହ ବିଚ୍ଛେଦ କଥା ପଦାକୁ ଆସୁଛି। ଗତ ୩ ମାସ ହେବ ଜୋ’ ନିଜର ୨ ଝିଅଙ୍କର ପ୍ରଥମ କେୟାରଟେକର ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏପରିକି ନିଜ ବିଜି ସିଡ୍ୟୁଲ ଭିତରେ ବି ସେ ୨ ଛୁଆଙ୍କ କଥା ବୁଝିବାକୁ ଭୁଲୁ ନାହାନ୍ତି। ତେବେ ଏହି ସମୟରେ ସୋଫିଆ କେଉଁଠି ଓ କ’ଣ କରୁଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ।
ତେବେ ଉଭୟଙ୍କ ସମ୍ପର୍କ କେଉଁ ଆଡ଼େ ଯାଉଛି, ଉଭୟ ସବୁ ଚ୍ୟାଲେଞ୍ଜକୁ ସାମନା କରି ନିଜ ସମ୍ପର୍କକୁ ବଞ୍ଚାଇ ପାରୁଛନ୍ତି, ନା ଅଲଗା ରାସ୍ତା ବାଛି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର।
କିଛି ବର୍ଷ ପୂର୍ବେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ କ୍ଷେତ୍ରରେ ବି ସମାନ ସ୍ଥିତି ସୃଷ୍ଟି ହୋଇଥିଲା। ପ୍ରିୟଙ୍କା ନିଜ ସୋଶାଲ ମିଡିଆ ଆକାଉଣ୍ଟରୁ ଜୋନସ୍ ଟାଇଟଲ୍ ହଟାଇ ଦେବା ସହ ନିଜର ସିଙ୍ଗଲ ଫଟୋ ପୋଷ୍ଟ କରିଥିଲେ। ଏହାକୁ ନେଇ ନିକ୍ ଜୋନସ୍ଙ୍କ ସହ ତାଙ୍କ ବିବାହ ବିଚ୍ଛେଦ ଖବର ଗଣମାଧ୍ୟମରେ ହଟ୍ ଗସିପ ପାଲଟିଥିଲା। ମାତ୍ର ଉଭୟ ଏବେ ଉଭୟ ନିଜ ଝିଅ ମାଳତୀ ସହ ବେଶ୍ ଖୁସିରେ ଅଛନ୍ତି।
ଗଣମାଧ୍ୟମ ସମ୍ମୁଖରେ ପ୍ରିୟଙ୍କା କହିଛନ୍ତି, ନାକ ସର୍ଜରୀ ହେତୁ ମୋ’ ମୁହଁ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥିଲା। ଏପରିକି ନିଜ ପରିବର୍ତ୍ତିତ ମୁହଁକୁ ମୁଁ ନିଜେ ଗ୍ରହଣ କରି ପାରୁ ନ ଥିଲି। ଏଥିପାଇଁ ୩ଟି ଫିଲ୍ମ ମୋ’ ହାତରୁ ଖସି ଯାଇଥିଲା। ମୁଁ ଅବସାଦରେ ରହୁଥିବା ବେଳେ ଏଥିରୁ ମୁକୁଳିବାକୁ ଆଉ ଏକ ସର୍ଜରୀ ଆବଶ୍ୟକ ବୋଲି କହିଥିଲେ ଡାକ୍ତର।
ପୁଣି ଏକ ସର୍ଜରୀ କଥା ଶୁଣି ମୁଁ ଭୟଭୀତ ହୋଇପଡ଼ିଥିବା ବେଳେ ମୋ’ ସପୋର୍ଟ ସିଷ୍ଟମ ହୋଇ ଛିଡ଼ା ହୋଇଥିଲେ ମୋ’ ବାପା। ଏପରିକି ମୋ ସର୍ଜରୀ ବେଳେ ସେ ମୋ’ ସହ ଓଟି ଭିତରେ ରହିବେ ବୋଲି ବି କଥା ଦେଇଥିଲେ। ତାଙ୍କ କଥାକୁ ଭରସା କରି ପୁଣି ଥରେ ଛୁରୀ ତଳକୁ ଯିବାକୁ ସାହସ ଯୋଗାଡ଼ କରି ପାରିଥିଲି। ମୋ’ ବାପାଙ୍କ ଆଶ୍ୱାସନା ତଥା ଭଲ ପାଇବା ଯୋଗୁ ମୁଁ ପୁଣି ଥରେ ନିଜ ଆତ୍ମବିଶ୍ୱାସ ଫେରି ପାଇଲି ବୋଲି କହିଛନ୍ତି ଦେଶୀ ଗର୍ଲ ।
ପ୍ରିୟଙ୍କା ଚୋପ୍ରା ଏବେ ବଲିଉଡ ଫିଲ୍ମ ସହ ବହୁ ଇଣ୍ଟରନ୍ୟାସନାଲ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ହଲିଉଡ଼ ଫିଲ୍ମ ‘ଲଭ ଅଗେନ’ରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ଏହାବାଦ ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ବଲିଉଡ ଫିଲ୍ମ ‘ଜି ଲେ ଜରା’ରେ ସେ ଆଲିଆ ଭଟ୍ଟ ଓ କ୍ୟାଟ୍ରିନାଙ୍କ ସହ ସ୍କ୍ରିନ୍ ଶେଆର କରିବେ । ମା’ ହେବା ପରଠୁ ପ୍ରିୟଙ୍କା ଏବେ ଝିଅ ମାଳତୀ ମେରି ଚୋପ୍ରା ଜୋନ୍ସ ଓ ସ୍ୱାମୀ ନିକ୍ ଜୋନ୍ସଙ୍କ ସହ କ୍ୱାଲିଟି ସମୟ ଅତିବାହିତ କରୁଛନ୍ତି।
