ପ୍ରିୟଙ୍କା ତାଙ୍କ ‘X’ ରେ ଲେଖିଛନ୍ତି, ‘ଆଗକୁ ନିର୍ବାଚନ ଥିବା ବେଳେ ତା’ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏଭଳି ଭାବେ ଟାର୍ଗେଟ କରିବା ପୂରା ଭୁଲ୍ ଓ ଅସାମ୍ବିଧାନିକ। ରାଜନୀତିର ସ୍ତର ଏତେ ତଳକୁ ଖସିବା ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାରଙ୍କୁ ଶୋଭା ଦେଉନି।
ଆପଣମାନଙ୍କ ସମାଲୋଚକଙ୍କ ସହିତ ନିର୍ବାଚନୀ ରଣଭୂମିରେ ମୁକାବିଲା କରନ୍ତୁ। ସେମାନଙ୍କ ନୀତି ଓ କାର୍ଯ୍ୟଶୈଳୀକୁ ଅବଶ୍ୟ ସମାଲୋଚନା କରନ୍ତୁ- ଏହା ଗଣତନ୍ତ୍ର ପାଇଁ ଭଲ। କିନ୍ତୁ ନିଜ ରାଜନୀତିକ ଉଦ୍ଦେଶ୍ୟକୁ ପୂରା କରିବା ପାଇଁ ଏହିଭଳି ଭାବେ ଦେଶର ସବୁ ସଂସ୍ଥାଗୁଡ଼ିକର କ୍ଷମତାକୁ ବ୍ୟବହାର କରିବା ଓ ସେମାନଙ୍କ ଉପରେ ଚାପ ପକାଇ ସେମାନଙ୍କୁ ଦୁର୍ବଳ କରିବା ଗଣତନ୍ତ୍ରର ସବୁ ନିୟମକୁ ଉଲ୍ଲଂଘନ କରୁଛି।’
ଦେଶର ସବୁଠୁ ବଡ଼ ବିରୋଧୀ ଦଳ କଂଗ୍ରେସର ବ୍ୟାଙ୍କ୍ ଜମା ଫ୍ରିଜ୍ କରି ଦିଆଯାଇଛି। ସମସ୍ତ ରାଜନୀତିକ ଦଳ ଓ ସେମାନଙ୍କ ନେତାଙ୍କ ଉପରେ ଦିନରାତି ଇଡି, ସିବିଆଇ ଓ ଆଇଟିର ଚାପ ରହୁଛି। ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଜେଲ୍ରେ ଭର୍ତ୍ତି କରି ଦିଆଯାଇଛି। ଏବେ ଆଉ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ତାଙ୍କୁ ଜେଲ୍ ପଠାଇବାକୁ ପ୍ରସ୍ତୁତି ଚାଲିଛି। ଏଭଳି ଲଜ୍ଜାଜନକ ଘଟଣା ସ୍ୱାଧୀନ ଭାରତରେ ପ୍ରଥମ ଥର ଘଟିଛି ବୋଲି ଲେଖିଛନ୍ତି ପ୍ରିୟଙ୍କା ଗାନ୍ଧି।
ସେହିପରି ରାହୁଲ ଗାନ୍ଧି ମଧ୍ୟ ଗିରଫଦାରୀ ବିରୋଧରେ ମତ ରଖି କେଜ୍ରିୱାଲଙ୍କୁ ସମର୍ଥନ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିକୁ ଟାର୍ଗେଟ କରି କହିଛନ୍ତି, “ଡରି ଯାଇଥିବା ତାନାଶହ, ଗୋଟିଏ ମରି ଯାଇଥିବା ଗଣତନ୍ତ୍ରକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।
ମିଡିଆ ସମେତ ସଂସ୍ଥା ଉପରେ କବଜା, ଦଳଗୁଡ଼ିକୁ ଭାଙ୍ଗିବା, କମ୍ପାନୀଗୁଡ଼ିକ ଠାରୁ ବଟି ଆଦାୟ କରିବା, ମୁଖ୍ୟ ବିରୋଧୀ ଦଳର ଆକାଉଣ୍ଟକୁ ଫ୍ରିଜ କରିବା ବି ଅସୁର ଶକ୍ତି ପାଇଁ ବୋଧେ କମ ବଡ଼ିଲା। ଏଥିପାଇଁ ଏବେ ନିର୍ବାଚିତ ମୁଖ୍ୟମନ୍ତ୍ରୀମାନଙ୍କୁ ଗିରଫ କରିବା ସାଧାରଣ କଥା ହୋଇଗଲାଣି। ଇଣ୍ଡିଆ ଏହାର ମୁହଁତୋଡ଼ ଜବାବ ଦେବ।”
ଖାଲି ରାହୁଲ କିମ୍ବା ପ୍ରିୟଙ୍କା ନୁହନ୍ତି, ଟିଏମସି ଠାରୁ ଆରମ୍ଭ କରି ସପା ଓ ବାମପନ୍ଥୀ ଦଳଗୁଡ଼ିକ ମଧ୍ୟ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ବିଜେପିକୁ ଟାର୍ଗେଟ କରିଛନ୍ତି।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବିହାର ଦେଇ ଉତ୍ତର ପ୍ରଦେଶରେ ଚାନ୍ଦୌଲିରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ରାହୁଲଙ୍କ ସାଥ ପ୍ରିୟଙ୍କା ଦେବାର ଥିଲା।
କିନ୍ତୁ ଅସୁସ୍ଥତା କାରଣରୁ ସେ ଭାଇ ରାହୁଲଙ୍କ ଯାତ୍ରାରେ ସାମିଲ ହୋଇପାରିବେ ନାହିଁ। ସୁସ୍ଥ ହେବା ମାତ୍ରେ ସେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ସାମିଲ ହେବ ବୋଲି କହିଛନ୍ତି।
मैं बड़े चाव से उत्तर प्रदेश में भारत जोड़ो न्याय यात्रा के पहुँचने का इंतजार कर रही थी, लेकिन बीमारी की वजह से मुझे आज ही अस्पताल में भर्ती होना पड़ा। थोड़ा बेहतर होते ही मैं यात्रा में जुड़ूँगी। तब तक के लिए चंदौली-बनारस पहुंच रहे सभी यात्रियों, पूरी मेहनत से यात्रा की तैयारी…
— Priyanka Gandhi Vadra (@priyankagandhi) February 16, 2024
ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଗୋଟିଏ ପୋଷ୍ଟ କରି ପ୍ରିୟଙ୍କା କହିଛନ୍ତି, “ମୁଁ ବେଶ ଉତ୍ସାହର ଉତ୍ତର ପ୍ରଦେଶରେ ଭାରତ ଯୋଡ଼ୋ ଯାତ୍ରା ପହଞ୍ଚିବାକୁ ଅପେକ୍ଷା କରିଥିଲି।
ହେଲେ ଅସୁସ୍ଥତା କାରଣରୁ ମୋତେ ଆଜି ହିଁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଛି। ମୁଁ ଟିକିଏ ସୁସ୍ଥ ହେବା ମାତ୍ରେ ଯାତ୍ରାରେ ସାମିଲ ହେବି। ସେ ଯାଏ ଚାନ୍ଦୌଲି-ବାରାଣସୀ ପହଞ୍ଚିବାକୁ ଥିବା ସବୁ ଯାତ୍ରୀ, ପୂରା ଦମରେ ଯାତ୍ରା ପାଇଁ ପ୍ରସ୍ତୁତି କରୁଥିବା ଉତ୍ତର ପ୍ରଦେଶରେ ଥିବା ମୋର ସମସ୍ତ ସହଯୋଗୀ ଓ ପ୍ରିୟର ଭାଇଙ୍କୁ ଶୁଭକାମନା ଜଣାଉଛି।”
ସେହିପରି ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା ସକ୍ରିୟ ରାଜନୀତିକୁ ଆସିବେ। କଂଗ୍ରେସ ତଥା ସୋନିଆଙ୍କ ଗଡ଼ କୁହାଯାଉଥିବା ଉତ୍ତର ପ୍ରଦେଶର ରାଏ ବରେଲୀରୁ ପ୍ରିୟଙ୍କା ଲୋକସଭା ନିର୍ବାଚନ ଲଢ଼ିବେ।
୨୦୨୪ ସାଧାରଣ ନିର୍ବାଚନରେ ହିଁ ପ୍ରିୟଙ୍କା ପ୍ରଥମ ଥର ପାଇଁ ପ୍ରତ୍ୟେକ୍ଷ ନିର୍ବାଚନ ଲଢ଼ିବାକୁ ମୈଦାନକୁ ଓହ୍ଲାଇବେ ବୋଲି କଂଗ୍ରେସର ବିଶେଷ ସୂତ୍ରରୁ ଜଣାପଡ଼ିଛି।
୨୦୧୯ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ଗୋଟିଏ ଲୋକସଭା ଆସନରେ କଂଗ୍ରେସ ଜିତିଥିଲା। ଦଳର ଗଡ଼ ଆମେଥିରେ ରାହୁଲ ଗାନ୍ଧି ପରାସ୍ତ ହୋଇଥିଲେ। କିନ୍ତୁ ରାଏ ବରେଲୀରୁ ସୋନିଆ ଜିତିଥିଲେ।
