ଦଳ ବିରୋଧ କରୁଥିଲେ ବି ଏହାକୁ ଖାତିର ନକରି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ରବିବାର ପଞ୍ଜାବର ମୋଗାରେ 'ଜିତେଗା ପଞ୍ଜାବ, ଜିତେଗା କଂଗ୍ରେସ'ର ଚତୁର୍ଥ ରାଲି କରିଛନ୍ତି। ଏହି ରାଲିକୁ ସମ୍ବୋଧିତ କରି ସେ ଆପ୍ ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି, 'ବର୍ତ୍ତମାନ ପଞ୍ଜାବରେ ଚୋରଙ୍କ ଶାସନ ଚାଲିଛି।'
ଏଥିସହ ରାଜ୍ୟର ଋଣଭାର, ଆଇନ ବ୍ୟବସ୍ଥା ସମେତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରିଥିଲେ। ସେ କହିଥିଲେ, 'ଯଦି ମୁଁ ଏହି ଆଲୋଚନାରେ ହାରି ଯାଏ ତେବେ ସ୍ଥାୟୀ ରୂପେ ରାଜନୀତି ଛାଡି ଦେବି। ଆପଣଙ୍କର ସାହାସ ଅଛି କି? ଆପଣ ଚୋର ଓ ଆପଣଙ୍କ ମନ୍ତ୍ରୀମାନେ ମଧ୍ୟ ଚୋର। ଲୋକେ ରାଜ୍ୟରେ ଶାନ୍ତି ଚାହୁଁଛନ୍ତି। ବ୍ୟବସାୟୀ ଅନ୍ୟ ରାଜ୍ୟକୁ ଯାଉଛନ୍ତି।'
ଏହି ରାଲିକୁ ମୋଗାର ପୂର୍ବତନ ଜିଲ୍ଲା ଅଧ୍ୟକ୍ଷ ମହୋସିନ୍ଦର ସିଂହ ଦ୍ୱାରା ଆୟୋଜିତ କରାଯାଇଥିଲା। କଂଗ୍ରେସକୁ ନ ଜଣାଇ ଏହି ରାଲି କରାଯାଇଥିବାରୁ ଦଳ ମହୋସିନ୍ଦର ଓ ତାଙ୍କ ପୁଅଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଯଦି ଏହି ନୋଟିସର ଉତ୍ତର ନ ମିଳେ ତେବେ ଏମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
ଏହାପୂର୍ବରୁ ମଧ୍ୟ ଅନେକ କଂଗ୍ରେସ ନେତା ନ ଜଣାଇ ବ୍ୟକ୍ତିଗତ ଭାବେ ରାଲି ଆୟୋଜିତ କରିବା ପାଇଁ ସିଦ୍ଧୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିସାରିଛନ୍ତି। ଏହାକୁ ନେଇ ଦଳ ପକ୍ଷରୁ ତାଙ୍କୁ ତାଗିଦ କରାଯାଇଥିଲେ ସୁଦ୍ଧା ସିଦ୍ଧୁ ଏହାକୁ ଖାତିର କରି ନାହାନ୍ତି।
ଦିଲ୍ଲୀରେ ଶିଖ ସଂପ୍ରଦାୟର ଲୋକଙ୍କୁ ସମ୍ବୋଧନ କରି ବାଦଲ କହିଛନ୍ତି, “ମୁଁ ଭଗୱନ୍ତ ମାନଙ୍କୁ ଆଦୌ ଜଣେ ଶିଖ ଭାବେ ବିବେଚନା କରୁନାହିଁ। ସେ ପଗଡ଼ି ପିନ୍ଧି ନିଜକୁ ଶିଖ ଭାବେ ଦେଖାଇ ହେବାକୁ ଚାହୁଁଛନ୍ତି। ହେଲେ ତାଙ୍କୁ ଶିଖମାନଙ୍କ ଇତିହାସ ସମ୍ପର୍କରେ କିଛି ବି ଜଣାନାହିଁ। ତାଙ୍କୁ ଦେଖିଲେ ଓ ତାଙ୍କ ବୟାନ ଶୁଣିଲେ ଆମକୁ ଦୁଃଖ ଲାଗୁଛି।”
ସେ ମୁସଲିମ ଓ ଶିଖ ନେତୃତ୍ୱ ମଧ୍ୟରେ ତୁଳନା ମଧ୍ୟ କରିଛନ୍ତି। ସେ କହିଛନ୍ତି, “ଦେଶରେ ମୁସଲିମ ସଂପ୍ରଦାୟର ଲୋକଙ୍କ ସଂଖ୍ୟା ପ୍ରାୟ ୧୮%। କିନ୍ତୁ ସେମାନଙ୍କର ନେତୃତ୍ୱ ନାହିଁ। କାରଣ ସେମାନଙ୍କ ମଧ୍ୟରେ ଏକତା ନାହିଁ। ଆମ ସଂଖ୍ୟା ୨%। କିନ୍ତୁ ଆମେ ସମସ୍ତେ ଶ୍ରୀ ଅକଲ ତଖତ ସାହିବଙ୍କ ଅଧୀନରେ ଏକାଠି ରହିଛୁ।”
ପଞ୍ଜାବ ସରକାରଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଚଳାଉଛନ୍ତି ବୋଲି ବାଦଲ ଦାବି କରିଛନ୍ତି। ସେ କହିଛନ୍ତି, “ସେମାନେ(ଆପ୍) ପଞ୍ଜାବକୁ ଲୁଟ କରୁଛନ୍ତି। ମାନ ନୁହନ୍ତି, ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ।”
ପଞ୍ଜାବରେ ଏବେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ କ୍ଷମତାରେ ରହିଛି। ତାଙ୍କ ଦଳ ରାଜନୀତିକ ଆକ୍ରୋଶ ରଖି ସୁଖପାଲଙ୍କୁ ଗିରଫ କରିଥିବା ଅଭିଯୋଗ କରିଛି କଂଗ୍ରେସ। ତେବେ ଏହାକୁ ଆପ୍ ଖଣ୍ଡନ କରିବା ପରେ ବିବାଦ ଦେଖାଦେଇଛି।
ଆପ୍ ଓ କଂଗ୍ରେସ ବିରୋଧୀ ମେଣ୍ଟ ଇଣ୍ଡିଆର ସଦସ୍ୟ। ଉଭୟ ଦଳ ବିଜେପି ବିରୋଧରେ ଏକାଠି ହେବାକୁ ଜାତୀୟ ସ୍ତରରେ ଉଦ୍ୟମ କରୁଛନ୍ତି। ହେଲେ ପଞ୍ଜାବରେ ଦୁଇ ଦଳ ପରସ୍ପର ବିରୋଧରେ ବୟାନ ରଖିବା ଇଣ୍ଡିଆ ମେଣ୍ଟକୁ ଚିନ୍ତାରେ ପକାଇଛି।
ସୁଖପାଲଙ୍କ ଗିରଫଦାରୀକୁ ପଞ୍ଜାବ କଂଗ୍ରେସ ମୁଖ୍ୟ ଅମରିନ୍ଦର ୱାର୍ଣ୍ଣିଂ କହିଛନ୍ତି, ଆପ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ରକ୍ତ ପାଇଁ ଶୋଷିଲା ଅଛନ୍ତି। ସେ ଯଦି ମୋତେ ଯଦି ସବୁ ଦିନ ପାଇଁ ରାସ୍ତାରୁ ହଟାଇଦେବେ, ତା’ହେଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ବିରୋଧୀଙ୍କୁ ଡରାଇ ଓ ଧମକାଇ ମୁହଁ ବନ୍ଦ କରିବା ପାଇଁ ଗିରଫଦାରୀ କରାଯାଇଛି। କିନ୍ତୁ ଏଥିରେ କେବେ ବି ଆପ୍ ସରକାର ସଫଳତା ପାଇବେ ନାହିଁ। ଆମେ ବେଶ ଦୃଢ଼ ଭାବେ ସୁଖପାଲ ଖଇରାଙ୍କ ସହ ରହିଛୁ ବୋଲି ସେ କହିଛନ୍ତି।
ତେବେ କଂଗ୍ରେସର ଏପରି ଅଭିଯୋଗକୁ ଆପ୍ ଖଣ୍ଡନ କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ ୨୦୧୫ର ଗୋଟିଏ ମାମଲାରେ ମିଳିଥିବା ପ୍ରମାଣ ଆଧାରରେ ସୁଖପାଲଙ୍କୁ ଗିରଫ କରାଯାଇଛି।
ଆଇନ ସମସ୍ତଙ୍କ ପାଇଁ ସମାନ। ଯେଉଁ ଦଳର ନେତା ହୁଅନ୍ତୁ ପଛେ, ସମସ୍ତ ଆଇନ ପରିସର ମଧ୍ୟରେ ରହିବାକୁ ବାଧ୍ୟ। ତେଣୁ ଏହାକୁ ନେଇ ରାଜନୀତି କରିବାର କୌଣସି ଆବଶ୍ୟକନ ନଥିବା ଆପ ପକ୍ଷରୁ କୁହାଯାଇଛି।