ପାକିସ୍ତାନୀ ମୂଳ କାନାଡିୟନ ଶରମିନ୍ ଓବୈଦ ଚିନୋୟଙ୍କୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ଏହି ବିବାଦକୁ ନେଇ ଏବେ ଆରମ୍ଭ ହୋଇ ଗଲାଣି ଷ୍ଟାର ୱାର। ଷ୍ଟାର୍ ୱାର୍ସର ଏକ ଫିଲ୍ମର ନିର୍ଦ୍ଦେଶନା ଦେବା ନିମନ୍ତେ ଶରମିନ୍ଙ୍କ ନାମ ଫାଇନାଲ୍ ହୋଇ ସାରିଥିବା ବେଳେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ପୂର୍ବତନ ମିସ୍ ୱାଲର୍ଡ ।
ଟ୍ୱିଟ କରି ଗ୍ଲୋବାଲ ଆଇକନ୍ ପ୍ରିୟଙ୍କା ଶର୍ମିନଙ୍କୁ ଶୁଭେଚ୍ଛା ଜଣାଇବା ସହ ଲେଖିଥିଲେ, ‘ପ୍ରଥମ ଥର ପାଇଁ ଜଣେ ମହିଳା ଷ୍ଟାର ୱାର୍ସ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ଉକ୍ତ ମହିଳାଜଣକ ଦକ୍ଷିଣ ଏସୀୟ ହୋଇଥିବା ବେଳେ ଏହା ଏକ ଐହାସକ ମୂହୂର୍ତ୍ତ । ତୁମ ପାଇଁ ମୁଁ ଖୁବ୍ ଗର୍ବିତ ଅନୁଭବ କରୁଛି।’
ହେଲେ ପ୍ରିୟଙ୍କାଙ୍କ ଟ୍ୱିଟକୁ ହଜମ କରି ପାରି ନାହାନ୍ତି ପାକିସ୍ତାନୀ ଆକ୍ଟର ଅଦନାନ ସିଦ୍ଦିକି । ସେ ନିଜ ଟ୍ୱିଟରେ ଲେଖିଛନ୍ତି, ପ୍ରିୟଙ୍କା ଚୋପ୍ରା, ମୁଁ ଆପଣଙ୍କର ଖୁବ୍ ସମ୍ମାନ କରେ। ହେଲେ ଶରମିନଙ୍କୁ ଦକ୍ଷିଣ ଏସୀୟ ବୋଲି ସମ୍ବୋଧନ କରିବା ପୂର୍ବରୁ ଆପଣ ନିଜ ଜ୍ଞାନକୁ ସଂଶୋଧନ କରି ଦିଅନ୍ତୁ । କାରଣ ଶରମିନ ପ୍ରଥମେ ଜଣେ ପାକିସ୍ତାନୀ ନାଗରିକ। ଆପଣ ନିଜକୁ ଭାରତୀୟ ବୋଲି ପ୍ରମାଣିତ କରିବାର ସୁଯୋଗକୁ ହାତ ଛଡ଼ା କରୁ ନ ଥିବା ବେଳେ ଅନ୍ୟମାନଙ୍କୁ ବି ସେମାନଙ୍କ ଦେଶ ନାମରେ ପରିଚିତ ହେବାକୁ ସୁଯୋଗ ଦେବା ଉଚିତ।
ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ସ୍ୱାମୀ ନିକ୍ ଜୋନ୍ସ ଓ ଝିଅ ମାଳତୀ ସହ ଭାରତ ଆସିଥିବା ବେଳେ ଏନେଇ ତାଙ୍କ ପ୍ରତିକ୍ରିୟା ମିଳିପାରିନି।
ପ୍ରକୃତରେ ପ୍ରିୟଙ୍କା ହଲିଉଡ ଅଭିନେତା ସାମ୍ ହ୍ୟୁଗନ୍ଙ୍କ ପ୍ରେମରେ ପଡିଛନ୍ତି। ତେବେ ପ୍ରକୃତରେ ନୁହେଁ ଫିଲ୍ମରେ। ସାମ୍ନାକୁ ଆସିଛି ପ୍ରିୟଙ୍କା ଚୋପ୍ରାଙ୍କ ଅପ୍କମିଂ ହଲିଉଡ ଫିଲ୍ମ ‘ଲଭ୍ ଏଗେନ୍’ର ଟ୍ରେଲର୍। ଏଥିରେ ସେ ନିକ୍ ଜୋନସ୍ଙ୍କୁ ଛାଡି ସାମ୍ ହ୍ୟୁଗନ୍ଙ୍କ ପ୍ରେମରେ ପଡିଛନ୍ତି।
କ୍ୱାଣ୍ଟିକୋ ଭଳି ଶୋ’ କରି ହଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି ପ୍ରିୟଙ୍କା। ଏବେ ଦୀର୍ଘ ଦିନ ପରେ ପ୍ରିୟଙ୍କା ହଲିଉଡ ଫିଲ୍ମ ଲଭ୍ ଏଗେନ୍ ଜରିଆରେ ପୁଣି ଥରେ କମ୍ବ୍ୟାକ୍ କରିଛନ୍ତି। ଏହା ଏକ ରୋମାଣ୍ଟିକ୍ ଫିଲ୍ମ। ଏଥିରେ ଦେଶୀ ଗାର୍ଲ ପ୍ରିୟଙ୍କାଙ୍କ ଜବରଦସ୍ତ ଆକ୍ଟିଂ ଦେଖିବାକୁ ମିଳିଛି।
ଏହି ଫିଲ୍ମରେ ମୀରା ଭୂମିକାରେ ନଜର ଆସିବେ ପ୍ରିୟଙ୍କା। ତାଙ୍କ ଅପୋଜିଟ୍ରେ ସାମ ହ୍ୟୁଗନ ଲିଡ୍ ରୋଲରେ ଅଛନ୍ତି। ରିଲିଜ ହୋଇଥିବା ୨ ମିନିଟ୍ ୨୮ ସେକେଣ୍ଟର ଟ୍ରେଲର୍ରେ ଫିଲ୍ମର ପୂରା କାହାଣୀର ଝଲକ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଏହି ଫିଲ୍ମର ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ୍ ଜୋନସ ମଧ୍ୟ ନଜର ଆସିଛନ୍ତି। ଏଥିରେ ତାଙ୍କର କେମିଓ ରୋଲ୍ ରହିଛି। ଏହି ଫିଲ୍ମ ଜରିଆରେ ପ୍ରଥମ କରି ପ୍ରିୟଙ୍କା ଓ ନିକ୍ ସ୍କ୍ରିନ୍ ଶେଆର କରିବାକୁ ଯାଉଛନ୍ତି । ଆସନ୍ତା ମେ’ ୧୨ ତାରିଖରେ ଫିଲ୍ମଟି ପରଦାକୁ ଆସିବ।