୨୦୦୪ରୁ ସୋନିଆ କ୍ରମାଗତ ଭାବେ ରାଏ ବରେଲୀରୁ ଜିତି ଆସୁଛନ୍ତି। ୨୦୧୯ରେ ଏଠାରେ ତାଙ୍କୁ ୫୫.୮୦% ଭୋଟ ମିଳିଥିଲା। ତାଙ୍କ ସପକ୍ଷରେ ୫,୩୪,୯୧୮ ଖଣ୍ଡ ଭୋଟ ପଡ଼ିଥିଲା। ଏବେ ସୋନିଆ ନିଜ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପାଇଁ ରାଏ ବରେଲୀ ଆସନ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ତେବେ ଗୁଜରାଟ ସରକାରଙ୍କ ନିର୍ଦ୍ଦେଶକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏଥିସହ ୨ ସପ୍ତାହ ମଧ୍ୟରେ ଜେଲରୁ ବାହାରିଥିବା ସମସ୍ତ ୧୧ ଜଣଙ୍କୁ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିବାକୁ କହିଛନ୍ତି।
ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧୀ ସ୍ୱାଗତ କରିଛନ୍ତି। ଏହା ନ୍ୟାୟର ବିଜୟ। କିନ୍ତୁ ବିଜେପି ମହିଳା ବିରୋଧୀ ଓ ଅପରାଧୀଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧି ଏକ୍ସରେ କହିଛନ୍ତି, “ନିର୍ବାଚନ ଫାଇଦା ପାଇଁ ନ୍ୟାୟର ହତ୍ୟା କରିବାର ପ୍ରକୃତି ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ବିପଦଜ୍ଜନକ। ଅପରାଧୀଙ୍କୁ କିଏ ସୁରକ୍ଷା ଦେଉଛି, ଆଜି ସୁପ୍ରିମକୋର୍ଟଙ୍କ ରାୟ ପରେ ପୁଣି ସ୍ପଷ୍ଟ ହୋଇଯାଇଛି। ବିଲକିସ ବାନୋଙ୍କ ସଂଘର୍ଷ ଅହଂକାରୀ ବିଜେପି ସରକାର ବିରୋଧରେ ନ୍ୟାୟର ବିଜୟ।”
ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ନ୍ୟାୟର ବିଜୟ ହୋଇଥିବା କହିଛନ୍ତି। ସେ କହିଛନ୍ତି, “ସୁପ୍ରିମକୋର୍ଟ ଗୁଜରାଟ ଦଙ୍ଗା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲକିସ୍ ବାନୋଙ୍କ ଦୋଷୀଙ୍କ ମୁକ୍ତି ଆଦେଶକୁ ରଦ୍ଦ କରି ଦେଇଛନ୍ତି। ଏହି ରାୟ ପରେ ବିଜେପିର ମହିଳା ବିରୋଧୀ ନୀତି ଉପରେ ପଡ଼ିଥିବା ପରଦା ହଟିଯାଇଛି। ଏହି ଆଦେଶ ପରେ ନ୍ୟାୟ ବ୍ୟବସ୍ଥା ଲୋକଙ୍କ ବିଶ୍ୱାସ ଆହୁରି ମଜବୁତ ହେବ। ସାହାସର ସହ ନିଜର ଲଢ଼େଇ ନିଜେ ଲଢ଼ିଥିବା ବିଲକିସ ବାନୋଙ୍କୁ ଶୁଭେଚ୍ଛା।”
ଏମାନଙ୍କ ବ୍ୟତୀତ କଂଗ୍ରେସ ନେତା ପବନ ଖେଡା, ଶିବସେନା(ଉଦ୍ଧବ ଠାକରେ) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଓ ଏଆଇଏମଆଇଏ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ମଧ୍ୟ ରାୟକୁ ସ୍ୱାଗତ କରି ବିଜେପିକୁ ସମାଲୋଚନା କରିଛନ୍ତି।
ଟିଏମସି ତା’ର ଅଫିସିଆଲ ଏକ୍ସ ଆକାଉଣ୍ଟରେ ସୁପ୍ରିମକୋର୍ଟଙ୍କ ରାୟ ବିଜେପି ଗାଲରେ ଶକ୍ତ ଚାପୁଡ଼ା ବୋଲି କହିଛି।
ସିସି ଥାମ୍ପି ଏବଂ ସୁମିତ ଚଡ୍ଡାଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟରେ ପ୍ରିୟଙ୍କା ଗାନ୍ଧିଙ୍କ ନାଁ ଉଲ୍ଲେଖ କରାଯାଇଛି। ଅନୁସନ୍ଧାନରୁ ଜଣାପଡିଛି ରବର୍ଟ ଭଦ୍ରା ଓ ପ୍ରିୟଙ୍କା ଗାନ୍ଧି ଦିଲ୍ଲୀରେ ରହୁଥିବା ରିଅଲ ଇଷ୍ଟେଟ୍ ଏଜେଣ୍ଟ ଜରିଆରେ ହରିୟାଣାରେ ଜମି କିଣିଛନ୍ତି। ଏହି ଏଜେଣ୍ଟ NRI ବ୍ୟବସାୟୀ ସିସି ଥାମ୍ପିଙ୍କୁ ମଧ୍ୟ ଜମି ବିକ୍ରି କରିଥିଲେ। ଇଡି କହିଛି ଯେ ଭଦ୍ରା ଏବଂ ଥାମ୍ପିଙ୍କର ସମ୍ପର୍କ ବେଶ୍ ପୁରୁଣା। ସମାନ ବ୍ୟବସାୟ କରିବା ବ୍ୟତୀତ ଉଭୟ ଏକାଠି ଅନେକ କାମ କରନ୍ତି। ଏହା ଏକ ବଡ ମାମଲା, ଯାହା ପଳାତକ ହତିଆର୍ ଡିଲର୍ ସଞ୍ଜୟ ଭଣ୍ଡାରୀଙ୍କ ସହଜଡିତ। ସଞ୍ଜୟ ଭଣ୍ଡାରୀଙ୍କ ନିକଟସ୍ଥ ଥାମ୍ପି ଏବଂ ଭଦ୍ରା ମଧ୍ୟରେ ଆର୍ଥିକ ସଂଯୋଗର ଯାଞ୍ଚ ବେଳେ ଏହା ପ୍ରକାଶ ପାଇଛି। ତେବେ ଇଡିର ଏହି ଚାର୍ଜସିଟରେ ପ୍ରିୟଙ୍କା ଗାନ୍ଧି ଏବଂ ରବର୍ଟ ଭଦ୍ରାଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯାଇ ନାହିଁ।
୨୦୦୫-୨୦୦୬ ମଧ୍ୟରେ, ରବର୍ଟ ଭଦ୍ରା ଫରିଦାବାଦର ଆମିପୁର ଗାଁରେ ପ୍ରପର୍ଟି ଡିଲର୍ ଏଚ୍ ଏଲ୍ ପାହଓ୍ୱାଙ୍କ ଜରିଆରେ ପ୍ରାୟ ୪୦.୮ଏକର ଜମି କିଣିଥିଲେ। ତେବେ ଡିସେମ୍ବର ୨୦୧୦ରେ ଉକ୍ତ ଜମିକୁ ପୁଣି ଥରେ ଏଚ.ଏଲ ପହୱା ବିକ୍ରି କରି ଦେଇଥିଲେ। ସେହିଭଳି ଏପ୍ରିଲ ୨୦୦୬ ରେ ସେହି ଆମିପୁର ଗାଁରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନାମରେ ଏକ ଘର କିଣାଯାଇଥିଲା, ଯାହାକୁ ପୁଣି ଥରେ ଫେବୃଆରୀ ୨୦୧୦ରେ ପହୱାଙ୍କୁ ହିଁ ବିକ୍ରି କରାଯାଇଥିଲା। ସୂଚନାନୁସାରେ, ପହୱା ଥାମ୍ପିଙ୍କ ଅତି ନିକଟତମ, ସେହି ଆମିପୁର ଗାଁରେ ପହୱା ହିଁ ଥମ୍ପିଙ୍କୁ ଜମି କିଣାଇ ଦେଇଥିଲେ।
ଅନ୍ୟପକ୍ଷରେ ବୈଠକ ପରେ ମମତା ବାନାର୍ଜୀ ଗଣମାଧ୍ୟମ ସମ୍ମୁଖରେ ଏ ବିଷୟରେ କିଛି କହି ନଥିଲେ। ସେ କହିଥିଲେ, ବୈଠକରେ ଆଲୋଚନା ହୋଇଥିବା ସମସ୍ତ ପ୍ରସଙ୍ଗକୁ ଆମେ ବାହାରେ ପ୍ରକାଶ କରିପାରିବୁ ନାହିଁ।
ସେହିପରି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଚଳିତ ଡିସେମ୍ବର ୩୧ ତାରିଖ ସୁଦ୍ଧା ଆସନ ଭାଗବଣ୍ଟା ସୂତ୍ର ଚୂଡ଼ାନ୍ତ କରିବାକୁ ବୈଠକରେ ମମତା ପ୍ରସ୍ତାବ ଦେଇଥିଲେ ବୋଲି ଜଣାପଡ଼ିଛି। ଆସନ ଭାଗବଣ୍ଟା ନେଇ ରାଜ୍ୟ ସ୍ତରରେ ଡିସେମ୍ବର ସୁଦ୍ଧା କାମ ଶେଷ କରିବାକୁ ବୈଠକରେ ସହମତି ପ୍ରକାଶ ପାଇଥିବା ଜଣାପଡ଼ିଛି। ସେହିପରି ଆସନ୍ତା ଜାନୁଆରୀ ଦ୍ୱିତୀୟ ସପ୍ତାହରେ ଦଳୀୟ ନେତୃତ୍ୱ ସ୍ତରରେ ଏହି କାମ ଶେଷ କରିବାକୁ ସହମତି ପ୍ରକାଶ ପାଇଥିବା ସୂଚନା ମିଳିଛି।
୨୦୧୯ ନିର୍ବାଚନ ବେଳେ ମଧ୍ୟ ବାରାଣସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରାର୍ଥୀ ହେବେ ବୋଲି ଶୁଣିବାକୁ ମିଳିଥିଲା। କିନ୍ତୁ ଶେଷରେ କଂଗ୍ରେସ ସେଠାରୁ ଅଜୟ ରାଏଙ୍କୁ ପ୍ରାର୍ଥୀ କରିଥିଲା। ବାରାଣସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଓ ୨୦୧୯ରେ ବିଜୟୀ ହୋଇଥିଲେ।