ଯଦି ମୁଖ୍ୟମନ୍ତ୍ରୀ ମାନ ରାଜଭବନରୁ ଜାରି ଚିଠିର ଉତ୍ତର ନ ଦେବେ, ତା’ହେଲେ ରାଜ୍ୟପାଳ ବନୱାରିଲାଲ ପୁରୋହିତ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ସୁପାରିସ କରିବେ ବୋଲି କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ମାନଙ୍କ ବିରୋଧରେ ଅପରାଧିକ ମାମଲା ଆରମ୍ଭ କରିବେ ବୋଲି ମଧ୍ୟ ସେ ସତର୍କ କରାଇଛନ୍ତି।
ସମ୍ବିଧାନର ଧାରା ୩୬୫ରେ ଗୋଟିଏ ରାଜ୍ୟ ସିଧାସଳଖ କେନ୍ଦ୍ର ସରକାରଙ୍କ ଅଧୀନକୁ ଆସିପାରିବ। ତେବେ ଏଥିପାଇଁ ରାଜ୍ୟପାଳଙ୍କୁ ପ୍ରଥମେ ରିପୋର୍ଟ ଦେବାକୁ ପଡ଼ିବ।
ଗୋଟିଏ ଚିଠିରେ ପଞ୍ଜାବ ରାଜ୍ୟପାଳ ରାଜ୍ୟରେ ଚାଲିଥିବା ନିଶା କାରବାର ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ମାନ କ’ଣ ସବୁ ପଦକ୍ଷେପ ନେଇଛନ୍ତି, ସେକଥା ପଚାରିଛନ୍ତି। ରାଜ୍ୟପାଳ ଚିଠିରେ କହିଛନ୍ତି ଯେ ରାଜ୍ୟରେ ଉପଲବ୍ଧ ଓ ବ୍ୟବହାର ହେଉଥିବା ନିଶା ଦ୍ରବ୍ୟ ସମ୍ପର୍କରେ ସେ ବିଭିନ୍ନ ଏଜେନ୍ସିରୁ ରିପୋର୍ଟ ପାଇଛନ୍ତି।
ନିଶା ଏବେ ବେଶ ସହଜରରେ ଉପଲବ୍ଧ ହେଉଛି। ଫାର୍ମାସିସ ଓ ସରକାରଙ୍କ ଅଧୀନରେ ଥିବା ମଦ ଦୋକାନଗୁଡ଼ିକରେ ବିଭିନ୍ନ ବ୍ୟାନ ଡ୍ରଗ ମିଳୁଛି। ଏହା କେମିତି ସମ୍ଭବ ହେଲା? ସଂସଦର ଷ୍ଟାଣ୍ଡିଂ କମିଟି ମଧ୍ୟ ପଞ୍ଜାବର ପ୍ରତି ୫ ଜଣରେ ଜଣେ ନିଶା କବଳରେ ପଡ଼ୁଥିବା ରିପୋର୍ଟ ଦେଇଥିବା ରାଜ୍ୟପାଳ ପୁରୋହିତ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
ଚିଠିରେ ରାଜ୍ୟପାଳ ପୁରୋହିତ ଆହୁରି କହିଛନ୍ତି ଯେ ଏ ସଂକ୍ରାନ୍ତରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଛି। ହେଲେ ସେ ଏହାର କୌଣସି ଉତ୍ତର ନ ଦେବା, ଅତ୍ୟନ୍ତ ନିରାଶର ବିଷୟ। ରାଜ୍ୟରେ ସାମ୍ବିଧାନିକ ବିଧିବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା କଥା ସେ ରାଷ୍ଟ୍ରପତିଙ୍କୁ ଜଣାଇବେ ବୋଲି ମଧ୍ୟ ଚିଠିରେ ଦେଇଛନ୍ତି।
ସମ୍ବିଧାନର ଧାରା ୩୬୫ ଓ ଆଇପିସିର ଧାରା ୧୨୪ ଉପରେ ରାଜ୍ୟପାଳ ପୁରୋହିତ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମାନ ଚିଠିର ଜବାବ ଦିଅନ୍ତୁ ବୋଲି ଚେତାବନୀ ଦିଆଯାଇଛି।
ରାଜ୍ୟପାଳଙ୍କ ଏପରି ରାଷ୍ଟ୍ରପତି ଶାସନ ଲାଗୁ ଚେତାବନୀ ଉପରେ ଜବାବ ରଖି ଆପ୍ ନେତା ମାଲବିନ୍ଦର ସିଂହ କାଙ୍ଗ କହିଛନ୍ତି, “ରାଜ୍ୟପାଳ ଗୋଟିଏ ଡେକୋରମ ପାଳନ କରିବା ଉଚିତ। ଭାରତୀୟ ସମ୍ବିଧାନ ନିର୍ବାଚିତ ଲୋକଙ୍କୁ ସଶକ୍ତ କରିଥାଏ। ନିର୍ବାଚିତ ସରକାରଙ୍କୁ ଏପରି ରାଷ୍ଟ୍ରପତି ଶାସନ ଲାଗୁ କରିବାର ଧମକ ଦେବା ବିଜେପିର ଏଜେଣ୍ଡା। ଏବେ ଏହା ରାଜ୍ୟପାଳଙ୍କ ମୁହଁରୁ ବାହାରିଛି।
ମୁଁ ରାଜ୍ୟପାଳଙ୍କୁ କହିବାକୁ ଚାହେଁ ଯେ ଯଦି ସେମାନେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଚାହୁଁଛନ୍ତି, ତା’ହେଲେ ମଣିପୁର ଓ ହରିଆଣାରେ ଲଗାନ୍ତୁ। ପଞ୍ଜାବ ସରକାର ସମ୍ବିଧାନର ବିଧିବ୍ୟବସ୍ଥା ଭିତରେ କାମ କରୁଛନ୍ତି। ରାଜ୍ୟପାଳଙ୍କ ଗୋଟିଏ ଏଜେଣ୍ଡା- ବିଜେପିର ଏଜେଣ୍ଡାକୁ ଆଗକୁ ନେଇ ଅଣ ବିଜେପି ସରକାରଙ୍କୁ ଅସ୍ଥିର କରିବା।”
ଗତ କିଛି ଦିନ ହେବ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ରାଜ୍ୟପାଳ ବନୱରୀଲାଲ ପୁରୋହିତଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କେହି କାହାକୁ ଛାଡ଼ିବା ପରିସ୍ଥିତିରେ ନାହାନ୍ତି।
କିଛି ଦିନ ପୂର୍ବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଥିଲେ, ପଞ୍ଜାବ ତଥା ଏହାର ନାଗରିକଙ୍କ ସ୍ୱାର୍ଥ ରକ୍ଷା ପରିବର୍ତ୍ତେ ରାଜ୍ୟପାଳ ଏଥିରୁ ଦୂରତା ବଜାୟ ରଖୁଛନ୍ତି। ସେ ମୋ’ ହେଲିକପ୍ଟରର ଅପବ୍ୟବହାର କରୁଛନ୍ତି। ରାଜ୍ୟପାଳଙ୍କ ଦାୟିତ୍ୱ ହେଉଛି ଶପଥ ପାଠ କରାଇବା । ଅନ୍ୟ ମାମଲାରେ ଅଯଥା ହସ୍ତକ୍ଷେପ କରି ସେ ସବୁବେଳେ ସମସ୍ୟା ସୃଷ୍ଟି କରିବା ଉଚିତ ନୁହେଁ ବୋଲି କହିଥିଲେ ମାନ ।
ଏହାକୁ କାଉଣ୍ଟର କରିବାକୁ ରାଜଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟପାଳ କହିଛନ୍ତି, ମୋତେ ମିଳିଥିବା ହେଲିକପ୍ଟରକୁ ମୁଁ ଅଫିସିଆଲ କାମରେ ବ୍ୟବହାର କରେ। ଉକ୍ତ ହେଲିକପ୍ଟରରେ ମୁଁ ୩,୪ ଥର ପଞ୍ଜାବ ସୀମା ନିରୀକ୍ଷଣ କରିଥିବା ବେଳେ ମୋ’ ସହ ମୁଖ୍ୟ ଶାସନ ସଚିବ ଓ ଡିଜିପି ବି ସାମିଲ ହୋଇଥିଲେ। ବ୍ୟକ୍ତିଗତ କାମ ପାଇଁ ମୁଁ ଉକ୍ତ ହେଲିକପ୍ଟରକୁ କେବେ ବି ବ୍ୟବହାର କରିନି। ଏହାସତ୍ତ୍ୱେ ମୋତେ ଅପମାନିତ କରାଯାଇଥିବାରୁ ମୁଁ ଏହା ଘୋଷଣା କରୁଛି ଯେ ଯେପର୍ଯ୍ୟନ୍ତ ପଞ୍ଜାବରେ ଅଛି, ରାଜ୍ୟ ସରକାରଙ୍କ ହେଲିକପ୍ଟର ବ୍ୟବହାର କରିବି ନାହିଁ।