ଏକ ଖାସ୍ ସମାରୋହରେ ଜୋନସ ବ୍ରଦର୍ସ ମଞ୍ଚ ଉପରେ ଉପସ୍ଥିତ ଥିବା ବେଳେ ପରିବାରର ଅନ୍ୟ ସଦସ୍ୟ ସେମାନଙ୍କୁ ଚିୟର କରିବାକୁ ଦର୍ଶକ ଗ୍ୟାଲେରିରେ ଉପସ୍ଥିତ ଥିଲେ। ଏହି ସମୟରେ ପ୍ରିୟଙ୍କାଙ୍କ କୋଳରେ ଝିଅ ମାଳତୀଙ୍କୁ ଦେଖିବାକୁ ମିଳିଥିଲା। ଉଭୟ ମା’ ଝିଅ ନିକ୍ ଜୋନସ୍ଙ୍କୁ ଚିୟର କରୁଥିବା ବେଳେ ନିକ୍ ବି ନିଜ ଝିଅକୁ ଅନାଇ ହାତ ହଲାଇଥିଲେ। ଏହି ଅବସରେ ପୂରା ଜୋନସ୍ ପରିବାର ଏକାଠି ହୋଇଥିଲା।
ମା’ଙ୍କ କୋଳରେ ଥିବା ମାଳତୀ ଏକ ଖୁବ୍ ସୁନ୍ଦର ହେୟାରବ୍ୟାଣ୍ଡ ପିନ୍ଧିଥିବା ବେଳେ ଏକ କୋ-ଅର୍ଡ ସେଟ୍ ପିନ୍ଧି ରାଜକୁମାରୀଠୁ କମ୍ ଲାଗୁ ନ ଥିଲେ। ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମ୍ରେ ଝିଅର ଭିଡିଓ ଶେଆର କରିଥିବା ବେଳେ ଏହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସ୍ ଯୋଧପୁରର ଏକ ପ୍ୟାଲେସରେ ୨୦୧୮ରେ ଖ୍ରୀଷ୍ଟିଆନ ଏବଂ ହିନ୍ଦୁ ପରମ୍ପରା ଅନୁଯାୟୀ ବେଶ୍ ଆଡମ୍ବରରେ ବିବାହ କରିଥିଲେ । ବିବାହର ପ୍ରାୟ ୪ ବର୍ଷ ପରେ ଗତ ବର୍ଷ ପ୍ରାରମ୍ଭରେ, ଏହି ଦମ୍ପତି ସରୋଗେସି ମାଧ୍ୟମରେ ଝିଅ ମାଲତୀ ମେରି ଚୋପ୍ରା ଜୋନାସଙ୍କୁ ସ୍ୱାଗତ କରିଥିଲେ।
ପ୍ରିୟଙ୍କାଙ୍କ ୱାର୍କ ଫ୍ରଣ୍ଟ କଥା କହିଲେ ପ୍ରିୟଙ୍କାଙ୍କ ହାତରେ ଏବେ କିଛି ଇଣ୍ଟରନ୍ୟାସନାଲ ପ୍ରୋଜେକ୍ଟସ୍ ରହିଛି। ରୁଷୋ ବ୍ରଦର୍ସଙ୍କ ଦ୍ୱାରା ନିର୍ମିତ ଫିଲ୍ମ ‘ସିଟାଡେଲ’ ପ୍ରାଇମ୍ ଭିଡିଓରେ ଓଟିଟିରେ ରିଲିଜ ହେବ । ବଲିଉଡରେ ବି ଖୁବ୍ ଶୀଘ୍ର ପ୍ରିୟଙ୍କାଙ୍କୁ ବଡ଼ ପରଦାରେ ଦେଖିବାକୁ ପାଇବେ ଦର୍ଶକ। ପରହାନ ଅଖତରଙ୍କ ଫିଲ୍ମ ‘ଜି ଲେ ଜରା’ ଫିଲ୍ମରେ ଆଲିଆ ଭଟ୍ଟ, କ୍ୟାଟ୍ରିନାଙ୍କ ସହ ସ୍କ୍ରିନ୍ ଶେଆର କରିବେ ପ୍ରିୟଙ୍କା । ଏହାର ଶୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ ।
ସୂଚନା ମୁତାବକ, ପ୍ରିୟଙ୍କା ତାଙ୍କ ଅପ୍କମିଂ ହଲିଉଡ୍ ଫିଲ୍ମ 'ସେଟାଡେଲ'ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ଏହି ଫିଲ୍ମର ଶୁଟିଂ ବେଳେ ତାଙ୍କୁ ଜୋରଦାର ଆଘାତ ଲାଗିଛି। ଏକ ଆକ୍ସନ ସିନ୍ର ସୁଟିଂ ବେଳେ ତାଙ୍କ ମୁଣ୍ଡ ଏବଂ ଆଖିରେ ଆଘାତ ଲାଗିଥିଲା। ଏଥିସହ ତାଙ୍କ ମୁହଁରେ ମାଟି ମଧ୍ୟ ଲାଗିଛି। ଏହି ଫଟୋକୁ ସେ ନିଜ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି।
[caption id="attachment_670702" align="aligncenter" width="650"] ଫିଲ୍ମର ସୁଟିଂ ବେଳେ ତାଙ୍କୁ ଜୋରଦାର ଆଘାତ ଲାଗିଛି।[/caption]