ଏହାକୁ ଆଧାର କରି ଇସି ତାଙ୍କୁ ନୋଟିସ କରିଛନ୍ତି। ଗୁରୁବାର ସନ୍ଧ୍ୟା ୮ଟା ସୁଦ୍ଧା ପ୍ରିୟଙ୍କାଙ୍କୁ ଜବାବ ଦେବାକୁ କୁହାଯାଇଛି। ପ୍ରିୟଙ୍କା ନିର୍ବାଚନୀ ରାଲିରେ ଦେଇଥିବା ବୟାନ ମିଥ୍ୟା ଓ ତଥ୍ୟହୀନ ବୋଲି ବିଜେପି ଅଭିଯୋଗ କରିଛି।
ନିର୍ବାଚନ କମିଶନ କହିଛନ୍ତି, ଅନ୍ୟ ରାଜନୀତିକ ଦଳକୁ ସମାଲୋଚନା କରିବା ବେଳେ ଫୋକସ ପ୍ରତିପକ୍ଷଙ୍କ ନୀତି ଓ କାର୍ଯ୍ୟକ୍ରମ ଉପରେ ରହିବା ଦରକାର। ପୂର୍ବର ରେକର୍ଡ ଓ କାମ ଆଧାରରେ ସମାଲୋଚନା କରାଯିବା ଉଚିତ। ଦଳ ଓ ପ୍ରାର୍ଥୀମାନେ ପ୍ରତିପକ୍ଷଙ୍କୁ ବ୍ୟକ୍ତିଗତ ସ୍ତରକୁ ଯାଇ ଆକ୍ଷେପ କରିପାରିବେ ନାହିଁ। ତଥ୍ୟହୀନ ଓ ମିଥ୍ୟା ଆରୋପ ଠାରୁ ମଧ୍ୟ ସମସ୍ତେ ଦୂରେଇ ରହିବା ଦରକାର ବୋଲି ଇସି ନୋଟିସରେ କହିଛନ୍ତି।
ମଧ୍ୟପ୍ରଦେଶର ଭୋପାଲରେ ଗୋଟିଏ ନିର୍ବାଚନ ସଭାକୁ ଗତ ସପ୍ତାହରେ ପ୍ରିୟଙ୍କା ସମ୍ବୋଧନ କରିଥିଲେ। ଏହି ସମୟରେ ସେ ବିଜେପିକୁ ସମାଲୋଚନା କରିଥିଲେ ଓ ସରକାରଙ୍କ ଦ୍ୱାରା ପରିଚାଳିତ କମ୍ପାନୀଗୁଡ଼ିକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶିଳ୍ପପତି ବନ୍ଧୁମାନଙ୍କ ହାତକୁ ଟେକି ଦିଆଯାଉଛି ବୋଲି ଅଭିଯୋଗ କରିଥିଲେ।
ସେ କହିଥିଲେ, “କଂଗ୍ରେସ ଆଇଆଇଏମ ଓ ଏମ୍ସ ଭଳି ବଡ଼ ହସ୍ପିଟାଲ ଆଣିଥିଲା। ଏପରି ସଂସ୍ଥା ପ୍ରତିଷ୍ଠା କରିବା ପଛରେ ପଣ୍ଡିତ ଜବାହର ଲାଲ ନେହରୁଙ୍କ ଭୂମିକା ରହିଥିଲା। ଏହି ସଂସ୍ଥାଗୁଡ଼ିକ ଦେଶକୁ ଆଗକୁ ନେବେ। କିନ୍ତୁ ବିଜେପିର ନୀତି ହେଉଛି ସରକାରୀ ସଂସ୍ଥାଗୁଡ଼ିକୁ ଶିଳ୍ପପତିଙ୍କ ହାତକୁ ଟେକି ଦେବା। ଲୋକଙ୍କ ପକେଟରୁ ଟଙ୍କା ଲୁଟ କରିବା। ଭେଲ ଭଳି ସଂସ୍ଥାକୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଶିଳ୍ପପତି ବନ୍ଧୁମାନଙ୍କ ହାତରେ ଦେଇଛନ୍ତି।” ତେବେ ଏଥିରେ କୌଣସି ସତ୍ୟତା ନଥିବା ବିଜେପି କହିଛି।
ଭାରତ ଭୋଟିଂ ଠାରୁ ନିଜକୁ ଦୂରେଇ ରଖିବା ନିଷ୍ପତ୍ତିକୁ ପସନ୍ଦ କରିନାହାନ୍ତି ପ୍ରିୟଙ୍କା। ସେ କହିଛନ୍ତି, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କାହାର ସମର୍ଥନ ନ କରିବା ଏବଂ ଚୁପ୍ଚାପ ଦେଖିବା ଶୁଭଙ୍କର ନୁହେଁ। ଏହା ବେଶ୍ ଲଜ୍ଜାଜନକ। କାରଣ ମାନବିକତା ସମସ୍ତ ଆଇନର ଉର୍ଦ୍ଧ୍ୱରେ। ଶତାଧିକ ଲୋକ ଖାଦ୍ୟଅଭାବ, ଚିକିତ୍ସାରେ ଅସୁବିଧା, ଯୋଗାଯୋଗ ବିଚ୍ଛିନ୍ନ, ବିଜୁଳି କାଟ୍ ଆଦି ସମସ୍ୟା ଦେଇ ଗତି କରୁଛନ୍ତି। ପାଲେଷ୍ଟାଇନ୍ରେ ହଜାର ହଜାର ପୁରୁଷ, ମହିଳା ଏବଂ ଶିଶୁଙ୍କ ହତ୍ୟା କରାଯାଉଛି। ଏକ ରାଷ୍ଟ୍ର ଭାବେ ଆମ ଦେଶ ସର୍ବଦା ଏସବୁ ବିଷୟକୁ ବିରୋଧ କରି ଆସିଛି ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ ମହାତ୍ମାଗାନ୍ଧିଙ୍କ ଉଦାହରଣ ଦେଇ ପ୍ରିୟଙ୍କା କହିଛନ୍ତି, ଆଖି ବଦଳରେ ଆଖି, ପୂରା ବିଶ୍ୱକୁ ଅନ୍ଧ କରିଦିଏ।
ଗାଜାରେ ଯୁଦ୍ଧବିରାମ ଆଣିବା ଲାଗି ଜାତିସଂଘରେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ୧୨୦ ଦେଶ ଏହାକୁ ସମର୍ଥନ କରିଥିବା ବେଳେ ଭାରତ ସମେତ ୪୫ ଦେଶ ମତଦାନଠାରୁ ଦୂରରେ ରହିଥିଲେ। ତେବେ ପ୍ରସ୍ତାବରେ ଆତଙ୍କବାଦୀ ସଂଗଠନ ହମାସକୁ ନେଇ କିଛି କୁହାଯାଇ ନ ଥିବାରୁ ଭାରତ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।
ଅକ୍ଟୋବର ୭ରେ ହମାସ ଦ୍ୱାରା କରାଯାଇଥିବା ଅଚାନକ ଆକ୍ରମଣ ପରେ ଇସ୍ରାଏଲ ସେନା ଜବାବ ଦେଉଛି। ତୁହାକୁ ତୁହା ରକେଟ୍ ମାଡ ସହ ସ୍ଥଳଭାଗରୁ ମଧ୍ୟ ଆକ୍ରମଣ ଜୋରଦାର କରିଦେଇଛି ଇସ୍ରାଏଲ। ଏହି ଆକ୍ରମଣ ଯୋଗୁ ଏଯାବତ ଗାଜାରେ ୭୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ସେହିଭଳି ଇସ୍ରାଏଲର ମଧ୍ୟ ୧୪୦୦ ଲୋକ ପ୍ରାଣ ହରାଇଛନ୍ତି।
ପ୍ରିୟଙ୍କା ଓ ହିମନ୍ତଙ୍କୁ ନିର୍ବାଚନ କମିଶନ ସୋମବାର ସନ୍ଧ୍ୟା ୫ଟା ସୁଦ୍ଧା ନୋଟିସର ଜବାବ ଦେବାକୁ କହିଛନ୍ତି। ଧାର୍ଯ୍ୟ ସମୟସୀମା ମଧ୍ୟରେ ଉଭୟ ନେତା ଉପଯୁକ୍ତ ଜବାବ ନ ଦେଲେ, ନିର୍ବାଚନ କମିଶନ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହି ସମୟରେ ସେମାନଙ୍କ ସହ କୌଣସି ପ୍ରକାରର ଯୋଗାଯୋଗ କରାଯିବ ନାହିଁ ବୋଲି ଇସି ପକ୍ଷରୁ ଚେତାଇ ଦିଆଯାଇଛି।
କଂଗ୍ରେସ ପକ୍ଷରୁ ହିମନ୍ତ ବିଶ୍ୱଶର୍ମାଙ୍କ ବିରୋଧରେ ପ୍ରଥମେ ଇସିରେ ଅଭିଯୋଗ କରାଯାଇଥିଲା। ଛତିଶଗଡ଼ରେ ନିର୍ବାଚନ ପ୍ରଚାର ବେଳେ ରାଜ୍ୟର ଏକମାତ୍ର ମୁସଲିମ ମନ୍ତ୍ରୀ ମହମ୍ମଦ ଆକବରଙ୍କୁ ହିମନ୍ତ ଟାର୍ଗେଟ କରିଥିଲେ। ସେ ତାଙ୍କ ବିଷୟରେ ଅତ୍ୟନ୍ତ ବିବାଦୀୟ ଟିପ୍ପଣୀ ଦେଇଥିଲେ। ତାଙ୍କ ଧର୍ମକୁ ନେଇ ହିମନ୍ତ ବିଶ୍ୱଶର୍ମା ଲୋକଙ୍କୁ ବିଜେପି ସପକ୍ଷରେ ଭୋଟ ଦେବାକୁ କହିଥିବା କଂଗ୍ରେସ ଅଭିଯୋଗ କରିଛି।
ସେହିପରି ପ୍ରିୟଙ୍କା ଗାନ୍ଧି ରାଜସ୍ଥାନରେ ପ୍ରଚାର କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ। ବିଜେପି ଅଭିଯୋଗ କରିଛି ଯେ ପ୍ରିୟଙ୍କା ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ମିଥ୍ୟା ପ୍ରଚାର କରିଥିଲେ। ତାଙ୍କୁ ବ୍ୟକ୍ତିଗତ ଭାବେ ଧର୍ମକୁ ନେଇ ଟାର୍ଗେଟ କରିଥିଲେ। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି।
