ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଶ୍ରୀ ଜଗନ୍ନାଥ ମନ୍ଦିରର ସେବାୟତ ଓ ସେମାନଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପୂର୍ବରୁ ଦିଆଯାଉଥିବା ବୀମା ରାଶି ପରିମାଣକୁ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଗୁରୁତର ରୋଗର ଚିକିତ୍ସା ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ସହାୟତା ଦିଆଯିବ।
ସେହିଭଳି ସେବାୟତ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରବେଶିକା ପରୀକ୍ଷା ଯଥା- NEET, JEE ଓ Civil Service Coaching ପାଇଁ ବ୍ୟବସ୍ଥା ବାବଦରେ ବର୍ଷକୁ ୫୦ ହଜାର ଟଙ୍କା ହିସାବରେ ସର୍ବାଧିକ ୩ ଥର ସହାୟତା ଯୋଗାଇ ଦିଆଯିବ।
ସେବାୟତମାନଙ୍କୁ ଦିଆଯାଉଥିବା ବିଭିନ୍ନ ବର୍ଦ୍ଧିତ ଭତ୍ତା, ସ୍ୱାସ୍ଥ୍ୟ ବୀମା ରାଶି, କୋଚିଂ ସହାୟତା ଓ ଅନ୍ୟାନ୍ୟ ସହାୟତା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ରାଜ୍ୟ ସରକାର ୧୦.୮୫ କୋଟି ଯୋଗାଇ ଦେଇଛନ୍ତି।
ଶ୍ରୀମନ୍ଦିର ଭିତରେ ଡୋନେସନ ସେଲ୍ରେ ଟଙ୍କା ଗଣତି ବେଳେ ପ୍ରଦୀପ୍ତ କୁମାର ମହାପାତ୍ର ଚୋରି କରିଥିଲେ। ସିସିଟିଭି ଫୁଟେଜରୁ ତାଙ୍କ ଚୋରି ଧରାପଡ଼ିଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଜେରା କରାଯାଇଛି।
ପ୍ରାୟ ୭ ଦିନ ପାଇଁ ଏହି କର୍ମଚାରୀ ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଗଣତିରେ ନିୟୋଜିତ ହୋଇଥିଲେ। ତେବେ ଡ୍ୟୁଟି କରୁଥିବା ବେଳେ ଅନ୍ୟ ଦିନମାନଙ୍କରେ ସେ ଟଙ୍କା ଚୋରି କରିଛନ୍ତି ନା ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।
ଶ୍ରୀମନ୍ଦିର ହୁଣ୍ଡି ଗଣତି ନିମନ୍ତେ ସ୍ଥାୟୀ କର୍ମଚାରୀ ମୁତୟନ କରା ନଯିବା ଓ ହୁଣ୍ଡି ଗଣତିରେ ସ୍ଵଚ୍ଛତା ରକ୍ଷା ନିମନ୍ତେ ଗୁରୁତ୍ୱ ଦିଆଯାଉ ନଥିବାରୁ ଏଭଳି ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ବୈଠକରେ ମୁକ୍ତିମଣ୍ଡପ ପଣ୍ଡିତ, ଜ୍ୟୋତିର୍ବିଦ, ବରିଷ୍ଠ ସେବାୟତ, ତଢଉକରଣ, ପରିଚାଳନା କମିଟି ସଦସ୍ୟ ଯୋଗଦାନ କରିଛନ୍ତି। କେଉଁଭଳି ସଠିକ ଭାବେ ୨୦୨୪-୨୫ ପାଇଁ ପଞ୍ଜିକା ପ୍ରସ୍ତୁତ କରାଯିବ। ବିଭିନ୍ନ ଯାନିଯାତ୍ରା, ପର୍ବପର୍ବାଣୀ ନିର୍ଭୁଲ ଏବଂ ତ୍ରୁଟି ଶୂନ୍ୟ ହେବ ସେ ଉପେ ଗଣନାକାର ମାନଙ୍କ ସହ ଆଲୋଚନା କରାଯାଇଛି।
ଚଳିତ ବର୍ଷ ଅଧିବର୍ଷ ପଡୁଥିବାରୁ ସେହି ଅନୁସାରେ ପଣାସଂକ୍ରାନ୍ତିର ଦିନ ଧାର୍ଯ୍ୟହେବ। ପଣାସଂକ୍ରାନ୍ତିରୁ ପଞ୍ଜିକା ଆରମ୍ଭ ହୋଇଥାଏ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ମହୋଦଧିରେ ସ୍ନାନର ମଜା ଉଠାଉଛନ୍ତି ପର୍ଯ୍ୟଟକ। ଆଗକୁ ନୂଆବର୍ଷ ଥିବାରୁ ଭିଡ ଆହୁରି ବଢିବ। ତେଣୁ ପୁରୀରେ ହୋଇଛି ବ୍ୟାପକ ପ୍ରସ୍ତୁତି।
ସେପଟେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ଦ୍ୱାରା ବେଳାଭୂମିରେ ତିଆରି ହୋଇଛି ସ୍ୟାଣ୍ଡ ଆର୍ଟ ପାର୍କ। ଗୋଟିଏ ସ୍ୟାଣ୍ଡ ଆର୍ଟରେ ସମୟ ଚକ୍ରକୁ ଦର୍ଶାଯାଇଥିବା ବେଳେ ଅନ୍ୟଟିରେ ଜଳ ସୁରକ୍ଷାର ଆବଶ୍ୟକତା ପ୍ରଦର୍ଶିତ କରାଯାଇଛି। ପୁରୀ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକମାନେ ଏହାର ଭରପୁର ମଜା ନେଉଛନ୍ତି।
ଫୁଲ ଓ ଭୋଗ ଆଦି ପଲିଥିନ୍ରେ ନଆଣିବା ପାଇଁ ସମସ୍ତ ନିଯୋଗ ଓ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସୁଆର ମହାସୁଆର ନିଯୋଗକୁ ମଧ୍ୟ ବିକଳ୍ପ ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି।
ମନ୍ଦିରକୁ ଫୁଲ ଓ ଭୋଗ ନେବା ପାଇଁ କାଗଜ ଅବା କଟନର ବ୍ୟାଗ୍ ଅବା କାଠ, ବାଉଁଶ, ପତ୍ର, କେନ୍ ଓ ଅନ୍ୟାନ୍ୟ ବୃକ୍ଷଲତାରୁ ପ୍ରସ୍ତୁତ ଚାଙ୍ଗୁଡ଼ି ବ୍ୟବହାର କରାଯାଇପାରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।
ଶ୍ରଦ୍ଧାଳୁ ଓ ସେବାୟତଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି କରିବାରେ ସହଯୋଗ କରିବାକୁ ସେ ଗଣମାଧ୍ୟମଗୁଡ଼ିକୁ କହିଛନ୍ତି। ଶ୍ରୀମନ୍ଦିର ଓ ପୁରୀ ସହରକୁ ଆହୁରି ସୁନ୍ଦର ଓ ଆକର୍ଷଣୀୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ନୂଆବର୍ଷ ଆରମ୍ଭରୁ ଏହାକୁ କଡ଼ାକଡ଼ି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଛି। ତେବେ ଶ୍ରୀମନ୍ଦିର ପ୍ରଶାସନର ଏହା ନୂଆ ପ୍ରୟାସ ନୁହେଁ। ୨୦୨୦ ମସିହାରୁ ଶ୍ରୀମନ୍ଦିରକୁ ପଲିଥିନ ମୁକ୍ତ ପାଇଁ ପ୍ରୟାସ କରାଯାଇଥିଲା।
ଜାନୁଆରୀ ୧୭ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ଜଗନ୍ନାଥ ବଲ୍ଳଭ ପାର୍କିଂରୁ ଦୋଳବେଦୀ କୋଣ ପର୍ଯ୍ୟନ୍ତ ଏକ ବିକଳ୍ପ ଚଲାପଥ ପାଇଁ ଦୃତ ଗତିରେ ନିର୍ମାଣ ଚାଲିଥିବା ରାସ୍ତାକୁ ନେଇ ଉଠିଛି ପ୍ରଶ୍ନ। ପୁରୀ ପ୍ରଶାସନର ଯୁକ୍ତି- ଏବେ ପର୍ଯ୍ୟଟକ ଓ ଭକ୍ତମାନେ ଶ୍ରୀମନ୍ଦିରକୁ କେବଳ ବଡ଼ଦାଣ୍ଡ ଦେଇ ଯାଉଛନ୍ତି। ସେଥିପାଇଁ ପ୍ରବଳ ଗହଳି ହେଉଛି ଓ ଗୁରୁତର ଟ୍ରାଫିକ୍ ସମସ୍ୟା ଉପୁଜୁଛି। ତେଣୁ ସେଥିରୁ ମୁକ୍ତି ପାଇଁ ବଡ଼ଦାଣ୍ଡ ଭଳି ଆଉ ଏକ ସମାନ୍ତରାଳ ରାସ୍ତା ଜରୁରୀ। ଏହା ହେଲେ ଭୁବନେଶ୍ୱର ଓ ବ୍ରହ୍ମଗିରି ପଟୁ ଆସୁଥିବା ଭକ୍ତମାନେ ଆଉ ସହର ଭିତରେ ନପଶି ବାଇପାସ୍ ରାସ୍ତାରେ ମଙ୍ଗଳାଘାଟ ପାଖ ଟ୍ରଂପେଟ୍ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପାର୍କିଂକୁ ଆସି ଗାଡ଼ି ରଖିବେ। ଆଉ ସେଠାରୁ ଶ୍ରୀଦାଣ୍ଡ ଦେଇ ସିଧାସଳଖ ଶ୍ରୀମନ୍ଦିର ପାଖରେ ପହଞ୍ଚିବେ। ହେଲେ ଶ୍ରୀଦାଣ୍ଡକୁ ନେଇ ଉଠିଲାଣି ଆପତ୍ତି। ଏହା ସାଧାରଣ ଭକ୍ତଙ୍କ ପାଇଁ ନୁହେଁ ବରଂ ଭିଭିଆଇପିଙ୍କ ସ୍ୱାର୍ଥରେ ବୋଲି କହିଛି ଜଗନ୍ନାଥ ସେନା।
ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଏତେ ବଡ଼ ବଡ଼ଦାଣ୍ଡ ଥାଉ ଥାଉ ଶ୍ରୀଦାଣ୍ଡର କ’ଣ ଆବଶ୍ୟକତା ଅଛି। ଯଦି ଶ୍ରୀଦାଣ୍ଡ କରିବାର ଥିଲା, ତା’ହେଲେ ବଡ଼ଦାଣ୍ଡରୁ ଅନେକ ଗରିବ ଉଠା ଦୋକାନୀଙ୍କୁ ଉଠାଇଲେ କାହିଁକି। ଯାହା ଭିତିରି ଖବର ଆମେ ପାଇଛୁ, ଶ୍ରୀଦାଣ୍ଡ ତିଆରି ହେଉଛି ଭିଆଇପିମାନଙ୍କ ପାଇଁ। ଏ ଭିଆଇପି ଦର୍ଶନ ବନ୍ଦ ନହେଲା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ କେବେ ହେଲେ ଶୃଙ୍ଖଳିତ ଭାବେ ଦର୍ଶନ ହୋଇପାରିବ ନାହିଁ।
ବିଧିବଦ୍ଧ ଭାବେ ନାମକରଣ ହୋଇନଥିଲେ ବି ଏହି ନୂଆ ରାସ୍ତାକୁ କୁହାଯାଉଛି ଶ୍ରୀଦାଣ୍ଡ। ୭୫୦ ମିଟର ଲମ୍ବ ଓ ୪୦ ଫୁଟ ଚଉଡ଼ାର ଏ ରାସ୍ତା ପାଇଁ ଆବଶ୍ୟକ ହେଉଥିବା ମୋଟ୍ ଜମିରୁ ୬୮ ପ୍ରତିଶତ ଜଗନ୍ନାଥ ମନ୍ଦିର ଓ ସରକାରୀ ଏବଂ ବାକି ୩୨ ପ୍ରତିଶତ ଘରୋଇ ଜମି। ମନ୍ଦିର ସଲଗ୍ନ ଚୁଡ଼ଙ୍ଗ ସାହିର ୩୯ ଓ ଦାଣ୍ଡିମାଳ ସାହିର ୯ଟି ପ୍ଲଟ ଏଥିପାଇଁ ଅଧିଗ୍ରହଣ ହେବ। ଫଳରେ ଚୁଡ଼ଙ୍ଗସାହିର ୬୬ ଓ ଦାଣ୍ଡିମାଳ ସାହିର ୧୮, ଏଭଳି ମୋଟ୍ ୮୪ ପରିବାର କ୍ଷତିଗ୍ରସ୍ତ ହେବେ। ଯଦିଓ ବିସ୍ଥାପିତ ହେବାକୁ ଥିବା ପରିବାର ମହାପ୍ରଭୁଙ୍କ ସେବା ପାଇଁ ମୂଲ୍ୟବାନ ଭିଟାମାଟି ଛାଡ଼ିବାକୁ ରାଜି, ହେଲେ ମାଗିଛନ୍ତି ଉଚିତ୍ ମୂଲ୍ୟ। ସେମାନେ ସଫା ସଫା କହିଛନ୍ତି- ଏଥିରେ ବିଚ୍ୟୁତି ହେଲେ ଇଞ୍ଚେ ବି ଜାଗା ଛାଡିବେନି।