ଫଟୋକୁ ପୋଷ୍ଟ କରି ପ୍ରିୟଙ୍କା କ୍ୟାପସନରେ ଲେଖିଛନ୍ତି, 'ଅଧିକ କଷ୍ଟଦାୟକ ଦିନ ଥିଲା, ଆପଣଙ୍କୁ ଏହା ସହ ସାକ୍ଷାତ କରାଇବା ପାଇଁ ମୁଁ ବେଶ୍ ଉତ୍ସୁକ'। ପ୍ରିୟଙ୍କାଙ୍କ ରକ୍ତାକ୍ତ ଫଟୋ ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକଙ୍କ ଚିନ୍ତା ବଢ଼ି ଯାଇଛି। ତାଙ୍କ ଫଟୋରେ ଅନେକ ଫ୍ୟାନ କମେଣ୍ଟ କରି ତାଙ୍କୁ ତାଙ୍କ ସ୍ୱାସ୍ଥ୍ୟର ଦେଖାରେଖା କରିବା ପାଇଁ ପରାମର୍ଶ ଦେଇଛନ୍ତି।
ସୂଚନା ମୁତାବକ, ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଖୁବଶୀଘ୍ର ହଲିଉଡ ଫିଲ୍ମ 'ସିଟାଡେଲ'ରେ ନଜର ଆସିବେ। ଏହା ବ୍ୟତୀତ ତାଙ୍କୁ ହଲିଉଡର ପ୍ରସିଦ୍ଧ ଅଭିନେତା ଟମ୍ କ୍ରୁଜଙ୍କ 'ମିଶନ ଇମ୍ପସିବୁଲ-୭'ରେ ମଧ୍ୟ ଦେଖିବାକୁ ମିଳିବ। ହଲିଉଡ ବ୍ୟତୀତ ବଲିଉଡରେ ସେ 'ଜି ଲେ ଜରା' ଫିଲ୍ମରେ ମଧ୍ୟ ନଜର ଆସିବେ। ଏଥିରେ ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫଙ୍କ ସହ ପ୍ରିୟଙ୍କା ସ୍କ୍ରିନ୍ ଶେଆର କରିବେ।
View this post on Instagram
ରିପୋର୍ଟ ମୁତାବକ, ଶନିବାର ଆଘାତ ଲାଗିବା ପରେ ଜୋନାସଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲା । ରବିବାର ଘରକୁ ଫେରିବା ପରେ ନିକ୍ ସୋମବାର ପୁଣିଥରେ ନିଜ ଶୋ’ର ଶୁଟିଂ କରିବେ ବୋଲି ଜଣାପଡ଼ିଛି। ନିକ୍ ବର୍ତ୍ତମାନ ଆମେରିକାରେ ଥିବା ବେଳେ ପ୍ରିୟଙ୍କା ଚୋପ୍ରା ନିଜର ଶୁଟିଂ ପାଇଁ ଲଣ୍ଡନରେ ଅଛନ୍ତି । ନିକ୍ ମଧ୍ୟ କିଛି ଦିନ ଧରି ପ୍ରିୟଙ୍କାଙ୍କ ସହ ଲଣ୍ଡନରେ ଥିଲେ।
ସୂଚନାଯୋଗ୍ୟ, ଏହି ରିଏଲିଟି ଶୋ’ର ଶୁଟିଂ ବ୍ୟତୀତ ନିକ୍ ମାର୍ଚ୍ଚରେ ନିଜର ନୂଆ ଆଲବମ୍ ‘ସ୍ପେସମ୍ୟାନ୍’ ମଧ୍ୟ ଲଞ୍ଚ୍ କରିଥିଲେ । ନିକଟରେ ନିକ୍ ଓ ପ୍ରିୟଙ୍କା ଚୋପ୍ରା ମିଶିକି ଭାରତରେ କୋଭିଡ୍ ରିଲିପ୍ ପାଇଁ ୩ ମିଲିୟନ୍ ଡଲାର୍ (ପାଖାପାଖି ୨୨ କୋଟି ଟଙ୍କା)ର ଫଣ୍ଡ ଏକାଠି କରିଥିଲେ ।
ଏବେ ପ୍ରିୟଙ୍କା ଚୋପ୍ରା ଝିଅର ଫଟୋ ଶେୟାର କରିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ପ୍ରିୟଙ୍କା ଏବେ ତାଙ୍କ ସ୍ୱାମୀ ନିକଙ୍କ ସହ ଶାଶୁ ଘରେ ଅଛନ୍ତି। ସେ ସୋଶାଲ ମିଡିଆରେ ନିଜର କାମ ବାବଦରେ ମଧ୍ୟ ସୂଚନା ଦିଅନ୍ତି। ଯାହାକୁ ତାଙ୍କ ପ୍ରଶଂସକ ମାନେ ଭରପୁର ଲାଇକ୍ ଏବଂ କମେଣ୍ଟ କରିବା ସହିତ ଶେୟାର କରନ୍ତି। ନିକଟରେ ପ୍ରିୟଙ୍କ ସୋଶାଲ ମିଡିଆ ଇନଷ୍ଟାଗ୍ରାମରେ ସୂଚନା ଦେଇ କହିଥିଲେ ସେ ବ୍ରିଟିଶ ଏକାଡେମୀ ସିନେମା ପୁରସ୍କାରର ଉପସ୍ଥାପନ କରିବେ। ଯାହାକି ଏପ୍ରିଲ ୧୦ ଓ ୧୧ ଦୁଇ ଦିନ ଧରି ଚାଲିବ। ରୟାଲ ଆଲବର୍ଟ ହଲରେ ଏହି ସମାରୋହ ଅନୁଷ୍ଠିତ ହେଉଛି। ସବୁଠୁ ବଡ଼ କଥା ହେଉଛି ପ୍ରିୟଙ୍କାଙ୍କ ଫିଲ୍ମ ‘ଦ ହ୍ୱାଇଟ ଟାଇଗର’ ମଧ୍ୟ ଦୁଇଟି ଏହି ପୁରସ୍କାର ପାଇଁ ମନୋନୀତ ହୋଇଛି।
ତେବେ ଶନିବାର ପ୍ରିୟଙ୍କା ତାଙ୍କ ଝିଅ ସହିତ ଏହି ଫଟୋ ସେୟାର କରିଛନ୍ତି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ଆପଣ ମଧ୍ୟ ଭାବୁଥିବେ ପ୍ରିୟଙ୍କା କେବେ ଝିଅ ଜନ୍ମ ଦେଲେ କିଛି ଜଣାପଡ଼ିଲାନି।