ଏନେଇ ପୁରୋହିତ କହିଛନ୍ତି, ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋତେ ପରିହାସ କରିଛନ୍ତି। ଏପରିକି ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ସୂଚନା ମାଗିବାରୁ ରାଜ୍ୟପାଳ ବହୁତ ପ୍ରେମ ପତ୍ର ଲେଖୁଥିବା ସେ ବିଧାନସଭାରେ କହିଛନ୍ତି। ଏହା ଜଣେ ମୁଖ୍ୟମନ୍ତ୍ରୀଙ୍କ ଶବ୍ଦ ହୋଇଥିବାରୁ ଆଶ୍ଚର୍ଯ୍ୟ ଲାଗୁଛି। ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ମାଗିବା ରାଜ୍ୟପାଳଙ୍କ ସାମ୍ବିଧାନିକ ଅଧିକାର । ମୁଁ ତାଙ୍କ ବ୍ୟକ୍ତିଗତ ତଥ୍ୟ କିଛି ବି ମାଗିନି। ତେଣୁ ସମ୍ବିଧାନର ନିୟମ ଅନୁଯାୟୀ ମୋର ସବୁ ପ୍ରଶ୍ନର ଉତ୍ତର ସେ ଦେବା ଉଚିତ । ଗତ ବୁଧବାର ରାଜ୍ୟପାଳଙ୍କୁ ବାଦ ଦେଇ ପଞ୍ଜାବ ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିଶ୍ୱବିଦ୍ୟାଳୟ କୁଳାଧିପତିଙ୍କ ନିଯୁକ୍ତି ସଂକ୍ରାନ୍ତୀୟ ବିଲ୍ ପାସ୍ କରିଛନ୍ତି।
ଏହା ଉତ୍ତରରେ ପୁରୋହିତ କହିଛନ୍ତି, ମୁଁ ସବୁବେଳେ ତାଙ୍କ ପାଇଁ ତାଳି ବଜାଏ ବୋଲି ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା । ହେଲେ ଏହା ସମ୍ଭବ ନୁହେଁ । ଉକ୍ତ ହେଲିକପ୍ଟର ତାଙ୍କର ବ୍ୟକ୍ତିଗତ ହେଲିକପ୍ଟର ନୁହେଁ। ତାହା ରାଜ୍ୟର ସମ୍ପତ୍ତି । ଜଣେ ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟପାଳଙ୍କ ବିରୋଧରେ ଏପରି ଅପଶବ୍ଦର ବ୍ୟବହାର ମୋ’ କଳ୍ପନା ବାହାରେ ବୋଲି କହିଛନ୍ତି ରାଜ୍ୟପାଳ।
ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି, ରାଜ୍ୟପାଳ ପ୍ରେମପତ୍ର ଲେଖିବା ପରିବର୍ତ୍ତେ କେନ୍ଦ୍ର ଦ୍ୱାରା ରୋକା ଯାଇଥିବା ଗ୍ରାମୀଣ ବିକାଶ ଯୋଜନାର ପାଣ୍ଠିକୁ ପୁନଃ ଚାଲୁ କରିବା ନିମନ୍ତେ ବ୍ୟବସ୍ଥା କରିବା ଉଚିତ । ଅପରପକ୍ଷେ, ରାଜ୍ୟପାଳ ତାଙ୍କ ନିକଟକୁ ପଠାଉଥିବା ଚିଠିର ଉତ୍ତର ମାନ ଦେଉ ନ ଥିବାରୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ଉପରେ ସମ୍ବିଧାନ ବିରୋଧରେ କାମ କରୁଥିବା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ରାଜଭବନର ଗାରିମା ରକ୍ଷା କରିବା ମୋର ପ୍ରାଥମିକ କର୍ତ୍ତବ୍ୟ ।
ରାଜ୍ୟପାଳଙ୍କ ସବୁ ପ୍ରଶ୍ନର ଉତ୍ତର ଦେବା ମୁଖ୍ୟମନ୍ତ୍ରୀଙ୍କ କାମ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଜଣେ ମୁଖ୍ୟମନ୍ତ୍ରୀ ଏପରି ବ୍ୟବହାର ପ୍ରଦର୍ଶନ କରିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା।
ସେ ଏପରି ଶବ୍ଦର ପ୍ରୟୋଗ କରି ମୋ’ ପ୍ରଶ୍ନର ଉତ୍ତର ଦେବାରୁ ନିଜକୁ ରକ୍ଷା କରିପାରିବେନି। ମୁଁ ନିଜ କର୍ତ୍ତବ୍ୟ କରି ଚାଲିଛି। ଏଥିରେ କେହି ଖୁସି ହୋଇପାରେ ବା ନ ହୋଇପାରେ ମୋତେ ସେଥିରେ କିଛି ଫରକ ପଡ଼େନି। ମୁଁ କିନ୍ତୁ ମୋ’ କାମ କରି ଚାଲିବି ବୋଲି କହିଛନ୍ତି ରାଜ୍ୟପାଳ ପୁରୋଡିତ।
ରାଜ୍ୟ ମନ୍ତ୍ରୀମଣ୍ଡଳରୁ ଜଣେ ଅପରାଧ ରେକର୍ଡ ଥିବା ମନ୍ତ୍ରୀଙ୍କୁ ହଟାଇବାକୁ କହିବାରୁ ମାନ ଖପ୍ପା ହୋଇଥିବା କହିଛନ୍ତି ରାଜ୍ୟପାଳ। ଏହାପରେ ସେ ବିଳିବିଳାଉଛନ୍ତି ବୋଲି କହିଛନ୍ତି ରାଜ୍ୟପାଳ ବନୱରୀଲାଲ ପୁରୋହିତ ।
ମନ୍ତ୍ରୀଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ମହିଳା ଆଥଲେଟଜଣକ ଏନେଇ ଚଣ୍ଡିଗଡ଼ ଥାନାରେ ଗତ ଡିସେମ୍ବରରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ପୁଲିସ୍ ଏକ ମାମଲା ରୁଜୁ କରି ମନ୍ତ୍ରୀ ସନ୍ଦିପ ସିଂଙ୍କୁ ପୂର୍ବରୁ ପଚରାଉଚରା କରି ସାରିଥିବା ବେଳେ ତାଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଥିଲା। ଏଥିନିମନ୍ତେ ମନ୍ତ୍ରୀଙ୍କ ରାୟ ପଚରାଯିବାରୁ ସେ କିନ୍ତୁ ଅସହମତି ପ୍ରକାଶ କରିଛନ୍ତି।
ନିଜ ଜବାବରେ ମନ୍ତ୍ରୀଏହି ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ କହିବା ସହ ଏପରି ଯାଞ୍ଚର କୌଣସି ଆବଶ୍ୟକତା ନ ଥିବା କହିଛନ୍ତି। ପଲିଗ୍ରାଫ ଟେଷ୍ଟ ରିପୋର୍ଟକୁ କୋର୍ଟ ଗ୍ରହଣ କରି ନ ଥାନ୍ତି। ଏହାବାଦ ଏହା କେବଳ ଯାଞ୍ଚ ପ୍ରକ୍ରିୟାରେ ବିଳମ୍ବ କରିବା ସହ ମୋର ମହକିଲଙ୍କୁ ଅଯଥା ହଇରାଣ କରିବାକୁ ଉଦ୍ଦିଷ୍ଟ ବୋଲି ସନ୍ଦିପ ସିଂଙ୍କ ଓକିଲ କହିଛନ୍ତି।