ସେହିପରି ଏକଦା ମୂଲ୍ୟବାନ ଔଷଧୀୟ ବୃକ୍ଷ ଓ ଶହ ଶହ ନଡ଼ିଆ ଗଛରେ ଭର୍ତ୍ତି ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନକୁ ଲଣ୍ଡା କରି ରାସ୍ତା ନିର୍ମାଣକୁ ବି ନେଇ ଉଠିଲାଣି ବିରୋଧର ସ୍ୱର। ଜଗନ୍ନାଥ ବଲ୍ଳଭରେ ମହାପ୍ରଭୁଙ୍କ ଦୟଣାଚୋରି ଓ ବେଣ୍ଟ ଶିକାର ନୀତି ମଧ୍ୟ ହୋଇଥାଏ। ଏବେ ଆଉ ତାହା ହୋଇପରିବନି ବୋଲି ସେବକ ମତ ଦେଲେଣି। ଆଉ ଏସବୁ ଭିତରେ ରାସ୍ତା କାମ ଯୋଗୁଁ ଠାକୁରଙ୍କ ଦୋଳବେଦୀ ପାହାଚ ଭାଙ୍ଗିବା ସହ ରାସ୍ତା ସଙ୍କୁଚିତ ହେଉଥିବା ଅଭିଯୋଗ ଆସିଲାଣି। ଯାହାଦ୍ୱାରା ଦୋଳ ଉତ୍ସବ ସମୟରେ ଠାକୁରଙ୍କ ବିମାନ ଆସିବାରେ ଘୋର ଅସୁବିଧା ହେବ ବୋଲି କହୁଛନ୍ତି ବିମାନବଡୁ ସେବକ। ହେଲେ ଓବିସିସି କହୁଛି- ସବୁ ନିୟମ ଭିତରେ ହେଉଛି।
ଗତକାଲି ଦ୍ୱିତୀୟ ଦିନରେ ଭକ୍ତଙ୍କୁ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଇଥିଲେ କଳାଠାକୁର। ବିଶ୍ୱାସ ରହିଛି ଶ୍ରୀଜିଉଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଏଇ ପଞ୍ଚୁକ ଯାତ୍ରା। ଏହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ।
ତେଣୁ ଦର୍ଶନ ପାଇଁ ପୂର୍ବଦିନ ଅପେକ୍ଷା ପଞ୍ଚୁକରେ ଶ୍ରୀମନ୍ଦିରରେ ଅଧିକ ଭିଡ଼ ଦେଖିବାକୁ ମିଳୁଛି। ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଗତକାଲି କିଛି ଭକ୍ତ ଦର୍ଶନରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଥିଲେ। ତେବେ ସୁରୁଖୁରୁରେ ଦର୍ଶନ ବ୍ୟବସ୍ଥା ଚାଲିଥିବା ଏସପି କହିଛନ୍ତି।
ଗତକାଲି ଶ୍ରୀମନ୍ଦିର ପ୍ରଶାସନର ବୈଠକ ପରେ ଆଜି ସକାଳୁ ନୀତିକାନ୍ତି ସଅଳ ହୋଇଛି। ଶ୍ରୀମନ୍ଦିରରେ ବୟସ୍କଙ୍କ ପାଇଁ ସିଂହଦ୍ୱାର ସମ୍ମୁଖରେ ସ୍ୱତନ୍ତ୍ର ଶେଡ୍ ଓ ବସିବା ପାଇଁ ଚେୟାର ପଡ଼ିଛି। ସେହିପରି ପଞ୍ଚୁକ ପାଞ୍ଚ ଦିନ ଭିଡ଼ ପରିଚାଳନା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମରିଚକୋଟ ଛକ ଯାଏଁ ବ୍ୟାରିକେଡ୍ ବଢାଯିବ। ସେଥିପାଇଁ ମରିଚକୋଟ ଛକ ଯାଏଁ ଉଠା ଦୋକାନ ଓ ମାର୍କେଟ ଛକରୁ ଗାଡି ଚଳାଚଳ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। ବରିଷ୍ଠ ଏବଂ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ୩ ସିଫ୍ଟରେ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ସ୍ୱେଚ୍ଚାସେବୀମାନେ ସେମାନଙ୍କୁ ନେଇ ଶୃଙ୍ଗଳିତ ଦର୍ଶନ କରାଇ ଆଣିବେ। ବଡ଼ଦାଣ୍ଡର ଦୁଇ କଡ଼ରେ ଅସ୍ଥାୟୀ ଶୌଚାଳୟ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି।
ଗତ କିଛି ଦିନ ଧରି ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଆସି ଭକ୍ତ ହଇରାଣ ହୋଇଥିବା ଖବର ଓଟିଭିରେ ପ୍ରସାରଣ ହୋଇଥିଲା। ଅନେକ ସଂଖ୍ୟାରେ ବୟସ୍କ ଭକ୍ତ ବ୍ୟାରିକେଡ୍ ଭିଡ଼ ଭିତରେ ନାକେଦମ୍ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ଏଭଳି ନିଷ୍ପତ୍ତି ନିଆଯାଇଛି।
ଅନ୍ୟପଟେ ଲୋକଙ୍କ ସୁବିଧା ଦୃଷ୍ଟିରୁ ଯାହା ହେବା କଥା କରାଯାଉ। ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଓ ବ୍ୟାରିକେଡରେ ହଇରାଣ ହେବା ଘଟଣା ସାମ୍ନାକୁ ଆସିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା। ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ନେଇ ଆଜି ଗଣମାଧ୍ୟମ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଭକ୍ତଙ୍କ ସୁବିଧା ପାଇଁ ଯାହା ହେବା କଥା ସେ ସବୁ କରାଯାଉ ବୋଲି ସେ କହିଛନ୍ତି।
ଜିଲ୍ଲାପାଳ କହିଛନ୍ତି, ଭକ୍ତଙ୍କ ପାଇଁ ଯେଉଁ ସବୁ ସୁବିଧା ଯୋଗାଇ ଦିଆଯିବା କଥା, ତାକୁ ପଞ୍ଚୁକ ସମୟରେ ଆହୁରି ଅଧିକ କରାଯିବାକୁ ବ୍ୟବସ୍ଥା ହୋଇଛି। ପଞ୍ଚୁକ ପାଇଁ ମରଚିକୋଟ ପର୍ଯ୍ୟନ୍ତ ଶେଡ୍ କରାଯିବ। ପାନୀୟ ଜଳ ପଏଣ୍ଟ ସଂଖ୍ୟା ବୃଦ୍ଧି କରାଯିବ। ଆସନ୍ତାକାଲି ସୁଦ୍ଧା ଆଉ ଏକ ଶୌଚାଳୟ ବ୍ୟବସ୍ଥା ହୋଇଯିବ। ଗହଳି ନିୟନ୍ତ୍ରଣ ପାଇଁ ସ୍ୱେଚ୍ଛାସେବୀଙ୍କ ସଂଖ୍ୟା ବୃଦ୍ଧି କରାଯିବ।
ଜିଲ୍ଲାପାଳ କହିଛନ୍ତି ପଞ୍ଚୁକ ସମୟରେ ଶ୍ରୀମନ୍ଦିରର ନୀତିକାନ୍ତି କେମିତି ଠିକ୍ ସମୟରେ ସମାପନ ହେବ ସେ ଦିଗରେ ଗୁରୁତ୍ୱ ଦିଆଯାଉଛି। ଏନେଇ ଗତକାଲି ଏକ ବୈଠକ ବସିଥିଲା। ଆଜି ମଧ୍ୟ ଏକ ବୈଠକ ବସିବ। ନୀତିକାନ୍ତି ଠିକ୍ ସମୟରେ ହେଲେ ଅଧିକରୁ ଅଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।
ପୁରୀରେ ଏବେ ବହୁ ଭକ୍ତଙ୍କ ଭିଡ଼ ଜମୁଛି। ଧାଡ଼ିରେ ଦୀର୍ଘ ସମୟ ଛିଡ଼ା ହୋଇ ଲୋକେ ବ୍ୟତିବ୍ୟସ୍ତ ହୋଇଯାଉଛନ୍ତି। କେହି କେହି ଅସୁସ୍ଥ ମଧ୍ୟ ହୋଇପଡ଼ୁଛନ୍ତି। ଗତକାଲି ଜଣେ ବୃଦ୍ଧା ଧାଡ଼ିରେ ୫ ଘଣ୍ଟା ଛିଡ଼ା ହେବା ପରେ ଥକି ଯାଇ ତାଙ୍କୁ ସେଠାରୁ ଉଦ୍ଧାର କରିବାକୁ କହିଥିଲେ। ଏଭଳି ଦୃଶ୍ୟ ଦେଖିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ରଞ୍ଜନ କୁମାର ଦାସ ବୟସାଧିକ ଓ ରୋଗାକ୍ରାନ୍ତ ଲୋକଙ୍କୁ ପୁରୀ ନ ଆସିବାକୁ ଅନୁରୋଧ କରିଥିଲେ। ତେବେ ଏହାକୁ ନେଇ ବିବାଦ ଦେଖାଯାଇଛି। ଭକ୍ତଙ୍କ ପାଇଁ ସଠିକ୍ ବ୍ୟବସ୍ଥା ନ କରି ଏଭଳି ଅନୁରୋଧ କରିବା ଗ୍ରହଣୀୟ ନୁହେଁ ବୋଲି କୁହାଯାଉଛି।
କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ କହିଛନ୍ତି, କାର୍ତ୍ତିକ ମାସରେ ପୁରୀକୁ ଦେଶର ବିଭିନ୍ନ ପ୍ରାନ୍ତ ତଥା ବିଦେଶରୁ ଲୋକ ଜଗନ୍ନାଥ ଦର୍ଶନ ପାଇଁ ଆସନ୍ତି। ଠାକୁରଙ୍କ ଦର୍ଶନ କରିବା ଆମର ଧାର୍ମିକ ଓ ସାମ୍ବିଧାନିକ ସ୍ୱୀକୃତିପ୍ରାପ୍ତ ଅଧିକାର। ଏହା ଉପରେ କଟକଣା ଲାଗୁ କରିବା ଆଇନ ବିରୋଧୀ। ଏକଚାଟିଆ ଭାବେ ସରକାର ଯେଉଁ କଟକଣା ଜାରି କରିଛନ୍ତି, ତାହାଦ୍ୱାରା କେବଳ ଭକ୍ତ ଓ ଭଗବାନ ମଧ୍ୟରେ ପାଚେରୀ ଛିଡ଼ା କରିଛନ୍ତି । ଏହା ଆମ ସାମ୍ବିଧାନିକ ଅଧିକାରକୁ ଉଲ୍ଲଘଂନ କରୁଛନ୍ତି।
ସେ କହିଛନ୍ତି, ଯେଉଁଠି ଥାଇ ଡାକିଲେ ଭଗବାନ ସେମାନଙ୍କ କଥା ଶୁଣିବେ। ଅତ୍ୟଧିକ ଆଗ୍ରହ ଦେଖାଇ ଭିଡ଼ ଭିତରକୁ ନପଶିବାକୁ ସେମାନଙ୍କୁ ଅନୁରୋଧ କରୁଛି। ଯେଉଁ ସମୟରେ କମ୍ ଭିଡ଼ ଥିବ,ସୂଚନା ନେଇ ସେହି ସମୟରେ ଆସିଲେ ଭଲ ହେବ। ଠାକୁରଙ୍କୁ ଦର୍ଶନ କରିବାର ଆଗ୍ରହ ସହ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଆସିବାକୁ ସମସ୍ତଙ୍କୁ ଅନୁରୋଧ।