ବାସ୍ତବରେ ପ୍ରିୟଙ୍କାଙ୍କର ୩ଟି ପୋଷା କୁକୁର ଅଛି। ସେ ସମସ୍ତଙ୍କୁ ବହୁତ ଯତ୍ନ ନିଅନ୍ତି। ପ୍ରିୟଙ୍କା ଘରେ ରହିବା ସମୟରେ ତିନି କୁକୁର ସହ ସମୟ ବିତାନ୍ତି। ଏହି ତିନି କୁକୁରର ନାଁ ହେଲା ଡାଏନା, ଜିନୋ ଏବଂ ପାଣ୍ଡା। ସେ ଅନେକ ଥର କହିଛନ୍ତି ଯେ ସେ ତାଙ୍କର ତିନି ପୋଷା କୁକୁରଙ୍କ ମା’ ଭାବରେ ଗର୍ବିତ। ପ୍ରିୟଙ୍କାଙ୍କର ଗୋଟିଏ କୁକୁର ଯାହାର ନାମ ଡାଏନା ତା ସହିତ ଏକ ଫଟୋ ଶେୟାର କରିଛନ୍ତି ଇନଷ୍ଟାଗ୍ରାମରେ। ଯେଉଁଥିରେ ସେ ଲେଖିଛନ୍ତି Mommy and I… #PerfectSaturday
View this post on Instagram
ଫଟୋକୁ ସେଆର କରି ପ୍ରିୟଙ୍କା କ୍ୟାପଶନରେ ଲେଖିଛନ୍ତି, ``ରଙ୍ଗର ପର୍ବ ହୋଲି, ମୋର ସବୁଠାରୁ ମନପସନ୍ଦ ପର୍ବ। ଅଶା କରୁଛି ଯେ, ଆମେ ସମସ୍ତେ ଆମ ପରିବାରଙ୍କ ସହ ଘରେ ରହି ଏହି ପର୍ବ ପାଳନ କରିବା।'' କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରିୟଙ୍କା ନିଜର ଏହି ପୋଷ୍ଟରେ ଲୋକଙ୍କୁ ଘରେ ରହି ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି। କରୋନା ଯୋଗୁଁ ପ୍ରିୟଙ୍କା ଏବଂ ନିକ୍ଙ୍କ ଏହି ହୋଲି ସେଲିବ୍ରେସନରେ କେବଳ ତାଙ୍କ ପରିବାର ଓ ନିକଟ ସମ୍ପର୍କିୟ ମାନେ ହିଁ ସାମିଲ ହୋଇଥିଲେ।
ସୂଚନାଯୋଗ୍ୟ ଯେ, ବଲିଉଡର ଦେଶୀ ଗାର୍ଲଙ୍କୁ ଶେଷଥର ପାଇଁ `ଦ ହ୍ୱାଇଟ୍ ଟାଇଗର' ଫିଲ୍ମରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ଅପୋଜିଟ୍ରେ ରାଜକୁମାର ରାଓ ଥିଲେ। ଏବେ ତାଙ୍କ ପାଖରେ କେବଳ ହଲିଉଡ ଫିଲ୍ମର ଅଫର ରହିଛି। ଆଗକୁ ତାଙ୍କର `ମ୍ୟାଟ୍ରିକ୍ସ-୪' ଏବଂ `କାଓ ବୟ ନିଞ୍ଜା ବାଇକିଂ' ଭଳି ହଲିଉଡ ଫିଲ୍ମ ଆସିବାର ଅଛି।
View this post on Instagram
ନିକଟରେ ଏଭଳି ହିଁ କିଛି ଫ୍ୟାଶନ ସେନ୍ସକୁ ନେଇ ପ୍ରିୟଙ୍କା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଅନ୍ୟମାନଙ୍କ ଠାରୁ ଭିନ୍ନ ଦେଖାଯିବା ଚକ୍କରରେ ଅଜବ ଡ୍ରେସ ପିନ୍ଧି ସେ ସୋଶାଲ ମିଡିଆରେ ଟ୍ରୋଲ ହେଉଛନ୍ତି।
ତାଙ୍କର ଏହି ଡ୍ରେସକୁ ଦେଖି ଲୋକେ ନିଜ ହସକୁ ଆଉ ରୋକି ପାରୁନାହାନ୍ତି। କେବଳ ସେତିକି ନୁହେଁ ସୋଶାଲ ମିଡିଆରେ ପ୍ରିୟଙ୍କାଙ୍କ ଡ୍ରେସକୁ ନେଇ ମିମ୍ସ ମଧ୍ୟ ତିଆରି ହୋଇଛି।
[caption id="attachment_622401" align="aligncenter" width="650"] ଅଜବ ଡ୍ରେସ ପିନ୍ଧି ଫଟୋ ପାଇଁ ପୋଜ୍ ଦେଉଛନ୍ତି ପ୍ରିୟଙ୍କା[/caption]
ପ୍ରିୟଙ୍କାଙ୍କ ଡ୍ରେସକୁ କିଏ ବେଲୁନ ସହ ତୁଳନା କରିଛ ତ ଆଉ ବମ୍ ସହ। କିଏ ଗାଡି ହର୍ଣ୍ଣ ସହ ତ ଆଉ ଏକ ବଲ ସହ, କିଏ ଜେଲି ଫିସ୍ ସହ ତ ଆଉ କିଏ ତାଙ୍କୁ ଅଷ୍ଟ୍ରିଚ ପକ୍ଷୀ ସହ ତୁଳନା କରିଛି। ସେହିପରି ଆଉ କିଏ କିଏ ତାଙ୍କୁ ଢ଼ମଣା ସାପ ବେଙ୍ଗ ଗିଳି ଦେବା ପରେ ଯେପରି ତା’ର ଅବସ୍ଥା ହୁଏ ତାହା ସହ ମଧ୍ୟ ତୁଳନା କରିଛି।