ଉଭୟ ଛତିଶଗଡ଼ ଓ ରାଜସ୍ଥାନ ଆସନ୍ତାମାସରେ ଭୋଟ ଦେବେ। ଏଥିପାଇଁ ସବୁ ଦଳ ଜୋରସୋରରେ ପ୍ରଚାରରେ ଲାଗି ପଡ଼ିଛନ୍ତି। ଏହି ସମୟରେ ଧର୍ମ ଓ ବ୍ୟକ୍ତିଗତ ସ୍ତରକୁ ଯାଇ ବିଭିନ୍ନ ଦଳର ନେତା ପରସ୍ପରକୁ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି।
କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଣ୍ଡଳାରେ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଛାତ୍ରବୃତ୍ତି ଯୋଜନାର ଘୋଷଣା କରିଥିଲେ। ଏହାଦ୍ୱାରା ଆଚାର ସଂହିତା ଉଲ୍ଳଘଂନ ହେଉଥିବା ବିଜେପି ଅଭିଯୋଗ କରିଛି।
ଗତ ୧୨ ତାରିଖରେ ମଣ୍ଡଳା ଜିଲ୍ଲାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ପ୍ରିୟଙ୍କା ଗାନ୍ଧି ସରକାରୀ ସ୍କୁଲର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତି ଘୋଷଣା କରିଥିଲେ। ଏପରିକି ପ୍ରତି ଛାତ୍ରଙ୍କୁ ମାସକୁ ୫ଶହରୁ ୧୫ଶହ ଟଙ୍କା ପର୍ଯ୍ୟନ୍ତ ଦିଆଯିବ ବୋଲି ଘୋଷଣା କରିଥିଲେ । ଏଥିସହ ସେ ଏହି ଯୋଜନାରେ ରାଜ୍ୟର ଛାତ୍ରଙ୍କ ପାଇଁ ୬୪୮.୮୦ କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି।
ଏନେଇ ବିଜେପିର ପଙ୍କଜ ବାଧବାନୀ ପ୍ରିୟଙ୍କାଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ମତଦାନକୁ ପ୍ରଭାବିତ କରିବା ନିମନ୍ତେ ପ୍ରିୟଙ୍କା ଗାନ୍ଧି ଲୋଭନୀୟ ଅଫର ଘୋଷଣା କରୁଛନ୍ତି। ଏହାକୁ ବିଜେପି ତୀବ୍ର ବିରୋଧ କରୁଛି।
ସୂଚନାଯୋଗ୍ୟ, ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରି ସାରିଛନ୍ତି ମୁଖ୍ୟ ନିର୍ବାଚନର କମିଶନର । ଆସନ୍ତା ମାସ ୧୭ ତାରିଖରେ ମଧ୍ୟପ୍ରଦେଶରେ ହେବ ମତଦାନ । ଏହାବାଦ ରାଜସ୍ଥାନରେ ନଭେମ୍ବର ୨୫ ଓ ତେଲେଙ୍ଗାନାରେ ନଭେମ୍ବର ୩୦ ତାରିଖରେ ମତଦାନ ହେବ। କେବଳ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଏଠାରେ ନଭେମ୍ବର ୭ରେ ପ୍ରଥମ ପର୍ଯ୍ୟାୟ ଓ ନଭେମ୍ବର ୧୭ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ଡିସେମ୍ବର ୩ ତାରିଖରେ ଭୋଟ୍ ଗଣତି ହେବ। ଡିସେମ୍ବର ୫ ତାରିଖ ସୁଦ୍ଧା ନିର୍ବାଚନର ସବୁ ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର (ସିଇସି)।
ରାଜସ୍ଥାନର ଗୋଟିଏ ରାଲିରେ ଲୋକଙ୍କୁ ସମ୍ବୋଧନ କରିବା ବେଳେ ପ୍ରିୟଙ୍କା କହିଥିଲେ ଯେ “ଆଜି ସକାଳେ ମୁଁ ଦେଖିବାକୁ ପାଇଛି ଯେ ତାଙ୍କର ଜି-୨୦ ଭେନ୍ୟୁ ପାଣିରେ ଭାସୁଥିଲା।” ସେ ପରୋକ୍ଷରେ ଜି-୨୦ ବୈଠକକୁ ବିଜେପିର ବୋଲି ତାଚ୍ଛଲ୍ୟ କରିଥିଲେ।
ପ୍ରିୟଙ୍କା କହିଥିଲେ, “ମୁଁ ଭାବୁଛି ଦେଶର ଲୋକମାନେ ଭୟରେ ଯାହା କହି ପାରୁ ନଥିଲେ, ସେକଥା ଭଗବାନ ନିଜେ ସମସ୍ତଙ୍କୁ ଦେଖାଇ ଦେଇଛନ୍ତି। ଏହା ଆଦୌ ଗର୍ବର ବିଷୟ ନୁହେଁ। ଏହି ଦେଶ ଆପଣମାନଙ୍କୁ ନେତା କରିଛି। ତେଣୁ ଦେଶ ଓ ଏହାର ଲୋକଙ୍କୁ ଆପଣ ସବୁଠାରୁ ଉପରେ ରଖନ୍ତୁ।”
ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଏପରି ବୟାନକୁ କାଉଣ୍ଟର କରିଛନ୍ତି ପୁନାୱାଲା। ସେ କହିଛନ୍ତି, “ପ୍ରିୟଙ୍କା ଭଦ୍ରା ଓ ତାଙ୍କ ଦଳ ରାଗିବା ଏବଂ ଚିଡ଼ିବା ସ୍ୱାଭାବିକ। କିନ୍ତୁ ଆପଣମାନେ ଦେଖନ୍ତୁ ପ୍ରିୟଙ୍କାଜୀ କହୁଛନ୍ତି ‘ତାଙ୍କର ଜି-୨୦।’ କ’ଣ ଏପରି କାର୍ଯ୍ୟକ୍ରମ ତାଙ୍କର, ଆଙ୍କର ନା ଭାରତର ? ଏହା ହେଉଛି ଗୋଟିଏ ପରିବାରର ମାନସିକତାରେ ଥିବା ସମସ୍ୟା। ଏହି ପରିବାର ସବୁବେଳେ ବିଶ୍ୱାସ କରନ୍ତି ଯେ ଯାହା ଦେଶର, ସେସବୁ ତାଙ୍କ ପରିବାରର। ସେ କେବଳ ଏହାକୁ ଦର୍ଶାଇବାକୁ ଚାହୁଁଛନ୍ତି।”
ପ୍ରିୟଙ୍କା ଆଣିଥିବା ଅଭିଯୋଗକୁ ଖଣ୍ଡନ କରି ମଧ୍ୟପ୍ରଦେଶ ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ରା କଂଗ୍ରେସ ଠାରୁ ପ୍ରମାଣ ମାଗିଛନ୍ତି। ଯଦି କଂଗ୍ରେସ ପ୍ରମାଣ ଦେଖାଇ ପାରିବ ନାହିଁ, ତା’ହେଲେ ଦଳ ଓ ସରକାର ପାଖରେ ଆଇନଗତ ପଦକ୍ଷେପ ଗ୍ରହଣ କରିବାର ବିକଳ୍ପ ରହିଥିବା ସେ ଚେତାବନୀ ଦେଇଛନ୍ତି।
ରାଜ୍ୟ ବିଜେପି ମୁଖ୍ୟ ଭିଡି ଶର୍ମା ମଧ୍ୟ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ସୋଶାଲ ମିଡିଆରେ ନକଲି ଚିଠି ପୋଷ୍ଟ କରି ଭିତ୍ତିହୀନ ଅଭିଯୋଗ ଆଣିଥିବା କହିଛନ୍ତି।
ତେବେ ରାଜ୍ୟ କଂଗ୍ରେସ କହିଛି ଯେ ବିଜେପି ନେତୃତ୍ୱାଧୀନ ସରକାର ଦୁର୍ନୀତିରେ ଲିପ୍ତ ଥିବା ପ୍ରମାଣ ସମସ୍ତ ସାମ୍ନାକୁ ଆସିବ। ଏଥିସହ ଶାସକ ଦଳ ରାଜ୍ୟରେ ରାଜନୀତିକ ଆତଙ୍କ ସୃଷ୍ଟି କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି।
ଶୁକ୍ରବାର ପ୍ରିୟଙ୍କା ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ଗୋଟିଏ ପୋଷ୍ଟ କରି କହିଥିଲେ ଯେ ମଧ୍ୟପ୍ରଦେଶର କଣ୍ଟ୍ରାକ୍ଟରମାନେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଥିଲେ। ସେମାନେ ଠିକାକାମ ପାଇଁ ୫୦% କିମସିନ ଦେବା ପରେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଖର୍ଚ୍ଚ ବାବଦ ଅର୍ଥ ମିଳୁଛି।
କର୍ଣ୍ଣାଟକାରେ ଥିବା ଦୁର୍ନୀତିଗ୍ରସ୍ତ ବିଜେପି ସରକାର ୪୦% କମିସିନ ନେଉଥିଲା। ମଧ୍ୟପ୍ରଦେଶରେ ବିଜେପି ଆଉ ପାଦ ଆଗେଇ ଦୁର୍ନୀତିରେ ନିଜ ରେକର୍ଡ ଭାଙ୍ଗିଛି। କର୍ଣ୍ଣାଟକାର ଲୋକମାନେ ୪୦% କମିସିନ ସରକାରକୁ ବିଦା କରିଛନ୍ତି। ଏବେ ମଧ୍ୟପ୍ରଦେଶର ଲୋକମାନେ ୫୦% କମିସିନ ସରକାରକୁ କ୍ଷମତାରୁ ବିଦା କରିବେ ବୋଲି ପ୍ରିୟଙ୍କା କହିଥିଲେ।