ନିଜ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ବ୍ୟକ୍ତିଗତ ଆକ୍ରୋଶ ତଥା ରାଜନୈତିକ ଉଦ୍ଦେଶ୍ୟ ରଖି ୫ ମାସ ହେଲା ମୋତେ ହଇରାଣ କରାଯାଉଛି। ଏ ସମ୍ପର୍କରେ ଗତ ବର୍ଷ ଡିସେମ୍ବର ୩୧ରେ ପୁଲିସ୍କୁ ବିସ୍ତୃତ ତଥ୍ୟ ଦେଇଥିଲି । ଜାନୁୟାରୀ ୮ ଓ ଫେବୃୟାରୀ ୧୧ରେ ପୁଲିସ୍ ମୋତେ ଡାକି ଘନଘନ ପଚରାଉଚରା କରିଥିଲା। ପ୍ରଥମ ଥର ମୋତେ ୨୦୨ ପ୍ରଶ୍ନ ପଚରା ଯାଇଥିବା ବେଳେ ଦ୍ୱିତୀୟ ଥର ୭୦ଟି ପ୍ରଶ୍ନ ପଚରା ଯାଇଥିଲା। ପୁଲିସ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସବୁ ପ୍ରଶ୍ନର ଉତ୍ତର ଦେଇ ସାରିଛି। ତେଣଉ ପୁଣି ଥରେ ପଲିଗ୍ରାଫ ଟେଷ୍ଟର ଆବଶ୍ୟକତା କ’ଣ ବୋଲି ପଚାରିଛନ୍ତି ମନ୍ତ୍ରୀ ।
ସନ୍ଦୀପ ସିଂ ପ୍ରଥମ ଥର ବିଧାୟକ ହୋଇଥିବା ବେଳେ ଏପରି ମାମଲା ଯୋଗୁ ସେ ଏବେ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି। ଏହି ମାମଲାର ଯାଞ୍ଚ ପାଇଁ ଚଣ୍ଡିଗଡ଼ ପୁଲିସ୍ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ତେବେ ସନ୍ଦୀପ ସିଂ ପଲିଗ୍ରାଫ ଟେଷ୍ଟ ପାଇଁ ଅମଙ୍ଗ ହେବା ପରେ କୋର୍ଟଙ୍କ ରାୟ ଉପରେ ସମସ୍ତଙ୍କ ନଜର ।
ମାର୍ଚ୍ଚ ୩ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ କରିବା ନିମନ୍ତେ ପଞ୍ଜାବ କ୍ୟାବିନେଟରେ ସ୍ଥିର ହେବା ପରେ ଏ ନେଇ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଅବଗତ କରିଥିଲେ। ଏଥିସହ ଅଧିବେଶନ ଡାକିବାକୁ ଅନୁରୋଧ କରିଥିଲେ। ମାତ୍ର ୨ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତେ ରାଜ୍ୟପାଳ ଏକ ଚିଠି ପ୍ରେରିତ କରିଥିଲେ। ଏପରିକି ନିଜ ଚିଠିରେ ବିଧାନସଭା ଅଧିବେଶନ ଡାକିବାକୁ ତତ୍ପର ନୁହନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି।
ବିଧାନସଭାର ବଜେଟ୍ ଅଧିବେଶନ ଡକାଇବାକୁ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଉପରେ ରାଜ୍ୟପାଳ କୌଣସି ପ୍ରତିକ୍ରିୟା ଦେଉ ନ ଥିବାରୁ ପଞ୍ଜାବ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହେବାକୁ ବାଧ୍ୟ ହୋଇଥିବା ଆପ୍ ସାଂସଦ ରାଘବ ଚଡ୍ଡା କହିଛନ୍ତି।
ଏହାପରେ ମାନ ଟ୍ୱିଟ କରିଛନ୍ତି, କ୍ୟାପଟେନ ଅମରିନ୍ଦର ସିଂଙ୍କ ସମେତ କଂଗ୍ରେସରୁ ଆସି ବିଜେପିରେ ସାମିଲ ହୋଇଥିବା ନେତା ଏବେ ରାଜ୍ୟପାଳ ଭବନ ଆଖପାଖରେ ବୁଲୁଥିବା ଦୃଶ୍ୟମାନ ହେଉଛନ୍ତି। ସେମାନେ ପଞ୍ଜାବରେ ରାଜ୍ୟପାଳ ଶାସନ ଲାଗୁ କରିବାକୁ ଚାହୁଁଛନ୍ତି। ପଞ୍ଜାବବାସୀ ଜାଣିଛନ୍ତି ଯେ, ସେମାନେ ସବୁବେଳେ ପଞ୍ଜାବୀ ବିରୋଧୀ ।
ଏହି ସମୟରେ ପଞ୍ଜାବ ବିଜେପି ନେତା ଫତେହ ଜଙ୍ଗ ବାଜୱା ପଞ୍ଜାବରେ ରାଜ୍ୟପାଳଙ୍କ ଶାସନ ଦାବି କରୁଥିବାବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବା କହି ଆପ୍ ସରକାର ଉପରେ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ବାଜୱା ସୋମବାର କହିଛନ୍ତି, ବର୍ତ୍ତମାନର ପରିସ୍ଥିତିକୁ ଅନୁଧ୍ୟାନ କରି ଆମ ଦଳ ଦାବି କରିଛି ଯେ ପଞ୍ଜାବରେ ରାଜ୍ୟପାଳ ଶାସନ ଲାଗୁ କରାଯାଉ ।
ଶିରୋମଣି ଅକାଳୀ ଦଳର ସଭାପତି ସୁଖବୀର ସିଂ ବାଦଲ ମଧ୍ୟ ଆପ୍ ସରକାରକୁ ଆକ୍ରମଣ କରିଛନ୍ତି। ଆଜିର ପଞ୍ଜାବରେ କେହି ସୁରକ୍ଷିତ ନୁହନ୍ତି । ଆପ୍ ଶାସନ ସମୟରେ ପୁଲିସ୍ ପ୍ରଶାସନକୁ ଏକ ବୋତଲରେ ବନ୍ଦ କରି ଦିଆଯାଇଥିବା ସେ ସଙ୍ଗୀନ ଅଭିଯୋଗ କରିଛନ୍ତି ।
ସିବିଆଇ ଦ୍ୱାରା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ବିରୋଧ କରି ପଞ୍ଜାବ ବିଜେପି ନେତା ସୁଭାଷ ଶର୍ମା ଆପ୍କୁ ସମାଲୋଚନା କରିଛନ୍ତି ଏବଂ ପ୍ରମାଣ ଆଧାରରେ ଏହି ଗିରଫଦାରୀ କରାଯାଇଥିବା କହିଛନ୍ତି।
ଶିରୋମଣି ଅକାଳି ଦଳ ନେତା ବିକ୍ରମ ସିଂହ ମଜିଠିୟା କହିଛନ୍ତି, ଯେ ଦିଲ୍ଲ ଅବକାରୀ ନୀତି ମାମଲାରେ ସିବିଆଇ ଯାଞ୍ଚ ପରିସରରେ ପଞ୍ଜାବକୁ ବି ସାମିଲ କରାଯାଉ । କାରଣ ସିସୋଦିଆ ପଞ୍ଜାବର ଅବକାରୀ ନୀତିକୁ ବି ନିୟନ୍ତ୍ରଣ କରୁଥିଲେ। ଏହାଦ୍ୱାରା ପଞ୍ଜାବ ରାଜକୋଷକୁ କୋଟଇ କୋଟି ଟଙ୍କା ହରାଇବାକୁ ପଡ଼ିଥିବା ସେ ଅଭିଯୋଗ କରିଛନ୍ତି।
ପଞ୍ଜାବ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍ ପୂର୍ବତନ ଆପ୍ ନେତା କୁମାର ବିଶ୍ୱାସ ଓ ଅଳକା ଲାମ୍ବାଙ୍କ ବିରୋଧରେ ମାମଲା କରିଥିବାରୁ ସିଦ୍ଧୁ ଏହାକୁ କଟାକ୍ଷ କରିଥିଲେ। ପଞ୍ଜାବ ସରକାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶରେ କାମ କରୁଥିବା ସିଦ୍ଧୁ ଅଭିଯୋଗ କରିଥିଲେ।