ସବୁଠାରୁ ବଡ କଥା ହେଉଛି ଯେ ପ୍ରିୟଙ୍କା ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କୁ ନେଇ ତିଆରି ହୋଇଥିବା ଏସବୁ ମିମ୍ସକୁ ଶେଆର କରିଛନ୍ତି। ଏହି ଫଟୋଗୁଡିକୁ ଶେଆର କରି ସେ ପ୍ରଶଂସକଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।
ସୂଚନାଯୋଗ୍ୟ, ନିକଟରେ ଦେଶୀଗାର୍ଲ ପ୍ରିୟଙ୍କାଙ୍କ ବହି ‘ଅନଫିନ୍ସଡ୍ ଦ ମେମୋରୀ’ ଉନ୍ମୋଚିତ ହୋଇଥିଲେ। ଏହି ପୁସ୍ତକଟି ତାଙ୍କ ଜୀବନୀ ଉପରେ ଆଧାରିତ। ଏଥିରେ ସେ ନିଜ ବ୍ୟକ୍ତିଗତ ଓ ପ୍ରଫେସନାଲ ଲାଇଫକୁ ନେଇ ଅନେକ ବଡ଼ ବଡ଼ ଖୁଲାସା କରିଛନ୍ତି। ଫଳରେ ଏହାକୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ଅଛନ୍ତି।
Too funny... Thanks for making my day guys ! @LUXURYLAW #halpernstudio pic.twitter.com/TpEJIUocSJ
— PRIYANKA (@priyankachopra) February 23, 2021
— PRIYANKA (@priyankachopra) February 23, 2021
ପ୍ରାୟ ତିନି ବର୍ଷ ପୂର୍ବେ କ୍ଵାଣ୍ଟିକୋ ଜରିଆରେ ଆମେରିକା ଟେଲିଭିଜନରେ ପଦାର୍ପଣ କରିଥିବା ପ୍ରିୟଙ୍କା ଚୋପ୍ରା ଜୋନସ ୨୦୧୨ରେ ନିଜର ପ୍ରଥମ ଭିଡିଓ ସଙ୍ଗ ‘ଇନ ମାଇ ସିଟି’ ଜାରି କରିଥିଲେ। ନିକଟରେ ସେ ନିଜର ପ୍ରଥମ ପୁସ୍ତକ ‘ଅନ ଫିନିସ୍ଡ: ଏ ମେମୋରୀ’ ପ୍ରକାଶିତ କରିଛନ୍ତି। ଏଥିରେ ଅଭିନେତ୍ରୀ ନିଜର ପ୍ରଥମ ଭିଡିଓକୁ ନେଇ ତାଙ୍କୁ ଆମେରିକାରେ ମିଳିଥିବା ବିଚିତ୍ର ଓ ନକରାତ୍ମକ ପ୍ରତିକ୍ରିୟା ବିଷୟରେ ଉଲ୍ଲେଖ କରିଛନ୍ତି।
ପ୍ରିୟଙ୍କା ଖୁଲାସା କରିଛନ୍ତି ଯେ, ପ୍ରଥମେ ସେ ବର୍ଣ୍ଣ ବୈଷମତାର ଶିକାର ହୋଇଥିଲେ। ଲୋକେ ତାଙ୍କୁ ନେଇ ଅନେକ ଅଶ୍ଳୀଳ ଟିପ୍ପଣୀ ମଧ୍ୟ କରୁଥିଲେ। ତାଙ୍କୁ କଳା ଆତଙ୍କବାଦୀ ବୋଲି କହିବା ସହ ତାଙ୍କୁ ଗଣ ଦୁଷ୍କର୍ମର ଧମକ ମଧ୍ୟ ମିଳିଥିବା ସେ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି।
ସେ କହିଛନ୍ତି ଯେ, ମୋତେ ଏବେ ମଧ୍ୟ ଆମେରିକା ଟେଲିଭିଜନରେ ନିଜର ପ୍ରଥମ ରାତିର ରୋମାଞ୍ଚକର ଅନୁଭୁତି ମନେ ଅଛି। ମୋର ପୂର୍ବ ଘୋଷଣା ଅନୁଯାୟୀ ଲକ୍ଷ ଲକ୍ଷ ଲୋକଙ୍କ ସହ ‘ଇନ୍ ମାଇ ସିଟି’ର ପ୍ରୋମୋ ଭିଡିଓ ଦେଖିବା ମୋର ମନେ ଅଛି। ଯୁକ୍ତରାଷ୍ଟ୍ର ଆମେରିକାରେ ଏତେ ବଡ଼ ପ୍ଲାଟଫର୍ମରେ ମୋର ପ୍ରଥମ ଗୀତ ଡେବ୍ୟୁ କରିବା ପରେ ମୋର ଖୁସି କହିଲେ ନସେରେ। କିନ୍ତୁ ଏହି ଖୁସି ଅଧିକ ସମୟ ପାଇଁ ତିଷ୍ଟି ନଥିଲା। କିଛି ଲୋକଙ୍କ ପାଖରୁ ମିଳିଥିବା ପ୍ରତିକ୍ରିୟା ମୋର ସବୁ ଖୁସି ଛଡାଇ ନେଇଥିଲା ବୋଲି ସେ କହିଛନ୍ତି।