ପ୍ରିୟଙ୍କାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମିଶ୍ରା କହିଛନ୍ତି, ଖରାପ ମାନସିକତା ରଖି ମଧ୍ୟପ୍ରଦେଶରେ କଂଗ୍ରେସ ରାଜନୀତିକ ଖେଳ ଖେଳୁଛି। ପ୍ରଥମେ ରାହୁଲ ଗାନ୍ଧି ମିଛ କହି ଧରା ପଡ଼ିଥିଲେ। ଏବେ ପ୍ରିୟଙ୍କା ଗାନ୍ଧି ମିଥ୍ୟା ଟ୍ୱିଟ କରି ଧରାପଡ଼ିଛନ୍ତି। ପ୍ରିୟାଙ୍କାଜୀ ଆପଣ ନିଜ ଦାବିର ପ୍ରମାଣ ଦିଅନ୍ତୁ।
ନଚେତ ଆମ ପାଖରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିକଳ୍ପ ରହିଛି। ପ୍ରିୟଙ୍କା ଯେଉଁ ବ୍ୟକ୍ତି ବା କଣ୍ଟ୍ରାକ୍ଟର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଥିବା ଦାବି କରୁଛନ୍ତି, ତାଙ୍କ ନାଁ ସାର୍ବଜନୀନ କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।
ଚଳିତ ବର୍ଷ ଶେଷ ଭାଗରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି।
ସରକାରଙ୍କ କ୍ଲିନଚିଟ୍ ପରେ ରବର୍ଟ ଭଦ୍ରା ଫେସବୁକରେ ଲମ୍ବା ପୋଷ୍ଟ କରି ମାମଲାର ତଦନ୍ତ ବେଳେ ତାଙ୍କ ସହ କ’ଣ ସବୁ ଘଟିଥିଲା, ସେସବୁ ବିଷୟରେ ସମସ୍ତଙ୍କୁ କହିଛନ୍ତି। ଏଥିସହ ରାଜନୀତିରେ ପ୍ରତିଶୋଧ ତରିକା ଦେଶ ପାଇଁ ଅତ୍ୟନ୍ତ ବିଷାକ୍ତ ବୋଲି ଫେସବୁକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।
ସେ କହିଛନ୍ତି, “ମୁଁ ସବୁବେଳେ ସଚ୍ଚୋଟତାର ସହ କାମ କରିଛି। ସବୁବେଳେ କଠିନ ପରିଶ୍ରମ କରିଛି ଓ ସମୟ ଅନୁସାରେ ବିକଶିତ ହୋଇଛି। କିନ୍ତୁ ବିଜେପିର ମିଥ୍ୟା ଆରୋପ କେବେ ହେଲେ ବନ୍ଦ ହୋଇନି। ସେମାନଙ୍କର ଏଜେନ୍ସିଗୁଡ଼ିକ ମୋ କମ୍ପାନୀରେ ରେଡ କରିଥିଲେ।
ଏପରି କି ମୁଁ କାଳେ କାନ୍ଥ ଭିତରେ କିଛି ଲୁଚାଇ ରଖିଥିବି ସେଥିପାଇଁ ସେଗୁଡ଼ିକ ମଧ୍ୟ ଭାଙ୍ଗିଥିଲେ। ସେମାନେ ମୋତେ ଅନେକ ଦିନ ଧରି ଜେରା କରିଛନ୍ତି, ୧୦୦ରୁ ଅଧିକ ନୋଟିସ କରିଛନ୍ତି, ବେଆଇନ ଟିକସ ମାଗିଛନ୍ତି, ସେମାନେ ମୋର ସମ୍ପତ୍ତିକୁ ଜବତ କରି ଦେଇଥାଆନ୍ତେ, ସେମାନେ ୨୦ ହଜାରରୁ ଅଧିକ ଦସ୍ତାବିଜ ନେଇଯାଇଛନ୍ତି ଓ ଦଶନ୍ଧି ଧରି ମୋତେ ଗୋଟିଏ ପରେ ଗୋଟିଏ ଟିକସ ନୋଟିସ ପଠାଇଛନ୍ତି।
ମୁଁ ତଦନ୍ତରେ ପୂର୍ବଭଳି ତଦନ୍ତରେ ସହଯୋଗ କରିବି। ମୁଁ ସତ କ’ଣ ଜାଣିଥିଲେ ମଧ୍ୟ ସେମାନେ ମାଗୁଥିବା ସବୁ ତଥ୍ୟ ଦେବି। ଆମେ ସବୁବେଳେ ଆଇନ ଅନୁସାରେ ବ୍ୟବସାୟ କରିଛୁ ଓ ଟିକସ ଦେଇଛୁ। ହରିଆଣା ସରକାରଙ୍କ ପକ୍ଷରୁ କୋର୍ଟକୁ ଦିଆଯାଇଥିବା ରିପୋର୍ଟରେ ଆଶାର କିରଣ ଦେଖି ଖୁସି ଲାଗୁଛି।
ମୋର ବ୍ୟବସାୟିକ ନେଣଦେଣରେ କୌଣସି ପ୍ରକାରର ଭୁଲ କାମ ହୋଇ ନଥିବା ସରକାରୀ ରିପୋର୍ଟରେ ରହିଛି। ମୋ ସାଙ୍ଗରେ ଦୀର୍ଘବର୍ଷ ହେଲା ଘଟିଥିବା ଘଟଣା ଆଉ କାହା ସାଙ୍ଗରେ ନ ଘଟୁ। ରାଜନୀତିର ପ୍ରତିଶୋଧ ତରିକା ଦେଶ ପାଇଁ ଅତ୍ୟନ୍ତ ବିଷାକ୍ତ।”
ବୁଧବାର ହରିଆଣା ସରକାର ପଞ୍ଜାବ ଓ ହରିଆଣା ହାଇକୋର୍ଟଙ୍କୁ କହିଛନ୍ତି ଯେ ଭଦ୍ରାଙ୍କ ସ୍କାଏଲାଇଟ ହସ୍ପିଟାଲିଟୀ କୌଣସି ପ୍ରକାରର ନିୟମ ଉଲ୍ଲଙ୍ଘନ କରି ଡିଏଲଏଫକୁ ଜମି ଦେବାର ପ୍ରମାଣ ନାହିଁ। ତେବେ ହରିଆଣା ପୁଲିସ୍ ଏହି ଡିଲ୍ରେ ହୋଇଥିବା ଆର୍ଥିକ କାରବାର ରେକର୍ଡ ଯାଞ୍ଚ କରୁଛି।
ସେ ଆଜି ଏକାଧିକ ଟ୍ୱିଟ କରି ପ୍ରିୟଙ୍କା ଗାନ୍ଧି ଓ ତାଙ୍କ ଭାଇ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଅଭିଯୋଗ ସତ୍ତ୍ୱେ ଶ୍ରୀନିବାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ତୀବ୍ର ସମାଲୋଚନା କରିଛନ୍ତି। ପ୍ରତାରଣା ଓ ନିର୍ଯାତନା ସମ୍ପର୍କରେ ଅଙ୍ଗକିତା ବାରମ୍ବାର ରାହୁଲ ଓ ପ୍ରିୟଙ୍କାଙ୍କୁ ଜଣାଇଥିଲେ ମଧ୍ୟ ଶ୍ରୀନିବାସଙ୍କ ବିରୋଧରେ ତଦନ୍ତ ପାଇଁ କୌଣସି ପ୍ରକାରର କମିଟି ଗଠନ କରାଯାଇ ନଥିବା ସେ ଅଭିଯୋଗ କରିଛନ୍ତି।
@IYC President @srinivasiyc has continually harnessed me and was discriminating on the basis of my gender. My values and education doesn’t allow me anymore. The leadership has played deaf ears despite bring front of them MANY TIMES @RahulGandhi @kcvenugopalmp @priyankagandhi
— Dr Angkita Dutta (@angkitadutta) April 18, 2023
ସେ କହିଛନ୍ତି, “ଆଇୱାଇସି ସଭାପତି ଶ୍ରୀନିବାସ ବିଭି ନିୟମିତ ଭାବେ ମୋତେ ହଇରାଣ କରିଛନ୍ତି ଓ ମୋ ସହ ଲିଙ୍ଗଗତ ପାତରଅନ୍ତର କରିଥିଲେ। ମୋ ମୂଲ୍ୟବୋଧ ଓ ଶିକ୍ଷା ମୋତେ ଆଉ ସହ୍ୟ କରିବାକୁ ଅନୁମତି ଦେଉନି। ଅନେକ ଥର ବରିଷ୍ଠ ନେତୃବୃନ୍ଦଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେମାନେ ବଧିର ଭଳି ବ୍ୟବହାର କରୁଛନ୍ତି।
ଶ୍ରୀନାବାସଙ୍କ ବିରୋଧରେ ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା କରି ମୁଁ ବେଶ କିଛି ମାସ ଚୁପ ରହିଥିଲି। କିନ୍ତୁ ଏବେ ଲାଗୁଛି, ସେମାନେ ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉନାହାନ୍ତି। ଶ୍ରୀନିବାସ ନିଜର ପିଆର କାମର ଆଳରେ ସବୁ ପ୍ରକାରର ଭୁଲକୁ ଘୋଡ଼ାଇ ଦେଉଛନ୍ତି। ଜଣେ ପ୍ରତାରକ ଓ ଅରାଜକାବାଦୀ କେମିତି ଯୁବ କଂଗ୍ରେସର ସର୍ବଭାତୀୟ ସ୍ତରରେ ନେତୃତ୍ୱ ନେବେ?