ହେଲେ ଦିନକ ପରେ ସିଦ୍ଧୁ ଖୋଲାଖୋଲା ଭାବେ ମୁଖ୍ୟମନ୍ତ୍ରୀ ମାନଙ୍କୁ ପ୍ରଶଂସା କରିଛନ୍ତି। ସିଦ୍ଧୁ କହିଛନ୍ତି, “ପଞ୍ଜାବରେ କ୍ଷମତାକୁ ଫେରିବାକୁ ହେଲେ କଂଗ୍ରେସକୁ ପୁଣିଥରେ ନୂଆ କରି କାମ ଆରମ୍ଭ କରିବାକୁ ପଡ଼ିବ। ରାଜ୍ୟରେ ମାଫିଆ ଓ ସଚ୍ଚୋଟ ବ୍ୟକ୍ତିଙ୍କ ମଧ୍ୟରେ ଲଢ଼େଇ ହେଉଛି। ମୁଁ ସବୁବେଳେ ମୁଖ୍ୟମନ୍ତ୍ରୀ ମାନଙ୍କୁ ମୋ ସାନ ଭାଇ ଭାବେ ବିବେଚନା କରେ।
ସେ ଜଣେ ସଚ୍ଚୋଟ ବ୍ୟକ୍ତି। ମୁଁ କେବେ ହେଲେ ତାଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିନି। ଯଦି ସେ ମାଫିଆଙ୍କ ବିରୋଧରେ ଲଢ଼େଇ କରିବେ, ତା’ହେଲେ ମୋ ସମର୍ଥନ ତାଙ୍କ ସହ ରହିଛି। ମୁଁ ଦଳୀୟ ରାଜନୀତିକୁ ଉପରକୁ ଯିବାକୁ ପ୍ରସ୍ତୁତ। କାରଣ ଏହା ପଞ୍ଜାବର ସ୍ୱାର୍ଥ ପାଇଁ ଗୋଟିଏ ଲଢ଼େଇ।”
ଦିନକ ପୂର୍ବରୁ ସିଦ୍ଧୁ ଗୋଟିଏ କାର୍ଟୁନ ଶେୟାର କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ମାନ ଗୋଟିଏ ସ୍କୁଟର ଉପରେ ଛିଡ଼ା ହୋଇଥିବା ବେଳେ ଏଥିରେ ପଞ୍ଜାବ ସରକାର ଲେଖାଯାଉଛି। ହେଲେ ଏହାକୁ ଅରବିନ୍ଦ କେଜ୍ରିୱାଲ ଚଳାଉଥିବା ଦୃଶ୍ୟ ରହିଥିଲା। ସିଦ୍ଧୁ କାର୍ଟୁନ ସହ ଲେଖିଥିଲେ ଯେ ପଞ୍ଜାବ ସରକାର ଅରବିନ୍ଦ କେଜ୍ରିୱାଲଙ୍କ ଚାବି ଦିଆ କଣ୍ଢେଇ ଭାବେ ପରିଚାଳିତ ହେଉଛି।
Pb Govt is acting like @ArvindKejriwal’s puppet… Police action against @DrKumarVishwas & @LambaAlka ji shows that it is being used to silence his critics… Congress stands firmly with Alka ji… Will accompany her to police station to protest against politicisation of Pb Police. pic.twitter.com/rarSg3CJh5
— Navjot Singh Sidhu (@sherryontopp) April 20, 2022
କୁମାର ବିଶ୍ୱାସ ଓ ଅଳକା ଲାମ୍ବା ବିରୋଧରେ ପୁଲିସ୍ କେସ୍ କରି ସରକାର କ୍ରିଟିକ୍ସଙ୍କ ମୁଁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି। କଂଗ୍ରେସ ସଂପୂର୍ଣ୍ଣ ଭାବେ ଅଳକା ଲାମ୍ବାଙ୍କ ସହ ରହିଛି। ପଞ୍ଜାବ ପୁଲିସ୍ର ରାଜନୀତିକରଣକୁ ବିରୋଧ କରି କଂଗ୍ରେସକର୍ମୀ ବିକ୍ଷୋଭ କରିବେ ବୋଲି ସେ କହିଥିଲେ।
ଭଗଓ୍ୱନ୍ତ ମାନ୍ କହିଛନ୍ତି, 'ରାସନ ଘରକୁ ଘର ମାଗଣା ବିତରଣ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ତଥାପି, ଏହି ଯୋଜନା ଏକ ବିକଳ୍ପ ଭାବରେ ରହିବ। ଆମର ଅଧିକାରୀମାନେ ଫୋନ କରିବେ ଏବଂ ବିତରଣ ସମୟ ମାଗିବେ । ସେହି ସମୟରେ ରାସନ ବିତରଣ କରାଯିବ। କେବଳ ଅଧିକାରୀମାନେ ଏହି କାର୍ଯ୍ୟ କରିବେ। ଆମ୍ ଆଦମୀ ପାର୍ଟି ମଧ୍ୟ ଏହି ଯୋଜନା ଦିଲ୍ଲୀରେ ଆରମ୍ଭ କରିଥିଲା। କିନ୍ତୁ କେନ୍ଦ୍ର ସରକାର ଏହା ଉପରେ ରୋକ୍ ଲଗାଇ ଦେଇଥିଲେ।'
ସୂଚନା ମୁତାବକ, ଏହାପୂର୍ବରୁ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜଧାନୀରେ ରାସନର ଡୋର୍ ଟୁ ଡୋର୍ ପହଞ୍ଚାଇବା ଯୋଜନା ଘୋଷଣା କରିଥିଲେ। ଏହି ଯୋଜନା ସମ୍ପର୍କରେ କେନ୍ଦ୍ର ସରକାର ଏବଂ ଦିଲ୍ଲୀର କେଜ୍ରିୱାଲ ସରକାର ମୁହାଁମୁହିଁ ହୋଇଥିଲେ। କେନ୍ଦ୍ର ସରକାର ଏହି ଯୋଜନା ଉପରେ ରୋକ୍ ଲଗାଇଦେଇଥିଲେ। ଏପରିକି ଏହି ମାମଲା କୋର୍ଟରେ ପହଞ୍ଚିଥିଲା।
ପଞ୍ଜାବ ବିଧାନସଭା ନିର୍ବାଚନ ବେଳେ ଆମ ଆଦମୀ ପାର୍ଟି ପ୍ରତି ମାସରେ ୩୦୦ ୟୁନିଟ୍ ଯାଏଁ ବିଦ୍ୟୁତ୍ ଫ୍ରି କରିବାକୁ ଘୋଷଣା କରିଥଇଲା। ଏବେ ସରକାରକୁ ଆସିବା ପରେ ଆପ୍ ପଞ୍ଜାବବାସୀଙ୍କୁ ଦେଇଥିବା ଗୋଟିଏ ପରେ ଗୋଟିଏ ପ୍ରତିଶ୍ରୁତି ପୂରଣ କରିବାରେ ଲାଗିଛି।
ଏହାବ୍ୟତୀତ ପ୍ରଫେସର ସନ୍ଦୀପ ପାଠକ ଓ କ୍ରିକେଟର ହରଭଜନ ସିଂ ମଧ୍ୟ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ। ସେହିପରି ପ୍ରଫେସର ଅଶୋକ କୁମାର ମିତ୍ତଲଙ୍କୁ ଦଳ ରାଜ୍ୟସଭା ପଠାଇବ । ରାଘବ ଚଡ୍ଡା ୨୦୨୦ରେ ରାଜେନ୍ଦ୍ର ନଗର ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଏହାପୂର୍ବରୁ ଦଳର କୋଷାଧ୍ୟକ୍ଷ ଭାବେ ସେ କାମ କରିଥିଲେ । ପଞ୍ଜାବ ନିର୍ବାଚନରେ ଦଳ ତାଙ୍କୁ ପ୍ରଭାରୀ ଦାୟିତ୍ୱ ଦେଇଥିଲା ।
ସେହିପରି ପ୍ରଫେସର ସନ୍ଦୀପ ପଞ୍ଜାବରେ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ସେ ଆଇଆଇଟିରେ ପଦାର୍ଥ ବିଜ୍ଞାନର ଜଣେ ଜଣାଶୁଣା ପ୍ରଫେସର । ପୂର୍ବରୁ ହରଭଜନ ସିଂହଙ୍କ ନାମ ଘୋଷଣା କରିଥିଳା ଆପ୍ ।