ପ୍ରିୟଙ୍କା ଆହୁରି କହିଛନ୍ତି ଯେ, ଲୋକେ ଇମେଲ ଏବଂ ଚାଟ୍ ମାଧ୍ୟମରେ ଯେଉଁ ସବୁ କମେଣ୍ଟ ଦେଇଥିଲେ ତାହା ଅଧିକ ଯନ୍ତ୍ରଣା ଦେଇଥିଲା। ସେ ପୁରା ଭାଙ୍ଗି ପଡିଥିଲେ। ଲୋକେ ତାଙ୍କୁ କଳା ଆତଙ୍କବାଦୀ କହିବା ସହ ଜାତିପ୍ରଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। କେବଳ ସେତିକି ନୁହେଁ ତୁମ ଦେଶକୁ ଫେରିଯାଅ ଏବଂ ସେଠି ଗଣଦୁଷ୍କର୍ମର ଶିକାର ହୁଅ ବୋଲି ମଧ୍ୟ କହିଥିଲେ, ଯାହା ତାଙ୍କୁ ସବୁଠୁ ଅଧିକ କଷ୍ଟ ଦେଇଥିଲା ବୋଲି ପ୍ରିୟଙ୍କା ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ ଯେ, ପୂର୍ବରୁ ପ୍ରିୟଙ୍କା ଚୋପ୍ରା ଲଞ୍ଚ କରିଥିବା ନିଜ ବହି 'ଅନ୍ଫିନିସଡ୍: ଏ ମେମୋରୀ'ରେ ଅନେକ ବଡ ବଡ ଖୁଲାସା କରିସାରିଛନ୍ତି। ନିଜ କ୍ୟାରିଅର ଠାରୁ ଆରମ୍ଭ କରି ପ୍ଲାଷ୍ଟିକ ସର୍ଜରୀ, ଡେଟିଂ ଲାଇଫ୍, ବିବାହ, ସ୍କୁଲ ଏବଂ ପରିବାର ବିଷୟରେ ସେ ନିଜ ବହିରେ ଲେଖିଛନ୍ତି। ପ୍ରିୟଙ୍କାଙ୍କ ଏହି ବହି ରିଲିଜ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ନ୍ୟୁୟର୍କ ଟାଇମ୍ସରେ ବେଷ୍ଟ ସେଲର ଲିଷ୍ଟରେ ତାଙ୍କର ଏହି ବହି ସାମିଲ ହୋଇଛି।
ଏକ ସାକ୍ଷାତକାରରେ ପ୍ରିୟଙ୍କା ଚୋପ୍ରା କହିଛନ୍ତି, ସେ ୧୧ ଶିଶୁଙ୍କ ମା’ ହେବାକୁ ଚାହୁଁଛନ୍ତି। ସେ ନିଜର ଏକ କ୍ରିକେଟ ଟିମ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ସଣ୍ଡେ ଟାଇମ୍ସ ସହ ସାକ୍ଷାତକାରରେ ସେ ନିଜର ଏହି ଇଚ୍ଛା ପ୍ରକାଶ କରିଛନ୍ତି। ସାକ୍ଷାତକାରରେ ପ୍ରିୟଙ୍କାଙ୍କୁ ଫ୍ୟାମିଲି ପ୍ଲାନିଂ ବିଷୟରେ ପ୍ରଶ୍ନ କରାଯାଇଥିଲା। ସେ କେତେ ଛୁଆ ଜନ୍ମ ଦେବାକୁ ଚାହୁଁଛନ୍ତି ବୋଲି ହୋଷ୍ଟ ଜଣକ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ପ୍ରିୟଙ୍କାଙ୍କ ଯେଉଁ ଜବାବ ଦେଇଥିଲେ ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୩୮ ବର୍ଷୀୟ ଅଭିନେତ୍ରୀ କହିଥିଲେ, ସେ ୧୧ ଶିଶୁଙ୍କ ମା’ ହେବାକୁ ଚାହୁଁଛନ୍ତି। ଏଭଳି ଉତ୍ତର ଦେଇ ପ୍ରିୟଙ୍କା ନିଜେ ବି ଜୋର ଜୋରରେ ହସିଥିଲେ।
ନିକଟରେ ହିଁ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ 'ଦ ହ୍ବାଇଟ ଟାଇଗର' ରିଲିଜ ହୋଇଛି। ଏହି ଫିଲ୍ମରେ ପ୍ରିୟଙ୍କା ଚୋପ୍ରାଙ୍କ ଅପୋଜିଟ୍ରେ ରାଜକୁମାର ରାଓ ଅଛନ୍ତି। ଫିଲ୍ମଟିକୁ ଭଲ ରେସ୍ପନ୍ସ ମଧ୍ୟ ମିଳିଛି। ଏଥିସହ ପ୍ରିୟଙ୍କା ଖୁବ୍ଶୀଘ୍ର ହଲିଉଡ ଫିଲ୍ମ 'ଦ ମେଟ୍ରିକ୍ସ-୪'ରେ ମଧ୍ୟ ନଜର ଆସିବେ। କେବଳ ସେତିକି ନୁହେଁ ତାଙ୍କ ଅପକମିଂ ଫିଲ୍ମ 'ଦ ଟେକ୍ଷ୍ଟ ଫର ୟୁ'କୁ ନେଇ ମଧ୍ୟ ପ୍ରଶଂସକମାନେ ବେଶ ଉତ୍ସାହିତ ଅଛନ୍ତି।
ବ୍ରିଟେନ୍ରେ ଏବେ ଦ୍ରୁତ ଗତିରେ ବୃଦ୍ଧି ପାଇବରେ ଲାଗିଛି କରୋନା ମହାମାରୀ। ଏଥିଯୋଗୁଁ ସାରା ଦେଶରେ ଲକ୍ଡାଉନ ଘୋଷଣା କରାଯାଇଛି। ଏହାରି ଭିତରେ ପ୍ରିୟଙ୍କା ଓ ତାଙ୍କ ମା' ଏକ ସେଲୁନକୁ ଯାଇଥିଲେ। ସେଠାରେ କରୋନା କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ଉଭୟଙ୍କୁ ପୁଲିସ ଧରିଛି।