ଶ୍ରୀମନ୍ଦିର ନୀତିକାନ୍ତି ବିଷୟରେ ଭକ୍ତଙ୍କୁ ସୂଚନା ଦେବା ପାଇଁ ମର୍ଚ୍ଚିକୋଟ ଛକ ଯାଏଁ ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା ଦିଆଯିବ। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଏନେଇ ବିଶେଷ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ।
ଆଜି ଶ୍ରୀମନ୍ଦିର ସମ୍ମୁଖରେ ବଡ଼ଦାଣ୍ଡରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ସକାଳୁ ଆସିଥିବା ଭକ୍ତ ଦିନ ୧୦ଟା ଯାଏ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ଭିଡ଼ ଯୋଗୁ ଭକ୍ତମାନେ ଅପେକ୍ଷା କରି କରି ବ୍ୟତିବ୍ୟସ୍ତ ହୋଇଯାଇଥିବା ଦେଖାଯାଇଥିଲା। କିଛି ଲୋକ ଅସୁସ୍ଥ ମଧ୍ୟ ହୋଇପଡ଼ିଥିଲେ। ଏମିତିକି ଜଣେ ବୃଦ୍ଧା ତାଙ୍କୁ ଧାଡ଼ିରୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ। ସ୍ଥିତି ବଡ଼ ଦୟନୀୟ ହୋଇଯାଇଥିଲା।
ଆଜି ଗୋଟିଏ ଦିନ ନୁହେଁ, ମାସ ମାସ ଧରି ଏମିତି ଭିଡ଼ ହେଉଥିବା ସତ୍ତ୍ୱେ କାହାର ଯେପରି ଏଥିପ୍ରତି ନିଘା ନାହିଁ। ଶ୍ରୀମନ୍ଦିରରେ ଏବେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଭକ୍ତ। ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପ ହେତୁ ଅନ୍ୟ ତିନି ଦ୍ୱାର ବନ୍ଦ ଥିବାରୁ ଏପରି ସ୍ଥିତି ଉପୁଜୁଥିବା କୁହାଯାଉଛି।
ଶ୍ରୀମନ୍ଦିର ଅବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଡହଳ ବିକଳ ସ୍ଥିତି ଦେଖି ଅତ୍ୟନ୍ତ ଭଙ୍ଗି ପଡ଼ିଛନ୍ତି ଛତିଶଗଡ଼ ରାଜ୍ୟପାଳ। ସେ କହିଛନ୍ତି, ଗୋଟିଏ ଦ୍ୱାର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ ବନ୍ଦ ରଖି ଅନ୍ୟ ତିନିଟି ଦ୍ୱାରକୁ ଖୋଲା ରଖିବାକୁ ବ୍ୟବସ୍ଥା କଲେ ସରୁଖୁରୁରେ ଦର୍ଶନ କରିପାରନ୍ତେ ଭକ୍ତ।
ସେ କହିଛନ୍ତି, ପରିକ୍ରମା ପ୍ରକଳ୍ପର ଉଦ୍ଘାଟନ ପରେ ଉତ୍ତର ଦ୍ୱାର ଦେଇ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିରର ରୀତିନୀତି ଓ ପରମ୍ପରାକୁ ନଜରରେ ରଖି ଦିବ୍ୟାଙ୍ଗଙ୍କ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ଏସଓପି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତିଦିନ ସ୍ୱତନ୍ତ୍ର ସମୟରେ ସ୍ୱତନ୍ତ୍ର ଭାବେ ଏହି ଦର୍ଶନ ବ୍ୟବସ୍ଥା କରାଯିବ। ଛତିଶା ନିଯୋଗ ଓ ପରିଚାଳନା କମିଟିର ଅନୁମୋଦନ ନିଆଯାଇ ଦିବ୍ୟାଙ୍ଗ ମାନଙ୍କୁ ଏହି ଦର୍ଶନ ବ୍ୟବସ୍ଥାରେ ସାମିଲ କରାଯିବ।
ପରିକ୍ରମା ପ୍ରକଳ୍ପରେ ଉତ୍ତର ଦ୍ୱାର ଠାରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମ ଗୃହ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ କହିଛନ୍ତି।
ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଗଣମାଧ୍ୟମକୁ ବିବୃତ୍ତି ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ବାରମ୍ବାର ଦାବି କରାଯାଉଛି । ସ୍ୱତନ୍ତ୍ର କମିଟି ଗଠନ କରି ରତ୍ନଭଣ୍ଡାର ଖୋଲିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା, କିନ୍ତୁ ରତ୍ନଭଣ୍ଡାର କଥାକୁ ଭୁଲି ଯାଇ ଶ୍ରୀମନ୍ଦିର ପରିଚାଳନା କମିଟି "ଡ୍ରେସ କୋର୍ଡ"କୁ ଗୁରୁତ୍ୱ ଦେଉଛନ୍ତିି । ଗତ ଅଗଷ୍ଟ ୪ତାରିଖରେ କମିଟି ଗଠନ ପାଇଁ ରିଜଲ୍ୟୁସନ କରାଯାଇଥିଲା ଓ ସେପ୍ଟେମ୍ବର ୨୯ରେ ହାଇକୋର୍ଟ ଶ୍ରୀମନ୍ଦିର କମିଟି ଗଠନ ନିର୍ଦ୍ଦେଶ ଦେଇଥିଲେ । ରତ୍ନଭଣ୍ଡାର ସୁରକ୍ଷିତ ଅଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବାରମ୍ବାର ଗଣମାଧ୍ୟମରେ ଦୃଢ଼ୋକ୍ତି ବ୍ୟକ୍ତ କରୁଛନ୍ତି । ତେବେ ରତ୍ନଭଣ୍ଡାର ଖୋଲିବା ପାଇଁ କାହିଁକି ଏପର୍ଯ୍ୟନ୍ତ କମିଟି ଗଠନ କରାଯାଇ ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ରତ୍ନଭଣ୍ଡାର ଖୋଲିଲେ ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀମାନଙ୍କ ଦ୍ୱନ୍ଦ୍ୱ ଦୂର ହେବ । ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଯଥାଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜାଙ୍କୁ ବିଜେପି ପ୍ରତିନିଧିମଣ୍ଡଳୀ ଭେଟି ସମସ୍ତ କଥା ବିସ୍ତୃତଭାବେ ଆଲୋଚନା କରାଯିବ ।
ବିଗତ ୪୫ବର୍ଷ ଧରି ରତ୍ନଭଣ୍ଡାର ଖୋଲାଯାଇ ନାହିଁ । ଖୋଲା ନଯିବାକୁ ନେଇ ଓଡ଼ିଶାବାସୀଙ୍କ ମନରେ ଦ୍ୱନ୍ଦ ରହିଛି, ଯଥାଶୀଘ୍ର ଦୂର କରାଯାଉ । ଗଜପତି ମହାରାଜା ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ରତ୍ନଭଣ୍ଡାର ଖୋଲିବାକୁ ବାରମ୍ବାର କହିସାରିଛନ୍ତିି । ରତ୍ନଭଣ୍ଡାର ପାଇଁ କାହିଁକି କମିଟି ଗଠନ ହେଉନାହିଁ? ଅବସରପ୍ରାପ୍ତ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଏବଂ ଜିବି. ପଟ୍ଟନାୟକ ଅଛନ୍ତି, ସେମାନଙ୍କ ନେତୃତ୍ୱରେ ତୁରନ୍ତ ରତ୍ନଭଣ୍ଡାର କମିଟି ଗଠନ କରି ରତ୍ନଭଣ୍ଡାର ଖୋଲନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
ସୂଚନା ଅନୁଯାୟୀ, ଗୋଟିଏ ପିଠା ପାଇଁ ଗର୍ଭଗୃହରେ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ଏହି ରକ୍ତାକ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। ୩ଟା ୪୦ ମିନିଟରେ ମଧ୍ୟାହ୍ନ ଧୂପ ଉଠି ସାରିବା ପରେ ଯେଉଁ ପିଠା ଭୋଗ କରାଯାଇଥିଲା, ତାକୁ ନେବା ପାଇଁ ଜଣେ ପସରାଉଠା କର୍ମଚାରୀ ଆସିଥିଲେ। ସେ ପିଠା ନେଇ ଯାଉଥିବା ସମୟରେ ବାବୁଲି ପ୍ରଧାନ ନାମକ ଜଣେ ସେବକ ଆସି ଗୋଟିଏ ପିଠା ନେଇ ଯାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା।
ସେହି ସମୟରେ ପସରାଉଠା କର୍ମଚାରୀ ଜଣଙ୍କ ବାବୁଲି ପ୍ରଧାନଙ୍କୁ ମୁଥ ମାରି ଦେଇଥିଲେ। ମୁଥମାଡ଼ରେ ବାବୁଲି ପ୍ରଧାନଙ୍କ ମୁହଁ ଫାଟି ଯାଇଥିଲା ଓ ସେଥିରୁ ରକ୍ତ ବାହାରି ଗର୍ଭଗୃହରେ ପଡ଼ିଥିଲା। ଏହି ଘଟଣା ଘଟିବା ପରେ ୪ଟା ମହାପ୍ରଭୁଙ୍କ ମହାସ୍ନାନ ନୀତି ଆରମ୍ଭ ହୋଇଥିଲା ଓ ଏହା ୫ଟା ପର୍ଯ୍ୟନ୍ତ ଚାଲିଥିଲା। ମହାସ୍ନାନ ଯୋଗୁ ଠାକୁରଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ମଧ୍ୟ ବିଳମ୍ବ ହୋଇଛି। ତେବେ ଗର୍ଭଗୃହରେ ପାଳିଆ ସେବକ ଓ ଜେଟିପି ଉପସ୍ଥିତ ଥାଇ ଏଭଳି ଘଟଣା ଘଟିଥିବାରୁ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଗତ ଶୁଣାଣିରେ ନାଟମଣ୍ଡପର ବିମ୍ ବିପଦସଂକୁଳ ଅବସ୍ଥାରେ ରହିଥିବା ନେଇ ରିପୋର୍ଟ ଦେଇଥିଲେ ଆମିକସକ୍ୟୁରୀ ଏନ୍.କେ ମହାନ୍ତି। ଏହା ଉଭୟ ପାର୍ଶ୍ୱରୁ କାଣ୍ଟି ଲିଭର ଭାବେ କାର୍ଯ୍ୟ କରୁଛି ଓ ନାଟମଣ୍ଡପ ଛାତ ସମ୍ପୂର୍ଣ ଭାବେ ଏହି ବିମ୍ ଉପରେ ନିର୍ଭର କରୁଛି ବୋଲି ସେ ନିଜ ରିପୋର୍ଟରେ ଦର୍ଶାଇଥିଲେ।