I have kept quiet for months waiting for them to take action against him yet no one seem interested. @srinivasiyc in the guise of his PR is getting away with all kind of wrong doings
— Dr Angkita Dutta (@angkitadutta) April 18, 2023
ପ୍ରତିଥର ସେ କେମିତି ଜଣେ ମହିଳାଙ୍କୁ ପ୍ରତାଡ଼ିତ ଓ ନିଚା କରି ଦେଖାପାରିବେ? ପ୍ରିୟଙ୍କା ଗାନ୍ଧିଙ୍କ ‘ଲଡକି ହୁ, ଲଡ ଶକ୍ତି ହୁ’ ନାରା କୁଆଡ଼େ ଗଲା?” ସେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ କେସି ଭେନୁଗୋପାଳଙ୍କୁ ମଧ୍ୟ ନିଜର ଟ୍ୱିଟ ଟ୍ୟାଗ କରିଛନ୍ତି।
ଅଙ୍ଗକିତା ଆହୁରି କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କ ଉପରେ ତାଙ୍କର ଯଥେଷ୍ଟ ଭରସା ଥିଲା। ଭାରତ ଯୋଡ଼ୋ ଯାତ୍ରା ଜମ୍ମୁରେ ପହଞ୍ଚିବା ବେଳେ ସେ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଏ ସମ୍ପର୍କରେ ଜଣାଇଥିଲେ। କିନ୍ତୁ କିଛି ଫଳ ମିଳି ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
ଅଙ୍ଗକିତା କହିଛନ୍ତି, “ରାହୁଲ ଗାନ୍ଧିଙ୍କ ଉପରେ ମୋର ଯଥେଷ୍ଟ ଭରସା ଥିଲା। ଭାରତ ଯୋଡ଼ୋ ଯାତ୍ରା ଜମ୍ମୁରେ ଚାଲିଥିବା ବେଳେ ମୁଁ ରାହୁଲ ଗାନ୍ଧିଙ୍କୁ ଭେଟି ଶ୍ରୀନିବାସ ବିଭିଙ୍କ ନିର୍ଯାତନା ସମ୍ପର୍କରେ କହିଥିଲି। ସେ କେମିତି ମୋ ପ୍ରତି ଅଭଦ୍ର ଶବ୍ଦ ପ୍ରୟୋଗ କରୁଛନ୍ତି, ସେକଥା ମଧ୍ୟ ଜଣାଇଥିଲି। ଏବେ ଏପ୍ରିଲ ମାସ ହେଲାଣି। କିନ୍ତୁ କୌଣସି ତଦନ୍ତ ହୋଇନି। ଏହା କ’ଣ ଗୋଟିଏ ସୁରକ୍ଷତି ସ୍ଥାନ?
ରାହୁଲ ଗାନ୍ଧି ସବୁବେଳେ ମହିଳାଙ୍କ କଥା କହୁନ୍ତି। କିନ୍ତୁ..। ମୁଁ ଜଣେ ମହିଳା। ଯଦି ମୁଁ ଏମିତି ନିର୍ଯାତନା ଦେଇ ଗତି କରୁଛି, ତା’ହେଲେ ମୁଁ କେମିତି ଅନ୍ୟ ମହିଳାମାନଙ୍କୁ କଂଗ୍ରେସରେ ସାମିଲ ହେବାକୁ କହିବି? ଶ୍ରୀନିବାସ ଭାବୁଛନ୍ତି ସେ ଅଧିକ ଶକ୍ତିଶାଳୀ। ତାଙ୍କ ଉପରେ ବଡ଼ ବଡ଼ ନେତାଙ୍କ ଆଶୀର୍ବାଦ ଥିବାରୁ ସେ ସଂଗଠନରେ ଥିବା ଜଣେ ମହିଳାଙ୍କୁ ନିର୍ଯାତନା ଓ ନିଚ୍ଚା କରି ଦେଖାଇ ପାରିବେ?
ଯୁବ କଂଗ୍ରେସର ପୂର୍ବତନ ସଭାପତି କେଶକ କୁମାର ଯୌନ ଉତ୍ପୀଡ଼ନ ମାମଲାରେ ଛନ୍ଦି ହୋଇଥିଲେ। ମି ଠୁ ଯୋଗୁ ସବୁ କିଛି ବାହାରକୁ ଆସିଥିଲା। ଏଥିପାଇଁ ତାଙ୍କୁ ବିଦା କରାଯାଇଥିଲା। ଏବେ ଶ୍ରୀନିବାସ ୬ ମାସ ହେଲା ମାନସିକ ନିର୍ଯାତନା ଓ ଲିଙ୍ଗଗତ ପାତରଅନ୍ତର କରୁଥିଲେ ହେଁ ମୋତେ ଚୁପ ରହିବାକୁ କୁହାଯାଉଛି। କୌଣସି ତଦନ୍ତ ମଧ୍ୟ କରାଯାଉନି।”
I had a lot of faith in @RahulGandhi and went to Jammu during @bharatjodo to appraise him of @srinivasiyc harassment and demeaning use of language towards me. It’s April now and still no equity against him.
— Dr Angkita Dutta (@angkitadutta) April 18, 2023
ଅଙ୍ଗକିତା ହାଇକମାଣ୍ଡଙ୍କୁ ସେ ୪ର୍ଥ ପିଢ଼ିର କଂଗ୍ରେସ ନେତା ବୋଲି ମନେ ପକାଇ ଦେଇଛନ୍ତି। ସେ କହିଛନ୍ତି, “କଂଗ୍ରେସର ମୁଁ ଜଣେ ୪ର୍ଥ ପିଢ଼ିର ନେତା। ମୁଁ ସାଂଗଠନିକ ନିର୍ବାଚନ ଦୁଇ ଥର ଲଢ଼ିଛି। ଦଳ ପାଇଁ ପୁଲିସ୍ଠୁ ମାଡ଼ ଖାଇଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ରାଜନୀତିକ ବିଜ୍ଞାନ ଠାରୁ ଆରମ୍ଭ କରି ଏଲଏଲବି କରିଛି। ଗୌହାଟୀ ବିଶ୍ୱବିଦ୍ୟାଳୟରେ ପିଏଚଡି କରିଛି। ଆମେ ଦଳ ପାଇଁ ଚୁପ ରହିଛୁ। କିନ୍ତୁ ଶ୍ରୀନିବାସଙ୍କ ନିର୍ଯାତନା ବନ୍ଦ ହେଉନି।”
I am a four generations congressmen. I have contest internal organisation twice, make booth committee, beaten by police. My education from Pol Sc to LLB in Delhi Uni, to PhD in Guwahati University. We keep quiet for the sake of the party. But harassment doesn’t stop by Srinivas
— Dr Angkita Dutta (@angkitadutta) April 18, 2023
ତେବେ ଯୁବ କଂଗ୍ରେସର ଲିଗାଲ ସେଲ ଏପରି ଅଭିଯୋଗକୁ ଖଣ୍ଡନ କରିବା ସହ ଅଙ୍ଗକିତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି।
ଏଥିରେ କୁହାଯାଇଛି, ଉପା ସରକାର ଅମଳରେ ୧.୮୬ ଲକ୍ଷ କୋଟି ଟଙ୍କାର କୋଇଲା ଦୁର୍ନୀତି ଓ ୧.୭୬ ଲକ୍ଷ କୋଟି ଟଙ୍କା ଟୁଜି ଦୁର୍ନୀତି ହୋଇଥିଲା। ମନରେଗାରେ ୧୦ ହଜାର କୋଟି ଟଙ୍କାର ଘୋଟାଲା ହୋଇଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନରେ ୭୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ସେହିପରି ଇଟାଲୀରୁ ୧୨ଟି ହେଲିକପ୍ଟର କିଣିବା ପାଇଁ ୩୬୨ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିଲା। ରେଳବାଇ ବୋର୍ଡର ଅଧ୍ୟକ୍ଷ ପଦ ପାଇଁ ୧୨ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିଲା। ସେତେବେଳେ ଏମିତି ଏକ ସମୟ ଥିଲା ଯେତେବେଳେ ଖବର କାଗଜ ହେଉ ଅବା ନ୍ୟୁଜ ଚ୍ୟାନେଲ ସବୁଠି ଦୁର୍ନୀତି ପ୍ରମୁଖ ଖବର ହୋଇଥିଲା। ଆଉ ଦେଶବାସୀଙ୍କ ମୁଣ୍ଡ ଲଜ୍ଜାରେ ନଇଁ ଯାଉଥିଲା। ଏତେ ସବୁ ଦୁର୍ନୀତି ସତ୍ତ୍ୱେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କିଛି ଜାଣିପାରିଲେ ନାହିଁ ବୋଲି କହି ଏହି ଭିଡିଓରେ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଛି।