କଂଗ୍ରେସର କାର୍ଯ୍ୟକ୍ରମ ପାଇଁ ପଞ୍ଜାବରେ ତାଙ୍କ ବିମାନ ଉଡ଼ାଣକୁ ଅନୁମତି ଦିଆଯାଇଥିଲା। ୨୦୧୪ରେ ଦେଶରା ସାଧାରଣ ନିବାଚନ ବେଳେ ବିଜେପି ପକ୍ଷରୁ ପ୍ରଧାମନନ୍ତ୍ରୀ ପ୍ରାର୍ଥୀ ହୋଇଥିଲେ ମୋଦି। ସେତେବଳେ ପଞ୍ଜାବରେ ଏକ ନିର୍ବାଚନୀ ପ୍ରଚାର ପାଇଁ ମୋଦିଙ୍କୁ ପଞ୍ଜାବ ଗସ୍ତ କାର୍ଯ୍ୟକ୍ରମ ଥିଲା। ତେବେ ମୋଦି କହିଛନ୍ତି ଯେ, ରାହୁଲ ଗାନ୍ଧୀ ସେତେବେଳେ ମାତ୍ର ଏମପି ଥିଲେ। ହେଲେ ତାଙ୍କ ବିମାନ ଉଡ଼ାଣକୁ ଗ୍ରୀନ ସିଗନାଲ ମିଳି ନଥିଲା। ମୋତେ ପଠାନନୋଟରେ ଘଣ୍ଟଆଏରୁ ଊର୍ଦ୍ଧ୍ୱ ଅଟକିବାକୁ ପଡ଼ିଥିଲା। ମୁଁ ଯେତେବେଳେ ପଠାନକୋର୍ଟରେ ପହଞ୍ଚିଲି ମୋ ହେଲିକପ୍ଟରକୁ ଉଡ଼ାଣ ପାଇଁ ଅନୁମତି ଦିଆଗଲା ନାହିଁ। କାରଣ ତାଙ୍କର ୟୁବରାଜଙ୍କୁ ଆଉ କେଉଁଠି ଭିଜିଟ କରିବାର ଥିଲା।
ହେଲିକପ୍ଟର ଉଡ଼ାଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ସିଧାସଳଖ ରାହୁଲ ଗାନ୍ଧୀଙ୍କ ନାମ ନନେଇ ଥିଲେ ମଧ୍ୟ ୟୁବରାଜ ସମ୍ବୋଧନ କରି ମୋଦି କମେଣ୍ଟ କରିଥିଲେ। କେବଳ ଗୋଟଏ ପରିବାର ହାତରେ କ୍ଷମତା ଥିବାରୁ ତାକୁ ଅପବ୍ୟବହାର କରାଯାଉଥିଲା। ୨୦୧୪ରେ ମୋ ହେଲିକପ୍ଟରକୁ ଉଡ଼ାଣ ମିଳନଥିବାରୁ ମୁଁ ହିମାଚଳପ୍ରଦେଣର ଦୁଇଟି ରାଲିକୁ ଯାଇପାରି ନଥିଲି। ସେହି ଦୁଇଟି ରାଲିକୁ ବାତିଲ କରିବାକୁ ପଡ଼ିଲା। ଏହା କେବଳ କଂଗ୍ରେସ ପାଇଁ ଘଟିଥିଲା ବୋଲି ମୋଦି କହଇନ୍ତି। ୫୦ ବର୍ଷ ଧରି କଂଗ୍ରେସ ତାଙ୍କ ପ୍ରତିଦ୍ୱନ୍ଦୀ ସହ ଏମିତି ଘଟାଇ ଚାଲିଥିଲା ବୋଲି ମୋଦି କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଳନ୍ଧର ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନିଙ୍କ ହେଲିକପ୍ଟରକୁ ହୋଶିଆରପୁର ଯିବାକୁ ଅନୁମତି ମିଳି ନଥିଲା। ଏଥିପାଇଁ ଚନ୍ନି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ହୋଶିଆରପୁର ରାଲିରେ ସାମିଲ ହୋଇପାରି ନାହାନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଆକାଶ ପଥକୁ ନୋ ପ୍ଲାଇଂ ଜୋନ ଘୋଷଣା କରାଯାଇଥିଲା। ମୋଦି ଜଲନ୍ଧର ଆସିବାକୁ ଥିବା ବେଳେ ଚନ୍ନି ଚଣ୍ଡିଗଡ଼ରୁ ହୋଶିଆରପୁର ଯିବାର ଥିଲା। ଏଥିପାଇଁ ସେ ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଅନୁମତି ପାଇଁ ଅପେକ୍ଷା କରିଥିଲେ। ତେବେ ତାଙ୍କୁ ଉଡ଼ାଣ ପାଇଁ ଅନୁମତି ମିଳିନାହିଁ। ଏଥିଯୋଗୁ ସେ ହୋଶିଆରପୁର ବଦଳରେ ନିଜ ଘରକୁ ଚାଲି ଆସିଥିଲେ।
ଏ ଘଟଣା ପରେ ଚନ୍ନି କହିଛନ୍ତି, “ଦିନ ୧୧ଟା ବେଳେ ମୁଁ ଉନାରେ ଥିଲି। କିନ୍ତୁ ହଠାତ୍ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ମୋତେ ହୋଶିଆରପୁର ଯିବାକୁ ଅନୁମତି ମିଳିଲା ନାହିଁ। ଏହାକୁ ନୋ ଫ୍ଲାଇଂ ଜୋନ ଘୋଷଣା କରାଗଲା। ମୁଁ ରାହୁଲ ଗାନ୍ଧିଙ୍କ ହୋଶିଆରପୁର ରାଲିରେ ଯୋଗ ଦେଇପାରିଲି ନାହିଁ। ମୋତେ ପୂର୍ବରୁ ଚଣ୍ଡିଗଡ଼ରୁ ହୋଶିଆରପୁର ଯିବାକୁ ଅନୁମତି ଥିଲା।”
ଆସନ୍ତା ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ତାଙ୍କୁ ସୁଯୋଗ ମିଳିବ ନାହିଁ ନାହିଁ ବୋଲି ଧମକ ମିଳିଥିବା ଚନ୍ନି କହିଛନ୍ତି। ଇଡି ଦ୍ୱାରା ତାଙ୍କ ଉପରେ ଚାପ ପକାଇ ଏପରି କରାଯାଇଥିବା ଚନ୍ନି ଦାବି କରିଛନ୍ତି।
ସେ କହିଛନ୍ତି, “ମୋ ଉପରେ ଚାପ ସୃଷ୍ଟି କରିବା ପାଇଁ ଜୋରଦାର ଉଦ୍ୟମ କରାଯାଉଛି। ଯେଉଁମାନଙ୍କୁ ହେପାଜତକୁ ନିଆଯାଇଥିଲା ଓ ପଚରାଉଚରା କରାଯାଇଥିଲା, ସେମାନେ ମୋତେ ଏକଥା କହିଛନ୍ତି। ମୋତେ ନିର୍ବାଚନରେ ଲଢ଼ିବାକୁ ଅନୁମତି ମିଳିବନି ବୋଲି ରେଡ ଦ୍ୱାରା ଧମକ ଦିଆଯାଉଛି।”
ବେଆଇନ ବାଲି ଖନନ ଅଭିଯୋଗରେ ଇଡି ଦିନକ ପୂର୍ବରୁ ଚନ୍ନିଙ୍କ ସମ୍ପର୍କୀୟଙ୍କ ଘରେ ରେଡ୍ କରିଥିଲା। ଏହି ରେଡ୍କୁ ନେଇ ବିରୋଧୀ କ୍ଷମତାସୀନ କଂଗ୍ରେସକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଏସବୁ ଭିତରେ ହିଁ ଚନ୍ନି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି, “ମୋ ଘରୁ କୌଣସି ପ୍ରକାରର ଟଙ୍କା ମିଳିନି। ମୋ ପୁତୁରାଙ୍କୁ ମିଥ୍ୟା କେସ୍ରେ ଫସାଇ ହଇରାଣ କରାଯାଉଛି।
ତାଙ୍କୁ ଅଟକ ରଖାଯାଇଛି। ସେ କେଉଁଠି ଏବେ ଅଛନ୍ତି, ସେକଥା ମୁଁ ଜାଣିନି। ୨୦୧୮ ମସିହାରେ ରୁଜୁ ହୋଇଥିବା ଏଫଆଇଆରରେ କୁଦରତ ସିଂହଙ୍କ ନାଁ ଥିଲା। ହେଲେ ତାଙ୍କୁ ଛାଡ଼ି ଦିଆଯାଇଛି। କୁଦରତ ସିଂହଙ୍କ ସହ ସାଙ୍ଗ ହେଉଥିବା କାରଣରୁ ଭୂପିନ୍ଦର ସିଂହ ହନୀଙ୍କୁ ପୂରା ମାମଲାରେ ଫସା ଯାଉଛି।
କ୍ୟାପ୍ଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ଥିବା ବେଳେ ମାମଲା ହୋଇଥିଲା। ଏବେ ହୋଇଥିବା ରେଡ୍ ପଛରେ ଅମରିନ୍ଦର ସିଂହ ଓ ବାଦଲ ପରିବାରର ହାତ ରହିଛି। ମୋ ଭଳି ଜଣେ ଗରିବ ପରିବାରର ପିଲା ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସେମାନେ ଈର୍ଷା କରୁଛନ୍ତି।”