ତୁରନ୍ତ ମରାମତି ନହେଲେ ଦୁର୍ଘଟଣା ଘଟିପାରେ ବୋଲି ଆଶଙ୍କା ପ୍ରକାଶ କରିଥିଲେ ଆମିକସକ୍ୟୁରୀ। ଏସବୁକୁ ଦୃଷ୍ଟିରେ ରଖି ନାଟମଣ୍ଡପ ବିମ୍ର ତୁରନ୍ତ ମରାମତି କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଉଲ୍ଲେଖ ରହିଛି।
ଏହାସହ ମରାମତିର ଅଗ୍ରଗତି ନେଇ ପ୍ରତି ମାସ ସମୀକ୍ଷା କରାଯାଇ ଉଭୟ ଏଏସଆଇ ଓ ଆମିକସକ୍ୟୁରୀ ସତ୍ୟପାଠ ଦାଖଲ କରନ୍ତୁ ବୋଲି ମିସ୍ କେସ୍ରେ ଆବେଦନ ହୋଇଛି।
ବନକ ଲାଗିରେ ମୁଖ୍ୟତଃ ଚାରି ପ୍ରକାର ପ୍ରାକୃତିକ ରଙ୍ଗ ବ୍ୟବହାର ହୋଇଥାଏ। ଯାହା ହେଲା କଳା, ଧଳା, ନାଲି ଓ ହଳଦିଆ। ଆଉ ସେଥିପାଇଁ ଦରକାର ପଡୁଥିବା ସାମଗ୍ରୀ ଗୁଡ଼ିକ ହେଲା କଜ୍ଜ୍ୱଳ, ହିଙ୍ଗୁଳ, ହରିତାଳ, କସ୍ତୁରୀ, ଚନ୍ଦନ, କର୍ପୂର, କେଶର ଓ ଘୋରା ଶଙ୍ଖ। ଏଥିରୁ ଅଧିକାଂଶ ବନଜାତ ଦ୍ରବ୍ୟ।
ହିଙ୍ଗୁଳକୁ ହଳଦିଆ ରଙ୍ଗ ଭାବେ ବ୍ୟବହାର ହେଉଥିବା ବେଳେ ହରିତାଳ ଲାଲ ରଙ୍ଗ ପାଇଁ ଦରକାର। ବଳଭଦ୍ରଙ୍କ ଶ୍ରୀମୁଖ ଶିଙ୍ଗାର ପାଇଁ ଅତି ଦରକାରୀ ଧଳା ରଙ୍ଗ ମୁଖ୍ୟତଃ ଘୋରା ହୋଇଥିବା ଦକ୍ଷିଣାବର୍ତ୍ତୀ ଶଙ୍ଖରୁ ସଂଗୃହୀତ ହୋଇଥାଏ। ସେହିପରି କଳାଠାକୁର ଜଗନ୍ନାଥଙ୍କ ଶ୍ରୀମୁଖ ଶିଙ୍ଗାର ପାଇଁ ପ୍ରଜ୍ୱଳିତ ଦୀପରୁ ସଂଗୃହୀତ କଳା ବ୍ୟବହାର ହୋଇଥାଏ। ପ୍ରତ୍ୟେକ ସାମଗ୍ରୀ ରୁପା ଷଡ଼େଇରେ ରଖି ଗୋଳାଯିବା ପରେ ଶ୍ରୀବିଗ୍ରହମାନଙ୍କ ବନକଲାଗି କରାଯାଏ। ଯେହେତୁ ବର୍ତ୍ତମାନ ସମୟରେ କସ୍ତୁରୀ ଅତି ଦୁର୍ଲଭ ହୋଇଛି ଓ ନେପାଳରୁ ଆଉ ଏହା ଆସୁନାହିଁ। ତେଣୁ ତାକୁ ବାଦ ଦେଇ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଉଥିବା ବାକି ସାମଗ୍ରୀରେ ବନକଲାଗି କରାଯାଇଥିବା ବୋଲି ସୂଚନା ରହିଛି।
ବନକଲାଗି ପାଇଁ ଦିନ ବାରକୁ ନେଇ ଦତ୍ତ ମହାପାତ୍ର ସେବକ ଓ ଶ୍ରୀମନ୍ଦିର ପ୍ରଶାସନର ମଧ୍ୟରେ ବିବାଦ କରାଣରୁ ଗତ ନିଳାଦ୍ରୀ ବିଜେପରଠାରୁ ଆଉ
ଠାକୁରମାନଙ୍କ ବନକଲାଗି ନୀତି ହୋଇନାହିଁ। ଫଳରେ ମହାପ୍ରଭୁଙ୍କ ମଳିନ ମୁଖ ଦର୍ଶନ କରି ଅସନ୍ତୋଷ ପ୍ରକାଶ କରୁଛନ୍ତି ଭକ୍ତ।
ଦତ୍ତ ମହାପାତ୍ର ସେବକ ବୁଧବାର ବନକଲାଗି କରିବାକୁ ଚାହୁଁଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ଗୁରୁବାର କରିବାକୁ କହିବାରୁ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ପ୍ରାୟ ୪୦ଦିନ ହେଲା ବନକ ଲାଗି ହୋଇପାରି ନଥିଲା।
ପରେ ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟ୍ସର ଅନୁଧ୍ୟାନ କରାଯାଇଥିଲା। ଗତ ସପ୍ତାହରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବୁଧବାର ବନକଲାଗି କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଯଦି ଗୁରୁବାର ଦରକାର ପଡ଼େ ତାହାଲେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବ ବୋଲି କୁହାଯାଇଥିଲା।
ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସହ ଚାରି ଦ୍ୱାର ଖୋଲିବା ନେଇ ଆଜି ଛତିଶା ନିଯୋଗ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ଛତିଶା ନିଯୋଗର ବିଭିନ୍ନ ସଦସ୍ୟ ସେମାନଙ୍କ ମତାମତ ଦେଇଛନ୍ତି। ମତାମତ ତର୍ଜମା କରିବାକୁ ଏକ ସବ୍ କମିଟି ଗଠନ କରାଯାଇଛି ଏବଂ କମିଟି ମତାମତ ଦେଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
ନୀଳାଦ୍ରୀଭକ୍ତ ନିବାସରେ ହୋଇଥିବା ଏହି ବୈଠକରେ ଜିଲ୍ଲାପାଳ, ଏସପି, ସମସ୍ତ ନିଯୋଗର ପ୍ରତିନିଧି, ପରିଚାଳନା କମିଟିର ସେବାୟତ ପ୍ରତିନିଧି ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତି ମହାରାଜାଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଲେଖିଛନ୍ତି ଚିଠି। ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ନିବେଦନ କରୁ ବୋଲି ସେ ଚିଠିରେ ଲେଖିଛନ୍ତି। ପରିଚାଳନା କମିଟିରେ ଏଜେଣ୍ଡା ଭାବେ ଏହା କାହିଁକି ଆଲୋଚନା ହେଉନି ବୋଲି ମଧ୍ୟ ସେ ଚିଠିରେ ଲେଖିଛନ୍ତି। ସୁରକ୍ଷା ଓ ଭକ୍ତଙ୍କ ଭାବାବେଗ ଦୃଷ୍ଟିରୁ କମିଟିରେ ଏହି ପ୍ରସଙ୍ଗରେ ଆଲୋଚନା ହେଉ ବୋଲି ସେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି।ଏହାପୂର୍ବରୁ ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ମତ ଦେଇ ରତ୍ନଭଣ୍ଡାର କେବେ ଖୋଲିବ ତାହା ସରକାର ନିଷ୍ପତ୍ତି ନେବେ କହିଥିଲେ ଗଜପତି ମହାରାଜା।
ନବ ଦିନାତ୍ମକ ରଥଯାତ୍ରା ଶେଷ କରି ଭକ୍ତଙ୍କୁ ଦୁର୍ଲଭ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବା ପରେ ଗତ ଶୁକ୍ରବାର ଅଧରପଣା ଗ୍ରହଣ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ଏହାପରେ ଗତକାଲି ଭକ୍ତଙ୍କଠାରୁ ରସଗୋଲା ଓ ଚୁଡ଼ାଘଷା ଭୋଗ ଖାଇବା ପରେ ସନ୍ଧ୍ୟାରେ ନୀଳକନ୍ଦରକୁ ବିଜେ କରିଥିଲେ ମହାପ୍ରଭୁ। ସନ୍ଧ୍ୟା ଧୂପ ଶେଷ ପରେ ବିଜେ କାହାଳି ବାଜିଥିଲା। ଶ୍ରୀ ସୁଦର୍ଶନ, ଦେବୀ ସୁଭଦ୍ରା, ମହାପ୍ରଭୁ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଜଣଙ୍କ ପରେ ଜଣେ ଶ୍ରୀମନ୍ଦିରକୁ ବିଜେ କରିଥିଲେ।
ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀମନ୍ଦିର ଭିତରକୁ ବିଜେ କରିବା ବେଳେ ଜୟବିଜୟ ଦ୍ୱାର ବନ୍ଦ ହୋଇଥିଲା। ଦଇତା ଓ ଦେବଦାସୀଙ୍କ ଭିତରେ ହେଉଥିବା ବଚନିକା କାର୍ଯ୍ୟକୁ ସେବକମାନେ ମିଶି କରିଥିଲେ। ପରେ ଉକ୍ତ ଦ୍ୱାର ଖୋଲାଯାଇ ଠାକୁର ଭଣ୍ଡାର ଅଭିମୁଖେ ଯାଇଥିଲେ। ଭଣ୍ଡାର ଘରକୁ ମୁହଁ କରି ଭଣ୍ଡାର ଦ୍ୱାର ଠାରେ ବିଜେ କରିଥିବା ଦେବୀ ଲକ୍ଷ୍ମୀଙ୍କ ପାଖରେ ଠାକୁର ବିଜେ କରିଥିଲେ। ରୁକ୍ମିଣୀ ଓ ଶ୍ରୀଜଗନ୍ନାଥଙ୍କ ବିବାହକାଳୀନ ଗଇଁଠାଳ ଭିତରଚ୍ଛ ଫିଟାଇଥିଲେ। ବନ୍ଦାପନା ଓ ରସଗୋଲା ଭୋଗ ଏହି ସମୟରେ ହୋଇଥିଲା। ଘସା ବିଡିଆ ମଣୋହି ପରେ ଠାକୁର ରତ୍ନ ସିଂହାସନକୁ ବିଜେ କରିଥିଲେ।
ଏହି ଅବସରରେ ପୁରୀରେ ଉପସ୍ଥିତ ଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ପ୍ରଦୀପ କୁମାର ଜେନା କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନା ସରିଗଲେ ଭକ୍ତଙ୍କ ସଂଖ୍ୟା ଆହୁରି ବଢ଼ିଯିବ । ତେଣୁ ସେତେବେଳେ ଭକ୍ତ ଯେପରି ସୁନ୍ଦର ଅନୁଭୂତି ସାଉଣ୍ଟି ଦର୍ଶନ କରି ଫେରିବେ, ସେଥିନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।
<iframe width="560" height="315" src="https://www.youtube.com/embed/rqxYGkrI13k" title="YouTube video player" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture; web-share" allowfullscreen></iframe>