ଏହି ତିନି ମିନିଟର ଭିଡିଓର ପ୍ରାରମ୍ଭରେ କୁହାଯାଇଛି ଯେ ୭୦ ବର୍ଷର ଶାସନ କାଳରେ କଂଗ୍ରେସ ଦେଶବାସୀଙ୍କର ୪୮,୨୦,୬୯,୦୦,୦୦,୦୦୦ ଟଙ୍କା ଲୁଟି ନେଇଛି। ଏହାକୁ ଡକାୟତି କହିଲେ ଅଧିକ ଠିକ୍ ହେବ ବୋଲି ଏଥିରେ କୁହାଯାଇଛି। ଏହି ଟଙ୍କାରେ ଦେଶର ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ପ୍ରଗତି ପର୍ଯ୍ୟନ୍ତ ବହୁତ କାର୍ଯ୍ୟ କରାଯାଇପାରିଥା’ନ୍ତା। ଏହି ଟଙ୍କାରେ ୨୪ଟି ଆଇଏନ୍ଏସ୍ ବିକ୍ରାନ୍ତ ଯୁଦ୍ଧ ଜାହାଜ, ୩୦୦ଟି ରାଫେଲ ବିମାନ ଓ ୧୦୦୦ଟି ମଙ୍ଗଳ ମିଶନ ହୋଇପାରିଥା’ନ୍ତା। କିନ୍ତୁ କଂଗ୍ରେସ ଦୁର୍ନୀତି ଯୋଗୁ ଦେଶର ପ୍ରଗତି ହୋଇପାରିଲା ନାହିଁ।
Congress Files के पहले एपिसोड में देखिए, कैसे कांग्रेस राज में एक के बाद एक भ्रष्टाचार और घोटाले हुए… pic.twitter.com/vAZ7BDZtFi
— BJP (@BJP4India) April 2, 2023
‘କଂଗ୍ରେସ ଫାଇଲ୍ସ’ ପ୍ରଥମ ଅଧ୍ୟାୟର ଶେଷରେ ଆସନ୍ତା ଅଧ୍ୟାୟ ବା ଦ୍ୱିତୀୟ ଅଧ୍ୟାୟରେ କଂଗ୍ରେସର ଆଉ ଏକ ଦୁର୍ନୀତି ବିଷୟରେ ଦେଖିବାକୁ ମିଳିବ। ସେ ନେଇ ପ୍ରଥମ ଅଧ୍ୟାୟରେ ସମସ୍ୟକ ସୂଚନା ବି ଦିଆଯାଇଛି। ଏଥିରେ କୁହାଯାଇଛି, କଂଗ୍ରେସ ଅର୍ଥାତ୍ ଦୁର୍ନୀତିର ଆଗାମୀ ଅଧ୍ୟାୟରେ ଦେଖିବେ ‘ପେଣ୍ଟିଂର ଦାମ୍ ୨ କୋଟି ଟଙ୍କା’। ସେହି ୨ କୋଟି ପାଇଁ ଗାନ୍ଧି ପରିବାର ଧମକ ଚମକ ମଧ୍ୟ ଦେବାକୁ ପଛାଇ ନଥିଲା।
ସୂଚନା ମୁତାବକ ସନ୍ଦୀପ ସିଂହଙ୍କ ବିରୋଧରେ ଅର୍ଚ୍ଚନା ଗୌତମଙ୍କୁ ଧମକ ଦେଇଥିବା ଅଭିଯୋଗ ଦାଖଲ ହୋଇଛି। ମେରଟର ପରତାପୁର ଥାନାରେ ଏହି ମାମଲା ରୁଜୁ ହୋଇଛି। ପୁଲିସ ପୂରା ମାମଲାର ଯାଞ୍ଚ ଜାରି ରଖିଛି।
ଅର୍ଚ୍ଚନା ଗୌତମଙ୍କ ବାପାଙ୍କ ଅଭିଯୋଗ ମୁତାବକ, ସନ୍ଦୀପ ସିଂହ କେବଳ ତାଙ୍କ ଝିଅ ପାଇଁ ଜାତିଆଣ ଶବ୍ଦ ବ୍ୟବହାର କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଛନ୍ତି। ଆଇପିସି ଏବଂ ଏସସି ଏସଟି ଆକ୍ଟ ଧାରା ୫୦୪, ୫୦୬ ଅନୁଯାୟୀ ଏକ ମାମଲା ରୁଜୁ କରି ମେରଟ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅର୍ଚ୍ଚନାଙ୍କ ବାପା କହିଛନ୍ତି ଯେ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦୀର୍ଘ ଦିନ ଧରି ଭେଟିବାକୁ ଚେଷ୍ଟା କରିଆସୁଥିଲେ ମଧ୍ୟ ସନ୍ଦୀପ ସିଂ ତାଙ୍କୁ ସାକ୍ଷାତ କରିବାକୁ ଦେଉନାହାଁନ୍ତି।
ଏଥର ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମହିଳାମାନଙ୍କୁ ଅନେକ ଟିକେଟ୍ ବଣ୍ଟନ କରିଥିଲେ। ମେରଟର ହାସ୍ତିନାପୁର ଆସନରୁ କଂଗ୍ରେସ ଟିକେଟରେ ଅର୍ଚ୍ଚନା ଗୌତମ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ଅର୍ଚ୍ଚନା ନିର୍ବାଚନରେ ହାରି ଯାଇଥିଲେ। ଏହାପରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପିଏ ସନ୍ଦୀପ ସିଂଙ୍କ ବିରୋଧରେ ଅର୍ଚ୍ଚନା ଅନେକ ଗୁରୁତର ଅଭିଯୋଗ ଆଣିଥିଲେ।
ଦଳୀୟ ସୂତ୍ର ଅନୁସାରେ, ରାଜ୍ୟ କଂଗ୍ରେସ ପ୍ରତିନିଧିଙ୍କ ସଦସ୍ୟତା ଫି’ ୧୦୦ ଟଙ୍କାରୁ ବୃଦ୍ଧି କରି ୧ ହଜାର ଟଙ୍କା କରାଯିବ। ପ୍ରତିବର୍ଷ ୧ ହଜାର ଟଙ୍କା ଲେଖାଏ ଦେବାକୁ ପଡ଼ିବ। ଏହା ମଧ୍ୟରୁ ୪୦୦ ଟଙ୍କା ବିକାଶମୂଳକ ଫି’ ଓ ୩୦୦ ଟଙ୍କା ଦଳୀୟ ମାଗାଜିନ ସନ୍ଦେଶ ପାଇଁ ଆଦାୟ କରାଯିବ। ବରିଷ୍ଠ ଏଆଇସିସିଙ୍କ ସଦସ୍ୟଙ୍କ ପାଇଁ ଏହି ଫି’ ୩୦୦ ଟଙ୍କା ଓ ପ୍ରତି ବର୍ଷ ବିକାଶମୂଳକ ଫି’ ୧୦୦୦ ଟଙ୍କା ରହିବ। ଏହା ମଧ୍ୟ ୫ ବର୍ଷ ପାଇଁ ଲାଗୁ ହେବ। ଦଳର ପାଣ୍ଠି ହ୍ରାସ ପାଉଥିବାରୁ କଂଗ୍ରେସ ଫି’ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଥିବା କୁହାଯାଉଛି।
ଅନ୍ୟପକ୍ଷରେ କଂଗ୍ରେସ କଂଗ୍ରେସ ୱାର୍କିଂ କମିଟି (CWC) ପାଇଁ ନିର୍ବାଚନ ମଧ୍ୟ କରିବ। ଦଳର ବରିଷ୍ଠ ନେତାମାନେ CWC ନିର୍ବାଚନ ତୁରନ୍ତ କରିବା ସପକ୍ଷରେ ରହିଛନ୍ତି। ତେଣୁ ସେମାନେ ସମଗ୍ର ଦେଶରେ ଥିବା ଦଳୀୟ କର୍ମୀଙ୍କ ସହ ଯୋଡ଼ି ହୋଇ ଅଛନ୍ତି। ପୂର୍ବତନ ରାଷ୍ଟ୍ରପତି, ପୂର୍ବତନ ପ୍ରଧାନମନ୍ତ୍ରୀ, ଲୋକସଭା ଓ ରାଜ୍ୟସଭାର କଂଗ୍ରେସ ନେତା ଓ କଂଗ୍ରେସର ସଂସଦୀୟ ବୋର୍ଡର ଅଧ୍ୟକ୍ଷ ଆପେଆପେ CWC ସଦସ୍ୟ ହେବାର ପ୍ରାବଧାନ ରହିଛି। ତେବେ ୨୩ ସଂଖ୍ୟା ବିଶିଷ୍ଟ CWCର ବାକି ସ୍ଥାନ ଗୁଡ଼ିକ ପାଇଁ ନିର୍ବାଚନ ହେବ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦଳର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା ଆପେଆପେ CWCକୁ ଯାଇ ପାରିବେ ନାହିଁ। CWC ର ସଦସ୍ୟତା ପାଇଁ ପ୍ରିୟଙ୍କାଙ୍କୁ ନିର୍ବାଚନ ଲଢ଼ିବାକୁ ପଡ଼ିବ। ଯଦି ନିର୍ବାଚନ ହୁଏ ଓ ପ୍ରିୟଙ୍କା CWC ସଦସ୍ୟତା ପାଇଁ ଲଢ଼ନ୍ତି, ତା’ହେଲେ ବିପୁଳ ଭୋଟ ପାଇବେ ବୋଲି ବରିଷ୍ଠ କଂଗ୍ରେସ ନେତାମାନେ ମତ ରଖିଛନ୍ତି।
ଫେବୃଆରୀ ୨୬ରୁ ରାୟପୁରରେ କଂଗ୍ରେସର ୮୫ତମ ପୂର୍ଣ୍ଣ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନର ନାମ 'ହାତରେ ହାତ ଯୋଡ଼ୋ’ ରଖାଯାଇଛି। ଅଧିବେଶନରେ ସାଂଗଠନିକ ପରିବର୍ତ୍ତନ ସହ ୨୦୨୪ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ଆଲୋଚନା ହେବ।
ଉତ୍ତରପ୍ରଦେଶରେ ଆଗାମୀ ମୁଖ୍ୟମନ୍ତ୍ରୀ ଦାବିଦାର କିଏ ହେବ? ଏହି ପ୍ରଶ୍ନର ଉତ୍ତର ଦେଇ ସଲମାନ ଖୁର୍ସିଦ କହିଛନ୍ତି, ୟୁପି ବିଧାନସଭା ନିର୍ବଚାନରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ପ୍ରିୟଙ୍କା ଗାନ୍ଧି ନିଷ୍ପତ୍ତି ନେବେ। ଆମେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବୁ। ସେ କଂଗ୍ରେସର ବିଜୟ ସୁନିଶ୍ଚିତ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି।