ମୁଖ୍ୟମନ୍ତ୍ରୀ ଚନ୍ନି ଇଡି ରେଡ୍କୁ ଚାଷୀ ଆନ୍ଦୋଳନ ସହ ମଧ୍ୟ ଯୋଡ଼ିଛନ୍ତି। ସେ କହିଛନ୍ତି, “ଯଦି ମୁଁ ଚାଷୀଙ୍କ ବିରୋଧରେ ଫୋର୍ସ ଲଗାଇ କାର୍ଯ୍ୟାନୁଷ୍ଠାନ ନେଇଥାଆନ୍ତି, ତା’ହେଲେ ଏପରି ଘଟଣା ଘଟି ନଥାଆନ୍ତା। କେନ୍ଦ୍ର ଅଯଥାରେ ଚାଷୀ ଓ ପଞ୍ଜାବକୁ ଅପମାନିତ କରି ଚାଲିଛି। ପଞ୍ଜାବ ଓ ପଶ୍ଚିମବଙ୍ଗ ସବୁବେଳେ କ୍ରାନ୍ତିକାରୀ ରାଜ୍ୟ ଭାବେ ପରିଚୟ ହାସଲ କରିଛନ୍ତି। ଏବେ ବି ସେମାନେ ସେହି ନ୍ୟାୟରେ କାମ କରିବେ।”
ସିଦ୍ଧୁ ଟୁଇଟ୍ କରି କହିଛନ୍ତି, ' ମୋତେ ଆଲୋଚନା ପାଇଁ ଡାକରା ହୋଇଛି। ମୁଖ୍ୟମନ୍ତ୍ରୀ ମୋତେ ଡକାଇଛନ୍ତି। ଅଜି ଅପରାହ୍ଣରେ ଚଣ୍ଡିଗଡ ଯାଇ ପଞ୍ଜାବ ଭବନରେ ଚନ୍ନିଙ୍କୁ ଜାବବ ଦେବି। ଯେ କୌଣସି ଚର୍ଚ୍ଚା ପାଇଁ ମୁଁ ତାଙ୍କୁ ସ୍ୱାଗତ କରୁଛି।'
https://twitter.com/sherryontopp/status/1443458307901952003?s=20
ଉଲ୍ଲେଖ ଯୋଗ୍ୟ ଯେ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ସିଦ୍ଧୁଙ୍କ ଆଲୋଚନା ପାଇଁ ଫୋନ୍ରେ ଆମନ୍ତ୍ରିତ କରିଥିଲେ। ତେବେ ଏହି ଆମନ୍ତ୍ରଣକୁ ସିଦ୍ଧୁ ସ୍ୱୀକାର କରିଛନ୍ତି।
ଏହାପୂର୍ବରୁ କଂଗ୍ରେସ ହାଇକମାଣ୍ଡ କେନ୍ଦ୍ରିୟ ପର୍ଯ୍ୟବେକ୍ଷକ ହରିଶ ଚୌଧୁରୀଙ୍କୁ ଦଳର ନେତାଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରିବା ପାଇଁ ଚଣ୍ଡିଗଡ ପଠାଇଥିଲା। କିନ୍ତୁ ସେତେବେଳେ ସିଦ୍ଧୁ ଚଣ୍ଡିଗଡ ଆସିନଥିଲେ।
ସେପଟେ ଆଜି ସକାଳେ ଏନ୍ଡିଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ସିଦ୍ଧୁଙ୍କ ପରାମର୍ଶଦାତା ମହମ୍ମଦ ମୁସ୍ତଫା ପଞ୍ଜାବ କଂଗ୍ରେସରେ ଲାଗିରହିଥିବା ସମସ୍ୟା ଖୁବ୍ଶୀଘ୍ର ସମାଧାନ ହୋଇପାରେ ବୋଲି ହିଣ୍ଟ ଦେଇଥିଲେ। ଏଥିସହ ସିଦ୍ଧୁ ପଞ୍ଜାବ ପ୍ରଦେଶ କଂଗ୍ରେସ ପଦରେ ରହିବେ ବୋଲି ମଧ୍ୟ କହିଥିଲେ। ପଞ୍ଜାବ ବିଧାନସଭା ନିର୍ବାଚନରେ ସିଦ୍ଧୁ କଂଗ୍ରେସର ନେତୃତ୍ୱ ନେବେ। ଏଥିସହ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ସିଦ୍ଧୁଙ୍କ ପରାମର୍ଶଦାତା କହିଥିଲେ।
ସିଦ୍ଧୁଙ୍କ ସହ ଗତକାଲି ମୁଖ୍ୟମନ୍ତ୍ରୀ ଚନ୍ନି ଫୋନ୍ ଯୋଗେ କଥା ହୋଇଥିଲେ। ଏଥିସହ ଯଦି କୌଣସି ସମସ୍ୟା ଥାଏ ତେବେ ଆପୋଷ ଆଲୋଚନା ମାଧ୍ୟରେ ଏହାକୁ ସମାଧାନ କରାଯାଇପାରିବ ବୋଲି ସେ କହିଥିଲେ। ଦଳର କଠୋର ଆଭିମୁଖ୍ୟ ପରେ ଏବେ ସିଦ୍ଧୁ ନରମି ଯାଇଥିବା କୁହାଯାଉଛି।
ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ଭାବେ ସୁଖଜିନ୍ଦର ସିଂହ ରନ୍ଧାୱା ମଧ୍ୟ ଶପଥ ନେଇଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ରେସ୍ରେ ଚରଣଜିତଙ୍କ ସ୍ଥାନରେ ତାଙ୍କ ନାଁ ଥିଲା। ଡେରା ବାବା ନାନକ ବିଧାନସଭା ଆସନରୁ ଜିତିଥିବା ସୁଖଜିନ୍ଦର ପୂର୍ବରୁ ପଞ୍ଜାବ କଂଗ୍ରେସର ଉପ-ସଭାପତି ରହିସାରିଛନ୍ତି।
ସେହିପରି ସୁଖଜିନ୍ଦର ସିଂହ ରନ୍ଧାୱାଙ୍କ ପରେ ଦ୍ୱିତୀୟ ଉପ-ମୁଖ୍ୟମନ୍ତ୍ରୀ ଭାବେ ଓପି ସୋନୀ ଶପଥ ନେଇଛନ୍ତି। ସେ ସିଦ୍ଧୁ ଏବଂ ଅମରିନ୍ଦରଙ୍କ ସହ ସାମଞ୍ଜସ୍ୟ କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିବା କୁହାଯାଉଛି। ଏହି ଶପଥ ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ ଅନେକ ବଡ ବଡ ନେତା ଉପସ୍ଥିତ ଥିଲେ।
ସୂଚନା ମୁତାବକ, କ୍ୟାପଟେନ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ୫୮ ବର୍ଷୀୟ ଚରଣଜିତ ସିଂହ ଚନ୍ନିଙ୍କୁ ପଞ୍ଜାବ କଂଗ୍ରେସର ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି। ସେ ପଞ୍ଜାବର ପ୍ରଥମ ଦଳିତ ଶିଖ ସମ୍ପ୍ରଦାୟର ନେତା ଯିଏକି, ରାଜ୍ୟର ମୁଖ୍ୟମନ୍ତ୍ରୀ ବନିଛନ୍ତି। ସେ ପଞ୍ଜାବରେ ଜଣେ ପ୍ରମୁଖ ଦଳିତ ଶିଖ୍ ନେତା ଭାବେ ବେଶ୍ ପରିଚିତ।
ଚରଣଜିତ୍ ସିଂହ ଚନ୍ନି ପଞ୍ଜାବର ଚମକୌର ସାହିବ ଆସନରୁ କଂଗ୍ରେସ ବିଧାୟକ ଅଛନ୍ତି। ସେ ଅମରିନ୍ଦର ସିଂହଙ୍କ ସରକାରରେ ଶିକ୍ଷା ମନ୍ତ୍ରୀ ଥିଲେ। ଗତ ବିଧାନସଭା ନିର୍ବାଚନରେ ସେ ଆମ୍ ଆଦମୀ ପାର୍ଟି (ଆପ୍)ର ଚରଣଜିତ୍ ସିଂହଙ୍କୁ ୧୨ହଜାରରୁ ଅଧିକ ଭୋଟରେ ହରାଇଥିଲେ। ଏହା ପୂର୍ବରୁ ୨୦୧୨ ନିର୍ବାଚନରେ ସେ ପାଖାପାଖି ୩୬୦୦ ଭୋଟରେ ବିଜୟୀ ହୋଇଥିଲେ। ଚରଣଜିତ୍ ସିଂହ ଚନ୍ନି ଯୁବ କଂଗ୍ରେସ ସହ ମଧ୍ୟ ସାମିଲ୍ ହୋଇଥିଲେ ଏବଂ ଏହାରି ଭିତରେ ସେ ରାହୁଲ୍ ଗାନ୍ଧିଙ୍କ ନିକଟତର ହୋଇଥିଲେ।
https://twitter.com/ANI/status/1439829493426708481?s=20