ସୂଚନା ମୁତାବକ, ପ୍ରିୟଙ୍କା ତାଙ୍କ ମା' ଏବଂ ପୋଷା କୁକୁର ସହ ଲଣ୍ଡନର ଏକ ଲଗଜୁରୀ ସେଲୁନକୁ ଯାଇଥିଲେ। ସେହି ସମୟରେ ସେଠାରେ ଆସି ପୁଲିସ ପହଞ୍ଚିଥିଲା। ଏହାପରେ ସେଲୁନ ଭିତରେ ଥିବା ସମସ୍ତଙ୍କୁ ବାହାରକୁ ଆସିବାକୁ କହିଥିଲା ପୁଲିସ। କିନ୍ତୁ ପ୍ରିୟଙ୍କା ଏବଂ ତାଙ୍କ ମା' ବାହାରକୁ ଆସିନଥିଲେ। ଏହାପରେ ପୁଲିସ ବାଧ୍ୟ ହୋଇ ସେଲୁନ ଭିତରେ ପଶିବାରୁ ପ୍ରିୟଙ୍କା ଏବଂ ତାଙ୍କ ମା' ବାହାରକୁ ଆସିଥିଲେ।
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଲଣ୍ଡନରେ ରହୁଛନ୍ତି ଏବଂ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଫିଲ୍ମର ପ୍ରସ୍ତୁତି ପାଇଁ ପ୍ରିୟଙ୍କା ସେଲୁନ ଯାଇଥିବା ପୁଲିସକୁ କହିଛନ୍ତି । ତାଙ୍କର ଜଣେ ମୁଖପାତ୍ର କହିଛନ୍ତି ଯେ, ସରକାରଙ୍କ ଗାଇଡଲାଇନ ମାନି ପ୍ରିୟଙ୍କା ହେୟାର କଲର କରିବା ପାଇଁ ସେଲୁନକୁ ଯାଇଥିଲେ । ଯେହେତୁ ତାଙ୍କର ଫିଲ୍ମ ଶୁଟିଂ ହେବାର ଅଛି ସେଥିପାଇଁ ସେ ସେଠାକୁ ଯାଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ସେଲୁନ କେବଳ ଉକ୍ତ ପ୍ରଡକ୍ସନ ହାଉସ୍ ପାଇଁ ହିଁ ଖୋଲାଥିଲା ଏବଂ ସେଠାରେ ଉପସ୍ଥିତ ସମସ୍ତଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା ।
ତେବେ ଆାବଶ୍ୟକୀୟ ଦସ୍ତାବିଜ ଦେଖାଇବା ପରେ ପୁଲିସ କୌଣସି ଫାଇନ କାଟିନଥିଲା କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇନଥିଲା । ଏହା ସହ ଉକ୍ତ ସେଲୁନର ମାଲିକଙ୍କୁ କୋଭିଡ୍ ଗାଇଡଲାଇନ ମାନିବା ପାଇଁ ଚେତାବନୀ ଦେଇଥିଲା ପୁଲିସ ।
https://www.instagram.com/p/CCy-lV0jGr8/?utm_source=ig_web_copy_link
ପ୍ରିୟକା-ନିକ୍ ସୋଶାଲ୍ ମିଡିଆରେ ବେଶ୍ ଆକ୍ଟିଭ୍ ଆଉ ନିଜ ଫଟୋ, ଭିଡିଓ ମଧ୍ୟ ଶେୟାର କରିଥାନ୍ତି। ନିକଟରେ ନିକ୍ ନିଜ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଗୋଟିଏ ଫଟୋ ଶେୟାର କରିଥିଲେ, ଯାହା କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଛି।
ନିକ୍ ନିଜ ବନ୍ଧୁ ଗ୍ଲେନ୍ ପାଓ୍ୱେଲଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବା ସହ କେତେକ ଫଟୋ ଶେୟାର କରିଛନ୍ତି। ଏଥିରୁ ଗୋଟିଏ ଫଟୋରେ ନିକ୍ ଏବଂ ପ୍ରିୟଙ୍କା ଲିପ୍-ଲକ୍ କରୁଥିବାକୁ ଦେଖିବାକୁ ମିଳିଛି। ନିକ୍ ଫଟୋଟି ନିଜ ଇନଷ୍ଟା ଷ୍ଟୋରୀରେ ଶେୟାର କରିଥିଲେ। କିଛି ସମୟ ଭିତରେ ଏହା ଭାଇରାଲ ହୋଇଗଲା।
https://www.instagram.com/p/CDos38uDJ_D/?utm_source=ig_web_copy_link
ସେଲିବ୍ରିଟି କପଲମାନଙ୍କ ମଧ୍ୟରେ ନିକ୍-ପ୍ରିୟଙ୍କା ଖୁବ୍ ଲୋକପ୍ରିୟ। ସେମାନେ 2018 ଡିସେମ୍ବର 2ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ପ୍ରିୟଙ୍କା ନିକଙ୍କଠାରୁ ବୟସରେ 10 ବର୍ଷ ବଡ଼ ହୋଇଥିବାରୁ ଉଭୟଙ୍କ ରିଲେସନଶିପକୁ ନେଇ ଅନେକ ଦିନ ପର୍ଯ୍ୟନ୍ତ ଚର୍ଚ୍ଚା ଲାଗି ରହିଥିଲା।