ଗତକାଲି ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ ଭାଇ ବଳଭଦ୍ର, ତାପରେ ଭଉଣୀ ସୁଭଦ୍ରା ଏବଂ ଶେଷରେ ଜନ୍ମବେଦୀକୁ ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ। ମହାପ୍ରଭୁଙ୍କ ଆଡପ ବିଜେ ଦେଖିବାକୁ ଲୋକାରଣ୍ୟ ହୋଇପଡ଼ିଥିଲା ଶ୍ରୀକ୍ଷେତ୍ର।
ଏଇ ନବଦିନାତ୍ମକ ଯାତ୍ରାରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଏକ ଅପୂର୍ବ ମିଳନ ହୋଇଥାଏ। ବର୍ଷ ତମାମ ମହାପ୍ରଭୁ ରତ୍ନବେଦୀରେ ଦର୍ଶନ ଦେଉଥିବା ବେଳେ ଏବେ ଭକ୍ତମାନେ ଆଡପ ମଣ୍ଡପରେ ଦର୍ଶନ କରିବେ। ଅନ୍ୟପକ୍ଷରେ ଆଜି ବନକଲାଗି ନୀତି ଅନୁଷ୍ଠିତ ହେବ। କାଲି ହେରାପଞ୍ଚମୀ ନୀତି ଥିବାରୁ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ହେବ ।
ଜନ୍ମବେଦୀରେ ଅବସ୍ଥାନ ପରେ ଗୁଣ୍ଡିଚା ମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଲୀଳାଖେଳା। ଶୁକ୍ରବାରଠୁ ଶ୍ରଦ୍ଧାଳୁଙ୍କୁ ମିଳିବ ଆଡ଼ପ ଅବଢ଼ା। ଆଉ ଏଥିପାଇଁ ଉତ୍କଣ୍ଠା ସହରେ ଅନାଇ ରହିଛନ୍ତି ଶ୍ରଦ୍ଧାଳୁ ।
ସୂଚନାଯୋଗ୍ୟ, ଗତକାଲି ପୁରୀରେ ରଥ ଟଣା ହୋଇଥିଲା। ମାଉସୀ ମାଆ ଭମନ୍ଦି ନିକଟରେ ଅଟକିଥିବା ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ଦେବୀ ସୁଭଦ୍ରାଙ୍କ ବଡ଼ଶଙ୍ଖ ନିକଟରେ ଅଟକି ଥିବା ଦର୍ପଦଳନରଥକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଟାଣି ଶରଧାବାଲିରେ ଲଗାଇଥିଲେ। ମଙ୍ଗଳବାର ଦିନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଥିଲା।
ତେବେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମାଆ ଛକ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ବଡ଼ଶଙ୍ଖ ନିକଟରେ ଅଟକି ଥିଲା। ଆଜି ସକାଳୁ ପୁଣି ଥରେ ରଥଟଣା ଆରମ୍ଭ ହୋଇଥିଲା। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇ ରଥ ଟାଣିବାର ସୁଯୋଗ ପାଇଛନ୍ତି। ଆଜି ଓ ଆସନ୍ତାକାଲି ମଧ୍ୟ ଦିନ ତମାମ ଶ୍ରୀଜିଉଙ୍କୁ ରଥ ଉପରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। କାଲି ସଂଧ୍ୟାରେ ଶ୍ରୀଜିଉମାନେ ଗୋଟି ପହଣ୍ଡିରେ ଆଡପ ମଣ୍ଡପ ବିଜେ
କରିବାକୁ ଥିବା ବେଳେ ଶୁକ୍ରବାର ଭକ୍ତମାନେ ଆଡପ ଅବଢ଼ା ପାଇବେ।
ସୂଚନାଯୋଗ୍ୟ, ଠିକଣା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଗତକାଲି ରଥ ନପହଞ୍ଚି ପାରିବା ନେଇ ବହୁ ଭକ୍ତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅସନ୍ତୋଷ ପ୍ରକାଶ କରିଥିଲେ। ଶାସ୍ତ୍ରରେ ଉଲ୍ଲେଖ ଥିବା ମତ ଓ ବହୁବର୍ଷ ଧରି ଚାଲି ଆସୁଥିବା ବ୍ୟବସ୍ଥା ଭିତରେ ଅନ୍ତର ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସେମାନେ ମତ ପ୍ରକାଶ କରିଥିଲେ।
ଗଜପତି କହିଛନ୍ତି, ଅନ୍ନ ଯଜ୍ଞରେ ୩ ପ୍ରକାର ଭୋଜନ ବ୍ୟବସ୍ଥା ରହିବ। ପ୍ରଥମଟିରେ ବିନାମୂଲ୍ୟରେ ଭକ୍ତଙ୍କୁ ପ୍ରତ୍ୟକ ଦିନ ନିଶୁଳ୍କ ମହାପ୍ରସାଦ ପରଷା ଯିବ। ଦ୍ୱିତୀୟ ବ୍ୟବସ୍ଥା ଆନନ୍ଦ ବଜାରରେ ରହିବ। ଯେଉଁଠି ସ୍ୱଳ୍ପ ଓ ନିର୍ଦ୍ଧାରିତ ମୂଲ୍ୟରେ ଅବଢ଼ା ମିଳିବ। ତୃତୀୟ ଭୋଜନାଳୟଟି ଶୀତତାପ ନିୟନ୍ତ୍ରିତ କୋଠରୀରେ ହେବ। ଯେଉଁଠି ଭକ୍ତମାନେ ସାମାନ୍ୟ ଉଚ୍ଚା ଦରରେ ମହାପ୍ରସାଦ ପାଇବେ। ତେବେ ଶ୍ରୀମନ୍ଦିର ପ୍ରଶାସନ, ମ୍ୟାନେଜିଂ କମିଟି ଓ ସୁଆର ମହାସୁଆର ନିଯୋଗ ସହ ବିସ୍ତୃତ ଆଲୋଚନା ପରେ ଯାଇ ଏହାର ରୂପରେଖ ଚୂଡ଼ାନ୍ତ ହେବ। ଏଥିପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ୱାର ପାଖ ଉତ୍ତରପାର୍ଶ୍ୱ ମଠର ସହଯୋଗ ନିଆଯିବ ବୋଲି କହିଛନ୍ତି ଗଜପତି।
ତେବେ ଖାଲି ଅନ୍ନ ଯଜ୍ଞ ନୁହେଁ, ସନାତନ ଧର୍ମର ମୂଳ ପିଣ୍ଡ ଭାବେ ବିବେଚିତ ନାମ ଯଜ୍ଞ, ଜ୍ଞାନ ଯଜ୍ଞ ଓ ଘୃତ ଯଜ୍ଞର ଚିନ୍ତାଧାରା ମଧ୍ୟ ଆଗକୁ ରହିଥିବା କହିଛନ୍ତି ଗଜପତି। ଘୃତଯଜ୍ଞ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ଗଜପତି କହିଛନ୍ତି, ବୈଦିକ ପରଂପରାର ମୂଳ ଅଙ୍ଗ ଘୃତ ଯଜ୍ଞ ବା ହୋମ ଯଜ୍ଞ ପାଇଁ ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱରେ ଏକ ଉତ୍କଳୀୟ କାରୁକାର୍ଯ୍ୟରେ ଭବ୍ୟ ଯଜ୍ଞଶାଳା ନିର୍ମାଣ ହେବ। ଯେଉଁଥିରେ ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯଜମାନଙ୍କ ଦାନରେ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ବିଶ୍ୱର ମଙ୍ଗଳ ପାଇଁ ଘୃତାହୃତି ଦିଆଯିବ। ଏଥିପାଇଁ ୧୬ ଶାସନ ଓ ୩୨ କରବାଡ଼ ବ୍ରାହ୍ମଣ ନିୟୋଜିତ ହେବେ। ସେହିପରି ଏକ ଅଖଣ୍ଡ ନାମ ଯଜ୍ଞ ମଣ୍ଡପ ମଧ୍ୟ ନିର୍ମାଣ କରାଯିବାର ଯୋଜନା ରହିଛି। ଯେଉଁଥିରେ ପୁରୀରେ ରହୁଥିବା ବିଭିନ୍ନ ସଂପ୍ରଦାୟର ମଠମାନଙ୍କରୁ ପାଳି କରି ଭକ୍ତମାମେ ଆସି ନାମ ସଂକୀର୍ତ୍ତନ କରିବେ। ଯାହାକି ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତଙ୍କ ମନରେ ଆଧାତ୍ମିକ ବାତାବରଣକୁ ଦୃଢ଼ୀଭୂତ କରିବ।
ଶେଷରେ ଜ୍ଞାନ ଯଜ୍ଞ କଥା ଉଲ୍ଲେଖ କରି ଗଜପତି କହିଛନ୍ତି, ଭକ୍ତଟିଏ ମହାପ୍ରଭୁଙ୍କୁ ଦର୍ଶନ କରିବା ଓ ମହାପ୍ରଭୁଙ୍କ ବିଷୟରେ ଜାଣିବା ସମ୍ପୂର୍ଣ୍ଣ ଆଲଗା କଥା। ବାହାରୁ ଆସୁଥିବା ଭକ୍ତଙ୍କୁ ଜଗନ୍ନାଥ ସଂସ୍କୃତି ଓ ଉତ୍କଳର ଇତିହାସ ସଂପର୍କରେ ଅବଗତ କରାଇବା ଆମର କର୍ତ୍ତବ୍ୟ। ସେଥିପାଇଁ ଶ୍ରୀମନ୍ଦିର ପାଖରେ ଜଗନ୍ନାଥ ହେରିଟେଜ୍ ମ୍ୟୁଜିୟମ୍ ନିର୍ମାଣ ପ୍ରସ୍ତାବ ରହିଛି। ଯେଉଁଥିରେ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଏକ ୨୦ ମିନିଟ ଅବଧିର ଡକ୍ୟୁମେଣ୍ଟାରୀ ପ୍ରଦର୍ଶନ ହେବା ସହ ଓଡ଼ିଶା ଇତିହାସ ଓ ଜଗନ୍ନାଥ ସଂସ୍କୃତି ଉପରେ ପୁସ୍ତକ ବିକ୍ରୀ କରାଯିବ। ତା’ଛଡ଼ା ଜଗନ୍ନାଥ ବଲ୍ଲଭସ୍ଥିତ ବହୁତଳ ପାର୍କିଂର ଉପର ମହଲାରେ ଏକ ଅଡିଟୋରିୟମ୍ କରାଯାଇ ସେଠି ଦେଶ ବିଦେଶର ସାଧୁ ସନ୍ଥଙ୍କୁ ଆଣି ନିତ୍ୟ ପ୍ରବଚନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଯାହାକି ଭକ୍ତମାନଙ୍କୁ ଅନନ୍ୟ ଅନୁଭବ ଆଣିଦେବ ବୋଲି ଗଜପତି କହିଛନ୍ତି।
ତେବେ ସନାତନ ଧର୍ମର ମୂଳ ପିଣ୍ଡ ଉପରୋକ୍ତ ଚାରି ଯଜ୍ଞର କାର୍ଯ୍ୟକାରିତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ବି ଏ ନେଇ ପ୍ରକ୍ରିୟା ଆଗକୁ ଆଦୌ ବଢ଼ିନଥିବା କହିଛନ୍ତି ଗଜପତି ମହାରାଜ।
ସୂଚନାରୁ ପ୍ରକାଶ, ଜୁନ୍ ୨୦ ତାରିଖରେ ପଡ଼ୁଛି ମହାପ୍ରଭୁଙ୍କ ଘୋଷଯାତ୍ରା। ସେଥିପାଇଁ ରଥ ନିର୍ମାଣ ଜୋରଦାର ଚାଲିଛି। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି।