ସେ ଆହୁରି କହିଛନ୍ତି, ବର୍ତ୍ତମାନ ଯାଏଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ କୌଣସି ନିଷ୍ପତ୍ତି ନେଇ ନ ଥିଲେ ବି ଉତ୍ତର ପ୍ରଦେଶ ବିଧାନସଭାର ୪୦୩ଟି ଯାକ ଆସନରେ କଂଗ୍ରେସ ପ୍ରାର୍ଥୀ ଛିଡ଼ା କରାଇବ। କୌଣସି ରାଜନୈତିକ ଦଳ ସହ କଂଗ୍ରେସ ମେଣ୍ଟ କରିବ ନାହିଁ। ଦୃଢ଼ ବିଶ୍ୱାସର ସହ ଆମେ ନିର୍ବାଚନ ଲଢ଼ିବୁ। ସ୍ଥାନୀୟ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ବନ୍ଧରେ ଅବଗତ ହେବା ଲାଗି ଦଳୀୟ କର୍ମୀମାନେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀକୁ ଯିବେ।
ଆଗ୍ରା ଗସ୍ତରେ ଥିବା ସଲ୍ମାନ୍ ଖୁର୍ସିଦ୍ କହିଛନ୍ତି, 'ନିର୍ବାଚନୀ ଇସ୍ତାହାରରେ ସାଧାରଣ ଜନତାଙ୍କ ଦାବି ସାମିଲ କରାଯିବ। ଦଳୀୟ ସଦସ୍ୟମାନେ ବିଧାନସଭା ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରି ସ୍ଥାନୀୟ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ବନ୍ଧରେ ଜାଣିବା ଲାଗି ଜନସାଧାଣଙ୍କ ସହ ଯୋଗାଯୋଗ କରୁଛନ୍ତି। ଆମେ ଅଯୋଧ୍ୟା, ଝାନ୍ସୀ, ଗୋରଖପୁର ଆଦି ଜିଲ୍ଲା ପରିଦର୍ଶନ କରି ସାରିଲୁଣି ଏବଂ ରବିବାର ଦିନ ଆଗ୍ରାରେ ତୋରା ଗ୍ରାମର ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛୁ। ବିଧବା ଏବଂ ବାର୍ଦ୍ଧକ୍ୟ ଭତ୍ତା ଭଳି ସମସ୍ୟା ସହ ଲୋକେ ଆହୁରି କିଛି ସମସ୍ୟା ବିଷୟରେ ଅଭିଯୋଗ କରିଛନ୍ତି।'
ସୂଚନା ମୁତାବକ ଉତ୍ତରପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ସଙ୍ଗଠନକୁ ନେଇ ଘନ ଘନ ବୈଠକ କରୁଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା। ଦଳକୁ ମଜଭୁତ କରିବା ପାଇଁ ସେ ରବିବାର ଦିନ ଦୁଇ ଦିନିଆ ଗସ୍ତରେ ରୟବରେଲି ଯାଇ ସେଠାକାର କଂଗ୍ରେସ କର୍ମୀଙ୍କ ସହ ସାକ୍ଷାତ କରି ତାଙ୍କର ଉତ୍ସାହ ବଢ଼ାଇଥିଲେ। ଏଥିସହ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।
https://twitter.com/ANINewsUP/status/1437221769723539457?s=20
ଜାନୁଆରୀ ୨୬ରେ ଦିଲ୍ଲୀରେ ଟ୍ରାକ୍ଟର ରାଲି ବେଳେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିବାକୁ ପ୍ରିୟଙ୍କା ରାମପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ହାପୁଡ଼ ରୋଡ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। କାର୍କେଡ୍ରେ ଥିବା ଗାଡ଼ି ଗୁଡ଼ିକ ମଧ୍ୟରୁ ଗୋଟିଏର ଡ୍ରାଇଭର ହଠାତ୍ ବ୍ରେକ୍ କଷି ଦେଇଥିଲେ। ଫଳରେ ତା’ପଛରେ ଆସୁଥିବା ତିନୋଟି ଗାଡ଼ି ପଛକୁ ପଛ ପିଟି ହୋଇଯାଇଥିଲେ।
ଉତ୍ତର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ କହିଛନ୍ତି, ନବରୀତ ସିଂହ କାନାଡାରୁ ଆସି ଚାଷୀଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ। ଟ୍ରାକ୍ଟର ରାଲି ବେଳେ ପୁଲିସ୍ ଗୁଳିରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପରିବାର ଲୋକଙ୍କୁ ଆଜି ପ୍ରିୟଙ୍କା ଗାନ୍ଧୀ ଭେଟିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ଅନ୍ୟପକ୍ଷରେ ପୁଲିସ୍ କହିଛି, ଟ୍ରାକ୍ଟର ଓଲଟି ପଡ଼ିବା ଯୋଗୁ ନବରୀତ ତା’ ତଳେ ଚାପି ହୋଇ ଯାଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍ ଏହାର ସିସିଟିଭି ଫୁଟେଜ୍ ମଧ୍ୟ ଜାରି କରିଥିଲା। ଏକ ଟ୍ରାକ୍ଟର ପୁଲିସ୍ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ଓଲଟି ପଡ଼ିଥିବା ଏଥିରେ ଦେଖିବାକୁ ମିଳିଛି। ଟ୍ରାକ୍ଟରଟି କିଛି ଲୋକଙ୍କ ଉପରେ ଓଲଟି ପଡ଼ିଥିଲା। ସେହିଭଳି ଶବ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ମୃତ ଚାଷୀଙ୍କ ଶରୀରରେ ଗୁଳି ବାଜିଥିବା ନେଇ କିଛି ଉଲ୍ଲେଖ କରାଯାଇ ନାହିଁ।
ସୂଚନାଯୋଗ୍ୟ, ପୁଲିସ୍ ଗୁଳିରେ ଚାଷୀଙ୍କ ମୃତ୍ୟୁ ଘଟିବା ନେଇ ମିଛି ଖବର ପ୍ରଚାର କରିବା ଅଭିଯୋଗରେ କଂଗ୍ରେସ ସାଂସଦ ଶଶି ଥରୁର ଓ ୬ ଜଣ ସାମ୍ବାଦିକଙ୍କ ବିରୋଧରେ ପୁଲିସ୍ ଦେଶଦ୍ରୋହ ମାମଲା ରୁଜୁ କରିଛି। ଯେଉଁ ୬ ଜଣ ସାମ୍ବାଦିକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି, ସେମାନ ହେଉଛନ୍ତି- ମୃଣାଳ ପାଣ୍ଡେ, ରାଜଦୀପ ସରଦେଶାଇ, ବିନୋଦ କେ ଜୋସେ, ଜାଫର ଆଘା, ପରେଶ ନାଥ ଓ ଅନନ୍ତ ନାଥ।
Vehicles in Congress leader Priyanka Gandhi Vadra's cavalcade collided with each other on Hapur Road earlier today; no injuries reported.
She is on her way to Rampur, Uttar Pradesh. https://t.co/uFx7bRjs52 pic.twitter.com/VWkXuNPCMB
— ANI (@ANI) February 4, 2021
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୪ରେ ଉତ୍ତରପ୍ରଦେଶ ହାଥରସସ୍ଥିତ ଏକ ଗ୍ରାମରେ ୪ ଜଣ ଯୁବକ ୧୯ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତା ଜଣକ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମଙ୍ଗଳବାର ଆଖି ବୁଜି ଦେଇଛନ୍ତି। ପୀଡ଼ିତାଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶ ପୁଲିସ ଅଧ ରାତିରେ ତାଙ୍କ ଅନ୍ତିମ ସଂସ୍କାର କରାଯିବା ଘଟଣାକୁ ନେଇ ଏବେ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳିଛି।
ଏନେଇ ବିରୋଧୀ କଂଗ୍ରେସ ଯୋଗୀ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ବୁଧବାର ରାହୁଲ କହିଥିଲେ ଯେ, ଦଳିତଙ୍କ ଉପରେ ଚାପ ପକାଇବା ଏବଂ ସେମାନଙ୍କୁ ତାଙ୍କ ସ୍ତର ଦେଖାଇବାକୁ ପୁଲିସ ଏଭଳି ଲଜ୍ଜାଜନକ କାଣ୍ଡ କରିଛି। ଆଉ ଏଭଳି ଚିନ୍ତାଧାରା ବିରୁଦ୍ଧରେ ଆମେ ଲଢ଼ିବୁ।
ଅନ୍ୟପଟେ ପ୍ରିୟଙ୍କା ଗାନ୍ଧି ଯୋଗୀ ସରକାରଙ୍କ ଇସ୍ତଫା ଦାବି କରିଛନ୍ତି। ଲଗାତର ଟ୍ୱିଟ୍ କରି ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍ କରୁଛନ୍ତି।