https://twitter.com/ANI/status/1439830680377049095?s=20
https://twitter.com/ANI/status/1439831135769411584?s=20
କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ଅମରିନ୍ଦର ସିଂଙ୍କର ବଢୁଥିବା ଲୋକପ୍ରିୟତାକୁ ଭୟ କରି କଂଗ୍ରେସ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଛି।
ଯୋଶୀ କହିଛନ୍ତି, 'କ୍ୟାପଟେନ ଅମରିନ୍ଦର ସିଂ ଜଣେ ଲୋକପ୍ରିୟ ନେତା। ଦଳ ହୃଦବୋଧ କରି ସାରିଛି ଯେ ଅମରିନ୍ଦର ସିଂ, ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ଅପେକ୍ଷା ଅଧିକ ଲୋକପ୍ରିୟ ହେଉଛନ୍ତି। ଯେଉଁମାନେ ନିଜେ ଏତେ ଅସୁବିଧାରେ ଅଛନ୍ତି, ସେମାନେ ଆମକୁ ପ୍ରଶ୍ନ କରୁଛନ୍ତି। ଆମକୁ ଏହି ସବୁ ପ୍ରଶ୍ନର ଉତ୍ତର ଦେବାର କୌଣସି ଆବଶ୍ୟକ ନାହିଁ।'
ପଞ୍ଜାବ କଂଗ୍ରେସର ବିଧାୟକ ଦଳର ବୈଠକ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ତେବେ ଦଳର ବିଧାୟକ ସୁଖଜିନ୍ଦର ସିଂ ରାନ୍ଧୱା କହିଛନ୍ତି ଯେ ଆସନ୍ତା ୨ ରୁ ୩ ଘଣ୍ଟା ମଧ୍ୟରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମରେ ନିଷ୍ପତ୍ତି ନିଆଯିବ।
କଂଗ୍ରେସ ସାଂସଦ ଅମ୍ବିକା ସୋନି ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପାଇଁ ଦଳର ହାଇ କମାଣ୍ଡଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସୋନି କହିଛନ୍ତି ଯେ, ସେ ଏହି ସମୟରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହାଁନ୍ତି ନାହିଁ। ପଞ୍ଜାବରେ କେବଳ ଜଣେ ଶିଖଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଉଚିତ୍।
ସୂଚନାଯୋଗ୍ୟ, କଂଗ୍ରେସରେ ଅମରିନ୍ଦର ଜଣେ ଷ୍ଟଲଓ୍ୱାର୍ଟ ନେତା। ୨୦୧୭ରେ ଯେତେବେଳେ ମୋଦି ଲହର ପିକ୍ ଷ୍ଟେଜରେ ଥିଲା ସେତେବେଳେ ବିଧାନସଭା ନିର୍ବାଚନ ହୋଇଥିଲା। ପଞ୍ଜାବରେ କଂଗ୍ରେସ ବିରୋଧୀ ଆସନରେ ଥିଲା। ଶାସନ ଗାଦିରେ ଅକାଳୀ ଦଳ ଏବଂ ବିଜେପି ବସିଥିଲା। ଏହାପରେ ବି ଅମରିନ୍ଦରଙ୍କ ନେତୃତ୍ୱରେ କଂଗ୍ରେସ ବିଜୟୀ ହୋଇଥିଲା। ଏହି ନିର୍ବାଚନରେ ରାହୁଲ ଗାନ୍ଧୀ ସେମିତି କିଛି ବିଶେଷ ପ୍ରଚାର କରିନଥିଲେ। ସେତେବେଳେ ଅମରିନ୍ଦରଙ୍କୁ ଦଳର ବିଜୟ ନେଇ ଶ୍ରେୟ ଦେଇଥିଲେ ପଞ୍ଜାବବାସୀ।
https://twitter.com/ANI/status/1439483374251298817?s=20
ଗତ ବିଳମ୍ବିତ ରାତିରେ ଅମ୍ବିକାଙ୍କୁ ଭେଟିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ତାଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ମନାଇଥିଲେ। ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିଲା। କିନ୍ତୁ ମାନିନଥିଲେ ବରିଷ୍ଠ କଂଗ୍ରେସ ନେତ୍ରୀ ଅମ୍ବିକା। ସେ ମୁଖ୍ୟମନ୍ତ୍ରୀ ପଦ ନେବାକୁ ମନା କରିଦେଇଥିଲେ। ସମ୍ବବତଃ ତାଙ୍କ ନାଁ ମୁଖ୍ୟମନ୍ତ୍ରୀ ଦାବିଦାର ତାଲିକାର ଶୀର୍ଷରେ ରହିଥିଲା।
ସୂତ୍ରରୁ ପ୍ରକାଶ ଯେ ଅମ୍ବିକା ସୋନି ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଏହି ଗୁରୁତ୍ୱପୂର୍ଣ୍ଣ ପଦ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ତେବେ ଏହି ପଦବୀରେ କେବଳ ଜଣେ ଶିଖଙ୍କୁ ପୋଷ୍ଟ କରାଯିବା ଉଚିତ ବୋଲି ସେ ଦଳର ନେତୃତ୍ୱଙ୍କୁ କହିଛନ୍ତି। ସୂତ୍ରରୁ ପ୍ରକାଶ ଯେ କଂଗ୍ରେସର ବହୁ ବରିଷ୍ଠ ନେତା ମଧ୍ୟ ସୋନିଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେ ମାନି ନାହାନ୍ତି।
ସୋନିଙ୍କ ମନା କରିବା ପରେ ଅପରାହ୍ନରେ ବସିବାକୁ ଥିବା କଂଗ୍ରେସ ବିଧାୟକ ଦଳ ବୈଠକ ମଧ୍ୟ ବାତିଲ ହୋଇଛି। ଏହି ବୈଠକରେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇଥାନ୍ତା। ସେପଟେ ଏକ ହୋଟେଲରେ ଏକାଠି ହୋଇଛନ୍ତି ହରିଶ ରାୱତ, ଅଜୟ ମାକେନ୍ ଏବଂ ନବଜୋତ ସିଂ ସିଦ୍ଧୁ। କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ସେମାନେ ଚର୍ଚ୍ଚା ଚଳାଇଛନ୍ତି।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଦୌଡରେ ଚାରି ଜଣଙ୍କ ନାଁ ରହିଛି। ପୂର୍ବ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଏବଂ ଅମରିନ୍ଦର ସିଂଙ୍କ ଅତି ନିକଟତର ସୁନୀଲ ଜାଖଡଙ୍କ ନାଁ ଏହି ରେସ୍ର ସବୁଠୁ ଆଗରେ ରହିଛି। ଏହା ବ୍ୟତୀତ ନବଜୋତ ସିଂ ସିଦ୍ଧୁ, ପ୍ରତାପ ବାଜୱା ଏବଂ ସୁଖଜିନ୍ଦର ସିଂ ରନ୍ଧାବାଙ୍କ ନାଁ ମଧ୍ୟ ସାମିଲ ଅଛି।