ଘଣାପେଡ଼ା ରାଶି ତେଲରେ ୧୪ ପ୍ରକାର ଫୁଲ, ୭ ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ପଡ଼ି ତିଆରି ହୋଇଛି ଫୁଲୁରି ତେଲ। ଯାହାକି ବର୍ଷକ ତଳୁ, ଅର୍ଥାତ୍ ଗତ ହେରାପଞ୍ଚମୀ ତିଥିରୁ ମାଟିତଳେ ପୋତା ହୋଇ ରହିଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ଏହାକୁ ମାଟିତଳୁ ବାହାର କରାଯାଏ। ପଞ୍ଚମୀ ଦିନ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି ପାଇଁ ପଠାଯାଏ। ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରତିବର୍ଷ ଫୁଲୁରି ତେଲ ଶ୍ରୀମନ୍ଦିରକୁ ଯୋଗାଇ ଦିଆଯାଉଛି। ପତି ମହାପାତ୍ର ସେବକ ୩ଟି ରୁପା ପିଙ୍ଗଣରେ ଫୁଲୁରି ତେଲ ନେଇ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଇଥାନ୍ତି।
ସୂଚନାରେ କୁହାଯାଇଛି, ଆଜି ରାତି ୧୦ଟାରୁ ଆସନ୍ତାକାଲି ଅର୍ଥାତ ଶନିବାର ଅପରାହ୍ନ ୨ଟା ଯାଏଁ ଶ୍ରୀମନ୍ଦିରେ ଶ୍ରୀଜୀଉମାନଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟ ଭିତରେ ମହାପ୍ରଭୁଙ୍କ ପବିତ୍ର ସ୍ନାନ ଯାତ୍ରା ଉଦ୍ଦେଶ୍ୟରେ ଚାରମାଳ ବନ୍ଧା ଓ ସେନାପଟା ଲାଗି ନୀତି ହେବ।
ନୀତି ମୁତାବକ, ସ୍ନାନ ପୂର୍ଣ୍ଣିମା ପାଇଁ ପୂର୍ବରୁ ଅର୍ଥାତ ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ଦିନ ଦଇତା ସେବକମାନେ ଶ୍ରୀମନ୍ଦିରରେ ଦୀର୍ଘ ଏକ ମାସ କାଳ ବିଶେଷ ନୀତି ଗୋଷ୍ଠୀଗତ ଭାବରେ ସମ୍ପନ୍ନ କରନ୍ତି। ତ୍ରୟୋଦଶୀ ରାତ୍ରରେ ବଡ଼ସିଂହାର ଭୋଗ ପରେ ପହୁଡ ଆଳତି ହୋଇ ଶ୍ରୀମୁଖ ଖଣ୍ଡୁଆ (ଶ୍ରୀଜୀଉମାନଙ୍କ ମୁଖ ବସ୍ତ୍ରାଚ୍ଛାଦିତ) ହେବା ପରେ ଦଇତାମାନେ ଭିତରକୁ ଯାଇ ବାହୁଟ କଣ୍ଟ କରନ୍ତି। ତତ୍ପରେ କୋଠ ସୁଆଁସିଆମାନେ ଚାଳମାଳ ବନ୍ଧା କାର୍ଯ୍ୟ ଆରମ୍ଭ କରନ୍ତି। ଚାରମାଳ ବନ୍ଧା କାର୍ଯ୍ୟ ସମାପନ ପରେ ଚତୁର୍ଦ୍ଦଶୀ ଦିନ ଦଇତାମାନେ ନିଅଁଙ୍କୁ ସେନାପଟା ଲାଗି କରିବେ।
କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଏତିହ୍ୟ ପ୍ରାଧିକରଣର ଅନୁସଚିବ ମନୀଷ ବାଗୋଇ ଗତ ଏପ୍ରିଲ ୨୫ତାରିଖରେ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ତଥା ଏନଏମଏ ନୋଡାଲ ଅଫିସରଙ୍କୁ ଚିଠି ଲେଖି ଆମସାର ଆକ୍ଟ-୧୯୫୮ର ପ୍ରାବଧାନ ଅନ୍ତର୍ଗତ ଶ୍ରୀଜଗନ୍ନାଥ ମନ୍ଦିରର ରେଗୁଲେଟେଡ୍ ଏରିଆ(୨୦୦ମିଟର ପରିସର ପର୍ଯ୍ୟନ୍ତ) ମଧ୍ୟରେ ଏହି ଅଫିସ୍ କୋଠା ନିର୍ମାଣ କରିବାକୁ ଅନୁମତି ଦେଇଥିବା ଜଣାପଡ଼ିଛି । ୨୦୨୨ ଡିସେମ୍ବର ମାସରେ ଏନଏମଏର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପୁରୀ ଗସ୍ତରେ ଯାଇ ଐତିହ୍ୟ କରିଡର ଓ ଅନ୍ୟାନ୍ୟ ପ୍ରକଳ୍ପର ଅନୁଧ୍ୟାନ କରିଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧରେ ଏନଏମଏ ଅଧ୍ୟକ୍ଷ କିଶୋର କେ ବାସାଙ୍କ ନେତୃତ୍ୱରେ ଆସିଥିବା ଟିମ୍ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ କୋଠାର ଉଚ୍ଚତାକୁ ନେଇ ଆପତ୍ତି ଉଠାଇବା ସହ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଦେବାକୁ କହିଥିଲେ । ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ଅଫିସ କୋଠାର ଉଚ୍ଚତା ୧୩ମିଟର କରିବାକୁ ପ୍ରସ୍ତାବ ଦିଆଯାଇଥିଲା ।
ସୂଚନାଯୋଗ୍ୟ, ଶ୍ରୀଜଗନ୍ନାଥ ମନ୍ଦିରଠୁ ୧୦୧.୫୦ମିଟର ଦୂରତ୍ୱରେ ନିର୍ମାଣ ହେଉଥିବା ଏହି ଅଫିସ କୋଠାର ଅଣ୍ଡରଗ୍ରାଉଣ୍ଡ ଫ୍ଲୋରରେ ୧୪୩ବର୍ଗମିଟର, ଗ୍ରାଉଣ୍ଡ ଫ୍ଲୋରରେ ୧୩୬୫ବର୍ଗମିଟର ଓ ପ୍ରଥମ ମହଲାରେ ୧୩୦୫ବର୍ଗମିଟର ପରିମିତ ନିର୍ମାଣ ହେବ ବୋଲି ଜଣାପଡ଼ିଛି । ତେବେ ଏହାର ଉଚ୍ଚତା ସାଢ଼େ ୭ମିଟର ମଧ୍ୟରେ ରହିଲା ନା ସେଥିରେ ବୃଦ୍ଧି ହୋଇଛି, ତାହା ଜଣାପଡ଼ିନି । ୨୦୨୨ ସେପ୍ଟେମ୍ବର ୯ତାରିଖରେ ଏନଏମଏ କର୍ତ୍ତୃପକ୍ଷଙ୍କ ୩୬୧ତମ ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନିକ କୋଠାର ନିର୍ମାଣ କାର୍ଯ୍ୟ ରେଗୁଲେଟେଡ୍ ଏରିଆ ମଧ୍ୟରେ କରିବା ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ଏହି କୋଠାର ଉଚ୍ଚତାକୁ ୭.୫ମିଟରରୁ ଅଧିକ ହେବା ଉପରେ କଟକଣା ଜାରି ହୋଇଥିଲା ।
ଆଗକୁ ରଥଯାତ୍ରା ସହ ରହିଛି ନାନା ପର୍ବପର୍ବାଣୀ। ଏପରିକି ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗକୁ ନେଇ ମଧ୍ୟ ହଲାପଟା କରୁଛନ୍ତି ବିରୋଧୀ। ତାହାରି ଭିତରେ ଏବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଇଥିବା ବେଳେ ରଂଜନ ଦାସ କହିଛନ୍ତି, ସମସ୍ତଙ୍କ ସହ ସମନ୍ୱୟ ରକ୍ଷା କରି ନିଜ ଦାୟିତ୍ୱ ନିର୍ବାହ କରିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ରଞ୍ଜନ କୁମାର ଦାସଙ୍କୁ ଏଣିକି ସ୍ୱତନ୍ତ୍ର ସଚିବ ପାହ୍ୟା ସହ ସମାନ କରାଯାଇଛି।
ରଂଜନ ଦାସ କହିଛନ୍ତି, ଆଗକୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଆସୁଛି। ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ ରାଜ୍ୟ ତଥା ବାହାର ଭକ୍ତମାନେ ଅନାଇ ରହିଛନ୍ତି। ତେଣୁ ଘୋଷଯାତ୍ରାକୁ କିପରି ଶୃଙ୍ଖଳିତ ଭାବେ କରାଯିବ, ତାହା ଆମର ପ୍ରାଥମିକତା ରହିବ। ଘୋଷଯାତ୍ରା ପାଇଁ ନିର୍ଦ୍ଧାରିତ ହୋଇଥିବା ନୀତି ନିର୍ଘଣ୍ଟକୁ କିପରି ପାଳନ କରାଯାଇପାରିବ, ତାହା ଉପରେ ପ୍ରୟାସ କରିବୁ। ସମସ୍ତଙ୍କ ସହଯୋଗ ନେଇ କାମ କରିବୁ ବୋଲି ଶ୍ରୀ ଦାସ କହିଛନ୍ତି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସେ କହିଛନ୍ତି, ଆଜି କାର୍ଯ୍ୟରେ ଯୋଗଦେଇଛି। ପ୍ରକଳ୍ପ ନେଇ ସମୀକ୍ଷା କରିନାହିଁ। ବରିଷ୍ଠ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କଲେ ସବୁକିଛି ଜଣାପଡ଼ିବ। ଯାହା ଦେଖୁଛି ବହୁ କାମ ହୋଇଛି। ଅଳ୍ପ କାମ ବାକି ରହିଛି। ତଥାପି ନିର୍ଦ୍ଧାରିତ ସମୟରେ କାମ ସାରିବାର ବ୍ୟବସ୍ଥା କରିବୁ। ଖୁବ୍ଶୀଘ୍ର ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଚେଷ୍ଟା କରିବୁ ବୋଲି ଶ୍ରୀ ଦାସ କହିଛନ୍ତି।
ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ରଞ୍ଜନ କୁମାର ଦାସ ଦାୟିତ୍ୱ ଗ୍ରହଣ କରିବା ଦିନ ହିଁ ପୂର୍ତ୍ତ ସଚିବ ବୀରବିକ୍ରମ ଯାଦବଙ୍କ ଅତିରିକ୍ତ ଦାୟିତ୍ୱ (ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ) ରଦ୍ଦ ହୋଇଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଶ୍ରୀ ଦାସ ଆଇଏଏସ୍ କ୍ୟାଡ଼ରରେ ସ୍ୱତନ୍ତ୍ର ସଚିବ ପାହ୍ୟାର ସୁବିଧାସୁଯୋଗ ହାସଲ କରିବେ ।
ସେହିପରି ମୁଖ୍ୟ ସଚିବଙ୍କ ଓଏସଡି ଭାବେ କାର୍ଯ୍ୟ କରୁଥିବା ୨୦୧୧ ବ୍ୟାଚ୍ ଆଇଏଏସ୍ ଦିଲ୍ଲୀପ ରାଉତରାଏଙ୍କୁ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେ ଏହି ପଦବୀରେ ଆଇଏଏସ୍ କ୍ୟାଡ଼ରରେ ଯୁଗ୍ମ ସଚିବ ପାହ୍ୟାର ସୁବିଧାସୁଯୋଗ ପାଇବେ । ସେ ମଧ୍ୟ ନୂତନ ଭାବେ ଗଠନ ହୋଇଥିବା ଓଡ଼ିଶା ପରିବାର ନିର୍ଦ୍ଦେଶକ ଦାୟିତ୍ୱ ଅତିରିକ୍ତ ଭାବେ ତୁଲାଇବେ ।
ସେହିପରି ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ୨୦୦୩ ବ୍ୟାଚ୍ ଆଇଏଏସ୍ ଶ୍ରୀକାନ୍ତ ପୃଷ୍ଟିଙ୍କୁ ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଛି ।
ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ବାରମ୍ବାର ତାଗିଦ୍ ଓ ବିଭିନ୍ନ ମହଲରୁ ଦାବିସତ୍ତ୍ୱେ ରାଜ୍ୟ ସରକାର ସ୍ଥାୟୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତି ଦେବାରେ ଟାଳଟୂଳ ନୀତି ଅବଲମ୍ବନ କରୁଥିଲେ ।
ଅପରାହ୍ନ ୪.୪୦ ମିନିଟ୍ରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ତିନିବାଡର ପୂଜାପଣ୍ଡା ସେବାୟତମାନେ ବିରାଟ ଶୋଭାଯାତ୍ରାରେ ବାହାରି ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ପହଞ୍ଚି ଥିଲେ। କାର୍ଯ୍ୟ ସମ୍ମୁଖ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଥିଲା। ଶ୍ରୀମନ୍ଦିର ବ୍ରାହ୍ମଣ ଓ ରାଜପୁରୋହିତଙ୍କ ଦ୍ୱାରା ବନଯାଗ ବିଧିରେ ପୂଜାର୍ଚ୍ଚନା ସହ ବିଶ୍ଵକର୍ମା ମହାରଣାଙ୍କ ଶାଢୀ ବନ୍ଧା ନୀତି ହୋଇଥିଲା। ପରେ ସୁନା କୁରାଢିରେ ରଥନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଥିଲା। ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଓ ଏହି ଯାତ୍ରା ସୁରୁଖୁରୁରେ କିଭଳି ସମ୍ପାଦନ ହେବ ସେ ନେଇ ସମସ୍ତେ ପ୍ରାର୍ଥନା କରିଥିଲେ। ୧୦ ଜଣ ମହାରଣା ଶାଢ଼ୀ ବାନ୍ଧିବା ପରେ ପ୍ରଥମେ ତାଳଧ୍ଵଜ, ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥ ପାଇଁ ଉଦ୍ଦିଷ୍ଟ ଧଉରା କାଠ ଅନୁକୂଳ ହୋଇଥିଲା।
ବିମାନରେ ବସି ରଥ ଖଳାରେ ଅଟକିଥିବା ରାମ କୃଷ୍ଣ ପରେ ନରେନ୍ଦ୍ର ପୁଷ୍କରିଣୀକୁ ଚନ୍ଦନ ଯାତ୍ରା ପାଇଁ ବିଜେ କରିଥିଲେ। ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ୫ ପ୍ଲାଟୁନ୍ ପୁଲିସ ଫୋର୍ସ, ଜଣେ ଅତିରିକ୍ତ ଏସପି, ୫ ଡିଏସପି ଓ ୬ଜଣ ଆଇଆଇସି ମୃତୟନ ହୋଇଛନ୍ତି। ସେହିପରି ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ସୂଚନା ଥାଉକି, ଦୋଳରେ ଦୋଳ ଗୋବିନ୍ଦ, ଚାପରେ ମଧୁସୂଦନ, ରଥରେ ବାମନ ରୂପରେ ମହାପ୍ରଭୁଙ୍କ ଦର୍ଶନ କଲେ ପୁନର୍ଜନ୍ମ ମିଳିନଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ଚନ୍ଦନ ଯାତ୍ରା ଅବସରରେ ଆଜିଠାରୁ ୨୧ ଦିନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚପାଣ୍ଡବଙ୍କୁ ସେବାୟତମାନେ ମଣି ବିମାନ ଓ ପାଲିଙ୍କିରେ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯାଇ ଚାପ ଖେଳି ଥାଆନ୍ତି।
ପ୍ରବଳ ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ସେଠାରେ ମନୁଷ୍ୟ ଲୀଳାରେ ନୌକା ବିହାର କରିଥାନ୍ତି। ନରେନ୍ଦ୍ର ପୁଷ୍କରିଣୀରେ ଏହି ଅବସରରେ ଚନ୍ଦନ, ପୁଷ୍ପର ପ୍ରଲେପ ଶ୍ରୀଜୀଉଙ୍କ ଅଙ୍ଗରେ ଲଗାଯିବାର ପରମ୍ପରା ରହିଛି।
ସେ କହିଛନ୍ତି, ମହାପ୍ରଭୁଙ୍କ ନାମରେ ଥିବା ଜମିର ଡିଜିଟାଇଜେସନ ହୋଇପାରିଲେ ଭୂଲେଖ ଭଳି ମହାପ୍ରଭୁଙ୍କ ଜମି ଚିହ୍ନଟ ସହଜ ହୋଇପାରିବ। ଲୋକେ ଅନ୍ଲାଇନ୍ ଜରିଆରେ ମହାପ୍ରଭୁଙ୍କ ଜମି ଭୋଗଦଖଲ ବାବଦ ରାଜସ୍ୱ ପୈଠ କରିପାରିବେ। ଏବେ କର୍ମଚାରୀ ଅଭାବରରୁ ମହାପ୍ରଭୁଙ୍କ ଜମିର ରାଜଭାଗ ବା ରାଜସ୍ୱ ଠିକ୍ ଭାବେ ଆଦାୟ ହୋଇପାରୁନି। ଖୁବ୍ ଶୀଘ୍ର ଲୋକଙ୍କ ଇ-ପାଉତି କାଟିବାର ସୁବିଧା ମିଳିବ।
ଆସନ୍ତା ମାର୍ଚ୍ଚ ୧୭ତାରିଖରେ ପ୍ରି-ବଜେଟ ବୈଠକରେ ଏବାବଦରେ ବିସ୍ତୃତ ଭାବରେ ନିଷ୍ପତ୍ତି ହୋଇ ଚଳିତ ବର୍ଷ ବଜେଟରେ ଉପସ୍ଥାପିତ ହେବ। ଆସନ୍ତା ୧୭ ଫାଇନାନ୍ସ କମିଟି ବୈଠରେ ଡିଜିଟାଇଜେସନ ଅଫ ଲ୍ୟାଣ୍ଡ ରେକର୍ଡ, ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ, ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ଥିବା ଜମି ରାଜ୍ୟ ସରକାରଙ୍କ ଭୂଲେଖ ଭଳି ଏକତ୍ରିତ ହେବ। ଡିଜିଟାଇଜେସନ ପାଇଁ ୧୧କୋଟି ୪୦ଲକ୍ଷ ଧାର୍ଯ୍ୟ କରାଯାଇଛି। ଓରସାକ୍ ଏହି ଡିଜିଟାଜେସନ କାମ କରିବ। ଆସନ୍ତା ବର୍ଷ ବଜେଟରେ ଏହି ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ମିଳିବ। ମହାପ୍ରଭୁଙ୍କ ନାମରେ ରାଜ୍ୟରେ ମୋଟ ୩୫ହଜାର ଏକର ଜମି ରହିଥିବାବେଳେ ଏଥିମଧ୍ୟରୁ ଖୋର୍ଦ୍ଧା ଓ ପୁରୀରେ ୨୦ହଜାର ଏକର ଜମି ରହିଛି।
ଚଳିତ ଆର୍ଥିକ ବର୍ଷ ମହାପ୍ରଭୁଙ୍କ ନାମରେ ପୁରୀ, ଖୋର୍ଦ୍ଧା ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରେ ଥିବା ୨୦୭୫ ଏକର ଜମିର ପଟ୍ଟା ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ଆସିସାରିଛି।
ନୂଆ ଶ୍ରୀଜଗନ୍ନାଥ ଜମି ପରିଚାଳନା ନିୟମ ଲ୍ୟାଣ୍ଡ କମିଟିରେ ମଞ୍ଜୁରୀ ପାଇସାରିଛି। ଏହା ଆସନ୍ତା ପରିଚାଳନା କମିଟିରେ ଅନୁମୋଦନ ନିମନ୍ତେ ଉପସ୍ଥାପିତ କରାଯିବ। ଏହା ମଞ୍ଜୁରୀ ପାଇଗଲା ପରେ ଶ୍ରୀଜଗନ୍ନାଥ ଜମି ବିକ୍ରି ସହଜ ହୋଇଯିବ। ଜିଲ୍ଲାପାଳମାନେ ଏବାବଦରେ ନିଷ୍ପତ୍ତି ନେଇପାରିବେ। ଫଳରେ ଜମି ବିକ୍ରି ଟଙ୍କା ବଢ଼ିବ ଓ କର୍ପସ ପାଣ୍ଠି ବୃଦ୍ଧି ପାଇବ। ଏବେ ଶ୍ରୀମନ୍ଦିର ପ୍ରଶାସନ କର୍ପସ ଫଣ୍ଡରେ ୩୫୭ କୋଟି ଟଙ୍କା ରହିଛି ବୋଲି ଶ୍ରୀ ଜେନା କହିଛନ୍ତି।
ସେହିପରି ଦିବ୍ୟାଙ୍ଗ ମାନଙ୍କୁ ଉତ୍ତର ଦ୍ୱାର ବାଟେ ନେଇ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ବିଷୟରେ ସେ ସୂଚନା ଦେଇଛନ୍ତି। ଯୋଜନା ଅନୁମୋଦନ ପାଇଲେ ଉତ୍ତର ଦ୍ୱାର ଠାରେ ଦିବ୍ୟାଙ୍ଗମାନେ ପହଞ୍ଚିବା ପରେ ଶ୍ରୀମନ୍ଦିରରେ କାମ କରୁଥିବା ବୋଝିଆମାନେ କାନ୍ଧରେ ବାହୁଙ୍ଗି କରି ସେମାନଙ୍କୁ ଭିତରକୁ ନେଇ ଜଗନ୍ନାଥ ଦର୍ଶନ କରାଇବେ। ଏଥିନିମନ୍ତେ ଏକ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରାଯିବ। ଏନେଇ ପୁରୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ବୈଠକ ସରିଛି ବୋଲି ସେ କହିଛନ୍ତି।
ସରକାରୀ ଗାଇଡଲାଇନ୍ ଅନୁଯାୟୀ, ଚତୁର୍ଦ୍ଧାମୂରତିଙ୍କ ଦର୍ଶନ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା କରୋନା ଟିକାର ୨ଟି ଡୋଜ୍ ନେଇଥିବାର ସାର୍ଟିଫିକେଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଆଧାର କାର୍ଡ ପରି ପରିଚୟ ପତ୍ର ବି ଆବଶ୍ୟକ ।
ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାରରେ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନର ବ୍ୟବସ୍ଥା ହୋଇଛି । ହାତ ସାନିଟାଇଜ୍ ପାଇଁ କରାଯାଇଛି ୮ଟି କିଓସ୍କ । ବୃଦ୍ଧ ଓ ଦିବ୍ୟାଙ୍ଗ ଯେମିତି ସୁରୁଖୁରୁରେ ଦର୍ଶନ କରିପାରିବେ, ତାର ମଧ୍ୟ ବ୍ୟବସ୍ଥା ହୋଇଛି। ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ।
[caption id="attachment_669159" align="aligncenter" width="650"] ଭକ୍ତଙ୍କ ପରିଚୟ ପତ୍ର ଯାଞ୍ଚ ହେଉଛି।[/caption]
ସେହିପରି ଆଜି ଭୁବନେଶ୍ୱରରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିଛି। ହେଲେ ସେପ୍ଟେମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର। କୋଭିଡ୍ ନିୟମ ମାନି ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ବିଏମ୍ସି ଅନୁମତି ଦେଇଛି। ତେବେ କୌଣସି ଶ୍ରଦ୍ଧାଳୁଙ୍କୁ ମନ୍ଦିରର ଗର୍ଭଗୃହ ଭିତରକୁ ଛଡ଼ାଯିବ ନାହିଁ । ନିରାପଦ ଦୂରତାରେ ରହି ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ । ମସିଜିଦ୍, ଚର୍ଚ୍ଚ ଓ ଅନ୍ୟ ଧର୍ମାନୁଷ୍ଠାନରେ ମଧ୍ୟ କୋଭିଡ୍ କଟକଣାରେ ଶ୍ରଦ୍ଧାଳୁମାନେ ଭିତରକୁ ଯାଇ ପ୍ରାର୍ଥନା ଓ ନମାଜ କରିପାରିବେ ।
ତେବେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଯେମିତି ସାମାଜିକ ଦୂରତା ରହିବ ସେ ଦାୟିତ୍ୱ ସଂପୃକ୍ତ ଧର୍ମାନୁଷ୍ଠାନର କର୍ତ୍ତୃପକ୍ଷ ନେବେ । ତେବେ ଧର୍ମାନୁଷ୍ଠାନରେ ଏକା ସଙ୍ଗରେ ୨୫ ଜଣରୁ ଅଧିକ ଏକାଠି ହେବାକୁ ବାରଣ କରାଯାଇଛି। ଧର୍ମାନୁଷ୍ଠାନର ସେବାୟତ RTPCR ନେଗେଟିଭ ବା ଦୁଇ ଡୋଜ୍ କୋଭିଡ୍ ଭ୍ୟାକ୍ସିନ ନେଇଥିବା ଜରୁରୀ । ସମସ୍ତ ସେବାୟତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଶ୍ରଦ୍ଧାଳୁମାନେ ଧର୍ମାନୁଷ୍ଠାନରେ ପ୍ରବେଶ ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ଗାଇଡ୍ଲାଇନ୍ରେ ଉଲ୍ଲେଖ ଅଛି।
ଜିଲ୍ଲାରେ ଟେଷ୍ଟିଂ ବୃଦ୍ଧି ସହ କୋଭିଡ୍ ଗାଇଡଲାଇନ ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ସେପଟେ ଶ୍ରୀମନ୍ଦିରରେ କୋଭିଡ୍ କଟକଣା ଓ SOP ଅନୁସାରେ ଦର୍ଶନ ବ୍ୟବସ୍ଥା କରାଯାଉଛି। ଗତ ମାସେ ହେଲା ସେବାୟତଙ୍କ କୋଭିଡ ଟେଷ୍ଟ ଚାଲିଛି। ଏଯାବତ ୩୫୦ରୁ ଅଧିକ ସେବାୟତଙ୍କର କରୋନା ଟେଷ୍ଟ ହୋଇସାରିଲାଣି ବୋଲି କହିଛନ୍ତି ଉନ୍ନୟନ ପ୍ରଶାସକ। ତେବେ ବର୍ତ୍ତମାନ ସମୟରେ ଶ୍ରଦ୍ଧାଳୁ ମାସ୍କ ଓ ସାନିଟାଇଜ ବ୍ୟବହାର କରୁଥିଲେ ମଧ୍ୟ ଗହଳି କଟକଣା ମାନୁନଥିବାରୁ କୋଭିଡ ସଂକ୍ରମଣ ଆଶଙ୍କା କରିଛନ୍ତି ସେବାୟତ।
ସୂଚନାଯୋଗ୍ୟ, ଦୀର୍ଘ ୧୦ ମାସ ପରେ ଗତ ଜାନୁଆରୀ ୨୧ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ପୁରୀ ଶ୍ରୀମନ୍ଦିର ଖୋଲିଛି। ବିନା କୋଭିଡ ଟେଷ୍ଟରେ ପ୍ରତିଦିନ ପ୍ରାୟ ୩୦ ହଜାରରୁ ଅଧିକ ଭକ୍ତ ଶ୍ରୀଜିଉଙ୍କ ଦର୍ଶନ ସୁବିଧା ପାଇପାରିବେ ବୋଲି ନିର୍ଦ୍ଦେଶ ରହିଛି। ଥର୍ମାଲ ସ୍କ୍ରିନିଂ କରି ସମସ୍ତ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡାଯାଉଛି। ତେବେ ଯେଉଁ ଭକ୍ତଙ୍କ ଶରୀରର ତାପମାତ୍ରା ୧୦୦ ଡିଗ୍ରୀ ଉପରକୁ ରହୁଛି, ସେହି ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯାଉ ନାହିଁ।
ପ୍ରତି ରବିବାର ଦିନ ସାଧାରଣ ଦର୍ଶନ ବନ୍ଦ ରହିବା ସହ ଶ୍ରୀମନ୍ଦିରର ବିଶୋଧନ ମଧ୍ୟ କରାଯାଉଛି। ଦର୍ଶନ କରୁଥିବା ପ୍ରତିଟି ଶ୍ରଦ୍ଧାଳୁ ସାମାଜିକ ଦୂରତା ସହ ମାସ୍କ ପିନ୍ଧି ସ୍ୱତନ୍ତ୍ର ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିର ଭିତରକୁ ଯାଇ କାଳିଆ ଦର୍ଶନ କରୁଛନ୍ତି। ତେବେ ବିନା କୋଭିଡ୍ ପରୀକ୍ଷାରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ଅନୁମତି ମିଳିବା ପରେ ପ୍ରଶାସନକୁ ସଂକ୍ରମଣ ଭୟ ଘାରିଛି।
୭୫ ମିଟର ଐତିହ୍ୟ କରିଡର ମଧ୍ୟରୁ ୫୫ମିଟର ପରିସରରେ ସମସ୍ତ ଯାନବାହାନକୁ ନିଷେଧ କରାଯିବ । ୫୫ ମିଟର ପରେ ସୁନ୍ଦର ରାସ୍ତା ନିର୍ମାଣ କରାଯାଇ ବ୍ୟାଟେରୀ ଗାଡି ନିଃଶୁକ୍ଳ ଭାବେ ଭକ୍ତଙ୍କ ପାଇଁ ପ୍ରଚଳନ କରାଯିବ । ସେହିପରି ୬ହଜାର ଭକ୍ତଙ୍କ ପାଇଁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷରେ ରହିବ ସମସ୍ତ ମୌଳିକ ସୁବିଧା । ଏହାଛଡା ପ୍ରାୟ ୪ ହଜାର ପରିବାରବର୍ଗଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ସହ ବ୍ୟାଗେଜ ସ୍କାନିଂ ବ୍ୟବସ୍ଥା ରହିବ ।
[caption id="attachment_619735" align="aligncenter" width="650"] ବୈଠକରେ ଗଜପତି ମହାରାଜାଙ୍କ ସମେତ ଉଚ୍ଚପଦସ୍ଥ ଅଧିକାରୀ।[/caption]
ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଶୌଚାଳୟ, ଏଟିଏମ୍ ବ୍ୟବସ୍ଥା, ହେଲ୍ପ ଡେସ୍କ, ଆରକ୍ଷୀ ସେବା କେନ୍ଦ୍ର, ଭଜନ ଓ ସଂସ୍କୃତି ମଣ୍ତପ ଇତ୍ୟାଦି ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ମଠମନ୍ଦିରଗୁଡିକର ପୁନଃ ବିକାଶ ପାଇଁ ବି କଳିଙ୍ଗ ର୍କିତ୍ତୀରାଜି ଢାଞ୍ଚାରେ ନିର୍ମାଣ କାର୍ଯ୍ୟ କରାଯିବ । ପ୍ରାଥମିକ ଭାବେ ସିଂହଦ୍ୱାରର ଉଭୟ ପାର୍ଶ୍ୱରେ ବଡଛତା ମଠ ଓ ଛାଉଣୀ ମଠକୁ ପଥରରେ ସ୍ୱତନ୍ତ୍ର ଭାବେ ନିର୍ମାଣ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ଅଧିକ ପଢନ୍ତୁ >> ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ପଡ଼ିଲା ରକ୍ତଛିଟା
ଚଳିତ ମାସ ୨୮ ତାରିଖ ସୁଦ୍ଧା ପ୍ରକଳ୍ପର ଅନୁମତି ପାଇଁ ରାଜ୍ୟ ସରକାର ଓ ଜାତୀୟ ସ୍ମାରକୀ ପ୍ରାଧିକରଣ ଓ ପୁରୀ କୋଣାର୍କ ଉନ୍ନୟନ ସଂସ୍ଥାକୁ ଅବଗତ କରାଯିବ । ଏହାପରେ ଜୁନ୍ ପହିଲାରୁ ପ୍ରକଳ୍ପ କାମ ଆରମ୍ଭ କରାଯିବ ।
https://www.youtube.com/watch?v=jgUbQVM4-kY
ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ରତ୍ନ ସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟ ଶେଯ ଘରକୁ ବିଜେ କରିଥାନ୍ତି । ଏହା ପରେ ଶ୍ରୀଜିଉଙ୍କ ଝୋବା ମଇଲମ ହୋଇ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥାଏ । ପରେ ପତି ମହାପାତ୍ର, ବାଡ଼ଗ୍ରାହୀ ଦଇତାମାନେ ରତ୍ନ ସିଂହାସନାଧିଷ୍ଠିତ ଶ୍ରୀଜିଉଙ୍କର ଚିତା ଲାଗି କାର୍ଯ୍ୟ କରିଥାନ୍ତି ।
ଶ୍ରୀଜିଉମାନଙ୍କ କପାଳର ଶୀର୍ଷ ଭାଗରେ ଓଷୁଅରେ ପାଟ ଡୋର ସାହାଯ୍ୟରେ ତିନିଟି ସ୍ୱର୍ଣ୍ଣ ଚିତାକୁ ଦୃଢ଼ ଭାବରେ ବନ୍ଧା ଯାଇଥାଏ । ଶ୍ରୀବଳଭଦ୍ରଙ୍କ ଚିତା ମଝିରେ ଏକ ବଡ଼ ମର୍କତ ପଥର ରହିଛି। ଏହାର ଚାରି ପଟେ ପାଞ୍ଚଟି ବେଢରେ ଲାଗିଛି ମାଣିକ, ହୀରା, ମର୍କତ ଓ ନୀଳ ପଥର । ସେହିପରି ଶ୍ରୀଜଗନ୍ନାଥଙ୍କ ସ୍ୱର୍ଣ୍ଣଚିତା ମଝିରେ ରହିଛି ହୀରା । ଚିତାର ୭ଟି ବେଢ଼ରେ ମାଣିକ, ହୀରା, ପାନ୍ନା ଖଞ୍ଜା ହୋଇଛି। ସପ୍ତମ ବେଢ଼ର ଶୀର୍ଷରେ ପାନପତ୍ର ଆକୃତିର ଏକ ହୀରା ରହିଛି । ତାକୁ କୁହାଯାଏ ବ୍ରହ୍ମଜ୍ୟୋତି ହୀରା । ଦେବୀ ସୁଭଦ୍ରାଙ୍କ ଚିତା ମଝିରେ ଏକ ବଡ଼ ମାଣିକ ପଥର ରହିଛି।